21/11/20 ପ୍ରାତଃ ମୁରଲୀ ଓମ୍ ଶାନ୍ତି "ବାପଦାଦା” ମଧୁବନ


"ମିଠେ ବଚ୍ଚେ:— ଏହି ସଂଗମଯୁଗ ହେଉଛି ସର୍ବୋତ୍ତମ ହେବାର ଶୁଭ ସମୟ, କାହିଁକି ନା ଏହି ସମୟରେ ବାବା ତୁମମାନଙ୍କୁ ନରରୁ ନାରାୟଣ ହେବାର ପାଠ ପଢାଉଛନ୍ତି ।”

ପ୍ରଶ୍ନ:-

ତୁମମାନଙ୍କ ଭିତରେ ଏଭଳି କେଉଁ ଜ୍ଞାନ ଅଛି ଯେଉଁ କାରଣରୁ ତୁମେ କୌଣସି ବି ପରିସ୍ଥିତିରେ କାନ୍ଦିପାରିବ ନାହିଁ?

ଉତ୍ତର:-

ତୁମ ଭିତରେ ଏହି ପୂର୍ବ-ପ୍ରସ୍ତୁତ ଡ୍ରାମାର ଜ୍ଞାନ ରହିଛି, ତୁମେମାନେ ଜାଣିଛ ଯେ ଏଥିରେ ପ୍ରତ୍ୟେକ ଆତ୍ମାର ସ୍ୱତନ୍ତ୍ର ପାର୍ଟ ରହିଛି, ବାବା ତ ଆମକୁ ସୁଖର ସମ୍ପତ୍ତି ଦେଉଛନ୍ତି ତେଣୁ ଆମେ ପୁଣି କାନ୍ଦି ପାରିବୁ କିପରି! ଚିନ୍ତା ଥିଲା ବ୍ରହ୍ମଲୋକ ନିବାସୀଙ୍କୁ ପାଇବାର — ସେ ତ ମିଳିଗଲେ ବାକି କ’ଣ ଦରକାର । ବକ୍ତାବର ଅର୍ଥାତ୍ ଭାଗ୍ୟବାନ ସନ୍ତାନମାନେ କେବେ କାନ୍ଦନ୍ତି ନାହିଁ ।

ଓମ୍ ଶାନ୍ତି । ଆତ୍ମାର ପିତା ବସି ସନ୍ତାନମାନଙ୍କୁ ଗୋଟିଏ କଥା ବୁଝାଉଛନ୍ତି । ଚିତ୍ରରେ ମଧ୍ୟ ଏହିପରି ଲେଖିବାକୁ ହେବ ଯେ ତ୍ରିମୂର୍ତ୍ତି ଶିବବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି । ତୁମେ ମଧ୍ୟ କାହାକୁ ବୁଝାଇଲେ କହିବ — ଶିବବାବା ଏପରି କହୁଛନ୍ତି । ଏହି ବ୍ରହ୍ମାବାବା ମଧ୍ୟ କହିବେ— ବାବା ତୁମକୁ ବୁଝାଉଛନ୍ତି । ଏଠାରେ ମନୁଷ୍ୟ, ମନୁଷ୍ୟକୁ ବୁଝାଉ ନାହାଁନ୍ତି କିନ୍ତୁ ପରମାତ୍ମା ଆତ୍ମାମାନଙ୍କୁ ବୁଝାଉଛନ୍ତି ଅଥବା ଆତ୍ମା, ଆତ୍ମାକୁ ବୁଝାଉଛନ୍ତି । ଶିବବାବା ହିଁ ଜ୍ଞାନର ସାଗର ଏବଂ ସେ ହେଉଛନ୍ତି ରୁହାନୀ ବାବା । ଏହି ସମୟରେ ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତାଙ୍କଠାରୁ ବର୍ସା ମିଳୁଛି । ତେଣୁ ଶାରୀରିକ ଅହଂକାର ଏଠାରେ ଛାଡିବାକୁ ପଡିବ । ଏହି ସମୟରେ ତୁମକୁ ଦେହୀ-ଅଭିମାନୀ ହୋଇ ବାବାଙ୍କୁ ମନେ ପକାଇବାକୁ ହେବ । କର୍ମଧନ୍ଦା ଆଦି କର ବାକି ଯେତିକି ସମୟ ମିଳୁଛି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ । ତୁମେ ଜାଣିଛ ଶିବବାବା ଏହାଙ୍କ ଶରୀରରେ ଆସିଛନ୍ତି । ସେ ସତ୍ୟ, ଚୈତନ୍ୟ ଅଟନ୍ତି । ସତ୍ ଚିତ୍ ଆନନ୍ଦ ସ୍ୱରୂପ କୁହାଯାଏ ନା । ଏହି ମହିମା ବ୍ରହ୍ମା, ବିଷ୍ଣୁ, ଶଙ୍କର ଅଥବା କୌଣସି ମନୁଷ୍ୟ ମାତ୍ରର ନୁହେଁ । ଶ୍ରେଷ୍ଠରୁ ଶ୍ରେଷ୍ଠ ଭଗବାନ ଜଣେ ଅଟନ୍ତି । ସେ ହେଉଛନ୍ତି ସୁପ୍ରିମସୋଲ୍ ଅର୍ଥାତ୍ ପରମ ଆତ୍ମା । ଏହି ଜ୍ଞାନ ମଧ୍ୟ ତୁମକୁ କେବଳ ଏହି ସମୟରେ ହିଁ ମିଳୁଛି । ପୁଣି କେବେ ମିଳିବ ନାହିଁ । ପ୍ରତି ୫ ହଜାର ବର୍ଷରେ ଥରେ ବାବା ଆସୁଛନ୍ତି, ତୁମକୁ ଆତ୍ମ-ଅଭିମାନୀ କରାଇ ବାବାଙ୍କୁ ମନେ ପକାଇବାର ଶିକ୍ଷା ଦେବା ପାଇଁ ଯାହା ଦ୍ୱାରା ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛ, ସତ୍ତ୍ୱପ୍ରଧାନ ହେବାର ଆଉ କୌଣସି ଉପାୟ ନାହିଁ । ଯଦିଓ ମନୁଷ୍ୟ ଡାକୁଛନ୍ତି— ହେ ପତିତ-ପାବନ ଆସ କିନ୍ତୁ ଅର୍ଥ କିଛି ବୁଝୁ ନାହାଁନ୍ତି । ପତିତ-ପାବନ ସୀତାରାମ କହିଲେ ମଧ୍ୟ ଠିକ୍ ହେବ । ତୁମେ ସବୁ ସୀତା ଅଥବା ଭକ୍ତିନୀ ଅଟ । ସେ ହେଉଛନ୍ତି ଜଣେ ରାମ ଭଗବାନ, ତୁମ ଭକ୍ତମାନଙ୍କୁ ଭଗବାନଙ୍କ ଦ୍ୱାରା ଫଳ ମିଳିବା ଦରକାର । ମୁକ୍ତି ଅଥବା ଜୀବନମୁକ୍ତି — ଏହା ହେଉଛି ଫଳ । ମୁକ୍ତି-ଜୀବନମୁକ୍ତିର ଦାତା ଏକମାତ୍ର ସେହି ବାବା ହିଁ ଅଟନ୍ତି । ଡ୍ରାମାରେ ସର୍ବୋଚ୍ଚ ପାର୍ଟଧାରୀ ମଧ୍ୟ ଥା’ନ୍ତି ଏବଂ ନୀଚ୍ଚ ପାର୍ଟଧାରୀ ମଧ୍ୟ ଥା’ନ୍ତି । ଏହା ବେହଦର ଡ୍ରାମା, ଏହାକୁ ଆଉ କେହି ବୁଝିପାରିବେ ନାହିଁ । ତୁମେମାନେ ବର୍ତ୍ତମାନ ତମୋପ୍ରଧାନ କନିଷ୍ଠରୁ ସତ୍ତ୍ୱପ୍ରଧାନ ପୁରୁଷୋତ୍ତମ ହେଉଛ । ସତ୍ତ୍ୱପ୍ରଧାନକୁ ସର୍ବୋତ୍ତମ କୁହାଯାଉଛି । ବର୍ତ୍ତମାନ ତୁମେ ସର୍ବୋତ୍ତମ ନୁହଁ । ବାବା ତୁମକୁ ସର୍ବୋତ୍ତମ କରାଉଛନ୍ତି । ଏହି ଡ୍ରାମାର ଚକ୍ର କିପରି ଘୂରୁଛି, ଏହାକୁ କେହି ମଧ୍ୟ ଜାଣି ନାହାଁନ୍ତି । କଳିଯୁଗ, ସଂଗମଯୁଗ ପୁଣି ହେଉଛି ସତ୍ୟଯୁଗ । ପୁରୁଣା ଦୁନିଆକୁ ନୂଆ କିଏ କରିବ? ବାବାଙ୍କ ବିନା କେହି କରିପାରିବେ ନାହିଁ । ବାବା ହିଁ ସଂଗମ ଯୁଗରେ ଆସି ପାଠ ପଢାଉଛନ୍ତି । ବାବା ନା ସତ୍ୟଯୁଗରେ ଆସୁଛନ୍ତି ନା କଳିଯୁଗରେ ଆସୁଛନ୍ତି । ବାବା କହୁଛନ୍ତି ମୋର ପାର୍ଟ ସଂଗମରେ ରହିଛି ସେଥିପାଇଁ ସଂଗମଯୁଗକୁ କଲ୍ୟାଣକାରୀ ଯୁଗ କୁହାଯାଉଛି । ଏହା ହେଉଛି କଲ୍ୟାଣକାରୀ ସଂଗମ ଯୁଗ, ବହୁତ ଶ୍ରେଷ୍ଠ ଶୁଭ ସମୟର ଯୁଗ, ଯେତେବେଳେ କି ବାବା ଆସି ତୁମକୁ ନରରୁ ନାରାୟଣ କରାଉଛନ୍ତି । ମନୁଷ୍ୟ ତ’ ମନୁଷ୍ୟ ଅଟନ୍ତି କିନ୍ତୁ ସେମାନେ ଦୈବୀଗୁଣଧାରୀ ହୋଇଥା’ନ୍ତି, ତାହାକୁ ଆଦି ସନାତନ ଦେବୀ ଦେବତା ଧର୍ମ କୁହାଯାଉଛି । ବାବା କହୁଛନ୍ତି ମୁଁ ଏହି ଧର୍ମର ସ୍ଥାପନା କରୁଛି, ଏଥିପାଇଁ ତୁମକୁ ପବିତ୍ର ନିଶ୍ଚିତ ହେବାକୁ ପଡିବ । ପତିତ-ପାବନ ଏକମାତ୍ର ବାବା ହିଁ ଅଟନ୍ତି । ବାକି ସମସ୍ତେ କନ୍ୟା, ଭକ୍ତିନୀ ଅଟନ୍ତି । ପତିତ-ପାବନ ସୀତାରାମ କହିବା ମଧ୍ୟ ଠିକ୍ । କିନ୍ତୁ ପଛରେ ରଘୁପତି ରାଘବ ରାଜା ରାମ କହିଦେଉଛନ୍ତି ତାହା ଭୁଲ୍ ହୋଇଯାଉଛି । ମନୁଷ୍ୟ ବିନା ଅର୍ଥରେ ଯାହା ଆସୁଛି ତାହା କହିଦେଉଛନ୍ତି । ଜପ କରିବାରେ ଲାଗିଯାଉଛନ୍ତି । ତୁମେ ଜାଣିଛ ଚନ୍ଦ୍ରବଂଶୀ ଧର୍ମ ମଧ୍ୟ ଏବେ ସ୍ଥାପନ ହେଉଛି । ବାବା ଆସି ବ୍ରାହ୍ମଣ କୂଳ ସ୍ଥାପନ କରୁଛନ୍ତି, ଏହାକୁ ରାଜବଂଶ କୁହାଯିବ ନାହିଁ । ଏହା ଏକ ପରିବାର, ଏଠାରେ ତୁମ ପାଣ୍ଡବ କିମ୍ବା କୌରବଙ୍କର ରାଜତ୍ୱ ନାହିଁ । ଯିଏ ଗୀତା ପଢିଥିବେ, ସେ ତୁରନ୍ତ ଏହି କଥାକୁ ବୁଝିପାରିବେ । ଏହା ମଧ୍ୟ ଗୀତା ଅଟେ । ଏହାକୁ କିଏ ଶୁଣାଉଛନ୍ତି? ଭଗବାନ । ତୁମକୁ ପ୍ରଥମେ ବୁଝାଇବାକୁ ହେବ ଯେ ଗୀତାର ଭଗବାନ କିଏ? ସେମାନେ କହୁଛନ୍ତି କୃଷ୍ଣ ଭଗବାନୁବାଚ । ବାସ୍ତବରେ କୃଷ୍ଣ ତ’ ସତ୍ୟଯୁଗରେ ରହିବେ । ତାଙ୍କ ଭିତରେ ଥିବା ଆତ୍ମା ଅବିନାଶୀ ଅଟେ । ଶରୀରର ହିଁ ନାମ ବଦଳୁଛି । ଆତ୍ମାର ନାମ କେବେ ବଦଳୁନାହିଁ । କୃଷ୍ଣଙ୍କ ଆତ୍ମାର ଶରୀର ସତ୍ୟଯୁଗରେ ରହିବ । ସେ ପ୍ରଥମ ନମ୍ବରରେ ଯାଉଛନ୍ତି । ଲକ୍ଷ୍ମୀ-ନାରାୟଣ ନମ୍ବରଓାନ୍ ପୁଣି ସେକେଣ୍ଡ, ଥାର୍ଡ ହେଉଛନ୍ତି । ତେଣୁ ସେମାନଙ୍କର ନମ୍ବର ମଧ୍ୟ ଏତିକି କମ୍ ରହିଥିବ । ଏହି ମାଳା ତିଆରି ହେଉଛି ନା । ବାବା ବୁଝାଉଛନ୍ତି ରୁଣ୍ଡ ମାଳା ବି ରହିଛି ଏବଂ ରୁଦ୍ର ମାଳା ମଧ୍ୟ ରହିଛି । ବିଷ୍ଣୁଙ୍କ ଗଳାରେ ରୁଣ୍ଡମାଳା ଦେଖାଇଥା’ନ୍ତି । ତୁମେ କ୍ରମାନ୍ୱୟରେ ବିଷ୍ଣୁପୁରୀର ମାଲିକ ହେଉଛ । ତେଣୁ ତୁମେ ଯେପରି ବିଷ୍ଣୁଙ୍କ ଗଳାର ହାର ହେଉଛ । ପ୍ରଥମେ ଶିବଙ୍କ ଗଳାର ହାର ହେଉଛ, ତାଙ୍କୁ ରୁଦ୍ରମାଳା କୁହାଯାଉଛି, ଯାହାକୁ ମନୁଷ୍ୟମାନେ ଜପିଥା’ନ୍ତି । ମାଳା ପୂଜା କରାଯାଏ ନାହିଁ, ସ୍ମରଣ କରାଏ । ବିଷ୍ଣୁପୁରୀର ରାଜଧାନୀକୁ ଯେଉଁମାନେ କ୍ରମାନ୍ୱୟରେ ଯାଇଥାନ୍ତି ସେହିମାନେ ହିଁ ମାଳାର ଦାନା ହୋଇଥାନ୍ତି । ମାଳାରେ ସର୍ବ ପ୍ରଥମେ ଫୁଲ ଥାଏ ତା’ପରେ ଯୁଗଳଦାନା ରହିଥାଏ । ପ୍ରବୃତ୍ତି ମାର୍ଗ ଅଟେ ନା । ପ୍ରବୃତ୍ତି ମାର୍ଗ ଆରମ୍ଭ ହେଉଛି ବ୍ରହ୍ମା, ସରସ୍ୱତୀ ଏବଂ ପିଲାମାନଙ୍କଠାରୁ । ଏହିମାନେ ପୁଣି ଦେବତା ହେଉଛନ୍ତି । ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ପ୍ରଥମ । ଉପରେ ଫୁଲ ଶିବବାବା ରହିଛନ୍ତି । ମାଳାକୁ ଗଡାଇ ଗଡାଇ ପଛରେ ଫୁଲକୁ ମୁଣ୍ଡରେ ଲଗାଇଥା’ନ୍ତି ନା । ଶିବବାବା ହେଉଛନ୍ତି ଫୁଲ ଯିଏକି ପୁର୍ନଜନ୍ମରେ ଆସୁନାହାଁନ୍ତି,ଏହାଙ୍କ (ବ୍ରହ୍ମାଙ୍କ) ଶରୀରରେ ପ୍ରବେଶ କରୁଛନ୍ତି । ସେ ହିଁ ତୁମକୁ ବୁଝାଉଛନ୍ତି । ବ୍ରହ୍ମାଙ୍କ ଆତ୍ମା ତ ତାଙ୍କର ନିଜସ୍ୱ ଅଟେ । ସେ ନିଜର ଶରୀର ନିର୍ବାହ କରୁଛନ୍ତି, ତାଙ୍କର କାମ ହେଉଛି କେବଳ ଜ୍ଞାନ ଦେବା । ଯେପରି କାହାର ସ୍ତ୍ରୀ ଅଥବା ବାପା ମରିଗଲେ ତାଙ୍କର ଆତ୍ମାକୁ ବ୍ରାହ୍ମଣର ଶରୀରରେ ଡାକିଥା’ନ୍ତି । ଆଗରୁ ଆସୁଥିଲେ, ଏବେ ସେ କୌଣସି ଶରୀରରେ ଆସୁ ନାହାଁନ୍ତି । ଏହା ଡ୍ରାମାରେ ପୂର୍ବରୁ ନିଧାର୍ଯ୍ୟ ହୋଇ ରହିଛି । ଏସବୁ ଭକ୍ତିମାର୍ଗ ଅଟେ । ସେହି ଆତ୍ମା ଯାଇ, ଅନ୍ୟ ଶରୀର ନେଉଛି । ତୁମକୁ ଏବେ ସମସ୍ତ ଜ୍ଞାନ ମିଳୁଛି, ସେଥିପାଇଁ କେହି ଶରୀର ଛାଡିଲେ ମଧ୍ୟ ତୁମର କୌଣସି ଚିନ୍ତା ନାହିଁ । ମା’ ମରିଗଲେ ମଧ୍ୟ ହାଲୁଆ ଖାଅ (ଶାନ୍ତା ଭଉଣୀଙ୍କର ଉଦାହରଣ) । ଏହି କନ୍ୟା ଯାଇ ତାଙ୍କୁ ବୁଝାଇଲେ ଯେ ତୁମେ କାନ୍ଦୁଛ କାହିଁକି? ସେ ଯାଇ ଅନ୍ୟ ଶରୀର ନେଲା । କାନ୍ଦିବା ଦ୍ୱାରା କ’ଣ ଫେରିଆସିବ କି ? ଭାଗ୍ୟବାନ ସନ୍ତାନ କ’ଣ କାନ୍ଦିଥା’ନ୍ତି କି? ତେଣୁ ସେଠାରେ ସମସ୍ତଙ୍କର କାନ୍ଦ ବନ୍ଦ କରାଇ ବୁଝାଇବାରେ ଲାଗିଲା । ଏପରି ବହୁତ କନ୍ୟାମାନେ ଯାଇ ବୁଝାଉଛନ୍ତି । ଏବେ କାନ୍ଦ ବନ୍ଦ କର । ନକଲି ବ୍ରାହ୍ମଣମାନଙ୍କୁ ମଧ୍ୟ ଖୁଆଅ ନାହିଁ । ମୁଁ ସତ୍ୟ ବ୍ରାହ୍ମଣଙ୍କୁ ନେଇଆସୁଛି । ପୁଣି ଜ୍ଞାନ ଶୁଣିବାରେ ଲାଗିଯାଆନ୍ତି । ଭାବନ୍ତି ଏହା ତ’ ଠିକ୍ କଥା କହୁଛନ୍ତି । ଜ୍ଞାନ ଶୁଣି ଶୁଣି ଶାନ୍ତ ହୋଇଯାଆନ୍ତି । ୭ ଦିନ ନିମନ୍ତେ କେହି ଭାଗବତ ଆଦି ରଖିଲେ ମନୁଷ୍ୟମାନଙ୍କର ଦୁଃଖ ଦୂର କରି ହୁଏ ନାହିଁ । ଏହି କନ୍ୟାମାନେ ତ ସମସ୍ତଙ୍କର ଦୁଃଖ ଦୂର କରିଦେଉଛନ୍ତି । ତୁମେ ଜାଣିଛ କାନ୍ଦିବାର କୌଣସି ଆବଶ୍ୟକତା ନାହିଁ । ଏହା ତ ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ପ୍ରତ୍ୟେକଙ୍କୁ ନିଜର ପାର୍ଟ ବଜାଇବାକୁ ହିଁ ପଡିବ । କୌଣସି ଅବସ୍ଥାରେ କାନ୍ଦିବା ଅନୁଚିତ୍ । ବେହଦର ବାବା-ଶିକ୍ଷକ-ଗୁରୁ ମିଳିଛନ୍ତି, ଯାହାଙ୍କ ପାଇଁ ତୁମେ ଏତେ ଧକ୍କା ଖାଉଛ । ପାର ବ୍ରହ୍ମରେ ରହୁଥିବା ପରମପିତା ପରମାତ୍ମା ମିଳିଗଲେ ତେବେ ବାକି କ’ଣ ଦରକାର । ବାବା ସୁଖର ବର୍ସା ଦେଉଛନ୍ତି । ତୁମେ ବାବାଙ୍କୁ ଭୁଲିଯାଉଛ ତେଣୁ କାନ୍ଦିବାକୁ ପଡୁଛି । ବାବାଙ୍କୁ ମନେ ପକାଇଲେ ଖୁସି ରହିବ । ଓହୋ! ଆମେ ତ ବିଶ୍ୱର ମାଲିକ ହେଉଛୁ । ପୁଣି ୨୧ ପିଢି କେବେ କାନ୍ଦିବା ନାହିଁ । ୨୧ ପିଢି ଅର୍ଥାତ୍ ସଂପୂର୍ଣ୍ଣ ବୃଦ୍ଧ ଅବସ୍ଥା ପର୍ଯ୍ୟନ୍ତ ଅକାଳ ମୃତ୍ୟୁ ହୁଏ ନାହିଁ, ତେଣୁ ଭିତରେ କେତେ ଗୁପ୍ତ ଖୁସୀ ରହିବା ଉଚିତ୍ ।

ତୁମେ ଜାଣିଛ ଆମେ ମାୟା ଉପରେ ବିଜୟ ପ୍ରାପ୍ତ କରି ଜଗତ୍ଜିତ୍ ହେବୁ । ଅସ୍ତ୍ରଶସ୍ତ୍ରର କୌଣସି କଥା ହିଁ ନାହିଁ । ତୁମେ ହେଉଛ ଶିବଶକ୍ତି । ତୁମ ପାଖରେ ଅଛି ଜ୍ଞାନ କଟୁରୀ, ଜ୍ଞାନ ବାଣ । ସେମାନେ ପୁଣି ଭକ୍ତିମାର୍ଗରେ ଦେବୀମାନଙ୍କୁ ସ୍ଥୂଳବାଣ ଖଣ୍ଡା ଆଦି ଦେଇ ଦେଇଛନ୍ତି । ବାବା କହୁଛନ୍ତି ଜ୍ଞାନ ତରବାରୀ ଦ୍ୱାରା ବିକାରକୁ ଜିତିବାକୁ ହେବ, ବାକି ଦେବୀମାନେ କ’ଣ ହିଂସକ ଅଟନ୍ତି କି! ଏସବୁ ହେଉଛି ଭକ୍ତିମାର୍ଗ । ସାଧୁ-ସନ୍ଥ ନିବୃତ୍ତିମାର୍ଗୀ ଅଟନ୍ତି, ସେମାନେ ପ୍ରବୃତ୍ତି ମାର୍ଗକୁ ମାନନ୍ତି ନାହିଁ । ତୁମେ ତ ସାରା ପୁରୁଣା ଦୁନିଆ ଏବଂ ପୁରୁଣା ଶରୀରର ସନ୍ନ୍ୟାସ କରୁଛ । ଏବେ ବାବାଙ୍କୁ ମନେ ପକାଇଲେ ଆତ୍ମା ପବିତ୍ର ହୋଇଯିବ । ଜ୍ଞାନର ସଂସ୍କାର ସାଥୀରେ ନେଇଯିବ । ସେହି ଅନୁସାରେ ନୂଆ ଦୁନିଆରେ ଜନ୍ମ ନେବ । ଯଦି ଏଠାରେ ମଧ୍ୟ ଜନ୍ମ ନେବ ତେବେ ଭଲ ଘରେ ରାଜାଙ୍କ ନିକଟରେ ଅଥବା ଧାର୍ମିକ ଘରକୁ ଏହି ସଂସ୍କାର ନେଇଯିବ । ସମସ୍ତଙ୍କର ସ୍ନେହୀ ହେବ, କହିବେ ଇଏ ତ ଦେବୀ ଅଟନ୍ତି । କୃଷ୍ଣଙ୍କର ମହିମାର କେତେ ଗାୟନ କରୁଛନ୍ତି । ବାଲ୍ୟାବସ୍ଥାରେ ଦେଖାଇଥାନ୍ତି ଲହୁଣୀ ଚୋରାଇଥିଲେ, ମାଠିଆ ଭାଙ୍ଗିଲେ, ଏପରି କଲେ... କେତେ କଳଙ୍କ ଲଗାଇଛନ୍ତି । ଆଚ୍ଛା, ପୁଣି କୃଷ୍ଣଙ୍କୁ ଶ୍ୟାମଳ କାହିଁକି କରିଛନ୍ତି? ସେଠାରେ ତ କୃଷ୍ଣ ଗୋରା ହେବେ ନା । ଖାଲି ଶରୀର ଏବଂ ନାମ ବଦଳିବ । ଶ୍ରୀକୃଷ୍ଣ ତ ସତ୍ୟଯୁଗର ପ୍ରଥମ ରାଜକୁମାର ଥିଲେ, ତାଙ୍କୁ କାହିଁକି ଶ୍ୟାମଳ କରିଦେଇଛନ୍ତି? କେବେହେଲେ କେହି କହିପାରିବେ ନାହିଁ । ସେଠାରେ ସାପ ଆଦି ରହିବ ନାହିଁ ଯିଏକି କଳା କରିଦେବ । ଏଠାରେ ବିକାର ରୂପକ ବିଷ ଚଢିଗଲେ କଳା ହୋଇ ଯାଉଛନ୍ତି । ସେଠାରେଏପରି କଥା ହୋଇପାରିବ ନାହିଁ । ତୁମେ ଏବେ ଦୈବୀ ସମ୍ପ୍ରଦାୟର ହେବାକୁ ଯାଉଛ । ଏହି ବ୍ରାହ୍ମଣ ସମ୍ପ୍ରଦାୟ ବିଷୟରେ କାହାକୁ ହେଲେ ଜଣାନାହିଁ । ପ୍ରଥମେ ବାବା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣମାନଙ୍କୁ ପୋଷ୍ୟ କରୁଛନ୍ତି । ପ୍ରଜାପିତା ଅଟନ୍ତି ତେଣୁ ତାଙ୍କର ପ୍ରଜା ମଧ୍ୟ ଢେର ହେବେ । ବ୍ରହ୍ମାଙ୍କର କନ୍ୟା ସରସ୍ୱତୀଙ୍କୁ କୁହାଯାଏ । ସ୍ତ୍ରୀ ତ’ ନୁହଁନ୍ତି । ଏକଥା କାହାକୁ ହେଲେ ଜଣା ନାହିଁ । ପ୍ରଜାପିତା ବ୍ରହ୍ମାଙ୍କର ତ ମୁଖ ବଂଶାବଳୀ ଅଟନ୍ତି । ସ୍ତ୍ରୀର କଥା ହିଁ ନାହିଁ । ଏହାଙ୍କ ଶରୀରରେ ବାବା ପ୍ରବେଶ କରି କହୁଛନ୍ତି ତୁମେ ମୋର ସନ୍ତାନ ଅଟ । ମୁଁ ଏହାଙ୍କ ନାମ ବ୍ରହ୍ମା ରଖିଛି, ଯେଉଁମାନେ ସନ୍ତାନ ହୋଇଛନ୍ତି ସମସ୍ତଙ୍କର ନାମ ବଦଳାଇଛି । ତୁମେ ଏବେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ, ଏହାକୁ କୁହାଯାଉଛି-- ହାରିବା ଏବଂ ଜିତିବାର ଖେଳ । ବାବା କେତେ ଶସ୍ତା ସୌଦା କରାଉଛନ୍ତି, ତଥାପି ମାୟା ହରାଇ ଦେଉଛି ତେଣୁ ବାବାଙ୍କ ହାତ ଛାଡି ପଳାଇ ଯାଉଛନ୍ତି । ୫ ବିକାର ରୂପୀ ମାୟା ହରାଇ ଦେଉଛି । ଯାହାଙ୍କ ଭିତରେ ୫ ବିକାର ଥାଏ, ସେମାନଙ୍କୁ ହିଁ ଆସୁରୀ ସମ୍ପ୍ରଦାୟ ବୋଲି କୁହାଯାଏ । ମନ୍ଦିରରେ ଦେବୀମାନଙ୍କ ଆଗରେ ଯାଇ ମହିମା ଗାନ କରିଥା’ନ୍ତି—ଆପଣ ସର୍ବଗୁଣ ସମ୍ପନ୍ନ... । ବାବା ତୁମକୁ ବୁଝାଉଛନ୍ତି— ତୁମେ ହିଁ ପୂଜ୍ୟ ଦେବତା ଥିଲ ପୁଣି ୬୩ ଜନ୍ମ ପୂଜାରୀ ହେଲ, ଏବେ ପୁଣି ପୂଜ୍ୟ ହେଉଛ । ବାବା ପୂଜ୍ୟ କରାଉଛନ୍ତି, ରାବଣ ପୂଜାରୀ କରାଉଛି । ଏହି କଥା କୌଣସି ଶାସ୍ତ୍ରରେ ନାହିଁ । ବାବା କୌଣସି ଶାସ୍ତ୍ର ପଢି ନାହାଁନ୍ତି । ସେ ହେଉଛନ୍ତି ଜ୍ଞାନର ସାଗର, ସର୍ବଶକ୍ତିର ଅଧିକାରୀ । ଅଲମାଇଟି ଅର୍ଥାତ୍ ସର୍ବଶକ୍ତିମାନ । ବାବା କହୁଛନ୍ତି ସମସ୍ତ ବେଦ ଶାସ୍ତ୍ର ଆଦିକୁ ଜାଣିଛି । ଏସବୁ ହେଉଛି ଭକ୍ତିମାର୍ଗର ସାମଗ୍ରୀ । ମୁଁ ଏସବୁ କଥାକୁ ଜାଣିଛି । ଦ୍ୱାପରରୁ ହିଁ ତୁମେ ପୂଜାରୀ ହେଉଛ । ସତ୍ୟଯୁଗ-ତ୍ରେତା ଯୁଗରେ ପୂଜା ହେଉ ନାହିଁ । ତାହା ହେଉଛି ପୂଜ୍ୟ କୁଳ ତା’ପରେ ପୁଣି ପୂଜାରୀ କୁଳ ହେଉଛି । ବର୍ତ୍ତମାନ ସମସ୍ତେ ପୂଜାରୀ ଅଟନ୍ତି । ଏହି କଥା କାହାକୁ ଜଣା ନାହିଁ । ବାବା ହିଁ ଆସି ୮୪ ଜନ୍ମର କାହାଣୀ ବତାଉଛନ୍ତି । ପୂଜ୍ୟ ପୂଜାରୀ ଏହି ସାରା ଖେଳ ତୁମ ଉପରେ ହିଁ ଆଧାରିତ । ହିନ୍ଦୁ ଧର୍ମ କହିଦେଉଛନ୍ତି ନା । ବାସ୍ତବରେ ଭାରତରେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ହିନ୍ଦୁ ନୁହେଁ । କେତେ କଥା ବୁଝାଇବାକୁ ପଡୁଛି । ଏହା ଗୋଟିଏ ସେକେଣ୍ଡର ପାଠପଢା ଅଟେ । ତଥାପି କେତେ ସମୟ ଲାଗିଯାଉଛି । କୁହାଯାଏ ସାଗରକୁ ସ୍ୟାହି ଆଉ ସାରା ଜଙ୍ଗଲକୁ କଲମ କଲେ ମଧ୍ୟ ଶେଷ ହୋଇପାରିବ ନାହିଁ । ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ତୁମକୁ ଜ୍ଞାନ ଶୁଣାଉଥିବି । ତୁମେ ଏହାର କେତେ ବହି ତିଆରି କରିବ । ଆରମ୍ଭରେ ମଧ୍ୟ ବାବା ସକାଳୁ-ସକାଳୁ ଉଠି ଲେଖୁଥିଲେ, ପୁଣି ମମ୍ମା ଶୁଣାଉଥିଲେ, ସେବେଠାରୁ ଛପା ହୋଇ ଆସୁଛି । କେତେ କାଗଜ ଶେଷ ହୋଇଥିବ । ଗୀତା ତ’ କେତେ ଛୋଟ । ଗୀତାର ଲକେଟ୍ ମଧ୍ୟ ତିଆରି କରିଥା’ନ୍ତି । ଗୀତାର ବହୁତ ପ୍ରଭାବ ରହିଛି, କିନ୍ତୁ ଗୀତା ଜ୍ଞାନ ଦାତାଙ୍କୁ ଭୁଲିଯାଇଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) ଜ୍ଞାନର ତରବାରୀ ଦ୍ୱାରା ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଜ୍ଞାନର ସଂସ୍କାର ନିଜ ଭିତରେ ଭରିବାକୁ ହେବ । ପୁରୁଣା ଦୁନିଆ ଏବଂ ପୁରୁଣା ଶରୀରର ସନ୍ନ୍ୟାସ କରିବାକୁ ହେବ ।

(୨) ଭାଗ୍ୟବାନ୍ ହେବାର ଖୁସିରେ ରହିବାକୁ ହେବ, କୌଣସି କଥାର ଚିନ୍ତା କରିବାର ନାହିଁ । ଯଦି କେହି ଶରୀର ଛାଡି ଦିଅନ୍ତି ତେବେ ବି ଦୁଃଖର ଲୁହ ଗଡାଇବାର ନାହିଁ ।

ବରଦାନ:-

ମୁକୁଟ ଏବଂ ସିଂହାସନକୁ ସର୍ବଦା କାୟମ ରଖୁଥିବା ନିରନ୍ତର ଯୋଗୀ, ସ୍ୱତଃ ଯୋଗୀ ହୁଅ ।

ବର୍ତ୍ତମାନ ସମୟରେ ବାବାଙ୍କ ଦ୍ୱାରା ସବୁ ପିଲାମାନଙ୍କୁ ମୁକୁଟ ଏବଂ ସିଂହାସନ ପ୍ରାପ୍ତ ହେଉଛି ଏବଂ ବର୍ତ୍ତମାନର ଏହି ମୁକୁଟ ଏବଂ ସିଂହାସନ ଭବିଷ୍ୟତରେ ଅନେକ ଜନ୍ମ ପର୍ଯ୍ୟନ୍ତ ମୁକୁଟ ଏବଂ ସିଂହାସନ ପ୍ରାପ୍ତ କରାଉଛି । ତେବେ ବିଶ୍ୱ କଲ୍ୟାଣର ଦାୟିତ୍ୱ ରୂପକ ମୁକୁଟ ଏବଂ ବାପଦାଦାଙ୍କର ହୃଦୟ ସିଂହାସନ ଯଦି ସଦାସର୍ବଦା କାୟମ ରହିବ ତେବେ ନିରନ୍ତର ଯୋଗୀ ଏବଂ ସ୍ୱତଃ ଯୋଗୀ ହୋଇଯିବ ଏବଂ କୌଣସି ପ୍ରକାରର ମେହନତ କରିବାକୁ ପଡିବ ନାହିଁ କାରଣ ପ୍ରଥମେ ତ ବାପଦାଦାଙ୍କ ସହିତ ଅତି ନିକଟତମ ସମ୍ବନ୍ଧରେ ରହିବ, ଦ୍ୱିତୀୟରେ ପ୍ରାପ୍ତି ମଧ୍ୟ ଅସରନ୍ତି ମିଳିବ ତେଣୁ ଯେଉଁଠାରେ ପ୍ରାପ୍ତି ହେଉଥାଏ ସେଠାରେ ସ୍ୱତଃ ଭାବରେ ସ୍ମୃତି ରହିଥାଏ ।

ସ୍ଲୋଗାନ:-

ପ୍ଳେନ ବୁଦ୍ଧି ଦ୍ୱାରା ପ୍ଳାନ୍ ଗୁଡିକୁ ପ୍ରାକ୍ଟିକଲ କର ଅର୍ଥାତ୍ ସ୍ୱଚ୍ଛ ବୁଦ୍ଧି ଦ୍ୱାରା ଯୋଜନା ଗୁଡିକୁ କାର୍ଯ୍ୟକାରୀ କର ତେବେ ସଫଳତା ନିଶ୍ଚିତ ମିଳିବ ।

*** ଓମ୍ ଶାନ୍ତି ***