21.11.23          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ମନ୍‌ମନାଭବ ଏବଂ ମଧ୍ୟାଜୀଭବର ମହାମନ୍ତ୍ର ଦ୍ୱାରା ହିଁ ଗୋଟିଏ ସେକେଣ୍ଡରେ ମୁକ୍ତି-ଜୀବନମୁକ୍ତି ପ୍ରାପ୍ତ କରିପାରିବ । ତେଣୁ ବାବାଙ୍କୁ ଯଥାର୍ଥ ଭାବରେ ଜାଣି ତାଙ୍କୁ ମନେ ପକାଅ ଏବଂ ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ ।”

ପ୍ରଶ୍ନ:-
କେଉଁ ନିଶା ଆଧାରରେ ତୁମେମାନେ ବାବାଙ୍କର ଶୋ ଅର୍ଥାତ୍ ପ୍ରତ୍ୟକ୍ଷତା କରିପାରିବ?

ଉତ୍ତର:-
ଏହି ନିଶା ରହୁ ଯେ ଆମେ ବର୍ତ୍ତମାନ ଭଗବାନଙ୍କର ସନ୍ତାନ ହୋଇଛୁ । ସିଏ ଆମକୁ ପାଠପଢାଉଛନ୍ତି । ଆମକୁ ହିଁ ସବୁ ମନୁଷ୍ୟ ମାତ୍ରକୁ ପ୍ରକୃତ ରାସ୍ତା ଦେଖାଇବାକୁ ହେବ । ବର୍ତ୍ତମାନ ଆମେ ସଂଗମଯୁଗରେ ଅଛୁ । ଆମକୁ ନିଜର ରାଜକୀୟ ଅର୍ଥାତ୍ ମର୍ଯ୍ୟାଦା ସମ୍ପନ୍ନ ଚଳଣି ଦ୍ୱାରା ବାବାଙ୍କର ନାମକୁ ପ୍ରସିଦ୍ଧ କରିବାକୁ ହେବ । ବାବା ଏବଂ ଶ୍ରୀକୃଷ୍ଣଙ୍କର ମହିମା ସମସ୍ତଙ୍କୁ ଶୁଣାଇବାକୁ ହେବ ।

ଗୀତ:-
ଆନେ ବାଲେ କଲ କି ତୁମ ତକଦୀର ହୋ...

ଓମ୍ ଶାନ୍ତି ।
ଏହି ଗୀତ ତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଗାୟନ ହେଉଥିଲା । କିନ୍ତୁ ଦୁନିଆର ଭାଗ୍ୟ କାହାକୁ କୁହାଯାଏ, ଏକଥା ଭାରତବାସୀମାନେ ଜାଣିନାହାଁନ୍ତି । ଏହା ତ’ ସାରା ଦୁନିଆର ପ୍ରଶ୍ନ ସାରା ଦୁନିଆର ଭାଗ୍ୟକୁ ପରିବର୍ତ୍ତନ କରିବା, ନର୍କ ଦୁନିଆକୁ ସ୍ୱର୍ଗରେ ପରିଣତ କରିବା କାର୍ଯ୍ୟ କେହି ମଣିଷ କରିପାରିବେ ନାହିଁ । ଏହି ମହିମା କୌଣସି ମଣିଷର ନୁହେଁ । ଯଦି ଏହି ମହିମା କୃଷ୍ଣଙ୍କର ବୋଲି କୁହାଯିବ ତେବେ ତାଙ୍କୁ କେହି ଗାଳି ଦେଇପାରିବେ ନାହିଁ । ମନୁଷ୍ୟ ଏକଥା ମଧ୍ୟ ଜାଣିନାହାଁନ୍ତି ଯେ ଶ୍ରୀକୃଷ୍ଣ ଚତୁର୍ଥୀର ଚନ୍ଦ୍ରମା କିପରି ଦେଖିଲେ ଯାହାଦ୍ୱାରା ତାଙ୍କ ଉପରେ କଳଙ୍କ ଲାଗିଗଲା । ବାସ୍ତବରେ ନା ଶ୍ରୀକୃଷ୍ଣଙ୍କ ଉପରେ ନା ଗୀତାର ଭଗବାନଙ୍କ ଉପରେ କଳଙ୍କ ଲାଗିଥାଏ । ବ୍ରହ୍ମାଙ୍କ ଉପରେ ହିଁ କଳଙ୍କ ଲାଗିଥାଏ । ଯଦିଓ ଶ୍ରୀକୃଷ୍ଣଙ୍କ ଉପରେ କଳଙ୍କ ଲଗାଇଛନ୍ତି କିନ୍ତୁ ତାହା ମଧ୍ୟ ହରଣ କରିବାର କଳଙ୍କ । ଶିବବାବାଙ୍କୁ ତ କେହି ଜାଣି ନାହାଁନ୍ତି । ତେବେ ସମସ୍ତେ ନିଶ୍ଚିତ ଭାବରେ ଈଶ୍ୱରଙ୍କୁ ପାଇବା ପାଇଁ ହିଁ ଘରୁ ପଳାଇ ଆସିଛନ୍ତି କିନ୍ତୁ ଈଶ୍ୱର ତ ଗାଳି ଖାଇବେ ନାହିଁ । ଈଶ୍ୱରଙ୍କୁ ବା ଶ୍ରୀକୃଷ୍ଣଙ୍କୁ ଗାଳି ଦେଇପାରିବେ ନାହିଁ କାରଣ ଉଭୟଙ୍କର ବହୁତ ଉଚ୍ଚ ମହିମା ରହିଛି । ଶ୍ରୀକୃଷ୍ଣଙ୍କର ମଧ୍ୟ ନମ୍ବରୱାନ ମହିମା ରହିଛି । ଲକ୍ଷ୍ମୀ-ନାରାୟଣଙ୍କର ଏତେ ମହିମା ନାହିଁ କାରଣ ସେମାନେ ବିବାହିତ ଥିଲେ । କିନ୍ତୁ ଶ୍ରୀକୃଷ୍ଣ ତ କୁମାର ଥିଲେ ସେଥିପାଇଁ ତାଙ୍କର ଅଧିକ ମହିମା ରହିଛି । ଯଦିଓ ଲକ୍ଷ୍ମୀ-ନାରାୟଣଙ୍କର ମହିମା ମଧ୍ୟ ଏପରି ଗାୟନ କରିବେ - ୧୬ କଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ.... କିନ୍ତୁ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ବୋଲି କହି ଦେଇଛନ୍ତି । ମନୁଷ୍ୟମାନେ ଭାବୁଛନ୍ତି ଏହି ମହିମା ପରମ୍ପରା ଅନୁସାରେ ଚାଲି ଆସୁଛି । ଏହି କଥାକୁ ବାସ୍ତବରେ କେବଳ ତୁମେମାନେ ହିଁ ଜାଣିଛ । ଏହା ହେଉଛି ଈଶ୍ୱରୀୟ ଜ୍ଞାନ, ଈଶ୍ୱର ନିଜେ ଆସି ରାମରାଜ୍ୟର ସ୍ଥାପନା କରୁଛନ୍ତି । ରାମରାଜ୍ୟକୁ ମନୁଷ୍ୟମାନେ ଜାଣିନାହାଁନ୍ତି । ବାବା ହିଁ ଆସି ଏହି ସବୁ କଥା ବୁଝାଉଛନ୍ତି । ସବୁ ଗୀତା ଉପରେ ହିଁ ନିର୍ଭର କରୁଛି, କିନ୍ତୁ ଗୀତାରେ ହିଁ ଭୁଲ ଲେଖିଦିଆଯାଇଛି । କୌରବ ପାଣ୍ଡବମାନଙ୍କ ମଧ୍ୟରେ ଯୁଦ୍ଧ ହୋଇ ହିଁ ନ ଥିଲା, ତେଣୁ ଅର୍ଜୁନଙ୍କର କଥା ହିଁ ନାହିଁ । ଏହି ପାଠ ତ ବାବା ଆସି ପାଠଶାଳାମାନଙ୍କରେ ପଢାଉଛନ୍ତି । ପାଠଶାଳା କେବେହେଲେ ଯୁଦ୍ଧସ୍ଥଳ ହୋଇପାରିବ ନାହିଁ? ବାକି ହଁ ଏହି ଯୁଦ୍ଧ ମାୟା ରାବଣ ସହିତ ହେଉଛି । ମାୟା ରାବଣ ଉପରେ ବିଜୟପ୍ରାପ୍ତ କରିବାକୁ ହେବ । ମାୟା ଉପରେ ବିଜୟୀ ହୋଇ ଜଗତଜିତ୍ ହେବାକୁ ପଡିବ । କିନ୍ତୁ ଏହି କଥାକୁ କେହି ଟିକିଏ ହେଲେ ମଧ୍ୟ ବୁଝିପାରୁ ନାହାଁନ୍ତି । ଏହା ମଧ୍ୟ ପୂର୍ବ ନିର୍ଦ୍ଧାରିତ ଡ୍ରାମା । ସେମାନେ ଶେଷ ସମୟରେ ଆସି ବୁଝିବେ ଏବଂ ଏହି କଥା ତୁମେ ପିଲାମାନେ ହିଁ ସମସ୍ତଙ୍କୁ ବୁଝାଇପାରିବ । ଭୀଷ୍ମ ପିତାମହ ଆଦିଙ୍କୁ ହିଂସାର ବାଣ ଇତ୍ୟାଦି ମାରିବାର କୌଣସି କଥା ହିଁ ନାହିଁ । ଶାସ୍ତ୍ରରେ ଏଭଳି ବହୁତ କିଛି କଥା ଲେଖି ଦେଇଛନ୍ତି । ମାତାମାନଙ୍କୁ ସେମାନଙ୍କ ପାଖକୁ ଯାଇ ସମୟ ମାଗିବା ଦରକାର । କହିବା ଦରକାର ଯେ ଆମେ ଆପଣଙ୍କ ସହିତ ଗୀତା ଜ୍ଞାନ ଦାତା ଭଗବାନଙ୍କ ବିଷୟରେ କିଛି କଥା ହେବାକୁ ଚାହୁଁଛୁ । ଗୀତା ସ୍ୱୟଂ ଭଗବାନ ଶୁଣାଇଛନ୍ତି । ସମସ୍ତ ମହିମା ତ ଭଗବାନଙ୍କର । ଶ୍ରୀକୃଷ୍ଣଙ୍କର ମହିମା ଅଲଗା । ଆମକୁ ତ ଏହି କଥା ଉପରେ ସଂଶୟ ଆସୁଛି । ରୁଦ୍ର ଭଗବାନୁବାଚ - ତାଙ୍କର ହେଉଛି ଏହି ରୁଦ୍ର ଜ୍ଞାନ ଯଜ୍ଞ । ଏହା ନିରାକାର ପରମପିତା ପରମାତ୍ମାଙ୍କର ଇଏ ହେଉଛି ଜ୍ଞାନ ଯଜ୍ଞ । କିନ୍ତୁ ମନୁଷ୍ୟମାନେ କହିଦେଉଛନ୍ତି କୃଷ୍ଣ ଭଗବାନୁବାଚ । ଭଗବାନ ବାସ୍ତବରେ ଜଣେ, ତାଙ୍କର ମହିମା ଲେଖିବା ଆବଶ୍ୟକ । କୃଷ୍ଣଙ୍କର ମହିମା ମଧ୍ୟ ଲେଖିବା ଆବଶ୍ୟକ । ତେବେ ଉଭୟଙ୍କ ମଧ୍ୟରୁ ଗୀତାର ଭଗବାନ କିଏ? ଗୀତାରେ ଲିଖିତ ଅଛି ସହଜ ରାଜଯୋଗ । ବାବା କହୁଛନ୍ତି ବେଦହର ସନ୍ନ୍ୟାସ କର । ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ଛାଡି ନିଜକୁ ଆତ୍ମା ମନେ କର, ମନମନାଭବ, ମଧ୍ୟାଜୀଭବ । ବାବା ତ ବହୁତ ଭଲ ଭାବରେ ବୁଝାଉଛନ୍ତି । ଗୀତାରେ ଲେଖାହୋଇଛି ଶ୍ରୀମଦ୍ ଭଗବାନୁବାଚ । ତେବେ ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ ତ କେବଳ ପରମପିତା ପରମାତ୍ମାଙ୍କୁ ହିଁ କୁହାଯିବ । କୃଷ୍ଣ ତ ଦୈବୀଗୁଣ ସମ୍ପନ୍ନ ମନୁଷ୍ୟ ଅଟନ୍ତି । ଗୀତାର ଭଗବାନ ତ ହେଉଛନ୍ତି ଶିବ, ଯିଏକି ରାଜଯୋଗ ଶିଖାଇଥିଲେ । ଶେଷରେ ସମସ୍ତ ଧର୍ମର ବିନାଶ ହୋଇ ବାସ୍ତବରେ ଗୋଟିଏ ଧର୍ମର ସ୍ଥାପନା ହୋଇଥିଲା । ସତ୍ୟଯୁଗରେ କେବଳ ଗୋଟିଏ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା । ତେବେ ସେହି ଧର୍ମ କୃଷ୍ଣ ନୁହଁନ୍ତି, ସ୍ୱୟଂ ଭଗବାନ ସ୍ଥାପନା କରିଥିଲେ । ଏହି ମହିମା ହେଉଛି ତାଙ୍କରି । ତାଙ୍କୁ ତ୍ୱମେବ ମାତାଶ୍ଚ ପିତା ବୋଲି କୁହାଯାଏ । କୃଷ୍ଣଙ୍କୁ ତ ମାତାପିତା ବୋଲି କୁହାଯାଇପାରିବ ନାହିଁ । ତୁମକୁ ତ ସତ୍ୟ ପିତାଙ୍କର ପରିଚୟ ଦେବାକୁ ହେବ । ତୁମେମାନେ ବୁଝାଇପାରିବ ଯେ ଭଗବାନ ହିଁ ହେଉଛନ୍ତି ମୁକ୍ତିଦାତା ଏବଂ ପଥ ପ୍ରଦର୍ଶକ ଯିଏକି ସମସ୍ତଙ୍କୁ ସାଥିରେ ପରମଧାମ ଘରକୁ ନେଇ ଯାଉଛନ୍ତି । ମଶା ମାଛି ସଦୃଶ ସମସ୍ତଙ୍କୁ ସାଥିରେ ନେଇଯିବା ଏହା କେବଳ ଶିବବାବାଙ୍କର ହିଁ କାମ । ସୁପ୍ରିମ ଶବ୍ଦ ମଧ୍ୟ ବହୁତ ଭଲ । ତେବେ ଶିବ ପରମପିତା ପରମାତ୍ମାଙ୍କର ମହିମା ଅଲଗା, କୃଷ୍ଣଙ୍କର ମହିମା ଅଲଗା, ଉଭୟଙ୍କର ମହିମାକୁ ସିଦ୍ଧ କରି ବୁଝାଇବାକୁ ହେବ । ଶିବବାବା ତ ଜନ୍ମ ମୃତ୍ୟୁରେ ଆସନ୍ତି ନାହିଁ । ସିଏ ପତିତ-ପାବନ ଅଟନ୍ତି । ଶ୍ରୀକୃଷ୍ଣ ତ ପୁରା ୮୪ ଜନ୍ମ ନେଉଛନ୍ତି । ତେବେ ପରମାତ୍ମା କାହାକୁ କୁହାଯିବ? ଏକଥା ମଧ୍ୟ ଲେଖିବା ଆବଶ୍ୟକ । ବେହଦର ପିତାଙ୍କୁ ନ ଜାଣିବା କାରଣରୁ ହିଁ ଅନାଥ ଏବଂ ଦୁଃଖୀ ହୋଇଯାଇଛନ୍ତି । ଯେହେତୁ ସତ୍ୟଯୁଗରେ ସମସ୍ତେ ସନାଥ ହୋଇଯାଉଛନ୍ତି ତେଣୁ ନିଶ୍ଚିତ ସୁଖୀ ହୋଇଥିବେ । ଏହିଭଳି ସ୍ପଷ୍ଟ ଶବ୍ଦ ରହିବା ଆବଶ୍ୟକ । ବାବା କହୁଛନ୍ତି ମୋତେ ମନେ ପକାଅ ଏବଂ ସମ୍ପତ୍ତି ନିଅ । ଏବେ ମଧ୍ୟ ଶିବବାବା ଏପରି କହୁଛନ୍ତି କି ମୋତେ ମନେ ପକାଅ ତେବେ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳିଯିବ । ଶିବବାବାଙ୍କର ସମ୍ପୂର୍ଣ୍ଣ ମହିମା ଲେଖିବାକୁ ହେବ । ଶିବାୟ ନମଃ, ତାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି । ଏହି ସୃଷ୍ଟିଚକ୍ରର ରହସ୍ୟକୁ ବୁଝିଲେ ହିଁ ତୁମେ ସ୍ୱର୍ଗର ଅଧିକାରୀ ହୋଇଯିବ । ଏବେ ବିଚାର କର ଠିକ୍ କ’ଣ? ତୁମମାନଙ୍କୁ ସନ୍ନ୍ୟାସୀମାନଙ୍କ ଆଶ୍ରମକୁ ଯାଇ ତାଙ୍କ ସହିତ ବ୍ୟକ୍ତିଗତ ଭାବରେ ସାକ୍ଷାତ୍ କରିବା ଆବଶ୍ୟକ । ସଭାରେ ତ ସେମାନଙ୍କର ବହୁତ ଅହଂକାର ରହିଥାଏ ।

ତୁମମାନଙ୍କ ବୁଦ୍ଧିରେ ଏହା ରହିବା ଆବଶ୍ୟକ ଯେ ମନୁଷ୍ୟମାନଙ୍କୁ ପ୍ରକୃତ ରାସ୍ତା କିଏ ଦେଖାଇବ? ଭଗବାନୁବାଚ - ସାଧୁମାନଙ୍କର ଉଦ୍ଧାର ମଧ୍ୟ ମୁଁ କରୁଛି । ମୁକ୍ତିଦାତାର ଶବ୍ଦ ମଧ୍ୟ ରହିଛି ନା । ବେହଦର ବାବା ହିଁ କହୁଛନ୍ତି ମୋର ହୋଇଯାଅ । ପିତାଙ୍କର ପ୍ରତ୍ୟକ୍ଷତା ପୁତ୍ର ଦ୍ୱାରା ହୋଇଥାଏ ଏବଂ ପୁତ୍ରର ପ୍ରତ୍ୟକ୍ଷତା ପିତାଙ୍କ ଦ୍ୱାରା ମଧ୍ୟ ହୋଇଥାଏ । ଶ୍ରୀକୃଷ୍ଣଙ୍କୁ ତ ପିତା ବୋଲି କୁହାଯିବ ନାହିଁ । ଈଶ୍ୱର ପିତାଙ୍କର ସମସ୍ତେ ସନ୍ତାନ ହୋଇପାରିବେ । କିନ୍ତୁ ସବୁ ମନୁଷ୍ୟ ତ ସନ୍ତାନ ହୋଇପାରିବେ ନାହିଁ । ତେବେ ତୁମମାନଙ୍କୁ ବୁଝାଇବାର ବହୁତ ନିଶା ରହିବା ଆବଶ୍ୟକ । ବେହଦର ପିତାଙ୍କର ଆମେ ସମସ୍ତେ ସନ୍ତାନ । ଯେପରି ରାଜାଙ୍କର ପୁତ୍ର ରାଜକୁମାରମାନଙ୍କର ମଧ୍ୟ କେତେ ରାଜକୀୟ ଚାଲିଚଳଣି ହୋଇଥାଏ । କିନ୍ତୁ ଭାରତବାସୀମାନେ ବିଚରା ଶ୍ରୀକୃଷ୍ଣଙ୍କ ଉପରେ କେତେ କଳଙ୍କ ଲଗାଇ ଦେଇଛନ୍ତି । ତେବେ ସେମାନେ କହିବେ ଯେ ଭାରତବାସୀ ତ ତୁମେମାନେ ମଧ୍ୟ ଅଟ । ତେବେ ତୁମେମାନେ କୁହ ଯେ ହଁ ଆମେ ମଧ୍ୟ ଭାରତବାସୀ ଅଟୁ କିନ୍ତୁ ଆମେ ଏବେ ସଂଗମଯୁଗରେ ଅଛୁ । ଏବେ ଆମେ ଭଗବାନଙ୍କର ସନ୍ତାନ ହୋଇଛୁ ଏବଂ ଭଗବାନଙ୍କ ଦ୍ୱାରା ପାଠ ପଢୁଛୁ । ଭଗବାନୁବାଚ - ମୁଁ ତୁମମାନଙ୍କୁ ରାଜଯୋଗ ଶିଖାଉଛି । ଏହି କଥା ଶ୍ରୀକୃଷ୍ଣଙ୍କ ପାଇଁ ତ କୁହାଯାଇ ପାରିବ ନାହିଁ । ଆଗକୁ ଗଲେ ଏହି କଥାକୁ ସମସ୍ତେ ବୁଝିଯିବେ । ରାଜା ଜନକ ମଧ୍ୟ ଈଶାରାରେ ଏହି କଥାକୁ ବୁଝିଯାଇଥିଲେ ନା । ପରମପିତା ପରମାତ୍ମାଙ୍କୁ ମନେ ପକାଇଲେ ଏବଂ ଧ୍ୟାନରେ ଚାଲିଗଲେ । ଏମିତି ତ ଧ୍ୟାନରେ ବହୁତ ଚାଲିଯାଉଛନ୍ତି । ତେବେ ଧ୍ୟାନ ଦ୍ୱାରା ନିରାକାରୀ ଦୁନିଆ ଏବଂ ବୈକୁଣ୍ଠର ସାକ୍ଷାତ୍‌କାର କରିଥା’ନ୍ତି । ଏକଥା ତ ତୁମେମାନେ ଜାଣିଛ ଆମେ ସମସ୍ତେ ନିରାକାରୀ ଦୁନିଆର ନିବାସୀ ଅଟୁ ପରମଧାମରୁ ଏଠାକୁ ଆସି ନିଜ ନିଜର ଅଭିନୟ କରିଥାଉ । ବିନାଶ ମଧ୍ୟ ସମ୍ମୁଖରେ ଉପସ୍ଥିତ । ବୈଜ୍ଞାନିକମାନେ ଚନ୍ଦ୍ରମା ଉପରକୁ ଯିବା ପାଇଁ ବୁଦ୍ଧି ଖର୍ଚ୍ଚ କରିବାରେ ଲାଗିଛନ୍ତି - ଏହା ହେଉଛି ବିଜ୍ଞାନର ଅତି ଅହଂକାର ଯାହାଦ୍ୱାରା ପୁଣି ନିଜର ହିଁ ବିନାଶ କରୁଛନ୍ତି । ବାକି ଚନ୍ଦ୍ରପୃଷ୍ଠ ଆଦିରେ କିଛି ନାହିଁ । ଏକଥା ତ ବହୁତ ଭଲ କଥା କିନ୍ତୁ ବୁଝାଇବାର ଶୈଳୀ ଜଣାଥିବା ଦରକାର । ଆମର ଶିକ୍ଷାଦାତା ହେଉଛନ୍ତି ସର୍ବୋଚ୍ଚ ପିତା ପରମାତ୍ମା । ଶିବବାବାଙ୍କର ମହିମା ଅଲଗା ଶ୍ରୀକୃଷ୍ଣଙ୍କର ମହିମା ଅଲଗା । ଏହା ହେଉଛି ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ ଯେଉଁଥିରେ ସବୁ କିଛି ସ୍ୱାହା ହୋଇଯିବ । ତେବେ ଏହି ଜ୍ଞାନ ତ ବହୁତ ଭଲ କିନ୍ତୁ ବୋଧହୁଏ ଟିକିଏ ଡେରି ଅଛି ।

ବୁଝାଇବା ପାଇଁ ମଧ୍ୟ ଏହା ବହୁତ ଭଲ ଯୁକ୍ତି - ଗୋଟିଏ ହେଲା ଆତ୍ମିକ ଯାତ୍ରା ଅନ୍ୟଟି ହେଲା ଶାରୀରିକ ଯାତ୍ରା । ବାବା କହୁଛନ୍ତି ଯଦି ମୋତେ ମନେ ପକାଇବ ତେବେ ତୁମର ଅନ୍ତିମ ସ୍ମୃତି ଅନୁସାରେ ଗତି ହୋଇଯିବ । ଏହି କଥା ଆତ୍ମିକ ପିତାଙ୍କ ବ୍ୟତିତ ଅନ୍ୟ କେହି ଶିଖାଇପାରିବେ ନାହିଁ । ଏହିଭଳି ଯୁକ୍ତି ସବୁ ଲେଖିବା ଆବଶ୍ୟକ । ମନମନାଭବ, ମଧ୍ୟାଜୀଭବର ମହାମନ୍ତ୍ର ଦ୍ୱାରା ହିଁ ମୁକ୍ତି-ଜୀବନମୁକ୍ତିର ଯାତ୍ରା କରିପାରିବ । ଏହି ଯାତ୍ରା ତ ବାବା ହିଁ କରାଇପାରିବେ । ଶ୍ରୀକୃଷ୍ଣ ତ କରାଇପାରିବେ ନାହିଁ । ଯୋଗର ମଧ୍ୟ ଅଭ୍ୟାସ କରିବାକୁ ପଡିବ । ଯେତେ ଯେତେ ଯୋଗ କରିବ ସେତେ ଖୁସି ଆସିବ । କିନ୍ତୁ ମାୟା ଯୋଗ କରାଇ ଦେଉନାହିଁ । ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ସେବା ତ ସମସ୍ତେ କରୁଛନ୍ତି, କିନ୍ତୁ ସେବା ମଧ୍ୟ ଉଚ୍ଚ ନୀଚ୍ଚ ରହିଛି ନା । କାହାକୁ ବି ବାବାଙ୍କର ପରିଚୟ ଦେବା ବହୁତ ସହଜ । ଆଚ୍ଛା - ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ । ଆଚ୍ଛା!

ରାତ୍ରି କ୍ଲାସ୍‌:-

ଯେପରି ମନୁଷ୍ୟମାନେ ଗ୍ରୀଷ୍ମ ସମୟରେ ପାହାଡ ଶିଖରକୁ ପ୍ରାକୃତିକ ପରିବେଶ ବା ଖୋଲା ପବନର ଅନୁଭବ କରିବା ପାଇଁ ଯାଇଥା’ନ୍ତି । ଘରେ ରହିଲେ କିମ୍ବା ଅଫିସ୍‌କୁ ଗଲେ ସବୁବେଳେ କର୍ମ ଧନ୍ଦା କଥା ବୁଦ୍ଧିରେ ରହିଥାଏ । ବାହାରକୁ ଚାଲିଗଲେ ଅଫିସ୍ କିମ୍ବା ଘରର ଚିନ୍ତାରୁ ମୁକ୍ତ ହୋଇଯାଇଥା’ନ୍ତି । ତୁମେମାନେ ମଧ୍ୟ ଏଠାକୁ ସତେଜ ହେବାକୁ ଆସୁଛ । ତୁମେ ଅଧାକଳ୍ପ ହେବ ଭକ୍ତି କରି କରି ଥକିଯାଇଛ, ଏହି ପୁରୁଷୋତ୍ତମ ସଂଗମଯୁଗରେ ତୁମମାନଙ୍କୁ ଜ୍ଞାନ ମିଳୁଛି । ଏହି ଜ୍ଞାନ ଏବଂ ଯୋଗ ଦ୍ୱାରା ତୁମେମାନେ ପୁଣି ସତେଜ ହୋଇଯାଉଛ । ତୁମେ ଜାଣିଛ ଏହି ପୁରୁଣା ଦୁନିଆ ଏବେ ବିନାଶ ହେବାକୁ ଯାଉଛି, ବର୍ତ୍ତମାନ ହିଁ ନୂଆ ଦୁନିଆର ସ୍ଥାପନା ହେଉଛି । ତେବେ ସମ୍ପୂର୍ଣ୍ଣ ପ୍ରଳୟ ତ କେବେ ବି ହୁଏ ନାହିଁ କିନ୍ତୁ ମନୁଷ୍ୟମାନେ ଭାବୁଛନ୍ତି ଦୁନିଆ ସମ୍ପୂର୍ଣ୍ଣ ବିନାଶ ହୋଇଯାଏ କିନ୍ତୁ ବାସ୍ତବରେ ଏପରି ହୁଏ ନାହିଁ । କେବଳ ପରିବର୍ତ୍ତନ ହୁଏ । ଏହା ହେଉଛି ପୁରୁଣା ଦୁନିଆ ନର୍କ । ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ କାହାକୁ କୁହାଯାଏ, ଏ କଥା ମଧ୍ୟ କେବଳ ତୁମେମାନେ ହିଁ ଜାଣିଛ । ତୁମମାନଙ୍କୁ ସବୁ କଥା ବିସ୍ତାର ଭାବରେ ବୁଝାଯାଇଛି ତୁମମାନଙ୍କ ବୁଦ୍ଧିରେ ବିସ୍ତାରରେ ରହିଛି । ତାହା ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ । ତେବେ ଏହାକୁ ବୁଝାଇବା ପାଇଁ ମଧ୍ୟ ସମ୍ପୂର୍ଣ୍ଣ ସ୍ୱଚ୍ଛବୁଦ୍ଧି ହେବା ଆବଶ୍ୟକ । ତେବେ ଏହିଭଳି ଭାବରେ ଯଦି କାହାକୁ ବି ବୁଝାଇବ ତାହାହେଲେ ସେ ତୁରନ୍ତ ବୁଝିଯିବେ । କେତେକ ସନ୍ତାନ ଜ୍ଞାନରେ ପରିପକ୍ୱ ହୋଇ ନ ଥିବାରୁ ଚାଲୁ ଚାଲୁ ଭାଙ୍ଗି ପଡୁଛନ୍ତି । ଭଗବାନୁବାଚ ମଧ୍ୟ ରହିଛି - ଆଶ୍ଚର୍ଯ୍ୟର ସହିତ ଶୁଣୁଛନ୍ତି, ଅନ୍ୟକୁ କହୁଛନ୍ତି.... । ଏଠାରେ ତ ମାୟା ସହିତ ଯୁଦ୍ଧ ଚାଲିଛି । ମାୟାଠାରୁ ମରି ଅର୍ଥାତ୍ ମାୟାକୁ ଛାଡି ଈଶ୍ୱରଙ୍କର ହୋଇଥା’ନ୍ତି, ପୁଣି ଈଶ୍ୱରଙ୍କୁ ଛାଡି ମାୟାର ହୋଇଯାଉଛନ୍ତି । ବାବାଙ୍କ କୋଳକୁ ଆସି ପୁଣି ଛାଡପତ୍ର ଦେଇଦେଉଛନ୍ତି । ମାୟା ମଧ୍ୟ ବହୁତ ପ୍ରବଳ, ଅନେକଙ୍କ ପାଇଁ ତୋଫାନ ନେଇ ଆସିଥାଏ । ତୁମେ ପିଲାମାନେ ମଧ୍ୟ ବୁଝୁଛ ଯେ ହାରିବା ଜିତିବା ହୋଇଥାଏ । ଏହା ହେଉଛି ହାର ଜିତ୍‌ର ଖେଳ । ୫ ବିକାର ତୁମକୁ ହରାଇ ଦେଇଛି । ବର୍ତ୍ତମାନ ତୁମେ ମାୟା ଉପରେ ବିଜୟୀ ହେବାର ପୁରୁଷାର୍ଥ କରୁଛ । କିନ୍ତୁ ବାସ୍ତବରେ ତୁମେମାନେ ହିଁ ବିଜୟୀ ହେବ । ଯେବେ କି ବାବାଙ୍କର ହୋଇଯାଇଛ ତେବେ ବହୁତ ମଜବୁତ ହେବା ଦରକାର । ତୁମେମାନେ ଦେଖୁଛ ମାୟା କେତେ ଆକର୍ଷିତ କରୁଛି । କେବେ କେବେ ଧ୍ୟାନରେ ଯିବା ଦ୍ୱାରା ବା ସାକ୍ଷାତ୍‌କାର ଦ୍ୱାରା ମାୟାର ପ୍ରବେଶତା ହୋଇଯାଏ । ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ୮୪ ଜନ୍ମର ଚକ୍ର ପୁରା କରିଛୁ । ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ଇତ୍ୟାଦି ବର୍ଣ୍ଣରେ ଆସି ଏବେ ପୁଣି ଶୁଦ୍ରରୁ ବ୍ରାହ୍ମଣ ହୋଇଛୁ । ବ୍ରାହ୍ମଣ ହୋଇ ପୁଣି ଦେବତା ହେବୁ । ଏକଥା ଭୁଲିଯିବା ଉଚିତ୍ ନୁହେଁ । ଯଦି ଏକଥା ବି ଭୁଲିଯିବ ତେବେ ପଛରେ ରହିଯିବ ପୁଣି ଦୁନିଆର କଥା ଭିତରକୁ ବୁଦ୍ଧି ଚାଲିଯିବ । ମୁରଲୀ ମଧ୍ୟ ମନେ ରହିବ ନାହିଁ । ବାବାଙ୍କୁ ମନେ ପକାଇବା ମଧ୍ୟ କଷ୍ଟ ଲାଗିବ । ଏହା ମଧ୍ୟ ଆଶ୍ଚର୍ଯ୍ୟର କଥା ନା ।

କେତେକ ସନ୍ତାନମାନେ ବ୍ୟାଚ୍ ଲଗାଇବାକୁ ମଧ୍ୟ ଲଜ୍ୟା କରନ୍ତି । ଏହା ମଧ୍ୟ ଦେହ-ଅଭିମାନ ଅଟେ ନା । ତୁମମାନଙ୍କୁ ଗାଳି ତ ଖାଇବାକୁ ହିଁ ହେବ । ଶ୍ରୀକୃଷ୍ଣ କେତେ ଗାଳି ଖାଇଥିଲେ! ସବୁଠାରୁ ଅଧିକ ଗାଳି ତ ଶିବବାବା ଖାଇଛନ୍ତି । ତା’ଙ୍କ ପରେ ହେଲେ ଶ୍ରୀକୃଷ୍ଣ । ପୁଣି ରାମ ସବୁଠାରୁ ଅଧିକ ଗାଳି ଖାଇଛନ୍ତି । ଏହିଭଳି କ୍ରମାନ୍ୱୟରେ ଅଛନ୍ତି । ତେବେ ଦେବତାମାନଙ୍କୁ ନିନ୍ଦା କରିବା ଦ୍ୱାରା ଭାରତର କେତେ ଗ୍ଲାନି ହୋଇଯାଇଛି । କିନ୍ତୁ ତୁମମାନଙ୍କୁ ଏଥିରେ ଡରିବାର ନାହଁ । ଆଚ୍ଛା! ମଧୁର ସନ୍ତାନମାନଙ୍କୁ ସ୍ନେହଭରା ଗୁଡ୍‌ନାଇଟ୍ । ଓଁ ଶାନ୍ତି ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବୁଦ୍ଧିରେ ବେହଦର ସନ୍ନ୍ୟାସ କରି ଆତ୍ମିକ ଯାତ୍ରାରେ ତତ୍ପର ରହିବାକୁ ହେବ । ଯୋଗଯାତ୍ରାରେ ରହିବାର ଅଭ୍ୟାସ କରିବାକୁ ହେବ ।

(୨) ପିତାଙ୍କର ପ୍ରତ୍ୟକ୍ଷତା ପୁତ୍ର ଦ୍ୱାରା ଏବଂ ପୁତ୍ରର ପ୍ରତ୍ୟକ୍ଷତା ପିତାଙ୍କ ଦ୍ୱାରା ହୋଇଥାଏ ତେଣୁ ସମସ୍ତଙ୍କୁ ବାବାଙ୍କର ସତ୍ୟ ପରିଚୟ ଦେବାକୁ ହେବ । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତିର ରାସ୍ତା ଦେଖାଇବାକୁ ହେବ ।

ବରଦାନ:-
ମାନସିକ ସେବା ଏବଂ ବାଣୀର ସେବାର ମିଶ୍ରଣ ଦ୍ୱାରା ଯାଦୁ ମନ୍ତ୍ର କରୁଥିବା ନବୀନତା ଏବଂ ବିଶେଷତା ସମ୍ପନ୍ନ ହୁଅ ।

ମାନସିକ ସେବା ଏବଂ ବାଣୀର ସେବାର ମିଳନ ଯାଦୁମନ୍ତ୍ର ଭଳି କାର୍ଯ୍ୟ କରିଥାଏ, ଏହାଦ୍ୱାରା ସଂଗଠନ ଭିତରେ ଆସୁଥିବା ଛୋଟ ଛୋଟ କଥା ସବୁ ଏଭଳି ସମାପ୍ତ ହୋଇଯିବ ଯାହାକି ତୁମେ ଭାବିବ ଏହା ତ ଯାଦୁ ହୋଇଗଲା । ଯଦି ମନ ଦ୍ୱାରା ସର୍ବଦା ଶୁଭଭାବନା ବା ଶୁଭ ଆଶୀର୍ବାଦ ଦେବାରେ ବ୍ୟସ୍ତ ରହିବ ତେବେ ମନର ହଲଚଲ୍ ମଧ୍ୟ ସମାପ୍ତ ହୋଇଯିବ, ପୁରୁଷାର୍ଥରେ କେବେ ବି ନିରାଶାଭାବ ଆସିବ ନାହିଁ ଏବଂ ସଂଗଠନ ଭିତରେ କେବେ ବି ବିଚଳିତ ହେବ ନାହିଁ । ମନ ଏବଂ ବାଣୀର ସମ୍ମିଳିତ ସେବା ଦ୍ୱାରା ବିହଙ୍ଗମାର୍ଗର ସେବାର ପ୍ରଭାବ ଦେଖିବାକୁ ପାଇବ । ତେଣୁ ସେବାରେ ଏବେ ଏହିଭଳି ନବୀନତା ଏବଂ ବିଶେଷତାରେ ସମ୍ପନ୍ନ ହୁଅ, ତାହା ହେଲେ ନଅ ଲକ୍ଷ ପ୍ରଜା ସହଜରେ ପ୍ରସ୍ତୁତ ହୋଇଯିବେ ।

ସ୍ଲୋଗାନ:-
ବୁଦ୍ଧି ଯଥାର୍ଥ ନିର୍ଣ୍ଣୟ ସେତେବେଳେ ଦେଇପାରିବ ଯେତେବେଳ ତୁମେ ପୁରା ପୁରା ନିର୍ବିକାରୀ ହୋଇଯିବ ।

ମାତେଶ୍ୱରୀଙ୍କର ମଧୁର ମହାବାକ୍ୟ:-

“କଳିଯୁଗ ଅସାର ସଂସାରରୁ ସତ୍ୟଯୁଗୀ ଶ୍ରେଷ୍ଠାଚାରୀ ଦୁନିଆକୁ ନେଇଯିବା କାହାର କାମ”

ଏହି କଳିଯୁଗୀ ସଂସାରକୁ ଅସାର ସଂସାର କାହିଁକି କୁହାଯାଉଛି? କାରଣ ଏହି ଦୁନିଆରେ କୌଣସି ସାର ବା ନିଷ୍କର୍ଷ ନାହିଁ ଅର୍ଥାତ୍ କୌଣସି ଜିନିଷରେ ଶକ୍ତି ନାହିଁ ଅର୍ଥାତ୍ ସୁଖ-ଶାନ୍ତି-ପବିତ୍ରତା ନାହିଁ । ତେଣୁ ଏହି ସୃଷ୍ଟିରେ ଦିନେ ସମ୍ପୂର୍ଣ୍ଣ ସୁଖ, ଶାନ୍ତି ଏବଂ ପବିତ୍ରତା ଥିଲା, ଏବେ ସେହି ଶକ୍ତି ନାହିଁ । କାରଣ ଏହି ସୃଷ୍ଟିରେ ୫ ଭୂତ ବା ବିକାରର ପ୍ରବେଶତା ହୋଇଛି । ସେଇଥିପାଇଁ ଏହି ସୃଷ୍ଟିକୁ ଭୟର ସାଗର, କର୍ମବନ୍ଧନର ସାଗର ବୋଲି କୁହାଯାଉଛି ଏବଂ ମନୁଷ୍ୟମାନେ ଦୁଃଖୀ ହୋଇ ପରମାତ୍ମାଙ୍କୁ ଡାକୁଛନ୍ତି, କହୁଛନ୍ତି ହେ ଭଗବାନ, ଆମକୁ ଏହି ଭବ ସାଗରରୁ ପାରି କର, ଏଥିରୁ ଜଣାପଡୁଛି ଯେ ନିଶ୍ଚତ ଭାବରେ କୌଣସି ଅଭୟ ଅର୍ଥାତ୍ ନିର୍ଭୟର ସଂସାର ମଧ୍ୟ ଅଛି ଯେଉଁଠାକୁ ଯିବାକୁ ଚାହୁଁଛନ୍ତି । ସେଥିପାଇଁ ଏହି ସଂସାରକୁ ପାପର ସାଗର ବୋଲି କୁହାଯାଉଛି ଯେଉଁଠାରୁ ପାରି ହୋଇ ପୁଣ୍ୟର ଦୁନିଆକୁ ଯିବା ପାଇଁ ଚାହୁଁଛନ୍ତି । ତେବେ ଦୁଇଟି ଦୁନିଆ ରହିଛି, ଗୋଟିଏ ହେଲା ସତ୍ୟଯୁଗୀ ଶ୍ରେଷ୍ଠାଚାରୀ ଦୁନିଆ ଏବଂ ଅନ୍ୟଟି ହେଲା କଳିଯୁଗୀ ଭ୍ରଷ୍ଟାଚାରୀ ଦୁନିଆ । ଉଭୟ ଦୁନିଆ ଏହି ସୃଷ୍ଟିରେ ହିଁ ରହିଥାଏ । ଆଚ୍ଛା! । ଓଁ ଶାନ୍ତି ।