22.03.20    Avyakt Bapdada     Odia Murli     14.12.85     Om Shanti     Madhuban


ବର୍ତ୍ତମାନର ଏହି ଜୀବନ ହିଁ ଭବିଷ୍ୟତର ଦର୍ପଣ (ମଧୁବନ ନିବାସୀଙ୍କ ସହିତ)

 


ଆଜି ବିଶ୍ୱର ରଚୟିତା ବାବା ନିଜର ମାଷ୍ଟର ରଚୟିତା ପିଲାମାନଙ୍କୁ ଦେଖୁଛନ୍ତି । ମାଷ୍ଟର ରଚୟିତା ପିଲାମାନେ ନିଜର ରଚୟିତା ପଣିଆର ସ୍ମୃତିରେ କେତେ ସମୟ ସ୍ଥିତ ରହୁଛନ୍ତି ତାହା ଦେଖୁଛନ୍ତି । ତୁମେ ରଚୟିତାମାନଙ୍କର ବିଶେଷ ଏବଂ ପ୍ରଥମ ରଚନା ଏହି ଦେହ ଅଟେ । ତେଣୁ ଏହି ଦେହ ରୂପୀ ରଚନାର ରଚୟିତା ନିଜକୁ କେତେ ଅନୁଭବ କରୁଛ ? ଦେହ ରୂପକ ରଚନା କେବେକେବେ ନିଜ ଆଡକୁ ଆକର୍ଷିତ କରି ରଚୟିତା ପଣିଆକୁ ବିସ୍ମୃତି କରାଇ ଦେଉନାହିଁ ତ ? ନିଜେ ମାଲିକ ହୋଇ ଏହି ରଚନାକୁ ସେବାରେ ଲଗାଉଛ ? ଯେତେବେଳେ ଚାହିଁବ, ଯାହା ଚାହିଁବ ମାଲିକ ହୋଇ କରିପାରିବ ? ପ୍ରଥମେ ପ୍ରଥମେ ଏହି ଦେହର ମାଲିକ ହେବାର ଅଭ୍ୟାସ ହିଁ ପ୍ରକୃତିର ମାଲିକ ବା ବିଶ୍ୱର ମାଲିକ କରାଇପାରିବ । ଯଦି ଏହି ଦେହର ମାଲିକ ହେବାରେ ସମ୍ପୂର୍ଣ୍ଣ ସଫଳତା ନାହିଁ ତେବେ ବିଶ୍ୱର ମାଲିକ ହେବାରେ ମଧ୍ୟ ସମ୍ପନ୍ନ ହୋଇପାରିବ ନାହିଁ । ବର୍ତ୍ତମାନ ସମୟର ଏହି ଜୀବନ ଭବିଷ୍ୟତର ଦର୍ପଣ । ଏହି ଦର୍ପଣ ଦ୍ୱାରା ନିଜର ଭବିଷ୍ୟତକୁ ସ୍ପଷ୍ଟ ଭାବରେ ଦେଖିପାରିବ । ପ୍ରଥମେ ଏହି ଦେହର ସମ୍ବନ୍ଧ ଏବଂ ସଂସ୍କାରର ଅଧିକାରୀ ହେବାର ଆଧାର ଉପରେ ହିଁ ମାଲିକ ପଣିଆର ସଂସ୍କାର ଆଧାରିତ । ତେବେ ସମ୍ବନ୍ଧରେ ନ୍ୟାରା ଅର୍ଥାତ୍ ସମସ୍ତଙ୍କଠାରୁ ଅଲଗା ଏବଂ ପ୍ୟାରା ଅର୍ଥାତ୍ ସମସ୍ତଙ୍କର ପ୍ରିୟ ହେବାର ଗୁଣ ହିଁ ମାଲିକ ପଣିଆର ଲକ୍ଷଣ । ନିଜର ସଂସ୍କାରରେ ନିର୍ମାନ ଅର୍ଥାତ୍ ନିରାହଂକାରୀ ହେବା ଏବଂ ନିର୍ମାଣ ଅର୍ଥାତ୍ ରଚନାତ୍ମକ ସ୍ୱଭାବକୁ ଧାରଣ କରିବା - ଏହି ଦୁଇଟି ବିଶେଷତା ମାଲିକ ପଣିଆର ଚିହ୍ନ । ଏହା ଛଡା ସମସ୍ତଙ୍କ ସହିତ ସମ୍ପର୍କ ରଖିବାରେ ସମସ୍ତଙ୍କର ସ୍ନେହୀ ହେଉଥିବ ଅର୍ଥାତ୍ ସମସ୍ତଙ୍କର ହୃଦୟର ଆଶୀର୍ବାଦ ବା ଶୁଭଭାବନା ସେହି ଆତ୍ମା ପ୍ରତି ଅନ୍ତରରୁ ବାହାରୁଥିବ । ଚାହେଁ ତାଙ୍କୁ କେହି ଜାଣିଥାନ୍ତୁ ବା ନ ଜାଣିଥାନ୍ତୁ ଦୂରର ସମ୍ବନ୍ଧ ବା ସମ୍ପର୍କୀୟ ହୋଇଥାନ୍ତୁ କିନ୍ତୁ ଯିଏବି ଦେଖିବେ ସେମାନେ ସ୍ନେହ କାରଣରୁ ଏଭଳି ଅନୁଭବ କରିବେ ଯେ ଇଏ ମୋର ଅତି ନିଜର ଅଟନ୍ତି, ବା ସ୍ନେହର ପରିଚୟ ଦ୍ୱାରା ନିଜର ପଣିଆର ଅନୁଭବ କରିବେ । ସମ୍ବନ୍ଧରେ ଦୂରତା ଥିଲେ ମଧ୍ୟ ତୁମର ସ୍ନେହ ତାଙ୍କୁ ଭରପୁରତାର ଅନୁଭବ କରାଇବ । ବିଶ୍ୱର ମାଲିକ ବା ଦେହର ମାଲିକ ହେବାର ଅଭ୍ୟାସୀ ଆତ୍ମାମାନଙ୍କ ଭିତରେ ଏହି ବିଶେଷତା ମଧ୍ୟ ଅନୁଭବ ହେବ । ସେମାନେ ଯେଉଁମାନଙ୍କ ସମ୍ପର୍କରେ ଆସିବେ ସେମାନଙ୍କୁ ସେହି ବିଶେଷ ଆତ୍ମାଙ୍କଠାରୁ ଦାତା ପଣିଆର ଅନୁଭୂତି ହେବ । ଏଭଳି ସଂକଳ୍ପ କାହା ଭିତରେ ବି ଆସିପାରିବ ନାହିଁ ଯେ ଇଏ କୌଣସି ନେଲାବାଲା ଆତ୍ମା । ତାଙ୍କଠାରୁ ସୁଖର, ଦାତା ପଣିଆର ବା ଶାନ୍ତି, ପ୍ରେମ, ଆନନ୍ଦ, ଖୁସି, ସହଯୋଗ, ସାହସ, ଉତ୍ସାହ, ଉମଙ୍ଗ -- ଏହିଭଳି କୌଣସି ନା କୌଣସି ବିଶେଷତାର ଦାତା ପଣିଆର ଅନୁଭୂତି ହେବ । ସର୍ବଦା ବିଶାଳ ବୁଦ୍ଧି ଏବଂ ବିଶାଳ ହୃଦୟ, ଯାହାକୁ ତୁମେମାନେ ଖୋଲା ହୃଦୟ ବୋଲି କହୁଛ - ଏହିଭଳି ଅନୁଭବ ହେଉଥିବ । ତେବେ ଏହି ସବୁ ଲକ୍ଷଣ ଗୁଡିକ ଦ୍ୱାରା ନିଜେ ନିଜକୁ ଚେକ୍ କର ଯେ ମୁଁ କଣ ହେବି ? ଦର୍ପଣ ତ ସମସ୍ତଙ୍କ ନିକଟରେ ଅଛି ନା । ତେବେ ନିଜେ ନିଜକୁ ଯେତିକି ଜାଣିପାରିବ ଅନ୍ୟ କେହି ସେତିକି ଜାଣିପାରିବ ନାହିଁ, ତେଣୁ ନିଜେ ନିଜକୁ ଚେକ୍ କର । ଆଚ୍ଛା!

ଆଜି ତ ବାପଦାଦା କେବଳ ମିଶିବା ପାଇଁ ଆସିଛନ୍ତି । ପୁଣି ବି ଯେତେବେଳେ ସମସ୍ତେ ଆସି ଯାଇଛନ୍ତି ତେଣୁ ବାପଦାଦାଙ୍କୁ ମଧ୍ୟ ସମସ୍ତଙ୍କୁ ସ୍ନେହ ଦେବା ସହିତ ସମସ୍ତଙ୍କର ସମ୍ମାନ ମଧ୍ୟ ରଖିବାକୁ ପଡୁଛି ସେଥିପାଇଁ ଏହିଭଳି ବାର୍ତ୍ତଳାପ କରିଲେ । ମଧୁବନ ନିବାସୀ କେବେ ବି ନିଜର ଅଧିକାର ଅର୍ଥାତ୍ ବାବାଙ୍କ ସହିତ ମିଳନ କରିବାର ସୁଯୋଗକୁ କେବେ ବି ହାତ ଛଡା କରନ୍ତି ନାହିଁ ପୁଣି ବି ବାବାଙ୍କ ନିକଟରେ ଅଛ, ବହୁତ କଥାରୁ ନିଶ୍ଚିନ୍ତ ଅଛ । ଯେଉଁମାନେ ବାହାରେ ରହୁଛନ୍ତି ଯାହା ବି ହେଲେ ସେମାନଙ୍କୁ ମେହନତ କରିବାକୁ ପଡୁଛି । ରୋଜଗାର କରି ଖାଇବା ଏହା କିଛି କମ୍ ମେହନତ ନୁହେଁ । ମଧୁବନରେ ରୋଜଗାର କରିବାର ଚିନ୍ତା ତ ନାହିଁ ନା । ବାପଦାଦା ଜାଣିଛନ୍ତି ପ୍ରବୃତ୍ତିରେ ଅର୍ଥାତ୍ ଘର ଗୃହସ୍ଥରେ ରହୁଥିବା ପିଲାମାନଙ୍କୁ ସହନ ମଧ୍ୟ କରିବାକୁ ପଡୁଛି, ବହୁତ କଥାର ସମ୍ମୁଖୀନ ମଧ୍ୟ କରିବାକୁ ପଡୁଛି । ହଂସ ଏବଂ ବଗମାନଙ୍କ ଭିତରେ ରହି ନିଜର ଉନ୍ନତି କରି ଆଗକୁ ବଢିଚାଲିଛନ୍ତି କିନ୍ତୁ ତୁମେମାନେ ଏହିଭଳି ଅନେକ କଥାରୁ ସ୍ୱତଃ ହିଁ ଦୂରରେ ଅଛ । ଆରାମରେ ରହୁଛ, ଆରାମରେ ଖାଉଛୁ ଏବଂ ଆରାମ ମଧ୍ୟ କରୁଛ ବାହାରେ ଯେକୌଣସି ଅଫିସ୍ କଚେରୀକୁ ଯାଉଥିବା ଆତ୍ମାମାନେ କଣ ଦିନରେ ଆରାମ କରୁଛନ୍ତି ? ଏଠାରେ ତ ଶରୀରକୁ ମଧ୍ୟ ଆରାମ ମିଳୁଛି ଏବଂ ବୁଦ୍ଧିକୁ ମଧ୍ୟ ଆରାମ ମିଳୁଛି, ତେଣୁ ମଧୁବନ ନିବାସୀଙ୍କର ସ୍ଥିତି ସମସ୍ତଙ୍କଠାରୁ ନମ୍ବରୱାନ ହୋଇଗଲା ନା, କାହିଁକି ନା ଗୋଟିଏ କାମ କରିବାକୁ ପଡୁଛି । ପାଠ ପଢିଲେ ମଧ୍ୟ ବାବା ହିଁ ପଢାଉଛନ୍ତି । ଯଦିଓ ସେବା କରୁଛ ତେବେ ମଧ୍ୟ ଯଜ୍ଞର ସେବା । ବେହଦ ପିତାଙ୍କର ବେହଦର ଘର । ତୁମର କେବଳ ଗୋଟିଏ ହିଁ କଥା ଏବଂ ଗୋଟିଏ ହିଁ ଚିନ୍ତା । ଏହା ମୋର ସେଣ୍ଟର - ଏକଥା ମଧ୍ୟ ନାହିଁ । କେବଳ ମୋର ଚାର୍ଜ ଅର୍ଥାତ୍ ମୋର ଦାୟିତ୍ୱ, ଏଭଳି ଭାବନା ରହିବା ଉଚିତ୍ ନୁହେଁ । ତେଣୁ ମଧୁବନ ନିବାସୀଙ୍କୁ ଅନେକ କଥାରେ ସହଜ ପୁରୁଷାର୍ଥ ଆଧାରରେ ସହଜ ପ୍ରାପ୍ତି ହେଉଛି । ଆଚ୍ଛା - ସମସ୍ତ ମଧୁବନ ନିବାସୀ ପିଲାମାନେ ଗୋଲଡେନ୍ ଜୁବଲୀ ଅର୍ଥାତ୍ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛ ନା । ତେବେ ଉତ୍ସବ ହିସାବରେ ପାଳନ କରିବାର କାର୍ଯ୍ୟକ୍ରମ କଥା କୁହାଯାଉ ନାହିଁ । ସେଥିପାଇଁ ତ ଫୋଲଡର୍ ଇତ୍ୟାଦି ଛପାଯାଇଛି । ତାହା ତ ହେଲା ବିଶ୍ୱର ସେବାର କାର୍ଯ୍ୟକ୍ରମ, କିନ୍ତୁ ତୁମେମାନେ ନିଜ ପାଇଁ କଣ ଯୋଜନା କରିଛ ? ନିଜ ଜୀବନରୂପୀ ଷ୍ଟେଜ ଉପରେ କେଉଁ ପାର୍ଟ କରିବ ? କାର୍ଯ୍ୟକ୍ରମର ମଞ୍ଚ ପାଇଁ ତ ବକ୍ତା ମଧ୍ୟ ପ୍ରସ୍ତୁତ କରୁଛ ଏବଂ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଯୋଜନା ମଧ୍ୟ ପ୍ରସ୍ତୁତ କରିଦେଉଛ କିନ୍ତୁ ନିଜର ଷ୍ଟେଜ ଅର୍ଥାତ୍ ସ୍ୱ-ସ୍ଥିତି ପାଇଁ ଯୋଜନା କଣ କରିଛ ? ଶୁଭକାର୍ଯ୍ୟ ସର୍ବଦା ନିଜ ଘରୁ ହିଁ ଆରମ୍ଭ କରାଯାଏ - ଏହା ତ ମଧୁବନ ନିବାସୀଙ୍କ ପାଇଁ ପ୍ରଜୁର୍ଯ୍ୟ ନା । ଯେତେବେଳେ କୌଣସି ଉତ୍ସବ ଆଦି ପାଳନ କରୁଛ ସେତେବେଳେ କଣ କରୁଛ ? ଦୀପ ଜଳାଉଛ ନା । ତେବେ ଗୋଲ୍ଡେନ୍ ଜୁବଲୀର ଦୀପ କିଏ ଜଳାଇବ ? ପ୍ରତ୍ୟେକ କଥାର ଶୁଭାରମ୍ଭ କିଏ କରିବ ? ମଧୁବନ ନିବାସୀଙ୍କ ଭିତରେ ସାହସ ଅଛି, ଉମଙ୍ଗ-ଉତ୍ସାହ ମଧ୍ୟ ଅଛି ଏବଂ ବାତାବରଣ ମଧ୍ୟ ଅନୁକୂଳ ଅଛି ଅର୍ଥାତ୍ ସବୁ ପ୍ରକାରର ସହଯୋଗ ରହିଛି । ଯେଉଁଠି ସମସ୍ତଙ୍କର ସହଯୋଗ ରହିଛି ସେଠାରେ ସବୁକିଛି ସହଜ ହୋଇଯାଏ । କେବଳ ଗୋଟିଏ କଥା କରିବାକୁ ପଡିବ । ତାହା କଣ ?

ବାପଦାଦା ସମସ୍ତଙ୍କ ପ୍ରତି ଏହି ଶ୍ରେଷ୍ଠ ଆଶା ରଖିଛନ୍ତି ଯେ ପ୍ରତ୍ୟେକ ସନ୍ତାନ ବାବାଙ୍କ ସମାନ ହୁଅନ୍ତୁ । ନିଜେ ସନ୍ତୁଷ୍ଟ ରହିବା ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଏହା ହିଁ ହେଉଛି ବିଶେଷତା । ପ୍ରଥମ ଏବଂ ମୁଖ୍ୟ କଥା ହେଲା ନିଜ ଉପରେ ଅର୍ଥାତ୍ ନିଜର ପୁରୁଷାର୍ଥରେ, ନିଜର ସ୍ୱଭାବ-ସଂସ୍କାରରେ ମୁଁ ସନ୍ତୁଷ୍ଟ ତ ? ବାବାଙ୍କ ସମ୍ମୁଖରେ ରଖି ଏହାକୁ ଚେକ୍ କରିବାକୁ ହେବ । ଯଦି ମୁଁ ଯଥାଶକ୍ତି ସନ୍ତୁଷ୍ଟ ଅଟେ ତେବେ ତାହା ଅଲଗା କଥା କିନ୍ତୁ ବାସ୍ତବିକ ସ୍ୱରୂପ ହିସାବରେ ଅର୍ଥାତ୍ ଶ୍ରୀମତ ଅନୁସାରେ ନିଜ ଉପରେ ସନ୍ତୁଷ୍ଟ ରହିବା ଏବଂ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବା - ଏହିଭଳି ସନ୍ତୁଷ୍ଟତା ହିଁ ମହାନତା । ଅନ୍ୟମାନେ ମଧ୍ୟ ଅନୁଭବ କରନ୍ତୁ ଯେ ଇଏ ଯଥାର୍ଥ ଭାବରେ ସନ୍ତୁଷ୍ଟ ଆତ୍ମା ଅଟନ୍ତି । କାରଣ ସନ୍ତୁଷ୍ଟତା ଭିତରେ ସବୁ କିଛି ଆସିଯାଉଛି । ସେଥିପାଇଁ ନା ନିଜେ ହଲଚଲ୍ ହୁଅ, ନା କାହାକୁ ହଲଚଲ୍ କର, ଏହାକୁ ହିଁ କୁହାଯାଏ ସନ୍ତୁଷ୍ଟତା । ହଲଚଲ୍ କରିବା ପାଇଁ ବହୁତ ଥିବେ କିନ୍ତୁ ତୁମେ ହଲ୍ଚଲ୍ ହେଉନଥିବ । ବିପରୀତ ବାତାବରଣ ରୂପୀ ଅଗ୍ନି ଠାରୁ ନିଜକୁ ନିଜେ ଦୂରେଇ ରଖି ସୁରକ୍ଷିତ ରହୁଥିବ । ଅନ୍ୟକୁ ଦେଖୁନଥିବ । କେବଳ ନିଜକୁ ଦେଖୁଥିବ - ମୋତେ କଣ କରିବାକୁ ହେବ । ମୋତେ ନିମିତ୍ତ ହୋଇ ଅନ୍ୟମାନଙ୍କୁ ଶୁଭଭାବନା ଏବଂ ଶୁଭକାମନାର ସହଯୋଗ ଦେବାକୁ ହେବ । ଏହା ହେଉଛି ବିଶେଷ ଧାରଣା ଏଥିରେ ସବୁ କିଛି ଆସିଯିବ । ଏଥିରେ ତ ଗୋଲ୍ଡେନ୍ ଜୁବଲୀ ପାଳନ କରିପାରିବ ନା । ମଧୁବନ ନିବାସୀଙ୍କୁ ନିମିତ୍ତ କରି କୁହାଯାଉଛି କିନ୍ତୁ ଏହା ତ ସମସ୍ତଙ୍କ ପାଇଁ ଆବଶ୍ୟକ । ମୋହଜିତ୍ ରାଜାର କାହାଣୀ ଶୁଣିଛ ନା । ସେହିଭଳି ସନ୍ତୁଷ୍ଟତାର କାହାଣୀ ତିଆରି କର । ଯାହାଙ୍କ ନିକଟକୁ କେହି ବି ଯାଆନ୍ତୁ, ଯେତେ ପ୍ରକାରର ପରୀକ୍ଷା ନିଅନ୍ତୁ କିନ୍ତୁ ସମସ୍ତଙ୍କ ମୁଖରୁ, ସମସ୍ତଙ୍କ ମନ ଭିତରୁ ସନ୍ତୁଷ୍ଟତାରୂପୀ ବିଶେଷତାର ଅନୁଭବର କଥା ବାହାରୁ । ଇଏ ତ ଏହିଭଳି ସ୍ୱଭାବର ଅଟନ୍ତି, ଏପରି କେହି ବି ନ କୁହନ୍ତୁ । ମୁଁ ନିଜେ କିପରି ଠିକ୍ ହେବି ଏବଂ ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି କରିବି - ଏହି ଗୋଟିଏ ଛୋଟିଆ କଥାଟିକୁ ଷ୍ଟେଜ୍ ଉପରେ ଦେଖାଅ । ଆଚ୍ଛା

ଦାଦୀମାନଙ୍କ ସହିତ:- ବାପଦାଦାଙ୍କ ନିକଟରେ ତୁମମାନଙ୍କର ହୃଦୟର ସଂକଳ୍ପ ଅବଶ୍ୟ ପହଞ୍ଚୁଛି । ଏତେ ସବୁ ଶ୍ରେଷ୍ଠ ଆତ୍ମାମାନଙ୍କର ଶ୍ରେଷ୍ଠ ସଂକଳ୍ପ ଗୁଡିକ ସାକାର ରୂପରେ ନିଶ୍ଚିତ ଭାବରେ କାର୍ଯ୍ୟକାରୀ ହେବ । ପ୍ଲାନ୍ ଅର୍ଥାତ୍ ଯୋଜନା ଗୁଡିକ ତ ବହୁତ ସୁନ୍ଦର ସୁନ୍ଦର ପ୍ରସ୍ତୁତ କରିଛ ଏବଂ ଏହି ପ୍ଲାନ ଗୁଡିକ ହିଁ ସମସ୍ତଙ୍କୁ ପ୍ଲେନ୍ କରିଦେବ ଅର୍ଥାତ୍ ସମସ୍ତଙ୍କ ଭିତରେ ବିଶ୍ୱାସ ଭରିଦେବ । ସାରା ବିଶ୍ୱ ଭିତରେ ବିଶେଷ ଆତ୍ମାମାନଙ୍କର ଶକ୍ତି ତ ଏହି ଗୋଟିଏ ସଂଗଠନ ହିଁ ଅଟେ । ଅନ୍ୟ କୌଣସି ଠାରେ ମଧ୍ୟ ଏହିଭଳି ବିଶେଷ ଆତ୍ମାମାନଙ୍କର ସଂଗଠନ ନାହିଁ । ଏଠାରେ ସଂଗଠନର ଶକ୍ତି ମଧ୍ୟ ବିଶେଷ ଅଟେ ସେଥିପାଇଁ ଏହି ସଂଗଠନ ଉପରେ ସମସ୍ତଙ୍କର ବିଶେଷ ନଜର ରହିଛି କାରଣ ଅନ୍ୟ ସବୁ ସଂଗଠନ ହଲ୍ଚଲ୍ରେ ଅଛନ୍ତି । ସମସ୍ତଙ୍କର ଗାଦି ହଲଚଲ୍ ହେଉଛି କିନ୍ତୁ ଏଠାରେ ରାଜତ୍ୱର ସ୍ଥାପନା ହେଉଛି । ଏଠାରେ କୌଣସି ଦେହଧାରୀ ଗୁରୁଙ୍କର ଗାଦି ନାହିଁ ସେଥିପାଇଁ ହଲଚଲ୍ ମଧ୍ୟ ନାହିଁ । ସ୍ୱରାଜ୍ୟର ଅଥବା ବିଶ୍ୱ ରାଜ୍ୟର ଗାଦି ଅର୍ଥାତ୍ ସିଂହାସନର ହିଁ ସ୍ଥାପନା ହେଉଛି । ଏମିତ ତ ସମସ୍ତେ ତୁମକୁ ହଲଚଲ୍ କରିବା ପାଇଁ ଚେଷ୍ଟା ମଧ୍ୟ କରିବେ କିନ୍ତୁ ତୁମମାନଙ୍କର ବିଶେଷ ସୁରକ୍ଷାର ଆଧାର ହେଲା ସଂଗଠନର ଶକ୍ତି । ସେଠାରେ ତ ପରସ୍ପରକୁ ଅଲଗା କରି ସଂଗଠନକୁ ଭଙ୍ଗ କରି ପୁଣି ହଲଚଲ୍ କରିଥାନ୍ତି ଅର୍ଥାତ୍ ବିଶୃଂଖଳା ସୃଷ୍ଟି କରିଥାନ୍ତି । ଏଠାରେ କିନ୍ତୁ ସଂଗଠନର ଶକ୍ତି ମଜୁବତ ଥିବା କାରଣରୁ ହଲଚଲ୍ କରିପାରିବ ନାହିଁ । ତେବେ ଏହି ସଂଗଠନ ଶକ୍ତିର ବିଶେଷତାକୁ ସର୍ବଦା ଆହୁରି ଆଗକୁ ଆଗକୁ ବଢାଇ ଚାଲ । ଏହି ସଂଗଠନ ହିଁ ତୁମ ପାଇଁ କିଲା ଅର୍ଥାତ୍ ଦୁର୍ଗ ସମାନ ଅଟେ । ସେଥିପାଇଁ କେହି ବି ତୁମକୁ ଆକ୍ରମଣ କରିପାରିବ ନାହିଁ । ତୁମମାନଙ୍କର ବିଜୟ ତ ସୁନିଶ୍ଚିତ କେବଳ ପୁନାରାବୃତ୍ତି କରିବାକୁ ହେବ । ତେବେ ଯେଉଁମାନେ ଏହାକୁ ପୁନରାବୃତ୍ତି କରିବାରେ ବୃଦ୍ଧିମାନ ଅଟନ୍ତି ସେହିମାନେ ହିଁ ବିଜୟୀ ହୋଇ ମଞ୍ଚ ଉପରେ ପ୍ରସିଦ୍ଧ ହୋଇଯାଆନ୍ତି । ତେଣୁ ସଂଗଠନର ଶକ୍ତି ହିଁ ବିଜୟର ବିଶେଷ ଆଧାର ସ୍ୱରୂପ ଅଟେ । ଏହି ସଂଗଠନ ହିଁ ସେବାର ବୃଦ୍ଧି କରାଇ ତୁମକୁ ସଫଳତା ପ୍ରାପ୍ତ କରାଇଛି । ଦାଦୀମାନେ ତ ପାଳନାର ପ୍ରତିଦାନ ବହୁତ ଭଲ ଭାବରେ ଦେଇଛନ୍ତି । ତେବେ ସଂଗଠନ ଶକ୍ତିର ଆଧାର କଣ ? କେବଳ ଏତିକି ପାଠ ଯଦି ପକ୍କା ହୋଇଯିବ ଯେ ସମ୍ମାନ ଦେବା ହିଁ ସମ୍ମାନ ପାଇବା । ଦେବା ହିଁ ନେବା କିନ୍ତୁ ନିଜେ ନ ଦେଇ କେବଳ ନେବା, ନେବା ନୁହେଁ ବରଂ ହରାଇବା । ଦେବା ଅର୍ଥାତ୍ ନେବା । ଯଦି ମୋତେ କେହି ଦେବ ତେବେ ମୁଁ ମଧ୍ୟ ଦେବି, ଏହା କୌଣସି ବ୍ୟବସାୟ ତ ନୁହେଁ । ଏଠାରେ ତ ଦାତା ହେବାର କଥା କୁହାଯାଉଛି । ଦାତା କେବେହେଲେ ନେବା ଆଧାରରେ ଦେଇନଥାଏ । ସେ ତ କେବଳ ଦେଇ ଚାଲିଥାଏ । ସେଥିପାଇଁ ତୁମମାନଙ୍କର ଏହି ସଂଗଠନରେ ସଫଳତା ଭରି ରହିଛି । କିନ୍ତୁ ଏବେ ତ କେବଳ ହାତର କଙ୍କଣ ହିଁ ତିଆରି ହୋଇଛି, ମାଳା ତିଆରି ହୋଇନାହିଁ ଅର୍ଥାତ୍ ସମ୍ପୂର୍ଣ୍ଣ ବୃଦ୍ଧି ହୋଇନାହିଁ । ଯଦି ପ୍ରଜାମାନଙ୍କର ବୃଦ୍ଧି ନ ହେବ ତେବେ କାହା ଉପରେ ରାଜ୍ୟ କରିବ ? ଏବେ ତ ବୃଦ୍ଧିର ତାଲିକା ବହୁତ କମ୍ ଅଛି । ଏବେ ପର୍ଯ୍ୟନ୍ତ ଲକ୍ଷ୍ୟ ମଧ୍ୟ ପ୍ରସ୍ତୁତ ହୋଇନାହାଁନ୍ତି କିନ୍ତୁ ଯେକୌଣସି ଉପାୟରେ ବାବାଙ୍କ ସହିତ ସମସ୍ତେ ତ ମିଶିବେ ନା । ବିଧିର ପରିବର୍ତ୍ତନ ତ ହୋଇଚାଲିଛି । ପ୍ରଥମେ ସାକାରରେ ମିଶୁଥିଲେ ଏବଂ ବର୍ତ୍ତମାନ ଅବ୍ୟକ୍ତରେ ମିଶୁଛନ୍ତି । ବିଧି ବଦଳିଗଲା ନା । ଆଗକୁ ମଧ୍ୟ ଆହୁରି ଅଧିକ ଅଧିକ ବିଧିର ପରିବର୍ତ୍ତନ ହୋଇ ଚାଲିବ । କାରଣ ବୃଦ୍ଧି ଅନୁସାରେ ମିଶିବାର ବିଧି ମଧ୍ୟ ପରିବର୍ତ୍ତନ ହେବ । ଆଚ୍ଛା!

ପାର୍ଟିମାନଙ୍କ ସହିତ:- (୧) ସର୍ବଦା ନିଜର ଗୁଣ ମୂରତ ସ୍ଥିତି ଦ୍ୱାରା ଗୁଣର ଦାନ ଦେଇଚାଲ । ନିର୍ବଳ ଆତ୍ମାମାନଙ୍କୁ ଶକ୍ତିର, ଗୁଣର, ଜ୍ଞାନର ଦାନ ଦିଅ ତେବେ ସଦାକାଳ ପାଇଁ ମହାଦାନୀ ଆତ୍ମା ହୋଇଯିବ । ଦାତାଙ୍କର ସନ୍ତାନ ହିସାବରେ ତୁମେମାନେ ଦେବାବାଲା ଅଟ ନେବାବାଲା ନୁହେଁ । ଯଦି ଏଭଳି ଭାବୁଛ ଯେ ଇଏ ଏହିଭଳି କରିଲେ ଯାଇ ମୁଁ କରିବି ତେବେ ଏହା ତ ନେବାବାଲାର ଲକ୍ଷଣ ହେଲା । ପ୍ରଥମେ ମୁଁ କରିବି -- ଏହା ହିଁ ଦାତାର ଲକ୍ଷଣ । ତେଣୁ ନେବାବାଲା ନୁହେଁ ଦେବାବାଲା ଦେବତା ହୁଅ । ଯାହା ସବୁ ତୁମକୁ ମିଳିଛି ସେଗୁଡିକୁ ବାଣ୍ଟିଚାଲ । ଯେତେଯେତେ ଦେଇ ଚାଲିବ ସେତେସେତେ ବଢି ଚାଲିବ । ସର୍ବଦା ଦେବୀ ଅର୍ଥାତ୍ ଦେବାବାଲା ହୁଅ ।

(୨) ବହୁତ ତ ଶୁଣିସାରିଲଣି । ଯଦି ହିସାବ କରିବ ତେବେ ଜାଣିପାରିବ ଶୁଣିବାର ପରିମାଣ କେତେ । ଶୁଣିବା ଏବଂ କରିବା - ଉଭୟ ଏକା ସାଥୀରେ ହେଉଛି ? ବା ଶୁଣିବା ଏବଂ କରିବାରେ ଅନ୍ତର ଆସିଯାଉଛି ? ତେବେ ଶୁଣିବାର ଉଦ୍ଦେଶ୍ୟ କଣ ? କରିବା ପାଇଁ ନା । ଶୁଣିବା ଏବଂ କରିବା ଯେତେବେଳେ ସମାନ ହୋଇଯିବ ତେବେ କଣ ହେବ ? ସମ୍ପନ୍ନ ହୋଇଯିବ ନା । ତେଣୁ ପ୍ରଥମେ ପ୍ରଥମେ ସମ୍ପୂର୍ଣ୍ଣ ସ୍ଥିତିର ସାମ୍ପୁଲ ଅର୍ଥାତ ଦୃଷ୍ଟାନ୍ତ କିଏ ହେବ ? ପ୍ରତ୍ୟେକ ସନ୍ତାନ ଏପରି କାହିଁକି କହୁନାହିଁ ଯେ ମୁଁ ହିଁ ହେବି । ଏଥିରେ ଯିଏ କରିବ ସିଏ ପାଇବ । ଯେପରି ବ୍ରହ୍ମାବାବା ନିଜକୁ ନିମିତ୍ତ କରିଥିଲେ ସେହିଭଳି ଏଥିରେ ମଧ୍ୟ ଯିଏ ନିମିତ୍ତ ହେବ ସିଏ ଅର୍ଜୁନ ହୋଇଯିବ ଅର୍ଥାତ୍ ପ୍ରଥମ ନମ୍ବରରେ ଆସିଯିବ । ଆଚ୍ଛା - ଦେଖିବା ଏଥିରେ କିଏ ପ୍ରଥମ ହେଉଛି । ବାପଦାଦା ତ ପିଲାମାନଙ୍କୁ ଦେଖିବାକୁ ଚାହୁଁଛନ୍ତି । ବର୍ଷ ପରେ ବର୍ଷ ତ ଗଡି ଚାଲିଛି କିନ୍ତୁ ବର୍ଷ ବିତିଯିବା ଅନୁସାରେ ପୁରୁଣା ଚାଲିଚଳଣ ମଧ୍ୟ ବିତିଯିବା ଦରକାର ଅର୍ଥାତ୍ ପରିବର୍ତ୍ତନ ହେବା ଦରକାର ଏବଂ ନୂଆ ଉମଙ୍ଗ, ନୂଆ ସଂକଳ୍ପ ସର୍ବଦା ରହିବା ଦରକାର ତେବେ ଏହା ହିଁ ହେଉଛି ସମ୍ପୂର୍ଣ୍ଣତାର ଚିହ୍ନ । ଏବେ ପୁରୁଣା ସବୁକିଛି ସମାପ୍ତ ହୋଇଗଲା ତେଣୁ ନୂଆ ଆରମ୍ଭ ହେବା ଦରକାର ।

ପ୍ରଶ୍ନ:-
ବାବାଙ୍କର ନିକଟବର୍ତ୍ତୀ ହେବାର ଆଧାର କଣ ?

ଉତ୍ତର:-
ବିଶେଷତା ଗୁଡିକ ହିଁ ବାବାଙ୍କର ନିକଟବର୍ତ୍ତୀ କରିଦିଏ । କୌଣସି ନା କୌଣସି ବିଶେଷତା ହିଁ ତୁମମାନଙ୍କୁ ବାବାଙ୍କ ନିକଟକୁ ନେଇ ଆସିଛି । ଏହି ବିଶେଷତା ଗୁଡିକ ମଧ୍ୟ ସେବା ଆଧାରରେ ହିଁ ବୃଦ୍ଧିପ୍ରାପ୍ତ ହୋଇଥାଏ । ତେଣୁ ଯେଉଁ ସବୁ ବିଶେଷତା ଗୁଡିକୁ ବାବା ତୁମମାନଙ୍କ ଭିତରେ ଭରି ଦେଇଛନ୍ତି ସେଗୁଡିକୁ ସେବାରେ ଲଗାଅ । ବିଶେଷତା ଗୁଡିକୁ ସାକାରରେ କାର୍ଯ୍ୟକାରୀ କରିବା ଦ୍ୱାରା ସେବାର ସବଜେକ୍ଟରେ ଅର୍ଥାତ୍ ବିଷୟରେ ମଧ୍ୟ ନମ୍ବର ମିଳିଯାଏ, ସେହିଭଳି ନିଜର ଅନୁଭବକୁ ଅନ୍ୟମାନଙ୍କୁ ଶୁଣାଇବା ଦ୍ୱାରା ମଧ୍ୟ ସେମାନଙ୍କର ଉମଙ୍ଗ-ଉତ୍ସାହ ବଢିଥାଏ ।

ପ୍ରଶ୍ନ:-
ଆତ୍ମ-ଅଭିମାନୀ ସ୍ଥିତିରେ କମୀ ଆସିବାର କାରଣ କଣ ?

ଉତ୍ତର:-
ନିଜକୁ ବା ଯେଉଁମାନଙ୍କର ସେବା କରୁଛ ସେମାନଙ୍କୁ ଈଶ୍ୱରୀୟ ଅମାନତ ଅର୍ଥାତ୍ ସମ୍ପତ୍ତି ମନେ କରୁନାହଁ । ଅମାନତ ମନେ କରିବା ଦ୍ୱାରା ଅନାସକ୍ତ ରହିପାରିବ ଏବଂ ଅନାସକ୍ତ ହେବା ଦ୍ୱାରା ହିଁ ରୁହାନୀୟତ୍ ଅର୍ଥାତ୍ ଆତ୍ମ-ଅଭିମାନୀ ସ୍ଥିତି ରହିପାରିବ । ଆଚ୍ଛା

ପ୍ରଶ୍ନ:-
ର୍ତ୍ତମାନ ସମୟରେ ବିଶ୍ୱର ଅଧିକାଂଶ ଆତ୍ମାମାନଙ୍କ ଭିତରେ କେଉଁ ଦୁଇଟି କଥା ପ୍ରବେଶ କରିଛି ?

ଉତ୍ତର:-
ଭୟ ଏବଂ ଚିନ୍ତା । ଏହି ଦୁଇଟି କଥା ବିଶେଷ ଭାବରେ ସମସ୍ତଙ୍କ ଭିତରେ ପ୍ରବେଶ କରିଛି, କିନ୍ତୁ ଯେଉଁ ପରିମାଣରେ ସେମାନେ ଚିନ୍ତାରେ ଅଛନ୍ତି ସେହି ପରିମାଣରେ ତୁମେମାନେ ଶୁଭଚିନ୍ତକ ଅଟ । ଚିନ୍ତାକୁ ପରିବର୍ତ୍ତନ କରି ଶୁଭଚିନ୍ତକ ହେବାର ଭାବନା ସ୍ୱରୂପ ହୋଇଯାଇଛ । ଭୟଭୀତ ହେବା ପରିବର୍ତ୍ତେ ସୁଖର ଗୀତ ଗାଇ ଚାଲିଛ । ବାପଦାଦା ଏହିଭଳି ଚିନ୍ତାମୁକ୍ତ ରାଜାମାନଙ୍କୁ ଦେଖୁଛନ୍ତି ।

ପ୍ରଶ୍ନ:-
ବର୍ତ୍ତମାନ ସମୟରେ କେଉଁ ସିଜିନ୍ ଅର୍ଥାତ୍ ଋତୁ ଚାଲିଛି ? ଏହିଭଳି ସମୟରେ ତୁମମାନଙ୍କର କର୍ତ୍ତବ୍ୟ କଣ ?

ଉତ୍ତର:-
ବର୍ତ୍ତମାନ ସମୟରେ ଅକାଳ ମୃତ୍ୟୁର ସିଜିନ୍ ଚାଲିଛି । ଯେପରି ବାୟୁର, ସମୁଦ୍ରର ତୋଫାନ ଅଚାନକ ଭାବରେ ଆସିଯାଉଛି, ସେହିପରି ଏହି ଅକାଳମୃତ୍ୟୁର ତୋଫାନ ମଧ୍ୟ ଅଚାନକ ଭାବରେ ଏବଂ ତୀବ୍ରଗତିରେ ଏକା ସାଥୀରେ ଅନେକଙ୍କୁ ନେଇଯାଉଛି । ଏହିଭଳି ସମୟରେ ଅକାଳେ ମୃତ୍ୟୁବରଣ କରୁଥିବା ଆତ୍ମାମାନଙ୍କୁ ଅକାଳ ମୂରତ ସ୍ଥିତିରେ ସ୍ଥିତ ହୋଇ ଶାନ୍ତି ଏବଂ ଶକ୍ତିର ସହଯୋଗ ଦେବା ତୁମମାନଙ୍କର କର୍ତ୍ତବ୍ୟ, ତେଣୁ ସର୍ବଦା ଶୁଭଚିନ୍ତକ ହୋଇ ଶୁଭଭାବନା ଏବଂ ଶୁଭକାମନା ରୂପୀ ମାନସୀକ ସେବା ଦ୍ୱାରା ସମସ୍ତଙ୍କୁ ସୁଖ-ଶାନ୍ତି ଦିଅ । ଆଚ୍ଛା!

ରଦାନ:-
ଦୃଢତା ଦ୍ୱାରା ଟାଙ୍ଗରା ଭୂମିରେ ମଧ୍ୟ ଫସଲ ଉତ୍ପନ୍ନ କରି ସଫଳତା ସ୍ୱରୂପ ହୁଅ ।

ଯେକୌଣସି କଥାରେ ସଫଳତା ସ୍ୱରୂପ ହେବା ପାଇଁ ଦୃଢତା ଏବଂ ସ୍ନେହପୂର୍ଣ୍ଣ ସଂଗଠନ ଆବଶ୍ୟକ । ଏହି ଦୃଢତା ଟାଙ୍ଗରା ଭୂମିରେ ମଧ୍ୟ ଫସଲ ଉତ୍ପନ୍ନ କରାଇ ପାରିବ । ଯେପରି ଆଜିକାଲି ବୈଜ୍ଞାନିକମାନେ ମରୁଭୂମିରେ ମଧ୍ୟ ଫସଲ ଉତ୍ପନ୍ନ କରିବା ପାଇଁ ଚେଷ୍ଟା କରୁଛନ୍ତି, ସେହିପରି ତୁମେମାନେ ଶାନ୍ତିର ଶକ୍ତି ଦ୍ୱାରା, ସ୍ନେହର ପାଣି ଦେଇ ନିଜକୁ ଫଳିଭୂତ କର । ଦୃଢତା ଦ୍ୱାରା ନୈରାଶ୍ୟ ଭିତରେ ମଧ୍ୟ ଆଶାର ଦୀପ ଜଳାଇପାରିବ କାରଣ ସାହସ ରଖିବା ଦ୍ୱାରା ବାବାଙ୍କର ସହଯୋଗ ମିଳିଯାଇଥାଏ ।

ସ୍ଲୋଗାନ:-
ନିଜକୁ ସର୍ବଦା ପ୍ରଭୁଙ୍କର ଅମାନତ ମନେ କରି ଚାଲ ତେବେ କର୍ମରେ ରୁହାନୀୟତ ଅର୍ଥାତ୍ ଆତ୍ମ-ଅଭିମାନୀ ସ୍ଥିତି କାୟମ ରହିବ ।