22.06.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ବାବା
ସ୍ୱର୍ଗର ମୁଳଦୂଆ ପକାଉଛନ୍ତି, ତୁମେ ପିଲାମାନେ ସହଯୋଗୀ ହୋଇ ନିଜର ଭାଗ୍ୟ ଜମା କରିନିଅ,
ଈଶ୍ୱରୀୟ ମତରେ ଚାଲି ନିଜର ଶ୍ରେଷ୍ଠ ପ୍ରାଲବ୍ଧ ତିଆରି କର ।”
ପ୍ରଶ୍ନ:-
ବାପଦାଦା କେଉଁ
ପିଲାମାନଙ୍କୁ ସର୍ବଦା ଖୋଜୁଥା’ନ୍ତି?
ଉତ୍ତର:-
ଯିଏ ବହୁତ-ବହୁତ ମିଠା ଶୀତଳ ସ୍ୱଭାବଯୁକ୍ତ ଯୋଗ୍ୟ ସେବାଧାରୀ ସନ୍ତାନ । ଏହିପରି ପିଲାମାନଙ୍କୁ
ବାବା ଖୋଜୁଥାନ୍ତି । ଯୋଗ୍ୟ ସେବାଧାରୀ ପିଲାମାନେ ହିଁ ବାବାଙ୍କର ନାମକୁ ବିଖ୍ୟାତ କରିବେ । ଯିଏ
ଯେତିକି ବାବାଙ୍କର ସହଯୋଗୀ ହୋଇଥା’ନ୍ତି, ଆଜ୍ଞାକାରୀ, ବିଶ୍ୱସ୍ତ ହୋଇଥା’ନ୍ତି, ସିଏ ସେତେ
ବାବାଙ୍କର ବର୍ସାର ହକଦାର ହୋଇଥା’ନ୍ତି ।
ଗୀତ:
ଓମ୍ ନମୋ ଶିବାୟ....
ଓମ୍ ଶାନ୍ତି ।
ଓମ୍ର ଅର୍ଥ କିଏ
କହିଲେ? ବାବା । ଯଦି ବାବା ବୋଲି କୁହାଯାଉଛି ତେବେ ତାଙ୍କର ନାମ ମଧ୍ୟ ନିଶ୍ଚିତ ଥିବ । ସାକାର
ହୁଅନ୍ତୁ ଅଥବା ନିରାକାର, ନାମ ତ ନିଶ୍ଚିତ ଦରକାର । ଅନ୍ୟ ଯେଉଁ ସବୁ ଆତ୍ମାମାନେ ଅଛନ୍ତି
ତାଙ୍କର କେବେ ନାମ ରଖାଯାଏ ନାହିଁ । ଆତ୍ମା ଯେତେବେଳେ ଜୀବଆତ୍ମା ହୋଇଥାଏ ସେତେବେଳେ ଯାଇ ଶରୀରର
ନାମ ରଖାଯାଏ । ବ୍ରହ୍ମା ଦେବତାୟ ନମଃ କହୁଛନ୍ତି, ବିଷ୍ଣୁଙ୍କୁ ମଧ୍ୟ ଦେବତା ବୋଲି କହୁଛନ୍ତି
କାହିଁକି ନା ସେମାନେ ଆକାରୀ ତେଣୁ ଆକାରୀ ଶରୀରର ନାମ ରହିଥାଏ । ଶରୀରର ହିଁ ସର୍ବଦା ନାମ
ରଖାଯାଇଥାଏ । କେବଳ ଏକମାତ୍ର ନିରାକାର ପରମପିତା ପରମାତ୍ମା, ଯାହାଙ୍କର ନାମ ଶିବ ଏବଂ କେବଳ
ତାଙ୍କ ଆତ୍ମାର ହିଁ ଗୋଟିଏ ନାମ ରହିଛି, ବାକି ସମସ୍ତଙ୍କର ଦେହର ନାମ ରଖାଯାଇଥାଏ । ଯଦି ଶରୀର
ଛାଡିଦେବ ତେବେ ନାମ ମଧ୍ୟ ବଦଳିଯିବ । ଏକମାତ୍ର ପରମାତ୍ମାଙ୍କର ଗୋଟିଏ ନାମ ସର୍ବଦା ଚାଲିଥାଏ,
କେବେ ବି ବଦଳେ ନାହିଁ । ଏଥିରୁ ସିଦ୍ଧ ହେଉଛି ଯେ, ସିଏ କେବେ ଜନ୍ମ-ମରଣରେ ଆସନ୍ତି ନାହିଁ । ଯଦି
ନିଜେ ହିଁ ଜନ୍ମ-ମରଣରେ ଆସିବେ ତେବେ ଅନ୍ୟମାନଙ୍କୁ ଜନ୍ମ-ମରଣରୁ କିପରି ଉଦ୍ଧାର କରିବେ । ଅମର
ଲୋକରେ କେବେ ଜନ୍ମ-ମରଣ ଶବ୍ଦ କୁହାଯାଏ ନାହିଁ । ସେଠାରେ ତ ବହୁତ ସହଜରେ ଗୋଟିଏ ଶରୀର ଛାଡି ଆଉ
ଗୋଟିଏ ଶରୀର ନେଇଥା’ନ୍ତି । ଏହିଠାରେ ହିଁ ମରିବା କୁହାଯାଏ । ସତ୍ୟଯୁଗରେ ଏପରି କହିନଥା’ନ୍ତି
ଯେ, ଅମୁକ ମରିଗଲା । ମରିବା ଶବ୍ଦ ଦୁଃଖଦାୟକ ଅଟେ । ସେଠାରେ ତ ପୁରୁଣା ଶରୀର ଛାଡି ଅନ୍ୟ ଏକ
କିଶୋର ଅବସ୍ଥାର ଶରୀର ନେଇଥା’ନ୍ତି । ତେଣୁ ଉତ୍ସବ ପାଳନ କରନ୍ତି । ପୁରୁଣା ଦୁନିଆରେ କେତେ ଲୋକ
ଅଛନ୍ତି, ଏମାନେ ସମସ୍ତେ ବିନାଶ ହୋଇଯିବେ । ଶାସ୍ତ୍ରରେ ଦେଖାନ୍ତି ଯେ, ଯାଦବ ଏବଂ କୌରବ ଥିଲେ,
ଲଢେଇରେ ସେମାନେ ମରିଗଲେ ତେବେ କ’ଣ ପାଣ୍ଡବମାନଙ୍କୁ ଦୁଃଖ ଲାଗିଥିବ? ନା । ପାଣ୍ଡବମାନଙ୍କର ତ
ରାଜ୍ୟ ସ୍ଥାପନ ହେଲା । ବର୍ତ୍ତମାନ ସମୟରେ ତୁମେମାନେ ବ୍ରହ୍ମାବଂଶୀ ବ୍ରାହ୍ମଣ ହେଉଛ,
ବ୍ରହ୍ମାକୁମାର ଏବଂ କୁମାରୀ । ଯେହେତୁ ବ୍ରହ୍ମାଙ୍କର ଏତେ ସନ୍ତାନ ଅଛନ୍ତି ତେଣୁ ସିଏ ପ୍ରଜାପିତା
ହେଲେ ନା । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ପିତା ହେଲେ ଶିବ । ତାଙ୍କୁ ହିଁ ଭଗବାନ ବୋଲି
କୁହାଯାଉଛି । ଏବେ ତୁମେମାନେ ଜାଣୁଛ ଯେ, ଆମେ ଈଶ୍ୱରୀୟ କୁଳର ଅଟୁ । ଆମେ ବାବାଙ୍କ ସାଥିରେ,
ବାବାଙ୍କର ଘର ନିର୍ବାଣଧାମକୁ ଯିବୁ । ବାବା ଆସିଛନ୍ତି, ତାଙ୍କୁ ସାଜନ ବୋଲି ମଧ୍ୟ କୁହାଯାଉଛି ।
କିନ୍ତୁ ବାସ୍ତବରେ ସିଏ ଆମର ପିତା କାହିଁକି ନା ସଜନୀଙ୍କୁ କେବେ ବର୍ସା ମିଳିନଥାଏ । ତୁମେମାନେ
ବର୍ସା ନେଉଛ ତେଣୁ ତାଙ୍କୁ ବାପା ବୋଲି କହିବା ଠିକ୍ । ବାବାଙ୍କୁ ଭୁଲିଯିବା କାରଣରୁ ହିଁ ସମସ୍ତେ
ନାସ୍ତିକ ହୋଇଯାଇଛନ୍ତି । କୃଷ୍ଣଙ୍କ ଚରିତ୍ରର ଗାୟନ କରାଯାଇଥାଏ । କିନ୍ତୁ କୃଷ୍ଣଙ୍କର ଚରିତ୍ର
ତ କିଛି ନାହିଁ । ଭାଗବତରେ କୃଷ୍ଣଙ୍କର ଚରିତ୍ର ଅଛି କିନ୍ତୁ ବାସ୍ତବରେ ଚରିତ୍ର ରହିବା ଦରକାର
ଶିବବାବାଙ୍କର । ସିଏ ପିତା, ଶିକ୍ଷକ, ସଦଗୁରୁ ମଧ୍ୟ ଅଟନ୍ତି । ଏଥିରେ ଚରିତ୍ରର କୌଣସି କଥା ନାହିଁ
। କୃଷ୍ଣଙ୍କର ମଧ୍ୟ ଚରିତ୍ର ନାହିଁ । ସିଏ ତ ଛୋଟ ପିଲା । ଯେପରି ଛୋଟ ପିଲାମାନେ ସର୍ବଦା ଚଞ୍ଚଳ
ହୋଇଥାନ୍ତି ତେଣୁ ସମସ୍ତଙ୍କ ସ୍ନେହୀ ହୋଇଥାଆନ୍ତି । କୃଷ୍ଣଙ୍କ ପାଇଁ ଦେଖାଉଛନ୍ତି ଯେ, ସିଏ
ମାଠିଆ ଭାଙ୍ଗିଥିଲେ, ବାସ୍ତବରେ ଏପରି କିଛି ବି ନାହିଁ । ଶିବବାବାଙ୍କର ଚରିତ୍ର କ’ଣ? ତାହା ତ
ତୁମେମାନେ ଦେଖୁଛ, ପାଠପଢାଇ ପତିତରୁ ପାବନ କରୁଛନ୍ତି । କହୁଛନ୍ତି ଯେ, ଭକ୍ତିମାର୍ଗରେ ମଧ୍ୟ
ମୁଁ ତୁମମାନଙ୍କର ଭାବନାକୁ ପୂର୍ଣ୍ଣ କରିଥାଏ । ବାକି ଏଠାରେ ତ ମୁଁ ପାଠ ପଢାଉଛି । ବର୍ତ୍ତମାନ
ସମୟରେ ଯେଉଁମାନେ ମୋର ସନ୍ତାନ ହୋଇଛନ୍ତି, ସେହିମାନେ ମୋତେ ମନେ ପକାଉଛନ୍ତି । ଅନ୍ୟ ସମସ୍ତଙ୍କୁ
ଭୁଲି ଏକମାତ୍ର ବାବାଙ୍କୁ ମନେ ପକାଇବାର ପ୍ରଯତ୍ନ କରୁଛନ୍ତି । ଏପରି ନୁହେଁ ଯେ, ମୁଁ
ସର୍ବବ୍ୟାପୀ ଅଟେ । ମୋତେ ଯେଉଁମାନେ ମନେ ପକାଉଛନ୍ତି, ମୁଁ ମଧ୍ୟ ତାଙ୍କୁ ମନେ ପକାଉଛି । ବାବା
ମଧ୍ୟ ପିଲାମାନଙ୍କୁ ହିଁ ମନେ ପକାଇବେ ନା । ମୁଖ୍ୟ କଥା ତ ଗୋଟିଏ । ଜଣକୁ ବାହାଦୁର ବୋଲି
ସେତେବେଳେ କୁହାଯିବ ଯେତେବେଳେ କୌଣସି ବଡ ଲୋକକୁ ବୁଝାଇ ଦେଖାଇବ । ତେବେ ସବୁର ଆଧାର ହେଲା -
ଗୀତା । ଗୀତା ନିରାକାର ପରମପିତା ପରମାତ୍ମା ଗାୟନ କରିଥିଲେ, କେହି ମନୁଷ୍ୟ ଗାୟନ କରିନଥିଲେ ।
ଭଗବାନଙ୍କୁ ରୁଦ୍ର ବୋଲି ମଧ୍ୟ କୁହାଯାଇଥାଏ । କୃଷ୍ଣଙ୍କୁ ରୁଦ୍ର ବୋଲି କୁହାଯିବ ନାହିଁ ।
ରୁଦ୍ର ଜ୍ଞାନ ଯଜ୍ଞରୁ ହିଁ ବିନାଶ ଜ୍ୱାଳା ବାହାରିଛି ।
କେତେକ ଲୋକ
ପରମାତ୍ମାଙ୍କୁ ମାଲିକ ବୋଲି କହି ମନେ ପକାଇଥା’ନ୍ତି । କହନ୍ତି ଯେ, ସେହି ମାଲିକଙ୍କର ନାମ ନାହିଁ
। ଆଚ୍ଛା ସେହି ମାଲିକ କେଉଁଠି ଅଛନ୍ତି? କ’ଣ ସିଏ ବିଶ୍ୱର, ସାରା ସୃଷ୍ଟିର ମାଲିକ ଅଟନ୍ତି?
ପରମପିତା ପରମାତ୍ମା ତ ସୃଷ୍ଟିର ମାଲିକ ହେଉ ନାହାଁନ୍ତି, ସୃଷ୍ଟିର ମାଲିକ ତ ଦେବୀ-ଦେବତାମାନେ
ହେଉଛନ୍ତି । ପରମପିତା ପରମାତ୍ମା ତ ବ୍ରହ୍ମାଣ୍ଡର ମାଲିକ ଅଟନ୍ତି । ବ୍ରହ୍ମତତ୍ତ୍ୱ ବାବାଙ୍କର
ଏବଂ ପିଲାମାନଙ୍କର ମଧ୍ୟ ଘର ଅଟେ । ବ୍ରହ୍ମାଣ୍ଡ ହେଉଛି ବାବାଙ୍କର ଘର, ଯେଉଁଠାରେ ଆତ୍ମାମାନେ
ଅଣ୍ଡା ସଦୃଶ ରହିଥା’ନ୍ତି । କିନ୍ତୁ ବାସ୍ତବରେ ଏପରି କେହି ନାହାଁନ୍ତି । ମୁଁ ଆତ୍ମା
ଜ୍ୟୋତିର୍ବିନ୍ଦୁ ସେଠାରେ ନିବାସ କରୁଛି । ପୁଣି ଆମେମାନେ ବ୍ରହ୍ମାଣ୍ଡରୁ ଅଭିନୟ କରିବା ପାଇଁ
ତଳକୁ ଓହ୍ଲାଉଛୁ, ଆମେ ଜଣେ ଅନ୍ୟ ଜଣଙ୍କର ପଛରେ ଆସୁଛୁ । ଏହି ବୃକ୍ଷର ବୃଦ୍ଧି ହୋଇ ଚାଲିଛି ।
ଯାହାର ବୀଜରୂପ ହେଲେ ବାବା । ତେବେ ଏହାର ମୂଳଦୁଆ ଦେବୀ-ଦେବତାମାନଙ୍କର ବୋଲି କୁହାଯିବ ଅଥବା
ବ୍ରାହ୍ମଣମାନଙ୍କର ବୋଲି କୁହାଯିବ କାରଣ ବ୍ରାହ୍ମଣ ହିଁ ବୀଜ ପକାଉଛନ୍ତି । ବ୍ରାହ୍ମଣ ହିଁ ପୁଣି
ଦେବତା ହୋଇ ରାଜ୍ୟ କରୁଛନ୍ତି । ତେବେ ଆମ ଦ୍ୱାରା ଶିବବାବା ଦୈବୀ ଦୁନିଆ ଅର୍ଥାତ୍ ଦୈବୀ
ସୃଷ୍ଟିର ମୁଳଦୂଆ ଲଗାଉଉଛନ୍ତି । ଯିଏ ଯେତିକି ସହଯୋଗୀ ହେବେ ସେତିକି ନିଜର ଭାଗ ନେବେ । ନଚେତ୍
ସୂର୍ଯ୍ୟବଂଶୀ କିପରି ହେବେ! ଏବେ ତୁମେମାନେ ସେହି ଉଚ୍ଚ ପ୍ରାଲବ୍ଧ ଜମା କରୁଛ । ପ୍ରତ୍ୟେକ
ମନୁଷ୍ୟ ପୁରୁଷାର୍ଥ ଦ୍ୱାରା ନିଜର ପ୍ରାଲବ୍ଧ ଜମା କରିଥା’ନ୍ତି । ତେବେ ପ୍ରାଲବ୍ଧ ଜମା କରିବା
ପାଇଁ ଭଲ କାମ କରିବାକୁ ପଡେ । ଦାନ-ପୁଣ୍ୟ କରିବା, ଧର୍ମଶାଳା ଆଦି ତିଆରି କରିବା । ଏସବୁ କିଛି
ଇଶ୍ୱରଙ୍କ ପାଇଁ ହିଁ କରିଥାନ୍ତି କହିଁକି ନା ଏହାର ଫଳ ସିଏ ହିଁ ଦେଇଥାନ୍ତି । ତୁମେ ସବୁ
ଶ୍ରୀମତ ଆଧାରରେ ପୁରୁଷାର୍ଥ କରୁଛ । ବାକି ସାରା ଦୁନିଆ ମନୁଷ୍ୟର ମତ ଅନୁସାରେ ପୁରୁଷାର୍ଥ କରୁଛି
। ତାହା ପୁଣି ଆସୁରୀ ମତ । ଈଶ୍ୱରୀୟ ମତ ପରେ ରହିଛି ଦୈବୀ ମତ, ପୁଣି ଆସୁରୀ ମତ ହୋଇଯାଉଛି । ଏବେ
ତୁମମାନଙ୍କୁ ଇଶ୍ୱରୀୟ ମତ ମିଳୁଛି । ବାବା ମମ୍ମା ମଧ୍ୟ ତାଙ୍କର ମତ ଦ୍ୱାରା ଏହିପରି ଶ୍ରେଷ୍ଠ
ହେଉଛନ୍ତି । କୌଣସି ମନୁଷ୍ୟ ଦେବତାମାନଙ୍କ ସଦୃଶ ଶ୍ରେଷ୍ଠ ହୋଇପାରିବ ନାହିଁ । ଦେବତାମାନଙ୍କୁ
ଶ୍ରେଷ୍ଠ କିଏ କରୁଛନ୍ତି? ଏଠାରେ ତ କେହି ଶ୍ରେଷ୍ଠ ନାହାଁନ୍ତି । ଶ୍ରୀ ଶ୍ରୀ କେବଳ ଜଣେ ହିଁ
ଅଟନ୍ତି ସିଏ ହିଁ ସବୁଠାରୁ ଉଚ୍ଚ ପିତା, ଶିକ୍ଷକ ଏବଂ ସଦଗୁରୁ ଅଟନ୍ତି । ସିଏ ଶ୍ରୀ
ଲକ୍ଷ୍ମୀ-ନାରାୟଣ କରୁଛନ୍ତି । ଯଦିଓ ରାମଙ୍କୁ ମଧ୍ୟ କହୁଛନ୍ତି ଶ୍ରୀ ସୀତା, ଶ୍ରୀ ରାମ, କିନ୍ତୁ
ସିଏ ହେଲେ କ୍ଷତ୍ରିୟ, ଚନ୍ଦ୍ରବଂଶୀ । ଲକ୍ଷ୍ମୀ-ନାରାୟଣ ତ ୧୬ କଳା ସଂପୂର୍ଣ୍ଣ ସୂର୍ଯ୍ୟବଂଶୀ
ଦେବତା କୁଳର ଅଟନ୍ତି ଏବଂ ରାମ-ସୀତା ୧୪ କଳା ଚନ୍ଦ୍ରବଂଶୀ । କାରଣ ତାହା ତ ନିଶ୍ଚିତ ହେବ ।
ମନୁଷ୍ୟମାନେ ଏକଥା ଜାଣିନାହାଁନ୍ତି ଯେ, ସୃଷ୍ଟିର ପତନ କଳା ହୋଇଥାଏ । ୧୬ କଳାରୁ ୧୪ କଳା ହେଉଛି
ତେଣୁ ଅବନତି ହେଉଛି ନା । ବର୍ତ୍ତମାନ ସମୟରେ ତ ସମସ୍ତେ ବିଲ୍କୁଲ୍ କଳାହୀନ ହୋଇଯାଇଛନ୍ତି । ଏହା
ରାବଣ ସମ୍ପ୍ରଦାୟ, ରାବଣ ରାଜ୍ୟ ଅଟେ ନା । ରାବଣ ମତକୁ ଆସୁରୀ ମତ ବୋଲି କୁହାଯାଏ । ଏଠାରେ
ସମସ୍ତେ ପତିତ । ଏହି ପତିତ ଦୁନିଆରେ କେହି ପବିତ୍ର ହୋଇପାରିବେ ନାହିଁ । ଭାରତବାସୀ ଯେଉଁମାନେ
ପବିତ୍ର ଥିଲେ ସେହିମାନେ ହିଁ ପୁଣି ପତିତ ହୋଇଯାଉଛନ୍ତି ପୁଣି ସେହିମାନଙ୍କୁ ହିଁ ମୁଁ ଆସି
ପବିତ୍ର କରୁଛି । କୃଷ୍ଣଙ୍କର ପତିତ-ପାବନ ବୋଲି ଗାୟନ ନାହିଁ । ନା ଏଠାରେ ଚରିତ୍ରର କଥା ଅଛି ।
ପତିତ-ପାବନ ଏକମାତ୍ର ପରମାତ୍ମାଙ୍କୁ ହିଁ କୁହାଯାଏ । ପଛରେ ସମସ୍ତେ କହିବେ ଯେ, ହେ ପ୍ରଭୁ
ଆପଣଙ୍କର ଗତି-ମତି ସବୁ ଅଲଗା । ଆପଣଙ୍କର ରଚନାକୁ କେହି ଜାଣିନାହାଁନ୍ତି । ତାହା ତ ଏବେ
ତୁମେମାନେ ଜାଣିଗଲଣି । ଏହା ବିଲକୁଲ୍ ନୂଆ ଜ୍ଞାନ । ଯେତେବେଳେ ନୂଆ ଜିନିଷ ବାହାରିଥାଏ ତାହା
ପ୍ରଥମେ କମ୍ ଥାଏ ପୁଣି ବଢିଚାଲେ । ତୁମେମାନେ ମଧ୍ୟ ପ୍ରଥମେ ଗୋଟିଏ କୋଣରେ ଥିଲ ଏବେ
ଦେଶ-ଦେଶାନ୍ତରରେ ବୃଦ୍ଧି ହୋଇ ଚାଲିଛି । ରାଜଧାନୀ ନିଶ୍ଚିତ ସ୍ଥାପନ ହେବ । ମୂଳକଥାକୁ ସିଦ୍ଧି
କରିବାକୁ ହେବ ଯେ, ଗୀତାର ଭଗବାନ ଶ୍ରୀକୃଷ୍ଣ ନୁହେଁ । ବର୍ସା ବାବା ଦେବେ, କୃଷ୍ଣ ନୁହେଁ ।
ଲକ୍ଷ୍ମୀ-ନାରାୟଣ ମଧ୍ୟ ନିଜର ପିଲାମାନଙ୍କୁ ବର୍ସା ଦେବେ । ତାହା ମଧ୍ୟ ବର୍ତ୍ତମାନର ପୁରୁଷାର୍ଥ
ଅନୁସାରେ ପ୍ରାଲବ୍ଧ ମିଳିଥାଏ । ସତ୍ୟଯୁଗ ଏବଂ ତ୍ରେତା ଯୁଗରେ ଅବିନାଶୀ ସମ୍ପତ୍ତି ରହିବ ।
ସ୍ୱର୍ଣ୍ଣିମ, ରୌପ୍ୟ ଜୟନ୍ତୀ ପାଳନ କରିଥା’ନ୍ତି ନା! ଏଠାରେ ତ ଗୋଟିଏ ଦିନ ପାଳନ କରୁଛନ୍ତି ।
ଆମେ ତ ୧୨୫୦ ବର୍ଷ ଧରି ସ୍ୱର୍ଣ୍ଣିମ ଜୟନ୍ତୀ ପାଳନ କରୁଛୁ । ଖୁସିରେ ଉତ୍ସବ ପାଳନ କରୁଛନ୍ତି
କାରଣ ଧନବାନ୍ ହୋଇଯାଉଛନ୍ତି । ତେବେ, ସେଠାରେ ବହୁତ ଆନ୍ତରିକ ଖୁସି ରହିଥାଏ । ଏପରି ନୁହେଁ ଯେ,
କେବଳ ବାହାରୁ ବତୀ ଆଦି ଜଳାଇଥା’ନ୍ତି । ସ୍ୱର୍ଗରେ ଆମେ ବହୁତ ସମ୍ପତ୍ତିବାନ୍, ବହୁତ ସୁଖୀ
ହୋଇଯାଉଛୁ । ଦେବତା ଧର୍ମ ସଦୃଶ ସୁଖୀ ଆଉ କେହି ନାହାଁନ୍ତି । ପୁଣି ରୌପ୍ୟ ଜୟନ୍ତୀ ଆଦିକୁ ମଧ୍ୟ
ସଂପୂର୍ଣ୍ଣ ରୂପେ ବୁଝୁନାହାଁନ୍ତି । ଏବେ ତୁମେମାନେ ଅଧାକଳ୍ପର ଜୟନ୍ତୀ ପାଳନ କରିବା ପାଇଁ
ବାବାଙ୍କଠାରୁ ବର୍ସା ପାଉଛ । ତେବେ ଏହି ମୁଖ୍ୟ କଥା ବୁଝାଇବାକୁ ହେବ ଯେ ଗୀତାର ଭଗବାନ ହେଲେ
ଶିବ । ସିଏ ହିଁ ରାଜଯୋଗ ଶିଖାଇଥିଲେ, ଯାହା ପୁଣି ଏବେ ଶିଖାଉଛନ୍ତି ଏବଂ ତାହା ମଧ୍ୟ ସେତେବେଳେ
ହିଁ ଶିଖାଉଥା’ନ୍ତି ଯେତେବେଳେ ରାଜତ୍ୱ ନାହିଁ । ଏବେ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି ।
ଜଣେ ଅନ୍ୟଜଣଙ୍କର ସମ୍ମାନ ହାନୀ କରିବାରେ ବିଳମ୍ବ କରୁନାହାଁନ୍ତି । ତୁମେମାନେ ତାଙ୍କର ମତରେ
ଚାଲିବା ଦ୍ୱାରା ସୁଖଧାମର ମାଲିକ ହେବ । ଏପରି ବହୁତ ଅଛନ୍ତି ଯେଉଁମାନେ ଜ୍ଞାନକୁ ପୂରା ଧାରଣ
କରୁନାହାଁନ୍ତି, କିନ୍ତୁ ସେଣ୍ଟରକୁ ଆସୁଛନ୍ତି । ନିଜ ମନରେ ଭାବନା ଆସେ ଯେ, ଗୋଟିଏ ପିଲା ଜନ୍ମ
କରିବୁ । ମାୟାର ପ୍ରଲୋଭନ ଥାଏ, ବିବାହ କରି ଗୋଟିଏ ପିଲାର ସୁଖ ନେବୁ । ଆରେ କ’ଣ ଗ୍ୟାରେଣ୍ଟି
ଅଛି ଯେ, ସନ୍ତାନ ସୁଖ ହିଁ ଦେବ । ଯଦି ଦୁଇ ଚାରି ବର୍ଷରେ ପିଲା ମରିଗଲା ତେବେ ଆହୁରି ଦୁଃଖୀ
ହୋଇଯିବେ । ଆଜି ଉତ୍ସବ ପାଳନ କରୁଛନ୍ତି ଯଦି କାଲି ଶରୀର ଛାଡିଦେଲ । ତେବେ କାନ୍ଦକଟା କରିବାକୁ
ପଡେ । କାରଣ ଏହା ହେଉଛି ହିଁ ଦୁଃଖଧାମ । ଦେଖ, ଖାଦ୍ୟ ମଧ୍ୟ କିପରି ଖାଉଛନ୍ତି! ତେଣୁ ବାବା
ବୁଝାଉଛନ୍ତି ଯେ, ପିଲାମାନେ ଏପରି ଆଶା ରଖ ନାହିଁ । ମାୟା ତ ବହୁତ ତୁଫାନ ଆଣିବ । ତୁରନ୍ତ
ବିକାରର ବଶବର୍ତ୍ତୀ କରାଇ ଦେବ । ପୁଣି ଏଠାକୁ ଆସିବାକୁ ମଧ୍ୟ ଲଜ୍ଜ୍ୟା ଲାଗିବ । ସମସ୍ତେ କହିବେ
କୁଳକୁ କଳଙ୍କିତ କରିଛ, ବର୍ସା କ’ଣ ନେବ । ଯଦି ବାବା ମମ୍ମା କହୁଛ ତେବେ ବ୍ରହ୍ମାକୁମାର କୁମାରୀ
ପରସ୍ପର ମଧ୍ୟରେ ଭାଇ-ଭଉଣୀର ସମ୍ବନ୍ଧ ହୋଇଗଲା । ପୁଣି ଯଦି ବିକାରର ବଶବର୍ତ୍ତୀ ହୋଇଯିବେ ତେବେ
ଏପରି କୁଳ କଳଙ୍କିତ ଆହୁରି ୧୦୦ ଗୁଣା କଠୋର ଦଣ୍ଡ ଭୋଗ କରିବେ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ ।
କେହି-କେହି ତ ବିକାରଗ୍ରସ୍ଥ ହୋଇ ମଧ୍ୟ କହୁନାହାଁନ୍ତି ତେବେ ସିଏ ବହୁତ ଦଣ୍ଡର ଭାଗୀଦାର
ହୋଇଯାଉଛନ୍ତି । ଧର୍ମରାଜ ବାବା ତ କାହାକୁ ଛାଡୁନାହାଁନ୍ତି । ଦୁନିଆରେ ତ ଲୋକମାନେ ଦଣ୍ଡ ପାଇ
ଜେଲ୍ ଭୋଗୁଛନ୍ତି । କିନ୍ତୁ ଏଠାରେ ଯେଉଁମାନେ ରହୁଛନ୍ତି ତାଙ୍କ ପାଇଁ ତ ବହୁତ କଠୋର ଦଣ୍ଡ ରହିଛି
। ଏପରି ବି ସେଣ୍ଟରକୁ ବହୁତ ଆସୁଛନ୍ତି । ବାବା ବୁଝାଉଛନ୍ତି ଯେ, ଏପରି କାମ କର ନାହିଁ ।
ତୁମେମାନେ କହୁଛ ଯେ, ଆମେ ଈଶ୍ୱରୀୟ ସନ୍ତାନ ଅଟୁ ପୁଣି ବିକାରରେ ଯିବା, ଏହା ତ ନିଜର ହିଁ
ସତ୍ୟାନାଶ କରିବା ସଦୃଶ ହେଲେ । କୌଣସି ବି ଭୁଲ୍ ହେଉଛି ତ ତୁରନ୍ତ ବାବାଙ୍କୁ କହିଦିଅ । ଯଦି
ବିକାର ବିନା ରହିପାରୁ ନାହଁ ତେବେ ଏଠାକୁ ନ ଆସିବା ଭଲ । ନଚେତ୍ ବାୟୁମଣ୍ଡଳ ଖରାପ ହୋଇଯାଏ ।
ତୁମ ପାଖରେ ଯଦି କେହି ବଗ ଅଥବା ଅଶୁଦ୍ଧ ଖାଦ୍ୟ ଖାଉଥିବା ଆତ୍ମା ବସିବ ତେବେ କେତେ ଖରାପ ଲାଗିବ
। ତେଣୁ ବାବା କହୁଛନ୍ତି, ଏମାନଙ୍କୁ ଆଣିବା ବହୁତ ବଡ ଦୋଷ ହୋଇଯିବ । ଦୁନିଆରେ ଏଭଳି ସତସଙ୍ଗ ତ
ବହୁତ ଅଛି, ସେଠାକୁ ଯାଇ ଭକ୍ତି କର । ଭକ୍ତି ପାଇଁ ମୁଁ ମନା କରୁନାହିଁ । ଭଗବାନ ପବିତ୍ର କରି,
ପବିତ୍ର ବୈକୁଣ୍ଠର ବର୍ସା ଦେବା ପାଇଁ ଆସୁଛନ୍ତି । ବାବା କହୁଛନ୍ତି - କେବଳ ବାବା ଏବଂ ବର୍ସାକୁ
ମନେପକାଅ । ଖାଦ୍ୟପେୟର ସଂଜମ ଆଚରଣ କରିବା ପାଇଁ ବହୁତ ଉପାୟ ସବୁ ବତାଉଛନ୍ତି । ଆଚ୍ଛା ଯଦି ଆପଣ
କହୁଛନ୍ତି ମୁଁ ଫଳ ଖାଇଦେଉଛି । ନିଜକୁ ବଞ୍ଚାଇବା ପାଇଁ ଏପରି କହିବା କୌଣସି ଭୁଲ୍ ନୁହେଁ । ବାବା
ମନା କରୁନାହାଁନ୍ତି । ବାବା ଏଭଳି ପିଲାମାନଙ୍କର ସନ୍ଧାନରେ ଅଛନ୍ତି, ଯେଉଁମାନେ ବିଲ୍କୁଲ୍ ମିଠା
ହୋଇଥିବେ, କୌଣସି ପୁରୁଣା ସ୍ୱଭାବ ନଥିବ । ସେମାନେ ଯୋଗ୍ୟ ସେବାଧାରୀ, ବିଶ୍ୱସ୍ତ, ଆଜ୍ଞାକାରୀ
ହୋଇଥିବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ମାୟାବୀ
ଦୁନିଆରେ ପ୍ରତ୍ୟେକ କଥାରେ ଦୁଃଖ ରହିଛି ସେଥିପାଇଁ ଏହି ପୁରୁଣା ଦୁନିଆରେ କୌଣସି ବି ଆଶା ରଖିବା
ଉଚିତ୍ ନୁହେଁ । ଯଦିଓ ମାୟାର ତୁଫାନ ଆସିବ କିନ୍ତୁ କେବେ ବି କୁଳ କଳଙ୍କିତ ହେବାର ନାହିଁ ।
(୨) ଖାଇବା-ପିଇବାରେ
ବହୁତ ବାରଣ ରଖିବାର ଅଛି, ଉତ୍ସବ ଆଦିକୁ ଗଲେ ବହୁତ ଯୁକ୍ତିର ସହିତ ଚାଲିବାର ଅଛି ।
ବରଦାନ:-
ଖରାପ ପରିସ୍ଥିତି
ଭିତରେ ଖରାପକୁ ନ ଦେଖି ଭଲର ଶିକ୍ଷା ଗ୍ରହଣ କରୁଥିବା ଅନୁଭବୀ ମୂରତ ହୁଅ ।
ଯଦିଓ ସବୁ କଥା ଖରାପ
ହୋଇଥିବ କିନ୍ତୁ ସେଥିରେ ମଧ୍ୟ ଗୋଟିଏ-ଦୁଇଟି କଥା ଭଲ ନିଶ୍ଚିତ ଥିବ । ଶିକ୍ଷା ଦେବା ଭଳି ଭଲ କଥା
ତ ସବୁ ପରିସ୍ଥିତି ଭିତରେ ଅନ୍ତର୍ନିହିତ ଅଟେ କାହିଁକି ନା ପ୍ରତ୍ୟେକ ପରିସ୍ଥିତି ଅନୁଭବୀ କରିବା
ପାଇଁ ନିମିତ୍ତ ହୋଇଥାଏ । ଧେର୍ଯ୍ୟର ପାଠ ମଧ୍ୟ ପଢାଇଦିଏ । ଅନ୍ୟ ଜଣେ ଯଦି ଉତ୍ତେଜିତ ହେଉଛି
ତେବେ ସେହି ସମୟରେ ତୁମେ ଧେର୍ଯ୍ୟର ବା ସହନଶୀଳତାର ପାଠ ପଢୁଛ, ସେଥିପାଇଁ କୁହାଯାଏ ଯାହା ହେଉଛି
ତାହା ଭଲ ହେଉଛି ଏବଂ ଆଗକୁ ଯାହା ହେବାର ଅଛି ତାହା ଆହୁରି ଭଲ । ସବୁ ପରିସ୍ଥିତିରୁ ଭଲ କଥାକୁ
ଗ୍ରହଣ କରିବା ପାଇଁ କେବଳ ବୁଦ୍ଧି ଆବଶ୍ୟକ । ଯଦି ଖରାପକୁ ନ ଦେଖି ଭଲକୁ ହିଁ ଗ୍ରହଣ କରିନେବ
ତେବେ ଏକ ନମ୍ବର ହୋଇଯିବ ।
ସ୍ଲୋଗାନ:-
ଯଦି ସର୍ବଦା
ପ୍ରସନ୍ନଚିତ୍ତ ସ୍ଥିତିରେ ରହିବାକୁ ଚାହୁଁଛ ତେବେ ଶାନ୍ତିର ଶକ୍ତି ଦ୍ୱାରା ଖରାପକୁ ଭଲରେ
ପରିବର୍ତ୍ତନ କରିଦିଅ ।