22.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେମାନେ ବହୁତ ରାଜକୀୟ ବିଦ୍ୟାର୍ଥୀ ଅଟ, ତୁମକୁ ପିତା, ଶିକ୍ଷକ ଏବଂ ସତଗୁରୁଙ୍କ ସ୍ମୃତିରେ ରହିବାକୁ ହେବ, ଅଲୌକିକ ସେବା କରିବାକୁ ହେବ ।

ପ୍ରଶ୍ନ:-
ଯେଉଁମାନେ ନିଜକୁ ବେହଦର ପାର୍ଟଧାରୀ ମନେ କରି ଚାଲୁଛନ୍ତି, ସେମାନଙ୍କର ଲକ୍ଷଣ ଶୁଣାଅ ?

ଉତ୍ତର:-
ସେମାନଙ୍କ ବୁଦ୍ଧିରେ କୌଣସି ସୂକ୍ଷ୍ମ ଅଥବା ସ୍ଥୂଳ ଦେହଧାରୀଙ୍କର ସ୍ମୃତି ରହିବ ନାହିଁ । ସେମାନେ କେବଳ ଏକମାତ୍ର ବାବା ଏବଂ ଶାନ୍ତିଧାମ ଘରକୁ ମନେ ପକାଉଥିବେ, କାହିଁକି ନା ସମସ୍ତ ମହାନତା ଜଣଙ୍କର ହିଁ ଅଟେ । ଯେପରି ବାବା ସାରା ଦୁନିଆର ସେବା କରି ପତିତମାନଙ୍କୁ ପବିତ୍ର କରୁଛନ୍ତି, ସେହିପରି ପିଲାମାନେ ମଧ୍ୟ ବାବାଙ୍କ ଭଳି ଈଶ୍ୱରୀୟ ସେବାଧାରୀ ହୋଇଯାଉଛନ୍ତି ।

ଓମ୍ ଶାନ୍ତି ।
ପ୍ରଥମେ ବାବା ପିଲାମାନଙ୍କୁ ସାବଧାନ କରାଉଛନ୍ତି । ଏଠାରେ ବସିବା ସମୟରେ ନିଜକୁ ଆତ୍ମା ଭାବି ବାବାଙ୍କ ସମ୍ମୁଖରେ ବସିଛ ତ ? ଏକଥା ମଧ୍ୟ ବୁଦ୍ଧିରେ ଧାରଣ କର ଯେ ଆମେ ବାବା ଏବଂ ଶିକ୍ଷକଙ୍କ ସମ୍ମୁଖରେ ବସିଛୁ । ପ୍ରଥମ ନମ୍ବର କଥା ହେଉଛି ଆମେ ଆତ୍ମା ଅଟୁ, ବାପ, ଟିଚର, ଗୁରୁ ରୂପେ ମିଳିଥିବା ଶିବବାବା ମଧ୍ୟ ଆତ୍ମା ଅଟନ୍ତି । ସେ ଏକ ହିଁ ଅଟନ୍ତି ନା । ଏହି ନୂଆ କଥା ତୁମେ ଶୁଣୁଛ । ତୁମେ କହୁଛ ବାବା ଆମେ ତ ଏହାକୁ କଳ୍ପ କଳ୍ପ ଶୁଣୁଛୁ । ତେଣୁ ବୁଦ୍ଧିରେ ଏକଥା ରହୁ ଯେ, ବାବା ପଢାଉଛନ୍ତି, ଆମେ ଆତ୍ମା ଏହି ଅଙ୍ଗ ଦ୍ୱାରା ଶୁଣୁଛୁ । ଏହି ଜ୍ଞାନ ବର୍ତ୍ତମାନ ହିଁ ସର୍ବୋଚ୍ଚ ଭଗବାନଙ୍କ ଦ୍ୱାରା ତୁମମାନଙ୍କୁ ମିଳୁଛି । ସେ ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି, ଯିଏକି ସମ୍ପତ୍ତି ଦେଉଛନ୍ତି । କଣ ଜ୍ଞାନ ଦେଉଛନ୍ତି ? ସମସ୍ତଙ୍କର ସଦ୍ଗତି କରୁଛନ୍ତି । ଅର୍ଥାତ୍ ଘରକୁ ନେଇ ଯାଉଛନ୍ତି । କେତେ ଜଣଙ୍କୁ ନେଇଯିବେ ? ଏସବୁ କଥା ତୁମେ ଜାଣିଛ । ମଶା ସଦୃଶ ସମସ୍ତ ଆତ୍ମାମାନଙ୍କୁ ଯିବାକୁ ହେବ । ସତ୍ୟଯୁଗରେ ଗୋଟିଏ ମାତ୍ର ଧର୍ମ ଓ ପବିତ୍ରତା-ସୁଖ-ଶାନ୍ତି ସବୁ ରହିବ । ତୁମମାନଙ୍କ ପାଇଁ ଚିତ୍ର ଦ୍ୱାରା ବୁଝାଇବା ବହୁତ ସହଜ ଅଟେ । ପିଲାମାନେ ମଧ୍ୟ ନକ୍ସା ଦ୍ୱାରା ବୁଝିଯାଆନ୍ତି ନା । ଏହା ଇଂଲଣ୍ଡ, ଏହା ଅମୁକ.... ପୁଣି ସେହି ସ୍ଥାନ ମନେ ପଡିଯାଏ । ଚିତ୍ର ଦ୍ୱାରା ବୁଝାଇବା ମଧ୍ୟ ସେହିପରି ସହଜ । ଗୋଟି-ଗୋଟି ଛାତ୍ରକୁ ବୁଝାଇବାକୁ ପଡୁଛି, ମହିମା ମଧ୍ୟ ଜଣଙ୍କର ହେଉଛି ଶିବାୟ ନମଃ, ଉଚ୍ଚରୁ ଉଚ୍ଚ ଭଗବାନ । ରଚୟିତା ପିତା ଘରର ମୁଖ୍ୟ ହୋଇଥାନ୍ତି ନା । ସେ ହଦର ପିତା, ଇଏ ସାରା ବେହଦ ଘରର ପିତା ଅଟନ୍ତି । ଇଏ ପୁଣି ଶିକ୍ଷକ ମଧ୍ୟ ଅଟନ୍ତି । ତୁମକୁ ପଢାଉଛନ୍ତି । ତେଣୁ ତୁମେ ବହୁତ ଖୁସିରେ ରହିବା ଉଚିତ୍ । ତୁମେ ରାଜକୀୟ ଛାତ୍ର ମଧ୍ୟ ଅଟ । ବାବା କହୁଛନ୍ତି ମୁଁ ସାଧାରଣ ଶରୀରରେ ଆସୁଛି । ପ୍ରଜାପିତା ବ୍ରହ୍ମାଙ୍କର ମଧ୍ୟ ଏଠାରେ ହିଁ ନିଶ୍ଚୟ ଆବଶ୍ୟକତା ଅଛି । ତାଙ୍କ ବିନା କାମ କିପରି ଚାଲିବ । ବୟସ୍କ ସନ୍ତାନ ହିଁ ଆବଶ୍ୟକ କାହିଁକି ନା ପୋଷ୍ୟ ଅଟନ୍ତି ନା । ତେଣୁ ବୟସ୍କ ହେବା ଦରକାର । କୃଷ୍ଣ ତ ସମସ୍ତଙ୍କୁ ସନ୍ତାନ ବୋଲି କହିପାରିବେ ନାହିଁ । ବୟସ୍କ ହିଁ ଏକଥା କହିବା ଶୋଭା ପାଉଛି । ପିଲାଙ୍କୁ କଣ କେହି ବାବା ବୋଲି କହିବେ । ତେଣୁ ପିଲାମାନଙ୍କର ବୁଦ୍ଧିରେ ଆସିବା ଦରକାର ଯେ ଆମେ କାହା ଆଗରେ ବସିଛୁ । ଅର୍ନ୍ତମନରେ ବହୁତ ଖୁସି ମଧ୍ୟ ରହିବା ଉଚିତ୍ । ଛାତ୍ର ଯେଉଁଠି ବସିଲେ ମଧ୍ୟ ତାଙ୍କ ବୁଦ୍ଧିରେ ବାବା ହିଁ ମନେ ପଡିଥାନ୍ତି । ଶିକ୍ଷକ ମଧ୍ୟ ମନେ ପଡିଥାନ୍ତି । ତାଙ୍କର ତ ବାପ, ଶିକ୍ଷକ, ଅଲଗା-ଅଲଗା ରହିଛନ୍ତି । ତୁମର ତ ଏକମାତ୍ର ବାପ-ଟିଚର-ଗୁରୁ ଅଛନ୍ତି । ଏହି ବ୍ରହ୍ମାବାବା ମଧ୍ୟ ଷ୍ଟୁଡେଣ୍ଟ ଅଟନ୍ତି । ପଢୁଛନ୍ତି । କେବଳ ଲୋନ୍ରେ ରଥ ଦେଇଛନ୍ତି ଆଉ କୌଣସି ଫରକ ନାହିଁ । ନଚେତ୍ ସେ ତୁମ ପରି ହିଁ ଅଟନ୍ତି । ଏହାଙ୍କ ଆତ୍ମା ମଧ୍ୟ ତୁମ ପରି ବୁଝୁଛି । ସମସ୍ତ ମହାନତା ଜଣଙ୍କର ହିଁ ଅଟେ । ତାଙ୍କୁ ହିଁ ପ୍ରଭୁ ଈଶ୍ୱର ବୋଲି କୁହାଯାଉଛି । ଇଏ ମଧ୍ୟ କହୁଛନ୍ତି ନିଜକୁ ଆତ୍ମା ଭାବି ଏକମାତ୍ର ପରମାତ୍ମାଙ୍କୁ ମନେ ପକାଅ, ବାକି ସବୁ ସୂକ୍ଷ୍ମ ଏବଂ ସ୍ଥୂଳ ଦେହଧାରୀଙ୍କୁ ଭୁଲିଯାଅ । ତୁମେ ଶାନ୍ତିଧାମର ବାସିନ୍ଦା ଅଟ । ତୁମେ ବେହଦର ପାର୍ଟଧାରୀ ଅଟ । ଏହି କଥା ଆଉ କେହି ଜାଣି ନାହାଁନ୍ତି । ସାରା ଦୁନିଆରେ କେହି ମଧ୍ୟ ଜାଣିନାହାଁନ୍ତି, ଏଠାକୁ ଯେଉଁମାନେ ଆସୁଛନ୍ତି ସେମାନେ ବୁଝିଯାଉଛନ୍ତି ଏବଂ ବାବାଙ୍କ ସେବାରେ ଲାଗିପଡୁଛନ୍ତି । ଈଶ୍ୱରୀୟ ସେବାଧାରୀ ଅଟନ୍ତି ନା । ବାବା ମଧ୍ୟ ସେବା କରିବାକୁ ଆସିଛନ୍ତି । ପତିତଙ୍କୁ ପାବନ କରାଇବାର ସେବା କରୁଛନ୍ତି । ରାଜ୍ୟ ହରାଇ ପୁଣି ଯେବେ ଦୁଃଖୀ ହେଉଛନ୍ତି ତେବେ ବାବାଙ୍କୁ ଡାକୁଛନ୍ତି । ଯିଏ ରାଜ୍ୟ ଦେଇଥିଲେ, ତାଙ୍କୁ ହିଁ ଡାକିବେ ନା ।

ତୁମେମାନେ ଜାଣିଛ, ବାବା ସୁଖଧାମର ମାଲିକ କରାଇବାକୁ ଆସିଛନ୍ତି । ଦୁନିଆରେ ଏକଥା କାହାକୁ ଜଣା ନାହିଁ । ସମସ୍ତ ଭାରତବାସୀ ଏକ ଧର୍ମର ହିଁ ଅଟନ୍ତି । ଏହା ହିଁ ହେଉଛି ମୁଖ୍ୟ ଧର୍ମ । ତେବେ ନିଶ୍ଚିତ ଯେତେବେଳେ ଏହି ଧର୍ମ ପ୍ରାୟ ଲୋପ ହୋଇଯାଇଥିବ ତେବେ ତ ବାବା ଆସି ସ୍ଥାପନ କରିବେ । ପିଲାମାନେ ଜାଣିଛନ୍ତି ଯେ ଭଗବାନ ଯାହାକୁ ସାରା ଦୁନିଆ ଆଲ୍ଲା, ଗଡ କହି ଡାକୁଛନ୍ତି, ସେ ଡ୍ରାମା ଅନୁସାରେ କଳ୍ପ ପୂର୍ବ ସଦୃଶ ଏଠାକୁ ଆସୁଛନ୍ତି । ଏହା ହେଉଛି ଗୀତାର ଅଧ୍ୟାୟ, ଯେଉଁ ସମୟରେ ବାବା ଆସି ସ୍ଥାପନାର କର୍ତ୍ତବ୍ୟ କରୁଛନ୍ତି । ଗାୟନ ମଧ୍ୟ କରାଯାଏ ବ୍ରାହ୍ମଣ ଏବଂ ଦେବୀ-ଦେବତା... କ୍ଷତ୍ରିୟଙ୍କ ପାଇଁ କହୁନାହାଁନ୍ତି । ବ୍ରାହ୍ମଣ ଦେବୀ ଦେବତା ନମଃ କହୁଛନ୍ତି, କାହିଁକି ନା କ୍ଷତ୍ରିୟ ତ ୨ କଳା କମ୍ ହୋଇଗଲା ନା । ନୂଆ ଦୁନିଆକୁ ହିଁ ସ୍ୱର୍ଗ କୁହାଯାଉଛି । ତ୍ରେତାକୁ ତ ନୂଆ ଦୁନିଆ କୁହାଯିବ ନାହିଁ । ପ୍ରଥମେ ସତ୍ୟଯୁଗକୁ ହିଁ ଏକଦମ୍ ନୂଆ ଦୁନିଆ କୁହାଯିବ । ଏହା ସବୁଠାରୁ ପୁରୁଣା ଦୁନିଆ ଅଟେ । ପୁଣି ନୂଆ ଦୁନିଆକୁ ଯିବୁ । ଏବେ ଆମେ ସେହି ଦୁନିଆକୁ ଯାଉଥିବାରୁ ପିଲାମାନେ କହୁଛନ୍ତି ଯେ ଆମେ ନରରୁ ନାରାୟଣ ହେଉଛୁ । ଆମେ ସତ୍ୟନାରାୟଣଙ୍କର କଥା ମଧ୍ୟ ଶୁଣୁଛୁ । ରାଜକୁମାର ହେବାର କଥା କହୁନାହାଁନ୍ତି । ସତ୍ୟ ନାରାୟଣଙ୍କ କଥା କହୁଛନ୍ତି । ସେମାନେ ନାରାୟଣଙ୍କୁ ଅଲଗା ଭାବୁଛନ୍ତି । କିନ୍ତୁ ନାରାୟଣଙ୍କର କୌଣସି ଜୀବନ କାହାଣୀ ତ ନାହିଁ । ଜ୍ଞାନର କଥା ବହୁତ ରହିଛି ନା । ସେଥିପାଇଁ ୭ ଦିନ ଦିଆଯାଇଛି । ୭ ଦିନ ଭଟ୍ଟୀରେ ଅର୍ଥାତ୍ ଏକାଗ୍ରତା ପୂର୍ବକ ରହିବାକୁ ପଡିବ । କିନ୍ତୁ ଏପରି ମଧ୍ୟ ନୁହେଁ ଯେ ଏଠାରେ ଆସି ଭଟ୍ଟୀରେ ରହିବାକୁ ପଡିବ । ଏଭଳି ତ ଭଟ୍ଟୀର ବାହାନା କରି ଅନେକ ଆସିଯିବେ । ମୁଖ୍ୟତଃ ସକାଳ ଏବଂ ସନ୍ଧ୍ୟାରେ ପାଠପଢା ହୋଇଥାଏ । ଖରାବେଳେ ବାୟୁମଣ୍ଡଳ ଠିକ୍ ନଥାଏ । ରାତ୍ରିରେ ମଧ୍ୟ ୧୦ରୁ ୧୨ ପର୍ଯ୍ୟନ୍ତ ବିଲ୍କୁଲ୍ ଖରାପ ସମୟ ରହିଥାଏ । ଏଠାରେ ତୁମକୁ ମଧ୍ୟ ମେହନତ କରିବାକୁ ହେବ, ୟାଦରେ ରହି ସତ୍ତ୍ୱପ୍ରଧାନ ହେବା ପାଇଁ । ଘର ଗୃହସ୍ଥରେ ତ ସାରା ଦିନ କାମ-ଧନ୍ଦାରେ ରହୁଛ । ଏପରି ମଧ୍ୟ ବହୁତ ଅଛନ୍ତି ଯିଏ ଧନ୍ଦା ଆଦି କରି ମଧ୍ୟ ଭଲ ଚାକିରୀ କରିବା ପାଇଁ ପୁଣି ପାଠ ପଢିଥାନ୍ତି । ଏଠାରେ ମଧ୍ୟ ତୁମେ ପଢୁଛ ତେଣୁ ଯିଏ ପଢାଉଛନ୍ତି ସେହି ଶିକ୍ଷକଙ୍କୁ ମନେ ପକାଇବାକୁ ହେବ । ଆଚ୍ଛା, ଶିକ୍ଷକ ଭାବି ମନେ ପକାଇଲେ ତିନି ଜଣ ଏକତ୍ର ମନେ ପଡିବେ ବାପ, ଟିଚର, ଗୁରୁ । ତୁମ ନିମନ୍ତେ ଏହା ବହୁତ ସହଜ ହୋଇଥିବାରୁ ତୁରନ୍ତ ମନେ ପଡିବା ଉଚିତ୍ । ଇଏ ଆମର ବାବା, ଶିକ୍ଷକ, ଗୁରୁ ମଧ୍ୟ ଅଟନ୍ତି । ସେ ସର୍ବୋଚ୍ଚ ପିତା ଅଟନ୍ତି ଯାହାଙ୍କଠାରୁ ଆମେ ସ୍ୱର୍ଗର ସମ୍ପତ୍ତି ନେଉଛୁ । ଆମେ ସ୍ୱର୍ଗକୁ ନିଶ୍ଚୟ ଯିବୁ । ସ୍ୱର୍ଗର ସ୍ଥାପନା ନିଶ୍ଚୟ ହେବ । ତୁମେ କେବଳ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରୁଛ । ଏକଥା ମଧ୍ୟ ତୁମେ ଜାଣିଛ । ମନୁଷ୍ୟମାନେ ମଧ୍ୟ ଜାଣିବେ, ଚାରିଆଡେ ତୁମର ପ୍ରଚାର ପ୍ରସାର ହେବ । ତୁମ ବ୍ରାହ୍ମଣମାନଙ୍କର ଅଲୌକିକ ଧର୍ମ ଅଟେ - ଶ୍ରୀମତକୁ ଅନୁସରଣ କରି ଅଲୌକିକ ସେବାରେ ତତ୍ପର ରହିବା । ଏକଥା ମଧ୍ୟ ମନୁଷ୍ୟମାନେ ଜାଣିବେ ଯେ ତୁମେ ଶ୍ରୀମତ ମାଧ୍ୟମରେ କେତେ ଶ୍ରେଷ୍ଠ କାମ କରୁଛ । ତୁମ ପରି ଅଲୌକିକ ସେବା ଆଉ କେହି କରିପାରିବେ ନାହିଁ । ତୁମେ ବ୍ରାହ୍ମଣ ଧର୍ମାବଲମ୍ବୀ ହିଁ ଏପରି ଶ୍ରେଷ୍ଠ କର୍ମ କରୁଛ । ତେଣୁ ଏପରି କର୍ମରେ ଲାଗିଯିବା ଉଚିତ୍ । ଏଥିରେ ହିଁ କାର୍ଯ୍ୟ ବ୍ୟସ୍ତ ରହିବା ଉଚିତ୍ । ବାବା ମଧ୍ୟ ଏହି ସେବାରେ ବ୍ୟସ୍ତ ରହୁଛନ୍ତି ନା । ତୁମେ ରାଜଧାନୀ ସ୍ଥାପନ କରୁଛ । ସେମାନେ ତ ପଞ୍ଚାୟତକୁ ଏକତ୍ର କରି କେବଳ ପାଳନା କରୁଛନ୍ତି । ଏଠାରେ ତୁମେ ଗୁପ୍ତ ବେଶରେ କଣ କରୁଛ । ତୁମେ ହେଉଛ ଗୁପ୍ତ ଅହିଂସକ ଯୋଦ୍ଧା । ଏହାର ଅର୍ଥ ମଧ୍ୟ କେହି ବୁଝୁ ନାହାଁନ୍ତି । ତୁମେ ହେଉଛ ଡବଲ ଅହିଂସକ ସେନା । ସବୁଠାରୁ ବଡ ହିଂସା ହେଉଛି କାମ ବିକାର, ଯାହା ଆତ୍ମାକୁ ପତିତ କରାଉଛି । ଏହାକୁ ହିଁ ଜିତିବାକୁ ହେବ । ଭଗବାନୁବାଚ କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ତୁମେ ଜଗତ୍ଜିତ୍ ହେବ । ଏହି ଲକ୍ଷ୍ମୀ-ନାରାୟଣ ଜଗତ୍ଜିତ୍ ଅଟନ୍ତି ନା । ଭାରତ ଜଗତ୍ଜିତ୍ ଥିଲା । ଏହି ବିଶ୍ୱର ମାଲିକ କିପରି ହେଲେ! ଏକଥା ମଧ୍ୟ ବାହାର ଲୋକେ ବୁଝିପାରିବେ ନାହିଁ । ଏହାକୁ ବୁଝିବା ପାଇଁ ବୁଦ୍ଧି ବହୁତ ବିଶାଳ ହେବା ଉଚିତ୍ । ବଡ ବଡ ପରୀକ୍ଷାର୍ଥୀମାନଙ୍କର ବିଶାଳ ବୁଦ୍ଧି ହୋଇଥାଏ ନା । ତୁମେ ଶ୍ରୀମତ ଆଧାରରେ ନିଜର ରାଜ୍ୟ ସ୍ଥାପନ କରୁଛ । ତୁମେ ସମସ୍ତଙ୍କୁ ବୁଝାଇପାରିବ ଯେ ବିଶ୍ୱରେ ଶାନ୍ତି ଥିଲା ଆଉ କୌଣସି ରାଜ୍ୟ ନଥିଲା । ସ୍ୱର୍ଗରେ ଅଶାନ୍ତି ହୋଇପାରିବ ନାହିଁ । ବହିସ୍ଥକୁ ଗାର୍ଡନ ଅଫ୍ ଆଲ୍ଲା କୁହାଯାଉଛି । କେବଳ ବଗିଚା ତ ରହିବ ନାହିଁ, ମନୁଷ୍ୟ ମଧ୍ୟ ରହିବା ଦରକାର ନା । ଏବେ ତୁମେ ଜାଣୁଛ ଆମେ ସ୍ୱର୍ଗର ମାଲିକ ହେଉଛୁ । ତୁମର ମନରେ ବହୁତ ନିଶା ରହିବା ଉଚିତ୍ ଏବଂ ଚିନ୍ତନ ଉଚ୍ଚ ହେବା ଦରକାର । ତୁମେ ବାହାରର କୌଣସି ସୁଖକୁ ଚାହୁଁନାହଁ । ବର୍ତ୍ତମାନ ତୁମକୁ ବିଲ୍କୁଲ୍ ସାଧାରଣ ଭାବେ ରହିବାକୁ ହେବ । ଏବେ ତୁମେ ଶ୍ୱଶୁର ଘରକୁ ଯାଉଛ । ଏହା ତୁମର ବାପ ଘର ଅଟେ । ଏଠାରେ ତୁମକୁ ଦୁଇ ଜଣ ପିତା ମିଳିଛନ୍ତି, ଏକ ନିରାକାର ସର୍ବୋଚ୍ଚ ପିତା, ଦ୍ୱିତୀୟ ପୁଣି ସାକାର, ସେ ସାକାରରେ ମଧ୍ୟ ସର୍ବୋଚ୍ଚ ଅଟନ୍ତି । ଏବେ ତୁମେ ଶ୍ୱଶୁର ଘର ବିଷ୍ଣୁପୁରୀକୁ ଯାଉଛ । ତାକୁ କୃଷ୍ଣପୁରୀ କୁହାଯିବ ନାହିଁ । ପିଲାମାନଙ୍କର କୌଣସି ପୁରୀ ନଥାଏ । ବିଷ୍ଣୁପୁରୀ ଅର୍ଥାତ୍ ଲକ୍ଷ୍ମୀ-ନାରାୟଣଙ୍କ ପୁରୀ, ତୁମେ ରାଜଯୋଗୀ ଅଟ । ତେବେ ନିଶ୍ଚୟ ନରରୁ ନାରାୟଣ ହେବ ।

ତୁମେ ହେଉଛ ପ୍ରକୃତ ଈଶ୍ୱରୀୟ ସେବାଧାରୀ । ବାବା ସେହିମାନଙ୍କୁ ପ୍ରକୃତ ଈଶ୍ୱରୀୟ ସେବାଧାରୀ କହୁଛନ୍ତି ଯିଏକି ଅତି କମ୍ରେ ୮ ଘଣ୍ଟା ଆତ୍ମ-ଅଭିମାନୀ ରହିବାର ପୁରୁଷାର୍ଥ କରୁଛନ୍ତି । କୌଣସି କର୍ମବନ୍ଧନ ନରହିଲେ ହିଁ ସେବାଧାରୀ ହୋଇପାରିବ ଏବଂ କର୍ମାତୀତ ଅବସ୍ଥା ହୋଇପାରିବ । ନରରୁ ନାରାୟଣ ହେବା ପାଇଁ କର୍ମାତୀତ ଅବସ୍ଥା ନିଶ୍ଚୟ ହେବା ଦରକାର । କର୍ମବନ୍ଧନ ଥିଲେ ଦଣ୍ଡ ଭୋଗ କରିବାକୁ ପଡିବ । ପିଲାମାନେ ନିଜେ ବୁଝିପାରୁଛନ୍ତି ବାବାଙ୍କୁ ମନେ ପକାଇବା କଷ୍ଟସାଧ୍ୟ ଅଟେ, ଉପାୟ ତ ବହୁତ ସହଜ ଅଟେ, କେବଳ ବାବାଙ୍କୁ ୟାଦ କରିବାକୁ ହେବ । ଭାରତର ପ୍ରାଚୀନ ଯୋଗ ପ୍ରସିଦ୍ଧ ଅଟେ । ଯୋଗ ନିମନ୍ତେ ହିଁ ଜ୍ଞାନ ଉଦ୍ଧିଷ୍ଟ ଯାହା ବାବା ଆସି ଶିଖାଉଛନ୍ତି । କୃଷ୍ଣ କଣ ଯୋଗ ଶିଖାଇ ଥାନ୍ତି କି ? କୃଷ୍ଣଙ୍କୁ ପୁଣି ସ୍ୱଦର୍ଶନ ଚକ୍ର ଦେଇଛନ୍ତି । ଏହି ଚିତ୍ର ମଧ୍ୟ କେତେ ଭୁଲ୍ ଅଟେ । ଏବେ ତୁମକୁ କୌଣସି ଚିତ୍ର ଆଦିକୁ ମନେ ପକାଇବା ଅନୁଚିତ୍ । ସବୁ କିଛି ଭୁଲିଯାଅ । କେଉଁଥିରେ ବୁଦ୍ଧି ନଲାଗୁ, ଲାଇନ୍ କ୍ଲିଅର୍ ହେବା ଦରକାର । ଏହା ହେଉଛି ପାଠପଢାର ସମୟ । ଦୁନିଆକୁ ଭୁଲି ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବାକୁ ହେବ, ତେବେ ଯାଇ ପାପ ନାଶ ହେବ । ବାବା କହୁଛନ୍ତି ପ୍ରଥମେ ତୁମେ ଅଶରୀରୀ ଆସିଥିଲ, ପୁଣି ତୁମକୁ ଯିବାକୁ ହେବ । ତୁମେ ସର୍ବକର୍ମରେ ନିପୁଣ ଅଟ । ସେମାନେ ହଦର ଅଭିନେତା ଅଟନ୍ତି, ତୁମେ ହେଲ ବେହଦର ଅଭିନେତା । ଏବେ ତୁମେ ଜାଣୁଛ ଯେ ଆମେ ଅନେକ ଥର ପାର୍ଟ କରିଛୁ । ଅନେକ ଥର ତୁମେ ବେହଦର ମାଲିକ ହୋଇଛ । ଏହି ବେହଦର ନାଟକରେ ପୁଣି ଛୋଟ-ଛୋଟ ନାଟକ ମଧ୍ୟ ଅନେକ ଥର ହେଉଛି । ସତ୍ୟଯୁଗରୁ କଳିଯୁଗ ପର୍ଯ୍ୟନ୍ତ ଯାହା କିଛି ହୋଇଛି ତାହାର ପୁନରାବୃତ୍ତି ହେଉଛି । ଆରମ୍ଭରୁ ନେଇ ଅନ୍ତ ପର୍ଯ୍ୟନ୍ତ ସବୁ କିଛି ତୁମ ବୁଦ୍ଧିରେ ଅଛି । ମୂଳବତନ, ସୂକ୍ଷ୍ମବତନ ଏବଂ ସୃଷ୍ଟିର ଚକ୍ର ବାସ୍, ଆଉ କୌଣସି ଧାମ ସହିତ ତୁମର କାମ ନାହିଁ । ତୁମର ଧର୍ମ ବହୁତ ସୁଖଦାୟୀ ଅଟେ । ତାଙ୍କର ଯେବେ ସମୟ ଆସିବ ତେବେ ସେ ଆସିବେ । କ୍ରମାନ୍ୱୟରେ ଯେପରି ଆସିଛନ୍ତି, ସେପରି ପୁଣି ଆସିବେ । ଆମେ ଅନ୍ୟ ଧର୍ମର କଣ ବର୍ଣ୍ଣନା କରିବୁ । ତୁମକୁ କେବଳ ଏକମାତ୍ର ବାବା ହିଁ ମନେ ରହିବା ଦରକାର । ଚିତ୍ର ଆଦି ସବୁ ଭୁଲି, ଏକମାତ୍ର ବାବାଙ୍କୁ ୟାଦ କରିବାକୁ ହେବ । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ମଧ୍ୟ ନୁହେଁ, କେବଳ ଜଣଙ୍କୁ ମନେ ପକାଅ । ସେମାନେ ଭାବୁଛନ୍ତି ପରମାତ୍ମା ଲିଙ୍ଗ ସଦୃଶ ଅଟନ୍ତି । ଲିଙ୍ଗ ସଦୃଶ କୌଣସି ଜିନିଷ ହୋଇପାରିବ ନାହିଁ । ତେବେ ସେ କିପରି ଜ୍ଞାନ ଶୁଣାଇବେ । କଣ ପ୍ରେରଣା ଦ୍ୱାରା ଲାଉଡ୍ ସ୍ପିକର୍ ରଖିବେ ଯେ ତୁମେ ଶୁଣିବ । ପ୍ରେରଣା ଦ୍ୱାରା ତ କିଛି ହେଉ ନାହିଁ, ଏପରି ନୁହେଁ, ଶଙ୍କରଙ୍କୁ ପ୍ରେରଣା କରୁଛନ୍ତି । ଏସବୁ ଡ୍ରାମାରେ ପୂର୍ବରୁ ହିଁ ନିର୍ଦ୍ଧାରିତ ହୋଇ ରହିଛି । ବିନାଶ ତ ନିଶ୍ଚୟ ହେବ । ଯେପରି ତୁମେ ଆତ୍ମାମାନେ ଶରୀର ଦ୍ୱାରା କଥା ହେଉଛ, ସେହିପରି ପରମାତ୍ମା ମଧ୍ୟ ତୁମ ସହିତ କଥା ହେଉଛନ୍ତି । ତାଙ୍କର ପାର୍ଟ ହିଁ ଦିବ୍ୟ ଅଲୌକିକ ଅଟେ । ପତିତରୁ ପାବନ ଏକମାତ୍ର ବାବା ହିଁ କରାଉଛନ୍ତି । କହୁଛନ୍ତି ମୋର ପାର୍ଟ ସବୁଠାରୁ ଅଲଗା ଅଟେ । କଳ୍ପ ପୂର୍ବରୁ ଯେଉଁମାନେ ଆସିଥିଲେ ସେମାନେ ଆସିବେ, ଯାହା କିଛି ମଧ୍ୟ ଅତୀତ ହୋଇଗଲା, ତାହା ଡ୍ରାମା, ଏଥିରେ ଟିକିଏ ହେଲେ ଫରକ ନାହିଁ । ପୁଣି ପୁରୁଷାର୍ଥର ଖିଆଲ ରଖିବାକୁ ହେବ । ଏପରି ନୁହେଁ ଡ୍ରାମା ଅନୁସାରେ ଆମର କମ୍ ପୁରୁଷାର୍ଥ ହେଉଛି ପୁଣି ତ ପଦ ମଧ୍ୟ ବହୁତ କମ୍ ହୋଇଯିବ । ପୁରୁଷାର୍ଥକୁ ତୀବ୍ର କରିବା ଉଚିତ୍ । ସବୁ କିଛି ଡ୍ରାମା ଉପରେ ଛାଡି ଦେବା ଅନୁଚିତ୍ । ନିଜର ୟାଦର ଚାର୍ଟକୁ ଦେଖ ଓ ବୃଦ୍ଧି କର । ନୋଟ୍ କର ଆମର ଚାର୍ଟ ବଢୁଛି, ତ କମ୍ ହେଉ ନାହିଁ ତ । ବହୁତ ଖବଦଦାର ରହିବା ଉଚିତ୍ । ଏଠାରେ ତୁମେ ବ୍ରାହ୍ମଣ ସଙ୍ଗରେ ରହିଛ । ବାହାରେ ସବୁ କୁସଙ୍ଗ ଅଟେ । ସେମାନେ ସମସ୍ତେ ଓଲଟା ହିଁ ଶୁଣାଇଥାନ୍ତି । ଏବେ ବାବା ତୁମକୁ କୁସଙ୍ଗରୁ ବାହାର କରୁଛନ୍ତି ।

ମନୁଷ୍ୟମାନେ କୁସଙ୍ଗରେ ପଡି ନିଜର ଚାଲିଚଳଣ ଆଦି ସବୁ ବଦଳାଇ ଦେଇଛନ୍ତି, ବେଶ ପୋଷାକ ମଧ୍ୟ ବଦଳାଇ ଦେଇଛନ୍ତି ଏହା ମଧ୍ୟ ଯେପରି ନିଜ ଧର୍ମର ଅପମାନ ଅଟେ । ଦେଖ କିପରି କେଶ ସଜାଉଛନ୍ତି । ଦେହ-ଅଭିମାନ ଆସିଯାଉଛି । ୧୦୦-୧୫୦ ଟଙ୍କା ଦେଉଛନ୍ତି କେବଳ କେଶ ସଜାଇବା ପାଇଁ । ଏହାକୁ ଅତି ଦେହ-ଅଭିମାନ ବୋଲି କୁହାଯାଉଛି । ସେମାନେ ପୁଣି କେବେ ଜ୍ଞାନ ଧାରଣ କରିପାରିବେ ନାହିଁ । ବାବା କହୁଛନ୍ତି ବିଲ୍କୁଲ୍ ସାଧାରଣ ହୁଅ । ଅଧିକ ଦାମ୍ର ଶାଢୀ ପିନ୍ଧିବା ଦ୍ୱାରା ମଧ୍ୟ ଦେହ-ଅଭିମାନ ଆସିଥାଏ । ଦେହ-ଅଭିମାନ ଦୂର କରିବା ପାଇଁ ସବୁ ହାଲୁକା କରିଦେବା ଉଚିତ୍ । ଭଲ ଜିନିଷ ଦେହ-ଅଭିମାନ ଆଣିଥାଏ । ତୁମେ ବର୍ତ୍ତମାନ ବନବାସରେ ଅଛ ନା । ପ୍ରତ୍ୟେକ ଜିନିଷରୁ ମୋହ ହଟାଇବାକୁ ହେବ । ବହୁତ ସାଧାରଣ ରହିବାକୁ ହେବ । ବିବାହ ଆଦିରେ ସମ୍ପର୍କ ରକ୍ଷା କରିବା ପାଇଁ ରଙ୍ଗୀନ କପଡା ପିନ୍ଧିଯାଅ, ନାମକୁ ମାତ୍ର ପିନ୍ଧିଲ ପୁଣି ଘରକୁ ଆସି ଓହ୍ଲାଇ ଦେଲ । ତୁମକୁ ତ ବାଣୀରୁ ଉର୍ଦ୍ଧ୍ୱକୁ ଯିବାକୁ ହେବ । ବାନପ୍ରସ୍ଥୀ ଧଳାବସ୍ତ୍ର ପିନ୍ଧିଥାନ୍ତି । ତୁମେ ଛୋଟ-ବଡ ସବୁ ସମସ୍ତେ ବାନପ୍ରସ୍ଥୀ ଅଟ । ଛୋଟ ପିଲାମାନେ ମଧ୍ୟ ବାବାଙ୍କୁ ୟାଦ କରିବା ଉଚିତ୍ । ଏଥିରେ ହିଁ କଲ୍ୟାଣ ରହିଛି । ବାସ୍ ଆମକୁ ଏବେ ଶିବବାବାଙ୍କ ପାଖକୁ ଯିବାକୁ ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସର୍ବଦା ଧ୍ୟାନ ରହୁ ଯେ ମୋର କୌଣସି ଚାଲି-ଚଳଣି ଦେହ-ଅଭିମାନଯୁକ୍ତ ନ ହେଉ । ବହୁତ ସାଧାରଣ ଭାବରେ ରହିବାକୁ ହେବ । କୌଣସି ଜିନିଷରେ ମମତ୍ୱ ରଖିବାର ନାହିଁ । କୁସଙ୍ଗ ଠାରୁ ନିଜକୁ ଦୂରେଇବାକୁ ହେବ ।

(୨) ଯୋଗର ମେହନତ ଦ୍ୱାରା ସମସ୍ତ କର୍ମ ବନ୍ଧନକୁ ସମାପ୍ତ କରି କର୍ମାତୀତ ହେବାକୁ ପଡିବ । ଅତିକମ୍ରେ ୮ ଘଣ୍ଟା ଆତ୍ମ-ଅଭିମାନୀ ରହି ପ୍ରକୃତ ଈଶ୍ୱରୀୟ ସେବାଧାରୀ ହେବାକୁ ପଡିବ ।

ବରଦାନ:-
ସର୍ବଦା ବେହଦର ସ୍ଥିତିରେ ସ୍ଥିତ ରହୁଥିବା ବନ୍ଧନମୁକ୍ତ, ଜୀବନମୁକ୍ତ ହୁଅ ।

ଦେହ-ଅଭିମାନ ହଦ୍ର ଅର୍ଥାତ୍ ସୀମିତ ଭାବନାରେ ସ୍ଥିତ ଏବଂ ଦେହୀ-ଅଭିମାନୀ ହେବା ଏହା ହେଉଛି ବେହଦର ସ୍ଥିତି ଅର୍ଥାତ୍ ବିଶାଳ ଭାବନାର ସ୍ଥିତ । ଦୈହିକ ସ୍ମୃତିରେ ରହିବା ଦ୍ୱାରା ଅନେକ ପ୍ରକାରର କର୍ମ ବନ୍ଧନରେ ବା ସୀମା ଭିତରେ ରହିବାକୁ ପଡିଥାଏ କିନ୍ତୁ ଯେତେବେଳେ ଦେହ ଅର୍ଥାତ୍ ଆତ୍ମା ହୋଇଯାଉଛ ସେତେବେଳେ ସବୁ ପ୍ରକାରର ବନ୍ଧନ ସମାପ୍ତ ହୋଇଯାଉଛି । ଯେପରି କୁହାଯାଏ ବନ୍ଧନମୁକ୍ତ ହିଁ ଜୀବନମୁକ୍ତ, ସେହିପରି ଯେଉଁମାନେ ବେହଦର ସ୍ଥିତିରେ ସ୍ଥିତ ରହିଥାନ୍ତି ସେମାନେ ଦୁନିଆର ତମୋଗୁଣୀ ବାତାବରଣ, ତମୋଗୁଣୀ ମନୋବୃତ୍ତିରୁ ସୃଷ୍ଟି ହେଉଥିବା ତମୋଗୁଣୀ ବିଚାର ତରଙ୍ଗ ଏବଂ ମାୟାର ଆକ୍ରମଣରୁ ମୁକ୍ତ ହୋଇଯାଆନ୍ତି । ଏହାକୁ ହିଁ କୁହାଯାଏ ଜୀବନମୁକ୍ତ ସ୍ଥିତି, ଯାହାର ଅନୁଭବ ସଂଗମଯୁଗରେ ହିଁ କରିବାକୁ ହେବ ।

ସ୍ଲୋଗାନ:-
ନିଶ୍ଚୟ ବୁଦ୍ଧିର ଚିହ୍ନ ହେଲା ନିଶ୍ଚିତ ବିଜୟୀ ଏବଂ ନିଶ୍ଚିନ୍ତ ସ୍ଥିତି, ସେମାନଙ୍କ ନିକଟକୁ ବ୍ୟର୍ଥ ଆସିପାରିବ ନାହିଁ ।