22.11.23          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ଏହା ତୁମ ବ୍ରାହ୍ମଣମାନଙ୍କର ନୂଆ ପରିବାର ରୂପୀ ବୃକ୍ଷ, ଏହାର ବୃଦ୍ଧି ମଧ୍ୟ କରିବାକୁ ହେବ ଏବଂ ଯତ୍ନ ମଧ୍ୟ ନେବାକୁ ହେବ କାହିଁକି ନା ନୂଆ ବୃକ୍ଷକୁ ଚଢେଇମାନେ ଖାଇଯାଆନ୍ତି ।

ପ୍ରଶ୍ନ:-
ବ୍ରାହ୍ମଣମାନଙ୍କର ବୃକ୍ଷରେ ବାହାରୁଥିବା ପତ୍ରଗୁଡିକ କାହିଁକି ଝାଉଁଳି ଯାଉଛନ୍ତି? ଏହାର କାରଣ ଏବଂ ନିବାରଣ କଣ?

ଉତ୍ତର:-
ବାବା ଜ୍ଞାନର ଯେଉଁ ସବୁ ବିସ୍ମୟକର ରହସ୍ୟ ଶୁଣାଉଛନ୍ତି ସେଗୁଡିକୁ ବୁଝି ନ ପାରିବା କାରଣରୁ ମନ ଭିତରେ ସଂଶୟ ଉପନ୍ନ ହେଉଛି ସେଥିପାଇଁ ପତ୍ରଗୁଡିକ ଝାଉଁଳି ପଡୁଛନ୍ତି ଅର୍ଥାତ୍ ଏହି ପାଠପଢାକୁ ଛାଡି ଦେଉଛନ୍ତି । ତେଣୁ ସେମାନଙ୍କୁ ବୁଝାଇବା ପାଇଁ ବହୁତ ବୁଦ୍ଧିମାନ ସନ୍ତାନ ଆବଶ୍ୟକ । ଯଦି କୌଣସି କଥାରେ ସଂଶୟ ଆସୁଛି ତେବେ ବଡମାନଙ୍କୁ ପଚାରିବା ଦରକାର । ଯଦି ଉତ୍ତରରେ ସନ୍ତୁଷ୍ଟତା ନ ମିଳିଲା ତେବେ ବାବାଙ୍କୁ ମଧ୍ୟ ପଚାରିବା ଦରକାର ।

ଗୀତ:-
ପ୍ରୀତମ ଆନ୍ ମିଲୋ.....

ଓମ୍ ଶାନ୍ତି ।
ଏହି ଗୀତଟିକୁ ତ ପିଲାମାନେ ବହୁତ ଥର ଶୁଣିଛନ୍ତି, ଦୁଃଖ ସମୟରେ ସମସ୍ତେ ଭଗବାନଙ୍କୁ ଡାକନ୍ତି । କିନ୍ତୁ ସିଏ ତ ତୁମ ନିକଟରେ ଉପସ୍ଥିତ ଅଛନ୍ତି । ତୁମମାନଙ୍କୁ ସବୁ ଦୁଃଖରୁ ମୁକ୍ତ କରୁଛନ୍ତି । ତୁମେମାନେ ଜାଣିଛ ନିଶ୍ଚିତ ଭାବରେ ଦୁଃଖଧାମକୁ ନେଇଯାଉଥିବା, ସୁଖଧାମର ମାଲିକ କରୁଥିବା ବାବା ହିଁ ଆମକୁ ପାଠ ପଢାଉଛନ୍ତି । ସେ ନିଜେ ଆସିଛନ୍ତି, ତୁମମାନଙ୍କ ସମ୍ମୁଖରେ ବସିଛନ୍ତି ଏବଂ ରାଜଯୋଗ ଶିଖାଉଛନ୍ତି, ଯେଉଁ କାର୍ଯ୍ୟ କୌଣସି ମନୁଷ୍ୟର ନୁହେଁ । ତୁମେ କହୁଛ ପରମପିତା ପରମାତ୍ମା ଆମକୁ ମନୁଷ୍ୟରୁ ଦେବତା କରିବା ପାଇଁ ରାଜଯୋଗ ଶିଖାଉଛନ୍ତି କାରଣ ମନୁଷ୍ୟ କେବେ ବି ମନୁଷ୍ୟକୁ ଦେବତା କରିପାରିବ ନାହିଁ । ତେବେ ମନୁଷ୍ୟରୁ ଦେବତା କରିବା ପାଇଁ ସମୟ ଲାଗୁ ନାହିଁ... ଏହି ମହିମା କାହାର? ବାବାଙ୍କର । ନିଶ୍ଚିତ ଭାବରେ ଦେବତାମାନେ ତ ସତ୍ୟଯୁଗରେ ହିଁ ଥାଆନ୍ତି । ଏସମୟରେ ତ ଦେବତାମାନେ ନାହାଁନ୍ତି । ତେବେ ନିଶ୍ଚିତ ସ୍ୱର୍ଗର ରଚୟିତା ହିଁ ମନୁଷ୍ୟରୁ ଦେବତା କରିବେ । ତେବେ ପରମପିତା ପରମାତ୍ମା ଯାହାଙ୍କୁ ଶିବ ମଧ୍ୟ କହୁଛନ୍ତି ତାଙ୍କୁ ପତିତରୁ ପାବନ କରିବା ପାଇଁ ଏଠାକୁ ଆସିବାକୁ ହିଁ ପଡିବ । କିନ୍ତୁ ସିଏ ଆସିବେ କିପରି? ପତିତ ଦୁନିଆରେ ତ ତାଙ୍କୁ କୃଷ୍ଣଙ୍କ ଶରୀର ମଧ୍ୟ ମିଳିପାରିବ ନାହିଁ । ମନୁଷ୍ୟମାନେ ଏହି କଥାରେ ସଂଶୟରେ ଅଛନ୍ତି । ଏବେ ତୁମେ ପିଲାମାନେ ସମ୍ମୁଖରେ ଶୁଣୁଛ । ତୁମେମାନେ ଏହି ଦୁନିଆର ଇତିହାସ ଭୁଗୋଳକୁ ମଧ୍ୟ ଜାଣିଛ । ତେବେ ଇତିହାସ ସହିତ ଭୂଗୋଳ ମଧ୍ୟ ନିଶ୍ଚିତ ରହିଛି ଏବଂ ଏହି ମନୁଷ୍ୟ ସୃଷ୍ଟିରେ ହିଁ ଇତିହାସ-ଭୂଗୋଳ ରହିଛି । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର ସୂକ୍ଷ୍ମଲୋକର ଇତିହାସ ଭୂଗୋଳ ବୋଲି କେବେ କୁହାଯିବ ନାହିଁ । ତାହା ହେଉଛି ସୂକ୍ଷ୍ମଲୋକ ଈଶାରାର ଦୁନିଆ । ଶବ୍ଦ ବା ବାଣୀର ଦୁନିଆ ତ ଏହାକୁ ହିଁ କୁହାଯାଉଛି । ଏବେ ବାବା ତୁମମାନଙ୍କୁ ସାରା ଦୁନିଆର ଇତିହାସ-ଭୂଗୋଳ ପଢାଉଛନ୍ତି ଏବଂ ବ୍ରହ୍ମଲୋକ ପରମଧାମ ଯାହାକୁ ତିନିଲୋକ କୁହାଯାଉଛି ତାର ସମସ୍ତ ସମାଚାର ଶୁଣାଉଛନ୍ତି । ଏବେ ତୁମ ବ୍ରାହ୍ମଣମାନଙ୍କର ନୂଆ ବୃକ୍ଷ ଲାଗିଛି । ଏହାକୁ ବୃକ୍ଷ କୁହାଯାଉଛି । ଅନ୍ୟ ଯେଉଁ ସବୁ ମଠ ପନ୍ଥ ରହିଛି, ସେମାନଙ୍କୁ ବୃକ୍ଷ କୁହାଯିବ ନାହିଁ । ଯଦିଓ ଖ୍ରୀଷ୍ଟିୟାନମାନେ ଜାଣିଛନ୍ତି ଯେ ସେମାନଙ୍କର ଧର୍ମର ବୃକ୍ଷ ଅଲଗା କିନ୍ତୁ ସେମାନଙ୍କୁ ଏକଥା ଜଣାନାହିଁ ଯେ, ଶାଖା ପ୍ରଶାଖା ସବୁ ଏହି ବିଶାଳ ବୃକ୍ଷରୁ ବାହାରିଛି । ତେବେ ସେମାନଙ୍କୁ ବୁଝାଇବା ଦରକାର ଯେ ମନୁଷ୍ୟ ସୃଷ୍ଟି କିପରି ଜନ୍ମ ନେଉଛି । ପ୍ରଥମେ ମାତା-ପିତା ତାପରେ ସନ୍ତାନ... ତାହା ମଧ୍ୟ ସମସ୍ତେ ଏକା ସମୟରେ ତ ଜନ୍ମ ନେବେ ନାହିଁ । ପ୍ରଥମେ ଦୁଇରୁ ଚାରି, ପାଞ୍ଚ... ଏହିଭଳି ପତ୍ର ସବୁ ବାହାରିଥାଏ, ପୁଣି ସେଥି ମଧ୍ୟରୁ କାହାକୁ ଚଢେଇମାନେ ମଧ୍ୟ ଖାଇଯାଆନ୍ତି । ଏଠାରେ ମଧ୍ୟ ମାୟା ଚଢେଇ ଖାଇଯାଉଛି । ତୁମର ଏହା ବହୁତ ଛୋଟ ବୃକ୍ଷ । ଧୀରେ ଧୀରେ ଏହାର ବୃଦ୍ଧି ହେବ ଯେପରି ପ୍ରଥମରୁ ହୋଇଆସିଛି । ତୁମମାନଙ୍କ ଭିତରେ ଏବେ କେତେ ଜ୍ଞାନ ରହିଛି । ତୁମେମାନେ ତିନିକାଳ ଏବଂ ତିନିଲୋକକୁ ଜାଣିଛ, ତେଣୁ ତ୍ରିକାଳଦର୍ଶୀ, ତ୍ରିଲୋକୀନାଥ ହୋଇଛ । ଲକ୍ଷ୍ମୀ-ନାରାୟଣଙ୍କୁ ତ୍ରିଲୋକୀନାଥ, ତ୍ରିକାଳଦର୍ଶୀ କୁହାଯିବ ନାହିଁ । କିନ୍ତୁ ମନୁଷ୍ୟମାନେ ଶ୍ରୀକୃଷ୍ଣଙ୍କୁ ତ୍ରିଲୋକୀନାଥ ବୋଲି କହୁଛନ୍ତି । ତେଣୁ ଯେଉଁମାନେ ଏଠାରେ ସେବା କରିବେ ସେମାନଙ୍କର ପ୍ରଜା ମଧ୍ୟ ହେବେ । ନିଜର ଉତ୍ତରାଧିକାରୀ ମଧ୍ୟ ବାହାର କରିବାକୁ ହେବ ଏବଂ ପ୍ରଜା ମଧ୍ୟ ବାହାର କରିବାକୁ ହେବ । ତେବେ ଏହି କଥା ବୁଦ୍ଧିରେ ରହିବା ଉଚିତ୍ ଯେ ଆମେ ତ୍ରିଲୋକୀନାଥ ଅଟୁ । ଏହା ବହୁତ ବିଚିତ୍ର କଥା ଅଟେ । ପିଲାମାନେ ଯଦି ଠିକ୍ ଭାବରେ ବୁଝାଇ ପାରୁନାହାଁନ୍ତି ତେବେ ଗଢିବା ପରିବର୍ତ୍ତେ ଭାଙ୍ଗିଦେଉଛନ୍ତି ଅର୍ଥାତ୍ ସେବା କରିବା ପରିବର୍ତ୍ତେ ଅପସେବା କରିଦେଉଛନ୍ତି । ଜନ୍ମ ନେଇଥିବା ପତ୍ର ଗୁଡିକୁ ଝାଉଁଳାଇ ଦେଉଛନ୍ତି ଯାହାଦ୍ୱାରା ସେମାନେ ପାଠପଢାକୁ ଛାଡି ଦେଉଛନ୍ତି । ତେବେ କୁହାଯିବ କଳ୍ପ ପୂର୍ବରୁ ମଧ୍ୟ ଏହିଭଳି ହୋଇଥିଲା, ତେବେ ଯାହା ବିତିଗଲା ତାକୁ ଭୁଲିଯାଅ । ଦେଖ, ଏବେ ତୁମେ ପିଲାମାନେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଯାଇଛ, ଇତିହାସ-ଭୂଗୋଳକୁ ମଧ୍ୟ ଜାଣିଯାଇଛ । ବାକି ମନୁଷ୍ୟମାନେ ତ ଅନେକ ପ୍ରକାରର କଥା କହୁଛନ୍ତି । କଣ କଣ ସବୁ ଲେଖି ଦେଇଛନ୍ତି । କିଭଳି ନାଟକ ସବୁ ତିଆରି କରିଦେଇଛନ୍ତି ।

ଭାରତରେ ବହୁତଙ୍କୁ ଅବତାର ବୋଲି ମାନିଥାଆନ୍ତି । ବାସ୍ତବରେ ଭାରତ ହିଁ ନିଜର ଭେଳାକୁ ବୁଡାଇ ଦେଇଛି । ଏବେ ତୁମେ ପିଲାମାନେ ବିଶେଷ ଭାବରେ ଭାରତକୁ ଏବଂ ସାଧାରଣ ଭାବରେ ସାରା ବିଶ୍ୱର ଉଦ୍ଧାର କରୁଛ । ଏହି ଦୁନିଆର ଚକ୍ର ତ ଘୂରି ଚାଲିଛି । ଆମେ ଯେତେବେଳେ ଉପରେ ଅର୍ଥାତ୍ ସ୍ୱର୍ଗରେ ରହିବା ସେତେବେଳେ ନର୍କ ତଳେ ରହିଯିବ । ଯେପରି ସୂର୍ଯ୍ୟ ଯେତେବେଳେ ଅସ୍ତ ହୋଇଯାଉଛି ସେତେବେଳେ କୁହାଯିବ ସମୁଦ୍ର ତଳକୁ ଚାଲିଯାଉଛି, କିନ୍ତୁ ସତରେ କଣ ଚାଲିଯାଉଛି! ଭାବୁଛନ୍ତି ଦ୍ୱାରିକା ଇତ୍ୟାଦି ସମୁଦ୍ରରେ ବୁଡିଯାଇଛି । ମନୁଷ୍ୟ ମାନଙ୍କର ବୁଦ୍ଧି ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ ନା । ଏବେ ତୁମେମାନେ କେତେ ଶ୍ରେଷ୍ଠ ହେଉଛ । ତେଣୁ ତୁମକୁ କେତେ ଖୁସି ଅନୁଭବ ହେବା ଦରକାର । ଏହି ଦୁଃଖ ସମୟରେ ତୁମକୁ ଲଟେରୀ ମିଳୁଛି । ଦେବତାମାନଙ୍କୁ କେବଳ ସୁଖ ହିଁ ମିଳିଥାଏ କିନ୍ତୁ ଏଠାରେ ତୁମକୁ ଦୁଃଖ ସମୟରେ ଅପରମଅପାର ସୁଖ ମଧ୍ୟ ମିଳିଛି । ତେଣୁ ତୁମକୁ କେତେ ଖୁସି ଲାଗୁଛି କାରଣ ଭବିଷ୍ୟତ ୨୧ ଜନ୍ମ ପାଇଁ ଆମେ ସ୍ୱର୍ଗ ଦୁନିଆର ମାଲିକ ହେବା ।

ମନୁଷ୍ୟ କହୁଛନ୍ତି ଗୀତାର ଜ୍ଞାନ ଶୁଣିବା ତ ସତସଂଗ ଅଟେ । ବାସ୍ତବରେ ସାଇବାବା ପ୍ରଭୃତିଙ୍କର କେତେ ସବୁ ସତସଂଗ ରହିଛି । ଏହିଭଳି ଦୋକାନ (ସତ୍‌ସଙ୍ଗ) ତ ବହୁତ ରହିଛି । ତେବେ ଏହା ତ ହେଉଛି ବ୍ରହ୍ମାକୁମାରୀମାନଙ୍କର ଏକମାତ୍ର ଦୋକାନ ଅର୍ଥାତ୍ ସତସଙ୍ଗ । ଜଗଦମ୍ବା ହେଉଛନ୍ତି ବ୍ରହ୍ମାଙ୍କର ମୁଖ ବଂଶାବଳୀ । ସରସ୍ୱତୀ ବ୍ରହ୍ମାଙ୍କର କନ୍ୟା ବୋଲି ଗାୟନ ମଧ୍ୟ ରହିଛି । ତୁମେମାନେ ଜାଣିଛ ମାତା-ପିତାଙ୍କଠାରୁ ଆମକୁ ଅସରନ୍ତି ସୁଖ ମିଳିଥିଲା । ଏବେ ପୁଣି ସେହି ମାତା-ପିତା ମିଳିଛନ୍ତି ଏବଂ ବହୁତ ସୁଖ ମଧ୍ୟ ଦେଉଛନ୍ତି । ଆଚ୍ଛା, ଏହି ମାତାପିତାଙ୍କୁ କିଏ ଜନ୍ମ ଦେଇଛନ୍ତି? ଶିବବାବା । ଆମକୁ ଏହି ଜ୍ଞାନରତ୍ନ ଶିବବାବାଙ୍କଠାରୁ ମିଳୁଛି । ତେଣୁ ତୁମେମାନେ ଶିବବାବାଙ୍କର ନାତି ହୋଇଗଲ । ଏବେ ଆମେ ଅଥାହ ସୁଖ ସେହି ଅବିନାଶୀ ପିତାଙ୍କଠାରୁ ବ୍ରହ୍ମା ସରସ୍ୱତୀ ଅଥବା ମାତାପିତାଙ୍କ ଠାରୁ ନେଉଛୁ । ଏହି ସୁଖ କେବଳ ସିଏ ହିଁ ଦେଉଛନ୍ତି । ଏହା କେତେ ସହଜ କଥା । କିନ୍ତୁ ଅନ୍ୟମାନଙ୍କୁ ବୁଝାଇବାକୁ ମଧ୍ୟ ହେବ ଯେ, ଆମେ ଏହି ଭାରତକୁ ପୁଣି ଥରେ ସ୍ୱର୍ଗ କରୁଛୁ । ସେଠାରେ ଯାଇ ପୁଣି ଅଥାହ ସୁଖ ଭୋଗ କରିବୁ । ତେଣୁ ଆମେ ଭାରତର ସେବକ ହେଲେ ନା । ଶରୀର-ମନ-ଧନ ଦ୍ୱାରା ଆମେମାନେ ସେବା କରୁଛୁ । ଗାନ୍ଧିଜୀଙ୍କୁ ମଧ୍ୟ ସହଯୋଗ କରିଥିଲେ ନା । ତୁମେ ଅନ୍ୟମାନଙ୍କୁ ବୁଝାଇପାରିବ ଯେ - ଯାଦବ, କୌରବ ଏବଂ ପାଣ୍ଡବମାନେ କଣ କରୁଥିଲେ । ପାଣ୍ଡବମାନଙ୍କର ସାଥୀରେ ତ ସ୍ୱୟଂ ପରମାତ୍ମା ଅଛନ୍ତି । ପାଣ୍ଡବମାନେ ହେଲେ ବିନାଶ କାଳେ ପ୍ରିତିବୁଦ୍ଧି, କୌରବ ଏବଂ ଯାଦବମାନେ ହେଲେ ବିନାଶ କାଳେ ବିପରୀତ ବୁଦ୍ଧି । ଯେଉଁମାନେ କି ପରମପିତା ପରମାତ୍ମାଙ୍କୁ ମାନନ୍ତି ନାହିଁ । ପରମାତ୍ମାଙ୍କୁ ମାଟି ଗୋଡି ଭିତରେ ଅଛନ୍ତି ବୋଲି କହିଦେଉଛନ୍ତି । ତୁମମାନଙ୍କର ବାବାଙ୍କ ବ୍ୟତୀତ ଆଉ କାହାଠାରେ ପ୍ରୀତି ନାହିଁ । ତେଣୁ ହର୍ଷିତ ରହିବା ଉଚିତ୍ । ପାଦରୁ ଚୁଟି ପର୍ଯ୍ୟନ୍ତ ଖୁସି ରହିବା ଆବଶ୍ୟକ । ସନ୍ତାନ ତ ଅନେକ ଅଛନ୍ତି ନା । ତୁମେମାନେ ମାତା ପିତାଙ୍କଠାରୁ ଶୁଣୁଛ ତେଣୁ ତୁମମାନଙ୍କୁ ଖୁସି ଲାଗୁଛି । ସାରା ସୃଷ୍ଟିରେ ଆମ ସଦୃଶ ସୌଭାଗ୍ୟଶାଳୀ କେହି ହୋଇପାରିବେ ନାହିଁ, ଆମମାନଙ୍କ ଭିତରେ ମଧ୍ୟ କେହି କେହି ପଦ୍ମାପଦ୍ମ ଭାଗ୍ୟଶାଳୀ, କେହି କେହି ସୌଭାଗ୍ୟଶାଳୀ, ଆଉ କେହି କେହି କେବଳ ଭାଗ୍ୟଶାଳୀ ଏବଂ କେହି କେହି ତ ଦୁର୍ଭାଗ୍ୟଶାଳୀ ମଧ୍ୟ ଅଛନ୍ତି । ଯେଉଁମାନେ ଆଶ୍ଚର୍ଯ୍ୟ ଭାବେ ପଳାଇଯାଆନ୍ତି, ସେହିମାନଙ୍କୁ କୁହାଯିବ ମହାନ ଦୁର୍ଭାଗ୍ୟଶାଳୀ । କୌଣସି ନା କୌଣସି କାରଣରୁ ବାବାଙ୍କୁ ଛାଡପତ୍ର ଦେଇଦେଉଛନ୍ତି । ବାବା ବୁଝାଉଛନ୍ତି - ତୁମେ ବିକାରଗ୍ରସ୍ତ ହୋଇ ଈଶ୍ୱରୀୟ କୂଳର ବଦନାମ କରୁଛ । ଯଦି ବାବାଙ୍କର ନାମକୁ ବଦନାମ କରିବ ତେବେ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ । ସେହିମାନଙ୍କ ପାଇଁ ହିଁ କୁହାଯାଏ ସଦଗୁରୁଙ୍କର ନିନ୍ଦୁକକୁ କେଉଁଠାରେ ବି ସ୍ଥାନ ମିଳେ ନାହିଁ । କିନ୍ତୁ ଦୁନିଆରେ ଲୋକମାନେ ଭାବୁଛନ୍ତି ଏହା ହେଉଛି ଲୌକିକ ଗୁରୁଙ୍କର କଥା । ଅବଳାମାନଙ୍କୁ ପୁରୁଷମାନେ ଡରାଇଥାନ୍ତି । କିନ୍ତୁ ଅମରନାଥ ବାବା ତୁମମାନଙ୍କୁ ଏବେ ଅମରକଥା ଶୁଣାଉଛନ୍ତି । ବାବା କହୁଛନ୍ତି - ମୁଁ ତ ତୁମର ଶିକ୍ଷକ ଏବଂ ସେବାଧାରୀ ଅଟେ ନା । ଶିକ୍ଷକଙ୍କର ଚରଣ ଧୋଇ ପିଅନ୍ତି କି? ତୁମେମାନେ ବିଶ୍ୱର ମାଲିକ ହେବାକୁ ଯାଉଛ, ତେବେ ମୁଁ କଣ ତୁମ ଦ୍ୱାରା ପାଦ ଧୁଆଇବି? ନା । ଗାୟନ ମଧ୍ୟ ରହିଛି ନିରାକାରୀ, ନିରହଂକାରୀ । ବ୍ରହ୍ମାବାବା ମଧ୍ୟ ତାଙ୍କ ସାଙ୍ଗରେ ରହି ନିରହଂକାରୀ ହୋଇଯାଇଛନ୍ତି ।

ଅବଳାମାନଙ୍କ ଉପରେ ଅତ୍ୟାଚାର ହେବାର ଗାୟନ ରହିଛି । କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା । ରକ୍ତର ନଦୀ ବୋହିବ । ପାପର ଘଡା ଭରିବ । କିନ୍ତୁ ଏବେ ତୁମେମାନେ ଯୋଗବଳ ଦ୍ୱାରା ବେହଦର ରାଜତ୍ୱ ନେଉଛ । ତୁମେମାନେ ଜାଣିଛ, ଆମେ ବାବାଙ୍କଠାରୁ ଅଟଳ-ଅଖଣ୍ଡ ରାଜତ୍ୱ ନେଉଛୁ । ଆମେ ସୂର୍ଯ୍ୟବଂଶକୁ ଯିବୁ । ହଁ ଏଥିରେ କିନ୍ତୁ ସାହସ ଦରକାର । ନିଜର ମୁହଁକୁ ଜ୍ଞାନରୂପକ ଦର୍ପଣରେ ଦେଖୁଥାଅ - ମୋ ଭିତରେ କୌଣସି ବିକାର ତ ନାହିଁ । ଯଦି କୌଣସି କଥା ବୁଝିପାରୁ ନାହଁ ତେବେ ତୁମଠାରୁ ବଡମାନଙ୍କୁ ପଚାର, ନିଜର ସଂଶୟ ଦୂର କର । ଯଦି ବ୍ରାହ୍ମଣୀ ତୁମର ସଂଶୟ ଦୂର କରି ପାରିଲେ ନାହିଁ ତେବେ ବାବାଙ୍କୁ ପଚାର । ଏବେ ତ ତୁମମାନଙ୍କୁ ବହୁତ କିଛି ବୁଝିବାର ଅଛି । ଯେତେବେଳ ପର୍ଯ୍ୟନ୍ତ ବଞ୍ଚିଛ ସେତେବେଳେ ପର୍ଯ୍ୟନ୍ତ ବାବା ବୁଝାଉଥିବେ । ସମସ୍ତଙ୍କୁ କୁହ, ଏବେ ତ ଆମେ ପଢୁଛୁ, ଆମେ ବାବାଙ୍କୁ ପଚାରିବୁ ନଚେତ୍ କୁହ ଏକଥା ବାବା ଏ ପର୍ଯ୍ୟନ୍ତ ଆମକୁ ବୁଝାଇ ନାହାଁନ୍ତି । ଆଗକୁ ଗଲେ ବୁଝାଇବେ ସେତେବେଳେ ପଚାରିବ । ଏ ପର୍ଯ୍ୟନ୍ତ ବାବା ବହୁତ ପଏଣ୍ଟ ବୁଝାଇନାହାଁନ୍ତି । ଆମେ ତ ବାବାଙ୍କୁ ଜଣାଉଛୁ ବାକି ତାଙ୍କ ଇଚ୍ଛା ଉପରେ ନିର୍ଭର କରେ, ଏହିଭଳି କେହି ନିଜକୁ ସେଥିରୁ ମୁକୁଳାଇ ନେବା ଉଚିତ୍ ।

ବଗିଚାରେ ବାବାଙ୍କୁ ପିଲାମାନେ ପଚାରିଲେ - ବାବା ତ ଜ୍ଞାନର ସାଗର ତେଣୁ ନିଶ୍ଚିତ ଭାବରେ ଜ୍ଞାନର ନୃତ୍ୟ କରୁଥିବେ । ଆଚ୍ଛା, ଯେତେବେଳେ ଭକ୍ତିମାର୍ଗରେ ବାବା ସମସ୍ତଙ୍କର ମନକାମନା ପୂରା କରିବାର ପାର୍ଟ କରିଥାନ୍ତି ସେହି ସମୟରେ ତାଙ୍କୁ ଏହି ସଂକଳ୍ପ ମଧ୍ୟ ଆସୁଥିବ ଯେ, ମୋତେ ସଂଗମଯୁଗରେ ଯାଇ ପିଲାମାନଙ୍କୁ ରାଜଯୋଗ ଶିଖାଇବାକୁ ହେବ? ସ୍ୱର୍ଗର ମାଲିକ କରିବାକୁ ହେବ? ଏହି ସଂକଳ୍ପ ସେତେବେଳେ ଉଠିଥିଲା ନା ଯେତେବେଳେ ଆସିବାର ସମୟ ଆସିଲା ସେତେବେଳେ ଏହି ସଂକଳ୍ପ ଆସିଲା?

ତେବେ ବିଚାର ଆସୁଛି ଯେ ସେତେବେଳେ ଏପରି କୌଣସି ସଂକଳ୍ପ ଆସୁ ନ ଥିବ । ଯଦିଓ ବାବା ଜ୍ଞାନର ସାଗର କିନ୍ତୁ ଜ୍ଞାନର ଜାଗ୍ରତ ସେତେବେଳେ ହୁଏ, ଯେତେବେଳେ ଏଠାକୁ ଆସିବାର ସମୟ ଆସେ । ଏମିତି ତ ଆମ ଆତ୍ମାମାନଙ୍କ ଭିତରେ ମଧ୍ୟ ୮୪ ଜନ୍ମର ଅଭିନୟ ସୁପ୍ତ ଅବସ୍ଥାରେ ରହିଥାଏ । ଗାୟନ ମଧ୍ୟ ରହିଛି, ଭଗବାନଙ୍କୁ ନୂଆ ସୃଷ୍ଟି ରଚନା କରିବାର ସଂକଳ୍ପ ଆସିଲା, ତେବେ ତାହା ତ ଯେତେବେଳେ ସମୟ ଆସିବ ସେତେବେଳେ ସଂକଳ୍ପ ଚାଲିବ ନା । ବାବା ମଧ୍ୟ ଡ୍ରାମାରେ ବନ୍ଧା । ଏହା ହେଉଛି ବହୁତ ଗୁହ୍ୟ କଥା । ।

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ରାତ୍ରିକ୍ଲାସ : ୧୩-0୧-୬୯

ପିଲାମାନେ ଯେତେବେଳେ ଏଠାରେ ଆସି ବସନ୍ତି ସେତେବେଳେ ବାବା ପଚାରନ୍ତି ପିଲାମାନେ ଶିବବାବାଙ୍କ ସ୍ମୃତିରେ ବସିଛ? ବିଶ୍ୱର ରାଜତ୍ୱକୁ ମନେ ପକାଉଛ? ବେହଦ ପିତାଙ୍କର ନାମ ହେଉଛି ଶିବ । କିନ୍ତୁ ଭାଷା ହିସାବରେ ତାଙ୍କର ନାମକୁ ଅଲଗା ଅଲଗା କରିଦେଇଛନ୍ତି । ଯେପରି ବମ୍ବେରେ ବବୁଲନାଥ ବୋଲି କହୁଛନ୍ତି, କାରଣ ସିଏ କଣ୍ଟାରୁ ଫୁଲ କରୁଛନ୍ତି । ସତ୍ୟଯୁଗରେ ହେଲେ ଫୁଲ ଏବଂ ଏବେ ସମସ୍ତେ କଣ୍ଟା । ତେବେ ବାବା ଆତ୍ମିକ ସନ୍ତାନମାନଙ୍କୁ ପଚାରୁଛନ୍ତି ବେହଦ ପିତାଙ୍କର ସ୍ମୃତିରେ କେତେ ସମୟ ବସୁଛ? ତାଙ୍କର ନାମ ଶିବ, କଲ୍ୟାଣକାରୀ । ତୁମେ ତାଙ୍କୁ ଯେତେ ଯେତେ ମନେପକାଇବ ସେତେ ସେତେ ତୁମର ଜନ୍ମ ଜନ୍ମାନ୍ତରର ପାପ କଟିଯିବ । ସତ୍ୟଯୁଗରେ କୌଣସି ପାପ ହୋଇନଥାଏ । ତାହା ହେଲା ପୁଣ୍ୟ ଆତ୍ମାମାନଙ୍କର ଦୁନିଆ, ଏହା ହେଉଛି ପାପ ଆତ୍ମାମାନଙ୍କର ଦୁନିଆ । ୫ ବିକାର ହିଁ ତୁମ ଦ୍ୱାରା ପାପ କରାଇଥାଏ । ସତ୍ୟଯୁଗରେ ତ ରାବଣ ହିଁ ରହିବ ନାହିଁ । ରାବଣ ହେଉଛି ସାରା ଦୁନିଆର ଶତ୍ରୁ । ଏବେ ସାରା ଦୁନିଆରେ ରାବଣର ରାଜ୍ୟ ଚାଲିଛି । ସମସ୍ତେ ଦୁଃଖୀ ଏବଂ ତମଃପ୍ରଧାନ ହୋଇଯାଇଛନ୍ତି ସେଥିପାଇଁ ବାବା କହୁଛନ୍ତି ପିଲାମାନେ, ମୋତେ ମନେ ପକାଅ । ଏହି କଥା ଗୀତାରେ ମଧ୍ୟ ଅଛି । ବାବା ମଧ୍ୟ ସ୍ୱୟଂ ଏଠାକୁ ଆସି କହୁଛନ୍ତି ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ଛାଡି ମୋତେ ମନେ ପକାଅ । ପ୍ରଥମେ ପ୍ରଥମେ ତୁମେମାନେ ସୁଖର ସମ୍ବନ୍ଧରେ ଥିଲ, ଏବେ ରାବଣର ବନ୍ଧନକୁ ଆସିଯାଇଛ । ପୁଣି ଏବେ ସୁଖର ସମ୍ବନ୍ଧକୁ ଆସିବାକୁ ହେବ । ସେଥିପାଇଁ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ -ଏହି ଶିକ୍ଷା ବାବା କେବଳ ସଂଗମ ଯୁଗରେ ହିଁ ଦେଇଥାନ୍ତି । ବାବା ନିଜେ କହୁଛନ୍ତି - ମୁଁ ପରମଧାମ ନିବାସୀ ଅଟେ । ଏବେ ତୁମମାନଙ୍କୁ ଜ୍ଞାନ ବୁଝାଇବା ପାଇଁ ମୁଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଛି ଏବଂ ତୁମମାନଙ୍କୁ କହୁଛି - ପବିତ୍ରତା ବିନା ତୁମେ କେବେ ବି ମୋ ପାଖକୁ ଆସିପାରିବ ନାହିଁ । ତେବେ ପବିତ୍ର କିପରି ହେବ? ସେଥିପାଇଁ କେବଳ ମୋତେ ମନେ ପକାଅ । ଭକ୍ତିମାର୍ଗରେ ମଧ୍ୟ ଯେତେବେଳେ କେବଳ ମୋର ପୂଜା ହେଉଥିଲା, ତାକୁ ଅବ୍ୟଭିଚାରୀ ପୂଜା ବୋଲି କୁହାଯାଉଥିଲା । ଏବେ ମୁଁ ପତିତ-ପାବନ ଏଠାକୁ ଆସିଛି ତେଣୁ ମୋତେ ମନେ ପକାଅ ତେବେ ଯାଇ ତୁମର ଜନ୍ମ-ଜନ୍ମାନ୍ତରର ବିକର୍ମ ବିନାଶ ହେବ । ତୁମ ଉପରେ ୬୩ ଜନ୍ମର ପାପ ରହିଛି । ସନ୍ନ୍ୟାସୀମାନେ ତ ରାଜଯୋଗ ଶିଖାଇପାରିବେ ନାହିଁ । ରାଜଯୋଗ ତ ବାବା ହିଁ ଶିଖାଉଛନ୍ତି ବାସ୍ତବରେ ଏହି ଶାସ୍ତ୍ର ଏବଂ ଭକ୍ତି ତ ପ୍ରବୃତ୍ତିମାର୍ଗର ମନୁଷ୍ୟମାନଙ୍କ ପାଇଁ । ସନ୍ନ୍ୟାସୀମାନେ ତ ଜଙ୍ଗଲରେ ଯାଇ ରହୁଛନ୍ତି ଏବଂ ବ୍ରହ୍ମକୁ ମନେ ପକାଉଛନ୍ତି । ଏବେ ବାବା କହୁଛନ୍ତି - ସମସ୍ତଙ୍କର ସଦ୍‌ଗତିଦାତା ମୁଁ ହିଁ ଅଟେ, ସେଥିପାଇଁ ମୋତେ ମନେ ପକାଅ ତେବେ ତୁମେମାନେ ମଧ୍ୟ ଏହି ଲକ୍ଷ୍ନୀ-ନାରାୟଣ ସଦୃଶ ହୋଇଯିବ । ଏହି ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ତ ସମ୍ମୁଖରେ ଉପସ୍ଥିତ । ଯେତେ ପଢିବ ଏବଂ ପଢାଇବ ଦୈବୀ ରାଜଧାନୀରେ ସେତେ ଉଚ୍ଚ ପଦ ପାଇବ । ଅଲଫ କେବଳ ଏକମାତ୍ର ବାବାଙ୍କୁ ହିଁ କୁହାଯିବ । ରଚନାଙ୍କଠାରୁ ରଚନାକୁ କେବେ ବି ସମ୍ପତ୍ତି ମିଳି ନ ଥାଏ । ଇଏ ହେଉଛନ୍ତି ବେହଦର ପିତା ତେଣୁ ବେହଦର ସମ୍ପତ୍ତି ମଧ୍ୟ ଦେଉଛନ୍ତି । ତୁମେମାନେ ସ୍ୱର୍ଗରେ ସଦ୍‌ଗତିରେ ରହିବ । ବାକି ସବୁ ଆତ୍ମାମାନେ ଘରକୁ ଅର୍ଥାତ୍ ପରମଧାମକୁ ଫେରିଯିବେ । ମୁକ୍ତି-ଜୀବନମୁକ୍ତି, ଗତି-ସଦ୍‌ଗତିର ଶବ୍ଦ ହିଁ ହେଉଛି ଶାନ୍ତିଧାମ ଏବଂ ସୁଖଧାମ ପାଇଁ । କିନ୍ତୁ ବାବାଙ୍କ ସ୍ମୃତି ବିନା ଘରକୁ ଯାଇପାରିବ ନାହିଁ । ଘରକୁ ଯିବା ପାଇଁ ହେଲେ ପବିତ୍ର ନିଶ୍ଚିତ ହେବାକୁ ପଡିବ । ଏଠାରେ ତ ସମସ୍ତେ ନାସ୍ତିକ । ବାବାଙ୍କୁ ଜାଣି ନାହାଁନ୍ତି । ତୁମେମାନେ ଏବେ ଆସ୍ତିକ ହୋଇଛ । ଗାୟନ ମଧ୍ୟ ରହିଛି ବିନାଶ କାଳେ ବିପରୀତ ବୁଦ୍ଧି ବିନାଶ ହୋଇଯିବେ । ଏବେ ବିନାଶର ସମୟ ନା । ଚକ୍ର ନିଶ୍ଚୟ ଘୁରିବ । ବିନାଶ କାଳରେ ଯେଉଁମାନଙ୍କର ପ୍ରୀତି ବୁଦ୍ଧି ଥିବ ସେହିମାନଙ୍କର ବିଜୟ ହେବ । ବାବା କେତେ ସହଜ କଥା ଶୁଣାଉଛନ୍ତି, କିନ୍ତୁ ମାୟା ଭୁଲାଇ ଦେଉଛି । ଏବେ ଏହି ପୁରଣା ଦୁନିଆ ଶେଷ ହେବାକୁ ଯାଉଛି । ତାହା ହେଉଛି ଅମରଲୋକ ଯେଉଁଠାରେ କାଳ କେବେ ବି ଖାଇବ ନାହିଁ । ବାବାଙ୍କୁ କହୁଛନ୍ତି ଏଠାକୁ ଆସ, ଆସି ଆମ ସମସ୍ତଙ୍କୁ ସାଥୀରେ ନେଇଯାଅ । ତେବେ ବାବା ମଧ୍ୟ କାଳ ହେଲେ ନା । ସତ୍ୟଯୁଗରେ ମନୁଷ୍ୟ ସୃଷ୍ଟି ରୂପୀ କଳ୍ପବୃକ୍ଷ କେତେ ଛୋଟ ଥିଲା । ଏବେ ବହୁତ ବଡ ହୋଇଯାଇଛି । ବ୍ରହ୍ମା ଏବଂ ବିଷ୍ଣୁଙ୍କର କର୍ତ୍ତବ୍ୟ କଣ? ବିଷ୍ଣୁଙ୍କୁ ଦେବତା କୁହାଯାଉଛି । ବ୍ରହ୍ମାଙ୍କୁ ତ କୌଣସି ଅଳଙ୍କାର ଇତ୍ୟାଦି ଦିଆଯାଇନାହିଁ । ସେଠାରେ ଅର୍ଥାତ୍ ସତ୍ୟଯୁଗରେ ତ ନା ବ୍ରହ୍ମା, ନା ବିଷ୍ଣୁ, ନା ଶଙ୍କର ରହିବେ । ପ୍ରଜାପିତା ବ୍ରହ୍ମା ତ ଏଠାରେ ଅଛନ୍ତି । ସୂକ୍ଷ୍ମଲୋକରେ ତ କେବଳ ସାକ୍ଷାତ୍‌କାର ହୋଇଥାଏ । ସ୍ଥୂଳଲୋକ, ସୂକ୍ଷ୍ମଲୋକ ଏବଂ ବ୍ରହ୍ମଲୋକ ରହିଛି ନା । ସୂକ୍ଷ୍ମଲୋକ ହେଉଛି ଈଶାରାର ସ୍ଥାନ । ଏହା ସବୁ ହେଉଛି ବୁଝିବାର କଥା । ଏହା ହେଉଛି ଗୀତା ପାଠଶାଳା, ଯେଉଁଠାରେ ତୁମେମାନେ ରାଜଯୋଗ ଶିଖୁଛ । ଏଠାରେ ଶିବବାବା ପଢାଉଛନ୍ତି ତେଣୁ ନିଶ୍ଚିତ ଭାବରେ ଶିବବାବା ହିଁ ମନେ ପଡିବେ ନା । ଆଚ୍ଛା

ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ବାପଦାଦାଙ୍କର ସ୍ନେହଭରା ଗୁଡ୍ ନାଇଟ୍ । ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଦୁଃଖ ସମୟରେ ଅପାର ସୁଖ ପ୍ରାପ୍ତ କରିବାର ଆମକୁ ଯେଉଁ ଲଟେରୀ ମିଳିଛି, ଏକମାତ୍ର ବାବାଙ୍କ ସହିତ ସଚ୍ଚା ପ୍ରୀତି ରହିଛି, ତାକୁ ସ୍ମରଣ କରି ସଦାସର୍ବଦା ଖୁସିରେ ରହିବାକୁ ହେବ ।

(୨) ବାପଦାଦାଙ୍କ ଭଳି ନିରାକାରୀ ଏବଂ ନିରହଂକାରୀ ହେବାକୁ ପଡିବ । ସାହସୀ ହୋଇ ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଯୋଗବଳ ଆଧାରରେ ରାଜତ୍ୱ ପ୍ରାପ୍ତ କରିବାକୁ ହେବ ।

ବରଦାନ:-
କର୍ମ କରିବା ସମୟରେ ମଧ୍ୟ ଶକ୍ତିଶାଳୀ ସ୍ଥିତିରେ ସ୍ଥିତ ହୋଇ ଆତ୍ମିକ ବ୍ୟକ୍ତିତ୍ୱର ଅନୁଭବ କରାଉଥିବା କର୍ମଯୋଗୀ ହୁଅ ।

ତୁମେ ପିଲାମାନେ କେବଳ କର୍ମକର୍ତ୍ତା ନୁହଁ କିନ୍ତୁ ଯୋଗଯୁକ୍ତ ହୋଇ କର୍ମ କରୁଥିବା କର୍ମଯୋଗୀ ଅଟ । ତେଣୁ ତୁମମାନଙ୍କ ଦ୍ୱାରା ପ୍ରତ୍ୟେକ ଆତ୍ମାଙ୍କ ଏହି ଅନୁଭବ ହେଉ ଯେ ଏମାନେ କର୍ମ ତ ହାତ ଦ୍ୱାରା କରୁଛନ୍ତି କିନ୍ତୁ କର୍ମ କରୁଥିଲେ ମଧ୍ୟ ନିଜର ଶକ୍ତିଶାଳୀ ସ୍ଥିତିରେ ସ୍ଥିତ ରହିଛନ୍ତି । ଚାହେଁ ସାଧାରଣ ରୀତିରେ ଚାଲୁଥାଅ ବା ଛିଡା ହୋଇଯାଅ କିନ୍ତୁ ତୁମର ଆତ୍ମିକ ବ୍ୟକ୍ତିତ୍ୱକୁ ଦୂରରୁ ହିଁ ଅନ୍ୟମାନେ ଅନୁଭବ କରନ୍ତୁ । ଯେପରି ଦୁନିଆର ବ୍ୟକ୍ତିତ୍ୱ ଆକର୍ଷିତ କରିଥାଏ, ସେହିଭଳି ତୁମର ଆତ୍ମିକ ସ୍ଥିତିର ବ୍ୟକ୍ତିତ୍ୱ, ପବ୍ରିତତାର ବ୍ୟକ୍ତିତ୍ୱ, ସ୍ୱତଃ ହିଁ ଆକର୍ଷିତ କରିବ ।

ସ୍ଲୋଗାନ:-
ବାପଦାଦାଙ୍କ ସହିତ ଏଭଳି ଯୋଡି ହୋଇ ରୁହ ଯାହାକି ତୁମ ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର ସ୍ମୃତି ଆସିଯିବ ।