23.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ପବିତ୍ରତା ବିନା ଭାରତ ସ୍ୱର୍ଗ ହୋଇପାରିବ ନାହିଁ, ସେଥିପାଇଁ ତୁମମାନଙ୍କୁ ଶ୍ରୀମତ ମିଳିଛି ଯେ,
ଘର ଗୃହସ୍ଥରେ ରହି ପବିତ୍ର ରୁହ, ଲୌକିକ ଓ ଅଲୌକିକ ଉଭୟ କର୍ତ୍ତବ୍ୟ ସମ୍ପାଦନ କର ।”
ପ୍ରଶ୍ନ:-
ଅନ୍ୟ ସତସଙ୍ଗ
ବା ଆଶ୍ରମମାନଙ୍କଠାରୁ ଏଠିକାର କେଉଁ ପ୍ରଥା ବିଲ୍କୁଲ୍ ଭିନ୍ନ ଅଟେ?
ଉତ୍ତର:-
ସେସବୁ ଆଶ୍ରମମାନଙ୍କରେ ମନୁଷ୍ୟ ଯାଇ ରୁହନ୍ତି କିନ୍ତୁ ଭାବନ୍ତି ଯେ - ଏଠାରେ ଭଲ ସଂଗ ମିଳିବ,
ଘର ଗୃହସ୍ଥର କୌଣସି ଝନ୍ଝଟ୍ ନାହିଁ । ସେଠାରେ ଲକ୍ଷ୍ୟ ବା ଉଦ୍ଦେଶ୍ୟ କିଛି ନାହିଁ କିନ୍ତୁ ଏଠାରେ
ତ ତୁମେମାନେ ବଞ୍ଚି ଥାଇ ମରିବା ଶିଖୁଛ । ତୁମକୁ ଏଠାରେ ଘର ଗୃହସ୍ଥରୁ ଅଲଗା କରାଯାଉନାହିଁ । ଘରେ
ରହି ମଧ୍ୟ ତୁମମାନଙ୍କୁ ଜ୍ଞାନର ଅମୃତ ପାନ କରିବାକୁ ହେବ ଏବଂ ଆତ୍ମିକ ସେବା ମଧ୍ୟ କରିବାକୁ ହେବ
। ଏଭଳି ପ୍ରଥା ଅନ୍ୟ ସବୁ ସତସଙ୍ଗ୍ମାନଙ୍କରେ ନାହିଁ ।
ଓମ୍ ଶାନ୍ତି ।
ବାବା ଆସି
ପିଲାମାନଙ୍କୁ ବୁଝାଉଛନ୍ତି କାରଣ ପିଲାମାନେ ଜାଣିଛନ୍ତି ଯେ, ଏଠାରେ ବାବା ହିଁ ବୁଝାଉଛନ୍ତି ।
ସେଥିପାଇଁ ବାରମ୍ବାର ଶିବ ଭଗବାନୁବାଚ କହିବାକୁ ଭଲ ଲାଗୁନାହିଁ । ଯେଉଁମାନେ ଗୀତା ଶୁଣାନ୍ତି
ସେମାନେ କୃଷ୍ଣ ଭଗବାନୁବାଚ ବୋଲି କହିଥା’ନ୍ତି । କିନ୍ତୁ ସିଏ ତ ସତ୍ୟଯୁଗରେ ଆସିଥିଲେ । ଏକଥା
ମଧ୍ୟ କହନ୍ତି ଯେ, କୃଷ୍ଣ ଗୀତା ଶୁଣାଇଥିଲେ, ରାଜଯୋଗ ଶିଖାଇଥିଲେ । କିନ୍ତୁ ଏକଥା ତ ତୁମେମାନେ
ଜାଣିଛ ଯେ, ଶିବବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ଏଭଳି କୌଣସି ସତସଙ୍ଗ ନାହିଁ ଯେଉଁଠାରେ
ରାଜଯୋଗ ଶିଖାଯାଉଥିବ । ବାବା କହୁଛନ୍ତି ମୁଁ ତୁମକୁ ରାଜାମାନଙ୍କର ରାଜା କରୁଛି । ସେମାନେ ତ
କେବଳ କହୁଛନ୍ତି କୃଷ୍ଣ ଭଗବାନୁବାଚ ମନମନାଭବ । ତେବେ ସିଏ ଏକଥା କେବେ କହିଥିଲେ? କେହି କହୁଛନ୍ତି,
୫ ହଜାର ବର୍ଷ ପୂର୍ବରୁ ଏବଂ ଆଉ କେହି କହୁଛନ୍ତି, ଯୀଶୁଖ୍ରୀଷ୍ଟଙ୍କର ୩ ହଜାର ବର୍ଷ ପୂର୍ବରୁ ।
୨ ହଜାର ବର୍ଷ ବୋଲି କହୁନାହାଁନ୍ତି କାହିଁକି ନା ମଝିରେ ଯେଉଁ ୧ ହଜାର ବର୍ଷ ରହିଛି ସେହି ସମୟରେ
ଇସ୍ଲାମୀ ବୈାଦ୍ଧି ଆସିଥିଲେ । ତେଣୁ ଯୀଶୁଖ୍ରୀଷ୍ଟ ଆସିବାର ୩ ହଜାର ବର୍ଷ ପୂର୍ବରୁ ସତ୍ୟଯୁଗ
ଥିବାର ପ୍ରମାଣିତ ହୋଇଯାଉଛି । ଆମେ କହୁଛୁ ଯେ - ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଗୀତା ଜ୍ଞାନ
ଦାତା ଭଗବାନ ଆସିଥିଲେ ଏବଂ ଦେବୀ-ଦେବତା ଧର୍ମର ସ୍ଥାପନା କରିଥିଲେ । ଏବେ ପୁଣି ୫ ହଜାର ବର୍ଷ
ପରେ ପୁଣି ଥରେ ତାଙ୍କୁ ଆସିବାକୁ ପଡିବ । ଏହା ହେଉଛି ୫ ହଜାର ବର୍ଷର ଚକ୍ର । ପିଲାମାନେ
ଜାଣିଛନ୍ତି ଯେ, ଶିବବାବା ଏହି ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି । ଦୁନିଆରେ ତ ଅନେକ ପ୍ରକାରର
ସତସଙ୍ଗ ରହିଛି, ଯେଉଁ ସ୍ଥାନକୁ ମନୁଷ୍ୟମାନେ ଯାଉଛନ୍ତି । କେହି ଯଦି କୌଣସି ଆଶ୍ରମକୁ ଯାଇ
ରହୁଛନ୍ତି ତେବେ ଏକଥା କୁହାଯିବ ନାହିଁ ଯେ, ମାତା-ପିତାଙ୍କ ପାଖରେ ଯାଇ ଜନ୍ମ ନେଇଛନ୍ତି ଅଥବା
ତାଙ୍କଠାରୁ କୌଣସି ବର୍ସା ମିଳୁଛି ନା । ସେମାନେ କେବଳ ସେହି ସଙ୍ଗ ଭଲ ବୋଲି ଭାବନ୍ତି । ସେଠାରେ
ଘର ଗୃହସ୍ଥର କୌଣସି ଝନ୍ଝଟ୍ ନାହିଁ । ବାକି ସେମାନଙ୍କର ଲକ୍ଷ୍ୟ-ଉଦ୍ଦେଶ୍ୟ ତ କିଛି ବି ନାହିଁ ।
ଏଠାରେ ତ ତୁମେମାନେ କହୁଛ ଯେ, ଆମେ ମାତା-ପିତାଙ୍କ ପାଖକୁ ଆସିଛୁ । ଏହା ତୁମର ମରଜୀବା ଅର୍ଥାତ୍
ବଞ୍ଚି ଥାଉ ଥାଉ ମରିଯିବାର ଜନ୍ମ । ଦୁନିଆର ଲୋକମାନେ ତ ପିଲାକୁ ପୋଷ୍ୟ କରିନିଅନ୍ତି, ତେବେ ସେ
ଯାଇ ତାର ସଂସାର ଗଢିଥାଏ । ଏଠାରେ ଏଭଳି କିଛି ନିୟମ ନାହିଁ ଯେ, ଶାଶୂଘର, ବାପଘରକୁ ଛାଡି ଏଠାରେ
ଆସି ରହିବେ । ଏପରି ହୋଇପାରିବ ନାହିଁ । ଏଠାରେ ତ ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ସମାନ
ପବିତ୍ର ରହିବାକୁ ହେବ । କୁମାରୀ ହୁଅନ୍ତୁ ଅଥବା କେହି ବି ହୁଅନ୍ତୁ ସେମାନଙ୍କୁ କୁହାଯାଉଛି ଯେ
ଘରେ ରହି ପ୍ରତ୍ୟେକ ଦିନ ଜ୍ଞାନ ଅମୃତ ପାନ କରିବାକୁ ଆସ । ଏହି ଜ୍ଞାନକୁ ନିଜେ ବୁଝି ପୁଣି
ଅନ୍ୟମାନଙ୍କୁ ମଧ୍ୟ ବୁଝାଅ । ଉଭୟ ଲୌକିକ ଅଲୌକିକଙ୍କ ପ୍ରତି କର୍ତ୍ତବ୍ୟ ସମ୍ପାଦନ କର । ତୁମକୁ
ଗୃହସ୍ଥ ବ୍ୟବହାରରେ ମଧ୍ୟ ରହିବାକୁ ପଡିବ । ଅନ୍ତିମ ସମୟ ପର୍ଯ୍ୟନ୍ତ ଉଭୟ ପକ୍ଷର କର୍ତ୍ତବ୍ୟ
ସମ୍ପାଦନ କରିବାକୁ ହେବ । ଶେଷ ସମୟରେ ଏଠାରେ ରୁହ ବା ଘରେ ରୁହ ମୃତ୍ୟୁ ତ ସମସ୍ତଙ୍କର ହେବ ।
କଥାରେ କହନ୍ତି - ରାମ ଗୟୋ, ରାବଣ ଗୟୋ.... ଏପରି ନୁହେଁ ଯେ, ସମସ୍ତଙ୍କୁ ଏଠାରେ ଆସି ରହିବାକୁ
ପଡିବ । ମାତାମାନେ ତ ସେତେବେଳେ ଘର ଛାଡିଥା’ନ୍ତି ଯେତେବେଳେ ବିକାର ପାଇଁ ସେମାନଙ୍କୁ ବାଧ୍ୟ
କରାଯାଇଥାଏ । ତେବେ କନ୍ୟମାନଙ୍କୁ ମଧ୍ୟ ଘରେ ହିଁ ରହିବାକୁ ପଡିବ । ମିତ୍ର ସମ୍ବନ୍ଧୀମାନଙ୍କର
ସେବା କରିବାକୁ ପଡିବ । ସମାଜ ସେବିକା ତ ବହୁତ ଅଛନ୍ତି । ଗଭର୍ଣ୍ଣମେଣ୍ଟ ଏତେ ସମସ୍ତଙ୍କୁ ତ ନିଜ
ପାଖରେ ରଖିପାରିବ ନାହିଁ । ତେଣୁ ନିଜର ଘରେ ରୁହନ୍ତି । କିନ୍ତୁ କିଛି ନା କିଛି ସେବା ମଧ୍ୟ
କରନ୍ତି । ଏଠାରେ ତୁମକୁ ଆତ୍ମିକ ସେବା କରିବାକୁ ପଡିବ । ପୁଣି ଗୃହସ୍ଥ ବ୍ୟବହାରରେ ମଧ୍ୟ
ରହିବାକୁ ପଡିବ । ହଁ, ଯେତେବେଳେ ବିକାର ପାଇଁ ବହୁତ ହଇରାଣ କରନ୍ତି ସେତେବେଳେ ଆସି ଈଶ୍ୱରଙ୍କର
ଶରଣ ନେଇଥା’ନ୍ତି । ଏଠାରେ ବିକାର ପାଇଁ କନ୍ୟାମାନେ ବହୁତ ମାଡ ଖାଉଛନ୍ତି, ଅନ୍ୟ କେଉଁଠାରେ ଏପରି
କଥା ନାହିଁ । ଏଠାରେ ତ ପବିତ୍ର ରହିବାକୁ ପଡିବ । ଗଭର୍ଣ୍ଣମେଣ୍ଟ ମଧ୍ୟ ପବିତ୍ରତା ହିଁ ଚାହୁଁଛି
। କିନ୍ତୁ ଗୃହସ୍ଥ ବ୍ୟବହାରରେ ରହି ପବିତ୍ର କରିବାର ଶକ୍ତି, କେବଳ ଈଶ୍ୱରଙ୍କ ପାଖରେ ହିଁ ରହିଛି
। କିନ୍ତୁ ସମୟ ଏଭଳି ଆସିଲାଣି ଯେ, ଗଭର୍ଣ୍ଣମେଣ୍ଟ ମଧ୍ୟ ଚାହୁଁଛି ଯେ, ପିଲା ଜନ୍ମ ନ ହୁଅନ୍ତୁ
କାହିଁକି ନା ବହୁତ ଗରିବି ଲାଗି ରହିଛି । ତେଣୁ ଗଭର୍ଣ୍ଣମେଣ୍ଟ ଚାହୁଁଛି ଯେ, ଭାରତରେ ପବିତ୍ରତା
ରହୁ, ପିଲା କମ ଜନ୍ମ ହୁଅନ୍ତୁ ।
ବାବା କହୁଛନ୍ତି -
ପିଲାମାନେ ତୁମେ ପବିତ୍ର ହୁଅ, ତେବେ ପବିତ୍ର ଦୁନିଆର ମାଲିକ ହୋଇଯିବ । କିନ୍ତୁ ଏକଥା ସେମାନଙ୍କ
ବୁଦ୍ଧିରେ ନାହିଁ । ଭାରତ ପବିତ୍ର ଥିଲା, ଏବେ ଅପବିତ୍ର ହୋଇଯାଇଛି । ସବୁ ଆତ୍ମାମାନେ ନିଜେ
ମଧ୍ୟ ଚାହୁଁଛନ୍ତି ଯେ, ଆମେ ପବିତ୍ର ହେବୁ । ଏଠାରେ ବହୁତ ଦୁଃଖ ରହିଛି । ତୁମେମାନେ ଜାଣିଛ ଯେ
ପବିତ୍ରତା ବିନା ଭାରତ ସ୍ୱର୍ଗ ହୋଇପାରିବ ନାହିଁ । ଏହି ନର୍କରେ ହିଁ ଦୁଃଖ ରହିଛି । ତେବେ ନର୍କ
ତ ଆଉ କିଛି ଜିନିଷ ନୁହେଁ । ଯେପରି ଗରୁଡ ପୁରାଣରେ ବର୍ଣ୍ଣିତ ଅଛି ଯେ, ବୈତରଣୀ ନଦୀ ରହିଛି,
ଯେଉଁଠାରେ ମନୁଷ୍ୟମାନେ ଉବୁଟୁବୁ ହେଉଛନ୍ତି । କିନ୍ତୁ ବାସ୍ତବରେ ଏଭଳି ତ କୌଣସି ନଦୀ ନାହିଁ
ଯେଉଁଠାରେ ଦଣ୍ଡ ପାଉଥିବେ । ଦଣ୍ଡ ତ ଗର୍ଭ ଜେଲରେ ମିଳିଥାଏ । ସତ୍ୟଯୁଗରେ ତ ଗର୍ଭ ଜେଲ ନଥାଏ,
ଯେଉଁଠାରେ ଦଣ୍ଡ ମିଳିବ । ସେଠାରେ ତ ଗର୍ଭ ମହଲ ହୋଇଥାଏ । ବର୍ତ୍ତମାନ ସମୟରେ ତ ସାରା ଦୁନିଆ
ହିଁ ଜୀବନ୍ତ ନର୍କ ସଦୃଶ ହୋଇଯାଇଛି । ଯେଉଁଠାରେ ମନୁଷ୍ୟମାନେ ଦୁଃଖୀ ରୋଗୀ ହୋଇଯାଇଛନ୍ତି ।
ପରସ୍ପରକୁ କେବଳ ଦୁଃଖ ଦେଇଚାଲିଛନ୍ତି । ସ୍ୱର୍ଗରେ ଏସବୁ କିଛି ହୋଇନଥାଏ । ଏବେ ବାବା
ବୁଝାଉଛନ୍ତି ଯେ ମୁଁ ତୁମର ବେହଦର ପିତା ଅଟେ । ମୁଁ ରଚୟିତା, ତେବେ ନିଶ୍ଚିତ ସ୍ୱର୍ଗ ନୂଆ
ଦୁନିଆ ହିଁ ରଚନା କରିବି । ସ୍ୱର୍ଗ ପାଇଁ ଆଦି ସନାତନ ଦେବୀ-ଦେବତା ଧର୍ମ ରଚନା କରିବି ।
କହୁଛନ୍ତି - ତୁମ୍ ମାତ୍ ପିତା... ତେବେ ସିଏ କଳ୍ପ କଳ୍ପ ଏହି ରାଜଯୋଗ ଶିଖାଇଥିଲେ ।
ବ୍ରହ୍ମାଙ୍କ ଦ୍ୱାରା ସବୁ ବେଦ ଶାସ୍ତ୍ରର ଆଦି ମଧ୍ୟ ଅନ୍ତର ରହସ୍ୟକୁ ବୁଝାଉଛନ୍ତି । ବିଲକୁଲ୍
ଅପାଠୁଆଙ୍କୁ ବସାଇ ପାଠ ପଢାଉଛନ୍ତି । ତୁମେ କହୁଥିଲ ନା - ହେ ଭଗବାନ ଆସ । ପତିତମାନେ ତ ସେଠାକୁ
ଯାଇପାରିବେ ନାହିଁ । ତେଣୁ ପବିତ୍ର କରିବା ପାଇଁ ତାଙ୍କୁ ନିଶ୍ଚିତ ଏଠାକୁ ହିଁ ଆସିବାକୁ ପଡିବ ।
ତୁମମାନଙ୍କୁ ମନେ ପକାଇ ଦେଉଛନ୍ତି ଯେ କଳ୍ପ ପୂର୍ବରୁ ମଧ୍ୟ ତୁମକୁ ମୁଁ ରାଜଯୋଗ ଶିଖାଇଥିଲି ।
ବାବା ପଚାରୁଛନ୍ତି ଯେ, ପୂର୍ବରୁ କେବେ ଏହି ଜ୍ଞାନ ନେଇଥିଲ? ତେବେ କହୁଛନ୍ତି - ୫ ହଜାର ବର୍ଷ
ପୂର୍ବରୁ ଆମେ ଏହି ଜ୍ଞାନ ନେଇଥିଲୁ । ଏହା ନୂଆ କଥା । ବର୍ତ୍ତମାନ ନୂଆ ଯୁଗ, ନୂଆ ଧର୍ମର
ପୁନର୍ବାର ସ୍ଥାପନା ହେଉଛି । ଈଶ୍ୱରଙ୍କ ବ୍ୟତୀତ ଏହି ଦୈବୀ ଧର୍ମ କେହି ସ୍ଥାପନ କରିପାରିବେ ନାହିଁ
। ବ୍ରହ୍ମା, ବିଷ୍ଣୁ, ଶଙ୍କର ମଧ୍ୟ କରିପାରିବେ ନାହିଁ, କାହିଁକି ନା ଏହି ଦେବତାମାନେ ନିଜେ ରଚନା
ଅଟନ୍ତି । ତେବେ ସ୍ୱର୍ଗର ରଚୟିତା, ମାତା-ପିତା ମଧ୍ୟ ଦରକାର । ତୁମକୁ ଏହିଠାରେ ହିଁ ଅସରନ୍ତି
ସୁଖ ଆବଶ୍ୟକ । ବାବା କହୁଛନ୍ତି - ମୁଁ ମଧ୍ୟ ରଚୟିତା ଅଟେ । ତୁମମାନଙ୍କୁ ମଧ୍ୟ ମୁଁ ବ୍ରହ୍ମା
ମୁଖ ଦ୍ୱାରା ରଚନା କରିଛି । ମୁଁ ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟେ । କେହି କେତେ ବଡ ସାଧୁ-ସନ୍ଥ
ଆଦି ହୋଇଥାନ୍ତୁ କିନ୍ତୁ କାହାରି ମୁଖରୁ ଏହି ଶବ୍ଦ ବାହାରିବ ନାହିଁ । ଏହା ଗୀତାର ଅକ୍ଷର ଅଟେ ।
କିନ୍ତୁ ଏକଥା ଯିଏ କହିଥିଲେ କେବଳ ସିଏ ହିଁ କହିପାରିବେ । ଅନ୍ୟ କେହି କହିପାରିବେ ନାହିଁ ।
କେବଳ ଏତିକି ଫରକ ରହିଛି ଯେ, ନିରାକାରଙ୍କ ବଦଳରେ କୃଷ୍ଣଙ୍କୁ ଭଗବାନ ବୋଲି କହିଦେଉଛନ୍ତି । ବାବା
କହୁଛନ୍ତି - ମୁଁ ମନୁଷ୍ୟ ସୃଷ୍ଟିର ବୀଜରୂପ, ପରମଧାମ ନିବାସୀ ନିରାକାର ପରମାତ୍ମା ଅଟେ ।
ତୁମେମାନେ ମଧ୍ୟ ଏହି କଥାକୁ ବୁଝିପାରୁଛ । ସାକାର ମନୁଷ୍ୟମାନେ ତ ନିଜକୁ ବୀଜରୂପ ବୋଲି
କହିପାରିବେ ନାହିଁ । ବ୍ରହ୍ମା, ବିଷ୍ଣୁ, ଶଙ୍କର ମଧ୍ୟ କହିପାରିବେ ନାହିଁ । ଏକଥା ତ ଜାଣିଛ ଯେ,
ସମସ୍ତଙ୍କୁ ରଚନା ଶିବବାବା ହିଁ କରିଛନ୍ତି । ବାବା କହୁଛନ୍ତି - ମୁଁ ଦୈବୀ ଧର୍ମର ସ୍ଥାପନା
କରୁଛି । ଏଭଳି କହିବାର ଶକ୍ତି ମଧ୍ୟ କାହା ପାଖରେ ନାହିଁ । ଯଦିବା ନିଜକୁ କୃଷ୍ଣ ବୋଲି କହୁଛନ୍ତି,
ବ୍ରହ୍ମା କହୁଛନ୍ତି, ଅଥବା ଶଙ୍କର କହୁଛନ୍ତି.... ଅନେକ ନିଜକୁ ଅବତାର ବୋଲି ମଧ୍ୟ କହୁଛନ୍ତି ।
କିନ୍ତୁ ବାସ୍ତବରେ ଏସବୁ ମିଥ୍ୟା । ଏଠାକୁ ଆସି ଯଦି ଶୁଣିବେ ତେବେ ବୁଝିଯିବେ ଯେ, ବାସ୍ତବରେ
ବାବା ତ ଜଣେ, ତାଙ୍କର ଅବତାର ମଧ୍ୟ ଗୋଟିଏ । ସିଏ କହୁଛନ୍ତି - ମୁଁ ତୁମକୁ ସାଥୀରେ ନେଇଯିବି ।
ଏହିଭଳି କହିବାର ଶକ୍ତି କାହା ପାଖରେ ନାହିଁ । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଗୀତାର ଭଗବାନ
ଶିବବାବା କହିଥିଲେ, ଯିଏ ପୁଣି ଆଦି ସନାତନ ଧର୍ମର ସ୍ଥାପନା କରିଥିଲେ, ଯିଏକି ପୁଣି ସ୍ଥାପନା
କରୁଛନ୍ତି । ଗାୟନ ମଧ୍ୟ ରହିଛି ଯେ, ମଶା ସଦୃଶ ଆତ୍ମାମାନେ ଗଲେ । ତେଣୁ ବାବା ପଥ ପ୍ରଦର୍ଶକ
ହୋଇ ସମସ୍ତଙ୍କୁ ଆସି ଉଦ୍ଧାର କରୁଛନ୍ତି । ବର୍ତ୍ତମାନ କଳିଯୁଗର ଅନ୍ତିମ ସମୟ, ଏହାପରେ ସତ୍ୟଯୁଗ
ଆସିବ ତେଣୁ ବାବା ଆସି ପବିତ୍ର କରି ନିଶ୍ଚିତ ପବିତ୍ର ଦୁନିଆକୁ ନେଇଯିବେ । ଗୀତାରେ ମଧ୍ୟ ଏହାର
କିଛି ନା କିଛି କଥା ରହିଛି । ଭାବୁଛନ୍ତି ଯେ ଏହି ଧର୍ମ ପାଇଁ ପୁଣି ଶାସ୍ତ୍ର ତ ଦରକାର ନା ।
ସେଥିପାଇଁ ଗୀତା ଶାସ୍ତ୍ର ରଚନା କରିଛନ୍ତି । ସର୍ବଶାସ୍ତ୍ରମୟୀ ଶିରୋମଣୀ ନମ୍ବର ୱାନ ଗୀତା ମାତା,
କିନ୍ତୁ ଏହି ଶାସ୍ତ୍ରର ନାମ ବଦଳାଇ ଦେଇଛନ୍ତି । ବାବା ବର୍ତ୍ତମାନ ସମୟରେ ଯେଉଁ ଅଭିନୟ କରୁଛନ୍ତି
ତାକୁ ଦ୍ୱାପରରେ ଲେଖିବେ ନାହିଁ! ତଥାପି ପୁଣି ସେହି ଗୀତା ହିଁ ବାହାରିବ ନା । ଡ୍ରାମାରେ ସେହି
ଗୀତା ନିର୍ଦ୍ଧାରିତ ରହିଛି । ଯେପରି ବାବା ପୁନର୍ବାର ମନୁଷ୍ୟମାନଙ୍କୁ ଦେବତା କରୁଛନ୍ତି ସେହିପରି
ଶାସ୍ତ୍ର ମଧ୍ୟ କେହି ଜଣେ ପରେ ଲେଖିବେ । ସତ୍ୟଯୁଗରେ କୌଣସି ଶାସ୍ତ୍ର ରହିବ ନାହିଁ । ବାବା ଆସି
ସମସ୍ତ ଚକ୍ରର ରହସ୍ୟକୁ ବୁଝାଉଛନ୍ତି । ତୁମେମାନେ ଜାଣିଛ ଯେ, ଆମେ ଏହି ୮୪ ଜନ୍ମର ଚକ୍ର ଶେଷ
କରିଛୁ । ଆଦି ସନାତନ ଦେବୀ ଦେବତା ଧର୍ମବାଲା ହିଁ ପ୍ରାୟତଃ ୮୪ ଜନ୍ମ ନେଇଥାନ୍ତି । ବାକି
ମନୁଷ୍ୟମାନଙ୍କର ତ’ ଶେଷ ସମୟ ଆଡକୁ ବୃଦ୍ଧି ହୋଇଥାଏ । ଏମାନେ କ’ଣ ଏତେ ଜନ୍ମ ନେବେ କି? ବାବା
ଆସି ଏହି ବ୍ରହ୍ମା ମୁଖ ଦ୍ୱାରା ବୁଝାଉଛନ୍ତି । ଏହି ଦାଦା, ଯାହାଙ୍କର ଶରୀରକୁ ମୁଁ ଧାରସୂତ୍ରରେ
ନେଇଛି ସିଏ ମଧ୍ୟ ନିଜର ଜନ୍ମକୁ ଜାଣିନଥିଲେ । ଇଏ ହେଉଛନ୍ତି ବ୍ୟକ୍ତ-ପ୍ରଜାପିତା ବ୍ରହ୍ମା ।
ସିଏ ଅବ୍ୟକ୍ତ ଅଟନ୍ତି । ତେବେ ଉଭୟ ତ ଜଣେ ହିଁ ଅଟନ୍ତି । ତୁମେମାନେ ମଧ୍ୟ ଏହି ଜ୍ଞାନ ଦ୍ୱାରା
ସୂକ୍ଷ୍ମଲୋକନିବାସୀ ଫରିସ୍ତା ହେଉଛ । ସୂକ୍ଷ୍ମଲୋକନିବାସୀଙ୍କୁ ଫରିସ୍ତା ବୋଲି କହିଥା’ନ୍ତି
କାହିଁକି ନା ତାଙ୍କର ହାଡ ମାଂସ ନଥାଏ । ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ମଧ୍ୟ ହାଡ ମାଂସ ନାହିଁ,
ପୁଣି ତାଙ୍କର ଚିତ୍ର କିପରି ତିଆରି କରୁଛନ୍ତି! ଶିବଙ୍କର ମଧ୍ୟ ଚିତ୍ର ତିଆରି କରୁଛନ୍ତି । ସିଏ
ତ ବିନ୍ଦୁ ସ୍ୱରୂପ ଅଟନ୍ତି, ତେବେ ତାଙ୍କର ମଧ୍ୟ ଚିତ୍ର ତିଆରି କରୁଛନ୍ତି । ବ୍ରହ୍ମା, ବିଷ୍ଣୁ,
ଶଙ୍କର ତ ସୂକ୍ଷ୍ମରେ ଅଛନ୍ତି । ଯେପରି ମନୁଷ୍ୟମାନଙ୍କର ଚିତ୍ର ତିଆରି କରୁଛନ୍ତି ସେହିପରି
ଶଙ୍କରଙ୍କର ତ କରିପାରିବେ ନାହିଁ କାହିଁକି ନା ତାଙ୍କର ହାଡ ମାଂସର ଶରୀର ତ ନାହିଁ । ଆମେ ତ
କେବଳ ବୁଝାଇବା ପାଇଁ ଏହିପରି ସ୍ଥୂଳ ଚିତ୍ର ତିଆରି କରିଛୁ । କିନ୍ତୁ ତୁମେମାନେ ମଧ୍ୟ ଦେଖୁଛ
ଯେ, ସିଏ ସୂକ୍ଷ୍ମ ଅଟନ୍ତି । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ରାତ୍ରି କ୍ଲାସ
(୧୩-୭-୬୮)
ମନୁଷ୍ୟ ଦୁଇଟି ଜିନିଷକୁ
ପାଇବା ପାଇଁ ନିଶ୍ଚିତ ଆଶା ରଖିଥାନ୍ତି । ଗୋଟିଏ ହେଲା ଶାନ୍ତି, ଅନ୍ୟଟି ସୁଖ । ବିଶ୍ୱରେ ଶାନ୍ତି
ଏବଂ ନିଜ ପାଇଁ ଶାନ୍ତି ଚାହିଁଥାନ୍ତି । ବିଶ୍ୱ ପାଇଁ ସୁଖ କିମ୍ବା ନିଜ ପାଇଁ ସୁଖ ପାଇବାର ଇଚ୍ଛା
ମନୁଷ୍ୟମାନଙ୍କର ରହିଥାଏ । ତେବେ ସେମାନଙ୍କୁ ପଚାରିବା ଦରକାର ଯେ, ଯଦି ଶାନ୍ତି ଚାହୁଁଛ ତେବେ
ନିଶ୍ଚିତ କେବେ ଶାନ୍ତି ଥିଲା । କିନ୍ତୁ ତାହା କେବେ ଥିଲା, ପୁଣି ଅଶାନ୍ତି କାହିଁକି ହେଲା, ଏକଥା
କାହାକୁ ଜଣା ନାହିଁ, କାହିଁକି ନା ସମସ୍ତେ ଘୋର ଅନ୍ଧକାରରେ ଅଛନ୍ତି । ତୁମେମାନେ ଜାଣିଛ ଯେ
ଶାନ୍ତି ଏବଂ ସୁଖ ପାଇବା ପାଇଁ ତୁମେମାନେ ବହୁତ ଭଲ ରାସ୍ତା ବତାଉଛ । ଏକଥା ଶୁଣି ସେମାନେ ଖୁସି
ମଧ୍ୟ ହେଉଛନ୍ତି । କିନ୍ତୁ ଯେତେବେଳେ ଶୁଣୁଛନ୍ତି ଯେ ପବିତ୍ର ହେବାକୁ ପଡିବ ସେତେବେଳେ ଥଣ୍ଡା
ପଡିଯାଇଥାନ୍ତି । ଏହି ବିକାର ସମସ୍ତଙ୍କର ଶତ୍ରୁ ଅଟେ ପୁଣି ସମସ୍ତଙ୍କର ପ୍ରିୟ ମଧ୍ୟ ଅଟେ । ତେଣୁ
ଏହାକୁ ଛାଡିବା କଥା ଶୁଣି ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇଥାଏ । ଏହାର ନାମ ହିଁ ବିଷ ଅଟେ ।
ତଥାପି ମଧ୍ୟ ଛାଡୁନାହାଁନ୍ତି । ସେଥିପାଇଁ ତୁମେମାନେ କେତେ ବୁଝାଇଲେ ମଧ୍ୟ ସେମାନେ
ହାରିଯାଉଛନ୍ତି । ତେବେ ସବୁର ଆଧାର ହେଲା ପବିତ୍ରତା । ଏଥିରେ ଅନେକ ଫେଲ୍ ହେଇଯାଉଛନ୍ତି । କୌଣସି
କନ୍ୟାକୁ ଦେଖିଲେ ଆକର୍ଷଣ ହୋଇଥାଏ । କ୍ରୋଧ, ଲୋଭ ବା ମୋହର ଆକର୍ଷଣ ହୋଇନଥାଏ । କାମ ବିକାର
ମହାଶତ୍ରୁ ଅଟେ । ଏହା ଉପରେ ବିଜୟୀ ହେବା ମହାବୀରମାନଙ୍କର କାମ । ଦେହ-ଅଭିମାନ ପରେ ପ୍ରଥମେ କାମ
ବିକାର ହିଁ ଆସିଥାଏ । ତେଣୁ ଏହା ଉପରେ ବିଜୟୀ ହେବାକୁ ପଡିବ । ଯେଉଁମାନେ ପବିତ୍ର ସେମାନଙ୍କୁ
ଅପବିତ୍ର କାମୀ ମନୁଷ୍ୟମାନେ ନମସ୍କାର କରିଥା’ନ୍ତି । କହନ୍ତି ଯେ, ଆମେ ବିକାରୀ, ଆପଣ
ନିର୍ବିକାରୀ । ଏହିପରି କହିନଥା’ନ୍ତି ଯେ, ଆମେ କ୍ରୋଧୀ ଲୋଭୀ.... । ଏ ସମସ୍ତ କଥା ବିକାରର ଅଟେ
। ବିକାର ପାଇଁ ହିଁ ବିବାହ କରିଥା’ନ୍ତି, ଏହି ଚିନ୍ତା ମାତା ପିତାଙ୍କର ରହିଥାଏ । ଧନୀ ହୋଇଥିଲେ
ପଇସା ମଧ୍ୟ ଦେଇଥା’ନ୍ତି, ବିକାରରେ ମଧ୍ୟ ଯାଇଥା’ନ୍ତି । ଯଦି ବିକାରରେ ନ ଯାଆନ୍ତି ତେବେ ଝଗଡା
ମଧ୍ୟ ହୋଇଥାଏ । ତେବେ ତୁମମାନଙ୍କୁ ବୁଝାଇବାକୁ ହେବ ଯେ, ଏହି ଦେବତାମାନେ ସଂପୂର୍ଣ୍ଣ
ନିର୍ବିକାରୀ ଥିଲେ । ତୁମ ସମ୍ମୁଖରେ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି । ତୁମକୁ ନରରୁ ନାରାୟଣ
ରାଜାମାନଙ୍କର ରାଜା ହେବାକୁ ପଡିବ । ଚିତ୍ର ମଧ୍ୟ ତୁମ ସମ୍ମୁଖରେ ଅଛି । ଏହାକୁ ସତସଙ୍ଗ ବୋଲି
କୁହାଯାଉନାହିଁ । ଏହା ହେଉଛି ପାଠଶାଳା । ସଚ୍ଚା ସତସଙ୍ଗ ସଚ୍ଚା ବାବାଙ୍କ ସହିତ ସେତେବେଳେ ହେବ
ଯେତେବେଳେ ସମ୍ମୁଖରେ ରାଜଯୋଗ ଶିଖାଇବେ । ସତ୍ର ସଙ୍ଗ ଦରକାର । ସିଏ ହିଁ ଗୀତା ଅର୍ଥାତ୍ ରାଜଯୋଗ
ଶିଖାଉଛନ୍ତି । ବାବା କୌଣସି ଗୀତା ଶୁଣାଉନାହାଁନ୍ତି । କିନ୍ତୁ ମନୁଷ୍ୟମାନେ ଭାବୁଛନ୍ତି ଯେ,
ଏହାର ନାମ ଗୀତାପାଠଶାଳା, ତେଣୁ ଆମେ ଯାଇ ଗୀତା ଶୁଣିବୁ । ଏହିପରି ଆକର୍ଷଣ ହୋଇଥାଏ । ବାସ୍ତବରେ
ଏହା ହିଁ ସଚ୍ଚା ଗୀତା ପାଠଶାଳା, ଯେଉଁଠାରେ କି ଗୋଟିଏ ସେକେଣ୍ଡରେ ସଦ୍ଗତି, ସ୍ୱାସ୍ଥ୍ୟ,
ସମ୍ପତ୍ତି ଏବଂ ଖୁସି ମିଳିଥାଏ । ଅନ୍ୟମାନେ ପଚାରୁଛନ୍ତି ଯେ, ସତ୍ୟ ଗୀତାପାଠଶାଳା କାହିଁକି
ଲେଖୁଛ? ସେମାନଙ୍କୁ କୁହ, କେବଳ ଗୀତା ପାଠଶାଳା ବୋଲି ଲେଖିବା ସାଧାରଣ କଥା ହୋଇଯାଉଛି, ତେଣୁ
ସତ୍ୟ ଶବ୍ଦ ପଢିଲେ ସମସ୍ତେ ଆକର୍ଷିତ ହେବେ । କାହିଁକି ନା ମିଛ ମଧ୍ୟ ରହିଛି । ତେବେ ‘ସତ୍ୟ’
ଶବ୍ଦ ନିଶ୍ଚିତ ଲେଖିବାକୁ ପଡିବ । ସତ୍ୟଯୁଗକୁ ପବିତ୍ର ଦୁନିଆ ଏବଂ କଳିଯୁଗକୁ ପତିତ ଦୁନିଆ
କୁହାଯାଏ । ସତ୍ୟଯୁଗରେ ଏମାନେ ପବିତ୍ର ଥିଲେ । କିପରି ପବିତ୍ର ଥିଲେ ତାହା ବାବା ଶିଖାଉଛନ୍ତି ।
ବାବା ଆମକୁ ବ୍ରହ୍ମାଙ୍କ ଦ୍ୱାରା ପାଠ ପଢାଉଛନ୍ତି । ନହେଲେ ପଢାଇବେ କିପରି । ଏହି ଯାତ୍ରା ବୋଲି
ସେହିମାନେ ବୁଝିବେ ଯିଏକି କଳ୍ପ ପୂର୍ବରୁ ବୁଝିଥିଲେ । ବର୍ତ୍ତମାନ ସମସ୍ତେ ଭକ୍ତିମାର୍ଗର ପଙ୍କରେ
ଫସି ରହିଛନ୍ତି । ଭକ୍ତିର ଆକର୍ଷଣ ବହୁତ ରହିଛି । ଏହା ତ କିଛି ବି ନୁହେଁ । କେବଳ ସ୍ମୃତିରେ ରଖ
ଯେ, ଏବେ ଆମକୁ ଘରକୁ ଯିବାକୁ ହେବ । ସେଥିପାଇଁ ପବିତ୍ର ହେବାକୁ ପଡିବ । ସେଥିପାଇଁ ବାବାଙ୍କ
ସହିତ ଯୋଗ ଲଗାଇବାକୁ ହେବ । ବାବା ତୁମକୁ ସ୍ୱର୍ଗର ମାଲିକ କରୁଛନ୍ତି ତୁମେ କ’ଣ ତାଙ୍କୁ ମନେ
ପକାଇ ପାରିବ ନାହିଁ! ଏହା ହିଁ ମୁଖ୍ୟ କଥା ଅଟେ । ସମସ୍ତେ କହୁଛନ୍ତି ଯେ ଏଥିରେ ହିଁ ପରିଶ୍ରମ
ରହିଛି । ପିଲାମାନେ ବହୁତ ଭଲ ଭାଷଣ ତ କରୁଛନ୍ତି କିନ୍ତୁ ଯଦି ଯୋଗଯୁକ୍ତ ହୋଇ ବୁଝାଇବେ, ତେବେ
ଏହାର ପ୍ରଭାବ ମଧ୍ୟ ପଡିବ । ଯୋଗ ଦ୍ୱାରା ତୁମକୁ ଶକ୍ତି ମିଳିଥାଏ । ତୁମେମାନେ ସତ୍ତ୍ୱପ୍ରଧାନ
ହୋଇ ସତ୍ତ୍ୱପ୍ରଧାନ ବିଶ୍ୱର ମାଲିକ ହେବ । ତେବେ ଯୋଗକୁ ନିଷ୍ଠା ବୋଲି କୁହାଯିବ କି! ଆମେ
ଅଧଘଣ୍ଟା ନିଷ୍ଠାରେ ବସିଲୁ, ଏହା ଭୁଲ୍ କଥା । ବାବା କେବଳ ଏତିକି କହୁଛନ୍ତି ଯୋଗଯୁକ୍ତ ହୋଇ ରୁହ
। ସମ୍ମୁଖରେ ବସି ଶିଖାଇବାର ଆବଶ୍ୟକତା ନାହିଁ । ତୁମକୁ ବେହଦର ବାବାଙ୍କୁ ବହୁତ ସ୍ନେହର ସହିତ
ମନେ ପକାଇବାକୁ ହେବ କାହିଁକି ନା ସିଏ ଆମକୁ ବହୁତ ସମ୍ପତ୍ତି ଦେଉଛନ୍ତି । ୟାଦରେ ଖୁସିର ନିଶା
ଚଢିବା ଦରକାର । ତେବେ ତୁମକୁ ଅତୀନ୍ଦ୍ରିୟ ସୁଖର ଅନୁଭବ ହେବ । ବାବା କହୁଛନ୍ତି - ତୁମର ଏହି
ଜୀବନ ବହୁତ ମୂଲ୍ୟବାନ, ତେଣୁ ଏହାକୁ ସୁସ୍ଥ ରଖିବାକୁ ହେବ । ଯେତେ ଦିନ ବଞ୍ଚିବ ସେତେ ଅଧିକ
ସମ୍ପତ୍ତି ବାବାଙ୍କଠାରୁ ନେଇପାରିବ । ସେତେବେଳେ ଆମକୁ ସଂପୂର୍ଣ୍ଣ ସମ୍ପତ୍ତି ମିଳିବ ଯେତେବେଳେ
କି ଆମେ ସତ୍ତ୍ୱପ୍ରଧାନ ହେବା । ମୁରଲୀରେ ମଧ୍ୟ ବହୁତ ଶକ୍ତି ରହିଛି । ଯେପରି ତରବାରୀରେ ରହିଥାଏ
। ତେଣୁ ତୁମ ପାଖରେ ଯୋଗ ରୂପୀ ବଳ ରହିଲେ ଜ୍ଞାନ ରୂପୀ ତରବାରୀ ମଧ୍ୟ ତୀକ୍ଷ୍ଣ ହୋଇଯିବ ।
ଜ୍ଞାନରେ ଏତେ ବଳ ନାହିଁ ସେଥିପାଇଁ କାହା ଉପରେ କୌଣସି ପ୍ରଭାବ ପଡୁନାହିଁ । ପୁଣି ସେମାନଙ୍କର
କଲ୍ୟାଣ କରିବା ପାଇଁ ବାବାଙ୍କୁ ଆସିବାକୁ ପଡିବ । ଯେତେବେଳେ ତୁମେମାନେ ଯୋଗରେ ଶକ୍ତି ଭରିବ
ସେତେବେଳେ ବିଦ୍ୱାନ ଆଚାର୍ଯ୍ୟମାନଙ୍କୁ ଭଲ ଭାବରେ ଜ୍ଞାନରୂପୀ ତୀର ଲାଗିବ । ସେଥିପାଇଁ ବାବା
କହୁଛନ୍ତି ନିଜର ଚାର୍ଟ ରଖ । ଅନେକ କହୁଛନ୍ତି ଆମେ ବାବାଙ୍କୁ ବହୁତ ମନେପକାଉଛୁ କିନ୍ତୁ କାହାକୁ
ବୁଝାଇ ପାରୁନାହୁଁ । ତୁମେମାନେ ଯୋଗଯୁକ୍ତ ହୋଇ ରୁହ, ତେବେ ତୁମର ବିକର୍ମ ବିନାଶ ହୋଇଯିବ ।
ଆଚ୍ଛା - ପିଲାମାନେ ଶୁଭରାତ୍ରି ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଘରେ ରହି
ମଧ୍ୟ ରୁହାନୀ ସେବା କରିବାକୁ ହେବ । ପବିତ୍ର ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ପବିତ୍ର କରିବାକୁ
ହେବ ।
(୨) ଏହି ସାକାର ନର୍କ
ଭିତରେ ରହି ମଧ୍ୟ ବେହଦ ବାବାଙ୍କଠାରୁ ସ୍ୱର୍ଗ ଦୁନିଆର ବର୍ସା ନେବାକୁ ହେବ । କାହାକୁ ବି ଦୁଃଖ
ଦେବା ଉଚିତ୍ ନୁହେଁ ।
ବରଦାନ:-
ନିଜର ସମସ୍ତ
ବିଶେଷତା ଗୁଡିକୁ କାର୍ଯ୍ୟରେ ଲଗାଇ ସେଗୁଡିକୁ ବୃଦ୍ଧି କରୁଥିବା ସିଦ୍ଧିସ୍ୱରୂପ ଆତ୍ମା ହୁଅ ।
ଯେତେଯେତେ ନିଜର
ବିଶେଷତାଗୁଡିକୁ ମାନସିକ ସେବା କିମ୍ବା ବାଣୀ ତଥା କର୍ମର ସେବାରେ ଲଗାଇବ ସେହି ଅନୁସାରେ
ବିଶେଷତାଗୁଡିକ ବୃଦ୍ଧି ହୋଇଚାଲିବ । କାରଣ ସେବାରେ ଲଗାଇବାର ଅର୍ଥ ହେଲା ଗୋଟିଏ ବୀଜରୁ ଅନେକ ଫଳ
ସୃଷ୍ଟି କରିବା । ଏହି ଶ୍ରେଷ୍ଠ ଜୀବନରେ ଯେଉଁ ସବୁ ବିଶେଷତାଗୁଡିକ ଜନ୍ମ ସିଦ୍ଧ ଅଧିକାର ରୂପରେ
ପ୍ରାପ୍ତ ହୋଇଛି ସେଗୁଡିକୁ କେବଳ ବୀଜ ସ୍ୱରୂପରେ ରଖ ନାହିଁ, ବରଂ ତାକୁ ସେବା ରୂପକ ଧରଣୀରେ
ପୋତିଦିଅ ତେବେ ଫଳସ୍ୱରୂପ ଅର୍ଥାତ୍ ସିଦ୍ଧି ସ୍ୱରୂପରେ ଅନୁଭବ କରିପାରିବ ।
ସ୍ଲୋଗାନ:-
ବିସ୍ତାରକୁ
ନଦେଖି ସାରକୁ ଦେଖ ଏବଂ ନିଜ ଭିତରେ ସମାହିତ କରିନିଅ - ଏହା ହିଁ ହେଉଛି ତୀବ୍ର ପୁରୁଷାର୍ଥ ।