23.02.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବୁଦ୍ଧିରେ ଏକମାତ୍ର ବାବାଙ୍କର ସ୍ମୃତି ସ୍ଥାୟୀ ଭାବରେ ରହିବା ମଧ୍ୟ ଅହୋ ସୌଭାଗ୍ୟ ଅଟେ ।

ପ୍ରଶ୍ନ:-
ଯେଉଁ ପିଲାମାନଙ୍କର ସେବା କରିବାର ସଉକ ଥିବ ସେମାନଙ୍କର ଲକ୍ଷଣ କିପରି ହୋଇଥିବ?

ଉତ୍ତର:-
ସେମାନେ ମୁଖରେ ଜ୍ଞାନ ଶୁଣାଇବା ବିନା ରହିପାରିବେ ନାହିଁ । ସେମାନେ ଆତ୍ମିକ ସେବାରେ ନିଜର ହଡ୍ଡି-ହଡ୍ଡି ଅର୍ଥାତ୍ ସର୍ବସ୍ୱ ସ୍ୱାହା କରିଦେବେ । ସେମାନଙ୍କୁ ରୁହାନୀ ନଲେଜ ଅର୍ଥାତ୍ ଆତ୍ମିକ ଜ୍ଞାନ ଶୁଣାଇବାରେ ବହୁତ ଖୁସି ମିଳିବ । ଖୁସିରେ ନାଚୁଥିବେ । ସେମାନେ ନିଜଠାରୁ ବଡମାନଙ୍କୁ ବହୁତ ସମ୍ମାନ ଦେଉଥିବେ ଏବଂ ସେମାନଙ୍କଠାରୁ ଶିକ୍ଷା ଗ୍ରହଣ କରୁଥିବେ ।

ଗୀତ:-
ବଦଲ ଯାଏ ଦୁନିଆ.....

ଓମ୍ ଶାନ୍ତି ।
ପିଲାମାନେ କବିତାର ଦୁଇଟି ଧାଡି ଶୁଣିଲେ । ଏହା ପ୍ରତିଜ୍ଞାର କବିତା ଅଟେ, ଯେପରି କାହାର ନିର୍ବନ୍ଧ ହେଉଥିଲେ ସେମାନେ ପ୍ରତିଜ୍ଞା କରିଥାନ୍ତି ଯେ ସ୍ତ୍ରୀ-ପୁରୁଷ କେବେ ପରସ୍ପରକୁ ଛାଡିବେ ନାହିଁ । କାହା କାହାର ପରସ୍ପର ମଧ୍ୟରେ ସମ୍ପର୍କ ଭଲ ନ ରହିଲେ ଛାଡି ମଧ୍ୟ ଦେଉଛନ୍ତି । ଏଠାରେ ତୁମେ ପିଲାମାନେ କାହା ସହିତ ପ୍ରତିଜ୍ଞା କରୁଛ? ଈଶ୍ୱରଙ୍କ ସହିତ । ଯାହାଙ୍କ ସହିତ ତୁମେ ପିଲାମାନଙ୍କର ବା ଆତ୍ମା ରୂପୀ ପ୍ରେମିକାମାନଙ୍କର ନିର୍ବନ୍ଧ ହୋଇଛି । କିନ୍ତୁ ଏଭଳି ବାବା ଯିଏକି ବିଶ୍ୱର ମାଲିକ କରୁଛନ୍ତି, ତାଙ୍କୁ ମଧ୍ୟ ଛାଡି ଦେଉଛନ୍ତି । ଏଠାରେ ତୁମେ ପିଲାମାନେ ବାବାଙ୍କ ସମ୍ମୁଖରେ ବସିଛ ଏବଂ ଜାଣିଛ ଯେ ଏବେ ବେହଦର ବାପଦାଦା ଆସିଛନ୍ତି । ତୁମର ଏହିଭଳି ଅବସ୍ଥା ଏହିଠାରେ ଅର୍ଥାତ୍ ମଧୁବନରେ ରହୁଛି, ଯେଉଁ ଅବସ୍ଥା ବାହାରର ସେଣ୍ଟରମାନଙ୍କରେ ତ ରହିପାରିବ ନାହିଁ । ଏଠାରେ ତୁମେ ଜାଣୁଛ ଯେ ବାପଦାଦା ଆସିଲେ କି ଆସିଲେ । ବାହାରର ସେଣ୍ଟରମାନଙ୍କରେ ଭାବିବେ ଯେ ବାବାଙ୍କ ଦ୍ୱାରା ଶୁଣାଯାଇଥିବା ମୁରଲୀ ଆସିଲା କି ଆସିଲା । ଏଠିକାର ଏବଂ ସେଠିକାର ସ୍ଥିତିରେ ବହୁତ ଫରକ ରହିଥାଏ କାରଣ ଏଠାରେ ତୁମେ ବେହଦର ବାପଦାଦାଙ୍କ ସମ୍ମୁଖରେ ବସିଛ । ସେଠାରେ ତ ସମ୍ମୁଖରେ ନଥାଅ । ଭାବିଥାନ୍ତି ସମ୍ମୁଖକୁ ଯାଇ ମୁରଲୀ ଶୁଣନ୍ତି କି । ଏଠାରେ ପିଲାମାନଙ୍କର ବୁଦ୍ଧିରେ ଆସୁଛି ବାବା ଆସିଲେ କି ଆସିଲେ । ଯେପରି ଅନ୍ୟ ସବୁ ସତସଙ୍ଗ ରହିଛି ସେଠାରେ ସେମାନେ ଭାବିଥାନ୍ତି ଅମୁକ ସ୍ୱାମୀଜୀ ଆସିବେ । କିନ୍ତୁ ଏହିଭଳି ବିଚାର ମଧ୍ୟ ସମସ୍ତଙ୍କର ଏକାଭଳି ନଥାଏ । କାହା କାହାର ବୁଦ୍ଧି ତ ଅନ୍ୟଆଡେ ଘୂରୁଥାଏ । କାହାକୁ ପତି ମନେ ପଡିଥାଏ ତ କାହାକୁ ସମ୍ପର୍କୀୟମାନେ ମନେ ପଡିଥାନ୍ତି । ବୁଦ୍ଧିର ଯୋଗ ଏକମାତ୍ର ଗୁରୁଙ୍କ ସାଥୀରେ ମଧ୍ୟ ରହିପାରେ ନାହିଁ । କ୍ୱଚିତ କେହିଥିବେ ଯିଏକି ସ୍ୱାମୀଜୀଙ୍କର ସ୍ମୃତିରେ ବସିଥିବେ । ଏଠାରେ ମଧ୍ୟ ସେହିଭଳି ଅଛନ୍ତି । ଏମିତି ନୁହେଁ ଯେ ସମସ୍ତେ ଶିବବାବାଙ୍କର ସ୍ମୃତିରେ ରହୁଛନ୍ତି । ବୁଦ୍ଧି କୁଆଡେ ନା କୁଆଡେ ଦୌଡୁଥିବ । ମିତ୍ର-ସମ୍ବନ୍ଧ ଇତ୍ୟାଦି ମନେପଡିବେ । ସାରା ସମୟ ଏକମାତ୍ର ଶିବବାବାଙ୍କ ସ୍ମୃତିରେ ରହିପାରିବା ତ ଅହୋ ସୌଭାଗ୍ୟ ଅଟେ । ସ୍ଥାୟୀ ଭାବରେ ଯୋଗଯୁକ୍ତ ସ୍ଥିତିରେ କେହି କ୍ୱଚିତ୍ ରହିଥାନ୍ତି । ଏଠାରେ ଅର୍ଥାତ୍ ମଧୁବନରେ ବାବାଙ୍କ ସମ୍ମୁଖରେ ରହିବା ଦ୍ୱାରା ତ ବହୁତ ଖୁସି ମିଳିଥାଏ । କହନ୍ତି - ଅତିନ୍ଦ୍ରିୟ ସୁଖ ଗୋପି ବଲ୍ଲଭଙ୍କର ଗୋପ-ଗୋପୀମାନଙ୍କୁ ପଚାର, ଏହି କଥା ଏଠାକାର ହିଁ ଗାୟନ ଅଟେ । ଏଠାରେ ତୁମେ ବାବାଙ୍କର ସ୍ମୃତିରେ ବସିଛ, ଜାଣିଛ ଏବେ ଆମେ ଈଶ୍ୱରଙ୍କ କୋଳରେ ଅଛୁ ପୁଣି ଦୈବୀ କୋଳକୁ ଯିବୁ । ଯଦିଓ କାହା ବୁଦ୍ଧିରେ ସେବାର ବିଚାର ମଧ୍ୟ ଚାଲିଛି - ଏହି ଚିତ୍ରରେ ଏହିଭଳି ସଂଶୋଧନ କରିବା ବା ଏହି କଥା ଲେଖିବା । କିନ୍ତୁ ଯେଉଁମାନେ ଭଲ ଭଲ ସନ୍ତାନ ଅଛନ୍ତି ସେମାନେ ଭାବିବେ ଏବେ ତ ବାବାଙ୍କଠାରୁ ମୁରଲୀ ଶୁଣିବାର ଅଛି । ଅନ୍ୟ କୌଣସି ସଂକଳ୍ପକୁ ଆସିବାକୁ ଦେବେ ନାହିଁ । ବାବା ଜ୍ଞାନ ରତ୍ନରେ ତୁମର ଝୁଲା ମୁଣିକୁ ଭରିବା ପାଇଁ ଆସିଛନ୍ତି ତେଣୁ ବାବାଙ୍କ ସହିତ ଯୋଗ ଲଗାଇବାକୁ ହେବ । ଜ୍ଞାନକୁ ଧାରଣ କରିବାରେ ତ କ୍ରମାନୁସାରେ ଅଛନ୍ତି । କେହି ତ ଭଲ ଭାବରେ ଶୁଣନ୍ତି ପୁଣି ଧାରଣ ମଧ୍ୟ କରନ୍ତି । କେହି କମ୍ ଧାରଣ କରନ୍ତି । ବୁଦ୍ଧିଯୋଗ ଅନ୍ୟଆଡକୁ ଦୌଡୁଥିଲେ ଜ୍ଞାନର ଧାରଣା ହେବ ନାହିଁ । କଞ୍ଚା ରହିଯିବ । ଥରେ ଦୁଇଥର ମୁରଲୀ ଶୁଣିଲେ, ଧାରଣା ଯଦି ନହେଲା ତେବେ ସେହି ଅଭ୍ୟାସ ପକ୍କା ହୋଇଯିବ । ପୁଣି ଯେତେ ବି ଆଉ ଶୁଣିଲେ ଧାରଣା ହେବ ନାହିଁ, କାହାକୁ ଶୁଣାଇ ମଧ୍ୟ ପାରିବ ନାହିଁ । ଯାହାର ଜ୍ଞାନର ଧାରଣା ହେଉଥିବ ତାଙ୍କୁ ସେବା କରିବାର ସଉକ ରହିବ । ସିଏ ସର୍ବଦା ଖୁସିରେ ଉଛୁଳୁଥିବେ, ମୁଁ ଯାଇ ଜ୍ଞାନ ଧନ ଦାନ କରିବି କାରଣ ଏହି ଧନ କେବଳ ବାବାଙ୍କ ବ୍ୟତୀତ ଆଉ କାହା ପାଖରେ ନାହିଁ । ବାବା ଏକଥା ମଧ୍ୟ ଜାଣିଛନ୍ତି, ସମସ୍ତଙ୍କୁ ଧାରଣା ହୋଇପାରିବ ନାହିଁ । ସମସ୍ତେ ଏକାଭଳି ଉଚ୍ଚପଦ ପାଇପାରିବେ ନାହିଁ । ସେଥିପାଇଁ ବୁଦ୍ଧି ଅନ୍ୟ ଆଡେ ଘୂରିବୁଲୁଥାଏ । ଭବିଷ୍ୟତରେ ଭାଗ୍ୟ ସେତେ ଉଚ୍ଚ ହୋଇପାରେ ନାହିଁ । କେହି ତ ପୁଣି ସ୍ଥୂଳ ସେବାରେ ହାଡଭଙ୍ଗା ପରିଶ୍ରମ କରିଥାନ୍ତି । ସମସ୍ତଙ୍କୁ ସନ୍ତୁଷ୍ଟ କରିଥାନ୍ତି । ଯେପରି ଭୋଜନ ପ୍ରସ୍ତୁତ କରି ଖୁଆଇଥାନ୍ତି । ଏହା ମଧ୍ୟ ଗୋଟିଏ ବିଷୟ ଅଟେ ନା । ଯାହାକୁ ସେବାର ସଉକ ଥିବ ସିଏ ଜ୍ଞାନ ନ ଶୁଣାଇ ରହିପାରିବ ନାହିଁ । ପୁଣି ବାବା ମଧ୍ୟ ଦେଖିଥାନ୍ତି - ଏହାଙ୍କ ଭିତରେ ଦେହ ଅଭିମାନ ନାହିଁ ତ? ବଡମାନଙ୍କୁ ସମ୍ମାନ ଦେଉଛନ୍ତି ନା ନାହିଁ? ବଡ ବଡ ମହାରଥୀମାନଙ୍କୁ ତ ସମ୍ମାନ ଦେବାକୁ ପଡିବ । ହଁ କେହି ସାନ ମଧ୍ୟ ଅଧିକ ଯୋଗ୍ୟ ହୋଇଯାଆନ୍ତି ତେବେ ହୁଏତ ବଡମାନଙ୍କୁ ମଧ୍ୟ ତାଙ୍କୁ ସମ୍ମାନ ଦେବାକୁ ପଡିଥାଏ କାହିଁକି ନା ତାଙ୍କର ବୁଦ୍ଧି ଶୀଘ୍ର ଏବଂ ଅଧିକ ଜ୍ଞାନକୁ ଧାରଣା କରିଥାଏ । ସେବାର ସଉକ ଥିବା ଦେଖି ବାବା ତ ଖୁସି ହେବେ ନା, କହିବେ ଇଏ ଭଲ ସେବା କରିପାରିବ । ସାରା ଦିନ ପ୍ରଦର୍ଶନୀ ଉପରେ ବୁଝାଇବାର ଅଭ୍ୟାସ କରିବା ଦରକାର । ପ୍ରଜା ତ ଅନେକ ହୁଅନ୍ତି ନା । ପ୍ରଜା ତିଆରି କରିବାର ଆଉ ତ କୌଣସି ଉପାୟ ନାହିଁ । ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ରାଜା, ରାଣୀ, ପ୍ରଜା ସମସ୍ତେ ଏହିଠାରେ ହିଁ ହେବେ । ତେଣୁ କେତେ ସେବା କରିବା ଦରକାର । ପିଲାମାନଙ୍କ ବୁଦ୍ଧିରେ ଏକଥା ତ ଅଛି ଯେ - ଏବେ ଆମେ ବ୍ରାହ୍ମଣ ହୋଇଛୁ । ଘର ଗୃହସ୍ଥରେ ରହିବା ଦ୍ୱାରା ପ୍ରତ୍ୟେକଙ୍କର ଅବସ୍ଥା ତ ଅଲଗା ଅଲଗା ରହିଥାଏ ନା । ଘର ଦ୍ୱାର ତ ଛାଡିବାର ନାହିଁ । ବାବା କହୁଛନ୍ତି ପଛକେ ଘରେ ରୁହ କିନ୍ତୁ ବୁଦ୍ଧିରେ ଏହି ନିଶ୍ଚୟ କରିବାକୁ ହେବ ଯେ, ଏହି ପୁରୁଣା ଦୁନିଆ ତ ବିନାଶ ହେଲା କି ହେଲା । ଆମର ଏବେ ବାବାଙ୍କ ସହିତ କାମ । ଏକଥା ମଧ୍ୟ ଜାଣିଛ, କଳ୍ପ ପୂର୍ବରୁ ଯେଉଁମାନେ ଜ୍ଞାନ ନେଇଥିଲେ ସେହିମାନେ ନେବେ । ପ୍ରତି ସେକେଣ୍ଡ ଯାହା ଅତିକ୍ରାନ୍ତ ହେଉଛି ଡ୍ରାମାରେ ତାହା ଅବିକଳ ପୁନରାବୃତ୍ତି ହେଉଛି । ଆତ୍ମାରେ ଜ୍ଞାନ ରହିଥାଏ ନା । ବାବାଙ୍କ ପାଖରେ ମଧ୍ୟ ଜ୍ଞାନ ରହିଥାଏ । ତୁମମାନଙ୍କୁ ମଧ୍ୟ ବାବାଙ୍କ ଭଳି ହେବାକୁ ପଡିବ । ଜ୍ଞାନର ପଏଣ୍ଟକୁ ଧାରଣ କରିବାକୁ ହେବ । ଏକାଥରେ ସବୁ ଜ୍ଞାନ ବୁଝାଯାଏ ନାହିଁ । ବିନାଶ ମଧ୍ୟ ସମ୍ମୁଖରେ ଦଣ୍ଡାୟମାନ । ଏହା ସେହି ମହାଭାରୀ ଲଢେଇ, ସତ୍ୟଯୁଗ ତ୍ରେତା ଯୁଗରେ ତ କୌଣସି ଲଢେଇ ହେବ ନାହିଁ । ତାହା ତ ପରେ ଯେତେବେଳେ ଅନେକ ଧର୍ମ ହୋଇଯାନ୍ତି, ସୈନ୍ୟବାହିନୀ ଆଦି ତିଆରି କରନ୍ତି ତେବେ ଯାଇ ଲଢେଇ ଆରମ୍ଭ ହୁଏ । ପ୍ରଥମେ ପ୍ରଥମେ ଆତ୍ମାମାନେ ସତ୍ତ୍ୱପ୍ରଧାନ ଅବସ୍ଥାରୁ ତଳକୁ ଖସିଯାଆନ୍ତି ପୁଣି ସତ୍ତ୍ୱ,ରଜୋ, ତମୋ ଅବସ୍ଥା ଆସେ । ତେବେ ଏସବୁ କଥା ମଧ୍ୟ ବୁଦ୍ଧିରେ ରଖିବାକୁ ହେବ ଯେ କିପରି ରାଜଧାନୀ ସ୍ଥାପନ ହେଉଛି । ଏଠାରେ ଯେତେବେଳେ ବସୁଛ ସେତେବେଳେ ବୁଦ୍ଧିରେ ରଖିବାକୁ ହେବ ଯେ ଶିବବାବା ଆସି ଆମକୁ ସତ୍ୟଯୁଗୀ ରାଜତ୍ୱ ରୂପି ସମ୍ପତ୍ତି ଦେଉଛନ୍ତି ଯାହାକୁ ବୁଦ୍ଧିରେ ଧାରଣ କରିବାକୁ ହେବ । ଭଲ ଭଲ ପିଲାମାନେ ମୁରଲୀକୁ ନୋଟ୍ କରିଥାନ୍ତି । ଲେଖିବା ତ ଭଲ କଥା । ଲେଖିବା ଦ୍ୱାରା ଜ୍ଞାନର ବିଷୟବସ୍ତୁ ସବୁ ବୁଦ୍ଧିରେ ଆସିଥାଏ । ଆଜି ଏହି ଟପିକ୍ ଉପରେ ବୁଝାଇବି । ବାବା କହୁଛନ୍ତି ମୁଁ ତୁମକୁ କେତେ ସମ୍ପତ୍ତି ଦେଇଥିଲି । ସତ୍ୟଯୁଗ ତ୍ରେତା ଯୁଗରେ ତୁମ ପାଖରେ ଅସରନ୍ତି ସମ୍ପତ୍ତି ଥିଲା । ପୁଣି ବାମମାର୍ଗରେ ଯିବା ଦ୍ୱାରା ତାହା କମି କମି ଗଲା ଏବଂ ଖୁସି ମଧ୍ୟ କମିବାରେ ଲାଗିଲା । କିଛି ନା କିଛି ବିକର୍ମ ମଧ୍ୟ ହୋଇଚାଲିଲା । ତଳକୁ ଖସି ଖସି କଳା କମି କମି ଗଲା । ସମସ୍ତଙ୍କର ଅବସ୍ଥା ସତ୍ତ୍ୱପ୍ରଧାନ, ସତ୍ତ୍ୱ, ରଜୋ, ତମୋ ଦେଇ ଗତି କରିଥାଏ ନା । ସମସ୍ତେ ସତ୍ତ୍ୱରୁ ରଜୋକୁ ଆସିଥାନ୍ତି କିନ୍ତୁ ଏମିତି ନୁହେଁ ଯେ ତୁରନ୍ତ ଆସିଯାନ୍ତି । ଧୀରେ ଧୀରେ ତଳକୁ ଖସିଥାନ୍ତି । ତମୋପ୍ରଧାନ ଅବସ୍ଥାରେ ମଧ୍ୟ ଧୀରେ ଧୀରେ ସିଢି ଓହ୍ଲାଇଥାଅ, କଳା କମି କମି ଯାଇଥାଏ । ଦିନକୁ ଦିନ କଳା କମି କମିଯାଏ । ଏବେ ଉପରକୁ ଉଠିବାକୁ ହେବ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ଅଛି, ସେଥିପାଇଁ ସମୟ ମଧ୍ୟ ଦରକାର । ଗାୟନ ମଧ୍ୟ ଅଛି - ଚଢିଲେ ଚାଖିବ ବୈକୁଣ୍ଠ ରସ... । କିନ୍ତୁ କାମ ବିକାରର ଚାପୁଡା ଲାଗିଲେ ଏକଦମ୍ ଚକନାଚୁର ହୋଇଯାଇଥାନ୍ତି । ହାଡ-ଗୋଡ ଭାଙ୍ଗି ଯାଇଥାଏ ଅର୍ଥାତ୍ ସତ୍ୟାନାଶ ହୋଇଯାଏ । କେହି କେହି ମନୁଷ୍ୟ ନିଜର ଜୀବଘାତ ମଧ୍ୟ କରିଥାନ୍ତି, ତାକୁ ଆତ୍ମଘାତ ଅର୍ଥାତ୍ ଆତ୍ମହତ୍ୟା ନୁହେଁ, ଜୀବଘାତ କୁହାଯାଏ । ଏଠାରେ ତ ବାବାଙ୍କଠାରୁ ବର୍ସା ପାଇବାକୁ ହେବ । ବାବାଙ୍କୁ ମନେ ପକାଇବାକୁ ହେବ କାହିଁକି ନା ବାବାଙ୍କଠାରୁ ରାଜପଦ ମିଳିଥାଏ । ତେଣୁ ନିଜକୁ ପଚାରିବା ଦରକାର, ମୁଁ ବାବାଙ୍କୁ ମନେ ପକାଇ ଭବିଷ୍ୟତ ପାଇଁ କେତେ ରୋଜଗାର କରିଛି? କେତେ ଅନ୍ଧମାନଙ୍କର ବାଡି ହୋଇଛି? ଘରେ ଘରେ ଏହି ସନ୍ଦେଶ ଦେବାକୁ ହେବ ଯେ, ଏହି ପୁରୁଣା ଦୁନିଆ ବଦଳିବାକୁ ଯାଉଛି । ବାବା ନୂଆ ଦୁନିଆ ପାଇଁ ରାଜଯୋଗ ଶିଖାଉଛନ୍ତି । ସିଢି ଚିତ୍ରରେ ଏସବୁର ସ୍ପଷ୍ଟିକରଣ ରହିଛି । ଏହି ଚିତ୍ର ସବୁ ତିଆରି କରିବାରେ ପରିଶ୍ରମ କରିବାକୁ ପଡିଥାଏ । ସାରାଦିନ ବିଚାର ଚାଲିଥାଏ, କିଭଳି ସହଜ କରି ତିଆରି କରିବି ଯାହାକି କେହି ବି ବୁଝି ପାରିବେ । ସାରା ଦୁନିଆ ତ ଏଠାକୁ ଆସିବ ନାହିଁ । ଦେବୀ-ଦେବତା ଧର୍ମର ଆତ୍ମାମାନେ ହିଁ ଆସିବେ । ତୁମର ତ ବହୁତ ସେବା ଚାଲିବ । ତୁମେ ତ ଜାଣିଛ ଆମର ଏହି କ୍ଳାସ୍ ଅର୍ଥାତ୍ ପାଠପଢା କେବେ ପର୍ପ୍ୟନ୍ତ ଚାଲିବ । ସେମାନେ ତ କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି ଭାବୁଛନ୍ତି । ତେଣୁ ଶାସ୍ତ୍ର ଆଦି ଶୁଣାଇ ଚାଲିଛନ୍ତି । ଭାବୁଛନ୍ତି ଯେତେବେଳେ ଶେଷ ସମୟ ଆସିବ ସେତେବେଳେ ସମସ୍ତଙ୍କର ସଦ୍‌ଗତି ଦାତା ଆସିବେ ଏବଂ ଯେଉଁମାନେ ଆମର ଚେଲା ହୋଇଥିବେ ସେମାନଙ୍କର ମୁକ୍ତି ହୋଇଯିବ ପୁଣି ଆମେ ମଧ୍ୟ ଯାଇ ଜ୍ୟୋତିରେ ମିଶିଯିବୁ । କିନ୍ତୁ ଏମିତି ତ ହେବ ନାହିଁ । ତୁମେ ଏବେ ଜାଣୁଛ ଆମେ ଅମର ବାବାଙ୍କ ଦ୍ୱାରା ସଚ୍ଚା ସଚ୍ଚା ଅମରକଥା ଶୁଣୁଛୁ । ତେଣୁ ସେହି ଅମର ବାବା ଯାହା କହୁଛନ୍ତି ତାହା ମାନିବାକୁ ମଧ୍ୟ ପଡିବ, ବାବା କେବଳ ଏତିକି କଥା କହୁଛନ୍ତି, ମୋତେ ମନେ ପକାଅ, ପବିତ୍ର ହୁଅ । ନଚେତ୍ ଦଣ୍ଡ ମଧ୍ୟ ବହୁତ ଭୋଗ କରିବାକୁ ପଡିବ, ପଦ ମଧ୍ୟ କମ ମିଳିବ । ତେଣୁ ସେବାରେ ମେହନତ କରିବାକୁ ହେବ । ଯେପରି ଦଧିଚି ଋଷିଙ୍କର ଉଦାହରଣ ରହିଛି । ସିଏ ନିଜର ହାଡ ମଧ୍ୟ ସେବାରେ ଦେଇଦେଲେ । ନିଜର ଶରୀରର ମଧ୍ୟ ଚିନ୍ତା ନକରି ସାରା ଦିନ ସେବାରେ ରହିବା, ତାକୁ କୁହାଯାଏ ସେବାରେ ହାଡ ଦେବା ଅର୍ଥାତ୍ ସର୍ବସ୍ୱ ସ୍ୱାହା କରିବା । ଗୋଟିଏ ହେଲା ଶାରୀରିକ ପରିଶ୍ରମର ସେବା ଆଉ ଗୋଟିଏ ହେଲା କଠିନ ଆତ୍ମିକ ସେବା । ଆତ୍ମିକ ସେବାଧାରୀମାନେ ଆତ୍ମିକ ଜ୍ଞାନ ହିଁ ଶୁଣାଉଥିବେ, ଜ୍ଞାନର ଧନ ଦାନ କରି ଖୁସିରେ ନାଚୁଥିବେ । ଦୁନିଆରେ ମନୁଷ୍ୟ ଯେଉଁ ସେବା କରୁଛନ୍ତି ତାହା ସବୁ ହେଲା ଶାରୀରିକ ସେବା । ଶାସ୍ତ୍ର ଶୁଣାଉଛନ୍ତି, ତାହା କୌଣସି ଆତ୍ମିକ ସେବା ତ ନୁହେଁ । ଆତ୍ମିକ ସେବା ତ କେବଳ ବାବା ହିଁ ଆସି ଶିଖାଉଛନ୍ତି । ଆତ୍ମିକ ପିତା ହିଁ ଆତ୍ମିକ ସନ୍ତାନମାନଙ୍କୁ ପାଠ ପଢାଉଛନ୍ତି ।

ତୁମେ ପିଲାମାନେ ଏବେ ସତ୍ୟଯୁଗ ନୂଆ ଦୁନିଆକୁ ଯିବା ପାଇଁ ପ୍ରସ୍ତୁତ ହେଉଛ । ସେଠାରେ ତୁମ ଦ୍ୱାରା କୌଣସି ବିକର୍ମ ହେବ ନାହିଁ । ତାହା ହେଉଛି ରାମରାଜ୍ୟ । ସେଠାରେ ତ ବହୁତ କମ ଲୋକ ରହିବେ । ଏବେ ତ ରାବଣ ରାଜ୍ୟରେ ସବୁ ଦୁଃଖି ଅଟନ୍ତି ନା । ଏହି ଜ୍ଞାନ ମଧ୍ୟ ତୁମମାନଙ୍କ ବୁଦ୍ଧିରେ ପୁରୁଷାର୍ଥର କ୍ରମଅନୁସାରେ ଅଛି । ଏହି ସିଢିର ଚିତ୍ରରେ ହିଁ ସାରା ଜ୍ଞାନ ଆସି ଯାଉଛି । ବାବା କହୁଛନ୍ତି ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ ତେବେ ପବିତ୍ର ଦୁନିଆର ମାଲିକ ହେବ । ତୁମକୁ ଏଭଳି ବୁଝାଇବାକୁ ହେବ ଯାହା ଦ୍ୱାରା ମନୁଷ୍ୟମାନଙ୍କୁ ଜଣାପଡିବ ଯେ ଆମେ ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଛୁ ପୁଣି ଏହି ଯୋଗର ଯାତ୍ରା ଦ୍ୱାରା ହିଁ ସତ୍ତ୍ୱପ୍ରଧାନ ହେବୁ । ଦେଖିବା ଦ୍ୱାରା ହିଁ ବୁଦ୍ଧିରେ ଆସିବ, ଏହି ଜ୍ଞାନ କାହା ପାଖରେ ନାହିଁ । ପଚାରିବେ ଏହି ସିଢି ଚିତ୍ରରେ ଅନ୍ୟ ଧର୍ମର ସମାଚାର ବା ବିବରଣୀ କାହିଁ? ତାର ସବୁ ବିବରଣୀ ସୃଷ୍ଟିଚକ୍ରର ଚିତ୍ରରେ ଲେଖାଯାଇଛି । ଅନ୍ୟ ଧର୍ମର ଆତ୍ମାମାନେ ତ ନୂଆ ଦୁନିଆରେ ଆସୁ ନାହାଁନ୍ତି । ସେମାନଙ୍କୁ ଶାନ୍ତି ମିଳିଯାଉଛି ଅର୍ଥାତ୍ ସେମାନେ ଶାନ୍ତିଧାମକୁ ଚାଲିଯାଉଛନ୍ତି । ଭାରତବାସୀ ହିଁ ସ୍ୱର୍ଗରେ ଥିଲେ ନା । ବାବା ମଧ୍ୟ ଭାରତକୁ ଆସି ରାଜଯୋଗ ଶିଖାଉଛନ୍ତି ସେଥିପାଇଁ ଭାରତର ପ୍ରାଚୀନ ଯୋଗ ସମସ୍ତେ ଶିଖିବାକୁ ଚାହୁଁଛନ୍ତି । ଏହି ସବୁ ଚିତ୍ରରୁ ସେମାନେ ନିଜେ ନିଜେ ବୁଝିଯିବେ ଯେ ବାସ୍ତବରେ ନୂଆ ଦୁନିଆରେ କେବଳ ଭାରତ ହିଁ ଥିଲା । ନିଜର ଧର୍ମକୁ ମଧ୍ୟ ବୁଝିଯିବେ । ଯଦିଓ ଯିଶୁଖ୍ରୀଷ୍ଟ ଧର୍ମ ସ୍ଥାପନ କରିବା ପାଇଁ ଆସିଛନ୍ତି କିନ୍ତୁ ବର୍ତ୍ତମାନ ସମୟରେ ସିଏ ମଧ୍ୟ ତମୋପ୍ରଧାନ ଅଟନ୍ତି । ଏହା ରଚୟିତା ଏବଂ ରଚନାର କେତେ ବିଶାଳ ଜ୍ଞାନ ଅଟେ ।

ତୁମେ କହିପାରିବ ଆମକୁ କାହାର ଟଙ୍କା ପଇସାର ଆବଶ୍ୟକତା ନାହିଁ । ଆମେ ପଇସା କଣ କରିବୁ । ତୁମେ ମଧ୍ୟ ଶୁଣ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶୁଣାଅ । ଏହି ଚିତ୍ର ଆଦି ଛପାଅ । ଏହି ଚିତ୍ର ମାଧ୍ୟମରେ ସେବା କରିବାର ଅଛି । ହଲ ତିଆରି କରିଦିଅ ଯେଉଁଠି ଏହି ଜ୍ଞାନ ଶୁଣାଯାଇପାରିବ । ବାକି ଆମେ ପଇସା ନେଇ କଣ କରିବୁ । ତୁମର ହିଁ ଘରର କଲ୍ୟାଣ ହେଉଛି । ତୁମେ କେବଳ ବ୍ୟବସ୍ଥା କର । ବହୁତ ଲୋକ ଆସି କହିବେ ଯେ ଏଠାରେ ଯେଉଁ ରଚୟିତା ଏବଂ ରଚନାର ଜ୍ଞାନ ମିଳୁଛି, ତାହା ତ ବହୁତ ଭଲ । ଏହି କଥାକୁ ମନୁଷ୍ୟମାନେ ବୁଝିବା ଦରକାର । ବିଦେଶୀମାନେ ଏହି ଜ୍ଞାନ ଶୁଣିବାକୁ ବହୁତ ପସନ୍ଦ କରିବେ । ବହୁତ ଖୁସି ହେବେ । ଭାବିବେ ଆମେ ମଧ୍ୟ ବାବାଙ୍କ ସହିତ ଯୋଗ ଲଗାଇବୁ ଆମର ବିକର୍ମ ବିନାଶ ହେବ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ସମୟ ଆସିବ ସମସ୍ତେ, ବୁଝିପାରିବେ ଏହି ଜ୍ଞାନ ତ ଈଶ୍ୱରଙ୍କ ବିନା କେହି ଦେଇପାରିବେ ନାହିଁ । କହୁଛନ୍ତି ଖୁଦା ଭଗବାନ ହିଁ ବହିସ୍ଥ ଅର୍ଥାତ୍ ସ୍ୱର୍ଗ ସ୍ଥାପନ କରିଛନ୍ତି । କିନ୍ତୁ ସିଏ କିପରି ଆସନ୍ତି ଏକଥା କାହାକୁ ଜଣା ନାହିଁ । ତୁମମାନଙ୍କର କଥା ଶୁଣି ଖୁସି ହେବେ ଏବଂ ପୁରୁଷାର୍ଥ କରି ଯୋଗ ଶିଖିବେ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବା ପାଇଁ ପୁରୁଷାର୍ଥ କରିବେ । ସେବା କରିବା ପାଇଁ ତ ବହୁତ ବିଚାର କରିବା ଦରକାର । ଭାରତ ଭିତରେ ଯୋଗ୍ୟତା ଦେଖାଇଲେ ବାବା ବାହାରକୁ ମଧ୍ୟ ପଠାଇବେ । ଏହି ମିଶନ ଅର୍ଥାତ୍ ସେବାର ସଂଗଠନ ବାହାରକୁ ମଧ୍ୟ ଯିବ । ଏବେ ତ ସମୟ ଅଛି ନା । ନୂଆ ଦୁନିଆ ତିଆରି ହେବାରେ କଣ ଡେରି ଲାଗିବ କି । ଯଦି କେଉଁଠି ଭୂମିକମ୍ପ ଆଦି ହେଉଛି, ସେଠାରେ ଦୁଇ ତିନି ବର୍ଷ ଭିତରେ ପୁଣି ଏକଦମ ନୂଆ ଘର ଆଦି ତିଆରି କରିଦେଉଛନ୍ତି । ଯଦି କାରୀଗର ବହୁତ ଥିବେ ସବୁ ଜିନିଷ ପ୍ରସ୍ତୁତ ଥିବେ ତେବେ ନୂଆ ଘର ତିଆରି କରିବା ପାଇଁ କଣ ଡେରି ହେବ କି! ବିଦେଶରେ ଘର ସବୁ କିପରି ତିଆରି ହୁଏ - ମିନିଟ୍ ମୋଟର ଅର୍ଥାତ୍ ନିମିଷକ ମଧ୍ୟରେ / ଖୁବ କମ ସମୟ ଭିତରେ ତିଆରି ହୋଇଯାଏ । ତେବେ ସ୍ୱର୍ଗ ଦୁନିଆରେ କେତେ ଶୀଘ୍ର ତିଆରି ହେଉଥିବ । ସୁନା ରୁପା ଆଦି ତୁମକୁ ବହୁତ ମିଳିଯାଉଛି । ଖଣୀମାନଙ୍କରୁ ତୁମେ ସୁନା, ଚାନ୍ଦି ହୀରା ଆଦି ନେଇ ଆସିଥାଅ । ଯାହାର କଳା-କୌଶଳ ସବୁ ଏବେ ଶିଖୁଛନ୍ତି । ବିଜ୍ଞାନର କେତେ ଅହଂକାର ଚାଲିଛି । ଏହି ବିଜ୍ଞାନ ପୁଣି ସେଠାରେ କାମରେ ଆସିବ । ଯେଉଁମାନେ ଏଠାରେ ଶିଖୁଛନ୍ତି ସେମାନେ ସେଠାରେ ଜନ୍ମ ନେଇ ଏହି ବିଦ୍ୟାକୁ କାର୍ଯ୍ୟରେ ଲଗାଇବେ । ସେହି ସମୟରେ ତ ସାରା ଦୁନିଆ ନୂଆ ହୋଇଯାଏ, ରାବଣ ରାଜ୍ୟ ସମାପ୍ତ ହୋଇଯାଏ । ୫ ତତ୍ତ୍ୱ ମଧ୍ୟ ନିୟମ ପ୍ରମାଣ ସେବା କରିଥାନ୍ତି । ଦୁନିଆ ସ୍ୱର୍ଗରେ ପରିଣତ ହୋଇଯାଏ । ସେଠାରେ ଏଭଳି କୌଣସି ପ୍ରାକୃତିକ ଉପଦ୍ରବ ହୁଏ ନାହିଁ କାରଣ ରାବଣ ରାଜ୍ୟ ହିଁ ନଥାଏ, ସବୁ କିଛି ସତ୍ତ୍ୱପ୍ରଧାନ ଥାଏ ।

ସବୁଠାରୁ ଭଲ କଥା ହେଲା ଯେ ତୁମେ ପିଲାମାନଙ୍କର ବାବାଙ୍କ ପ୍ରତି ବହୁତ ସ୍ନେହ ରହିବା ଦରକାର । ବାବା ଜ୍ଞାନ ରୂପକ ସମ୍ପତ୍ତି ଦେଉଛନ୍ତି ଯାହାକୁ ଧାରଣ କରି ଅନ୍ୟମାନଙ୍କୁ ଦାନ ଦେବାକୁ ହେବ । ଯେତେ ଦାନ ଦେବ ସେତେ ସମ୍ପତ୍ତି ବଢି ବଢି ଚାଲିବ । ଯଦି ସେବା ନକରିବ ତେବେ ଧାରଣା କିପରି ହେବ? ବୁଦ୍ଧିରେ ସେବାର ବିଚାର ଚାଲିବା ଦରକାର । ସେବା ତ ବହୁତ ବହୁତ ହୋଇପାରିବ । ଦିନକୁ ଦିନ ଉନ୍ନତି ହୋଇ ହୋଇ ଚାଲିବ । ନିଜର ମଧ୍ୟ ଉନ୍ନତି କରିବାକୁ ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସର୍ବଦା ଏହି ରୁହାନୀ ସେବାରେ ତତ୍‌ପର ରହିବାକୁ ହେବ । ଜ୍ଞାନ ଧନ ଦାନ କରି ଖୁସିରେ ନାଚିବାକୁ ହେବ । ନିଜେ ଧାରଣ କରିବା ସହିତ ଅନ୍ୟକୁ ମଧ୍ୟ ଧାରଣ କରାଇବାକୁ ହେବ ।

(୨) ବାବା ଯେଉଁ ଜ୍ଞାନର ସମ୍ପତ୍ତି ଦେଉଛନ୍ତି, ସେଥିରେ ନିଜର ବୁଦ୍ଧିରୂପୀ ଝୁଲା ଭରିବାକୁ ହେବ । ଜ୍ଞାନର ପଏଣ୍ଟ ଗୁଡିକୁ ନୋଟ୍ କରି ବିଭିନ୍ନ ଟପିକ୍ ଅର୍ଥାତ୍ ବିଷୟ ଉପରେ ବୁଝାଇବାକୁ ହେବ । ଜ୍ଞାନ ଧନର ଦାନ କରିବା ପାଇଁ ସର୍ବଦା ବ୍ୟଗ୍ର ରହିବାକୁ ହେବ ।

ବରଦାନ:-
ନିରାକାର ତଥା ସାକାର - ଏହି ମନ୍ତ୍ରର ସ୍ମୃତି ଦ୍ୱାରା ସେବାର ପାର୍ଟ କରୁଥିବା ଆତ୍ମିକ ସେବାଧାରୀ ହୁଅ ।

ଯେପରି ବାବା ନିରାକାର ତଥା ସାକାର ହୋଇ ସେବାର ପାର୍ଟ କରୁଛନ୍ତି ସେହିପରି ପିଲାମାନଙ୍କୁ ମଧ୍ୟ ଏହି ମନ୍ତ୍ର ରୂପକ ସୂତ୍ରକୁ ସ୍ମୃତିରେ ରଖି ସେବାର ପାର୍ଟ କରିବାକୁ ହେବ । ଏହି ସାକାର ସୃଷ୍ଟି ଏବଂ ସାକାର ଶରୀର ରଙ୍ଗ ମଞ୍ଚ ସଦୃଶ ଅଟେ, ତେଣୁ ରଙ୍ଗମଞ୍ଚ ଆଧାର ହେଲେ ପାର୍ଟଧାରୀମାନେ ଆଧାର ମୂରତ ବା ମାଲିକ ଅଟନ୍ତି । ତେବେ ଏହି ସ୍ମୃତି ଦ୍ୱାରା ଦେହଠାରୁ ଅଲଗା ହୋଇ ସେବାର ପାର୍ଟ କର ତେବେ ଜ୍ଞାନୀ ସହିତ ଧାରଣା ମୂରତ, ଆତ୍ମିକ ସେବାଧାରୀ ହୋଇଯିବ ।

ସ୍ଲୋଗାନ:-
ସାକ୍ଷୀ ହୋଇ ପ୍ରତ୍ୟେକ ଖେଳକୁ ଦେଖୁଥିବା ଆତ୍ମା ହିଁ ସାକ୍ଷୀଦ୍ରଷ୍ଟା ଅଟନ୍ତି ।