23.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହା ଅନାଦି ଅବିନାଶୀ ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ, ଏଥିରେ ଯେଉଁ ଦୃଶ୍ୟ ବିତିଗଲା ତାହା ପୁଣି ଗୋଟିଏ କଳ୍ପ ପରେ ହିଁ ପୁନରାବୃତ୍ତି ହେବ, ସେଥିପାଇଁ ସର୍ବଦା ନିଶ୍ଚିନ୍ତ ରୁହ ।

ପ୍ରଶ୍ନ:-
ଏହି ଦୁନିଆ ନିଜର ତମୋପ୍ରଧାନ ସ୍ଥିତିରେ ପହଞ୍ଚି ଗଲାଣି, ତାହାର ଲକ୍ଷଣ ସବୁ କଣ ?

ଉତ୍ତର:-
ଦିନକୁ ଦିନ ଉପଦ୍ରବ ବଢି ଚାଲିଛି, କେତେ ସବୁ ଗଣ୍ଡଗୋଳ ହେଉଛି । ଚୋରମାନେ କିପରି ମାର-ପିଟ୍ କରି ଲୁଟି ନେଉଛନ୍ତି । ଅସମୟରେ ବର୍ଷା ହେଉଛି ତେଣୁ କେତେ କ୍ଷୟକ୍ଷତି ହୋଇଯାଉଛି । ଏସବୁ ହେଲା ତମୋପ୍ରଧାନତାର ଚିହ୍ନ । ତମୋପ୍ରଧାନ ପ୍ରକୃତି ମନୁଷ୍ୟକୁ ଦୁଃଖ ଦେଇ ଚାଲିଛି ତୁମେ ପିଲାମାନେ ଡ୍ରାମାର ରହସ୍ୟକୁ ଜାଣିଛ ସେଥିପାଇଁ କହୁଛ କିଛି ନୁଆ କଥା ନୁହେଁ ।

ଓମ୍ ଶାନ୍ତି ।
ଏବେ ତୁମ ପିଲାମାନଙ୍କ ଉପରେ ଜ୍ଞାନର ବର୍ଷା ହେଉଛି । ତୁମେ ହେଉଛ ସଙ୍ଗମଯୁଗୀ ଏବଂ ବାକି ଯେଉଁ ସବୁ ମନୁଷ୍ୟ ଅଛନ୍ତି ସେମାନେ କଳିଯୁଗୀ । ବର୍ତ୍ତମାନ ଦୁନିଆରେ ଅନେକ ମତ-ମତାନ୍ତର ରହିଛି । ତୁମ ପିଲାମାନଙ୍କର ଏକ ମତ ଅଟେ । ଯେଉଁ ଏକ ମତ ଭଗବାନଙ୍କ ଠାରୁ ହିଁ ମିଳୁଛି । ଭକ୍ତମାନେ ଭକ୍ତି ମାର୍ଗରେ ଜପ-ତପ-ତୀର୍ଥ ଆଦି ଯାହା କିଛି କରୁଛନ୍ତି ସେମାନେ ଭାବୁଛନ୍ତି ଏସବୁ ଭଗବାନଙ୍କ ସହିତ ମିଶିବାର ରାସ୍ତା । କହୁଛନ୍ତି ଭକ୍ତି ପରେ ହିଁ ଭଗବାନ ମିଳିବେ । କିନ୍ତୁ ସେମାନେ ଜାଣିନାହାଁନ୍ତି ଯେ ଭକ୍ତି କେବେଠାରୁ ଆରମ୍ଭ ହେଉଛି ଏବଂ କେଉଁ ପର୍ଯ୍ୟନ୍ତ ଚାଲିବ । କେବଳ କହି ଦେଉଛନ୍ତି ଭକ୍ତି ଦ୍ୱାରା ଭଗବାନ ମିଳିବେ ସେଥିପାଇଁ ଅନେକ ପ୍ରକାରର ଭକ୍ତି କରି ଚାଲିଛନ୍ତି । ଏକଥା ମଧ୍ୟ ନିଜେ ଭାବୁଛନ୍ତି ଯେ ପରମ୍ପରାରୁ ଆମେ ଭକ୍ତି କରି ଆସିଛୁ । ତେଣୁ ଦିନେ ନା ଦିନେ ଭଗବାନ ନିଶ୍ଚୟ ମିଳିବେ । କୌଣସି ନା କୌଣସି ରୂପରେ ଭଗବାନ ମିଳିବେ । କଣ କରିବେ ? ନିଶ୍ଚିତ ସଦ୍ଗତି କରିବେ କାହିଁକି ନା ସେ ହେଉଛନ୍ତି ସମସ୍ତଙ୍କର ସଦ୍ଗତି ଦାତା । ଭଗବାନ କିଏ, କେବେ ଆସିବେ, ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ଯଦିଓ ଭିନ୍ନ-ଭିନ୍ନ ପ୍ରକାରେ ମହିମା ଗାନ କରୁଛନ୍ତି, କହୁଛନ୍ତି ଭଗବାନ ପତିତ-ପାବନ, ଜ୍ଞାନର ସାଗର ଅଟନ୍ତି । ତେବେ ଜ୍ଞାନ ଦ୍ୱାରା ହିଁ ସଦ୍ଗତି ହେଉଛି । ଏକଥା ମଧ୍ୟ ଜାଣିଛନ୍ତି ଯେ ଭଗବାନ ନିରାକାର ଅଟନ୍ତି । ଯେପରି ଆମେ ଆତ୍ମା ନିରାକାର, ପରେ ଶରୀର ଧାରଣ କରୁଛୁ । ଆମେ ଆତ୍ମାମାନେ ମଧ୍ୟ ବାବାଙ୍କ ସାଥିରେ ପରମଧାମର ନିବାସୀ ଅଟୁ । ଆମେ ଏଠାକାର ବାସିନ୍ଦା ନୁହେଁ । କେଉଁ ସ୍ଥାନର ନିବାସୀ ଅଟୁ, ଏକଥା ମଧ୍ୟ ଯଥାର୍ଥ ଭାବରେ କହିପାରୁ ନାହାଁନ୍ତି । କେହି-କେହି ତ ଭାବୁଛନ୍ତି ଆମେ ସ୍ୱର୍ଗକୁ ଚାଲିଯିବୁ । ତେବେ ସିଧା ସଳଖ ସ୍ୱର୍ଗକୁ ତ କେହି ଯାଇପାରିବେ ନାହିଁ । କେହି ପୁଣି କହୁଛନ୍ତି ଜ୍ୟୋତି ଜ୍ୟୋତିରେ ମିଶିଯିବୁ । ଏହା ମଧ୍ୟ ଭୁଲ । ଆତ୍ମାକୁ ବିନାଶୀ କରିଦେଉଛନ୍ତି । ମୋକ୍ଷ ମଧ୍ୟ କାହାକୁ ହୋଇପାରିବ ନାହିଁ । ଯେବେକି କହୁଛନ୍ତି ବନି ବନାୟୀ ଅର୍ଥାତ୍ ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ..... ଏହି ଚକ୍ର ଘୁରି ଚାଲିଛି । ତେବେ ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି । କିନ୍ତୁ ଚକ୍ର କିପରି ଘୂରୁଛି ଏକଥା କେହି ଜାଣି ନାହାଁନ୍ତି । ନା ଚକ୍ରକୁ ଜାଣିଛନ୍ତି, ନା ଈଶ୍ୱରଙ୍କୁ ଜାଣିଛନ୍ତି । ଭକ୍ତିମାର୍ଗରେ କେତେ ଘୁରି ବୁଲୁଛନ୍ତି । ଭଗବାନ କିଏ ଏକଥା ତୁମେ ଜାଣିଛ । ଭଗବାନଙ୍କୁ ପିତା ବୋଲି କହୁଛନ୍ତି ତେଣୁ ବୁଦ୍ଧିରେ ଆସିବା ଦରକାର ନା । ଲୌକିକ ପିତା ଥାଇ ମଧ୍ୟ ଆମେ ତାଙ୍କୁ ମନେ ପକାଉଛୁ ତେଣୁ ଦୁଇଜଣ ପିତା ହୋଇଗଲେ - ଲୌକିକ ଏବଂ ପାରଲୌକିକ । ସେହି ପାରଲୌକିକ ପିତାଙ୍କୁ ପାଇବା ପାଇଁ ଏତେ ଭକ୍ତି କରୁଛନ୍ତି । ସେ ପରଲୋକରେ ରହୁଛନ୍ତି । ନିରାକାରୀ ଦୁନିଆ ମଧ୍ୟ ନିଶ୍ଚୟ ଅଛି ।

ତୁମେ ଭଲ ଭାବରେ ଜାଣିଛ ମନୁଷ୍ୟ ଯାହା କିଛି କରୁଛନ୍ତି ସେ ସବୁ ହେଲା ଭକ୍ତିମାର୍ଗ । ରାବଣ ରାଜ୍ୟରେ ଭକ୍ତି ହିଁ ଭକ୍ତି ହୋଇ ଆସିଛି । ସେଠାରେ ଜ୍ଞାନ ରହିପାରିବ ନାହିଁ । ଭକ୍ତି ଦ୍ୱାରା କେବେ କାହାର ସଦ୍ଗତି ହୋଇପାରିବ ନାହିଁ । ସେଥିପାଇଁ ତ ସଦ୍ଗତି ଦାତା ବାବାଙ୍କୁ ଡାକୁଛନ୍ତି ତେବେ ନିଶ୍ଚିତ ସେ କେବେ ଆସି ସଦ୍ଗତି କରିବେ । ତୁମେ ଜାଣିଛ ଏହା ବିଲକୁଲ୍ ହିଁ ତମୋପ୍ରଧାନ ଦୁନିଆ । ସତ୍ତ୍ୱପ୍ରଧାନ ଥିଲୁ ଏବେ ତମୋପ୍ରଧାନ ହୋଇଯାଇଛୁ, ଏଠାରେ କେତେ ଉପଦ୍ରବ ହୋଇଚାଲିଛି । ବହତୁ ଗଣ୍ଡଗୋଳ ହେଉଛି ଚୋରମାନେ ମଧ୍ୟ ଲୁଟ୍ କରୁଛନ୍ତି । କିଭଳି ମାଡ଼୍ପିଟ୍ କରି ଚୋରମାନେ ପଇସା ଲୁଟି ନେଇଯାଉଛନ୍ତି । ଏପରି ଔଷଧ ସବୁ ଅଛି ଯାହାକୁ ଶୁଙ୍ଘାଇ ବେହୋସ କରିଦେଉଛନ୍ତି । ଏହା ହେଉଛି ରାବଣରାଜ୍ୟ, ଏହା ବହୁତ ବଡ଼ ବେହଦର ଖେଳ ଅଟେ । ଏହାକୁ ଘୂରିବା ପାଇଁ ୫ ହଜାର ବର୍ଷ ଲାଗୁଛି । ଖେଳ ମଧ୍ୟ ଡ୍ରାମା ସଦୃଶ୍ୟ ହେଉଛି । ନାଟକ କୁହାଯିବ ନାହିଁ । ଧରିନିଅ ନାଟକରେ କୌଣସି ଅଭିନେତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଗଲା ତେବେ ଅଦଳ ବଦଳ କରିଦେଇଥାନ୍ତି । ଏଥିରେ ତ ସେକଥା ହୋଇପାରିବ ନାହିଁ । ଏହା ତ ଅନାଦି ଡ୍ରାମା ଅଟେ ନା । ଧରିନିଅ କାହାର ଦେହ ଖରାପ ହେଲେ ହୋଇଗଲା କହିବେ ଏହିଭଳି ଦେହ ଖରାପ ହେବା ମଧ୍ୟ ଡ୍ରାମାରେ ପାର୍ଟ ରହିଛି । ଏହା ଅନାଦି ପୂର୍ବ ପ୍ରସ୍ତୁତି ଅଟେ । ଅନ୍ୟ କାହାକୁ ତୁମେ ଡ୍ରାମା ବୋଲି କହିଲେ ସେ ଦ୍ୱନ୍ଦରେ ପଡ଼ିଯିବେ । ତୁମେ ଜାଣିଛ ଏହା ବେହଦର ଡ୍ରାମା ଅଟେ । କଳ୍ପ ପରେ ମଧ୍ୟ ଏହି ଅଭିନେତାମାନେ ରହିବେ । ବର୍ତ୍ତମାନ ଯେପରି ବର୍ଷା ଇତ୍ୟାଦି ହେଉଛି, କଳ୍ପ ପରେ ମଧ୍ୟ ଏହିପରି ହେବ । ଏହି ସବୁ ପ୍ରାକୃତିକ ଉପଦ୍ରବ ହେବ । ତୁମେ ଜାଣିଛ ଜ୍ଞାନର ବର୍ଷା ସମସ୍ତଙ୍କ ଉପରେ ପଡ଼ିପାରିବ ନାହିଁ କିନ୍ତୁ ଏହି ଆବାଜ ଅର୍ଥାତ୍ ଖବର ସମସ୍ତଙ୍କ କାନକୁ ନିଶ୍ଚୟ ଯିବ ଯେ ଜ୍ଞାନ ସାଗର ଭଗବାନ ଆସିଛନ୍ତି । ତୁମର ମୁଖ୍ୟ ହେଲା ଯୋଗ । ଜ୍ଞାନ ମଧ୍ୟ ତୁମେ ଶୁଣୁଛ ବାକି ପାଣିର ବର୍ସା ତ ସାରା ଦୁନିଆରେ ହେଉଛି । ତୁମର ଯୋଗ ଦ୍ୱାରା ସ୍ଥାୟୀ ଶାନ୍ତି ହୋଇଯାଉଛି । ତୁମେ ସମସ୍ତଙ୍କୁ ଶୁଣାଉଛ ଯେ ସ୍ୱର୍ଗର ସ୍ଥାପନ କରିବା ପାଇଁ ଭଗବାନ ଆସିଛନ୍ତି । କିନ୍ତୁ ଏଭଳି ଅନେକ ଅଛନ୍ତି ଯେଉଁମାନେ ନିଜକୁ ଭଗବାନ ଭାବୁଛନ୍ତି, ତେବେ ତୁମକୁ କିଏ ମାନିବ ସେଥିପାଇଁ ବାବା ବୁଝାଉଛନ୍ତି କୋଟିକରେ କେହି ଜଣେ ବାହାରିବେ । ତୁମମାନଙ୍କ ଭିତରେ ବି କ୍ରମାନୁସାରେ ଜାଣିଛନ୍ତି ଯେ ଭଗବାନ ବାବା ଆସିଛନ୍ତି । ବାବାଙ୍କଠାରୁ ତ ବର୍ସା (ସମ୍ପତ୍ତି) ନେବା ଦରକାର ନା । ବାବାଙ୍କୁ କିପରି ମନେ ପକାଇବ ତାହା ମଧ୍ୟ ବୁଝାଉଛନ୍ତି ନିଜକୁ ଆତ୍ମା ନିଶ୍ଚୟ କର । ମନୁଷ୍ୟମାନେ ତ ଦେହ-ଅଭିମାନୀ ହୋଇଯାଇଛନ୍ତି । ବାବା କହୁଛନ୍ତି ମୁଁ ସେତେବେଳେ ଆସୁଛି ଯେବେ ସବୁ ମନୁଷ୍ୟ ଆତ୍ମାମାନେ ପତିତ ହୋଇଯାଉଛନ୍ତି । ତୁମେ କେତେ ତମୋପ୍ରଧାନ ହୋଇଯାଇଛ । ବର୍ତ୍ତମାନ ମୁଁ ଆସିଛି ତୁମକୁ ସତ୍ତ୍ୱପ୍ରଧାନ କରାଇବା ପାଇଁ । କଳ୍ପ ପୂର୍ବରୁ ମଧ୍ୟ ମୁଁ ତୁମକୁ ଏହିପରି ବୁଝାଇଥିଲି । ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କିପରି ହେବ ? ସେଥିପାଇଁ କେବଳ ମୋତେ ମନେ ପକାଅ । ମୁଁ ଆସିଛି ତୁମକୁ ନିଜର ଏବଂ ରଚନାର ପରିଚୟ ଦେବାକୁ । ରାବଣ ରାଜ୍ୟରେ ସେହି ବାବାଙ୍କୁ ସମସ୍ତେ ମନେ ପକାଉଛନ୍ତି । ଆତ୍ମା ନିଜର ପିତାଙ୍କୁ ମନେପକାଉଛି । ବାବା ଅଶରୀରୀ ହିଁ ଅଟନ୍ତି, ସିଏ ବିନ୍ଦୁ ଅଟନ୍ତି ନା । ପୁଣି ତାଙ୍କର ନାମ ମଧ୍ୟ ରଖାଯାଇଛି । ତୁମକୁ ଶାଳିଗ୍ରାମ ଏବଂ ବାବାଙ୍କୁ ଶିବ କୁହାଯାଉଛି । ତୁମ ପିଲାମାନଙ୍କର ଶରୀରର ନାମ ରଖାଯାଉଛି । ବାବା ତ ପରମଆତ୍ମା ହିଁ ଅଟନ୍ତି । ତାଙ୍କୁ ଶରୀର ତ ଧାରଣ କରିବାର ନାହିଁ । ସେ ଶରୀର ନେବେ ନାହିଁ । ସେ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଛନ୍ତି । ଏହା ବ୍ରହ୍ମାଙ୍କ ଶରୀର ଅଟେ, ଏହାଙ୍କୁ ଶିବ କୁହାଯିବ ନାହିଁ । ଆତ୍ମା ନାମ ତ ତୁମର ଅଛି ପୁଣି ତୁମେ ଶରୀର ନେଉଛ । ସେ ହେଲେ ପରମ ଆତ୍ମା ସମସ୍ତ ଆତ୍ମାମାନଙ୍କର ପିତା । ତେଣୁ ସମସ୍ତଙ୍କର ଦୁଇଟି ପିତା ହୋଇଗଲେ । ଜଣେ ନିରାକାରୀ, ଅନ୍ୟ ଜଣେ ସାକାରୀ । ଏହାଙ୍କୁ (ବ୍ରହ୍ମାଙ୍କୁ) ପୁଣି ଅଲୌକିକ ଆଶ୍ଚର୍ଯ୍ୟଜନକ ପିତା ବୋଲି କୁହାଯାଉଛି । କେତେ ଢ଼େର ସନ୍ତାନ ଅଛନ୍ତି । ମନୁଷ୍ୟମାନେ ଏକଥା ବୁଝି ପାରୁନାହାଁନ୍ତି ଏତେ ଢ଼େର ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ ଅଛନ୍ତି । ଏମାନେ ସବୁ କିଏ! ଏହା କେଉଁ ପ୍ରକାରର ଧର୍ମ! ବୁଝିପାରୁ ନାହାଁନ୍ତି । ତୁମେ ଜାଣିଛ ଏହି କୁମାର-କୁମାରୀ ଅକ୍ଷର ପ୍ରବୃତ୍ତି ମାର୍ଗର ଅଟେ ନା । ମା, ବାପା, କୁମାରୀ ଏବଂ କୁମାର । ଭକ୍ତିମାର୍ଗରେ ତୁମେ ମନେ ପକାଉଛ ତୁମେ ମାତା-ପିତା ....... । ଏବେ ତୁମକୁ ମାତା-ପିତା ମିଳିଛନ୍ତି, ସିଏ ତୁମକୁ ପୋଷ୍ୟ କରିଛନ୍ତି । ସତ୍ୟଯୁଗରେ ପୋଷ୍ୟ କରିବେ ନାହିଁ । ସେଠାରେ ଆଡପ୍ସନ୍ (ପୋଷ୍ୟ)ର ନାମ ରହିବ ନାହିଁ । ଏଠାରେ ପୁଣି ବି ନାମ ରହିଛି । ସିଏ ହେଲେ ହଦର ପିତା, ଇଏ ହେଲେ ବେହଦର ପିତା । ଏହା ବେହଦର ଆଡପ୍ସନ୍ ଅଟେ । ଏହି ରହସ୍ୟ ବହୁତ ଗହନ ଏବଂ ବୁଝିବା ଯୋଗ୍ୟ ଅଟେ । କିନ୍ତୁ ତୁମେମାନେ ସଂପୂର୍ଣ୍ଣ ରୂପେ କାହାକୁ ବୁଝାଉନାହଁ । ପ୍ରଥମେ-ପ୍ରଥମେ ଯେତେବେଳେ କେହି ଭିତରକୁ ଆସିଥାନ୍ତି, କୁହନ୍ତି ଗୁରୁଙ୍କର ଦର୍ଶନ କରିବାକୁ ଆସିଛୁ, ତେବେ ତୁମେ କୁହ ଏହା କୌଣସି ମନ୍ଦିର ନୁହେଁ । ବୋର୍ଡ ଉପରେ ଦେଖ କଣ ଲେଖାଯାଇଛି! ବ୍ରହ୍ମାକୁମାର-କୁମାରୀ ଢ଼େର ଅଛନ୍ତି । ଏମାନେ ସମସ୍ତେ ପ୍ରଜାପିତାଙ୍କର ସନ୍ତାନ ଅଟନ୍ତି । ତୁମେ ମଧ୍ୟ ପ୍ରଜା ଅଟ । ଭଗବାନ ସୃଷ୍ଟି ରଚନା କରୁଛନ୍ତି, ବ୍ରହ୍ମାଙ୍କ ମୁଖକମଳ ଦ୍ୱାରା ଆମକୁ ରଚନା କରିଛନ୍ତି । ଆମେ ହେଉଛୁ ନୂଆ ସୃଷ୍ଟିର, ତୁମେ ପୁରୁଣା ସୃଷ୍ଟିର ଅଟ । ସଙ୍ଗମଯୁଗରେ ହିଁ ନୂଆ ସୃଷ୍ଟିର ସ୍ଥାପନା କରିବାକୁ ପଡ଼ିଥାଏ । ଏହା ହେଉଛି ପୁରୁଷୋତ୍ତମ ହେବାର ଯୁଗ । ତୁମେ ସଙ୍ଗମଯୁଗରେ ଉପସ୍ଥିତ ହୋଇଛ, ସେମାନେ କଳିଯୁଗରେ ଉପସ୍ଥିତ ଯେପରି ବିଭାଜନ ହୋଇଯାଇଛି । ଆଜିକାଲି ତ ଦେଖ କେତେ ବିଭାଜନ ହେଉଛି । ପ୍ରତ୍ୟେକ ଧର୍ମାବଲମ୍ବୀ ଭାବୁଛନ୍ତି ଆମେ ନିଜର ପ୍ରଜାଙ୍କୁ ଅର୍ଥାତ୍ ନିଜ ଧର୍ମର ଲୋକଙ୍କର ଦାୟିତ୍ୱ ନେବୁ, ନିଜର ଧର୍ମକୁ, ସମାଧର୍ମୀଙ୍କୁ ସୁଖୀ ରଖିବୁ ସେଥିପାଇଁ ପ୍ରତ୍ୟେକ କହୁଛନ୍ତି ଆମ ରାଷ୍ଟ୍ରରୁ ଏହି ଜିନିଷ ବାହାରକୁ ନଯାଉ । ଆଗରୁ ତ ରାଜାମାନଙ୍କର ସମସ୍ତ ପ୍ରଜାମାନଙ୍କ ଉପରେ ହୁକୁମ ଚାଲୁଥିଲା । ରାଜାଙ୍କୁ ମାତା-ପିତା, ଅନ୍ନଦାତା ବୋଲି କହୁଥିଲେ । ଏବେ ତ ରାଜା-ରାଣୀ କେହି ନାହାଁନ୍ତି । ଅଲଗା-ଅଲଗା ଟୁକୁଡ଼ା ହୋଇଯାଇଛନ୍ତି । କେତେ ପ୍ରାକୃତିକ ଉପଦ୍ରବ ହେଉଛି । ଅଚାନକ ବନ୍ୟା ଆସିଯାଉଛି, ଭୂମିକମ୍ପ ହେଉଛି, ଏହା ହେଉଛି ଦୁଃଖ ଦାୟକ ମୃତ୍ୟୁ ।

ଏବେ ତୁମେ ବ୍ରାହ୍ମଣମାନେ ବୁଝୁଛ ଯେ ଆମେ ସମସ୍ତେ ପରସ୍ପର ଭାଇ-ଭାଇ ଅଟୁ । ତେଣୁ ଆମକୁ ପରସ୍ପର ସହିତ ବହୁତ-ବହୁତ ସ୍ନେହରେ ରହିବାକୁ ହେବ । ଆମେ ସମସ୍ତେ ଗୋଟିଏ ବାପାର ସନ୍ତାନ ତେଣୁ ପରସ୍ପର ସହିତ ବହୁତ ସ୍ନେହ ରହିବା ଉଚିତ୍ । ରାମରାଜ୍ୟରେ ବାଘ-ଛେଳି ଯିଏକି ଏକଦମ୍ ପକ୍କା ଶତ୍ରୁ ଅଟନ୍ତି, ସେମାନେ ମଧ୍ୟ ଏକତ୍ର ପାଣି ପିଇଥାନ୍ତି । ଏଠାରେ ଦେଖ ଘରେ ଘରେ କେତେ ଝଗଡ଼ା ହେଉଛି । ଦେଶ-ଦେଶ ମଧ୍ୟରେ ଝଗଡ଼ା, ନିଜ-ନିଜ ଭିତରେ ମଧ୍ୟ ବିବାଦ କରୁଛନ୍ତି । ଅନେକ ମତ ରହିଛି । ଏବେ ତୁମେ ଜାଣିଛ ଆମେ ସମସ୍ତେ ଅନେକଥର ବାବାଙ୍କଠାରୁ ବର୍ସା ନେଇ ପୁଣି ହରାଇଛୁ ଅର୍ଥାତ୍ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛୁ ଏବଂ ପୁଣି ହାରିଯାଉଛୁ । ଏକମାତ୍ର ବାବାଙ୍କ ଶ୍ରୀମତ ଆଧାରରେ ଆମେ ବିଶ୍ୱର ମାଲିକ ହୋଇଯାଉଛୁ, ସେଥିପାଇଁ ତାଙ୍କୁ ସର୍ବୋଚ୍ଚ ଭଗବାନ କୁହାଯାଉଛି । ସମସ୍ତଙ୍କର ଦୁଃଖହର୍ତ୍ତା, ସୁଖକର୍ତ୍ତା କୁହାଯାଉଛି । ଏବେ ସିଏ ତୁମକୁ ସୁଖର ରାସ୍ତା ବତାଉଛି । ତେଣୁ ତୁମେମାନେ ପରସ୍ପର ସ୍ନେହରେ ରହିବା ଉଚିତ୍ । ଦୁନିଆରେ ସମସ୍ତେ ପରସ୍ପର ସହିତ ଲୁଣପାଣି ଅର୍ଥାତ୍ ଶତ୍ରୁ ହୋଇ ରହୁଛନ୍ତି । ଜଣେ ଅନ୍ୟ ଜଣଙ୍କୁ ମାରିବା ପାଇଁ ବିଳମ୍ବ କରୁନାହାଁନ୍ତି । ତୁମେ ଈଶ୍ୱରୀୟ ସନ୍ତାନମାନେ ତ ବହୁତ ସ୍ନେହରେ ରହିବା ଉଚିତ୍ । ତୁମେ ଈଶ୍ୱରୀୟ ସନ୍ତାନ ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ ଅଟ । ତୁମେ ବାବାଙ୍କର କେତେ ସାହାଯ୍ୟକାରୀ ହେଉଛ । ପୁରୁଷୋତ୍ତମ କରାଇବା ପାଇଁ ବାବାଙ୍କର ସହଯୋଗୀ ହେଉଛ ତେଣୁ ତୁମମାନଙ୍କର ମନରେ ଏକଥା ଆସିବା ଦରକାର ଯେ ଆମେ ପୁରୁଷୋତ୍ତମ ଅଟୁ, ଆମ ପାଖରେ ସେହି ଦୈବୀଗୁଣ ଅଛି ? ଯଦି ଆସୁରୀ ଗୁଣ ରହିବ ତେବେ ନିଜକୁ ବାବାଙ୍କ ସନ୍ତାନ ତ କହିପାରିବ ନାହିଁ । ସେଥିପାଇଁ କୁହାଯାଉଛି ସତଗୁରୁଙ୍କ ନିନ୍ଦୁକକୁ ଠାବ ନାହିଁ । ସେହି କଳିଯୁଗୀ ଗୁରୁମାନେ ପୁଣି ନିଜ ପାଇଁ କହି ମନୁଷ୍ୟମାନଙ୍କୁ ଡରାଇ ଦେଉଛନ୍ତି । ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି ସୁପୁତ୍ର ସନ୍ତାନ ସିଏ ଯିଏ ବାବାଙ୍କର ସୁନାମ କରୁଛନ୍ତି । ପରସ୍ପର ବହୁତ ସ୍ନେହରେ ରହୁଛନ୍ତି । ବାବା ସର୍ବଦା କହୁଛନ୍ତି କ୍ଷୀର ଖଣ୍ଡ ଅର୍ଥାତ୍ ସ୍ନେହୀ ହୁଅ । ଲୁଣପାଣି ଅର୍ଥାତ୍ ପରସ୍ପର ଭିତରେ ଶତ୍ରୁତା କରି ଲଢ଼େଇ-ଝଗଡ଼ା କର ନାହିଁ । ତୁମକୁ ଏଠାରେ ବହୁତ ସ୍ନେହୀ ହୋଇ ରହିବାକୁ ହେବ । ପରସ୍ପର ସହିତ ବହୁତ ପ୍ରେମ ରହିବା ଉଚିତ୍ କାହିକିନା ତୁମେ ଈଶ୍ୱରୀୟ ସନ୍ତାନ ଅଟ । ଈଶ୍ୱର ସବୁଠାରୁ ପ୍ରିୟ ଅଟନ୍ତି ସେଥିପାଇଁ ତ ସମସ୍ତେ ତାଙ୍କୁ ମନେ ପକାଉଛନ୍ତି । ତେଣୁ ତୁମର ପରସ୍ପର ମଧ୍ୟରେ ବହୁତ ସ୍ନେହ ରହିବା ଉଚିତ୍ । ନଚେତ୍ ବାବାଙ୍କର ଇଜ୍ଜତ ତଳେ ପଡିଯିବ । ଈଶ୍ୱରଙ୍କର ସନ୍ତାନ ନିଜ ନିଜ ଭିତରେ କିପରି ଲୁଣିପାଣି ହୋଇପାରିବେ, ପୁଣି ପଦ କିପରି ପାଇବ! ବାବା ବୁଝାଉଛନ୍ତି ପରସ୍ପର ସହିତ କ୍ଷୀର ଖଣ୍ଡ ହୋଇ ରୁହ । ଲୁଣ ପାଣି ହେଲେ କିଛି ମଧ୍ୟ ଧାରଣା ହେବ ନାହିଁ । ଯଦି ବାବାଙ୍କ ନିର୍ଦ୍ଦେଶ ଅନୁଯାୟୀ ନ ଚାଲିବ ତେବେ ଉଚ୍ଚପଦ କିପରି ପାଇବ । ଦେହ-ଅଭିମାନରେ ଆସି ପରସ୍ପର ସହିତ ଲଢ଼େଇ କରୁଛନ୍ତି । ଦେହୀ-ଅଭିମାନୀ ହୋଇ ରହିଲେ କୌଣସି ଖିଟ୍ପିଟ୍ ହେବ ନାହିଁ । ଈଶ୍ୱର ପିତା ମିଳିଛନ୍ତି ତେଣୁ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ଆତ୍ମାକୁ ବାବାଙ୍କ ସଦୃଶ ହେବାକୁ ପଡ଼ିବ । ଯେପରି ବାବାଙ୍କ ପାଖରେ ପବିତ୍ରତା, ସୁଖ, ପ୍ରେମ ଇତ୍ୟାଦି ସବୁ ଅଛି, ତୁମକୁ ମଧ୍ୟ ହେବାକୁ ପଡ଼ିବ । ନଚେତ୍ ଉଚ୍ଚପଦ ପାଇପାରିବ ନାହିଁ । ପାଠପଢ଼ି ବାବାଙ୍କଠାରୁ ଉଚ୍ଚ ବର୍ସା ପାଇବାକୁ ହେବ । ଯିଏ ଅନେକଙ୍କର କଲ୍ୟାଣ କରିଥାନ୍ତି, ସେ ହିଁ ରାଜା-ରାଣୀ ହୋଇପାରିବେ । ବାକି ସମସ୍ତେ ଯାଇ ଦାସ-ଦାସୀ ହେବେ । ବୁଝିତ ପାରୁଛ ନା କିଏ-କିଏ କଣ ହେବେ ? ବିଦ୍ୟାର୍ଥୀମାନେ ନିଜେ ମଧ୍ୟ ବୁଝିପାରିବେ - ଏହି ହିସାବରେ ଆମେ ବାବାଙ୍କର ନାମ କେତେ ପ୍ରତ୍ୟକ୍ଷ କରିବୁ । ଈଶ୍ୱରଙ୍କ ସନ୍ତାନ ତ ସବୁଠାରୁ ସ୍ନେହୀ ହେବା ଉଚିତ୍ । ଯାହାକି କେହି ବି ଦେଖି ଖୁସି ହୋଇଯିବେ । ବାବାଙ୍କୁ ମଧ୍ୟ ସେହିମାନେ ହିଁ ମିଠା ଲାଗିବେ । ପ୍ରଥମେ ଘରକୁ ତ ସୁଧାର । ପ୍ରଥମେ ଘରକୁ ପୁଣି ପରେ ପରକୁ ସୁଧାରିବା ଉଚିତ୍ । ଗୃହସ୍ଥ ବ୍ୟବହାରରେ କମଳ (ପଦ୍ମ) ଫୁଲ ସମାନ ପବିତ୍ର ଏବଂ କ୍ଷୀର ଖଣ୍ଡ ହୋଇ ରୁହ । କେହି ମଧ୍ୟ ଦେଖିଲେ କହିବେ ଓହୋ! ଏହା ତ ସ୍ୱର୍ଗ ଅଟେ । ଅଜ୍ଞାନ କାଳରେ ମଧ୍ୟ ବାବା ନିଜେ ଏପରି ଘର ଦେଖିଛନ୍ତି । ୬-୭ ଭାଇ ବିବାହ କରି ମଧ୍ୟ ସବୁ ଏକାଠି ରହିଥାନ୍ତି । ସକାଳୁ ଉଠି ଭକ୍ତି କରିଥାନ୍ତି । ଘରେ ଏକଦମ୍ ଶାନ୍ତି ଲାଗି ରହିଥାଏ । ଏହା ତ ତୁମର ଈଶ୍ୱରୀୟ କୁଟୁମ୍ବ ଅଟେ । ହଂସ (ପବିତ୍ର) ଏବଂ ବଗ (ପତିତ) ଏକତ୍ର ତ ରହି ପାରିବେ ନାହିଁ । ତୁମକୁ ତ ହଂସ ହେବାକୁ ପଡ଼ିବ । ଲୁଣପାଣି ହେଲେ ବାବା ଖୁସି ହେବେ ନାହିଁ । ବାବା କହିବେ ତୁମେ କେତେ ନାମ ବଦନାମ କରୁଛ । ଯଦି କ୍ଷୀର ଖଣ୍ଡ ହୋଇ ନ ରହିବ ତେବେ ସ୍ୱର୍ଗରେ ଉଚ୍ଚପଦ ପାଇବ ନାହିଁ, ବହୁତ ଦଣ୍ଡ ଭୋଗ କରିବ । ବାବାଙ୍କର ହୋଇ ପୁଣି ଯଦି ଲୁଣ ପାଣି ହୋଇ ରହିବ ତେବେ ଶହେଗୁଣା ଦଣ୍ଡ ଭୋଗ କରିବାକୁ ପଡ଼ିବ । ପୁଣି ତୁମକୁ ସାକ୍ଷାତ୍କାର ମଧ୍ୟ ହେବ କି ମୁଁ କେଉଁ ପଦ ପାଇବି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସର୍ବଦା ଧ୍ୟାନ ରହୁ ଆମେ ଈଶ୍ୱରଙ୍କର ସନ୍ତାନ, ଆମକୁ ବହୁତ ବହୁତ ସ୍ନେହୀ ହୋଇ ରହିବାକୁ ହେବ । ପରସ୍ପର ମଧ୍ୟରେ କେବେ ହେଲେ ଲୁଣପାଣି ଅର୍ଥାତ୍ ମନୋମାଳିନ୍ୟ ହେବାର ନାହିଁ । ପ୍ରଥମେ ନିଜକୁ ସୁଧାରିବାକୁ ହେବ ତାପରେ ଅନ୍ୟକୁ ସୁଧାରିବା ପାଇଁ ଶିକ୍ଷା ଦେବାକୁ ହେବ ।

(୨) ବାବାଙ୍କ ନିକଟରେ ଯେପରି ପବିତ୍ରତା, ସୁଖ, ପ୍ରେମ ଆଦି ସବୁ ପ୍ରକାରର ଦିବ୍ୟଗୁଣ ଅଛି, ସେହିପରି ବାବାଙ୍କ ସମାନ ହେବାକୁ ପଡ଼ିବ । ଏପରି କୌଣସି କର୍ମ କରିବାର ନାହିଁ ଯାହା ଦ୍ୱାରା ସତ୍ଗୁରୁଙ୍କର ନିନ୍ଦୁକ ହୋଇଯିବ । ନିଜର ଚରିତ୍ର ଦ୍ୱାରା ବାବାଙ୍କର ସୁନାମ କରିବାକୁ ହେବ ।

ବରଦାନ:-
ବୁଦ୍ଧିରୂପକ ପଥକୁ ସ୍ୱଚ୍ଛ ରଖିବା ଆଧାରରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସଦାପ୍ରସ୍ତୁତ ଆତ୍ମା ହୁଅ ।

ସଦାସର୍ବଦା ପ୍ରସ୍ତୁତ ହୋଇ ରହିବା ଏହା ହିଁ ବ୍ରାହ୍ମଣ ଜୀବନର ବିଶେଷତା । ନିଜର ବୁଦ୍ଧି ରୂପକ ଯାତ୍ରା ପଥ ଏଭଳି ସ୍ୱଚ୍ଛ ରହୁ ଯାହାକି ବାବାଙ୍କଠାରୁ କୌଣସି ବି ସଂକେତ ମିଳିବା ମାତ୍ରକେ ପ୍ରସ୍ତୁତ ହୋଇପାରୁଥିବା । ସେହି ସମୟରେ ଅନ୍ୟ କୌଣସି କଥା ଭାବିବାର ଆବଶ୍ୟକତା ନଥିବ । ଅଚାନକ ଗୋଟିଏ ହିଁ ପ୍ରଶ୍ନ ଆସିବ ଆଦେଶ ମିଳିବ ଏହିଠାରେ ହିଁ ରହିଯାଅ ବା ଅମୁକ ସ୍ଥାନରେ ତୁରନ୍ତ ପହଞ୍ଚିଯାଅ -- ତେବେ ସେତେବେଳେ କୌଣସି ବି କଥା ବା ସମ୍ବନ୍ଧ ମନେ ପଡୁନଥିବ, ତେବେ ଯାଇ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇପାରିବ, କିନ୍ତୁ ଏସବୁ ଅଚାନକ ଭାବରେ ପରୀକ୍ଷା ରୂପରେ ଆସିବ ସେଥିପାଇଁ ସଦାସର୍ବଦା ପ୍ରସ୍ତୁତ ହୋଇ ରହିଥାଅ ।

ସ୍ଲୋଗାନ:-
ମନକୁ ଶକ୍ତିଶାଳୀ କରିବା ପାଇଁ ଆତ୍ମାକୁ ଈଶ୍ୱରୀୟ ସ୍ମୃତି ଏବଂ ଶକ୍ତିରୂପକ ଭୋଜନ ଦିଅ ।