23.05.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେମାନେ ନିଜକୁ ରାଜତିଳକ ଦେବାର ଯୋଗ୍ୟ କର, ଯଦି ପାଠ ପଢିବ, ଶ୍ରୀମତରେ ଚାଲିବ ତେବେ ରାଜତିଳକ ମିଳିଯିବ ।

ପ୍ରଶ୍ନ:-
କେଉଁ ସ୍ମୃତିରେ ରହିଲେ ନିଜର ରାବଣ ସ୍ୱଭାବର ସ୍ମୃତି ବିସ୍ମୃତି ହୋଇଯିବ ?

ଉତ୍ତର:-
ସର୍ବଦା ସ୍ମୃତି ରହୁ ଯେ ଆମେ ସ୍ତ୍ରୀ ପୁରୁଷ ନୁହେଁ, ଆମେ ଆତ୍ମା, ଆମେ ବଡ ବାବା ଅର୍ଥାତ୍ ଶିବବାବାଙ୍କଠାରୁ ଛୋଟ ବାବା ଅର୍ଥାତ୍ ବ୍ରହ୍ମାବାବାଙ୍କ ଦ୍ୱାରା ସମ୍ପତ୍ତି ନେଉଛୁ । ଏହି ସ୍ମୃତି ରାବଣ ସ୍ୱଭାବର ସ୍ମୃତିକୁ ଭୁଲାଇ ଦେବ । ଯେତେବେଳେ ସ୍ମୃତି ଆସିବ ଯେ ଆମେ ସମସ୍ତେ ଗୋଟିଏ ବାପାର ସନ୍ତାନ ସେତେବେଳେ ରାବଣ ସ୍ୱଭାବର ସ୍ମୃତି ସମାପ୍ତ ହୋଇଯିବ । ଏହା ମଧ୍ୟ ପବିତ୍ର ରହିବାର ବହୁତ ଭଲ ଉପାୟ । କିନ୍ତୁ ଏଥିରେ ବହୁତ ପରିଶ୍ରମ କରିବାକୁ ହେବ ।

ଗୀତ:-
ତୁହ୍ମେ ପାକେ ହମନେ...

ଓମ୍ ଶାନ୍ତି ।
ଆତ୍ମିକ ପିତା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଦେଖ ମନୁଷ୍ୟମାନେ ସମସ୍ତେ ତିଳକ ଭ୍ରୃକୁଟୀରେ ଲଗାଇଥାନ୍ତି । ଏହି ଜାଗା ପ୍ରଥମତଃ ଆତ୍ମାର ନିବାସ ଅଟେ, ଦ୍ୱିତୀୟତଃ ପୁଣି ରାଜତିଳକ ମଧ୍ୟ ଏଠାରେ ଦିଆଯାଇଥାଏ । ଏହା ହେଉଛି ଆତ୍ମାର ସ୍ମୃତି ଚିହ୍ନ । ଏବେ ଆତ୍ମାମାନଙ୍କୁ ବାବାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ଦରକାର । ବିଶ୍ୱର ରାଜ୍ୟ ତିଳକ ମଧ୍ୟ ଦରକାର । ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ମହାରାଜା-ମହାରାଣୀ ହେବା ପାଇଁ ଏବେ ଆତ୍ମା ହିଁ ପାଠ ପଢୁଛି । ଏହାକୁ ପଢିବା ଅର୍ଥ ନିଜକୁ ନିଜେ ରାଜତିଳକ ଦେବା । ତୁମେମାନେ ଏଠାକୁ ପଢିବା ପାଇଁ ଆସିଛ । ଏଠାରେ ନିବାସ କରୁଥିବା ଆତ୍ମା କହୁଛି ବାବା ଆମେ ଆପଣଙ୍କ ଠାରୁ ବିଶ୍ୱର ସ୍ୱରାଜ୍ୟ ଅବଶ୍ୟ ପ୍ରାପ୍ତ କରିବୁ । ପ୍ରତ୍ୟେକଙ୍କୁ ନିଜ ପାଇଁ ନିଜେ ପୁରୁଷାର୍ଥ କରିବାକୁ ହେବ । କହୁଛନ୍ତି ବାବା ଆମେ ସୁପୁତ୍ର ହୋଇ ଦେଖାଇବୁ । ଆପଣ ଆମର ଚଳଣିକୁ ଦେଖନ୍ତୁ ଯେ ଆମେ କେତେ ପରିମାର୍ଜିତ ହେଲୁଣି । ଆପଣ ମଧ୍ୟ ଜାଣିପାରିବେ ଯେ ଆମେ ନିଜକୁ ରାଜତିଳକ ଦେବାର ଯୋଗ୍ୟ ହୋଇଛୁ ନା ନାହିଁ ? ତୁମମାନଙ୍କୁ ବାବାଙ୍କର ସୁପୁତ୍ର ହୋଇ ଦେଖାଇବାର ଅଛି । ବାବା ଆମେ ଆପଣଙ୍କର ନାମ ନିଶ୍ଚୟ ବିଖ୍ୟାତ କରିବୁ । ଆମେ ଆପଣଙ୍କର ତଥା ନିଜର ସାହାଯ୍ୟକାରୀ ହୋଇ ଭାରତରେ ନିଜର ରାଜ୍ୟ କରିବୁ । ଭାରତବାସୀ କହିଥାନ୍ତି ନା ଆମର ରାଜ୍ୟ । ପରନ୍ତୁ ବିଚରା ସେମାନଙ୍କୁ ଜଣାନାହିଁ ଯେ ବର୍ତ୍ତମାନ ଆମେ ବିଷୟ ବୈତରଣୀ ନଦୀରେ ପଡିଛୁ ଅର୍ଥାତ୍ ବିକାରରେ ବୁଡି ରହିଛୁ । ଆମ ଆତ୍ମାମାନଙ୍କର ରାଜ୍ୟ ତ ନାହିଁ । ଏବେ ତ ଆତ୍ମା ଓଲଟା ଲଟକି ଓହଳିଛି ? ଏଠାରେ ଖାଇବା ପାଇଁ ଖାଦ୍ୟ ମଧ୍ୟ ମିଳୁନାହିଁ । ଏପରି ଅବସ୍ଥା ହୋଇଗଲେ ବାବା କହନ୍ତି ଏବେ ମୋର ସନ୍ତାନମାନଙ୍କୁ ଖାଇବା ପାଇଁ ମଧ୍ୟ ମିଳୁନାହିଁ । ତେଣୁ ମୁଁ ଯାଇ ସେମାନଙ୍କୁ ରାଜଯୋଗ ଶିଖାଇବି । ସେଥିପାଇଁ ବାବା ରାଜଯୋଗ ଶିକ୍ଷା ଦେବା ନିମନ୍ତେ ଆସୁଛନ୍ତି । ବେହଦର ବାବାଙ୍କୁ ସମସ୍ତେ ୟାଦ କରୁଛନ୍ତି । ସେ ହେଉଛନ୍ତି ନୂଆ ଦୁନିଆର ରଚୟିତା ବାବା ପତିତପାବନ ସହିତ ଜ୍ଞାନର ସାଗର ମଧ୍ୟ ଅଟନ୍ତି । ଏକଥା ତୁମମାନଙ୍କ ବ୍ୟତୀତ ଆଉ କାହାରି ବୁଦ୍ଧିରେ ନାହିଁ । ଏକଥା କେବଳ ତୁମେମାନେ ହିଁ ଜାଣିଛ - ବାସ୍ତବରେ ଆମର ବାବା ଜ୍ଞାନ ଏବଂ ସୁଖର ସାଗର ଅଟନ୍ତି । ଏହି ମହିମା ପକ୍କା ୟାଦ କରିନିଅ, ଭୁଲ ନାହିଁ । ଏହା ଆମ ବାବାଙ୍କର ମହିମା ଅଟେ ନା । ଏହି ବାବା ପୁନର୍ଜନ୍ମ ରହିତ । କୃଷ୍ଣଙ୍କର ମହିମା ବିଲ୍କୁଲ୍ ଅଲଗା । ଯେପରି ପ୍ରାଇମିନିଷ୍ଟର, ପ୍ରେସିଡ଼େଣ୍ଟ୍ ଅର୍ଥାତ୍ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ମହିମା ଅଲଗା ଅଲଗା ହୋଇଥାଏ ନା, ବାବା କହୁଛନ୍ତି ମୋତେ ମଧ୍ୟ ଏହି ଡ଼୍ରାମାରେ ସବୁଠାରୁ ଉଚ୍ଚ ପାର୍ଟ ମିଳିଛି । ଡ଼୍ରାମାରେ ଅଭିନେତାମାନେ ଜାଣିବା ଦରକାର ଯେ ଏହା ଅବିନାଶୀ ଡ଼୍ରାମା, ଏହାର ଆୟୁ କେତେ ବର୍ଷ ଅଟେ । ଯଦି ଏକଥା ଜାଣିନଥାନ୍ତି ସେମାନଙ୍କୁ ଜ୍ଞାନହୀନ ବୋଲି କୁହାଯିବ । କିନ୍ତୁ ଏକଥା କେହି ବୁଝୁ ହିଁ ନାହାଁନ୍ତି । ଏବେ ବାବା ଆସି ପ୍ରଭେଦ ବତାଉଛନ୍ତି ଯେ ମନୁଷ୍ୟ କଣରୁ କଣ ହୋଇଯାଉଛନ୍ତି । ଏବେ ତୁମେମାନେ ବୁଝିପାରୁଛ, ମନୁଷ୍ୟମାନଙ୍କୁ ବିଲକୁଲ୍ ଜଣା ନାହିଁ ଯେ ୮୪ ଜନ୍ମ କିପରି ନେଉଛନ୍ତି । ଭାରତ କେତେ ଶ୍ରେଷ୍ଠ ଥିଲା, ତାହାର ଚିତ୍ର ଅଛି ନା । ସୋମନାଥ ମନ୍ଦିରରୁ କେତେ ଧନ ଲୁଟି କରି ନେଇଗଲେ । ଭାରତରେ କେତେ ଧନ ଥିଲା । ଏବେ ତୁମେମାନେ ଏଠାକୁ ଅବିନାଶୀ ବାବାଙ୍କ ସହିତ ମିଶିବା ପାଇଁ ଆସିଛ । ପିଲାମାନେ ଜାଣିଛନ୍ତି ବାବାଙ୍କଠାରୁ ରାଜତିଳକ ଶ୍ରୀମତ ମାଧ୍ୟମରେ ନେବା ପାଇଁ ଆସିଛୁ । ବାବା କହୁଛନ୍ତି ସେଥିପାଇଁ ପବିତ୍ର ନିଶ୍ଚୟ ହେବାକୁ ପଡ଼ିବ । ଜନ୍ମ-ଜନ୍ମାନ୍ତର ବିଷୟ ବୈତରଣୀ ସାଗରରେ ବୁଡ଼ି ରହି ଥକିଯାଇନାହଁ କି! କହୁଛନ୍ତି ମଧ୍ୟ ଆମେ ହେଉଛୁ ପାପୀ, ଆମେ ନିର୍ଗୁଣ ଆମ ପାଖରେ କୌଣସି ଗୁଣ ନାହିଁ, ତେବେ ନିଶ୍ଚୟ କେବେ ଗୁଣ ଥିଲା, ଯାହା ଏବେ ନାହିଁ ।

ଏବେ ତୁମେମାନେ ବୁଝିଗଲଣି ଆମେ ବିଶ୍ୱର ମାଲିକ, ସର୍ବଗୁଣ ସମ୍ପନ୍ନ ଥିଲୁ । ଏବେ ଆମ ପାଖରେ କୌଣସି ଗୁଣ ନାହିଁ । ଏକଥା ମଧ୍ୟ ବାବା ବୁଝାଉଛନ୍ତି । ପିଲାମାନଙ୍କର ରଚୟିତା ହେଉଛନ୍ତି ବାବା । ତେଣୁ ବାବା ହିଁ ସମସ୍ତ ସନ୍ତାନମାନଙ୍କ ପ୍ରତି ଦୟା କରୁଛନ୍ତି । ବାବା କହୁଛନ୍ତି ମୋର ମଧ୍ୟ ଡ଼୍ରାମାରେ ଏହି ପାର୍ଟ ରହିଛି । ପିଲାମାନେ କେତେ ତମୋପ୍ରଧାନ ହୋଇଯାଇଛନ୍ତି । ମିଛ, ପାପ, ଝଗଡ଼ା କଣ କଣ ସବୁ କରୁଛନ୍ତି । ଭାରତର ସମସ୍ତ ସନ୍ତାନମାନେ ଭୁଲିଯାଇଛନ୍ତି ଯେ ଆମେ ଏକଦା ବିଶ୍ୱର ମାଲିକ ଦୁଇ ମୁକୁଟଧାରୀ ଥିଲେ, ବାବା ପିଲାମାନଙ୍କୁ ଏସବୁ ମନେପକାଇ ଦେଉଛନ୍ତି । ତୁମେମାନେ ବିଶ୍ୱର ମାଲିକ ଥିଲ ପୁଣି ତୁମେ ୮୪ ଜନ୍ମ ନେଇ ଆସୁଛ । ତୁମେମାନେ ନିଜର ୮୪ ଜନ୍ମକୁ ଭୁଲିଯାଇଛ । ଆଶ୍ଚର୍ଯ୍ୟର କଥା ଯେ ୮୪ ଜନ୍ମ ବଦଳରେ ୮୪ ଲକ୍ଷ ଜନ୍ମ ନେଉଛନ୍ତି ବୋଲି କହି ପୁଣି କଳ୍ପର ଆୟୁ ମଧ୍ୟ ଲକ୍ଷେ ବର୍ଷ କହିଦେଉଛନ୍ତି । ଏଥିପାଇଁ ଘୋର ଅନ୍ଧକାରରେ ସମସ୍ତେ ଅଛନ୍ତି ନା । କେତେ ମିଛ କଥା ଅଟେ । ଭାରତ ହିଁ ସତ୍ୟଖଣ୍ଡ ଥିଲା, ପୁଣି ମିଛଖଣ୍ଡ ହୋଇଯାଇଛି । ମିଛଖଣ୍ଡ ଏବଂ ସତ୍ୟଖଣ୍ଡ କିଏ କରାଇଲା - ଏକଥା ମଧ୍ୟ କାହାକୁ ଜଣାନାହିଁ । ରାବଣକୁ ତ ବିଲ୍କୁଲ୍ କେହି ଜାଣିନାହାଁନ୍ତି । ଭକ୍ତ ଲୋକେ ରାବଣକୁ ଜଳାଇଥାନ୍ତି । କୌଣସି ଧାର୍ମିକ ଲୋକେ ହୋଇଥିଲେ, ତୁମେମାନେ ତାଙ୍କୁ କୁହ ଯେ ମନୁଷ୍ୟ ଏସବୁ କଣ କରୁଛନ୍ତି । ସତ୍ୟଯୁଗ ଯାହାକୁ ସ୍ୱର୍ଗ ହେଭେନ, ପାରାଡ଼ାଇଜ୍ କହୁଛ ସେଠାରେ ସଇତାନ ରାବଣ କେଉଁଠାରୁ ଆସିଲା । ନର୍କର ମନୁଷ୍ୟ ସେଠାରେ କିପରି ରହିପାରିବେ । ତେବେ ବୁଝି ପାରିବେ ବାସ୍ତବରେ ଏହା ହେଉଛି ଭୁଲ୍ । ତୁମେମାନେ ରାମରାଜ୍ୟ ବିଷୟରେ ଚିତ୍ର ମାଧ୍ୟମରେ ବୁଝାଇପାରିବ, ଏଠାରେ ରାବଣ କୁଆଡ଼ୁ ଆସିଲା ? ତୁମେମାନେ ବୁଝାଉଛ କିନ୍ତୁ ବୁଝି ପାରୁନାହାଁନ୍ତି । କେହି ବିରଳ ବାହାରୁଛନ୍ତି । ତୁମର ସଂଖ୍ୟା କେତେ କମ୍ ତାହା ଆଗକୁ ଗଲେ ଦେଖିବ ଏହା ମଧ୍ୟରୁ କେତେ ରହୁଛନ୍ତି ।

ବାବା ବୁଝାଉଛନ୍ତି ଆତ୍ମାର ଛୋଟ ଚିହ୍ନ ମଧ୍ୟ ଭ୍ରୃକୁଟୀରେ ହିଁ ଦେଖାଉଛନ୍ତି, ବଡ଼ ଚିହ୍ନ ହେଉଛି ରାଜତିଳକ । ସୃଷ୍ଟିକୁ ଏବେ ବାବା ଆସିଛନ୍ତି । ତୁମେମାନେ ନିଜକୁ ବଡ଼ ତିଳକ କିପରି ଦେବ, ତୁମେ ସ୍ୱରାଜ୍ୟ କିପରି ପ୍ରାପ୍ତ କରିପାରିବ ସେହି ବିଷୟରେ ରାସ୍ତା ବତାଉଛନ୍ତି । ତାର ନାମ ରଖିଦେଇଛନ୍ତି ରାଜଯୋଗ । ଏକଥା ବାବା ହିଁ ଶିଖାଉଛନ୍ତି । କୃଷ୍ଣ କଣ ସମସ୍ତଙ୍କର ପିତା ହୋଇପାରିବେ କି ? ସେ ତ ଛୋଟ ପିଲା ଅଟନ୍ତି ପୁଣି ରାଧାଙ୍କ ସହିତ ସ୍ୱୟଂମ୍ବର ହେବା ପରେ ଯାଇ ଏକ ସନ୍ତାନ ହେବ । ବାକି କୃଷ୍ଣଙ୍କର ଏତେ ରାଣୀ ଅଛନ୍ତି ବୋଲି ଦେଖାଇଛନ୍ତି ଏହା ହେଉଛି ମିଛ । କିନ୍ତୁ ଏହା ମଧ୍ୟ ଡ଼୍ରାମାରେ ନିଧାର୍ଯ୍ୟ ହୋଇ ରହିଛି, ଏପରି କଥା ପୁଣି ମଧ୍ୟ ଶୁଣିବ । ଏବେ ତୁମମାନଙ୍କ ବୁଦ୍ଧିରେ ଅଛି - କିପରି ଆମେ ଆତ୍ମା ସବୁ ଉପରୁ ଆସୁଛୁ ପାର୍ଟ ବଜାଇବା ପାଇଁ । ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଉଛୁ । ଏହା ବହୁତ ସହଜ କଥା ଅଟେ ନା । ପିଲା ଜନ୍ମ ହେଲେ ତାଙ୍କୁ ଏହିପରି କହିବା ନିମନ୍ତେ ଶିକ୍ଷା ଦିଆଯାଇଥାଏ । ତେଣୁ ଶିଖାଇବା ଦ୍ୱାରା ହିଁ ଶିଖିଯାଇଥାନ୍ତି । ତୁମକୁ ବାବା କଣ ଶିଖାଉଛନ୍ତି ? କେବଳ କହୁଛନ୍ତି ବାବା ଏବଂ ସମ୍ପତ୍ତିକୁ ମନେ ପକାଅ । ତୁମେମାନେ ଗାୟନ ମଧ୍ୟ କରୁଛ ତୁମେ ମାତା-ପିତା... ଆତ୍ମା ଗାୟନ କରୁଛି ତେଣୁ ନିଶ୍ଚିତ ରୂପେ ଅସରନ୍ତି ସୁଖ ମିଳୁଛି । ତୁମେମାନେ ଜାଣିଛ ଶିବବାବା ଆମକୁ ପଢାଉଛନ୍ତି । ଏଠାକୁ ତୁମେ ଶିବବାବାଙ୍କ ପାଖକୁ ଆସିଛ । ଭାଗୀରଥ ତ ମନୁଷ୍ୟର ଶରୀର ରୂପି ରଥ ଅଟେ ନା । ଏଥିରେ ପରମପିତା ପରମାତ୍ମା ବିରାଜମାନ ହେଉଛନ୍ତି, କିନ୍ତୁ ସେହି ରଥର ନାମ କଣ ? ଏବେ ତୁମେମାନେ ଜାଣୁଛ ଯେ ସେହି ରଥର ନାମ ହେଉଛି ବ୍ରହ୍ମା, କାହିଁକିନା ବ୍ରହ୍ମା ଦ୍ୱାରା ବ୍ରାହ୍ମଣ ରଚନା କରୁଛନ୍ତି ନା । ପ୍ରଥମେ ହେଉଛନ୍ତି ବ୍ରାହ୍ମଣ ଚୁଟି ସର୍ବୋତ୍ତମ ପୁଣି ଦେବତା । ପ୍ରଥମେ ବ୍ରାହ୍ମଣ ଦରକାର ସେଥିପାଇଁ ବିରାଟ ରୂପ ମଧ୍ୟ ଦେଖାଇଛନ୍ତି । ତୁମେ ବ୍ରାହ୍ମଣମାନେ ହିଁ ପୁଣି ଦେବତା ହେଉଛ । ବାବା ବହୁତ ଭଲ ଭାବରେ ବୁଝାଉଛନ୍ତି, ତଥାପି ଭୁଲି ଯାଉଛନ୍ତି । ବାବା କହୁଛନ୍ତି ପିଲାମାନେ ସର୍ବଦା ସ୍ମୃତି ରଖ ଯେ ଆମେ ସ୍ତ୍ରୀ-ପୁରୁଷ ନୁହେଁ, ଆମେ ହେଉଛୁ ଆତ୍ମା, ଆମେ ବଡ଼ ବାବା ଶିବବାବାଙ୍କଠାରୁ ଛୋଟ ବାବା ବ୍ରହ୍ମାବାବାଙ୍କ ଦ୍ୱାରା ବର୍ସା ନେଉଛୁ । ତେବେ ରାବଣପଣିଆର ସ୍ମୃତି ବିସ୍ମୃତି ହୋଇଯିବ । ଏହା ପବିତ୍ର ରହିବାର ବହୁତ ଭଲ ଉପାୟ ଅଟେ । ବାବାଙ୍କ ପାଖକୁ ବହୁତ ଯୋଡ଼ି ଆସୁଛନ୍ତି, ଉଭୟ କହୁଛନ୍ତି ବାବା, ଯେବେ ସ୍ମୃତି ଆସୁଛି ଯେ ଆମେ ଏକ ବାବାଙ୍କର ସନ୍ତାନ ତେବେ ପୁଣି ରାବଣପଣିଆର ସ୍ମୃତି ବିସ୍ମୃତି ହୋଇଯିବା ଦରକାର । ଏଥିରେ ହିଁ ପରିଶ୍ରମ ଆବଶ୍ୟକ । ଏହି ବିସ୍ମୃତିର ମେହନତ ବିନା କିଛି ହୋଇପାରିବ ନାହିଁ । ଆମେ ଯେଉଁ ବାବାଙ୍କର ହୋଇଛୁ, ତାଙ୍କୁ ହିଁ ୟାଦ କରୁଛୁ । ବାବା ମଧ୍ୟ କହୁଛନ୍ତି ମୋତେ ୟାଦ କଲେ ଆତ୍ମାର ବିକର୍ମ ବିନାଶ ହେବ । ୮୪ ଜନ୍ମର କାହାଣୀ ମଧ୍ୟ ବିଲ୍କୁଲ୍ ସହଜ ଅଟେ । ବାକି ବାବାଙ୍କୁ ୟାଦ କରିବା ପାଇଁ ମେହନତ କରିବାକୁ ପଡିବ । ବାବା କହୁଛନ୍ତି ଅତିକମରେ ପୁରୁଷାର୍ଥ କରି ୮ ଘଣ୍ଟା ତ ୟାଦ କର । ଘଡିଏ, ଅଧଘଡିଏ ଏହିପରି କଲେ ୮ ଘଣ୍ଟା ହୋଇଯିବ । କ୍ଲାସ୍କୁ ଆସିଲେ ସ୍ମୃତି ଆସିବ ବାବା ଆମକୁ ଏହା ପଢାଉଛନ୍ତି । ଏବେ ତୁମେମାନେ ବାବାଙ୍କ ସମ୍ମୁଖରେ ଅଛ ନା । ବାବା ସନ୍ତାନ ବୋଲି କହି ବୁଝାଉଛନ୍ତି । ଆଉ ତୁମେମାନେ ଶୁଣୁଛ । ବାବା କହୁଛନ୍ତି ହିଅର ନୋ ଇଭିଲ... ଏହା ବର୍ତ୍ତମାନର ହିଁ କଥା ।

ଏବେ ତୁମେମାନେ ଜାଣୁଛ ଆମେ ଜ୍ଞାନର ସାଗର ବାବାଙ୍କ ସମ୍ମଖକୁ ଆସିଛୁ । ଜ୍ଞାନର ସାଗର ବାବା ତୁମକୁ ସାରା ସୃଷ୍ଟିର ଜ୍ଞାନ ଶୁଣାଉଛନ୍ତି । ପୁଣି କେହି ଜ୍ଞାନକୁ ଧାରଣ କରନ୍ତୁ ବା ନ କରନ୍ତୁ ତାହା ତାଙ୍କ ଉପରେ ନିର୍ଭର କରୁଛି । ବାବା ଆସି ଏବେ ଆମକୁ ଜ୍ଞାନ ଦେଉଛନ୍ତି । ଆମେ ଏବେ ରାଜଯୋଗ ଶିଖୁଛୁ । ପୁଣି ସତ୍ୟଯୁଗରେ କୌଣସି ଶାସ୍ତ୍ର ଆଦି ଭକ୍ତିର ଅଂଶ ରହିବ ନାହିଁ । ଭକ୍ତିମାର୍ଗରେ ମଧ୍ୟ ଜ୍ଞାନ ରିଞ୍ଚକମାତ୍ର ନାହିଁ, ଜ୍ଞାନମାର୍ଗରେ ପୁଣି ଭକ୍ତି ରିଞ୍ଚକମାତ୍ର ନାହିଁ । ଜ୍ଞାନର ସାଗର ଆସିଲେ ହିଁ ଜ୍ଞାନ ଶୁଣାଇବେ । ତାଙ୍କର ଜ୍ଞାନ ହିଁ ସଦ୍ଗତି ପାଇଁ ଉଦ୍ଦିଷ୍ଟ । ସଦ୍ଗତିଦାତା ହେଉଛନ୍ତି ଏକ, ଯାହାଙ୍କୁ ହିଁ ଭଗବାନ କୁହାଯାଉଛି । ସମସ୍ତେ ଏକ ପତିତ ପାବନଙ୍କୁ ଡାକୁଛନ୍ତି ପୁଣି ଅନ୍ୟ କେହି କିପରି ଭଗବାନ ହୋଇପାରିବେ । ଏବେ ବାବାଙ୍କ ଦ୍ୱାରା ତୁମେମାନେ ସତ୍ୟ କଥା ଶୁଣୁଛ । ବାବା ଶୁଣାଉଛନ୍ତି ପିଲାମାନେ, ମୁଁ ତୁମକୁ କେତେ ସାହୁକାର କରାଇ ଯାଇଥିଲି, ୫ ହଜାର ବର୍ଷର କଥା । ତୁମେମାନେ ଦ୍ୱି ମୁକୁଟଧାରୀ ଥିଲ, ପବିତ୍ରତାର ମଧ୍ୟ ମୁକୁଟ ଥିଲା ପୁଣି ରାବଣ ରାଜ୍ୟ ହେବାରୁ ତୁମେମାନେ ଏବେ ପୂଜାରୀ ହୋଇଯାଉଛ । ଏବେ ବାବା ପଢ଼ାଇବାକୁ ଆସିଛନ୍ତି ତେଣୁ ତାଙ୍କର ଶ୍ରୀମତରେ ଚାଲିବାକୁ ହେବ, ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ହେବ । ବାବା କହୁଛନ୍ତି ମୋତେ ଏହି ଶରୀର ଲୋନ୍ ନେବାକୁ ପଡିଥାଏ । ବ୍ରହ୍ମାବାବା କହୁଛନ୍ତି ସବୁ ମହିମା ସେହି ଜଣଙ୍କର, ମୁଁ ତ କେବଳ ତାଙ୍କର ରଥ । ଶିବଙ୍କର ବାହାନ ବଳଦ ନୁହେଁ । ସବୁ ତ୍ୟାଗ ତୁମର, ବାବା ତୁମମାନଙ୍କୁ ଶୁଣାଉଛନ୍ତି, ମୁଁ ମଝିରେ ଶୁଣି ନେଉଛି । ଏକା ମୋତେ କିପରି ଶୁଣାଇବେ । ଶିବବାବା କହୁଛନ୍ତି ଇଏ ବ୍ରହ୍ମା ମଧ୍ୟ ପୁରୁଷାର୍ଥୀ, ଛାତ୍ର । ତୁମେ ମଧ୍ୟ ଛାତ୍ର ଅଟ । ଇଏ ମଧ୍ୟ ପଢୁଛନ୍ତି । ବାବାଙ୍କ ୟାଦରେ ରହୁଛନ୍ତି । କେତେ ଖୁସିରେ ରହୁଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କୁ ଦେଖି ସମସ୍ତେ ଖୁସି ହୋଇଥାନ୍ତି ଯେ ଆମେ ମଧ୍ୟ ଏହିପରି ହେବୁ । ତୁମେ ଏଠାକୁ ଆସିଛ ସ୍ୱର୍ଗରେ ରାଜକୁମାର-କୁମାରୀ ହେବା ପାଇଁ । ଏହା ରାଜଯୋଗ ଅଟେ ନା । ଏଥିରେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମଧ୍ୟ ରହିଛି । ତୁମମାନଙ୍କୁ ପଢାଇବା ପାଇଁ ଶିକ୍ଷକ ମଧ୍ୟ ବସିଛନ୍ତି ପୁଣି ତୁମ ମଧ୍ୟରେ ସେତିକି ଖୁସି କାହିଁକି ରହୁନାହିଁ । ଆନ୍ତରିକ ଖୁସି ବହୁତ ରହିବା ଉଚିତ୍ । ବାବାଙ୍କଠାରୁ ଆମେ କଳ୍ପ-କଳ୍ପ ବର୍ସା ନେଉଛୁ । ଏଠାକୁ ଜ୍ଞାନ ସାଗରଙ୍କ ପାଖକୁ ଆସିଛୁ । ନଦୀ ପାଣିର କଥା ନୁହେଁ । ଏହା ତ ବାବା ସମ୍ମୁଖରେ ବୁଝାଉଛନ୍ତି । ତୁମେ ମଧ୍ୟ ଦେବତା ହେବା ପାଇଁ ପାଠ ପଢୁଛ । ପିଲାମାନେ ବହୁତ ଖୁସି ହେବା ଉଚିତ୍ ଏବେ ଆମେ ନିଜର ଘରକୁ ଯାଉଛୁ । ଏବେ ଯିଏ ଯେତେ ପଢିବ ସେତେ ଉଚ୍ଚପଦ ପାଇବ । ପ୍ରତ୍ୟେକଙ୍କୁ ନିଜର ପୁରୁଷାର୍ଥ କରିବାକୁ ହେବ । ହତୋତ୍ସାହ ହୁଅନାହିଁ । ଏହା ବହୁତ ବଡ଼ ଲଟେରୀ ଅଟେ । ସବୁ ବୁଝି ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ପଳାଇଯାଇ ପାଠପଢା ଛାଡି ଦେଉଛନ୍ତି । ମାୟା କେତେ ଶକ୍ତିଶାଳୀ ଅଟେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜକୁ ରାଜତିଳକ ଦେବାର ଯୋଗ୍ୟ କରିବାକୁ ହେବ । ସୁପୁତ୍ର ହୋଇ ପ୍ରମାଣ ଦେବାକୁ ପଡ଼ିବ । ନିଜର ଚାଲି-ଚଳଣିକୁ ବହୁତ ରାଜକୀୟ ରଖିବାକୁ ହେବ । ବାବାଙ୍କର ସମ୍ପୂର୍ଣ୍ଣ ସହଯୋଗୀ ହେବାକୁ ପଡିବ ।

(୨) ଆମେ ସମସ୍ତେ ବିଦ୍ୟାର୍ଥୀ, ଭଗବାନ ଆମକୁ ପାଠ ପଢାଉଛନ୍ତି, ଏହି ଖୁସୀରେ ରହି ପାଠ ପଢିବାକୁ ହେବ । ପୁରୁଷାର୍ଥରେ କେବେହେଲେ ହତୋତ୍ସାହ ହେବା ଉଚିତ୍ ନୁହେଁ ।

ବରଦାନ:-
ନିୟନ୍ତ୍ରଣ କରିବାର ଶକ୍ତି ଦ୍ୱାରା ଗୋଟିଏ ସେକେଣ୍ଡର ପରୀକ୍ଷାରେ ପାସ୍ ହୋଇ ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୁଅ ।

ଏବେ ଏବେ ଶରୀରକୁ ଆସିବା ଏବଂ ଏବେ ଏବେ ଶରୀରଠାରୁ ଅଲଗା ହୋଇ ଅବ୍ୟକ୍ତ ସ୍ଥିତିରେ ସ୍ଥିତ ହୋଇଯିବା ଅର୍ଥାତ୍ ବାହାରେ ଯେତକି ବିଶୃଂଖଳା ହେଉଥିବ ଭିତରର ସ୍ଥିତି ସେତିକି ଶାନ୍ତ ରହିଥିବ, ସେଥିପାଇଁ ଏକତ୍ରୀକରଣର ଶକ୍ତି ଆବଶ୍ୟକ ଯାହା ଦ୍ୱାରା ଗୋଟିଏ ସେକେଣ୍ଡରେ ବିସ୍ତାରରୁ ସାର ସ୍ୱରୂପକୁ ଯାଇ ପାରୁଥିବ ଏବଂ ଗୋଟିଏ ସେକେଣ୍ଡରେ ସାର ସ୍ୱରୂପରୁ ବିସ୍ତାରକୁ ଆସିପାରୁଥିବ । ଏହିଭଳି ନିୟନ୍ତ୍ରଣ କରିବା ଶକ୍ତିକୁ ଧାରଣ କରିଥିବା ଆତ୍ମାମାନେ ହିଁ ବିଶ୍ୱକୁ ନିୟନ୍ତ୍ରଣ କରିପାରିବେ ଏବଂ ଏହି ଅଭ୍ୟାସ ଅନ୍ତିମ ସମୟରେ ଗୋଟିଏ ସେକେଣ୍ଡ ପରୀକ୍ଷାରେ ସମ୍ମାନର ସହିତ ଉତ୍ତୀର୍ଣ୍ଣ କରାଇଦେବ ।

ସ୍ଲୋଗାନ:-
ବାନପ୍ରସ୍ଥ ସ୍ଥିତିର ଅନୁଭବ କର ଏବଂ କରାଅ ତେବେ ବାଲ୍ୟ ଚପଳତା ସମାପ୍ତ ହୋଇଯିବ ।