23.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମର ଏହି ଜୀବନ ବହୁତ ବହୁତ ଅମୂଲ୍ୟ ଅଟେ, କାହିଁକି ନା ତୁମେମାନେ ଶ୍ରୀମତ ଆଧାରରେ ବିଶ୍ୱର ସେବା କରୁଛ, ଏହି ନର୍କକୁ ସ୍ୱର୍ଗ କରି ଦେଉଛ ।

ପ୍ରଶ୍ନ:-
ଖୁସି କାରଣ ତଥା ତାର ନିବାରଣ କଣ ?

ଉତ୍ତର:-
(୧) ଦେହ-ଅଭିମାନରେ ଆସିବା କାରଣରୁ ଖୁସି ସମାପ୍ତ ହୋଇଯାଏ (୨) ମନରେ କୌଣସି ଶଙ୍କା ଅର୍ଥାତ୍ ସନ୍ଦେହ ସୃଷ୍ଟି ହେଲେ ମଧ୍ୟ ଖୁସି ହଜିଯାଏ ସେଥିପାଇଁ ବାବା ରାୟ ଦେଉଛନ୍ତି, ଯେତେବେଳେ କୌଣସି ଶଙ୍କା ଉତ୍ପନ୍ନ ହେଉଛି ତୁରନ୍ତ ବାବାଙ୍କୁ ପଚାର । ଦେହୀ-ଅଭିମାନୀ ସ୍ଥିତିରେ ରହିବାର ଅଭ୍ୟାସ କର ତେବେ ସର୍ବଦା ଖୁସିରେ ରହିବ ।

ଓମ୍ ଶାନ୍ତି ।
ସର୍ବୋଚ୍ଚ ଭଗବାନ ଅଟନ୍ତି ଭଗବାନୁବାଚ, ମୁଁ ତୁମମାନଙ୍କୁ ଶ୍ରେଷ୍ଠ କରୁଛି ତେଣୁ ତୁମେମାନେ କେତେ ଖୁସି ହେବା ଉଚିତ୍ । ଜାଣୁଛ ଯେ ବାବା ଆମକୁ ସାରା ବିଶ୍ୱର ମାଲିକ କରାଉଛନ୍ତି । ମନୁଷ୍ୟ କହୁଛନ୍ତି ପରମପିତା ପରମାତ୍ମା ସର୍ବୋଚ୍ଚ ଅଟନ୍ତି । ବାବା ନିଜେ କହୁଛନ୍ତି ମୁଁ ତ ବିଶ୍ୱର ମାଲିକ ହେଉ ନାହିଁ । ଭଗବାନୁବାଚ ମୋତେ ମନୁଷ୍ୟମାନେ କହୁଛନ୍ତି ସର୍ବୋଚ୍ଚ ଭଗବାନ ଏବଂ ମୁଁ କହୁଛି ଯେ ମୋର ସନ୍ତାନମାନେ ଉଚ୍ଚରୁ ଉଚ୍ଚ ଅଟନ୍ତି । ସିଦ୍ଧ କରି ବତାଉଛନ୍ତି । ପୁରୁଷାର୍ଥ ମଧ୍ୟ କଳ୍ପ ପୂର୍ବ ସଦୃଶ ଡ୍ରାମା ଅନୁସାରେ କରାଉଛନ୍ତି । ବାବା ବୁଝାଉଛନ୍ତି, ଯଦି କୌଣସି କଥା ନ ବୁଝିପାରୁଛ ତେବେ ପଚାର । ମନୁଷ୍ୟମାନଙ୍କୁ କିଛି ହେଲେ ଜଣା ନାହିଁ । ଦୁନିଆ କଣ, ବୈକୁଣ୍ଠ କଣ । ଯଦିଓ ଅନେକ ମୋଗଲ, ନବାବ ଥିଲେ, ଆମେରିକାରେ ଯେତେ ପଇସାବାଲା ହୁଅନ୍ତୁ କିନ୍ତୁ ଏହି ଲକ୍ଷ୍ମୀ-ନାରାୟଣଙ୍କ ପରି କେହି ହୋଇପାରିବେ ନାହିଁ । ସେମାନେ ହ୍ୱାଇଟ୍ ହାଉସ୍ ତିଆରି କରୁଛନ୍ତି କିନ୍ତୁ ସେଠାରେ ତ ରତ୍ନ ଜଡିତ ଗୋଲ୍ଡେନ ହାଉସ୍ ହେବ । ତାକୁ ସୁଖଧାମ କୁହାଯାଉଛି । ତୁମର ତ ପାର୍ଟ ହିରୋ-ହିରୋଇନ୍ର ଅଟେ । ତୁମେ ଡାଇମଣ୍ଡ ହେଉଛ । ଗୋଲ୍ଡେନ୍ ଏଜ୍ ଥିଲା । ବର୍ତ୍ତମାନ ଆଇରନ୍ ଏଜ୍ ହୋଇଯାଇଛି । ବାବା କହୁଛନ୍ତି ତୁମେ କେତେ ଭାଗ୍ୟଶାଳୀ ଅଟ । ସ୍ୱୟଂ ଭଗବାନ ନିଜେ ବୁଝାଉଛନ୍ତି ତେଣୁ ତୁମେ କେତେ ଖୁସିରେ ରହିବା ଉଚିତ୍ । ତୁମର ଏହି ପାଠପଢା ନୂଆ ଦୁନିଆ ପାଇଁ ଉଦ୍ଦିଷ୍ଟ । ତୁମର ଏହି ଜୀବନ ବହୁତ ଅମୂଲ୍ୟ କାହିଁକି ନା ତୁମେ ବିଶ୍ୱର ସେବା କରୁଛ । ବାବାଙ୍କୁ ଡାକୁଛନ୍ତି ଯେ ଆପଣ ଆସି ନର୍କକୁ ସ୍ୱର୍ଗ କରାନ୍ତୁ । ହେଭେନ୍ଲୀ ଗଡ୍ ଫାଦର କହୁଛନ୍ତି ନା । ବାବା କହୁଛନ୍ତି ତୁମେ ସ୍ୱର୍ଗରେ ଥିଲ ନା, ଏବେ ନର୍କରେ ଅଛ । ପୁଣି ସ୍ୱର୍ଗକୁ ଯିବ । ନର୍କ ଆରମ୍ଭ ହେଲେ ପୁଣି ସ୍ୱର୍ଗର କଥା ଭୁଲିଯାଉଛନ୍ତି । ଏହା ତ ପୁଣି ଥରେ ହେବ । ପୁଣି ମଧ୍ୟ ତୁମକୁ ସତ୍ୟଯୁଗରୁ କଳିଯୁଗକୁ ନିଶ୍ଚୟ ଆସିବାକୁ ହେବ । ବାବା ବାରମ୍ବାର ସନ୍ତାନମାନଙ୍କୁ କହୁଛନ୍ତି ଯେ ଯଦି ମନରେ କୌଣସି ଶଙ୍କା ଅଛି, ଯାହା ଦ୍ୱାରା ଖୁସି ରହୁ ନାହିଁ ତେବେ କୁହ । ବାବା ବସି ପଢାଉଛନ୍ତି ତେଣୁ ପଢିବା ଦରକାର ନା । ଖୁସି ରହୁ ନାହିଁ କାହିଁକି ନା ତୁମେ ଦେହ-ଅଭିମାନରେ ଆସିଯାଉଛ । ଖୁସି ତ ହେବା ଉଚିତ୍ ନା । ବାବା ତ କେବଳ ବ୍ରହ୍ମାଣ୍ଡର ମାଲିକ ଅଟନ୍ତି, ତୁମେ ତ ସାରା ବିଶ୍ୱର ମାଲିକ ହେଉଛ । ଯଦିଓ ବାବାଙ୍କୁ ରଚୟିତା କୁହାଯାଉଛି କିନ୍ତୁ ଏପରି ନୁହେଁ ଯେ ପ୍ରଳୟ ହୋଇଯିବ ପୁଣି ନୂଆ ଦୁନିଆ ରଚନା କରିବେ । ନାଁ, ବାବା କହୁଛନ୍ତି ମୁଁ କେବଳ ପୁରୁଣାକୁ ନୂଆ କରାଉଛି । ପୁରୁଣା ଦୁନିଆକୁ ବିନାଶ କରାଉଛି । ତୁମକୁ ନୂଆ ଦୁନିଆର ମାଲିକ କରାଉଛି । ମୁଁ କିଛି କରୁ ନାହିଁ । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି । ପତିତ ଦୁନିଆକୁ ହିଁ ମୋତେ ଡାକୁଛନ୍ତି । ପିଲାମାନଙ୍କୁ ପାରସନାଥ କରାଉଛି । ତେଣୁ ପିଲାମାନେ ନିଜେ ପାରସପୁରୀକୁ ଆସିଯାଉଛନ୍ତି । ସେଠାକୁ ତ ମୋତେ କେହି କେବେ ଡାକୁ ନାହାଁନ୍ତି । କେବେ ଡାକୁଛ କି ଯେ ବାବା ପାରସପୁରୀକୁ ଆସି ଟିକିଏ ବୁଲିକରିଯାଅ ? ଡାକୁନାହାଁନ୍ତି । ଗାୟନ ମଧ୍ୟ ରହିଛି ଦୁଃଖରେ ସମସ୍ତେ ସ୍ମରଣ କରନ୍ତି, ପତିତ ଦୁନିଆରେ ମନେ ପକାଉଛନ୍ତି, ସୁଖରେ କେହି ମନେ ପକାଉ ନାହାଁନ୍ତି ନାଁ ୟାଦ କରୁଛନ୍ତି, ନା ଡାକୁଛନ୍ତି । କେବଳ ଦ୍ୱାପରରେ ମନ୍ଦିର ତିଆରି କରି ମୋତେ ସେଠାରେ ରଖିଦେଉଛନ୍ତି ପଥରର ନହେଲେ ହୀରାର ଲିଙ୍ଗ ତିଆରି କରି ରଖିଦେଉଛନ୍ତି ପୂଜା କରିବା ପାଇଁ, କେତେ ଆଶ୍ଚର୍ଯ୍ୟର କଥା ଅଟେ । ଏସବୁ କଥା ଭଲ ଭାବରେ କାନ ଖୋଲି ଶୁଣିବା ଦରକାର । କାନକୁ ମଧ୍ୟ ପବିତ୍ର କରିବାକୁ ହେବ । ପ୍ରଥମେ ହେଉଛି ପବିତ୍ରତା । କୁହନ୍ତି ବାଘୁଣୀର କ୍ଷୀର ସୁନାର ପାତ୍ରରେ ହିଁ ରହିପାରିବ । ଏଠାରେ ମଧ୍ୟ ପବିତ୍ରତା ଥିଲେ ହିଁ ଧାରଣା ହେବ । ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ । ଏହା ଉପରେ ବିଜୟ ପାଇବାକୁ ହେବ । ଏହା ତୁମର ଅନ୍ତିମ ଜନ୍ମ । ଏକଥା ମଧ୍ୟ ତୁମେ ଜାଣିଛ, ଏହା ସେହି ମହାଭାରତ ଲଢେଇ ଅଟେ । କଳ୍ପ-କଳ୍ପ ଯେପରି ବିନାଶ ହୋଇଛି, ସେହିପରି ଏବେ ମଧ୍ୟ ହେବ, ଡ୍ରାମା ଅନୁସାରେ । ତୁମେ ସ୍ୱର୍ଗରେ ପୁନର୍ବାର ନିଜର ମହଲ ତିଆରି କରିବ ଯେପରି କଳ୍ପ ପୂର୍ବରୁ କରିଥିଲ । ସ୍ୱର୍ଗକୁ ପାରାଡାଇଜ୍ ବୋଲି କୁହାଯାଏ । ପୁରାଣରୁ ପାରାଡାଇଜ୍ ଅକ୍ଷର ବାହାରିଛି । କହନ୍ତି ମାନ ସରୋବରରେ ପରୀମାନେ ରହୁଥିଲେ । ସେଥିରେ କେହି ବୁଡ ପକାଇଲେ ପରୀ ହୋଇଯିବେ । ବାସ୍ତବରେ ହେଉଛି ଜ୍ଞାନ ମାନ ସରୋବର । ଏଥିରେ ତୁମେ କଣରୁ କଣ ହୋଇଯାଉଛ । ଶୋଭନୀୟକୁ ପରୀ ବୋଲି କୁହାଯାଏ, ଏପରି ନୁହେଁ ଯେ ପର ଥିବା କୌଣସି ପରୀ ରହିଛନ୍ତି । ଯେପରି ତୁମ ପାଣ୍ଡବମାନଙ୍କୁ ମହାବୀର କୁହାଯାଉଛି, ସେମାନେ ପୁଣି ପାଣ୍ଡବମାନଙ୍କୁ ବହୁତ ବଡ-ବଡ ଚିତ୍ରରେ, ଗୁମ୍ଫା ଆଦିରେ ବସି ଥିବାର ଦେଖାଇଛନ୍ତି । ଭକ୍ତିମାର୍ଗରେ କେତେ ପଇସା ବରବାଦ କରୁଛନ୍ତି । ବାବା କହୁଛନ୍ତି ମୁଁ ତ ସନ୍ତାନମାନଙ୍କୁ କେତେ ସାହୁକାର କରାଇଥିଲି । ତୁମେ ଏତେ ସବୁ ପଇସା କଣ କଲ । ଭାରତ କେତେ ସାହୁକାର ଥିଲା । ଏବେ ଭାରତର କଣ ଅବସ୍ଥା ହୋଇଛି । ଯିଏ ୧୦୦ ଶତକଡା ସାହୁକାର ଥିଲା, ଏବେ ୧୦୦ ଶତକଡା ଗରୀବ ହୋଇପଡିଛି । ଏବେ ତୁମେମାନେ କେତେ ପ୍ରସ୍ତୁତି କରିବା ଉଚିତ୍ । ପିଲାମାନଙ୍କୁ ମଧ୍ୟ ଏହି କଥା ବୁଝାଇବାକୁ ହେବ ଯେ ଶିବବାବାଙ୍କୁ ୟାଦ କର ତେବେ ତୁମେ କୃଷ୍ଣ ପରି ହେବ । କୃଷ୍ଣ ଏତେ ଶ୍ରେଷ୍ଠ କିପରି ହେଲେ, ଏକଥା କାହାକୁ ଜଣା ନାହିଁ । ପୂର୍ବ ଜନ୍ମରେ ଶିବବାବାଙ୍କୁ ୟାଦ କରିବା ଦ୍ୱାରା ହିଁ କୃଷ୍ଣ ହେଲେ । ତେଣୁ ତୁମେମାନେ କେତେ ଖୁସି ରହିବା ଉଚିତ୍ । କିନ୍ତୁ ସେହିମାନେ ଅସରନ୍ତି ଖୁସିରେ ରହିପାରିବେ ଯିଏ ସର୍ବଦା ଅନ୍ୟର ସେବା କରୁଥିବେ । ମୁଖ୍ୟ ଧାରଣା ହେଉଛି ଚଳଣି ବହୁତ-ବହୁତ ରାଜକୀୟ ହେଉ । ଖାଦ୍ୟ-ପାନୀୟ ସାତ୍ୱିକ ହେଉ । ତୁମ ପାଖକୁ କେହି ଆସିଲେ ତାଙ୍କର ପ୍ରତ୍ୟେକ ପ୍ରକାରର ସେବା କରିବା ଉଚିତ୍ । ସ୍ଥୁଳ ଏବଂ ସୂକ୍ଷ୍ମ ମଧ୍ୟ । ଜିସ୍ମାନୀ-ରୁହାନୀ ଉଭୟ କରିବା ଦ୍ୱାରା ବହୁତ ଖୁସି ରହିବ । କେହି ଆସିଲେ ତାଙ୍କୁ ପ୍ରକୃତ ସତ୍ୟ ନାରାୟଣଙ୍କର କଥା ଶୁଣାଅ, ଶାସ୍ତ୍ରରେ ତ କଣ ସବୁ କାହାଣୀ ଲେଖିଦେଇଛନ୍ତି । ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ, ପୁଣି ବ୍ରହ୍ମାଙ୍କ ହସ୍ତରେ ଶାସ୍ତ୍ର ଦେଇ ଦେଇଛନ୍ତି । ତେବେ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା କିପରି ବାହାରୁଛନ୍ତି, ଏହାର କେତେ ରହସ୍ୟ ରହିଛି । ଆଉ କେହି ଏକଥାକୁ ବୁଝିପାରିବେ ନାହିଁ । ନାଭିରୁ ବାହାରିବାର କଥା ହିଁ ନାହିଁ । ବ୍ରହ୍ମା ହିଁ ବିଷ୍ଣୁ, ବିଷ୍ଣୁ ହିଁ ବ୍ରହ୍ମା ହେଉଛନ୍ତି । ବ୍ରହ୍ମାଙ୍କୁ ବିଷ୍ଣୁ ହେବା ପାଇଁ ସେକେଣ୍ଡ ଲାଗୁଛି । ସେକେଣ୍ଡରେ ଜୀବନମୁକ୍ତି କୁହାଯାଉଛି ନା । ବାବା ସାକ୍ଷାତ୍କାର କରାଇଲେ ଯେ ତୁମେ ବିଷ୍ଣୁଙ୍କର ରୂପ ହେଉଛ । ସେକେଣ୍ଡରେ ବିଶ୍ୱାସ ହୋଇଗଲା । ବିନାଶର ସାକ୍ଷାତ୍କାର ମଧ୍ୟ ହେଲା, ନଚେତ୍ କଲିକତାରେ ଯେପରି ରାଜକୀୟ ଠାଣିରେ ରହୁଥିଲେ । କୌଣସି ଅସୁବିଧା ନଥିଲା । ବହୁତ ରାଜକୀୟ ଭାବେ ରହୁଥିଲେ । ଏବେ ବାବା ତୁମକୁ ଏହି ଜ୍ଞାନ ରତ୍ନର ବ୍ୟାପାର ଶିଖାଉଛନ୍ତି । ଦୁନିଆର ବ୍ୟପାର ତ ଏହା ଆଗରେ କିଛି ମଧ୍ୟ ନୁହେଁ । କିନ୍ତୁ ତୁମର ଏବଂ ଏହାଙ୍କ ଅଭିନୟରେ ଫରକ ରହିଛି । ବାବା ଏହାଙ୍କ ଶରୀରରେ ପ୍ରବେଶ କରିବାରୁ ତୁରନ୍ତ ସବୁ ଛାଡିଦେଲେ । ଭଟ୍ଟୀ ହେବାକୁ ଥିଲା, ତୁମେ ମଧ୍ୟ ସବୁ କିଛି ଛାଡିଛ । ନଦୀ ପାର କରି ଆସି ତ ତପସ୍ୟାରେ ରହିଲେ । କଣ-କଣ ହେଲା, କିଛି ହେଲେ ଚିନ୍ତା ନାହିଁ କହୁଛନ୍ତି କୃଷ୍ଣ ହରଣ କରିନେଲେ । କାହିଁକି ହରଣ କଲେ ? ତାଙ୍କୁ ପାଟରାଣୀ କରିବା ପାଇଁ । ଏହି ଭଟ୍ଟୀ ମଧ୍ୟ କରାଯାଉଛି ତୁମକୁ ସ୍ୱର୍ଗର ମହାରାଣୀ କରିବା ପାଇଁ । ଶାସ୍ତ୍ରରେ ତ କଣ ସବୁ ଲେଖି ଦେଇଛନ୍ତି, କିନ୍ତୁ ପ୍ରାକ୍ଟିକାଲ୍ରେ କଣ ସବୁ ଅଛି । ତାହା ଏବେ ତୁମେ ବୁଝୁଛ । ହରଣ କରିବାର କଥା ହିଁ ନାହିଁ । କଳ୍ପ ପୂର୍ବରୁ ମଧ୍ୟ ଗାଳି ମିଳିଥିଲା । ନାମ ବଦନାମ ହୋଇଥିଲା । ଏହା ତ ହେଉଛି ଡ୍ରାମା, ଯାହା କିଛି ହେଉଛି କଳ୍ପ ପୂର୍ବ ସଦୃଶ ।

ଏବେ ତୁମେ ଭଲ ଭାବରେ ଜାଣିଛ ଯେ କଳ୍ପ ପୂର୍ବରୁ ଯେଉଁମାନେ ରାଜ୍ୟ ନେଇଥିଲେ ସେମାନେ ନିଶ୍ଚୟ ଆସିବେ, ବାବା କହୁଛନ୍ତି ମୁଁ ମଧ୍ୟ କଳ୍ପ-କଳ୍ପ ଆସି ଭାରତକୁ ସ୍ୱର୍ଗ କରାଉଛି । ପୂରା ୮୪ ଜନ୍ମର ହିସାବ ବତାଉଛି । ସତ୍ୟଯୁଗରେ ତୁମେ ଅମର ରହିବ । ସେଠାରେ ଅକାଳ ମୃତ୍ୟୁ ହେବ ନାହିଁ । ଶିବବାବା କାଳ ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି । କହୁଛନ୍ତି ମୁଁ କାଳର କାଳ ମହାକାଳ ଅଟେ । କାହାଣୀ ମଧ୍ୟ ରହିଛି ନା । ତୁମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ । ତୁମେ ଅରମଲୋକକୁ ଯାଉଛ । ଅମରଲୋକରେ ଉଚ୍ଚ ପଦ ପାଇବା ପାଇଁ ପ୍ରଥମତଃ ପବିତ୍ର ହେବାକୁ ପଡିବ, ଦ୍ୱିତୀୟରେ ପୁଣି ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ପ୍ରତ୍ୟହ ନିଜର ଚାର୍ଟ ରଖ । ରାବଣ ଦ୍ୱାରା ତୁମର କ୍ଷତି ହୋଇଛି । ମୋ ଦ୍ୱାରା ଲାଭ ହେଉଛି । ବ୍ୟାପାରୀ ଲୋକେ ଏହି କଥାକୁ ଭଲ ଭାବରେ ବୁଝିବେ । ଏହା ହେଉଛି ଜ୍ଞାନ ରତ୍ନ । କୋଟିକରେ କେହି ବ୍ୟାପାରୀ ଏହାଙ୍କ ସହିତ ବ୍ୟାପାର କରିବେ । ତୁମେ ଏଠାକୁ ବ୍ୟାପାର କରିବାକୁ ଆସିଛ । କେହି ତ ଭଲ ଭାବରେ ବ୍ୟାପାର କରି ସ୍ୱର୍ଗର ସୌଦା ନେଉଛନ୍ତି ୨୧ ଜନ୍ମ ପାଇଁ । ୨୧ ଜନ୍ମ ମଧ୍ୟ କଣ ୫୦-୬୦ ଜନ୍ମ ତୁମେ ବହୁତ ସୁଖୀ ରହିବ । ପଦ୍ମପତି ହେଉଛ । ଦେବତାଙ୍କର ପାଦ ପଦ୍ମ ଦର୍ଶାଇଥାନ୍ତି ନା । ଅର୍ଥ କିଛି ବୁଝୁ ନାହାଁନ୍ତି । ତୁମେ ଏବେ ପଦମ୍ପତି ହେଉଛ । ତେଣୁ ତୁମେ କେତେ ଖୁସି ହେବା ଉଚିତ୍ । ବାବା କହୁଛନ୍ତି ମୁଁ କେତେ ସାଧାରଣ ଅଟେ । ତୁମକୁ ସ୍ୱର୍ଗକୁ ନେଇଯିବାକୁ ଆସିଛି । ଡାକୁଛ ମଧ୍ୟ ହେ ପତିତ-ପାବନ ଆସ, ଆସିକରି ପବିତ୍ର କରାଅ । ସୁଖଧାମରେ ସମସ୍ତେ ପବିତ୍ର ରହିବେ । ଶାନ୍ତିଧାମର କୌଣସି ଇତିହାସ-ଭୂଗୋଳ ନାହିଁ । ତାହା ତ ଆତ୍ମାମାନଙ୍କର ବୃକ୍ଷ ଅଟେ । ସୂକ୍ଷ୍ମବତନର କୌଣସି କଥା ହିଁ ନାହିଁ । ବାକି ଏହି ସୃଷ୍ଟି ଚକ୍ର କିପରି ଘୂରୁଛି ତାହା ତୁମେ ଜାଣିଗଲଣି । ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ ଥିଲା । ଏପରି ନୁହେଁ, ଏକ ଲକ୍ଷ୍ମୀ-ନାରାୟଣ ହିଁ ରାଜ୍ୟ କରିବେ । ବୃଦ୍ଧି ତ ହେବ ନା । ପୁଣି ଦ୍ୱାପରରେ ସେ ହିଁ ପୂଜ୍ୟରୁ ପୂଜାରୀ ହେଉଛନ୍ତି । ପୁଣି ମନୁଷ୍ୟ ପରମାତ୍ମାଙ୍କ ନିମନ୍ତେ କହିଦେଉଛନ୍ତି ନିଜେ ପୂଜ୍ୟ ପୁଣି ନିଜେ ପୂଜାରୀ ହେଉଛନ୍ତି ଯେପରି ପରମାତ୍ମାଙ୍କ ନିମନ୍ତେ ସର୍ବବ୍ୟାପୀ କହିଦେଉଛନ୍ତି, ଏହି କଥାକୁ କେବଳ ତୁମେ ହିଁ ବୁଝୁଛ । ଅଧାକଳ୍ପ ତୁମେ ଗାୟନ କରିଆସିଛ ସର୍ବୋଚ୍ଚ ଭଗବାନ ଏବଂ ବର୍ତ୍ତମାନ ଭଗବାନ କହୁଛନ୍ତି ସର୍ବୋଚ୍ଚ ତୁମେ ସନ୍ତାନମାନେ ଅଟ । ତେଣୁ ଏପରି ବାବାଙ୍କ ରାୟ ଆଧାରରେ ମଧ୍ୟ ଚାଲିବା ଉଚିତ୍ । ଗୃହସ୍ଥ ବ୍ୟବହାର ମଧ୍ୟ ସମ୍ଭାଳିବାକୁ ହେବ । ଏଠାରେ ତ ସମସ୍ତେ ସ୍ଥାୟୀ ଭାବେ ରହିପାରିବେ ନାହିଁ । ସମସ୍ତେ ରହିଲେ ତ କେତେ ବଡ ଘର ତିଆରି କରିବାକୁ ପଡିବ । ଏକଥା ମଧ୍ୟ ତୁମେ ଦିନେ ଦେଖିବ ଯେ ତଳୁ ଉପର ପର୍ଯ୍ୟନ୍ତ କେତେ ବଡ ଧାଡି ଲାଗିବ, ଦର୍ଶନ କରିବା ପାଇଁ । କାହାର ଦର୍ଶନ ନ ମିଳିଲେ ଗାଳି ମଧ୍ୟ ଦେଇଥାନ୍ତି । ବୁଝନ୍ତି ଯେ ମହାତ୍ମାଙ୍କର ଦର୍ଶନ କରିବୁ । ବର୍ତ୍ତମାନ ବାବା ତ ହେଉଛନ୍ତି ସନ୍ତାନମାନଙ୍କର । ସନ୍ତାନମାନଙ୍କୁ ହିଁ ପଢାଉଛନ୍ତି । ତୁମେ ଯାହାକୁ ରାସ୍ତା ବତାଉଛ କେହି ତ ଭଲ ଭାବରେ ଚାଲୁଛନ୍ତି, କେହି କେହି ଧାରଣା କରି ପାରୁ ନାହାଁନ୍ତି, କେତେକ ଅଛନ୍ତି ଶୁଣୁଛନ୍ତି ପୁଣି ବାହାରକୁ ଗଲେ ସେଠାରେ ରହିଯାଉଛନ୍ତି, ମନରେ ସେହି ଖୁସି ରହୁନାହିଁ ପାଠପଢୁ ନାହାଁନ୍ତି ଯୋଗ ମଧ୍ୟ କରୁ ନାହାଁନ୍ତି । ବାବା କେତେ ବୁଝାଉଛନ୍ତି, ଚାର୍ଟ ରଖ ନଚେତ୍ ବହୁତ ପଶ୍ଚାତାପ କରିବାକୁ ପଡିବ । ଆମେ ବାବାଙ୍କୁ କେତେ ୟାଦ କରୁଛୁ, ନିଜର ଚାର୍ଟ ଦେଖିବା ଉଚିତ୍ । ଭାରତରେ ପ୍ରାଚୀନ ଯୋଗର ବହୁତ ମହିମା ରହିଛି । ତେଣୁ ବାବା ବୁଝାଉଛନ୍ତି ଯଦି କୌଣସି କଥା ବୁଝିନପାରିଲ ବାବାଙ୍କୁ ପଚାର । ଆଗରୁ ତୁମେ କିଛି ହେଲେ ମଧ୍ୟ ଜାଣିନଥିଲ । ବାବା କହୁଛନ୍ତି ଏହା ହେଉଛି କଣ୍ଟାର ଜଙ୍ଗଲ । କାମ ମହାଶତ୍ରୁ ଅଟେ । ଏହା ସ୍ୱୟଂ ଗୀତାର ଅକ୍ଷର । ଗୀତା ପଢୁଥିଲ କିନ୍ତୁ ବୁଝିପାରୁନଥିଲ । ବାବା ସାରା ଆୟୁ ଗୀତା ପଢିଛନ୍ତି । ବୁଝୁଥିଲେ ଗୀତାର ମହାତ୍ମ୍ୟ ବହୁତ ଭଲ । ଭକ୍ତିମାର୍ଗରେ ଗୀତାର କେତେ ସମ୍ମାନ ରହିଛି । ଗୀତା ଛୋଟ, ବଡ ସାଇଜ୍ର ମଧ୍ୟ ରହିଛି । କୃଷ୍ଣ ଆଦି ଦେବତାମାନଙ୍କର ସେହି ଚିତ୍ର ଅଳ୍ପ ପଇସାରେ ମଧ୍ୟ ମିଳୁଛି, ସେହି ଚିତ୍ରର ପୁଣି କେତେ ବଡ-ବଡ ମନ୍ଦିର ତିଆରି କରୁଛନ୍ତି । ତେଣୁ ବାବା ବୁଝାଉଛନ୍ତି ତୁମକୁ ବିଜୟ ମାଳାର ଦାନା ହେବାକୁ ପଡିବ । ଏପରି ମିଠା ବାବାଙ୍କୁ ବାବା-ବାବା ମଧ୍ୟ କହୁଛନ୍ତି । ବୁଝୁଛନ୍ତି ଯେ ବାବା ସ୍ୱର୍ଗର ରାଜତ୍ୱ ଦେଉଛନ୍ତି ତଥାପି ମଧ୍ୟ ଶୁଣୁଛନ୍ତି, କହୁଛନ୍ତି କିନ୍ତୁ ପୁଣି ମାୟାର ବଶୀଭୂତ ହୋଇ ଅହୋ ମାୟା ଛାଡପତ୍ର ଦେଉଛନ୍ତି । ବାବା କହିଲ ତ ବାବା ଅର୍ଥାତ୍ ବାବା । ଭକ୍ତିମାର୍ଗରେ ମଧ୍ୟ ଗାନ କରାଯାଏ ଯେ ପତିମାନଙ୍କର ପତି, ଗୁରୁମାନଙ୍କର ଗୁରୁ ଏକ ଅଟନ୍ତି । ସେ ଆମର ପିତା ଅଟନ୍ତି ଜ୍ଞାନର ସାଗର ପତିତ-ପାବନ ଅଟନ୍ତି । ତୁମେ କହୁଛ ବାବା ଆମେ କଳ୍ପ-କଳ୍ପ ତୁମଠାରୁ ସମ୍ପତ୍ତି ନେଇଆସୁଛୁ । କଳ୍ପ-କଳ୍ପ ମିଶୁଛୁ । ବେହଦର ବାବାଙ୍କଠାରୁ ନିଶ୍ଚୟ ଆମକୁ ବେହଦର ସମ୍ପତ୍ତି ମିଳିବ । ମୁଖ୍ୟ ହେଉଛି ଅଲଫ ଅର୍ଥାତ୍ ବାବା ସେଥିରେ ବେ ଅର୍ଥାତ୍ ବାଦଶାହି ସମ୍ମିଳିତ ରହିଛି । ବାବା ଅର୍ଥ ସମ୍ପତ୍ତି । ତାହା ହେଉଛି ହଦର ସମ୍ପତ୍ତି, ଏହା ବେହଦର ସମ୍ପତ୍ତି । ହଦର ବାବା ତ ଅଗଣିତ ରହିଛନ୍ତି । ବେହଦର ବାବା ତ ଏକ ଅଟନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସ୍ଥୂଳ ଏବଂ ସୂକ୍ଷ୍ମ ସେବା କରି ନିଜେ ଅପାର ଖୁସୀର ଅନୁଭବ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ । ଚାଲି-ଚଳଣି ଏବଂ ଖାଦ୍ୟ ପାନୀୟରେ ବହୁତ ରୟାଲଟୀ ଅର୍ଥାତ୍ ରାଜକୀୟତା ରଖିବାକୁ ହେବ ।

(୨) ଅମରଲୋକରେ ଉଚ୍ଚ ପଦ ପାଇବା ପାଇଁ ପବିତ୍ର ହେବା ସହିତ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ନିଜର ପୋତାମେଲ୍ (ଚାର୍ଟ) ଦେଖିବାକୁ ହେବ ଯେ ମୁଁ ବାବାଙ୍କୁ କେତେ ମନେ ପକାଉଛି ? ଅବିନାଶୀ ଜ୍ଞାନ ରତ୍ନର ରୋଜଗାର ଜମା କରୁଛି । ମୋର କାନ ପବିତ୍ର ହେଲାଣି ଯେଉଁଥିରେ ଧାରଣା ହୋଇପାରିବ ?

ବରଦାନ:-
ମାୟାର ଖେଳକୁ ସାକ୍ଷୀ ହୋଇ ଦେଖୁଥିବା ସଦା ନିର୍ଭୟ, ସଦା ମାୟାଜିତ୍ ହୁଅ ।

ସମୟ ଅନୁସାରେ ତୁମମାନଙ୍କର ସ୍ଥିତି ଯେପରି ଆଗକୁ ଆଗକୁ ବଢିଚାଲିଛି ସେହି ହିସାବରେ ବର୍ତ୍ତମାନ ଆଉ ମାୟାର ଆକ୍ରମଣ ହେବା ଉଚିତ୍ ନୁହେଁ, ମାୟା ତୁମକୁ ନମସ୍କାର କରିବା ପାଇଁ ଆସୁ କିନ୍ତୁ ଆକ୍ରମଣ କରିବା ପାଇଁ ନୁହେଁ । ଯଦି ମାୟା ଆସି ବି ଯାଉଛି ତେବେ ତାକୁ ଖେଳ ମନେ କରି ଦେଖ । ଏପରି ଅନୁଭବ ହେଉ ଯେପରି ସାକ୍ଷୀ ହୋଇ ନାଟକ ଦେଖିଥାନ୍ତି । ମାୟାର କେତେ ବି ବିକରାଳ ରୂପ ହୋଇଥାଉ କିନ୍ତୁ ତୁମେ ଯଦି ତାକୁ ଖେଳଣା ଏବଂ ଖେଳ ମନେ କରି ଦେଖିବ ତେବେ ବହୁତ ମଜା ଲାଗିବ ଏବଂ ସେଥିରେ ତୁମେ ଡରିବ ନାହିଁ କି ବିଚଳିତ ହେବ ନାହିଁ । ଯେଉଁ ପିଲାମାନେ ସର୍ବଦା ଖେଳାଳି ହିସାବରେ ସାକ୍ଷୀ ହୋଇ ମାୟାର ଖେଳକୁ ଦେଖିଥାନ୍ତି ସେମାନେ ସଦା ନିର୍ଭୟ ବା ମାୟାଜିତ୍ ହୋଇଯାଆନ୍ତି ।

ସ୍ଲୋଗାନ:-
ଏଭଳି ସ୍ନେହର ସାଗର ହୁଅ ଯାହା ଦ୍ୱାରା କ୍ରୋଧ ତୁମ ନିକଟକୁ ମଧ୍ୟ ଆସିପାରିବ ନାହିଁ ।