23.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ସଂଗମଯୁଗ ହିଁ ଭାଗ୍ୟବାନ ହେବାର ଯୁଗ ଏହି ସମୟରେ ତୁମେ ଯେତେ ଇଚ୍ଛା ସେତେ ନିଜର ଭାଗ୍ୟର ତାରକାକୁ ଚମକାଇପାରିବ ।
ପ୍ରଶ୍ନ:-
ନିଜର ପୁରୁଷାର୍ଥକୁ ତୀବ୍ର କରିବାର ସହଜ ଉପାୟ କଣ ?

ଉତ୍ତର:-
କେବଳ ବାବାଙ୍କୁ ଅନୁକରଣ କରିଚାଲ ତେବେ ପୁରୁଷାର୍ଥ ତୀବ୍ର ହୋଇଯିବ । ବାବାଙ୍କୁ ହିଁ ଦେଖ, ମା ତ ଗୁପ୍ତ ଅଟନ୍ତି । ବାବାଙ୍କୁ ଅନୁକରଣ କରିବା ଦ୍ୱାରା ବାବାଙ୍କ ସମାନ ଶ୍ରେଷ୍ଠ ହୋଇଯିବ, ସେଥିପାଇଁ ସଠିକ୍ ଭାବରେ ଅନୁକରଣ କର ।

ପ୍ରଶ୍ନ:-
ବାବା କେଉଁ ପିଲାମାନଙ୍କୁ ବୁଦ୍ଦୁ ବୋଲି ଭାବିଥାନ୍ତି ?

ଉତ୍ତର:-
ଯେଉଁମାନଙ୍କ ଭିତରେ ବାବାଙ୍କୁ ପାଇବାର ମଧ୍ୟ ଖୁସି ନାହିଁ-- ସେମାନେ ବୁଦ୍ଦୁ ହେଲେ ନା । ଏଭଳି ବାବା ଯିଏକି ବିଶ୍ୱର ମାଲିକ କରୁଛନ୍ତି, ତାଙ୍କର ସନ୍ତାନ ହେବା ପରେ ମଧ୍ୟ ଖୁସୀର ଅନୁଭବ ନ ହେବା - ଏମାନଙ୍କୁ ହିଁ ବୁଦ୍ଦୁ କୁହାଯିବ ନା ।

ଓମ୍ ଶାନ୍ତି ।
ମିଠା ମିଠା ପିଲାମାନେ ତୁମେ ହେଉଛ ଭାଗ୍ୟଶାଳୀ ତାରକା । ତୁମେ ଜାଣୁଛ ଆମେ ଶାନ୍ତିଧାମକୁ ମଧ୍ୟ ୟାଦ କରୁଛୁ ଏବଂ ବାବାଙ୍କୁ ମଧ୍ୟ ୟାଦ କରୁଛୁ । ବାବାଙ୍କୁ ୟାଦ କରିବା ଦ୍ୱାରା ଆମେ ପବିତ୍ର ହୋଇ ଘରକୁ ଯିବା । ଏଠାରେ ବସି ଏହି ଖିଆଲ କରୁଛ ନା । ବାବା ତୁମକୁ ଆଉ କୌଣସି କଷ୍ଟ ଦେଉ ନାହାଁନ୍ତି । ଜୀବନମୁକ୍ତି କଣ କେହି ମଧ୍ୟ ଜାଣିନାହାଁନ୍ତି । ସେମାନେ ସବୁ ପୁରୁଷାର୍ଥ କରିଥାନ୍ତି ମୁକ୍ତି ପାଇବା ପାଇଁ, କିନ୍ତୁ ମୁକ୍ତିର ଅର୍ଥ ମଧ୍ୟ କେହି ବୁଝିନଥାନ୍ତି । କେହି କହିଥାନ୍ତି ଆମେ ବ୍ରହ୍ମରେ ଲୀନ ହୋଇଯିବୁ ଆଉ ଏ ସୃଷ୍ଟିକୁ ଆସିବୁ ନାହିଁ । ତାଙ୍କୁ ଏହା ଜଣାନାହିଁ ଯେ ଆମକୁ ଏହି ଚକ୍ରରେ ନିଶ୍ଚୟ ଆସିବାକୁ ପଡିବ । ଏବେ ତୁମେ ପିଲାମାନେ ଏହି କଥାକୁ ବୁଝୁଛ । ତୁମମାନଙ୍କୁ ଜଣାଅଛି ଆମେ ସ୍ୱଦର୍ଶନ ଚକ୍ରଧାରୀ ଭାଗ୍ୟଶାଳୀ ଆତ୍ମା ଅଟୁ । ଭାଗ୍ୟଶାଳୀକୁ ହିଁ ଭାଗ୍ୟବାନ୍ କୁହାଯାଇଥାଏ । ବାବା ହିଁ ଏବେ ତୁମମାନଙ୍କୁ ଭାଗ୍ୟଶାଳୀ କରୁଛନ୍ତି । ପିତା ଯେଭଳି ପିଲା ମଧ୍ୟ ସେହିଭଳି ହୋଇଥାନ୍ତି । କେହି ବାପା ଧନୀ ହୋଇଥାନ୍ତି କେହି ବାପା ଗରୀବ ବି ହୋଇଥାନ୍ତି । ତୁମେମାନେ ଜାଣୁଛ ଆମକୁ ତ ବେହଦର ବାବା ମିଳିଛନ୍ତି । ଯିଏ ଯେତେ ଭାଗ୍ୟବାନ ହେବାକୁ ଚାହିଁବ ହୋଇପାରିବ, ଯିଏ ଯେତେ ଧନୀ ହେବାକୁ ଚାହିଁବ ହୋଇପାରିବ । ବାବା କହୁଛନ୍ତି ଯାହା ଚାହୁଁଛ ତାହା ପୁରୁଷାର୍ଥ ଦ୍ୱାରା ନିଅ । ପୁରୁଷାର୍ଥ ଉପରେ ସବୁ ନିର୍ଭର କରୁଛି । ପୁରୁଷାର୍ଥ କରି ଯେତେ ଉଚ୍ଚ ପଦ ନେବାକୁ ଚାହୁଁଛ ନେଇପାର । ସର୍ବୋଚ୍ଚ ପଦ ତ ଲକ୍ଷ୍ମୀ-ନାରାୟଣଙ୍କର ଅଟେ । ୟାଦର ଚାର୍ଟ ମଧ୍ୟ ନିଶ୍ଚୟ ରଖିବାକୁ ହେବ । କାହିଁକି ନା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ତ ନିଶ୍ଚୟ ହେବାକୁ ହିଁ ପଡିବ । ବୁଦ୍ଦୁ ହୋଇ ଏହିପରି ବସିଯାଅ ନାହିଁ । ବାବା ବୁଝାଉଛନ୍ତି ଏହି ପୁରୁଣା ଦୁନିଆ ଏବେ ନୂଆ ଦୁନିଆ ହେବ । ବାବା ନୂଆ ସତ୍ତ୍ୱପ୍ରଧାନ ଦୁନିଆକୁ ନେଇଯିବା ପାଇଁ ଆସିଥାନ୍ତି । ସେ ବେହଦର ବାବା ଓ ବେହଦର ସୁଖଦାତା ଅଟନ୍ତି । ବୁଝାଉଛନ୍ତି ସତ୍ତ୍ୱପ୍ରଧାନ ହେବା ଦ୍ୱାରା ହିଁ ତୁମେ ବେହଦର ସୁଖ ପାଇପାରିବ । ସତ୍ତ୍ୱ ଅର୍ଥାତ୍ ତ୍ରେତାକୁ ଗଲେ କମ୍ ସୁଖ । ରଜୋ ହେଲେ ତାଠାରୁ କମ୍ ସୁଖ । ସାରା ହିସାବ ବାବା ବତାଇ ଦେଉଛନ୍ତି । ଅସୁମାରୀ ଧନ ଏବଂ ସୁଖ ତୁମକୁ ହିଁ ମିଳୁଛି । ବେହଦର ବାବାଙ୍କଠାରୁ ବର୍ସା ନେବା ପାଇଁ ୟାଦ ବିନା ଆଉ କୌଣସି ଉପାୟ ନାହିଁ । ଯେତେ ବାବାଙ୍କୁ ୟାଦ କରିବ, ୟାଦ ଦ୍ୱାରା ସ୍ୱତଃ ଦୈବୀଗୁଣ ମଧ୍ୟ ଆସିବ । ସତ୍ୱପ୍ରଧାନ ହେବାକୁ ହେଲେ ଦୈବୀଗୁଣ ମଧ୍ୟ ନିଶ୍ଚୟ ଦରକାର । ନିଜର ଯାଞ୍ଚ ନିଜେ କରିବାକୁ ହେବ । ନିଜର ପୁରୁଷାର୍ଥ ଦ୍ୱାରା ଯେତେ ଉଚ୍ଚ ପଦ ନେବାକୁ ଚାହିଁବ ନେଇପାରିବ । ଶିକ୍ଷାଦାତା ଶିକ୍ଷକ ତ ବସିଛନ୍ତି । ବାବା କହୁଛନ୍ତି କଳ୍ପ କଳ୍ପ ତୁମକୁ ଏହିପରି ବୁଝାଉଛି । ଅକ୍ଷର ହିଁ ୨ଟି ମନମନାଭବ, ମଧ୍ୟାଜୀଭବ । ତୁମେ ବେହଦ ବାବାଙ୍କୁ ଚିହ୍ନିଛ । ସେହି ବେହଦର ବାବା ବେହଦର ଜ୍ଞାନଦାତା ଅଟନ୍ତି । ପତିତରୁ ପାବନ ହେବାର ରାସ୍ତା ମଧ୍ୟ ସେହି ବେହଦର ବାବା ହିଁ ବୁଝାଉଛନ୍ତି । ତେଣୁ ବାବା ଯାହା ବୁଝାଉଛନ୍ତି ତାହା କିଛି ନୂଆ କଥା ନୁହେଁ । ଗୀତାରେ ମଧ୍ୟ ଲେଖା ହୋଇଛି ଅଟାରେ ଲୁଣ ସଦୃଶ । ତୁମେ ନିଜକୁ ଆତ୍ମା ଭାବ । ଦେହର ସବୁ ଧର୍ମ ଭୁଲିଯାଅ । ତୁମେ ପ୍ରଥମେ ଅଶରୀରୀ ଥିଲ, ଏବେ ଅନେକ ମିତ୍ର ସମ୍ବନ୍ଧୀଙ୍କ ବନ୍ଧନରେ ଆସିଛ । ସମସ୍ତେ ତମୋପ୍ରଧାନ ଅଟନ୍ତି ଏବେ ପୁଣି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ତୁମେ ଜାଣୁଛ ତମୋପ୍ରଧାନରୁ ପୁଣି ଆମେ ସତ୍ତ୍ୱପ୍ରଧାନ ହେଉଛୁ ପୁଣି ମିତ୍ର ସମ୍ବନ୍ଧୀ ଆଦି ସମସ୍ତେ ପବିତ୍ର ହେବେ । କଳ୍ପ ପୂର୍ବରୁ ଯେଉଁ ଆତ୍ମା ଯେତିକି ସତ୍ତ୍ୱପ୍ରଧାନ ହୋଇଥିଲେ ପୁଣି ସେତିକି ହେବେ । ତାଙ୍କର ପୁରୁଷାର୍ଥ ମଧ୍ୟ ସେହିଭଳି ହେବ । ଏବେ ବାବାଙ୍କୁ ଅନୁସରଣ କରିବା ଦରକାର । ଗାୟନ ରହିଛି ପିତାଙ୍କୁ ଅନୁସରଣ କର । ଯେପରି ଇଏ ବ୍ରହ୍ମାବାବା ଶିବବାବାଙ୍କୁ ୟାଦ କରୁଛନ୍ତି, ପୁରୁଷାର୍ଥ କରୁଛନ୍ତି, ଏହାଙ୍କୁ ଅନୁସରଣ କର । ପୁରୁଷାର୍ଥ ତ ବାବା କରାଇବେ । ସେ ତ ପୁରୁଷାର୍ଥ କରିନଥାନ୍ତି, ପୁରୁଷାର୍ଥ କରାଇଥାନ୍ତି । ପୁଣି କହୁଛନ୍ତି ମଧୁର ସନ୍ତାନଗଣ ବାବାଙ୍କୁ ଅନୁସରଣ କର । ମାତା ପିତା ଗୁପ୍ତ ନା । ମାତା ଗୁପ୍ତ କିନ୍ତୁ ପିତା ତ ଦୃଶ୍ୟମାନ । ଏହା ଭଲ ଭାବରେ ବୁଝିବାର କଥା । ଏଭଳି ଉଚ୍ଚ ପଦ ପାଇବାର ଅଛି ତ ବାବାଙ୍କୁ ଭଲ ଭାବରେ ମନେ ପକାଅ ଯେପରି ଏହି ବ୍ରହ୍ମାବାବା ମନେ ପକାଉଛନ୍ତି । ଏହି ବାବା ସବୁଠାରୁ ଉଚ୍ଚ ପଦ ପାଇଥାନ୍ତି । ବ୍ରହ୍ମାବାବା ବହୁତ ଉଚ୍ଚ ଥିଲେ ପୁଣି ଏହାଙ୍କର ହିଁ ବହୁତ ଜନ୍ମର ଅନ୍ତିମ ଜନ୍ମରେ ଶେଷ ସମୟରେ ମୁଁ ପ୍ରବେଶ କରୁଛି । ଏହାକୁ ଭଲ ଭାବରେ ମନେ ରଖ କେବେହେଲେ ଭୁଲ ନାହିଁ । ମାୟା ବହୁତଙ୍କୁ ଭୁଲାଇ ଦେଉଛି । ତୁମେ କହୁଛ ଆମେ ନରରୁ ନାରାୟଣ ହେଉଛୁ । ତାହା ମଧ୍ୟ ବାବା ଯୁକ୍ତି ବତାଉଛନ୍ତି । ତୁମେ ଲକ୍ଷ୍ମୀ ନାରାୟଣ କିପରି ହୋଇପାରିବ । ଏହା ମଧ୍ୟ ଜାଣୁଛ ଯେ ସମସ୍ତେ ତ ସଠିକ୍ ଭାବେ ଅନୁସରଣ କରିବେ ନାହିଁ । ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାବା ବୁଝାଉଛନ୍ତି ବାବାଙ୍କୁ ଅନୁସରଣ କର । ବର୍ତ୍ତମାନର ହିଁ ଗାୟନ ହେଉଛି । ବାବା ମଧ୍ୟ ଏବେ ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି । ସନ୍ନ୍ୟାସୀମାନଙ୍କର ଅନୁଗାମୀ ବୋଲାଉଛନ୍ତି କିନ୍ତୁ ଏହା ଭୁଲ୍ ଅଟେ ନା, ଅନୁସରଣ କରୁ ହିଁ ନାହାଁନ୍ତି । ସେମାନେ ସମସ୍ତେ ହେଉଛନ୍ତି ବ୍ରହ୍ମଜ୍ଞାନୀ, ତତ୍ତ୍ୱଜ୍ଞାନୀ । ତାଙ୍କୁ ତ ଈଶ୍ୱର ଜ୍ଞାନ ଦେଉ ନାହାଁନ୍ତି । ସେମାନେ ତତ୍ତ୍ୱ ଅଥବା ବ୍ରହ୍ମଜ୍ଞାନୀ ବୋଲାଇଥାନ୍ତି । କିନ୍ତୁ ତତ୍ତ୍ୱ ଅଥବା ବ୍ରହ୍ମ ତ ତାଙ୍କୁ ଜ୍ଞାନ ଦେଉ ନାହାଁନ୍ତି, ସେସବୁ ହେଲା ଶାସ୍ତ୍ରର ଜ୍ଞାନ । ଏଠାରେ ତୁମକୁ ବାବା ଜ୍ଞାନ ଦେଉଛନ୍ତି, ଯାହାଙ୍କୁ ଜ୍ଞାନର ସାଗର କୁହାଯାଉଛି । ଏହାକୁ ଭଲ ଭାବରେ ଲେଖି ରଖ । ତୁମେ ଭୁଲିଯାଉଛ ଏହା ମନରେ ଭଲ ଭାବରେ ଧାରଣ କରିବାର କଥା ଅଟେ । ବାବା ପ୍ରତ୍ୟହ କହୁଛନ୍ତି -- ମଧୁର ସନ୍ତାନମାନେ, ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ, ଏବେ ଘରକୁ ଫେରିଯିବାକୁ ହେବ । ପତିତ ତ ଘରକୁ ଯାଇପାରିବେ ନାହିଁ । ପବିତ୍ର ତ ଯୋଗବଳ ଦ୍ୱାରା ହେବାକୁ ପଡିବ ନଚେତ୍ ଦଣ୍ଡ ଭୋଗ କରିଯିବେ । ସମସ୍ତଙ୍କର ହିସାବ-କିତାବ ଚୁକ୍ତ ନିଶ୍ଚୟ ହେବ । ବାବା ବୁଝାଉଛନ୍ତି ତୁମେ ଆତ୍ମାମାନେ ଅସଲରେ ପରମଧାମର ବାସୀନ୍ଦା ଅଟ ପୁଣି ଏଠାରେ ସୁଖ ଏବଂ ଦୁଃଖର ପାର୍ଟ ବଜାଇଛ । ସୁଖର ପାର୍ଟ ରାମରାଜ୍ୟରେ ଏବଂ ଦୁଃଖର ପାର୍ଟ ରାବଣ ରାଜ୍ୟରେ ହେଉଛି । ରାମରାଜ୍ୟ ସ୍ୱର୍ଗକୁ କୁହାଯାଉଛି, ସେଠାରେ ସଂପୂର୍ଣ୍ଣ ସୁଖ ରହିଛି । କହିଥାନ୍ତି ମଧ୍ୟ ସ୍ୱର୍ଗବାସୀ ଏବଂ ନର୍କବାସୀ । ତେଣୁ ଏହାକୁ ଭଲ ଭାବରେ ଧାରଣ କରିବାକୁ ହେବ । ଯେତେ-ଯେତେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବ, ସେତିକି ତୁମେ ଖୁସୀ ମଧ୍ୟ ହେବ । ଯେତେବେଳେ ଦ୍ୱାପର ଯୁଗରେ ରଜୋଗୁଣୀ ଅବସ୍ଥାରେ ଥିଲ ସେତେବେଳେ ମଧ୍ୟ ତୁମେ ଖୁସୀରେ ଥିଲ । ସେ ସମୟରେ ତୁମେ ଏତେ ଦୁଃଖୀ ବିକାରୀ ନଥିଲ । ବର୍ତ୍ତମାନ ତ ଏଠାରେ କେତେ ବିକାରୀ ଦୁଃଖୀ ହୋଇଯାଇଛନ୍ତି । ତୁମେ ନିଜଠାରୁ ବୟସ୍କମାନଙ୍କୁ ଦେଖ, କେତେ ବିକାରୀ ମଦୁଆ ଅଟନ୍ତି । ମଦ୍ୟ ବହୁତ ଖରାପ ଜିନିଷ ଅଟେ । ସତ୍ୟଯୁଗରେ ତ ଶୁଦ୍ଧ ଆତ୍ମାମାନେ ରହିବେ ପୁଣି ତଳକୁ ଖସି-ଖସି ବିଲକୁଲ୍ ଛି-ଛି ହୋଇଯାଉଛନ୍ତି ସେଥିପାଇଁ ଏହାକୁ ରୌରବ ନର୍କ କୁହାଯାଉଛି । ମଦ୍ୟ ଏପରି ଜିନିଷ ଯିଏ ଝଗଡା, ମାରପିଟ୍, କ୍ଷତି କରିବାରେ ଡେରି କରିନଥାଏ । ବର୍ତ୍ତମାନ ସମୟରେ ମନୁଷ୍ୟର ବୁଦ୍ଧି ଯେପରି ଭ୍ରଷ୍ଟ ହୋଇଗଲାଣି । ମାୟା ବହୁତ ଶକ୍ତିଶାଳୀ ଅଟେ । ବାବା ସର୍ବଶକ୍ତିମାନ, ସୁଖଦାତା ଅଟନ୍ତି । ସେହିପରି ମାୟା ବହୁତ ଦୁଃଖଦାୟୀ ଅଟେ । କଳିଯୁଗରେ ମନୁଷ୍ୟର ଅବସ୍ଥା କଣ ହୋଇଯାଉଛି, ଏକଦମ୍ ଜୀର୍ଣ୍ଣଶୀର୍ଣ୍ଣ । କିଛି ହେଲେ ବୁଝୁ ନାହାଁନ୍ତି, ଯେପରି ପଥରବୁଦ୍ଧି ଅଟନ୍ତି । ଏହା ମଧ୍ୟ ଡ୍ରାମାରେ ଅଛି ନା । କାହାର ଭାଗ୍ୟରେ ନଥିଲେ ପୁଣି ଏପରି ହୀନ ବୁଦ୍ଧି ହୋଇଯାନ୍ତି । ବାବା ତ ବହୁତ ସହଜ ଜ୍ଞାନ ଦେଉଛନ୍ତି । ସନ୍ତାନ ବୋଲି କହି ବୁଝାଉଛନ୍ତି । ମାତାମାନେ ମଧ୍ୟ କହୁଛନ୍ତି ଆମର ୫ଟି ଲୌକିକ ଏବଂ ଜଣେ ପାରଲୌକିକ ସନ୍ତାନ ଅଛନ୍ତି । ଯିଏ ଆମକୁ ସୁଖଧାମକୁ ନେଇଯିବାକୁ ଆସିଛନ୍ତି । ବାପ ସହିତ ତାଙ୍କୁ ସନ୍ତାନ ବୋଲି ମଧ୍ୟ ଭାବୁଛନ୍ତି । ଜାଦୁଗର ଅଟନ୍ତି ନା । ବାବା ଯାଦୁଗର ହୋଇଥିବାରୁ ପିଲାମାନେ ମଧ୍ୟ ଜାଦୁଗର ହୋଇଯାଉଛନ୍ତି । କହୁଛନ୍ତି ବାବା ଆମର ସନ୍ତାନ ମଧ୍ୟ ଅଟନ୍ତି । ତେଣୁ ବାବାଙ୍କୁ ଅନୁସରଣ କରି ଏପରି ହେବା ଉଚିତ୍ । ସ୍ୱର୍ଗରେ ଏହାଙ୍କ ରାଜ୍ୟ ଥିଲା ନା । ଶାସ୍ତ୍ରରେ ଏହି କଥା ନାହିଁ । ଏହି ଭକ୍ତିମାର୍ଗରେ ଶାସ୍ତ୍ର ଗୁଡିକ ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ପୁଣି ମଧ୍ୟ ହେବ । ଏକଥା ମଧ୍ୟ ବାବା ବୁଝାଉଛନ୍ତି ଯେ ପଢାଇଲାବାଲା ଶିକ୍ଷକ ଦରକାର ନା । ବହି କଣ କେବେ ଶିକ୍ଷକ ହୋଇପାରିବ । ତେବେ ତ ଶିକ୍ଷକଙ୍କର ଆବଶ୍ୟକତା ନଥାନ୍ତା । ଏହି ବହି ଶାସ୍ତ୍ର ଇତ୍ୟାଦି ସତ୍ୟଯୁଗରେ ରହିବ ନାହିଁ ।

ବାବା ବୁଝାଉଛନ୍ତି ତୁମେ ଆତ୍ମାକୁ ତ ଜାଣୁଛ ନା । ଆତ୍ମାମାନଙ୍କର ପିତା ନିଶ୍ଚୟ ଅଛନ୍ତି । ଯେବେ କେହି ପ୍ରବକ୍ତା ଆସୁଛନ୍ତି ତେବେ ସମସ୍ତେ କହନ୍ତି ହିନ୍ଦୁ-ମୁସଲିମ୍ ଭାଇ-ଭାଇ, ଅର୍ଥ କିଛି ହେଲେ ବୁଝନ୍ତି ନାହିଁ । ଭାଇ-ଭାଇର ଅର୍ଥ ବୁଝିବା ଦରକାର ନା । ନିଶ୍ଚୟ ତାଙ୍କର ପିତା ମଧ୍ୟ ଥିବେ । ଏତିକି ସାଧାରଣ ଜ୍ଞାନ ମଧ୍ୟ ନାହିଁ । ଭଗବାନଉବାଚ ଗୀତାରେ ମଧ୍ୟ ଅଛି ଏହା ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ । ଅର୍ଥ କେତେ ପରିଷ୍କାର ଭାବେ ବୁଝାଯାଉଛି । ବାବା କାହାର କୌଣସି ନିନ୍ଦା କରୁନାହାଁନ୍ତି । ବାବା ତ ରାସ୍ତା ବତାଉଛନ୍ତି । ପ୍ରଥମ ନମ୍ବରରୁ ଶେଷ ନମ୍ବର, ଗୋରାରୁ ଶ୍ୟାମଳ ହେଉଛନ୍ତି । ତୁମେ ମଧ୍ୟ ଜାଣୁଛ ଆମେ ଗୋରା ଥିଲୁ ପୁଣି ଏହିପରି ଗୋରା ହେବୁ । ବାବାଙ୍କୁ ୟାଦ କରିବା ଦ୍ୱାରା ହିଁ ଏହିପରି ଗୋରା ହେବୁ । ଏହା ରାବଣ ରାଜ୍ୟ ଅଟେ । ରାମ ରାଜ୍ୟକୁ ଶିବାଳୟ କୁହାଯାଏ । ସୀତାଙ୍କ ରାମ, ସିଏ ତ ତ୍ରେତାରେ ରାଜ୍ୟ କରିଥିଲେ, ଏଥିରେ ମଧ୍ୟ ବୁଝିବାର କଥା ରହିଛି । ଦୁଇ କଳା କମ୍ କୁହାଯାଉଛି । ସତ୍ୟଯୁଗ ଶ୍ରେଷ୍ଠ ଅଟେ, ତାକୁ ୟାଦ କରୁଛନ୍ତି ତ୍ରେତା ଏବଂ ଦ୍ୱାପରକୁ ଏତେ ୟାଦ କରୁନାହାଁନ୍ତି । ସତ୍ୟଯୁଗ ନୂଆ ଦୁନିଆ ଏବଂ କଳିଯୁଗ ପୁରୁଣା ଦୁନିଆ ଅଟେ । ସେଠାରେ ଶତପ୍ରତିଶତ ସୁଖ ଏବଂ ଏଠାରେ ଶତପ୍ରତିଶତ ଦୁଃଖ । ତ୍ରେତା ଏବଂ ଦ୍ୱାପର ହେଲା ଅଧା । ସେଥିପାଇଁ ମୁଖ୍ୟ ସତ୍ୟ ଏବଂ କଳିଯୁଗର ଗାୟନ କରାଯାଏ । ବାବା ସତ୍ୟଯୁଗ ସ୍ଥାପନ କରୁଛନ୍ତି । ଏବେ ତୁମର କାମ ହେଉଛି ପୁରୁଷାର୍ଥ କରିବା । ସତ୍ୟଯୁଗ ନିବାସୀ ହେବ ନା ତ୍ରେତା ନିବାସୀ ହେବ ? ଦ୍ୱାପରରେ ପୁଣି ତଳକୁ ଓହ୍ଳାଉଛ । ତଥାପି ମଧ୍ୟ ଦେବୀ-ଦେବତା ଧର୍ମର ଅଟ । କିନ୍ତୁ ପତିତ ହେବା କାରଣରୁ ନିଜକୁ ଦେବୀ-ଦେବତା କହିପାରୁନାହଁ । ତେଣୁ ବାବା ମିଠା ମିଠା ସନ୍ତାନମାନଙ୍କୁ ପ୍ରତ୍ୟେହ ବୁଝାଉଛନ୍ତି । ମୁଖ୍ୟ କଥା ହେଲା ମନମନାଭବ । ତୁମେ ହିଁ ନମ୍ବରୱାନ ହେଉଛ । ୮୪ ଜନ୍ମର ଚକ୍ର ଲଗାଇ ଅନ୍ତିମ ସମୟକୁ ଆସୁଛ ପୁଣି ନମ୍ବର ୱାନକୁ ଯାଉଛ ତେଣୁ ଏବେ ବେହଦର ବାବାଙ୍କୁ ୟାଦ କରିବାକୁ ହେବ । ସେ ବେହଦର ବାବା ଅଟନ୍ତି । ପୁରୁଷୋତ୍ତମ ସଂଗମଯୁଗରେ ହିଁ ବେହଦର ବାବା ଆସି ତୁମକୁ ୨୧ ପିଢି ସ୍ୱର୍ଗର ସୁଖ ଦେଉଛନ୍ତି । ପିଢି ଶେଷ ହେଲେ ତୁମେ ସ୍ୱତଃ ଶରୀର ଛାଡିବ । ଯୋଗବଳ ଅଟେ ନା । ବିଧି ହିଁ ଏପରି ରଚନା କରାଯାଇଛି, ଏହାକୁ ଯୋଗବଳ କୁହାଯାଉଛି । ସେଠାରେ ଜ୍ଞାନର କଥା ରହିବ ନାହିଁ । ସ୍ୱତଃ ତୁମେ ବୁଢା ହେବ । ସେଠାରେ କୌଣସି ବିମାରୀ ଆଦି ରହିବ ନାହିଁ । କେହି ଛୋଟା ଅଥବା ତେଢା ବଙ୍କା ହେବେ ନାହିଁ । ସଦା ସୁସ୍ଥ ରହିବେ । ସେଠାରେ ଦୁଃଖର ଚିହ୍ନ ବର୍ଣ୍ଣ ରହିବ ନାହିଁ । ପୁଣି ଅଳ୍ପ-ଅଳ୍ପ କଳା କମ୍ ହୋଇଥାଏ । ଏବେ ପିଲାମାନଙ୍କୁ ବେହଦ ବାବାଙ୍କଠାରୁ ଶ୍ରେଷ୍ଠ ସମ୍ପତ୍ତି ପାଇବା ପାଇଁ ପୁରୁଷାର୍ଥ କରିବାକୁ ହେବ । ପାସ୍ ୱିଥ୍ ଅନର ହେବା ଦରକାର ନା । ସମସ୍ତେ ତ ଉଚ୍ଚ ପଦ ପାଇପାରିବେ ନାହିଁ । ଯିଏ ସେବା ହିଁ କରୁନାହାଁନ୍ତି ସେ କଣ ପଦ ପାଇବେ । ମିୟ୍ୟୁଜିୟମରେ ପିଲାମାନେ କେତେ ସେବା କରୁଛନ୍ତି, ବିନା ଡକରାରେ ଲୋକେ ଆସିଯାଉଛନ୍ତି । ଏହାକୁ ବିହଙ୍ଗମାର୍ଗର ସେବା କୁହାଯାଏ । ଜଣାନାହିଁ ଆଗକୁ ଏହାଠାରୁ ଅଧିକ ଆଉ କୌଣସି ବିହଙ୍ଗ ମାର୍ଗର ସେବା ବାହାରି ପାରେ । ଦୁଇ-ଚାରିଟି ମୁଖ୍ୟ ଚିତ୍ର ନିଶ୍ଚୟ ସାଥିରେ ରହିବା ଦରକାର । ବଡ-ବଡ ତ୍ରିମୂର୍ତ୍ତୀ, କଳ୍ପବୃକ୍ଷ, ସିଡି, ଗୋଲା -- ଏହି ଚିତ୍ର ପ୍ରତ୍ୟେକ ଜାଗାରେ ବହୁତ ବଡ ବଡ ରହିବା ଉଚିତ୍ । ଯେତେବେଳେ ପିଲାମାନେ ଜ୍ଞାନରେ ହୁସିଆର ହେବେ ସେତେବେଳେ ଯାଇ ସେବା ହେବ ନା । ସେବା ତ ନିଶ୍ଚୟ ହିଁ ହେବ । ଗାଁ ମାନଙ୍କରେ ମଧ୍ୟ ସେବା କରିବାକୁ ପଡିବ । ମାତାମାନେ ଯଦିଓ ଲେଖା-ପଢା ଜାଣିନାହାଁନ୍ତି କିନ୍ତୁ ବାବାଙ୍କର ପରିଚୟ ଦେବା ତ ବହୁତ ସହଜ । ଆଗରୁ ମହିଳାମାନେ ପଢୁନଥିଲେ । ମୁସଲମାନଙ୍କ ରାଜ୍ୟରେ ଗୋଟିଏ ଆଖି ଖୋଲି ବାହାରକୁ ଆସୁଥିଲେ । ଏହି ବାବା ବହୁତ ଅନୁଭବୀ ଅଟନ୍ତି । ଶିବବାବା କହୁଛନ୍ତି ମୁଁ ଏସବୁ ଜାଣିନାହିଁ । ମୁଁ ତ ଉପରେ ରହୁଛି । ଏସବୁ କଥା ଏହି ବ୍ରହ୍ମା ତୁମକୁ ଶୁଣାଉଛନ୍ତି । ଇଏ ଅନୁଭବୀ ଅଟନ୍ତି । ମୁଁ ତ କେବଳ ମନମନାଭବର କଥା ହିଁ ଶୁଣାଉଛି ଏବଂ ସୃଷ୍ଟି ଚକ୍ରର ରହସ୍ୟ ବୁଝାଉଛି, ଯାହାକି ଇଏ (ବ୍ରହ୍ମା) ଜାଣିନାହାଁନ୍ତି । ଇଏ ତ ନିଜର ଅନୁଭବ ଅଲଗା ବୁଝାଉଛନ୍ତି, ମୁଁ ଏସବୁ କଥାରେ ଯାଏ ନାହିଁ । ମୋର ପାର୍ଟ ହେଲା କେବଳ ତୁମକୁ ରାସ୍ତା ବତାଇବା । ମୁଁ ପିତା, ଶିକ୍ଷକ, ଗୁରୁ ଅଟେ । ଶିକ୍ଷକ ହୋଇ ତୁମକୁ ପଢାଉଛି, ବାକି ଏଥିରେ କୃପା ଆଦିର କୌଣସି କଥା ନାହିଁ । ପଢାଉଛି ପୁଣି ସାଥିରେ ନେଇଯିବି । ଏହି ପାଠପଢା ଦ୍ୱାରା ହିଁ ସଦଗତି ହେଉଛି । ମୁଁ ତୁମକୁ ନେଇଯିବା ପାଇଁ ହିଁ ଆସିଛି । ଶିବଙ୍କ ବରଯାତ୍ରୀର ଗାୟନ ଅଛି । ଶଙ୍କରଙ୍କର ବରଯାତ୍ରୀ ନଥାଏ । ଶିବଙ୍କର ବରଯାତ୍ରୀ ଥାଆନ୍ତି । ସମସ୍ତ ଆତ୍ମାମାନେ ବରର ପଛରେ ଯାଇଥାନ୍ତି ନା । ଏମାନେ ସମସ୍ତେ ହେଲେ ଭକ୍ତ, ମୁଁ ହେଲି ଭଗବାନ । ପବିତ୍ର କରାଇ ସାଥିରେ ନେଇଯିବା ପାଇଁ ହିଁ ତୁମେ ମୋତେ ଡାକିଛ । ତେଣୁ ମୁଁ ତୁମକୁ ସାଥିରେ ହିଁ ନେଇଯିବି । ହିସାବ-କିତାବ ଚୁକ୍ତ କରାଇ ନେଇଯିବି ।

ବାବା ଘଡିକୁ ଘଡି କହୁଛନ୍ତି ମନମନାଭବ । ବାବାଙ୍କୁ ୟାଦ କଲେ ସମ୍ପତ୍ତି ମଧ୍ୟ ନିଶ୍ଚୟ ମନେପଡିବ । ବିଶ୍ୱର ବାଦଶାହୀ ମିଳୁଛି ନା । ସେଥିପାଇଁ ପୁରୁଷାର୍ଥ ମଧ୍ୟ ଏପରି କରିବାକୁ ପଡିବ । ତୁମକୁ କୌଣସି କଷ୍ଟ ଦେଉନାହିଁ । ଜାଣିଛି ତୁମେ ବହୁତ ଦୁଃଖ ଦେଖିଛ । ଏବେ ତୁମକୁ କୌଣସି କଷ୍ଟ ଦେଉନାହିଁ । ଭକ୍ତି ମାର୍ଗରେ ଆୟୁଷ ମଧ୍ୟ କମ୍ ହୋଇଥାଏ । ଅକାଳମୃତ୍ୟୁ ହୋଇଯାଏ । କେତେ ହାଏ ହାଏ କରିଥାନ୍ତି । କେତେ ଦୁଃଖ ଭୋଗିବାକୁ ପଡୁଛି । ମତି ହିଁ ଭ୍ରମ ହୋଇଯାଉଛି । ଏବେ ବାବା କହୁଛନ୍ତି କେବଳ ମୋତେ ୟାଦ କରୁଥାଅ । ସ୍ୱର୍ଗର ମାଲିକ ହେବାକୁ ହେଲେ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ପଡିବ । ସର୍ବଦା ଉଚ୍ଚ ହେବା ପାଇଁ ପୁରୁଷାର୍ଥ କରାଯାଇଥାଏ ଯେ ଆମେ କିପରି ଲକ୍ଷ୍ମୀ-ନାରାୟଣ ହେବୁ । ବାବା କହୁଛନ୍ତି ମୁଁ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ଉଭୟ ଧର୍ମ ସ୍ଥାପନ କରୁଛି । ତ୍ରେତାକୁ ଯାଉଥିବା ଆତ୍ମା ଫେଲ୍ ହେଉଥିବାରୁ ତାଙ୍କୁ କ୍ଷତ୍ରିୟ କୁହାଯାଉଛି । ଏହା ଯୁଦ୍ଧକ୍ଷେତ୍ର ଅଟେ ନା । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସୁଖଧାମର ସମ୍ପତ୍ତିର ପୂରା ଅଧିକାର ନେବା ପାଇଁ ସଂଗମଯୁଗରେ ରୁହାନୀ ଜାଦୁକର ହୋଇ ବାବାଙ୍କୁ ମଧ୍ୟ ନିଜର ସନ୍ତାନ କରିନେବାକୁ ହେବ । ତାଙ୍କ ଉପରେ ସଂପୂର୍ଣ୍ଣ ସମର୍ପଣ ହେବାକୁ ପଡିବ ।

(୨) ସ୍ୱଦର୍ଶନ ଚକ୍ରଧାରୀ ହୋଇ ନିଜକୁ ଭାଗ୍ୟବାନ୍ ତାରକା କରିବାକୁ ପଡିବ । ବିହଙ୍ଗ ମାର୍ଗର ସେବାରେ ନିମିତ୍ତ ହୋଇ ଉଚ୍ଚପଦ ନେବାକୁ ହେବ । ଗାଁ-ଗାଁରେ ସେବା କରିବାକୁ ପଡିବ । ତା ସହିତ ଯୋଗର ଚାର୍ଟ ମଧ୍ୟ ନିଶ୍ଚିତ ରଖିବାକୁ ପଡିବ ।

ବରଦାନ:-
ଦେହ ଏବଂ ଦେହର ଦୁନିଆର ସ୍ମୃତିଠାରୁ ଉର୍ଦ୍ଧ୍ଵରେ ରହୁଥିବା ସର୍ବବନ୍ଧନରୁ ମୁକ୍ତ ଫରିସ୍ତା ହୁଅ ।

ଯେଉଁମାନଙ୍କର କୌଣସି ବି ଦେହ ଏବଂ ଦେହଧାରୀଙ୍କ ସହିତ ସମ୍ବନ୍ଧ ଅର୍ଥାତ୍ ମାନସିକ ଆକର୍ଷଣ ନାହିଁ ସେହିମାନେ ହିଁ ଫରିସ୍ତା ଅଟନ୍ତି ଏବଂ ଫରିସ୍ତାମାନଙ୍କର ପାଦ ସର୍ବଦା ଧରଣୀଠାରୁ ଉର୍ଦ୍ଧ୍ଵରେ ରହିଥାଏ । ଧରଣୀଠାରୁ ଉର୍ଦ୍ଧ୍ଵ ଅର୍ଥାତ୍ ଦୈହିକ ସ୍ମୃତିଠାରୁ ଉର୍ଦ୍ଧ୍ଵରେ ରହିଥାଏ । ଯେଉଁମାନେ ଦେହ ଏବଂ ଦେହର ଦୁନିଆର ସ୍ମୃତିଠାରୁ ଉର୍ଦ୍ଧ୍ଵରେ ରହିଥାନ୍ତି ସେହିମାନେ ହିଁ ସର୍ବବନ୍ଧନରୁ ମୁକ୍ତ ଫରିସ୍ତା ହୋଇଯାଆନ୍ତି । ଏହିଭଳି ଫରିସ୍ତାମାନେ ହିଁ ଡବଲ ଲାଇଟ୍ ସ୍ଥିତିର ଅନୁଭବ କରିଥାନ୍ତି ।

ସ୍ଲୋଗାନ:-
ବାଣୀ ସହିତ ଚାଲିଚଳନ ଏବଂ ଚେହେରାରେ ବାବାଙ୍କ ସମାନ ଗୁଣ ଦେଖାଯାଉ, ତେବେ ଯାଇ ପ୍ରତ୍ୟକ୍ଷତା ହେବ ।