24.02.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ମିଠେ ବଚ୍ଚେ, ତୁମେମାନେ ମୋତେ ମନେ ପକାଅ ଏବଂ ସ୍ନେହ କର କାରଣ ମୁଁ ହିଁ ତୁମମାନଙ୍କୁ ସଦା ସୁଖୀ କରିବା ପାଇଁ ଆସିଛି ।

ପ୍ରଶ୍ନ:-
ଯେଉଁ ପିଲାମାନଙ୍କ ଦ୍ୱାରା ବାରମ୍ବାର ଅବହେଳା ହୋଇଥାଏ ସେମାନଙ୍କ ମୁଖରୁ କେଉଁ ବାଣୀ ସ୍ୱତଃ ବାହାରିଥାଏ?

ଉତ୍ତର:-
ଭାଗ୍ୟରେ ଯାହା ଥିବ ତାହା ମିଳିବ । ସ୍ୱର୍ଗକୁ ତ ଯିବି ନିଶ୍ଚିତ । ବାବା କହୁଛନ୍ତି ଏହିଭଳି ବାଣୀ ପୁରୁଷାର୍ଥୀ ପିଲାମାନଙ୍କର ନୁହେଁ । ଉଚ୍ଚ ପଦ ପାଇବା ପାଇଁ ହିଁ ପୁରୁଷାର୍ଥ କରିବାକୁ ହେବ । ଯେବେକି ବାବା ଆସିଛନ୍ତି, ଉଚ୍ଚପଦ ଦେବା ପାଇଁ ତେଣୁ ସେଥିରେ ଅବହେଳା କର ନାହିଁ ।

ଗୀତ:-
ବଚପନ କେ ଦିନ ଭୁଲା ନ ଦେନା...

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ସନ୍ତାନମାନେ ଗୀତର ଅର୍ଥକୁ ବୁଝିଛନ୍ତି । ଏବେ ବଞ୍ଚି ଥାଉ ଥାଉ ତୁମେମାନେ ଅବିନାଶୀ ବାବାଙ୍କର ସନ୍ତାନ ହୋଇଛ । ସାରା କଳ୍ପ ତ ବିନାଶୀ ପିତାଙ୍କର ସନ୍ତାନ ହୋଇ ଆସିଛ । ଏବେ କେବଳ ତୁମେ ବ୍ରାହ୍ମଣ ପିଲାମାନେ ହିଁ ବେହଦ ବାବାଙ୍କର ହୋଇଛ । ତୁମେ ଜାଣିଛ ବେହଦ ବାବାଙ୍କଠାରୁ ଆମେ ବେହଦର ବର୍ସା ଅର୍ଥାତ୍ ସମ୍ପତ୍ତି ନେଉଛୁ । ଯଦି ବାବାଙ୍କୁ ଛାଡିଦେବ ତେବେ ବେହଦର ବର୍ସା ମିଳିପାରିବ ନାହିଁ । ଯଦିଓ ତୁମେ ଜ୍ଞାନ ବୁଝାଉଛ କିନ୍ତୁ ଅଳ୍ପରେ ତ କେହି ସନ୍ତୁଷ୍ଟ ହୋଇନଥାନ୍ତି । ମନୁଷ୍ୟ ଧନ ପ୍ରାପ୍ତିର ଇଚ୍ଛା ରଖିଥାନ୍ତି । ଧନ ବ୍ୟତୀତ ସୁଖ ନାହିଁ । ସୁଖରେ ରହିବା ପାଇଁ ଧନ ମଧ୍ୟ ଆବଶ୍ୟକ, ଶାନ୍ତି ମଧ୍ୟ ଆବଶ୍ୟକ ଏବଂ ନିରୋଗୀ କାୟା ମଧ୍ୟ ଆବଶ୍ୟକ । ତୁମେ ପିଲାମାନେ ହିଁ ଜାଣିଛ ଦୁନିଆରେ ଆଜି କଣ ଅଛି କାଲି କଣ ହେବ । ବିନାଶ ତ ସମ୍ମୁଖରେ ଉପସ୍ଥିତ ହୋଇଗଲାଣି । ଆଉ କାହା ବୁଦ୍ଧିରେ ଏହି ସବୁ କଥା ନାହିଁ । ଯଦି ଜାଣି ବି ଯିବେ ଯେ ବିନାଶ ପାଖେଇ ଆସିଲାଣି, ତେବେ ବି କଣ କରିବାକୁ ହେବ, ଏକଥା ଜାଣି ନାହାଁନ୍ତି । ତୁମେ ପିଲାମାନେ ଜାଣିଛ କେବେ ବି ଲଢେଇ ଲାଗିପାରିବ, ଟିକିଏ ବି ଯୁଦ୍ଧରେ ନିଆଁ ଲାଗିଗଲେ ଚାରିଆଡେ ବିଶୃଙ୍ଖଳା ବ୍ୟାପିଯିବାକୁ ଡେରି ହେବ ନାହିଁ । ପିଲାମାନେ ଜାଣିଛନ୍ତି ଯେ ଏବେ ପୁରୁଣା ଦୁନିଆ ସମାପ୍ତ ହେବାର ସମୟ ପାଖେଇ ଆସିଲାଣି ସେଥିପାଇଁ ଏବେ ଶୀଘ୍ର ଶୀଘ୍ର ବାବାଙ୍କଠାରୁ ବର୍ସା ନେବାକୁ ହେବ । ଯଦି ବାବାଙ୍କୁ ସବୁବେଳେ ମନେ ପକାଇବ ତେବେ ବହୁତ ହର୍ଷିତ ରହିପାରିବ । ଦେହ-ଅଭିମାନରେ ଆସିବା ଦ୍ୱାରା ବାବାଙ୍କୁ ଭୂଲି ଦୁଃଖ ଭୋଗ କରିଥାଅ । ଯେତେ ଯେତେ ବାବାଙ୍କୁ ମନେ ପକାଇବ ସେତେ ସେତେ ବେହଦ ବାବାଙ୍କଠାରୁ ସୁଖ ପାଇ ପାରିବ । ତୁମେମାନେ ଏଠାକୁ ଆସିଛ ଏହିଭଳି ଲକ୍ଷ୍ମୀ-ନାରାୟଣ ହେବା ପାଇଁ । ରାଜା-ରାଣୀଙ୍କର ଦାସ-ଦାସୀ ହେବା ଏବଂ ପ୍ରଜାଙ୍କର ନୌକର-ଚାକର ହେବା - ଏଥିରେ ଫରକ ଅଛି ନା । ବର୍ତ୍ତମାନର ପୁରୁଷାର୍ଥ କଳ୍ପ-କଳ୍ପାନ୍ତର ପାଇଁ ନିଧାର୍ଯ୍ୟ ହୋଇଯାଉଛି । ଅନ୍ତିମ ସମୟରେ ସମସ୍ତଙ୍କୁ ସାକ୍ଷାତ୍‌କାର ହେବ - ମୁଁ କେତେ ପୁରୁଷାର୍ଥ କରିଛି? ଏବେ ବାବା କହୁଛନ୍ତି, ନିଜର ଅବସ୍ଥାକୁ ଦେଖୁଥାଅ । ମିଠାରୁ ମିଠା ବାବା ଯାହାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି, ମୁଁ ତାଙ୍କୁ କେତେ ମନେ ପକାଉଛି । ତୁମର ସବୁ କିଛି ବାବାଙ୍କ ସ୍ମୃତି ଉପରେ ନିର୍ଭର କରୁଛି । ଯେତେ ଯେତେ ମନେ ପକାଇବ ସେତିକି ଖୁସି ମଧ୍ୟ ମିଳିବ । ଜଣାପଡିବ ମୁଁ ନିକଟରେ ପହଞ୍ଚି ଗଲିଣି । କେହି କେହି ଥକି ମଧ୍ୟ ଯାଇଥାନ୍ତି, ଭାବନ୍ତି କିଏ ଜାଣେ ସମ୍ପୂର୍ଣ୍ଣତା ଆଉ କେତେ ଦୂରରେ ଅଛି । ଯଦି ପହଞ୍ଚି ଯାଇଥାନ୍ତେ ତେବେ ପରିଶ୍ରମ ମଧ୍ୟ ସଫଳ ହୋଇଥାନ୍ତା । ଏବେ ତୁମେମାନେ ଯେଉଁ ଲକ୍ଷ୍ୟ ସ୍ଥଳକୁ ଯାତ୍ରା କରୁଛ ତାକୁ ଦୁନିଆ ଜାଣିନାହିଁ । ଦୁନିଆକୁ ଏକଥା ମଧ୍ୟ ଜଣାନାହିଁ ଯେ ଭଗବାନ କାହାକୁ କୁହାଯାଏ । ଭଗବାନ ବୋଲି ମଧ୍ୟ କହୁଛନ୍ତି । ପୁଣି କହିଦେଉଛନ୍ତି ପଥର-ଠିକର ଭିତରେ ଅଛନ୍ତି ।

ଏବେ ତୁମେ ପିଲାମାନେ ଜାଣିଛ ଆମେ ବାବାଙ୍କର ହୋଇସାରିଛୁ । ତେଣୁ ବାବାଙ୍କ ମତ ଅନୁସାରେ ହିଁ ଚାଲିବାକୁ ହେବ । ଯଦିଓ ବିଦେଶରେ ରହୁଛ କିନ୍ତୁ ସେଠାରେ ଥାଇ ମଧ୍ୟ କେବଳ ବାବାଙ୍କୁ ମନେ ପକାଇବାକୁ ହେବ । ଏବେ ତୁମକୁ ଶ୍ରୀମତ ମିଳୁଛି । ବାବାଙ୍କ ସ୍ମୃତି ବ୍ୟତୀତ ଅନ୍ୟ କୌଣସି ଉପାୟରେ ଆତ୍ମା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇପାରିବ ନାହିଁ । ତୁମେ କହୁଛ ବାବା ମୁଁ ଆପଣଙ୍କ ଠାରୁ ପୁରା ବର୍ସା ନେବି । ଯେପରି ଆମର ମମ୍ମା-ବାବା ବର୍ସା ନେଉଛନ୍ତି, ମୁଁ ମଧ୍ୟ ପୁରୁଷାର୍ଥ କରି ତାଙ୍କ ଆସନରେ ନିଶ୍ଚିତ ବସିବି । ମମ୍ମା ବାବା ରାଜ-ରାଜେଶ୍ୱରୀ ହେଉଛନ୍ତି ତେଣୁ ମୁଁ ମଧ୍ୟ ହେବି । ପରୀକ୍ଷା ତ ସମସ୍ତଙ୍କ ପାଇଁ ଗୋଟିଏ । ତୁମକୁ ବହୁତ କମ ଶିକ୍ଷା ଦିଆଯାଉଛି, କେବଳ ବାବାଙ୍କୁ ମନେ ପକାଅ । ଏହାକୁ କୁହାଯାଏ ସହଜ ରାଜଯୋଗ ବଳ । ତୁମେ ଜାଣିଛ ଯୋଗରୁ ବହୁତ ଶକ୍ତି ମିଳିଥାଏ । ଭାବୁଛନ୍ତି ମୁଁ ଯଦି କୌଣସି ବିକର୍ମ କରିବି ତେବେ ଦଣ୍ଡ ଭୋଗ କରିବି । ପଦ ଭ୍ରଷ୍ଟ ହୋଇଯିବ । ଯୋଗରେ ହିଁ ମାୟା ବିଘ୍ନ ପକାଇଥାଏ, ଗାୟନ ମଧ୍ୟ ରହିଛି - ସଦଗୁରୁଙ୍କର ନିନ୍ଦୁକକୁ ଠାବ ମିଳେ ନାହିଁ । ସେମାନେ ତ କହିଥାନ୍ତି ଗୁରୁଙ୍କର ନିନ୍ଦୁକ... ନିରାକାରଙ୍କ ବିଷୟରେ କାହାରିକୁ ଜଣାନାହିଁ । ଗାୟନ ମଧ୍ୟ ଅଛି ଭକ୍ତମାନଙ୍କୁ ଭଗବାନ ହିଁ ଫଳ ଦିଅନ୍ତି । ତେବେ ସାଧୁ ସନ୍ଥ ଆଦି ସମସ୍ତେ ଭକ୍ତ ଅଟନ୍ତି । ଭକ୍ତମାନେ ହିଁ ଗଙ୍ଗା ସ୍ନାନ କରିବାକୁ ଯାଇଥାନ୍ତି । ଭକ୍ତ କଣ ଭକ୍ତଙ୍କୁ ଭକ୍ତିର ଫଳ ଦେଇପାରିବ କି? ଯଦି ଭକ୍ତ ଭକ୍ତକୁ ଫଳ ଦେଉଥାନ୍ତେ ତେବେ ସମସ୍ତେ ଭଗବାନଙ୍କୁ କାହିଁକି ଡାକୁଥାନ୍ତେ । ଏହା ହେଉଛି ଭକ୍ତିମାର୍ଗ । ଏଠାରେ ସମସ୍ତେ ଭକ୍ତ ଏବଂ ଭକ୍ତମାନଙ୍କୁ ଫଳ ମଧ୍ୟ ଭଗବାନ ହିଁ ଦେଇଥାନ୍ତି । ଏମିତି ନୁହେଁ ଯେ ଯେଉଁମାନେ ଅଧିକ ଭକ୍ତି କରୁଛନ୍ତି ସେମାନେ କମ ଭକ୍ତି କରୁଥିବା ଭକ୍ତିମାନଙ୍କୁ ଫଳ ଦେଇପାରିବେ । ନା, ଭକ୍ତି ଅର୍ଥାତ୍ ଭକ୍ତି । ରଚନା, ରଚନାକୁ ସମ୍ପତ୍ତି କିପରି ଦେବ । ସମ୍ପତ୍ତି ତ ରଚୟିତାଙ୍କ ଠାରୁ ହିଁ ମିଳିଥାଏ । ବର୍ତ୍ତମାନ ସମୟରେ ସମସ୍ତେ ହିଁ ଭକ୍ତ ଅଟନ୍ତି । ଯେତେବେଳେ ଜ୍ଞାନ ମିଳିଯାଏ ତେବେ ଭକ୍ତି ଆପେ ଆପେ ସମାପ୍ତ ହୋଇଯାଏ । ଜ୍ଞାନର ଜିନ୍ଦାବାଦ ହୋଇଯାଏ । ଜ୍ଞାନ ବିନା ସଦ୍‌ଗତି କିପରି ହେବ । ସମସ୍ତେ ନିଜର ହିସାବ କିତାବ ଚୁକ୍ତ କରି ପରମଧାମକୁ ଚାଲି ଯାଇଥାନ୍ତି । ଏବେ ତୁମେ ପିଲାମାନେ ଜାଣିଛ ଯେ ବିନାଶ ସମ୍ମୁଖରେ ପହଞ୍ଚି ଗଲାଣି । ତା ପୂର୍ବରୁ ପୁରୁଷାର୍ଥ କରି ବାବାଙ୍କଠାରୁ ସମ୍ପୂର୍ଣ୍ଣ ବର୍ସା ନେବାକୁ ହେବ ।

ତୁମେ ଜାଣିଛ ଆମେ ପବିତ୍ର ଦୁନିଆକୁ ଯାଉଛୁ, ଯେଉଁମାନେ ବ୍ରାହ୍ମଣ ହେବେ ସେହିମାନେ ହିଁ ନିମିତ୍ତ ହେବେ । ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ନ ହେବା ପର୍ଯ୍ୟନ୍ତ ତୁମେ ବାବାଙ୍କଠାରୁ ବର୍ସା ନେଇ ପାରିବ ନାହିଁ । ପିତା ତ ସମ୍ପତ୍ତି ଦେବା ପାଇଁ ହିଁ ସନ୍ତାନ ରଚନା କରିଥାନ୍ତି । ଆମେ ତ ଶିବବାବାଙ୍କର ସନ୍ତାନ । ବାବା ପିଲାମାନଙ୍କୁ ବର୍ସା ଦେବା ପାଇଁ ହିଁ ସୃଷ୍ଟି ରଚନା କରୁଛନ୍ତି । ତେବେ ଶରୀରଧାରୀ ମନୁଷ୍ୟମାନଙ୍କୁ ହିଁ ବର୍ସା ଦେବେ ନା । ଆତ୍ମାମାନେ ତ ଉପରେ ରହିଥାନ୍ତି । ସେଠାରେ ତ ବର୍ସା ବା ପ୍ରାଲବ୍ଧ ଭୋଗ କରିବାର କୌଣସି କଥା ନାହିଁ । ତୁମେ ଏବେ ପୁରୁଷାର୍ଥ କରି ପ୍ରାଲବ୍ଧ ନେଉଛ, ଯାହାକି ଦୁନିଆକୁ ଜଣା ନାହିଁ । ବର୍ତ୍ତମାନ ତ ବିନାଶର ସମୟ ପାଖେଇ ପାଖେଇ ଆସୁଛି । ବୋମା ଇତ୍ୟାଦି ତ କେହି ରଖିବା ପାଇଁ ତିଆରି କରି ନାହାଁନ୍ତି । ବିନାଶର ପ୍ରସ୍ତୁତି ଖୁବ ଜୋରରେ ଚାଲିଛି । ଏବେ ବାବା ଆମକୁ ଆଜ୍ଞା ଦେଉଛନ୍ତି ଯେ ମୋତେ ମନେ ପକାଅ । ନଚେତ୍ ଶେଷ ସମୟରେ ବହୁତ କାନ୍ଦିବାକୁ ପଡିବ । ରାଜ ବିଦ୍ୟାର ପରୀକ୍ଷାରେ ଯଦି କେହି ଫେଲ ହୋଇଯାନ୍ତି ତେବେ ରାଗରେ ବୁଡି ମରନ୍ତି । ଏଠାରେ ତ ରାଗିବାର କିଛି କଥା ନାହିଁ । ଶେଷ ସମୟରେ ତୁମକୁ ବହୁତ ସାକ୍ଷାତ୍‌କାର ହେବ । କଣ କଣ ଆମେ ହେବା ସେ କଥା ମଧ୍ୟ ଜଣା ପଡିଯିବ । ବାବାଙ୍କର କାମ ହେଲା ପୁରୁଷାର୍ଥ କରାଇବା । ପିଲାମାନେ କହୁଛନ୍ତି ବାବା ଆମେ କର୍ମ କରୁ କରୁ ଆପଣଙ୍କ ସ୍ମୃତିରେ ରହିବା ଭୁଲି ଯାଉଛୁ, କେହି ପୁଣି କହୁଛନ୍ତି ସ୍ମୃତିରେ ରହିବା ପାଇଁ ଫୁରସତ୍ ମିଳୁ ନାହିଁ, ତେବେ ବାବା କହିବେ ଆଚ୍ଛା ସମୟ ବାହାର କରି ଯୋଗରେ ବସ । ବାବାଙ୍କୁ ମନେ ପକାଅ । ପରସ୍ପର ଭିତରେ ଯେତେବେଳେ ମିଶୁଛ ସେତେବେଳେ ଏହି ଚେଷ୍ଟା କର ଯେ ଆମେ କିଭଳି ବାବାଙ୍କୁ ମନେ ପକାଇବା । ସମସ୍ତେ ଏକାଠି ଯୋଗରେ ବସିଲେ ତୁମେ ଭଲ ଯୋଗ କରିପାରିବ । ସହଯୋଗ ମିଳିବ । ମୂଳ କଥା ହେଲା ବାବାଙ୍କୁ ସ୍ମରଣ କରିବା । କେହି ଯଦି ବିଦେଶକୁ ଯାଉଛ ତେବେ ସେଠାରେ ମଧ୍ୟ କେବଳ ଏହି ଗୋଟିଏ କଥା ମନେ ରଖ - ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବ । ବାବା କହୁଛନ୍ତି କେବଳ ଏହି ଗୋଟିଏ କଥା ମନେ ରଖ ଯେ ମୋତେ ବାବାଙ୍କୁ ମନେ ପକାଇବାକୁ ହେବ । ଯୋଗବଳ ଦ୍ୱାରା ସବୁ ପାପ ଭସ୍ମ ହୋଇଯିବ । ବାବା କହୁଛନ୍ତି ମନମନାଭବ । ମୋତେ ମନେ ପକାଇଲେ ବିଶ୍ୱର ମାଲିକ ହେବ । ମୂଳକଥା ହେଲା ବାବାଙ୍କୁ ମନେ ପକାଇବା । କେଉଁଠିକି ମଧ୍ୟ ଯିବାର ଆବଶ୍ୟକତା ନାହିଁ । ଘର ଗୃହସ୍ଥରେ ରହି ମଧ୍ୟ କେବଳ ବାବାଙ୍କୁ ମନେ ପକାଅ । ଯଦି ପବିତ୍ର ହେବ ନାହିଁ ତେବେ ବାବାଙ୍କୁ ମନେ ପକାଇପାରିବ ନାହିଁ । ଏମିତି ନୁହେଁ ଯେ ସମସ୍ତେ ଆସି କ୍ଳାସ୍‌ରେ ବସି ପଢିପାରିବେ । ମନମନାଭବର ମନ୍ତ୍ରକୁ ଜାଣିଗଲ ତେବେ ଯେଉଁଠିକି ବି ଯାଅ । ସତ୍ତ୍ୱପ୍ରଧାନ ଅର୍ଥାତ୍ ପବିତ୍ର ହେବାର ରାସ୍ତା ତ ବାବା ବତେଇଦେଲେ । ଏମିତି ତ ସେଣ୍ଟରକୁ ଆସିବା ଦ୍ୱାରା ନୂଆ ନୂଆ ପଏଣ୍ଟ ସବୁ ଶୁଣିପାରିବ । ଯଦି କୌଣସି କାରଣରୁ ଆସିପାରୁ ନାହଁ, ପ୍ରବଳ ବର୍ଷା ହେଉଛି, କର୍ଫ୍ୟୁ ଲାଗିଯାଇଛି, ବାହାରକୁ ବାହାରିପାରୁ ନାହିଁ ତେବେ କଣ କରିବ? ବାବା କହୁଛନ୍ତି କୌଣସି ଆପତ୍ତି ନାହିଁ । ଏମିତି ତ ନୁହେଁ ଯେ ଶିବଙ୍କ ମନ୍ଦିରରେ ହିଁ ପାଣିର ଲୋଟା ଢାଳିବାକୁ ହେବ । କେଉଁଠି ବି ରୁହ କିନ୍ତୁ ବାବାଙ୍କ ସ୍ମୃତିରେ ରୁହ । ଚାଲିବା ବୁଲିବା ବେଳେ ମଧ୍ୟ ଯୋଗଯୁକ୍ତ ହୋଇ ରୁହ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି କଥା କୁହ ଯେ ବାବାଙ୍କୁ ମନେ ପକାଇବା ଦ୍ୱାରା ଆମର ବିକର୍ମ ବିନାଶ ହେବ ଏବଂ ଆମେ ଦେବତା ହୋଇଯିବା । କେବଳ ଏହି ଦୁଇଟି ଅକ୍ଷର ହିଁ ମନେ ରଖିବାକୁ ହେବ ବାବା ରଚୟିତାଙ୍କଠାରୁ ହିଁ ବର୍ସା ନେବାକୁ ହେବ । ରଚୟିତା ତ ଜଣେ ହିଁ ଅଟନ୍ତି । ସିଏ ଆସି କେତେ ସହଜ ରାସ୍ତା ବତାଉଛନ୍ତି - ବାବାଙ୍କୁ ସ୍ମରଣ କରିବାର ମନ୍ତ୍ର ମିଳିଗଲା । ବାବା କହୁଛନ୍ତି ଏହି ଈଶ୍ୱରୀୟ ଜନ୍ମର ପିଲା ଦିନକୁ ଭୂଲିଯିବାର ନାହିଁ । ଯଦି ଭୁଲିଯାଅ ତେବେ ଆଜି ହସୁଛ କାଲି କାନ୍ଦିବାକୁ ପଡିବ । ବାବାଙ୍କଠାରୁ ତ ପୁରା ସମ୍ପତ୍ତି ନେବା ଉଚିତ୍ । ଏପରି ବହୁତ ପିଲା ଅଛନ୍ତି ଯିଏକି କହିଥାନ୍ତି ସ୍ୱର୍ଗକୁ ତ ଯିବା ନା । ତେବେ ଯାହା ଆମ ଭାଗ୍ୟରେ ଥିବ... ସେମାନଙ୍କୁ ପୁରୁଷାର୍ଥୀ କୁହାଯିବ ନାହିଁ । ମନୁଷ୍ୟ ଉଚ୍ଚ ପଦ ପାଇବା ପାଇଁ ହିଁ ପୁରୁଷାର୍ଥ କରିଥାନ୍ତି । ବର୍ତ୍ତମାନ ଯେବେକି ବାବାଙ୍କଠାରୁ ଉଚ୍ଚ ପଦ ମିଳୁଛି ତେବେ ଅବହେଳା କାହିଁକି କରିବା । ସ୍କୁଲରେ ଯିଏ ପାଠ ନ ପଢିବେ ସେମାନଙ୍କୁ ପୁଣି ପଢୁଆଙ୍କର ବୋଝ ଉଠାଇବାକୁ ହେବ । ବାବାଙ୍କୁ ଭଲ ଭାବରେ ମନେ ନ ପକାଇଲେ ପ୍ରଜାରେ ଯାଇ ଚାକର ବାକର ହେବ କେବଳ ଏତିକିରେ କଣ ଖୁସି ହୋଇଯିବା ଉଚିତ୍ କି? ପିଲାମାନେ ବାବାଙ୍କ ସମ୍ମୁଖକୁ ଅର୍ଥାତ୍ ମଧୁବନକୁ ଆସି ସତେଜ ହୋଇଯାଉଛନ୍ତି । କେତେକ ବନ୍ଧନଯୁକ୍ତ ମାତା କନ୍ୟାମାନେ ମଧ୍ୟ ଅଛନ୍ତି ଯେଉଁମାନେ ମଧୁବନକୁ ଯାଇପାରୁ ନାହାଁନ୍ତି ସେମାନଙ୍କୁ ବାବା କହୁଛନ୍ତି - ଚିନ୍ତା କର ନାହିଁ, ଘରେ ବସି ବାବାଙ୍କୁ ମନେ ପକାଉଥାଅ । ବାବା କେତେ ବୁଝାଉଛନ୍ତି ଯେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ, ଅଚାନକ ଯୁଦ୍ଧ ଆରମ୍ଭ ହୋଇଯିବ । ଦେଖିବାକୁ ମଧ୍ୟ ମିଳୁଛି ଯେମିତି ଏହି କ୍ଷଣି ଲଢେଇ ଲାଗିଯିବ । ରେଡିଓ ଟି.ଭିରୁ ମଧ୍ୟ ସବୁ କଥା ଜଣା ପଡିଯାଉଛି । ଧମକ ମଧ୍ୟ ଦେଉଛନ୍ତି ଯେ ଟିକିଏ କିଛି ଗଡବଡ କଲେ ଆମେ ଏମିତି କରିଦେବୁ । ଆଗରୁ କହି ଦେଉଛୁ । ବୋମା ରଖିଥିବା କାରଣରୁ ଅହଂକାର ବହୁତ କରୁଛନ୍ତି । ବାବା ମଧ୍ୟ କହୁଛନ୍ତି, ପିଲାମାନେ ଏବେ ଯୋଗ ବଳ ଦ୍ୱାରା ମଜବୁତ ହୋଇନାହାଁନ୍ତି । ତୁରନ୍ତ ଯୁଦ୍ଧ ଲାଗିଯିବ, ଡ୍ରାମା ଅନୁସାରେ ଏଭଳି ହେବ ନାହିଁ । ପିଲାମାନେ ତ ପୁରା ସମ୍ପତ୍ତି ନେଇ ନାହାଁନ୍ତି । ଏବେ ତ ପୁରା ରାଜଧାନୀ ସ୍ଥାପନ ହୋଇନାହିଁ । କିଛି ସମୟ ଦରକାର । ବାବା ପିଲାମାନଙ୍କୁ ପୁରୁଷାର୍ଥ କରାଇ ଚାଲିଛନ୍ତି । କିଏ ଜାଣେ କେତେବେଳେ କଣ ହୋଇଯିବ, ଏରୋପ୍ଲେନ, ଟ୍ରେନ ଇତ୍ୟାଦି ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଯାଉଛି । ମୃତ୍ୟୁ କେତେ ସହଜରେ ହୋଇଯାଉଛି । ଭୁମିକମ୍ପ ମଧ୍ୟ ହେବାକୁ ଲାଗିଛି । ସବୁଠାରୁ ବେଶି ବିନାଶର କାର୍ଯ୍ୟ ଭୁମିକମ୍ପ ହିଁ କରିବ । ଏହିଭଳି ହଲିବା ଦ୍ୱାରା ତ ଘର ଦ୍ୱାର ଭାଙ୍ଗିବ ନା । ତେଣୁ ମୃତ୍ୟୁ ହେବା ପୂର୍ବରୁ ବାବାଙ୍କଠାରୁ ପୁରା ବର୍ସା ନେବାକୁ ହେବ ସେଥିପାଇଁ ବହୁତ ସ୍ନେହରେ ବାବାଙ୍କୁ ମନେ ପକାଇବାକୁ ହେବ । ବାବା ଆପଣଙ୍କ ବ୍ୟତୀତ ମୋର ଆଉ କେହି ନାହିଁ । କେବଳ ବାବାଙ୍କୁ ମନେ ପକାଇଚାଲ । କେତେ ବହୁତ ସହଜ ଭାବରେ ବୁଝାଉଛନ୍ତି ଯେମିତିକି ଛୋଟ ଛୋଟ ପିଲାଙ୍କୁ ବୁଝାଇଥାନ୍ତି । ଆଉ କୌଣସି କଷ୍ଟ କାମ ଦେଉନାହିଁ, କେବଳ ମନେ ପକାଅ ଏବଂ କାମ ଅଗ୍ନିରେ ବସି ଯେଉଁଭଳି ତୁମେ ଜଳି ମରିଛ ଏବେ ଜ୍ଞାନ ଚିତା (ଅଗ୍ନି) ଉପରେ ବସି ପବିତ୍ର ହୁଅ । ତୁମକୁ ପଚାରୁଛନ୍ତି ତୁମର ଉଦ୍ଦେଶ୍ୟ କଣ? କୁହ, ଶିବବାବା ଯିଏକି ସମସ୍ତଙ୍କର ପିତା ଅଟନ୍ତି ସିଏ କହୁଛନ୍ତି, ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । କଳିଯୁଗରେ ସମସ୍ତେ ତମୋପ୍ରଧାନ ଅଟନ୍ତି । ସମସ୍ତଙ୍କର ସଦ୍‌ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି ।

ଏବେ ବାବା କହୁଛନ୍ତି କେବଳ ମୋତେ ମନେ ପକାଅ ତେବେ କଳଙ୍କି ଛାଡିଯିବ । ଏତିକି ସନ୍ଦେଶ ତ ସମସ୍ତଙ୍କୁ ଦେଇପାରିବ ନା । ନିଜେ ସ୍ମୃତିରେ ରହିଲେ ଯାଇ ଅନ୍ୟକୁ ସ୍ମୃତି କରାଇପାରିବ । ନିଜେ ମନେ ପକାଉଥିଲେ ଅନ୍ୟକୁ ମଧ୍ୟ ଆଗ୍ରହ ସହକାରେ କହିପାରିବ, ନଚେତ୍ ହୃଦୟରୁ ବାହାରିବ ନାହିଁ । ବାବା କହୁଛନ୍ତି କେଉଁଠାରେ ବି ରୁହ ଯେତେ ଦୂର ସମ୍ଭବ କେବଳ ମୋତେ ମନେ ପକାଅ । ଯିଏ ମିଳୁଛନ୍ତି, ତାଙ୍କୁ ଏହି ଶିକ୍ଷା ଦିଅ ଯେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ ହୋଇଗଲାଣି । ବାବା କହୁଛନ୍ତି ତୁମେ ସବୁ ପତିତ ତମୋପ୍ରଧାନ ହୋଇଯାଇଛ । ଏବେ ମୋତେ ମନେ ପକାଅ ଏବଂ ପବିତ୍ର ହୁଅ । ଆତ୍ମା ହିଁ ପତିତ ହୋଇଯାଇଛି । ସତ୍ୟଯୁଗରେ ଆତ୍ମା ପବିତ୍ର ଥାଏ । ବାବା କହୁଛନ୍ତି ଯୋଗ ଦ୍ୱାରା ହିଁ ଆତ୍ମା ପବିତ୍ର ହେବ, ଆଉ କୌଣସି ଉପାୟ ନାହିଁ । ଏହି ସନ୍ଦେଶ ସମସ୍ତଙ୍କୁ ଦେଇଚାଲ ତେବେ ବହୁତଙ୍କର କଲ୍ୟାଣ କରିପାରିବ, ବାବା ଆଉ କୌଣସି କଷ୍ଟକର କାର୍ଯ୍ୟ ଦେଉନାହାଁନ୍ତି । ସମସ୍ତ ଆତ୍ମାଙ୍କୁ ପାବନ କଲାବାଲା ପତିତ ପାବନ ବାବା ହିଁ ଅଟନ୍ତି । ସବୁଠାରୁ ଉତ୍ତମରୁ ଉତ୍ତମ ପୁରୁଷ କଲାବାଲା ବାବା ହିଁ ଅଟନ୍ତି । ଯେଉଁମାନେ ପୂଜ୍ୟ ଥିଲେ ସେହିମାନେ ହିଁ ପୂଜାରୀ ହୋଇଯାଇଛନ୍ତି । ରାମରାଜ୍ୟରେ ଆମେ ପୂଜ୍ୟ ଥିଲେ, ଏବେ ରାବଣ ରାଜ୍ୟରେ ପୂଜାରୀ ହୋଇଯାଇଛେ । ଏବେ ରାବଣ ରାଜ୍ୟର ଅନ୍ତିମ ସମୟ, ଯେଉଁ ସମୟରେ ବାବାଙ୍କୁ ମନେ ପକାଇ ଆମେ ପୂଜାରୀରୁ ପୂଜ୍ୟ ହେଉଛୁ । ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇବାକୁ ହେବ, ବୁଢୀ ମାତାମାନଙ୍କୁ ମଧ୍ୟ ସେବା କରିବା ଦରକାର । ମିତ୍ର ସମ୍ବନ୍ଧୀମାନଙ୍କୁ ମଧ୍ୟ ସନ୍ଦେଶ ଦିଅ । ସତ୍‌ସଂଗ, ମନ୍ଦିର ଆଦି ଅନେକ ପ୍ରକାର ରହିଛି । ତୁମର ତ ଗୋଟିଏ ପ୍ରକାରର ଅଟେ । କେବଳ ବାବାଙ୍କର ପରିଚୟ ଦେବାକୁ ହେବ । ଶିବବାବା କହୁଛନ୍ତି କେବଳ ମୋତେ ମନେ ପକାଅ ତେବେ ତୁମେ ସ୍ୱର୍ଗର ମାଲିକ ହୋଇଯିବ । ନିରାକାର ଶିବବାବା ସମସ୍ତଙ୍କର ସଦ୍‌ଗତି ଦାତା । ବାବା ଆତ୍ମାମାନଙ୍କୁ କହୁଛନ୍ତି ମୋତେ ମନେ ପକାଇଲେ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ଏକଥା ତ ବୁଝାଇବା ସହଜ ଅଟେ ନା । ବୁଢୀ ବୁଢୀ ମାତାମାନେ ମଧ୍ୟ ଏହି ସେବା କରିପାରିବେ । ମୂଳ କଥା ହିଁ ଏହା ଅଟେ । ବାହାଘର ଇତ୍ୟାଦିକୁ ଗଲେ ମଧ୍ୟ ସମସ୍ତଙ୍କ କାନରେ ଏହି କଥା ଶୁଣାଅ । ଗୀତାର ଭଗବାନ କହୁଛନ୍ତି ମୋତେ ମନେ ପକାଅ । ଏହି କଥାକୁ ସମସ୍ତେ ପସନ୍ଦ କରିବେ । ଅଧିକ ଶୁଣାଇବାର ଆବଶ୍ୟକତା ହିଁ ନାହିଁ । କେବଳ ବାବାଙ୍କର ସନ୍ଦେଶ ଦେବାକୁ ହେବ ଯେ ବାବା କହୁଛନ୍ତି ମୋତେ ମନେ ପକାଅ । ଆଚ୍ଛା, ଏମିତି ଭାବିନିଅ ଯେ ଭଗବାନ ପ୍ରେରଣା ଦେଉଛନ୍ତି । ସ୍ୱପ୍ନରେ ସାକ୍ଷାତ୍‌କାର ହେଉଛି । ଏହି କଥା ଶୁଣିବାକୁ ମିଳୁଛି ଯେ ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମେ ତମୋପ୍ରଧାନରୁ ସତ୍ୱପ୍ରଧାନ ହୋଇଯିବ । ତୁମେ ନିଜେ ମଧ୍ୟ ଏହି ଚିନ୍ତନ କରୁଥାଅ ତେବେ ତୁମର ମଧ୍ୟ ବେଡା (ନୌକା) ପାରି ହୋଇଯିବ । ଆମେ ବାସ୍ତବରେ ବେହଦର ବାବାଙ୍କର ହୋଇଛୁ ଏବଂ ବାବାଙ୍କଠାରୁ ୨୧ ଜନ୍ମର ବର୍ସା ନେଉଛୁ ତେଣୁ ଖୁସିରେ ରହିବା ଦରକାର । ବାବାଙ୍କୁ ଭୁଲିବା ଦ୍ୱାରା ହିଁ ଅସୁବିଧା ହେଉଛି । ବାବା କେତେ ସହଜ କଥା କହୁଛନ୍ତି ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ତେବେ ଆତ୍ମା ସତ୍ତ୍ୱପ୍ରଧାନ ହୋଇଯିବ । ସମସ୍ତେ ଭାବିବେ ଏମାନଙ୍କୁ ତ ନିଶ୍ଚିତ ଭାବରେ ଠିକ୍ ରାସ୍ତା ମିଳିଛି । ଏହି ରାସ୍ତା କେବେ କେହି ବତାଇ ପାରିବେ ନାହିଁ । ଯଦି ସେମାନେ କହିବେ ଯେ ଶିବବାବାଙ୍କୁ ସ୍ମରଣ କର ତେବେ ସାଧୁ ଆଦିଙ୍କ ପାଖକୁ ଆଉ କିଏ ଯିବ! ସମୟ ଏଭଳି ହୋଇଯିବ ଯେ ତୁମେ ଘରୁ ବାହାରକୁ ମଧ୍ୟ ବାହାରି ପାରିବ ନାହିଁ । ବାବାଙ୍କୁ ମନେ ପକାଇ ପକାଇ ଶରୀର ଛାଡିଦେବ । ଅନ୍ତ କାଳରେ ଯିଏ ଶିବବାବାଙ୍କୁ ସ୍ମରଣ କରେ..... ସିଏ ପୁଣି ନାରାୟଣ ଯୋନିରେ ଅର୍ଥାତ୍ କୁଳରେ ବାରମ୍ବାର ଜନ୍ମ ନେବ, ଲକ୍ଷ୍ମୀ-ନାରାୟଣଙ୍କ ରାଜବଂଶ ଭିତରେ ଆସିବ ନା । ବାରମ୍ବାର ରାଜପଦ ପ୍ରାପ୍ତ କରିବ । ବାସ୍ କେବଳ ବାବାଙ୍କୁ ମନେ ପକାଅ ଏବଂ ସ୍ନେହ କର । ତାଙ୍କୁ ମନେ ନ ପକାଇଲେ ସ୍ନେହ କିପରି କରିବ । ଯାହାଠାରୁ ସୁଖ ମିଳିଥାଏ ତାକୁ ସ୍ନେହ କରାଯାଏ । ଦୁଃଖ ଦେଲାବାଲାଙ୍କୁ ସ୍ନେହ କରାଯାଏ ନାହିଁ । ବାବା କହୁଛନ୍ତି ମୁଁ ତୁମକୁ ସ୍ୱର୍ଗର ମାଲିକ କରୁଛି ସେଥିପାଇଁ ମୋତେ ସ୍ନେହ କର । ତେଣୁ ବାବାଙ୍କ ମତ ଉପରେ ଚାଲିବା ଦରକାର ନା । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଖୁସିରେ ରହିବା ପାଇଁ ଯୋଗ କରିବାର ପରିଶ୍ରମ କରିବାକୁ ହେବ । ଯୋଗର ଶକ୍ତି ଆତ୍ମାକୁ ସତ୍ତ୍ୱପ୍ରଧାନ କରିଥାଏ, ତେଣୁ ବହୁତ ସ୍ନେହରେ ବାବାଙ୍କୁ ଯୋଗ କରିବାକୁ ହେବ ।

(୨) ଉଚ୍ଚ ପଦ ପାଇବା ପାଇଁ ପାଠପଢା ଉପରେ ପୁରା ପୁରା ଧ୍ୟାନ ଦେବାକୁ ହେବ । ଏମିତି ନୁହେଁ ଯେ ଯାହା ଭାଗ୍ୟରେ ଥିବ ତାହା ମିଳିବ । ଅବହେଳା ତ୍ୟାଗ କରି ସମ୍ପୂର୍ଣ୍ଣ ବର୍ସାର ଅର୍ଥାତ୍ ରାଜ୍ୟପଦର ଅଧିକାରୀ ଦେବାକୁ ପଡିବ ।

ବରଦାନ:-
ଭାବିବା ଏବଂ କରିବାର ଅନ୍ତରକୁ ସମାପ୍ତ କରୁଥିବା ସ୍ୱ-ପରିବର୍ତ୍ତକ ତଥା ବିଶ୍ୱ ପରିବର୍ତ୍ତକ ହୁଅ ।

କୌଣସି ବି ସଂସ୍କାର, ସ୍ୱଭାବ, ବାଣୀ ବା ସମ୍ପର୍କ ଯାହାକି ଯଥାର୍ଥ ନୁହେଁ ବ୍ୟର୍ଥ ଅଟେ, ତାକୁ ପରିବର୍ତ୍ତନ କରିବାର ପ୍ରକ୍ରିୟାକୁ ତୀବ୍ର କର । ତେଣୁ ଯାହା ଭାବୁଛ, ତାହା ତୁରନ୍ତ କର.... ତେବେ ଯାଇ ବିଶ୍ୱ ପରିବର୍ତ୍ତନର ପ୍ରକ୍ରିୟା ତୀବ୍ର ଅଟେ । ବର୍ତ୍ତମାନ ତ ସ୍ଥାପନା କାର୍ଯ୍ୟରେ ନିମିତ୍ତ ହୋଇଥିବା ଆତ୍ମାମାନଙ୍କର ଭାବିବା ଏବଂ କରିବାରେ ଅନ୍ତର ଦେଖାଯାଉଛି ଯାହାକୁ ସମାପ୍ତ କରିବାକୁ ହେବ ତେବେ ଯାଇ ସ୍ୱ-ପରିବର୍ତ୍ତକ ତଥା ବିଶ୍ୱ ପରିବର୍ତ୍ତକ ହୋଇପାରିବ ।

ସ୍ଲୋଗାନ:-
ସବୁଠାରୁ ଭାଗ୍ୟବାନ ଆତ୍ମା ସେହିମାନେ ଅଟନ୍ତି ଯେଉଁମାନେ ନିଜ ଜୀବନରେ ଅନୁଭୂତି ରୂପକ ଉପହାର ପ୍ରାପ୍ତ କରିଛନ୍ତି ।