24.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ରୁହାନୀ ସେବା କରି ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କର, ବାବାଙ୍କ ପ୍ରତି ସଚ୍ଚା ହୃଦୟର ସ୍ନେହ ରଖ ତେବେ ବାବାଙ୍କ ହୃଦୟରେ ସ୍ଥାନ ମିଳିଯିବ ।

ପ୍ରଶ୍ନ:-
ଦେହୀ-ଅଭିମାନୀ ହେବାର ପରିଶ୍ରମ କେଉଁମାନେ କରିପାରିବେ ? ଦେହୀ-ଅଭିମାନୀ ଆତ୍ମାର ଲକ୍ଷଣମାନ ଶୁଣାଅ ?

ଉତ୍ତର:-
ଯେଉଁମାନଙ୍କର ପାଠପଢା ପ୍ରତି ଏବଂ ବାବାଙ୍କ ପ୍ରତି ଅତୁଟ ସ୍ନେହ ଅଛି ସେମାନେ ଦେହୀ-ଅଭିମାନୀ ହେବା ପାଇଁ ପରିଶ୍ରମ କରି ପାରିବେ । ସେମାନଙ୍କର ସ୍ୱଭାବ ବହୁତ ଶୀତଳ ହୋଇଥିବ, କାହା ସହିତ ଅଧିକ କଥାବାର୍ତ୍ତା କରୁନଥିବେ, ସେମାନଙ୍କର ବାବାଙ୍କ ସହିତ ସ୍ନେହ ରହିଥିବ, ଚାଲିଚଳନ ମଧ୍ୟ ବହୁତ ରୟାଲ ହୋଇଥିବ । ସେମାନଙ୍କ ଭିତରେ ନିଶା ରହିଥିବ ଯେ ଆମକୁ ଭଗବାନ ପାଠ ପଢାଉଛନ୍ତି । ଆମେ ତାଙ୍କର ସନ୍ତାନ । ସେମାନେ ବହୁତ ସୁଖଦାୟୀ ହୋଇଥିବେ ଏବଂ ପ୍ରତ୍ୟେକ ପାଦ ଶ୍ରୀମତ ଆଧାରରେ ଚାଲୁଥିବେ ।

ଓମ୍ ଶାନ୍ତି ।
ସନ୍ତାନମାନଙ୍କୁ ସେବା ସମାଚାର ମଧ୍ୟ ଶୁଣିବା ଦରକାର ପୁଣି ଯେଉଁ ମୁଖ୍ୟ ମୁଖ୍ୟ ସେବାଧାରୀ ମହାରଥୀ ଅଛନ୍ତି ସେମାନେ ରାୟ ଦେବା ଉଚିତ୍ । ବାବା ଜାଣିଛନ୍ତି ସର୍ଭିସ୍ଏବୁଲ୍ (ସେବାଧାରୀ) ସନ୍ତାନମାନଙ୍କର ହିଁ ବିଚାର ସାଗର ମନ୍ଥନ ଚାଲିବ । ମେଳା ବା ପ୍ରଦର୍ଶନୀର ଉଦ୍ଘାଟନ କାହା ଦ୍ୱାରା କରାଇବା! କେଉଁ କେଉଁ ପଏଣ୍ଟସ୍ ଅନ୍ୟମାନଙ୍କୁ ଶୁଣାଇବା ଦରକାର । ଯଦି ଶଙ୍କରାଚାର୍ଯ୍ୟ ପ୍ରଭୃତି ତୁମର ଏହି କଥାକୁ ବୁଝିଯିବେ ତେବେ କହିବେ ଏମାନଙ୍କର ଜ୍ଞାନ ତ ବହୁତ ଉଚ୍ଚ । ତେଣୁ ଏମାନଙ୍କର ଶିକ୍ଷାଦାତା ମଧ୍ୟ କେହି ତୀକ୍ଷ୍ଣ ଜ୍ଞାନୀ ଜଣାପଡୁଛନ୍ତି । ଭଗବାନ ପାଠ ପଢାଉଛନ୍ତି, ଏକଥା ସେମାନେ ମାନିବେ ନାହିଁ । ତେଣୁ ପ୍ରଦର୍ଶନୀ ଆଦିର ଉଦ୍ଘାଟନ କରିବା ପାଇଁ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ କଣ କଣ ବୁଝାଉଛନ୍ତି, ସେ ସମାଚାର ସମସ୍ତଙ୍କୁ ବତାଇବା ଦରକାର ଅଥବା ଟେପ୍ରେ ସଂକ୍ଷିପ୍ତରେ ରେକର୍ଡ କରିବା ଉଚିତ୍ । ଯେପରି ଗଙ୍ଗେ ଦାଦୀ ଶଙ୍କରାଚାର୍ଯ୍ୟଙ୍କୁ ବୁଝାଇଥିଲେ, ସେହିପରି ସର୍ଭିସ୍ଏବୁଲ୍ ସନ୍ତାନମାନେ ବାବାଙ୍କର ହୃଦୟରେ ବସିଥାନ୍ତି । ଏପରି ତ ସ୍ଥୂଳ ସେବା ମଧ୍ୟ ଅଛି କିନ୍ତୁ ବାବାଙ୍କର ଧ୍ୟାନ ଆତ୍ମିକ ସେବା ପ୍ରତି ଯାଉଛି ଯାହା ଦ୍ୱାରା ବହୁତଙ୍କର କଲ୍ୟାଣ ହେଉଛି । ଯଦିଓ ପ୍ରତ୍ୟେକ କଥାରେ କଲ୍ୟାଣ ଅଛି । ବ୍ରହ୍ମା ଭୋଜନ ପ୍ରସ୍ତୁତ କରିବାରେ ମଧ୍ୟ କଲ୍ୟାଣ ଅଛି, ଯଦି ଯୋଗଯୁକ୍ତ ହୋଇ ପ୍ରସ୍ତୁତ କରିବ । ଏହିପରି ଯୋଗଯୁକ୍ତ ହୋଇ ଭୋଜନ ପ୍ରସ୍ତୁତ କରିଲାବାଲା ରହିଲେ ଭଣ୍ଡାରରେ ବହୁତ ଶାନ୍ତି ରହିବ । ଯଦି ଯୋଗର ଯାତ୍ରାରେ ରହିବେ ତେବେ କେହି ବି ଆସିଲେ ତାଙ୍କୁ ସଙ୍ଗେ ସଙ୍ଗେ ବୁଝାଇବେ । ବାବା ଜାଣିଛନ୍ତି କେଉଁମାନେ ସର୍ଭିସ୍ଏବୁଲ୍ ସନ୍ତାନ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ବୁଝାଇପାରିବେ । ତେଣୁ ସେହିମାନଙ୍କୁ ହିଁ ସର୍ବଦା ସେବା କରିବା ପାଇଁ ଡାକିଥାନ୍ତି । ତେବେ ସେବାଧାରୀମାନେ ହିଁ ବାବାଙ୍କର ହୃଦୟରେ ବସି ରହିଥାନ୍ତି । ବାବାଙ୍କର ସମସ୍ତ ଧ୍ୟାନ ସେବାଧାରୀ ସନ୍ତାନଙ୍କ ଆଡକୁ ହିଁ ଯାଇଥାଏ । କେହି ତ ସମ୍ମୁଖରେ ମୂରଲୀ ଶୁଣି ମଧ୍ୟ କିଛି ବୁଝିପାରୁନାହାଁନ୍ତି । ଧାରଣା ହେଉ ନାହିଁ କାହିଁକି ନା ଅଧାକଳ୍ପର ଦେହ-ଅଭିମାନ ରୂପି ବେମାରୀ ବହୁତ ଶକ୍ତିଶାଳୀ ଅଟେ । ତାହାକୁ ସମାପ୍ତ କରିବା ପାଇଁ ବହୁତ ଅଳ୍ପ ଅଛନ୍ତି ଯେଉଁମାନେ ଭଲ ଭାବରେ ପୁରୁଷାର୍ଥ କରୁଛନ୍ତି । ବହୁତଙ୍କ ଦ୍ୱାରା ଦେହୀ-ଅଭିମାନୀ ହେବାର ପରିଶ୍ରମ ହୋଇପାରୁ ନାହିଁ । ବାବା ବୁଝାଉଛନ୍ତି ପିଲାମାନେ, ଦେହୀ-ଅଭିମାନୀ ହେବା ପାଇଁ ବହୁତ ପରିଶ୍ରମ ଦରକାର । ଯଦିଓ କେହି କେହି ଚାର୍ଟ ମଧ୍ୟ ପଠାଉଛନ୍ତି କିନ୍ତୁ ସଂପୂର୍ଣ୍ଣ ନୁହେଁ । ତଥାପି କିଛି ତ ଅଟେନ୍ସନ୍ (ଧ୍ୟାନ) ରହୁଛି । ଦେହୀ-ଅଭିମାନୀ ହେବା ପାଇଁ ବହୁତଙ୍କର କମ୍ ଅଟେନ୍ସନ୍ ରହୁଛି । ଦେହୀ-ଅଭିମାନୀ ବହୁତ ଶୀତଳ ରହିବେ । ସେମାନେ ଏତେ ଅଧିକ କଥାବାର୍ତ୍ତା କରିବେ ନାହିଁ । ସେମାନଙ୍କର ବାବାଙ୍କ ସହ ଏପରି ସ୍ନେହ ରହୁଥିବ ଯାହାକି ନ ପଚାରିଲେ ଭଲ । ଆତ୍ମାରେ ଏତେ ଖୁସି ରହିବା ଦରକାର ଯାହାକି କେବେ କୌଣସି ମନୁଷ୍ୟର ରହୁନଥିବ । ଏହି ଲକ୍ଷ୍ମୀ-ନାରାୟଣଙ୍କଠାରେ ତ ଜ୍ଞାନ ନାହିଁ । ତୁମମାନଙ୍କ ଠାରେ ହିଁ ଜ୍ଞାନ ଅଛି, ଯାହାଙ୍କୁ ଭଗବାନ ପାଠ ପଢାଉଛନ୍ତି । ଭଗବାନ ଆମକୁ ପାଠ ପଢାଉଛନ୍ତି, ଏହି ନିଶା ମଧ୍ୟ ତୁମମାନଙ୍କ ଭିତରେ କୌଣସି ଜଣେ ଦୁଇ ଜଣଙ୍କୁ ରହୁଛି । ସେହି ନିଶା ରହିଲେ ହିଁ ବାବାଙ୍କର ସ୍ମୃତିରେ ରହିପାରିବେ, ଯାହାକୁ ଦେହୀ-ଅଭିମାନୀ ଅବସ୍ଥା କୁହାଯାଉଛି । କିନ୍ତୁ ସେ ନିଶା ରହୁ ନାହିଁ । ଯେଉଁମାନେ ଯୋଗଯୁକ୍ତ ହୋଇ ରହନ୍ତି ସେମାନଙ୍କର ଚାଲି ଚଳଣୀ ବହୁତ ଭଲ ରାଜକୀୟ ହେବ । ଆମେ ଭଗବାନଙ୍କର ସନ୍ତାନ ସେଥିପାଇଁ ଗାୟନ ମଧ୍ୟ ଅଛି ଅତିନ୍ଦ୍ରିୟ ସୁଖ ଗୋପ-ଗୋପିମାନଙ୍କୁ ପଚାର । ଯେଉଁମାନେ ଦେହୀ-ଅଭିମାନୀ ହୋଇ ବାବାଙ୍କ ସ୍ମୃତିରେ ରହୁଛନ୍ତି । ଯେଉଁମାନେ ବାବାଙ୍କ ସ୍ମୃତିରେ ରହୁନାହାଁନ୍ତି ସେମାନେ ଶିବବାବାଙ୍କର ହୃଦୟରେ ବସିପାରୁ ନାହାଁନ୍ତି । ଶିବବାବାଙ୍କର ଦିଲ୍ରେ ନ ବସିଲେ ଦାଦା(ବ୍ରହ୍ମା)ଙ୍କର ଦିଲ୍ରେ ମଧ୍ୟ ବସିପାରିବ ନାହିଁ । ତାଙ୍କ ହୃଦୟରେ ରହିଲେ ନିଶ୍ଚୟ ୟାଙ୍କ ହୃଦୟରେ ମଧ୍ୟ ରହିବ । ବାବା ପ୍ରତ୍ୟେକଙ୍କୁ ଜାଣିଛନ୍ତି । ସନ୍ତାନମାନେ ନିଜେ ମଧ୍ୟ ଜାଣିଛନ୍ତି ଯେ ମୁଁ କଣ ସେବା କରୁଛି । ତେବେ ସେବାର ସଉକ ପିଲାମାନଙ୍କ ଭିତରେ ବହୁତ ରହିବା ଉଚିତ୍ । କାହା କାହାକୁ ସେଣ୍ଟର ଖୋଲିବା ପାଇଁ ମଧ୍ୟ ସଉକ ରହୁଛି । କାହା କାହାର ଚିତ୍ର କରିବା ପାଇଁ ବହୁତ ସଉକ ରହିଛି । ବାବା କହୁଛନ୍ତି ମୋତେ ଜ୍ଞାନୀ ତୁ ଆତ୍ମା ବହୁତ ପ୍ରିୟ, ଯେଉଁମାନେ ବାବାଙ୍କର ସ୍ମୃତିରେ ମଧ୍ୟ ରହୁଛନ୍ତି ଏବଂ ସେବା କରିବା ପାଇଁ ମଧ୍ୟ ତତ୍ପର ହେଉଛନ୍ତି । କେହି ତ ବିଲ୍କୁଲ୍ ସେବା କରୁ ନାହାଁନ୍ତି, ବାବାଙ୍କର କଥାକୁ ମଧ୍ୟ ମାନୁ ନାହାଁନ୍ତି । ବାବା ମଧ୍ୟ ଜାଣିଛନ୍ତି ନା କାହାକୁ କେଉଁଠି ସର୍ଭିସ୍ କରିବା ଉଚିତ୍ । କିନ୍ତୁ ଦେହ-ଅଭିମାନ କାରଣରୁ ନିଜ ମତରେ ଚାଲୁଛନ୍ତି ତେଣୁ ସେମାନେ ହୃଦୟରେ ରହିପାରୁ ନାହାଁନ୍ତି । ଅଜ୍ଞାନ କାଳରେ ମଧ୍ୟ କୌଣସି ସନ୍ତାନ ଯଦି ଖରାପ ଚରିତ୍ରର ହୋଇଥାନ୍ତି ତେବେ ସିଏ ବାବାଙ୍କର ହୃଦୟରେ ସ୍ଥାନ ପାଆନ୍ତି ନାହିଁ । ତାକୁ କୁପୁତ୍ର କୁହାଯାଏ । ସଙ୍ଗ ଦୋଷରେ ପଡି ଖରାପ ହୋଇଯାଇଥାନ୍ତି । ଏଠାରେ ମଧ୍ୟ ଯେଉଁମାନେ ସର୍ଭିସ୍ କରୁଛନ୍ତି ସେମାନେ ବାବାଙ୍କର ପ୍ରିୟ ହୋଇଥାନ୍ତି । ଯିଏ ସେବା କରୁ ନାହାଁନ୍ତି ତାଙ୍କୁ ବାବା କିପରି ସ୍ନେହ କରିବେ! ଭାବନ୍ତି ଏମାନେ ଭାଗ୍ୟ ଅନୁସାରେ ହିଁ ପାଠ ପଢିବେ, ତଥାପି ସ୍ନେହ କାହା ଉପରେ ରହିବ ? ନିୟମ ତ ସେଇଆ ନା । ଭଲ ସନ୍ତାନଙ୍କୁ ବହୁତ ସ୍ନେହର ସହିତ ଡାକିବେ, କହିବେ ତୁମେ ବହୁତ ସୁଖଦାୟୀ ଅଟ, ତୁମେ ପିତା ସ୍ନେହୀ ଅଟ । ଯିଏ ବାବାଙ୍କୁ ମନେ ପକାଉ ନାହାଁନ୍ତି, ତାଙ୍କୁ ପିତା ସ୍ନେହୀ କିପରି କହିବେ । ଦାଦା (ବ୍ରହ୍ମା)ଙ୍କର ସ୍ନେହୀ ହେବାର ନାହିଁ, ତୁମମାନଙ୍କୁ ବାବାଙ୍କର ସ୍ନେହୀ ହେବାକୁ ହେବ । ଯିଏ ବାବାଙ୍କର ସ୍ନେହୀ ହୋଇଥିବ ତାଙ୍କର କଥାବାର୍ତ୍ତା ଚାଲିଚଳନ ବହୁତ ମିଠା ସୁନ୍ଦର ହେବ । ବିବେକ ଏପରି କହୁଛି ଯଦିଓ ସମୟ ଅଛି କିନ୍ତୁ ଶରୀର ଉପରେ କିଛି ଭରସା ନାହିଁ । ଅଚାନକ ଦୁର୍ଘଟଣା ହୋଇଯାଉଛି । କାହାର ହାର୍ଟ ଫେଲ୍ ହୋଇଯାଉଛି । କାହାକୁ ରୋଗ ହୋଇଯାଉଛି, ମୃତ୍ୟୁ ତ ଅଚାନକ ହୋଇଯାଉଛି ନା । ଅଚାନକ ମୃତ୍ୟୁ ହେଉଛି ସେଥିପାଇଁ ନିଶ୍ୱାସ ଉପରେ ତ ଭରସା ନାହିଁ । ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ଏବେ ଅଭ୍ୟାସ ଚାଲିଛି । ଅସମୟରେ ବର୍ଷା ହୋଇ ବହୁତ କ୍ଷତି କରିଦେଉଛି । ଏହି ଦୁନିଆ ହେଉଛି ବହୁତ ଦୁଃଖଦାୟୀ । ବାବା ମଧ୍ୟ ଏପରି ସମୟରେ ଆସୁଛନ୍ତି ଯେବେକି ମହାନ୍ ଦୁଃଖ ଅଛି, ଏଠାରେ ରକ୍ତର ନଦୀ ବୋହିବ । ସେଥିପାଇଁ ଚେଷ୍ଟା କରିବା ଦରକାର ଯେ ଆମେ ନିଜ ପାଇଁ ପୁରୁଷାର୍ଥ କରି ୨୧ ଜନ୍ମର କଲ୍ୟାଣ ତ କରିନେବା । ବହୁତଙ୍କ ପାଖରେ ନିଜର କଲ୍ୟାଣ କରିବାର ଚିନ୍ତା ମଧ୍ୟ ଦେଖାଯାଉନାହିଁ ।

ବାବା ଏଠାରେ ବସି ମୁରଲୀ ଚଲାଉଥିବା ସମୟରେ ମଧ୍ୟ ବୁଦ୍ଧି ସର୍ଭିସ୍ଏବୁଲ୍ ସନ୍ତାନମାନଙ୍କ ଆଡକୁ ଯାଇଥାଏ । ଏବେ ଶଙ୍କରାଚାର୍ଯ୍ୟଙ୍କୁ ପ୍ରଦର୍ଶନୀକୁ ଡାକିଛନ୍ତି, ନଚେତ୍ ଏମାନେ ବିନା ନିମନ୍ତ୍ରଣରେ କେଉଁଠିକୁ ଯାନ୍ତି ନାହିଁ । ବହୁତ ଅଭିମାନରେ ରହିଥାନ୍ତି, ତେଣୁ ତାଙ୍କୁ ସମ୍ମାନ ମଧ୍ୟ ଦେବାକୁ ପଡିବ । ସିଂହାସନ ଉପରେ ବସାଇବାକୁ ପଡିବ । ଏପରି ନୁହେଁ, ତାଙ୍କ ସାଥିରେ ବସିଯିବେ । ନାଁ । ତାଙ୍କୁ ବହୁତ ସମ୍ମାନ ଦରକାର । ଯଦି ନିରହଂକାରୀ ହୋଇଥିବେ ତେବେ ଚାନ୍ଦିର ସିଂହାସନ ମଧ୍ୟ ତ୍ୟାଗ କରିଦେବେ । ଦେଖ ବାବା କେତେ ସାଧାରଣ ଭାବରେ ରହୁଛନ୍ତି । ତାଙ୍କୁ କେହି ଜାଣି ନାହାଁନ୍ତି । ତୁମମାନଙ୍କ ମଧ୍ୟରେ ବି କେହି ଅଳ୍ପ ଜାଣିଛନ୍ତି । ବାବା କେତେ ନିରହଂକାରୀ ଅଟନ୍ତି । ଏହା ହେଉଛି ପିତା ଏବଂ ସନ୍ତାନର ସମ୍ବନ୍ଧ । ଯେପରି ଲୌକିକ ପିତା ନିଜ ସନ୍ତାନମାନଙ୍କ ସହିତ ରହୁଛନ୍ତି, ଖାଉଛନ୍ତି, ଖୁଆଉଛନ୍ତି, ସେହିପରି ଇଏ ହେଉଛନ୍ତି ବେହଦର ପିତା, ସନ୍ନ୍ୟାସୀ ଆଦିଙ୍କୁ ପିତାଙ୍କର ସ୍ନେହ ମିଳୁନାହିଁ । ତୁମେମାନେ ଜାଣିଛ କଳ୍ପ-କଳ୍ପ ଆମକୁ ବେହଦ ବାବାଙ୍କର ସ୍ନେହ ମିଳୁଛି । ବାବା ଆମକୁ କଣ୍ଟାରୁ ଫୁଲ କରିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି । କିନ୍ତୁ ଡ୍ରାମା ଅନୁସାରେ ସମସ୍ତେ ଫୁଲ ହେଉ ନାହାଁନ୍ତି । ଆଜି ବହୁତ ଭଲ ଅଛନ୍ତି କାଲି ବିକାରୀ ହୋଇଯାଉଛନ୍ତି । ତେଣୁ ବାବା କହୁଛନ୍ତି ଯଦି ଭାଗ୍ୟରେ ନାହିଁ ତେବେ ଆଉ କଣ କରାଯିବ । ବହୁତଙ୍କର ଖରାପ (ବିକାରୀ) ଚଳଣି ହୋଇଯାଉଛି । ଆଜ୍ଞାର ଉଲ୍ଲଘଂନ କରୁଛନ୍ତି । ଈଶ୍ୱରଙ୍କର ମତରେ ନ ଚାଲିଲେ ତାଙ୍କର ଅବସ୍ଥା କଣ ହେବ! ଉଚ୍ଚରୁ ଉଚ୍ଚ ହେଉଛନ୍ତି ଏକମାତ୍ର ବାବା, ଆଉ କେହି ନୁହଁନ୍ତି । ଯଦି ଦେବତାମାନଙ୍କର ଚିତ୍ର ମଧ୍ୟରୁ ଦେଖାଯିବ ତେବେ ଏହି ଲକ୍ଷ୍ମୀ-ନାରାୟଣ ହିଁ ଉଚ୍ଚରୁ ଉଚ୍ଚ ଅଟନ୍ତି । କିନ୍ତୁ ମନୁଷ୍ୟ ଏକଥା ମଧ୍ୟ ଜାଣି ନାହାଁନ୍ତି ଯେ ଏମାନଙ୍କୁ ଏପରି କିଏ କରିଛନ୍ତି । ବାବା ତୁମମାନଙ୍କୁ ରଚୟିତା ଏବଂ ରଚନାର ଜ୍ଞାନ ଭଲ ଭାବରେ ବସି ବୁଝାଉଛନ୍ତି । ଏବେ ତୁମମାନଙ୍କୁ ତୁମର ଶାନ୍ତିଧାମ, ସୁଖଧାମ ହିଁ ସ୍ମୃତିରେ ରହୁଛି । ଭଲ ସେବାଧାରୀମାନଙ୍କର ନାମ ମଧ୍ୟ ସ୍ମୃତିରେ ଆସୁଛି । ନିଶ୍ଚୟ ଯିଏ ବାବାଙ୍କର ଆଜ୍ଞାକାରୀ ସନ୍ତାନ ହୋଇଥିବେ, ତାଙ୍କ ଆଡକୁ ହିଁ ମନ ଯିବ । ବେହଦର ବାବା ଥରେ ମାତ୍ର ଆସୁଛନ୍ତି । ଲୌକିକ ପିତା ତ ଜନ୍ମ-ଜନ୍ମାନ୍ତର ମିଳୁଛନ୍ତି । ସତ୍ୟଯୁଗରେ ମଧ୍ୟ ମିଳିବେ । କିନ୍ତୁ ସେଠାରେ ଏହି ବାବା ମିଳିବେ ନାହିଁ । ଏହି ପାଠପଢା ଦ୍ୱାରା ତୁମେ ଉଚ୍ଚ ପଦ ପାଉଛ । ଏହା ମଧ୍ୟ ତୁମେମାନେ ହିଁ ଜାଣିଛ ଯେ ଆମେ ନୂଆ ଦୁନିଆ ପାଇଁ ବାବାଙ୍କଠାରେ ପାଠ ପଢୁଛୁ । ଏକଥା ବୁଦ୍ଧିରେ ରହିବା ଦରକାର ଏବଂ ଏହା ବହୁତ ସହଜ ମଧ୍ୟ । ଧରିନିଅ ବାବା ଖେଳୁଛନ୍ତି, ସେହି ସମୟରେ ହଠାତ୍ କେହି ଜଣେ ଆସିଗଲେ ତେବେ ବାବା ସଙ୍ଗେ ସଙ୍ଗେ ସେହିଠାରେ ହିଁ ତାଙ୍କୁ ଜ୍ଞାନ ଦେବାରେ ଲାଗିଯାଆନ୍ତି ଯେ, ବେହଦର ବାବାଙ୍କୁ ଜାଣିଛ ? ବାବା ଆସିଛନ୍ତି ପୁରୁଣା ଦୁନିଆକୁ ନୂଆ କରିବା ପାଇଁ । ସେଥିପାଇଁ ରାଜଯୋଗ ଶିଖାଉଛନ୍ତି । ତେବେ ଏହି ଶିକ୍ଷା ଭାରତବାସୀଙ୍କୁ ହିଁ ଦେବାକୁ ହେବ । ଭାରତ ହିଁ ସ୍ୱର୍ଗ ଥିଲା । ଯେଉଁଠାରେ ଏହି ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ଏବେ ତ ନର୍କ ଅଟେ । ଏହି ନର୍କକୁ ପୁଣି ସ୍ୱର୍ଗ ବାବା ହିଁ କରିବେ । ଏହିପରି ମୁଖ୍ୟ କଥା ସବୁ ମନେ ପକାଇ କେହି ବି ଆସିଲେ ତାଙ୍କୁ ବସି ବୁଝାଅ । ତେବେ ସେମାନେ କେତେ ଖୁସି ହୋଇଯିବେ । କେବଳ କୁହ ବାବା ଆସିଛନ୍ତି । ଏହା ସେହି ମହାଭାରତ ଲଢେଇ ଯାହାର ଗାୟନ ଗୀତାରେ କରାଯାଇଛି । ଗୀତାର ଭଗବାନ ଆସିଥିଲେ, ଗୀତା ଶୁଣାଇଥିଲେ । କାହିଁକି ? ମନୁଷ୍ୟଙ୍କୁ ଦେବତା କରିବା ପାଇଁ, ବାବା କହୁଛନ୍ତି କେବଳ ମୋତେ ଏବଂ ବର୍ସାକୁ ମନେ ପକାଅ । ଏହା ଦୁଃଖଧାମ ଅଟେ । ଏତିକି କଥା ବୁଦ୍ଧିରେ ରହିଲେ ମଧ୍ୟ ଖୁସି ରହିବ । ଆମେ ଆତ୍ମା ବାବାଙ୍କ ସହିତ ଶାନ୍ତିଧାମକୁ ଯିବୁ । ପୁଣି ସେଠାରୁ ପାର୍ଟ କରିବା ପାଇଁ ପ୍ରଥମେ-ପ୍ରଥମେ ସୁଖଧାମକୁ ଆସିବୁ । ଯେପରି କଲେଜର ବିଦ୍ୟାର୍ଥୀମାନେ ଭାବିଥାନ୍ତି ଆମେ ଏହି ପାଠ ପଢୁଛୁ ପୁଣି ଏହିପରି ହେବୁ । ବାରିଷ୍ଟର ହେବୁ ଅଥବା ପୁଲିସ୍ ସୁପରନଟେଣ୍ଡେଣ୍ଟ ହେବୁ, ଏତେ ପଇସା ରୋଜଗାର କରିବୁ । ତାଙ୍କର ଖୁସିର ପାରଦ ଚଢି ରହିଥାଏ । ତୁମମାନଙ୍କୁ ମଧ୍ୟ ଏହି ଖୁସି ରହିବା ଦରକାର । ଆମେ ବେହଦର ବାବାଙ୍କଠାରୁ ଏହି ବର୍ସା ପାଉଛୁ ପୁଣି ଆମେ ସ୍ୱର୍ଗରେ ନିଜର ମହଲ ତିଆରି କରିବୁ । ସାରା ଦିନ ବୁଦ୍ଧିରେ ଏହି ଚିନ୍ତା ରହିଲେ ଖୁସି ମଧ୍ୟ ରହିବ । ନିଜର ଏବଂ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିପାରିବ । ଯେଉଁ ପିଲାମାନଙ୍କ ପାଖରେ ଜ୍ଞାନ ଧନ ଅଛି ତାଙ୍କର କର୍ତ୍ତବ୍ୟ ହେଉଛି ଦାନ କରିବା । ଯଦି ଧନ ଅଛି, ଦାନ କରୁ ନାହାଁନ୍ତି ତେବେ ତାଙ୍କୁ ଅଲକ୍ଷଣା କୁହାଯିବ । ତାଙ୍କ ପାଖରେ ଧନ ଥାଇ ନଥିବା ସଙ୍ଗେ ସମାନ । ଯଦି ଧନ ଥିବ ତେବେ ନିଶ୍ଚୟ ଦାନ କରିବେ । ଯେଉଁମାନେ ଭଲ-ଭଲ ମହାରଥୀ ସନ୍ତାନ ଅଛନ୍ତି ସେମାନେ ସର୍ବଦା ବାବାଙ୍କର ହୃଦୟରେ ବସି ରହିଛନ୍ତି । କାହା-କାହା ପାଇଁ ଚିନ୍ତା ରହୁଛି - ଇଏ ବୋଧ ହୁଏ ଭାଙ୍ଗି ପଡିବ । ପରିବେଶ ସେହିପରି ଥାଏ । ଦେହର ଅହଂକାର ବହୁତ ଚଢି ରହିଥାଏ । ଏପରି ଜଣାଯାଏ ଯେପରି କୌଣସି ସମୟରେ ମଧ୍ୟ ହାତ ଛାଡି ଦେଇ ଯାଇ ନିଜ ଘରେ ରହିବ । ଯଦିଓ ମୁରଲୀ ବହୁତ ଭଲ ଚଲାଉଛନ୍ତି କିନ୍ତୁ ଦେହ-ଅଭିମାନ ବହୁତ ଅଛି, ବାବା ଟିକିଏ ବି ସାବଧାନୀ ଦେଲେ ଭାଙ୍ଗିପଡିବେ । ନଚେତ ଗାୟନ ଅଛି ପ୍ୟାର କରୋ ଚାହେ ଠୁକ୍ରାଓ (ଚାହେଁ ସ୍ନେହ କର କି ହତାଦର କର ତୁମ ଦ୍ୱାର ଛାଡିବି ନାହିଁ) ... ଏଠାରେ ବାବା ଠିକ୍ କଥା କହୁଛନ୍ତି ତଥାପି ମଧ୍ୟ ରାଗି ଯାଉଛନ୍ତି । ଏପରି ସନ୍ତାନ ମଧ୍ୟ ଅଛନ୍ତି, କେହି ତ ଭିତରେ ଭିତରେ ବହୁତ ଧନ୍ୟବାଦ କରୁଛନ୍ତି, କେହି ଭିତରେ-ଭିତରେ ଜଳି ମରୁଛନ୍ତି । ମାୟାର ଦେହ-ଅଭିମାନ ବହୁତ ଅଛି । ଏପରି କେତେକ ସନ୍ତାନ ମଧ୍ୟ ଅଛନ୍ତି ଯିଏକି, ମୂରଲୀ ଶୁଣୁ ନାହାଁନ୍ତି । ଆଉ କେହି ତ ମୁରଲୀ ବିନା ରହିପାରିବେ ନାହିଁ । ମୁରଲୀ ପଢୁ ନାହାଁନ୍ତି, ନିଜ ଜିଦ୍ରେ ଅଛନ୍ତି, ଆମ ପାଖରେ ବହୁତ ଜ୍ଞାନ ଅଛି କିନ୍ତୁ କିଛି ଜ୍ଞାନ ନାହିଁ ।

ତେଣୁ ଯେଉଁଠାରେ ଶଙ୍କରାଚାର୍ଯ୍ୟ ଆଦି ପ୍ରଦର୍ଶନୀକୁ ଆସୁଛନ୍ତି, ସର୍ଭିସ୍ ଭଲ ହେଉଛି ତେବେ ସେହି ସମାଚାର ସମସ୍ତଙ୍କ ନିକଟକୁ ପଠେଇଦେବା ଦରକାର ଯାହା ଦ୍ୱାରା ସମସ୍ତଙ୍କୁ ଜଣା ପଡିଯାଉ କିପରି ସର୍ଭିସ୍ ହେଲା । ତେବେ ସେମାନେ ମଧ୍ୟ ଶିଖିବେ । ଯାହାଙ୍କର ଏହିପରି ସେବା କରିବା ପାଇଁ ବିଚାର ଆସୁଛି ତାଙ୍କୁ ହିଁ ବାବା ସର୍ଭିସ୍ଏବୁଲ୍ କହିବେ । ସେବାରେ କେବେ ଥକିବା ଉଚିତ୍ ନୁହେଁ । ଏହିପରି ବହୁତଙ୍କର କଲ୍ୟାଣ କରିବାକୁ ହେବ । ବାବାଙ୍କୁ ତ ଏହି ଚିନ୍ତା ରହୁଛି ଯେ, ସମସ୍ତଙ୍କୁ ଏହି ଜ୍ଞାନ ମିଳୁ । ସନ୍ତାନମାନଙ୍କର ମଧ୍ୟ ଉନ୍ନତି ହେଉ । ବାବା ପ୍ରତିଦିନ ମୁରଲୀରେ ବୁଝାଉଛନ୍ତି ଏହି ରୁହାନୀ ସର୍ଭିସ୍ ହେଉଛି ମୁଖ୍ୟ । ଶୁଣିବା ଏବଂ ଶୁଣାଇବାର ସଉକ ମଧ୍ୟ ରହିବା ଦରକାର । ବ୍ୟାଜ୍ ଲଗାଇ ସବୁ ଦିନ ମନ୍ଦିରକୁ ଯାଇ ବୁଝାଅ ଏମାନେ ଲକ୍ଷ୍ମୀ-ନାରାୟଣ କେମିତି ହେଲେ ? ଏମାନେ କେଉଁଆଡେ ଗଲେ, କିପରି ରାଜ୍ୟ-ଭାଗ୍ୟ ପାଇଲେ ? ମନ୍ଦିର ଦ୍ୱାରରେ ଯାଇ ବସ । କେହି ବି ଆସିଲେ କୁହ, ଏହି ଲକ୍ଷ୍ମୀ-ନାରାୟଣ କିଏ, ଏମାନଙ୍କର ଭାରତରେ କେବେ ରାଜ୍ୟ ଥିଲା ? କାହାଣୀ ଅଛି -- ହନୁମାନ ମଧ୍ୟ ଯାଇ ଜୋତା ରଖିବା ସ୍ଥାନରେ ବସୁଥିଲେ ନା । ତାହାର ରହସ୍ୟ ମଧ୍ୟ ରହିଛି । ଦୟା ଲାଗୁଛି । ବାବା ସର୍ଭିସ୍ର ବହୁତ ଉପାୟ ବତାଉଛନ୍ତି, କିନ୍ତୁ କେହି ବହୁତ କଷ୍ଟରେ କାର୍ଯ୍ୟକାରୀ କରୁଛନ୍ତି । ସର୍ଭିସ୍ ବହୁତ ଅଛି । ତୁମମାନଙ୍କୁ ଅନ୍ଧମାନଙ୍କର ବାଡି ହେବାକୁ ପଡିବ । ଯିଏ ସର୍ଭିସ୍ କରୁ ନାହାଁନ୍ତି, ଯେଉଁମାନଙ୍କର ବୁଦ୍ଧି ସ୍ୱଚ୍ଛ ରହୁ ନାହିଁ, ସେମାନଙ୍କର ଧାରଣା ହେଉନାହିଁ । ନଚେତ୍ ସେବା କରିବା ବହୁତ ସହଜ । ତୁମେ ଏହି ଜ୍ଞାନ ରତ୍ନର ଦାନ କରୁଛ । ଯଦି କେହି ସାହୁକାର ଆସିଲେ ତେବେ ତାଙ୍କୁ କୁହ ଆମେ ଏହି ଉପହାର ଆପଣଙ୍କୁ ଦେଉଛୁ । ଏହାର ଅର୍ଥ ମଧ୍ୟ ଆପଣଙ୍କୁ ବୁଝାଉଛୁ । ବାବା ଏହି ବ୍ୟାଜ୍ର ବହୁତ ଆଦର କରୁଛନ୍ତି । ଆଉ କାହାକୁ ଏତେ ଆଦର ନାହିଁ । ଏଥିରେ ବହୁତ ଭଲ ଜ୍ଞାନ ଭରି ହୋଇ ରହିଛି । ଯଦି କାହା ଭାଗ୍ୟରେ ନାହିଁ ତେବେ ବାବା ମଧ୍ୟ କଣ କରିପାରିବେ । ବାବାଙ୍କୁ ଏବଂ ପାଠପଢାକୁ ଛାଡିବା ଏହା ତ ବଡରୁ ବଡ ଆତ୍ମହତ୍ୟା ଅଟେ । ବାବାଙ୍କର ହୋଇ ପୁଣି ଛାଡପତ୍ର ଦେବା - ଏହାଠାରୁ ମହାପାପ ଆଉ କିଛି ନାହିଁ । ସେମାନଙ୍କ ସଦୃଶ ମୁର୍ଖ କେହି ନାହାଁନ୍ତି । ସନ୍ତାନମାନଙ୍କୁ ଶ୍ରୀମତରେ ଚାଲିବା ଉଚିତ୍ ନା । ତୁମର ବୁଦ୍ଧିରେ ଅଛି ଯେ ଆମେ ବିଶ୍ୱର ମାଲିକ ହେବୁ, ଏହା କୌଣସି କମ୍ କଥା ନୁହେଁ । ଯେତେ ଯୋଗଯୁକ୍ତ ହୋଇ ରହିବ ସେତେ ଖୁସି ମଧ୍ୟ ରହିବ । ଯୋଗଯୁକ୍ତ ହୋଇ ନ ରହିଲେ ପାପ ଭସ୍ମ ହେବ ନାହିଁ । ବାବାଙ୍କର ପୋଷ୍ୟ ହୋଇଛ ତେଣୁ ଖୁସୀର ପାରଦ ଚଢି ରହିବା ଦରକାର । କିନ୍ତୁ ମାୟା ବହୁତ ବିଘ୍ନ ପକାଉଛି । ଦୁର୍ବଳମାନଙ୍କୁ ଖସାଇ ଦେଉଛି । ଯିଏ ବାବାଙ୍କର ଶ୍ରୀମତ ଅନୁସାରେ ଚାଲୁ ନାହାଁନ୍ତି ସେମାନେ କଣ ପଦ ପାଇବେ । ଅଳ୍ପ ମତ ନେଲେ ପୁଣି ସେହିପରି ହାଲୁକା ଅର୍ଥାତ୍ ଛୋଟ ପଦ ପାଇବ । ଶ୍ରୀମତରେ ଭଲ ଭାବରେ ଚାଲିଲେ ଉଚ୍ଚ ପଦ ପାଇବେ । ଏହା ବେହଦର ରାଜଧାନୀ ସ୍ଥାପନ ହେଉଛି । ଏଥିରେ ଖର୍ଚ୍ଚ ଆଦିର ମଧ୍ୟ କିଛି କଥା ନାହିଁ । କୁମାରୀମାନେ ଆସୁଛନ୍ତି, ନିଜେ ଶିଖି ପୁଣି ବହୁତଙ୍କୁ ନିଜ ସମାନ କରୁଛନ୍ତି, ଏଥିରେ ଫ୍ରି ଅର୍ଥାତ୍ ପାଉଣା ଆଦିର କଥା ନାହିଁ । ବାବା କହୁଛନ୍ତି ତୁମକୁ ସ୍ୱର୍ଗର ବାଦଶାହୀ ଦେଉଛି । ମୁଁ ସ୍ୱର୍ଗରେ ଆସୁନାହିଁ । ଶିବବାବା ତ ଦାତା ଅଟନ୍ତି ନା । ତାଙ୍କୁ କଣ ପାଉଣା ଦେବ । ଇଏ (ବ୍ରହ୍ମା) ତ ସବୁ କିଛି ଦେଇଦେଲେ, ଅଧିକାରୀ କରିଦେଲେ । ତା ବଦଳରେ ଦେଖ ରାଜ ପଦ ମିଳୁଛି ନା । ଇଏ ପ୍ରଥମ-ପ୍ରଥମ ଉଦାହରଣ ଅଟନ୍ତି । ସାରା ବିଶ୍ୱରେ ସ୍ୱର୍ଗର ସ୍ଥାପନା ହେଉଛି । ପଇସାଟିଏ ମଧ୍ୟ ଖର୍ଚ୍ଚ ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ପିତା ସ୍ନେହୀ ହେବାପାଇଁ ବହୁତ-ବହୁତ ସୁଖଦାୟୀ ହେବାକୁ ପଡିବ । ନିଜର ବାଣୀ ଏବଂ ଚାଲି-ଚଳଣିକୁ ବହୁତ ମିଠା ଏବଂ ରାଜକୀୟ କରିବାକୁ ହେବ । ସର୍ଭିସ୍ଏବୁଲ୍ ଅର୍ଥାତ୍ ଯୋଗ୍ୟ ସେବାଧାରୀ ହେବାକୁ ପଡିବ । ନିରହଂକାରୀ ହୋଇ ସେବା କରିବାକୁ ପଡିବ ।

(୨) ପାଠପଢା ଏବଂ ବାବାଙ୍କୁ ଛାଡି କେବେହେଲେ ଆତ୍ମଘାତୀ ମହାପାପୀ ହେବାର ନାହିଁ । ତୁମ ପାଇଁ ମୁଖ୍ୟ କଥା ହେଉଛି ରୁହାନୀ ଅର୍ଥାତ୍ ଆତ୍ମିକ ସେବା କରିବା । ତେଣୁ ଏହି ସେବାରେ କେବେହେଲେ ଥକିବାର ନାହିଁ । ଜ୍ଞାନ ରତ୍ନର ଦାନ କରିବାକୁ ହେବ, ଏଥିରେ କଞ୍ଜୁସ୍ ହେବାର ନାହିଁ ।

ବରଦାନ:-
ମୁଁ ଏବଂ ମୋର ପଣିଆକୁ ବଳିଦାନ ଦେଇ ସମ୍ପୂର୍ଣ୍ଣ ମହାବଳୀ ହୁଅ ।

କୌଣସି ବି ବିନାଶୀ ବ୍ୟକ୍ତି ବା ବୈଭବ ସହିତ ମୋହ ରଖିବା -- ଏହା ହିଁ ହେଉଛି ମୋର ପଣିଆ । ଏହି ମୋର ପଣିଆକୁ ଏବଂ ମୁଁ କରୁଛି, ମୁଁ କରିଦେଲି.... ଏହିଭଳି ମୁଁ ପଣିଆକୁ ସମ୍ପୂର୍ଣ୍ଣ ସମର୍ପଣ କରିଥିବା ଅର୍ଥାତ୍ ବଳି ଚଢିଥିବା ଆତ୍ମା ହିଁ ମହାବଳୀ ଅଟନ୍ତି । ଯେତେବେଳେ ବିନାଶୀ ମୁଁ ମୁଁ ପଣିଆ ସମ୍ପୂର୍ଣ୍ଣ ସମର୍ପଣ ହୋଇଯିବ ସେତେବେଳେ ଯାଇ ସମ୍ପୂର୍ଣ୍ଣ ହେବ ବା ବାବାଙ୍କ ସମାନ ହେବ । ମୁଁ କରୁଛି ନୁହେଁ, ବାବା କରାଉଛନ୍ତି, ବାବା ଚଲାଉଛନ୍ତି । କୌଣସି ବି କଥାରେ ମୁଁ ପରିବର୍ତ୍ତେ ସବୁବେଳେ ସ୍ୱାଭାବିକ ଭାବରେ ମଧ୍ୟ ବାବା ଶବ୍ଦ ହିଁ ବାହାରୁ, ମୁଁ ଶବ୍ଦ ନୁହେଁ ।

ସ୍ଲୋଗାନ:-
ସଂକଳ୍ପରେ ଏଭଳି ଦୃଢତା ଧାରଣ କର ଯାହା ଦ୍ୱାରା ସଂକଳ୍ପ ଏବଂ କର୍ମ ସମାନ ହୋଇଯିବ ।