24.06.22    Avyakt Bapdada     Odia Murli    15.12.63     Om Shanti     Madhuban


(ମାତେଶ୍ୱରୀ ଜଗଦମ୍ବାଙ୍କର ପୁଣ୍ୟ ସ୍ମୃତି ଦିବସରେ ପ୍ରାତଃ କ୍ଳାସରେ ଶୁଣାଇବା ପାଇଁ ମାତେଶ୍ୱରୀଙ୍କର ମଧୁର ମହାବାକ୍ୟ)
କର୍ମ ହିଁ ସୁଖ ଏବଂ ଦୁଃଖର କାରଣ


ଏକଥା ପ୍ରତ୍ୟେକ ମନୁଷ୍ୟ ଜାଣନ୍ତି ଯେ ଜୀବନରେ ସୁଖ ଏବଂ ଦୁଃଖ ନିଜର କର୍ମ ଆଧାରରେ ପ୍ରାରବ୍ଧ ରୂପରେ ସାଥୀରେ ଯାଇଥାଏ । ନିଶ୍ଚିତ ଭାବରେ ପୂର୍ବରୁ ଏଭଳି କର୍ମ କରାଯାଇଛି ଯାହାର ପ୍ରାରବ୍ଧ ସ୍ୱରୂପ ଦୁଃଖ ବା ସୁଖ ଭୋଗ କରିବାକୁ ପଡୁଛି । ତେଣୁ ସୁଖ ଏବଂ ଦୁଃଖର ସମ୍ବନ୍ଧ କର୍ମ ସହିତ ରହିଲା । କର୍ମକୁ ଭାଗ୍ୟ ବୋଲି କୁହାଯିବ ନାହିଁ । କେହି କେହି ଏମିତି ବି ଭାବୁଛନ୍ତି, ମୋ ଭାଗ୍ୟରେ ଯାହା ଥିବ, ସେଥିପାଇଁ ଦୁଃଖ ଏବଂ ସୁଖକୁ ଭାଗ୍ୟ ମନେ କରୁଛନ୍ତି । ତେବେ ଏହାକୁ ଏଭଳି କୁହାଯାଇପାରିବ ଯେପରି ଆମରି ଭାଗ୍ୟକୁ ଭଗବାନ ହିଁ ତିଆରି କରିଛନ୍ତି ବା ଅନ୍ୟ କେହି ତିଆରି କରିଛି, ସେଥିପାଇଁ କହୁଛନ୍ତି ମୋ ଭାଗ୍ୟରେ ଯାହା ଥିବ କିନ୍ତୁ ଏହି କଥା ବୁଝିବା ମଧ୍ୟ ବହୁତ ଜରୁରୀ ଯେ ଭାଗ୍ୟକୁ ତିଆରି କରିବାବାଲା କିଏ? ଭାଗ୍ୟକୁ କେବେ ଭଗବାନ ତିଆରି କରିନାହାଁନ୍ତି । ଏମିତି ବି ନୁହେଁ ଯେ ଭାଗ୍ୟ କୌଣସି ପୂର୍ବରୁ ତିଆରି ହୋଇ ରହିଛି । ନା । ଦୁଃଖ ବା ସୁଖ ଯାହାକୁ ମନୁଷ୍ୟ ଭୋଗ କରୁଛନ୍ତି ସେହି ଦୁଃଖ-ସୁଖର ପ୍ରାରବ୍ଧକୁ ତିଆରି କରିବାବାଲା ମଧ୍ୟ ମନୁଷ୍ୟ ନିଜେ ହିଁ ଅଟେ କାହିଁକି ନା କର୍ମ କରିବାବାଲା ମଧ୍ୟ ମନୁଷ୍ୟ ଅଟେ, ସେଥିପାଇଁ ନିଜର ଭୋଗା-ଭୋଗ ପାଇଁ ନିଜେ ହିଁ ଦାୟୀ । ଯିଏ ଯେଉଁଭଳି କର୍ମ କରିବ ସେହିଭଳି ଫଳ ପାଇବ, ଏହି ଗାୟନ ତ ଅତି ସାଧାରଣ ଅଟେ । ଆହୁରି ମଧ୍ୟ ଗାୟନ ଅଛି ଯିଏ କରିବ ସିଏ ପାଇବ । ଗୀତାରେ ମଧ୍ୟ ବର୍ଣ୍ଣିତ ଅଛି ଜୀବାତ୍ମା ନିଜେ ନିଜର ମିତ୍ର ଏବଂ ନିଜେ ନିଜର ଶତ୍ରୁ । ଏଭଳି କୁହାଯାଇନାହିଁ ଯେ ମୁଁ ତୁମର ମିତ୍ର, ମୁଁ ତୁମର ଶ୍ରତୁ । ନା । ଜୀବାତ୍ମା ନିଜର ଶତ୍ରୁ ଏବଂ ମିତ୍ର ଅଟେ ସେଥିପାଇଁ ନିଜ ସହିତ ମିତ୍ରତା ଏବଂ ନିଜ ସହିତ ଶ୍ରତୁତା ଅର୍ଥାତ୍ ନିଜକୁ ଦୁଃଖୀ ବା ସୁଖୀ କରିବାବାଲା ନିଜେ ମନୁଷ୍ୟ ହିଁ ଅଟେ । ତେଣୁ ଏହି କଥା ଅତି ସ୍ପଷ୍ଟ ଅଟେ ଯାହାକି ଦୁଃଖ ବା ସୁଖ ପାଇଁ ମନୁଷ୍ୟ ନିଜେ ହିଁ ଦାୟୀ ସେଥିପାଇଁ ଯେତେବେଳେ କୌଣସି ରୂପରେ ବି ଦୁଃଖ ଆସୁଛି ସେତେବେଳେ ତାକୁ ଦୂର କରିବା ପାଇଁ ଚେଷ୍ଟା କରୁଛନ୍ତି । ଯଦି କୌଣସି ଲଢେଇ ଝଗଡା ମଧ୍ୟ ହୋଇଯାଉଛି ତେବେ ତାକୁ ତୁରନ୍ତ ତୁଟେଇ ଦେବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି, ଏଥିରେ ଯଦି କାହାର ଅକାଳମୃତ୍ୟୁ ହୋଇଯାଉଛି ତେବେ ବି ଦୁଃଖ ଲାଗୁଛି । ସେତେବେଳେ ଭାବୁଛନ୍ତି କିଏ ଜାଣେ ମୋ ସହିତ ଏଭଳି କାହିଁକି ହେଲା? ପୁଣି ସେହି ପରିସ୍ଥିତିର ପ୍ରଭାବରେ ଆସି ଭଗବାନଙ୍କୁ ମଧ୍ୟ ଗାଳି ଦେବାରେ ଲାଗିପଡୁଛନ୍ତି । ତେବେ ତୁମମାନଙ୍କ ସମ୍ମୁଖକୁ ଯେଉଁ ସବୁ ପରିସ୍ଥିତି ଆସିଲା ତା ପାଇଁ ଦାୟୀ କିଏ? ଯେଉଁଭଳି ଅକାଳମୃତ୍ୟୁ ହେଲା ବା ରୋଗ-ବ୍ୟାଧି ରୂପରେ ଦୁଃଖ ଆସିଲା, କଣ ଏସବୁ ଭଗବାନ କରିଛନ୍ତି? ସଂସାରରେ ଯେଉଁ ସବୁ ଲଢେଇ ଝଗଡା ହେଉଛି ବା ଦୁଃଖ ଅଶାନ୍ତିର କାରଣ ସବୁ ରହିଛି, କଣ ଏସବୁ ଭଗବାନ ସୃଷ୍ଟି କରିଛନ୍ତି? ଆରେ! ଯେଉଁ ଭଗବାନଙ୍କୁ ତୁମେ ଦୁଃଖହର୍ତ୍ତା ସୁଖକର୍ତ୍ତା ବୋଲି କହୁଛ, ବା ଯେତେବେଳେ କୌଣସି ଦୁଃଖ ଆସୁଛି ତାଙ୍କୁ ମନେ ପକାଉଛି, ଶରୀରରେ ଯଦି କୌଣସି ରୋଗ ହୋଇଯାଉଛି ସେତେବେଳେ ବି କହୁଛ ହେ ଭଗବାନ! ଦୁଃଖ ସମୟରେ ତାଙ୍କୁ ହିଁ ମନେ ପକାଉଛ, ଯଦି ସେ ହିଁ ଏହି ସବୁ ଦୁଃଖ-ଅଶାନ୍ତି ଦେଇଛନ୍ତି ତେବେ ଦୁଃଖ ଦେଲାବାଲାଙ୍କୁ କଣ କରିବା ଦରକାର? କୁହ ତେବେ ଏକଥା ମଧ୍ୟ ଭାବିବା ଦରକାର ଯେ ଦୁଃଖ ସମୟରେ ଯିଏ ମନେ ପଡୁଛି ତାଙ୍କ ପାଇଁ ତ ଏକଥା କହିପାରିବା ନାହିଁ ଯେ ଏହି ଦୁଃଖ ମଧ୍ୟ ସେ ହିଁ ଦେଇଛନ୍ତି । ଏହା ମଧ୍ୟ ବୁଝିବାର କଥା । ଯଦି ମନେ ପକାଉଛନ୍ତି ତେବେ ନିଶ୍ଚିତ ଭାବରେ ତାଙ୍କର ଆମ ସହିତ ଅନ୍ୟ କୌଣସି ହିସାବରେ ସମ୍ବନ୍ଧ ଅଛି, ନୁହେଁ କି ଦୁଃଖ ଦେଲାବାଲା ହିସାବରେ । ଏହାଦ୍ୱାରା ପ୍ରମାଣିତ ହେଉଛି ଯେ ଦୁଃଖର କାରଣ ବା ତା ପାଇଁ ଦାୟୀ ଆଉ କିଏ ଅଛି । ସେଥିରେ ମଧ୍ୟ ତୃତୀୟ ବ୍ୟକ୍ତି ତ ଆଉ କେହି ନାହିଁ । ଜଣେ ହେଲି ମୁଁ ଆଉ ଜଣେ ହେଲେ ମୋର ପିତା, ବାସ୍ । ଏହି ଦୁଇଟି ଜିନିଷ ନା । ଜଣେ ହେଲି ମୁଁ ଯିଏକି ତାଙ୍କର ରଚନା କୁହ ବା ସନ୍ତାନ କୁହ ଏବଂ ଦ୍ୱିତୀୟରେ ସେ ମୋର ପିତା । ତେବେ ଏଥିପାଇଁ ହୁଏ ତ ମୁଁ ଦାୟୀ, ନଚେତ୍ ମୋର ପିତା ଦାୟୀ । କିନ୍ତୁ ମୋ ପାଖକୁ ଯେତେବେଳେ ଦୁଃଖ ଆସୁଛି ସେତେବେଳେ ମୋତେ ଏଭଳି ଦେଖାଯାଉଛି ଯେପରି ସେହି ରଚୟିତା ହିଁ ମୋତେ ଦୁଃଖ ଦେଇଛନ୍ତି । ଭିତରେ ଭିତରେ କିନ୍ତୁ ଏଭଳି ଲାଗୁଛି ଯେପରି ସେ ତ ମୋ ପାଇଁ ସୁଖଦାତା ଅଟନ୍ତି । ଯେପରି ସୁଖ ପାଇବା ପାଇଁ ଆମେ ତାଙ୍କର ସାହାରା ଲୋଡୁଛେ - ହେ ଭଗବାନ ମୋର ଏହି ଦୁଃଖକୁ ଦୂର କର, ମୋର ଆୟୁଷ ବଡ କରିଦିଅ । ଦେଖ, ଆୟୁଷ ପ୍ରାପ୍ତ କରିବା ପାଇଁ ମଧ୍ୟ ଗୁହାରୀ କରୁଛେ । ତେଣୁ ଆୟୁଷ ପ୍ରାପ୍ତ କରିବା ପାଇଁ, ଦୁଃଖରୁ ମୁକ୍ତି ପାଇବା ପାଇଁ, ଶାରୀରିକ ରୋଗରୁ ମୁକ୍ତ ହେବା ପାଇଁ ଏବଂ ଲଢେଇ ଝଗଡା ଇତ୍ୟାଦି ଦୁଃଖ ଅଶାନ୍ତିର କାରଣକୁ ଦୂର କରିବା ପାଇଁ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ଯଦି କାହାର ସନ୍ତାନ ବିଗିଡି ଯାଇଥିବ ତେବେ ବି କହୁଛନ୍ତି, ହେ ଭଗବାନ ଏହାକୁ ଭଲ ବୁଦ୍ଧି ଦିଅ, ତେବେ ବୁଦ୍ଧି ବା ମତ ମଧ୍ୟ ତାଙ୍କୁ ହିଁ ମାଗୁଛନ୍ତି । କୌଣସି କଥାରେ ଯଦି କିଛି ଦୁଃଖ-କଷ୍ଟ ଆସୁଛି ତେବେ ସେହି ସମୟରେ ତାଙ୍କୁ ହିଁ ମନେ ପକାଉଛନ୍ତି ଏବଂ ତାଙ୍କଠାରୁ ସମାଧାନର ଆଶା ରଖୁଛନ୍ତି । ଯଦି ତାଙ୍କଠାରୁ ପାଇବାର ଆଶା ରଖୁଛନ୍ତି ତେବେ ନିଶ୍ଚିତ ଭାବରେ ସେ ଏଗୁଡିକର ଦାତା ଅଟନ୍ତି ଏବଂ ସେ ହିଁ ଆମକୁ ସୁଖ ଦେଲାବାଲା ଅଟନ୍ତି ଅର୍ଥାତ୍ ଏହି ସବୁ କଥାର ସମାଧାନ କେବଳ ତାଙ୍କ ପାଖରେ ହିଁ ଅଛି । ତାଙ୍କ ପାଖରେ ନିଶ୍ଚିତ ଏହାର ପ୍ରତିକାର ଅଛି ନଚେତ୍ ଖାଲିଟାରେ କେହି ବି ମନେ ପକାଉ ନଥାଆନ୍ତେ । ତେଣୁ ଆମମାନଙ୍କର ଯେଉଁଭଳି ଅଭ୍ୟାସ ରହି ଆସିଛି, ଚାହେଁ ଜାଣିଥାଆନ୍ତୁ ବା ନ ଜାଣିଥାଆନ୍ତୁ କିନ୍ତୁ ଦୁଃଖ ସମୟରେ ନିଶ୍ଚିତ ଭାବରେ ଭଗବାନଙ୍କୁ ମନେ ପକାଉଛନ୍ତି । ଯଦି ସେଭଳି କୌଣସି କଥା ଆସିଯାଉଛି ତେବେ ମୁଖରୁ ଓ ମାଇଁ ଗଡ୍ ଅର୍ଥାତ୍ ହେ ଭଗବାନ ଶବ୍ଦ ବାହାରି ଆସୁଛି । ଯଦିଓ କେହି ଜାଣିଥାଉ ବା ନ ଜାଣିଥାଉ ଯେ ସେହି ଭଗବାନ କିଏ ଅଟନ୍ତି, ବା କଣ ଅଟନ୍ତି କିନ୍ତୁ ମୁଖରୁ ନିଶ୍ଚିତ ଭାଗରେ ଏହି ଶବ୍ଦ ବାହାରୁଛି । ତେଣୁ ଏହା ମଧ୍ୟ ବୁଝିବାର କଥା ଯେ ଆମେ ଯାହାକୁ ମନେ ପକାଉଛୁ କଣ ତାଙ୍କ ସହିତ ଆମର ଏହି ସବୁ ଦୁଃଖ-ଅଶାନ୍ତିର କୌଣସି ସମ୍ପର୍କ ଅଛି! ଏକଥା ତ ଆମର ମନେ ପକାଇବାରୁ ହିଁ ପ୍ରମାଣିତ ହୋଇଯାଉଛି ଯେ ତାଙ୍କର କାର୍ଯ୍ୟ କୌଣସି ଦୁଃଖ ଦେବା ଭଳି ଆଦୌ ନୁହେଁ । ଯଦି ସେ ଆମକୁ ଦୁଃଖ ଦେଉଥାଆନ୍ତେ ତେବେ ତାଙ୍କୁ ସମସ୍ତେ କାହିଁକି ମନେ ପକାଉ ଥାଆନ୍ତେ? ଦୁଃଖ ଦେବାବାଲା ପ୍ରତି ତ ମନ ଭିତରେ କ୍ରୋଧ ଆସିଥାଏ, ଭାବନ୍ତି ଏହାକୁ କଣ ନାହିଁ କଣ କରିଦିଅନ୍ତି.... କିନ୍ତୁ ଭଗବାନଙ୍କ ପ୍ରତି ତ ସବୁବେଳେ ଏବଂ ବିଶେଷ କରି ଦୁଃଖ ସମୟରେ ତ ପ୍ରେମଭାବ ଉତ୍ପନ୍ନ ହୋଇଥାଏ । ମନ ଭିତରେ ଅନୁଭବ ହୁଏ ଯେପରି ସେ ଆମର କୌଣସି ବଡ ମିତ୍ର ଅଟନ୍ତି । ତାଙ୍କୁ ମନେ ପକାଇବା ଦ୍ୱାରା ସୁଖ ଅନୁଭବ ହୁଏ । ତେଣୁ ନିଶ୍ଚିତ ଭାବରେ ତାଙ୍କ ସହିତ ଆମର ସୁଖର ସମ୍ବନ୍ଧ ରହିଛି ଏବଂ ଦୁଃଖର କାରଣ ନିଶ୍ଚିତ ଭାବରେ ଆଉ କିଏ ହୋଇଥିବ! ତେବେ ଆଉ ତୃତୀୟ ବ୍ୟକ୍ତି ତ କେହି ବି ନାହାଁନ୍ତି, ଗୋଟିଏ ହେଲି ମୁଁ, ଦ୍ୱିତୀୟରେ ସେ, ତେଣୁ ନିଶ୍ଚିତ ଭାବରେ ମୁଁ ହିଁ ମୋର ଦୁଃଖ କଷ୍ଟ ପାଇଁ ଦାୟୀ ।

ତେବେ ଯେଉଁ ଜିନିଷ ପାଇଁ ମୁଁ ନିଜେ ନିମିତ୍ତ ଅଟେ ଏବଂ ମୁଁ ହିଁ ଦୁଃଖରେ ଦୁଃଖୀ ହେଉଛି ଏବଂ ତାର ଉତ୍ପତ୍ତି ମଧ୍ୟ ମୁଁ ନିଜଠାରୁ ହିଁ କରୁଛି ତେବେ ଦେଖିବାକୁ ଗଲେ ଏହା କେତେ ନିର୍ବୋଧତା ଅଟେ । ଯେଉଁ ଜିନିଷଠାରୁ ମୁଁ ମୁକ୍ତି ଚାହୁଁଛି ପୁଣି ତାକୁ ମୁଁ ନିଜେ ହିଁ ନିଜ ପାଇଁ ତିଆରି କରୁଛି, ଏହା ଆଶ୍ଚର୍ଯ୍ୟର କଥା ହେଲା ନା । ମନୁଷ୍ୟ ନ ଚାହିଁଲେ ମଧ୍ୟ ସର୍ବଦା ଦୁଃଖୀ ହୋଇ ଚାଲିଛି ତେଣୁ ନିଶ୍ଚିତ ଭାବରେ ସେ କୌଣସି ବିଷୟରେ ଅନଭିଜ୍ଞ ଅଟେ ବା ଅଜ୍ଞାନୀ ଅଟେ । ତେଣୁ ଯେଉଁ ବିଷୟରେ କିଛି ଜଣାପଡୁନାହିଁ ପ୍ରଥମେ ତାକୁ ଜାଣିବା ଦରକାର ନା । ନିଶ୍ଚିତ ଭାବରେ ସେ ବିଷୟରେ ମୋତେ କିଛି ଜ୍ଞାନ ଜଣାଥିବା ଦରକାର ତେଣୁ ସେହି ଜ୍ଞାନକୁ ପ୍ରଥମେ ଅନୁସନ୍ଧାନ କରିବା ଦରକାର । କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ହେଲା ଆଜିକାଲି ତ ଏଭଳି କଥାକୁ ବୁଝିବା ପାଇଁ କେତେ ଜଣ ତ ଅନେକ ପ୍ରକାରର ବାହାନା କରିଚାଲିଛନ୍ତି । କହୁଛନ୍ତି ମୋତେ ଫୁର୍ସତ ନାହିଁ, ସମୟ ନାହିଁ । କଣ କରିବି ଘର ଗୃହସ୍ଥକୁ ସମ୍ଭାଳିବି ନା ଜ୍ଞାନ ବୁଝିବି, ଏକଥା କରିବି ନା ସେ କଥା କରିବି, କଣ କରିବି.... ସେଥିପାଇଁ ସେମାନେ ସବୁ କିଛି ଦେଖୁଛନ୍ତି, ଘର ଗୃହସ୍ଥକୁ ସମ୍ଭାଳୁଛନ୍ତି ପୁଣି ବି ସେଥିରେ ଦୁଃଖୀ ହୋଇ ରହିଛନ୍ତି । ତେଣୁ, ଯେବେକି ମୁଁ ନିଜେ ହିଁ ମୋର ମୋର କହି ଏହିଭଳି ଦୁଃଖର ରୂପ ସୃଷ୍ଟି କରିଦେଇଛି ବା ଦୁଃଖ ରୂପରେ ସ୍ୱୀକାର କରୁଛି ତେଣୁ ପ୍ରଥମେ ତାର ଅନୁସନ୍ଧାନ ହେବା ଦରକାର । ତିଆରି କରିବା ପୂର୍ବରୁ ତାର ଜ୍ଞାନ ଜାଣିବା ଦରକାର ଯେ ଏସବୁ ଯାହା କିଛି ବି ତିଆରି କରି ମୁଁ ଦୁଃଖୀ ହେଉଛି, ତାର କାରଣ କଣ? ପ୍ରଥମେ ମୋତେ ଏକଥା ଜାଣିବା ଦରକାର ଯେ ମୁଁ ଦୁଃଖୀ କାହିଁକି ହେଉଛି! କଣ ମୋ ପାଇଁ ସୁଖ ନାହିଁ! ଏହାର କାରଣ ମଧ୍ୟ ବାହାର କରିବା ଦରକାର ନା ।

ଏହି କଥାକୁ ଜାଣିବା ପାଇଁ ଏଠାରେ କୁହାଯାଉଛି ଯେ ଯେଉଁ ସବୁ ଜିନିଷ ଗୁଡିକୁ ତୁମେ ମୋର ବୋଲି ଭାବି ବସିଛ, ତାହା ହିଁ ହେଉଛି ଦୁଃଖର କାରଣ । ତେଣୁ ଦୁଃଖ ଦୂର କରିବାର ପ୍ରତିକାର କଣ ଅଛି ତାକୁ ମଧ୍ୟ ଜାଣିବା ଜୀବନ ପାଇଁ ଅତି ଆବଶ୍ୟକ । କିନ୍ତୁ ସବୁ କିଛି ଜାଣି ମଧ୍ୟ କହୁଛନ୍ତି କଣ କରିବି, କିପରି କିପରି, କଣ ଗୃହସ୍ଥ ବ୍ୟବହାର ଛାଡି ଦେବି! ତେଣୁ ଆଶ୍ଚର୍ଯ୍ୟ ଲାଗୁଛି ଯେ ଦେଖ ମନୁଷ୍ୟର ବୁଦ୍ଧି କିଭଳି ଅଟେ ଯାହାକି ବୁଝି ପାରୁଥିଲେ ମଧ୍ୟ ତାକୁ ଧାରଣ କରିପାରୁ ନାହିଁ । ଆମେ ତ ଅନୁଭବ ଆଧାରରେ ସେହି କଥାକୁ ବୁଝିବା ସହିତ ଧାରଣ କରି ଶୁଣାଉଛୁ ଯେ ଏହା ଅନୁଭବର କଥା । ନିଶ୍ଚିତ ଭାବରେ ଆମକୁ ଅନୁଭବ ହେଉଛି ସେଥିପାଇଁ ତ କହୁଛୁ ଯେ ବାସ୍ତବିକ ଭାବରେ କିପରି ସୁଖ ପ୍ରାପ୍ତି ହୋଇପାରିବ, ଯାହାକୁ ବହୁତ ସମୟ ଧରି ଆଶା ରଖି ଆସିଛ, ଏବେ ନିଜେ ସୁଖଦାତା ହିଁ ଆମକୁ ନିଜର ପରିଚୟ ଦେଇ କହୁଛନ୍ତି - ହେ ପିଲାମାନେ, ତୁମେ କାହିଁକି ଦୁଃଖୀ ହେଉଛ? କାରଣ ତ ତୁମ ନିକଟରେ ହିଁ କିନ୍ତୁ ତୁମ ଭିତରେ ଆଉ ଏଭଳି କଣ ଅଛି ଯାହାଦ୍ୱାରା ତୁମେ ନିଜେ ମଧ୍ୟ ଜାଣିପାରୁ ନାହଁ, କାହା ଯୋଗୁଁ ତୁମେମାନେ ଦୁଃଖ ଭୋଗୁଛ । କଣ ତୁମମାନଙ୍କର କର୍ମ ହିଁ ତୁମ ପାଇଁ ଦୁଃଖର କାରଣ ହେଉଛି? ସେହି କଥା ଆସି ବୁଝ, ଦେଖ ଆମେ କେତେ ଆଗ୍ରହରେ ଡାକୁଛୁ । ତେବେ ବି ଦେଖ କେତେ ଆଶ୍ଚର୍ଯ୍ୟ କଥା, ସବୁ କଥା ଶୁଣୁଥିଲେ ମଧ୍ୟ ବିଚରା ମନୁଷ୍ୟମାନେ କହୁଛନ୍ତି, ବୋଧ ହୁଏ ଏହିଭଳି ହିଁ ଚାଲିବାର ଅଛି । ତେବେ ଏହାକୁ ହିଁ କୁହାଯାଏ ଅହୋ ମମ ମାୟା! ମାୟା ଏକଦମ୍ ଜାବୁଡି ଧରିଛି ଏବଂ ଚାହୁଁଥିଲେ ମଧ୍ୟ ଯେଉଁ ଜିନିଷ ପାଇଁ ସାରା ଦିନ ମୁଣ୍ଡ ପିଟୁଛନ୍ତି, ସେହି କଥା ହିଁ ବାବା ସମୁଖରେ ଆସି ବୁଝାଉଛନ୍ତି, ପିଲାମାନେ ଶୁଣ ତୁମମାନଙ୍କର ସୁଖ ଏବଂ ଦୁଃଖର କାରଣ କଣ, ତାକୁ ବୁଝିପାରୁ ନାହାଁନ୍ତି ।

ବାବା ନିଜେ ଆସି କହୁଛନ୍ତି ମୁଁ ତୁମମାନଙ୍କର ସବୁ ଦୁଃଖ ହରଣ କରି ତୁମମାନଙ୍କୁ ସୁଖ ଦେବା ପାଇଁ ହିଁ ଆସିଛି । ସେଥିପାଇଁ ତ ଗାୟନ କରୁଛ, ଦୁଃଖହର୍ତ୍ତା-ସୁଖକର୍ତ୍ତା । କେବେ ବି ଏମିତି କହୁନାହିଁ ଯେ ଆଜି ଆପଣ ସୁଖହର୍ତ୍ତା ଦୁଃଖକର୍ତ୍ତା ଅଟନ୍ତି, ନା । ତେଣୁ ସବୁ ପ୍ରକାରର ଦୁଃଖର ସେ ହର୍ତ୍ତା ଅଟନ୍ତି । ବାବା କହୁଛନ୍ତି ପିଲାମାନେ ମୁଁ ତୁମମାନଙ୍କର ଦୁଃଖ ହରଣ କରିବା ପାଇଁ ହିଁ ଆସିଛି । କିନ୍ତୁ ସେଥିପାଇଁ ତୁମକୁ ଏଭଳି କର୍ମ କରିବା ଶିଖାଇବି ଯାହା ଦ୍ୱାରା ତୁମର ସବୁ ଦୁଃଖ ନଷ୍ଟ ହୋଇଯିବ । କେବଳ ମୁଁ ଯାହା ଶିଖାଉଛି ବା ବୁଝାଉଛି ତାକୁ ବୁଝି ସେହିଭଳି ପୁରୁଷାର୍ଥ କର, ଯାହାଦ୍ୱାରା ତୁମର ସବୁ ଦୁଃଖ ସମାପ୍ତ ହୋଇଯିବ । ତୁମମାନଙ୍କର ଦୁଃଖକୁ ସମାପ୍ତ କରିବା ପାଇଁ ହିଁ ମୁଁ ଶିକ୍ଷା ଦେଉଛି ଯାହାକୁ ତୁମେମାନେ ଧାରଣ କରିନିଅ, କାହିଁକି ନା ଦୁଃଖ ତ ତୁମର ଜିନିଷ ନା । କିନ୍ତୁ କେହି କେହି ତ ବିଚରା ଏଭଳି କାରଣ ଦେଖାଇଥାଆନ୍ତି ଯେପରି ଆମେ ଭଗବାନଙ୍କ ଉପରେ ଦୟା କରୁଛୁ । ଆଉ କେହି କେହି କହିଥାଆନ୍ତି ଯଦି ମୋତେ ସମୟ ମିଳିଯିବ ତେବେ ମୁଁ ଏହାକୁ ବୁଝିବି । ଆରେ ଭାଇ । ପରିବାରକୁ ଖୁଆଇବା-ପିଆଇବା ଇତ୍ୟାଦି ଯାହା ସବୁ କର୍ମ କରୁଛ, ସେହିସବୁ କର୍ମ ଦ୍ୱାରା ଜମା କରିଥିବା ପାପର ଖାତାରେ ହିଁ ତ ତୁମେମାନେ ବାନ୍ଧି ହୋଇଯାଇଛ, ସେହି କାରଣରୁ ତ ଦୁଃଖୀ ହୋଇଛ । ଯେବେକି ଗୋଟିଏ ପଟେ କହୁଛ ଏହି ସବୁ ଦୁଃଖରୁ କିପରି ମୁକ୍ତି ପାଇବୁ ଏବଂ ଅନ୍ୟ ପଟେ ଏହି ସବୁ ଦୁଃଖରୁ ମୁକୁଳାଇବାର ରାସ୍ତା ନିଜେ ଭଗବାନ ଆସି ବତାଉଛନ୍ତି ତେବେ ବି ଦେଖ ବଡ କଷ୍ଟରେ କାହା କାହାର ବୁଦ୍ଧିରେ ଧାରଣ ହେଉଛି । ଏହିଭଳି ଭାବରେ ଏହି ପାଞ୍ଚଟି ବିକାରକୁ ହିଁ ମାୟା କୁହାଯାଉଛି, କିନ୍ତୁ ବିଚରା ମନୁଷ୍ୟମାନେ ଧନ-ସମ୍ପତ୍ତିକୁ ହିଁ ମାୟା ଭାବୁଛନ୍ତି । ଆଉ କେହି କେହି ତ ଶରୀରକୁ ହିଁ ମାୟା କହିଦେଉଛନ୍ତି ଏବଂ ତାଠାରୁ ମୁକୁଳିବାର ଉପାୟ କରିଚାଲିଛନ୍ତି, କିନ୍ତୁ ବାବା କହୁଛନ୍ତି ତୁମମାନଙ୍କର ଦୁଃଖର କାରଣ ଆଉ କିଛି ଅଛି । ଏହି ପ୍ରକୃତି ତ ମୋର ରଚନା, ଯାହାକି ଅନାଦି ଅଟେ, ତାହା କୌଣସି ଦୁଃଖର କାରଣ ନୁହେଁ । ତୁମମାନଙ୍କ ଭିତରେ ବାହାରୁ କିଛି ଅଲଗା ଜିନିଷ ଆସିଯାଇଛି ଯାହାକି ଦୁଃଖର କାରଣ ଅଟେ, ତାକୁ ହିଁ ପାଞ୍ଚ ବିକାର ବା ମାୟା କୁହାଯାଉଛି । ତେବେ ବିକାରର ଅର୍ଥ ଶରୀର ନୁହେଁ, ସଂସାର ମଧ୍ୟ ନୁହେଁ କିମ୍ବା ଧନ ସମ୍ପତ୍ତି ମଧ୍ୟ ନୁହେଁ । ବିକାର ତ ଗୋଟିଏ ଅଲଗା ଜିନିଷ ଯାହାକି ତୁମ ଭିତରେ ପ୍ରବେଶ କରିବା ପରେ ହିଁ ସବୁ କଥା ତୁମ ପାଇଁ ଦୁଃଖର କାରଣ ହୋଇଯାଇଛି । ନଚେତ୍ ଏହି ସବୁ ପଦାର୍ଥ ଗୁଡିକ ତ ଆତ୍ମା ପାଇଁ ସୁଖର ସାଧନ ଅଟେ । ଧନ-ସମ୍ପତ୍ତି ଆଦି ଯାହା କିଛି ବି ଅଛି ତାହା ତ ସବୁ ସୁଖର ସାଧନ ଅଟେ ନା । କିନ୍ତୁ ଏହି ସବୁ କଥାର ସମ୍ପୂର୍ଣ୍ଣ ଜ୍ଞାନ ନଥିବା କାରଣରୁ ଏହି ସବୁ ଜିନିଷ ଗୁଡିକ ଦୁଃଖର କାରଣ ହୋଇଯାଇଛି । ଏମିତି ବି ନୁହେଁ ମୁଁ ଯେଉଁ ଅନାଦି ରଚନା ସୃଷ୍ଟି କରିଛି, ତାହା କୌଣସି ଦୁଃଖର କାରଣ ଅଟେ, ନା । ଦୁଃଖର କାରଣ ତୁମେ ନିଜେ ହିଁ ଅଟ । ତୁମ ଭିତରେ କୌଣସି ଅଲଗା ଜିନିଷ ପ୍ରବେଶ କରିଛି । ତାହାହେଲା ମାୟା ବା ପାଞ୍ଚ ବିକାର, ଏବେ ତୁମକୁ ସେହି ବିକାର ଗୁଡିକୁ ହିଁ ତଡିବାକୁ ହେବ । ମନୁଷ୍ୟମାନେ ପୁଣି ବି କହୁଛନ୍ତି ଏସବୁ ଭଗବାନ ହିଁ ଦେଇଛନ୍ତି, ଯଦି ଭଗବାନ ଦେଇଛନ୍ତି ତେବେ ସେ ତ ସୁଖର ଜିନିଷ କିଛି ଦେଇଥିବେ ନା । ସେଥିରେ ତୁମେ ବିକାରର ମିଶ୍ରଣ କରି ସବୁ ଜିନିଷକୁ ଖରାପ କରି ଦେଇଛ ସେଥିପାଇଁ ବାବା କହୁଛନ୍ତି ତୁମେମାନେ ଏହି ବିକାର ଗୁଡିକୁ ବାହାର କରିଦିଅ ତେବେ ସଦାକାଳ ପାଇଁ ସୁଖୀ ହୋଇଯିବ । ଏହି କଥା ସବୁ ଭଲ ଭାବରେ ବୁଝିବା ଦରକାର । ସେଥିପାଇଁ କିଛି ସମୟ ତ ଦେବାକୁ ହିଁ ପଡିବ । ଦୁଃଖକୁ ସମାପ୍ତ କରିବାର ବିଧି ଶିଖିବାକୁ ହେବ । ସେଥିପାଇଁ କୁହାଯାଉଛି ବାରମ୍ବାର ଆସ, କିଛି ବୁଝ । କିନ୍ତୁ ଏମିତି ବି ନୁହେଁ ଯେ ଏଠାରେ ଶୁଣିବ ପୁଣି ବାହାରକୁ ଗଲେ ସବୁ କଥା ଭୁଲିଯିବ । କେହି କେହି ପୁଣି କହୁଛନ୍ତି ଏସବୁ ତ ବୟସ୍କମାନଙ୍କର ବା ବୁଢାଲୋକମାନଙ୍କର କାର୍ଯ୍ୟ । ତେବେ କଣ ଜୀବନକୁ ସୁଖମୟ କରିବା - ଏହା କେବଳ ବୁଢାଲୋକ ମାନଙ୍କ ପାଇଁ ଜରୁରୀ! ବୁଢା ତ ତାଙ୍କୁ କୁହାଯିବ ଯେଉଁମାନେ ସିଢିକୁ ଓଲଟା ଚଢିଯାଇଛନ୍ତି ପୁଣି ଅନ୍ୟମାନଙ୍କୁ ଦେଖି ଓହ୍ଲାଉଛନ୍ତି, ଏହାଠାରୁ ଭଲ ହେବ ଯଦି ସିଢି ଚଢିବା ପୂର୍ବରୁ ହିଁ ନିଜକୁ ସମ୍ଭାଳି ନେବା ଦରକାର ଯେ ଆମକୁ ଜୀବନକୁ କିପରି ଚଲାଇବା ଉଚିତ୍, ସେଥିପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ଏହି ସବୁ କଥାକୁ ଭଲ ଭାବରେ ବୁଝି ନିଜ ଜୀବନରେ ଦୁଃଖ-ଅଶାନ୍ତିର ଯେଉଁ ମୂଳ କାରଣ ରହିଛି ତାକୁ ସମାପ୍ତ କରିବା ପାଇଁ ପୂରା ପୂରା ପୁରୁଷାର୍ଥ କରିବା ଉଚିତ୍ । ଈଶ୍ୱର ଯିଏକି ସମସ୍ତଙ୍କର ପିତା ଅଟନ୍ତି, ତାଙ୍କ ଉପରେ ଆମମାନଙ୍କର ଯେଉଁ ଅଧିକାର ଅଛି, ତାକୁ ମଧ୍ୟ ବୁଝିବାକୁ ହେବ ଏବଂ ସେହି ଅଧିକାରକୁ ନେବାକୁ ହେବ । ଖାଲିଟାରେ ତ ତାଙ୍କୁ ପିତା ବୋଲି କହିବା ନାହିଁ ନା କିନ୍ତୁ ତାଙ୍କ ଦ୍ୱାରା ଆମକୁ କଣ ପ୍ରାପ୍ତି କରିବାକୁ ହେବ ସେ କଥା ତ ଆସି ଶୁଣିବା ଏବଂ ବୁଝିବା ଦରକାର ନା । ତେବେ ଆମେ ତ ସମସ୍ତଙ୍କୁ ନିମନ୍ତ୍ରଣ ମଧ୍ୟ ଦେଇ ଚାଲିଛୁ ଏବଂ ପୂର୍ବରୁ ମଧ୍ୟ ନିମନ୍ତ୍ରଣ ଦେଇ ଆସିଛୁ । ପୁଣି ବି କୋଟିକ ଭିତରେ କେହି କେହି ହିଁ ଜାଗ୍ରତ ହେଉଛନ୍ତି ଅର୍ଥାତ୍ ବୁଝୁଛନ୍ତି । ପୂର୍ବରୁ ମଧ୍ୟ ଏହିଭଳି ହୋଇଥିଲା ସେଥିପାଇଁ ତ ଭଗବାନ ନିଜେ କହୁଛନ୍ତି - କୋଟିକ ଭିତରେ କେହି ଜଣେ ହିଁ ମୋତେ ଜାଣିଥାଆନ୍ତି । ତେଣୁ ଏଠାକୁ ଆସି ଏହି ସବୁ କଥାକୁ ବୁଝିବା ସହିତ କିଛିଟା ଧାରଣା କରିବା ପାଇଁ ମଧ୍ୟ ପ୍ରୟାସ କର । ଗୋଟିଏ ଦିନରେ ତ ଏତେ ସବୁ କଥା ବୁଦ୍ଧିରେ ଧାରଣ ହୋଇପାରିବ ନାହିଁ । ଆଚ୍ଛା! ମିଠା ମିଠା ପିଲାମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ ଶୁଭେଚ୍ଛା ଏବଂ ନମସ୍ତେ ।

ବରଦାନ:-
ନିଜର ପୂଜ୍ୟ ସ୍ୱରୂପର ସ୍ମୃତି ଦ୍ୱାରା ସର୍ବଦା ଆତ୍ମିକ ନିଶାରେ ରହୁଥିବା ଜୀବନମୁକ୍ତ ଆତ୍ମା ହୁଅ ।

ବ୍ରାହ୍ମଣ ଜୀବନର ମଜା ଜୀବନମୁକ୍ତ ସ୍ଥିତିରେ ହିଁ ରହିଛି । ଯେଉଁମାନଙ୍କୁ ସର୍ବଦା ନିଜର ପୂଜ୍ୟ ସ୍ୱରୂପର ସ୍ମୃତି ରହୁଛି ସେମାନଙ୍କର ଦୃଷ୍ଟି ବାବାଙ୍କ ବ୍ୟତୀତ ଅନ୍ୟ କାହା ପ୍ରତି ବି ଆକର୍ଷିତ ହୋଇପାରିବ ନାହିଁ । ପୂଜ୍ୟ ଆତ୍ମାମାନଙ୍କ ନିକଟରେ ବ୍ୟକ୍ତି, ବସ୍ତୁ, ବୈଭବ ସବୁ କିଛି ଆପେ ଆପେ ମୁଣ୍ଡ ନୁଆଁଇଥାଆନ୍ତି ଅର୍ଥାତ୍ ଟାଣି ହୋଇ ଆସିଥାଆନ୍ତି । ପୂଜ୍ୟ ଆତ୍ମା କେବେହେଲେ କାହା ପ୍ରତି ଆକର୍ଷିତ ହୋଇପାରିବ ନାହିଁ । ଦେହ, ସମ୍ବନ୍ଧ, ପଦାର୍ଥ ତଥା କାହାର ସଂସ୍କାର ପ୍ରତି ମଧ୍ୟ ସେମାନଙ୍କର ମନ ବୁଦ୍ଧିର ଆକର୍ଷଣ ନଥାଏ । ସେମାନେ କେବେହେଲେ କୌଣସି ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ । ସେଥିପାଇଁ ସେମାନେ ସର୍ବଦା ଜୀବନମୁକ୍ତ ସ୍ଥିତିର ଅନୁଭବ କରିଥାଆନ୍ତି ।

ସ୍ଲୋଗାନ:-
ସଚ୍ଚା ସେବାଧାରୀ ସେହିମାନଙ୍କୁ କୁହାଯିବ ଯେଉଁମାନେ ନିମିତ୍ତ ଏବଂ ନିର୍ମାଣଚିତ୍ତ ଅଟନ୍ତି ।