24.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ତୁମମାନଙ୍କୁ ଜ୍ଞାନ ରତ୍ନ ଦେବା ପାଇଁ ଆସିଛନ୍ତି, ତୁମମାନଙ୍କୁ ଯାହା ବି ଶୁଣାଉଛନ୍ତି ବା ବୁଝାଉଛନ୍ତି ତାହା ହିଁ ପ୍ରକୃତ ଜ୍ଞାନ, ଏହି ଜ୍ଞାନ ରତ୍ନ ଜ୍ଞାନ ସାଗରଙ୍କ ବ୍ୟତୀତ ଅନ୍ୟ କେହି ଦେଇପାରିବେ ନାହିଁ ।

ପ୍ରଶ୍ନ:-
ଆତ୍ମାର ମହତ୍ତ୍ୱ କମ୍ ହେବାର ମୁଖ୍ୟ କାରଣ କଣ ?

ଉତ୍ତର:-
ବିକାର ଗୁଡିକର ଖାଦ ମିଶିବା କାରଣରୁ ହିଁ ଆତ୍ମାର ମହତ୍ତ୍ୱ କମ୍ ହୋଇଛି । ଯେପରି ସୁନାରେ ଖାଦ ମିଶାଇ ଅଳଙ୍କାର ତିଆରି କରୁଛନ୍ତି ସେଥିପାଇଁ ତାହାର ମୂଲ୍ୟ କମ୍ ହୋଇଯାଉଛି । ସେହିପରି ଆତ୍ମା ଯିଏକି ଅସଲି ସୁନା ଅଟେ, ସେଥିରେ ଯେତେବେଳେ ଅପବିତ୍ରତାର ଖାଦ ମିଶୁଛି ସେତେବେଳେ ତାର ମୂଲ୍ୟ କମ୍ ହୋଇଯାଉଛି । ବର୍ତ୍ତମାନ ସମୟରେ ତମୋପ୍ରଧାନ ଆତ୍ମାର କୌଣସି ମୂଲ୍ୟ ନାହିଁ । ଶରୀରର ମଧ୍ୟ କିଛି ମୂଲ୍ୟ ନାହିଁ । ଏବେ ତୁମର ଆତ୍ମା ଏବଂ ଶରୀର ଉଭୟ ଯୋଗବଳ ଦ୍ୱାରା ମୂଲ୍ୟବାନ ହେଉଛନ୍ତି ।

ଗୀତ:-
ୟହ କୌନ ଆଜ୍ ଆୟା ସବେରେ-ସବେରେ...

ଓମ୍ ଶାନ୍ତି ।
ମଧୁର ଆତ୍ମିକ ରୁହାନୀ ସନ୍ତାନମାନଙ୍କୁ ବାବା ବସି ବୁଝାଉଛନ୍ତି ଏବଂ ବାବାଙ୍କୁ ମନେ ପକାଇବାର ଉପାୟ ମଧ୍ୟ ବତାଉଛନ୍ତି । ସନ୍ତାନମାନେ ବସିଛନ୍ତି, ସନ୍ତାନମାନଙ୍କର ହୃଦୟରେ ଅଛି ଯେ ଶିବ ଭୋଳା ବାବା ଆସିଛନ୍ତି । ଧରିନିଅ ଅଧ ଘଣ୍ଟା ଶାନ୍ତିରେ ବସିଯାଉଛନ୍ତି କଥା କହୁ ନାହାଁନ୍ତି ତେବେ ତୁମମାନଙ୍କ ଅନ୍ତରାତ୍ମା କହିବ ଯେ ଶିବବାବା କିଛି କୁହନ୍ତୁ । ଜାଣିଛ ଶିବବାବା ବ୍ରହ୍ମାବାବାଙ୍କ ଭ୍ରୃକୁଟୀରେ ବିରାଜମାନ ଅଛନ୍ତି, କିନ୍ତୁ କଥା କହୁନାହାଁନ୍ତି । ଏହା ମଧ୍ୟ ତୁମ ମାନଙ୍କର ୟାଦର ଯାତ୍ରା ଅଟେ ନା । ବୁଦ୍ଧିରେ ଶିବବାବା ହିଁ ମନେ ଅଛନ୍ତି । ମନ ଭିତରେ ଭାବୁଛ ଯେ ବାବା କିଛି କୁହନ୍ତୁ, ଜ୍ଞାନ ରତ୍ନ ଦିଅନ୍ତୁ । ବାବା ତୁମମାନଙ୍କୁ ଜ୍ଞାନ ରତ୍ନ ଦେବାକୁ ହିଁ ଆସୁଛନ୍ତି । ସେ ଜ୍ଞାନର ସାଗର ଅଟନ୍ତି ନା । କହୁଛନ୍ତି ସନ୍ତାନମାନେ, ଦେହୀ-ଅଭିମାନୀ ହୋଇ ରୁହ । ବାବାଙ୍କୁ ୟାଦ କର । ଏହା ହେଉଛି ଜ୍ଞାନ । ବାବା କହୁଛନ୍ତି ଏହି ଡ୍ରାମାର ଚକ୍ର, ସିଡିର ଚିତ୍ର ଏବଂ ବାବାଙ୍କ ସ୍ମୃତି -- ଏହା ହିଁ ହେଉଛି ଜ୍ଞାନ । ବାବା ଯାହା କିଛି ବୁଝାଉଛନ୍ତି ତାହାକୁ ଜ୍ଞାନ କୁହାଯାଉଛି । ୟାଦର ଯାତ୍ରା ବିଷୟରେ ମଧ୍ୟ ବୁଝାଉଛନ୍ତି ଏହା ସବୁ ହେଉଛି ଜ୍ଞାନ ରତ୍ନ । ବାବା ଯୋଗଯୁକ୍ତ ରହିବା ପାଇଁ ଯାହା ବୁଝାଉଛନ୍ତି, ଏହି ରତ୍ନ ବହୁତ ଭଲ ଅଟେ । ବାବା କହୁଛନ୍ତି ନିଜର ୮୪ ଜନ୍ମକୁ ମନେ ପକାଅ । ତୁମେମାନେ ପବିତ୍ର ଅବସ୍ଥାରେ ଆସିଥିଲ ପୁନଃ ପବିତ୍ର ହୋଇ ଘରକୁ ଯିବ । କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ ଏବଂ ବାବାଙ୍କ ଠାରୁ ସମ୍ପୂର୍ଣ୍ଣ ସମ୍ପତ୍ତି ନେବାକୁ ହେବ । ତାହା ସେତେବେଳେ ମିଳିବ, ଯେବେ ଆତ୍ମା ଯୋଗର ବଳ ଦ୍ୱାରା ସତ୍ତ୍ୱପ୍ରଧାନ ହୋଇଯିବ । ଏହି ଅକ୍ଷର ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ, ନୋଟ୍ କରିବା ଦରକାର । ଆତ୍ମାରେ ହିଁ ଧାରଣା ହୋଇଥାଏ । ଏହି ଶରୀର ତ ଅଙ୍ଗପ୍ରତଙ୍ଗର ସମ୍ମିଶ୍ରଣ ଅଟେ ଯାହା ବିନାଶ ହୋଇଯାଉଛି । ସଂସ୍କାର ଭଲ ବା ଖରାପ ଆତ୍ମାରେ ହିଁ ଭରି ହୋଇଯାଏ । ବାବାଙ୍କ ଭିତରେ ମଧ୍ୟ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନର ସଂସ୍କାର ଭରି ରହିଛି ସେଥିପାଇଁ ତାଙ୍କୁ ନଲେଜ୍ଫୁଲ୍ ବା ଜ୍ଞାନର ଭଣ୍ଡାର କୁହାଯାଉଛି । ବାବା ଯଥାର୍ଥ ରୂପେ ବୁଝାଉଛନ୍ତି ୮୪ର ଚକ୍ର ବିଲ୍କୁଲ୍ ସହଜ । ଏବେ ୮୪ର ଚକ୍ର ପୂର୍ଣ୍ଣ ହୋଇଛି । ଏବେ ଆମଙ୍କୁ ବାବାଙ୍କ ପାଖକୁ ଫେରିଯିବାକୁ ହେବ । ଅସ୍ୱଚ୍ଛ ଆତ୍ମା ସେଠାକୁ ଯାଇପାରବ ନାହିଁ । ଯେବେ ତୁମର ଆତ୍ମା ପବିତ୍ର ହୋଇଯିବ ତେବେ ପୁଣି ଏହି ଶରୀର ଛାଡି ଚାଲିଯିବ । ପବିତ୍ର ଶରୀର ତ ଏଠାରେ ମିଳିପାରିବ ନାହିଁ । ଏହା ଶରୀର ପୁରୁଣା ଜୋତା ସଦୃଶ ଏଥିରୁ ବୈରାଗ୍ୟ ଆସୁଛି । ଆତ୍ମାକୁ ଏବେ ପବିତ୍ର ହୋଇ ପୁଣି ଭବିଷ୍ୟତରେ ପବିତ୍ର ଶରୀର ନେବାକୁ ହେବ । ସତ୍ୟଯୁଗରେ ଆମମାନଙ୍କର ଆତ୍ମା ଏବଂ ଶରୀର ଉଭୟ ପବିତ୍ର ଥିଲା । ଏବେ ତୁମମାନଙ୍କ ଆତ୍ମା ଅପବିତ୍ର ହୋଇଯାଇଛି ତେଣୁ ଶରୀର ମଧ୍ୟ ଅପବିତ୍ର । ଯେମିତି ସୁନା ସେମିତି ଅଳଙ୍କାର । ସରକାର ମଧ୍ୟ କହୁଛି ଶସ୍ତା ସୁନାର ଗହଣା ପିନ୍ଧ । ତାର ମୂଲ୍ୟ ମଧ୍ୟ କମ୍ । ଏବେ ତୁମର ଆତ୍ମାର ମୂଲ୍ୟ ମଧ୍ୟ କମ୍ । ସେଠାରେ ତୁମମାନଙ୍କର ଆତ୍ମାର କେତେ ମୂଲ୍ୟ ରହୁଛି । ସତ୍ତ୍ୱପ୍ରଧାନ ଥାଏ ନା । ଏବେ ହେଉଛି ତମୋପ୍ରଧାନ । ଖାଦ ମିଶିଛି, କୌଣସି କାମର ନୁହେଁ । ସେଠାରେ ଆତ୍ମା ପବିତ୍ର ରହିବ, ତେଣୁ ବହୁତ ମୂଲ୍ୟ ରହିବ । ଏବେ ୯ କ୍ୟାରେଟ୍ ହୋଇଯାଇଛି ତେଣୁ କିଛି ମୂଲ୍ୟ ନାହିଁ । ସେଥିପାଇଁ ବାବା କହୁଛନ୍ତି ଆତ୍ମାକୁ ପବିତ୍ର କରାଅ ତେବେ ପବିତ୍ର ଶରୀର ମଧ୍ୟ ମିଳିବ । ଏହି ଜ୍ଞାନ ଆଉ କେହି ଦେଇପାରିବେ ନାହିଁ ।

ବାବା କହୁଛନ୍ତି ମାମେକମ୍ ୟାଦ କର । ଏକଥା କୃଷ୍ଣ କିପରି କହିବେ । ସେ ତ ଦେହଧାରୀ । ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । କୌଣସି ଦେହଧାରୀକୁ ମନେ ପକାଅ ନାହିଁ । ଏବେ ତୁମେମାନେ ବୁଝୁଛ ତେଣୁ ପୁଣି ଅନ୍ୟକୁ ବୁଝାଇବାକୁ ହେବ । ଶିବବାବା ହେଉଛନ୍ତି ନିରାକାର, ତାଙ୍କର ଜନ୍ମ ଅଲୌକିକ ଅଟେ । ତୁମମାନଙ୍କୁ ମଧ୍ୟ ଅଲୌକିକ ଜନ୍ମ ଦେଉଛନ୍ତି । ଅଲୌକିକ ବାବା, ଅଲୌକିକ ସନ୍ତାନ । ଲୌକିକ, ପାରଲୌକିକ ଏବଂ ଅଲୌକିକ କୁହାଯାଉଛି । ତୁମମାନଙ୍କୁ ଅଲୌକିକ ଜନ୍ମ ମିଳୁଛି । ବାବା ତୁମମାନଙ୍କୁ ପୋଷ୍ୟ କରି ସମ୍ପତ୍ତି ଦେଉଛନ୍ତି । ତୁମେମାନେ ଜାଣିଛ ଆମ ବ୍ରାହ୍ମଣମାନଙ୍କର ମଧ୍ୟ ଅଲୌକିକ ଜନ୍ମ ଅଟେ । ଅଲୌକିକ ବାବାଙ୍କଠାରୁ ଅଲୌକିକ ସମ୍ପତ୍ତି ମିଳୁଛି । ବ୍ରହ୍ମାକୁମାର-କୁମାରୀମାନଙ୍କ ବ୍ୟତୀତ ଅନ୍ୟ କେହି ସ୍ୱର୍ଗର ମାଲିକ ହୋଇପାରିବେ ନାହିଁ । ମନୁଷ୍ୟ କିଛି ବି ବୁଝୁ ନାହାଁନ୍ତି । ବାବା ତୁମମାନଙ୍କୁ କେତେ ବୁଝାଉଛନ୍ତି । ଆତ୍ମା ଅପବିତ୍ର ହୋଇଯାଇଛି ତାହା ବାବାଙ୍କ ସ୍ମୃତି ବ୍ୟତୀତ ପବିତ୍ର ହୋଇ ପାରିବ ନାହିଁ । ସ୍ମୃତିରେ ନରହିଲେ ଖାଦ ରହିଯିବ, ପବିତ୍ର ହୋଇପାରିବ ନାହିଁ । ପୁଣି ଦଣ୍ଡ ଭୋଗିବାକୁ ପଡିବ । ସାରା ଦୁନିଆର ମନୁଷ୍ୟ ଆତ୍ମାଙ୍କୁ ପବିତ୍ର ହୋଇ ଘରକୁ ଫେରିବାକୁ ହେବ । ଶରୀର ତ ଯିବ ନାହିଁ । ବାବା କହୁଛନ୍ତି ନିଜକୁ ଆତ୍ମା ଭାବିବା କେତେ କଷ୍ଟକର । କର୍ମଧନ୍ଦା ସମୟରେ ଆତ୍ମିକ ସ୍ଥିତି ରହିନଥାଏ । ବାବା କହୁଛନ୍ତି ଯଦି ନିଜକୁ ଆତ୍ମା ଭାବୁ ନାହଁ ତେବେ ମଧ୍ୟ ଶିବବାବାଙ୍କୁ ତ ୟାଦ କର । ଧନ୍ଦା ଆଦି କରି ଏହି ପରିଶ୍ରମ କର ଯେ ମୁଁ ଆତ୍ମା ଏହି ଶରୀର ଦ୍ୱାରା କାମ କରୁଛି । ମୁଁ ଆତ୍ମା ହିଁ ଶିବବାବାଙ୍କୁ ମନେ ପକାଉଛି । ଆତ୍ମା ହିଁ ପ୍ରଥମେ ପବିତ୍ର ଥିଲା, ଏବେ ପୁଣି ତାକୁ ପବିତ୍ର ହେବାକୁ ହେବ । ଏହା ହେଉଛି ପରିଶ୍ରମ । ଏଥିରେ ଜବରଦସ୍ତ ରୋଜଗାର ହେଉଛି । ଏଠାରେ ଯେତେ ବଡ ସାହୁକାର ହୁଅନ୍ତୁ, ସେମାନଙ୍କ ପାଖରେ ଅରବ-ଖରବ ରହିଛି କିନ୍ତୁ ଆନ୍ତରିକ ସୁଖ ନାହିଁ । ସମସ୍ତଙ୍କ ମୁଣ୍ଡ ଉପରେ ଦୁଃଖ ଅଛି । ଆଜି ରାଜା, ପ୍ରେସିଡେଣ୍ଟ ଆଦି ଅଛନ୍ତି, କାଲି ତାଙ୍କୁ ମାରିଦେଉଛନ୍ତି, ବିଲାତରେ କଣ-କଣ ସବୁ ହେଉଛି । ସାହୁକାର, ରାଜାମାନଙ୍କ ଉପରେ ସମସ୍ୟା ଆସିଯାଉଛି । ଏଠାରେ ଯେଉଁ ରାଜାମାନେ ଥିଲେ ସେ ପ୍ରଜା ହୋଇଯାଇଛନ୍ତି । ରାଜାମାନଙ୍କ ଉପରେ ପ୍ରଜାମାନଙ୍କର ରାଜ୍ୟ ହୋଇଗଲାଣି । ଡ୍ରାମାରେ ଏହିପରି ନିଧାର୍ଯ୍ୟ ରହିଛି । ଶେଷବେଳକୁ ଏହି ଅବସ୍ଥା ହୋଇଯାଉଛି । ବହୁତ ପରସ୍ପର ମଧ୍ୟରେ ଲଢେଇ କରିବେ । ତୁମେମାନେ ଜାଣିଛ କଳ୍ପ ପୂର୍ବରୁ ମଧ୍ୟ ଏପରି ହୋଇଥିଲା, ତୁମେମାନେ ଗୁପ୍ତ ବେଶରେ ଦିଲ୍ ବା ଜାନ, ସିକ ବା ପ୍ରେମ (ମନ-ପ୍ରାଣ) ଦ୍ୱାରା ହରାଇଥିବା ରାଜ୍ୟ ନେଉଛ । ତୁମମାନଙ୍କୁ ହିଁ ପରିଚୟ ମିଳୁଛି - ଆମେ ମାଲିକ, ସୂର୍ଯ୍ୟବଂଶୀ ଦେବତା ଥିଲୁ । ଏବେ ପୁଣି ସେହିପରି ହେବା ପାଇଁ ପୁରୁଷାର୍ଥ କରୁଛୁ କାହିଁକି ନା ଏଠାରେ ତୁମେମାନେ ସତ୍ୟ ନାରାୟଣଙ୍କର କଥା ଶୁଣୁଛ । ବାବାଙ୍କ ଦ୍ୱାରା ଆମେ ନରରୁ ନାରାୟଣ କିପରି ହେବୁ ? ବାବା ଆସି ରାଜଯୋଗ ଶିଖାଉଛନ୍ତି । ଭକ୍ତିମାର୍ଗରେ ଏହାକୁ କେହି ଶିଖାଇ ପାରିବେ ନାହିଁ । କୌଣସି ମନୁଷ୍ୟକୁ ବାପ, ଶିକ୍ଷକ, ଗୁରୁ କୁହାଯିବ ନାହିଁ । ଭକ୍ତିରେ କେତେ ପୁରାଣ କାହାଣୀ ଶୁଣାଉଛନ୍ତି । ଏବେ ତୁମମାନଙ୍କୁ ୨୧ ଜନ୍ମ ବିଶ୍ରାମ ପାଇବା ପାଇଁ ପବିତ୍ର ନିଶ୍ଚୟ ହେବାକୁ ପଡିବ ।

ବାବା କହୁଛନ୍ତି ନିଜକୁ ଆତ୍ମା ଭାବ । ଅଧାକଳ୍ପ ଡ୍ରାମା ଅନୁସାରେ ଦେହ-ଅଭିମାନୀ ହୋଇ ରହୁଛ, ଏବେ ଦେହୀ-ଅଭିମାନୀ ହେବାକୁ ପଡିବ । ଡ୍ରାମା ଅନୁସାରେ ଏବେ ପୁରୁଣା ଦୁନିଆକୁ ବଦଳାଇ ନୂଆ କରିବାକୁ ହେବ । ଦୁନିଆ ତ ଏକ ଅଟେ, ପୁରୁଣା ଦୁନିଆରୁ ପୁଣି ନୂଆ ହେବ । ନୂଆ ଦୁନିଆରେ ନୂଆ ଭାରତ ଥିଲା ତେଣୁ ସେଠାରେ ଦେବୀ-ଦେବତାମାନେ ଥିଲେ । ତୁମେ ଜାଣିଛ ରାଜଧାନୀ ମଧ୍ୟ ଯମୁନା କୂଳରେ ଥିଲା, ଯାହାକୁ ପରିସ୍ତାନ ମଧ୍ୟ କହୁଥିଲ । ସେଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିବ । ଆତ୍ମା ପବିତ୍ର ହୋଇଗଲେ ପବିତ୍ର ଆତ୍ମାକୁ ଶରୀର ମଧ୍ୟ ପବିତ୍ର ମିଳିବ । ବାବା କହୁଛନ୍ତି ମୁଁ ଆସି ତୁମମାନଙ୍କୁ ସୁନ୍ଦର ଦେବୀ-ଦେବତା କରାଉଛି । ତୁମେମାନେ ନିଜର ଯାଞ୍ଚ କର, ମୋ ପାଖରେ କୌଣସି ଅବଗୁଣ ତ ନାହିଁ ? ବାବାଙ୍କ ସ୍ମୃତିରେ ରହୁଛି ? ପାଠ ମଧ୍ୟ ପଢିବାକୁ ହେବ । ଏହା ବହୁତ ଶ୍ରେଷ୍ଠ ପାଠପଢା, ଏକମାତ୍ର ପାଠପଢା ଅଟେ, ସେ ପାଠପଢାରେ କେତେ ପ୍ରକାରର ପୁସ୍ତକ ପଢୁଛନ୍ତି । ଏହି ପାଠପଢା ହେଉଛି ସର୍ବୋଚ୍ଚ, ଶିକ୍ଷକ ମଧ୍ୟ ହେଉଛନ୍ତି ସର୍ବୋଚ୍ଚ ଶିବବାବା । ଏପରି ନୁହେଁ ଯେ ଶିବବାବା ଏହି ଦୁନିଆର ମାଲିକ ଅଟନ୍ତି । ବିଶ୍ୱର ମାଲିକ ତୁମେମାନେ ହେଉଛ ନା । କେତେ ନୂଆ-ନୂଆ ଗୁହ୍ୟ କଥା ବାବା ତୁମମାନଙ୍କୁ ଶୁଣାଉଛନ୍ତି । ମନୁଷ୍ୟ ଭାବୁଛନ୍ତି ଯେ ପରମାତ୍ମା ସୃଷ୍ଟିର ମାଲିକ ଅଟନ୍ତି । ବାବା ବୁଝାଉଛନ୍ତି ମଧୁର ସନ୍ତାନମାନେ, ମୁଁ ଏହି ସୃଷ୍ଟିର ମାଲିକ ନୁହେଁ । ତୁମେମାନେ ମାଲିକ ହୋଇ ପୁଣି ରାଜ୍ୟ ହରାଉଛ । ପୁଣି ବାବା ଆସି ବିଶ୍ୱର ମାଲିକ କରାଉଛନ୍ତି । ଏହି ଦୁନିଆକୁ ହିଁ ବିଶ୍ୱ କୁହାଯାଉଛି । ମୂଳବତନ ଅଥବା ସୂକ୍ଷ୍ମବତନର କଥା ନୁହେଁ । ମୂଳବତନରୁ ତୁମେମାନେ ଏଠାକୁ ଆସି ୮୪ ଜନ୍ମର ଚକ୍ର ଲଗାଉଛ, ପୁଣି ବାବାଙ୍କୁ ଆସିବାକୁ ପଡୁଛି ଏବେ ତୁମମାନଙ୍କୁ ପୁରୁଷାର୍ଥ କରାଉଛନ୍ତି ସେହି ପ୍ରାଲବ୍ଧ ପାଇବା ପାଇଁ, ଯାହା ତୁମେମାନେ ହରାଇଛ । ଏହା ହାର ଜିତ୍ର ଖେଳ ଅଟେ ନା । ଏହି ରାବଣ ରାଜ୍ୟ ଖଲାସ ହୋଇଯିବ । ବାବା କେତେ ସହଜ ଭାବରେ ବୁଝାଉଛନ୍ତି । ବାବା ନିଜେ ବସି ପଢାଉଛନ୍ତି । ସେଠାରେ ମନୁଷ୍ୟ, ମନୁଷ୍ୟକୁ ପଢାଉଛନ୍ତି । ତୁମେମାନେ ମଧ୍ୟ ମନୁଷ୍ୟ ଅଟ କିନ୍ତୁ ବାବା ତୁମମାନଙ୍କୁ ବସି ପଢାଉଛନ୍ତି । ପାଠପଢାର ସଂସ୍କାର ଆତ୍ମାରେ ହିଁ ରହୁଛି । ଏବେ ତୁମେମାନେ ବହୁତ ଜ୍ଞାନବାନ ହେଉଛ, ଦୁନିଆରେ ସବୁ ହେଲା ଭକ୍ତିର ଜ୍ଞାନ । ରୋଜଗାର ପାଇଁ ମଧ୍ୟ ଜ୍ଞାନ ରହିଛି । ଶାସ୍ତ୍ରର ଜ୍ଞାନ ମଧ୍ୟ ରହିଛି, ଏହା ଆତ୍ମିକ ଜ୍ଞାନ । ତୁମ ଆତ୍ମାକୁ ରୁହାନୀ ବାବା ବସି ଜ୍ଞାନ ଶୁଣାଉଛନ୍ତି । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ତୁମେମାନେ ଶୁଣିଥିଲ । ସାରା ମନୁଷ୍ୟ ସୃଷ୍ଟିରେ ଏପରି କେହି କେବେ ପଢାଇନଥିବେ । ଏକଥା କାହାକୁ ହେଲେ ଜଣା ନାହିଁ, ଈଶ୍ୱର କିପରି ପଢାଇଥାନ୍ତି ?

ତୁମେମାନେ ଜାଣୁଛ ଏହି ପାଠପଢା ଦ୍ୱାରା ରାଜଧାନୀ ସ୍ଥାପନ ହେଉଛି । ଯିଏ ଭଲ ଭାବରେ ପଢି ଶ୍ରୀମତରେ ଚାଲୁଛନ୍ତି ସେ ଉଚ୍ଚ ପଦାଧିକାରୀ ହେଉଛନ୍ତି, କିନ୍ତୁ ଯେଉଁମାନେ ଯାଇ ବାବାଙ୍କର ନିନ୍ଦା କରାଉଛନ୍ତି ହାତ ଛାଡି ଦେଉଛନ୍ତି ସେ ପ୍ରଜାରେ ବହୁତ ନୀଚ୍ଚ ପଦ ପାଇବେ । ବାବା ତ ଗୋଟିଏ ପାଠ ପଢାଉଛନ୍ତି । ପାଠପଢାରେ କେତେ ସୁଯୋଗ ରହିଛି । ଦୈବୀ ରାଜଧାନୀ ଥିଲା ନା । ଏକମାତ୍ର ବାବା ହିଁ ଏଠାକୁ ଆସି ରାଜଧାନୀ ସ୍ଥାପନ କରୁଛନ୍ତି । ବାକି ଏସବୁ ବିନାଶ ହୋଇଯିବ । ବାବା କହୁଛନ୍ତି ପିଲାମାନେ, ଏବେ ଜଲ୍ଦି ପ୍ରସ୍ତୁତି କର । ଭୁଲ୍ ଭଟକାରେ ସମୟ ନଷ୍ଟ କର ନାହିଁ । ବାବାଙ୍କୁ ମନେ ନ ପକାଇବା ଦ୍ୱାରା ବହୁତ ମୂଲ୍ୟବାନ୍ ସମୟ ନଷ୍ଟ ହେଉଛି । ଶରୀର ନିର୍ବାହ ଅର୍ଥେ ଧନ୍ଦା ଆଦି କର କିନ୍ତୁ ହାତ୍ କାର ଡେ ଦିଲ୍ ୟାର ଡେ ଅର୍ଥାତ୍ କାମ କାର୍ଯ୍ୟ କରି ବୁଦ୍ଧିରେ ପରମାତ୍ମାଙ୍କୁ ମନେ ପକାଅ । ବାବା କହୁଛନ୍ତି ମୋତେ ୟାଦ କର ତେବେ ତୁମମାନଙ୍କୁ ରାଜତ୍ୱ ମିଳିଯିବ । ଖୁଦା ଦୋସ୍ତର କାହାଣୀ ମଧ୍ୟ ଶୁଣିଛ ନା । ଆଲ୍ଲା ଅବଲଦୀନର ନାଟକ ମଧ୍ୟ ଦେଖାଉଛନ୍ତି । ଠକ୍ ଠକ୍ କରିବା ଦ୍ୱାରା ସମ୍ପତ୍ତି ବାହାରି ଆସିଲା, ଏବେ ତୁମେମାନେ ଜାଣୁଛ ଆଲ୍ଲା ତୁମକୁ ଜ୍ଞାନର ଠକ୍ ଠକ୍ କରିବା ଦ୍ୱାରା କଣରୁ କଣ କରୁଛନ୍ତି । ତୁରନ୍ତ ଦିବ୍ୟଦୃଷ୍ଟି ଦ୍ୱାରା ବୈକୁଣ୍ଠକୁ ଚାଲିଯାଉଛ । ଆଗରୁ କନ୍ୟାମାନେ ପରସ୍ପର ମଧ୍ୟରେ ମିଳିମିଶି ବସୁଥିଲେ । ପୁଣି ସ୍ୱତଃ ଧ୍ୟାନରେ ଚାଲିଯାଉଥିଲେ । ପୁଣି ଜାଦୁ କହିଦେଉଥିଲେ । ତେଣୁ ତାହା ବନ୍ଦ କରିଦେଲେ । ତେବେ ତାହା ସବୁ ଏହି ସମୟର କଥା । ହାତମତାୟୀର ମଧ୍ୟ କାହାଣୀ ରହିଛି । ଲୁହାର ଗୋଲି ମୁଖରେ ପକାଇବାରୁ ମାୟା ଉଭେଇ ଯାଉଥିଲା । ଲୁହାର ଗୋଲି ବାହାର କରିବା ଦ୍ୱାରା ମାୟା ଆସିଯାଉଥିଲା । ଏହାର ରହସ୍ୟ କେହି ବୁଝିପାରିବେ ନାହିଁ । ବାବା କହୁଛନ୍ତି ପିଲାମାନେ ମୁଖରେ ଲୁହାର ଗୋଲି ପକାଇରଖ । ତୁମେମାନେ ସବୁ ଶାନ୍ତିର ସାଗର ଅଟ, ଆତ୍ମା ନିଜ ସ୍ୱଧର୍ମରେ ଶାନ୍ତିରେ ରହିଥାଏ । ସତ୍ୟଯୁଗରେ ମଧ୍ୟ ଜାଣିବେ ଯେ ଆମେ ହେଉଛୁ ଆତ୍ମା । ବାକି ପରମାତ୍ମା ବାବାଙ୍କୁ କେହି ହେଲେ ଜାଣିବେ ନାହିଁ । କେବେ କେହି ପଚାରିଲେ କୁହ ସେଠାରେ ବିକାରର ନାମ ରହିବ ନାହିଁ । ତାହା ହେଉଛି ନିର୍ବିକାରୀ ଦୁନିଆ । ୫ ବିକାର ସେଠାରେ ରହିବ ନାହିଁ । ଦେହ-ଅଭିମାନ ହିଁ ନାହିଁ । ମାୟା ରାଜ୍ୟରେ ଦେହ-ଅଭିମାନୀ ହୋଇଥାନ୍ତି, ସେଠାରେ ମୋହଜିତ୍ ହେବେ । ଏହି ପୁରୁଣା ଦୁନିଆରୁ ନଷ୍ଟେମୋହା ହେବାକୁ ପଡିବ । ଯେଉଁମାନେ ଘରଦ୍ୱାର ଛାଡୁଛନ୍ତି ତାଙ୍କର ବୈରାଗ୍ୟ ଆସୁଛି । ତୁମମାନଙ୍କୁ ଘରଦ୍ୱାର ଛାଡିବାର ନାହିଁ । ବାବାଙ୍କ ୟାଦରେ ରହି ଏହି ପୁରୁଣା ଶରୀର ଛାଡି ଘରକୁ ଯିବାକୁ ହେବ । ସମସ୍ତଙ୍କର ହିସାବ-କିତାବ ଚୁକ୍ତ ହେବ । ପୁଣି ଘରକୁ ଚାଲିଯିବା । ଏହା କଳ୍ପ-କଳ୍ପ ହେଉଛି । ତୁମମାନଙ୍କର ବୁଦ୍ଧି ଏବେ ବହୁତ ଦୂରକୁ ଉପରକୁ ଯାଉଛି, ସେମାନେ ଦେଖୁଛନ୍ତି କେଉଁ ପର୍ଯ୍ୟନ୍ତ ସାଗର ରହିଛି ? ସୂର୍ଯ୍ୟ-ଚନ୍ଦ୍ରରେ କଣ ଅଛି ? ଆଗରୁ ବୁଝୁଥିଲେ ଇଏ ଦେବତା ଅଟନ୍ତି । ତୁମେମାନେ କହୁଛ ଏମାନେ ତ ବିଶ୍ୱରୂପୀ ରଙ୍ଗମଞ୍ଚର ବତୀ ଅଟନ୍ତି । ଏଠାରେ ଖେଳ ହେଉଛି ତେଣୁ ଏହି ବତୀଗୁଡିକ ମଧ୍ୟ ଏଠାରେ ଅଛନ୍ତି । ମୂଳବତନ, ସୂକ୍ଷ୍ମବତନରେ ଏସବୁ ନଥାଏ । ସେଠାରେ ଖେଳ ହିଁ ନାହିଁ । ଏହି ଅନାଦି ଖେଳ ଚାଲି ଆସୁଛି । ଚକ୍ର ଘୂରି ଚାଲିଛି, ପ୍ରଳୟ ହେଉ ନାହିଁ । ଭାରତ ହେଉଛି ଅବିନାଶୀ ଖଣ୍ଡ । ଏଥିରେ ମନୁଷ୍ୟମାନେ ହିଁ ରହିଛନ୍ତି, ତେଣୁ ଜଳମୟୀ ହେଉ ନାହିଁ । ପଶୁ-ପକ୍ଷୀ ଆଦି ଯିଏ ଅଛନ୍ତି, ସବୁ ରହିବେ । ବାକି ଯେଉଁ ସବୁ ଖଣ୍ଡ ରହିଛି, ତାହା ସତ୍ୟ, ତ୍ରେତା ଯୁଗରେ ରହିବ ନାହିଁ । ତୁମେମାନେ ଯାହା କିଛି ଦିବ୍ୟ ଦୃଷ୍ଟିରେ ଦେଖିଛ ତାହା ପୁଣି ପ୍ରାକ୍ଟିକାଲ୍ରେ ଦେଖିବ । ଯେଉଁ ସ୍ୱର୍ଗ ପାଇଁ ପୁରୁଷାର୍ଥ କରୁଛ ପ୍ରାକ୍ଟିକାଲ୍ରେ ତୁମେମାନେ ବୈକୁଣ୍ଠରେ ଯାଇ ରାଜ୍ୟ କରିବ । ବାବା କହୁଛନ୍ତି ୟାଦରେ ବହୁତ ପରିଶ୍ରମ ରହିଛି । ମାୟା ୟାଦ କରିବାକୁ ଦେଉ ନାହିଁ । ବହୁତ ସ୍ନେହର ସହିତ ବାବାଙ୍କୁ ୟାଦ କରିବାକୁ ହେବ । ଅଜ୍ଞାନ କାଳରେ ମଧ୍ୟ ସ୍ନେହରେ ପିତାଙ୍କର ମହିମା କରିଥାନ୍ତି । ଆମର ଅମୁକ ଏପରି ଥିଲେ, ଅମୁକ ପଦଧାରୀ ଥିଲେ । ଏବେ ତୁମମାନଙ୍କ ବୁଦ୍ଧିରେ ସାରା ସୃଷ୍ଟି ଚକ୍ର ରହିଛି । ସବୁ ଧର୍ମର ଜ୍ଞାନ ରହିଛି । ଯେପରି ସେଠାରେ ଆତ୍ମାମାନଙ୍କର ବୃକ୍ଷ ଅଛି । ଏଠାରେ ପୁଣି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ ରହିଛି । ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଆଦିପିତା ହେଉଛନ୍ତି ବ୍ରହ୍ମା । ପୁଣି ତୁମର ବଂଶ, ସୃଷ୍ଟି ମଧ୍ୟ ଘୂରି ଚାଲିଛି ନା ।

ବାବା ବୁଝାଉଛନ୍ତି ପିଲାମାନେ, ନରରୁ ନାରାୟଣ ହେବାକୁ ହେଲେ ତୁମ ମାନଙ୍କର କଥା ଅନୁସାରେ କାର୍ଯ୍ୟ ହେବା ଦରକାର । ପ୍ରଥମେ ନିଜ ଅବସ୍ଥାକୁ ଦେଖିବାକୁ ହେବ । ବାବା ମୁଁ ଆପଣଙ୍କଠାରୁ ପୂରା ସମ୍ପତ୍ତି ନେଲେ ଯାଇ ଛାଡିବି, ତେଣୁ ସେହିପରି ଚାଲି-ଚଳନ ମଧ୍ୟ ଦରକାର । ନରରୁ ନାରାୟଣ ହେବାର ଏହା ଏକମାତ୍ର ପାଠପଢା । ଏହା ତୁମକୁ ବାବା ହିଁ ପଢାଉଛନ୍ତି । ରାଜାମାନଙ୍କର ରାଜା ତୁମେମାନେ ହିଁ ହେଉଛ, ଏହା ଆଉ କୌଣସି ପ୍ରଦେଶରେ ହୁଏ ନାହିଁ । ତୁମେମାନେ ହିଁ ପବିତ୍ର ରାଜା ହେଉଛ ପୁଣି ବିନା ଲାଇଟ୍ର ମୁକୁଧଧାରୀ ଅପବିତ୍ର ରାଜାମାନେ ପବିତ୍ର ରାଜାମାନଙ୍କର ମନ୍ଦିର ତିଆରି କରି ପୂଜା କରୁଛନ୍ତି । ଏବେ କେବଳ ତୁମେମାନେ ହିଁ ପଢୁଛ । ଛାତ୍ର ଶିକ୍ଷକଙ୍କୁ କାହିଁକି ଭୁଲିଯାଇଛନ୍ତି! କହୁଛନ୍ତି ବାବା ମାୟା ଭୁଲାଇ ଦେଉଛି । ଦୋଷ ମାୟା ଉପରେ ରଖି ଦେଉଛନ୍ତି । ତୁମକୁ ହିଁ ବାବାଙ୍କୁ ମନେ ପକାଇବାକୁ ହେବ । ମୁଖ୍ୟ ଟିଚର ଏକ ହିଁ ଅଟନ୍ତି, ବାକି ସମସ୍ତେ ସହଯୋଗୀ ଶିକ୍ଷକ । ବାବାଙ୍କୁ ଭୁଲିଯାଉଛ, ଆଚ୍ଛା! ଶିକ୍ଷକଙ୍କୁ ମନେ ପକାଅ । ତୁମମାନଙ୍କୁ ୩ଟି ସୁଯୋଗ ଦିଆଯାଉଛି । ଗୋଟିଏ ଭୁଲିଲେ ଆଉ ଗୋଟିଏ ସ୍ୱରୂପକୁ ମନେ ପକାଅ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବାବାଙ୍କଠାରୁ ପୂରା ସମ୍ପତ୍ତି ନେବା ପାଇଁ ଯାହା କହୁଛ ତାହା ହିଁ କରିବାକୁ ହେବ, ଏହିଭଳି ପୁରୁଷାର୍ଥ କରିବାକୁ ହେବ, ମୋହଜୀତ୍ ହେବାକୁ ହେବାକୁ ପଡିବ ।

(୨) ସର୍ବଦା ମନେ ରହୁ ଯେ ଆମେ ଶାନ୍ତି ସାଗରଙ୍କର ସନ୍ତାନ, ଆମକୁ ଶାନ୍ତିରେ ରହିବାକୁ ହେବ । ମୁଖରେ ମୁଲହରା (ଏକ ପ୍ରକାରର ଲୁହାର ଗୋଲି) ରଖିବାକୁ ହେବ । ଅବହେଳା ପୂର୍ବକ ନିଜର ସମୟ ନଷ୍ଟ କରିବାର ନାହିଁ ।

ବରଦାନ:-
ଯନ୍ତ୍ରଣାଗ୍ରସ୍ତ ଆତ୍ମାମାନଙ୍କୁ ଗୋଟିଏ ସେକେଣ୍ଡରେ ଗତି ସଦ୍ଗତି ଦେଉଥିବା ମାଷ୍ଟର ଦାତା ହୁଅ ।

ଯେପରି ବାବାଙ୍କ ସହିତ ମିଳନ କରିବାର ମିଳନ ଋତୁ ବା ସିଜିନ୍ର ସବୁ ପ୍ରକାରର ବ୍ୟବସ୍ଥା କରୁଛ, ସେବାଧାରୀ, ସାମଗ୍ରୀ ସବୁ କିଛି ପୂର୍ବରୁ ହିଁ ପ୍ରସ୍ତୁତ କରି ରଖୁଛ ଯାହା ଫଳରେ କାହାକୁ କିଛି ବି ଅସୁବିଧା ହେବ ନାହିଁ । ସମୟ ବ୍ୟର୍ଥରେ ଯିବ ନାହିଁ, ସେହିପରି ଏବେ ସର୍ବ ଆତ୍ମାଙ୍କର ଗତି-ସଦ୍ଗତି କରିବାର ଅନ୍ତିମ ସିଜିନ୍ ଆସିବାକୁ ଯାଉଛି ତେଣୁ ଯନ୍ତ୍ରଣାଗ୍ରସ୍ଥ ଆତ୍ମାମାନଙ୍କୁ ଧାଡିରେ ଛିଡା ହେବାର କଷ୍ଟ ଦେବାର ନାହିଁ ଅର୍ଥାତ୍ ଆସିବା ମାତ୍ରକେ ତୁରନ୍ତ ପ୍ରାପ୍ତ କରୁଥିବେ । ସେଥିପାଇଁ ତୁମେମାନେ ସଦା ପ୍ରସ୍ତୁତ ହୋଇ ରୁହ । ପୁରୁଷାର୍ଥୀ ଜୀବନରେ ରହିବାଠାରୁ ଉର୍ଦ୍ଧ୍ୱରେ ଏବେ ଦାତାପଣିଆର ସ୍ଥିତିରେ ସ୍ଥିତ ରୁହ । ପ୍ରତ୍ୟେକ ସଂକଳ୍ପରେ, ପ୍ରତି ମୂହୁର୍ତ୍ତରେ ମାଷ୍ଟର ଦାତା ହୋଇ ଦେଇଚାଲ ।

ସ୍ଲୋଗାନ:-
ହଜୁର ଅର୍ଥାତ୍ ବାବାଙ୍କୁ ବୁଦ୍ଧିରେ ହାଜିର ଅର୍ଥାତ୍ ଉପସ୍ଥିତ ରଖ ତେବେ ସର୍ବପ୍ରାପ୍ତି ଗୁଡିକ ଜୀ ହଜୁର କରିବେ ଅର୍ଥାତ୍ ଆଜ୍ଞାଧୀନ ହୋଇ ଯିବେ ।