25.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ବାବାଙ୍କୁ ଯୋଗ ଲଗାଇବାର ଖୁବ୍ ମେହନତ କର କାହିଁକି ନା ତୁମକୁ ସଚ୍ଚା ସୁନା ହେବାକୁ ପଡିବ ।”
ପ୍ରଶ୍ନ:-
ଭଲ
ପୁରୁଷାର୍ଥୀମାନଙ୍କର ଲକ୍ଷଣ କ’ଣ ହୋଇଥିବ?
ଉତ୍ତର:-
ଯେଉଁମାନେ ଭଲ ପୁରୁଷାର୍ଥୀ ହୋଇଥିବେ ସେମାନେ ପ୍ରତ୍ୟେକ କର୍ମ ଶ୍ରୀମତ ଅନୁସାରେ କରିବେ ।
ଯେଉଁମାନେ ସର୍ବଦା ଶ୍ରୀମତ ଅନୁସାରେ ଚାଲିବେ ସେହିମାନେ ହିଁ ଉଚ୍ଚ ପଦ ପାଇବେ । ତେବେ ବାବା
ପିଲାମାନଙ୍କୁ ସଦା ସର୍ବଦା ଶ୍ରୀମତ ଅନୁସାରେ ଚାଲିବା ପାଇଁ କାହିଁକି କହୁଛନ୍ତି? କାହିଁକି ନା
ସିଏ ହିଁ ସଚ୍ଚା ସଚ୍ଚା ମାଶୁକ୍ ଅର୍ଥାତ୍ ପ୍ରେମିକ ଅଟନ୍ତି, ବାକି ସମସ୍ତେ ତାଙ୍କର ଆଶିକ୍
ଅର୍ଥାତ୍ ପ୍ରେମିକା ।
ଓମ୍ ଶାନ୍ତି ।
ଓମ୍ ଶାନ୍ତିର
ଅର୍ଥକୁ ତ ନୂଆ ବା ପୁରୁଣା ସମସ୍ତେ ଜାଣିଗଲେଣି । ତୁମେମାନେ ଜାଣିଗଲଣି ଯେ ଆମେ ସବୁ ଆତ୍ମାମାନେ
ପରମାତ୍ମାଙ୍କର ସନ୍ତାନ । ପରମାତ୍ମା ହେଉଛନ୍ତି ସବୁଠାରୁ ଉଚ୍ଚ ସମସ୍ତଙ୍କର ବହୁତ ସ୍ନେହୀ
ପ୍ରେମିକ । ପିଲାମାନଙ୍କୁ ଜ୍ଞାନ ଏବଂ ଭକ୍ତିର ରହସ୍ୟ ତ ବୁଝାଯାଇଛି । ଜ୍ଞାନ ଅର୍ଥାତ୍ ଦିନ
ସତ୍ୟଯୁଗ-ତ୍ରେତା ଭକ୍ତି ଅର୍ଥାତ୍ ରାତି, ଦ୍ୱାପର ଏବଂ କଳିଯୁଗ । ଏହା ଭାରତର ହିଁ କଥା । ଅନ୍ୟ
ଧର୍ମ ସହିତ ତୁମର ଅଧିକ କିଛି ସମ୍ପର୍କ ନାହିଁ । ୮୪ ଜନ୍ମ ମଧ୍ୟ ତୁମେମାନେ ହିଁ ଭୋଗ କରୁଛ ।
ପ୍ରଥମେ ପ୍ରଥମେ ତୁମେ ଭାରତବାସୀ ହିଁ ଏଠାକୁ ଆସୁଛ । ଏହି ୮୪ ଜନ୍ମର ଚକ୍ର ତୁମ
ଭାରତବାସୀମାନଙ୍କ ପାଇଁ ହିଁ ହୋଇଛି । ଏପରି କେହି କହିବେ ନାହିଁ ଯେ ଇସ୍ଲାମୀ, ବୌଦ୍ଧି ଆଦି ୮୪
ଜନ୍ମ ନେଉଛନ୍ତି । ନାଁ । କେବଳ ଭାରତବାସୀ ହିଁ ୮୪ ଜନ୍ମ ନେଉଛନ୍ତି । ଏହି ଭାରତ ହିଁ ଅବିନାଶୀ
ରାଷ୍ଟ୍ର ଅଟେ, ଯାହାର କେବେ ବି ବିନାଶ ହୁଏ ନାହିଁ ଆଉ ସବୁ ରାଷ୍ଟ୍ରର ବିନାଶ ହୋଇଯାଉଛି । ଭାରତ
ହିଁ ସବୁଠାରୁ ଶ୍ରେଷ୍ଠ ଏବଂ ଅବିନାଶୀ ଅଟେ । ଏହି ଭାରତ ରାଷ୍ଟ୍ର ହିଁ ସ୍ୱର୍ଗ ହୋଇଥାଏ ଅନ୍ୟ
କୌଣସି ରାଷ୍ଟ୍ର ସ୍ୱର୍ଗ ହୋଇନଥାଏ । ପିଲାମାନଙ୍କୁ ଏକଥା ବୁଝାଯାଇଛି ଯେ ନୂଆ ଦୁନିଆ ସତ୍ୟଯୁଗରେ
ଏହି ଭାରତ ହିଁ ହୋଇଥାଏ । ଏହି ଭାରତକୁ ହିଁ ସ୍ୱର୍ଗ କୁହାଯାଏ । ଭାରତବାସୀ ହିଁ ୮୪ ଜନ୍ମ
ନେଉଛନ୍ତି । ଶେଷରେ ଏହି ଭାରତବାସୀ ହିଁ ନର୍କବାସୀ ହେଉଛନ୍ତି, ପୁଣି ଏହି ଭାରତବାସୀ ହିଁ
ସ୍ୱର୍ଗବାସୀ ହେବେ । ବର୍ତ୍ତମାନ ସମସ୍ତେ ନର୍କବାସୀ ହୋଇଯାଇଛନ୍ତି । ପୁଣି ଅନ୍ୟ ସବୁ ରାଷ୍ଟ୍ର
ବିନାଶ ହୋଇଯିବ ବାକି ଏହି ଭାରତ ହିଁ ରହିବ । ଏହି ଭାରତର ମହିମା ଅପରମଅପାର ଅଟେ । ସେହିପରି
ପରମପିତା ପରମାତ୍ମାଙ୍କର ମହିମା ଏବଂ ଗୀତାର ମହିମା ମଧ୍ୟ ଅପରମଅପାର ଅଟେ । କିନ୍ତୁ ଏଠାରେ ସତ୍ୟ
ଗୀତାର ହିଁ ମହିମା ରହିଛି । ମିଥ୍ୟା ଗୀତାକୁ ଶୁଣି-ଶୁଣି ପଢି-ପଢି ତୁମେ ତଳକୁ ଖସିଯାଇଛ । ଏବେ
ବାବା ତୁମକୁ ରାଜଯୋଗ ଶିଖାଉଛନ୍ତି । ଏହା ଗୀତାର ପୁରୁଷୋତ୍ତମ ସଂଗମଯୁଗ ଅଟେ । ଏହି ଭାରତ ହିଁ
ପୁଣି ପୁରୁଷୋତ୍ତମ ହେବ । ବର୍ତ୍ତମାନ ସେ ଆଦି ସନାତନ ଦେବୀ-ଦେବତା ଧର୍ମ ନାହିଁ । ସେ ରାଜ୍ୟ
ମଧ୍ୟ ନାହିଁ । ସେହି ଯୁଗ ମଧ୍ୟ ବର୍ତ୍ତମାନ ନାହିଁ । ବାବା ବୁଝାଉଛନ୍ତି ଏହି ଭୁଲ୍ ମଧ୍ୟ
ଡ୍ରାମାରେ ନିର୍ଦ୍ଧାରିତ ଅଛି । ଗୀତାରେ ପୁଣି କୃଷ୍ଣଙ୍କର ନାମ ରଖିବେ । ଯେତେବେଳେ ଭକ୍ତିମାର୍ଗ
ଆରମ୍ଭ ହେବ ସେତେବେଳେ ପ୍ରଥମେ-ପ୍ରଥମେ ଗୀତା ହିଁ ରଚନା ହେବ । ଏବେ ଏହି ଗୀତା ଆଦି ଶାସ୍ତ୍ର ସବୁ
ସମାପ୍ତ ହେବାକୁ ଯାଉଛି । ବାକି କେବଳ ଦେବୀ-ଦେବତା ଧର୍ମ ହିଁ ରହିବ । ଏପରି ନୁହେଁ ଯେ ତାଙ୍କ
ସହିତ ଗୀତା ଭାଗବତ ଆଦି ମଧ୍ୟ ରହିବ । ନା । ପ୍ରାରବ୍ଧ ମିଳିଗଲା, ସଦ୍ଗତି ହୋଇଗଲା, ପୁଣି କୌଣସି
ଶାସ୍ତ୍ର ଆଦିର ଦରକାର ହିଁ ନାହିଁ । ସତ୍ୟଯୁଗରେ କୌଣସି ବି ଗୁରୁ, ଶାସ୍ତ୍ର ଆଦି ନଥାଏ ।
ବର୍ତ୍ତମାନ ସମୟରେ ତ ଭକ୍ତି ଶିଖାଇବା ପାଇଁ ଅନେକ ଗୁରୁ ଅଛନ୍ତି । କିନ୍ତୁ ସଦ୍ଗତି ତ ଏକମାତ୍ର
ବାବା ହିଁ ଦେଇପାରିବେ, ଯାହାଙ୍କର ମହିମା ଅପରମଅପାର । ତାଙ୍କୁ ହିଁ ବିଶ୍ୱର ସର୍ବଶକ୍ତିମାନ
ଅଧିକାରୀ ବୋଲି କୁହାଯାଏ । ଭାରତବାସୀ ପ୍ରାୟତଃ ଏହି ଭୁଲ୍ କରିଥାନ୍ତି, କହନ୍ତି ଯେ, ସିଏ
ଅନ୍ତର୍ଯ୍ୟାମୀ ଅଟନ୍ତି । ସମସ୍ତଙ୍କର ଅନ୍ତରର କଥାକୁ ଜାଣନ୍ତି । ବାବା କହୁଛନ୍ତି - ପିଲାମାନେ
ମୁଁ କାହାର ଅନ୍ତରକୁ ଜାଣୁନାହିଁ । ମୋର ତ କାମ ହେଲା ପତିତମାନଙ୍କୁ ପବିତ୍ର କରିବା । ବାକି ମୁଁ
ଅନ୍ତର୍ଯ୍ୟାମୀ ନୁହେଁ । ଏହା ଭକ୍ତିମାର୍ଗର ଓଲଟା ମହିମା । ମୋତେ ସମସ୍ତେ ଏହି ପତିତ ଦୁନିଆକୁ
ହିଁ ଡାକୁଛନ୍ତି ଏବଂ ମୁଁ ଥରେ ମାତ୍ର ହିଁ ଆସିଥାଏ, ଯେତେବେଳେ କି ଏହି ପୁରୁଣା ଦୁନିଆକୁ ନୂଆ
କରିବାକୁ ହୁଏ । ମନୁଷ୍ୟମାନଙ୍କୁ ଏ କଥା ଜଣାନାହିଁ ଯେ ଏହି ଦୁନିଆ ନୂଆରୁ ପୁରୁଣା ଏବଂ ପୁରୁଣାରୁ
ନୂଆ କେବେ ହୋଇଥାଏ । ପ୍ରତ୍ୟେକ ଜିନିଷ ସତ୍ତ୍ୱ, ରଜୋ, ତମଃ ଅବସ୍ଥାକୁ ନିଶ୍ଚିତ ଆସିଥାଏ ।
ମନୁଷ୍ୟ ମାନଙ୍କର ଅବସ୍ଥା ମଧ୍ୟ ଠିକ୍ ସେହିପରି । ବାଳକ ପ୍ରଥମେ ସତ୍ତ୍ୱପ୍ରଧାନ ହୋଇଥାଏ ପୁଣି
ଯୁବା, ବୃଦ୍ଧ ହୁଏ ଅର୍ଥାତ୍ ରଜୋ, ତମଃରେ ଆସିଥାଏ । ଶରୀର ବୁଢା ହୋଇଗଲେ ତାକୁ ଛାଡି ଯାଇ ଛୋଟ
ପିଲା ହୋଇ ଜନ୍ମ ନିଅନ୍ତି । ଏହି ଦୁନିଆ ମଧ୍ୟ ନୂଆରୁ ପୁରୁଣା ହୋଇଥାଏ । ପିଲାମାନେ ଜାଣିଛନ୍ତି
- ନୂଆ ଦୁନିଆରେ ଭାରତ କେତେ ଶ୍ରେଷ୍ଠ ଥିଲା । ଭାରତର ଅସରନ୍ତି ମହିମା ଥିଲା । ଏତେ ଧନଶାଳୀ,
ସୁଖୀ, ପବିତ୍ର ଆଉ କୌଣସି ଦେଶ ନଥିଲା । ବର୍ତ୍ତମାନ ସତ୍ତ୍ୱପ୍ରଧାନ ଦୁନିଆ ସ୍ଥାପନ ହେଉଛି ।
ତ୍ରିମୂର୍ତ୍ତିର ଚିତ୍ରରେ ମଧ୍ୟ ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ଦେଖାଇଛନ୍ତି । କିନ୍ତୁ ଏହାର
ଅର୍ଥକୁ କେହି ବୁଝୁନାହାଁନ୍ତି । ବାସ୍ତବରେ କହିବା ଦରକାର ତ୍ରିମୂର୍ତ୍ତି ଶିବ, ବ୍ରହ୍ମା ନୁହେଁ
। ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ ସୃଷ୍ଟି କିଏ କରିଛନ୍ତି... ଉଚ୍ଚରୁ ଉଚ୍ଚ ଶିବବାବା ।
ଗାୟନ ମଧ୍ୟ କରୁଛନ୍ତି - ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ ଦେବତାୟ ନମଃ, ଶଙ୍କର ଦେବତାୟ ନମଃ,
ଶିବ ପରମାତ୍ମାୟେ ନମଃ । ତେବେ ସିଏ ଉଚ୍ଚ ହେଲେ ନା । ସିଏ ହିଁ ରଚୟିତା ଅଟନ୍ତି । ଗାୟନ ମଧ୍ୟ
କରୁଛନ୍ତି - ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣମାନଙ୍କର ସ୍ଥାପନା କରୁଛନ୍ତି
ପୁଣି ପରମାତ୍ମା ବାବାଙ୍କ ଠାରୁ ବର୍ସା ମଧ୍ୟ ମିଳିଥାଏ । ପୁଣି ବାବା ନିଜେ ବସି
ବ୍ରାହ୍ମଣମାନଙ୍କୁ ପାଠ ପଢାଉଛନ୍ତି କାହିଁକି ନା ସିଏ ବାବା ଅଟନ୍ତି, ପରମ ଶିକ୍ଷକ ମଧ୍ୟ ଅଟନ୍ତି
। ବିଶ୍ୱର ଇତିହାସ-ଭୂଗୋଳ କିପରି ଚକ୍ର ଲଗାଉଛି, ତାହା ବୁଝାଉଛନ୍ତି । ସିଏ ହିଁ ଜ୍ଞାନର ସାଗର
ଅଟନ୍ତି । ବାକି ଏପରି ନୁହେଁ ଯେ, ସିଏ ସର୍ବଜ୍ଞ ଅଟନ୍ତି । ଏକଥା ମଧ୍ୟ ଭୁଲ୍ ଅଟେ ।
ଭକ୍ତିମାର୍ଗରେ ତାଙ୍କର ଜୀବନ କାହାଣୀକୁ ଏବଂ କର୍ତ୍ତବ୍ୟକୁ କେହି ହେଲେ ଜାଣିନାହାଁନ୍ତି । ତେଣୁ
ଏହା ଯେପରି କଣ୍ଢେଇମାନଙ୍କର ପୂଜା ହୋଇଯାଉଛି । କଲିକତାରେ କେତେ କଣ୍ଢେଇ (ମୂର୍ତ୍ତି)ମାନଙ୍କର
ପୂଜା ହେଉଛି, ସେମାନଙ୍କର ପୂଜା କରି ଖୁଆଇ-ପିଆଇ ପୁଣି ସମୁଦ୍ରରେ ବୁଡାଇ ଦେଇଥା’ନ୍ତି । ଶିବବାବା
ସବୁଠାରୁ ପ୍ରିୟ ଅଟନ୍ତି । ବାବା କହୁଛନ୍ତି - ମୋର ମଧ୍ୟ ମାଟିର ଲିଙ୍ଗ ତିଆରି କରି ପୂଜା ଆଦି
କରି ପୁଣି ଭାଙ୍ଗି ଦେଉଛନ୍ତି । ସକାଳେ ତିଆରି କରୁଛନ୍ତି, ସନ୍ଧ୍ୟାରେ ଭାଙ୍ଗି ଦେଉଛନ୍ତି । ଏସବୁ
ହେଲା ଭକ୍ତିମାର୍ଗ, ଅନ୍ଧଶ୍ରଦ୍ଧାର ପୂଜା । ସେଥିପାଇଁ ମନୁଷ୍ୟମାନେ ଗାୟନ କରୁଛନ୍ତି ଯେ, ନିଜେ
ପୂଜ୍ୟ ନିଜେ ପୂଜାରୀ । ବାବା କହୁଛନ୍ତି - ମୁଁ ତ ସର୍ବଦା ପୂଜ୍ୟ ଅଟେ । ମୁଁ ଆସି କେବଳ
ପତିତମାନଙ୍କୁ ପବିତ୍ର କରୁଛି । ୨୧ ଜନ୍ମ ପାଇଁ ରାଜ୍ୟଭାଗ୍ୟ ଦେଉଛି, ଭକ୍ତିରେ ଅଳ୍ପକାଳର ସୁଖ
ରହିଛି, ଯାହାକୁ ସନ୍ନ୍ୟାସୀମାନେ କାକ ବିଷ୍ଠା ସମାନ ସୁଖ ବୋଲି କହୁଛନ୍ତି । ସେଥିପାଇଁ
ସନ୍ନ୍ୟାସୀମାନେ ଘରଦୁଆର ଛାଡି ଚାଲିଯାଉଛନ୍ତି । ସେମାନଙ୍କର ଏହା ହଦର ସନ୍ନ୍ୟାସ ଅଟେ, କାହିଁକି
ନା ସେମାନେ ହଠଯୋଗୀ ଅଟନ୍ତି । ସେମାନେ ଭଗବାନଙ୍କୁ ଜାଣି ହିଁ ନାହାଁନ୍ତି । କେବଳ ବ୍ରହ୍ମକୁ ମନେ
ପକାଉଛନ୍ତି । ତେବେ ବ୍ରହ୍ମ ତ ଭଗବାନ ନୁହେଁ । ଭଗବାନ ତ ଏକମାତ୍ର ନିରାକାର ଶିବ, ଯିଏକି ସବୁ
ଆତ୍ମାମାନଙ୍କର ପିତା ଅଟନ୍ତି । ବ୍ରହ୍ମ ହେଉଛି ଆମ ଆତ୍ମାମାନଙ୍କର ରହିବାର ସ୍ଥାନ । ତାହା ହେଲା
ବ୍ରହ୍ମାଣ୍ଡ, ଶାନ୍ତିଧାମ । ସେଠାରୁ ଆମେ ଆତ୍ମାମାନେ ଏଠାକୁ ଅଭିନୟ କରିବାକୁ ଆସିଛୁ । ଆତ୍ମା
କହିଥାଏ ଯେ ମୁଁ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଉଛି, ତେବେ ୮୪ ଜନ୍ମ ମଧ୍ୟ ଭାରତବାସୀ ହିଁ
ନେଉଛନ୍ତି । ଯେଉଁମାନେ ବହୁତ ଭକ୍ତି କରିଛନ୍ତି, ସେମାନେ ପୁଣି ଅଧିକ ଜ୍ଞାନ ମଧ୍ୟ ଧାରଣ କରିବେ
। ବାବା କହୁଛନ୍ତି ପିଲାମାନେ ଯଦିଓ ଗୃହସ୍ଥ ବ୍ୟବହାରରେ ରହୁଛ, କିନ୍ତୁ ଶ୍ରୀମତରେ ଚାଲ । ତୁମେ
ସବୁ ଆତ୍ମାମାନେ ପ୍ରେମିକା ଅଟ, ଏକମାତ୍ର ପରମାତ୍ମା ପ୍ରେମିକଙ୍କର । ଦ୍ୱାପରରୁ ଆରମ୍ଭ କରି
ତୁମେମାନେ ମୋତେ ମନେ ପକାଇ ଆସିଛ । ଦୁଃଖରେ ଆତ୍ମା ବାବାଙ୍କୁ ହିଁ ସ୍ମରଣ କରିଥାଏ । ଏହା ହେଲା
ଦୁଃଖଧାମ । ବାସ୍ତବରେ ଆତ୍ମାମାନେ ଶାନ୍ତିଧାମର ନିବାସୀ ଅଟନ୍ତି । ପରେ ସୁଖଧାମକୁ ଆସୁଛନ୍ତି ।
ପୁଣି ଆମେମାନେ ୮୪ ଜନ୍ମ ନେଉଛୁ । “ହମ ସୋ, ସୋ ହମ”ର ଅର୍ଥକୁ ମଧ୍ୟ ବାବା ବୁଝାଇଛନ୍ତି । କିନ୍ତୁ
ଅନ୍ୟମାନେ କହୁଛନ୍ତି - ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା ଅଟନ୍ତି । ଏବେ ବାବା
ବୁଝାଉଛନ୍ତି ଆତ୍ମା ହିଁ ପରମାତ୍ମା କିପରି ହୋଇପାରିବ । ପରମାତ୍ମା ତ ଜଣେ ଏବଂ ଆମେ ସମସ୍ତେ
ତାଙ୍କର ସନ୍ତାନ । ସାଧୁ ସନ୍ଥମାନେ ମଧ୍ୟ ହମ ସୋର ଅର୍ଥକୁ ଭୁଲ କହୁଛନ୍ତି । ବର୍ତ୍ତମାନ ବାବା
କହୁଛନ୍ତି, “ହମ ସୋ”ର ଅର୍ଥ ହେଲା ଆମେ ଆତ୍ମା ସତ୍ୟଯୁଗରେ ଦେବୀ-ଦେବତା ଥିଲୁ, ପୁଣି ଆମେ
କ୍ଷତ୍ରୀୟ, ବୈଶ୍ୟ, ଶୁଦ୍ର ହେଲୁ । ଏବେ ପୁଣି ଆମେ ଦେବତା ହେବା ପାଇଁ ବ୍ରାହ୍ମଣ ହୋଇଛୁ । ଏହା
ହେଲା ଯଥାର୍ଥ ଅର୍ଥ । ଦୁନିଆରେ ଯାହା କହୁଛନ୍ତି ତାହା ବିଲ୍କୁଲ୍ ଭୁଲ୍ କଥା । ବାବା କହୁଛନ୍ତି,
ମନୁଷ୍ୟମାନେ ରାବଣ ମତରେ ଚାଲି କେତେ ମିଥ୍ୟାବାଦୀ ହୋଇଯାଇଛନ୍ତି ସେଥିପାଇଁ କଥାରେ ଅଛି - ମିଛ
ମାୟା, ମିଛ କାୟା... ସତ୍ୟଯୁଗରେ ଏପରି କୁହାଯିବ ନାହିଁ, କାରଣ ତାହା ତ ସତ୍ୟର ଦୁନିଆ ଅଟେ ।
ସେଠାରେ ମିଛର ଚିହ୍ନ-ବର୍ଣ୍ଣ ନଥାଏ । ଏଠାରେ ପୁଣି ସତ୍ୟର କୌଣସି ଚିହ୍ନ-ବର୍ଣ୍ଣ ନଥାଏ । ତଥାପି
ଅଟାରେ ଲୁଣ ସଦୃଶ ଅଛି ବୋଲି କୁହାଯାଉଛି । ସତ୍ୟଯୁଗରେ ଦୈବୀଗୁଣଯୁକ୍ତ ମନୁଷ୍ୟ ଥାଆନ୍ତି ।
ସେମାନଙ୍କର ହେଲା ଦେବତା ଧର୍ମ । ଅନ୍ୟସବୁ ଧର୍ମ ପରେ ଆସିଥାଏ । ତେବେ ଏହା ଦ୍ୱୈତ ହେଲା ନା ।
ଦ୍ୱାପରରୁ ଆସୁରୀ ରାବଣ ରାଜ୍ୟ ଆରମ୍ଭ ହୋଇଥାଏ । ସତ୍ୟଯୁଗରେ ରାବଣ ରାଜ୍ୟ ନାହିଁ ତେଣୁ ସେଠାରେ
୫ ବିକାର ମଧ୍ୟ ରହେ ନାହିଁ । ସେଠାରେ ହେଲା ସଂପୂର୍ଣ୍ଣ ନିର୍ବିକାରୀ । ରାମ-ସୀତାଙ୍କୁ ୧୪ କଳା
ସଂପୂର୍ଣ୍ଣ କୁହାଯାଏ । ରାମଙ୍କୁ ଧନୁ ତୀର କାହିଁକି ଦିଆଯାଇଛି? ଏକଥା ବି କେହି ଜାଣିନାହାଁନ୍ତି
। ଏଥିରେ ହିଂସାର ତ କୌଣସି କଥା ନାହିଁ । ତୁମେମାନେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟ, ସିଏ ତୁମର ପିତା
ମଧ୍ୟ ଅଟନ୍ତି ନା । ଯଦି ତୁମେ ଛାତ୍ର ତେବେ ସିଏ ତୁମର ଶିକ୍ଷକ । ପୁଣି ତୁମମାନଙ୍କୁ ସଦ୍ଗତି
ଦେଇ ସ୍ୱର୍ଗକୁ ନେଇଯାଉଛନ୍ତି ତେଣୁ ସିଏ ସତ୍ଗୁରୁ ମଧ୍ୟ ଅଟନ୍ତି । ତେବେ ସିଏ ଏକାଧାରାରେ ପିତା,
ଶିକ୍ଷକ ଏବଂ ଗୁରୁ ହୋଇଗଲେ । ତୁମେମାନେ ତାଙ୍କର ସନ୍ତାନ ହୋଇଛ ତେଣୁ କେତେ ଖୁସି ହେବା ଦରକାର ।
ତୁମେମାନେ ଜାଣିଛ ଯେ, ବର୍ତ୍ତମାନ ରାବଣର ରାଜ୍ୟ ଚାଲିଛି । ରାବଣ ଭାରତର ସବୁଠାରୁ ବଡ ଶତ୍ରୁ ।
ଏହି ଜ୍ଞାନ ମଧ୍ୟ ତୁମମାନଙ୍କୁ ଜ୍ଞାନର ସାଗର ବାବାଙ୍କଠାରୁ ମିଳିଛି । ବାବା ହିଁ ଜ୍ଞାନର ସାଗର,
ଆନନ୍ଦର ସାଗର ଅଟନ୍ତି । ଜ୍ଞାନ ସାଗରଙ୍କ ପାଖରୁ ତୁମେ ଜ୍ଞାନ ଶୁଣି ଯାଇ ଜ୍ଞାନ ବର୍ଷା କରୁଛ ।
ତୁମେମାନେ ଜ୍ଞାନ ଗଙ୍ଗା ଅଟ, ତେଣୁ ତୁମର ହିଁ ଜ୍ଞାନଗଙ୍ଗା ରୂପରେ ମହିମା ରହିଛି । ବାକି ପାଣିର
ଗଙ୍ଗାରେ ସ୍ନାନ କଲେ ତ କେହି ପବିତ୍ର ହୁଅନ୍ତି ନାହିଁ । ମଇଳା ଦୁର୍ଗନ୍ଧ ପାଣିରେ ସ୍ନାନ
କରୁଛନ୍ତି ଏବଂ ଭାବୁଛନ୍ତି ଯେ ଆମେ ପବିତ୍ର ହୋଇଯିବୁ । ଝରଣାର ପାଣିକୁ ମଧ୍ୟ ବହୁତ ମହତ୍ତ୍ୱ
ଦେଉଛନ୍ତି । ଏସବୁ ଭକ୍ତିମାର୍ଗର କଥା । ସତ୍ୟଯୁଗ ଏବଂ ତ୍ରେତାଯୁଗରେ ଭକ୍ତି ହୋଇ ନ ଥାଏ । ତାହା
ତ ସଂପୂର୍ଣ୍ଣ ନିର୍ବିକାରୀ ଦୁନିଆ ।
ବାବା କହୁଛନ୍ତି -
ପିଲାମାନେ ମୁଁ ଏବେ ତୁମକୁ ପବିତ୍ର କରିବାକୁ ଆସିଛି । ତୁମେ ଏହି ଗୋଟିଏ ଜନ୍ମ ମୋତେ ମନେ ପକାଅ
ଏବଂ ପବିତ୍ର ରୁହ ତେବେ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ମୁଁ ହିଁ ପତିତ-ପାବନ ଅଟେ । ତେଣୁ ଯେତେ
ଦୂର ସମ୍ଭବ ଯୋଗର ଯାତ୍ରାକୁ ବଢାଇ ଚାଲ । ତୁମକୁ ମୁଖ ଦ୍ୱାରା ଶିବବାବା-ଶିବବାବା କହିବାର ନାହିଁ
। ଯେପରି ପ୍ରେମିକା ପ୍ରେମିକଙ୍କୁ ମନେ ପକାଇଥାଏ । ଥରେ ଦେଖିଲେ ବାସ୍, ବୁଦ୍ଧିରେ ତାଙ୍କ କଥା
ହିଁ ମନେ ରହିଥାଏ । ଭକ୍ତିରେ ଯିଏ ଯାହାକୁ ମନେ ପକାଇଥାନ୍ତି, ଯାହାର ପୂଜା କରିଥାନ୍ତି ତାଙ୍କୁ
ତାଙ୍କର ସାକ୍ଷାତ୍କାର ହୋଇଥାଏ । କିନ୍ତୁ ଏସବୁ ଅଳ୍ପ ସମୟ ପାଇଁ । ଭକ୍ତି କରିକରି ତଳକୁ
ଖସିଯାଉଛନ୍ତି । ଏବେ ତ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ । ହାୟ-ହାୟ ପରେ ହିଁ ଜୟଜୟକାର ହେବ । ଏହି
ଭାରତରେ ହିଁ ରକ୍ତର ନଦୀ ବହିବ । ଏବେ ସମସ୍ତେ ତମଃପ୍ରଧାନ ହୋଇଯାଇଛନ୍ତି ପୁଣି ସମସ୍ତଙ୍କୁ
ସତ୍ତ୍ୱପ୍ରଧାନ ହେବାକୁ ପଡିବ । କିନ୍ତୁ ସେହିମାନେ ହିଁ ସତ୍ତ୍ୱପ୍ରଧାନ ହେବେ ଯେଉଁମାନେ କି
କଳ୍ପ ପୂର୍ବରୁ ଦେବତା ହୋଇଥିବେ । ସେହିମାନେ ହିଁ ଆସି ବାବାଙ୍କଠାରୁ ସଂପୂର୍ଣ୍ଣ ବର୍ସା ନେବେ ।
ଯଦି ଭକ୍ତି କମ୍ କରିଥିବେ ତେବେ ଜ୍ଞାନ ମଧ୍ୟ ପୂରା ଧାରଣ କରିପାରିବେ ନାହିଁ । ପୁଣି ପ୍ରଜାରେ
ମଧ୍ୟ କ୍ରମାନୁସାରେ ପଦ ପାଇବେ । ଯଦି ଭଲ ପୁରୁଷାର୍ଥୀ ହୋଇଥିବେ ତେବେ ପାଦେ-ପାଦେ ଶ୍ରୀମତରେ
ଚାଲି ଭଲ ପଦ ପାଇବେ । ତେବେ ଆଚରଣ ମଧ୍ୟ ଭଲ ହେବା ଦରକାର । ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ
। ଯାହାକି ୨୧ ଜନ୍ମ ଚାଲିବ । ଏବେ ସମସ୍ତଙ୍କର ଆସୁରୀ ଗୁଣ ହୋଇଯାଇଛି କାହିଁକି ନା ଏହା ପତିତ
ଦୁନିଆ । ତୁମମାନଙ୍କୁ ବାବା ବିଶ୍ୱର ଇତିହାସ-ଭୂଗୋଳ ମଧ୍ୟ ବୁଝାଇଛନ୍ତି । ଏହି ସମୟରେ ବାବା
କହୁଛନ୍ତି - ପିଲାମାନେ, ଯୋଗ କରିବାର ବହୁତ ମେହନତ କର ତେବେ ତୁମେ ଖାଣ୍ଟି ସୁନା ହୋଇଯିବ ।
ସତ୍ୟଯୁଗ ହେଲା ଗୋଲଡେନ୍ ଏଜ୍ ବା ଖାଣ୍ଟି ସୁନାର ଦୁନିଆ । ପୁଣି ତ୍ରେତା ଯୁଗରେ ଚାନ୍ଦିର ଖାଦ
ପଡିଯାଏ ତେଣୁ କଳା କମ୍ ହୋଇଯାଇଥାଏ । ବର୍ତ୍ତମାନ ତ କୌଣସି କଳା ହିଁ ନାହିଁ । ଯେତେବେଳେ ଏପରି
ଅବସ୍ଥା ହୋଇଯାଏ ସେତେବେଳେ ବାବା ଆସନ୍ତି । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି ।
ତୁମେମାନେ ସମସ୍ତେ ଅଭିନେତା ଅଟ ନା । ତୁମେ ଜାଣିଛ ଯେ, ଆମେ ଏଠାକୁ ଅଭିନୟ କରିବାକୁ ଆସିଛୁ ।
ଅଭିନେତା ଯଦି ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ନ ଜାଣିବେ ତେବେ ତାଙ୍କୁ ଅଜ୍ଞାନୀ ବୋଲି କୁହାଯାଏ ।
ତେଣୁ ବେହଦର ବାବା କହୁଛନ୍ତି - ସମସ୍ତେ କେତେ ଅଜ୍ଞାନୀ ହୋଇଯାଇଛନ୍ତି । ଏବେ ମୁଁ ତୁମକୁ
ବୁଦ୍ଧିମାନ ହୀରାତୁଲ୍ୟ କରୁଛି । ପୁଣି ରାବଣ ଆସି କଉଡି ତୁଲ୍ୟ କରିଦେଉଛି । ତେବେ ଏହି ପୁରୁଣା
ଦୁନିଆର ବିନାଶ ହେବାକୁ ଯାଉଛି । ମୁଁ ସମସ୍ତଙ୍କୁ ମଶା ମାଛି ସଦୃଶ ଘରକୁ ନେଇଯିବି । ତୁମର
ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି । ଏହିପରି ହେଲେ ତୁମେମାନେ ସ୍ୱର୍ଗବାସୀ ହୋଇଯିବ । ତୁମେ
ବି.କେ. ଏହି ପୁରୁଷାର୍ଥ କରୁଛ । କିନ୍ତୁ ମନୁଷ୍ୟମାନଙ୍କର ବୁଦ୍ଧି ତମଃପ୍ରଧାନ ହୋଇଥିବା କାରଣରୁ
ଏକଥା ମଧ୍ୟ ବୁଝୁନାହାଁନ୍ତି ଯେ, ଏତେ ସବୁ ବି.କେ ଅଛନ୍ତି, ତେବେ ନିଶ୍ଚିତ ପ୍ରଜାପିତା ବ୍ରହ୍ମା
ମଧ୍ୟ ଥିବେ । ବ୍ରାହ୍ମଣମାନେ ହେଲେ ଚୁଟି । ବ୍ରାହ୍ମଣମାନେ ପୁଣି ଦେବତା ହେଉଛନ୍ତି । କିନ୍ତୁ
ଚିତ୍ରରେ ବ୍ରାହ୍ମଣମାନଙ୍କୁ ଏବଂ ଶିବଙ୍କୁ ଗୁପ୍ତ କରିଦେଇଛନ୍ତି । ବ୍ରାହ୍ମଣମାନେ ଏବେ ଭାରତକୁ
ସ୍ୱର୍ଗ କରୁଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତାପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଜ୍ଞାନସାଗରଙ୍କଠାରୁ ବାଦଲ ଭରି କରି ଜ୍ଞାନର ବର୍ଷା କରିବାକୁ ହେବ । ଯେତେ ଦୂର ସମ୍ଭବ ଯୋଗର
ଯାତ୍ରାକୁ ମଧ୍ୟ ବଢାଇବାକୁ ହେବ । ଯୋଗବଳ ଦ୍ୱାରା ହିଁ ସଚ୍ଚା ସୁନା ହେବାକୁ ପଡିବ ।
(୨) ଶ୍ରୀମତ ଅନୁସାରେ
ଚାଲି ଉତ୍ତମ ବ୍ୟବହାର କରିବା ସହିତ ଦୈବୀଗୁଣକୁ ଧାରଣ କରିବାକୁ ପଡିବ । ସତ୍ୟଯୁଗ ଦୁନିଆକୁ ଯିବା
ପାଇଁ ବହୁତ ବହୁତ ସଚ୍ଚା ହେବାକୁ ପଡିବ ।
ବରଦାନ:-
ବିଶେଷତା
ଦେଖିବାର ଚଷମା ପିନ୍ଧି ସମସ୍ତଙ୍କ ସହିତ ସମ୍ବନ୍ଧ-ସମ୍ପର୍କରେ ଆସୁଥିବା ବିଶ୍ୱ ପରିବର୍ତ୍ତକ ହୁଅ
।
ଜଣେ ଅନ୍ୟଜଣଙ୍କ ସହିତ
ସମ୍ବନ୍ଧ-ସମ୍ପର୍କରେ ଆସିବା ସମୟରେ ସମସ୍ତଙ୍କର ବିଶେଷତାକୁ ଦେଖ । ବିଶେଷତାଗୁଡିକୁ ଦେଖିବାର
ଦୃଷ୍ଟିକୋଣ ଧାରଣ କର । ଯେପରି ଆଜିକାଲି ଚଷମା ପିନ୍ଧିବା ଏକ ଫେସନ ମଧ୍ୟ ହୋଇଯାଇଛି ଏବଂ କେହି
କେହି ବାଧ୍ୟ ହୋଇ ମଧ୍ୟ ଚଷମା ପିନ୍ଧୁଛନ୍ତି । ସେହିଭଳି ତୁମେମାନେ ବିଶେଷତା ଦେଖିବାର ହିଁ ଚଷମା
ପିନ୍ଧ, ଯେପରି ଅନ୍ୟ କିଛି ବି ଦେଖାଯାଉ ନଥିବ । ଯେପରି ନାଲି ଚଷମା ପିନ୍ଧି ଦେଲେ ସବୁଜ ରଂଗ
ମଧ୍ୟ ନାଲି ଦେଖାଯାଏ । ତେଣୁ ବିଶେଷତା ଦେଖିବାର ଚଷମା ଦ୍ୱାରା ପଙ୍କକୁ ନଦେଖି ପଦ୍ମକୁ ଦେଖିଲେ
ବିଶ୍ୱ ପରିବର୍ତ୍ତନର ବିଶେଷ କାର୍ଯ୍ୟର ନିମିତ୍ତ ହୋଇଯିବ ।
ସ୍ଲୋଗାନ:-
ପରଚିନ୍ତନର ଏବଂ
ପରଦର୍ଶନର ଧୂଳିଠାରୁ ଦୂରେଇ ରହିଲେ ବେଦାଗ୍ ଏବଂ ଅମୂଲ୍ୟ ହୀରା ହୋଇଯିବ ।