25.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ମିଠେ ବଚ୍ଚେ: ତୁମକୁ ମନୁଷ୍ୟରୁ ଦେବତା ହେବାର ପାଠ ପଢିବାକୁ ହେବ ଏବଂ ପଢାଇବାକୁ ହେବ, ସମସ୍ତଙ୍କୁ ଶାନ୍ତିଧାମ ଏବଂ ସୁଖଧାମର ରାସ୍ତା ଦେଖାଇବାକୁ ହେବ ।

ପ୍ରଶ୍ନ:-
ଯିଏ ସତ୍ତ୍ୱପ୍ରଧାନ ପୁରୁଷାର୍ଥୀ ତାଙ୍କଣ ଲକ୍ଷଣ କଣ ହୋଇଥିବ ?

ଉତ୍ତର:-
ସେମାନେ ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବେ । ସେମାନେ ଅନେକଙ୍କର କଲ୍ୟାଣ କରି ଚାଲିବେ । ଜ୍ଞାନ ଧନରେ ବୁଦ୍ଧିରୁପୀ ଝୋଲିକୁ ଭରପୁର କରି ଦାନ କରିବେ । ୨୧ ଜନ୍ମ ପାଇଁ ବର୍ସା (ସମ୍ପତ୍ତି) ନେବେ ଏବଂ ଅନ୍ୟକୁ ମଧ୍ୟ ଦିଆଇବେ ।

ଗୀତ:-
ଓମ୍ ନମୋ ଶିବାୟ...

ଓମ୍ ଶାନ୍ତି ।
ଭକ୍ତମାନେ ଯାହାଙ୍କର ମହିମା କରୁଛନ୍ତି, ତୁମେମାନେ ଏବେ ତାଙ୍କ ସମ୍ମୁଖରେ ବସିଛ, ତେଣୁ କେତେ ଖୁସୀ ହେବା ଦରକାର । ତାଙ୍କ ମହିମାରେ କହିଥାନ୍ତି ଶିବାୟ ନମଃ । ତୁମକୁ ତ ନମସ୍କାର କରିବାର ନାହିଁ । ପିଲାମାନେ ବାବାଙ୍କୁ ମନେ ପକାଇଥାନ୍ତି, କେବେ ନମସ୍କାର କରି ନଥାନ୍ତି । ଇଏ ତୁମମାନଙ୍କର ବାବା ଅଟନ୍ତି, ୟାଙ୍କଠାର ତୁମକୁ ବର୍ସା ମିଳୁଛି । ତୁମେମାନେ ତାଙ୍କୁ ନମସ୍କାର କରୁନାହଁ, କେବଳ ମନେ ପକାଉଛ । ତେବେ ଶରୀର ଭିତରେ ଥିବା ଆତ୍ମା ହିଁ ତାଙ୍କୁ ମନେପକାଇଥାଏ । ବାବା ଏହି ରଥକୁ ଉଧାର ନେଇଛନ୍ତି । ସେ ଆମକୁ ରାସ୍ତା ବତାଉଛନ୍ତି ବାବାଙ୍କଠାରୁ ବେହଦର ସମ୍ପତ୍ତି କିପରି ନିଆଯାଏ । ତୁମେମାନେ ମଧ୍ୟ ଭଲ ଭାବରେ ଜାଣିଛ । ସତ୍ୟଯୁଗ ହେଉଛି ସୁଖଧାମ ଏବଂ ଯେଉଁଠାରେ ଆତ୍ମାମାନେ ରହୁଛନ୍ତି ତାକୁ ଶାନ୍ତିଧାମ କୁହାଯାଏ । ଏବେ ତୁମେମାନେ ଜାଣୁଛ ଯେ ଆମେ ଶାନ୍ତିଧାମର ନିବାସୀ ଅଟୁ । ଏହି କଳିଯୁଗକୁ ଦୁଃଖଧାମ କୁହାଯାଉଛି । ତୁମେମାନେ ଜାଣିଛ ଆମେମାନେ ଏବେ ସ୍ୱର୍ଗକୁ ଯିବା ପାଇଁ, ମନୁଷ୍ୟରୁ ଦେବତା ହେବା ପାଇଁ ଏହି ରାଜଯୋଗର ପାଠ ପଢୁଛୁ । ଏହି ଲକ୍ଷ୍ମୀ-ନାରାୟଣ ଦେବତା ଅଟନ୍ତି ନା ନୁଆ ଦୁନିଆକୁ ଯିବା ପାଇଁ । ତୁମେମାନେ ଏବେ ମନୁଷ୍ୟରୁ ଦେବତା ହେଉଛ । ବାବାଙ୍କ ଦ୍ୱାରା ଏବେ ତୁମେ ପାଠ ପଢୁଛ । ତେଣୁ ଯିଏ ଯେତେ ପଢିପାରିବେ । ପାଠପଢାରେ କାହାର ତୀବ୍ର ପୁରୁଷାର୍ଥ ହୋଇଥାଏ, କାହାର ଢିଲା ହୋଇଥାଏ । ଯେଉଁମାନେ ସତ୍ତ୍ୱପ୍ରଧାନ ପୁରୁଷାର୍ଥୀ ସେମାନେ ଅନ୍ୟକୁ ମଧ୍ୟ ନିଜ ସମାନ କରିବାର ଯଥାଶକ୍ତି ପୁରୁଷାର୍ଥ କରିଥାନ୍ତି, ବହୁତଙ୍କର କଲ୍ୟାଣ କରିଥାନ୍ତି । ଯେତେ ଜ୍ଞାନ ଧନରେ ନିଜର ବୁଦ୍ଧିରୁପି ଝୁଲା ଭରପୁର କରି ଅନ୍ୟମାନଙ୍କୁ ଦାନ କରିବେ ସେତେ ଫାଇଦା ହେବ । ମନୁଷ୍ୟମାନେ ଯେଉଁ ଦାନ ପୁଣ୍ୟ କରିଥାନ୍ତି, ତାର ପ୍ରାପ୍ତି ପରବର୍ତ୍ତୀ ଜନ୍ମରେ ଅଳ୍ପକାଳ ପାଇଁ ମିଳିଥାଏ । ସେଥିରେ ଅଳ୍ପ ସୁଖ ବାକୀ ତ ଦୁଃଖ ହିଁ ଦୁଃଖ ଥାଏ । ତୁମକୁ ଏବେ ୨୧ ଜନ୍ମ ପାଇଁ ସ୍ୱର୍ଗର ସୁଖ ମିଳୁଛି । କାହିଁ ସ୍ୱର୍ଗର ସୁଖ, କାହିଁ ଏଠିକାର ଦୁଃଖ! ବେହଦର ବାବାଙ୍କ ଦ୍ୱାରା ତୁମକୁ ସ୍ୱର୍ଗରେ ବେହଦର ସୁଖ ମିଳୁଛି । ତେବେ ଦାନ ପୁଣ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟରେ କରିଥାନ୍ତି । ତାହା ହେଉଛି ଇନ୍ଡାଇରେକ୍ଟ (ପରୋକ୍ଷରେ) । ଏବେ ତ ତୁମେ ସମ୍ମୁଖରେ ଅଛ ନା । ଏବେ ବାବା ବସି ବୁଝାଉଛନ୍ତି ଭକ୍ତିମାର୍ଗରେ ଈଶ୍ୱର ଅର୍ଥ ଦାନ-ପୁଣ୍ୟ କରିଥାନ୍ତି ଯାହାର ପ୍ରାପ୍ତି ପରବର୍ତ୍ତୀ ଜନ୍ମରେ ମିଳିଥାଏ । କେହି ଭଲ କରିଥିଲେ ତାଙ୍କୁ ଭଲ ମିଳିଥାଏ, ଖରାପ କର୍ମ, ପାପ କର୍ମ ଆଦି କରିଥିଲେ ତାଙ୍କୁ ମଧ୍ୟ ସେପରି ଫଳ ମିଳିଥାଏ । ଏହି କଳିଯୁଗରେ ତ ପାପ ହିଁ ହୋଇଥାଏ, ପୁଣ୍ୟ ତ ହୁଏ ନାହିଁ । ତେଣୁ କିଛି ଅଳ୍ପକାଳର ସୁଖ ମିଳିଥାଏ । ଏବେ ତ ତୁମେ ଭବିଷ୍ୟ ସତ୍ୟଯୁଗରେ ୨୧ ଜନ୍ମ ପାଇଁ ସଦା ସୁଖୀ ହେଉଛ । ତାର ନାମ ହିଁ ହେଉଛି ସୁଖଧାମ । ପ୍ରଦର୍ଶନୀରେ ମଧ୍ୟ ତୁମେ ଲେଖି ପାରିବ ଯେ, ଏହା ହେଉଛି ଶାନ୍ତିଧାମ ଏବଂ ସୁଖଧାମକୁ ଯିବାର ସହଜ ମାର୍ଗ । ଏବେ ତ କଳିଯୁଗ ନା । କଳିଯୁଗରୁ ସତ୍ୟଯୁଗକୁ, ପତିତ ଦୁନିଆରୁ ପବିତ୍ର ଦୁନିଆକୁ ଯିବାର ସହଜ ରାସ୍ତା-ବିନା କଉଡି ଖର୍ଚ୍ଚରେ ମିଳୁଛି । ତେବେ ଯାଇ ମନୁଷ୍ୟ ବୁଝି ପାରିବେ କାରଣ ପଥର ବୁଦ୍ଧି ଅଟନ୍ତି ନା । ବାବା ବିଲ୍କୁଲ୍ ସହଜ କରି ବୁଝାଉଛନ୍ତି । ଏହାର ନାମ ହିଁ ହେଉଛି ସହଜ ରାଜଯୋଗ, ସହଜ ଜ୍ଞାନ ।

ବାବା ତୁମ ସନ୍ତାନମାନଙ୍କୁ କେତେ ସେନ୍ସିବୁଲ୍ (ବିଜ୍ଞ) କରୁଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ବିଜ୍ଞ ଅଟନ୍ତି ନା । ଯଦିଓ କୃଷ୍ଣଙ୍କ ପାଇଁ କଣ-କଣ ସବୁ ଲେଖି ଦେଇଛନ୍ତି, କିନ୍ତୁ ସେସବୁ ହେଲା ମିଛ କଳଙ୍କ । କୃଷ୍ଣ କହିଥାନ୍ତି ମା ମୁଁ ମାଖନ ଖାଇ ନାହିଁ... ଏବେ ଏହାର ଅର୍ଥକୁ ମଧ୍ୟ ବୁଝି ନାହାଁନ୍ତି । ମୁଁ ମାଖନ ଖାଇ ନାହିଁ, ତେବେ କିଏ ଖାଇଲା ? ପିଲାଙ୍କୁ କ୍ଷୀର ପିଆଯାଏ, ପିଲାମାନେ ମାଖନ ଖାଇବେ ନା କ୍ଷୀର ପିଇବେ! ବାକି ଶାସ୍ତ୍ରରେ ଯେଉଁ ସବୁ ବର୍ଣ୍ଣନା କରାଯାଇଛି ମାଠିଆ ଭାଙ୍ଗିଥିଲେ ଇତ୍ୟାଦି ଇତ୍ୟାଦି ଏପରି କୌଣସି କଥା ନାହିଁ । ସେ ତ ସ୍ୱର୍ଗର ପ୍ରଥମ ରାଜକୁମାର ଅଟନ୍ତି । ମହିମା ତ ଏକମାତ୍ର ଶିବବାବାଙ୍କର ହିଁ ଅଟେ । ଦୁନିଆରେ ଆଉ କାହାର ମହିମା ନାହିଁ ! ଏବେ ତ ସମସ୍ତେ ପତିତ କିନ୍ତୁ ଭକ୍ତିମାର୍ଗର ମଧ୍ୟ ମହିମା ଅଛି, ଭକ୍ତମାଳାର ବି ଗାୟନ ରହିଛି । ନାରୀମାନଙ୍କ ମଧ୍ୟରେ ମୀରାଙ୍କର ନାମ ଅଛି, ପୁରୁଷମାନଙ୍କ ମଧ୍ୟରେ ନାରଦଙ୍କର ମୁଖ୍ୟ ରୁପରେ ଗାୟନ ଅଛି । ତୁମେ ଜାଣିଛ ଗୋଟିଏ ହେଉଛି ଭକ୍ତ ମାଳା, ଅନ୍ୟଟି ଜ୍ଞାନର ମାଳା । ଆମେ ଏବେ ଭକ୍ତମାଳାରୁ ରୁଦ୍ରମାଳାର ଦାନା ହେବାକୁ ଯାଉଛୁ ପୁଣି ରୁଦ୍ର ମାଳାରୁ ବିଷ୍ଣୁଙ୍କର ମାଳା ହେଉଛି । ରୁଦ୍ର ମାଳା ହେଉଛି ସଂଗମଯୁଗର, ଏହି ରହସ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି । କାରଣ ଏହି କଥା ତୁମକୁ ବାବା ସମ୍ମୁଖରେ ବସି ବୁଝାଉଛନ୍ତି । ତେଣୁ ବାବାଙ୍କ ସମ୍ମୁଖରେ ଯେତେବେଳେ ବସୁଛ ତେବେ ଖୁସିରେ ତୁମର ଲୋମ ଟାଙ୍କୁରୀ ଉଠିବା ଦରକାର । ଅହୋ ସୌଭାଗ୍ୟ ୧୦୦ ଶତକଡା ଦୁର୍ଭାଗ୍ୟଶାଳୀରୁ ଆମେ ସୌଭାଗ୍ୟଶାଳୀ ହେଉଛୁ । କୁମାରୀମାନେ ତ କାମ ବିକାରର ବଶବର୍ତ୍ତୀ ହୋଇ ନାହାଁନ୍ତି । ବାବା କହୁଛନ୍ତି ତାହା ହେଲା କାମ କଟୁରୀ । ଜ୍ଞାନକୁ ମଧ୍ୟ କଟୁରୀ କୁହାଯାଏ । ବାବା କହୁଛନ୍ତି ଏହା ହେଲା ଜ୍ଞାନର ଅସ୍ତ୍ରଶସ୍ତ୍ର, ତେଣୁ ସେମାନେ ପୁଣି ଦେବୀମାନଙ୍କୁ ସ୍ଥୂଳ ଅସ୍ତ୍ରଶସ୍ତ୍ର ଦେଇ ଦେଇଛନ୍ତି । ସେ ତ ହେଉଛି ହିଂସକ ଜିନିଷ । ମନୁଷ୍ୟମାନଙ୍କୁ ଏକଥା ଜଣା ନାହିଁ ଯେ ସ୍ୱଦର୍ଶନ ଚକ୍ର କଣ ? ଶାସ୍ତ୍ରରେ କୃଷ୍ଣଙ୍କୁ ମଧ୍ୟ ସ୍ୱଦର୍ଶନ ଚକ୍ର ଦେଇ ହିଂସା ହିଁ ହିଂସା ଦେଖାଇଛନ୍ତି । ବାସ୍ତବରେ ଏହା ହେଉଛି ଜ୍ଞାନର କଥା । ତୁମେ ଏବେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ ସେମାନେ ପୁଣି ହିଂସାର କଥା ଦେଖାଇଛନ୍ତି । ତୁମମାନଙ୍କୁ ଏବେ ସ୍ୱ ଅର୍ଥାତ୍ ଚକ୍ରର ଜ୍ଞାନ ମିଳିଛି । ତୁମକୁ ବାବା କହୁଛନ୍ତି ବ୍ରହ୍ମାମୁଖବଂଶାବଳୀ ବ୍ରାହ୍ମଣ କୁଳ ଭୂଷଣ, ସ୍ୱଦର୍ଶନ ଚକ୍ରଧାରୀ । ଏହାର ଅର୍ଥକୁ ମଧ୍ୟ ଏବେ ତୁମେମାନେ ଜାଣୁଛ । ତୁମ ପାଖରେ ସାରା ୮୪ ଜନ୍ମର ଏବଂ ସୃଷ୍ଟି ଚକ୍ରର ଜ୍ଞାନ ଅଛି । ପ୍ରଥମେ ସତ୍ୟଯୁଗରେ ଏକମାତ୍ର ସୂର୍ଯ୍ୟବଂଶୀ ଧର୍ମ ଥିଲା ପୁଣି ଚନ୍ଦ୍ରବଂଶୀ ହେଲା । ଉଭୟକୁ ମିଶାଇ ସ୍ୱର୍ଗ କୁହାଯାଇଥାଏ । ଏହି କଥା ତୁମମାନଙ୍କ ବୁଦ୍ଧିରେ ମଧ୍ୟ କ୍ରମାନୁସାରେ ଅଛି । ଯେପରି ତୁମମାନଙ୍କୁ ବାବା ପାଠ ପଢାଇଛନ୍ତି, ତୁମେ ପାଠପଢି ବୁଦ୍ଧିମାନ ହୋଇଛ ସେହିଭଳି ତୁମକୁ ପୁଣି ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ । ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ । ଯେପର୍ଯ୍ୟନ୍ତ ବ୍ରହ୍ମା ମୁଖବଂଶାବଳୀ ହୋଇ ନାହାଁନ୍ତି ସେପର୍ଯ୍ୟନ୍ତ ଶିବବାବାଙ୍କଠାରୁ ବର୍ସା କିପରି ନେବେ । ଏବେ ତୁମେ ବ୍ରାହ୍ମଣ ହୋଇଛ । ବର୍ସା ଶିବବାବାଙ୍କଠାରୁ ନେଉଛ । ଏକଥା ଭୁଲିବା ଉଚିତ୍ ନୁହେଁ । ପଏଣ୍ଟସ୍ ନୋଟ୍ କରିନେବା ଦରକାର । ଏହି ସିଢି ୮୪ଜନ୍ମର ଅଟେ । ସିଢି ଓହ୍ଲାଇବାକୁ ତ ସହଜ ହୋଇଥାଏ । ଯେତେବେଳେ ସିଢି ଚଢିଥାନ୍ତି ସେତେବେଳେ ଅଣ୍ଟାରେ ହାତ ଦେଇ କିପରି ଚଢିଥାନ୍ତି । କିନ୍ତୁ ଉପରକୁ ଉଠିବା ପାଇଁ ଲିଫ୍ଟ (ଉପରକୁ ଉଠାଇ ନେବା ଯନ୍ତ୍ର) ମଧ୍ୟ ଅଛି । ଏବେ ବାବା ଆସିଛନ୍ତି ତୁମକୁ ଲିଫ୍ଟ ଦେବା ପାଇଁ । ତେଣୁ ଗୋଟିଏ ସେକେଣ୍ଡରେ ତୁମର ଚଢତି କଳା (ଜୀବନମୁକ୍ତି) ହେଉଛି । ଏବେ ତୁମ ସନ୍ତାନମାନଙ୍କୁ ତ ଖୁସୀ ହେବା ଦରକାର ଯେ ଆମର ଏବେ ଚଢତି କଳା ହୋଇଛି । ଅତି ପ୍ରିୟ ବାବା ଆମମାନଙ୍କୁ ମିଳିଛନ୍ତି । ତାଙ୍କ ସଦୃଶ ପ୍ରିୟ ଜିନିଷ ଆଉ କିଛି ନାହିଁ । ସାଧୁ-ସନ୍ଥ ଆଦି ଯିଏ ବି ଅଛନ୍ତି ସମସ୍ତେ ସେହି ଏକମାତ୍ର ପ୍ରେମିକ (ବାବା)ଙ୍କୁ ମନେ ପକାଉଛନ୍ତି, ସମସ୍ତେ ତାଙ୍କର ପ୍ରେମିକା ଅଟନ୍ତି । କିନ୍ତୁ ସେ କିଏ, ଏକଥା ଜାଣି ନାହାଁନ୍ତି । କେବଳ ସର୍ବବ୍ୟାପୀ ବୋଲି କହିଦେଇଥାନ୍ତି ।

ତୁମେ ଏବେ ଜାଣୁଛ କି ଶିବବାବା ଏହାଙ୍କ ଦ୍ୱାରା ଆମକୁ ରାଜଯୋଗର ପାଠ ପଢାଉଛନ୍ତି । ଶିବବାବାଙ୍କର ନିଜର ଶରୀର ନାହିଁ । ସେ ହେଉଛନ୍ତି ପରମ ଆତ୍ମା । ପରମ ଆତ୍ମା ଅର୍ଥାତ୍ ପରମାତ୍ମା । ଯାହାଙ୍କ ନାମ ଶିବ । ବାକି ସବୁ ଆତ୍ମାମାନଙ୍କର ଶରୀରର ନାମ ଅଲଗା-ଅଲଗା ହୋଇଥାଏ । ସିଏ କେବଳ ଜଣେ ହିଁ ପରମ ଆତ୍ମା ଅଟନ୍ତି, ଯାହାଙ୍କର ନାମ ଶିବ । କିନ୍ତୁ ମନୁଷ୍ୟମାନେ ତାଙ୍କର ଅନେକ ନାମ ରଖି ଦେଇଛନ୍ତି । ଭିନ୍ନ ଭିନ୍ନ ମନ୍ଦିର ତିଆରି କରିଛନ୍ତି । ଏବେ ତୁମେମାନେ ଏହାର ଅର୍ଥକୁ ବୁଝୁଛ । ଏବେ ତୁମକୁ କଣ୍ଟାରୁ ଫୁଲ କରାଉଛନ୍ତି ଯାହାର ସ୍ମାରକୀ ସ୍ୱରୂପ ବମ୍ବେରେ ବାବୁରୀନାଥ ମନ୍ଦିର ଅଛି । ସିଏ ଆମକୁ ବିଶ୍ୱର ମାଲିକ କରୁଛନ୍ତି । ତେଣୁ ପ୍ରଥମ ଏବଂ ମୁଖ୍ୟ କଥା ହେଉଛି ଯେ ଆମ ଆତ୍ମାମାନଙ୍କର ପିତା କେବଳ ଜଣେ ଅଟନ୍ତି, ତାଙ୍କଠାରୁ ହିଁ ଭାରତବାସୀଙ୍କୁ ସମ୍ପତ୍ତି ମିଳୁଛି । ଏହି ଲକ୍ଷ୍ମୀ-ନାରାୟଣ ଭାରତର ମାଲିକ ଅଟନ୍ତି ନା । ଚୀନର ତ ନୁହଁନ୍ତି ନା । ଚୀନର ହୋଇଥିଲେ ଚେହେରା ଅଲଗା ପ୍ରକାରର ହୋଇଥାନ୍ତା । ଇଏ ତ ଭାରତର ହିଁ ଅଟନ୍ତି । ପ୍ରଥମେ-ପ୍ରଥମେ ଗୋରା (ପବିତ୍ର) ପରେ ପୁଣି ଶ୍ୟାମଳ (ପତିତ) ହୋଇଥାନ୍ତି । ତେବେ ଆତ୍ମାରେ ହିଁ ଖାଦ ପଡିଥାଏ, ଆତ୍ମା ହିଁ ଶ୍ୟାମଳ ହୋଇଥାଏ । ଉଦାହରଣ ସବୁ ଏମାନଙ୍କ (ଲକ୍ଷ୍ମୀ-ନାରାୟଣଙ୍କ) ଉପରେ ଆଧାରିତ । ଭ୍ରମରୀ ଭୁଁ ଭୁଁ କରି କୀଟକୁ ନିଜ ସମାନ କରିଥାଏ । ସନ୍ନ୍ୟାସୀମାନେ କଣ ବଦଳାଇଥାନ୍ତି! ଧଳା ପୋଷାକଧାରୀଙ୍କୁ ଗେରୁ କପଡା ପିନ୍ଧାଇ ବୁଦ୍ଧିକୁ ବଦଳାଇ ଦିଅନ୍ତି (ଘର ଦ୍ୱାର ଛଡାଇ ଦିଅନ୍ତି) । ତୁମେ ତ ଏହି ଜ୍ଞାନ ନେଉଛ ଯାହା ଦ୍ୱାରା ଲକ୍ଷ୍ମୀ-ନାରାୟଣ ଭଳି ଶୋଭନିକ ହୋଇଯିବ । ଏବେ ତ ପ୍ରକୃତି ମଧ୍ୟ ତମୋପ୍ରଧାନ ହୋଇଯାଇଛି, ଏହି ପୃଥିବୀ ମଧ୍ୟ ତମୋପ୍ରଧାନ ହୋଇଯାଇଛି ତେଣୁ ଏହା ବହୁତ କ୍ଷତିକାରକ ଅଟେ । ଆକାଶରେ ତୋଫାନ ଆସିଥାଏ କେତେ କ୍ଷତି କରିଥାଏ, ଦିନକୁ ଦିନ ପ୍ରକୃତିର ଉପଦ୍ରବ ବଢିଚାଲିଛି । ଏବେ ଏହି ଦୁନିଆରେ ପରମ ଦୁଃଖ ଅଛି । ସେଠାରେ ପୁଣି ପରମ ସୁଖ ହେବ । ବାବା ଏବେ ପରମଦୁଃଖରୁ ପରମ ସୁଖକୁ ନେଇଯାଉଛନ୍ତି । ଏହି ଦୁନିଆର ବିନାଶ ହୋଇଗଲା ପରେ ପୁଣି ସବୁ ସତ୍ତ୍ୱପ୍ରଧାନ ହୋଇଯିବ । ଏବେ ତୁମେ ପୁରୁଷାର୍ଥ କରି ଯେତେ ବାବାଙ୍କଠାରୁ ବର୍ସା ନେବାକୁ ଚାହୁଛଁ ସେତେ ନେଇଯାଅ । ନଚେତ୍ ପଛରେ ପଶ୍ଚାତାପ କରିବାକୁ ପଡିବ । ବାବା ଆସିଥିଲେ କିନ୍ତୁ ମୁଁ କିଛି ନେଇ ପାରିଲି ନାହିଁ । ଏକଥା ମଧ୍ୟ ଲେଖାଅଛି କୁଟାଗଦା ସଦୃଶ ସାରା ଦୁନିଆକୁ ନିଆଁ ଲାଗିବ ସେତେବେଳେ କୁମ୍ଭକର୍ଣ୍ଣ ନିଦରୁ ଜାଗ୍ରତ ହେବେ । ପୁଣି ହାୟ-ହାୟ କରି ମରିଯିବେ । ହାୟ-ହାୟ ପରେ ପୁଣି ଜୟ-ଜୟକାର ହେବ । କଳିଯୁଗରେ ହାୟ-ହାୟ ରହିଛି ନା । ଏଠାରେ ଜଣେ ଅନ୍ୟକୁ ଜଣକୁ ମାରି ଦେଉଛନ୍ତି । ସମୟ ଆସିବ ବହୁତ ସଂଖ୍ୟାରେ ମରିବେ । କଳିଯୁଗ ପରେ ପୁଣି ସତ୍ୟଯୁଗ ନିଶ୍ଚିତ ହେବ । ମଝିରେ ଏହା ସଂଗମଯୁଗ ଅଟେ । ଏହାକୁ ପୁରୁଷୋତ୍ତମ ଯୁଗ କୁହାଯାଇଥାଏ । ବାବା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ଭଲ ଉପାୟ ବତାଉଛନ୍ତି । କହୁଛନ୍ତି କେବଳ ମୋତେ ମନେ ପକାଅ ଆଉ କିଛି କରିବାର ନାହିଁ । ଏବେ ତୁମମାନଙ୍କୁ ମଥା ଆଦି ନୁଆଁଇବାର ଆବଶ୍ୟକତା ନାହିଁ । ବାବାଙ୍କୁ କେହି ହାତ ଯୋଡିଥାନ୍ତି ତେବେ ବାବା କହନ୍ତି ନା ତୁମ ଆତ୍ମାର ହାତ ଅଛି, ନା ବାବାଙ୍କର, ପୁଣି ହାତ କାହାକୁ ଯୋଡୁଛ । କଳିଯୁଗୀ ଭକ୍ତିମାର୍ଗର ଗୋଟିଏ ବି ଚିହ୍ନ ନ ରହିବା ଦରକାର । ହେ ଆତ୍ମା, ତୁମେ ହାତ କାହିଁକି ଯୋଡୁଛ ? କେବଳ ମୋତେ ମନେ ପକାଅ । ଯୋଗର ଅର୍ଥ କୌଣସି ହାତ ଯୋଡିବା ନୁହେଁ । ମନୁଷ୍ୟ ତ ସୂର୍ଯ୍ୟଙ୍କୁ ହାତ ଯୋଡୁଛନ୍ତି, କେହି ମହାତ୍ମାକୁ ମଧ୍ୟ ହାତ ଯୋଡୁଛନ୍ତି । ତୁମକୁ ହାତ ଯୋଡିବା ଦରକାର ନାହିଁ, ଇଏ ତ ମୋର ଲୋନ୍ (ଉଧାର) ନେଇଥିବା ଶରୀର ଅଟେ । ଯଦି କେହି ହାତ ଯୋଡନ୍ତି ତେବେ ତା ବଦଳରେ ଯୋଡିବାକୁ ପଡିଥାଏ । ତୁମକୁ ତ ଏକଥା ବୁଝିବାକୁ ହେବ ଯେ ଆମେ ଆତ୍ମା ଅଟୁ । ଆମକୁ ଏହି ବନ୍ଧନରୁ ମୁକ୍ତ ହୋଇ ଏବେ ଘରକୁ ଫେରିବାକୁ ହେବ । ଏସବୁଥିରୁ ତ ବର୍ତ୍ତମାନ ଯେପରି ଘୃଣା ଆସୁଛି । ଏବେ ଏହି ପୁରୁଣା ଶରୀରକୁ ଛାଡିବାକୁ ହେବ । ଯେପରି ସର୍ପର ଉଦାହରଣ ରହିଛି । ଭ୍ରମରୀଠାରେ ମଧ୍ୟ କେତେ ବୁଦ୍ଧି ଅଛି ଯିଏକି କୀଟକୁ ବି ଭ୍ରମରୀ କରିଦେଉଛି । ତୁମେ ସନ୍ତାନମାନେ ମଧ୍ୟ, ଯେଉଁମାନେ ବିଷୟ ସାଗରରେ ଟୁବୁଟୁବୁ ହେଉଛ, ସେମାନଙ୍କୁ ମଧ୍ୟ ସେଠାରୁ ବାହାର କରି କ୍ଷୀରସାଗରକୁ ନେଇଯାଉଛି । ଏବେ ବାବା କହୁଛନ୍ତି ଶାନ୍ତିଧାମକୁ ଚାଲ । ମନୁଷ୍ୟ ଶାନ୍ତି ପାଇଁ କେତେ ମୁଣ୍ଡ ପିଟୁଛନ୍ତି । ସନ୍ନ୍ୟାସୀମାନଙ୍କୁ ତ ସ୍ୱର୍ଗର ଜୀବନମୁକ୍ତି ମିଳିନଥାଏ । ହଁ, ମୁକ୍ତି ମିଳିଥାଏ, ଦୁଃଖରୁ ମୁକ୍ତ ହୋଇ ଶାନ୍ତିଧାମରେ ବସିଯାନ୍ତି । ପୁଣି ବି ଆତ୍ମା ପ୍ରଥମେ ପ୍ରଥମେ ତ ଜୀବନମୁକ୍ତିରେଆସିଥାଏ । ପଛରେ ପୁଣି ଜୀବନବନ୍ଧନରେ ଆସେ । ଆତ୍ମା ସତ୍ତ୍ୱପ୍ରଧାନ ହୋଇ ପୁଣି ସିଡିରେ ତଳକୁ ଖସେ । ପ୍ରଥମେ ସୁଖ ଭୋଗ କରି ପୁଣି ତଳକୁ ଖସି-ଖସି ବର୍ତ୍ତମାନ ତମୋପ୍ରଧାନ ହୋଇଯାଇଛି । ପୁଣି ସମସ୍ତଙ୍କୁ ଫେରାଇ ନେବା ପାଇଁ ବାବା ଆସିଛନ୍ତି । ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମେ ପବିତ୍ର ହୋଇଯିବ ।

ବାବା ବୁଝାଇଛନ୍ତି ଯେଉଁ ସମୟରେ ମନୁଷ୍ୟ ଶରୀର ତ୍ୟାଗ କରିଥାନ୍ତି ସେହି ସମୟରେ ବହୁତ କଷ୍ଟ ଭୋଗିଥାନ୍ତି କାହିଁକି ନା ଦଣ୍ଡ ଭୋଗ କରିବାକୁ ପଡିଥାଏ । ଯେପରି କାଶୀ କଲବଟ ଖାଇଥାନ୍ତି । କାହିଁକି ନା ଶୁଣିଛନ୍ତି ଶିବଙ୍କ ଉପରେ ବଳି ଚଢିଲେ ମୁକ୍ତି ମିଳିଯାଏ । ତୁମେ ଏବେ ବଳି ଚଢୁଛ ନା, ତେଣୁ ଭକ୍ତିମାର୍ଗରେ ପୁଣି ଏହି କଥା ଚାଲୁଛି । ସେଥିପାଇଁ ଶିବଙ୍କ ଉପରେ ବଳି ଚଢୁଛନ୍ତି । ଏବେ ବାବା ବୁଝାଉଛନ୍ତି କେହି ତ ଫେରି ଯାଇ ପାରିବେ ନାହିଁ । ହଁ, ବଳି ଚଢୁଛନ୍ତି ତେଣୁ କିଛି ପାପ କଟିଯାଉଛି ପୁଣି ହିସାବ-କିତାବ ନୂଆ କରି ଆରମ୍ଭ ହେଉଛି । ତୁମେ ଏବେ ଏହି ସୃଷ୍ଟିଚକ୍ରକୁ ଜାଣି ଯାଇଛ । ଏହି ସମୟରେ ସମସ୍ତଙ୍କର କଳା କମିବାରେ ଲାଗିଛି । ବାବା କହୁଛନ୍ତି ମୁଁ ଆସି ସମସ୍ତଙ୍କର ସଦ୍ଗତି କରୁଛି । ସମସ୍ତଙ୍କୁ ଘରକୁ ନେଇଯାଉଛି । କିନ୍ତୁ ପତିତମାନଙ୍କୁ ସାଥିରେ ନେବି ନାହିଁ ତେଣୁ ଏବେ ପବିତ୍ର ହେବାକୁ ପଡିବ ତେବେ ତୁମର ଜ୍ୟୋତି ଜାଗ୍ରତ ହୋଇଯିବ । ବିବାହ ସମୟରେ ସ୍ତ୍ରୀ ମଥା ଉପରେ ମାଠିଆ ରଖି ଦୀପ ଜଳାନ୍ତି । ଏହି ପ୍ରଥା ମଧ୍ୟ ଭାରତରେ ହିଁ ଅଛି । ସ୍ତ୍ରୀର ମୁଣ୍ଡ ଉପରେ କଳସ ରଖି ଜ୍ୟୋତି ବା ଦୀପ ଜଳାଇଥାନ୍ତି, ପତିଙ୍କ ଉପରେ ଦୀପ ଜଳାନ୍ତି ନାହିଁ । କାହିଁକି ନା ପତିଙ୍କୁ ଈଶ୍ୱର କହନ୍ତି । ଈଶ୍ୱରଙ୍କ ଉପରେ ପୁଣି ଜ୍ୟୋତି କିପରି ଜଳାଇବେ । ତେଣୁ ବାବା ବୁଝାଉଛନ୍ତି ମୋର ତ ଜ୍ୟୋତି ଜାଗ୍ରତ ଅଛି । ମୁଁ ଏବେ ତୁମର ଜ୍ୟୋତିକୁ ଜାଗ୍ରତ କରୁଛି । ବାବାଙ୍କୁ ସମା ଅର୍ଥାତ୍ ଜ୍ୟୋତି ମଧ୍ୟ କୁହାଯାଏ । ବ୍ରହ୍ମ ସମାଜୀମାନେ ଜ୍ୟୋତିକୁ ମାନିଥାନ୍ତି, ସର୍ବଦା ଜ୍ୟୋତି ଜଳାଇ ରଖିଥାନ୍ତି, ତାକୁ ହିଁ ମନେ ପକାଇଥାନ୍ତି, ତାକୁ ହିଁ ଭଗବାନ ବୋଲି ମାନିଥାନ୍ତି । କେହି କେହି ଭାବନ୍ତି ଛୋଟ ଜ୍ୟୋତି (ଆତ୍ମା) ବଡ ଜ୍ୟୋତି (ପରମାତ୍ମା)ରେ ମିଶିଯିବ । ଅନେକ ପ୍ରକାର ମତ ଅଛି । ବାବା କହୁଛନ୍ତି ତୁମର ଧର୍ମ ତ ବହୁତ ସୁଖଦାୟୀ ଅଟେ ତୁମେ ସ୍ୱର୍ଗରେ ବହୁତ ସୁଖ ଦେଖିଛ । ନୂଆ ଦୁନିଆରେ ତୁମେ ଦେବତା ହେଉଛ । ତୁମର ପାଠପଢା ହିଁ ଭବିଷ୍ୟତ ନୂଆ ଦୁନିଆ ପାଇଁ ଏବଂ ଅନ୍ୟ ସବୁ ପାଠପଢା ଏହି ଦୁନିଆ ପାଇଁ । ଏଠାରେ ତୁମକୁ ପାଠପଢି ଭବିଷ୍ୟତରେ ଉଚ୍ଚ ପଦ ପାଇବାକୁ ହେବ । ଗୀତାରେ ମଧ୍ୟ ନିଶ୍ଚିତ ଭାବରେ ରାଜଯୋଗ ଶିଖାଯାଇଛି । ପୁଣି ଶେଷରେ ଲଢେଇ ଲାଗିଛି, କିଛି ରହି ନାହିଁ । ପାଣ୍ଡବମାନଙ୍କ ସାଥିରେ କୁକୁର ଦେଖାଇଛନ୍ତି । ଏବେ ବାବା କହୁଛନ୍ତି ମୁଁ ତୁମକୁ ଭଗବାନ-ଭଗବତୀ (ଦେବୀ-ଦେବତା) କରୁଛି । ଏଠାରେ ତ ଅନେକ ପ୍ରକାରର ଦୁଃଖଦାୟୀ ମନୁଷ୍ୟ ଅଛନ୍ତି । କାମ କଟାରୀ ଦ୍ୱାରା କେତେ ଦୁଃଖୀ କରୁଛନ୍ତି । ତେଣୁ ଏବେ ତୁମ ସନ୍ତାନମାନଙ୍କୁ ଏହି ଖୁସୀ ରହିବା ଦରକାର ଯେ ବେହଦର ବାବା ଜ୍ଞାନର ସାଗର ଆମକୁ ପାଠ ପଢାଉଛନ୍ତି । ସିଏ ଆମର ଅତି ପ୍ରିୟ ପ୍ରେମିକ ଅଟନ୍ତି । ଆମେ ପ୍ରେମିକାମାନେ ତାଙ୍କୁ ଅଧାକଳ୍ପ ହେବ ମନେ ପକାଇ ଆସିଛୁ । ତୁମେମାନେ ମନେ ପକାଇ ଆସିଛ ନା, ଏବେ ବାବା କହୁଛନ୍ତି ମୁଁ ଆସିଛି, ତୁମେ ମୋ ମତରେ ଚାଲ । ନିଜକୁ ଆତ୍ମା ଭାବି ମାତେ ମନେ ପକାଅ । ଅନ୍ୟ କାହାକୁ ନୁହେଁ । କେବଳ ମୋତେ ମନେ ନ ପକାଇଲେ ତୁମର ପାପ ଭସ୍ମ ହେବ ନାହିଁ । ପ୍ରତ୍ୟେକ କଥାରେ ସର୍ଜନଙ୍କ ଠାରୁ ମତ ନିଅ । କାହା ସହିତ କିପରି ସମ୍ବନ୍ଧ ରଖିବାକୁ ହେବ ତାହା ବାବା ମତ ଦେଇଥାନ୍ତି ଯଦି ଶ୍ରୀମତ ଅନୁସାରେ ଚାଲିବ ତେବେ ପ୍ରତି ପାଦରେ ପଦମର ପ୍ରାପ୍ତି ହେବ ଅର୍ଥାତ୍ ପ୍ରତି ମୂହୁର୍ତ୍ତରେ ଅସରନ୍ତି ସମ୍ପତ୍ତି ପ୍ରାପ୍ତି କରିବ । ମତ ନେଲ ତ ତୁମେ ଦାୟିତ୍ୱରୁ ମୁକ୍ତ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବେହଦର ବାବାଙ୍କଠାରୁ ବେହଦ ସୁଖର ବର୍ସା ନେବାକୁ ହେଲେ ଡାଇରେକ୍ଟ (ପ୍ରତ୍ୟକ୍ଷରେ) ଈଶ୍ୱରଙ୍କ ଅର୍ଥେ ଦାନ ପୁଣ୍ୟ କରିବାକୁ ହେବ । ଜ୍ଞାନ ଧନରେ ଝୋଲି ଭରି ସମସ୍ତଙ୍କୁ ଦେବାକୁ ହେବ ।

(୨) ଏହି ପୁରୁଷୋତ୍ତମ ଯୁଗରେ ନିଜକୁ ସର୍ବ ବନ୍ଧନରୁ ମୁକ୍ତ କରି ଜୀବନମୁକ୍ତ ହେବାକୁ ପଡିବ । ଭ୍ରମରୀ ସଦୃଶ ଭୁଁ-ଭୁଁ କରି ନିଜ ସମାନ କରିବାର ସେବା କରିବାକୁ ହେବ ।

ବରଦାନ:-
ସାଧାରଣ କର୍ମ କରୁଥିଲେ ମଧ୍ୟ ଉଚ୍ଚ ସ୍ଥିତିରେ ସ୍ଥିତ ରହି ସର୍ବଦା ଡବଲ ଲାଇଟ୍ ହୁଅ ।

ବାବା ଯେପରି ସାଧାରଣ ଶରୀରର ଆଧାର ନେଉଛନ୍ତି, ତୁମମାନଙ୍କ ଭଳି କଥାବାର୍ତ୍ତା କରୁଛନ୍ତି, ତୁମମାନଙ୍କ ଭଳି ଚାଲୁଛନ୍ତି କିନ୍ତୁ ସାଧାରଣ କର୍ମ କରୁଥିଲେ ମଧ୍ୟ ସ୍ଥିତି ସର୍ବଦା ଉଚ୍ଚରେ ରହୁଛି, ସେହିଭଳି ତୁମମାନଙ୍କର ଆନ୍ତରିକ ସ୍ଥିତି ମଧ୍ୟ ସର୍ବଦା ଉଚ୍ଚା ରହୁ । ଡବଲ ଲାଇଟ୍ ହୋଇ ଉଚ୍ଚା ସ୍ଥିତିରେ ସ୍ଥିତ ରହି କୌଣସି ବି ସାଧାରଣ କର୍ମ କର । ସର୍ବଦା ଏହି କଥା ସ୍ମୃତିରେ ରହୁ ଯେ ମୁଁ ଶ୍ରେଷ୍ଠ କର୍ମ କରିବା ପାଇଁ ଅବତାର ରୂପରେ ଅବତରିତ ହୋଇଛି, ତେବେ ସାଧାରଣ କର୍ମ ମଧ୍ୟ ଅଲୌକିକ କର୍ମରେ ପରିବର୍ତ୍ତିତ ହୋଇଯିବ ।

ସ୍ଲୋଗାନ:-
ଆତ୍ମିକ ଦୃଷ୍ଟି ବୃତ୍ତିରେ ଅଭ୍ୟାସ କରୁଥିବା ଆତ୍ମା ହିଁ ପବିତ୍ରତାକୁ ସହଜରେ ଧାରଣ କରିପାରିବେ ।