25.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଦେହ-ଅଭିମାନକୁ ଛାଡି ଦେହୀ-ଅଭିମାନୀ ହୁଅ, ଦେହୀ-ଅଭିମାନୀମାନଙ୍କୁ ହିଁ ଈଶ୍ୱରୀୟ ସମ୍ପ୍ରଦାୟ କୁହାଯାଉଛି ।

ପ୍ରଶ୍ନ:-
ତୁମେମାନେ ଏବେ ଯେଉଁ ସତସଙ୍ଗ କରୁଛ ତାହା ଅନ୍ୟ ସତସଙ୍ଗ ଗୁଡିକଠାରୁ ଭିନ୍ନ କିପରି ?

ଉତ୍ତର:-
ଏହା ହିଁ ଏକମାତ୍ର ସତସଙ୍ଗ ଯେଉଁଠି ତୁମେମାନେ ଆତ୍ମା ଏବଂ ପରମାତ୍ମାଙ୍କର ବିଷୟରେ ଜ୍ଞାନ ଶୁଣୁଛ । ଏଠାରେ ପାଠପଢା ଯାଉଛି । ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ମଧ୍ୟ ସମ୍ମୁଖରେ ରହିଛି । ଅନ୍ୟ ସତସଙ୍ଗ ଗୁଡିରେ ନା ପାଠପଢା ଯାଉଛି, ନା କୌଣସି ଲକ୍ଷ୍ୟ ଅଛି ।

ଓମ୍ ଶାନ୍ତି ।
ରୁହାନୀ ସନ୍ତାନମାନଙ୍କ ପ୍ରତି ରୁହାନୀ ବାବା ବୁଝାଉଛନ୍ତି । ରୁହାନୀ ସନ୍ତାନମାନେ ଶୁଣୁଛନ୍ତି । ପ୍ରଥମେ-ପ୍ରଥମେ ବାବା ବୁଝାଉଛନ୍ତି ଯେତେବେଳେ ମଧ୍ୟ ବସୁଛ ନିଜକୁ ଆତ୍ମା ଭାବି ବସ । ଦେହ ଭାବ ନାହିଁ । ଦେହ-ଅଭିମାନୀକୁ ଆସୁରୀ ସମ୍ପଦ୍ରାୟ କୁହାଯାଏ ଏବଂ ଦେହୀ-ଅଭିମାନୀକୁ ଈଶ୍ୱରୀୟ ସମ୍ପ୍ରଦାୟ କୁହାଯାଏ । ଈଶ୍ୱରଙ୍କର ଦେହ ନାହିଁ । ସେ ସର୍ବଦା ଆତ୍ମ-ଅଭିମାନୀ ଅଟନ୍ତି । ସେ ହେଲେ ପରମ ଆତ୍ମା, ସମସ୍ତ ଆତ୍ମାଙ୍କର ପିତା । ପରମ ଆତ୍ମା ଅର୍ଥାତ୍ ସବୁଠାରୁ ଉଚ୍ଚ । ମନୁଷ୍ୟ ଯେତେବେଳେ ସର୍ବୋଚ୍ଚ ଭଗବାନ କହୁଛନ୍ତି ତେବେ ବୁଦ୍ଧିରେ ଆସୁଛି ସେ ନିରାକାର ଲିଙ୍ଗ ରୂପ ଅଟନ୍ତି । ନିରାକାର ଲିଙ୍ଗଙ୍କର ପୂଜା ମଧ୍ୟ ହେଉଛି । ସେ ହେଲେ ପରମାତ୍ମା ଅର୍ଥାତ୍ ସମସ୍ତ ଆତ୍ମାମାନଙ୍କଠାରୁ ଉଚ୍ଚ । ସେ ମଧ୍ୟ ଆତ୍ମା କିନ୍ତୁ ସର୍ବୋଚ୍ଚ ଆତ୍ମା ଅଟନ୍ତି । ସେ ଜନ୍ମ-ମରଣର ଚକ୍ରରେ ଆସୁ ନାହାଁନ୍ତି । ବାକି ସମସ୍ତେ ପୁନର୍ଜନ୍ମ ନେଉଛନ୍ତି, ସମସ୍ତେ ତାଙ୍କର ରଚନା ଅଟେ । ରଚୟିତା ଏକମାତ୍ର ବାବା ଅଟନ୍ତି । ବ୍ରହ୍ମା-ବିଷ୍ଣୁ-ଶଙ୍କର ମଧ୍ୟ ତାଙ୍କର ରଚନା । ସମସ୍ତ ମନୁଷ୍ୟ ସୃଷ୍ଟି ମଧ୍ୟ ରଚନା । ରଚୟିତାଙ୍କୁ ବାବା କୁହାଯାଏ । ପୁରୁଷଙ୍କୁ ମଧ୍ୟ ରଚୟିତା କୁହାଯାଏ । ସ୍ତ୍ରୀକୁ ପୋଷ୍ୟ କରନ୍ତି ପୁଣି ତାଙ୍କଠାରୁ ସନ୍ତାନ ସୃଷ୍ଟି କରି, ପାଳନା କରିଥାନ୍ତି । ବାସ୍ ବିନାଶ କରନ୍ତି ନାହିଁ । ଆଉ ଯେଉଁ ଧର୍ମ ସ୍ଥାପକ ଅଛନ୍ତି ସେମାନେ ମଧ୍ୟ ସୃଷ୍ଟି କରୁଛନ୍ତି, ପୁଣି ତାଙ୍କର ପାଳନା କରୁଛନ୍ତି । କିନ୍ତୁ ବିନାଶ କେହି କରୁନାହାଁନ୍ତି । ବେହଦର ବାବା ଯାହାଙ୍କୁ ପରମାତ୍ମା କୁହାଯାଉଛି, ଆତ୍ମା ପରି ପରମପିତା ପରମାତ୍ମାଙ୍କ ରୂପ ମଧ୍ୟ ବିନ୍ଦୁ । ବାକି ଭକ୍ତିମାର୍ଗରେ ପୂଜା ନିମନ୍ତେ ଏତେ ବଡ ଲିଙ୍ଗ ତିଆରି କରୁଛନ୍ତି । ନଚେତ୍ ବିନ୍ଦୁର ପୂଜା କିପରି ହୋଇପାରିବ । ଭାରତରେ ରୁଦ୍ର ଯଜ୍ଞରେ ମାଟିର ଶିବଲିଙ୍ଗ ଏବଂ ଶାଳଗ୍ରାମ ତିଆରି କରାଇ ତାର ପୂଜା କରିଥାନ୍ତି । ତାହାକୁ ରୁଦ୍ର ଯଜ୍ଞ କୁହାଯାଏ । ବାସ୍ତବରେ ତାର ପ୍ରକୃତ ଅସଲି ନାମ ହେଉଛି ରାଜସ୍ୱ ଅଶ୍ୱମେଧ ଅବିନାଶୀ ରୁଦ୍ର ଗୀତା ଜ୍ଞାନ ଯଜ୍ଞ । ଯାହା ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି । ଏବେ ବାବା ସନ୍ତାନମାନଙ୍କୁ କହୁଛନ୍ତି ନିଜକୁ ଆତ୍ମା ଭାବ । ଆଉ ଯେତେ ସତ୍ସଙ୍ଗ ଅଛି ସେଥିରେ ଆତ୍ମା ଅଥବା ପରମାତ୍ମାଙ୍କ ଜ୍ଞାନ ନା କାହା ପାଖରେ ଅଛି, ନା କାହାକୁ ବୁଝାଇପାରିବେ । ସେଠାରେ କୌଣସି ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ ନଥାଏ । ତୁମେମାନେ ତ ଏବେ ପାଠ ପଢୁଛ । ତୁମେମାନେ ଜାଣୁଛ ଆତ୍ମା ଶରୀରରେ ପ୍ରବେଶ କରୁଛି । ଆତ୍ମା ଅବିନାଶୀ ଏବଂ ଶରୀର ବିନାଶୀ । ଶରୀର ଦ୍ୱାରା ପାର୍ଟ ବଜାଉଛି । ଆତ୍ମା ତ ଅଶରୀରୀ ଅଟେ ନା । କହିଥାନ୍ତି ମଧ୍ୟ ଅଶରୀରୀ ଆସିଥିଲୁ, ପୁଣି ଅଶରୀରୀ ଯିବୁ । ଶରୀର ଧାରଣ କରିଲ ପୁଣି ଶରୀର ଛାଡି ଅଶରୀରୀ ହୋଇ ଯିବାକୁ ହେବ । ଏସବୁ ବାବା ଆସି ତୁମମାନଙ୍କୁ ବୁଝାଉଛନ୍ତି । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଭାରତରେ ସତ୍ୟଯୁଗ ଥିଲା ସେତେବେଳେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା, ଗୋଟିଏ ଧର୍ମ ଥିଲା । ଏକଥା ମଧ୍ୟ ଭାରତବାସୀ ଜାଣି ନାହାଁନ୍ତି । ବାବାଙ୍କୁ ଯିଏ ଜାଣି ନାହାଁନ୍ତି ସେ କିଛି ହେଲେ ଜାଣିନାହାଁନ୍ତି । ପ୍ରାଚୀନ ଋଷି-ମୁନିମାନେ ମଧ୍ୟ କହୁଥିଲେ ଆମେ ରଚୟିତା ଏବଂ ରଚନାକୁ ଜାଣିନାହୁଁ । ରଚୟିତା ହେଲେ ବେହଦର ବାବା, ସେ ହିଁ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ଆରମ୍ଭକୁ ଆଦି କୁହାଯାଏ, ମଝିକୁ ମଧ୍ୟ । ଆଦି ହେଉଛି ସତ୍ୟଯୁଗ ଯାହାକୁ ଦିନ କୁହାଯାଏ, ପୁଣି ମଧ୍ୟରୁ ଅନ୍ତ ପର୍ଯ୍ୟନ୍ତ ହେଉଛି ରାତି । ଦିନ ହେଉଛି ସତ୍ୟଯୁଗ-ତ୍ରେତାଯୁଗ ଯାହାକୁ ସ୍ୱର୍ଗ କୁହାଯାଏ । ସ୍ୱର୍ଗ ହେଉଛି ୱାଣ୍ଡର ଅଫ୍ ୱାଲର୍ଡ ଅର୍ଥାତ୍ ଆଶ୍ଚର୍ଯ୍ୟମୟ ଦୁନିଆ । ଭାରତ ହିଁ ସ୍ୱର୍ଗ ଥିଲା, ଯେଉଁଠି ଲକ୍ଷ୍ମୀ-ନାରାୟଣ ରାଜ୍ୟ କରୁଥିଲେ, ଯାହାକୁ ଭାରତବାସୀ ଜାଣି ନାହାଁନ୍ତି । ବାବା ଏବେ ସ୍ୱର୍ଗର ସ୍ଥାପନା କରୁଛନ୍ତି ।

ବାବା କହୁଛନ୍ତି ତୁମେ ନିଜକୁ ଆତ୍ମା ଭାବ । ମୁଁ ଫାଷ୍ଟକ୍ଲାସ୍ ଆତ୍ମା । ବର୍ତ୍ତମାନ ମନୁଷ୍ୟ ମାତ୍ରକେ ସବୁ ଦେହ-ଅଭିମାନୀ ଅଟନ୍ତି । ବାବା ଆସି ଆମକୁ ଆତ୍ମ-ଅଭିମାନୀ କରାଉଛନ୍ତି । ଆତ୍ମା କଣ, ଏକଥା ମଧ୍ୟ ବାବା ବତାଉଛନ୍ତି । ମନୁଷ୍ୟ କିଛି ହେଲେ ଜାଣିନାହାଁନ୍ତି । କହୁଛନ୍ତି ଭ୍ରୁକୁଟୀ ମଧ୍ୟରେ ଚମକୁଛି ଅଜବ ତାରା କିନ୍ତୁ ତାହା କଣ, କିପରି ସେଥିରେ ପାର୍ଟ ଭରି ରହିଛି, କିଛି ହେଲେ ଜାଣି ନାହାଁନ୍ତି । ଏବେ ତୁମମାନଙ୍କୁ ବାବା ବୁଝାଉଛନ୍ତି, ତୁମ ଭାରତବାସୀମାନଙ୍କୁ ୮୪ ଜନ୍ମର ପାର୍ଟ କରିବାକୁ ପଡୁଛି । ଭାରତ ହିଁ ଉଚ୍ଚ ଖଣ୍ଡ, ଯେଉଁ ମନୁଷ୍ୟମାନେ ଅଛନ୍ତି, ତାଙ୍କର ଏହା ତୀର୍ଥସ୍ଥଳ । ସମସ୍ତଙ୍କର ସଦ୍ଗତି କରିବା ପାଇଁ ବାବା ଏଠାକୁ ଆସିଛନ୍ତି । ରାବଣ ରାଜ୍ୟରୁ ମୁକ୍ତ କରି ପଥ ପ୍ରଦର୍ଶକ ହୋଇ ନେଇଯାଉଛନ୍ତି । ମନୁଷ୍ୟ ତ ଏପରି କହି ଦେଉଛନ୍ତି, ଅର୍ଥ କିଛି ହେଲେ ଜାଣି ନାହାଁନ୍ତି । ଭାରତରେ ପ୍ରଥମେ ଦେବୀ-ଦେବତା ଥିଲେ । ତାଙ୍କୁ ହିଁ ପୁଣି ପୁନର୍ଜନ୍ମ ନେବାକୁ ପଡୁଛି । ଭାରତବାସୀ ହିଁ ଦେବତା ପୁଣି କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେଉଛନ୍ତି । ପୁନର୍ଜନ୍ମ ନେଉଛନ୍ତି ନା । ଏହି ଜ୍ଞାନକୁ ସଂପୂର୍ଣ୍ଣ ରୂପେ ବୁଝିବା ପାଇଁ ୭ ଦିନ ଲାଗୁଛି । ପତିତ ବୁଦ୍ଧିକୁ ପବିତ୍ର କରିବାକୁ ହେବ । ଏହି ଲକ୍ଷ୍ମୀ-ନାରାୟଣ ପବିତ୍ର ଦୁନିଆରେ ରାଜ୍ୟ କରୁଥିଲେ ନା । ତାଙ୍କର ହିଁ ରାଜ୍ୟ ଭାରତରେ ଥିଲା ତେଣୁ ଅନ୍ୟ କୌଣସି ଧର୍ମ ନଥିଲା । ଗୋଟିଏ ରାଜ୍ୟ ଥିଲା । ଭାରତ କେତେ ସାହୁକାର ଥିଲା । ହୀରା-ନୀଳାର ମହଲ ଥିଲା । ପୁଣି ରାବଣ ରାଜ୍ୟରେ ପୂଜାରୀ ହେଉଛନ୍ତି । ଭକ୍ତିମାର୍ଗରେ ଏହି ମନ୍ଦିର ଆଦି ତିଆରି କରିଛନ୍ତି । ସୋମନାଥଙ୍କ ମନ୍ଦିର ଥିଲା ନା । ତେବେ ଗୋଟିଏ ମନ୍ଦିର ତ ନଥିଲା । ଏଠାରେ ମଧ୍ୟ ଶିବ ମନ୍ଦିରରେ ଏତେ ହୀରା-ନୀଳା ଥିଲା ଯାହାକୁ ମୁହମ୍ମଦ ଗଜନୀ ଓଟରେ ଭରି ନେଇଗଲା । ସତ୍ୟଯୁଗରେ ଏତେ ଧନ ସମ୍ପତ୍ତି ଥିଲା, ଓଟ କଣ କେହି ଲକ୍ଷ-ଲକ୍ଷ ଓଟ ଆଣିଲେ ମଧ୍ୟ ସବୁ ନେଇପାରିବେ ନାହିଁ । ସତ୍ୟଯୁଗରେ ସୁନା, ହୀରା, ଅଳଙ୍କାରରେ ଭରପୁର ଅନେକ ମହଲ ଥିଲା । ମୁହମ୍ମଦ ଗଜନୀ ତ ଏବେ ଆସିଛି । ଦ୍ୱାପରରେ ମଧ୍ୟ କେତେ ମହଲ ଆଦି ହେଉଛି । ତାହା ପୁଣି ଭୂମିକମ୍ପରେ ମାଟି ତଳେ ଦବି ହୋଇଯାଉଛି । ରାବଣର କୌଣସି ସୁନାର ଲଙ୍କା ନଥିଲା । ରାବଣ ରାଜ୍ୟରେ ଭାରତର ଏହି ଅବସ୍ଥା ହୋଇଯାଉଛି । ୧୦୦ ଶତକଡା ଅଧର୍ମୀ, ଅସତ୍ୟ, ଧନହୀନ ପତିତ ବିକାରୀ । ନୂଆ ଦୁନିଆକୁ ନିର୍ବିକାରୀ ଦୁନିଆ କୁହାଯାଏ । ଭାରତ ଶିବାଳୟ ଥିଲା, ଯାହାକୁ ୱାଣ୍ଡର ଅଫ୍ ୱାଲର୍ଡ ଆଶ୍ଚର୍ଯ୍ୟମୟ ଦୁନିଆ କୁହାଯାଏ । ସେଠାରେ ବହୁତ କମ୍ ମନୁଷ୍ୟ ଥିଲେ । ଏବେ ତ କୋଟି-କୋଟି ମନୁଷ୍ୟ ଅଛନ୍ତି । ତେବେ ବିଚାର କରିବା ଦରକାର ନା । ଏବେ ତୁମ ପାଇଁ ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ, ଯେବେ ବାବା ଆସି ତୁମକୁ ପୁରୁଷୋତ୍ତମ, ପାରସ ବୁଦ୍ଧି କରାଉଛନ୍ତି । ବାବା ମନୁଷ୍ୟରୁ ଦେବତା ହେବା ପାଇଁ ତୁମକୁ ସୁମତ ଦେଉଛନ୍ତି । ବାବାଙ୍କ ମତ ନିମନ୍ତେ ଗାୟନ କରାଯାଉଛି ତୁମର ଗତି-ମତି ଭିନ୍ନ... ଏହାର ଅର୍ଥ ମଧ୍ୟ କେହି ଜାଣି ନାହାଁନ୍ତି । ବାବା ବୁଝାଉଛନ୍ତି ମୁଁ ଏପରି ଶ୍ରେଷ୍ଠ ମତ ଦେଉଛି ଯାହା ଫଳରେ ତୁମେମାନେ ଦେବତା ହୋଇଯାଉଛ । ଏବେ କଳିଯୁଗ ପୂରା ହେଉଛି, ପୁରୁଣା ଦୁନିଆର ବିନାଶ ସମ୍ମୁଖରେ ରହିଛି । ମନୁଷ୍ୟ ବିଲ୍କୁଲ୍ ଘୋର ଅନ୍ଧକାରରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି । କାହିଁକି ନା କହୁଛନ୍ତି ଶାସ୍ତ୍ରରେ ଲେଖାଯାଇଛି କଳିଯୁଗ ଏବେ ଛୋଟ ପିଲା, ବିନାଶ ହେବା ପାଇଁ ଆହୁରି ୪୦ ହଜାର ବର୍ଷ ରହିଛି । ୮୪ ଲକ୍ଷ ଯୋନି ବୁଝିବା କାରଣରୁ କଳ୍ପର ଆୟୁ ମଧ୍ୟ ଲମ୍ବା-ଚଉଡା କରିଦେଇଛନ୍ତି । ବାସ୍ତବରେ ହେଉଛି ୫ ହଜାର ବର୍ଷ । ବାବା ବୁଝାଉଛନ୍ତି ତୁମେମାନେ ୮୪ ଜନ୍ମ ନେଉଛ, ୮୪ ଲକ୍ଷ ନୁହେଁ । ବେହଦର ବାବା ଏହି ସମସ୍ତ ଶାସ୍ତ୍ର ଆଦିକୁ ଜାଣିଛନ୍ତି ସେଥିପାଇଁ କହୁଛନ୍ତି ଏସବୁ ହେଉଛି ଭକ୍ତିମାର୍ଗର, ଯାହା ଅଧାକଳ୍ପ ଚାଲୁଛି, ଏହାଦ୍ୱାରା କେହି ମୋତେ ପାଇପାରି ନଥାନ୍ତି । ଏହା ମଧ୍ୟ ବିଚାର କରିବାର କଥା -- ଯଦି କଳ୍ପର ଆୟୁଷ ଲକ୍ଷ-ଲକ୍ଷ ବର୍ଷ ହେବ ତେବେ ଲୋକ ସଂଖ୍ୟା ବହୁତ ହେବା ଦରକାର । ଯେବେ କି ଖ୍ରୀଷ୍ଟିୟାନ୍ଙ୍କର ସଂଖ୍ୟା ୨ ହଜାର ବର୍ଷରେ ଏତେ ହୋଇଛି । ଭାରତର ଅସଲ ଧର୍ମ ଦେବୀ-ଦେବତା ଧର୍ମ ଅଟେ, ତାହା ରହିବା ଦରକାର କିନ୍ତୁ ଆଦି ସନାତନ ଦେବୀ-ଦେବତା ଧର୍ମକୁ ଭୁଲିଯିବା କାରଣରୁ ନିଜକୁ ହିନ୍ଦୁ ଧର୍ମର କହିଦେଉଛନ୍ତି । ବାସ୍ତବରେ ହିନ୍ଦୁ ବୋଲି ଧର୍ମ କିଛି ନାହିଁ । ଭାରତ କେତେ ଶ୍ରେଷ୍ଠ ଥିଲା । ଆଦି ସନାତନ ଦେବୀ-ଦେବତା ଧର୍ମ ଥିବାରୁ ତାହା ବିଷ୍ଣୁପୁରୀ ଥିଲା । ଏବେ ରାବଣପୁରୀ ହୋଇଯାଇଛି । ସେହି ଦେବୀ-ଦେବତାମାନେ ୮୪ ଜନ୍ମ ପରେ କଣ ହୋଇଯାଇଛନ୍ତି । ଦେବତାମାନଙ୍କୁ ନିର୍ବିକାରୀ ଆଉ ନିଜକୁ ବିକାରୀ ଭାବି ତାଙ୍କର ପୂଜା କରୁଛନ୍ତି । ସତ୍ୟଯୁଗରେ ଭାରତ ନିର୍ବିକାରୀ ଥିଲା, ନୂଆ ଦୁନିଆ ଥିଲା, ଯାହାକୁ ନୂଆ ଭାରତ କୁହାଯାଏ । ଏହା ହେଉଛି ପୁରୁଣା ଭାରତ । ନୂଆ ଭାରତ କଣ ଥିଲା, ପୁରୁଣା ଭାରତ କଣ ଅଛି, ନୂଆ ଦୁନିଆରେ ଭାରତ ହିଁ ନୂଆ ଥିଲା, ଏବେ ପୁରୁଣା ଦୁନିଆରେ ଭାରତ ପୁରୁଣା ହୋଇଯାଇଛି, ତାର କଣ ଗତି ହୋଇଗଲାଣି । ଭାରତ ହିଁ ସ୍ୱର୍ଗ ଥିଲା, ଏବେ ନର୍କ ହୋଇଯାଇଛି । ଭାରତ ହିଁ ସାହୁକାର ଥିଲା, ଭାରତ ହିଁ କାଙ୍ଗାଳ ହୋଇଯାଇଛି, ସମସ୍ତଙ୍କଠାରୁ ଭିକ ମାଗୁଛି । ପ୍ରଜାଙ୍କ ଠାରୁ ମଧ୍ୟ ଭିକ ମାଗୁଛି । ଏହା ତ ବୁଝିବାର କଥା । ଆଜିର ଦେହ-ଅଭିମାନୀ ମନୁଷ୍ୟମାନଙ୍କୁ ଅଳ୍ପ କିଛି ପଇସା ମିଳିଗଲେ ଭାବୁଛନ୍ତି ଆମେ ସ୍ୱର୍ଗରେ ବସିଛୁ । ସୁଖଧାମକୁ ବିଲ୍କୁଲ୍ ଜାଣି ନାହାଁନ୍ତି । କାହିଁକି ନା ପଥରବୁଦ୍ଧି ଅଟନ୍ତି । ଏବେ ତାଙ୍କୁ ପାରସବୁଦ୍ଧି କରାଇବା ପାଇଁ ୭ ଦିନର ଭଟ୍ଟୀରେ ବସାଅ କାହିଁକି ନା ପତିତ ଅଟନ୍ତି । ପତିତମାନଙ୍କୁ ତ ଏଠାରେ ବସାଇ ପାରିବ ନାହିଁ । ଏଠାରେ ପବିତ୍ର ହିଁ ରହିପାରିବେ । ପତିତମାନଙ୍କୁ ଅନୁମତି ଦିଆଯାଇପାରିବ ନାହିଁ ।

ତୁମେମାନେ ଏବେ ପୁରୁଷୋତ୍ତମ ସଂଗମଯୁଗରେ ଅଛ । ଜାଣୁଛ ବାବା ଆମକୁ ଏପରି ପୁରୁଷୋତ୍ତମ କରାଉଛନ୍ତି । ଏହା ହେଉଛି ସତ୍ୟନାରାୟଣଙ୍କର କଥା । ସତ୍ୟ ବାବା ତୁମମାନଙ୍କୁ ନରରୁ ନାରାୟଣ ହେବା ପାଇଁ ରାଜଯୋଗ ଶିଖାଉଛନ୍ତି । ଜ୍ଞାନ କେବଳ ଏକମାତ୍ର ବାବାଙ୍କ ପାଖରେ ଅଛି, ଯାହାଙ୍କୁ ଜ୍ଞାନର ସାଗର କୁହାଯାଉଛି । ଶାନ୍ତିର ସାଗର, ପବିତ୍ରତାର ସାଗର, ଏହା ସେହି ଜଣଙ୍କର ହିଁ ମହିମା ଅଟେ । ଦ୍ୱିତୀୟ କାହାର ମହିମା ହୋଇ ପାରିବ ନାହିଁ । ଦେବତାମାନଙ୍କର ମହିମା ଅଲଗା, ପରମପିତା ପରମାତ୍ମା ଶିବଙ୍କର ମହିମା ଅଲଗା । ସେ ହେଲେ ପିତା, କୃଷ୍ଣଙ୍କୁ ପିତା କୁହାଯିବ ନାହିଁ । ତେବେ ଭଗବାନ କିଏ ? ଏବେ ମଧ୍ୟ ଭାରତବାସୀ ମନୁଷ୍ୟମାନଙ୍କୁ ଜଣା ନାହିଁ, କୃଷ୍ଣ ଭଗବାନୁବାଚ କହିଦେଉଛନ୍ତି । କିନ୍ତୁ ସିଏ ତ ସଂପୂର୍ଣ୍ଣ ୮୪ ଜନ୍ମ ନେଉଛନ୍ତି । ସୂର୍ଯ୍ୟବଂଶୀରୁ, ଚନ୍ଦ୍ରବଂଶୀ ତଥା, ବୈଶ୍ୟବଂଶୀ... ମନୁଷ୍ୟ ଆମେମାନେ ହିଁ ସେହି ଏହାର ଅର୍ଥ ବୁଝୁ ନାହାଁନ୍ତି । ଆମେ ଆତ୍ମା ହିଁ ପରମାତ୍ମା କହିଦେଉଛନ୍ତି, କିନ୍ତୁ ଏହା ତ ଭୁଲ୍ କଥା । ଏବେ ତୁମେମାନେ ବୁଝାଉଛ ଯେ ଭାରତର ଆରୋହଣ ଏବଂ ଅବତରଣ କଳା କିପରି ହେଉଛି । ଏହା ହେଉଛି ଜ୍ଞାନ, ସେସବୁ ହେଉଛି ଭକ୍ତି । ସତ୍ୟଯୁଗରେ ସମସ୍ତେ ପବିତ୍ର ଥିଲେ, ରାଜା-ରାଣୀଙ୍କର ରାଜ୍ୟ ଚାଲୁଥିଲା, ସେଠାରେ ମନ୍ତ୍ରୀ (ପରାମର୍ଶଦାତା) ନଥାନ୍ତି କାହିଁକି ନା ରାଜା-ରାଣୀ ନିଜେ ହିଁ ମାଲିକ ଅଟନ୍ତି । ବାବାଙ୍କଠାରୁ ବର୍ସା ନେଇଛନ୍ତି । ତାଙ୍କ ପାଖରେ ବୁଦ୍ଧି ଅଛି । ଲକ୍ଷ୍ମୀ-ନାରାୟଣଙ୍କୁ କାହାର ରାୟ ନେବାର ଆବଶ୍ୟକତା ନାହିଁ । ସେଠାରେ ମନ୍ତ୍ରୀ ରହିବେ ନାହିଁ । ଭାରତ ପରି ପବିତ୍ର ଦେଶ ଆଉ କେଉଁ ଦେଶ ନଥିଲା । ଭାରତ ମହାନ୍ ପବିତ୍ର ଦେଶ ଥିଲା । ନାମ ଥିଲା ସ୍ୱର୍ଗ, ଏବେ ନର୍କ ହୋଇଯାଇଛି ପୁଣି ନର୍କରୁ ପୁଣି ସ୍ୱର୍ଗ ବାବା ହିଁ କରାଇବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏକମାତ୍ର ବାବାଙ୍କର ସୁମତରେ ଚାଲି ମନୁଷ୍ୟରୁ ଦେବତା ହେବାକୁ ପଡିବ, ଏହି ସୁଖଦାୟୀ ସଂଗମଯୁଗରେ ସ୍ୱୟଂକୁ ପୁରୁଷୋତ୍ତମ ପାରସବୁଦ୍ଧି କରିବାକୁ ହେବ ।

(୨) ୭ ଦିନର ଜ୍ଞାନଯୋଗର ଭଟ୍ଟୀରେ ବସି ପତିତ ବୁଦ୍ଧିକୁ ପବିତ୍ର ବୁଦ୍ଧି କରିବାକୁ ହେବ । ସତ୍ୟ ପିତାଙ୍କଠାରୁ ସତ୍ୟ ନାରାୟଣଙ୍କର ସତ୍ୟ କଥା ଶୁଣି ନରରୁ ନାରାୟଣ ହେବାକୁ ପଡିବ ।

ବରଦାନ:-
ଫରିସ୍ତା ପଣିଆର ସ୍ଥିତି ଦ୍ୱାରା ବାବାଙ୍କର ସ୍ନେହର ପ୍ରତିଦାନ ଦେଇ ସମାଧାନ ସ୍ୱରୂପ ହୁଅ ।

ଫରିସ୍ତା ପଣିଆର ସ୍ଥିତିରେ ସ୍ଥିତ ହେବା ହିଁ ବାବାଙ୍କର ସ୍ନେହର ପ୍ରତିଦାନ ଦେବା । ଏହିଭଳି ପ୍ରତିଦାନ ଦେଉଥିବା ଆତ୍ମାମାନେ ସମାଧାନ ସ୍ୱରୂପ ହୋଇଯାଆନ୍ତି ଏବଂ ସମାଧାନ ସ୍ୱରୂପ ହେବା ଦ୍ୱାରା ନିଜର ଏବଂ ଅନ୍ୟ ଆତ୍ମାମାନଙ୍କର ସମସ୍ୟାଗୁଡିକ ଆପେ ଆପେ ସମାପ୍ତ ହୋଇଯାଏ । ତେଣୁ ବର୍ତ୍ତମାନ ଏହିଭଳି ସେବା କରିବାର ସମୟ ଆସିଛି । ନେବା ସହିତ ଦେବାର ମଧ୍ୟ ସମୟ ଆସିଛି । ସେଥିପାଇଁ ଏବେ ବାବାଙ୍କ ସମାନ ସମସ୍ତଙ୍କର ଉପକାରୀ ହୋଇ, ସମସ୍ତଙ୍କର ଡାକରାକୁ ଶୁଣି ନିଜର ଫରିସ୍ତା ସ୍ୱରୂପ ଦ୍ୱାରା ସେହି ଆତ୍ମାମାନଙ୍କ ନିକଟରେ ପହଞ୍ଚିଯାଅ ଏବଂ ସମସ୍ୟାର ଚାପରେ ଥକି ଯାଇଥିବା ଆତ୍ମାମାନଙ୍କର କ୍ଳାନ୍ତି ଦୂର କର ।

ସ୍ଲୋଗାନ:-
ବ୍ୟର୍ଥଠାରୁ ବେପରୁଆ ହୁଅ କିନ୍ତୁ ମର୍ଯ୍ୟାଦା ପାଳନ କରିବାରେ ନୁହେଁ ।