25.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ମିଠେ ବଚ୍ଚେ: ଯଦି ନିଜର ଅବଗୁଣକୁ ସମାପ୍ତ କରିବାର ଅଛି ତେବେ ସଚ୍ଚା ହୃଦୟରେ ବାବାଙ୍କୁ ଶୁଣାଅ, ବାବା ତୁମକୁ ସମସ୍ତ ଅବଗୁଣକୁ ସମାପ୍ତ କରିବାର ଉପାୟ ବତାଇବେ ।

ପ୍ରଶ୍ନ:-
ବାବାଙ୍କର ଶକ୍ତି କେଉଁ ପିଲାମାନଙ୍କୁ ମିଳିଥାଏ ?

ଉତ୍ତର:-
ଯେଉଁ ପିଲାମାନେ ସଚ୍ଚୋଟତାର ସହିତ ଡାକ୍ତରଙ୍କୁ ଅର୍ଥାତ୍ ବାବାଙ୍କୁ ନିଜର ରୋଗ ଅର୍ଥାତ୍ ଦୁର୍ବଳତା ଗୁଡିକୁ ଶୁଣାଇ ଥାଆନ୍ତି, ବାବା ସେମାନଙ୍କୁ ଦୃଷ୍ଟି ଦେଇ ଥାଆନ୍ତି । ବାବାଙ୍କୁ ସେହି ପିଲାମାନଙ୍କ ପ୍ରତି ବହୁତ ଦୟାଭାବ ଆସିଥାଏ । ଅନ୍ତରରୁ ଭାବନା ଆସିଥାଏ ଯେ ଏହି ସନ୍ତାନ ଭିତରେ ଥିବା ଏହି ଅବଗୁଣ ରୂପୀ ଭୁତ ବାହାରିଯାଉ । ସେଥିପାଇଁ ବାବା ସେମାନଙ୍କୁ ଶକ୍ତି ମଧ୍ୟ ଦେଇଥାଆନ୍ତି ।

ଓମ୍ ଶାନ୍ତି ।
ବାବା ପିଲାମାନଙ୍କୁ ପଚାରୁଛନ୍ତି । ପ୍ରତ୍ୟେକ ପିଲା ନିଜେ ନିଜକୁ ପଚାରିବା ଦରକାର କି ବାବାଙ୍କଠାରୁ ମୋତେ କଣ ମିଳିଛି ? କେଉଁ କେଉଁ ବିଷୟରେ ମୋର ଦୁର୍ବଳତା ଅଛି ? ପ୍ରତ୍ୟେକଙ୍କୁ ନିଜ ଭିତରକୁ ଦେଖିବାର ଅଛି ଯେପରି ନାରଦଙ୍କର ଉଦାହରଣ ଅଛି, ତାଙ୍କୁ କୁହାଗଲା ତୁମେ ନିଜ ଚେହେରାକୁ ଦର୍ପଣରେ ଦେଖ-ଲକ୍ଷ୍ମୀଙ୍କୁ ବରଣ କରିବାର ଯୋଗ୍ୟତା ଅଛି ? ତେଣୁ ବାବା ମଧ୍ୟ ତୁମମାନଙ୍କୁ ପଚାରୁଛନ୍ତି କଣ ବୁଝୁଛ, ଲକ୍ଷ୍ମୀଙ୍କୁ ବରଣ କରିବାର ଯୋଗ୍ୟ ହୋଇଛ ? ଯଦି ନୁହେଁ ତେବେ କଣ କଣ ଅବଗୁଣ ଅଛି ? ଯାହାକୁ ବାହାର କରିବା ପାଇଁ ପିଲାମାନେ ପୁରୁଷାର୍ଥ କରୁଛନ୍ତି । ଅବଗୁଣକୁ ବାହାର କରିବାର ପୁରୁଷାର୍ଥ କରୁଛ ନା ନାହିଁ ? କେହି କେହି ତ ପୁରୁଷାର୍ଥ କରିବା ଜାରି ରଖିଛନ୍ତି । ନୂଆ ନୂଆ ପିଲାମାନଙ୍କୁ ଏସବୁ କଥା ବୁଝାଯାଇଥାଏ । ନିଜ ଭିତରକୁ ଦେଖ କୌଣସି ଅବଗୁଣ ତ ନାହିଁ ? କାରଣ ତୁମମାନଙ୍କୁ ପରଫେକ୍ଟ ଅର୍ଥାତ୍ ସମ୍ପୂର୍ଣ୍ଣ ହେବାର ଅଛି । ବାବା ତୁମମାନଙ୍କୁ ସମ୍ପୂର୍ଣ୍ଣ କରାଇବା ପାଇଁ ହିଁ ଆସିଛନ୍ତି । ତେଣୁ ଲକ୍ଷ୍ୟ ଓ ଉଦ୍ଦେଶ୍ୟର ଚିତ୍ର ମଧ୍ୟ ସାମନାରେ ରଖାଯାଇଛି । ନିଜେ ନିଜକୁ ପଚାର ଆମେ ଲକ୍ଷ୍ମୀ-ନାରାୟଣଙ୍କ ଭଳି ପରଫେକ୍ଟ ଅର୍ଥାତ୍ ସମ୍ପୂର୍ଣ୍ଣ ହୋଇଛେ ? ସେହି ଲୌକିକ ବିଦ୍ୟା ପଢ଼ାଉଥିବା ଶିକ୍ଷକମାନେ ତ ସମସ୍ତେ ଏହି ସମୟରେ ବିକାରୀ ଅଟନ୍ତି । ଲକ୍ଷ୍ମୀ ନାରାୟଣ ସମ୍ପୂର୍ଣ୍ଣ ନିର୍ବିକାରୀଙ୍କର ନମୂନା ଅଟନ୍ତି । ଅଧାକଳ୍ପ ତୁମେ ଏମାନଙ୍କର ମହିମା କରିଛ । ତେଣୁ ଏବେ ନିଜେ ନିଜକୁ ପଚାର ଆମ ଭିତରେ କଣ କଣ ଅବଗୁଣ ରହିଛି; ଯାହାକୁ ଦୂର କରି ଆମେ ନିଜର ଉନ୍ନତି କରିବା ଏବଂ ବାବାଙ୍କୁ ମଧ୍ୟ ଜଣାଇବା ବାବା ମୋ ଭିତରେ ଏହି ଅବଗୁଣ ରହିଛି, ଯାହା ମୋଠାରୁ ଦୂର ହେଉ ନାହିଁ, କିଛି ଉପାୟ ବତାନ୍ତୁ । ବିମାରୀ ସର୍ଜନଙ୍କ ଦ୍ୱରା ହିଁ ମୁକ୍ତ ହୋଇପାରିବ । କେହି କେହି ନାୟବ୍ ସର୍ଜନ ଅର୍ଥାତ୍ ସହକାରୀ ବିଶେଷଜ୍ଞ ମଧ୍ୟ ହୋସିଆର ହୋଇଥାନ୍ତି । ଡାକ୍ତରଙ୍କଠାରୁ କମ୍ପାଉଣ୍ଡର ମଧ୍ୟ ଶିଖିଥାନ୍ତି ଓ ହୋସିଆର ଡାକ୍ତର ହୋଇଯାନ୍ତି । ତେଣୁ ସଚ୍ଚୋଟତାର ସହିତ ନିଜର ଯାଞ୍ଚ କର ମୋ ମଧ୍ୟରେ କଣ କଣ ଅବଗୁଣ ରହିଛି । ଯେଉଁ କାରଣରୁ ମୁଁ ଭାବୁଛି ଏହି ପଦ ପାଇ ପାରିବି ନାହିଁ । ବାବା ତ କହିବେ ନା ତୁମେ ୟାଙ୍କ ଭଳି ହୋଇପାରିବ । ବାବାଙ୍କ ସମ୍ମୁଖରେ ଅବଗୁଣ କହିଲେ ତ ବାବା ରାୟ ଦେବେ । ବିମାରୀ ତ ବହୁତ ଅଛି । ବହୁତଙ୍କ ମଧ୍ୟରେ ଅବଗୁଣ ରହିଛି । ଯାହାଙ୍କ ମଧ୍ୟରେ ବହୁତ କ୍ରୋଧ ଅଛି, ଲୋଭ ଅଛି, ସେମାନଙ୍କୁ ଜ୍ଞାନର ଧାରଣା ହୋଇପାରିବ ନାହିଁ, ତେଣୁ ସେମାନେ ଅନ୍ୟକୁ ଧାରଣା କରାଇପାରିବେ ନାହିଁ । ବାବା ପ୍ରତିଦିନ ବହୁତ ବୁଝାଉଛନ୍ତି । ବାସ୍ତବରେ ଏତେ ବୁଝାଇବାର ଆବଶ୍ୟକତା ହିଁ ନାହିଁ । ମନ୍ତ୍ରର ଅର୍ଥ ବାବା ବୁଝାଇ ଦେଉଛନ୍ତି । ବାବା ତ ଜଣେ ହିଁ ଅଟନ୍ତି । ବେହଦର ବାବାଙ୍କୁ ୟାଦ କରିବାର ଅଛି ଏବଂ ତାଙ୍କଠାରୁ ଏହି ସମ୍ପତ୍ତି ପ୍ରାପ୍ତ କରି ଆମକୁ ଏହିଭଳି ହେବାର ଅଛି । ଅନ୍ୟ ସ୍କୁଲମାନଙ୍କରେ ୫ ବିକାରକୁ ଜିତିବାର କିଛି କଥା ହିଁ ନଥାଏ । ଏହି କଥା ଏବେ ହିଁ ହୋଇଥାଏ ଯାହା ବାବା ଆସି ବୁଝାଇଥାନ୍ତି । ତୁମ ମଧ୍ୟରେ ଯେଉଁ ଅବଗୁଣ ରହିଛି, ଯାହା ଦୁଃଖ ଦେଇଥାଏ, ତାକୁ ବାବାଙ୍କ ନିକଟରେ ବର୍ଣ୍ଣନା କଲେ ତାକୁ ଦୂର କରିବାର ଉପାୟ ବାବା ବତାଇବେ । ବାବା, ଏହି ଏହି ଭୂତ ଆମକୁ ହଇରାଣ କରୁଛି । ଯିଏ ଭୂତ ବାହାର କରାଇଥାଆନ୍ତି ତାଙ୍କ ଆଗରେ ନିଜର ଦୁର୍ବଳତା ବର୍ଣ୍ଣନା କରାଯାଇଥାଏ ନା । ତୁମ ମଧ୍ୟରେ କୌଣସି ଭୂତ ଅର୍ଥାତ୍ ଅତୃପ୍ତ ଆତ୍ମା ନାହିଁ । ତୁମେ ଜାଣିଛ ଏହି ୫ ବିକାର ରୂପୀ ଭୂତ ଜନ୍ମ-ଜନ୍ମାନ୍ତରରୁ ଅଛନ୍ତି । ଦେଖିବା ଦରକାର ମୋ ଭିତରେ କେଉଁ ଭୂତ ରହିଛି ? ତାହାକୁ ଦୂର କରିବା ଅର୍ଥେ ରାୟ ନେବା ଦରକାର । ଆଖି ମଧ୍ୟ ବହୁତ ଧୋକା ଦେଇଥାଏ । ତେଣୁ ବାବା ବୁଝାଉଛନ୍ତି ନିଜକୁ ଆତ୍ମା ଭାବି ଅନ୍ୟଙ୍କୁ ମଧ୍ୟ ଆତ୍ମା ରୁପରେ ଦେଖିବାର ଅଭ୍ୟାସ କର । ଏହି ଉପାୟ ଦ୍ୱାରା ତୁମର ଏହି ବିମାରୀ ଦୂର ହୋଇଯିବ । ଆମେ ସବୁ ଆତ୍ମା ପରସ୍ପର ଭାଇ ଭାଇ ଅଟୁ । ଆମେ ଶରୀର ତ ନୁହେଁ । ଏହା ମଧ୍ୟ ଜାଣିଛ ଆମକୁ ଘରକୁ ଫେରିବାର ଅଛି । ତେଣୁ ନିଜକୁ ଦେଖିବା ଦରକାର ଆମେ ସର୍ବଗୁଣ ସମ୍ପନ୍ନ ହୋଇଛେ ? ନଚେତ୍ ଆମ ମଧ୍ୟରେ କଣ ଅବଗୁଣ ରହିଛି ? ତେଣୁ ବାବା ମଧ୍ୟ ସେହି ଆତ୍ମାକୁ ଦେଖିଥାନ୍ତି ଯେ ୟାଙ୍କ ମଧ୍ୟରେ ଏହି ଅବଗୁଣ ରହିଛି, ତେଣୁ ଶକ୍ତି ଦେବେ । ଏହି ପିଲାର ଏହି ବିଘ୍ନ ଦୂର ହୋଇଯାଉ । ଯଦି ସର୍ଜନଙ୍କୁ ହିଁ ଲୁଚାଇବ ତେବେ ସେ କଣ କରିପାରିବେ । ତୁମେ ନିଜର ଅବଗୁଣ ବାବାଙ୍କୁ କହିଲେ ବାବା ମଧ୍ୟ ରାୟ ଦେବେ । ଯେପରି ତୁମେ ବାବାଙ୍କୁ ୟାଦ କରିଥାଅ ବାବା ଆପଣ କେତେ ମିଠା ଅଟନ୍ତି । ଆମକୁ କଣରୁ କଣ କରିଦେଉଛନ୍ତି । ବାବାଙ୍କୁ ୟାଦ କରି ଚାଲିଲେ ହିଁ ଭୂତ ବାହାରିଯିବେ । କୌଣସି ନା କୌଣସି ଭୂତ ତ ନିଶ୍ଚୟ ରହିଛି । ବାବା ସର୍ଜନଙ୍କୁ କୁହ, ବାବା ଆମକୁ ଏଥିରୁ ମୁକ୍ତ ହେବାର ଉପାୟ ବତାନ୍ତୁ । ନଚେତ୍ ବହୁତ ଘାଟା ପଡ଼ିଯିବ । ଶୁଣାଇବା ଦ୍ୱାରା ବାବାଙ୍କୁ ମଧ୍ୟ ବହୁତ ଦୟା ଆସିଥାଏ । ଏହି ମାୟାର ଭୂତ ଏହାଙ୍କୁ ହଇରାଣ କରୁଛି । ଭୂତଙ୍କୁ ତଡିଲାବାଲା ତ ଏକମାତ୍ର ବାବା ହିଁ ଅଟନ୍ତି । ବାବା କୌଶଳ କରି ବାହାର କରିଥାନ୍ତି । ବାବା ବୁଝାଉଛନ୍ତି ମଧ୍ୟ ଯେ ଏହି ୫ ଭୁତଙ୍କୁ ବାହାର କର । ତଥାପି ମଧ୍ୟ ସବୁ ଭୂତ ବାହାରୁ ନାହାଁନ୍ତି । କାହାଠାରେ ବିଶେଷ ଅଧିକ ରହିଥାଏ ତ କାହାଠାରେ କମ୍ । କିନ୍ତୁ ନିଶ୍ଚିତ ଅଛି । ବାବା ମଧ୍ୟ ଦେଖିଥାନ୍ତି ଏହାଙ୍କଠାରେ ଏହି ଭୂତ ରହିଛି । ଦୃଷ୍ଟି ଦେବା ସମୟରେ ଭିତରେ ଭାବନା ଆସିଥାଏ ନା । ଇଏ ତ ବହୁତ ଭଲ ପିଲା ସମସ୍ତ ଭଲ ଭଲ ଗୁଣ ଏହାଙ୍କଠାରେ ରହିଛି, କିନ୍ତୁ କାହାକୁ କିଛି କହୁ ନାହିାଁନ୍ତି, କି ବୁଝାଇ ପାରୁ ନାହାଁନ୍ତି । ମାୟା ଯେପରି ଗଳା ବନ୍ଦ କରିଦେଇଛି । ଏହାଙ୍କର ଗଳା ଖୋଲିଗଲେ ଅନ୍ୟମାନଙ୍କର ମଧ୍ୟ ସେବା କରିବାରେ ଲାଗିପଡ଼ିବ । ଅନ୍ୟମାନଙ୍କ ସେବାରେ ହିଁ ନିଜର ସେବା ନିହିତ । ତୁମେ ଶିବବାବାଙ୍କ ସେବା କରୁ ନାହଁ ନିଜର ସେବା କରୁଛ ଶିବବାବା ତ ନିଜେ ସେବା କରିବା ପାଇଁ ଆସିଛନ୍ତି, କହୁଛନ୍ତି ଏହି ଜନ୍ମ ଜନ୍ତାନ୍ତରର ଭୂତଙ୍କୁ ବାହାର କରିବାର ଅଛି ।

ବାବା ବସି ବୁଝାଉଛନ୍ତି, ଏହା ମଧ୍ୟ ଜାଣିଛ ବୃକ୍ଷ ଧିରେ ଧିରେ ବୃଦ୍ଧି ହୋଇଥାଏ । ପତ୍ର ମଧ୍ୟ ଝଡ଼ିଥାଏ । ମାୟା ବିଘ୍ନ ପକାଇ ଦେଉଛି । ବସି ବସି ମଧ୍ୟ ଖିଆଲ ବଦଳିଯାଏ । ଯେପରି, ସନ୍ନ୍ୟାସୀଙ୍କୁ ବୈରାଗ୍ୟ ଆସିଗଲେ ଏକଦମ ଗୁପ୍ତ ହୋଇଯାଆନ୍ତି । ନା କୌଣସି କାରଣ, ନା କୌଣସି ବାର୍ତ୍ତଳାପ । ତୁମ ସମସ୍ତଙ୍କର ସମ୍ବନ୍ଧ ବାବାଙ୍କ ସାଥିରେ ରହିଛି । ପିଲାମାନେ ତ କ୍ରମାନ୍ୱୟରେ ଅଛନ୍ତି । ପିଲାମାନେ ବାବାଙ୍କୁ ସତ୍ୟ କହିଲେ ଯାଇ ସେହିସବୁ ଅବଗୁଣ ବାହାରି ପାରିବ ଏବଂ ଉଚ୍ଚ ପଦ ମଧ୍ୟ ପାଇପାରିବ । ବାବା ଜାଣିଛନ୍ତି କେହି କେହି ନ କହିବା କାରଣରୁ ନିଜର ବହୁତ କ୍ଷତି କରିଥାଆନ୍ତି । କେତେ ବୁଝାଇଲେ ମଧ୍ୟ ସେହି କାମ କରିଥାଆନ୍ତି । ମାୟା କବ୍ଜା କରିନେଇଥାଏ । ମାୟାରୂପୀ ଅଜଗର ସମସ୍ତଙ୍କୁ ତାର ଉଦରସ୍ଥ କରିଛି । ପଙ୍କରେ ଗଳା ପର୍ଯ୍ୟନ୍ତ ଫସି ରହିଛନ୍ତି । ବାବା କେତେ ବୁଝାଉଛନ୍ତି । ଅନ୍ୟ କୌଣସି କଥା ନୁହେଁ, ପ୍ରଥମେ କୁହ ତୁମର ଦୁଇଜଣ ପିତା ଅଛନ୍ତି । ଜଣେ ହେଲେ ଲୌକିକ ପିତା ଯିଏକି ସବୁ ଜନ୍ମରେ ମିଳିଥାନ୍ତି, ସତ୍ୟଯୁଗରେ ବି ମିଳିଥାନ୍ତି ତ କଳିଯୁଗରେ ମଧ୍ୟ ମିଳିଥାନ୍ତି । ଏଭଳି ନୁହେଁ କି ସତ୍ୟଯୁଗରେ ଏହି ପାରଲୌକିକ ପିତା ପୁଣି ମିଳିଥାନ୍ତି । ପାରଲୌକିକ ପିତା ତ କଳ୍ପରେ ଗୋଟିଏ ଥର ହିଁ ଆସିଥାନ୍ତି । ପାରଲୌକିକ ପିତା ଆସି ନର୍କକୁ ସ୍ୱର୍ଗ କରିଥାନ୍ତି । ତାଙ୍କର ଭକ୍ତିମାର୍ଗରେ କେତେ ପୂଜା କରାଯାଏ । ତାଙ୍କୁ ହିଁ ୟାଦ୍ ମଧ୍ୟ କରିଥାନ୍ତି । ଶିବଙ୍କର ମନ୍ଦିର ତ ବହୁତ ରହିଛି । ପିଲାମାନେ କହୁଛନ୍ତି ସେବା ନାହିଁ । ଚାରିଆଡ଼େ ତ ଶିବ ମନ୍ଦିର ଅଛି, ସେଠାକୁ ଯାଇ ପଚାର ଶିବଙ୍କୁ କାହିଁକି ପୂଜା କରୁଛ ? ଇଏ ଶରୀରଧାରୀ ତ ନୁହଁନ୍ତି । ଇଏ ତେବେ କିଏ ? କହିବେ ପରମାତ୍ମା । ଏହାଙ୍କ ବ୍ୟତୀତ ଅନ୍ୟ କାହାକୁ ପରମାତ୍ମା କହିବେ ନାହିଁ । ତେବେ କୁହ ଇଏ ପରମାତ୍ମା ବାବା ଅଟନ୍ତି ନା । ତାଙ୍କୁ ଖୁଦା, ଆଲ୍ଲା ମଧ୍ୟ କହିଥାନ୍ତି । ପ୍ରାୟତଃ ତାଙ୍କୁ ପରମପିତା ପରମାତ୍ମା କୁହାଯାଏ, ତାଙ୍କଠାରୁ କଣ ମିଳିବାର ଅଛି, ତାହା ବିଷୟରେ କିଛି ଜାଣିଛନ୍ତି ? ଭାରତରେ ଶିବଙ୍କ ନାମ ତ ବହୁତ ଜପୁଛନ୍ତି । ଶିବଜୟନ୍ତୀ ଉତ୍ସବ ମଧ୍ୟ ପାଳନ କରନ୍ତି । କାହାକୁ ବି ବୁଝାଇବା ବହୁତ ସହଜ ଅଟେ । ବାବା ଭିନ୍ନ ଭିନ୍ନ ପ୍ରକାରରେ ତ ବହୁତ ବୁଝାଇଥାନ୍ତି । ତୁମେ କାହା ପାଖକୁ ମଧ୍ୟ ଯାଇପାରିବ । କିନ୍ତୁ ବହୁତ ଶୀତଳତାର ସହିତ, ନମ୍ରତାର ସହିତ କଥା ହେବା ଦରକାର । ତୁମର ନାମ ତ ଭାରତରେ ବହୁତ ବିଖ୍ୟାତ ହୋଇଯାଉଛି । ଅଳ୍ପ କଥାରେ ମଧ୍ୟ ବୁଝିଯାଇଥାନ୍ତି ଇଏ ବି.କେ ଅଟନ୍ତି । ଗ୍ରାମବାସୀମାନେ ବହୁତ ସରଳିଆ ହୋଇଥାନ୍ତି । ତେଣୁ ମନ୍ଦିରମାନଙ୍କୁ ଯାଇ ସେବା କରିବା ବହୁତ ସହଜ ଅଟେ । ଆସନ୍ତୁ ତ ଆମେ ଆପଣଙ୍କୁ ଶିବବାବାଙ୍କ ଜୀବନ କାହାଣୀ ଶୁଣାଇବୁ । ତୁମେ ଶିବଙ୍କ ପୂଜା କରୁଛ, ତାଙ୍କୁ କଣ ମାଗୁଛ ? ଆମେ ତ ଆପଣଙ୍କୁ ଏହାଙ୍କର ପୂରା ଜୀବନ କାହାଣୀ କହି ପାରିବୁ । ଦ୍ୱିତୀୟ ଦିନ ପୁଣି ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରକୁ ଯାଅ । ତୁମ ମଧ୍ୟରେ ଖୁସି ରହିଥାଏ । ପିଲାମାନେ ଗ୍ରାମକୁ ଯାଇ ସେବା କରିବା ପାଇଁ ଇଚ୍ଛା କରିଥାନ୍ତି । ସମସ୍ତଙ୍କର ବୁଦ୍ଧି ଅଲଗା ଅଲଗା ଅଟେ । ବାବା କହୁଛନ୍ତି ପ୍ରଥମେ ଯାଅ ଶିବବାବାଙ୍କ ମନ୍ଦିରକୁ । ପୁଣି ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରକୁ ଯାଇ ପଚାର ଏମାନଙ୍କୁ ଏହି ସମ୍ପତ୍ତି କିଭଳି ମିଳିଛି ? ଆସନ୍ତୁ ତ ଆମେ ଆପଣଙ୍କୁ ଏହି ଦେବୀ-ଦେବତାଙ୍କର ୮୪ ଜନ୍ମର କାହାଣୀ ଶୁଣାଇବୁ । ଗ୍ରାମବାସୀଙ୍କୁ ମଧ୍ୟ ଜାଗ୍ରତ କରିବାର ଅଛି । ତୁମେ ଯାଇ ସ୍ନେହର ସହିତ ବୁଝାଇବ, ତୁମେ ଆତ୍ମା ଅଟ, ଆତ୍ମା ହିଁ କଥା କହିଥାଏ, ଏହି ଶରୀର ତ ବିନାଶୀ ଅଟେ । ଏବେ ଆମ ଆତ୍ମାମାନଙ୍କୁ ପବିତ୍ର ହୋଇ ବାବାଙ୍କ ପାଖକୁ ଯିବାର ଅଛି । ବାବା କହୁଛନ୍ତି ମୋତେ ୟାଦ କର । ଏହା ଶୁଣିବା ମାତ୍ରେ ସେମାନେ ତୁମକଥା ପ୍ରତି ଆକର୍ଷିତ ହେବେ । ଯେତେ ତୁମେ ଦେହୀ-ଅଭିମାନୀ ହେବ ସେତେ ତୁମେ ଆକର୍ଷଣୀୟ ହୋଇଯିବ । ଏବେ ଏହି ଦେହଠାରୁ, ପୁରୁଣା ଦୁନିଆଠାରୁ ପୁରା ବୈରାଗ୍ୟ ଆସିନାହିଁ । ତୁମେ ଏହା ମଧ୍ୟ ଜାଣିଛ କି ଏହି ପୁରୁଣା ଶରୀର ଛାଡ଼ିବାର ଅଛି । ଏଥିପ୍ରତି କଣ ବା ମମତ୍ତ୍ୱ ରଖିବା । ଶରୀର ଥାଇ ମଧ୍ୟ ଶରୀର ପ୍ରତି କୌଣସି ମମତ୍ତ୍ୱ ନ ରହୁ । ଭିତରେ ଏହି ନିଶା ରହୁ - ଏବେ ଆମେ ଆତ୍ମା ପାବନ ହୋଇ ନିଜ ଘରକୁ ଯିବା । ପୁଣି ମନରେ ଏହା ମଧ୍ୟ ଆସିଥାଏ ଏଭଳି ବାବାଙ୍କୁ କିପରି ଛାଡ଼ିପାରିବୁ ? ଏଭଳି ବାବା ତ ପୁଣି କେବେ ମିଳିବେ ନାହିଁ । ଏହିଭଳି ଚିନ୍ତନ କରିବା ଦ୍ୱାରା ବାବା ମଧ୍ୟ ୟାଦ ଆସିବେ ଓ ଘର ମଧ୍ୟ ୟାଦ ଆସିବ । ଏବେ ଆମେ ଘରକୁ ଯାଉଛେ । ୮୪ ଜନ୍ମ ପୁରା ହୋଇଛି । ଦିନରେ ନିଜର କର୍ମଧନ୍ଦା ଆଦି କର । ଗୃହସ୍ଥ ବ୍ୟବହାରରେ ତ ରହିବାର ହିଁ ଅଛି । ସେଠାରେ ରହି ମଧ୍ୟ ତୁମେ ବୁଦ୍ଧିରେ ଏହା ରଖ କି ଏହି ସବୁକିଛି ତ ବିନାଶ ହୋଇଯିବ । ଏବେ ଆମକୁ ପୁଣି ଘରକୁ ଫେରିବାର ଅଛି । ବାବା କହିଛନ୍ତି ଗୃହସ୍ଥ ବ୍ୟବହାରରେ ମଧ୍ୟ ନିଶ୍ଚୟ ରୁହ । ନଚେତ୍ କେଉଁଠାକୁ ଯିବ ? ଧନ୍ଦା ଆଦି କର, ବୁଦ୍ଧିରେ ଜ୍ଞାନ ଓ ବାବାଙ୍କ ୟାଦ ରହୁ । ଏ ଦୁନିଆର ସବୁ କିଛି ବିନାଶ ହେବାର ଅଛି । ପ୍ରଥମେ ଆମେ ଘରକୁ ଯିବା, ପୁଣି ସୁଖଧାମକୁ ଆସିବା । ଯେବେବି ସମୟ ମିଳୁଛି ନିଜ ସହ କଥା ହେବା ଆବଶ୍ୟକ । ବହୁତ ସମୟ ଅଛି । ୮ ଘଣ୍ଟା ଧନ୍ଦା ଆଦି କର । ୮ ଘଣ୍ଟା ଆରାମ କର । ବାକି ୮ ଘଣ୍ଟା ଏହି ବାବାଙ୍କ ସହ ବାର୍ତ୍ତାଳାପ କରି ପୁଣି ଆତ୍ମିକ ସେବା କର । ଯେତେ ସମୟ ମିଳୁଛି, ଶିବବାବାଙ୍କ ମନ୍ଦିରରେ, ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିରରେ ଯାଇ ସେବା କର । ମନ୍ଦିର ତ ତୁମକୁ ବହୁତ ମିଳିବ । ତୁମେ ଯେଉଁଠାକୁ ବି ଗଲେ ଶିବଙ୍କ ମନ୍ଦିର ତ ନିଶ୍ଚୟ ଥିବ । ତୁମ ପିଲାମାନଙ୍କ ପାଇଁ ମୁଖ୍ୟ ହେଲା ୟାଦର ଯାତ୍ରା । ବାବାଙ୍କୁ ଭଲଭାବରେ ମନେ ପକାଇଲେ ତୁମେ ଯାହା ମାଗିବ ମିଳିପାରିବ । ପ୍ରକୃତି ଦାସୀ ହୋଇଯାଏ । ଯୋଗଯୁକ୍ତ ପିଲାମାନଙ୍କର ଚେହେରା ଆଦି ମଧ୍ୟ ଆକର୍ଷିତ କରୁଥାଏ, ଯଦ୍ୱାରା କିଛି ମାଗିବାର ଆବଶ୍ୟକତା ନଥାଏ । କେହି କେହି ବହୁତ ନିଷ୍ଠାବାନ ସନ୍ନ୍ୟାସୀ ମଧ୍ୟ ରହିଥାନ୍ତି । ସେହିଭଳି ନିଶ୍ଚୟର ସହ ରହିଥାନ୍ତି ଯେ ଆମେ ବ୍ରହ୍ମରେ ଯାଇ ଲୀନ ହେବୁ । ଏହି ନିଶ୍ଚୟରେ ବହୁତ ପକ୍କା ରହିଥାନ୍ତି । ସେମାନଙ୍କର ଅଭ୍ୟାସ ହୋଇଥାଏ, ମୁଁ ଏହି ଶରୀରକୁ ଛାଡ଼ି ଯାଉଛି । କିନ୍ତୁ ସେମାନେ ତ ଭୁଲ୍ ରାସ୍ତାରେ ଅଛନ୍ତି । ବହୁତ ପରିଶ୍ରମ କରିଥାନ୍ତି ବ୍ରହ୍ମରେ ଲୀନ ହେବା ପାଇଁ । ଭକ୍ତିରେ ସାକ୍ଷାତ୍କାର ପାଇଁ କେତେ ପରିଶ୍ରମ କରିଥାନ୍ତି । ଜୀବନ ମଧ୍ୟ ଦେଇ ଦେଇଥାନ୍ତି । ଆତ୍ମାଘାତ ହୁଏ ନାହିଁ, ଜୀବଘାତ ହୋଇଥାଏ । ଆତ୍ମା ତ ଥାଏ, ତାହା ଯାଇ ଆଉ ଏକ ନୂଆ ଜୀବନ ଅର୍ଥାତ୍ ଶରୀର ନେଇଥାଏ ।

ତେବେ ତୁମେ ପିଲାମାନେ ସେବାର ବହୁତ ସଉକ ରଖିଲେ ବାବା ମଧ୍ୟ ୟାଦ ଆସିବେ । ଏଠାରେ ମଧ୍ୟ ମନ୍ଦିର ଆଦି ବହୁତ ଅଛି । ତୁମେ ପୂର୍ଣ୍ଣ ଯୋଗଯୁକ୍ତ ହୋଇ କାହାକୁ ବୁଝାଇଲେ ତାଙ୍କ ମଧ୍ୟରେ କୌଣସି ପ୍ରଶ୍ନ ଉଠିବ ନାହିଁ । ଯୋଗୀର ପ୍ରଭାବ ଜିଜ୍ଞାସୁ ଉପରେ ଗଭୀର ଭାବରେ ପଡ଼େ । ତୁମେ ବହୁତ ସେବା କରିପାରିବ । ଚେଷ୍ଟା କରି ଦେଖ, କିନ୍ତୁ ପ୍ରଥମେ ନିଜକୁ ଦେଖ ମୋ ଭିତରେ କୌଣସି ମାୟାର ଭୂତ ନାହିଁ ତ! ମାୟାର ଭୂତ ଥିବା ବ୍ୟକ୍ତି ସଫଳ ହୋଇପାରେ ନାହିଁ । ସେବା ତ ବହୁତ ଅଛି । ବ୍ରହ୍ମାବାବା ତ ସବୁ ସ୍ଥାନକୁ ଯାଇପାରିବେ ନାହିଁ କାରଣ ଶିବବାବା ସାଥିରେ ଅଛନ୍ତି । ବାବାଙ୍କୁ ଆମେ କେଉଁ ଦୁଷିତ ଜାଗାକୁ ନେବା ? ସେ କାହା ସହ କଥା ହେବେ । ବାବା ତ ପିଲାମାନଙ୍କ ସଙ୍ଗେ ହିଁ କଥା ହେବାକୁ ଚାହାଁନ୍ତି । ତେଣୁ ପିଲାମାନଙ୍କୁ ହିଁ ସର୍ଭିସ୍ କରିବାର ଅଛି । ଗାୟନ ମଧ୍ୟ ଅଛି ସନ୍ ସୋଜ ଫାଦର ଅର୍ଥାତ୍ ପୁଅ ବାପାର ନାମ ବିଖ୍ୟାତ କରେ । ବାବା ତ ପିଲାମାନଙ୍କୁ ହୋସିଆର ଅର୍ଥାତ୍ ଜ୍ଞାନବାନ କରିଛନ୍ତି ନା । ଭଲ ଭଲ ପିଲା ଅଛନ୍ତି ଯେଉଁମାନଙ୍କୁ ସେବାର ସଉକ ରହିଥାଏ । କହିଥାନ୍ତି ଆମେ ଗ୍ରାମକୁ ଯାଇ ସେବା କରିବୁ । ବାବା କହିଥାନ୍ତି ନିଶ୍ଚୟ କର । କେବଳ ଚିତ୍ର ସାଥିରେ ଥିବା ଆବଶ୍ୟକ । ଚିତ୍ର ବିନା କାହାକୁ ବୁଝାଇବା କଷ୍ଟକର ହୋଇଥାଏ । ରାତି-ଦିନ ଏହି ଚିନ୍ତା ରହିଥାଏ କି ଅନ୍ୟମାନଙ୍କ ଜୀବନ କିଭଳି ଗଢ଼ିବା ? ଆମ ମଧ୍ୟରେ ଯାହା ଅବଗୁଣ ରହିଛି ତାହାକୁ କିପରି ବାହାର କରି ଉନ୍ନତିକୁ ପ୍ରାପ୍ତ କରିବା । ତୁମ ମଧ୍ୟରେ ଖୁସି ମଧ୍ୟ ରହିଥାଏ । ବାବାଙ୍କୁ କହିଥାନ୍ତି ବାବା ଇଏ ୮-୯ ମାସର ପିଲା ଅଟେ । ଏଭଳି ବହୁତ ଆତ୍ମା ବାବାଙ୍କର ହୋଇଯାଆନ୍ତି । ଶୀଘ୍ର ହିଁ ସେବାଯୋଗ୍ୟ ହୋଇଯାନ୍ତି । ପ୍ରତ୍ୟେକଙ୍କୁ ଏହି ଚିନ୍ତା ରହିଥାଏ କି ଆମେ ନିଜ ଗ୍ରାମର ଉନ୍ନତି କରାଇବା ଏବଂ ସାଥି ଭାଇମାନଙ୍କର ସେବା କରିବା । ଚାରିଟି ବିଗିନ୍ସ ଆଟ୍ ହୋମ ଅର୍ଥାତ୍ ଦାନ ଘରୁ ହିଁ ଆରମ୍ଭ ହୋଇଥାଏ । ସେବାର ସଉକ ବହୁତ ଆବଶ୍ୟକ । ଗୋଟିଏ ଜାଗାରେ ରହିବା ଅନୁଚିତ୍ । ପରିକ୍ରମା ଲଗାଇବା ଦରକାର । ସମୟ ତ ବହୁତ ଅଳ୍ପ ଅଛି ନା । ଦୁନିଆର ଗୁରୁମାନଙ୍କର ଦେଖ କେତେ ବଡ଼ ବଡ଼ ଆଶ୍ରମ ହୋଇଯାଉଛି । ଏଭଳି ଆତ୍ମା ଆସି ପ୍ରବେଶ କରିଥାନ୍ତି ଯିଏକି କିଛି ନା କିଛି ଶିକ୍ଷା ଦେଇଥାନ୍ତି, ତେଣୁ ବିଖ୍ୟାତ ହୋଇଯାଆନ୍ତି । ଇଏ ତ ବେହଦର ବାବା କଳ୍ପ ପୂର୍ବ ଭଳି ଶିକ୍ଷା ଦେଉଛନ୍ତି । ଏହି ରୁହାନୀ କଳ୍ପବୃକ୍ଷ ବୃଦ୍ଧି ପାଇବ । ନିରାକାରୀ ବୃକ୍ଷରୁ କ୍ରମାନ୍ୱୟରେ ଆତ୍ମାମାନେ ଆସିଥାନ୍ତି । ଶିବବାବାଙ୍କର ବହୁତ ବଡ଼ ଲମ୍ବା ମାଳା ବା ବୃକ୍ଷ ତିଆରି ହୋଇଛି । ଏହି ସବୁ କଥାକୁ ୟାଦ କରିବା ଦ୍ୱାରା ବାବା ମଧ୍ୟ ୟାଦ ଆସିବେ । ତୁମର ଉନ୍ନତି ଜଲଦି ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଅତିକମରେ ୮ ଘଣ୍ଟା ବାବାଙ୍କ ସହିତ ଆତ୍ମିକ ବାର୍ତ୍ତଳାପ କରିବାକୁ ହେବ । ବଡ଼ ଶୀତଳତାର ସହିତ ବା ନମ୍ରତାର ସହିତ ରୁହାନୀ ଅର୍ଥାତ୍ ଆତ୍ମିକ ସେବା କରିବାକୁ ହେବ । ସେବାରେ ସଫଳତା ପାଇବା ପାଇଁ ଭିତରେ କୌଣସି ମାୟାର ଭୂତ ନ ରହିବା ଉଚିତ୍ ।

(୨) ନିଜେ ନିଜ ସହ ବାର୍ତ୍ତାଳାପ କରିବା ଦରକାର ଯେ ଏହି ସ୍ଥୂଳ ଚକ୍ଷୁରେ ଯାହାକିଛି ମୁଁ ଦେଖୁଛି ତାହା ସବୁ ବିନାଶ ହେବାକୁ ଯାଉଛି । ଏହାପରେ ଆମେ ନିଜର ଘରକୁ ଯିବା, ପୁଣି ସୁଖଧାମକୁ ଆସିବା ।

ବରଦାନ:-
ସାରା ବିଶ୍ୱରେ ଈଶ୍ୱରୀୟ ପରିବାରର ସ୍ନେହର ବୀଜ ବପନ କରୁଥିବା ବିଶ୍ୱ ସେବାଧାରୀ ହୁଅ ।

ତୁମେ ବିଶ୍ୱ ସେବାଧାରୀ ପିଲାମାନେ ସାରା ବିଶ୍ୱରେ ଈଶ୍ୱରୀୟ ପରିବାରର ସ୍ନେହର ବୀଜ ବପନ କରୁଛ ଅର୍ଥାତ୍ ପୋତୁଛ । ଚାହେଁ ନାସ୍ତିକ ହେଉ ବା ଆସ୍ତିକ ହେଉ ସମସ୍ତଙ୍କୁ ଅଲୌକିକ ବା ଈଶ୍ୱରୀୟ ସ୍ନେହର, ନିଃସ୍ୱାର୍ଥ ସ୍ନେହର ଅନୁଭୂତି କରାଇବା ହିଁ ବୀଜ ବପନ କରିବା । ଏହି ବୀଜ ସହଯୋଗୀ ହେବାର ବୃକ୍ଷ ସ୍ୱତଃ ସୃଷ୍ଟି କରିଥାଏ ଏବଂ ସମୟ ଅନୁସାରେ ସେଥିରେ ସହଜଯୋଗୀ ହେବାର ଫଳ ଦେଖିବାକୁ ମିଳିଥାଏ । କେବଳ କେଉଁ ବୃକ୍ଷରେ ଶୀଘ୍ର ଫଳ ଫଳିଥାଏ ଆଉ କେଉଁ ବୃକ୍ଷରେ ସମୟ ଅନୁସାରେ ଫଳ ଫଳିଥାଏ ।

ସ୍ଲୋଗାନ:-
ଭାଗ୍ୟବିଧାତା ବାବାଙ୍କୁ ଜାଣିବା, ଚିହ୍ନିବା ଏବଂ ପ୍ରତ୍ୟକ୍ଷରେ ତାଙ୍କର ସନ୍ତାନ ହୋଇଯିବା ଏହା ସବୁଠାରୁ ବଡ ଭାଗ୍ୟ ।