26.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ଅମୃତବେଳାର ଶାନ୍ତ, ଶୁଦ୍ଧ ବାୟୁମଣ୍ଡଳରେ ତୁମେ ଦେହ ସହିତ ସବୁ କିଛି ଭୁଲି ମୋତେ ସ୍ମରଣ କର, ସେ
ସମୟରେ ୟାଦ ବହୁତ ଭଲ ହୋଇଥାଏ ।”
ପ୍ରଶ୍ନ:-
ବାବାଙ୍କର ଶକ୍ତି
ପ୍ରାପ୍ତ କରିବା ପାଇଁ ତୁମେ ପିଲାମାନେ ସବୁଠାରୁ ଭଲ କର୍ମ କ’ଣ କରୁଛ?
ଉତ୍ତର:-
ସବୁଠାରୁ ଭଲ କର୍ମ ହେଲା ବାବାଙ୍କ ଉପରେ ନିଜର ସବୁକିଛି (ଶରୀର-ମନ-ଧନ ସହିତ) ଅର୍ପଣ କରିବା ।
ଯେତେବେଳେ ତୁମେ ସବୁକିଛି ଅର୍ପିତ କରିଦେଉଛ ସେତେବେଳେ ବାବା ତୁମକୁ ତାର ପ୍ରତିଦାନରେ ଏତେ ଶକ୍ତି
ଦେଉଛନ୍ତି, ଯାହା ଦ୍ୱାରା ତୁମେ ସାରା ବିଶ୍ୱ ଉପରେ ସୁଖ-ଶାନ୍ତିମୟ ଅଟଳ-ଅଖଣ୍ଡ ରାଜ୍ୟ କରିପାରିବ
।
ପ୍ରଶ୍ନ:-
ବାବା
ପିଲାମାନଙ୍କୁ କେଉଁ ସେବା ଶିଖାଇଛନ୍ତି ଯାହାକୁ କୌଣସି ମନୁଷ୍ୟ ଶିଖାଇ ପାରିବେ ନାହିଁ?
ଉତ୍ତର:-
ଆତ୍ମିକ ସେବା । ତୁମେମାନେ ଆତ୍ମାମାନଙ୍କୁ ବିକାର ରୂପକ ବେମାରୀରୁ ମୁକ୍ତ କରିବା ପାଇଁ
ସେମାନଙ୍କୁ ଜ୍ଞାନର ଇଞ୍ଜେକ୍ସନ୍ ଲଗାଉଛ । ତୁମେମାନେ ହେଲ ରୁହାନୀ ଆତ୍ମିକ ସୋସିଆଲ୍ ୱାର୍କର (ସମାଜସେବୀ)
ମନୁଷ୍ୟ ତ ଶାରୀରିକ ସେବା କରୁଛନ୍ତି କିନ୍ତୁ ଜ୍ଞାନର ଇଞ୍ଜେକ୍ସନ୍ ଲଗାଇ ଆତ୍ମାକୁ ଜାଗ୍ରତ
ଜ୍ୟୋତି କରିପାରିବେ ନାହିଁ । ଏହି ସେବା ବାବା ହିଁ ପିଲାମାନଙ୍କୁ ଶିଖାଉଛନ୍ତି ।
ଓମ୍ ଶାନ୍ତି ।
ଭଗବାନୁବାଚ -
ଏକଥା ତ ତୁମକୁ ବୁଝାଯାଇଛି ଯେ ମନୁଷ୍ୟକୁ କେବେ ବି ଭଗବାନ ବୋଲି କୁହାଯାଇପାରିବ ନାହିଁ । ଏହା
ହେଉଛି ମନୁଷ୍ୟ ସୃଷ୍ଟି ଏବଂ ବ୍ରହ୍ମା ବିଷ୍ଣୁ ଶଙ୍କର ସୂକ୍ଷ୍ମବତନରେ ରହିଛନ୍ତି । ଶିବବାବା
ହେଉଛନ୍ତି ଆତ୍ମାମାନଙ୍କର ଅବିନାଶୀ ପିତା । ବିନାଶୀ ଶରୀରର ପିତା ତ ବିନାଶୀ ହିଁ ହୋଇଥାନ୍ତି ।
ଏହି କଥା ତ ସମସ୍ତେ ଜାଣିଛନ୍ତି । ପଚରାଯାଇଥାଏ ଯେ ତୁମର ଏହି ବିନାଶୀ ଶରୀରର ପିତା କିଏ? ପୁଣି
ଆତ୍ମାର ପିତା କିଏ? ଆତ୍ମା ଜାଣିଛି ଯେ ସିଏ ପରମଧାମରେ ରହିଥାଆନ୍ତି । ଏବେ ତୁମମାନଙ୍କୁ କିଏ
ଦେହ-ଅଭିମାନୀ କରାଇଲା? ଏହି ଦେହର ରଚନା କରିଲାବାଲା କିଏ? ଏବେ ଦେହୀ-ଅଭିମାନୀ କିଏ କରାଉଛି?
ଯିଏ ଆତ୍ମାମାନଙ୍କର ଅବିନାଶୀ ପିତା ଅଟନ୍ତି । ଅବିନାଶୀ ଅର୍ଥାତ୍ ଯାହାର ଆଦି-ମଧ୍ୟ-ଅନ୍ତ ନାହିଁ
। ଯଦି ଆତ୍ମାର ଏବଂ ପରମ ଆତ୍ମାଙ୍କର ଆଦି ମଧ୍ୟ ଅନ୍ତ କହିବା ତା’ହେଲେ ପୁଣି ରଚନାର ମଧ୍ୟ
ପ୍ରଶ୍ନ ଉଠିବ । ସେଥିପାଇଁ ଅବିନାଶୀ ଆତ୍ମା, ଅବିନାଶୀ ପରମାତ୍ମା ବୋଲି କୁହାଯାଇଥାଏ । ଆତ୍ମାର
ନାମ ଆତ୍ମା ହିଁ ଅଟେ । ବାସ୍ତବରେ ଆତ୍ମା ନିଜକୁ ଜାଣିଛି ଯେ ମୁଁ ଆତ୍ମା ହିଁ ଅଟେ । ମୋର
ଆତ୍ମାକୁ ଦୁଃଖୀ କର ନାହିଁ । ମୁଁ ପାପାତ୍ମା ଅଟେ - ଏହି କଥା ଆତ୍ମା ହିଁ କହିଥାଏ । ସ୍ୱର୍ଗରେ
ଆତ୍ମାମାନେ କେବେହେଲେ ବି ଏହି ଶବ୍ଦ କହିବେ ନାହିଁ । ଏହି ସମୟରେ ହିଁ ଆତ୍ମା ପତିତ ହୋଇଯାଇଛି,
ଯିଏକି ପୁଣି ଥରେ ପବିତ୍ର ହେଉଛି । ପତିତ ଆତ୍ମା ହିଁ ପବିତ୍ର ଆତ୍ମାର ମହିମା କରିଥାଏ । ଯେତେ
ବି ମନୁଷ୍ୟ ଆତ୍ମାମାନେ ଅଛନ୍ତି ସେମାନଙ୍କୁ ପୁନର୍ଜନ୍ମ ତ ନିଶ୍ଚିତ ନେବାକୁ ହିଁ ପଡିବ । ଏସବୁ
ନୂଆ କଥା । ବାବା ଆଦେଶ ଦେଉଛନ୍ତି ଯେ - ଉଠିବା-ବସିବା ସମୟରେ ମୋତେ ମନେ ପକାଅ । ଆଗରୁ ତୁମେ
ମଧ୍ୟ ପୂଜାରୀ ଥିଲ । ଶିବାୟ ନମଃ କହୁଥିଲ । ଏବେ ବାବା କହୁଛନ୍ତି ତୁମେ ପୂଜାରୀମାନେ ତ ବହୁତ ଥର
ନମଃ କରିଛ । ଏବେ ମୁଁ ତୁମକୁ ମାଲିକ, ପୂଜ୍ୟ କରୁଛି । ପୂଜ୍ୟକୁ କେବେହେଲେ ନମସ୍କାର କରିବାକୁ
ପଡିନଥାଏ । ପୂଜାରୀମାନେ ନମଃ ଅଥବା ନମସ୍ତେ କହିଥାନ୍ତି । ନମସ୍ତେର ଅର୍ଥ ହିଁ ନମଃ କରିବା ।
ନମସ୍କାର କରିଲାବେଳେ କାନ୍ଧ ନିଶ୍ଚିତ ତଳକୁ କରିଥାନ୍ତି । ଏବେ ତୁମମାନଙ୍କୁ ନମଃ କହିବା ଦରକାର
ନାହିଁ । ନା ଲକ୍ଷ୍ମୀ-ନାରାୟଣ ନମଃ, ନା ବିଷ୍ଣୁ ଦେବତାୟ ନମଃ, ନା ଶଙ୍କର ଦେବତାୟ ନମଃ । ଏହି
ଅକ୍ଷର ହିଁ ପୂଜାରୀ ପଣିଆର ଅଟେ । ଏବେ ତ ତୁମକୁ ସାରା ସୃଷ୍ଟିର ମାଲିକ ହେବାର ଅଛି । ତେଣୁ
ତୁମକୁ ବାବାଙ୍କୁ ହିଁ ୟାଦ କରିବାକୁ ହେବ । କହିଥାନ୍ତି ମଧ୍ୟ ଯେ ସିଏ ସର୍ବ ସମର୍ଥ ଅଟନ୍ତି ।
କାଳମାନଙ୍କର କାଳ, ଅକାଳମୂରତ ଅଟନ୍ତି । ସୃଷ୍ଟିର ରଚୟିତା ଅଟନ୍ତି । ଜ୍ୟୋତିର୍ବିନ୍ଦୁ ସ୍ୱରୂପ
ଅଟନ୍ତି । ପୂର୍ବରୁ ତାଙ୍କର ବହୁତ ମହିମା କରୁଥିଲ ପୁଣି କହୁଥିଲ ଯେ ସିଏ ସର୍ବବ୍ୟାପୀ ଅଟନ୍ତି ।
କୁକୁର, ବିଲେଇରେ ମଧ୍ୟ ଅଛନ୍ତି ତେଣୁ ଏହିପରି କହିବା ଦ୍ୱାରା ତାଙ୍କର ସବୁ ମହିମା ସମାପ୍ତ
ହୋଇଯାଉଛି । ବର୍ତ୍ତମାନ ସମୟରେ ସବୁ ମନୁଷ୍ୟ ହିଁ ପାପ ଆତ୍ମା ଅଟନ୍ତି ତେବେ ପୁଣି
ଜୀବଜନ୍ତୁଙ୍କର କ’ଣ ମହିମା କରାଯିବ? ଏସବୁ ମନୁଷ୍ୟମାନଙ୍କର ହିଁ କଥା । ଆତ୍ମା କହିଥାଏ ଯେ ମୁଁ
ହେଉଛି ଆତ୍ମା, ଏହା ମୋର ଶରୀର । ଯେପରି ଆତ୍ମା ବିନ୍ଦୁ ଅଟେ ସେହିପରି ପରମପିତା ପରମାତ୍ମା ମଧ୍ୟ
ବିନ୍ଦୁ ଅଟନ୍ତି । ସିଏ ମଧ୍ୟ କହୁଛନ୍ତି ଯେ ମୁଁ ପତିତମାନଙ୍କୁ ପବିତ୍ର କରିବା ପାଇଁ ସାଧାରଣ
ଶରୀରରେ ଆସୁଛି । ମୁଁ ଆସି ପିଲାମାନଙ୍କର ଆଜ୍ଞାକାରୀ ସେବାଧାରୀ ହୋଇ ସେବା କରୁଛି । ମୁଁ ରୁହାନୀ
ସମାଜ ସେବକ ଅଟେ । ତୁମମାନଙ୍କୁ ମଧ୍ୟ (ରୁହାନୀ) ଆତ୍ମିକ ସେବା କରିବା ଶିଖାଉଛି । ଅନ୍ୟ ସମସ୍ତେ
ଶାରିରୀକ ହଦର ସେବା କରିବା ଶିଖାଉଛନ୍ତି । କିନ୍ତୁ ତୁମର ଏହା ରୁହାନୀ ସେବା, ସେଥିପାଇଁ ତ
କୁହାଯାଉଛି ଯେ ଜ୍ଞାନ ଅଞ୍ଜନ ସତଗୁରୁ ଦେଲେ...ସିଏ ହିଁ ଏକମାତ୍ର ସଚ୍ଚା ସତଗୁରୁ ଅଟନ୍ତି । ସିଏ
ହିଁ ସର୍ବଶକ୍ତିର ଅଧିକାରୀ ଅଟନ୍ତି । ସିଏ ଆସି ସବୁ ଆତ୍ମାମାନଙ୍କୁ ଜ୍ଞାନର ଇଞ୍ଜେକ୍ସନ୍
ଲଗାଉଛନ୍ତି । ଆତ୍ମାମାନଙ୍କଠାରେ ହିଁ ବିକାରର ବେମାରୀ ରହିଛି । ଏହି ଜ୍ଞାନର ଇଞ୍ଜେକ୍ସନ୍ ଆଉ
କାହା ପାଖରେ ନାହିଁ । ଆତ୍ମା ପତିତ ହୋଇଛି ଶରୀର ନୁହେଁ ଯାହାକୁ କି ଇଞ୍ଜେକ୍ସନ୍ ଦିଆଯିବ ।
ଆତ୍ମାଠାରେ ୫ ବିକାରର କଡା ବେମାରୀ ରହିଛି । ସେଥିପାଇଁ ଏହି ଜ୍ଞାନର ଇଞ୍ଜେକ୍ସନ୍ ଜ୍ଞାନ
ସାଗରଙ୍କ ବ୍ୟତୀତ ଆଉ କାହା ପାଖରେ ବି ନାହିଁ । ବାବା ଆସି ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି
ଯେ ହେ ଆତ୍ମାମାନେ ତୁମେ ଜାଗ୍ରତ ଜ୍ୟୋତି ଥିଲ, ପୁଣି ମାୟା ନିଜର ଛାୟା ତୁମ ଉପରେ ପକାଇ ଦେଇଛି
। ନିଜର ଛାୟା ପକାଇ-ପକାଇ ତୁମର ବୁଦ୍ଧିକୁ ଅସ୍ପଷ୍ଟ କରିଦେଇଛି । ବାକି ଏଠାରେ କୌଣସି
ଯୁଧିଷ୍ଠିର ବା ଧୃତରାଷ୍ଟ୍ରଙ୍କର କଥା ନାହିଁ । ଏହା ତ ରାବଣର କଥା ଅଟେ ।
ବାବା କହୁଛନ୍ତି - ମୁଁ
ସାଧାରଣ ରୀତିରେ ହିଁ ଆସୁଛି । ମୋତେ ବିରଳ କେହି ଜାଣିପାରନ୍ତି । ଶିବ ଜୟନ୍ତୀ ଅଲଗା ଏବଂ କୃଷ୍ଣ
ଜୟନ୍ତୀ ଅଲଗା ଅଟେ । ପରମପିତା ପରମାତ୍ମା ଶିବଙ୍କୁ କୃଷ୍ଣଙ୍କ ସହିତ ତୁଳନା କରାଯାଇ ପାରିବ ନାହିଁ
। ସିଏ ନିରାକାର, ଇଏ ସାକାର ଅଟନ୍ତି । ବାବା କହୁଛନ୍ତି ମୁଁ ନିରାକାର ଅଟେ, ମୋର ମହିମା ମଧ୍ୟ
ଗାୟନ କରୁଛନ୍ତି - ହେ ପତିତ-ପାବନ ଆସି ଏହି ଭାରତକୁ ପୁନର୍ବାର ସତ୍ୟଯୁଗୀ ଦୈବୀ ରାଜସ୍ଥାନ କର ।
କୌଣସି ସମୟରେ ଏଠାରେ ଦୈବୀ ରାଜସ୍ଥାନ ଥିଲା । ବର୍ତ୍ତମାନ କିନ୍ତୁ ନାହିଁ । ପୁଣି କିଏ ସ୍ଥାପନ
କରିବ? ପରମପିତା ପରମାତ୍ମା ହିଁ ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା କରିଥାନ୍ତି । ଏବେ
ପତିତ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି, ତେଣୁ ଏହାର ନାମ ହିଁ ହେଉଛି କବର ବା ଶ୍ମଶାନଘାଟ
। ମାୟା ସବୁ କିଛି ସମାପ୍ତ କରିଦେଇଛି । ଏବେ ତୁମକୁ ଦେହ ସହିତ ଦେହର ସବୁ ସମ୍ବନ୍ଧଗୁଡିକୁ ଭୁଲି
ମୋତେ ମନେ ପକାଇବାକୁ ହେବ । ଶରୀର ନିର୍ବାହ ପାଇଁ କର୍ମ ମଧ୍ୟ କର । ଯେତେବେଳେ କିଛି ସମୟ ମିଳୁଛି
ମୋତେ ୟାଦ କରିବାର ପୁରୁଷାର୍ଥ କର । ତୁମକୁ ଏହି ଗୋଟିଏ ଉପାୟ ବତାଉଛି । ଅମୃତବେଳାରେ ହିଁ ତୁମେ
ମୋତେ ସବୁଠାରୁ ଅଧିକ ୟାଦ କରିପାରିବ, କାହିଁକି ନା ତାହା ହିଁ ଶାନ୍ତ, ଶୁଦ୍ଧ ସମୟ ହୋଇଥାଏ ।
ସେହି ସମୟରେ ନା କେହି ଚୋର ଚୋରୀ କରିଥାଏ, ନା କେହି ପାପ କରିଥାନ୍ତି, ନା କେହି ବିକାରରେ
ଯାଇଥାନ୍ତି । ଶୋଇବା ସମୟରେ ହିଁ ସମସ୍ତେ ଏହି ସବୁ କାର୍ଯ୍ୟ ଆରମ୍ଭ କରିଥାନ୍ତି । ସେଥିପାଇଁ
ତାକୁ ଘୋର ତମଃପ୍ରଧାନ ରାତ୍ରି ବୋଲି କୁହାଯାଇଥାଏ । ବର୍ତ୍ତମାନ ବାବା କହୁଛନ୍ତି - ପିଲାମାନେ
ଯାହା ବିତିଗଲା ତାକୁ ଭୁଲିଯାଅ । ଏବେ ଭକ୍ତିମାର୍ଗର ଖେଳ ଶେଷ ହେଲା, ଏବେ ତୁମକୁ ବୁଝାଯାଉଛି ଯେ
ଏହା ତୁମର ଅନ୍ତିମ ଜନ୍ମ ଅଟେ । ତେବେ ଏହି ପ୍ରଶ୍ନ ଉଠିପାରିବ ନାହିଁ କି ସୃଷ୍ଟିର ବୃଦ୍ଧି କିପରି
ହେବ । ବୃଦ୍ଧି ତ ହୋଇଚାଲିଛି । ଯେଉଁ ଆତ୍ମାମାନେ ଉପରେ ଅଛନ୍ତି, ସେମାନଙ୍କୁ ତଳକୁ ଆସିବାକୁ
ହିଁ ପଡିବ । ଯେତେବେଳେ ସମସ୍ତେ ଏଠାକୁ ଆସିଯିବେ ସେତେବେଳେ ବିନାଶ ଆରମ୍ଭ ହୋଇଯିବ । ପୁଣି
କ୍ରମାନୁସାରେ ସମସ୍ତଙ୍କୁ ଘରକୁ ଯିବାକୁ ହିଁ ହେବ । ତେବେ ଗାଇଡ୍ ବା ପଥପ୍ରଦର୍ଶକ ସବୁଠାରୁ ଆଗରେ
ରହିଥାନ୍ତି ନା ।
ବାବାଙ୍କୁ ମୁକ୍ତିଦାତା,
ପତିତ-ପାବନ ବୋଲି କୁହାଯାଇଥାଏ । ପବିତ୍ର ଦୁନିଆ ସ୍ୱର୍ଗ ହିଁ ଅଟେ । ଏହାକୁ ବାବାଙ୍କ ବ୍ୟତୀତ
କେହି ରଚନା କରିପାରିବେ ନାହିଁ । ଏବେ ତୁମେ ବାବାଙ୍କର ଶ୍ରୀମତ ଆଧାରରେ ତନ (ଶରୀର) ମନ ଧନ
ଦ୍ୱାରା ଭାରତର ସେବା କରୁଛ । ଗାନ୍ଧିଜୀ ମଧ୍ୟ ଭାରତକୁ ସ୍ୱର୍ଗ କରିବା ପାଇଁ ଚାହୁଁଥିଲେ, କିନ୍ତୁ
କରିପାରିଲେ ନାହିଁ । ଡ୍ରାମାରେ ନିଧାର୍ଯ୍ୟ ହିଁ ଏହିପରି ଥିଲା, ଯାହାକି ବିତିଗଲା । ପତିତ
ରାଜାମାନଙ୍କର ରାଜ୍ୟ ଶେଷ ହେବାର ଥିଲା ତେଣୁ ତାଙ୍କର ଚିହ୍ନ-ବର୍ଣ୍ଣ ସମାପ୍ତ ହୋଇଗଲା । ତାଙ୍କର
ସମ୍ପତ୍ତିର ମଧ୍ୟ କୌଣସି ଚିହ୍ନ ବର୍ଣ୍ଣ ନାହିଁ । ସେମାନେ ନିଜେ ମଧ୍ୟ ବୁଝିଥିଲେ ଯେ
ଲକ୍ଷ୍ମୀ-ନାରାୟଣ ହିଁ ସ୍ୱର୍ଗର ମାଲିକ ଥିଲେ । କିନ୍ତୁ ଏକଥା କେହି ଜାଣିନାହାନ୍ତି ଯେ
ସେମାନଙ୍କୁ ଏଭଳି କିଏ କରାଇଲା? ନିଶ୍ଚିତ ସେମାନେ ସ୍ୱର୍ଗର ରଚୟିତା ବାବାଙ୍କଠାରୁ ବର୍ସା
ନେଇଥିବେ ଆଉ କେହି ଉଚ୍ଚ ବର୍ସା ଦେଇପାରିବେ ନାହିଁ । ଏହି କଥା କୌଣସି ଶାସ୍ତ୍ରରେ ନାହିଁ ।
ଯଦିଓ ଗୀତାରେ ଅଛି କିନ୍ତୁ ଏହାର ନାମ ବଦଳାଇ ଦେଇଛନ୍ତି । କୌରବ ଏବଂ ପାଣ୍ଡବ ଉଭୟଙ୍କର ରାଜତ୍ୱ
ଦେଖାଉଛନ୍ତି । କିନ୍ତୁ ଏଠାରେ ଦୁହିଁଙ୍କର ରାଜତ୍ୱ ନାହିଁ । ବର୍ତ୍ତମାନ ବାବା ପୁଣି ଥରେ
ସ୍ଥାପନା କରୁଛନ୍ତି । ତୁମମାନଙ୍କର ଖୁସିର ନିଶା ଚଢିବା ଦରକାର । ଏବେ ନାଟକ ଶେଷ ହେଉଛି ।
ଆମେମାନେ ଏବେ ଘରକୁ ଯିବୁ । ଆମେ ଶାନ୍ତିଧାମର ନିବାସୀ ଅଟୁ । ଲୋକମାନେ କୁହନ୍ତି ଯେ ଅମୁକ
ନିର୍ବାଣଧାମ ଗଲା ବା ଜ୍ୟୋତି ଜ୍ୟୋତିରେ ମିଶିଗଲା ଅଥବା ମୋକ୍ଷ ପ୍ରାପ୍ତ ହେଲା ।
ଭାରତବାସୀମାନଙ୍କୁ ସ୍ୱର୍ଗ ମିଠା ଲାଗିଥାଏ, ତେଣୁ କହିଥାନ୍ତି ଯେ ସ୍ୱର୍ଗକୁ ଗଲା । ବାବା
ବୁଝାଉଛନ୍ତି ଯେ ମୋକ୍ଷ ତ କେହି ପାଆନ୍ତି ନାହିଁ । ସମସ୍ତଙ୍କର ସଦ୍ଗତି ଦାତା ବାବା ହିଁ ଅଟନ୍ତି,
ତେଣୁ ନିଶ୍ଚିତ ସିଏ ସମସ୍ତଙ୍କୁ ସୁଖ ହିଁ ଦେବେ । ଜଣେ ନିର୍ବାଣଧାମରେ ବସିବ ଏବଂ ଆଉ ଜଣେ ଦୁଃଖ
ଭୋଗ କରିବ, ଏକଥା ବାବା ସହନ କରିପାରନ୍ତି ନାହିଁ । ବାବା ହେଉଛନ୍ତି ପତିତ-ପାବନ । ଗୋଟିଏ ହେଲା
ମୁକ୍ତିଧାମ ପାବନ, ଅନ୍ୟଟି ହେଲା ଜୀବନମୁକ୍ତିଧାମ ପାବନ । ପୁଣି ଦ୍ୱାପର ପରେ ସମସ୍ତେ ପତିତ
ହୋଇଯାଇଥା’ନ୍ତି । ଏହି ୫ ତତ୍ତ୍ୱ ତମଃପ୍ରଧାନ ହୋଇଯାଇଥାଏ ପୁଣି ବାବା ଆସି ପବିତ୍ର କରୁଛନ୍ତି
ପୁଣି ସେଠାରେ ବା ସତ୍ୟଯୁଗରେ ପବିତ୍ର ତତ୍ତ୍ୱ ଦ୍ୱାରା ତୁମର ଶରୀର ଗୋରା ହୋଇଥାଏ । ସତ୍ୟଯୁଗରେ
ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଥାଏ । ସେଥିରେ ଆକର୍ଷଣ ରହିଥାଏ । କୃଷ୍ଣଙ୍କ ପ୍ରତି ସମସ୍ତଙ୍କର
କେତେ ଆକର୍ଷଣ ରହିଛି । ତେଣୁ ତାର ନାମ ହିଁ ସ୍ୱର୍ଗ ରହିଛି ତେବେ ଆଉ କ’ଣ ରଖାଯାଇଛି ନା ଆଉ କ’ଣ
ରଖାଯିବ? ପରମାତ୍ମାଙ୍କର ବହୁତ ମହିମା କରୁଛନ୍ତି, ଅକାଳମୂରତ... ପୁଣି ତାଙ୍କୁ ମାଟିଗୋଡିରେ
ଅଛନ୍ତି ବୋଲି କହିଦେଉଛନ୍ତି । ବାବାଙ୍କୁ କେହି ବି ଜାଣି ନାହାଁନ୍ତି । ଯେତେବେଳେ ବାବା ଆସିବେ
ସେତେବେଳେ ଆସି ବୁଝାଇବେ । ଲୌକିକ ପିତା ମଧ୍ୟ ଯେତେବେଳେ ସନ୍ତାନ ରଚନା କରିବେ ତେବେ ଯାଇ
ତାଙ୍କର ଜୀବନ କାହାଣୀକୁ ପିଲାମାନେ ଜାଣିବେ । ତେଣୁ ବାବାଙ୍କ ବିନା ପିଲାମାନଙ୍କୁ ବାବାଙ୍କର
ଜୀବନ କାହାଣୀ ବିଷୟରେ କିପରି ଜଣାପଡିବ । ବର୍ତ୍ତମାନ ବାବା କହୁଛନ୍ତି ଯଦି ତୁମର
ଲକ୍ଷ୍ମୀ-ନାରାୟଣଙ୍କୁ ବରଣ କରିବାକୁ ଅଛି ତେବେ ତୁମକୁ ପରିଶ୍ରମ କରିବାକୁ ପଡିବ । ଏହା ବହୁତ
ଜବରଦସ୍ତ ଲକ୍ଷ୍ୟ ଅଟେ । ବହୁତ ଉଚ୍ଚ ଆମଦାନୀ ଅଟେ । ସତ୍ୟଯୁଗରେ ପବିତ୍ର ପ୍ରବୃତ୍ତି ମାର୍ଗ ଥିଲା
। ପବିତ୍ର ରାଜସ୍ଥାନ ଥିଲା ତାହା ଏବେ ଅପବିତ୍ର ହୋଇଯାଇଛି । ବର୍ତ୍ତମାନ ସମସ୍ତେ ବିକାରୀ
ହୋଇଯାଇଛନ୍ତି । ଏହା ହିଁ ହେଉଛି ଆସୁରୀ ଦୁନିଆ । ଏଠାରେ ବହୁତ ଭ୍ରଷ୍ଟାଚାର ହୋଇଚାଲିଛି । ରାଜତ୍ୱ
କରିବା ପାଇଁ ତ ଶକ୍ତି ରହିବା ଦରକାର । ବର୍ତ୍ତମାନ ଈଶ୍ୱରୀୟ ଶକ୍ତି ତ ନାହିଁ । ଏଠାରେ
ପ୍ରଜାଙ୍କର ପ୍ରଜା ମାନଙ୍କ ଉପରେ ରାଜ୍ୟ ଚାଲିଛି । ଯେଉଁମାନେ ଦାନ ପୁଣ୍ୟ ଏବଂ ଭଲ କର୍ମ
କରିଥାନ୍ତି ସେମାନଙ୍କୁ ରାଜା ଘରେ ଜନ୍ମ ମିଳିଥାଏ । ତେବେ ତାଙ୍କର ପୂର୍ବଜନ୍ମର କର୍ମର ଫଳ
ରହିଥାଏ । ଏବେ ତୁମେମାନେ ତ ବହୁତ ଶ୍ରେଷ୍ଠ କର୍ମ କରୁଛ । ତୁମେ ନିଜର ସବୁକିଛି (ଶରୀର-ମନ-ଧନ)
ଶିବବାବାଙ୍କୁ ଅର୍ପଣ କରୁଛ ତେଣୁ ଶିବବାବାଙ୍କୁ ମଧ୍ୟ ସବୁ କିଛି ପିଲାମାନଙ୍କୁ ଅର୍ପଣ କରିବାକୁ
ପଡିବ । ତୁମେ ତାଙ୍କଠାରୁ ଶକ୍ତି ଧାରଣ କରି ସୁଖ ଶାନ୍ତିର ଅଖଣ୍ଡ ଅଟଳ ରାଜ୍ୟ କରୁଛ ।
ବର୍ତ୍ତମାନ ପ୍ରଜାମାନଙ୍କ ପାଖରେ ତ କିଛି ବି ଶକ୍ତି ନାହିଁ । ତେବେ ଏପରି କହିବା ନାହିଁ ଯେ ଧନ
ଦାନ କରିଥିଲେ ସେଥିପାଇଁ ଏମ୍.ଏଲ୍. ଏ. ଆଦି ହୋଇଛନ୍ତି । ଧନ ଦାନ କରିବା ଦ୍ୱାରା ଧନୀ ଘରେ ଜନ୍ମ
ମିଳିଥାଏ । ଏବେ ତ କୌଣସି ରାଜତ୍ୱ ନାହିଁ । ଏବେ ବାବା ତୁମକୁ କେତେ ଶକ୍ତି ଦେଉଛନ୍ତି । ତୁମେ
କହୁଛ ଯେ ଆମେ ନାରାୟଣଙ୍କୁ ବରଣ କରିବୁ । ବର୍ତ୍ତମାନ ଆମେ ମନୁଷ୍ୟରୁ ଦେବତା ହେଉଛୁ । ଏସବୁ
ହେଉଛି ନୂଆ-ନୂଆ କଥା । ନାରଦଙ୍କର କଥା ବର୍ତ୍ତମାନ ସମୟର ହିଁ ଅଟେ । ରାମାୟଣ ଆଦି ବି
ବର୍ତ୍ତମାନ ସମୟର କଥା ଅଟେ । ସତ୍ୟଯୁଗ ତ୍ରେତାରେ କୌଣସି ଶାସ୍ତ୍ର ହୋଇନଥାଏ । ସବୁ ଶାସ୍ତ୍ରର
ସମ୍ବନ୍ଧ ବର୍ତ୍ତମାନ ସମୟ ସହିତ ରହିଛି । ତୁମେ ଯଦି କଳ୍ପବୃକ୍ଷକୁ ଦେଖିବ ତେବେ ଜାଣିପାରିବ ଯେ
ମଠ ପନ୍ଥ ଆଦି ସବୁ ପଛରେ ହୋଇଥାଏ । ମୁଖ୍ୟ ହେଉଛି ବ୍ରାହ୍ମଣ ବର୍ଣ୍ଣ, ଦେବତା ବର୍ଣ୍ଣ,
କ୍ଷତ୍ରୀୟ ବର୍ଣ୍ଣ.... ବ୍ରାହ୍ମଣମାନଙ୍କର ଚୁଟି ପ୍ରସିଦ୍ଧ ଅଟେ । ଏହି ବ୍ରାହ୍ମଣ ବର୍ଣ୍ଣ
ସବୁଠାରୁ ଉଚ୍ଚ ଅଟେ ଯାହାର ପୁଣି ଶାସ୍ତ୍ରରେ ବର୍ଣ୍ଣନା ନାହିଁ । ବିରାଟ ରୂପର ଚିତ୍ରରେ ମଧ୍ୟ
ବ୍ରାହ୍ମଣମାନଙ୍କୁ ଦର୍ଶାଇ ନାହାଁନ୍ତି । ଡ୍ରାମାରେ ହିଁ ଏହିଭଳି ନିର୍ଦ୍ଧାରିତ ହୋଇ ରହିଛି ।
ଦୁନିଆର ଲୋକମାନେ ଏକଥା ବୁଝିପାରୁନାହାଁନ୍ତି ଯେ ଭକ୍ତି କରିବା ଦ୍ୱାରା ହିଁ ତଳକୁ ଖସିଯାଇଛନ୍ତି
। ସେମାନେ କହି ଦେଉଛନ୍ତି ଯେ ଭକ୍ତି କରିବା ଦ୍ୱାରା ଭଗବାନ ମିଳିଥାନ୍ତି । ତେବେ ଭଗବାନଙ୍କୁ
ବହୁତ ଡାକୁଛନ୍ତି, ଦୁଃଖରେ ସ୍ମରଣ କରୁଛନ୍ତି । ଏସବୁର ତ ତୁମେ ଅନୁଭବୀ ଅଟ । ସେଠାରେ (ସତ୍ୟଯୁଗରେ)
ଦୁଃଖର କୌଣସି କଥା ହିଁ ରହିବ ନାହିଁ, ଏଠାରେ ସମସ୍ତଙ୍କ ପାଖରେ କ୍ରୋଧ ରହିଛି, ପରସ୍ପରକୁ ଗାଳି
ମଧ୍ୟ ଦେଉଛନ୍ତି । ଏବେ ତୁମେ ଶିବାୟ ନମଃ କହିବ ନାହିଁ । ଶିବ ତ ତୁମର ପିତା ଅଟନ୍ତି ନା । ଯଦି
ବାବାଙ୍କୁ ସର୍ବବ୍ୟାପୀ ବୋଲି କହିବା ତେବେ ଭାଇ-ଭାଇ ଶବ୍ଦ ହିଁ ରହିବ ନାହିଁ । ଭାରତରେ ହିଁ
ବହୁତ ଭଲ କଥା କହୁଛନ୍ତି ଯେ - ହିନ୍ଦୁ-ଚୀନୀ ଭାଇ-ଭାଇ, ଚୀନୀ-ମୁସଲିମ୍ ଭାଇ-ଭାଇ । ତେବେ ସମସ୍ତେ
ଭାଇ-ଭାଇ ତ ଅଟନ୍ତି ନା । ସମସ୍ତେ ଏକମାତ୍ର ବାବାଙ୍କର ସନ୍ତାନ ଅଟନ୍ତି । ବର୍ତ୍ତମାନ ସମୟରେ
ତୁମେ ଜାଣୁଛ ଯେ ଆମେ ସମସ୍ତେ ଏକମାତ୍ର ବାବାଙ୍କର ସନ୍ତାନ ଅଟୁ । ଏହି ବ୍ରାହ୍ମଣମାନଙ୍କର
ବଂଶାବଳୀ ପୁନର୍ବାର ସ୍ଥାପନ ହେଉଛି । ଏହି ବ୍ରାହ୍ମଣ ଧର୍ମରୁ ହିଁ ଦେବୀ-ଦେବତା ଧର୍ମ ସୃଷ୍ଟି
ହୋଇଥାଏ । ଦେବୀ-ଦେବତା ଧର୍ମରୁ ପୁଣି କ୍ଷତ୍ରିୟ ଧର୍ମ, କ୍ଷତ୍ରିୟରୁ ପୁଣି ଇସ୍ଲାମୀ ଧର୍ମ
ସୃଷ୍ଟି ହେବ... ଏହା ବଂଶାବଳୀ ଅଟେ ନା । ପୁଣି ବୌଦ୍ଧି, ଖ୍ରୀଷ୍ଟୀୟାନ୍ ଧର୍ମ ଆସିବେ । ଏହିଭଳି
ବୃଦ୍ଧି ହୋଇ-ହୋଇ ବଡ ବୃକ୍ଷ ହୋଇଯାଇଛି । ଏହା ହେଲା ବେହଦର ବଂଶାବଳୀ, ତାହା ହେଉଛି ହଦର । ଏସବୁ
ବିସ୍ତାରର କଥା ଅଟେ, ତେବେ ଯେଉଁମାନଙ୍କର ଧାରଣା ହେଉନାହିଁ, ସେମାନଙ୍କ ପାଇଁ ବାବା ସହଜ ଉପାୟ
ବତାଉଛନ୍ତି ଯେ ବାବା ଏବଂ ବର୍ସାକୁ ମନେ ପକାଅ, ତେବେ ତୁମେ ସ୍ୱର୍ଗରେ ନିଶ୍ଚିତ ଆସିଯିବ । ବାକି
ଯଦି ଉଚ୍ଚ ପଦ ପ୍ରାପ୍ତ କରିବାର ଅଛି ତେବେ ସେଥିପାଇଁ ପୁରୁଷାର୍ଥ ମଧ୍ୟ କରିବାକୁ ହେବ । ଏହି କଥା
ତ ତୁମେମାନେ ଜାଣିଛ ଯେ ଶିବବାବା ମଧ୍ୟ ତୁମକୁ ବୁଝାଉଛନ୍ତି, ଏହି ବ୍ରହ୍ମାବାବା ମଧ୍ୟ
ବୁଝାଉଛନ୍ତି । ଏକମାତ୍ର ବାବା ହିଁ ତୁମର ଏବଂ ମୋର ବୁଦ୍ଧିରେ ଅଛନ୍ତି । ଯଦିଓ ଆମେ ଶାସ୍ତ୍ର ଆଦି
ପଢିଛୁ କିନ୍ତୁ ଜାଣିଛୁ ଯେ ଏସବୁ ଦ୍ୱାରା ଭଗବାନ ମିଳିନଥାନ୍ତି । ବାବା ବୁଝାଉଛନ୍ତି ଯେ
ମିଠେ-ମିଠେ ବଚ୍ଚେ ଶିବବାବାଙ୍କୁ ଏବଂ ବର୍ସାକୁ ୟାଦ କରିଚାଲ । ବାବା ଆପଣ ବହୁତ ମିଠା ଅଟନ୍ତି,
ଏହା ଆପଣଙ୍କର ଅଦ୍ଭୂତ କାର୍ଯ୍ୟ, ବାବାଙ୍କର ଏପରି-ଏପରି ମହିମା କରିବା ଦରକାର । ତୁମମାନଙ୍କୁ
ଈଶ୍ୱରୀୟ ଲଟେରୀ ମିଳିଛି । ତେଣୁ ବର୍ତ୍ତମାନ ଜ୍ଞାନ ଏବଂ ଯୋଗର ପରିଶ୍ରମ କରିବାକୁ ହେବ । ଏଥିରେ
ଜବରଦସ୍ତ ପୁରସ୍କାର ମିଳିଥାଏ ତେଣୁ ପୁରୁଷାର୍ଥ ମଧ୍ୟ କରିବା ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏବେ ନାଟକ
ଶେଷ ହେବାକୁ ଯାଉଛି, ଆମକୁ ନିଜର ଶାନ୍ତିଧାମକୁ ଯିବାକୁ ହେବ, ଏହି ସ୍ମୃତିରେ ଖୁସିର ପାରା
ସର୍ବଦା ଉପରକୁ ଚଢି ରହିଥାଉ ।
(୨) ବିତିକୁ ବିତି କରି
ଏହି ଅନ୍ତିମ ଜନ୍ମରେ ବାବାଙ୍କୁ ପବିତ୍ରତାର ସାହାଯ୍ୟ କରିବାକୁ ପଡିବ । ତନ-ମନ-ଧନ ଦ୍ୱାରା
ଭାରତକୁ ସ୍ୱର୍ଗ କରିବାର ସେବାରେ ଲାଗିବାକୁ ହେବ ।
ବରଦାନ:-
ନିଜର ସମସ୍ତ
ପୁରୁଣା ଖାତାକୁ ସଂକଳ୍ପ ଏବଂ ସଂସ୍କାର ରୂପରେ ମଧ୍ୟ ସମାପ୍ତ କରୁଥିବା ଅନ୍ତମୁର୍ଖୀ ଆତ୍ମା ହୁଅ
।
ବାପଦାଦା ବର୍ତ୍ତମାନ
ପିଲାମାନଙ୍କର ସବୁ ପ୍ରକାରର ହିସାବ କିତାବର ଖାତାକୁ ସଫା ହୋଇଥିବା ଅବସ୍ଥାରେ ଦେଖିବାକୁ
ଚାହୁଁଛନ୍ତି । ଟିକିଏ ବି ପୁରୁଣା ଖାତା ଅର୍ଥାତ୍ ବାହ୍ୟମୁଖତାର ଖାତା ସଂକଳ୍ପ ବା ସଂସ୍କାର
ରୂପରେ ମଧ୍ୟ ରହି ନଯାଉ । ତେଣୁ ସର୍ବଦା ସବୁ ପ୍ରକାରର ବନ୍ଧନମୁକ୍ତ ଏବଂ ଯୋଗଯୁକ୍ତ ସ୍ଥିତିକୁ
ହିଁ ଅନ୍ତର୍ମୁଖୀ ଅବସ୍ଥା କୁହାଯାଏ । ସେଥିପାଇଁ ସେବା ମଧ୍ୟ ଖୁବ୍ କର । କିନ୍ତୁ ବାହ୍ୟମୁଖୀରୁ
ଅନ୍ତର୍ମୁଖୀ ହୋଇ ସେବା କର । ଅନ୍ତର୍ମୁଖତାର ଚେହେରା ଦ୍ୱାରା ବାବାଙ୍କର ନାମ ବିଖ୍ୟାତ କର । ସବୁ
ଆତ୍ମାମାନେ ବାବାଙ୍କର ହୋଇଯାଆନ୍ତୁ - ସେମାନଙ୍କୁ ଏହିଭଳି ପ୍ରସନ୍ନଚିତ୍ତ କର ।
ସ୍ଲୋଗାନ:-
ନିଜର
ପରିବର୍ତ୍ତନ ଦ୍ୱାରା ସଂକଳ୍ପ ବାଣୀ ତଥା ସମ୍ବନ୍ଧ-ସମ୍ପର୍କରେ ସଫଳତା ପ୍ରାପ୍ତ କରିବା ହିଁ ସଫଳତା
ମୂରତ ହେବା ।