26.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ମିଠେ ବଚ୍ଚେ: ତୁମ ଆତ୍ମାମାନଙ୍କୁ ଯେପରି ଏହି ଶରୀର ରୂପୀ ସିଂହାସନ ମିଳିଛି, ସେହିପରି ବାବା ମଧ୍ୟ ଏହି ଦାଦାଙ୍କର ଭ୍ରୃକୁଟୀ ସିଂହାସନ ଉପରେ ବିରାଜମାନ ହୋଇଛନ୍ତି, ତାଙ୍କର ନିଜର କୌଣସି ସିଂହାସନ ନାହିଁ ।

ପ୍ରଶ୍ନ:-
ଯେଉଁ ପିଲାମାନଙ୍କ ଭିତରେ ଈଶ୍ୱରୀୟ ସନ୍ତାନର ସ୍ମୃତି ରହୁଛି ସେମାନଙ୍କର ଲକ୍ଷଣ କଣ ହୋଇଥିବ ?

ଉତ୍ତର:-
ସେମାନଙ୍କର ଭିତରେ ସଚ୍ଚା ପ୍ରେମ ଏକମାତ୍ର ବାବାଙ୍କ ସହିତ ଥିବ । ଈଶ୍ୱରୀୟ ସନ୍ତାନମାନେ କେବେହେଲେ ଲଢେଇ ଝଗଡା କରିବେ ନାହିଁ । ସେମାନଙ୍କର କେବେ ବି କାହା ପ୍ରତି କୁଦୃଷ୍ଟି ହେବ ନାହିଁ । ଯେତେବେଳେ ବ୍ରହ୍ମାକୁମାର-କୁମାରୀ ଅର୍ଥାତ୍ ଭଉଣୀ-ଭାଇ ହୋଇଗଲେ ତେବେ ବିକାରୀ ଦୃଷ୍ଟି ହୋଇପାରିବ ନାହିଁ ।

ଗୀତ:-
ଛୋଡ ଭି ଦେ ଆକାଶ ସିଂହାସନ....

ଓମ୍ ଶାନ୍ତି ।
ପିଲାମାନେ ଜାଣିଛନ୍ତି ଯେ ବାବା ଆକାଶ ସିଂହାସନ ଛାଡି ଏବେ ଦାଦା (ବ୍ରହ୍ମା)ଙ୍କର ଶରୀରକୁ ନିଜର ସିଂହାସନ କରିଛନ୍ତି, ତାହାକୁ ଛାଡି ଏଠାରେ ଆସି ବସିଛନ୍ତି । ଏହି ଆକାଶ ତତ୍ୱ ହେଉଛି ଜୀବ ଆତ୍ମାମାନଙ୍କର ସିଂହାସନ । ଆତ୍ମାମାନଙ୍କର ସିଂହାସନ ହେଉଛି ମହତତ୍ୱ ବ୍ରହ୍ମଲୋକ, ଯେଉଁଠି ତୁମେ ଆତ୍ମାମାନେ ବିନା ଶରୀରରେ ରହିଥିଲ । ଆକାଶରେ ଯେପରି ତାରକାମାନେ ରହିଛନ୍ତି ନା, ସେହିପରି ତୁମେ ଆତ୍ମାମାନେ ମଧ୍ୟ ବହୁତ ଛୋଟ-ଛୋଟ ରୂପରେ ସେଠାରେ ରହୁଛ । ଆତ୍ମାକୁ ଦିବ୍ୟଦୃଷ୍ଟି ବିନା ଦେଖାଯାଇ ପାରିବ ନାହିଁ । ତୁମକୁ ଏବେ ଏହି ଜ୍ଞାନ ମିଳିଛି, ଯେପରି ତାରକା କେତେ ଛୋଟ, ସେହିପରି ଆତ୍ମାମାନେ ମଧ୍ୟ ବିନ୍ଦୁ ସଦୃଶ ଅଟନ୍ତି । ଏବେ ବାବା ସେହି ଆକାଶ ସିଂହାସନ ତ ଛାଡିଦେଇଛନ୍ତି । ବାବା କହୁଛନ୍ତି ତୁମେ ଆତ୍ମାମାନେ ମଧ୍ୟ ସିଂହାସନ ଛାଡି ଏଠାକୁ ଆସି ଏହି ଶରୀରକୁ ନିଜର ସିଂହାସନ କରିଛ । ମୋର ମଧ୍ୟ ନିଶ୍ଚିତ ଶରୀର ଦରକାର । ମୋତେ ସମସ୍ତେ ପୁରୁଣା ଦୁନିଆକୁ ହିଁ ଡାକୁଛନ୍ତି । ଗୀତ ମଧ୍ୟ ଅଛି ନା ଦୂରଦେଶର ନିବାସୀ... । ତୁମେ ଆତ୍ମାମାନେ ଯେଉଁଠାରେ ରହୁଛ ତାହା ହେଉଛି ଆତ୍ମାମାନଙ୍କର ଏବଂ ବାବାଙ୍କର ଦେଶ । ପୁଣି ତୁମେ ସ୍ୱର୍ଗକୁ ଯାଉଛ, ଯାହାର ସ୍ଥାପନା ବାବା କରୁଛନ୍ତି । ବାବା ନିଜେ ସେହି ସ୍ୱର୍ଗକୁ ଯିବେ ନାହିଁ । ନିଜେ ତ ବାଣୀରୁ ଊର୍ଦ୍ଧ୍ୱରେ ବାନପ୍ରସ୍ଥରେ ଯାଇ ରହୁଛନ୍ତି । ସ୍ୱର୍ଗରେ ତାଙ୍କର ଆବଶ୍ୟକତା ନାହିଁ । ସେ ତ ଦୁଃଖ-ସୁଖରୁ ଅଲଗା ଅଟନ୍ତି ନା । ତୁମେ ସୁଖ ଭୋଗ କରୁଛ ତ ଦୁଃଖ ମଧ୍ୟ ଭୋଗ କରୁଛ ।

ଏବେ ତୁମେ ଜାଣୁଛ, ଆମେ ବ୍ରହ୍ମାକୁମାର-କୁମାରୀ ଭଉଣୀ-ଭାଇ ଅଟୁ । ସେଥିପାଇଁ ପରସ୍ପର ପ୍ରତି କୁଦୃଷ୍ଟିର ଖିଆଲ ମଧ୍ୟ ଆସିବା ଅନୁଚିତ୍ । ଏଠାରେ ତ ତୁମେ ବାବାଙ୍କ ସମ୍ମୁଖରେ ବସିଛ, ତେଣୁ ପରସ୍ପର ଭାଇ-ଭଉଣୀ ଅଟ । ପବିତ୍ର ରହିବାର ଉପାୟ ଦେଖ କିପରି । ଏହି କଥା କୌଣସି ଶାସ୍ତ୍ରରେ ନାହିଁ । ସମସ୍ତଙ୍କର ପିତା ଜଣେ, ତେଣୁ ସମସ୍ତେ ସନ୍ତାନ ହୋଇଗଲ ନା । ତେଣୁ ପିଲାମାନଙ୍କୁ ନିଜ-ନିଜ ଭିତରେ ଲଢେଇ ଝଗଡା କରିବା ଅନୁଚିତ୍ । ବର୍ତ୍ତମାନ ତୁମେ ଜାଣୁଛ ଯେ ଆମେ ଈଶ୍ୱରୀୟ ସନ୍ତାନ, ପୂର୍ବରୁ ଆସୁରୀ ସନ୍ତାନ ଥିଲୁ । ପୁଣି ଏବେ ସଂଗମ ଯୁଗରେ ଈଶ୍ୱରୀୟ ସନ୍ତାନ ହୋଇଛୁ । ପୁଣି ସତ୍ୟଯୁଗରେ ଦୈବୀ ସନ୍ତାନ ହେବୁ । ଏହି ଚକ୍ର ବିଷୟରେ ପିଲାମାନେ ଏବେ ଜାଣି ସାରିଛନ୍ତି । ତୁମେ ବ୍ରହ୍ମାକୁମାର-କୁମାରୀ ଅଟ ତେଣୁ କେବେ କୁଦୃଷ୍ଟି ଯିବ ନାହିଁ । ସତ୍ୟଯୁଗରେ କୁଦୃଷ୍ଟି ନଥାଏ । ରାବଣ ରାଜ୍ୟରେ କୁଦୃଷ୍ଟି ହୋଇଥାଏ । ତୁମକୁ ଏବେ ଏକମାତ୍ର ବାବାଙ୍କ ବିନା ଆଉ କାହାର ସ୍ମୃତି ରହିବାର ଉଚିତ୍ ନୁହେଁ । ସବୁଠାରୁ ଅଧିକ ଏକମାତ୍ର ବାବାଙ୍କ ପ୍ରତି ସ୍ନେହ ରହୁ । ମୋର ତ ଏକ ଶିବବାବା ଦ୍ୱିତୀୟ କେହି ନୁହେଁ । ବାବା କହୁଛନ୍ତି ପିଲାମାନେ ଏବେ ତୁମକୁ ଶିବାଳୟକୁ ଯିବାକୁ ହେବ । ଶିବବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି । ଅଧାକଳ୍ପ ହେବ ରାବଣର ରାଜ୍ୟ ଚାଲିଆସିଛି, ଯାହା ଦ୍ୱାରା ତୁମେମାନେ ଦୁର୍ଗତିକୁ ପ୍ରାପ୍ତ କରିଛ । ରାବଣ କଣ, ତାକୁ କାହିଁକି ଜଳାଉଛନ୍ତି, ଏକଥା ମଧ୍ୟ କେହି ଜାଣିନାହାଁନ୍ତି । ଶିବାଳୟକୁ ମଧ୍ୟ ଜାଣିନାହାଁନ୍ତି । ଯେପରି ଦେବୀମାନଙ୍କୁ ସଜାଇ, ପୂଜା କରି ବୁଡାଇ ଦେଇଥାନ୍ତି ସେହିପରି ଶିବବାବାଙ୍କର ମଧ୍ୟ ମାଟିର ଲିଙ୍ଗ ତିଆରି କରି ପୂଜା ଆଦି କରି ପୁଣି ମାଟିକୁ, ମାଟିରେ ମିଶାଇ ଦେଇଥାନ୍ତି, ସେହିପରି ରାବଣକୁ ମଧ୍ୟ ତିଆରି କରି ଜଳାଇ ଦେଇଥାନ୍ତି । କିଛି ହେଲେ ବୁଝନ୍ତି ନାହିଁ । କହୁଛନ୍ତି ମଧ୍ୟ ଏବେ ରାବଣ ରାଜ୍ୟ ଚାଲିଛି, ରାମରାଜ୍ୟର ସ୍ଥାପନ ହେବ । ଗାନ୍ଧୀଜୀ ମଧ୍ୟ ରାମରାଜ୍ୟ ଚାହୁଁଥିଲେ ତେବେ ଏହାର ଅର୍ଥ ରାବଣ ରାଜ୍ୟ ଅଛି ନା । ଯେଉଁ ପିଲାମାନେ ଏହି ରାବଣ ରାଜ୍ୟରେ କାମଚିତା ଉପରେ ବସି ଜଳିଯାଇଥିଲେ, ବାବା ଆସି ପୁନର୍ବାର ତାଙ୍କ ଉପରେ ଜ୍ଞାନର ବର୍ଷା କରି, ସମସ୍ତଙ୍କର କଲ୍ୟାଣ କରୁଛନ୍ତି । ଯେପରି ଶୁଖିଲା ମାଟିରେ ବର୍ଷା ପଡିବା ଦ୍ୱାରା ଘାସ ବାହାରିଥାଏ, ତୁମ ଉପରେ ମଧ୍ୟ ଜ୍ଞାନର ବର୍ଷା ନ ହେବା ଦ୍ୱାରା କେତେ କାଙ୍ଗାଳ ହୋଇଯାଇଥିଲ । ଏବେ ପୁଣି ଜ୍ଞାନର ବର୍ଷା ହେଉଛି ଯାହା ଦ୍ୱାରା ତୁମେ ବିଶ୍ୱର ମାଲିକ ହୋଇଯିବ । ଯଦିଓ ତୁମେ ଗୃହସ୍ଥ ବ୍ୟବହାରରେ ରହୁଛ କିନ୍ତୁ ଭିତରେ ବହୁତ ଖୁସି ରହିବା ଉଚିତ୍ । କୌଣସି ଗରୀବର ପିଲା ଯଦି ପାଠ ପଢେ ତେବେ ପାଠପଢା ଦ୍ୱାରା ସେ ବାରିଷ୍ଟର ଆଦି ହୋଇଥାଏ । ସେ ମଧ୍ୟ ବଡ-ବଡ ଲୋକଙ୍କ ସାଥିରେ ବସିବା, ଖାଇବା-ପିଇବା ଇତ୍ୟାଦି କରିଥାଏ । ଶବରୀର କଥା ମଧ୍ୟ ଶାସ୍ତ୍ରରେ ଅଛି ନା ।

ତୁମେ ଜାଣିଛ ଯିଏ ସବୁଠାରୁ ଅଧିକ ଭକ୍ତି କରିଛନ୍ତି ସେ ହିଁ ସବୁଠାରୁ ଅଧିକ ଜ୍ଞାନକୁ ଗ୍ରହଣ କରିବେ । ଆରମ୍ଭରୁ ସବୁଠାରୁ ଅଧିକ ତ ଆମେ ହିଁ ଭକ୍ତି କରିଛୁ । ତେଣୁ ଆମକୁ ହିଁ ବାବା ପ୍ରଥମେ-ପ୍ରଥମେ ସ୍ୱର୍ଗକୁ ପଠାଇ ଦେଉଛନ୍ତି । ଏହା ହେଉଛି ଜ୍ଞାନ ଯୁକ୍ତ ଯଥାର୍ଥ କଥା । ବାସ୍ତବରେ ଆମେ ହିଁ ପୂଜ୍ୟ ଥିଲେ ପୁଣି ପୂଜାରୀ ହେଉଛେ । ସମସ୍ତେ ତଳକୁ ଓହ୍ଲାଇ ଚାଲିଛନ୍ତି । ପିଲାମାନଙ୍କୁ ଏବେ ସମସ୍ତ ଜ୍ଞାନ ବୁଝାଯାଉଛି । ବର୍ତ୍ତମାନ ସାରା ଦୁନିଆ ହିଁ ନାସ୍ତିକ, କେହି ବାବାଙ୍କୁ ଜାଣିନାହାଁନ୍ତି । ସେଥିପାଇଁ ନେତୀ-ନେତୀ ଅର୍ଥାତ୍ ଆମେ ଜାଣିନାହୁଁ ବୋଲି କହିଦେଉଛନ୍ତି । ଆଗକୁ ଏହି ସନ୍ନ୍ୟାସୀ ଆଦି ସମସ୍ତେ ଆସି ଆସ୍ତିକ ନିଶ୍ଚୟ ହେବେ । କେହି ଜଣେ ସନ୍ନ୍ୟାସୀ ଆସିଗଲେ ମଧ୍ୟ ସମସ୍ତେ ତାଙ୍କ ଉପରେ ବିଶ୍ୱାସ କରିବେ ନାହିଁ । କହିବେ ଏହାଙ୍କୁ ବ୍ରହ୍ମାକୁମାରୀମାନେ ଜାଦୁ ଲଗାଇ ଦେଇଛନ୍ତି । ତାଙ୍କ ଚେଲାକୁ ଗଦି ଉପରେ ବସାଇ ତାଙ୍କୁ ବାହାର କରିଦେବେ । ଏହିପରି ବହୁତ ସନ୍ନ୍ୟାସୀ ତୁମ ପାଖକୁ ଆସିଛନ୍ତି, ପୁଣି ଗୁପ୍ତ ହୋଇଯାଇଛନ୍ତି । ଏହି ଡ୍ରାମା ବହୁତ ବିଚିତ୍ର । ଏବେ ତୁମେ ଆଦିରୁ ଅନ୍ତ ପର୍ଯ୍ୟନ୍ତ ସବୁକିଛି ଜାଣିଛ । ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ ଜ୍ଞାନକୁ ଧାରଣ କରିଥାନ୍ତି । ବାବାଙ୍କ ପାଖରେ ତ ସମସ୍ତ ଜ୍ଞାନ ଅଛି । ଏବେ ତୁମ ପାଖରେ ମଧ୍ୟ ସେହି ଜ୍ଞାନ ରହିବା ଉଚିତ୍ । ଦିନକୁ ଦିନ କେତେ ସେଣ୍ଟର ସବୁ ଖୋଲିବାରେ ଲାଗିଛି । ପିଲାମାନଙ୍କୁ ବହୁତ ଦୟାଶୀଳ ହେବାକୁ ପଡିବ । ବାବା କହୁଛନ୍ତି ନିଜ ପ୍ରତି ମଧ୍ୟ ଦୟାଶୀଳ ହୁଅ । ନିର୍ଦ୍ଦୟ ହୁଅ ନାହିଁ । ନିଜ ଉପରେ ଦୟା କରିବାକୁ ହେବ । କିପରି ? ତାହା ମଧ୍ୟ ବୁଝାଉଛନ୍ତି । ବାବାଙ୍କୁ ଯୋଗ କରି ପତିତରୁ ପାବନ ହେବାକୁ ପଡିବ । ପୁଣି କେବେ ବି ପତିତ ହେବା ପାଇଁ ପୁରୁଷାର୍ଥ କରିବା ଉଚିତ୍ ନୁହେଁ । ଦୃଷ୍ଟି ବହୁତ ଭଲ ହେବା ଉଚିତ୍ । ଆମେ ବ୍ରାହ୍ମଣମାନେ ହେଲେ ଈଶ୍ୱରୀୟ ସନ୍ତାନ । ଈଶ୍ୱର ଆମକୁ ପୋଷ୍ୟ କରିଛନ୍ତି ନା । ତେଣୁ ଏବେ ମନୁଷ୍ୟରୁ ଦେବତା ହେବାକୁ ପଡିବ । ପ୍ରଥମେ ସୂକ୍ଷ୍ମଦେବଲୋକ ନିବାସୀ ଫରିସ୍ତା ହେବ । ଏବେ ତୁମେ ଫରିସ୍ତା ହେବାକୁ ଯାଉଛ । ସୂକ୍ଷ୍ମଲୋକର ରହସ୍ୟ ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି । ଏଠାରେ ହେଲା ଟକି, ଅର୍ଥାତ୍ ବାଣୀ, ସୂକ୍ଷ୍ମଲୋକରେ ହେଲା ମୁବି ଅର୍ଥାତ୍ ଈଶାରା ଅଥବା ଠାର, ବ୍ରହ୍ମଲୋକରେ ସମ୍ପୂର୍ଣ୍ଣ ଶାନ୍ତି ଥାଏ । ସୂକ୍ଷ୍ମଲୋକ ହେଉଛି ଫରିସ୍ତାମାନଙ୍କର ଦୁନିଆ । ଯେପରି ଭୂତମାନଙ୍କର ଶରୀର ଛାୟୀ ସଦୃଶ ହୋଇଥାଏ ନା । ଆତ୍ମାକୁ ଶରୀର ନ ମିଳିଲେ ସେ ଘୂରିବୁଲେ ତାକୁ ଭୂତ ବୋଲି କୁହାଯାଏ । ତାଙ୍କୁ ଏହି ଆଖି ଦ୍ୱାରା ମଧ୍ୟ ଦେଖିପାରିବ । ଏମାନେ ପୁଣି ସୂକ୍ଷ୍ମଲୋକ ନିବାସୀ ଫରିସ୍ତା ଅଟନ୍ତି । ଏସବୁ ବହୁତ ବୁଝିବାର କଥା । ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୂଳଲୋକ ଏସବୁର ଜ୍ଞାନ ତୁମ ପାଖରେ ଅଛି । ତେବେ ଚାଲିବା ବୁଲିବା ସମୟରେ ମଧ୍ୟ ବୁଦ୍ଧିରେ ଏହି ସମସ୍ତ ଜ୍ଞାନ ରହିବା ଉଚିତ୍ । ଆମେ ବାସ୍ତବରେ ବ୍ରହ୍ମଲୋକ ନିବାସୀ ଅଟୁ । ଏବେ ପୁଣି ଆମେ ସେଠାକୁ ଭାୟା ସୂକ୍ଷ୍ମଲୋକ ଦେଇ ଯିବୁ । ବାବା ବର୍ତ୍ତମାନ ହିଁ ସୂକ୍ଷ୍ମଲୋକ ରଚନା କରିଛନ୍ତି । ପ୍ରଥମେ ସୂକ୍ଷ୍ମ ତାପରେ ସ୍ଥୂଳ ଦରକାର । ବର୍ତ୍ତମାନ ଏହା ହେଲା ସଂଗମଯୁଗ । ଏହାକୁ ଈଶ୍ୱରୀୟ ଯୁଗ, ତାକୁ ଅର୍ଥାତ୍ ସତ୍ୟଯୁଗକୁ ଦୈବୀଯୁଗ କୁହାଯିବ । ଏବେ ତୁମମାନେ କେତେ ଖୁସି ହେବା ଉଚିତ୍ । କାହା ପ୍ରତି କୁଦୃଷ୍ଟି ଗଲେ ପୁଣି ଉଚ୍ଚପଦ ପାଇପାରିବ ନାହିଁ । ଏବେ ତୁମେ ବ୍ରାହ୍ମଣ-ବ୍ରାହ୍ମଣୀ ଅଟ ନା । ଏଠାରୁ ଘରକୁ ଗଲେ ଏକଥା ଭୁଲିଯିବା ଉଚିତ୍ ନୁହେଁ । ତୁମେ ସଙ୍ଗଦୋଷରେ ପଡି ଭୁଲିଯାଉଛ । ତୁମେ ଈଶ୍ୱରୀୟ ସନ୍ତାନ ଅଟ । ତୁମର କାହା ପ୍ରତି ମଧ୍ୟ ଆନ୍ତରିକ ସ୍ନେହ ଯିବା ଉଚିତ୍ ନୁହେଁ । ଯଦି ସ୍ନେହ ଯାଉଛି ତେବେ ମୋହର ମାଙ୍କଡୀ ବୋଲି କୁହାଯିବ । ତୁମର ଧନ୍ଦା ହେଲା ସମସ୍ତଙ୍କୁ ପବିତ୍ର କରାଇବା । ତୁମେ ହେଲ ବିଶ୍ୱକୁ ସ୍ୱର୍ଗରେ ପରିଣତ କଲାବାଲା । କେଉଁଠି ସେମାନେ ରାବଣର ଆସୁରୀ ସନ୍ତାନ, କେଉଁଠି ତୁମେ ଈଶ୍ୱରୀୟ ସନ୍ତାନ । ତୁମକୁ ନିଜର ଅବସ୍ଥାକୁ ଏକରସ ସ୍ଥିର କରିବା ପାଇଁ ସବୁ କିଛି ଦେଖି ମଧ୍ୟ ଯେପରି କିଛି ଦେଖୁନାହଁ, ଏହି ଅଭ୍ୟାସ କରିବାକୁ ହେବ । ଏଥିରେ ବୁଦ୍ଧିକୁ ଏକରସ ରଖିବା ବହୁତ ସାହାସର କଥା । ନିର୍ଭୁଲ ହେବା ପାଇଁ ମେହନତ କରିବାକୁ ହେବ । ସଂପୂର୍ଣ୍ଣ ହେବା ପାଇଁ ସମୟ ଦରକାର । କର୍ମାତୀତ ଅବସ୍ଥା ହେଲେ ହିଁ ସେହି ପବିତ୍ର ଦୃଷ୍ଟି ରହିବ, ସେ ପର୍ଯ୍ୟନ୍ତ କିଛି ନା କିଛି ଆକର୍ଷଣ ହୋଇଥାଏ । ଏଥିରେ ବିଲ୍କୁଲ୍ ଉପରାମ (ହାଲୁକା) ହେବାକୁ ପଡିବ । ସେଥିପାଇଁ ବୁଦ୍ଧିର ସଂଯୋଗ ବାବାଙ୍କ ସହ ସ୍ପଷ୍ଟ ରହିବା ଦରକାର । ଦେଖି ମଧ୍ୟ ତୁମେ ଯେପରି ଦେଖୁନାହଁ, ଏପରି ଅଭ୍ୟାସ ଯାହାର ହୋଇଥିବ ସେ ହିଁ ଉଚ୍ଚ ପଦ ପାଇବେ । ଏବେ ସେହି ଅବସ୍ଥା ହୋଇନାହିଁ । ସନ୍ନ୍ୟାସୀମାନେ ତ ଏହି କଥାକୁ ବୁଝି ହିଁ ନାହାଁନ୍ତି । ଏଠାରେ ତ ବହୁତ ପରିଶ୍ରମ କରିବାକୁ ପଡିଥାଏ । ତୁମେ ଜାଣୁଛ ଆମେ ମଧ୍ୟ ଏହି ପୁରୁଣ ଦୁନିଆର ସନ୍ନ୍ୟାସ କରି ସାରିଛୁ । ବାସ୍ ଆମକୁ ଏବେ ସେହି ସୁଇଟ୍ ମିଠା ଶାନ୍ତିଧାମ ଯିବାକୁ ହେବ । ଆଉ କାହାରି ବୁଦ୍ଧିରେ ଏକଥା ନାହିଁ ଯେତିକି ତୁମ ବୁଦ୍ଧିରେ ଅଛି । ତୁମେ ହିଁ ଜାଣିଛ ଏବେ ଆମକୁ ଘରକୁ ଯିବାକୁ ହେବ । ଶିବ ଭଗବାନୁବାଚ ମଧ୍ୟ ରହିଛି ସେ ପତିତ-ପାବନ, ମୁକ୍ତିଦାତା, ପଥ ପ୍ରଦର୍ଶକ ଅଟନ୍ତି । କୃଷ୍ଣ କୌଣସି ପଥ ପ୍ରଦର୍ଶକ ନୁହଁନ୍ତି । ବର୍ତ୍ତମାନ ତୁମେ ମଧ୍ୟ ସମସ୍ତଙ୍କୁ ରାସ୍ତା ବତାଇବା ଶିଖୁଛ, ସେଥିପାଇଁ ତୁମର ନାମ ପାଣ୍ଡବ ରଖାଯାଇଛି । ଏହା ତୁମ ପାଣ୍ଡବମାନଙ୍କର ସେନା ଅଟେ । ଏବେ ତୁମେ ଦେହୀ-ଅଭିମାନୀ ହୋଇଛ । ଜାଣିଛ ଏବେ ଘରକୁ ଯିବାକୁ ହେବ, ଏହି ପୁରୁଣା ଶରୀର ଛାଡି ଦେବାକୁ ହେବ । ସର୍ପ ଏବଂ ଭ୍ରମରୀର ଉଦାହରଣ ମଧ୍ୟ ରହିଛି, ଏସବୁ ହେଲା ଏହି ସମୟର କଥା । ତୁମେ ଏବେ ବାସ୍ତବରେ ଅଛ । ସେମାନେ (ସର୍ପ ବା ଭ୍ରମରୀ) ତ ଏହି ଧନ୍ଦା କରିପାରିବେ ନାହିଁ । ତୁମେ ଜାଣିଛ ଏହା କବରସ୍ଥାନ ଅଟେ, ଏବେ ପୁଣି ପରିସ୍ଥାନ ହେବ ।

ତୁମ ପାଇଁ ସବୁଦିନ ଶୁଭ । ତୁମେ ପିଲାମାନେ ସର୍ବଦା ଭାଗ୍ୟବାନ ଅଟ । ବିଶେଷ କରି ଗୁରୁବାରରେ ପିଲାମାନଙ୍କୁ ସ୍କୁଲରେ ନାମ ଲେଖାଇଥାନ୍ତି । ସେହି ପ୍ରଥା ଏବେ ମଧ୍ୟ ଚାଲିଆସୁଛି । ତୁମକୁ ଏବେ ବୃକ୍ଷପତି ପାଠ ପଢାଉଛନ୍ତି । ଏହି ବୃହସ୍ପତିର ଦଶା ତୁମର ଜନ୍ମ-ଜନ୍ମାନ୍ତର ଚାଲିବ । ଏହା ବେହଦର ଅର୍ଥାତ୍ ଅବିନାଶୀ ଦଶା ଅଟେ । ଭକ୍ତିମାର୍ଗରେ ହଦର (ଅଳ୍ପ ସମୟର) ଦଶା ଚାଲିଥାଏ, ବର୍ତ୍ତମାନ ବେହଦର ଦଶା ଚାଲିଛି । ତେଣୁ ସଂପୂର୍ଣ୍ଣ ରୂପେ ମେହନତ କରିବାକୁ ପଡିବ । ଲକ୍ଷ୍ମୀ-ନାରାୟଣ ତ ଜଣେ ହେବେ ନାହିଁ ନା । ତାଙ୍କର ଡିନାୟଷ୍ଟି ଅର୍ଥାତ୍ ରାଜବଂଶ ଚାଲିବ ନା । ତେବେ ସେଠାରେ ନିଶ୍ଚୟ ବହୁତ ଜଣ ରାଜ୍ୟ କରୁଥିବେ । ଲକ୍ଷ୍ମୀ-ନାରାୟଣଙ୍କର ସୂର୍ଯ୍ୟବଂଶୀ ରାଜବଂଶର ରାଜ୍ୟ ଚାଲିବ, ଏକଥା ମଧ୍ୟ ତୁମ ବୁଦ୍ଧିରେ ଅଛି । ତୁମକୁ ଏକଥାର ସାକ୍ଷାତ୍କାର ମଧ୍ୟ ହୋଇଛି ଯେ କିପରି ରାଜତିଳକ ଦେଉଛନ୍ତି । ସୂର୍ଯ୍ୟବଂଶୀ ପୁଣି ଚନ୍ଦ୍ରବଂଶୀଙ୍କୁ କିପରି ରାଜ୍ୟ ଦେଉଛନ୍ତି । ମାତା-ପିତା ପୁତ୍ରର ପାଦ ଧୋଇ ଦେଇ ରାଜ-ତିଳକ ଲଗାଇ, ରାଜ୍ୟ-ଭାଗ୍ୟ ଦେଇଥାନ୍ତି । ଏହି ସାକ୍ଷାତ୍କାର ଆଦି ସବୁ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି, ଏଥିରେ ତୁମେ ଦ୍ୱନ୍ଦରେ ପଡିବାର ଆବଶ୍ୟକତା ନାହିଁ । ତୁମେ ବାବାଙ୍କୁ ମନେ ପକାଇ, ସ୍ୱଦର୍ଶନ ଚକ୍ରଧାରୀ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଅ । ତୁମେ ହେଉଛ ବ୍ରହ୍ମା ମୁଖବଂଶାବଳୀ ସ୍ୱଦର୍ଶନ ଚକ୍ରଧାରୀ ସଚ୍ଚା ବ୍ରାହ୍ମଣ, ଶାସ୍ତ୍ରରେ ସ୍ୱଦର୍ଶନ ଚକ୍ର ଦ୍ୱାରା କେତେ ହିଂସା ଦେଖାଇଛନ୍ତି । ଏବେ ବାବା ତୁମକୁ ସତ୍ୟ ଗୀତା ଶୁଣାଉଛନ୍ତି । ଏହାକୁ କଣ୍ଠସ୍ଥ କରିନେବା ଉଚିତ୍ । ଏହା କେତେ ସହଜ । ତୁମର ସବୁ ସମ୍ପର୍କ ଗୀତା ସହିତ ରହିଛି । ଗୀତାରେ ଜ୍ଞାନ ସହିତ ଯୋଗ ମଧ୍ୟ ରହିଛି । ତୁମକୁ ମଧ୍ୟ (ଜ୍ଞାନ ଓ ଯୋଗର) ଗୋଟିଏ ପୁସ୍ତକ କରିବା ଉଚିତ୍ । ଯୋଗର ପୁସ୍ତକ ଅଲଗା କରିବା କଣ ଦରକାର । କିନ୍ତୁ ଆଜିକାଲି ଯୋଗର ବହୁତ ଚାହିଦା ରହିଛି ସେଥିପାଇଁ ସହଜ ରାଜଯୋଗର ନାମ ରଖାଯାଇଛି ଯାହାକି ମନୁଷ୍ୟ ଆସି ବୁଝିବେ । ଶେଷରେ ବୁଝିଯିବେ ଯେ ଯୋଗ ଏକମାତ୍ର ବାବାଙ୍କ ସହିତ ଲଗାଇବାକୁ ହେବ । ଯିଏ ଶୁଣିବେ ସେ ନିଜ ଧର୍ମରେ ଆସି ଉଚ୍ଚ ପଦ ପାଇବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜ ଉପରେ ନିଜକୁ ଦୟା କରିବାକୁ ହେବ, ନିଜର ଦୃଷ୍ଟିକୁ ବହୁତ ବହୁତ ପବିତ୍ର ରଖିବାକୁ ହେବ । ସ୍ୱୟଂ ଈଶ୍ୱର ଆମକୁ ମନୁଷ୍ୟରୁ ଦେବତା କରିବା ପାଇଁ ନିଜର ସନ୍ତାନ କରିଛନ୍ତି ସେଥିପାଇଁ ପତିତ ହେବାର ବିଚାର କେବେ ବି ଆସିବା ଉଚିତ୍ ନୁହେଁ ।

(୨) ସଂପୂର୍ଣ୍ଣ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ସଦା ସର୍ବଦା ଉପରାମ ଅର୍ଥାତ୍ ନିଶ୍ଚିନ୍ତ ରହିବାର ଅଭ୍ୟାସ କରିବାକୁ ହେବ । ଏହି ଦୁନିଆରେ ସବୁ କିଛି ଦେଖୁଥିଲେ ମଧ୍ୟ କିଛି ବି ଦେଖିବାର ନାହିଁ । ଏହି ଅଭ୍ୟାସ ଦ୍ୱାରା ନିଜର ଅବସ୍ଥାକୁ ଏକରସ ଅର୍ଥାତ୍ ସ୍ଥିର ରଖିବାକୁ ହେବ ।

ବରଦାନ:-
ଶ୍ରେଷ୍ଠ ପାଳନାର ବିଧି ଦ୍ୱାରା ସମ୍ପୂର୍ଣ୍ଣ ବୃଦ୍ଧି କରି ସମସ୍ତଙ୍କର ଅଭିନନ୍ଦନର ପାତ୍ର ହୁଅ ।

ସଂଗମଯୁଗ ଅଭିନନ୍ଦନ ବା ଶୁଭକାମନା ଆଧାରରେ ଆଗକୁ ଆଗକୁ ବଢିଚାଲିବାର ଯୁଗ । ବାବାଙ୍କର ତଥା ପରିବାରର ଶୁଭକାମନା ଦ୍ୱାରା ହିଁ ତୁମେମାନେ ପାଳିତ ହେଉଛ । ସମସ୍ତଙ୍କର ଶୁଭଭାବନା-ଶୁଭକାମନା ଦ୍ୱାରା ନାଚୁଛ, ଗାଉଛ, ପାଳିତ ହେଉଛ ଏବଂ ଆଗକୁ ଉଡିଚାଲିଛ । ଏହିଭଳି ପାଳନା ମଧ୍ୟ ବିଚିତ୍ର ଅଟେ । ତେଣୁ ତୁମେମାନେ ମଧ୍ୟ ବିଶାଳ ହୃଦୟରେ, ଦୟାର ଭାବନା ରଖି, ଦାତା ହୋଇ ସବୁ ସମୟରେ ପରସ୍ପରକୁ ବହୁତ ଭଲ, ବହୁତ ଭଲ କହି ଶୁଭକାମନା ରୂପୀ ଅଭିନନ୍ଦନ ଦେଇଚାଲ ଏହା ହିଁ ହେଉଛି ପାଳନା ଦେବାର ଶ୍ରେଷ୍ଠ ବିଧି । ଏହି ବିଧି ଦ୍ୱାରା ସମସ୍ତଙ୍କର ପାଳନା କରିଚାଲ ତେବେ ନିଜେ ମଧ୍ୟ ଅଭିନନ୍ଦନର ପାତ୍ର ହୋଇଯିବ ।

ସ୍ଲୋଗାନ:-
ନିଜର ସ୍ୱଭାବକୁ ସରଳ କରିଦେବା ହିଁ ସମାଧାନ ସ୍ୱରୂପ ହେବାର ସହଜ ବିଧି ।


ମାତେଶ୍ୱରୀ ଜୀଙ୍କର ଅନମୋଲ୍ ମହାବାକ୍ୟ :

ଅଧାକଳ୍ପ ଜ୍ଞାନମାର୍ଗ, ବ୍ରହ୍ମାଙ୍କର ଦିନ ଏବଂ ଅଧାକଳ୍ପ ଭକ୍ତିମାର୍ଗ, ବ୍ରହ୍ମାଙ୍କର ରାତି

ଅଧାକଳ୍ପ ବ୍ରହ୍ମାଙ୍କର ଦିନ ଏବଂ ଅଧାକଳ୍ପ ବ୍ରହ୍ମାଙ୍କର ରାତ୍ରି । ଏବେ ରାତ୍ରି ସମାପ୍ତ ହୋଇ ସକାଳ ହେବ । ଶିବବାବା ଆସି ଅନ୍ଧକାରକୁ ସମାପ୍ତ କରି ପ୍ରକାଶର ଆରମ୍ଭ କରୁଛନ୍ତି । ଜ୍ଞାନ ହେଲା ପ୍ରକାଶ ଏବଂ ଭକ୍ତି ଅନ୍ଧକାର । ଗୀତ ମଧ୍ୟ ଗାନ କରୁଛନ୍ତି, ଏହି ପାପର ଦୁନିଆରୁ ନେଇଚାଲ ଆଉ କେଉଁ ଆଡକୁ ପ୍ରଭୁ । ଯେଉଁଠି ଚିତ୍ତ ଶାନ୍ତି ପାଇବ, ଏହା ହେଉଛି ଅଶାନ୍ତିର ଦୁନିଆ, ଏଠାରେ ଶାନ୍ତି ନାହିଁ । ମୁକ୍ତିଧାମରେ ତ ନା ଶାନ୍ତି ଅଛି, ନା ଅଶାନ୍ତି । ସତ୍ୟଯୁଗ ଏବଂ ତ୍ରେତାଯୁଗ ହେଲା ଶାନ୍ତିର ଦୁନିଆ, ଯେଉଁ ସୁଖଧାମକୁ ସମସ୍ତେ ମନେ ପକାଉଛନ୍ତି ତେବେ ତୁମେମାନେ ଏବେ ସେହି ଶାନ୍ତିର ଦୁନିଆକୁ ଯାଉଛ । କିନ୍ତୁ ସେଠାକୁ କେହି ବି ଅପବିତ୍ର ଆତ୍ମା ଯାଇପାରିବେ ନାହିଁ । ସେମାନେ ଶେଷ ସମୟରେ ଧର୍ମରାଜଙ୍କର ଦଣ୍ଡ ଭୋଗ କରି କର୍ମବନ୍ଧନରୁ ମୁକ୍ତ ହୋଇ ଶୁଦ୍ଧ ସଂସ୍କାର ନେଇ ଯାଆନ୍ତି କାରଣ ସେଠାରେ ନା ଅଶୁଦ୍ଧ ସଂସ୍କାର ଥାଏ ନା ପାପ । ଯେତେବେଳେ ଆତ୍ମା ନିଜର ସତ୍ୟପିତାଙ୍କୁ ଭୁଲିଯାଏ, ତେବେ ଏହି ଭୂଲ୍ ଭୂଲେୟାର ଖେଳ, ହାରିବା ଜିତିବାର ଖେଳ ତିଆରି ହୋଇଛି ସେଥିପାଇଁ ଆମେ ସର୍ବଶକ୍ତିମାନ ପରମାତ୍ମା ଦ୍ୱାରା ଶକ୍ତି ନେଇ ବିକାର ଉପରେ ବିଜୟ ପ୍ରାପ୍ତ କରି ୨୧ ଜନ୍ମ ପାଇଁ ରାଜତ୍ୱର ଭାଗ୍ୟ ନେଉଛୁ ।