26.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଡ୍ରାମାର ଶ୍ରେଷ୍ଠଜ୍ଞାନ ତୁମମାନଙ୍କ ନିକଟରେ ହିଁ ରହିଛି, ତୁମେ ଜାଣିଛ ଯେ ଏହି ଡ୍ରାମାର ଅବିକଳ ପୁନରାବୃତ୍ତି ହେଉଛି ।

ପ୍ରଶ୍ନ:-
ପ୍ରବୃତ୍ତିରେ ରହୁଥିବା ପିଲାମାନେ ବାବାଙ୍କୁ କେଉଁ ପ୍ରଶ୍ନ ପଚାରୁଛନ୍ତି ଏବଂ ବାବା ତାଙ୍କୁ କେଉଁ ରାୟ ଦେଉଛନ୍ତି ?

ଉତ୍ତର:-
କେହି କେହି ସନ୍ତାନ ପଚାରୁଛନ୍ତି ବାବା ଆମେ ବ୍ୟବସାୟ ଇତ୍ୟାଦି କରିବୁ ? ବାବା କହୁଛନ୍ତି ପିଲାମାନେ ବ୍ୟବସାୟ ନିଶ୍ଚିତ କର କିନ୍ତୁ ରାଜକୀୟ ବ୍ୟବସାୟ କର । ବ୍ରାହ୍ମଣ ପିଲାମାନେ କେବେହେଲେ ମଦ, ସିଗାରେଟ୍, ବିଡି ଇତ୍ୟାଦିର ଛି ଛି ଅର୍ଥାତ୍ ନିକୃଷ୍ଟ ବ୍ୟବସାୟ କରିପାରିବେ ନାହିଁ କାରଣ ଏହା ଦ୍ୱାରା ଆହୁରି ଅଧିକ ବିକାର ପ୍ରତି ଆକର୍ଷଣ ସୃଷ୍ଟି ହୋଇଥାଏ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଏବେ ଗୋଟିଏ ହେଲା ଆତ୍ମିକ ପିତାଙ୍କର ଶ୍ରୀମତ, ଦ୍ୱିତୀୟଟି ହେଲା ରାବଣର ଆସୁରୀ ମତ । ଆସୁରୀ ମତ ବାବାଙ୍କର ତ କୁହାଯିବ ନାହିଁ । ରାବଣକୁ ତ ବାପା କୁହାଯିବ ନାହିଁ ନା । ତାହା ହେଲା ରାବଣର ଆସୁରୀ ମତ । ଏବେ ତୁମମାନଙ୍କୁ ମିଳୁଛି ଈଶ୍ୱରୀୟ ମତ । ଏଥିରେ କେତେ ରାତି-ଦିନର ଅନ୍ତର ରହିଛି । ବୁଦ୍ଧିରେ ଆସୁଛି ଈଶ୍ୱରୀୟ ମତ ଦ୍ୱାରା ଆମେ ଦୈବୀଗୁଣ ଧାରଣ କରି ଆସୁଛୁ । ଏକଥା କେବଳ ତୁମେ ପିଲାମାନେ ବାବାଙ୍କ ଦ୍ୱାରା ଶୁଣୁଛ, ଅନ୍ୟ କାହାକୁ ଜଣା ନାହିଁ । ବାବା ସମ୍ପତ୍ତି ଦେବା ପାଇଁ ହିଁ ପିଲାମାନଙ୍କ ସହିତ ମିଶୁଛନ୍ତି । ରାବଣ ଦ୍ୱାରା ତ ସମ୍ପତ୍ତି ଆହୁରି କମ୍ ହୋଇଯାଏ । ଈଶ୍ୱରୀୟ ମତ କେଉଁଠାକୁ ନେଇଯାଉଛି ଏବଂ ଆସୁରୀମତ କେଉଁଠାକୁ ନେଇଥାଏ, ଏହା ତୁମେ ହିଁ ଜାଣିଛ । ଯେବେଠାରୁ ତୁମକୁ ଆସୁରୀ ମତ ମିଳିଛି ତୁମେ ତଳକୁ ଖସି ଖସି ଆସିଛ । ନୂଆ ଦୁନିଆରେ ଅଳ୍ପ ଅଳ୍ପ କରି ତଳକୁ ଖସିଥାଅ । ଖସିବା କିପରି ହୋଇଥାଏ ପୁଣି ଚଢିବା କିପରି ହୋଇଥାଏ - ଏହା ମଧ୍ୟ ତୁମେ ପିଲାମାନେ ଏବେ ବୁଝିଯାଇଛ । ପୁଣି ଶ୍ରେଷ୍ଠ ହେବା ପାଇଁ ଏବେ ତୁମମାନଙ୍କୁ ଶ୍ରୀମତ ମଧ୍ୟ ମିଳୁଛି । ତୁମେ ଏଠାକୁ ଆସିଛ ଶ୍ରେଷ୍ଠ ହେବା ପାଇଁ । ତୁମେ ଜାଣିଛ ଆମେ ପୁଣି ଶ୍ରେଷ୍ଠ ମତ କିପରି ପାଇବୁ । ଅନେକ ଥର ତୁମେ ଶ୍ରେଷ୍ଠ ମତ ଦ୍ୱାରା ଉଚ୍ଚ ପଦ ପାଇଛ । ପୁଣି ପୁନର୍ଜନ୍ମ ନେଇ ନେଇ ତଳକୁ ଖସିଆସିଛ । ପୁଣି ଥରେ ମାତ୍ର ହିଁ ଚଢୁଛ । ନମ୍ବରବାର ପୁରୁଷାର୍ଥ ଅନୁସାରେ ତ ହୋଇଥାନ୍ତି । ବାବା ବୁଝାଉଛନ୍ତି, ଏଥିରେ ସମୟ ଲାଗୁଛି । ଏବେ ପୁଣି ଏହି ପୁରୁଷୋତ୍ତମ ସଂଗମଯୁଗର ମଧ୍ୟ ସମୟ ରହିଛି ନା, ପୂରା ଆକ୍ୟୁରେଟ୍ (ସଠିକ୍) ସମୟ ରହିଛି । ଡ୍ରାମା ପୂରା ଆକ୍ୟୁରେଟ୍ ଚାଲୁଛି ଏବଂ ଏହି ଡ୍ରାମା ବଡ ଆଶ୍ଚର୍ଯ୍ୟଜନକ ମଧ୍ୟ । କିନ୍ତୁ ପିଲାମାନଙ୍କୁ ବୁଝିବା ପାଇଁ ବଡ ସହଜ ହୋଇଥାଏ । ଏବେ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ବର୍ସା ନେବାକୁ ହେବ । ବାସ୍ । ଯେହେତୁ ପୁରୁଷାର୍ଥ କରୁଛନ୍ତି ତେଣୁ କାହା କାହାକୁ ଡିଫିକଲ୍ଟ (କଷ୍ଟ) ମଧ୍ୟ ଲାଗୁଛି । ଏତେ ଉଚ୍ଚରୁ ଉଚ୍ଚ ପଦ ପାଇବା କଣ ସହଜ କଥା! ବାବାଙ୍କ ସ୍ମୃତି ବହୁତ ସହଜ ଏବଂ ବାବାଙ୍କର ବର୍ସା ମଧ୍ୟ ବହୁତ ସହଜ । ଏହା ତ ଗୋଟିଏ ସେକେଣ୍ଡର କଥା । ପୁରୁଷାର୍ଥ କରିବା ସମୟରେ ପୁଣି ମାୟାର ବିଘ୍ନ ମଧ୍ୟ ପଡିଥାଏ । ତେବେ ରାବଣ ଉପରେ ବିଜୟ ପାଇବାକୁ ହିଁ ହୋଇଥାଏ । ଏବେ ସାରା ସୃଷ୍ଟି ଉପରେ ଏହି ରାବଣର ରାଜ୍ୟ ଚାଲିଛି । ଏବେ ତୁମେ ବୁଝିପାରୁଛ ଯେ ଆମେ ଯୋଗବଳ ଦ୍ୱାରା ରାବଣ ଉପରେ ପ୍ରତି କଳ୍ପ ବିଜୟ ପ୍ରାପ୍ତ କରି ଆସିଛୁ ଏବଂ ଏବେ ମଧ୍ୟ ପ୍ରାପ୍ତ କରୁଛୁ । ଶିକ୍ଷାଦାତା ଏକମାତ୍ର ବେହଦର ପିତା ଅଟନ୍ତି । ଭକ୍ତିମାର୍ଗରେ ମଧ୍ୟ ତୁମେ ବାବା ବାବା କହିଆସିଛ । କିନ୍ତୁ ପୂର୍ବରୁ ବାବାଙ୍କୁ ଜାଣିନଥିଲ । ଆତ୍ମାକୁ ଜାଣିଥିଲ । କହୁଥିଲ ଭ୍ରୁକୁଟୀ ମଧ୍ୟରେ ଚମକୁଛି ଏକ ଅଜବ ତାରକା । ଆତ୍ମାକୁ ଜାଣି ମଧ୍ୟ ବାବାଙ୍କୁ ଜାଣିନଥିଲ । କିପରି ବିଚିତ୍ର ଡ୍ରାମା ଅଟେ । କହୁଥିଲ ହେ ପରମପିତା ପରମାତ୍ମା, ମନେ ପକାଉଥିଲ, କିନ୍ତୁ ଜାଣିନଥିଲ । ନା ଆତ୍ମାର ଆକ୍ୟୁପେସନ୍ (କର୍ତ୍ତବ୍ୟ), ନା ପରମାତ୍ମାଙ୍କରଆକ୍ୟୁପେସନକୁ ପୂରା ଜାଣିଥିଲ । ଏବେ ବାବା ନିଜେ ଆସି ବୁଝାଉଛନ୍ତି । ବାବାଙ୍କ ବିନା କେହି କେବେ ଏସବୁର ଅନୁଭୂତି କରାଇପାରିବେ ନାହିଁ । ଆଉ କାହାର ପାର୍ଟ ହିଁ ନାହିଁ । ଗାୟନ ମଧ୍ୟ ଅଛି ଈଶ୍ୱରୀୟ ସମ୍ପ୍ରଦାୟ, ଆସୁରୀ ସମ୍ପ୍ରଦାୟ ଏବଂ ଦୈବୀ ସମ୍ପ୍ରଦାୟ । ଏହା ବହୁତ ସହଜ କଥା । କିନ୍ତୁ ଏହି କଥା ମନେ ରହୁ ଏଥିରେ ହିଁ ମାୟା ବିଘ୍ନ ପକାଇଥାଏ, ଭୁଲାଇ ଦେଇଥାଏ । ବାବା କହୁଛନ୍ତି ନମ୍ବରବାର ପୁରୁଷାର୍ଥ ଅନୁସାରେ ଯୋଗ କରି କରି ଯେବେ ଡ୍ରାମାର ଅନ୍ତିମ ଅବସ୍ଥା ଆସିବ ଅର୍ଥାତ୍ ପୁରୁଣା ଦୁନିଆର ସମାପ୍ତ ହେବ ସେତେବେଳେ ନମ୍ବରବାର ପୁରୁଷାର୍ଥ ଅନୁସାରେ ରାଜଧାନୀ ସ୍ଥାପନ ହୋଇଯିବ । ଶାସ୍ତ୍ରରୁ ଏହି କଥା କେହି କେବେ ବୁଝାଇ ପାରିବେ ନାହିଁ । ଗୀତା ଆଦି ତ ଇଏ ମଧ୍ୟ ବହୁତ ପଢିଛନ୍ତି ନା । ଏବେ ବାବା କହୁଛନ୍ତି ଏହାର (ଶାସ୍ତ୍ର ଜ୍ଞାନର) କୌଣସି ମୂଲ୍ୟ ନାହିଁ । କିନ୍ତୁ ଭକ୍ତିରେ କର୍ଣ୍ଣରସ ବହୁତ ମିଳିଥାଏ । ତେଣୁ ଛାଡି ନଥାନ୍ତି ।

ତୁମେ ଜାଣିଛ ସବୁକିଛି ପୁରୁଷାର୍ଥ ଉପରେ ହିଁ ନିର୍ଭର କରେ । ଧନ୍ଦା (ବ୍ୟବସାୟ) ଆଦି ମଧ୍ୟ କାହାର ରୟାଲ (ରାଜକୀୟ) ହୋଇଥାଏ, କାହାର ଛି-ଛି ଧନ୍ଦା ହୋଇଥାଏ । ମଦ, ବିଡି, ସିଗାରେଟ୍, ଆଦି ବିକିଥାନ୍ତି ଏହା ତ ବହୁତ ଖରାପ ଧନ୍ଦା ଅଟେ । ମଦ ହିଁ ସବୁ ବିକାରକୁ ନିମନ୍ତ୍ରଣ କରିଥାଏ । କାହାକୁ ମଦୁଆ କରାଇବା ଏହି ଧନ୍ଦା ଭଲ ନୁହେଁ । ବାବା ରାୟ ଦେଉଛନ୍ତି ଯୁକ୍ତିର ସହିତ ଏହି ଧନ୍ଦାକୁ ଚେଞ୍ଜ (ପରିବର୍ତ୍ତନ) କରିନିଅ । ନଚେତ୍ ଉଚ୍ଚ ପଦ ପାଇପାରିବ ନାହିଁ । ବାବା ବୁଝାଉଛନ୍ତି କେବଳ ଅବିନାଶୀ ଜ୍ଞାନ ରତ୍ନର ଧନ୍ଦା ବ୍ୟତୀତ ଏହି ସବୁ ଧନ୍ଦାରେ କ୍ଷତି ହିଁ ହୋଇଥାଏ । ଯଦିଓ ବ୍ରହ୍ମାବାବା ହୀରା ବ୍ୟବସାୟ କରୁଥିଲେ କିନ୍ତୁ ଫାଇଦା ତ କିଛି ହେଲା ନାହିଁ ନା । ହଁ ଲକ୍ଷପତି ହେଲେ । କିନ୍ତୁ ଏହି ଧନ୍ଦାରୁ ତୁମେ କଣ ହେଉଛ ? ବାବା ପତ୍ରରେ ମଧ୍ୟ ସବୁବେଳେ ଲେଖିଥାନ୍ତି ପଦମାପଦମ ଭାଗ୍ୟଶାଳୀ ଏବଂ ତାହା ମଧ୍ୟ ୨୧ ଜନ୍ମ ପାଇଁ ହୋଇଥାନ୍ତି । ତୁମେ ମଧ୍ୟ ବୁଝି ପାରୁଛ ବାବା ବିଲକୁଲ୍ ଠିକ୍ ହିଁ କହୁଛନ୍ତି । ଆମେ ସେହି ଦେବୀ ଦେବତା ଥିଲେ, ପୁଣି ଚକ୍ର ଲଗାଇ ତଳକୁ ଆସିଲେ । ଏବେ ତୁମେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ମଧ୍ୟ ଜାଣିଯାଇଛ । ଜ୍ଞାନ ତ ବାବାଙ୍କ ଦ୍ୱାରା ମିଳିଛି କିନ୍ତୁ ତା ସହିତ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ନିଜର ଯାଞ୍ଚ କରିବାକୁ ହେବ ମୋ ଠାରେ କୌଣସି ଆସୁରୀ ଅବଗୁଣ ତ ନାହିଁ ? ଏହି ବାବା ମଧ୍ୟ ଜାଣିଛନ୍ତି ମୁଁ ମୋର ଏହି ଶରୀର ରୂପୀ ଘରକୁ ଭଡାରେ ଦେଇଛି । ଏହା ମଧ୍ୟ ଘର ଅଟେ ନା । ଏଥିରେ ଆତ୍ମା ରହିଥାଏ । ମୋତେ ବହୁତ ନିଶା ରହୁଛି କି ଭଗବାନଙ୍କୁ ମୁଁ ଭଡାରେ ଘର ଦେଇଛି! ଡ୍ରାମା ପ୍ଲାନ୍ ଅନୁସାରେ ଅନ୍ୟ କୌଣସି ଘର ତାଙ୍କୁ ନେବାର ହିଁ ନାହିଁ । କଳ୍ପ କଳ୍ପ ତାଙ୍କୁ ଏହି ଘରକୁ ହିଁ ନେବାକୁ ପଡିଥାଏ । ଏହାଙ୍କୁ ତ ଖୁସୀ ହୋଇଥାଏ ନା । କିନ୍ତୁ ପୁଣି ହଙ୍ଗାମା ମଧ୍ୟ କେତେ ହୋଇଗଲା । ଏହି ବାବା ମଧ୍ୟ କେବେ କେବେ ହସ ଖୁସୀରେ ବାବାଙ୍କୁ କହିଥାନ୍ତି ବାବା ଆପଣଙ୍କ ରଥ ହେଲି ବୋଲି ମୋତେ ଏତେ ଗାଳି ଖାଇବାକୁ ପଡୁଛି । ବାବା କହୁଛନ୍ତି ସବୁଠାରୁ ଅଧିକ ଗାଳି ତ ମୋତେ ମିଳୁଛି । ଏବେ ତୁମର ପାଳି ପଡିଛି । ବ୍ରହ୍ମାଙ୍କୁ କେବେ ଗାଳି ମିଳିନଥିଲା । ଏବେ ପାଳି ଆସିଛି । ରଥ ଦେଇଛି ତେଣୁ ନିଶ୍ଚିତ ବାବାଙ୍କଠାରୁ ସହଯୋଗ ମଧ୍ୟ ମିଳିବ । ପୁଣି ମଧ୍ୟ ବାବା କହୁଛନ୍ତି - ବାବାଙ୍କୁ ନିରନ୍ତର ମନେ ପକାଅ, ଏଥିରେ ତୁମେ ପିଲାମାନେ ଏହାଙ୍କ (ବ୍ରହ୍ମାବାବାଙ୍କ)ଠାରୁ ମଧ୍ୟ ଅଧିକ ତୀବ୍ର ଯାଇପାରିବ କାରଣ ଏହାଙ୍କ ଉପରେ ତ ମାମଲା ବହୁତ ଅଛି । ଯଦିଓ ଡ୍ରାମା କହି ଛାଡି ଦେଇଥାନ୍ତି କିନ୍ତୁ ନିଶ୍ଚିତ କିଛି ପ୍ରଭାବ ତ ପଡିଥାଏ ନା । ଇଏ ବିଚରା ବହୁତ ଭଲ ସର୍ଭିସ୍ କରୁଥିଲେ । ସଙ୍ଗ ଦୋଷରେ ପଡି ଖରାପ ହୋଇଗଲେ । କେତେ କେତେ ଡିସସର୍ଭିସ୍ ହୋଇଥାଏ । କେହି କେହି ଏଭଳି କାମ ସବୁ କରିଥାନ୍ତି ଯାହାର ପ୍ରଭାବ ସ୍ଥିତି ଉପରେ ପଡିଥାଏ । ସେହି ସମୟରେ ବୁଝିପାରନ୍ତି ନାହିଁ ଯେ ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି । ମାୟା ଅବସ୍ଥାକୁ ବିଗାଡି ଦେଇଥାଏ । ତେଣୁ ବହୁତ ଡିସସର୍ଭିସ୍ ହୋଇଯାଏ । ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର ହୋଇଥାଏ । ଏଠାରେ ତ ନିଜର ପିଲାମାନେ ହିଁ କେତେ ଡିସସର୍ଭିସ୍ କରୁଛନ୍ତି । ଓଲଟା ସିଧା କହିବାକୁ ଲାଗି ପଡୁଛନ୍ତି ।

ଏବେ ତୁମେ ପିଲାମାନେ ଜାଣୁଛ ବାବା କଣ ଶୁଣାଉଛନ୍ତି ? କୌଣସି ଶାସ୍ତ୍ର ଆଦି ଶୁଣାଉ ନାହାଁନ୍ତି । ଏବେ ଆମେ ଶ୍ରୀମତ ଆଧାରରେ କେତେ ଶ୍ରେଷ୍ଠ ହେଉଛୁ । ଆସୁରୀ ମତ ଦ୍ୱାରା କେତେ ଭ୍ରଷ୍ଟ ହୋଇଛୁ । ତେବେ ଏଥିରେ ସମୟ ଲାଗିଥାଏ ନା । ମାୟାର ଯୁଦ୍ଧ ତ ଚାଲିବ । ଏବେ ତୁମର ବିଜୟ ନିଶ୍ଚୟ ହେବ । ଏକଥା ତୁମେ ଜାଣିଛ ଯେ ଶାନ୍ତିଧାମ-ସୁଖଧାମ ଉପରେ ତ ଆମର ବିଜୟ ସୁନିଶ୍ଚିତ । କଳ୍ପ କଳ୍ପ ଆମେ ବିଜୟ ପାଇ ଆସିଛୁ । ଏହି ପୁରୁଷୋତ୍ତମ ସଂଗମଯୁଗରେ ହିଁ ସ୍ଥାପନା ଏବଂ ବିନାଶ ହୁଏ । ଏହି ସାରା ଡିଟେଲ୍ ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି । ନିଶ୍ଚିତ ଭାବରେ ବାବା ଆମ ଦ୍ୱାରା ସ୍ଥାପନାର କାର୍ଯ୍ୟ କରାଉଛନ୍ତି । ପୁଣି ଆମେ ହିଁ ରାଜ୍ୟ କରିବା । ବାବାଙ୍କୁ ଧନ୍ୟବାଦ ମଧ୍ୟ କହିବ ନାହିଁ! ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି । ମୁଁ ମଧ୍ୟ ଏହି ଡ୍ରାମାରେ ପାର୍ଟଧାରୀ ଅଟେ । ଡ୍ରାମାରେ ସମସ୍ତଙ୍କ ପାର୍ଟ ନିର୍ଦ୍ଧାରିତ ଅଛି । ଶିବବାବାଙ୍କର ମଧ୍ୟ ପାର୍ଟ ଅଛି । ଆମର ମଧ୍ୟ ପାର୍ଟ ଅଛି । ଏଠାରେ ଧନ୍ୟବାଦ୍ ଦେବାର କୌଣସି କଥା ହିଁ ନାହିଁ । ଶିବବାବା କହୁଛନ୍ତି ମୁଁ ତୁମକୁ ଶ୍ରୀମତ୍ ଦେଇ ରାସ୍ତା ଦେଖାଉଛି ଅନ୍ୟ କେହି ବି ଏହି ରାସ୍ତା ଦେଖାଇପାରିବେ ନାହିଁ । ଯିଏବି ଏଠାକୁ ଆସୁଛନ୍ତି ତାଙ୍କୁ କୁହ ଏଠାରେ ସତ୍ତ୍ୱପ୍ରଧାନ ନୂଆ ଦୁନିଆ ସ୍ୱର୍ଗ ଥିଲା ନା । ଏହି ପୁରୁଣା ଦୁନିଆକୁ ତମୋପ୍ରଧାନ କୁହାଯାଏ । ପୁଣି ସତ୍ତ୍ୱପ୍ରଧାନ ହେବା ପାଇଁ ଦୈବୀଗୁଣ ଧାରଣ କରିବା ଆବଶ୍ୟକ । ବାବାଙ୍କୁ ମଧ୍ୟ ସ୍ମରଣ କରିବା ଆବଶ୍ୟକ । ମନମନାଭବ, ମଧ୍ୟାଜୀଭବ ଏହା ହିଁ ମନ୍ତ୍ର ଅଟେ । ବାବା ଏକଥା ମଧ୍ୟ କହୁଛନ୍ତି, ମୁଁ ସୁପ୍ରିମ ଗୁରୁ ଅଟେ ।

ତୁମେ ପିଲାମାନେ ଏବେ ଯୋଗର ଯାତ୍ରା ଦ୍ୱାରା ସାରା ସୃଷ୍ଟିକୁ ସଦଗତିରେ ପହଞ୍ଚାଉଛ । ଜଗତଗୁରୁ ଏକମାତ୍ର ଶିବବାବା ଅଟନ୍ତି ଯିଏକି ତୁମକୁ ଶ୍ରୀମତ ଦେଉଛନ୍ତି । ତୁମେ ଜାଣିଛ ପ୍ରତି ୫୦୦୦ ବର୍ଷ ପରେ ଆମକୁ ଏହି ଶ୍ରୀମତ ମିଳୁଛି । ଚକ୍ର ଘୂରି ଚାଲିଛି । ଆଜି ପୁରୁଣା ଦୁନିଆ ଅଛି, କାଲି ନୂଆ ଦୁନିଆ ହେବ । ଏହି ଚକ୍ରକୁ ବୁଝିବା ମଧ୍ୟ ବହୁତ ସହଜ । ଏହି ସବୁ କଥା ସ୍ମୃତିରେ ରହୁ ଯାହା ଦ୍ୱାରା ତୁମେ ଅନ୍ୟ କାହାକୁ ବୁଝାଇପାରିବ । କିନ୍ତୁ ଏକଥା ମଧ୍ୟ ଭୁଲିଯାଉଛନ୍ତି । କେହି ପୁଣି ତଳକୁ ମଧ୍ୟ ଖସିଯାଇଥାନ୍ତି ତେଣୁ ଜ୍ଞାନ ସମାପ୍ତ ହୋଇଯାଏ । କଳା-କାୟା ମାୟା ହରିନିଏ । ସବୁ କଳା (ଗୁଣ) ବାହାର କରି ନେଇ କଳା ରହିତ କରିଦିଏ । ଏଭଳି ବିକାରଗ୍ରସ୍ଥ ହୋଇଯାଆନ୍ତି ସେକଥା ନ କହିଲେ ଭଲ । ଏବେ ତୁମକୁ ସାରା ଚକ୍ର ମନେ ଅଛି । ତୁମେ ଜନ୍ମ-ଜନ୍ମାନ୍ତର ବେଶ୍ୟାଳୟରେ ରହି ଆସିଛ । ହଜାର ହଜାର ପାପ କରି ଆସିଛ । ସମସ୍ତଙ୍କ ଆଗରେ କହିଥାଅ -- ଆମେ ଜନ୍ମ ଜନ୍ମାନ୍ତରର ପାପୀ ଅଟୁ । ଆମେ ହିଁ ପ୍ରଥମେ ପୁଣ୍ୟ ଆତ୍ମା ଥିଲୁ, ପୁଣି ପାପ ଆତ୍ମା ହୋଇଗଲୁ । ଏବେ ପୁଣି ପାପ ଆତ୍ମାରୁ ପୁଣ୍ୟ ଆତ୍ମା ହେଉଛୁ । ଏବେ ଏହି ଜ୍ଞାନ ତୁମ ପିଲାମାନଙ୍କୁ ମିଳୁଛି । ପୁଣି ତୁମେ ଅନ୍ୟମାନଙ୍କୁ ଦେଇ ନିଜ ସମାନ କରୁଛ । ଗୃହସ୍ଥ ବ୍ୟବହାରରେ ରହିଲେ ଫରକ ତ ନିଶ୍ଚିତ ରହିଥାଏ ନା । ତୁମ ଭଳି ସେମାନେ ଏତେ ବୁଝାଇ ପାରିବେ ନାହିଁ । କିନ୍ତୁ ସମସ୍ତେ ତ ଗୃହସ୍ଥକୁ ଛାଡି ପାରିବେ ନାହିଁ । ବାବା ନିଜେ କହୁଛନ୍ତି ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ସମାନ ହୁଅ । ସମସ୍ତେ ଯଦି ଗୃହସ୍ଥ ଛାଡି ଆସିଯିବେ ତେବେ ଏତେ ସବୁ ରହିବେ କେଉଁଠାରେ । ବାବା ତ ଜ୍ଞାନର ସାଗର ଅଟନ୍ତି । ସେ କୌଣସି ଶାସ୍ତ୍ର ଆଦି ପଢନ୍ତି ନାହିଁ । ଇଏ (ବ୍ରହ୍ମା) ଶାସ୍ତ୍ର ଆଦି ପଢିଥିଲେ । ମୋ ପାଇଁ ତ କୁହନ୍ତି ଗଡ୍ ଫାଦର ଇଜ୍ ନଲେଜଫୁଲ । ମନୁଷ୍ୟ ଏହା ମଧ୍ୟ ଜାଣି ନାହାଁନ୍ତି ଯେ, ବାବାଙ୍କଠାରେ କଣ ଜ୍ଞାନ ରହିଛି । ଏବେ ତୁମକୁ ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଜଣା ଅଛି । ତୁମେ ଜାଣିଛ ଏହି ଭକ୍ତମାର୍ଗର ଶାସ୍ତ୍ର ମଧ୍ୟ ଅନାଦି ଅଟେ । ଭକ୍ତିମାର୍ଗରେ ଏହି ଶାସ୍ତ୍ର ଆଦି ନିଶ୍ଚିତ ଲେଖା ହୁଏ । କହୁଛନ୍ତି ପାହାଡ ତ ଭାଙ୍ଗିଗଲା ପୁଣି କିପରି ହେବ! କିନ୍ତୁ ଏହା ତ ଡ୍ରାମା ଅଟେ ନା । ଭକ୍ତିମାର୍ଗର ଏହି ଶାସ୍ତ୍ର ଆଦି ସବୁ ଶେଷ ହୋଇଯାଏ, ପୁଣି ତାର ସମୟ ହେଲେ ସେହି ଶାସ୍ତ୍ର ହିଁ ତିଆରି ହୋଇଥାଏ । ଆମେ ପ୍ରଥମେ-ପ୍ରଥମେ ଶିବଙ୍କର ପୂଜା କରିଥାଉ ଏହା ମଧ୍ୟ ଶାସ୍ତ୍ରରେ ଥିବ ନା । ଶିବଙ୍କର ଭକ୍ତି କିଭଳି କରାଯାଏ । କେତେ ଶ୍ଲୋକ ଆଦି ଗାୟନ କରିଥାନ୍ତି । ତୁମେ କେବଳ ମନେ ପକାଉଛ ଶିବବାବା ହେଉଛନ୍ତି ଜ୍ଞାନର ସାଗର । ସିଏ ଏବେ ଆମକୁ ଜ୍ଞାନ ଦେଉଛନ୍ତି । ବାବା ତୁମକୁ ବୁଝାଉଛନ୍ତି ଏହି ସୃଷ୍ଟିଚକ୍ର କିଭଳି ଘୁରୁଛି । ଶାସ୍ତ୍ରରେ ଏତେ ଲମ୍ବା-ଚଉଡା ଗପ ଲେଖାଯାଇଛି ଯେ ତାହା କେବେ ସ୍ମୃତିରେ ରହିପାରିବ ନାହିଁ । ତେଣୁ ପିଲାମାନଙ୍କ ଭିତରେ କେତେ ଖୁସି ରହିବା ଦରକାର ବେହଦର ବାବା ଆମକୁ ପଢାଉଛନ୍ତି । ଗାୟନ ମଧ୍ୟ କରାଯାଏ ଷ୍ଟୁଡେଣ୍ଟ ଲାଇଫ୍ ଇଜ୍ ଦି ବେଷ୍ଟ ଅର୍ଥାତ୍ ଛାତ୍ର ଜୀବନ ହିଁ ସର୍ବଶ୍ରେଷ୍ଠ ଜୀବନ । ଭଗବାନୁବାଚ ମୁଁ ତୁମକୁ ଏହିଭଳି ରାଜାଙ୍କର ରାଜା କରୁଛି । ଅନ୍ୟ କୌଣସି ଶାସ୍ତ୍ରରେ ଏହି କଥା ନାହିଁ । ଉଚ୍ଚରୁ ଉଚ୍ଚ ପ୍ରାପ୍ତି ହିଁ ଏହା ଅଟେ । ବାସ୍ତବରେ ଗୁରୁ ତ ଜଣେ ହିଁ ଅଟନ୍ତି । ଯିଏକି ସମସ୍ତଙ୍କର ସଦଗତି କରିଥାନ୍ତି । ଯଦିଓ ଧର୍ମସ୍ଥାପକଙ୍କୁ ମଧ୍ୟ ଗୁରୁ କୁହାଯାଇପାରିବ, କିନ୍ତୁ ଗୁରୁ ସିଏ ଯିଏକି ସଦଗତି ଦେଇଥାନ୍ତି । କିନ୍ତୁ ସେମାନେ ତ ନିଜେ ଆସିବା ପରେ ସମସ୍ତଙ୍କୁ ପାର୍ଟ କରିବା ପାଇଁ ତଳକୁ ନେଇ ଆସନ୍ତି । ଫେରାଇନେବାର ରାସ୍ତା ତ କେହି ଦେଖାନ୍ତି ନାହିଁ । ଶିବଙ୍କର ବରଯାତ୍ରୀର ହିଁ ଗାୟନ ଅଛି, ଅନ୍ୟ କୌଣସି ଗୁରୁଙ୍କର ନୁହେଁ । ମନୁଷ୍ୟ ତ ପୁଣି ଶିବ ଏବଂ ଶଙ୍କରଙ୍କୁ ମିଶାଇ ଦେଇଛନ୍ତି । କେଉଁଠି ସିଏ ସୂକ୍ଷ୍ମଲୋକ ନିବାସୀ, କେଉଁଠି ଇଏ ବ୍ରହ୍ମଲୋକ ନିବାସୀ । ଦୁଇଜଣ ଏକ୍ କିଭଳି ହୋଇପାରିବେ । ଭକ୍ତିମାର୍ଗରେ ଏହିଭଳି ଲେଖି ଦେଇଛନ୍ତି । ବ୍ରହ୍ମା, ବିଷ୍ଣୁ, ଶଙ୍କର ତିନି ଜଣ ସନ୍ତାନ ହେଲେ ନା । ବ୍ରହ୍ମାଙ୍କ ଚିତ୍ରରେ ମଧ୍ୟ ତୁମେ ବୁଝାଇପାରିବ । ଏହାଙ୍କୁ ଆଡପ୍ଟ (ପୋଷ୍ୟପୁତ୍ର) କରିଛନ୍ତି ତେଣୁ ଇଏ ଶିବବାବାଙ୍କର ସନ୍ତାନ ହେଲେ ନା । ଉଚ୍ଚରୁ ଉଚ୍ଚ ହେଉଛନ୍ତି ଏକମାତ୍ର ବାବା । ବାକି ଇଏ ତାଙ୍କର ରଚନା ଅଟନ୍ତି । ଏହା କେତେ ବୁଝିବାର କଥା । ଆଚ୍ଛା ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଅବିନାଶୀ ଜ୍ଞାନରତ୍ନର ବ୍ୟବସାୟ କରି ୨୧ ଜନ୍ମ ପାଇଁ ପଦ୍ମାପଦମ ଭାଗ୍ୟଶାଳୀ ହେବାକୁ ପଡିବ । ନିଜର ଯାଞ୍ଚ କରିବାକୁ ହେବ ଯେ ମୋ ଭିତରେ କୌଣସି ଆସୁରୀ ଅବଗୁଣ ନାହିଁ ତ ? ମୁଁ ଏଭଳି କୌଣସି ଧନ୍ଦା କରୁ ନାହିଁ ତ ଯାହା ଦ୍ୱାରା ବିକାରର ଉତ୍ପତ୍ତି ହେବ ?

(୨) ଯୋଗର ଯାତ୍ରାରେ ରହି ସାରା ସୃଷ୍ଟିକୁ ସଦଗତିରେ ପହଞ୍ଚାଇବାକୁ ହେବ । ଏକମାତ୍ର ସଦଗୁରୁ ବାବାଙ୍କ ଶ୍ରୀମତରେ ଚାଲି ନିଜ ସମାନ କରିବାର ସେବା କରିବାକୁ ହେବ । ଧ୍ୟାନ ରହୁ - ମାୟା କେବେହେଲେ ମୋତେ କଳା ରହିତ ଅର୍ଥାତ୍ ଗୁଣହୀନ କରି ନ ଦେଉ ।

ବରଦାନ:-
ଦେହ ଏବଂ ଦେହର ଦୁନିଆର ସ୍ମୃତିଠାରୁ ଉର୍ଦ୍ଧ୍ଵରେ ରହୁଥିବା ସର୍ବବନ୍ଧନରୁ ମୁକ୍ତ ଫରିସ୍ତା ହୁଅ ।
 

ଶୁଭଭାବନା ଏବଂ ଶୁଭକାମନାର ସହଯୋଗ ଦ୍ୱାରା ଆତ୍ମାମାନଙ୍କୁ ପରିବର୍ତ୍ତନ କରି ସଫଳତା ସମ୍ପନ୍ନ ଆତ୍ମା ହୁଅ । ଯେତେବେଳେ କୌଣସି ବି କାର୍ଯ୍ୟରେ ସମସ୍ତ ବ୍ରାହ୍ମଣ ସନ୍ତାନମାନେ ନିଜର ମନର ଶୁଭଭାବନା ଏବଂ ଶୁଭକାମନାର ସହଯୋଗ ଦେଇଥାନ୍ତି ତେବେ ଏହି ସହଯୋଗ ଦ୍ୱାରା ଶ୍ରେଷ୍ଠ ବାତାବରଣର ଏକ ଦୁର୍ଗ ନିର୍ମାଣ ହୋଇଯାଏ ଯାହାକି ଅନ୍ୟ ଆତ୍ମାମାନଙ୍କୁ ପରିବର୍ତ୍ତନ କରିଦେଇଥାଏ । ଯେପରି ପାଞ୍ଚୋଟି ଆଙ୍ଗୁଳିର ସହଯୋଗ ଦ୍ୱାରା ବଡରୁ ବଡ କାର୍ଯ୍ୟ ମଧ୍ୟ ସହଜ ହୋଇଯାଏ ସେହିପରି ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନର ସହଯୋଗ ସେବା କାର୍ଯ୍ୟକୁ ସଫଳତା ସମ୍ପନ୍ନ କରିଦେଇଥାଏ ଅର୍ଥାତ୍ ସହଯୋଗର ଫଳ ସ୍ୱରୂପ ସଫଳତା ପ୍ରାପ୍ତ ହୋଇଥାଏ ।

ସ୍ଲୋଗାନ:-
ପ୍ରତି ପାଦରେ ପଦ୍ମର ରୋଜଗାର ଜମା କରୁଥିବା ଆତ୍ମା ହିଁ ସବୁଠାରୁ ବଡ ଧନବାନ ।