27.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ମିଠେ ବଚ୍ଚେ: ବାବା ବର୍ତ୍ତମାନ ତୁମର ପାଳନା କରୁଛନ୍ତି, ପାଠ ପଢାଉଛନ୍ତି, ଘରେ ବସି ରାୟ ଦେଉଛନ୍ତି, ତେଣୁ ପ୍ରତି ପାଦରେ ରାୟ ଅର୍ଥାତ୍ ଶ୍ରୀମତ ନେଉଥାଅ ତେବେ ଉଚ୍ଚ ପଦ ମିଳିବ ।

ପ୍ରଶ୍ନ:-
ଦଣ୍ଡରୁ ମୁକ୍ତି ପାଇବା ପାଇଁ ଦିର୍ଘ କାଳ ଧରି କେଉଁ ପୁରୁଷାର୍ଥ କରିବା ଉଚିତ୍ ?

ଉତ୍ତର:-
ନଷ୍ଟୋମୋହା ହେବାର ପୁରୁଷାର୍ଥ । କାହା ସହିତ ମଧ୍ୟ ମମତ୍ୱ ନ ରହୁ । ନିଜ ମନକୁ ପଚାରିବା ଉଚିତ୍ ମୋର କାହା ପ୍ରତି ମୋହ ନାହିଁ ତ ? କୌଣସି ପୁରୁଣା ସମ୍ବନ୍ଧ ଅନ୍ତ ସମୟରେ ମନେ ନପଡୁ । ଯୋଗବଳ ଦ୍ୱାରା ସବୁ ହିସାବ-କିତାବକୁ ଚୁକ୍ତ କରିବାକୁ ହେବ ତେବେ ଯାଇ ବିନା ଦଣ୍ଡରେ ଉଚ୍ଚ ପଦ ମିଳିବ ।

ଓମ୍ ଶାନ୍ତି ।
ଏବେ ତୁମେ କାହା ସମ୍ମୁଖରେ ବସିଛ ? ବାପଦାଦାଙ୍କର ସମ୍ମୁଖରେ । ବାବା ମଧ୍ୟ କହିବାକୁ ପଡିବ ତା ସହ ଦାଦା ମଧ୍ୟ କହିବାକୁ ପଡିବ । ବାବା ମଧ୍ୟ ଏହି ଦାଦାଙ୍କ ଶରୀର ଆଧାରରେ ତୁମ ସମ୍ମୁଖରେ ବସିଛନ୍ତି । ତୁମେ ବାହାରେ ରହୁଥିଲେ ମଧ୍ୟ ସେଠାରେ ବାବାଙ୍କୁ ୟାଦ କରିବାକୁ ପଡିଥାଏ । ଚିଠି ଲେଖିବାକୁ ପଡିଥାଏ । ଏଠାରେ ତୁମେ ସମ୍ମୁଖରେ ଅଛ, କଥାବାର୍ତ୍ତା ହେଉଛ କାହା ସହିତ ? ବାପଦାଦାଙ୍କ ସହିତ । ଏହି ଦୁଇଜଣ ହେଉଛନ୍ତି ସର୍ବୋଚ୍ଚ ଅଧିକାରୀ । ବ୍ରହ୍ମା ହେଲେ ସାକାର ଏବଂ ଶିବ ହେଉଛନ୍ତି ନିରାକାର । ଏବେ ତୁମେ ଜାଣୁଛ ସର୍ବୋଚ୍ଚ ଅଧିକାରୀ, ବାବାଙ୍କ ସହିତ କିପରି ମିଶିବାକୁ ହୁଏ! ବେହଦର ବାବା ଯାହାଙ୍କୁ ପତିତ-ପାବନ କହି ଡାକୁଛନ୍ତି, ଏବେ ସାକାରରେ ତୁମେ ତାଙ୍କ ସମ୍ମୁଖରେ ବସିଛ । ବାବା ପିଲାମାନଙ୍କର ପାଳନା କରୁଛନ୍ତି, ପାଠ ପଢାଉଛନ୍ତି । ଘରେ ବସି ମଧ୍ୟ ପିଲାମାନଙ୍କୁ ବାବାଙ୍କର ରାୟ ମିଳୁଛି ଯେ ଘର ରହି ଏହିପରି ପରିଚାଳିତ ହୁଅ । ଏବେ ବାବାଙ୍କ ଶ୍ରୀମତକୁ ପାଳନ କଲେ ଶ୍ରେଷ୍ଠରୁ ଶ୍ରେଷ୍ଠ ହେବ । ପିଲାମାନେ ଜାଣିଛନ୍ତି ଆମେ ସର୍ବୋଚ୍ଚ ବାବାଙ୍କ ମତ ଦ୍ୱାରା ସର୍ବୋଚ୍ଚ ପଦ ପାଉଛୁ । ମନୁଷ୍ୟ ସୃଷ୍ଟିରେ ସର୍ବୋଚ୍ଚ ପଦ ଏହି ଲକ୍ଷ୍ମୀ-ନାରାୟଣଙ୍କର ଅଟେ । ଏମାନେ ଅତୀତରେ ରାଜତ୍ୱ କରି ଚାଲିଯାଇଛନ୍ତି । ମନୁଷ୍ୟ ଯାଇ ସେହି ଶ୍ରେଷ୍ଠ ଦେବୀ-ଦେବତା ମାନଙ୍କୁ ନମସ୍କାର କରୁଛନ୍ତି । ମୁଖ୍ୟ କଥା ହେଲା ପବିତ୍ରତା । ମନୁଷ୍ୟ ତ ମନୁଷ୍ୟ ହିଁ ଅଟନ୍ତି । କିନ୍ତୁ କେଉଁଠି ସେମାନେ ବିଶ୍ୱର ମାଲିକ, କେଉଁଠି ବର୍ତ୍ତମାନର ମନୁଷ୍ୟ! ଏକଥା ତୁମ ବୁଦ୍ଧିରେ ହିଁ ଅଛି ବାସ୍ତବରେ ଭାରତ ୫ ହଜାର ବର୍ଷ ପୂର୍ବରୁ ଏହିପରି ଶ୍ରେଷ୍ଠ ଥିଲା, ଆମେ ହିଁ ବିଶ୍ୱର ମାଲିକ ଥିଲୁ । ଆଉ କାହାରି ବୁଦ୍ଧିରେ ଏକଥା ନାହିଁ । ଇଏ ବ୍ରହ୍ମା ମଧ୍ୟ ଏ ଜ୍ଞାନ ଜାଣିନଥିଲେ, ବିଲ୍କୁଲ୍ ଘୋର ଅନ୍ଧକାରରେ ଥିଲେ । ବର୍ତ୍ତମାନ ବାବା ଆସି କହୁଛନ୍ତି ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା କିପରି ହେଉଛନ୍ତି ? ଏହା ବହୁତ ଗୁପ୍ତ ରମଣୀୟ କଥା ଅଟେ ଯାହାକୁ ଆଉ କେହି ବୁଝିପାରିବେ ନାହିଁ । ବାବାଙ୍କ ବିନା ଏହି ଜ୍ଞାନ କେହି ପଢାଇ ପାରିବେ ନାହିଁ । ନିରାକାର ବାବା ଆସି ପଢାଉଛନ୍ତି । କୃଷ୍ଣ ଭଗବାନୁବାଚ ନୁହେଁ । ବାବା କହୁଛନ୍ତି ମୁଁ ତୁମକୁ ପଢାଇ ସୁଖୀ କରାଉଛି । ପୁଣି ମୁଁ ନିଜର ନିର୍ବାଣଧାମକୁ ଚାଲିଯିବି । ଏବେ ତୁମେ ପିଲାମାନେ ସତ୍ୱପ୍ରଧାନ ହେଉଛ,ଏଥିରେ ତୁମର କିଛି ହେଲେ ଖର୍ଚ୍ଚ ହେଉନାହିଁ । କେବଳ ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବାକୁ ହେବ । ପଇସା ଟିଏ ଖର୍ଚ୍ଚ ନ କରି ମଧ୍ୟ ବିନା କଉଡି ଖର୍ଚ୍ଚରେ ୨୧ ଜନ୍ମ ପାଇଁ ତୁମେ ବିଶ୍ୱର ମାଲିକ ହେଉଛ । ପିଲାମାନେ ପାଇ ପଇସା ଅର୍ଥାତ୍ ଅଳ୍ପକିଛି ଧନ ପଠାଇ ଦେଉଛନ୍ତି ତାହା ମଧ୍ୟ ନିଜର ଭବିଷ୍ୟତ ଗଢିବା ପାଇଁ । କଳ୍ପ ପୂର୍ବରୁ ଯିଏ ଯେତିକି ବାବାଙ୍କ ଭଣ୍ଡାରରେ ପକାଇ ଥିଲେ, ଏବେ ମଧ୍ୟ ସେତିକି ପକାଇବେ । ନା ଅଧିକ ନା କମ୍ ପକାଇବେ । ଏହି ଜ୍ଞାନ ତୁମ ବୁଦ୍ଧିରେ ଅଛି । ସେଥିପାଇଁ ଚିନ୍ତାର କୌଣସି କଥା ନାହିଁ । କୌଣସି ଚିନ୍ତା ନ କରି ଆମେ ନିଜର ଗୁପ୍ତ ରାଜଧାନୀ ସ୍ଥାପନ କରୁଛୁ । ଏହା ବୁଦ୍ଧିରେ ସ୍ମରଣ କରିବା ଉଚିତ୍ । ତୁମ ପିଲାମାନଙ୍କୁ ବହୁତ ଖୁସିରେ ରହିବା ଉଚିତ୍ ଏବଂ ନଷ୍ଟୋମୋହା ମଧ୍ୟ ହେବାକୁ ପଡିବ । ଏଠାରେ ନଷ୍ଟୋମୋହା ହେବା ଦ୍ୱାରା ପୁଣି ସେଠାରେ ମୋହଜିତ୍ ରାଜା-ରାଣୀ ହେବ । ତୁମେ ଜାଣିଛ ଏହି ପୁରୁଣା ଦୁନିଆ ତ ଏବେ ବିନାଶ ହୋଇଯିବ, ଏବେ ଘରକୁ ଯିବାକୁ ହେବ ତେଣୁ ଏଥିରେ ମମତ୍ୱ କାହିଁକି ରଖିବା । କେହି ବିମାର ହେଲେ, ଡାକ୍ତର ଯଦି କହନ୍ତି, ରୋଗୀ ବଞ୍ଚିବାର ଆଶା ନାହିଁ ତେବେ ପୁଣି ତାଙ୍କଠାରୁ ମମତ୍ୱ ତୁଟିଯାଏ । ଜାଣିଛନ୍ତି ଯେ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ଧାରଣ କରିବ । ଆତ୍ମା ତ ଅନିନାଶୀ ଅଟେ ନା । ଆତ୍ମା ଚାଲିଗଲା, ଶରୀର ବିନାଶ ହୋଇଗଲା ପୁଣି ତାକୁ ମନେ ପକାଇଲେ ଫାଇଦା କଣ! ଏବେ ବାବା କହୁଛନ୍ତି ତୁମେ ନଷ୍ଟୋମୋହା ହୁଅ । ନିଜ ମନକୁ ପଚାରିବାକୁ ହେବ ମୋର କାହା ପ୍ରତି ମୋହ ନାହିଁ ତ ? ନଚେତ୍ ଶେଷ ସମୟରେ ତାଙ୍କ କଥା ନିଶ୍ଚିତ ମନେ ପଡିବ । ନଷ୍ଟୋମୋହା ହେଲେ ହିଁ ଏହି ଉଚ୍ଚ ପଦ ପାଇବ । ସ୍ୱର୍ଗକୁ ତ ପିଲାମାନେ ସମସ୍ତେ ଯିବେ ଏହା କୌଣସି ବଡ କଥା ନୁହେଁ । ବଡ କଥା ହେଲା ଦଣ୍ଡ ନ ଭୋଗ ନ କରି, ଉଚ୍ଚ ପଦ ପାଇବା । ଯୋଗବଳ ଦ୍ୱାରା ହିସାବ-କିତାବକୁ ଚୁକ୍ତ କଲେ ଦଣ୍ଡ ପାଇବ ନାହିଁ । ପୁରୁଣା ସମ୍ବନ୍ଧୀ ମଧ୍ୟ ମନେ ନ ପଡନ୍ତୁ । ଏବେ ତ ଆମର ବ୍ରାହ୍ମଣମାନଙ୍କ ସହିତ ସମ୍ପର୍କ ରହିଛି ପୁଣି ଦେବତାମାନଙ୍କ ସହିତ ଆମର ସମ୍ବନ୍ଧ ହେବ । ବର୍ତ୍ତମାନର ସମ୍ପର୍କ ସବୁଠାରୁ ଶ୍ରେଷ୍ଠ ଅଟେ ।

ଏବେ ତୁମେ ଜ୍ଞାନ ସାଗର ବାବାଙ୍କର ହୋଇଛ । ସମସ୍ତ ଜ୍ଞାନ ବୁଦ୍ଧିରେ ଅଛି । ଆଗରୁ କଣ ଜାଣିଥିଲେ ଯେ ଏହି ସୃଷ୍ଟିଚକ୍ର କିପରି ଘୂରୁଛି ? ଏବେ ସେସବୁ ବାବା ବୁଝାଉଛନ୍ତି । ବାବାଙ୍କଠାରୁ ସମ୍ପତ୍ତି ମିଳୁଛି ସେଥିପାଇଁ ତ ବାବାଙ୍କ ସହିତ ସ୍ନେହ ରହିଛି ନା । ବାବାଙ୍କ ଦ୍ୱାରା ସ୍ୱର୍ଗର ବାଦଶାହୀ ମିଳୁଛି । ତାଙ୍କର ଏହି ରଥ ନିର୍ଦ୍ଧାରିତ ଅଟେ । ଭାରତରେ ହିଁ ଭାଗୀରଥ ଅର୍ଥାତ୍ ଯିଏ ଧରାକୁ ଗଙ୍ଗା ଆଣିଥିଲେ ତାଙ୍କର ଗାୟନ ରହିଛି । ବାବା ଭାରତକୁ ହିଁ ଆସୁଛନ୍ତି । ତୁମ ପିଲାମାନଙ୍କ ବୁଦ୍ଧିରେ ଏବେ ୮୪ ଜନ୍ମର ଉତ୍ଥାନ ପତନର ଜ୍ଞାନ ଅଛି । ତୁମେ ଜାଣିଛ ଏହି ୮୪ ଜନ୍ମର ଚକ୍ରକୁ ଆମକୁ ପୂରା କରିବାକୁ ହେବ । ୮୪ ଚକ୍ରରୁ ତୁମେ ମୁକୁଳି ପାରିବ ନାହିଁ । ତୁମେ ଜାଣିଛ ସିଡିରେ ଓହ୍ଲାଇବାରେ ବହୁତ ସମୟ ଲାଗୁଛି, ଚଢିବା ପାଇଁ କେବଳ ଏହି ଗୋଟିଏ ଅନ୍ତିମ ଜନ୍ମ ଲାଗୁଛି । ସେଥିପାଇଁ କୁହାଯାଉଛି ତୁମେ ତ୍ରିଲୋକୀନାଥ, ତ୍ରିକାଳଦର୍ଶୀ ହେଉଛ । ପୂର୍ବରୁ ତୁମେ କଣ ଜାଣିଥିଲ ଯେ ଆମେ ତ୍ରିଲୋକୀନାଥ ହେବୁ ? ଏବେ ବାବା ମିଳିଛନ୍ତି, ଶିକ୍ଷା ଦେଉଛନ୍ତି ତେବେ ଯାଇ ତୁମେ ବୁଝୁଛ । ବାବାଙ୍କ ପାଖକୁ କେହି ଆସିଲେ ବାବା ପଚାରନ୍ତି ଆଗରୁ ଏହି ପୋଷାକରେ ଏହି ଘରେ କେବେ ମିଶିଥିଲ ? କହନ୍ତି ହଁ ବାବା, କଳ୍ପ-କଳ୍ପ ମିଶୁଛୁ । ତେବେ ବୁଝାଯାଏ ବ୍ରହ୍ମାକୁମାରୀ ଠିକ୍ ବୁଝାଇଛନ୍ତି । ଏବେ ତୁମେମାନେ ସ୍ୱର୍ଗର ବୃକ୍ଷକୁ ସମ୍ମୁଖରେ ଦେଖୁଛ । ସ୍ୱର୍ଗର ନିକଟରେ ଅଛ ନା । ମନୁଷ୍ୟମାନେ ଭଗବାନଙ୍କ ପାଇଁ କହୁଛନ୍ତି ନାମ-ରୂପରୁ ଅଲଗା ଅଟନ୍ତି, ତେବେ ପିଲାମାନେ କେଉଁଠୁ ଆସିବେ! ତେବେ ଆତ୍ମାମାନେ ମଧ୍ୟ ନାମ-ରୂପରୁ ଅଲଗା ହୋଇଯାନ୍ତୁ! ଯେଉଁ କଥା ସବୁ କହୁଛନ୍ତି ତାହା ବିଲ୍କୁଲ୍ ଭୁଲ୍ । ଯିଏ କଳ୍ପ ପୂର୍ବରୁ ବୁଝିଥିବେ, ତାଙ୍କ ବୁଦ୍ଧିରେ ହିଁ ଧାରଣା ହେବ । ପ୍ରଦର୍ଶନୀରେ ଦେଖ କେଉଁ ପ୍ରକାରର ଆତ୍ମା ଆସୁଛନ୍ତି । କେହି ତ ଶୁଣିଥିବା କଥା ଅନୁସାରେ ଲେଖି ଦେଉଛନ୍ତି ଏସବୁ କଳ୍ପନା ଅଟେ । ତେବେ ଏଥିରୁ ବୁଝାଯାଏ ଇଏ ଆମ କୁଳର ନୁହଁନ୍ତି । ଅନେକ ପ୍ରକାରର ମନୁଷ୍ୟ ଅଛନ୍ତି । ତୁମ ବୁଦ୍ଧିରେ ସାରା ବୃକ୍ଷ, ଡ୍ରାମା ଓ ୮୪ର ଚକ୍ର ରହିଛି । ଏବେ ପୁରୁଷାର୍ଥ କରିବାକୁ ହେବ । ତାହା ମଧ୍ୟ ଡ୍ରାମା ଅନୁସାରେ ହିଁ ହୋଇଥାଏ । ଡ୍ରାମାରେ ସବୁ କିଛି ନିର୍ଦ୍ଧାରିତ ହୋଇ ରହିଛି । ଏପରି ନୁହେଁ ଯେ, ଡ୍ରାମାରେ ପୁରୁଷାର୍ଥ କରିବାକୁ ଥିଲେ କରିବୁ, ଏହା କହିବା ଭୁଲ୍ ଅଟେ । ଯେଉଁମାନେ ଡ୍ରାମାକୁ ସଂପୂର୍ଣ୍ଣ ରୂପେ ବୁଝିନାହାଁନ୍ତି, ତାଙ୍କୁ ନାସ୍ତିକ କୁହାଯାଉଛି । ସେମାନେ ବାବାଙ୍କ ସହିତ ପୂର୍ଣ୍ଣ ରୂପେ ପ୍ରୀତି ରଖିପାରିବେ ନାହିଁ । ଡ୍ରାମାର ରହସ୍ୟକୁ ଓଲଟା ବୁଝିବା ଦ୍ୱାରା ଉନ୍ନତି ହେଉନାହିଁ, ଏଥିରୁ ବୁଝାଯାଏ ଏହାଙ୍କର ଭାଗ୍ୟରେ ନାହିଁ । ବିଘ୍ନ ତ ଅନେକ ପ୍ରକାରର ଆସିବ । ବିଘ୍ନକୁ ଖାତିର କରିବାର ନାହିଁ । ବାବା କହୁଛନ୍ତି ଯେଉଁ ଭଲ କଥା ତୁମକୁ ଶୁଣାଉଛି ତାହା ଶୁଣ । ବାବାଙ୍କୁ ୟାଦ କରିବା ଦ୍ୱାରା ବହୁତ ଖୁସି ରହିବ । ବୁଦ୍ଧିରେ ଅଛି ଏବେ ୮୪ ଜନ୍ମର ଚକ୍ର ପୂରା ହେଉଛି, ଏବେ ନିଜ ଘରକୁ ଯିବାକୁ ହେବ । ଏହିପରି ନିଜ ସହିତ କଥା ହେବା ଉଚିତ୍ । ତୁମେ ପତିତ ଅବସ୍ଥାରେ ତ ଯାଇପାରିବ ନାହିଁ । ତେଣୁ ପ୍ରଥମେ ନିଶ୍ଚିତ ବର ଯିବା ଦରକାର, ବର ପଛରେ ବରଯାତ୍ରୀ ଯିବେ । ଭୋଳାନାଥଙ୍କର ବରଯାତ୍ରୀ ବୋଲି ଗାୟନ ରହିଛି । ସମସ୍ତଙ୍କୁ କ୍ରମାନୁସାରେ ତ ଯିବାକୁ ହେବ, ଏତେ ଆତ୍ମାମାନଙ୍କର ଦଳ କିପରି କ୍ରମାନୁସାରେ ଯାଉଥିବେ! ମନୁଷ୍ୟ ପୃଥିବୀ ଉପରେ କେତେ ଜାଗା ନେଉଛନ୍ତି, କେତେ ଆସବାସପତ୍ର ସମ୍ପତ୍ତି ଆଦି ଦରକାର ହେଉଛି । ଆତ୍ମା ତ ବିନ୍ଦୁ ଅଟେ । ଆତ୍ମାକୁ କଣ ଦରକାର ? କିଛି ବି ନୁହେଁ । ଆତ୍ମା କେତେ ଛୋଟ ଜାଗା ନେଉଛି । ଏହି ସାକାରୀ ବୃକ୍ଷ ଏବଂ ନିରାକାରୀ ବୃକ୍ଷ ମଧ୍ୟରେ କେତେ ଫରକ ରହିଛି । ତାହା ହେଉଛି ବିନ୍ଦୁମାନଙ୍କର ବୃକ୍ଷ । ଏସବୁ କଥା ବାବା ତୁମ ବୁଦ୍ଧିରେ ବସାଉଛନ୍ତି । ତୁମ ବ୍ୟତୀତ ଏହି କଥା ଦୁନିଆରେ ଆଉ କେହି ଶୁଣିବାର ସୌଭାଗ୍ୟ ପାଇବେ ନାହିଁ । ବାବା ବର୍ତ୍ତମାନ ନିଜର ଘର ଏବଂ ରାଜଧାନୀ କଥା ମନେ ପକାଇ ଦେଉଛନ୍ତି । ତୁମେ ରଚୟିତାଙ୍କୁ ଜାଣିବା ଦ୍ୱାରା ସୃଷ୍ଟିଚକ୍ରର ଆଦି-ମଧ୍ୟ-ଅନ୍ତକୁ ଜାଣୁଛ । ତୁମେ ତ୍ରିକାଳଦର୍ଶୀ, ଆସ୍ତିକ ହୋଇଗଲ । ତୁମମାନଙ୍କ ବ୍ୟତୀତ ସାରା ଦୁନିଆରେ କେହି ଆସ୍ତିକ ନୁହଁନ୍ତି । ତାହା ବିନାଶୀ ପାଠପଢା, ଏହା ଅବିନାଶୀ ପାଠପଢା । ସେଠାରେ ଅନେକ ଶିକ୍ଷକ ପଢାଉଛନ୍ତି, ଏଠାରେ ଜଣେ ଶିକ୍ଷକ ପଢାଉଛନ୍ତି । ଯିଏ ପୁଣି ଆଶ୍ଚର୍ଯ୍ୟଜନକ ଅଟନ୍ତି । ଇଏ ପିତା, ଶିକ୍ଷକ ପୁଣି ଗୁରୁ ମଧ୍ୟ ଅଟନ୍ତି । ଇଏ ତ ସାରା ଦୁନିଆର ଶିକ୍ଷକ ଅଟନ୍ତି । କିନ୍ତୁ ସମସ୍ତଙ୍କୁ ତ ପଢାଇବେ ନାହିଁ । ବାବାଙ୍କୁ ସମସ୍ତେ ଜାଣିଗଲେ ତ ବହୁତ ଦୌଡିବେ, ବାପଦାଦାଙ୍କୁ ଦେଖିବା ପାଇଁ । ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡଫାଦର (ଆଦିପିତା) ଆଦମଙ୍କ ଶରୀରରେ ବାବା ଆସିଛନ୍ତି, ତେଣୁ ଏକଦମ୍ ଦୌଡି କରି ଆସିବେ । ଲଢେଇ ଆରମ୍ଭ ହେଲେ ହିଁ ବାବାଙ୍କର ପ୍ରତ୍ୟକ୍ଷତା ହେବ, ପୁଣି କେହି ଆସି ମଧ୍ୟ ପାରିବେ ନାହିଁ । ତୁମେ ଜାଣିଛ ଅନେକ ଧର୍ମର ବିନାଶ ମଧ୍ୟ ହେବ । ପ୍ରଥମେ ପ୍ରଥମେ ଏକ ମାତ୍ର ଭାରତ ହିଁ ଥିଲା ଆଉ କୌଣସି ଖଣ୍ଡ ନଥିଲା । ଏବେ ତୁମ ବୁଦ୍ଧିରେ ଭକ୍ତିମାର୍ଗର କଥା ମଧ୍ୟ ଅଛି । ବୁଦ୍ଧିରୁ କେହି କଣ ଭୁଲିଯାଇଥାନ୍ତି କି ? କିନ୍ତୁ ମନେ ରହିଲେ ମଧ୍ୟ ଏବେ ତୁମେ ଜାଣୁଛ ଏହା ଜ୍ଞାନ ଅଟେ, ଭକ୍ତିର ପାର୍ଟ ପୂରା ହୋଇଛି ଏବେ ତ ଆମକୁ ଘରକୁ ଯିବାକୁ ହେବ । ଏହି ଦୁନିଆରେ ରହିବାର ନାହିଁ । ଘରକୁ ଯିବା ପାଇଁ ତ ଖୁସି ହେବା ଉଚିତ୍ ନା । ତୁମମାନଙ୍କୁ ବୁଝାଯାଇଛି କି ବର୍ତ୍ତମାନ ତୁମର ବାନପ୍ରସ୍ଥ ଅବସ୍ଥା ଅଟେ । ତୁମେ ଦୁଇ ପଇସା ଏହି ରାଜଧାନୀ ସ୍ଥାପନ କରିବାରେ ଲଗାଉଛ, ତାହା ମଧ୍ୟ ଯାହା କିଛି କରୁଛ, ବିଲ୍କୁଲ୍ କଳ୍ପ ପୂର୍ବ ଭଳି । ତୁମେ ମଧ୍ୟ କଳ୍ପ ପୂର୍ବର ଆତ୍ମା ଅଟ । ତୁମେ କହୁଛ ବାବା ଆପଣ ମଧ୍ୟ କଳ୍ପ ପୂର୍ବର ବାବା ଅଟନ୍ତି । ଆମେ କଳ୍ପ-କଳ୍ପ ବାବାଙ୍କଠାରୁ ପଢୁଛୁ । ଶ୍ରୀମତରେ ଚାଲି ଶ୍ରେଷ୍ଠ ହେବାକୁ ପଡିବ । ଏହି କଥା ଆଉ କାହାର ବୁଦ୍ଧିରେ ନଥିବ । ତୁମକୁ ଏହି ଖୁସି ମିଳୁଛି କି ଆମେ ଶ୍ରୀମତ ଅନୁସାରେ ନିଜର ରାଜଧାନୀ ସ୍ଥାପନ କରୁଛୁ । ବାବା କେବଳ କହୁଛନ୍ତି ପବିତ୍ର ହୁଅ । ତୁମେ ପବିତ୍ର ହେଲେ ସାରା ଦୁନିଆ ପବିତ୍ର ହେବ । ସମସ୍ତେ ଘରକୁ ଚାଲିଯିବେ ବାକି ଅନ୍ୟ କଥାରେ ଆମେ କାହିଁକି ଚିନ୍ତା କରିବା । କିପରି ଦଣ୍ଡ ପାଇବେ, କଣ ହେବ, ଏଥିରେ ଆମର କଣ ଯାଉଛି । ଆମକୁ ନିଜର ଚିନ୍ତା କରିବା ଉଚିତ୍ । ଅନ୍ୟ ଧର୍ମବାଲାଙ୍କ କଥାରେ ଆମେ କାହିଁକି ଯିବୁ । ଆମେ ହେଉଛୁ ଆଦି ସନାତନ ଦେବୀ-ଦେବତା ଧର୍ମର । ବାସ୍ତବରେ ଏହାର ନାମ ଭାରତ ଅଟେ ପୁଣି ହିନ୍ଦୁସ୍ଥାନ ନାମ ରଖି ଦେଇଛନ୍ତି । ହିନ୍ଦୁ କୌଣସି ଧର୍ମ ନୁହେଁ । ଆମେ ଲେଖୁଛୁ ଯେ ଆମେ ଦେବୀ ଦେବତା ଧର୍ମର ଅଟୁ ତେବେ ମଧ୍ୟ ସେମାନେ ହିନ୍ଦୁ ଲେଖିଦେଉଛନ୍ତି କାହିଁକି ନା ଜାଣିନାହାଁନ୍ତି ଯେ ଦେବୀ-ଦେବତା ଧର୍ମ କେବେ ଥିଲା । କେହି ମଧ୍ୟ ବୁଝୁ ନାହାଁନ୍ତି । ବର୍ତ୍ତମାନ ଏତେ ବ୍ରହ୍ମାକୁମାର-କୁମାରୀ ଅଛନ୍ତି, ଏହା ତ ପରିବାର ହୋଇଗଲା ନା! ଘର ହୋଇଗଲ ନା! ବ୍ରହ୍ମା ତ ହେଉଛନ୍ତି ପ୍ରଜାପିତା, ସମସ୍ତଙ୍କର ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର (ଆଦିପିତା), ପ୍ରଥମେ ତୁମେ ବ୍ରାହ୍ମଣ ହେଉଛ ପରେ ଅନ୍ୟ ସବୁ ବର୍ଣ୍ଣକୁ ଆସୁଛ ।

ତୁମର ଏହା କଲେଜ ଅଥବା ବିଶ୍ୱ ବିଦ୍ୟାଳୟ ଅଟେ, ଡାକ୍ତରଖାନା ମଧ୍ୟ ଅଟେ । ଗାନ କରାଯାଏ ଜ୍ଞାନ ଅଞ୍ଜନ ସତ୍ଗୁରୁ ଦେଲେ, ଅଜ୍ଞାନ ଅନ୍ଧାର ବିନାଶ... । ଯୋଗ ବଳ ଦ୍ୱାରା ତୁମେ ସଦା ସୁସ୍ଥ ସଦା ଧନବାନ୍ ହେଉଛ । ନେଚର-କିଓର (ପ୍ରାକୃତିକ ଉପଚାର) କରାଇଥାନ୍ତି ନା । ଏବେ ତୁମର ଆତ୍ମା କିଓର୍ ଅର୍ଥାତ୍ ନିରୋଗ ହେବା ଦ୍ୱାରା ଶରୀର ମଧ୍ୟ କିଓର ହୋଇଯିବ । ଏହା ହେଉଛି ଆଧ୍ୟାତ୍ମିକ ନେଚର-କିଓର । ସ୍ୱାସ୍ଥ୍ୟ, ସମ୍ପତ୍ତି, ଖୁସି ୨୧ ଜନ୍ମ ପାଇଁ ମିଳୁଛି । ଉପରେ ନାମ ଲେଖିଦିଅ ରୁହାନୀ ନେଚର କିଓର (ଆଧ୍ୟାତ୍ମିକ ପ୍ରାକୃତିକ ଉପଚାର) । ମନୁଷ୍ୟଙ୍କୁ ପବିତ୍ର କରାଇବାର ଉପାୟ ଲେଖାଯାଉଛି । ଏଥିରେ ଆପତ୍ତିର କୌଣସି କଥା ନାହିଁ । ଆତ୍ମା ହିଁ ପତିତ ହୋଇଛି । ସେଥିପାଇଁ ତ ଡାକୁଛନ୍ତି ନା । ଆତ୍ମା ପ୍ରଥମେ ସତ୍ତ୍ୱପ୍ରଧାନ ପବିତ୍ର ଥିଲା ପୁଣି ଅପବିତ୍ର ହେଲା ପୁଣି ପବିତ୍ର କିପରି ହେବ ? ଭଗବାନୁବାଚ ମନମନାଭବ, ମୋତେ ମନେ ପକାଅ ତେବେ ମୁଁ ଗ୍ୟାରେଣ୍ଟି ଦେଉଛି ତୁମେ ପବିତ୍ର ହୋଇଯିବ । ବାବା କେତେ ଉପାୟମାନ ବତାଉଛନ୍ତି - ଏହିପରି ବୋର୍ଡ ଲଗାଅ । କିନ୍ତୁ କେହି ମଧ୍ୟ ଏପରି ବୋର୍ଡ ଲଗାଇ ନାହାଁନ୍ତି । ମୁଖ୍ୟ ଚିତ୍ର ସବୁ ରଖିଥିବ । ଭିତରକୁ କେହି ବି ଆସିଲେ କୁହ ତୁମେ ଆତ୍ମା ପରମଧାମର ନିବାସୀ ଅଟ । ଏଠାରେ ଏହି କର୍ମେନ୍ଦ୍ରିୟ ମିଳିଛି ଅଭିନୟ କରିବା ପାଇଁ । ଏହି ଶରୀର ତ ବିନାଶୀ ଅଟେ ନା । ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହୋଇଯିବ । ଏବେ ତୁମର ଆତ୍ମା ଅପବିତ୍ର ହୋଇଯାଇଛି ପୁଣି ପବିତ୍ର ହୋଇଗଲେ ଘରକୁ ଚାଲିଯିବ । ବୁଝାଇବା ତ ବହୁତ ସହଜ ଅଟେ । ଯିଏ କଳ୍ପ ପୂର୍ବର ଆତ୍ମା ହୋଇଥିବେ ସେହିମାନେ ହିଁ ଆସି କଣ୍ଟାରୁ ଫୁଲ ହେବେ । ଏଥିରେ ଡରିବାର କୌଣସି କଥା ନାହିଁ । ତୁମେ ତ ଭଲ କଥା ଲେଖୁଛ । ସେହି ଗୁରମାନେ ମଧ୍ୟ ମନ୍ତ୍ର ଦେଇଥାନ୍ତି ନା । ବାବା, ମଧ୍ୟ ମନମନାଭବର ମନ୍ତ୍ର ଦେଇ ପୁଣି ରଚୟିତା ଏବଂ ରଚନାର ରହସ୍ୟ ବୁଝାଉଛନ୍ତି । ଗୃହସ୍ଥ ବ୍ୟବହାରରେ ରହି କେବଳ ବାବାଙ୍କୁ ମନେ ପକାଅ । ଅନ୍ୟମାନଙ୍କୁ ମଧ୍ୟ ପରିଚୟ ଦିଅ, ଲାଇଟ୍ ହାଉସ୍ (ବତୀଘର, ଯିଏ ଆଲୋକ ପ୍ରଦାନ କରେ) ମଧ୍ୟ ହୁଅ ।

ତୁମକୁ ଦେହୀ-ଅଭିମାନୀ ହେବା ପାଇଁ ବହୁତ ଗୁପ୍ତ ମେହନତ କରିବାକୁ ପଡିବ । ଯେପରି ବାବା ଜାଣିଛନ୍ତି ଯେ ମୁଁ ଆତ୍ମାମାନଙ୍କୁ ପଢାଉଛି, ସେହିପରି ତୁମେ ପିଲାମାନେ ମଧ୍ୟ ଆତ୍ମ-ଅଭିମାନୀ ହେବା ପାଇଁ ମେହନତ କର । ମୁଖ ଦ୍ୱାରା ଶିବ-ଶିବ କହିବାର ମଧ୍ୟ ଆବଶ୍ୟକତା ନାହିଁ । ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବାକୁ ହେବ କାହିଁକି ନା ମୁଣ୍ଡ ଉପରେ ବହୁତ ପାପର ବୋଝ ରହିଛି । ୟାଦ କରିବା ଦ୍ୱାରା ହିଁ ତୁମେ ପବିତ୍ର ହୋଇଯିବ । କଳ୍ପ ପୂର୍ବରୁ ଯେଉଁମାନେ ଯେପରି ବର୍ସା ନେଇଥିବେ, ସେମାନେ ହିଁ ନିଜ-ନିଜର ସମୟରେ ବର୍ସା (ସମ୍ପତ୍ତି) ନେବେ । କିଛି ହେଲେ ଅଦଳ-ବଦଳ ହୋଇପାରିବ ନାହିଁ । ମୁଖ୍ୟ କଥା ହେଉଛି ଦେହୀ-ଅଭିମାନୀ ହୋଇ ବାବାଙ୍କୁ ୟାଦ କରିବା ତେବେ ମାୟାର ଚାପୁଡା ଖାଇବ ନାହିଁ । ଦେହ-ଅଭିମାନରେ ଆସିଲେ କିଛି ନା କିଛି ବିକର୍ମ ହେବ ପୁଣି ଶହେ ଗୁଣା ପାପ ହୋଇଯିବ । ସିଡି ଓହ୍ଲାଇବା ପାଇଁ ୮୪ ଜନ୍ମ ଲାଗିଛି । ଏବେ ପୁଣି ଚଢିବାର କଳା ଅର୍ଥାତ୍ ଉନ୍ନତିର ସମୟ ଏହି ଗୋଟିଏ ଜନ୍ମରେ ହିଁ ହେଉଛି । ବାବା ଆସିଥିବାରୁ ଲିଫ୍ଟର ମଧ୍ୟ ଉଦ୍ଭାବନ ହୋଇଛି । ପୂର୍ବରୁ ତ ଅଣ୍ଟାରେ ହାତ ଦେଇ ସିଡି ଚଢୁଥିଲେ । ଏବେ ସହଜ ପାଇଁ ଲିଫଟ୍ ବାହାରିଲାଣି । ଏହା ମଧ୍ୟ ଲିଫ୍ଟ ଅଟେ ଯାହାକି ଗୋଟିଏ ସେକେଣ୍ଡରେ ମୁକ୍ତି ଏବଂ ଜୀବନମୁକ୍ତିକୁ ଯାଉଛ । ଜୀବନବନ୍ଧନ ପର୍ଯ୍ୟନ୍ତ ଆସିବା ପାଇଁ ୫ ହଜାର ବର୍ଷ, ୮୪ ଜନ୍ମ ଲାଗୁଛି । ଜୀବନମୁକ୍ତି (ସ୍ୱର୍ଗ)କୁ ଯିବା ପାଇଁ ଗୋଟିଏ ଜନ୍ମ ଲାଗୁଛି । କେତେ ସହଜ ଅଟେ । ତୁମଠାରୁ ମଧ୍ୟ ଯିଏ ପଛରେ ଆସିବେ ସେ ମଧ୍ୟ ତୁରନ୍ତ ଚଢିଯିବେ । ବୁଝିବେ ଯେ ହଜିଯାଇଥିବା ଜିନିଷ ବାବା ଦେବାକୁ ଆସିଛନ୍ତି । ତାଙ୍କ ମତରେ ନିଶ୍ଚିତ ପରିଚାଳିତ ହେବୁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କୌଣସି ଚିନ୍ତା ନକରି ଶ୍ରୀମତ ଆଧାରରେ ନିଜର ଗୁପ୍ତ ରାଜଧାନୀ ସ୍ଥାପନ କରିବାକୁ ହେବ । ବିଘ୍ନ ପାଇଁ ଚିନ୍ତିତ ହେବାର ନାହିଁ । ବୁଦ୍ଧିରେ ରହୁ ଯେ କଳ୍ପ ପୂର୍ବରୁ ଯେଉଁମାନେ ସହଯୋଗ ଦେଇଥିଲେ ସେମାନେ ଏବେ ମଧ୍ୟ ନିଶ୍ଚିତ ଦେବେ, ତେଣୁ ଚିନ୍ତାର କୌଣସି କଥା ନାହିଁ ।

(୨) ସବୁବେଳେ ଏହି ଖୁସିରେ ରୁହ ଯେ ଏବେ ଆମର ବାନପ୍ରସ୍ଥ ଅବସ୍ଥା ଅଟେ, ଆମକୁ ଘରକୁ ଫେରିବାକୁ ହେବ । ତେଣୁ ଆତ୍ମ-ଅଭିମାନୀ ହେବାର ବହୁତ ଗୁପ୍ତ ମେହନତ କରିବାକୁ ହେବ । କୌଣସି ବିକର୍ମ କରିବାର ନାହିଁ ।

ବରଦାନ:-
ସ୍ନେହ ଏବଂ ସହଯୋଗର ବିଧି ଦ୍ୱାରା ଯଜ୍ଞର ସହଯୋଗୀ ହେଉଥିବା ସହଜଯୋଗୀ ହୁଅ ।

ବାପଦାଦାଙ୍କୁ ପିଲାମାନଙ୍କର ସ୍ନେହ ହିଁ ପସନ୍ଦ ଅଟେ ତେଣୁ ଯେଉଁମାନେ ଯଜ୍ଞ ସ୍ନେହୀ ଏବଂ ସହଯୋଗୀ ଅଟନ୍ତି ସେମାନେ ସହଜଯୋଗୀ ସ୍ୱତଃ ହିଁ ହୋଇଯାଆନ୍ତି କାରଣ ସହଯୋଗ ହିଁ ସହଜଯୋଗ । ଦିଲ୍ବାଲା ବାବାଙ୍କୁ ଦିଲ୍ ଅର୍ଥାତ୍ ହୃଦୟର ସ୍ନେହ ଏବଂ ହୃଦୟର ସହଯୋଗ ହିଁ ପ୍ରିୟ ଅଟେ । ସଂକୀର୍ଣ୍ଣ ହୃଦୟବାନ ଛୋଟିଆ ସଉଦାଟିଏ କରି ଖୁସି ହୋଇଯାଆନ୍ତି ଏବଂ ବିଶାଳ ହୃଦୟବାନ ପିଲାମାନେ ବେହଦର ଅର୍ଥାତ୍ ବହୁତ ବଡ ସଉଦା କରିଥାନ୍ତି । ମୂଲ୍ୟ କିନ୍ତୁ ସ୍ନେହର ଦେଖାଯାଏ ବସ୍ତୁର ନୁହେଁ ସେଥିପାଇଁ ସୁଦାମାର ଖୁଦ ଭଜାର ଗାୟନ ରହିଛି । ସେହିପରି ଏଠାରେ ମଧ୍ୟ କେହି କେତେ ବି ଦେଉଥାନ୍ତୁ କିନ୍ତୁ ଯଦି ସ୍ନେହ ନଥିବ ତେବେ ଜମା ହେବ ନାହିଁ । ସ୍ନେହର ସହିତ ଯଦି ଅଳ୍ପ ଟିକିଏ ବି ଜମା କରୁଛ ତେବେ ତାହା ପଦ୍ମଗୁଣା ହୋଇଯାଉଛି ।

ସ୍ଲୋଗାନ:-
ସମୟ ଏବଂ ଶକ୍ତି ବ୍ୟର୍ଥରେ ନଯାଉ ସେଥିପାଇଁ ପ୍ରଥମେ ଚିନ୍ତା କର ତାପରେ କର ।