27.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ନିଜ ଉପରେ ନିଜେ ହିଁ ଦୟା କର, ବାବା ଯେଉଁ ଶ୍ରୀମତ ଦେଉଛନ୍ତି ସେହି ଅନୁସାରେ ଚାଲୁଥାଅ, ବାବାଙ୍କର ଶ୍ରୀମତ ହେଲା ପିଲାମାନେ ସମୟ ନଷ୍ଟ କର ନାହିଁ, ଠିକ୍ କାମ କର ।

ପ୍ରଶ୍ନ:-
ଯେଉଁମାନେ ଭାଗ୍ୟବାନ ସନ୍ତାନ ଅଟନ୍ତି, ସେମାନଙ୍କର ମୁଖ୍ୟ ଧାରଣା କଣ ହୋଇଥିବ ?

ଉତ୍ତର:-
ଭାଗ୍ୟବାନ ପିଲାମାନେ ସକାଳୁ-ସକାଳୁ ଉଠି ବାବାଙ୍କୁ ବହୁତ ସ୍ନେହରେ ମନେ ପକାଇବେ । ବାବାଙ୍କ ସହିତ ମିଠା ମିଠା କଥା ହେବେ । କେବେ ବି ନିଜ ଉପରେ ନିର୍ଦ୍ଦୟ ହେବେ ନାହିଁ । ସେମାନେ ସମ୍ମାନର ସହିତ ପାସ୍ ହେବାର ପୁରୁଷାର୍ଥ କରି ନିଜକୁ ରାଜ୍ୟ ପଦ ପାଇବା ପାଇଁ ଯୋଗ୍ୟ କରିବେ ।

ଓମ୍ ଶାନ୍ତି ।
ପିଲାମାନେ ବାବାଙ୍କ ସାମ୍ନାରେ ବସିଛନ୍ତି ତେଣୁ ଜାଣିଛନ୍ତି ଯେ ଇଏ ଆମର ବେହଦର ବାବା ଅଟନ୍ତି ଏବଂ ଆମକୁ ବେହଦର ସୁଖ ଦେବା ପାଇଁ ଶ୍ରୀମତ ଦେଉଛନ୍ତି । ତାଙ୍କ ପାଇଁ ଗାୟନ କରାଯାଇଛି ଦୟାର-ସାଗର, ମୁକ୍ତିଦାତା... ବହୁତ ମହିମା କରିଥାନ୍ତି । ବାବା କହୁଛନ୍ତି କେବଳ ମହିମାର କଥା ନୁହଁ । ପିଲାମାନଙ୍କୁ ମତ ଦେବା ତ ପିତାଙ୍କର କର୍ତ୍ତବ୍ୟ । ବେହଦର ବାବା ମଧ୍ୟ ମତ ଦେଉଛନ୍ତି । ସର୍ବୋଚ୍ଚ ବାବା ଅଟନ୍ତି ତେବେ ନିଶ୍ଚିନ୍ତ ତାଙ୍କର ମତ ମଧ୍ୟ ସର୍ବୋଚ୍ଚ ହେବ । ଆତ୍ମା ହିଁ ମତ ଗ୍ରହଣ କରିଥାଏ, ଆତ୍ମା ହିଁ ଭଲ କିମ୍ବା ମନ୍ଦ କାମ କରିଥାଏ । ଏହି ସମୟରେ ଦୁନିଆକୁ ରାବଣର ମତ ମିଳୁଛି । ତୁମ ପିଲାମାନଙ୍କୁ ରାମଙ୍କର ମତ ମିଳୁଛି । ରାବଣର ମତ ଦ୍ୱାରା ନିଜ ଉପରେ ନିର୍ଦ୍ଦୟ ହୋଇ ଓଲଟା କାମ କରିଥାନ୍ତି । ତେଣୁ ବାବା ଶ୍ରୀମତ ଦେଉଛନ୍ତି କହୁଛନ୍ତି ଭଲ କାମ କର । ସବୁଠାରୁ ଭଲ କାର୍ଯ୍ୟ ହେଉଛି ନିଜ ଉପରେ ଦୟା କରିବା । ତୁମେ ଜାଣୁଛ ଯେ ମୁଁ ଆତ୍ମା ସତ୍ତ୍ୱପ୍ରଧାନ ଥିଲି, ବହୁତ ସୁଖି ଥିଲି, ପୁଣି ରାବଣର ମତ ମିଳିବା ଦ୍ୱାରା ତୁମେ ତମୋପ୍ରଧାନ ହୋଇଗଲ । ଏବେ ବାବା ପୁଣି ମତ ଦେଉଛନ୍ତି ଯେ ପ୍ରଥମେ ବାବାଙ୍କ ସ୍ମୃତିରେ ରୁହ । ଏବେ ନିଜ ଉପରେ ଦୟା କର ବାବା ଏହି ମତ ଦେଉଛନ୍ତି । ବାବା ଦୟା କରିନଥାନ୍ତି । ବାବା ତ ଶ୍ରୀମତ ଦେଇଥାନ୍ତି ଏଭଳି-ଏଭଳି କର । ନିଜ ଉପରେ ନିଜେ ହିଁ ଦୟା କରିବା । ନିଜକୁ ଆତ୍ମା ଭାବ ଏବଂ ନିଜର ପତିତ-ପାବନ ବାବାଙ୍କୁ ମନେ ପକାଅ ତେବେ ତୁମେ ପାବନ ହୋଇଯିବ । ତୁମେ ପାବନ କିପରି ହୋଇପାରିବ, ବାବା ରାୟ ଦେଉଛନ୍ତି । ବାବା ହିଁ ପତିତଙ୍କୁ ପାବନ କରୁଛନ୍ତି । ସେ ଶ୍ରୀମତ ଦେଉଛନ୍ତି । ଯଦି ତାଙ୍କର ମତରେ ଚାଲୁ ନାହଁ ତେବେ ନିଜ ପ୍ରତି ନିର୍ଦ୍ଦୟ ହେଉଛ । ବାବା ଶ୍ରୀମତ ଦେଉଛନ୍ତି ଯେ ପିଲାମାନେ ସମୟ ନଷ୍ଟ କର ନାହିଁ । ଏହି ପାଠକୁ ପକ୍କା କରିନିଅ ଯେ ମୁଁ ଆତ୍ମା ଅଟେ । ଶରୀର ନିର୍ବାହ ପାଇଁ ଧନ୍ଦା ଆଦି ଭଲେ କର ତଥାପି ମଧ୍ୟ ସମୟ ବାହାର କରି ଉପାୟ ରଚନା କର । ଧନ୍ଦା ଆଦି କରୁଥିଲେ ମଧ୍ୟ ଆତ୍ମାର ବୁଦ୍ଧି ବାବାଙ୍କ ଆଡକୁ ରହିବା ଦରକାର । ଯେପରି ପ୍ରେମିକା-ପ୍ରେମିକ ବି କାମ ତ କରିଥାନ୍ତି ନା । ଉଭୟ ପରସ୍ପର ପରସ୍ପର ପ୍ରତି ସମର୍ପଣ ହୋଇଥାନ୍ତି । କିନ୍ତୁ ଏଠାରେ ଏପରି ହୁଏ ନାହିଁ । ତୁମେ ଭକ୍ତିମାର୍ଗରେ ବି ମନେ ପକାଉଛ । କେହି କହିଥାନ୍ତି ଯେ କିପରି ମନେ ପକାଇବି ? ଆତ୍ମାର, ପରମାତ୍ମାଙ୍କର ରୂପ କଣ, ଯାହାକି ମନେ ପକାଇବି ? କାହିଁକି ନା ଭକ୍ତିମାର୍ଗରେ ତ ଗାନ କରିଥାନ୍ତି ଯେ ପରମାତ୍ମା ନାମ-ରୂପରୁ ଅଲଗା ଅଟନ୍ତି । କିନ୍ତୁ ଏପରି ନୁହଁ । କହିଥାନ୍ତି ମଧ୍ୟ ଭ୍ରୁକୁଟୀର ମଧ୍ୟରେ ଆତ୍ମା ତାରକା ସଦୃଶ ଅଟେ, ପୁଣି କାହିଁକି କହିଥାଅ ଯେ ଆତ୍ମା କଣ, ତାକୁ ଦେଖିପାରିବ ନାହିଁ । ତାହା ହିଁ ତ ଜାଣିବାର ଜିନିଷ । ଆତ୍ମାକୁ ଏବଂ ପରମାତ୍ମାଙ୍କୁ ଜାଣିବାର କଥା । ସେ ଅତି ସୂକ୍ଷ୍ମ ଜିନିଷ । ଜୁଳୁଜୁଳିଆ ପୋକଠାରୁ ମଧ୍ୟ ସୂକ୍ଷ୍ମ ଅଟେ । ଶରୀରରୁ କିପରି ବାହାରିଯାଉଛି ଜଣା ବି ପଡିନଥାଏ । ଆତ୍ମାର, ସାକ୍ଷାତ୍କାର ମଧ୍ୟ ହୋଇଥାଏ । ଆତ୍ମାର ସାକ୍ଷାତ୍କାର ହେଲା ତ କଣ ହେଲା । ତାହା ତ ତାରକା ସମାନ ସୂକ୍ଷ୍ମ ଅଟେ । ତେଣୁ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଯେପରି ଆତ୍ମା, ସେହିପରି ପରମାତ୍ମା ମଧ୍ୟ ଆତ୍ମା ଅଟନ୍ତି । କିନ୍ତୁ ପରମାତ୍ମାଙ୍କୁ ସୁପ୍ରିମ୍ ସୋଲ୍ ଅର୍ଥାତ୍ ପରମ ଆତ୍ମା କୁହାଯାଏ । ସେ ଜନ୍ମ ମରଣରେ ଆସି ନଥାନ୍ତି । ଆତ୍ମାକୁ ସର୍ବୋଚ୍ଚ ସେତେବେଳେ କୁହାଯିବ ଯେତେବେଳେ ଜନ୍ମ-ମରଣରୁ ଅଲଗା ହେବ । ବାକି ମୁକ୍ତିଧାମକୁ ତ ସମସ୍ତଙ୍କୁ ପବିତ୍ର ହୋଇ ଯିବାର ଅଛି । ସେଥିରେ ମଧ୍ୟ କ୍ରମାନୁସାରେ ଅଛନ୍ତି, ଯାହାଙ୍କର ହିରୋ-ହିରୋଇନ୍ର ପାର୍ଟ ରହିଛି । ଆତ୍ମାମାନେ ତ କ୍ରମ ଅନୁସାରେ ଅଛନ୍ତି ନା । ନାଟକରେ ମଧ୍ୟ କେହି ବହୁତ ଦରମା ପାଆନ୍ତି, କେହି କମ୍ ପାଆନ୍ତି । ଲକ୍ଷ୍ମୀ-ନାରାୟଣଙ୍କର ଆତ୍ମାକୁ ମନୁଷ୍ୟ ଆତ୍ମାମାନଙ୍କ ଭିତରେ ଶ୍ରେଷ୍ଠ କୁହାଯିବ । ଯଦିଓ ସମସ୍ତେ ପବିତ୍ର ହୋଇଥାନ୍ତି ତଥାପି ମଧ୍ୟ କ୍ରମଅନୁସାରେ ପାର୍ଟ ଅଛି । କିଏ ମହାରାଜା, କିଏ ଦାସୀ, କିଏ ପ୍ରଜା । ତୁମେ ସମସ୍ତେ କଳାକାର ଅଟ । ଜାଣୁଛ ଯେ ଏତେ ସବୁ ଦେବୀ-ଦେବତାମାନେ କ୍ରମଅନୁସାରେ ଅଛନ୍ତି । ଭଲ ପୁରୁଷାର୍ଥ କରିବେ, ଶ୍ରେଷ୍ଠ ଆତ୍ମା ହେବେ, ଉଚ୍ଚ ପଦ ପାଇବେ । ତୁମର ସ୍ମୃତି ଆସିଛି ଯେ ଆମେ ୮୪ ଜନ୍ମ କିପରି ନେଇଛୁ । ଏବେ ବାବାଙ୍କ ନିକଟକୁ ଯିବାର ଅଛି । ପିଲାମାନଙ୍କୁ ଏହି ଖୁସୀ ବି ଅଛି ତ ନଶା ମଧ୍ୟ ଅଛି । ସମସ୍ତେ କହିଥାନ୍ତି ଯେ ଆମେ ନରରୁ ନାରାୟଣ ବିଶ୍ୱର ମାଲିକ ହେବୁ । ତେବେ ତ ଏଭଳି ପୁରୁଷାର୍ଥ କରିବାକୁ ପଡିବ । ପୁରୁଷାର୍ଥ ଅନୁସାରେ ପଦ ପାଇଥାନ୍ତି । ସମସ୍ତଙ୍କୁ କ୍ରମାନୁସାରେ ପାର୍ଟ ମିଳିଛି । ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ ।

ଏବେ ବାବା ତୁମକୁ ଶ୍ରେଷ୍ଠ ମତ ଦେଉଛନ୍ତି । କିପରି ବି ହେଉ ବାବାଙ୍କୁ ମନେ ପକାଅ ତେବେ ଯାଇ ବିକର୍ମ ବିନାଶ ହେବ, ଆଉ ତା ସହିତ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇପାରିବ । ପାପର ବୋଝ ତ ମୁଣ୍ଡ ଉପରେ ବହୁତ ଅଛି । ତାହାକୁ କିପରି ବି ହେଉ ଏଠାରେ ସମାପ୍ତ କରିଲେ ଆତ୍ମା ପବିତ୍ର ହେବ । ତମୋପ୍ରଧାନ ମଧ୍ୟ ତୁମେ ଆତ୍ମା ହିଁ ହୋଇଛ ତେଣୁ ସତ୍ତ୍ୱପ୍ରଧାନ ମଧ୍ୟ ତୁମ ଆତ୍ମାକୁ ହେବାର ଅଛି । ଏହି ସମୟରେ ବେଶୀ ଦୁର୍ଭାଗ୍ୟଶାଳୀ ଭାରତ ଅଟେ । ଏହି ଖେଳ ମଧ୍ୟ ଭାରତରେ ହେଉଛି । ବାକି ସେମାନେ ତ କେବଳ ଧର୍ମ ସ୍ଥାପନ କରିବା ପାଇଁ ଆସିଥାନ୍ତି । ପୁନର୍ଜନ୍ମ ନେଇ-ନେଇ ପରେ ସବୁ ତମୋପ୍ରଧାନ ହୋଇଥାନ୍ତି । ସ୍ୱର୍ଗର ମାଲିକ ତୁମେ ହେଉଛ । ଜାଣୁଛ ଯେ ଭାରତ ବହୁତ ଶ୍ରେଷ୍ଠ ଦେଶ ଥିଲା । ଏବେ କେତେ ଗରୀବ ହୋଇଯାଇଛି, ଗରୀବଙ୍କୁ ହିଁ ସବୁ ସାହାଯ୍ୟ ଦେଇଥାନ୍ତି । ପ୍ରତି କଥାରେ ଭିକ୍ଷା ମାଗିଥାନ୍ତି । ପୂର୍ବେ ତ ବହୁତ ଶସ୍ୟ ଏଠାରୁ ବିଦେଶକୁ ଯାଉଥିଲା । ଭାରତ ଏବେ ଗରୀବ ହୋଇଯାଇଛି ତେଣୁ ଏଠାକୁ ଫେରସ୍ତ ହେଉଛି । ଯାହା ନେଇ ଯାଇଛନ୍ତି ତାହା ଋଣ ରୂପେ ମିଳୁଛି । କୃଷ୍ଣ ଏବଂ ଖ୍ରୀଷ୍ଟିୟାନ ରାଶି ଗୋଟିଏ । ଖ୍ରୀଷ୍ଟିୟାନମାନେ ହିଁ ଭାରତକୁ ଲୁଟି ନେଇଛନ୍ତି । ଏବେ ପୁଣି ଡ୍ରାମାନୁସାରେ ସେମାନେ ପରସ୍ପର ଲଢେଇ କରିବେ, ଲହୁଣୀ ତୁମମାନଙ୍କୁ ମିଳିବ । ଏପରି ନୁହେଁ ଯେ କୃଷ୍ଣଙ୍କ ମୁଖରେ ଲହୁଣୀ ଥିଲା । ଏହା ତ ଶାସ୍ତ୍ରରେ ଲେଖି ଦେଇଛନ୍ତି । ସମଗ୍ର ଦୁନିଆ କୃଷ୍ଣଙ୍କ ହସ୍ତ ଅଧିନରେ ଆସିଥାଏ । ସାରା ବିଶ୍ୱର ତୁମେ ମାଲିକ ହେଉଛ । ତୁମେ ପିଲାମାନେ ଜାଣୁଛ ଯେ ଆମେ ବିଶ୍ୱର ମାଲିକ ହେଉଛୁ । ତେବେ ତୁମେ କେତେ ଖୁସୀ ହେବା ଦରକାର । ତୁମର ପ୍ରତି ପାଦରେ ପଦ୍ମର ପ୍ରାପ୍ତି ହେଉଛି । କେବଳ ଜଣେ ଲକ୍ଷ୍ମୀ-ନାରାୟଣଙ୍କର ତ ରାଜ୍ୟ ନଥଲା । ରାଜବଂଶ ଥିଲା ନା । ଯଥା ରାଜା-ରାଣୀ ତଥା ପ୍ରଜା - ସଭିଙ୍କ ପାଦରେ ପଦ୍ମର ପ୍ରାପ୍ତି ହୋଇଥାଏ । ସେଠାରେ ତ ଅଗଣିତ ଧନ ରହିବ । ପଇସା ପାଇଁ କେହି ପାପ ଆଦି କରି ନଥାନ୍ତି, ଅମାପ ଧନ ଥାଏ । ଆଲ୍ଲା ଅବଲଦିନ୍ର ଖେଳ ଦେଖାଇଥାନ୍ତି ନା । ଆଲ୍ଲା ଅବଲଦିନ ଅର୍ଥାତ୍ ଯିଏ ଦେବୀ ଦେବତା ଧର୍ମ ସ୍ଥାପନ କରିଥାନ୍ତି । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ଦେଇଥାନ୍ତି । ଗୋଟିଏ ସେକେଣ୍ଡରେ ଅମାପ ସମ୍ପତ୍ତିର ସାକ୍ଷାତ୍କାର କରାଇଥାନ୍ତି । ମୀରା କୃଷ୍ଣଙ୍କ ସହିତ ସାକ୍ଷାତ୍କାରରେ ନାଚୁଥିଲେ । ତାହା ଥିଲା ଭକ୍ତିମାର୍ଗ । ଏଠାରେ ଭକ୍ତିମାର୍ଗର କଥା ନାହିଁ । ତୁମେ ତ ବୈକୁଣ୍ଠରେ ପ୍ରତ୍ୟକ୍ଷରେ ଯାଇ ରାଜତ୍ୱ କରିବ । ଭକ୍ତିମାର୍ଗରେ କେବଳ ସାକ୍ଷାତ୍କାର ହୋଇଥାଏ । ଏହି ସମୟରେ ତୁମେ ପିଲାମାନେ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସାକ୍ଷାତ୍କାର କରୁଛ । ଜାଣୁଛ ଯେ ଆମେ ଏହା ହେବୁ । ପିଲାମାନେ ଭୁଲିଯାଉଛନ୍ତି । ତେଣୁ ବ୍ୟାଜ୍ ଦିଆଯାଇଥାଏ । ଏବେ ଆମେ ବେହଦ ପିତାଙ୍କର ସନ୍ତାନ ହୋଇଛେ । ତେବେ କେତେ ଖୁସୀ ହେବା ଦରକାର । ଏହା ତ ପ୍ରତି ସେକେଣ୍ଡରେ ଦୃଢ ନିଶ୍ଚିତ କରିବା ଦରକାର । କିନ୍ତୁ ମାୟା ବିରୋଧ କରୁଥିବାରୁ ଖୁସୀ ମଧ୍ୟ ଚାଲିଯାଉଛି । ଯଦି ବାବାଙ୍କୁ ସର୍ବଦା ମନେ ପକାଉଥିବେ ତେବେ ନିଶା ରହିବ ଯେ ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି । ପୁଣି ମାୟା ଭୁଲାଇ ଦେଉଛି । ତେଣୁ କିଛି ନା କିଛି ବିକର୍ମ ହୋଇଯାଉଛି । ତୁମେ ପିଲାମାନେ ଜାଣୁଛ ଯେ ଆମେ ୮୪ ଜନ୍ମ ନେଇଛୁ, ଆଉ କେହି ୮୪ ଜନ୍ମ ନେଇ ନଥାନ୍ତି । ଏହା ମଧ୍ୟ ବୁଝିବା ଦରକାର ଯେ ବାବାଙ୍କୁ ଆମେ ଯେତେ ମନେ ପକାଇବା ସେତେ ଉଚ୍ଚ ପଦ ପାଇବା ଏବଂ ତା ସହିତ ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି କରିବାକୁ ହେବ, ପ୍ରଜା ମଧ୍ୟ ତିଆରି କରିବାକୁ ହେବ । ତେଣୁ ପ୍ରଥମେ ନିଜ ପରିବାରରୁ ଆରମ୍ଭ କରିବାକୁ ହେବ । ତୀର୍ଥକୁ ମଧ୍ୟ ପ୍ରଥମେ ନିଜେ ଯାଇଥାନ୍ତି ପୁଣି ମିତ୍ର-ସମ୍ବନ୍ଧୀ ଆଦିଙ୍କୁ ମଧ୍ୟ ଏକାଠି କରି ନେଇ ଯାଇଥାନ୍ତି । ତେଣୁ ତୁମେ ମଧ୍ୟ ସ୍ନେହରେ ସମସ୍ତଙ୍କୁ ବୁଝାଅ । ସମସ୍ତେ ବୁଝିବେ ନାହିଁ । ଗୋଟିଏ ଘରେ ବାପା ବୁଝିବେ ତ ପିଲା ବୁଝିବ ନାହିଁ । ମାଁ-ବାପା କେତେ ମଧ୍ୟ ପିଲାମାନଙ୍କୁ କହିବେ ଯେ ପୁରୁଣା ଦୁନିଆରେ ମନ ଲଗାଅ ନାହିଁ ତଥାପି ମଧ୍ୟ ମାନିବେ ନାହିଁ । ହଇରାଣ କରି ଦେଇଥାନ୍ତି । ଯେଉଁମାନେ ଏହି କୂଳର ଚାରା ହୋଇଥିବେ ସେମାନେ ପୁଣି ଆସି ବୁଝିବେ । ଏହି ଧର୍ମର ସ୍ଥାପନା ଦେଖ କିପରି ହେଉଛି, ଅନ୍ୟ ଧର୍ମାବଲମ୍ବୀଙ୍କର ଚାରା ଲାଗୁନାହିଁ । ସେମାନେ ତ ଉପରୁ ଆସିଥାନ୍ତି । ସେମାନଙ୍କର ଶିଷ୍ୟ ମଧ୍ୟ ଆସିଥାନ୍ତି । ଶିବବାବା ତ ସ୍ଥାପନା କରୁଛନ୍ତି ପୁଣି ସମସ୍ତଙ୍କୁ ପବିତ୍ର କରି ନେଇଯାଉଛନ୍ତି ସେଥିପାଇଁ ତାଙ୍କୁ ସତଗୁରୁ, ମୁକ୍ତିଦାତା କୁହାଯାଏ । ସତ୍ୟଗୁରୁ ଜଣେ ହିଁ ଅଟନ୍ତି । ମନୁଷ୍ୟ କେବେ କାହାର ସଦ୍ଗତି କରିନଥାନ୍ତି । ସଦ୍ଗତି ଦାତା କେବଳ ଜଣେ, ତାଙ୍କୁ ହିଁ ସତ୍ୟଗୁରୁ କୁହାଯାଉଛି । ଭାରତକୁ ସତ୍ୟଖଣ୍ଡ ମଧ୍ୟ ସେ କରୁଛନ୍ତି । ରାବଣ ଅସତ୍ୟ ଖଣ୍ଡ କରିଦେଇଛି । ବାବାଙ୍କ ପାଇଁ ମଧ୍ୟ ମିଥ୍ୟା, ଦେବତାମାନଙ୍କ ପାଇଁ ମଧ୍ୟ ମିଥ୍ୟା କହିଦେଇଥାନ୍ତି । ତେଣୁ ବାବା କହୁଛନ୍ତି ଖରାପ କଥା ଶୁଣ ନାହିଁ... ଏହାକୁ ବେଶ୍ୟାଳୟ କୁହାଯାଏ । ସତ୍ୟଯୁଗ ହେଉଛି ଶିବାଳୟ । ଏକଥା ମନୁଷ୍ୟ ବୁଝୁଛନ୍ତି କଣ । ସେମାନେ ତ ନିଜ ମତରେ ଚାଲୁଛନ୍ତି । କେତେ ଲଢେଇ ଝଗଡା ଚାଲୁଛି । ପିଲା ମାଆକୁ, ପତି ସ୍ତ୍ରୀକୁ ମାରୁଛି । ଜଣେ-ଜଣକୁ ମାରିଦେଉଛି । ପିଲା ଦେଖୁଛି ବାପାଙ୍କ ପାଖରେ ବହୁତ ଧନ ଅଛି, ଦେଉ ନାହିଁ ତେଣୁ ମାରିବାକୁ ମଧ୍ୟ ଡେରି କରୁନାହିଁ । କିପରି ଖରାପ ଦୁନିଆ ହୋଇଯାଇଛି । ଦେଖ ଏବେ ତୁମେ କେତେ ଶ୍ରେଷ୍ଠ ହେଉଛ । ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅର୍ଥାତ୍ ସତ୍ୟଯୁଗୀ ରାଜତ୍ୱ ସାମ୍ନାରେ ରହିଛି । ତୁମେ ତ କେବଳ କହୁଥିଲ ହେ ପତିତ-ପାବନ ଆସି ଆମକୁ ପବିତ୍ର କର । ଏପରି କଣ କହୁଥିଲ, ଯେ ବିଶ୍ୱର ମାଲିକ କର । ଈଶ୍ୱର ତ ସ୍ୱର୍ଗ ସ୍ଥାପନ କରନ୍ତି ତେବେ ଆମେ କାହିଁକି ସ୍ୱର୍ଗରେ ନାହାଁନ୍ତି । ପୁଣି ରାବଣ ତୁମକୁ ନର୍କବାସୀ କରିଥାଏ । କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ କହିବା ଦ୍ୱାରା ଭୁଲି ଯାଇଛନ୍ତି । ବାବା କହୁଛନ୍ତି ତୁମେ ସ୍ୱର୍ଗର ମାଲିକ ଥିଲ । ଏବେ ପୁଣି ଚକ୍ର ଲଗାଇ ନର୍କର ମାଲିକ ହୋଇଛ । ଏବେ ପୁଣି ବାବା ତୁମକୁ ସ୍ୱର୍ଗର ମାଲିକ କରୁଛନ୍ତି । କହୁଛନ୍ତି ସ୍ନେହୀ ଆତ୍ମାମାନେ, ବାବାଙ୍କୁ ମନେ ପକାଅ ତେବେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ତମୋପ୍ରଧାନ ହେବା ପାଇଁ ଅଧାକଳ୍ପ ଲାଗିଲା, ବରଂ ସାରା କଳ୍ପ ହିଁ କହିବା କାହିଁକି ନା କଳା ତ କମ୍ ହୋଇଯାଉଛି । ଏହି ସମୟରେ କୌଣସି କଳା ନାହିଁ । କହୁଛନ୍ତି ମୁଁ ନିର୍ଗୁଣ ମୋ ଭିତରେ କୌଣସି ଗୁଣ ନାହିଁ, ଏହାର ଅର୍ଥ କେତେ ସ୍ପଷ୍ଟ ଅଟେ । ଏଠାରେ ପୁଣି ର୍ନିଗୁଣ ବାଳକର ସଂସ୍ଥା ମଧ୍ୟ ଅଛି । ବାଳକମାନଙ୍କ ଭିତରେ କୌଣସି ଗୁଣ ନାହିଁ । କିନ୍ତୁ ବାଳକଙ୍କୁ ମହାତ୍ମାଙ୍କଠାରୁ ଶ୍ରେଷ୍ଠ କୁହାଯାଇଛି, ତାଙ୍କୁ ବିକାର କଣ ଜଣା ନାହିଁ । ମହାତ୍ମାମାନଙ୍କୁ ତ ବିକାର କଣ ଜଣା ଅଛି ତେବେ ଶବ୍ଦ ମଧ୍ୟ କେତେ ଭୁଲ୍ କହୁଛନ୍ତି । ମାୟା ବିଲ୍କୁଲ୍ ଅସତ୍ୟ କରିଦେଇଛି । ଗୀତା ପଢିଥାନ୍ତି ମଧ୍ୟ, କହିଥାନ୍ତି ଯେ ଭଗବାନ ଉବାଚ କାମ ବିକାର ମହାଶତ୍ରୁ, ଏହା ଆଦି-ମଧ୍ୟ-ଅନ୍ତ ଦୁଃଖଦାୟୀ ଅଟେ ତଥାପି ମଧ୍ୟ ପବିତ୍ର ହେବାରେ କେତେ ବିଘ୍ନ ପକାଉଛନ୍ତି । ପୁଅ ବିବାହ କରୁ ନାହିଁ ତ କେତେ ଗାଳି ଦେଇଥାନ୍ତି । ବାବା କହୁଛନ୍ତି ତୁମେ ପିଲାମାନେ ଶ୍ରୀମତ ଆଧାରରେ ଚାଲିବା ଉଚିତ୍ । ଯିଏ ଫୁଲ ହେବା ପାଇଁ ଯୋଗ୍ୟ ନୁହେଁ, କେତେ ବି ବୁଝାଅ କେବେ ହେଲେ ମାନିବେ ନାହିଁ । କେଉଁଠାରେ ପିଲାମାନେ ପୁଣି କହିଥାନ୍ତି ଯେ ଆମେ ବିବାହ କରିବୁ ନାହିଁ ତେବେ ମାଆ-ବାପା କେତେ ହଇରାଣ କରିଥାନ୍ତି ।

ବାବା କହୁଛନ୍ତି ଯେତେବେଳେ ଜ୍ଞାନ ଯଜ୍ଞ ରଚନା କରିଥାଏ ସେତେବେଳେ ଅନେକ ପ୍ରକାରର ବିଘ୍ନ ପଡିଥାଏ । ତିନି ପାଦ ଭୂମି ମଧ୍ୟ ଦେଇ ନଥାନ୍ତି ତୁମେ କେବଳ ବାବାଙ୍କ ମତରେ ଚାଲି ତାଙ୍କୁ ମନେପକାଇ ପବିତ୍ର ହେଉଛ, ଆଉ କୌଣସି କଷ୍ଟ ନାହିଁ । କେବଳ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଯେପରି ତୁମେ ଆତ୍ମାମାନେ ଏହି ଶରୀରରେ ଅବତରିତ ହୋଇଛ ସେହିଭଳି ବାବା ମଧ୍ୟ ଅବତରିତ ହୋଇଛନ୍ତି । ପୁଣି କଛପ ଅବତାର, ମତ୍ସ୍ୟ ଅବତାର କିପରି ହୋଇପାରିବ! କେତେ ନିନ୍ଦା କରିଦେଇଛନ୍ତି । କହିଥାନ୍ତି ଗୋଡି-ପଥରରେ ମଧ୍ୟ ଭଗବାନ ଅଛନ୍ତି । ବାବା କହୁଛନ୍ତି ମୋର ଏବଂ ଦେବତାମାନଙ୍କର ନିନ୍ଦା କରୁଛନ୍ତି । ମୋତେ ଆସିବାକୁ ପଡୁଛି, ମୁଁ ଆସି ତୁମ ପିଲାମାନଙ୍କୁ ପୁଣି ଥରେ ସମ୍ପତ୍ତି ଦେଉଛି । ମୁଁ ଆଶୀର୍ବାଦ ଦେଉଛି ଆଉ ରାବଣ ଅଭିଶାପ ଦେଉଛି, ଏହା ହିଁ ହେଉଛି ଖେଳ । ଯେଉଁମାନେ ଶ୍ରୀମତ ପାଳନ କରୁ ନାହାଁନ୍ତି ତେବେ ବୁଝିବାକୁ ହେବ ଯେ ସେମାନଙ୍କର ଭାଗ୍ୟ ଏତେ ଶ୍ରେଷ୍ଠ ନୁହେଁ । ଭାଗ୍ୟବାନ ହୋଇଥିଲେ ସକାଳୁ-ସକାଳୁ ଉଠି ବାବାଙ୍କୁ ମନେ ପକାଇବେ, ବାବାଙ୍କ ସହିତ କଥାବାର୍ତ୍ତା କରିବେ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ । ଖୁସୀର ପାରଦ ଚଢିବ । ଯେଉଁମାନେ ସମ୍ମାନର ସହିତ ପାସ୍ ହୋଇଥାନ୍ତି ସେମାନେ ହିଁ ରାଜ୍ୟପଦ ପାଇଁ ଯୋଗ୍ୟ ହୋଇପାରିବେ । କେବଳ ଏକା ଲକ୍ଷ୍ମୀ-ନାରାୟଣ ରାଜ୍ୟ କରିନଥାନ୍ତି । ରାଜଧାନୀ ଅଟେ ନା । ଏବେ ବାବା କହୁଛନ୍ତି ତୁମର ବୁଦ୍ଧି କେତେ ସ୍ୱଚ୍ଛ ହେଉଛି । ଏହାକୁ ସତ୍ସଙ୍ଗ କୁହାଯାଇଛି । ସତ୍ସଙ୍ଗ ଗୋଟିଏ ହିଁ ହୋଇଥାଏ । ଯାହାକି ବାବା ସତ୍ୟଜ୍ଞାନ ଦେଇ ସତ୍ୟଖଣ୍ଡର ମାଲିକ କରାଉଛନ୍ତି । କଳ୍ପର ସଂଗମ ଯୁଗରେ ହିଁ ସତ୍ୟର ସଙ୍ଗ ମିଳୁଛି । ସ୍ୱର୍ଗରେ କୌଣସି ପ୍ରକାରର ସତ୍ସଙ୍ଗ ହୁଏ ନାହିଁ ।

ଏବେ ତୁମେ ଆତ୍ମିକ ଉଦ୍ଧାରକାରୀ ସୈନ୍ୟ ଅଟ । ତୁମେ ବିଶ୍ୱର ନୌକା ପାର କରୁଛ । ତୁମର ଉଦ୍ଧାରକର୍ତ୍ତା ଶ୍ରୀମତ ଦାତା ବାବା ଅଟନ୍ତି । ତୁମର ମହିମା ବହୁତ ଶ୍ରେଷ୍ଠ ଅଟେ । ବାବାଙ୍କର ମହିମା, ଭାରତର ମହିମା ଅପରମଅପାର ଅଟେ । ତୁମ ପିଲାମାନଙ୍କର ମହିମା ମଧ୍ୟ ଅପରମଅପାର ଅଟେ । ତୁମେ ବ୍ରହ୍ମାଣ୍ଡର ଏବଂ ବିଶ୍ୱର ମଧ୍ୟ ମାଲିକ ହେଉଛ । ମୁଁ ତ କେବଳ ବ୍ରହ୍ମାଣ୍ଡର ମାଲିକ । ପୂଜା ମଧ୍ୟ ତୁମର ଡବଲ ହୋଇଥାଏ । ମୁଁ ତ ଦେବତା ହେଉ ନାହିଁ ଯାହା ଦ୍ୱାରା ଡବଲ ପୂଜା ହେବ । ତୁମମାନଙ୍କ ଭିତରେ ମଧ୍ୟ କ୍ରମଅନୁଯାୟୀ ବୁଝିଥାନ୍ତି ଏବଂ ଖୁସୀରେ ଆସି ପୁରୁଷାର୍ଥ କରିଥାନ୍ତି । ପାଠପଢାରେ ପାର୍ଥକ୍ୟ କେତେ ରହିଛି । ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଚାଲେ । ସେଠାରେ ମନ୍ତ୍ରୀ ନଥାନ୍ତି । ଲକ୍ଷ୍ମୀ-ନାରାୟଣ, ଯାହାଙ୍କୁ ଭଗବାନ-ଭଗବତୀ କହିଥାନ୍ତି ସେ ପୁଣି ମନ୍ତ୍ରୀର ରାୟ ନେବେ କି ? ଯେତେବେଳେ ପତିତ ରାଜା ହୋଇଥାନ୍ତି ସେତେବେଳେ ମନ୍ତ୍ରୀ ଆଦି ରଖିଥାନ୍ତି । ଏବେ ତ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି । ତୁମ ପିଲାମାନଙ୍କର ଏହି ପୁରୁଣା ଦୁନିଆରୁ ବୈରାଗ୍ୟ ହୋଇଛି । ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ । ଜ୍ଞାନ କେବଳ ରୁହାନୀ ବାବା ଶିଖାଇଥାନ୍ତି ଆଉ କେହି ଶିଖାଇ ପାରିବେ ନାହିଁ । ବାବା ହିଁ ପତିତ-ପାବନ ସମସ୍ତଙ୍କର ସଦ୍ଗତିଦାତା ଅଟନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବାବାଙ୍କୁ ମନେ ପକାଇବା ସହିତ ଅନ୍ୟମାନଙ୍କୁ ନିଜ ଭଳି କରିବାର ସେବା ମଧ୍ୟ କରିବା ଉଚିତ୍ । ଚେରିଟୀ ବିଗନ୍ସ ଏଟ୍ ହୋମ୍... (ଦାନପୁଣ୍ୟ ନିଜ ଘରୁ ଆରମ୍ଭ କରାଯାଏ) ସମସ୍ତଙ୍କୁ ସ୍ନେହର ସହିତ ବୁଝାଇବାକୁ ହେବ ।

(୨) ଏହି ପୁରୁଣା ଦୁନିଆଠାରୁ ବେହଦର ବୈରାଗୀ ହେବାକୁ ପଡିବ । ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ... ଆମେ ସେହି ବେହଦ ବାବାଙ୍କର ସନ୍ତାନ ଅଟୁ, ସେ ଆମକୁ କୁବେର ସମ୍ପତ୍ତି ଦେଉଛନ୍ତି, ଏହି ଖୁସିରେ ରହିବାର ଅଛି ।

ବରଦାନ:-
ଗୋଟିଏ ସେକେଣ୍ଡର ବାଜି ଆଧାରରେ କଳ୍ପ କଳ୍ପର ଭାଗ୍ୟ ନିର୍ମାଣ କରି ଶ୍ରେଷ୍ଠ ଭାଗ୍ୟବାନ ହୁଅ ।

ଏହି ସଂଗମଯୁଗର ସମୟକୁ ବରଦାନ ମିଳିଛି ଯାହା ଚାହିଁବ, ଯେପରି ଚାହିଁବ ଏବଂ ଯେତେ ମାତ୍ରାରେ ଚାହିଁବ ସେତେ ମାତ୍ରାରେ ନିଜର ଭାଗ୍ୟ ନିର୍ମାଣ କରିପାରିବ କାହିଁକି ନା ଭାଗ୍ୟ ବିଧାତା ବାବା ଭାଗ୍ୟ ଗଢିବାର ଚାବୀ ପିଲାମାନଙ୍କ ହାତରେ ଦେଇଛନ୍ତି । ଶେଷରେ ଆସିଥିବା ଆତ୍ମା ମଧ୍ୟ ତୀବ୍ର ପୁରୁଷାର୍ଥ ଆଧାରରେ ପ୍ରଥମ ସ୍ଥାନ ଅଧିକାର କରିପାରିବ । କେବଳ ସେବାର ବିସ୍ତାର ଭିତରେ ନିଜର ସ୍ଥିତିକୁ ଗୋଟିଏ ସେକେଣ୍ଡରେ ସାର ସ୍ୱରୂପ କରିବାର ଅଭ୍ୟାସ କର । ଏବେ ଯଦି ନିର୍ଦ୍ଦେଶ ମିଳିବ ଗୋଟିଏ ସେକେଣ୍ଡରେ ମାଷ୍ଟର ବୀଜରୂପ ହୋଇଯାଅ ତେବେ ସେଥିରେ ସମୟ ଲାଗିବା ଉଚିତ୍ ନୁହେଁ । ଏହି ଗୋଟିଏ ସେକେଣ୍ଡର ବାଜିକୁ ଜିତିପାରିଲେ ସାରା କଳ୍ପର ଭାଗ୍ୟ ଜମା କରିପାରିବ ।

ସ୍ଲୋଗାନ:-
ଡବଲ ସେବା ଦ୍ୱାରା ଶକ୍ତିଶାଳୀ ବାତାବରଣ ସୃଷ୍ଟି କର ତେବେ ପ୍ରକୃତି ଦାସୀ ହୋଇଯିବ ।