28.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହି ବେହଦ ଅର୍ଥାତ୍ ଅବିନାଶୀ ନାଟକରେ ତୁମେମାନେ ବିଚିତ୍ର କଳାକାର ଅଟ, ଏହା ଅନାଦି ନାଟକ, ଏଥିରେ କୌଣସି ଅଦଳ-ବଦଳ ହୋଇପାରିବ ନାହିଁ ।

ପ୍ରଶ୍ନ:-
ବୁଦ୍ଧିମାନ, ଦୂରାଂଦେଶୀ ଅର୍ଥାତ୍ ଦୂରଦୃଷ୍ଟି ସମ୍ପନ୍ନ ସନ୍ତାନମାନେ ହିଁ କେଉଁ ଗୁହ୍ୟ ରହସ୍ୟକୁ ବୁଝିପାରିବେ ?

ଉତ୍ତର:-
ମୂଳବତନରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଡ୍ରାମାର ଆଦି-ମଧ୍ୟ-ଅନ୍ତର ଯେଉଁ ଗୁଢ ରହସ୍ୟ ରହିଛି, ତାହା ଦୂରଦୃଷ୍ଟି ସମ୍ପନ୍ନ ପିଲାମାନେ ହିଁ ବୁଝି ପାରିବେ, ସୃଷ୍ଟିରୂପୀ ବୃକ୍ଷର ବୀଜ ଏବଂ ବୃକ୍ଷର ସମ୍ପୂର୍ଣ୍ଣ ଜ୍ଞାନ ସେମାନଙ୍କର ବୁଦ୍ଧିରେ ରହିଛି । ସେମାନେ ଜାଣିଛନ୍ତି ଯେ ଏହି ବେହଦର ନାଟକରେ ଆତ୍ମା ରୂପୀ କଳାକାର ଯିଏକି ଏହି ଶରୀର ରୂପୀ ବସ୍ତ୍ରକୁ ଧାରଣ କରି ଅଭିନୟ କରୁଛି, ତାକୁ ସତ୍ୟଯୁଗରୁ ନେଇ କଳିଯୁଗ ପର୍ଯ୍ୟନ୍ତ ଅଭିନୟ କରିବାକୁ ହେବ । କୌଣସି ବି ପାର୍ଟଧାରୀ ନାଟକ ମଝିରୁ ଘରକୁ ଫେରିଯାଇ ପାରିବ ନାହିଁ ।

ଗୀତ:-
ତୁନେ ରାତ ଗବାଇ ଶୋକେ...

ଓମ୍ ଶାନ୍ତି ।
ଏହି ଗୀତ ପିଲାମାନେ ଶୁଣିଲେ । ତେବେ ଏଥିରେ କିଛିଟା ଅକ୍ଷର ଠିକ୍ ଆଉ କିଛିଟା ଭୁଲ୍ ରହିଛି । ସୁଖ ବେଳେ ତ ଭଗବାନଙ୍କୁ ସ୍ମରଣ କରାଯାଇ ନଥାଏ । ଦୁଃଖକୁ ମଧ୍ୟ ନିଶ୍ଚିତ ଆସିବାର ଅଛି । ତେବେ ଦୁଃଖ ହେଲେ ହିଁ ତ ବାବାଙ୍କୁ ଆସିବାକୁ ପଡିବ । ମିଠା ମିଠା ସନ୍ତାନମାନଙ୍କୁ ଜଣା ଅଛି ଯେ, ଏବେ ଆମେ ସୁଖଧାମକୁ ଯିବା ପାଇଁ ପାଠ ପଢୁଛୁ । ଶାନ୍ତିଧାମ ଏବଂ ସୁଖଧାମକୁ ଜାଣୁଛୁ । ପ୍ରଥମେ ମୁକ୍ତି ତାପରେ ଜୀବନମୁକ୍ତି । ଶାନ୍ତିଧାମ ଆତ୍ମାମାନଙ୍କର ଘର, ସେଠାରେ କୌଣସି ଅଭିନୟ କରାଯାଏ ନାହିଁ । ଅଭିନେତା ଘରକୁ ଚାଲିଯାଆନ୍ତି, ସେଠାରେ କେହି ଅଭିନୟ କରିନଥାନ୍ତି । ଅଭିନୟ ମଞ୍ଚ କରାଯାଇଥାଏ । ଏହା ମଧ୍ୟ ମଞ୍ଚ ଅଟେ । ଯେପରି ହଦର ନାଟକ ହୋଇଥାଏ ଠିକ୍ ସେହିପରି ଏହା ବେହଦର ନାଟକ ଅଟେ । ଏହାର ଆଦି-ମଧ୍ୟ-ଅନ୍ତର ରହସ୍ୟ ବାବାଙ୍କ ବ୍ୟତୀତ ଆଉ କେହି ବୁଝାଇ ପାରିବେ ନାହିଁ । ବାସ୍ତବରେ ଏହି ଯାତ୍ରା ଅଥବା ଯୁଦ୍ଧ ଅକ୍ଷର କେବଳ ବୁଝାଇବାର କାମରେ ବ୍ୟବହାର କରିଥାନ୍ତି । ବାକି ଏଥିରେ ଯୁଦ୍ଧ ଆଦି କିଛି ନାହିଁ । ଯାତ୍ରା ମଧ୍ୟ ଅକ୍ଷର ଅଟେ । ବାକି ଅର୍ଥ ହେଉଛି ବାବାଙ୍କୁ ମନେ ପକାଇବା । ମନେ ପକାଇ ପକାଇ ପାବନ ହୋଇଯିବା । ଏହି ଯାତ୍ରା ଏହିଠାରେ ହିଁ ପୂରଣ ହେବ । କେଉଁଠାକୁ ଯିବାର ନାହିଁ । ପିଲାମାନଙ୍କୁ ବୁଝାଯାଉଛି ଯେ ପବିତ୍ର ହୋଇ ନିଜ ଘରକୁ ଯିବାର ଅଛି । ଅପବିତ୍ର ତ ଯାଇପାରିବ ନାହିଁ । ତେଣୁ ନିଜକୁ ଆତ୍ମା ଭାବ । ମୋ ଆତ୍ମାରେ ସାରା ଚକ୍ରର ପାର୍ଟ ରହିଛି । ଏବେ ସେହି ପାର୍ଟ ପୁରା ହୋଇଛି । ବାବା ବହୁତ ସହଜ ରାୟ ଦେଉଛନ୍ତି କହୁଛନ୍ତି କେବଳ ମୋତେ ମନେ ପକାଅ । ତୁମେ ଏଠାରେ ବସିଛ । କେଉଁଆଡେ ତ ଯିବାକୁ ପଡୁନାହିଁ । ବାବା ନିଜେ ଆସି କହୁଛନ୍ତି ମୋତେ ମନେ ପକାଅ ତେବେ ତୁମେମାନେ ପାବନ ହୋଇଯିବ । ଲଢେଇର କିଛି କଥା ନାହିଁ । ନିଜକୁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କରିବାର ଅଛି । ମାୟା ଉପରେ ବିଜୟ ପ୍ରାପ୍ତ କରିବାର ଅଛି । ପିଲାମାନେ ଜାଣୁଛନ୍ତି ଯେ ୮୪ ଜନ୍ମର ଚକ୍ର ପୂର୍ଣ୍ଣ ହେବାର ଅଛି । ଭାରତ ଦିନେ ସତ୍ତ୍ୱପ୍ରଧାନ ଥିଲା, ସେଥିରେ ନିଶ୍ଚିନ୍ତ ମନୁଷ୍ୟ ହିଁ ଥିବେ । ଜମି ବାଡି କଣ ବଦଳିବ । ଏବେ ତୁମେମାନେ ଜାଣୁଛ ଯେ ଆମେ ସତ୍ତ୍ୱପ୍ରଧାନ ଥିଲୁ ପୁଣି ତମୋପ୍ରଧାନ ହୋଇଗଲୁ ଏବେ ପୁଣି ସତ୍ତ୍ୱପ୍ରଧାନ ହେଉଛୁ । ମନୁଷ୍ୟ ଡାକୁଛନ୍ତି ଯେ ଆସି ଆମକୁ ପତିତରୁ ପାବନ କର । ପରନ୍ତୁ ସେ କିଏ ଅଟନ୍ତି, କିପରି ଆସନ୍ତି କିଛି ଜାଣନ୍ତି ନାହିଁ । ଏବେ ବାବା ତୁମମାନଙ୍କୁ ବୁଦ୍ଧିମାନ କରିଛନ୍ତି । ତୁମେମାନେ କେତେ ଉଚ୍ଚ ପଦ ପ୍ରାପ୍ତ କରୁଛ । ସେଠାକାର ଗରୀବ ମଧ୍ୟ ଏଠାକାର ସାହୁକାରଙ୍କଠାରୁ ବହୁତ ଧନବାନ ଅଟନ୍ତି, ଯଦିଓ କେତେ ବଡ ବଡ ରାଜାମାନେ ଥିଲେ ତାଙ୍କ ପାଖରେ ଧନ ବହୁତ ଥିଲା କିନ୍ତୁ ବିକାରୀ ତ ଅଟନ୍ତି ନା । ଏମାନଙ୍କ ଠାରୁ ସେଠାକାର ସାଧାରଣ ପ୍ରଜା ମଧ୍ୟ ବହୁତ ଉଚ୍ଚ ହୋଇଥାନ୍ତି । ବାବା ପାର୍ଥକ୍ୟ ବତାଉଛନ୍ତି । ରାବଣର ଛାଇ ପଡିବାରୁ ପତିତ ହୋଇଯାଉଛନ୍ତି । ନିର୍ବିକାରୀ ଦେବତାମାନଙ୍କ ଆଗରେ ନିଜକୁ ପତିତ କହି ମୁଣ୍ଡ ନୁଆଁଉଛନ୍ତି । ବାବା ଏଠାକୁ ଆସିବା କ୍ଷଣି ଜଲ୍ଦି ଉଚ୍ଚକୁ ଚଢେଇ ଦେଉଛନ୍ତି । ଏହା ଗୋଟିଏ ସେକେଣ୍ଡର କଥା । ଏବେ ବାବା ଜ୍ଞାନର ତୃତୀୟ ନେତ୍ର ଦେଇଛନ୍ତି । ତୁମେ ପିଲାମାନେ ଦୂରଦୃଷ୍ଟି ସମ୍ପନ୍ନ ହୋଇଯାଉଛ । ଉପର ମୂଳବତନରୁ ଆରମ୍ଭ କରି ସଂମ୍ପୂର୍ଣ୍ଣ ଡ୍ରାମାର ଚକ୍ର ତୁମମାନଙ୍କ ବୁଦ୍ଧିରେ ରହିଛି । ଯେପରି ହଦର ଡ୍ରାମା ଦେଖି କରି ଆସି ଶୁଣାଇଥାନ୍ତି ନା କଣ କଣ ଦେଖିଲୁ । ବୁଦ୍ଧିରେ ଭର୍ତ୍ତି ହୋଇ ରହିଥାଏ, ସେସବୁ ବର୍ଣ୍ଣନା କରିଥାନ୍ତି । ଆତ୍ମାରେ ଭର୍ତ୍ତି କରି ଆସିଥାନ୍ତି ପୁଣି ଆସି ବର୍ଣ୍ଣନା କରିଥାନ୍ତି । ଏହା ପୁଣି ବେହଦର କଥା ଅଟେ । ତୁମ ପିଲାମାନଙ୍କ ବୁଦ୍ଧିରେ ଏହି ବେହଦ ଡ୍ରାମାର ଆଦି, ମଧ୍ୟ, ଅନ୍ତର ରହସ୍ୟ ରହିବା ଦରକାର । ଯାହା ପୁନରାବୃତ୍ତି ହୋଇ ଚାଲିଛି । ହଦର ନାଟକରେ ତ ଜଣେ ପାର୍ଟଧାରୀ ବାହାରି ଗଲେ ତାଙ୍କ ବଦଳରେ ଅନ୍ୟ କେହି ଆସି ପାରିବେ । କାହାକୁ ବିମାରୀ ହେଲେ ତ ତାହା ବଦଳରେ ଅନ୍ୟ ଜଣଙ୍କୁ ମିଶାଇଥାନ୍ତି । ଏହା ତ ଚୈତନ୍ୟ ଡ୍ରାମା ଏଥିରେ ଟିକିଏ ମଧ୍ୟ ଅଦଳ-ବଦଳ ହୋଇ ପାରିବ ନାହିଁ । ତୁମେ ପିଲାମାନେ ଜାଣୁଛ ଯେ ଆମେ ସମସ୍ତେ ଆତ୍ମା ଅଟୁ । ଏହା ଶରୀର ରୂପୀ ବସ୍ତ୍ର ଅଟେ, ଯାହା ପିନ୍ଧିକରି ଆମେ ବହୁ ରୂପରେ ଅଭିନୟ କରୁଛୁ । ନାମ, ରୂପ, ଦେଶ, ଚେହେରା ବଦଳି ଯାଉଛି । ଅଭିନେତାକୁ ନିଜର ଅଭିନୟ ତ ଜଣାଥାଏ ନା । ବାବା ପିଲାମାନଙ୍କୁ ଏହି ଚକ୍ରର ରହସ୍ୟ ତ ବୁଝାଉଛନ୍ତି । ସତ୍ୟଯୁଗରୁ ନେଇ କଳିଯୁଗ ପର୍ଯ୍ୟନ୍ତ ଆତ୍ମାମାନେ ଆସିଥାନ୍ତି ପୁଣି ଯାଇଥାନ୍ତି ପୁଣି ନୂଆ କରି ଆସି ପାର୍ଟ ବଜାଇଥାନ୍ତି । ଏହାକୁ ସମ୍ପୂର୍ଣ୍ଣ ରୂପେ ବୁଝାଇବାରେ ସମୟ ଲାଗିଥାଏ । ବୀଜରେ ଯଦିଓ ଜ୍ଞାନ ରହିଛି ତଥାପି ମଧ୍ୟ ବୁଝାଇବାରେ ସମୟ ଲାଗିଥାଏ ନା । ତୁମମମାନଙ୍କ ବୁଦ୍ଧିରେ ସୃଷ୍ଟିରୂପୀ ବୃକ୍ଷର ବୀଜ ଏବଂ ବିସ୍ତାରର ଜ୍ଞାନ ରହିଛି, ଯିଏ ଭଲ ବୁଦ୍ଧିବାନ୍ ଅଟନ୍ତି ସେ ବୁଝିଥାନ୍ତି ଯେ ଏହାର ବୀଜ ଶିବବାବା ଉପରେ ଅଛନ୍ତି । ଇଏ ଉତ୍ପତ୍ତି, ପାଳନା ଏବଂ ସଂହାର କିପରି କରିଥାନ୍ତି, ସେଥିପାଇଁ ତ୍ରିମୂର୍ତ୍ତି ଚିତ୍ର ଦେଖାଇଛନ୍ତି । ଏହି ଜ୍ଞାନ ଯାହାକି ବାବା ଦେଉଛନ୍ତି, ତାହା ଆଉ କେହି ମନୁଷ୍ୟ ମାତ୍ର ଦେଇପାରିବେ ନାହିଁ । ଯେତେବେଳେ ଏଠାକୁ ଆସିବେ ସେତେବେଳେ ଜଣା ପଡିବ ତେଣୁ ତୁମେମାନେ ସଭିଙ୍କୁ କହିଥାଅ ଯେ ଏଠାକୁ ଆସି ବୁଝ । କେହି-କେହି ବହୁତ ଜିଦିଖୋର ହୋଇଥାନ୍ତି କହିଥାନ୍ତି ଆମକୁ କିଛି ଶୁଣିବାର ନାହିଁ । କେହି ତ ପୁଣି ଶୁଣିଥାନ୍ତି ମଧ୍ୟ, କେହି ପୁସ୍ତକ ନେଇଥାନ୍ତି ଆଉ କେହି ନେଇନଥାନ୍ତି । ଏବେ ତୁମମାନଙ୍କର ବୁଦ୍ଧି କେତେ ବିଶାଳ, ଦୂରଦୃଷ୍ଟି ସମ୍ପନ୍ନ ହୋଇଯାଇଛି । ତିନିଲୋକକୁ ତୁମେମାନେ ଜାଣୁଛ । ମୂଳବତନ ଯାହାକୁ ନିରାକାରୀ ଦୁନିଆ କୁହାଯାଉଛି । ବାକି ସୂକ୍ଷ୍ମ ବତନରେ କିଛି ମଧ୍ୟ ନାହିଁ । କେବଳ ମୂଳବତନ ଏବଂ ସ୍ଥୂଳ ବତନର ପାର୍ଟ ରହିଛି । ବାକି ସୂକ୍ଷ୍ମବତନ ତ ଅଳ୍ପ ସମୟ ପାଇଁ ଅଟେ । ଆତ୍ମାମାନେ ତ ସବୁ ଉପରୁ ଏଠାକୁ ଆସିଥାନ୍ତି ପାର୍ଟ ବଜାଇବା ପାଇଁ । ଏହି ସୃଷ୍ଟି ରୂପୀ ବୃକ୍ଷରେ ସବୁ ଧର୍ମ କ୍ରମାନୁସାରେ ରହିଛି । ଏହା ହେଉଛି ମନୁଷ୍ୟ ଆତ୍ମାଙ୍କର ବୃକ୍ଷ ଏବଂ ବିଲକୁଲ୍ ସଠିକ୍ ରୂପେ ରହିଛି । କିଛି ମଧ୍ୟ ଆଗ ପଛ ହୋଇ ହୋଇପାରିବ ନାହିଁ । ନା ଆତ୍ମାମାନେ ଆଉ କୌଣସି ଜାଗାରେ ରହି ପାରିବେ । ଆତ୍ମାମାନେ ବ୍ରହ୍ମ ମହତତ୍ତ୍ୱରେ ଥାଆନ୍ତି । ଯେଭଳି ତାରାମାନେ ଆକାଶରେ ଅଛନ୍ତି । ଏହି ତାରା ତ ଦୂରରୂ ଛୋଟ ଛୋଟ ଦେଖାଯାଇଥାଏ । କିନ୍ତୁ ଆକାରରେ ତ ବଡ । କିନ୍ତୁ ଆତ୍ମା ନା ଛୋଟ ବଡ ହେଉଛି, ନା ତାର ବିନାଶ ହେଉଛି । ତୁମେମାନେ ହିଁ ସତ୍ୟଯୁଗକୁ ଯାଉଛ ପୁଣି କଳିଯୁଗକୁ ଆସୁଛ । ପିଲାମାନେ ଜାଣୁଛନ୍ତି ଯେ ଆମେ ସତ୍ୟଯୁଗରେ ଥିଲୁ, ଏବେ କଳିଯୁଗକୁ ଆସିଗଲୁ । ଆତ୍ମାର କୌଣସି ମୂଲ୍ୟ ରହିଲା ନାହିଁ । ଯଦିଓ ମାୟାର ପ୍ରଲୋଭନ କେତେ ମଧ୍ୟ ରହିଛି କିନ୍ତୁ ଏହା ହେଉଛି ରାବଣର ସୁବର୍ଣ୍ଣ ଯୁଗ, ତାହା ହେଉଛି ଈଶ୍ୱରୀୟ ସୁବର୍ଣ୍ଣ ଯୁଗ ।

ମନୁଷ୍ୟ କହୁଛନ୍ତି ୬-୭ ବର୍ଷରେ ଏତେ ଶସ୍ୟ ହେବ, ଯାହାକି ବର୍ଣ୍ଣନା କରି ହେବ ନାହିଁ । ଦେଖ, ସେମାନଙ୍କର ପ୍ଲାନ୍ ଯୋଜନା କଣ ଆଉ ତୁମମାନଙ୍କର ଯୋଜନା କଣ ? ବାବା କହୁଛନ୍ତି ମୋର ଯୋଜନା ହେଉଛି ପୁରୁଣାକୁ ନୂଆ କରିବା । ତୁମମାନଙ୍କର ମଧ୍ୟ ଏହି ଗୋଟିଏ ଯୋଜନା ଜାଣୁଛ ଯେ ବାବାଙ୍କର ଶ୍ରୀମତ ଅନୁସାରେ ଆମେ ନିଜର ବର୍ସା ନେଉଛୁ । ବାବା ରାସ୍ତା ବତାଉଛନ୍ତି, ତାଙ୍କରି ସ୍ମୃତିରେ ରହିବାର ମତ ଦେଉଛନ୍ତି । ମତ ଅକ୍ଷର ତ ରହିଛି ନା । ସଂସ୍କୃତ ଅକ୍ଷର ତ ବାବା କହୁ ନାହାଁନ୍ତି । ବାବା ତ ହିନ୍ଦିରେ ହିଁ ବୁଝାଉଛନ୍ତି । ଭାଷା ତ ଅନେକ ଅଛି ନା । ଅନୁବାଦ ମଧ୍ୟ କରାଯାଏ, ଯାହା ଶୁଣି ପୁଣି ଶୁଣାଇଥାନ୍ତି । ହିନ୍ଦି ଓ ଇଂରାଜୀ ତ ବହୁତ ଜାଣିଥାନ୍ତି, ପଢିଥାନ୍ତି । ବାକି ମାତାମାନେ ଘରେ ରହୁଥିବାରୁ ଏତେ ପଢି ନଥାନ୍ତି । ଆଜିକାଲି ବିଦେଶରେ ଇଂରାଜୀ ଶିଖିଥାନ୍ତି ତ ପୁଣି ଏଠାକୁ ଆସିଲେ ମଧ୍ୟ ଇଂରାଜୀ କହିଥାନ୍ତି । ହିନ୍ଦି କହିପାରନ୍ତି ନାହିଁ । ଘରକୁ ଆସିଲେ ତ ମାଆ ସହିତ ଇଂରାଜୀରେ କଥାବାର୍ତ୍ତା କରନ୍ତି । ସେ ବିଚାରୀ ଦ୍ୱନ୍ଦରେ ପଡି କହିଥାନ୍ତି ଯେ ମୁଁ କଣ ଇଂରାଜୀରୁ ବୁଝିବି ପୁଣି ତାଙ୍କୁ ଖଣ୍ଡି ଖଣ୍ଡି ହିନ୍ଦୀ ଶିଖିବାକୁ ପଡିଥାଏ । ସତ୍ୟଯୁଗରେ ତ ଏକ ରାଜ୍ୟ, ଏକ ଭାଷା ଥିଲା, ଯାହା ଏବେ ପୁଣି ଥରେ ସ୍ଥାପନା କରୁଛେ । ପ୍ରତି ୫ ହଜାର ବର୍ଷ ପରେ ଏହି ସୃଷ୍ଟିର ଚକ୍ର କିପରି ଘୁରୁଛି ତାହା ବୁଦ୍ଧିରେ ରହିବା ଦରକାର । ଏକମାତ୍ର ବାବାଙ୍କର ସ୍ମୃତିରେ ହିଁ ରହିବାର ଅଛି । ଏଠାରେ ତୁମମାନଙ୍କୁ ଭଲ ଫୁର୍ସତ ମିଳିଛି । ସକାଳେ ସ୍ନାନ ଆଦି କରି ବାହାରେ ଚାଲିବା ବୁଲିବାରେ ବଡ ମଜା ଆସିଥାଏ, ସେହିଭଳି ବୁଦ୍ଧିରେ ଏହି ସ୍ମୃତି ରହୁ ଯେ ଆମେ ସବୁ ପାର୍ଟଧାରୀ ଅଟୁ । ଏହା ବି ଏବେ ସ୍ମୃତିରେ ଆସିଛି । ବାବା ଆମକୁ ୮୪ ଜନ୍ମର ରହସ୍ୟ ବତାଇଛନ୍ତି । ଆମେ ସତ୍ତ୍ୱପ୍ରଧାନ ଥିଲୁ, ଏହା ବଡ ଖୁସୀର କଥା ଅଟେ । ମନୁଷ୍ୟ କେବଳ ଭ୍ରମଣ କରିଚାଲିଛନ୍ତି, ସେମାନଙ୍କର କିଛି ମଧ୍ୟ ପ୍ରାପ୍ତି ହେଉ ନାହିଁ । ତୁମେମାନେ ତ ବହୁତ ରୋଜଗାର କରୁଛ । ବୁଦ୍ଧିରେ ସୃଷ୍ଟିଚକ୍ର ମଧ୍ୟ ଘୂରାଉଥାଅ ଏବଂ ବାବାଙ୍କୁ ମନେ ପକାଉଥାଅ । ରୋଜଗାର କରିବା ପାଇଁ ବାବା ବହୁତ ଭଲ-ଭଲ ଯୁକ୍ତି ବତେଇଛନ୍ତି । ଯେଉଁ ପିଲାମାନେ ଜ୍ଞାନର ବିଚାର ସାଗର ମନ୍ଥନ କରିନଥାନ୍ତି ସେମାନଙ୍କ ବୁଦ୍ଧିରେ ମାୟା ଖିଟ୍ପିଟ୍ କରିଥାଏ । ସେମାନଙ୍କୁ ହିଁ ମାୟା ହଇରାଣ କରିଥାଏ । ଏକଥା ବିଚାର କର ଯେ ଆମେ ଚକ୍ର କିପରି ଲଗାଇଲୁ । ସତ୍ୟଯୁଗରେ ଏତେ ଜନ୍ମ ନେଲୁ ପୁଣି ତଳକୁ ଖସି ଆସିଛୁ । ଏବେ ପୁଣି ସତ୍ତ୍ୱପ୍ରଧାନ ହେବାର ଅଛି । ବାବା କହିଛନ୍ତି ଯେ ମୋତେ ମନେ ପକାଅ ତେବେ ସତ୍ତ୍ୱପ୍ରଧାନ ହୋଇଯିବ । ଚାଲିଲା ବୁଲିଲା ବେଳେ ବୁଦ୍ଧିରେ ବାବାଙ୍କ ସ୍ମୃତି ରହିଲେ ମାୟାର ଖିଟ୍ ଖିଟ୍ ସମାପ୍ତ ହୋଇଯିବ । ଆଉ ତୁମମାନଙ୍କର ବହୁତ ବହୁତ ଫାଇଦା ହେବ । ଯଦିଓ ସ୍ତ୍ରୀ ପୁରୁଷ ସାଥିରେ ଯାଉଛ । ଉଚ୍ଚ ପଦ ପ୍ରାପ୍ତ କରିବା ପାଇଁ ନିଜେ ନିଜ ପାଇଁ ମେହେନତ କରିବାକୁ ହେବ । ଏକାକୀ ଯିବାରେ ତ ବହୁତ ହିଁ ମଜ୍ଜା ଅଛି । ନିଜର ହିଁ ଧୁନ୍ରେ ରହିବେ । ଅନ୍ୟ କେହି ସାଥିରେ ଥିବ ତ ବୁଦ୍ଧି ଇଆଡେ ସିଆଡେ ଯିବ । ଏହା ତ ବହୁତ ସହଜ, ବଗିଚା ଆଦି ତ ସବୁ ଜାଗାରେ ଅଛି, ଇଂଜିନିୟର ହୋଇଥିଲେ ତାହାର ଏହି ଚିନ୍ତନ ଚାଲିବ ଯେ ଏଠାରେ ପୋଲ ତିଆରି କରିବାର ଅଛି, ଏହା କରିବାର ଅଛି । ବୁଦ୍ଧିରେ ଯୋଜନା ଆସିଯାଇଥାଏ । ତୁମେମାନେ ମଧ୍ୟ ଘରେ ବସି ବୁଦ୍ଧିକୁ ନୂଆ ଦୁନିଆ ଆଡକୁ ଲଗାଅ । ଏହି ଅଭ୍ୟାସ ଜାରି ରଖ ତେବେ ଯାଇ ତୁମ ଭିତରେ ଏହି ଚିନ୍ତନ ସର୍ବଦା ଚାଲୁ ରହିବ । ପାଠ ପଢିବା ସହ ଧନ୍ଦା ଆଦି ମଧ୍ୟ କରିବାକୁ ହେବ । ବୁଢା, ଜବାନ, ପିଲା ଆଦି ସମସ୍ତଙ୍କୁ ପବିତ୍ର ହେବାର ଅଛି । ବାବାଙ୍କ ଠାରୁ ସମ୍ପତ୍ତି ନେବା ପାଇଁ ପିଲାମାନଙ୍କର ଅଧିକାର ଅଛି । ପିଲାମାନଙ୍କ ମଧ୍ୟରେ ଛୋଟ ଅବସ୍ଥାରେ ଯଦି ଏହି ଜ୍ଞାନ ବୀଜ ପଡିଯାଏ ତେବେ ବହୁତ ଭଲ । ଆଧ୍ୟାତ୍ମିକ ବିଦ୍ୟା ଆଉ କେହି ଶିଖାଇ ପାରିବେ ନାହିଁ ।

ତୁମର ଆଧ୍ୟାତ୍ମିକ ବିଦ୍ୟା, ବାବା ହିଁ ଆସି ପଢାଉଛନ୍ତି । ଦୁନିଆର ସ୍କୁଲ୍ରେ ଲୌକିକ ବିଦ୍ୟା ମିଳିଥାଏ ଏବଂ ଆଉ ସତସଂଗରେ ଶାସ୍ତ୍ରର ବିଦ୍ୟା ମିଳିଥାଏ । କିନ୍ତୁ ଏହା ହେଉଛି ରୁହାନୀ ବିଦ୍ୟା, ଯାହା ତୁମମାନଙ୍କୁ ଭଗବାନ ପଢାଉଛନ୍ତି । ଏହି ଜ୍ଞାନ କାହାକୁ ମଧ୍ୟ ଜଣା ନାହିଁ । ଏହାକୁ କୁହାଯାଏ ଆଧ୍ୟାତ୍ମିକ ଜ୍ଞାନ । ଯାହାକୁ ପରମ ଆତ୍ମା ଆସି ପଢାଉଛନ୍ତି, ତାଙ୍କର ଆଉ କୌଣସି ନାମ ରଖାଯାଇପାରିବ ନାହିଁ । ଏହା ତ ସ୍ୱୟଂ ବାବା ଆସି ପଢାଉଛନ୍ତି । ଭଗବାନୁବାଚ ଅଟେ ନା । ଭଗବାନ ଥରେ ମାତ୍ର ଏହି ସମୟରେ ଆସି ବୁଝାଇଥାନ୍ତି, ଏହାକୁ ଆତ୍ମିକ ଜ୍ଞାନ କୁହାଯାଏ । ଶାସ୍ତ୍ରର ବିଦ୍ୟା ତ ଅଲଗା । ତୁମମାନଙ୍କୁ ଜଣା ଅଛି ଯେ ଗୋଟିଏ ହେଉଛି ଲୌକିକ କଲେଜର ଜ୍ଞାନ, ଅନ୍ୟଟି ଆଧ୍ୟାତ୍ମିକ ଶାସ୍ତ୍ରର ଜ୍ଞାନ, ତୃତୀୟରେ ହେଉଛି ଏହି ରୁହାନୀ ଜ୍ଞାନ । ଯଦିଓ କେତେ ବି ବଡ ବଡ-ଡକ୍ଟର ଅଫ୍ ଫିଲୋସଫୀ ଅର୍ଥାତ୍ ଦାର୍ଶନିକ ଅଟନ୍ତି, କିନ୍ତୁ ସେମାନେ ଶାସ୍ତ୍ରର କଥା କହିଥାନ୍ତି । ତୁମମାନଙ୍କର ଏହି ଜ୍ଞାନ ବିଲ୍କୁଲ୍ ଅଲଗା । ଏହି ଆଧ୍ୟାତ୍ମିକ ଜ୍ଞାନର ଆଧ୍ୟାତ୍ମିକ ପିତା ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି, ସେ ପଢାଉଛନ୍ତି । ତାଙ୍କର ମହିମା ହେଉଛି ଶାନ୍ତିର ସାଗର, ସୁଖର ସାଗର... । କୃଷ୍ଣଙ୍କର ମହିମା ବିଲ୍କୁଲ୍ ଅଲଗା, ଗୁଣ ଅବଗୁଣ ମନୁଷ୍ୟ ଭିତରେ ଥାଏ, ଯାହା ସେମାନେ କହିଥାନ୍ତି । ବାବାଙ୍କର ମହିମାକୁ ମଧ୍ୟ ଯଥାର୍ଥ ରୀତି ତୁମେ ଜାଣୁଛ । ସେମାନେ ତ କେବଳ ଶୁଆ ପରି ଗାୟନ କରୁଛନ୍ତି ଅର୍ଥ କିଛି ଜାଣନ୍ତି ନାହିଁ । ତେଣୁ ପିଲାମାନଙ୍କୁ ନିଜର ଉନ୍ନତି ବିଷୟରେ ବାବା ରାୟ ଦେଉଛନ୍ତି । ପୁରୁଷାର୍ଥ କରି ଚାଲିଲେ ପକ୍କା ହୋଇଯିବ । ପୁଣି ଅଫିସ୍ରେ କାମ କରିବା ସମୟରେ ମଧ୍ୟ ଏହି ସ୍ମୃତି ଆସିବ, ଈଶ୍ୱରଙ୍କର ସ୍ମୃତି ରହିବ । ମାୟାର ସ୍ମୃତି ତ ଅଧାକଳ୍ପ ଚାଲିଲା, ଏବେ ବାବା ଯଥାର୍ଥ ରୀତି ବସି ବୁଝାଉଛନ୍ତି । ନିଜକୁ ଦେଖ ଆମେ କଣ ଥିଲୁ, ଏବେ କଣ ହୋଇଗଲୁ! ପୁଣି ବାବା ଆମକୁ ଏପରି ଦେବତା କରୁଛନ୍ତି । ଏହା ମଧ୍ୟ ତୁମେ ସନ୍ତାନମାନେ ପୁରୁଷାର୍ଥର କ୍ରମଅନୁସାରେ ଜାଣୁଛ । ପ୍ରଥମେ କେବଳ ଭାରତ ହିଁ ଥିଲା । ଭାରତକୁ ହିଁ ବାବା ଆସିଥାନ୍ତି ଅଭିନୟ କରିବା ପାଇଁ । ତୁମେମାନେ ମଧ୍ୟ ଆଦି ସନାତନ ଦେବୀ ଦେବତା ଧର୍ମର ଅଟ ନା ତୁମମାନଙ୍କୁ ପବିତ୍ର ହେବାର ଅଛି, ନଚେତ୍ ପଛରେ ଆସି ପୁଣି କଣ ସୁଖ ପାଇବ । ଯଦି ଭକ୍ତି ବେଶୀ କରିନଥିବ ତେବେ ଆସିବ ନାହିଁ । ବାବା ବୁଝିଯିବେ ଯେ ଇଏ ଏତେ ଉଚ୍ଚ ପଦ ପ୍ରାପ୍ତ କରିପାରିବେ ନାହିଁ । ବୁଝି ତ ପାରିବେ ନା । ବହୁତ ମେହନତ କରୁଛନ୍ତି ସେଥିରୁ ମଧ୍ୟ କେହି କୋଟିକରେ ଗୋଟିଏ ବାହାରୁଛନ୍ତି କିନ୍ତୁ ଏଥିରେ ଥକିଯିବାର ନାହିଁ । ପରିଶ୍ରମ ତ କରିବାକୁ ହେବ । ପରିଶ୍ରମ ବିନା କିଛି କଣ ମିଳିବ କି । ପ୍ରଜା ତ ତିଆରି ହୋଇ ଚାଲିଛି ।

ବାବା ପିଲାମାନଙ୍କର ଉନ୍ନତି ପାଇଁ ଯୁକ୍ତି ବତାଉଛନ୍ତି ସନ୍ତାନମାନେ ଯଦି ନିଜର ଉନ୍ନତି କରିବାର ଅଛି ତେବେ ସକାଳୁ-ସକାଳୁ ସ୍ନାନ ଆଦି କରି ଏକାନ୍ତରେ ଯାଇ ଚକ୍ର ଲଗାଅ କିମ୍ବା ବସିଯାଅ । ସୁସ୍ଥତା ପାଇଁ ଚାଲିବା ମଧ୍ୟ ଭଲ । ବାବା ବି ମନେ ପଡିବେ ଏବଂ ଡ୍ରାମାର ରହସ୍ୟ ମଧ୍ୟ ବୁଦ୍ଧିରେ ରହିବ, ଦେଖ କେତେ ପ୍ରାପ୍ତି ହେଉଛ । ଏହା ପ୍ରକୃତ ରୋଜଗାର ଅଟେ, କର୍ମଧନ୍ଦା ସରିବା ପରେ ଏହି ପ୍ରାପ୍ତି ପାଇଁ ଚିନ୍ତା କର । ଏହା କଠିନ କାର୍ଯ୍ୟ ନୁହେଁ । ବ୍ରହ୍ମାବାବା ତାଙ୍କର, ସମ୍ପୂର୍ଣ୍ଣ ଜୀବନ କାହାଣୀ ଲେଖିଥାନ୍ତି ଆଜି ଏତିକି ସମୟରେ ଉଠିଲି, ପୁଣି ଏହା କରିଲି... ବୁଝିଥାନ୍ତି ଯେ ପରବର୍ତ୍ତୀ ସମୟରେ ତାଙ୍କ ପଛରେ ପିଲାମାନେ ପଢି କରି ଶିଖିବେ । ବଡ-ବଡ ବ୍ୟକ୍ତିଙ୍କର ଜୀବନ କାହାଣୀ ପଢିଥାଆନ୍ତି ନା । ପିଲାମାନଙ୍କ ପାଇଁ ଲେଖିଥାନ୍ତି ପୁଣି ପିଲାମାନେ ମଧ୍ୟ ଘରେ ଏପରି ଭଲ ସ୍ୱଭାବର ହୋଇଥାନ୍ତି । ଏବେ ତୁମ ପିଲାମାନଙ୍କୁ ପୁରୁଷାର୍ଥ କରି ସତ୍ତ୍ୱପ୍ରଧାନ ହେବାକୁ ହେବ । ସତ୍ତ୍ୱପ୍ରଧାନ ଦୁନିଆରେ ପୁଣି ଥରେ ରାଜ୍ୟ ନେବାର ଅଛି । ତୁମେମାନେ ଜାଣୁଛ ଯେ କଳ୍ପ-କଳ୍ପ ଆମେ ରାଜ୍ୟ ନେଉଛୁ ଏବଂ ପୁଣି ହରାଉଛୁ । ତୁମମାନଙ୍କ ବୁଦ୍ଧିରେ ଏହା ସବୁ ଅଛି । ଏହା ନୂଆ ଦୁନିଆ, ନୂଆ ଧର୍ମ ପାଇଁ ନୂଆ ଜ୍ଞାନ, ସେଥିପାଇଁ ମିଠା ମିଠା ପିଲାମାନଙ୍କୁ ପୁଣି ଥରେ ବୁଝାଉଛି ଯେ ଜଲଦି ଜଲଦି ପୁରୁଷାର୍ଥ କର । ଶରୀର ଉପରେ ଭରସା କଣ ଅଛି । ଆଜିକାଲି ମୃତ୍ୟୁ ବହୁତ ଶସ୍ତା ହୋଇଗଲାଣି । ସେଠାରେ ଅମରଲୋକରେ ଏଭଳି ମୃତ୍ୟୁ କେବେ ହୋଇନଥାଏ, ଏଠାରେ ତ ବସି-ବସି କିଭଳି ମରିଯାଉଛନ୍ତି ତେଣୁ ନିଜର ପୁରୁଷାର୍ଥ କରିଚାଲ । ଜମା କରିଚାଲ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବୁଦ୍ଧିକୁ ଜ୍ଞାନ ଚିନ୍ତନରେ ବ୍ୟସ୍ତ ରଖିବାର ଅଭ୍ୟାସ କରିବାକୁ ହେବ । ଯେତେବେଳେ ବି ସମୟ ମିଳୁଛି ଏକାନ୍ତରେ ଯାଇ ବିଚାର ସାଗର ମନ୍ଥନ କରିବାକୁ ହେବ । ବାବାଙ୍କୁ ମନେ ପକାଇ ପ୍ରକୃତ ରୋଜଗାର ଜମା କରିବାକୁ ହେବ ।

(୨) ଦୂରଦୃଷ୍ଟି ସମ୍ପନ୍ନ ହୋଇ ଏହି ବେହଦର ନାଟକକୁ ଠିକ୍ ଭାବରେ ବୁଝିବାକୁ ହେବ । ସମସ୍ତ ପାର୍ଟଧାରୀଙ୍କର ପାର୍ଟକୁ ସାକ୍ଷୀ ହୋଇ ଦେଖିବାକୁ ହେବ ।

ବରଦାନ:-
ମାଷ୍ଟର ଜ୍ଞାନର ସାଗର ହୋଇ କଣ୍ଢେଇ ଖେଳକୁ ସମାପ୍ତ କରୁଥିବା ସ୍ମୃତି ସ୍ୱରୂପ ତଥା ସମର୍ଥ ସ୍ୱରୂପ ହୁଅ ।

ଭକ୍ତିମାର୍ଗରେ ଯେପରି ଦେବୀ ଦେବତାଙ୍କର ମୂର୍ତ୍ତି ନିର୍ମାଣ କରି ପୂଜା ଅର୍ଚ୍ଚନା କରିଥାନ୍ତି, ପୁଣି ତାକୁ ପାଣିରେ ବୁଡାଇ ଦିଅନ୍ତି ସେଥିପାଇଁ ତୁମେମାନେ ତାକୁ କଣ୍ଢେଇ ପୂଜା କହୁଛ । ସେହିପରି ତୁମ ସମ୍ମଖକୁ ଯେତେବେଳେ କୌଣସି ନିର୍ଜିବ, ଅସାର କଥା ସବୁ ଆସୁଛି ଯାହାକି ଈର୍ଷା, ଅନୁମାନ ଏବଂ ଉତ୍ତେଜନା ସୃଷ୍ଟି କରିବା ଭଳି ଅଟେ ଏବଂ ତୁମେମାନେ ସେଗୁଡିକୁ ବିସ୍ତାର କରି ଅନୁଭବ କରୁଛ ବା ଅନ୍ୟକୁ କରାଉଛ ଯେ ଏହା ହିଁ ସତ୍ୟ ଅଟେ, ତେବେ ଏହା ମଧ୍ୟ ଯେପରି ସେଥିରେ ପ୍ରାଣ ଭରି ଦେଉଛ । ପୁଣି ସେଗୁଡିକୁ ଜ୍ଞାନର ସାଗର ବାବାଙ୍କର ସ୍ମୃତି ଦ୍ୱାରା ବିତିଯାଇଥିବା କଥାକୁ ପଛରେ ପକାଇ ସ୍ୱଉନ୍ନତିର ଲହଡିରେ ଭସାଇ ମଧ୍ୟ ଦେଉଛ କିନ୍ତୁ ସେଥିରେ ମଧ୍ୟ ସମୟ ତ ବ୍ୟର୍ଥରେ ନଷ୍ଟ ହେଲା ନା, ସେଥିପାଇଁ ପ୍ରଥମର ହିଁ ମାଷ୍ଟର ଜ୍ଞାନର ସାଗର ହୋଇ ସ୍ମୃତି ଆଧାରରେ ସମର୍ଥୀ ଭବର ବରଦାନ ଦ୍ୱାରା ଏହିସବୁ କଣ୍ଢେଇ ଖେଳକୁ ସମାପ୍ତ କର ।

ସ୍ଲୋଗାନ:-
ଯେଉଁମାନେ ସମୟ ଅନୁସାରେ ସହଯୋଗୀ ହୁଅନ୍ତି ସେମାନଙ୍କୁ ଥରେ ସହଯୋଗ ବଦଳରେ ପଦ୍ମଗୁଣା ଫଳ ମିଳିଥାଏ ।