28.11.19 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ଶିବବାବା ତୁମର ସବୁ
ଭଣ୍ଡାର ଭରପୂର କରିବା ପାଇଁ ଆସିଛନ୍ତି, କଥାରେ ଅଛି — ଭଣ୍ଡାର ଭରପୁର ରହିଲେ କାଳ କଣ୍ଟକ ଦୂର
ହୋଇଯାଏ ।”
ପ୍ରଶ୍ନ:-
ଜ୍ଞାନବାନ
ପିଲାମାନଙ୍କର ବୁଦ୍ଧିରେ କେଉଁ ଗୋଟିଏ କଥାର ପକ୍କା ନିଶ୍ଚୟ ଥିବ ?
ଉତ୍ତର:-
ତାଙ୍କର ଦୃଢ଼
ନିଶ୍ଚୟ ଥିବ ଯେ ମୁଁ ଯେଉଁ ଅଭିନୟ କରୁଛି ତାହା କେବେ କ୍ଷୟ ହେବ ନାହିଁ କି ଲିଭିଯିବ ନାହିଁ ।
ମୋ ଆତ୍ମାରେ ୮୪ ଜନ୍ମର ଅବିନାଶୀ ପାର୍ଟ ନିଧାର୍ଯ୍ୟ ଅଛି, ଏହି ଜ୍ଞାନ ବୁଦ୍ଧିରେ ରହିଥିଲେ
ତାଙ୍କୁ ଜ୍ଞାନବାନ କୁହାଯିବ । ନଚେତ୍ ସାରା ଜ୍ଞାନ ବୁଦ୍ଧିରୁ ଉଡ଼ିଯିବ ।
ଓମ୍ ଶାନ୍ତି ।
ବାବା ଆସି
ପିଲାମାନଙ୍କୁ କ’ଣ କହୁଛନ୍ତି ? ପିଲାମାନଙ୍କର କେଉଁ ସେବା କରୁଛନ୍ତି ? ଏହି ସମୟରେ ବାବା
ଆଧ୍ୟାତ୍ମିକ ପାଠ ପଢ଼ାଇବାର ସେବା କରୁଛନ୍ତି । ଏହା ମଧ୍ୟ ତୁମେ ଜାଣିଛ । ପରମପିତା
ପରମାତ୍ମାଙ୍କର ମଧ୍ୟ ପିତା ରୂପରେ ପାର୍ଟ ଅଛି, ଶିକ୍ଷକ ରୂପେ ମଧ୍ୟ ପାର୍ଟ ଅଛି ଏବଂ ଗୁରୁ ରୂପେ
ମଧ୍ୟ ପାର୍ଟ ରହିଛି । ତିନୋଟିଯାକ ଅଭିନୟ ଭଲ ଭାବରେ କରୁଛନ୍ତି । ତୁମେ ଜାଣୁଛ ସେ ପିତା ମଧ୍ୟ
ଅଟନ୍ତି । ସଦଗତି ଦାତା ଗୁରୁ ମଧ୍ୟ ଅଟନ୍ତି ଏବଂ ସମସ୍ତଙ୍କ ପାଇଁ ଅଟନ୍ତି । ଛୋଟ ବଡ଼ ବୃଦ୍ଧ
ଯୁବକ ସମସ୍ତଙ୍କ ପାଇଁ କେବଳ ଜଣେ ହିଁ ଅଟନ୍ତି । ସର୍ବୋଚ୍ଚ ପିତା ସର୍ବୋଚ୍ଚ ଶିକ୍ଷକ ଅଟନ୍ତି ।
ସିଏ ବେହଦର ଶିକ୍ଷା ଦେଉଛନ୍ତି । ତୁମେ ସମ୍ମିଳନୀରେ ମଧ୍ୟ ବୁଝାଇ ପାରିବ ଯେ ଆମେ ସମସ୍ତଙ୍କର
ଜୀବନ କାହାଣୀକୁ ଜାଣିଛୁ । ପରମପିତା ପରମାତ୍ମା ଶିବବାବାଙ୍କର ଜୀବନ କାହାଣୀକୁ ମଧ୍ୟ ଜାଣିଛୁ ।
କ୍ରମାନୁଯାୟୀ ବୁଦ୍ଧିରେ ସବୁ ମନେ ରହିବା ଦରକାର । ତେବେ ସମ୍ପୂର୍ଣ୍ଣ ବିରାଟ ରୂପର ଜ୍ଞାନ
ନିଶ୍ଚିତ ରୂପେ ତୁମମାନଙ୍କ ବୁଦ୍ଧିରେ ରହୁଥିବ । ଆମେ ଏବେ ବ୍ରାହ୍ମଣ ହେଉଛୁ ପୁଣି ଆମେ ଦେବତା
ହେବୁ, ତା’ପରେ କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର, ହେବୁ । ଏହା ତ ପିଲାମାନଙ୍କର ବୁଦ୍ଧିରେ ଅଛି ନା ।
ତୁମମାନଙ୍କ ବ୍ୟତୀତ ଏହି କଥା ଆଉ କାହାର ମଧ୍ୟ ମନେ ନଥିବ । ଉତ୍ଥାନ ଏବଂ ପତନର ସାରା ରହସ୍ୟ
ତୁମମାନଙ୍କ ବୁଦ୍ଧିରେ ରହିବା ଆବଶ୍ୟକ । ଆମେ ଉତ୍ଥାନରେ ଥିଲେ ପୁଣି ପତନକୁ ଆସିଛୁ, ଏବେ ମଝିରେ
ଅଛୁ । ଏବେ ଆମେ ଶୁଦ୍ର ମଧ୍ୟ ନୁହେଁ କିମ୍ବା ସମ୍ପୂର୍ଣ୍ଣ ବ୍ରାହ୍ମଣ ମଧ୍ୟ ହୋଇନାହୁଁ । ଯଦି ଏବେ
ପକ୍କା ବ୍ରାହ୍ମଣ ହୋଇଛ, ତେବେ ଶୁଦ୍ରର ଚାଲିଚଳନ ହେଉନଥିବ । କିନ୍ତୁ ବ୍ରାହ୍ମଣମାନଙ୍କ ଭିତରେ
ମଧ୍ୟ ଶୁଦ୍ରପଣିଆ ଆସିଯାଉଛି । ଏହା ମଧ୍ୟ ତୁମେ ଜାଣୁଛ କେବେଠାରୁ ପାପ କରିବା ଆରମ୍ଭ କରିଛ ?
ଯେବେଠାରୁ କାମ ଚିତାରେ ଚଢ଼ିଛ । ତୁମ ବୁଦ୍ଧିରେ ସାରା ଚକ୍ରର ଜ୍ଞାନ ରହୁଛି । ଉପରେ ରହିଲେ
ପରମପିତା ପରମାତ୍ମା, ପୁଣି ତା’ପରେ ତୁମେ ଆତ୍ମାମାନେ । ଏହି କଥା ତୁମମାନଙ୍କ ବୁଦ୍ଧିରେ
ନିଶ୍ଚିତ ରୂପେ ମନେ ରହିବା ଆବଶ୍ୟକ । ଏବେ ଆମେ ବ୍ରାହ୍ମଣ ଅଟୁ, ପରେ ପୁଣି ଦେବତା ହେଉଛୁ । ପୁଣି
ବୈଶ୍ୟ ଶୁଦ୍ର ବଂଶାବଳୀରେ ଆସିବୁ । ବାବା ଆସି ଆମକୁ ଶୁଦ୍ରରୁ ବ୍ରାହ୍ମଣ କରୁଛନ୍ତି । ପୁଣି ଆମେ
ବ୍ରାହ୍ମଣରୁ ଦେବତା ହେବୁ । ବ୍ରାହ୍ମଣ ହୋଇ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରି ପୁଣି ଫେରିଯିବୁ
। ତୁମେ ବାବାଙ୍କୁ ମଧ୍ୟ ଜାଣୁଛ । ବାଜୋଲି ଖେଳ ବା ୮୪ ଜନ୍ମର ଚକ୍ରକୁ ମଧ୍ୟ ତୁମେ ଜାଣୁଛ ।
ବାଜୋଲି (ପାଦ ସହିତ ମୁଣ୍ଡ ଲଗାଇ ଲେଉଟିବା) ଖେଳର ଉଦାହରଣ ଦେଇ ବାବା ତୁମକୁ ବହୁତ ସହଜ ଭାବରେ
ବୁଝାଉଛନ୍ତି । ତୁମକୁ ବହୁତ ହାଲୁକା କରୁଛନ୍ତି । ଯାହା ଦ୍ୱାରା ନିଜକୁ ବିନ୍ଦୁ ଭାବି ତୁରନ୍ତ
ଘରକୁ ଯାଇପାରିବ । ଛାତ୍ରମାନେ ଶ୍ରେଣୀରେ ବସିଥିବା ସମୟରେ କେବଳ ପାଠ ହିଁ ବୁଦ୍ଧିରେ ରହିଥାଏ ।
ସେହିଭଳି ତୁମର ମଧ୍ୟ ଏହି ପାଠପଢ଼ା ମନେ ରହିବା ଦରକାର । ଏବେ ଆମେ ସଂଗମଯୁଗରେ ଅଛୁ । ପୁଣି
ଏହିଭଳି ଚକ୍ର ଲଗାଇବୁ । ଏହି ଚକ୍ର ସର୍ବଦା ବୁଦ୍ଧିରେ ଘୁରୁଥିବା ଦରକାର । ଏହି ଚକ୍ର ଆଦିର
ଜ୍ଞାନ ତୁମ ବ୍ରାହ୍ମଣମାନଙ୍କ ପାଖରେ ଅଛି ଶୂଦ୍ରମାନଙ୍କ ପାଖରେ ନାହିଁ । ଦେବତାମାନଙ୍କ ପାଖରେ
ମଧ୍ୟ ଏହି ଜ୍ଞାନ ନାହିଁ । ଏବେ ତୁମେ ବୁଝିପାରୁଛ ଭକ୍ତିମାର୍ଗରେ ଯେଉଁ ସବୁ ଚିତ୍ର ତିଆରି ହୋଇଛି,
ସେସବୁ ତ୍ରୁଟିପୂର୍ଣ୍ଣ ଚିତ୍ର । ତୁମମାନଙ୍କ ପାଖରେ ସଠିକ୍ ଚିତ୍ର ରହିଛି, କାହିଁକି ନା ତୁମେ
ହିଁ ବାସ୍ତବରେ ସମ୍ପୂର୍ଣ୍ଣ ହେଉଛ । ଏବେ ତୁମକୁ ଜ୍ଞାନ ମିଳିଲା । ତେଣୁ ତୁମେ ବୁଝିପାରୁଛ ଭକ୍ତି
କାହାକୁ କୁହାଯାଉଛି ଏବଂ ଜ୍ଞାନ କାହାକୁ କୁହାଯାଉଛି । ତେବେ ଜ୍ଞାନ ଦାତା, ଜ୍ଞାନର ସାଗର ପିତା
ଏବେ ମିଳିଲେ । ସ୍କୁଲରେ ପାଠ ପଢ଼ୁଛନ୍ତି, ତେବେ ତାଙ୍କୁ ତାଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ ତ ଜଣାଥାଏ
ନା । କିନ୍ତୁ ଭକ୍ତିମାର୍ଗରେ କୌଣସି ଲକ୍ଷ୍ୟ ଉଦ୍ଦେଶ୍ୟ ନଥାଏ । ଏକଥା କ’ଣ ତୁମକୁ ଜଣାଥିଲା ଯେ
ତୁମେ ହିଁ ଶ୍ରେଷ୍ଠ ଦେବୀ ଦେବତା ଥିଲ ପୁଣି ତଳକୁ ଖସିଛ । ଏବେ ବ୍ରାହ୍ମଣ ହେବା ପରେ ହିଁ
ଜଣାପଡିଲା ଯେ, ବ୍ରହ୍ମାକୁମାର କୁମାରୀ ନିଶ୍ଚିତ ରୂପେ ଆଗରୁ ମଧ୍ୟ ହୋଇଥିଲ । ପ୍ରଜାପିତା
ବ୍ରହ୍ମାଙ୍କର ନାମ ତ ପ୍ରସିଦ୍ଧ । ତେବେ ପ୍ରଜାପିତା ତ ମନୁଷ୍ୟ ଅଟନ୍ତି । ତାଙ୍କର ଏତେ ଅନେକ
ସନ୍ତାନ ଅଛନ୍ତି ଯେଉଁମାନେ ନିଶ୍ଚିତ ପୋଷ୍ୟ ହୋଇଥିବେ ନା । ବର୍ତ୍ତମାନ କେତେ ପୋଷ୍ୟ ହେଉଛନ୍ତି
। ଆତ୍ମା ରୂପରେ ତ ତୁମେ ସବୁ ଭାଇ ଭାଇ ଅଟ । ଏବେ ତୁମର ବୁଦ୍ଧି କେତେ ଦୂରକୁ ଚାଲିଯାଉଛି । ତୁମେ
ଜାଣୁଛ ଉପରେ ଯେପରି ତାରାମାନେ ଝୁଲୁଛନ୍ତି ଦୂରକୁ କେତେ ଛୋଟ ଦେଖାଯାଉଛନ୍ତି । ତୁମେ ଆତ୍ମାମାନେ
ମଧ୍ୟ ବହୁତ ସୂକ୍ଷ୍ମ । ଆତ୍ମା କେବେ ଛୋଟ ବଡ଼ ହୁଏ ନାହିଁ । ହଁ ତୁମର ପଦ ବହୁତ ଉଚ୍ଚ । ତାଙ୍କୁ
ମଧ୍ୟ ସୂର୍ଯ୍ୟ ଦେବତା, ଚନ୍ଦ୍ର ଦେବତା କହୁଛନ୍ତି । ସୂର୍ଯ୍ୟଙ୍କୁ ପିତା, ଚନ୍ଦ୍ରମା ମାଁ କହିବା
। ବାକି ସବୁ ଆତ୍ମାଗଣ ନକ୍ଷତ୍ର ତାରା ଅଟନ୍ତି । ତେବେ ସବୁ ଆତ୍ମାମାନେ ରୂପରେ ଏକାଭଳି ଛୋଟ
ଅଟନ୍ତି । ଏଠାକୁ ଆସି ପାର୍ଟଧାରୀ ହୁଅନ୍ତି । ଦେବତା ତ ତୁମେ ହିଁ ହେଉଛ ।
ଏବେ ଆମେ ବହୁତ ଶକ୍ତିଶାଳୀ ହେଉଛେ । ବାବାଙ୍କୁ ମନେ ପକାଇବା ଦ୍ୱାରା ଆମେ ସତ୍ତ୍ୱପ୍ରଧାନ ଦେବତା
ହୋଇଯିବା । ତେବେ କ୍ରମଅନୁସାରେ କିଛି କିଛି ଫରକ ତ ରହିବ ନା! କେହି କେହି ଆତ୍ମା ପବିତ୍ର ହୋଇ
ସତ୍ତ୍ୱପ୍ରଧାନ ଦେବତା ହୋଇଯାଉଛି ତ କେହି ଆତ୍ମା ପୂରା ପବିତ୍ର ହୋଇପାରୁ ନାହାଁନ୍ତି । ସେ
ଜ୍ଞାନକୁ ତିଳେ ମାତ୍ର ଜାଣୁ ନାହିଁ । ବାବା ବୁଝାଉଛନ୍ତି — ବାବାଙ୍କ ପରିଚୟ ତ ସମସ୍ତଙ୍କୁ
ନିଶ୍ଚୟ ମିଳିବା ଦରକାର । ଅନ୍ତିମ ସମୟରେ ବାବାଙ୍କୁ ତ ଜାଣିବେ ନା । ବିନାଶ ସମୟରେ ସମସ୍ତଙ୍କୁ
ଜଣାପଡ଼ିବ ଯେ ବାବା ଆସିଛନ୍ତି । ଏବେ ମଧ୍ୟ କେହି କେହି କହିଥା’ନ୍ତି ଭଗବାନ ନିଶ୍ଚିତ କେଉଁଠି ନା
କେଉଁଠି ଆସିଛନ୍ତି, କିନ୍ତୁ ଜଣାପଡ଼ୁ ନାହିଁ । ଭାବୁଛନ୍ତି କୌଣସି ନା କୌଣସି ରୂପରେ ଆସିବେ ।
ମନୁଷ୍ୟମାନଙ୍କର ମତ ତ ବହୁତ ରହିଛି ନା । ତୁମର ହେଉଛି ଏକମାତ୍ର ଈଶ୍ୱରୀୟ ମତ । ତୁମେ ଈଶ୍ୱରୀୟ
ମତ ପାଇ କ’ଣ ହେଉଛ ? ଗୋଟିଏ ହେଲା ମନୁଷ୍ୟ ମତ, ଦ୍ୱିତୀୟରେ ଈଶ୍ୱରୀୟ ମତ ଏବଂ ତୃତୀୟରେ ହେଲା
ଦେବତାମାନଙ୍କର ମତ । ଦେବତାମାନଙ୍କୁ ମତ କିଏ ପ୍ରଦାନ କଲେ ? ବାବା ହିଁ ଦେଲେ । ବାବାଙ୍କ
ଶ୍ରୀମତ ହିଁ ତୁମକୁ ଶ୍ରେଷ୍ଠ କରିଥାଏ । ଶ୍ରୀ ଶ୍ରୀ ବାବାଙ୍କୁ ହିଁ କୁହାଯିବ, ମନୁଷ୍ୟକୁ ନୁହେଁ
। ଶ୍ରୀ ଶ୍ରୀ ହିଁ ଆସି ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ କରୁଛନ୍ତି । ଦେବତାମାନଙ୍କୁ ଶ୍ରେଷ୍ଠ ବାବା
ହିଁ କରୁଛନ୍ତି । ତାଙ୍କୁ ହିଁ ଶ୍ରୀ ଶ୍ରୀ ଶ୍ରେଷ୍ଠରୁ ଶ୍ରେଷ୍ଠ କୁହାଯିବ । ବାବା କହୁଛନ୍ତି
ମୁଁ ତୁମକୁ ଏଭଳି ଯୋଗ୍ୟ କରୁଛି । ସେହିମାନେ (ସନ୍ନ୍ୟାସୀମାନେ) ପୁଣି ନିଜ ଉପରେ ଶ୍ରୀ ଶ୍ରୀର
ଉପାଧି ରଖିଦେଉଛନ୍ତି । ସମ୍ମିଳନୀ ମାନଙ୍କରେ ମଧ୍ୟ ତୁମେ ବୁଝାଇପାରିବ, ତୁମେ ହିଁ ବୁଝାଇବା ପାଇଁ
ନିମିତ୍ତ ହୋଇଛ । ଶ୍ରୀ ଶ୍ରୀ ତ’ ଏକମାତ୍ର ଶିବବାବା ଅଟନ୍ତି । ଯିଏକି ଏଭଳି ଶ୍ରୀ ଅର୍ଥାତ୍
ଶ୍ରେଷ୍ଠ ଦେବତା କରାଉଛନ୍ତି । ସେମାନେ ଶାସ୍ତ୍ର ଆଦି ପଢ଼ି ନିଜକୁ ଉପାଧି ଦେଉଛନ୍ତି । ତୁମକୁ ତ’
ଶ୍ରୀ ଶ୍ରୀ ଶିବବାବା ହିଁ କରୁଛନ୍ତି । ଏହା ହେଉଛି ହିଁ ତମୋପ୍ରଧାନ ଭ୍ରଷ୍ଟାଚାରୀ ଦୁନିଆ । ତୁମେ
ସମସ୍ତେ ଭ୍ରଷ୍ଟାଚାରରୁ ହିଁ ଜନ୍ମ ନେଉଛ । କେଉଁଠି ବାବାଙ୍କ ଉପାଧି, କେଉଁଠି ଏହି ପତିତ ମନୁଷ୍ୟ
ନିଜ ଉପରେ ଉପାଧି ରଖାଉଛନ୍ତି । ପ୍ରକୃତରେ ଶ୍ରେଷ୍ଠ ମହାନ୍ ଆତ୍ମା ତ ଏହି ଦେବୀ-ଦେବତା ହିଁ
ଅଟନ୍ତି ନା । ସତ୍ତ୍ୱପ୍ରଧାନ ଦୁନିଆରେ କେହି ବି ତମୋପ୍ରଧାନ ମନୁଷ୍ୟ ରହିପାରିବେ ନାହିଁ ।
ରଜୋଗୁଣୀ ସମୟରେ ରଜୋଗୁଣୀ ମନୁଷ୍ୟ ହିଁ ରହିବେ, ତମୋଗୁଣୀ ନୁହେଁ । ବର୍ଣ୍ଣର ମଧ୍ୟ ଗାୟନ
କରାଯାଇଥାଏ ନା । ଏବେ ତୁମେ ବୁଝିପାରୁଛ । ଆଗରୁ ତ’ ଆମେ କିଛି ବି ଜାଣିନଥିଲେ । ଏବେ ବାବା କେତେ
ସମଝଦାର ବୁଦ୍ଧିବାନ୍ କରୁଛନ୍ତି । ତୁମେ କେତେ ଧନବାନ୍ ହେଉଛ । ଶିବବାବାଙ୍କର ଭଣ୍ଡାର ଭରପୂର ଅଟେ
। ଶିବବାବାଙ୍କର ଭଣ୍ଡାର କ’ଣ ? ଅବିନାଶୀ ଜ୍ଞାନ ରତ୍ନର । ଶିବବାବାଙ୍କ ଭଣ୍ଡାର ଭରପୂର କାଳ
କଣ୍ଟକ ଦୂର । ବାବା ତୁମମାନଙ୍କୁ ଜ୍ଞାନରତ୍ନ ଦେଉଛନ୍ତି । କାରଣ ସିଏ ନିଜେ ଜ୍ଞାନର ସାଗର ଅଟନ୍ତି
। ଏବେ ପିଲାମାନଙ୍କର ବୁଦ୍ଧି ବେହଦକୁ ଯିବା ଆବଶ୍ୟକ । ଏତେ କୋଟି-କୋଟି ଆତ୍ମାମାନେ ସମସ୍ତେ ନିଜ
ନିଜ ଶରୀର ରୂପୀ ସିଂହାସନ ଉପରେ ବିରାଜମାନ ଅଛନ୍ତି । ଏହା ବେହଦର ନାଟକ ଅଟେ । ଆତ୍ମା ଏହି ଶରୀର
ରୂପୀ ସିଂହାସନରେ ହିଁ ବିରାଜମାନ ହୋଇଥାଏ । ତେବେ ଜଣଙ୍କ ସିଂହାସନ ଅନ୍ୟ ଜଣଙ୍କ ସହ ମିଶିନଥାଏ ।
ସମସ୍ତଙ୍କ ଶାରୀରିକ ଆକୃତି ଅଲଗା ଅଲଗା, ଏହାକୁ ହିଁ କୁହାଯାଏ ପ୍ରକୃତିକୃତ । ଏଠାରେ
ପ୍ରତ୍ୟେକଙ୍କର କିଭଳି ଅବିନାଶୀ ପାର୍ଟ ରହିଛି । ଏତେ ଛୋଟ ଆତ୍ମାରେ ୮୪ ଜନ୍ମର ରେକର୍ଡ ଭରି ହୋଇ
ରହିଛି । ଏହା ଅତି ସୂକ୍ଷ୍ମ ଏହାଠାରୁ ସୂକ୍ଷ୍ମ ଓ ଆଶ୍ଚର୍ଯ୍ୟ କିଛି ନାହିଁ । ଏତେ ଛୋଟ ଆତ୍ମାରେ
ସାରା ପାର୍ଟ ଭରି ରହିଛି ଯାହାକି ଏହିଠାରେ ହିଁ ବଜାଇଥାଏ । ସୂକ୍ଷ୍ମଲୋକରେ ତ କେହି ଅଭିନୟ
କରିପାରିବେ ନାହିଁ । ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ବାବାଙ୍କ ଦ୍ୱାରା ତୁମେ ସବୁ କିଛି
ଜାଣିଯାଉଛ । ଏହା ହିଁ ଜ୍ଞାନ ଅଟେ । ଏଭଳି ମଧ୍ୟ ନୁହେଁ ଯେ ସିଏ ସମସ୍ତଙ୍କ ଭିତରକୁ ଜାଣିପାରନ୍ତି
। ସେ (ବାବା) ଜ୍ଞାନ ଜାଣିଛନ୍ତି ଯେଉଁ ଜ୍ଞାନ ତୁମ ବୁଦ୍ଧିରେ ମଧ୍ୟ ପ୍ରକାଶିତ ହେଉଛି । ଯେଉଁ
ଜ୍ଞାନ ଆଧାରରେ ହିଁ ତୁମେ ଏତେ ଉଚ୍ଚପଦର ଅଧିକାରୀ ହେଉଛ । ତୁମମାନଙ୍କ ଭିତରେ ଏହି ମଧ୍ୟ ଜ୍ଞାନ
ରହିଛି ଯେ ବାବା ବୀଜରୂପ ଅଟନ୍ତି । ତାଙ୍କଠାରେ ବୃକ୍ଷର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି ।
ମନୁଷ୍ୟ ତ’ କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ କହିଦେଇଛନ୍ତି, ତେଣୁ ଜ୍ଞାନ ବୁଦ୍ଧିରେ ଆସିପାରିବ
ନାହିଁ । ଏବେ ତୁମକୁ ସଂଗମଯୁଗରେ ଏହି ସମସ୍ତ ଜ୍ଞାନ ମିଳୁଛି । ବାବାଙ୍କ ଦ୍ୱାରା ତୁମେ ସାରା
ଚକ୍ରକୁ ଜାଣିଯାଉଛ । ଏହା ପୁର୍ବରୁ ତୁମେ କିଛି ଜାଣିନଥିଲ । ଏବେ ତୁମେ ସଂଗମଯୁଗରେ ଅଛ । ଏହା
ତୁମର ଅନ୍ତିମ ଜନ୍ମ । ପୁରୁଷାର୍ଥ କରି କରି ପୁଣି ତୁମେ ପୂରା ବ୍ରାହ୍ମଣ ହୋଇଯିବ । ଏବେ ହୋଇନାହଁ
। ଏବେ ତ ଭଲ ଭଲ ପିଲା ମଧ୍ୟ ବ୍ରାହ୍ମଣରୁ ପୁଣି ଶୁଦ୍ର ହୋଇଯାଉଛନ୍ତି । ଏହାକୁ କୁହାଯାଏ
ମାୟାଠାରୁ ପରାସ୍ତ ହେବା । ବାବାଙ୍କ କୋଳରୁ ହାରିଯାଇ ରାବଣର କୋଳକୁ ଚାଲିଯାଉଛନ୍ତି । କେଉଁଠି
ବାବାଙ୍କର ଶ୍ରେଷ୍ଠ ହେବାର କୋଳ, କେଉଁଠି ଭ୍ରଷ୍ଟ ହେବାର କୋଳ । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି
ପୁଣି ସେକେଣ୍ଡରେ ପୂରା ଦୁର୍ଦ୍ଦଶା ମଧ୍ୟ ହୋଇଯାଇଥାଏ । ବ୍ରାହ୍ମଣ ପିଲାମାନେ ଭଲ ଭାବରେ
ଜାଣିଛନ୍ତି କିଭଳି ଦୁର୍ଦ୍ଦଶା ହୋଇଥାଏ । ଆଜି ବାବାଙ୍କର ହୁଅନ୍ତି, କାଲି ପୁଣି ମାୟାର ବଶୀଭୂତ
ହୋଇ ରାବଣର ହୋଇଯାଆନ୍ତି । ପୁଣି ତୁମେ ବଞ୍ଚାଇବାର ଚେଷ୍ଟା କରିଥାଅ ତେଣୁ କେହି କେହି ବଞ୍ଚି
ମଧ୍ୟ ଯାଆନ୍ତି । ତୁମେ ଯେତେବେଳେ ଦେଖୁଛ କେହି ବୁଡ଼ିବାକୁ ଯାଉଛନ୍ତି ତେବେ ତୁମେ ବଞ୍ଚାଇବା ପାଇଁ
ଚେଷ୍ଟା କର । କେତେ ଖିଟପିଟ୍ ହୋଇଥାଏ ।
ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି । ଏଠି ତୁମେ ସ୍କୁଲରେ ପଢ଼ୁଛ ନା । ତୁମକୁ ଜଣା ଅଛି କିଭଳି
ଆମେ ଏହି ଚକ୍ର ଲଗାଇଥାଉ । ତୁମ ପିଲାମାନଙ୍କୁ ଶ୍ରୀମତ ମିଳୁଛି ଯେ, ଏହିଭଳି କର । ଭଗବାନୁବାଚ
ତ’ ନିଶ୍ଚିତ ରହିଛି । ତେବେ ଏହା ତାଙ୍କର ହିଁ ଶ୍ରୀମତ ନା । ମୁଁ ତୁମ ପିଲାମାନଙ୍କୁ ବର୍ତ୍ତମାନ
ଶୁଦ୍ରରୁ ଦେବତା କରିବାକୁ ଆସିଛି । ଏବେ କଳିଯୁଗରେ ଶୁଦ୍ର ସମ୍ପ୍ରଦାୟ ଅଛନ୍ତି । ତୁମେ ଜାଣିଛ
କଳିଯୁଗ ପୂରା ହେବାକୁ ଯାଉଛି । ଏବେ ତୁମେ ସଂଗମଯୁଗରେ ଅଛ । ବାବାଙ୍କ ଦ୍ୱାରା ତୁମକୁ ନଲେଜ୍
ମିଳିଛି । ଶାସ୍ତ୍ର ଯାହା ବି ତିଆରି ହୋଇଛି ସେସବୁ ହେଉଛି ମନୁଷ୍ୟ ମତ । ଈଶ୍ୱର ତ’ ଶାସ୍ତ୍ର
ତିଆରି କରନ୍ତି ନାହିଁ । ଗୋଟିଏ ଗୀତା ଉପରେ ହିଁ କେତେ ନାମ ରଖି ଦେଇଛନ୍ତି । ଗାନ୍ଧୀ ଗୀତା,
ଟାଗୋର୍ ଗୀତା ଆଦି ଆଦି ଅନେକ ନାମ ରହିଛି । ମନୁଷ୍ୟ ଗୀତାକୁ ଏତେ କାହିଁକି ପଢ଼ନ୍ତି ? କିଛି ବି
ବୁଝିପାରନ୍ତି ନାହିଁ । ତେଣୁ ଗୋଟିଏ ଅଧ୍ୟାୟର ନିଜେ ନିଜେ ଅର୍ଥ କରିଥା’ନ୍ତି । ତେବେ ତାହା ତ
ମନୁଷ୍ୟମାନଙ୍କ ଦ୍ୱାରା ରଚନା ହୋଇଛି ନା । ତୁମେ ମଧ୍ୟ କହିପାରିବ ମନୁଷ୍ୟ ମତରେ ତିଆରି ଗୀତା
ପଢ଼ିବା ଦ୍ୱାରା ଆଜି ସଂସାରର ଏହିଭଳି ଦୁର୍ଦ୍ଦଶା ହୋଇଛି । ଗୀତା ହିଁ ପ୍ରଥମ ନମ୍ବରର ଶାସ୍ତ୍ର ।
ତାହା ଦେବୀ-ଦେବତା ଧର୍ମର ଶାସ୍ତ୍ର ଅଟେ । ଏହା ହେଉଛି ତୁମର ବ୍ରାହ୍ମଣ କୁଳ । ଏହା ମଧ୍ୟ
ବ୍ରାହ୍ମଣ ଧର୍ମ ଅଟେ ନା । କେତେ ଧର୍ମ ରହିଛି, ଯିଏ ଯେଉଁ ଧର୍ମ ରଚନା କରନ୍ତି ତାଙ୍କର ସେହି
ନାମ ହିଁ ଚାଲିଥାଏ । ଜୈନ ଲୋକମାନେ ମହାବୀର କୁହନ୍ତି । ତୁମେ ପିଲାମାନେ ସମସ୍ତେ
ମହାବୀର-ମାହାବୀରଣୀ ଅଟ । ତୁମର ସ୍ମୃତିଚିହ୍ନ ଦିଲ୍ୱାଡା ମନ୍ଦିରରେ ରହିଛି । ଏହା ରାଜଯୋଗ ନା ।
ତଳେ ଯୋଗ ତପସ୍ୟାରେ ବସିଛନ୍ତି, ଉପରେ ରାଜତ୍ୱର ଚିତ୍ର ରହିଛି । ଏହା ରାଜଯୋଗର ଆକ୍ୟୁରେଟ୍ (ସଠିକ)
ମନ୍ଦିର । ପୁଣି କିଏ କ’ଣ ଆଉ କିଏ କ’ଣ ନାମ ରଖିଦେଇଛନ୍ତି । ସ୍ମାରକୀ ବିଲକୁଲ୍ ଆକ୍ୟୁରେଟ୍
ରହିଛି । ବୁଦ୍ଧି ଖର୍ଚ୍ଚ କରି ଠିକ୍ ଭାବରେ କରିଛନ୍ତି ପୁଣି ଯିଏ ଯାହା ନାମ କହିଲେ ତାହା
ରଖିଦେଇଛନ୍ତି । ଏହାର ନମୂନା ରୂପରେ କରାଯାଉଛି । ସେଥିରେ ସ୍ୱର୍ଗ ଏବଂ ସଂଗମଯୁଗର ରାଜଯୋଗ ହିଁ
ଦର୍ଶାଯାଇଛି । ତୁମେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛ । ଆଦିକୁ ମଧ୍ୟ ତୁମେ ଦେଖିଛ । ଆଦି
ସଂଗମଯୁଗକୁ କୁହ କିମ୍ବା ସତ୍ୟଯୁଗକୁ କୁହ । ସଂଗମଯୁଗର ଦୃଶ୍ୟ ତଳେ ଦେଖାଯାଇଛି ଏବଂ ଉପରେ
ରାଜତ୍ୱର ଚିତ୍ର ଦେଖାଯାଇଛି । ତେଣୁ ସତ୍ୟଯୁଗ ଆଦି ଏବଂ ମଧ୍ୟ ଭାଗରେ ଦ୍ୱାପରଯୁଗ । ଅନ୍ତିମ
ସମୟକୁ ତ’ ତୁମେ ଦେଖୁଛ । ଏହିସବୁ ବିନାଶକୁ ପ୍ରାପ୍ତ ହେବ । ପୂରା ୟାଦଗାର (ସ୍ମାରକୀ) ରହିଛି ।
ଦେବୀ-ଦେବତାମାନେ ହିଁ ପୁଣି ବାମମାର୍ଗକୁ ଚାଲିଯାଇଥାଏ । ଦ୍ୱାପର ଯୁଗରୁ ବାମମାର୍ଗ ଆରମ୍ଭ
ହୋଇଥାଏ । ସ୍ମାରକୀ ପୂରା ଆକ୍ୟୁରେଟ୍ ରହିଛି । ସ୍ମାରକୀ ଭାବରେ ବହୁତ ମନ୍ଦିର ତିଆରି କରାଯାଇଛି
। ଏହିଠାରେ ହିଁ ସ୍ୱର୍ଗର ସବୁ ଚିହ୍ନ ରହିଛି । ମନ୍ଦିର ମଧ୍ୟ ଏହିଠାରେ (ଭାରତରେ) ହିଁ ତିଆରି
ହୋଇଥାଏ । ଭାରତବାସୀ ଦେବୀ-ଦେବତା ହିଁ ଏଠାରେ ରାଜ୍ୟ କରି ଯାଇଛନ୍ତି ନା । ପୁଣି ପରେ କେତେ
ମନ୍ଦିର ତିଆରି କରିଛନ୍ତି । ଶିଖମାନଙ୍କ ସଂଖ୍ୟା ବହୁତ ହେଲେ ସେମାନେ ନିଜର ମନ୍ଦିର ତିଆରି କରିବେ
। ମିଲେଟ୍ରିବାଲା ମଧ୍ୟ ନିଜର ମନ୍ଦିର ତିଆରି କରିଦେଉଛନ୍ତି । ଭାରତବାସୀ କୃଷ୍ଣ କିମ୍ବା
ନାରାୟଣଙ୍କର ମନ୍ଦିର ତିଆରି କରିବେ । ହନୁମାନ୍, ଗଣେଶଙ୍କର ମଧ୍ୟ କରିବେ । ଏହି ସାରା
ସୃଷ୍ଟିଚକ୍ର କିଭଳି ଘୂରୁଛି କିଭଳି ସ୍ଥାପନା, ବିନାଶ, ପାଳନା ହେଉଛି — ଏହା ତୁମେ ହିଁ ଜାଣିଛ ।
ଏହାକୁ କୁହାଯାଏ ଅନ୍ଧକାର ରାତ୍ରି । ବ୍ରହ୍ମାଙ୍କର ଦିନ ଏବଂ ରାତ୍ରିର ହିଁ ଗାୟନ କରାଯାଏ କାରଣ
ବ୍ରହ୍ମା ହିଁ ଚକ୍ରରେ ଆସନ୍ତି । ଏବେ ତୁମେ ବ୍ରାହ୍ମଣ ଅଛ ପୁଣି ଦେବତା ହେବ । ତେବେ ମୁଖ୍ୟ ତ
ବ୍ରହ୍ମା ହେଲେ ନା । ବ୍ରହ୍ମାଙ୍କୁ ରଖନ୍ତୁ ଅଥବା ବିଷ୍ଣୁଙ୍କୁ ରଖନ୍ତୁ । ବ୍ରହ୍ମା ରାତ୍ରି ଓ
ବିଷ୍ଣୁ ଦିନର ଅଟନ୍ତି । ସେହି ବ୍ରହ୍ମା ପୁଣି ରାତ୍ରିରୁ ଦିନକୁ ଆସିଥା’ନ୍ତି । ଦିନରୁ ପୁଣି ୮୪
ଜନ୍ମ ପରେ ରାତ୍ରିକୁ ଆସନ୍ତି । ଏହା କେତେ ସହଜ ବୁଝିବାର କଥା । କିନ୍ତୁ ଏକଥା ମଧ୍ୟ ପୂରା
ସ୍ମୃତିରେ ରଖିପାରୁ ନାହାଁନ୍ତି । ଭଲ ଭାବରେ ପାଠ ପଢୁ ନାହାଁନ୍ତି ତେଣୁ ନମ୍ବରବାର ପୁରୁଷାର୍ଥ
ଅନୁସାରେ ପଦ ପାଉଛନ୍ତି । ଯିଏ ଯେତେ ଯୋଗ କରିବେ ସେତେ ସତ୍ତ୍ୱପ୍ରଧାନ ହେବେ । ଭାରତ
ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଥାଏ । ଏବେ ପିଲାମାନଙ୍କଠାରେ କେତେ ଜ୍ଞାନ ରହିଛି । ଏହି
ଜ୍ଞାନକୁ ସ୍ମରଣ କରିବା ଆବଶ୍ୟକ । ଏହି ଜ୍ଞାନ ନୂଆ ଦୁନିଆ ପାଇଁ ଅଟେ, ଯାହାକି ବେହଦର ବାବା ଆସି
ଦେଉଛ । ସବୁ ମନୁଷ୍ୟ ବେହଦର ବାବାଙ୍କୁ ହିଁ ମନେ ପକାଇଥା’ନ୍ତି । ଇଂରେଜମାନେ ମଧ୍ୟ କୁହନ୍ତି ଓ
ଗଡ୍ ଫାଦର୍ (ଈଶ୍ୱର ପିତା), ଲିବ୍ରେଟର (ମୁକ୍ତିଦାତା), ଗାଇଡ୍ (ପଥପ୍ରଦର୍ଶକ) । ଏହାର ଅର୍ଥ ତ
ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି । ବାବା ଆସି ଦୁଃଖର ଦୁନିଆ ଆଇରନ୍ ଏଜରୁ (କଳିଯୁଗରୁ) ଉଦ୍ଧାର
କରି ଗୋଲ୍ଡେନ୍ ଏଜକୁ (ସତ୍ୟଯୁଗକୁ) ନେଇଯାଉଛନ୍ତି । ଗୋଲ୍ଡେନ୍ ଏଜ୍ ନିଶ୍ଚିତ ଅତୀତ ହୋଇଯାଇଛି
ତେଣୁ ତ’ ମନେ ପକାଉଛନ୍ତି ନା । ତୁମମାନଙ୍କ ଭିତରେ ବହୁତ ଖୁସି ରହିବା ଆବଶ୍ୟକ ଏବଂ ଦୈବୀ କର୍ମ
ମଧ୍ୟ କରିବା ଆବଶ୍ୟକ । ଆଚ୍ଛା —
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ
ମୁଖ୍ୟ ସାର :—
(୧)
ବାବାଙ୍କଠାରୁ ଅବିନାଶୀ ଜ୍ଞାନରତ୍ନର ଯେଉଁ ଅସରନ୍ତି ସମ୍ପତ୍ତି ମିଳୁଛି ତାକୁ ସ୍ମୃତିରେ ରଖି
ବୁଦ୍ଧିକୁ ବେହଦକୁ ନେଇ ଯିବାକୁ ହେବ । ଏହି ବେହଦର (ବିଶାଳ) ନାଟକରେ କିଭଳି ଆତ୍ମାମାନେ ନିଜ
ନିଜର ଆସନରେ ବିରାଜମାନ ଅଛନ୍ତ — ପ୍ରକୃତିର ଏହି ଖେଳକୁ ସାକ୍ଷୀ ହୋଇ ଦେଖିବାକୁ ହେବ ।
(୨) ସବୁବେଳେ ବୁଦ୍ଧିରେ ଏହି କଥା ମନେ ରହୁ ଯେ, ମୁଁ ସଂଗମଯୁଗୀ ବ୍ରାହ୍ମଣ ଅଟେ, ମୋତେ
ବାବାଙ୍କର ଶ୍ରେଷ୍ଠ କୋଳ ମିଳିଛି । ମୁଁ ରାବଣର କୋଳକୁ ଯାଇପାରିବି ନାହିଁ । ମୋର କର୍ତ୍ତବ୍ୟ
ହେଉଛି, ବୁଡ଼ିଯାଉଥିବା ବ୍ୟକ୍ତିକୁ ବଞ୍ଚାଇବା ।
ବରଦାନ:-
ସେବା ଭାବନାରେ
ସେବା କରି ଆଗକୁ ବଢୁଥିବା ଏବଂ ଅନ୍ୟମାନଙ୍କୁ ଆଗକୁ ବଢାଉଥିବା ନିର୍ବିଘ୍ନ ସେବାଧାରୀ ହୁଅ ।
ସେବାର ଭାବନା ସଫଳତାକୁ
ପ୍ରାପ୍ତ କରାଇଥାଏ । ସେବାରେ ଯଦି ଅହଂଭାବ ଆସିଗଲା ତେବେ ତାହାକୁ ସେବାଭାବ କୁହାଯିବ ନାହିଁ ।
କୌଣସି ବି ସେବାରେ ଯଦି ଅହଂଭାବ ଅର୍ଥାତ୍ ମୁଁ ପଣିଆ ମିଶିଯାଏ ତେବେ ମେହନତ ମଧ୍ୟ ଅଧିକ କରିବାକୁ
ପଡିବ, ସମୟ ମଧ୍ୟ ଅଧିକ ଲାଗିବ ଏବଂ ନିଜକୁ ସନ୍ତୁଷ୍ଟ ମଧ୍ୟ ଲାଗିବ ନାହିଁ । ସେବାଭାବଯୁକ୍ତ
ପିଲାମାନେ ନିଜେ ମଧ୍ୟ ଆଗକୁ ବଢିଥା’ନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଆଗକୁ ବଢାଇଥାଆନ୍ତି । ସେମାନେ
ସର୍ବଦା ଉଡିବାର ଅନୁଭବ କରିଥାଆନ୍ତି । ସେମାନଙ୍କର ଉମଙ୍ଗ-ଉତ୍ସାହ ମଧ୍ୟ ନିର୍ବିଘ୍ନ କରିଥାଏ ଏବଂ
ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିଥାଏ ।
ସ୍ଲୋଗାନ:-
ଜ୍ଞାନୀ ଆତ୍ମା
ସେହିମାନେ ଯେଉଁମାନେ ଅତି ସୂକ୍ଷ୍ମ ଏବଂ ଆକର୍ଷିତ କରୁଥିବା ମାୟାର ସୂତାଠାରୁ ମଧ୍ୟ ମୁକ୍ତ
ଅଟନ୍ତି ।