29.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେମାନେ ରାଜତ୍ୱ ପ୍ରାପ୍ତ କରିବା ପାଇଁ ଏହି ରାଜଯୋଗର ପାଠ ପଢୁଛ, ଏହା ହେଉଛି ତୁମର ନୂଆ ପାଠପଢା ।

ପ୍ରଶ୍ନ:-
ଏହି ପାଠପଢାରେ କେତେକ ସନ୍ତାନ ଚାଲୁ ଚାଲୁ ଫେଲ୍ କାହିଁକି ହୋଇଯାଉଛନ୍ତି ?

ଉତ୍ତର:-
କାହିଁକି ନା ଏହି ପାଠପଢାରେ ମାୟା ସହିତ ବକ୍ସିଂରେ (ମୁଷ୍ଟିଯୁଦ୍ଧ) ଚାଲୁଛି । ମାୟାର ବକ୍ସିଂରେ ବୁଦ୍ଧିକୁ ବହୁତ କଡା ଆଘାତ ଲାଗି ରହିଛି । ଆଘାତ ଲାଗିବାର କାରଣ ହେଲା ବାବାଙ୍କ ସହିତ ସଚ୍ଚା ନ ରହିବା । ସଚ୍ଚା ସନ୍ତାନମାନେ ସର୍ବଦା ନିରାପଦରେ ରହିଥାନ୍ତି ।

ଓମ୍ ଶାନ୍ତି ।
ସମସ୍ତ ସନ୍ତାନମାନଙ୍କର ଏହି ନିଶ୍ଚୟ ତ ଥିବ ଯେ ଆମମାନଙ୍କୁ ପରମାତ୍ମା ପିତା ପାଠ ପଢାଉଛନ୍ତି । ପ୍ରତି ୫ ହଜାର ବର୍ଷରେ ଥରେ ମାତ୍ର ଅବିନାଶୀ ପିତା ଆସି, ଅବିନାଶୀ ସନ୍ତାନମାନଙ୍କୁ ପାଠ ପଢାଉଛନ୍ତି । କୌଣସି ନୂଆମାନେ ଏହି କଥା ଶୁଣିଲେ ବୁଝି ପାରିବେ ନାହିଁ । ଆତ୍ମିକ ପିତା କିଏ, ଆତ୍ମିକ ସନ୍ତାନ କିଏ, ଏକଥା ମଧ୍ୟ ବୁଝିପାରିବେ ନାହିଁ । ତୁମେ ଜାଣିଛ ଆମେ ସମସ୍ତେ ଭାଇ ଭାଇ ଅଟୁ । ସେ ଆମର ପିତା, ଶିକ୍ଷକ, ସୁପ୍ରିମ୍ ଗୁରୁ ମଧ୍ୟ ଅଟନ୍ତି । ତୁମର ଏକଥା ତ ନିଶ୍ଚୟ ସ୍ୱତଃ ମନେ ରହିବ । ଏଠାରେ ବସି ବୁଝିପାରୁଥିବ ସମସ୍ତ ଆତ୍ମାମାନଙ୍କର ଜଣେ ହିଁ ଆତ୍ମିକ ପିତା ଅଛନ୍ତି । ସମସ୍ତ ଆତ୍ମାମାନେ ତାଙ୍କୁ ହିଁ ମନେ ପକାଉଛନ୍ତି । ଯେକୌଣସି ଧର୍ମର ହୁଅନ୍ତୁ ନା କାହିଁକି ସମସ୍ତେ ତାଙ୍କୁ ନିଶ୍ଚୟ ମନେ ପକାଉଥିବେ । ବାବା ବୁଝାଉଛନ୍ତି ଆତ୍ମା ତ ସମସ୍ତଙ୍କ ଭିତରେ ଅଛି । ଏବେ ବାବା କହୁଛନ୍ତି ଦେହର ସବୁ ଧର୍ମକୁ ଛାଡି ନିଜକୁ ଆତ୍ମା ନିଶ୍ଚୟ କର । ଏବେ ତୁମେ ଆତ୍ମା ଏଠାରେ ଅଭିନୟ କରୁଛ । କିପରି ଅଭିନୟ କରୁଛ, ସେକଥା ମଧ୍ୟ ବୁଝାଇ ଦିଆଯାଇଛି । ତେବେ ପିଲାମାନେ ପୁରୁଷାର୍ଥର କ୍ରମଅନୁସାରେ ବୁଝୁଛନ୍ତି । ତୁମେ ରାଜଯୋଗୀ ଅଟ ନା । ଏଠାରେ ବିଦ୍ୟାର୍ଥୀମାନେ ସମସ୍ତେ ଯୋଗୀ ହିଁ ହୋଇଥାନ୍ତି । ତେବେ ଶିକ୍ଷାଦାତା ଶିକ୍ଷକଙ୍କ ସହିତ ଯୋଗ ନିଶ୍ଚୟ ରଖିବାକୁ ପଡିଥାଏ । ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ମଧ୍ୟ ଜଣାଥାଏ ଏହି ପାଠପଢା ଦ୍ୱାରା ଆମେ ଅମୁକ ହେବୁ । ଏହା ହିଁ ଏକମାତ୍ର ପାଠପଢା, ଏହାକୁ କୁହାଯାଉଛି ରାଜାମାନଙ୍କର ରାଜା ହେବାର ପାଠପଢା । ଏହା ରାଜଯୋଗ ଅଟେ ନା । ଏହା ରାଜ୍ୟ ପ୍ରାପ୍ତ କରିବା ପାଇଁ ବାବାଙ୍କ ସହିତ ଯୋଗ । ଆଉ କୌଣସି ମନୁଷ୍ୟ ଏହି ରାଜଯୋଗ କେବେ ବି ଶିଖାଇ ପାରିବେ ନାହିଁ । ତୁମକୁ କୌଣସି ମନୁଷ୍ୟ ଶିଖାଉ ନାହାଁନ୍ତି । ସ୍ୱୟଂ ପରମାତ୍ମା ତୁମ ଆତ୍ମାମାନଙ୍କୁ ଶିଖାଉଛନ୍ତି । ତୁମେ ପୁଣି ଅନ୍ୟମାନଙ୍କୁ ଶିଖାଉଛ । ତୁମେ ମଧ୍ୟ ନିଜକୁ ଆତ୍ମା ନିଶ୍ଚୟ କର । ଆମ ଆତ୍ମମାନଙ୍କୁ ବାବା ଶିଖାଉଛନ୍ତି ଏହି କଥା ମନେ ରହୁ ନାହିଁ ତେଣୁ ଧାର ତୀକ୍ଷ୍ଣ ହେଉ ନାହିଁ । ସେଥିପାଇଁ ଅନେକଙ୍କର ବୁଦ୍ଧିରେ ଏହି ଜ୍ଞାନ ରହୁ ନାହିଁ । ତେଣୁ ବାବା ସବୁବେଳେ କହୁଛନ୍ତି ଯୋଗଯୁକ୍ତ ହୋଇ, ଅନ୍ୟମାନଙ୍କୁ ବୁଝାଅ । ମୁଁ ଆତ୍ମା ଭାଇ-ଭାଇକୁ ଶିଖାଉଛି । ତୁମେ ମଧ୍ୟ ଆତ୍ମା, ସିଏ ସମସ୍ତଙ୍କର ପିତା, ଶିକ୍ଷକ, ଗୁରୁ ଅଟନ୍ତି । ଆତ୍ମାକୁ ଦେଖିବାକୁ ହେବ । ଯଦିଓ ଗାୟନ ରହିଛି ଯେ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି କିନ୍ତୁ ଏଥିରେ ବହୁତ ମେହନତ ରହିଛି । ଆତ୍ମ-ଅଭିମାନୀ ନ ହେବା ଦ୍ୱାରା ତୁମ ବଚନରେ ଶକ୍ତି ରହୁ ନାହିଁ କାହିଁକି ନା ଯେଉଁ ପ୍ରକାରର ବାବା ବୁଝାଉଛନ୍ତି ସେହି ରୀତିରେ କେହି ବୁଝାଉ ନାହାଁନ୍ତି । କେହି କେହି ତ ବହୁତ ଭଲ ବୁଝାଇଥାନ୍ତି । କିଏ କଣ୍ଟା ଆଉ କିଏ ଫୁଲ ସବୁ ଜଣାପଡିଯାଏ, ଯେପରି ସ୍କୁଲରେ ପିଲାମାନେ ୫-୬ ଶ୍ରେଣୀରେ ପଢି ପୁଣି ଟ୍ରାନ୍ସଫର ହୋଇଥାନ୍ତି । ଭଲ ଭଲ ସନ୍ତାନମାନେ ଟ୍ରାନ୍ସଫର ହେଲେ ପର ଶ୍ରେଣୀରେ ଶିକ୍ଷକ ମଧ୍ୟ ତୁରନ୍ତ ଜାଣିପାରିଥାନ୍ତି । ଏହି ସନ୍ତାନ ତୀବ୍ର ପୁରୁଷାର୍ଥୀ ଅଟେ, ଇଏ ଭଲ ପଢିଛନ୍ତି ସେଥିପାଇଁ ଉଚ୍ଚ ନମ୍ବର ରଖି ପାସ୍ କରିଛନ୍ତି । ଶିକ୍ଷକ ତ ନିଶ୍ଚୟ ବୁଝିପାରୁଥିବେ ନା । ତାହା ହେଉଛି ଲୌକିକ ପାଠପଢା, ଏଠାରେ ତ ସେକଥା ନାହିଁ । ଏହା ହେଉଛି ପାରଲୌକିକ ପାଠପଢା । ଏଠାରେ ତ ସେପରି କୁହାଯିବ ନାହିଁ । ଇଏ ପୂର୍ବରୁ ବହୁତ ଭଲ ପଢିକରି ଆସିଛନ୍ତି ସେଥିପାଇଁ ଭଲ ପାଠ ପଢୁଛନ୍ତି । ନାଁ । ସେହି ପରୀକ୍ଷାରେ ଟ୍ରାନ୍ସଫର ହେଲେ ଶିକ୍ଷକ ବୁଝିଥାନ୍ତି ଯେ ଇଏ ପାଠପଢାରେ ବହୁତ ମେହନତ କରିଛନ୍ତି । ସେଥିପାଇଁ ଅଧିକ ନମ୍ବର ପାଇଛନ୍ତି । ଏଠାରେ ତ ନୂଆ ପାଠପଢା ଯାହାକୁ ପୂର୍ବରୁ କେହି ପଢିନାହାଁନ୍ତି । ସେଥିରେ ଯିଏ ଭଲ ଭାବରେ ପଢୁଛନ୍ତି, ତାଙ୍କୁ କହିବା ଇଏ ଭଲ ପୁରୁଷାର୍ଥୀ ଅଟନ୍ତି । ଏହା ହେଉଛି ନୂଆ ଦୁନିଆ ପାଇଁ ନୂଆ ଜ୍ଞାନ । ଆଉ କେହି ଶିକ୍ଷାଦାତା ତ ନାହାଁନ୍ତି । ଯିଏ ଯେତିକି ଯେତିକି ଧ୍ୟାନ ଦେଇଥାନ୍ତି ସିଏ ସେତେ ଉଚ୍ଚ ନମ୍ବରରେ ଉତ୍ତୀର୍ଣ୍ଣ ହୋଇଥାନ୍ତି । କେହି ତ ବହୁତ ମିଠା ଆଜ୍ଞାକାରୀ ହୋଇଥାନ୍ତି । ଦେଖିଲେ ହିଁ ଜଣାପଡିଥାଏ ଯେ ଏହି ଶିକ୍ଷାଦାତା ହିଁ ବହୁତ ଭଲ ଅଟନ୍ତି, ଏହାଙ୍କ ପାଖରେ କୌଣସି ଅବଗୁଣ ନାହିଁ । ଚଳଣିରୁ, କଥାବାର୍ତ୍ତାରୁ ଜଣାପଡିଯାଏ । ବାବା ମଧ୍ୟ ସମସ୍ତଙ୍କୁ ପଚାରନ୍ତି ଇଏ କିପରି ପାଠ ପଢାଉଛନ୍ତି । ଏହାଙ୍କ ପାଖରେ କୌଣସି ଅବଗୁଣ ନାହିଁ ତ । ଏଭଳି ବହୁତ କହିଥାନ୍ତି ଆମକୁ ନ ପଚାରି ସମାଚାର କେବେ ଦେବ ନାହିଁ । କେହି ଭଲ ପଢାଇଥାନ୍ତି, କେହି କେହି ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ହୋଇନଥାନ୍ତି । ସେମାନଙ୍କୁ ମାୟାର ବହୁତ ଆକ୍ରମଣ ହୋଇଥାଏ । ଏକଥା ବାବା ଜାଣିଛନ୍ତି, ମାୟା ଏହାଙ୍କୁ ବହୁତ ଧୋକା ଦେଉଛି । ୧୦ ବର୍ଷ ପର୍ଯ୍ୟନ୍ତ ପାଠ ପଢାଇଥିଲେ ମଧ୍ୟ ମାୟା ବହୁତ ଶକ୍ତିଶାଳୀ ଯଦି ଦେହ ଅହଂକାର ଆସିଲା ତେବେ ମାୟାର ଜାଲରେ ପଡିଯାନ୍ତି । ବାବା ବୁଝାଉଛନ୍ତି ଯିଏ ସବୁ ପହିଲମାନ୍ ଅଛନ୍ତି, ତାଙ୍କ ଉପରେ ମଧ୍ୟ ମାୟାର ଆଘାତ ଲାଗିଥାଏ । ମାୟା ମଧ୍ୟ ବଳବାନ୍ ସହିତ ବଳବାନ୍ ହୋଇ ଲଢିଥାଏ ।

ତୁମେ ଭାବୁଥିବ ବାବା ଯାହାଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି ସିଏ ନମ୍ବରୱାନ୍ ଅଟନ୍ତି । ପୁଣି କ୍ରମ ଅନୁସାରେ ତ ବହୁତ ଅଛନ୍ତି ନା । ବାବା ଜଣେ-ଦୁଇଜଣଙ୍କର ଉଦାହରଣ ଦେଇଥାନ୍ତି । ଏମିତି ବହୁତ କ୍ରମାନ୍ୱୟରେ ଅଛନ୍ତି । ଯେପରି ଦିଲ୍ଲୀର କନ୍ୟା ଗୀତା ବହୁତ ହୁସିଆର (ବୁଦ୍ଧିମତୀ) ଅଟେ । ବହୁତ ମିଠା କନ୍ୟାଟିଏ । ବାବା ସର୍ବଦା କହିଥାନ୍ତି ଗୀତା ତ ସତ୍ୟ ଗୀତା ଅଟେ । ମନୁଷ୍ୟ ତ ଗୀତା ପଢୁଛନ୍ତି କିନ୍ତୁ ଏକଥା ବୁଝିନାହାଁନ୍ତି ଯେ ଭଗବାନ କିପରି ରାଜଯୋଗ ଶିଖାଇ ରାଜାମାନଙ୍କର ରାଜା କରାଇଥିଲେ । ବାସ୍ତବରେ ସତ୍ୟଯୁଗରେ କେବଳ ଗୋଟିଏ ହିଁ ଧର୍ମ ଥିଲା, ଏହା କାଲିର କଥା । ବାବା କହୁଛନ୍ତି କାଲି ତୁମକୁ ଏତେ ସାହୁକାର କରିଯାଇଥିଲି । ତୁମେ ପଦମାପଦମ ଭାଗ୍ୟଶାଳୀ ଥିଲ, ଏବେ ତୁମେ କଣ ହୋଇଗଲଣି । ତୁମେ ଅନୁଭବ କରୁଛ ନା । ସେହି ଗୀତା ଶୁଣାଇଲାବାଲାଙ୍କ ଠାରୁ କାହାକୁ କିଛି ହେଲେ ଅନୁଭବ ହୋଇନଥାଏ । ଉଚ୍ଚରୁ ଉଚ୍ଚ ଶ୍ରୀମତ ଭଗବତ ଗୀତା ବୋଲି ଗାୟନ କରାଯାଏ । ସେମାନେ ତ ବସି ଗୀତା ବହି ପଢିଥାନ୍ତି ଅଥବା ଶୁଣାଇଥାନ୍ତି । ବାବା କୌଣସି ବହି ପଢୁନାହାଁନ୍ତି । ଫରକ ତ ଅଛି ନା । ତାଙ୍କର ତ ଯୋଗର ଯାତ୍ରା ହିଁ ନାହିଁ । ସେମାନେ ତ କେବଳ ତଳକୁ ହିଁ ଖସୁଛନ୍ତି । ସର୍ବବ୍ୟାପୀର ଜ୍ଞାନ ଦ୍ୱାରା ସମସ୍ତେ ଦେଖ କିପରି ହୋଇଗଲେଣି । ତୁମେ ଜାଣିଛ କଳ୍ପ କଳ୍ପ ଏହିପରି ହିଁ ହେବ । ବାବା କହୁଛନ୍ତି ତୁମକୁ ଜ୍ଞାନ ଯୋଗର ଶିକ୍ଷା ଦେଇ ବିଷୟ ସାଗରରୁ ପାରି କରିଦେଉଛି । କେତେ ଫରକ ରହିଛି । ଶାସ୍ତ୍ର ପଢିବା ମଧ୍ୟ ଭକ୍ତିମାର୍ଗ ହେଲା ନା । ବାବା କହୁଛନ୍ତି ଏହାକୁ ପଢିବା ଦ୍ୱାରା ମୋତେ କେହି ପାଇପାରିବେ ନାହିଁ । ସେମାନେ ଭାବୁଛନ୍ତି ଯିଏ ଯେଉଁଆଡେ ଗଲେ ମଧ୍ୟ ସମସ୍ତଙ୍କୁ ତ ଗୋଟିଏ ଜାଗାରେ ପହଞ୍ଚିବାକୁ ହେବ । କେବେ କହୁଛନ୍ତି ଭଗବାନ କୌଣସି ନା କୌଣସି ରୂପରେ ଆସି ପାଠ ପଢାଇବେ । ଯଦି ବାବାଙ୍କୁ ଆସି ପାଠ ପଢାଇବାକୁ ହେବ ତେବେ ତୁମେ କଣ ପଢାଉଛ ? ବାବା ବୁଝାଉଛନ୍ତି ଗୀତାରେ ଅଟାରେ ଲୁଣ ସଦୃଶ କିଛି ସଠିକ୍ ଅକ୍ଷର ରହିଛି, ଯେଉଁଥିରୁ ତୁମେ ଧରିପାରିବ । ସତ୍ୟଯୁଗରେ ତ କୌଣସି ଶାସ୍ତ୍ର ଆଦି ରହିବ ନାହିଁ । ଏସବୁ ହେଉଛି ଭକ୍ତିମାର୍ଗର ଶାସ୍ତ୍ର । ଏପରି କୁହାଯିବ ନାହିଁ ଯେ ସେସବୁ ଅନାଦି । ଆରମ୍ଭରୁ ଚାଲିଆସୁଛି । ନା । ଅନାଦିର ଅର୍ଥକୁ କେହି ବି ବୁଝିନାହାଁନ୍ତି । ବାବା ବୁଝାଉଛନ୍ତି ବାସ୍ତବରେ ଏହି ଡ୍ରାମା ଅନାଦି ଅଟେ । ତୁମକୁ ବାବା ରାଜଯୋଗ ଶିଖାଉଛନ୍ତି । ବାବା କହୁଛନ୍ତି ଏବେ ତୁମକୁ ଶିଖାଉଛି ପୁଣି ଗୁପ୍ତ ହୋଇଯିବି । ତୁମେ କହୁଛ ଆମର ରାଜ୍ୟ ଅନାଦି ଥିଲା । ସେହି ରାଜ୍ୟ ହିଁ ରହିଅଛି କେବଳ ପବିତ୍ରରୁ ବଦଳି ଅପବିତ୍ର ହେବା କାରଣରୁ ନାମ ବଦଳିଯାଉଛି । ଦେବତା ବଦଳରେ ନିଜକୁ ହିନ୍ଦୁ କହୁଛନ୍ତି । ସମସ୍ତେ ତ ଆଦି ସନାତନ ଦେବୀ ଦେବତା ଧର୍ମର ଅଟନ୍ତି ନା । ଯେପରି ଅନ୍ୟମାନେ ସତ୍ତ୍ୱପ୍ରଧାନରୁ ସତ୍ତ୍ୱ, ରଜୋ, ତମୋରେ ଆସୁଛନ୍ତି, ତୁମେ ମଧ୍ୟ ସେହିପରି ଓହ୍ଲାଉଛ । ରଜୋକୁ ଆସିଲେ ଅପବିତ୍ରତା କାରଣରୁ ଦେବତା ବଦଳରେ ନିଜକୁ ହିନ୍ଦୁ କହୁଛ । ନଚେତ୍ ହିନ୍ଦୁ ତ ହିନ୍ଦୁସ୍ଥାନର ନାମ ଅଟେ । ତୁମେ ଅସଲରେ ତ ଦେବୀ ଦେବତା ଥିଲ ନା । ଦେବତାମାନେ ସର୍ବଦା ପବିତ୍ର ଅଟନ୍ତି । ଏବେ ତ ମନୁଷ୍ୟ ପତିତ ହୋଇଯାଇଛନ୍ତି । ତେଣୁ ହିନ୍ଦୁ ନାମ ରଖିଦେଇଛନ୍ତି । ସେମାନଙ୍କୁ ପଚାର ହିନ୍ଦୁଧର୍ମ କେବେ, କିଏ ରଚନା କରିଥିଲେ ? ତେବେ କହିପାରିବେ ନାହିଁ । ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ଯାହାକୁ ପାରାଡାଇଜ୍ ଆଦି ବହୁତ ଭଲ ଭଲ ନାମ ଦେଉଛନ୍ତି । ଯାହା ଅତୀତ ହୋଇଯାଇଛି ତାର ପୁଣି ପୁନରାବୃତ୍ତି ହେବ । ବର୍ତ୍ତମାନ ତୁମେ ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ସବୁ କିଛି ଜାଣିଛ । ଜାଣିବାରେ ଲାଗିଲେ ହିଁ ବଞ୍ଚି ରହିବ । କେତେକ ମରି ମଧ୍ୟ ଯାଉଛନ୍ତି ଅର୍ଥାତ୍ ଏହି ଜ୍ଞାନମାର୍ଗକୁ ଛାଡି ଚାଲିଯାଉଛନ୍ତି । ବାବାଙ୍କର ହେବା ଦ୍ୱାରା ମାୟାର ଯୁଦ୍ଧ ଚାଲୁଛି । ଯୁଦ୍ଧ ହେବା ଦ୍ୱାରା ଟ୍ରେଟର (ବିଶ୍ୱାସଘାତକ) ହୋଇଯାଉଛନ୍ତି । ରାବଣର ଥିଲେ, ରାମଙ୍କର ହେଲେ ପୁଣି ରାବଣ, ରାମଙ୍କ ସନ୍ତାନ ଉପରେ ବିଜୟ ପ୍ରାପ୍ତ କରି ନିଜ ଆଡକୁ ନେଇଯାଉଛି । କେହି ରୋଗୀ ହୋଇଯାଆନ୍ତି ପୁଣି ନା ସେଠାକାର ରହନ୍ତି ନାଁ ଏଠାକାର । ନାଁ ଖୁସିରେ ରହନ୍ତି, ନା ରଞ୍ଜ (ନାରାଜ) । ମଝିରେ ପଡି ରହନ୍ତି । ତୁମ ପାଖରେ ମଧ୍ୟ ବହୁତ ଅଛନ୍ତି ଯେଉଁମାନେ ମଝିରେ ଅଛନ୍ତି । ସଂପୂର୍ଣ୍ଣ ରୂପେ ବାବାଙ୍କର ହେଉ ନାହାଁନ୍ତି ଅଥବା ରାବଣର ମଧ୍ୟ ହେଉ ନାହାଁନ୍ତି ।

ଏବେ ତୁମେ ପୁରୁଷୋତ୍ତମ ସଂଗମଯୁଗରେ ଅଛ । ତୁମେ ଉତ୍ତମ ପୁରୁଷ ହେବା ପାଇଁ ପୁରୁଷାର୍ଥ କରୁଛ । ଏସବୁ ବହୁତ ବୁଝିବାର କଥା । ବାବା ପଚାରିଲେ ବହୁତ ସନ୍ତାନମାନେ ହାତ ଉଠାଉଛନ୍ତି । କିନ୍ତୁ ଜଣାପଡୁଛି ବୁଦ୍ଧି କିଛି ନାହିଁ । ଯଦିଓ ବାବା କହୁଛନ୍ତି ଯେ ଶୁଭ କଥା କୁହ । କହୁଛନ୍ତି ସମସ୍ତେ ଆମେ ନରରୁ ନାରାୟଣ ହେବୁ । ଏହି ପାଠପଢା ହିଁ ହେଉଛି ନରରୁ ନାରାୟଣ ହେବା ପାଇଁ । ଅଜ୍ଞାନ କାଳରେ ମଧ୍ୟ ସତ୍ୟ ନାରାୟଣଙ୍କ କଥା ଶୁଣିଥାନ୍ତି ନା । ସେଠାରେ ତ କେହି ପଚାରିପାରିବେ ନାହିଁ । ଏଠାରେ ତ ବାବା ହିଁ ପଚାରୁଛନ୍ତି । ତୁମେ କଣ ଭାବୁଛ ଏତେ ସାହସ ଅଛି ? ତୁମକୁ ପବିତ୍ର ମଧ୍ୟ ନିଶ୍ଚୟ ହେବାକୁ ପଡିବ । କେହି ଆସିଲେ ପଚରାଯାଏ ଏହି ଜନ୍ମରେ କୌଣସି ପାପ କର୍ମ କରି ନାହଁ ତ ? ତୁମେ ଜନ୍ମ-ଜନ୍ମାନ୍ତରର ପାପୀ ଅଟ । ଏହି ଜନ୍ମର ପାପ କହିଦେଲେ ହାଲୁକା ହୋଇଯିବ । ନଚେତ୍ ନିଜର ମନ ଭିତରେ ଭିତରେ ଖାଉଥିବ । ସତ୍ୟ କହିବା ଦ୍ୱାରା ହାଲୁକା ହୋଇଯିବ । କେତେକ ସନ୍ତାନ ସତ୍ୟ କଥା କହୁ ନାହାଁନ୍ତି ତେଣୁ ମାୟା ଏକଦମ୍ ଜୋରରେ ମୁଥ ଲଗାଇଦେଉଛି । ତୁମର ବକ୍ସିଂ ବହୁତ ଶକ୍ତିଶାଳୀ । ସେହି ବକ୍ସିଂରେ ତ ଶରୀରକୁ ଆଘାତ ଲାଗିଥାଏ । କିନ୍ତୁ ଏହି ବକ୍ସିଂରେ ବୁଦ୍ଧିକୁ ବହୁତ ଆଘାତ ଲାଗିଥାଏ । ଏହା ବାବା ମଧ୍ୟ ଜାଣିଛନ୍ତି । ଏହି ବ୍ରହ୍ମା କହୁଛନ୍ତି ମୁଁ ବହୁତ ଜନ୍ମର ଅନ୍ତିମ ଜନ୍ମରେ ଆସି ପହଞ୍ଚିଛି । ସବୁଠାରୁ ପବିତ୍ର ଥିଲି । ଏବେ ସବୁଠାରୁ ପତିତ ହୋଇଯାଇଛି । ପୁଣି ପବିତ୍ର ହେଉଛି । ଏପରି ତ କହୁନାହିଁ ଯେ ମୁଁ ମହାତ୍ମା ଅଟେ । ବାବା ମଧ୍ୟ ଖାତିରି କରୁଛନ୍ତି, ଇଏ ସବୁଠାରୁ ଅଧିକ ପତିତ ଅଟନ୍ତି । ବାବା କହୁଛନ୍ତି ମୁଁ ଅନ୍ୟର ଦେଶ, ଅନ୍ୟର ଶରୀରରେ ଆସୁଛି । ଏହାଙ୍କର ବହୁତ ଜନ୍ମର ଅନ୍ତିମ ସମୟରେ ମୁଁ ପ୍ରବେଶ କରୁଛି । ଯିଏ ସଂପୂର୍ଣ୍ଣ ୮୪ ଜନ୍ମ ନେଇଛନ୍ତି । ବର୍ତ୍ତମାନ ଇଏ ମଧ୍ୟ ପବିତ୍ର ହେବା ପାଇଁ ପୁରୁଷାର୍ଥ କରୁଛନ୍ତି । ଏହି ଜ୍ଞାନମାର୍ଗରେ ବହୁତ ଖବରଦାର ମଧ୍ୟ ରହିବାକୁ ପଡିଥାଏ । ବାବା ତ ଜାଣିଛନ୍ତି ନା । ବାବାଙ୍କର ଏହି ସନ୍ତାନ ବହୁତ ନିକଟରେ ଅଛନ୍ତି । ଇଏ ତ ବାବାଙ୍କଠାରୁ କେବେ ଅଲଗା ହୋଇପାରିବେ ନାହିଁ । କେବେ ବିଚାର ମଧ୍ୟ ଆସୁନାହିଁ ଯେ ଛାଡି ଚାଲିଯିବି । ଏକଦମ୍ ମୋ ପାଖରେ ବସିଛନ୍ତି । ମୋର ତ ବାବା ଅଛନ୍ତି ନା । ମୋ ଘରେ ବସିଛନ୍ତି । ବାବା ଜାଣିଛନ୍ତି ହସ-ମଜା ମଧ୍ୟ କରୁଛନ୍ତି । ବ୍ରହ୍ମାବାବା କହୁଛନ୍ତି, ବାବା ଆଜି ମୋତେ ସ୍ନାନ ତ କରାଅ, ଭୋଜନ ତ ଖୁଆଅ । ମୁଁ ଗୋଟିଏ ଛୋଟ ପିଲା, ବହୁତ ପ୍ରକାରରେ ବାବାଙ୍କୁ ମନେ ପକାଉଛନ୍ତି । ତୁମକୁ ମଧ୍ୟ ବୁଝାଉଛି ଏହିପରି ମନେ ପକାଅ । ବାବା ଆପଣ ତ ବହୁତ ମିଠା ଅଟନ୍ତି । ଏକଦମ୍ ଆମକୁ ବିଶ୍ୱର ମାଲିକ କରିଦେଉଛନ୍ତି । ଏହି କଥା ଆଉ କାହା ବୁଦ୍ଧିରେ ନାହିଁ । ବାବା ସମସ୍ତଙ୍କୁ ରିଫ୍ରେସ୍ (ସତେଜ) କରୁଛନ୍ତି । ସମସ୍ତେ ପୁରୁଷାର୍ଥ ତ କରୁଛନ୍ତି, କିନ୍ତୁ ଚଳଣି ମଧ୍ୟ ଏପରି ହେବା ଦରକାର ନା । ଭୁଲ୍ ହୋଇଗଲେ ତୁରନ୍ତ ବାବାଙ୍କୁ ଲେଖି ଜଣାଇବା ଦରକାର ବାବା, ଆମ ଦ୍ୱାରା ଏହି ଭୁଲ୍ ହୋଇଯାଉଛି । କେହି କେହି ଲେଖୁଛନ୍ତି ମଧ୍ୟ ବାବା ଆମ ଦ୍ୱାରା ଏହି ଭୁଲ୍ ହୋଇଗଲା, କ୍ଷମା କର । ମୋର ସନ୍ତାନ ହୋଇ ପୁଣି ଭୁଲ୍ କରିବ ତେବେ ଦଣ୍ଡ ଶହେ ଗୁଣା ବୃଦ୍ଧି ହୋଇଯିବ । ମାୟାଠାରୁ ହାରିଗଲେ ଯେମିତି ଥାଆନ୍ତି ପୁଣି ସେମିତି ହୋଇଯାଆନ୍ତି । ବହୁତ ହାରିଯାଅ।।ନ୍ତି । ଏହା ବହୁତ ବଡ ବକସିଙ୍ଗ୍ ଅଟେ । ଏବେ ରାମ ଏବଂ ରାବଣର ଲଢେଇ ହେଉଛି । ଶାସ୍ତ୍ରରେ ମଧ୍ୟ ଦେଖାଇଛନ୍ତି ରାମ ବାନର ସେନା ନେଇଥିଲେ । ଏସବୁ ପିଲାମାନଙ୍କ ଖେଳ ସଦୃଶ କରାଯାଇଛି । ଯେପରି ଛୋଟ ପିଲା ଅଜ୍ଞାନୀ ହୋଇଥାନ୍ତି ନା । ବାବା ମଧ୍ୟ କହୁଛନ୍ତି ଏସବୁ ସେମାନଙ୍କର ପାଇପଇସାର ବୁଦ୍ଧି ଅଟେ । କହୁଛନ୍ତି ସମସ୍ତେ ଈଶ୍ୱରଙ୍କର ରୂପ ଅଟନ୍ତି । ତେଣୁ ସମସ୍ତେ ଈଶ୍ୱର ହୋଇ ସୃଷ୍ଟି କରନ୍ତି ପାଳନା ଏବଂ ବିନାଶ ମଧ୍ୟ କରନ୍ତି । ତେବେ ଈଶ୍ୱର କଣ କାହାର ବିନାଶ କରନ୍ତି କି ? ଏହା ବହୁତ ଅଜ୍ଞାନତା ଅଟେ । ସେଥିପାଇଁ କୁହାଯାଉଛି କଣ୍ଡେଇ ପୂଜା କରୁଛନ୍ତି । ଆଶ୍ଚର୍ଯ୍ୟ ଲାଗୁଛି । ମନୁଷ୍ୟମାନଙ୍କର ବୁଦ୍ଧି କଣ ହୋଇଯାଇଛି । କେତେ ଖର୍ଚ୍ଚ କରୁଛନ୍ତି । ବାବା ଅଭିଯୋଗ କରୁଛନ୍ତି ମୁଁ ତୁମକୁ ଏତେ ବଡ କରି ଯାଇଥିଲି, ତୁମେ କଣ କରିଲ! ତୁମେ ମଧ୍ୟ ଜାଣିଛ ଆମେ ଦେବତା ଥିଲୁ, ପୁଣି ଚକ୍ର ଲଗାଇ, ଏବେ ବ୍ରାହ୍ମଣ ହୋଇଛୁ । ପୁଣି ଆମେ ଦେବତା... ହେବୁ । ଏକଥା ବୁଦ୍ଧିରେ ରହିଯାଉଛି ନା । ଏଠାରେ ବସୁଛ ତେଣୁ ତୁମ ବୁଦ୍ଧିରେ ଏହି ଜ୍ଞାନ ରହିବା ଉଚିତ୍ । ବାବା ମଧ୍ୟ ଜ୍ଞାନର ସାଗର ଅଟନ୍ତି ନା । ଯଦିଓ ଶାନ୍ତିଧାମରେ ରହୁଛନ୍ତି ତଥାପି ତାଙ୍କୁ ଜ୍ଞାନର ସାଗର କୁହାଯାଉଛି । ତୁମ ଆତ୍ମାରେ ମଧ୍ୟ ସମସ୍ତ ଜ୍ଞାନ ରହୁଛି ନା । କହୁଛନ୍ତି ଏହି ଜ୍ଞାନ ଦ୍ୱାରା ତ ଆମର ଆଖି ଖୋଲିଗଲା । ବାବା ତୁମକୁ ଜ୍ଞାନର ଚକ୍ଷୁ ଦେଉଛନ୍ତି । ଯାହା ଦ୍ୱାରା ଆତ୍ମାକୁ ସୃଷ୍ଟିର ଆଦି, ମଧ୍ୟ, ଅନ୍ତ ବିଷୟରେ ଜଣାପଡିଲା । ଏହି ସୃଷ୍ଟିରୂପି ଚକ୍ର ଘୂରି ଚାଲିଛି । ତେବେ ବ୍ରାହ୍ମଣମାନଙ୍କୁ ହିଁ ସ୍ୱଦର୍ଶନ ଚକ୍ର ମିଳୁଛି । ଦେବତାମାନଙ୍କୁ ପାଠ ପଢାଇବା ବାଲା କେହି ନାହାଁନ୍ତି । ସେମାନଙ୍କୁ ଶିକ୍ଷାର ଆବଶ୍ୟକତା ନାହିଁ । ତୁମକୁ ହିଁ ପାଠ ପଢିବାକୁ ହେବ କାରଣ ତୁମେ ହିଁ ଦେବତା ହେବ । ଏବେ ବାବା ବସି ଏହି ନୂଆ-ନୂଆ କଥା ବୁଝାଉଛନ୍ତି । ଏହି ନୂଆ ପାଠପଢି ତୁମେ ଉଚ୍ଚ ହେଉଛ । ପ୍ରଥମରୁ ଶେଷ, ଶେଷରୁ ପ୍ରଥମ । ଏହା ପାଠପଢା ଅଟେ ନା । ଏବେ ତୁମେ ଜାଣୁଛ ବାବା ପ୍ରତି କଳ୍ପରେ ଆସି ପତିତରୁ ପବିତ୍ର କରୁଛନ୍ତି, ପୁଣି ଏହି ଜ୍ଞାନ ସମାପ୍ତ ହୋଇଯିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବହୁତ-ବହୁତ ଆଜ୍ଞାକାରୀ ଏବଂ ମିଠା ସ୍ୱଭାବଯୁକ୍ତ ହୋଇ ଚାଲିବାକୁ ହେବ । ଦେହ-ଅହଂକାରରେ କେବେହେଲେ ଆସିବାର ନାହିଁ । ବାବାଙ୍କର ସନ୍ତାନ ହେବା ପରେ ଆଉ କୌଣସି ଭୁଲ୍ କରିବାର ନାହିଁ । ମାୟାର ବକ୍ସିଙ୍ଗରେ ବହୁତ ବହୁତ ଖବରଦାର ରହିବାର ଅଛି ।

(୨) ନିଜର ବଚନରେ (ବାଣୀରେ) ଶକ୍ତି ଭରିବା ପାଇଁ ଆତ୍ମ-ଅଭିମାନୀ ରହିବାର ଅଭ୍ୟାସ କରିବାକୁ ହେବ । ସ୍ମୃତିରେ ରହୁ ବାବାଙ୍କ ଦ୍ୱାରା ଦିଆଯାଇଥିବା ଜ୍ଞାନ ହିଁ ଶୁଣାଉଛି ତେବେ ଯାଇ ବାଣୀରେ ଶକ୍ତି ଭରିବ ।

ବରଦାନ:-
ଅପବିତ୍ରତାର ଅଂଶ ଆଳସ୍ୟ ଏବଂ ଅବହେଳା ପଣିଆକୁ ତ୍ୟାଗ କରି ସମ୍ପୂର୍ଣ୍ଣ ନିର୍ବିକାରୀ ହୁଅ ।

ଦିନଚର୍ଯ୍ୟାର କୌଣସି ବି କାର୍ଯ୍ୟରେ ଅନିୟମିତ ହେବା, ଆଳସ୍ୟ କରିବା ବା ଅବହେଳା କରିବା ଏହା ବିକାରର ଅଂଶ ଅଟେ, ଯାହାର ପ୍ରଭାବ ପୂଜନୀୟ ହେବା ଉପରେ ସିଧାସଳଖ ପଡିଥାଏ, ଯଦି ଅମୃତବେଳାରେ ତୁମେ ନିଜକୁ ଜାଗ୍ରତ ସ୍ଥିତିରେ ଅନୁଭବ କରୁନାହଁ, ବାଧ୍ୟତାମୂଳକ ଭାବରେ ବା ନିଦ୍ରାର ବଶୀଭୂତ ହୋଇ ବସୁଛ ତେବେ ତୁମର ପୂଜାରୀ ମଧ୍ୟ ଜବରଦସ୍ତିଆ ଭାବରେ ବା ସୁସ୍ତିଆ ଅବସ୍ଥାରେ ତୁମକୁ ପୂଜା କରିବ । ତେଣୁ ଆଳସ୍ୟ ବା ଅବହେଳା ପଣିଆକୁ ମଧ୍ୟ ତ୍ୟାଗ କରିଦିଅ ତେବେ ଯାଇ ସମ୍ପୂର୍ଣ୍ଣ ନିର୍ବିକାରୀ ହୋଇପାରିବ ।

ସ୍ଲୋଗାନ:-
ସେବା ଯେତେ ଇଚ୍ଛା କର କିନ୍ତୁ ବ୍ୟର୍ଥ ଖର୍ଚ୍ଚ କର ନାହିଁ ।