30.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମମାନଙ୍କୁ ଆତ୍ମିକ ପଣ୍ଡା ହୋଇ ସମସ୍ତ ଧର୍ମାବଲମ୍ବୀମାନଙ୍କୁ ଶାନ୍ତିଧାମ ଏବଂ ସୁଖଧାମର ରାସ୍ତା ବତାଇବାକୁ ହେବ, କାରଣ ତୁମେମାନେ ହିଁ ହେଉଛ ସଚ୍ଚା ସଚ୍ଚା ପଣ୍ଡା ଅର୍ଥାତ୍ ପଥ ପ୍ରଦର୍ଶକ ।

ପ୍ରଶ୍ନ:-
ବାବାଙ୍କର ସ୍ମୃତି ଦ୍ୱାରା କେଉଁ ସନ୍ତାନମାନଙ୍କୁ ସମ୍ପୂର୍ଣ୍ଣ ଶକ୍ତି ପ୍ରାପ୍ତ ହେଉଛି ?

ଉତ୍ତର:-
ଯେଉଁମାନେ ଯୋଗଯୁକ୍ତ ରହିବା ସହିତ ବାବାଙ୍କ ସହିତ ସଂପୂର୍ଣ୍ଣ ସଚ୍ଚୋଟ ରହୁଛନ୍ତି, କିଛି ବି ଲୁଚାଉ ନାହାଁନ୍ତି, ସତ୍ୟ ପିତାଙ୍କ ସହିତ ସତ୍ୟ ସ୍ୱରୂପରେ ରହୁଛନ୍ତି, କୌଣସି ପାପ କର୍ମ କରୁ ନାହାଁନ୍ତି, ସେହିମାନଙ୍କୁ ହିଁ ଯୋଗ ଦ୍ୱାରା ବଳ ପ୍ରାପ୍ତ ହେଉଛି । କିନ୍ତୁ କେତେକ ସନ୍ତାନ ଭୁଲ୍ କରି ଚାଲିଛନ୍ତି, ପୁଣି କହୁଛନ୍ତି କ୍ଷମା କର, ବାବା କହୁଛନ୍ତି କ୍ଷମା ହୋଇପାରିବ ନାହିଁ । କାରଣ ପ୍ରତ୍ୟେକ କର୍ମର ହିସାବ-କିତାବ ରହିଛି ।

ଗୀତ:-
ହମାରେ ତୀର୍ଥ ନ୍ୟାରେ ହେଁ...

ଓମ୍ ଶାନ୍ତି ।
ପିଲାମାନେ ଏହି ଗୀତ ଶୁଣିଲେ, ପିଲାମାନଙ୍କର ଜ୍ଞାନର ପଏଣ୍ଟ ପରଖିବା ପାଇଁ ଯେ କିଏ କିଏ କେଉଁ ଭଳି ତାର ଅର୍ଥ ବାହାର କରୁଛନ୍ତି, ଏହିଭଳି ସିନେମା ଗୀତ ଗୁଡିକ ବାହାର କରି ଜଣ ଜଣଙ୍କ ଠାରୁ ତାହାର ଅର୍ଥ ପଚାରିବା ଦରକାର । ବାବା ବୁଝାଉଛନ୍ତି କେତେ ଗୁଡିଏ ଭଲ ଗୀତ ଅଛି ଯଦି କେବେ କେହି ଚିନ୍ତିତ ଥିବେ ତେବେ ଏହି ଗୀତ ଶୁଣି ପୁର୍ନବାର ତାଙ୍କୁ ଖୁସି କରିବାର ଅନୁଭୂତି ହେବ । ଖୁସିରେ ରହିବାର ଏହା ବହୁତ ଭଲ ଉପାୟ । ଗୀତ ଶୁଣିବା ଦ୍ୱାରା ତୁରନ୍ତ ସ୍ମୃତି ଆସିଯିବ । ତୁମେ ପିଲାମାନେ ଜାଣିଛ ବାସ୍ତବରେ ଆମେ ଏହି ଧରିତ୍ରୀର ଭାଗ୍ୟବାନ୍ ତାରକା ଅଟୁ । ଆମର ଏହି ତୀର୍ଥ ଭକ୍ତି ମାର୍ଗଠାରୁ ସମ୍ପୂର୍ଣ୍ଣ ଅଲଗା । ତୁମେ ହେଉଛ ପାଣ୍ଡବ ସେନା । ଦୁନିଆର ତୀର୍ଥରେ ପଣ୍ଡାମାନଙ୍କର ସେନା (ଦଳ) ରହିଥାଏ । ପ୍ରତ୍ୟେକ ଗ୍ରୁପ୍ର ଅଲଗା-ଅଲଗା ପଣ୍ଡା ରହିଥାନ୍ତି ଯିଏକି ଭ୍ରମଣ କରାଇଥାନ୍ତି । ତାଙ୍କ ପାଖରେ ହିସାବ କିତାବ ଖାତା ରହିଥାଏ । ପଚାରନ୍ତି କେଉଁ କୁଳର ଅଟ ? ପ୍ରତ୍ୟେକ ନିଜର କୁଳର ଲୋକଙ୍କୁ ହିଁ ସାଥିରେ ନେବେ । କେତେ ପଣ୍ଡା ନେଇକରି ଯାଇଥାନ୍ତି । ତୁମେ ମଧ୍ୟ ରୁହାନୀ ପଣ୍ଡା ଅଟ । ତୁମ୍ଭର ନାମ ହେଉଛି ପାଣ୍ଡବ ସେନା । ପାଣ୍ଡବମାନଙ୍କର ରାଜଧାନୀ ନାହିଁ । ପାଣ୍ଡବ ପଣ୍ଡାକୁ ହିଁ କୁହାଯାଏ । ବାବା ମଧ୍ୟ ବେହଦର ପଣ୍ଡା ଅଟନ୍ତି । ଗାଇଡ୍କୁ ପଣ୍ଡା କୁହାଯାଏ ନା । ପଣ୍ଡା ତୀର୍ଥକୁ ନେଇଯାଇଥାନ୍ତି । ପୂଜାରୀ ଲୋକେ ଜାଣିଛନ୍ତି ଏହି ପଣ୍ଡା ଯାତ୍ରୀମାନଙ୍କୁ ନେଇ ଆସିଛନ୍ତି । ଜ୍ଞାନମାର୍ଗରେ ମଧ୍ୟ ତୁମେ ପଣ୍ଡା ହୋଇଛ । ଏଠାରେ କେଉଁଠାକୁ ନେଇଯିବାର କଥା ନାହିଁ । ଘରେ ବସି ମଧ୍ୟ ତୁମେ ଅନ୍ୟକୁ ରାସ୍ତା ବତାଉଛ, ପୁଣି ଯାହାକୁ ଏକଥା ବତାଉଛ ସେ ପୁଣି ପଣ୍ଡା ହୋଇଯାଉଛନ୍ତି । ପରସ୍ପରକୁ ରାସ୍ତା ବତାଇବାକୁ ହେବ ମନମନାଭବ । ତୁମ ମଧ୍ୟରେ ବହୁତ ଅଛନ୍ତି ଯିଏ ତୀର୍ଥଯାତ୍ରା କରିଥିବେ । ତାଙ୍କ ବୁଦ୍ଧିରେ ଆସୁଥିବ ବଦ୍ରିନାଥ, ଅମରନାଥ କିପରି ଯିବାକୁ ହେଉଛି । ପଣ୍ଡା ଲୋକମାନେ ମଧ୍ୟ ଜାଣିଛନ୍ତି, ତୁମେ ହେଉଛ ରୁହାନୀ ପଣ୍ଡା । ଏକଥା ତୁମେ ଭୁଲ ନାହିଁ ଯେ ଆମେ ହେଉଛୁ ପୁରୁଷୋତ୍ତମ ସଂଗମଯୁଗୀ । ତୁମ ବୁଦ୍ଧିରେ ଗୋଟିଏ କଥା ଅଛି ଯେ ଆମେ ମୁକ୍ତି-ଜୀବନମୁକ୍ତିର ପଣ୍ଡା ଅଟୁ । ଏପରି ନୁହେଁ ଯେ ସ୍ୱର୍ଗକୁ ନେଇ ଯିବା ପାଇଁ ଅଲଗା ପଣ୍ଡା ଅଛନ୍ତି ଆଉ ମୁକ୍ତିଧାମକୁ ନେବା ପାଇଁ ଅଲଗା ପଣ୍ଡା ଅଛନ୍ତି । ତୁମର ଏହି ନିଶ୍ଚୟ ଅଛି, ଆମେ ମୁକ୍ତିଧାମକୁ ଯାଇ ପୁଣି ନୂଆ ଦୁନିଆକୁ ଆସିବୁ । ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ପଣ୍ଡା ହେଉଛ । ପଣ୍ଡା ମଧ୍ୟ ଅନେକ ପ୍ରକାରର ରହିଛନ୍ତି । ତୁମେ ଫାଷ୍ଟକ୍ଲାସ୍ ପଣ୍ଡା ଅଟ, ସମସ୍ତଙ୍କୁ ପବିତ୍ରତାର ହିଁ ରାସ୍ତା ବତାଉଛ । ବର୍ତ୍ତମାନ ସମସ୍ତଙ୍କୁ ପବିତ୍ର ରହିବାକୁ ହେବ । ଦୃଷ୍ଟିକୁ ମଧ୍ୟ ବଦଳାଇବାକୁ ହେବ । ତୁମେ ପ୍ରତିଜ୍ଞା କରିଛ ମୁଁ ଆପଣଙ୍କ ବ୍ୟତୀତ କାହାକୁ ମନେ ପକାଇବି ନାହିଁ । ବାବା ମୁଁ କେବଳ ଆପଣଙ୍କୁ ହିଁ ମନେ ପକାଇବି । ଆପଣଙ୍କର ହେବା ଦ୍ୱାରା ଆମର ନୌକା ପାରି ହେଉଛି । ଭବିଷ୍ୟତରେ ତ ସୁଖ ହିଁ ସୁଖ ରହିଛି । ବାବା ଆମକୁ ସୁଖର ସମ୍ବନ୍ଧକୁ ନେଇଯାଉଛନ୍ତି । ଏଠାରେ ତ ଦୁଃଖ ହିଁ ଦୁଃଖ ରହିଛି । ସୁଖ ମଧ୍ୟ କାଗ ବିଷ୍ଠା ସମାନ ଅଟେ । ତୁମେ ନୂଆ ଦୁନିଆ ପାଇଁ ପାଠ ପଢୁଛ । ତୁମେ ଜାଣିଛ ମୁକ୍ତିଧାମ ଯାଇ ପୁଣି ଏଠାକୁ (ସ୍ୱର୍ଗ) ଆସିବୁ । ଘରକୁ ତ ନିଶ୍ଚୟ ଯିବୁ । ତୁମର ଏହି ଯାତ୍ରା ଯୋଗବଳ ଦ୍ୱାରା ହେଉଛି । ଶାନ୍ତିଧାମକୁ ମଧ୍ୟ ମନେ ପକାଇବାକୁ ହେବ ଏବଂ ବାବାଙ୍କୁ ମଧ୍ୟ ମନେ ପକାଇବାକୁ ହେବ । ବାବାଙ୍କ ସହିତ ସଚ୍ଚୋଟ ମଧ୍ୟ ହେବା ଦରକାର । ବାବା କହୁଛନ୍ତି ଏପରି ନୁହେଁ ଯେ ମୁଁ ତୁମର ଭିତରକୁ ଜାଣିଛି । ନା, ତୁମେ ଯେଉଁ ଅଭିନୟ କରୁଛ ତାକୁ ଧ୍ୟାନରେ ରଖି ବାବା ବୁଝାଉଛନ୍ତି । ପୁରୁଷାର୍ଥ କରାଉଛନ୍ତି । ବାକି ତୁମେ କୌଣସି ଅବଜ୍ଞା ଅଥବା ପାପ କରିଲେ ଏଠାରେ ପଚରା ଯାଉଛି କୌଣସି ପାପ କର୍ମ ତ କରି ନାହିଁ ? ବାବା ବୁଝାଇଛନ୍ତି ଆଖି ବହୁତ ଧୋକା ଦେଉଛି । ଏକଥା ମଧ୍ୟ କହିବା ଉଚିତ୍ ଯେ ବାବା ଆଜି ଆଖି ବହୁତ ଧୋକା ଦେଇଛି । ଏହି ଭୟ ତ ରହୁଛି । ଘରକୁ ଗଲେ ମୋର ବୁଦ୍ଧି ଚଞ୍ଚଳ ହୋଇଯାଉଛି । ବାବା ଏହା ମୋର ବହୁତ ବଡ ଭୁଲ୍, କ୍ଷମା କର । ବାବା କହୁଛନ୍ତି କ୍ଷମାର ଏଥିରେ କୌଣସି କଥା ନାହିଁ, ଦୁନିଆରେ ମନୁଷ୍ୟ ଏହିଭଳି କରୁଛନ୍ତି । କେହି ଚାପୁଡା ମାରି, କ୍ଷମା ମାଗିଲେ, ସମାଧାନ ହୋଇଯାଉଛି । ଏପରି ଭୁଲ୍ ମାଗିବାରେ ଡେରି ଲାଗେ ନାହିଁ । କିନ୍ତୁ ଖରାପ କର୍ମ କରି କହିବ ଆଇ ଆମ୍ ସରି ଅର୍ଥାତ୍ ମୁଁ ଦୁଃଖିତ ଅଟେ ଏପରି ହୋଇପାରିବ ନାହିଁ । ଏସବୁ ଜମା ହୋଇଯାଉଛି । କୌଣସି ଓଲଟା ସିଧା କାମ କଲେ ମଧ୍ୟ ତାହା ଜମା ହେଉଛି, ଯାହାର ଭଲ-ମନ୍ଦ ଫଳ ପର ଜନ୍ମରେ ମିଳୁଛି, ଏଥିରେ କ୍ଷମାର କଥା ହିଁ ନାହିଁ । ଯିଏ ଯେପରି କରିବ ସେପରି ପାଇବ ।

ବାବା ବାରମ୍ବାର ବୁଝାଉଛନ୍ତି ପ୍ରଥମତଃ କହୁଛନ୍ତି କାମ ମହାଶତ୍ରୁ, ଏହା ତୁମକୁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଉଛି । ବାବାଙ୍କୁ ପତିତ ପାବନ କହୁଛନ୍ତି । ବିକାରୀମାନଙ୍କୁ ହିଁ ପତିତ କୁହାଯାଏ । ଏଠାରେ ବାବା ବୁଝାଉଛନ୍ତି, ଏଠାରୁ ବାହାରକୁ ଗଲେ ଯଦି ସତର୍କତାର ସହିତ ରହି ନ ପାରିବେ ତେବେ ପୁଣି ଉଚ୍ଚ ପଦ ମଧ୍ୟ ପାଇପାରିବ ନାହିଁ । ବାବା ସମାଚାର ଶୁଣୁଛନ୍ତି ନା । ଏଠାରେ ମଧ୍ୟ ବହୁତ ଭଲ ଭଲ କହୁଛନ୍ତି ପୁଣି ବାହାରକୁ ଯିବା ଦ୍ୱାରା ଧାରଣା ରହୁନାହିଁ । ସତ୍ୟଯୁଗରେ ବିକାରର କଥା ରହିବ ନାହିଁ । ବର୍ତ୍ତମାନ ଭାରତର ଏପରି ଅବସ୍ଥା ହୋଇଯାଇଛି । ସେଠାରେ ବଡ ବଡ ମହଲରେ ନିବାସ କରିବେ । ବହୁତ ସୁଖ ଥାଏ । ବ୍ରହ୍ମାବାବା ପିଲାମାନଙ୍କଠାରୁ ସବୁ ତଦନ୍ତ କରୁଛନ୍ତି, କାରଣ ବାବାଙ୍କୁ ସମାଚାର ଦେବାକୁ ହେବ ନା । କେତେକ ମିଛ ମଧ୍ୟ କହୁଛନ୍ତି । ବିଚାର କରିବା ଦରକାର ଆମେ କେତେ ମିଛ କହୁଛୁ ? ବାବାଙ୍କୁ ବିଲ୍କୁଲ୍ ମିଛ କହିବା ଅନୁଚିତ୍ । ବାବା ତ ସତ୍ୟର ମାର୍ଗ ଦର୍ଶକ ଅଟନ୍ତି । ସତ୍ୟଯୁଗରେ ମିଛ ରହିବ ନାହିଁ । ମିଛର ଚିହ୍ନ-ବର୍ଣ୍ଣ ରହିବ ନାହିଁ । ଏଠାରେ ପୁଣି ସତ୍ୟର ଚିହ୍ନ-ବର୍ଣ୍ଣ ରହୁ ନାହିଁ । ଫରକ ରହିଛି ନା । ବାବା କହୁଛନ୍ତି ଏହା କଣ୍ଟାର ଜଙ୍ଗଲ କିନ୍ତୁ ନିଜକୁ କେହି କଣ୍ଟା ବୋଲି ଭାବୁନାହାଁନ୍ତି । ବାବା କହୁଛନ୍ତି କାମ ବିକାରରେ ଯିବା ଏହା ସବୁଠାରୁ ବଡ଼ କଣ୍ଟା, ଏହା ଦ୍ୱାରା ହିଁ ତୁମେ ଦୁଃଖୀ ହୋଇଛ ବାବା ତୁମକୁ ଏବେ ଅସରନ୍ତି ସୁଖ ଦେବାକୁ ଆସିଛନ୍ତି । ତୁମେ ଜାଣିଛ ବାସ୍ତବରେ ଅସରନ୍ତି ସୁଖ ଥିଲା । ସତ୍ୟଯୁଗକୁ ସୁଖଧାମ କୁହାଯାଉଛି । ସେଠାରେ ରୋଗ ଆଦି ହେବ ନାହିଁ । ଡ଼ାକ୍ତରଖାନା, ଜେଲ୍ ଆଦି ରହିବ ନାହିଁ । ସତ୍ୟଯୁଗରେ ଦୁଃଖର ନାମ ରହିବ ନାହିଁ । ତ୍ରେତାରେ ଦୁଇକଳା କମ୍ ହୋଇଯାଉଛି ତଥାପି ତାକୁ ସ୍ୱର୍ଗ କୁହାଯାଉଛି ନା । ବାବା କହୁଛନ୍ତି ତୁମକୁ ଅସରନ୍ତି ଅତିନ୍ଦ୍ରିୟ ସୁଖରେ ରହିବାକୁ ହେବ । ପଢାଉଥିବା ଶିକ୍ଷକଙ୍କୁ ମଧ୍ୟ ମନେ ପକାଇବାକୁ ପଡ଼ିବ, ଭଗବାନ ଆମର ଶିକ୍ଷକ, ଶିକ୍ଷକଙ୍କୁ ତ ସମସ୍ତେ ମନେ ପକାଇଥାନ୍ତି । ମଧୁବନରେ ରହୁଥିବା ପିଲାମାନଙ୍କ ପାଇଁ ବହୁତ ସହଜ ଅଟେ । ଏଠାରେ କୌଣସି ବନ୍ଧନ ନାହିଁ । ବିଲ୍କୁଲ୍ ବନ୍ଧନମୁକ୍ତ । ଆରମ୍ଭରୁ ଭଟ୍ଟୀ ହୋଇଥିବାରୁ ବନ୍ଧନମୁକ୍ତ ହୋଇଗଲେ । କେବଳ ଏଠାରେ ଚିନ୍ତା ରହୁଛି ସେବା କିପରି ବଢାଇବୁ ? ବାବା ବହୁତ ବୁଝାଉଛନ୍ତି । ବାବାଙ୍କ ପାଖକୁ ଆସୁଛନ୍ତି, ମାସେ ଦେଢମାସ ବହୁତ ଉମଙ୍ଗ ରହୁଛି ପୁଣି ଦେଖ ଥଣ୍ଡା ପଡ଼ିଯାଉଛନ୍ତି । ସେଣ୍ଟରକୁ ହିଁ ଆସୁନାହାଁନ୍ତି । ଆଚ୍ଛା, ପୁଣି କଣ କରିବା ଦରକାର ? ଲେଖିକରି ପଚାରି ପାରିବ କାହିଁକି ଆସୁନାହଁ ? ଆମେ ଭାବୁଛୁ ବୋଧହୁଏ ମାୟା ତୁମ ଉପରେ ଆକ୍ରମଣ କରିଛି ଅଥବା କାହାର ସଙ୍ଗରେ ଫସିଛ କିମ୍ବା ବିକର୍ମ କରି ତଳକୁ ଖସିଯାଇଛ । ତଥାପି ଉଠାଇବା ଦରକାର ନା । ସେଥିପାଇଁ ପୁରୁଷାର୍ଥ କରିବା ଉଚିତ୍ । ମନ ନେବାକୁ ହେବ । ତୁମେ ଚିଠି ଲେଖିପାରିବ । ବହୁତଙ୍କୁ ଲଜ୍ଜା ଆସିବାରୁ ଜ୍ଞାନ ଛାଡିଦେଇଥାନ୍ତି । ଏଠାକୁ ଆସିକରି ଯାଉଛନ୍ତି, ପୁଣି ସମାଚାର ଆସୁଛି ଘରେ ବସିଗଲେ । କହନ୍ତି ମୋର ମନ ଛାଡିଗଲା । କେହି ଚିଠିରେ ମଧ୍ୟ ଲେଖୁଛନ୍ତି ଆପଣଙ୍କ ଜ୍ଞାନ ବହୁତ ଭଲ କିନ୍ତୁ ମୁଁ ପବିତ୍ର ରହିପାରିବି ନାହିଁ ସେଥିପାଇଁ ଛାଡ଼ିଦେଲି । ମୋ ପାଖରେ ଏତେ ଶକ୍ତି ନାହିଁ । କେବଳ ଲେଖିଦେଉଛନ୍ତି । ବିକାର ଦେଖ କିପରି ନିମ୍ନଗାମୀ କରାଉଛି । ଏଠାରେ ହାତ ମଧ୍ୟ ଉଠାଉଛନ୍ତି ଯେ ଆମେ ସୂର୍ଯ୍ୟବଂଶୀ ନରରୁ ନାରାୟଣ ହେବୁ । ଏହି ଜ୍ଞାନ ହେଉଛି ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବା ପାଇଁ । ବାବା କହୁଛନ୍ତି ଗୁଡ଼ ଜାଣେ ଗୁଡ଼ର ମାଠିଆ ଜାଣେ ଅର୍ଥାତ୍ ବ୍ରହ୍ମାବାବା ଓ ଶିବବାବା ଜାଣନ୍ତି । ଏହି ବ୍ରହ୍ମାବାବା ମଧ୍ୟ ବାବାଙ୍କର ଗୁଡମାଠିଆ ଅଟନ୍ତି ନା । ଇଏ ଭଲ ଭାବରେ ପଚାରୁଛନ୍ତି, ୟାଙ୍କ ପାଖକୁ ସମାଚାର ମଧ୍ୟ ଆସୁଛି, ଶିବବାବା କହୁଛନ୍ତି ମୁଁ ପଢାଇବାକୁ ଆସିଛି, ଯିଏ ପଢିବ ଲେଖିବ ନବାବ ହେବ । ବାବା କହୁଛନ୍ତି ଦୃଷ୍ଟି ବହୁତ ପରିବର୍ତ୍ତନ କରିବାକୁ ହେବ । ପ୍ରତି ପାଦରେ ସାବଧାନ ରହିବା ଆବଶ୍ୟକ । ଯୋଗବଳ ଦ୍ୱାରା ହିଁ ପ୍ରତି ପାଦରେ ପଦମ ମିଳିବ । ବହୁତ ସନ୍ତାନ ଫେଲ୍ ହୋଇଯାଉଛନ୍ତି । ସେବାଧାରୀ ପଣ୍ଡା ମଧ୍ୟ ଫେଲ୍ ହୋଇଯାଉଛନ୍ତି । ତୁମେ ଯାତ୍ରା ସମୟରେ ଥିବା ପର୍ଯ୍ୟନ୍ତ, ପବିତ୍ର ରହୁଛ । କେତେକ ତୀର୍ଥ ଯାତ୍ରାକୁ ଏତେ ସଉକିରେ ଯାଉଛନ୍ତି ଯେ, ମଦ୍ୟ ମଧ୍ୟ ନିଜ ସାଥିରେ ନେଇଯାଉଛନ୍ତି । ଲୁଚାଇ ରଖିଦେଉଛନ୍ତି । ବଡ଼-ବଡ଼ ଲୋକ ଏହା ବିନା ରହିପାରିବେ ନାହିଁ । ତେଣୁ ଏହି ତୀର୍ଥ କେଉଁ କାମର । ସୈନିକମାନେ ମଧ୍ୟ ବହୁତ ମଦ ପିଉଛନ୍ତି । ମଦ ପିଇ ଯାଇ ଉଡ଼ାଜାହାଜ ସହିତ ଷ୍ଟିମର ଉପରେ ପଡ଼ୁଛନ୍ତି । ଷ୍ଟିମର ସହିତ ନିଜେ ମଧ୍ୟ ଶେଷ ହୋଇଯାଉଛନ୍ତି ।

ଏବେ ତୁମକୁ ଜ୍ଞାନ ଅମୃତ ମିଳୁଛି । ବାକି ମୁଖ୍ୟ କଥା ହେଉଛି ବାବାଙ୍କ ସ୍ମୃତି । ଯାହା ଦ୍ୱାରା ତୁମେ ୨୧ ଜନ୍ମ ପାଇଁ ସଦା ସୁସ୍ଥ ଓ ସଂପତ୍ତିବାନ ହେଉଛ । ବାବା କହୁଛନ୍ତି ମଧ୍ୟ ଏହା ଲେଖିଦିଅ ଯେ ୨୧ ଜନ୍ମ ନିମନ୍ତେ ସଦା ସୁସ୍ଥ ଏବଂ ସମ୍ପତ୍ତିବାନ କିପରି ହୋଇପାରିବ ଆସି ବୁଝ । ଭାରତବାସୀ ଜାଣିଛନ୍ତି ବାସ୍ତବରେ ଭାରତରେ ବଡ଼ ଆୟୁ ଥିଲା । ସ୍ୱର୍ଗରେ କେବେ କେହି ବୀମାର ରହିବେ ନାହିଁ । ସ୍ୱର୍ଗରେ ଦେବୀ-ଦେବତାମାନଙ୍କର ଆୟୁଷ ୧୫୦ ବର୍ଷ ଥିଲା । ୧୬ କଳା ସଂପୂର୍ଣ୍ଣ ଥିଲେ । ମନୁଷ୍ୟ କହୁଛନ୍ତି ଏହା କିପରି ହୋଇପାରିବ । କୁହ, ସେଠାରେ ୫ ବିକାର ରହିବ ନାହିଁ । ସେଠାରେ ଯଦି ବିକାର ରହିବ ପୁଣି ରାମ ରାଜ୍ୟ କିପରି ହେବ । ଦେବତାମାନେ ବାମମାର୍ଗରେ ଯିବାର ଚିତ୍ର ମନ୍ଦିରରେ ତୁମେ ଦେଖିଛ । ବହୁତ ଖରାପ ଚିତ୍ର ରହିଛି । ବାବା (ବ୍ରହ୍ମା) କହୁଛନ୍ତି ମୁଁ ଯାହା ଦେଖିଛି ତାହା କହୁଛି । ଶିବବାବା କହୁଛନ୍ତି ମୁଁ କେବଳ ଜ୍ଞାନ ଦେଉଛି । ଶିବବାବା ଜ୍ଞାନର କଥା ଶୁଣାଉଛନ୍ତି, ଇଏ ବ୍ରହ୍ମା ନିଜ ଅନୁଭବର କଥା ଶୁଣାଉଛନ୍ତି । ଦୁଇ ଜଣ ଅଛନ୍ତି ନା । ଇଏ ତ ନିଜର ଅନୁଭବ ଶୁଣାଉଛନ୍ତି ନା । ପ୍ରତ୍ୟେକଙ୍କୁ ନିଜ ଜୀବନୀ ବିଷୟରେ ଜଣାଅଛି । ତୁମେ ଜାଣିଛ ଆମେ ଅଧାକଳ୍ପରୁ ପାପ କରିଆସିଛୁ । ପୁଣି ସେଠାରେ (ସ୍ୱର୍ଗରେ) କୌଣସି ପାପ କରିବୁ ନାହିଁ । ଏଠାରେ କେହି ପବିତ୍ର ନାହାଁନ୍ତି ।

ତୁମେ ଜାଣିଛ ଏବେ ପ୍ରକୃତ ଭାଗବତ ଚାଲିଛି । ଭଗବାନ ବସି ପିଲାମାନଙ୍କୁ ଜ୍ଞାନ ଶୁଣାଉଛନ୍ତି । ବାସ୍ତବରେ ଏକମାତ୍ର ଗୀତା ହେବା ଦରକାର । ବାକି ଶିବବାବାଙ୍କର ଜୀବନୀ କଣ ଲେଖିବା । ଏକଥା ମଧ୍ୟ ତୁମେ ଜାଣିଛ । କୌଣସି ପୁସ୍ତକ ଆଦି ରହିବ ନାହିଁ କାହିଁକି ନା ବିନାଶ ସମ୍ମୁଖରେ ଅଛି ପୁଣି ଏହି ପୁରୁଷାର୍ଥର ଜ୍ଞାନ ମଧ୍ୟ ଶେଷ ହୋଇଯିବ । ପୁଣି ପ୍ରାରବ୍ଧ ଆରମ୍ଭ ହୋଇଯିବ । ଯେପରି ଡ଼୍ରାମାରେ ଯାହା ପାର୍ଟ ହେଲା, ରିଲ୍ ଘୂରି ଚାଲିଲା ପୁଣି ନୂଆ ରୂପରେ ପ୍ରାରବ୍ଧ ଆରମ୍ଭ ହେବ । ଏତେ ସବୁ ଆତ୍ମାଙ୍କର ନିଜ ନିଜର ଡ଼୍ରାମାର ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ଏହି କଥା ବୁଝିଲାବାଲା ହିଁ ବୁଝିବେ । ଏହା ହେଉଛି ବେହଦର ନାଟକ । ତୁମେ କହୁଛ ମୁଁ ତୁମକୁ ବେହଦ ନାଟକର ଆଦି-ମଧ୍ୟ-ଅନ୍ତର ରହସ୍ୟ ବତାଉଛି । ତାହା ହେଉଛି ନିରାକାରୀ ଦୁନିଆ । ଏହା ହେଉଛି ସାକାରୀ ଦୁନିଆ । ମୁଁ ତୁମକୁ ସମସ୍ତ ରହସ୍ୟ ବୁଝାଉଛି । ଏହି ଚକ୍ର କିପରି ଘୂରୁଛି, ଏହି ରହସ୍ୟ ଯାହାକୁ ତୁମେ ବୁଝାଇବ ତାଙ୍କୁ ବହୁତ ମଜା ଲାଗିବ । ଏପରି ଭାବନାହିଁ ଯେ କେହି ଶୁଣୁନାହାଁନ୍ତି । ପ୍ରଜା ବହୁତ ହେବେ । ସେବାରେ ହାର୍ଟଫେଲ୍ ଅର୍ଥାତ୍ ମନ ଦୁର୍ବଳ ହେବା ଅନୁଚିତ୍ । ତୁମେ ବୁଝାଇଚାଲ । ବେପାରୀମାନଙ୍କ ପାଖକୁ ବହୁତ ଗ୍ରାହକ ଆସିଥାନ୍ତି । ସେହିପରି ତୁମେ ମଧ୍ୟ କୁହ ଆସ ଆମେ ତୁମକୁ ବେହଦର ସୈାଦା ଦେବୁ । ଭାରତରେ ଏହି ଦେବତାମାନଙ୍କର ରାଜ୍ୟ ଥିଲା ପୁଣି କୁଆଡ଼େ ଗଲା ? କିପରି ୮୪ ଜନ୍ମ ନେଲେ, ଆମେ ତୁମକୁ ବୁଝାଇବୁ । ଭଗବାନୁବାଚ, ତୁମେ ନିଜର ଜନ୍ମକୁ ଜାଣିନାହଁ । ବହୁତ ସେବା କରିପାରିବ । ଯେତେବେଳେ ଫୁରସତ ମିଳୁଛି, କୁହ ଆମେ ତୁମକୁ ବିଶ୍ୱର ଇତିହାସ-ଭୂଗୋଳ ବୁଝାଇବୁ । ଏକଥା ବାବାଙ୍କ ବିନା କେହି ବୁଝାଇପାରିବେ ନାହିଁ । ଆସିଲେ ତୁମକୁ ରଚୟିତା ଏବଂ ରଚନାର ରହସ୍ୟ ବୁଝାଇବୁ । ଏବେ ତୁମର ଏହା ଅନ୍ତିମ ଜନ୍ମ ଅଟେ । ଭବିଷ୍ୟତ ପାଇଁ ଏବେ ରୋଜଗାର କର । ବାବା ବୁଝାଉଛନ୍ତି ନା ପିଲାମାନେ, ତୁମେ ଏହିପରି ଏହିପରି ସେବାକର ତୁମର ଗ୍ରାହକ ଏହି କଥା ଶୁଣି ବହୁତ ଖୁସି ହେବେ । ତୁମ ଆଗରେ ମଧ୍ୟ ମୁଣ୍ଡ ନୁଆଁଇବେ । ଧନ୍ୟବାଦ ଦେବେ । ବ୍ୟାପାରୀ ଲୋକେ ଆହୁରି ସେବା କରିପାରିବେ । ବ୍ୟାପାରୀ ଲୋକେ ଧର୍ମ କାର୍ଯ୍ୟରେ କିଛି କିଛି ସହଯୋଗ ମଧ୍ୟ କରିଥାନ୍ତି । ତୁମେ ତ ବଡ଼ ଧର୍ମାତ୍ମା ହେଉଛ । ବାବା ଆସି ତୁମର ଝୁଲା ମୁଣି ଅବିନାଶୀ ଜ୍ଞାନ ରତ୍ନ ଦ୍ୱାରା ଭରୁଛନ୍ତି । ବିଭିନ୍ନ ପ୍ରକାରର ରାୟ ବାବା ଦେଉଛନ୍ତି, ଏପରି ଏପରି କର, ସନ୍ଦେଶ ଦେଇ ଚାଲ, କେବେ ଥକିଯାଅ ନାହିଁ । ଅନେକଙ୍କର କଲ୍ୟାଣ କରିବାରେ ଲାଗିଯାଅ । ଥକିଯାଅ ନାହିଁ । ନିଜର ଦୃଷ୍ଟିକୁ ମଧ୍ୟ ଠିକ୍ ରଖ । କ୍ରୋଧ ମଧ୍ୟ କରନାହିଁ । ଯୁକ୍ତିର ସହିତ ଚାଲିବାକୁ ହେବ । ବାବା ଅନେକ ପ୍ରକାରର ଉପାୟ ବୁଝାଉଛନ୍ତି । ଦୋକାନୀମାନଙ୍କ ପାଇଁ ତ ବହୁତ ସହଜ ଅଟେ । ଉଭୟ ସୌଦା ଅଟେ । କହିବେ ଏହା ବହୁତ ଭଲ ସୌଦା । ତୁରନ୍ତ ଗ୍ରାହକ ଏକାଠି ହୋଇଯିବେ । କହିବେ ଏପରି ଜ୍ଞାନ ଦେଉଥିବା ମହାପୁରୁଷଙ୍କୁ ବହୁତ ସାହାଯ୍ୟ କରିବା ଉଚିତ୍ । ସେମାନଙ୍କୁ କୁହ ଏହା ତୁମର ଅନ୍ତିମ ଜନ୍ମ ତୁମେ ପୁଣି ମନୁଷ୍ୟରୁ ଦେବତା ହୋଇପାରିବ । ଯିଏ ଯେତେ କରିବେ ସେତେ ପାଇବେ । ନିଜର ଯାଞ୍ଚ କର ମୋର ଦୃଷ୍ଟି ଖରାପ ହେଉ ନାହିଁ ତ ? ସ୍ତ୍ରୀ ପ୍ରତି ଆକର୍ଷିତ ହେଉନାହୁଁ ତ ? ଲଜ୍ଜ୍ୟା ଆସିଲେ ଛାଡ଼ି ଦେବେ ବିଶ୍ୱର ମାଲିକ ହେବା କଣ କମ୍ କଥା । ଯେତେ ପୁରୁଣା ଭକ୍ତ ହୋଇଥିବେ ସେତେ ଖୁସି ହେବେ । ଅଳ୍ପ ଭକ୍ତି କରିଥିଲେ କମ୍ ଖୁସି ହେବେ । ଏହାକୁ ମଧ୍ୟ ହିସାବରେ ବୁଝିବାକୁ ହେବ । ବୁଦ୍ଧି କହୁଛି ଏବେ ଆମେ ଘରକୁ ଯିବୁ ପୁଣି ନୂଆ ଦୁନିଆରେ ନୂଆ ଶରୀର ଧାରଣ କରି ଅଭିନୟ କରିବୁ । ଏହି ଶରୀର ଛାଡିବା ଏବଂ ସୁନାର ଚାମଚରେ ଖାଇବା । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଦୃଷ୍ଟି ଦ୍ୱାରା କୌଣସି ଖରାପ କାମ କରିବାର ନାହିଁ । ନିଜର ଦୃଷ୍ଟିକୁ ହିଁ ପ୍ରଥମେ ବଦଳାଇବାକୁ ହେବ । ପ୍ରତି ପଦକ୍ଷେପରେ ସାବଧାନତା ଅବଲମ୍ବନ କରି ପଦ୍ମର ରୋଜଗାର ଜମା କରିବାକୁ ହେବ ।

(୨) ଯେତେବେଳେ ବି ଫୁରସତ ମିଳୁଛି ବେହଦର ସଉଦା କରିବାର ଅଛି, ସେବାରେ କେବେହେଲେ ନିରାଶ ହେବାର ନାହିଁ । ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେବାର ଅଛି କିନ୍ତୁ ଥକିଯିବାର ନାହିଁ ।

ବରଦାନ:-
ସ୍ନେହ ରୂପୀ କୋଳରେ ଆନ୍ତରିକ ଖୁସି ଓ ସର୍ବଶକ୍ତିର ଅନୁଭବ କରୁଥିବା ଯଥାର୍ଥ ପୁରୁଷାର୍ଥୀ ହୁଅ ।

ଯେଉଁମାନେ ଯଥାର୍ଥ ପୁରୁଷାର୍ଥୀ ଅଟନ୍ତି ସେମାନେ କେବେହେଲେ ମେହନତର ବା କ୍ଳାନ୍ତିର ଅନୁଭବ କରନ୍ତି ନାହିଁ ବରଂ ସର୍ବଦା ମୋହବତ୍ ଅର୍ଥାତ୍ ପ୍ରଭୁ ପ୍ରେମରେ ମଗ୍ନ ରହିଥାନ୍ତି । ସେମାନେ ସଂକଳ୍ପରେ ମଧ୍ୟ ସମର୍ପିତ ହୋଇଥିବା କାରଣରୁ ଅନୁଭବ କରିଥାନ୍ତି ଯେପରି ମୋତେ ବାପଦାଦା ହିଁ ଚଲାଉଛନ୍ତି । ମେହନତ ରୂପୀ ପାଦରେ ଚାଲୁ ନାହିଁ କିନ୍ତୁ ସ୍ନେହ ରୂପୀ କୋଳରେ ବସିଛି, ତେବେ ସ୍ନେହ ରୂପୀ କୋଳରେ ସର୍ବପ୍ରାପ୍ତିର ଅନୁଭୂତି ହେଉଥିବା କାରଣରୁ ସେମାନେ ଚାହିଁଥାନ୍ତି କିନ୍ତୁ ସର୍ବଦା ଖୁସି ମନରେ, ଆନ୍ତରିକ ସୁଖରେ, ସର୍ବଶକ୍ତିର ଅନୁଭବରେ ଉଡିବାରେ ଲାଗିଥାନ୍ତି ।

ସ୍ଲୋଗାନ:-
ଯଦି ନିଶ୍ଚୟ ରୂପୀ ମୂଳଦୁଆ ମଜବୁତ ଥିବ ତେବେ ଶ୍ରେଷ୍ଠ ଜୀବନର ଅନୁଭବ ଆପେ ଆପେ ହୋଇଥାଏ ।