31.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହା ଆଶ୍ଚର୍ଯ୍ୟଜନକ ପାଠଶାଳା ଅଟେ ଯେଉଁଠାରେ ତୁମେ ପାଠ ପଢୁଥିବା ଆତ୍ମାମାନେ ମଧ୍ୟ ଦେଖା ଯାଉନାହଁ କିମ୍ବା ପଢାଉଥିବା ଶିକ୍ଷକ ମଧ୍ୟ ଦେଖାଯାଉ ନାହାଁନ୍ତି, ଏହା ହେଉଛି ନୂଆ କଥା ।

ପ୍ରଶ୍ନ:-
ଏହି ପାଠଶାଳାରେ ତୁମକୁ ମୁଖ୍ୟ ରୂପରେ କେଉଁ ଶିକ୍ଷା ମିଳୁଛି ଯାହା ଅନ୍ୟ କୌଣସି ପାଠଶାଳାରେ ଦିଆଯାଉ ନାହିଁ ?

ଉତ୍ତର:-
ଏଠାରେ ବାବା ନିଜର ସନ୍ତାନମାନଙ୍କୁ ଶିକ୍ଷା ଦେଇ କହୁଛନ୍ତି ସନ୍ତାନମାନେ, ନିଜର କର୍ମେନ୍ଦ୍ରିୟଗୁଡିକୁ ଆୟତ୍ତରେ ରଖ । କେବେ ବି କୌଣସି ଭଉଣୀଙ୍କ ପ୍ରତି ଖରାପ ଦୃଷ୍ଟି ନଯାଉ । ତୁମେ ସମସ୍ତେ ଆତ୍ମା ରୂପରେ ଭାଇ-ଭାଇ ଅଟ ଏବଂ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଭଉଣୀ-ଭାଇ ଅଟ । ତୁମର ଖରାପ ବିଚାର କଦାପି ଆସିବା ଉଚିତ୍ ନୁହେଁ । ଏହିଭଳି ଶିକ୍ଷା ଏହି ବିଶ୍ୱବିଦ୍ୟାଳୟ ବ୍ୟତୀତ ଅନ୍ୟ କେଉଁଠାରେ ବି ଦିଆଯାଉ ନାହିଁ ।

ଗୀତ:-
ଦୂର ଦେଶ କା ରହନେ ବାଲା...

ଓମ୍ ଶାନ୍ତି ।
ନା ଦୂରଦେଶୀ ଆତ୍ମା ଦେଖାଯାନ୍ତି ନା ଦୂରଦେଶରେ ରହୁଥିବା ପରମାତ୍ମା ଦେଖାଯାନ୍ତି । କେବଳ ପରମାତ୍ମା ଏବଂ ଆତ୍ମା ଏହି ଆଖିରେ ଦେଖାଯାନ୍ତି ନାହିଁ । ଆଉ ସମସ୍ତ ଜିନିଷ ଦେଖାଯାଏ । ଏହା ବୁଝିବାକୁ ହୁଏ ଯେ ମୁଁ ଆତ୍ମା । ମନୁଷ୍ୟ ଏକଥା ଭାବନ୍ତି ଯେ ଆତ୍ମା ଅଲଗା, ଶରୀର ଅଲଗା । ଆତ୍ମା ଦୂରଦେଶରୁ ଆସି ଶରୀରରେ ପ୍ରବେଶ କରୁଛି । ତୁମେମାନେ ପ୍ରତ୍ୟେକ କଥାକୁ ଭଲ ରୂପେ ବୁଝୁଛ । ଆମେ ଆତ୍ମାମାନେ କିପରି ଦୂରଦେଶରୁ ଆସୁଛୁ । ଆତ୍ମାମାନେ ଦେଖାଯାନ୍ତି ନାହିଁ, ପଢାଉଥିବା ବାବା ପରମାତ୍ମା ମଧ୍ୟ ଦେଖାଯାଆନ୍ତି ନାହିଁ । ଏପରି ତ କେବେ କୌଣସି ସତସଙ୍ଗରେ ଅଥବା ଶାସ୍ତ୍ରରେ ଶୁଣି ନାହଁ, ନା କେବେ ଶୁଣିଛ ନା କେବେ ଦେଖିଛ । ଏବେ ତୁମେମାନେ ଜାଣୁଛ ଯେ ଆମେ ଆତ୍ମା ଖାଲି ଆଖିରେ ଦେଖାଯାଉ ନାହୁଁ । ଆତ୍ମାକୁ ହିଁ ପଢିବାକୁ ହେବ । ଆତ୍ମା ହିଁ ସବୁ କିଛି କରୁଛି ନା । ଏହା ନୂଆ କଥା ଯାହାକୁ ଆଉ କେହି ବୁଝାଇ ପାରିବେ ନାହିଁ । ପରମପିତା, ପରମାତ୍ମା ଯିଏ କି ଜ୍ଞାନର ସାଗର, ସେ ମଧ୍ୟ ଦେଖାଯାନ୍ତି ନାହିଁ । ତେବେ ନିରାକାର ବାବା ପଢାଇବେ କିପରି ? ଆତ୍ମା ମଧ୍ୟ ଶରୀର ଧାରଣ କରୁଛି ନା । ସେହିପରି ପରମପିତା ପରମାତ୍ମା ବାବା ମଧ୍ୟ ଭାଗ୍ୟଶାଳୀ ରଥ ଅଥବା ଭାଗୀରଥଙ୍କ ଶରୀରରେ ଆସୁଛନ୍ତି । ଏହି ରଥର ଅର୍ଥାତ୍ ବ୍ରହ୍ମାଙ୍କର ମଧ୍ୟ ନିଜର ଆତ୍ମା ରହିଛି । ସେ ମଧ୍ୟ ନିଜ ଆତ୍ମାକୁ କଣ ଦେଖିପାରିବେ କି । ବାବା ଏହି ରଥର ଆଧାରରେ ଆସି ସନ୍ତାନମାନଙ୍କୁ ପାଠ ପଢାଉଛନ୍ତି । ଆତ୍ମା ମଧ୍ୟ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଧାରଣ କରୁଛି । ଆତ୍ମାର ପରିଚୟ ଅଛି, କିନ୍ତୁ ତାକୁ ଦେଖି ହୁଏ ନାହିଁ । ସେ ହିଁ ବାବା ଯିଏକି ଦେଖାଯାଆନ୍ତି ନାହିଁ, ସେ ତୁମମାନଙ୍କୁ ପାଠ ପଢାଉଛନ୍ତି । ଏହା ହେଉଛି ସଂପୂର୍ଣ୍ଣ ନୂଆ କଥା । ବାବା କହୁଛନ୍ତି ମୁଁ ମଧ୍ୟ ଡ୍ରାମାର ପ୍ଲାନ୍ ଅନୁସାରେ ନିର୍ଦ୍ଦିଷ୍ଟ ସମୟରେ ଆସି ଶରୀରର ଆଧାର ନେଉଛି । ନଚେତ୍ ତୁମେ ମିଠା-ମିଠା ସନ୍ତାନମାନଙ୍କୁ ଦୁଃଖରୁ କିପରି ମୁକ୍ତ କରିବି । ଏବେ ତୁମେମାନେ ଜାଗ୍ରତ ହୋଇଛ । ଦୁନିଆର ମନୁଷ୍ୟ ସବୁ ଶୋଇ ରହିଛନ୍ତି । ଯେଉଁ ସମୟରେ କି ସେମାନେ ତୁମମାନଙ୍କ ନିକଟକୁ ଆସି ଜ୍ଞାନ ବୁଝିବା ସହିତ ବ୍ରାହ୍ମଣ ହେବା ଉଚିତ୍ । ଅନ୍ୟ କୌଣସି ସତସଙ୍ଗରେ କେହି ମଧ୍ୟ ଯାଇ ବସି ପାରିବେ । କିନ୍ତୁ ଏଠାକୁ ଏପରି କେହି ଆସିପାରିବେ ନାହିଁ କାହିଁକି ନା ଏହା ହେଉଛି ପାଠଶାଳା । ବାରିଷ୍ଟରୀ ପରୀକ୍ଷାରେ ଯଦି ତୁମେ ଯାଇ ବସିବ ତେବେ କିଛି ବୁଝିପାରିବ ନାହିଁ । ଏହା ହେଉଛି ସଂପୂର୍ଣ୍ଣ ନୂଆ କଥା । ପଢାଉଥିବା ଶିକ୍ଷକ ମଧ୍ୟ ଦେଖାଯାଉ ନାହାଁନ୍ତି । ପଢୁଥିବା ଛାତ୍ର ମଧ୍ୟ ଆଖିରେ ଦେଖାଯାଉ ନାହାଁନ୍ତି । ଆତ୍ମା ଭ୍ରୃକୁଟୀ ମଝିରେ ଥାଇ ଶୁଣୁଛି ଓ ଧାରଣ କରୁଛି । ଭିତରେ ଭିତରେ ତାର ନିଶ୍ଚୟ ହୋଇ ଚାଲିଥାଏ । ଏହି କଥା ତ ବାସ୍ତବରେ ଠିକ୍ । ପରମାତ୍ମା ଏବଂ ଆତ୍ମା ଉଭୟ ଦେଖାଯାଉ ନାହାଁନ୍ତି । ବୁଦ୍ଧି ଦ୍ୱାରା ବୁଝାଯାଇଥାଏ ମୁଁ ଆତ୍ମା । କେହି ତ ଏକଥା ମଧ୍ୟ ମାନୁ ନାହାଁନ୍ତି, କହି ଦେଉଛନ୍ତି ଏହା ପ୍ରକୃତି ଅଟେ । ପୁଣି ତାର ବର୍ଣ୍ଣନା ମଧ୍ୟ କରୁଛନ୍ତି । ଅନେକ ମତ ରହିଛି ନା । ତୁମ ସନ୍ତାନମାନଙ୍କୁ ଏହି ଜ୍ଞାନରେ ବ୍ୟସ୍ତ ରହିବାକୁ ହେବ । କର୍ମେନ୍ଦ୍ରିୟ ଗୁଡିକ ଯାହାକି ଧୋକା ଦେଉଛି, ତାକୁ ମଧ୍ୟ ଆୟତ୍ତରେ ରଖିବାକୁ ହେବ । ମୁଖ୍ୟ ହେଉଛି ଆଖି, ଯିଏ ସବୁ କିଛି ଦେଖୁଛି । ଆଖି ହିଁ ସନ୍ତାନକୁ ଦେଖି କହିଥାଏ ଇଏ ମୋର ସନ୍ତାନ ନଚେତ୍ ଜାଣିବ କିପରି ? କେହି ଜନ୍ମରୁ ଅନ୍ଧ ହୋଇଥିଲେ ତାଙ୍କୁ ବୁଝାଇଥାନ୍ତି ଇଏ ତୁମର ଭାଇ, କାରଣ ଦେଖିପାରନ୍ତି ନାହିଁ । ବୁଦ୍ଧି ଦ୍ୱାରା ଜାଣି ପାରିଥାନ୍ତି । ବାସ୍ତବରେ କେହି ଅନ୍ଧ ସୁରଦାସ ହୋଇଥିଲେ ଏହି ଜ୍ଞାନକୁ ଭଲ ଧାରଣ କରିପାରିବେ, କାହିଁକି ନା ଧୋକା ଦେଉଥିବା ଆଖି ହିଁ ନାହିଁ । ହୁଏତ ସିଏ ଆଉ କିଛି କାମ କରିପାରିବେ ନାହିଁ, କିନ୍ତୁ ଜ୍ଞାନକୁ ଭଲ ଭାବରେ ବୁଝିପାରିବେ । ସ୍ତ୍ରୀକୁ ମଧ୍ୟ ଦେଖିବେ ନାହିଁ । ଅନ୍ୟକୁ ଦେଖିଲେ ତା ଆଡକୁ ବୁଦ୍ଧି ଯିବ । ତେଣୁ ତାଙ୍କୁ ଧରିବା ପାଇଁ ଇଚ୍ଛା କରିବେ । ନ ଦେଖିଲେ କିପରି ଧରିବେ ? ତେଣୁ ବାବା ବୁଝାଉଛନ୍ତି କର୍ମେନ୍ଦ୍ରିୟ ଗୁଡିକୁ ପକ୍କା କରିବାକୁ ହେବ । କ୍ରିମିନାଲ୍ ଅର୍ଥାତ୍ ଖରାପ ଦୃଷ୍ଟିରେ କୌଣସି ବି ଭଉଣୀଙ୍କୁ ଦେଖିବାର ନାହିଁ । ତୁମେ ମଧ୍ୟ ଭଉଣୀ-ଭାଇ ଅଟ ନା । ଖରାପ ଦୃଷ୍ଟିର ଖିଆଲ ଟିକିଏ ବି ନ ଆସିବା ଦରକାର । ଯଦିଓ ଆଜିକାଲି କଳିଯୁଗ ଅଟେ ଭାଇ-ଭଉଣୀ ମଧ୍ୟ ଖରାପ ହୋଇଯାଉଛନ୍ତି । କିନ୍ତୁ ନିୟମ ଅନୁସାରେ ଭାଇ-ଭଉଣୀଙ୍କ ମଧ୍ୟରେ ଖରାପ ଖିଆଲ ରହିବ ନାହିଁ ।

ଆମେ ଏକମାତ୍ର ବାବାଙ୍କର ସନ୍ତାନ ଅଟୁ । ବାବା ଡାଇରେକ୍ସନ୍ (ନିର୍ଦ୍ଦେଶ) ଦେଉଛନ୍ତି ତୁମେମାନେ ବ୍ରହ୍ମାକୁମାର-କୁମାରୀ ଅଟ ତେଣୁ ଏଇ ଜ୍ଞାନ ପକ୍କା ହୋଇଯିବା ଦରକାର ଯେ ଆମେ ସମସ୍ତେ ଭାଇ-ଭଉଣୀ ଅଟୁ । ଆମେ ଆତ୍ମାମାନେ ଭଗବାନଙ୍କର ସନ୍ତାନ ଭାଇ-ଭାଇ ଅଟୁ ପୁଣି ଶରୀରରେ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଭାଇ-ଭଉଣୀ ହେଉଛୁ କାହିଁକି ନା ଆମକୁ ସିଏ ପୋଷ୍ୟ ରୂପେ ଗ୍ରହଣ କରୁଛନ୍ତି ତେଣୁ ଖରାପ ଦୃଷ୍ଟି ଯାଇପାରିବ ନାହିଁ । ଏହା ପକ୍କା ନିଶ୍ଚୟ କର ଯେ ମୁଁ ଆତ୍ମା, ବାବା ମୋତେ ପଢାଉଛନ୍ତି, ମୁଁ ଆତ୍ମା ଏହି ଶରୀର ଦ୍ୱାରା ପଢୁଛି । ଏହା ହେଉଛି କର୍ମେନ୍ଦ୍ରିୟ । ମୁଁ ଆତ୍ମା ଏଥିରୁ ଅଲଗା, ଏହି କର୍ମେନ୍ଦ୍ରିୟ ଦ୍ୱାରା ମୁଁ କର୍ମ କରୁଛି । ମୁଁ କଣ କର୍ମନ୍ଦ୍ରିୟ ଅଟେ କି! ମୁଁ ଆତ୍ମା ଏଥିରୁ ଅଲଗା । ଏହି ଶରୀର ନେଇ ଅଭିନୟ କରୁଛି, ତାହା ମଧ୍ୟ ଅଲୌକିକ । ଆଉ କୌଣସି ମନୁଷ୍ୟ ଏହିଭଳି ଅଭିନୟ କରୁ ନାହାଁନ୍ତି । ତୁମେମାନେ ହିଁ ଅଭିନୟ କରୁଛ । ଘଡି-ଘଡି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ । ସେ ହିଁ ଆମର ଶିକ୍ଷକ, ଗୁରୁ ମଧ୍ୟ ଅଟନ୍ତି । ସାକାରରେ ବାବା-ଶିକ୍ଷକ-ଗୁରୁ ଅଲଗା ଅଲଗା ହୋଇଥାନ୍ତି । ଏହି ଏକମାତ୍ର ନିରାକାରୀ ବାବା ହିଁ ପିତା-ଶିକ୍ଷକ-ଗୁରୁ ଅଟନ୍ତି । ଏବେ ଏଠାରେ ସନ୍ତାନମାନଙ୍କୁ ନୂଆ ଶିକ୍ଷା ମିଳୁଛି । ବାବା-ଶିକ୍ଷକ-ଗୁରୁ ତିନି ରୂପରେ ନିରାକାରୀ ଅଟନ୍ତି । ଆମେ ମଧ୍ୟ ନିରାକାର ଆତ୍ମାମାନେ ପାଠ ପଢୁଛୁ ତେଣୁ ବୁଝାଯାଉଛି ଯେ ଆତ୍ମା-ପରମାତ୍ମା ବହୁତ ସମୟ ଧରି ଅଲଗା ରହିଥାନ୍ତି । ଏଠାରେ ହିଁ ମିଳନ ହୋଇଥାଏ । ଯେତେବେଳେ ବାବାଙ୍କୁ ଆସି ପବିତ୍ର କରାଇବାକୁ ହୋଇଥାଏ । ମୂଳବତନରେ ଯାଇ ଆତ୍ମାମାନେ ମିଶିବେ । ସେଠାରେ ତ କୌଣସି ଖେଳ ହୁଏ ନାହିଁ, ତାହା ତ ଆମ ନିଜ ଘର । ସେଠାରେ ସବୁ ଆତ୍ମା ରହୁଛନ୍ତି । ଅନ୍ତିମ ସମୟରେ ସବୁ ଆତ୍ମା ସେଠାକୁ ଚାଲିଯିବେ । ଯେଉଁ ଆତ୍ମାମାନେ ଅଭିନୟ କରି ଏଠାକୁ ଆସୁଛନ୍ତି ସେମାନେ ମଝିରେ ଘରକୁ ଯାଇପାରିବେ ନାହିଁ । ଅନ୍ତିମ ସମୟ ପର୍ଯ୍ୟନ୍ତ ଅଭିନୟ କରିବାକୁ ହେବ । ସବୁ ଆତ୍ମା ଆସିବା ପର୍ଯ୍ୟନ୍ତ ପୁନର୍ଜନ୍ମ ନେବାକୁ ପଡିବ । ସତ୍ତ୍ୱପ୍ରଧାନରୁ ସତ୍ତ୍ୱ-ରଜୋ-ତମୋକୁ ଆସିବାକୁ ହେବ । ପୁଣି ନାଟକ ପୂରା ହେବାକୁ ଯାଉଛି ତେଣୁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବାବା ସବୁ କଥା ଠିକ୍ ଭାବରେ ବୁଝାଉଛନ୍ତି ନା । ଜ୍ଞାନ ମାର୍ଗ ହେଉଛି ସତ୍ୟମାର୍ଗ । ସତ୍ୟମ୍ ଶିବମ୍ ସୁନ୍ଦରମ୍ କୁହାଯାଏ ନା । ଏକମାତ୍ର ବାବା ହିଁ ସତ୍ୟ କହୁଛନ୍ତି, ଏହି ସଙ୍ଗମରେ ପୁରୁଷାର୍ଥୀ ହେବା ପାଇଁ କେବଳ ଏହା ହିଁ ହେଉଛି ସତ୍ର ସଙ୍ଗ । ବାବା ଯେବେ ଆସି, ପିଲାମାନଙ୍କ ସହିତ ମିଶୁଛନ୍ତି, ସେତେବେଳେ ତାକୁ ସତସଙ୍ଗ କୁହାଯାଏ । ବାକି ସବୁ ହେଉଛି କୁସଙ୍ଗ । ଗାୟନ କରାଯାଏ ସତ୍ୟର ସଙ୍ଗ ଉଦ୍ଧାର କରେ କୁସଙ୍ଗ ବୁଡାଇଦିଏ... କୁସଙ୍ଗ ହେଉଛି ରାବଣର ସଙ୍ଗ । ବାବା କହୁଛନ୍ତି ମୁଁ ତୁମକୁ ପାରି କରି ନେଇଯାଉଛି । ପୁଣି ତୁମକୁ ବୁଡାଉଛି କିଏ ? ତମୋପ୍ରଧାନ କିପରି ହୋଇଯାଉଛ, ତାହା ମଧ୍ୟ ବତାଇବାକୁ ପଡୁଛି । ସମ୍ମୁଖରେ ମାୟା ଶତ୍ରୁ ଛିଡା ହୋଇଛି । ଶିବବାବା ହେଲେ ମିତ୍ର । ତାଙ୍କୁ ପତିଙ୍କର ପତି କୁହାଯାଏ । ଏହି ମହିମା ରାବଣର ନୁହେଁ । କେବଳ କହିବେ ରାବଣ ଅଛି ବାସ୍ ଆଉ କିଛି ନୁହେଁ । ତେବେ ରାବଣକୁ କାହିଁକି ଜଳାଉଛନ୍ତି ? ସେଠାରେ ମଧ୍ୟ ତୁମେମାନେ ଏ ବିଷୟରେ ବହୁତ ସେବା କରି ପାରିବ । କୌଣସି ବି ମନୁଷ୍ୟ ମାତ୍ରକେ ଜାଣି ନାହାଁନ୍ତି ଯେ ରାବଣ କିଏ ? ସିଏ କେବେ ଆସୁଛି, ତାକୁ କାହିଁକି ଜଳାଉଛନ୍ତି ? ଅନ୍ଧବିଶ୍ୱାସ ରହିଛି ନା । ବୁଝାଇବା ପାଇଁ ତୁମମାନଙ୍କର କ୍ଷମତା ଅଛି । ଯେପରି ସେମାନେ ଶାସ୍ତ୍ରକୁ ଅଧିକାରର ସହିତ ଶୁଣାଇଥାନ୍ତି ନା । ଶ୍ରୋତା ମଧ୍ୟ ବହୁତ ବିଭୋର ହୋଇ ଶୁଣିଥାନ୍ତି, ପଇସା ଦେଇଥାନ୍ତି । ସଂସ୍କୃତ ଶିଖନ୍ତି, ଗୀତା ଶିଖାନ୍ତି । ଏଥିପାଇଁ ମଧ୍ୟ ବହୁତ ପଇସା ଦେଇଥାନ୍ତି । ବାବା ବୁଝାଉଛନ୍ତି ପିଲେ ତୁମେମାନେ କେତେ ସମୟ, କେତେ ପଇସା ନଷ୍ଟ କରିଆସିଛ ।

ଯେଉଁମାନେ ବ୍ରାହ୍ମଣ କୂଳର ହୋଇଥିବେ ସେମାନେ ତୁମମାନଙ୍କ ନିକଟକୁ ହିଁ ଆସିଯିବେ, ସେଥିପାଇଁ ତୁମେମାନେ ପ୍ରଦର୍ଶନୀ ଆଦି କରୁଛ । ଏଠାକାର ଫୁଲ ହୋଇଥିଲେ ନିଶ୍ଚୟ ଆସିବେ । ଏହି ବୃକ୍ଷ ବଢି ଚାଲିଛି । ବାବା ଗୋଟିଏ ବୀଜ ଲଗାଇଥିଲେ ବ୍ରହ୍ମା, ତାଙ୍କଠାରୁ ପୁଣି ବ୍ରାହ୍ମଣ କୂଳର ଉତ୍ପତ୍ତି ହେଉଛି । ଜଣଙ୍କଠାରୁ ବଢି ଚାଲିଲେ । ପ୍ରଥମେ ଘର ଲୋକେ ପରେ ମିତ୍ର-ସମ୍ବନ୍ଧୀ, ଆଖ ପାଖର ଲୋକେ ଆସିବାକୁ ଲାଗିଲେ । ପୁଣି ଶୁଣି-ଶୁଣି କେତେ ଆସିଯାଉଛନ୍ତି । ଭାବୁଛନ୍ତି ଏହା ମଧ୍ୟ ସତସଙ୍ଗ ଅଟେ । କିନ୍ତୁ ଏଥିରେ ପବିତ୍ରତାର ହେଉଛି ମୁଖ୍ୟ, ଯାହା ପାଇଁ ହଙ୍ଗାମା ହେଲା । ଏବେ ମଧ୍ୟ ହେଉଛି, ଏଥିପାଇଁ ଗାଳି ଦେଉଛନ୍ତି । କହୁଛନ୍ତି ହରଣ କରିନେଉଥିଲେ,ପାଟରାଣୀ କରୁଥିଲେ । ପାଟରାଣୀ ତ ସ୍ୱର୍ଗରେ ହେବ ନା । ନିଶ୍ଚୟ ଏଠାରେ ପବିତ୍ର କରାଇଥିବେ । ତୁମେମାନେ ସମସ୍ତଙ୍କୁ ଶୁଣାଉଛ, ଏହା ହେଲା ମହାରାଣୀ-ମହାରାଜା ହେବାର ଜ୍ଞାନ । ନରରୁ ନାରାୟଣ ହେବାର ସତ୍ୟ-ସତ୍ୟ କଥା ତୁମେ ଭଗବାନଙ୍କଠାରୁ ଶୁଣୁଛ । ଏହି ଲକ୍ଷ୍ମୀ-ନାରାୟଣଙ୍କୁ କେହି ଭଗବାନ-ଭଗବତୀ କହିପାରିବେ ନାହିଁ । କିନ୍ତୁ ପୂଜାରୀମାନେ ନାରାୟଣଙ୍କ ଚିତ୍ରକୁ ଏତେ ମାନନ୍ତି ନାହିଁ ଯେତେ କୃଷ୍ଣଙ୍କୁ ମାନିଥାନ୍ତି । କୃଷ୍ଣଙ୍କ ଚିତ୍ର ବହୁତ କିଣିଥାନ୍ତି । ତେବେ କୃଷ୍ଣଙ୍କର ଏତେ ମାନ କାହିଁକି ଅଛି ? କାହିଁକି ନା ଛୋଟ ପିଲା ନା । ମହାତ୍ମାଙ୍କଠାରୁ ମଧ୍ୟ ପିଲାମାନଙ୍କୁ ଉଚ୍ଚରେ ରଖିଥାନ୍ତି କାହିଁକି ନା ମହାତ୍ମାମାନେ ଆସି ଘର ଦ୍ୱାର କରି ପରେ ସବୁ ଛାଡିଥାନ୍ତି । କେହି କେହି ବାଳ ବ୍ରହ୍ମଚାରୀ ମଧ୍ୟ ଥାନ୍ତି । କିନ୍ତୁ ତାଙ୍କୁ ଜଣା ଥାଏ ଯେ କାମ-କ୍ରୋଧ କଣ । ଛୋଟ ପିଲାଙ୍କୁ ଏସବୁ ଜଣାନଥାଏ ତେଣୁ ଛୋଟ ପିଲାଙ୍କୁ ମହାତ୍ମାଙ୍କଠାରୁ ଉଚ୍ଚ କୁହାଯାଏ ସେଥିପାଇଁ କୃଷ୍ଣଙ୍କୁ ଅଧିକ ସମ୍ମାନ ଦେଇଥାନ୍ତି । କୃଷ୍ଣଙ୍କୁ ଦେଖି ବହୁତ ଖୁସି ହୋଇଥାନ୍ତି, କହିଥାନ୍ତି ଭାରତର ଭଗବାନ ହେଉଛନ୍ତି କୃଷ୍ଣ । କନ୍ୟାମାନେ ମଧ୍ୟ କୃଷ୍ଣଙ୍କୁ ବହୁତ ସ୍ନେହ କରିଥାନ୍ତି । ଏହାଙ୍କ ପରି ସ୍ୱାମୀ ମିଳୁ, ଏହାଙ୍କ ପରି ସନ୍ତାନ ମିଳୁ । କୃଷ୍ଣଙ୍କ ପ୍ରତି ବହୁତ ଆକର୍ଷଣ ରହିଥାଏ । କାହିଁକି ନା ସିଏ ସତ୍ତ୍ୱପ୍ରଧାନ । ବାବା କହୁଛନ୍ତି, ଯେତେ ମୋର ସ୍ମୃତିରେ ରହିବ ସେତେ ତମୋପ୍ରଧାନରୁ ତମୋ ରଜୋରେ ଆସିବ ଏବଂ ଖୁସି ମଧ୍ୟ ରହିବ । ପ୍ରଥମେ ତୁମେମାନେ ସତ୍ତ୍ୱପ୍ରଧାନ ଥିଲ ସେତେବେଳେ ବହୁତ ଖୁସିରେ ଥିଲ, ପୁଣି ଧୀରେ ଧୀରେ କଳା କମ୍ ହୋଇଯାଉଛି । ତୁମେମାନେ ଯେତେ ମନେ ପକାଇବ, ସୁଖ ମଧ୍ୟ ସେତେ ଅନୁଭବ କରିବ ଏବଂ ତାସହିତ ସତ୍ୟଯୁଗକୁ ବଳଦି ହୋଇଯିବ । ତମୋରୁ ରଜୋ ସତ୍ତ୍ୱରେ ଆସିଲେ ଶକ୍ତି୍, ଖୁସି, ଧାରଣା ବଢି ଚାଲିବ । ବର୍ତ୍ତମାନ ତୁମମାନଙ୍କର ଆରୋହଣ କଳା ହେଉଛି । ତେଣୁ ଶିଖ୍ମାନେ ଗାୟନ କରନ୍ତି ତେରେ ଭାନେ ସର୍ବକା ଭଲା ଅର୍ଥାତ୍ ତୋ ଦୟାରୁ ସମସ୍ତଙ୍କର ମଙ୍ଗଳ ହେଉଛି ତୁମେମାନେ ଜାଣୁଛ ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ଆମର ଆରୋହଣ କଳା ହେଉଛି, ତେଣୁ ଯେତେ ତାଙ୍କୁ ମନେ ପକାଇବ ସେତେ ଉଚ୍ଚ ଆରୋହଣ କଳା ହେବ । ତୁମକୁ ସଂପୂର୍ଣ୍ଣ ହେବାକୁ ପଡିବ ନା । ଚନ୍ଦ୍ରମାର ମଧ୍ୟ ରେଖା ରହିଯାଇଥାଏ ପୁଣି କଳା ବଢି-ବଢି ସଂପୂର୍ଣ୍ଣ ହୋଇଯାଏ । ତୁମମାନଙ୍କର ମଧ୍ୟ ଏହିପରି ହେଉଛି । ଚନ୍ଦ୍ରମାରେ ମଧ୍ୟ ଗ୍ରହଣ ଲାଗିଲେ କହନ୍ତି ଦାନ ଦେଲେ ଗ୍ରହଣ ମୁକ୍ତ ହେବ । ତୁମେମାନେ ତୁରନ୍ତ ୫ ବିକାରର ଦାନ ଦେଇପାରିବ ନାହିଁ । ଆଖି ମଧ୍ୟ କେତେ ଧୋକା ଦେଉଛି । ବୁଝିପାରୁ ନାହାଁନ୍ତି ଯେ ମୋର ଖରାପ ଦୃଷ୍ଟି ଯାଉଛି । ଯେହେତୁ ଆମେ ବ୍ରହ୍ମାକୁମାର-କୁମାରୀ ହୋଇଛୁ ତେଣୁ ଭାଇ-ଭଉଣୀ ହୋଇଗଲୁ । ପୁଣି ଇଚ୍ଛା ହୁଏ ୟାଙ୍କୁ ହାତ ଲଗାଇବି, ତେବେ ସେହି ଭାଇ-ଭାଇର ସ୍ନେହ ଦୂର ହୋଇ ସ୍ତ୍ରୀ ପଣିଆର ବିକାରୀ ଭାବନା ଆସିଯାଏ । କାହାର ମନ ଭିତରେ ଥାଏ ଯେ ମୁଁ ବାବାଙ୍କର ହୋଇଛି ତେଣୁ ମୋତେ କେହି ଖରାପ ଦୃଷ୍ଟିରେ ହାତ ଲଗାଇ ପାରିବେ ନାହିଁ । ପୁଣି କେହି କହୁଛନ୍ତି ବାବା ମୋତେ ଇଏ ହାତରେ ସ୍ପର୍ଶ କରୁଛି, ମୋତେ ଭଲ ଲାଗୁ ନାହିଁ । ବାବା ପୁଣି ମୁରଲୀ ମାଧ୍ୟମରେ ଶୁଣାନ୍ତି । ଏହା ଦ୍ୱାରା ତୁମମାନଙ୍କ ଅବସ୍ଥା ଠିକ୍ ରହିବ ନାହିଁ । ଯଦିଓ ମୁରଲୀ ବହୁତ ଭଲ ଶୁଣାଉଛନ୍ତି, ବହୁତଙ୍କୁ ବୁଝାଉଛନ୍ତି କିନ୍ତୁ ସ୍ଥିତି ଠିକ୍ ନାହିଁ । ଦୃଷ୍ଟି ଖରାପ ହୋଇଯାଉଛି । କେତେ ବିକାରୀ ଦୁନିଆ ଅଟେ । ପିଲାମାନେ ଭାବୁଛନ୍ତି ଲକ୍ଷ୍ୟ ବହୁତ ଉଚ୍ଚ । ତେଣୁ ବାବାଙ୍କ ସ୍ମୃତିରେ ରହି ଜ୍ଞାନୀ ହୋଇ ରହିବାକୁ ହେବ । ଆମେ ହେଉଛୁ ବ୍ରହ୍ମାକୁମାର-କୁମାରୀ । ଆମର ହେଉଛି ରୁହାନୀ ସମ୍ପର୍କ, କୌଣସି ରକ୍ତର ସମ୍ପର୍କ ନୁହେଁ । ଏପରି ତ ରକ୍ତରୁ ସମସ୍ତେ ସୃଷ୍ଟି ହୋଇଥାନ୍ତି । ସତ୍ୟଯୁଗରେ ମଧ୍ୟ ରକ୍ତ ସମ୍ପର୍କ ରହିବ କିନ୍ତୁ ସେହି ଶରୀର ଯୋଗବଳ ଦ୍ୱାରା ମିଳିବ । ଦୁନିଆରେ କହୁଛନ୍ତି ବିକାର ବିନା ପିଲା କିପରି ହେବ! ବାବା କହୁଛନ୍ତି ତାହା ହେଉଛି ନିର୍ବିକାରୀ ଦୁନିଆ ସେଠାରେ ବିକାର ରହିବ ହିଁ ନାହିଁ । ସେଠାରେ ଯଦି ନଗ୍ନ ହେଲେ ତାହାହେଲେ ରାବଣ ରାଜ୍ୟ ହୋଇଯିବ । ପୁଣି ଏହି ଦୁନିଆ ଏବଂ ସେହି ଦୁନିଆ ଭିତରେ ଫରକ କଣ ରହିଲା! ଏହା ବୁଝିବା କଥା । ଖରାପ ଦୃଷ୍ଟିକୁ ସମାପ୍ତ କରିବାକୁ ବହୁତ ମେହନତ ଲାଗୁଛି । କଲେଜରେ ପୁଅ-ଝିଅ ଏକତ୍ର ପଢିଥାନ୍ତି, ତେଣୁ ବହୁତଙ୍କର ବିକାରୀ ଦୃଷ୍ଟି ହୋଇ ଯାଇଥାଏ । ପିଲାମାନେ ବୁଝିବା ଦରକାର ଆମେ ଈଶ୍ୱର ପିତାଙ୍କର ସନ୍ତାନ ତେଣୁ ପରସ୍ପର ମଧ୍ୟରେ ଭାଇ-ଭଉଣୀ ହୋଇଗଲୁ । ପୁଣି ଖରାପ ଦୃଷ୍ଟି କାହିଁକି ରଖୁଛ । ସମସ୍ତେ କହୁଛନ୍ତି ମଧ୍ୟ ଆମେ ଈଶ୍ୱରଙ୍କ ସନ୍ତାନ । ଆତ୍ମାମାନେ ହେଲେ ନିରାକାରୀ ସନ୍ତାନ । ପୁଣି ବାବା ରଚନା କରୁଥିବାରୁ ନିଶ୍ଚୟ ସାକାରୀ ବ୍ରାହ୍ମଣ ହିଁ ରଚନା କରିବେ । ପ୍ରଜାପିତା ବ୍ରହ୍ମା ସାକାରରେ ହେବେ ନା । ତେବେ ତାହା ପୋଷ୍ୟ ହୋଇଗଲା । ଆମକୁ ପୋଷ୍ୟ ସନ୍ତାନ କରୁଛନ୍ତି ନା । ମନୁଷ୍ୟମାନଙ୍କ ବୁଦ୍ଧିରେ ଏହା ବିଲ୍କୁଲ୍ ଆସୁ ନାହିଁ ଯେ ପ୍ରଜାପିତା ବ୍ରହ୍ମା ସୃଷ୍ଟି କିପରି ରଚନା କଲେ ।

ତୁମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ, ବ୍ରହ୍ମାକୁମାର-କୁମାରୀ ହେଲ ଭାଇ-ଭଉଣୀ ହୋଇଗଲ । ଖରାପ ଦୃଷ୍ଟିର ପ୍ରତି ବହୁତ ସାବଧାନୀ ଦରକାର । ଏଥିରେ ବହୁତଙ୍କୁ ଅସୁବିଧା ହୋଇଥାଏ । ଉଚ୍ଚରୁ ଉଚ୍ଚ ପଦ ପାଇବାକୁ ହେଲେ ମେହନତ କରିବାକୁ ହେବ । ବାବା କହୁଛନ୍ତି ପବିତ୍ର ହୁଅ । ଏହାକୁ ମଧ୍ୟ କେହି ମାନୁଛନ୍ତି, କେହି ପୁଣି ମାନୁ ନାହାଁନ୍ତି । ବହୁତ ମେହନତ ରହିଛି ମେହନତ ବିନା ଶ୍ରେଷ୍ଠ କିପରି ହେବେ ? ପିଲାମାନଙ୍କୁ ଖବରଦାର ରହିବାକୁ ହେବ । ଭାଇ-ଭଉଣୀର ଅର୍ଥ ହିଁ ହେଉଛି - ଜଣେ ପିତାଙ୍କର ସନ୍ତାନ, ପୁଣି ଖରାପ ଦୃଷ୍ଟି କାହିଁକି ଯାଉଛି । ପିଲାମାନେ ଜାଣୁଛନ୍ତି ବାବା ଠିକ୍ କହୁଛନ୍ତି ଆମର ବିକାର ଦୃଷ୍ଟି ଯାଉଛି । ସ୍ତ୍ରୀ, ପୁରୁଷ ଉଭୟଙ୍କର ବିକାର ଦୃଷ୍ଟି ଯାଉଛି । ଏହାଠାରୁ ମୁକ୍ତ ହେବା ହିଁ ହେଉଛି ମୁଖ୍ୟ ଲକ୍ଷ୍ୟ । ଜ୍ଞାନ ତ ବହୁତ ଶୁଣାଉଛନ୍ତି କିନ୍ତୁ ପବିତ୍ରତାର ଚଳଣି ମଧ୍ୟ ହେବା ଉଚିତ୍, ସେଥିପାଇଁ ବାବା କହୁଛନ୍ତି ସବୁଠାରୁ ଅଧିକ ଧୋକା ଆଖି ଦେଉଛି । ମୁଖ ମଧ୍ୟ ମ୍ୟାଉଁ-ମ୍ୟାଉଁ ସେତେବେଳେ କରିଥାଏ ଯେତେବେଳେ ଆଖି ଦ୍ୱାରା କୌଣସି ଜିନିଷ ଦେଖିଥାଏ ଏବଂ ଇଚ୍ଛା ହୋଇଥାଏ ଯେ ଏହାକୁ କିପରି ଖାଇବି । ସେଥିପାଇଁ କର୍ମେନ୍ଦ୍ରିୟଗୁଡିକ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ପବିତ୍ରତା ରୂପୀ ଚରିତ୍ରକୁ ଧାରଣ କରିବାକୁ ହେବ । ଖରାପ ଦୃଷ୍ଟି, ଖରାପ ବିଚାରକୁ ସମାପ୍ତ କରିବା ପାଇଁ ନିଜକୁ ଏହି କର୍ମେନ୍ଦ୍ରିୟ ଗୁଡିକଠାରୁ ଭିନ୍ନ ଆତ୍ମା ଭାବିବାକୁ ହେବ ।

(୨) ପରସ୍ପର ମଧ୍ୟରେ ଆତ୍ମିକ ସମ୍ବନ୍ଧ ରଖିବାକୁ ହେବ, ରକ୍ତ ସମ୍ବନ୍ଧ ନୁହେଁ । ନିଜର ଅମୂଲ୍ୟ ସମୟ ଏବଂ ଧନକୁ ନଷ୍ଟ କରିବାର ନାହିଁ । ସଙ୍ଗଦୋଷଠାରୁ ନିଜକୁ ବହୁତ-ବହୁତ ଦୂରେଇ ରଖିବାକୁ ହେବ ।

ବରଦାନ:-
ବ୍ରହ୍ମ-ମୂହୁର୍ତ୍ତ ସମୟରେ ବରଦାନ ନେଉଥିବା ଏବଂ ଦାନ ଦେଉଥିବା ବାବାଙ୍କ ସମାନ ବରଦାନୀ ମହାଦାନୀ ହୁଅ ।

ବ୍ରହ୍ମ ମୂହୁର୍ତ୍ତ ସମୟରେ ବିଶେଷ ଭାବରେ ବ୍ରହ୍ମଲୋକ ନିବାସୀ ପିତାଙ୍କର ଜ୍ଞାନ ସୂର୍ଯ୍ୟ ସ୍ୱରୂପର ଲାଇଟ୍ ଏବଂ ମାଇଟ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତିର କିରଣ ପିଲାମାନଙ୍କୁ ବରଦାନ ରୂପରେ ଦେଇଥାନ୍ତି । ତା ସହିତ ବ୍ରହ୍ମାବାବା ଭାଗ୍ୟ ବିଧାତା ରୂପରେ ଭାଗ୍ୟ ରୂପୀ ଅମୃତ ବାଣ୍ଟିଥାନ୍ତି । କେବଳ ତୁମର ବୁଦ୍ଧି ରୂପୀ କଳଷ ଅମୃତକୁ ଧାରଣ କରିବା ଯୋଗ୍ୟ ହେବା ଦରକାର । କୌଣସି ପ୍ରକାରର ବିଘ୍ନ ବା ପ୍ରତିବନ୍ଧକ ନ ରହୁ, ତେବେ ସାରା ଦିନ ପାଇଁ ଶ୍ରେଷ୍ଠ ସ୍ଥିତି ବା ଶ୍ରେଷ୍ଠ କର୍ମର ସମୟ ନିର୍ଦ୍ଧାରିତ କରିପାରିବ କାହିଁକି ନା ଅମୃତବେଳାର ବାତାବରଣ ହିଁ ମନୋବୃତ୍ତିକୁ ପରିବର୍ତ୍ତନ କରିବା ଭଳି ହୋଇଥାଏ ସେଥିପାଇଁ ସେହି ସମୟରେ ବରଦାନ ଗ୍ରହଣ କରିବା ସହିତ ଦାନ ମଧ୍ୟ ଦିଅ ଅର୍ଥାତ୍ ବରଦାନୀ ଏବଂ ମହାଦାନୀ ହୁଅ ।

ସ୍ଲୋଗାନ:-
କ୍ରୋଧୀର କାମ ହେଲା କ୍ରୋଧ କରିବା ଏବଂ ତୁମର କାମ ହେଲା ସ୍ନେହ ଦେବା ।