29.03.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ବିଚାର ସାଗର ମନ୍ଥନ କରିବାର ଅଭ୍ୟାସ କର, ଏକାନ୍ତରେ ବସି ସକାଳୁ-ସକାଳୁ ବିଚାର ସାଗର ମନ୍ଥନ କରିବା ଦ୍ୱାରା ଅନେକ ନୂଆ ନୂଆ ପଏଣ୍ଟସ୍ ସବୁ ବୁଦ୍ଧିକୁ ଆସିବ ।”

ପ୍ରଶ୍ନ:-
ପିଲାମାନେ ନିଜର ଅବସ୍ଥାକୁ ଫାଷ୍ଟକ୍ଲାସ୍ କରିବା ପାଇଁ କେଉଁ କେଉଁ କଥା ପ୍ରତି ସର୍ବଦା ଧ୍ୟାନ ରଖିବାକୁ ହେବ?

ଉତ୍ତର:-
(୧) ଏକମାତ୍ର ବାବା ଯାହା ଶୁଣାଉଛନ୍ତି ତାହା ଶୁଣ, ବାକି ଏହି ଦୁନିଆର କୌଣସି କଥା ଶୁଣ ନାହିଁ । (୨) ସଙ୍ଗର ଧ୍ୟାନ ରଖ । ଯେଉଁମାନେ ଭଲ ଭାବରେ ପାଠପଢୁଛନ୍ତି, ଧାରଣା କରୁଛନ୍ତି ସେହିମାନଙ୍କର ହିଁ ସଂଗ କର ତେବେ ଅବସ୍ଥା ଫାଷ୍ଟକ୍ଳାସ୍ ହୋଇଯିବ । କେତେକ ସନ୍ତାନଙ୍କର ଅବସ୍ଥାକୁ ଦେଖି ବାବାଙ୍କ ଭିତରେ ବିଚାର ଆସୁଛି ଯେ ଡ୍ରାମାରେ କିଛି ପରିବର୍ତ୍ତନ ହୋଇଯାଉ କିନ୍ତୁ ପୁଣି କହୁଛନ୍ତି - ଏହା ମଧ୍ୟ ରାଜଧାନୀର ସ୍ଥାପନା ହେଉଛି ।

ଓମ୍ ଶାନ୍ତି ।
ଏକମାତ୍ର ବେହଦର ବାବା, ବେହଦର ସନ୍ତାନମାନଙ୍କୁ ବସି ବୁଝାଉଛନ୍ତି ଅଥବା ପାଠ ପଢାଉଛନ୍ତି । ବାକି ମନୁଷ୍ୟମାନେ ଯାହା ପଢୁଛନ୍ତି, ଶୁଣୁଛନ୍ତି ତାହା ତୁମେମାନଙ୍କର ଶୁଣିବା, ପଢିବାର ଆବଶ୍ୟକତା ନାହିଁ, କାରଣ ଏକଥା ବୁଝିଗଲଣି ଯେ - ଏହା ଏକମାତ୍ର ଈଶ୍ୱରୀୟ ପାଠପଢା, ଯାହା ବର୍ତ୍ତମାନ ତୁମମାନଙ୍କୁ ପଢିବାକୁ ପଡିବ । ତୁମମାନଙ୍କୁ ଏକ ମାତ୍ର ଭଗବାନଙ୍କଠାରୁ ହଁ ପଢିବାକୁ ପଡିବ । ବାବା ଯାହା ପଢାଇବେ, ଶିଖାଇବେ - ମୌଖିକ ପଢିବାକୁ ପଡିବ । ସେମାନେ ତ’ ଅନେକ ପ୍ରକାରର ବହି ଲେଖୁଛନ୍ତି, ଯାହାକୁ ସାରା ଦୁନିଆ ପଢୁଛି । କେତେ ଢେର ବହି ପଢୁଥିବେ । କେବଳ ତୁମେ ସନ୍ତାନମାନେ ହିଁ କହୁଛ ଜଣଙ୍କଠାରୁ ଶୁଣ ଓ ତାହା ଅନ୍ୟମାନଙ୍କୁ ଶୁଣାଅ କାରଣ ତାଙ୍କଠାରୁ ଯାହା ଶୁଣିବ ସେହିଥିରେ ହିଁ କଲ୍ୟାଣ ରହିଛି । ବାକି ତ ଢେର ବହି ରହିଛି । ନୂଆ ନୂଆ ବହି ବାହାରି ଚାଲିଛି । ତୁମେ ଜାଣିଛ ସତ୍ୟ ତ ଏକମାତ୍ର ବାବା ହିଁ ଶୁଣାଉଛନ୍ତି । ବାସ୍‌, ତାଙ୍କଠାରୁ ହିଁ ଶୁଣିବାକୁ ହେବ । ବାବା ପିଲାମାନଙ୍କୁ ବହୁତ ଅଳ୍ପ ବୁଝାଉଛନ୍ତି, ତାକୁ ବିସ୍ତାର ଭାବେ ବୁଝାଇ ପୁଣି ବି ଗୋଟିଏ କଥାକୁ ଆସିଯାଉଛନ୍ତି । ଯଦିଓ ବାବା ମନମନାଭବ ଅକ୍ଷର ସଠିକ୍ କହୁଛନ୍ତି କିନ୍ତୁ ବାବା ଏହି ଶବ୍ଦ କହିନାହାଁନ୍ତି । ବାବା କହୁଛନ୍ତି ନିଜକୁ ଆତ୍ମା ଭାବି, ମୋତେ ମନେ ପକାଅ ଓ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଯାହା ଶୁଣାଉଛି ତାକୁ ଧାରଣ କର । ଏକଥା ମଧ୍ୟ ତୁମେମାନେ ଜାଣିଛ, ଯେଉଁମାନେ ଦେବତା ହେଉଛନ୍ତି ସେହିମାନଙ୍କର ବୃଦ୍ଧି ହୋଇ ଚାଲିବ । ପିଲାମାନଙ୍କର ବ୍ରହ୍ମଲୋକ ବି ମନେ ଅଛି ଏବଂ ନୂଆ ଦୁନିଆ ମଧ୍ୟ ମନେ ଅଛି ।

ପ୍ରଥମ କଥା ହେଲା ସର୍ବୋଚ୍ଚ ଏକମାତ୍ର ବାବା ହିଁ ଅଟନ୍ତି । ତା’ ପରେ ନୂଆ ଦୁନିଆ, ଯେଉଁଠାରେ ଏହି ଲକ୍ଷ୍ମୀ-ନାରାୟଣ ରାଜତ୍ୱ କରିବେ । ଚିତ୍ର ନିଶ୍ଚିତ ଆବଶ୍ୟକ । ତେବେ ବାକି ଏହି ସ୍ମୃତି ଚିହ୍ନ ରହିଯାଇଛି । ଏହି ଗୋଟିଏ ଚିତ୍ର ଅଛି । ରାମଙ୍କର ମଧ୍ୟ ଚିତ୍ର ଅଛି କିନ୍ତୁ ରାମରାଜ୍ୟକୁ ସ୍ୱର୍ଗ କୁହାଯିବ ନାହିଁ । ତାହା ଆଂଶିକ (ସେମି) ସ୍ୱର୍ଗ ଅଟେ । ବର୍ତ୍ତମାନ ସର୍ବୋଚ୍ଚ ବାବା ପାଠ ପଢାଉଛନ୍ତି । ଏଥିରେ ବହିର କୌଣସି ଆବଶ୍ୟକତା ନାହିଁ । ବାସ୍ତବରେ ଏହି ବହି ଆଦି କିଛି ରହିବ ନାହିଁ, ଯାହା ତୁମେ ପରଜନ୍ମରେ ପଢିପାରିବ । ଏହି ପାଠପଢା କେବଳ ଏହି ଜନ୍ମ ପାଇଁ ଉଦ୍ଧିଷ୍ଟ । ଏହା ଅମରକଥା ମଧ୍ୟ ଅଟେ । ନୂଆ ଦୁନିଆ ପାଇଁ ନରରୁ ନାରାୟଣ ହେବାର ଶିକ୍ଷା ମଧ୍ୟ ବାବା ହିଁ ଦେଉଛନ୍ତି । ପିଲାମାନେ ୮୪ ଜନ୍ମର ଚକ୍ରକୁ ମଧ୍ୟ ଜାଣିଗଲେଣି । ବର୍ତ୍ତମାନ ପାଠପଢାର ସମୟ । ବୁଦ୍ଧିରେ ମନ୍ଥନ ଚାଲିବା ଦରକାର । ତୁମେମାନେ ଅନ୍ୟମାନଙ୍କୁ ମଧ୍ୟ ପଢାଇବା ଦରକାର । ସକାଳୁ ଉଠି ବିଚାର ସାଗର ମନ୍ଥନ କରିବାକୁ ହେବ । ସକାଳୁ ହିଁ ବିଚାର ସାଗର ମନ୍ଥନ ଭଲ ହୋଇଥାଏ । ଯେଉଁମାନେ ବୁଝାଉଥିବେ ସେମାନଙ୍କର ମନ୍ଥନ ଚାଲିବ । ଟପିକସ୍ (ବିଷୟବସ୍ତୁ) ଓ ପଏଣ୍ଟସ୍ (ଜ୍ଞାନବିନ୍ଦୁ) ଆଦି ବାହାରୁଛି । ଭକ୍ତିର କଥା ଜନ୍ମ-ଜନ୍ମାନ୍ତର ଶୁଣିଲ । ଏହି ଜ୍ଞାନ ଜନ୍ମ-ଜନ୍ମାନ୍ତର ଶୁଣିବ ନାହିଁ । ଏହାକୁ ବାବା ଥରେ ମାତ୍ର ଶୁଣାଉଛନ୍ତି । ପୁଣି ଏହି ଜ୍ଞାନକୁ ତୁମେମାନେ ଭୁଲିଯିବ । ଭକ୍ତିମାର୍ଗର କେତେ ବହି ରହିଛି । ବିଦେଶରୁ ମଧ୍ୟ ଆସୁଛି । ଏ ସବୁ କିଛି ସମାପ୍ତ ହୋଇଯିବ । ସତ୍ୟଯୁଗରେ କୌଣସି ବହିର ଆବଶ୍ୟକତା ନାହିଁ । ଏ ସବୁ କଳିଯୁଗର ସାମଗ୍ରୀ । ଏଠାରେ ଯାହା କିଛି ତୁମେମାନେ ଦେଖୁଛ - ଡାକ୍ତରଖାନା, ଜେଲ୍‌, ଜଜ ଆଦି ସେଠାରେ କିଛି ମଧ୍ୟ ରହିବ ନାହିଁ । ତାହା ଏକ ଅଲଗା ଦୁନିଆ ହେବ । ଦୁନିଆ ତ ରହିବ କିନ୍ତୁ ନୂଆ ଏବଂ ପୁରୁଣାରେ ଫରକ ନିଶ୍ଚିତ ରହିବ ନା । ତାକୁ ସ୍ୱର୍ଗ କୁହାଯିବ । ସେହି ଦୁନିଆ ପୁଣି ନର୍କ ହୋଇଯିବ । ମୁଖ ଦ୍ୱାରା କହୁଛନ୍ତି - ଅମୁକ ସ୍ୱର୍ଗବାସୀ ହେଲା । ସନ୍ନ୍ୟାସୀମାନଙ୍କ ନିମନ୍ତେ କହୁଛନ୍ତି ବ୍ରହ୍ମରେ ଲୀନ ହୋଇଗଲେ, ନିର୍ବାଣକୁ ପ୍ରାପ୍ତ କଲେ । କିନ୍ତୁ ବାସ୍ତବରେ ନିର୍ବାଣକୁ କେହି ବି ପ୍ରାପ୍ତ କରନ୍ତି ନାହିଁ । ତୁମେମାନେ ଜାଣିଛ, ଏହି ରୁଦ୍ର ମାଳା କିପରି ତିଆରି ହୋଇଛି? ରୁଣ୍ଡମାଳା ମଧ୍ୟ ରହିଛି । ବିଷ୍ଣୁଙ୍କ ରାଜଧାନୀର ମାଳା ରହିଛି । ମାଳାର ରହସ୍ୟକୁ ମଧ୍ୟ ପିଲାମାନେ ହିଁ ଜାଣିଛନ୍ତି । ପାଠପଢାର କ୍ରମ ଅନୁସାରେ ହିଁ ମାଳାରେ ଗୁନ୍ଥା ହେବେ । ପ୍ରଥମେ ଏହି ନିଶ୍ଚୟ ରହିବା ଉଚିତ୍ । ଏହା ଈଶ୍ୱରୀୟ ପାଠପଢା ଅଟେ । ସିଏ ସୁପ୍ରିମ ପିତା ଏବଂ ଶିକ୍ଷକ ମଧ୍ୟ ଅଟନ୍ତି । ତୁମମାନଙ୍କ ବୁଦ୍ଧିରେ ଯେଉଁ ଜ୍ଞାନ ରହିଛି ତାହା ଅନ୍ୟମାନଙ୍କୁ ଦେବାକୁ ପଡିବ । ନିଜ ସଦୃଶ କରିବାକୁ ହେବ । ବିଚାର ସାଗର ମନ୍ଥନ କରିବାକୁ ପଡିବ । ଖବରକାଗଜ ମଧ୍ୟ ସକାଳୁ ବାହାରିଥାଏ । ଏହା ତ ସାଧାରଣ କଥା । ଏହି ଗୋଟିଏ-ଗୋଟିଏ ମହାବାକ୍ୟ ଲକ୍ଷ ଲକ୍ଷ ଟଙ୍କାର ଅଟେ । କେହି ଭଲ ଭାବରେ ବୁଝୁଛନ୍ତି, କେହି କମ୍ ବୁଝୁଛନ୍ତି । ବୁଝିବା ଓ ବୁଝାଇବା ଅନୁସାରେ ହିଁ ନୂଆ ଦୁନିଆରେ ପଦ ମିଳିବ । ବିଚାର ସାଗର ମନ୍ଥନ କରିବା ନିମନ୍ତେ ବହୁତ ଏକାନ୍ତ ଆବଶ୍ୟକ । ରାମତୀର୍ଥଙ୍କ ବିଷୟରେ କୁହାଯାଏ - ଯେତେବେଳେ ଲେଖୁଥିଲେ, ଚେଲାକୁ କହୁଥିଲେ ଦୁଇ ମାଇଲ ଦୂରକୁ ଚାଲିଯାଅ, ନଚେତ୍ ଭାଇବ୍ରେସନ୍ ଆସିବ ।

ତୁମେ ବର୍ତ୍ତମାନ ସମ୍ପୂର୍ଣ୍ଣ ହେବାକୁ ଯାଉଛ । ସାରା ଦୁନିଆର ବୁଦ୍ଧି ତ୍ରୁଟିଯୁକ୍ତ ଅଟେ । ତୁମେ ଏହି ପାଠପଢା ଦ୍ୱାରା ଲକ୍ଷ୍ମୀ ନାରାୟଣ ହେବ । ତେଣୁ ଏହି ପାଠପଢା କେତେ ଉଚ୍ଚ! କିନ୍ତୁ ଏଠାରେ କାହାକୁ କ୍ରମାନ୍ୱୟରେ ବସାଇପାରିବା ନାହିଁ । ପଛରେ ବସି ଚେତା ବୁଡିଯିବ, ବ୍ୟର୍ଥ ସଂକଳ୍ପ ଚଲାଇ, ବାୟୁମଣ୍ଡଳ ଖରାପ କରିବେ । କିନ୍ତୁ ନିୟମ କହୁଛି - କ୍ରମଅନୁସାରେ ବସାଇବା ଉଚିତ୍ । ଏ ସବୁ କଥାକୁ ଗୁଡ ଜାଣେ, ଗୁଡ ମାଠିଆ ଜାଣେ ଅର୍ଥାତ୍ ଶିବବାବା ଜାଣିଛନ୍ତି ବା ବ୍ରହ୍ମାବାବା ଜାଣନ୍ତି । ଏହା ବହୁତ ଉଚ୍ଚ ଜ୍ଞାନ ଅଟେ । ତୁମର ଅଲଗା-ଅଲଗା କ୍ଳାସ ହୋଇପାରିବ ନାହିଁ । ବାସ୍ତବରେ ତୁମେମାନେ କ୍ଲାସରେ ଏପରି ଭାବେ ବସିବା ଉଚିତ୍ ଯେପରି ଅଙ୍ଗ ସହିତ ଅଙ୍ଗ ନ ଲାଗିବ । ଦୂରରେ ବସିଲେ ମଧ୍ୟ ମାଇକ ଦ୍ୱାରା ଶବ୍ଦ ଶୁଣିପାରିବ । ବାବା କହୁଛନ୍ତି - ଏହି ଦୁନିଆର କଥା ତୁମେମାନେ କିଛି ଶୁଣ ନାହିଁ କିମ୍ବା ପଢ ନାହିଁ । ତାଙ୍କର ସଙ୍ଗ ମଧ୍ୟ କର ନାହିଁ । ଯେଉଁମାନେ ଭଲ ଭାବରେ ପଢୁଛନ୍ତି ତାଙ୍କର ସଙ୍ଗ କରିବା ଉଚିତ୍ । ଯେଉଁଠି ଭଲ ସେବା ହେଉଛି, ଯେଉଁଠାରେ ମିୟ୍ୟୁଜିୟମ୍ ଆଦି ରହିଛି, ସେଠାରେ ବହୁତ ବୁଦ୍ଧିମାନ ଓ ଯୋଗଯୁକ୍ତ କନ୍ୟା ଆବଶ୍ୟକ ।

ଏ କଥା ମଧ୍ୟ ବାବା ବୁଝାଉଛନ୍ତି - ଡ୍ରାମା ପୂର୍ବ ପ୍ରସ୍ତୁତ । କେବେ କେବେ ବାବା ଚିନ୍ତା କରୁଛନ୍ତି ଡ୍ରାମାରେ କିଛି ପରିବର୍ତ୍ତନ ହୋଇଯାଉ । କିନ୍ତୁ ପରିବର୍ତ୍ତନ ହୋଇପାରିବ ନାହିଁ । ଏହା ପୂର୍ବ ପ୍ରସ୍ତୁତ ଖେଳ । ପିଲାମାନଙ୍କ ଅବସ୍ଥାକୁ ଦେଖି ଖିଆଲ ଆସୁଛି ଯେ କିଛି ପରିବର୍ତ୍ତନ ହୋଇଯାଉ । ଏହିପରି ପିଲାମାନେ କ’ଣ ସ୍ୱର୍ଗକୁ ଯିବେ? ପୁଣି ଖିଆଲ ଆସୁଛି - ସ୍ୱର୍ଗରେ ସାରା ରାଜଧାନୀ ଦରକାର । କେହି କେହି ଦାସ-ଦାସୀ, ଚଣ୍ଡାଳ ମଧ୍ୟ ହେବେ । ଡ୍ରାମାରେ କିଛି ପରିବର୍ତ୍ତନ ହୋଇପାରିବ ନାହିଁ । ଭଗବାନୁବାଚ - ଏହି ଡ୍ରାମା ପୂର୍ବ ପ୍ରସ୍ତୁତ, ଏହାକୁ ମୁଁ ମଧ୍ୟ ପରିବର୍ତ୍ତନ କରିପାରିବି ନାହିଁ । ଭଗବାନଙ୍କ ଉପରେ ତ କେହି ମଧ୍ୟ ନାହାଁନ୍ତି । ମନୁଷ୍ୟମାନେ କହିଦେଉଛନ୍ତି - ଭଗବାନ କ’ଣ କରି ନ ପାରିବେ! କିନ୍ତୁ ସ୍ୱୟଂ ଭଗବାନ କହୁଛନ୍ତି - ମୁଁ କିଛି କରିପାରିବି ନାହିଁ । ଏହା ପୂର୍ବ-ପ୍ରସ୍ତୁତ ଖେଳ ଅଟେ । ବିଘ୍ନ ପଡୁଛି, କିନ୍ତୁ କେହି କିଛି ମଧ୍ୟ କରିପାରିବେ ନାହିଁ । ଡ୍ରାମାରେ ନିଧାର୍ଯ୍ୟ ରହିଛି, ମୁଁ କ’ଣ କରିପାରିବି । ବହୁତ କନ୍ୟା ଡାକୁଛନ୍ତି - ଆମକୁ ପତିତ ହେବାରୁ ରକ୍ଷା କର । ଏବେ ବାବା କ’ଣ କରିବେ । ବାବା କେବଳ କହୁଛନ୍ତି - ଡ୍ରାମାରେ ନିଧାର୍ଯ୍ୟ । ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ଏପରି ଭାବ ନାହିଁ ଯେ, ଭଗବାନଙ୍କର ଇଚ୍ଛା । ଭଗବାନଙ୍କ ହାତରେ ଥାଆନ୍ତା, ଧରିନିଅ କେହି ଅନନ୍ୟ ସନ୍ତାନ ଶରୀର ଛାଡିଦେଲେ, ତାଙ୍କୁ ମଧ୍ୟ ବଞ୍ଚାଇ ପାରିଥାନ୍ତେ । ଏହିପରି ଅନେକଙ୍କର ସଂଶୟ ଆସୁଛି । ଭଗବାନ ପାଠ ପଢାଉଛନ୍ତି । ଯଦି ଆମେ ଭଗବାନଙ୍କ ସନ୍ତାନ, ତେବେ କ’ଣ ଭଗବାନ ତାଙ୍କ ସନ୍ତାନମାନଙ୍କୁ ବଞ୍ଚାଇପାରିବେ ନାହିଁ । ବହୁତ ଉଲୁଗୁଣା ଦେଉଛନ୍ତି । କହୁଛନ୍ତି ଏପରି ସାଧୁଲୋକେ ମଧ୍ୟ ଅଛନ୍ତି ସେମାନେ କାହାର ପ୍ରାଣ ବଞ୍ଚାଇ ପାରିବେ, ପ୍ରାଣ ପୁଣି ଥରେ ଫେରିଆସିବ । ଚିତାରୁ ମଧ୍ୟ ଉଠିଆସୁଛନ୍ତି । ପୁଣି କହୁଛନ୍ତି ଈଶ୍ୱର ଫେରାଇ ଦେଲେ, କାଳ ନେଇଯାଇଥିଲା ତା ଉପରେ ପ୍ରଭୁ ଦୟା କଲେ । ବାବା ବୁଝାଉଛନ୍ତି - ଡ୍ରାମାରେ ଯାହା ନିଧାର୍ଯ୍ୟ ଅଛି ତାହା ହିଁ ହେଉଛି । ବାବା ମଧ୍ୟ କିଛି କରିପାରିବେ ନାହିଁ । ଏହାକୁ ଡ୍ରାମାର ନିଧାର୍ଯ୍ୟ ବୋଲି କୁହାଯାଉଛି । ଡ୍ରାମା ଅକ୍ଷରକୁ ତୁମେମାନେ ଜାଣିଛ । ସେମାନେ କହନ୍ତି ଯାହା କିଛି ହେବାର ଥିଲା ହେଲା, ଚିନ୍ତା କାହିଁକି କରୁଛ । ବାବା ତୁମମାନଙ୍କୁ ଚିନ୍ତାଶୂନ୍ୟ କରାଉଛନ୍ତି । ସେକେଣ୍ଡ ସେକେଣ୍ଡ ଯାହା କିଛି ହେଉଛି ତାହାକୁ ଡ୍ରାମା ବୋଲି ଭାବ । ଆତ୍ମା ଗୋଟିଏ ଶରୀର ଛାଡି ଯାଇ ଅନ୍ୟଠାରେ ଅଭିନୟ କରୁଛି । ଅନାଦି ପାର୍ଟକୁ ତୁମେମାନେ କିପରି ପରିବର୍ତ୍ତନ କରିପାରିବ! ଯଦିଓ ବର୍ତ୍ତମାନ ସାମାନ୍ୟ ଢିଲା ଅର୍ଥାତ୍ ଅବସ୍ଥା କଞ୍ଚା ଅଛି, ତେବେ ଅଳ୍ପ ବହୁତ ବିଚାର ଆସିଯାଉଛି । କିନ୍ତୁ ଡ୍ରାମାରେ ନିଧାର୍ଯ୍ୟ କିଛି କରିପାରିବ ନାହିଁ । ଲୋକମାନେ ଯାହା କହିଲେ ମଧ୍ୟ ଆମ ବୁଦ୍ଧିରେ ଡ୍ରାମାର ରହସ୍ୟ ଅଛି । ଅଭିନୟ କରିବାକୁ ପଡିବ । ଚିନ୍ତାର କୌଣସି କଥା ନାହିଁ । ଅବସ୍ଥା କଚ୍ଚା ଥିବା ପର୍ଯ୍ୟନ୍ତ ଅଳ୍ପ ବହୁତ ଲହଡି ଆସିବ ।

ବର୍ତ୍ତମାନ ତୁମେ ସମସ୍ତେ ପଢୁଛ । ତୁମେ ସମସ୍ତେ ଦେହଧାରୀ, ଏକମାତ୍ର ମୁଁ ବିଦେହୀ ଅଟେ । ମୁଁ ସବୁ ଦେହଧାରୀମାନଙ୍କୁ ଶିଖାଉଛି । ବାବା ବୁଝାଉଛନ୍ତି ବେଳେ-ବେଳେ ତୁମମାନଙ୍କୁ ପୁଣି ଏହି ବ୍ରହ୍ମା ବସି ବୁଝାଉଛନ୍ତି । ଏହି ବାବା ଓ ପ୍ରଜାପିତା ବ୍ରହ୍ମାଙ୍କର ପାର୍ଟ ବହୁତ ବିଚିତ୍ର ଅଟେ । ବାବା ବିଚାର ସାଗର ମନ୍ଥନ କରି ତୁମମାନଙ୍କୁ ଶୁଣାଉଛନ୍ତି । ଜ୍ଞାନ କେତେ ଚମତ୍କାର ଅଟେ! କେତେ ବୁଦ୍ଧି ଖେଳାଇବାକୁ ପଡୁଛି । ସକାଳୁ ସକାଳୁ ବାବାଙ୍କର ବିଚାର ସାଗର ମନ୍ଥନ ଚାଲିଥାଏ । ତୁମମାନଙ୍କୁ ମଧ୍ୟ ଶିକ୍ଷକଙ୍କ ଭଳି ହେବାକୁ ପଡିବ । ତଥାପି ଫରକ ତ ନିଶ୍ଚିତ ରହିବ । ଶିକ୍ଷକ ଛାତ୍ରଙ୍କୁ କେବେ ବି ୧୦୦ ନମ୍ବର ଦେଇପାରିବେ ନାହିଁ । କିଛି କମ୍ ଦେବେ । ସିଏ ତ ସର୍ବୋଚ୍ଚ ଅଟନ୍ତି । ଆମେ ଦେହଧାରୀ । ତେଣୁ ବାବାଙ୍କ ସଦୃଶ ୧୦୦ ଶତକଡା କିପରି ହେବା? ଏହା ବହୁତ ଗୁପ୍ତ କଥା । କେହି ତ ଶୁଣି ଧାରଣ କରି, ଖୁସି ହେଉଛନ୍ତି । କେହି କେହି କହୁଛନ୍ତି ବାବାଙ୍କର ତ ଏକାଭଳି ବାଣୀ ଚାଲୁଛି, ପୁନରାବୃତ୍ତି ହେଉଛି । ନୂଆ ନୂଆ ସନ୍ତାନ ଆସିଲେ ମୋତେ ପ୍ରଥମ ପଏଣ୍ଟର ପୁନରାବୃତ୍ତି କରିବାକୁ ପଡୁଛି । ଅନ୍ୟକୁ ବୁଝାଇବା ପାଇଁ ନୂଆ ନୂଆ ପଏଣ୍ଟ ମଧ୍ୟ ବାହାରି ଆସୁଛି । ତଥାପି ପିଲାମାନଙ୍କୁ ବାବାଙ୍କୁ ସାହାଯ୍ୟ କରିବାକୁ ପଡୁଛି । ମାଗାଜିନ୍ ବାହାର କରୁଛନ୍ତି । କଳ୍ପ ପୂର୍ବରୁ ମଧ୍ୟ ଏହିପରି ଲେଖା ହୋଇଥିବ । ଯଦି ଖବରକାଗଜରେ ବାହାର କରୁଛ ସେଥିପ୍ରତି ବହୁତ ଧ୍ୟାନ ଦେବାକୁ ପଡିବ । ଏପରି କୌଣସି କଥା ଲେଖ ନାହିଁ ଯାହାକୁ ମନୁଷ୍ୟ ପଢି ବିରକ୍ତ ହୋଇଯିବେ । ମାଗାଜିନ୍ ତୁମେମାନେ ପଢୁଛ । କୌଣସି କଚ୍ଚା-ପକ୍କା କଥା ହେଲେ ସେମାନେ କହିବେ ବର୍ତ୍ତମାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହାଁନ୍ତି । ୧୬ କଳା ସମ୍ପୂର୍ଣ୍ଣ ହେବାକୁ ସମୟ ଲାଗିବ । ଏବେ ବହୁତ ସେବା କରିବାକୁ ପଡିବ । ବହୁତ ପ୍ରଜା ଗଢିବାକୁ ହେବ । ଏକଥା ମଧ୍ୟ ବାବା ବୁଝାଉଛନ୍ତି - ଅନେକ ପ୍ରକାରର ମାର୍କ୍ସ ଅଛି । କେହି କେହି ନିମିତ୍ତ ହେଉଛନ୍ତି, ବହୁତଙ୍କୁ ଜ୍ଞାନ ଦେବା ପାଇଁ ପ୍ରବନ୍ଧ କରୁଛନ୍ତି ତେବେ ତାଙ୍କୁ ମଧ୍ୟ ଫଳ ମିଳିଯାଉଛି । ଏବେ ପୁରୁଣା ଦୁନିଆ ଶେଷ ହେବାକୁ ଯାଉଛି । ଏଠାରେ ଅଳ୍ପ କାଳର ସୁଖ ଅଛି । ରୋଗ ଆଦି ସମସ୍ତଙ୍କୁ ହେଉଛି । ବାବା ସବୁ କଥାର ଅନୁଭବୀ ଅଟନ୍ତି । ଦୁନିଆର କଥା ମଧ୍ୟ ବୁଝାଉଛନ୍ତି ।

ବାବା କହିଥିଲେ - ଖବରକାଗଜ ଅଥବା ମ୍ୟାଗାଜିନ୍‌ରେ ୱାଣ୍ଡରଫୁଲ କଥା ଲେଖ ଯାହାଦ୍ୱାରା ବୁଝିଯିବେ ଯେ ବ୍ରହ୍ମାକୁମାରୀମାନେ ଏହି କଥା ବିଲ୍‌କୁଲ୍ ଠିକ୍ ଲେଖିଛନ୍ତି । ଏହି ଲଢେଇ ୫ ହଜାର ବର୍ଷ ପୂର୍ବରୁ ଲାଗିଥିଲା । କିପରି? ଏକଥା ଆସି ବୁଝ । ତୁମର ନାମ ମଧ୍ୟ ପ୍ରସିଦ୍ଧ ହୋଇଯିବ, ଲୋକମାନେ ମଧ୍ୟ ଶୁଣି ଖୁସି ହେବେ । ଏହା ବହୁତ ବଡ କଥା ଅଟେ! କିନ୍ତୁ କାହାର ବୁଦ୍ଧିରେ ରହିଲେ ତ । ଯାହା ଲେଖୁଛନ୍ତି ତାକୁ ପୁଣି ବୁଝାଇବାକୁ ମଧ୍ୟ ହେବ । ବୁଝାଇପାରୁ ନାହାନ୍ତି ସେଥିପାଇଁ ଲେଖୁ ମଧ୍ୟ ନାହାଁନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏକମାତ୍ର ବାବା ଯାହା ଶୁଣାଉଛନ୍ତି ବା ପଢାଉଛନ୍ତି, ତାହା ହିଁ ଶୁଣ ଅଥବା ପଢ । ବାକି କିଛି ବି ପଢିବା-ଶୁଣିବାର ଆବଶ୍ୟକତା ନାହିଁ । ସଙ୍ଗର ବହୁତ ବହୁତ ସାବଧାନୀ ରଖ । ସକାଳୁ ସକାଳୁ ଏକାନ୍ତରେ ବସି ବିଚାର ସାଗର ମନ୍ଥନ କର ।

(୨) ଡ୍ରାମାର ନିଧାର୍ଯ୍ୟ ପୂର୍ବ ନିଶ୍ଚିତ ଅଟେ ସେଥିପାଇଁ ସର୍ବଦା ନିଶ୍ଚିନ୍ତ ହୋଇ ରୁହ । କୌଣସି କଥାରେ ସଂଶୟ ଉଠାଇବା ଉଚିତ୍ ନୁହେଁ । ଲୋକମାନେ ଯାହା ବି କୁହନ୍ତୁ କିନ୍ତୁ ତୁମେ ଡ୍ରାମାର ଜ୍ଞାନ ଉପରେ ଅଟଳ ରୁହ ।

ବରଦାନ:-
ଅଧିକାରୀ ଆତ୍ମା ହୋଇ ସର୍ବ ଶକ୍ତିକୁ କାର୍ଯ୍ୟରେ ଲଗାଉଥିବା ମାଷ୍ଟର ସର୍ବଶକ୍ତିବାନ ଭବ ।

ସର୍ବଶକ୍ତିବାନ ବାବାଙ୍କ ଦ୍ୱାରା ଯେଉଁ ସର୍ବ ଶକ୍ତିଗୁଡିକ ତୁମମାନଙ୍କୁ ପ୍ରାପ୍ତ ହୋଇଛି ସେଗୁଡିକୁ ଯେଉଁଭଳି ପରିସ୍ଥିତି, ଯେପରି ସମୟରେ, ଯେଉଁ ବିଧିରେ ତୁମେ କାର୍ଯ୍ୟରେ ଲଗାଇବାକୁ ଚାହିଁବ ସେହି ରୂପରେ ହିଁ ଏହି ଶକ୍ତିଗୁଡିକ ତୁମର ସହଯୋଗୀ ହୋଇପାରିବେ । ଏହି ଶକ୍ତିଗୁଡିକ ବା ପ୍ରଭୁଙ୍କର ବରଦାନକୁ ଯେଉଁ ରୂପରେ ଚାହିଁବ ସେହି ରୂପ ଧାରଣ କରାଇପାରିବ । ଏବେ ଏବେ ଶୀତଳତା ରୂପରେ, ଏବେ ଏବେ ଜଳାଇବାର ରୂପରେ ମଧ୍ୟ ବ୍ୟବହାର କରିପାରିବ । କେବଳ ସମୟ ଅନୁସାରେ କାର୍ଯ୍ୟରେ ଲଗାଇବାର ଅଧିକାରୀ ହୋଇଯାଅ ଅର୍ଥାତ୍ କ୍ଷମତାକୁ ଧାରଣ କର । ଏହି ସର୍ବ ଶକ୍ତିଗୁଡିକ ତ ତୁମଭଳି ମାଷ୍ଟର ସର୍ବଶକ୍ତିବାନ୍ ପିଲାମାନଙ୍କର ସେବାଧାରୀ ଅଟନ୍ତି ।

ସ୍ଲୋଗାନ:-
ସ୍ୱ-ପୁରୁଷାର୍ଥରେ ବା ବିଶ୍ୱ କଲ୍ୟାଣ କାର୍ଯ୍ୟରେ ଯେଉଁଠି ସାହସ ଅଛି ସେଠାରେ ସଫଳତା ସୁନିଶ୍ଚିତ ଅଟେ ।