30.03.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ତୁମମାନଙ୍କୁ ପ୍ରାଣ ଦାନ ଦେଉଛନ୍ତି, ସେ ଏପରି ଜ୍ଞାନ ଦେଉଛନ୍ତି ଯାହା ଦ୍ୱାରା ପ୍ରାଣଦାନ ମିଳିଯାଉଛି, ଏହିଭଳି ପ୍ରାଣଦାନ ଦେଉଥିବା ବାବାଙ୍କୁ ସ୍ନେହର ସହିତ ମନେ ପକାଅ ।”

ପ୍ରଶ୍ନ:-
କେଉଁ ଆଧାରରେ ୨୧ ଜନ୍ମ ପର୍ଯ୍ୟନ୍ତ ତୁମର ସବୁ ଭଣ୍ଡାର ଭରପୁର ହୋଇ ରହୁଛି?

ଉତ୍ତର:-
ସଂଗମଯୁଗରେ ତୁମମାନଙ୍କୁ ଯେଉଁ ଜ୍ଞାନ ମିଳୁଛି, ତାହା ହିଁ ତୁମର ରୋଜଗାରର ଆଧାର ଅଟେ । ଏହି ପାଠପଢା ଆଧାରରେ ତୁମର ସବୁ ଭଣ୍ଡାର ଭରପୁର ହୋଇଯାଉଛି । ଏହି ପାଠପଢା ଦ୍ୱାରା ୨୧ ଜନ୍ମର ଖୁସି ମିଳିଯାଉଛି । ଏପରି କୌଣସି ଜିନିଷ ନାହିଁ ଯାହାକୁ ପ୍ରାପ୍ତ କରିବା ପାଇଁ ଇଚ୍ଛା ରହିବ । ବାବା ଏପରି ଜ୍ଞାନର ଦାନ ଦେଉଛନ୍ତି, ଯାହାଦ୍ୱାରା ଆତ୍ମା କିପରି ଅବସ୍ଥାରୁ କିପରି ହୋଇଯାଉଛି ।

ଓମ୍ ଶାନ୍ତି ।
ଭଗବାନୁବାଚ - ଶାଳଗ୍ରାମ ପିଲାମାନେ ଭାବୁଛନ୍ତି ଶିବବାବା ଆମକୁ ପାଠ ପଢାଇବାକୁ ଆସୁଛନ୍ତି । ପିଲାମାନେ ଜାଣିଛନ୍ତି ଯେ, ସିଏ ହିଁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ପିଲାମାନଙ୍କୁ ଏକଥା କିଛି ନୂଆ ଲାଗୁନାହିଁ କାରଣ ସବୁ କଥା ବୁଝିଗଲେଣି । ମନୁଷ୍ୟମାନେ ତ ସବୁକିଛି ଭୁଲିଯାଇଛନ୍ତି । ଯିଏ ଏଠାକୁ ଆସି ପାଠ ପଢାଇଲେ, ତାଙ୍କ ବଦଳରେ ପ୍ରଥମ ନମ୍ବରରେ ଯିଏ ପଢୁଛନ୍ତି ତାଙ୍କ ନାମ ଲେଖି ଦେଇଛନ୍ତି । ତୁମମାନଙ୍କୁ ପଢି ପଢି ଏହି କଥାକୁ ସିଦ୍ଧ କରିବାକୁ ହେବ । ଏହା ଭାରତର ଧର୍ମ ଶାସ୍ତ୍ରର କଥା, ଅନ୍ୟ ଧର୍ମର ଶାସ୍ତ୍ର କଥା ନୁହେଁ । ଭାରତରେ ଥିବା ଶାସ୍ତ୍ରରେ ହିଁ ଭୁଲ୍ ରହିଛି । ତୁମମାନଙ୍କ ବିନା ଏହି କଥା ଅନ୍ୟ କେହି ସିଦ୍ଧ କରିପାରିବେ ନାହିଁ । ପିଲାମାନେ ଜାଣିଛନ୍ତି, ଏହା ଅନାଦି ଡ୍ରାମା ଅଟେ, ଏହାର ପୁଣି ମଧ୍ୟ ପୁନରାବୃତ୍ତି ହେବ । ତୁମେମାନେ ମନୁଷ୍ୟମାନଙ୍କୁ ସୁଧାରିବାର ପୁରୁଷାର୍ଥ କରୁଛ । ମନୁଷ୍ୟମାନେ ସୁଧୁରିଲେ ଦୁନିଆ ମଧ୍ୟ ସୁଧୁରିଯିବ । ସତ୍ୟଯୁଗ ହେଉଛି ସୁଧୁରିଥିବା ନୂଆ ଦୁନିଆ ଏବଂ କଳିଯୁଗ ସୁଧୁରି ନ ଥିବା ପୁରୁଣା ଦୁନିଆ । ଏକଥା ମଧ୍ୟ ତୁମେମାନେ ଭଲ ଭାବରେ ବୁଝି ଧାରଣ କରି ଅନ୍ୟକୁ ବୁଝାଇବା ଯୋଗ୍ୟ ମଧ୍ୟ ହେଉଛ । ଏଥିରେ ବହୁତ ସ୍ୱଚ୍ଛ ହେବା ଆବଶ୍ୟକ । ବାବା ତୁମକୁ କେତେ ରିଫାଇନ୍ କରି ବୁଝାଇ ସୁଧାରୁଛନ୍ତି । ବାବା କହୁଛନ୍ତି - ତୁମେମାନେ ଯେତେବେଳେ ଏପରି ସୁଧୁରିଯାଉଛ ପୁଣି ମୋତେ ଆସି ସୁଧାରିବାର ଆବଶ୍ୟକତା ପଡୁନାହିଁ । ତୁମେ ଅନାର୍ଯ୍ୟ ହୋଇଯାଇଥିଲ, ଏବେ ଆର୍ଯ୍ୟ ଅର୍ଥାତ୍ ଦେବୀ-ଦେବତା ହେବାକୁ ପଡିବ । ତାହା ତ ସତ୍ୟଯୁଗରେ ହିଁ ହେବ । ସେମାନେ ସମସ୍ତେ ସୁଧୁରିଥିବା ଆତ୍ମା ଅର୍ଥାତ୍ ପବିତ୍ର ଥିଲେ ତେଣୁ ବର୍ତ୍ତମାନ ସୁଧୁରିନଥିବା ଆତ୍ମାମାନେ ତାଙ୍କର ପୂଜା କରୁଛନ୍ତି । ଏକଥା କାହାରି ବୁଦ୍ଧିରେ ଆସୁନାହିଁ ଯେ ଆମେ ତାଙ୍କୁ କାହିଁକି ଦେବତା କହୁଛୁ? ସମସ୍ତେ ତ ମନୁଷ୍ୟ ଅଟନ୍ତି, ଯେଉଁମାନେ ସୁଧୁରି ଯାଇଥିବା ଆର୍ଯ୍ୟ ଥିଲେ ସେମାନେ ସମସ୍ତେ ଅଣସୁଧୁରିଲାବାଲା ହୋଇଯାଇଛନ୍ତି । ଆର୍ଯ୍ୟ ଓ ଅଣ-ଆର୍ଯ୍ୟ । ବାକି ଯେଉଁ ଆର୍ଯ୍ୟ ସମାଜ ରହିଛି, ତାହା ମଠ-ପନ୍ଥ ଅଟେ । ଏ କଥା କଳ୍ପବୃକ୍ଷରୁ ପରିଷ୍କାର ଭାବେ ବୁଝିପାରିବ । ଏହା ହେଉଛି ମନୁଷ୍ୟ ସୃଷ୍ଟିର ବୃକ୍ଷ, ଯାହାର ଆୟୁଷ ୫ ହଜାର ବର୍ଷ । ଏହାର ନାମ ହେଲା କଳ୍ପବୃକ୍ଷ । କିନ୍ତୁ କଳ୍ପ ବୃକ୍ଷ ଶବ୍ଦ ଦ୍ୱାରା ମନୁଷ୍ୟମାନଙ୍କ ବୁଦ୍ଧିରେ ବୃକ୍ଷର ଚିତ୍ର ଆସୁନାହିଁ । ତୁମକୁ ବୃକ୍ଷ ରୂପରେ ବୁଝାଯାଇଛି । ସେମାନେ କହିଦେଉଛନ୍ତି କଳ୍ପ ଲକ୍ଷେ ବର୍ଷର ଅଟେ । ବାବା କହୁଛନ୍ତି - ଏହା କେବଳ ୫ ହଜାର ବର୍ଷର ଅଟେ । ଅନ୍ୟମାନେ କିଏ କେତେ ଆୟୁଷ ଶୁଣାଉଛନ୍ତି । କିନ୍ତୁ ବାସ୍ତବରେ ସଂପୂର୍ଣ୍ଣ ବୁଝାଇ ପାରୁଥିବା ଆତ୍ମା କେହି ନାହାଁନ୍ତି । ପରସ୍ପର ମଧ୍ୟରେ କେତେ ଶାସ୍ତ୍ରବାଦ କରୁଛନ୍ତି । ତୁମର ଏହା ଆତ୍ମିକ ବାର୍ତ୍ତାଳାପ ଅଟେ, ତୁମେମାନେ ସେମିନାର କରୁଛ, ଏହାକୁ ଆତ୍ମିକ ବାର୍ତ୍ତାଳାପ (ରୁହରିହାନ) କୁହାଯାଉଛି । ପ୍ରଶ୍ନ-ଉତ୍ତର ବୁଝିବା ପାଇଁ ମଧ୍ୟ କରୁଛନ୍ତି । ବାବା ଯାହା କିଛି ତୁମମାନଙ୍କୁ ଶୁଣାଉଛନ୍ତି, ସେଥିରୁ ଟପିକ୍ ବାହାର କରି ଶୁଣାଉଛ । ସେମାନେ କ’ଣ ଶୁଣାଉଛନ୍ତି, ଏହା ମଧ୍ୟ ତୁମେମାନେ ଯାଇ ଶୁଣ । ପୁଣି ଆସି ଶୁଣାଇବା ଦରକାର କି ସେମାନଙ୍କ ମଧ୍ୟରେ ଏହି ପ୍ରକାର ବାଦ-ବିବାଦ ଚାଲୁଛି ।

ପ୍ରଥମେ ବୁଝାଇବାକୁ ହେବ ଯେ ଗୀତାର ଭଗବାନ କିଏ? ଭଗବାନ ପିତାଙ୍କୁ ଭୁଲିବା କାରଣରୁ ବିଲକୁଲ୍ ତଳକୁ ଆସିଯାଇଛନ୍ତି । ତୁମର ବାବାଙ୍କ ପ୍ରତି କେତେ ସ୍ନେହ ରହିଛି । ବାବାଙ୍କୁ କେତେ ମନେ ପକାଉଛ । ବାସ୍‌, ବାବା ହିଁ ପ୍ରାଣଦାନ ଦେବେ । ଜ୍ଞାନର ଦାନ ଏପରି ଦେଉଛନ୍ତି ଯେ କ’ଣ ଥିଲ କ’ଣ ହୋଇଯାଇଛ । ତେଣୁ ବାବାଙ୍କ ପ୍ରତି ସ୍ନେହ ରହିବା ଉଚିତ୍ । ବାବା ଆମମାନଙ୍କୁ ଏହିପରି ନୂଆ କଥା ସବୁ ଶୁଣାଉଛନ୍ତି । ଆମେ କୃଷ୍ଣଙ୍କୁ କେତେ ମନେ ପକାଉଛୁ, କିନ୍ତୁ ତାଙ୍କଠାରୁ ତ କିଛି ପ୍ରାପ୍ତି ହେଉନାହିଁ । ଶ୍ରୀନାରାୟଣଙ୍କୁ ମନେ ପକାଉଛନ୍ତି । କିନ୍ତୁ ତାଙ୍କୁ ମନେ ପକାଇବା ଦ୍ୱାରା କଣ କିଛି ହେଉଛି? ଆମେ ତ କାଙ୍ଗାଳକୁ କାଙ୍ଗାଳ ହୋଇ ରହିଯାଇଛୁ । ଦେବତାମାନେ କେତେ ଧନବାନ ଥିଲେ । ବର୍ତ୍ତମାନ ସବୁ କୃତ୍ରିମ ଜିନିଷ ହୋଇଗଲାଣି । ଯାହାର କୌଣସି ଦାମ ନ ଥିଲା, ତାହାର ଆଜି କେତେ ଦାମ୍ ହୋଇଗଲାଣି । ସେଠାରେ ଶସ୍ୟର କୌଣସି ଦାମ ରହିବ ନାହିଁ । ସମସ୍ତଙ୍କର ନିଜ-ନିଜର ସମ୍ପତ୍ତି ରହିବ, କୌଣସି ଅପ୍ରାପ୍ତ ବସ୍ତୁ ରହିବ ନାହିଁ, ଯାହାର ପ୍ରାପ୍ତିର ଇଚ୍ଛା ରହିବ । ବାବା କହୁଛନ୍ତି - ମୁଁ ତୁମମାନଙ୍କର ଭଣ୍ଡାର ଭରପୁର କରିଦେଉଛି । ତୁମକୁ ଏପରି ଜ୍ଞାନ ଦେଉଛି ଯାହା ଫଳରେ ତୁମର ଭଣ୍ଡାର ଭରିଯାଉଛି । ତୁମ ବୁଦ୍ଧିରେ ଅଛି ଜ୍ଞାନ ହେଉଛି ରୋଜଗାରର ପନ୍ଥା । ଜ୍ଞାନ ହିଁ ସବୁ କିଛି ଅଟେ । ଏହି ଶିକ୍ଷା ଦ୍ୱାରା ତୁମେମାନେ କେତେ ଶ୍ରେଷ୍ଠ ହେଉଛ! ଏହା ପାଠପଢାର ଭଣ୍ଡାର ଅଟେ ନା । ଲୌକିକ ଶିକ୍ଷକ ପାଠ ପଢାଇଲେ, ଅଳ୍ପକାଳର ସୁଖ ମିଳିଥାଏ । ଏହି ପାଠପଢା ଦ୍ୱାରା ତୁମକୁ ୨୧ ଜନ୍ମର ସୁଖ ମିଳୁଛି । ତେଣୁ ତୁମେମାନେ ବହୁତ ଖୁସି ହେବା ଉଚିତ୍ । କିନ୍ତୁ ଏକଥା ବୁଝିବା ପାଇଁ ସମୟ ଲାଗୁଛି । ତୁରନ୍ତ କେହି ବୁଝିପାରିବେ ନାହିଁ । କୋଟିକରେ କେହି ବାହାରୁଛନ୍ତି । ଅଧାକଳ୍ପ ହେବ ସମସ୍ତ ମନୁଷ୍ୟ ପରସ୍ପରକୁ ପତିତ ହିଁ କରିଆସିଛନ୍ତି । ଏକମାତ୍ର ବାବା ହିଁ ଉପରକୁ ଚଢାଉଛନ୍ତି । ବେହଦର ପାଠ ପଢାଉଥିବା ଶିକ୍ଷକ ବଦଳରେ ବିଦ୍ୟାର୍ଥୀର ନାମ ଲେଖିଦେଇଛନ୍ତି । ଦୁନିଆ ଏହି କଥାକୁ ଜାଣିନାହିଁ । କହୁଛନ୍ତି - ଭଗବାନୁବାଚ ପଢାଇ ଯାଇଛନ୍ତି । କିନ୍ତୁ ସେ ପଢାଇଥିବା ଜ୍ଞାନ କୌଣସି ଶାସ୍ତ୍ରରେ ନାହିଁ । କାରଣ ସତ୍ୟଯୁଗରେ କୌଣସି ଶାସ୍ତ୍ର ନାହିଁ । ଏସବୁ ଭକ୍ତିମାର୍ଗର ଶାସ୍ତ୍ର । ଏହା କେତେ ବଡ ବୃକ୍ଷ ଅଟେ । ଭକ୍ତିର ଏପରି ଅନେକ ଶାଖା-ପ୍ରଶାଖା ନ ଥିଲେ ବୃକ୍ଷର ନାମ ମଧ୍ୟ ରହି ନ ଥାନ୍ତା । ଏସବୁ ହେଉଛି ଧାରଣା କରିବା କଥା । ତୁମେମାନେ ଏହି ଜ୍ଞାନକୁ ଧାରଣା କରୁଛ । ପଢାଇବା ଶିକ୍ଷକ ପାଠପଢାଇ ଗୁପ୍ତ ହୋଇଯାଉଛନ୍ତି । ପଢୁଥିବା ବିଦ୍ୟାର୍ଥୀ ଆସି ବିଶ୍ୱର ମାଲିକ ହୋଇଯାଉଛନ୍ତି । କେତେ ନୂଆ କଥା ଅଟେ । ଗୋଟିଏ ବି କାହାରି ବୁଦ୍ଧିରେ ରହୁନାହିଁ । ବିଦ୍ୟାର୍ଥୀମାନେ କ୍ରମଅନୁସାରେ ରହିଛନ୍ତି । କେହି ପାସ୍ ହେଉଛନ୍ତି, କେହି ଫେଲ୍ ହୋଇଯାଉଛନ୍ତି । ଏହା ବେହଦର ବହୁତ ବଡ ପରୀକ୍ଷା । ତୁମେମାନେ ଜାଣିଛ, ଆମେ ବର୍ତ୍ତମାନ ଭଲ ଭାବରେ ପାଠ ପଢୁଛୁ ଏବଂ କଳ୍ପ-କଳ୍ପାନ୍ତର ଭଲ ପଢିବୁ । ଭଲ ପଢୁଥିବା ଆତ୍ମାମାନେ ହିଁ ଉଚ୍ଚ ପଦ ପାଇପାରିବେ । କ୍ରମଅନୁସାରେ ସମସ୍ତେ ଯିବେ । ସାରା କ୍ଲାସ୍ ଟ୍ରାନ୍‌ସଫର ହେବ । କ୍ରମଅନୁସାରେ ଯାଇ ବସିବେ, ଏହି ଜ୍ଞାନ ମଧ୍ୟ ଆତ୍ମାରେ ଅଛି । ଭଲ ଅଥବା ମନ୍ଦର ସଂସ୍କାର ଆତ୍ମାରେ ରହିଥାଏ । ଶରୀର ହେଉଛି ମାଟି ଅର୍ଥାତ୍ ବିନାଶୀ । ଆତ୍ମା କେବେ ବି ନିର୍ଲେପ ହୋଇ ପାରିବ ନାହିଁ । ଶତ ପ୍ରତିଶତ ତମଃପ୍ରଧାନ ଓ ସତ୍ତ୍ୱପ୍ରଧାନ କିଏ - ଏକଥା ମଧ୍ୟ ତୁମେମାନେ ଜାଣିଛ । ପ୍ରଥମେ ଗରୀବମାନଙ୍କୁ ଉଠାଇବାକୁ ପଡିବ । ସେମାନେ ପ୍ରଥମେ ଆସିବେ - ଗୁରୁମାନଙ୍କର ମଧ୍ୟ ଯେତେବେଳେ ଅନନ୍ୟ ଶିଷ୍ୟମାନେ ଆସିବେ ସେତେବେଳେ ସେ ସମସ୍ତଙ୍କର ବୁଦ୍ଧି ଖୋଲିଯିବ ଏବଂ ଦେଖିବେ ଯେ, ଆମର ହିଁ ପତ୍ର ଅର୍ଥାତ୍ ଚେଲାମାନେ ବାହାରିଯାଉଛନ୍ତି । ଯେଉଁମାନେ ଏଠାକାର ହୋଇଥିବେ ସେମାନେ ତ ବାହାରିଆସିବେ । ବାବା ଆସି ନୂଆ ବୃକ୍ଷ ଲଗାଇବା ଆରମ୍ଭ କରୁଛନ୍ତି । ଯେଉଁମାନେ ଅନ୍ୟ ସବୁ ଧର୍ମକୁ ଚାଲିଯାଇଛନ୍ତି, ସେମାନେ ସମସ୍ତେ ଫେରିବେ ଏବଂ ଏହି ଭାରତକୁ ହିଁ ଆସିବେ । ସେମାନେ ମଧ୍ୟ ଭାରତବାସୀ ଥିଲେ ନା । ଆମ ଶାଖାର ଯେଉଁମାନେ ହୋଇଥିବେ ସେମାନେ ସମସ୍ତେ ଆସିଯିବେ । ଆଗକୁ ଯାଇ ତୁମେମାନେ ସବୁ ବୁଝିଯିବ । ଏବେ ବାହାରେ ସମସ୍ତଙ୍କୁ ଧକ୍କା ମିଳୁଛି । ଯେଉଁଠି ବାହାର ଲୋକ ଅଛନ୍ତି ତାଙ୍କୁ ବାହାର ଦେଉଛନ୍ତି । ଭାବୁଛନ୍ତି ଇଏ ବହୁତ ଧନବାନ ହୋଇଗଲେଣି । ଯେଉଁମାନେ ଏଠାରେ ରହୁଛନ୍ତି ସେମାନେ ଗରୀବ ହୋଇଯାଉଛନ୍ତି ।

ଶେଷରେ ସମସ୍ତେ ନିଜ-ନିଜର ଧର୍ମକୁ ଚାଲିଯିବେ । ସମସ୍ତେ ନିଜ-ନିଜର ଘର ଆଡକୁ ଦୌଡିବେ । ଯେପରି ବିଦେଶରେ କେହି ମୃତ୍ୟୁବରଣ କଲେ ତାଙ୍କୁ ଭାରତକୁ ନେଇ ଆସନ୍ତି କାରଣ ଭାରତ ହେଉଛି ଫାଷ୍ଟକ୍ଲାସ୍ ପବିତ୍ର ଭୂମି । ଭାରତରେ ହିଁ ନୂଆ ଦୁନିଆ ଥିଲା । ବର୍ତ୍ତମାନ ଏହାକୁ ନିର୍ବିକାରୀ ଦୁନିଆ କୁହାଯିବ ନାହିଁ । ଏହା ବିକାରୀ ଦୁନିଆ, ସେଥିପାଇଁ ଡାକୁଛନ୍ତି - ହେ ପତିତ-ପାବନ ଆସ, ଆସି ଆମକୁ ପବିତ୍ର କର । ଯଦିଓ ଏହା ମଧ୍ୟ ଦୁନିଆ ଅଟେ କିନ୍ତୁ ବର୍ତ୍ତମାନ ସମୟରେ କେହି ପବିତ୍ର ନାହାଁନ୍ତି । ପବିତ୍ର ଆତ୍ମାମାନେ ବ୍ରହ୍ମଲୋକରେ ରହିଛନ୍ତି । ତାହା ହେଉଛି ବ୍ରହ୍ମ ମହତତ୍ୱ । ସମସ୍ତେ ପବିତ୍ର ହୋଇ ସେଠାକୁ ଯିବେ । ପୁଣି କ୍ରମଅନୁସାରେ ଅଭିନୟ କରିବାକୁ ଆସିବେ । ଆଦି ସନାତନ ଦେବୀ-ଦେବତା ଧର୍ମର ଏହା ହେଉଛି ମୂଳଦୁଆ । ପୁଣି ତିନୋଟି ଟିୟୁବ (ଶାଖା) ବାହାରିଥାଏ । ଏହା ତ’ ଦେବତା ଧର୍ମ ଅଟେ । ଏହା କୌଣସି ଶାଖା ନୁହେଁ । ପ୍ରଥମେ ଏହା ହେଉଛି ମୂଳଦୁଆ ପୁଣି ୩ଟି ଟିୟୁବ ଅର୍ଥାତ୍ ଶାଖା ବାହାରୁଛି । ମୁଖ୍ୟ ହେଲା ୪ଟି ଧର୍ମ । ସବୁଠାରୁ ଭଲ ଧର୍ମ ହେଉଛି ବ୍ରାହ୍ମଣ ଧର୍ମ । ଯାହାର ବହୁତ ମହିମା ରହିଛି । ତୁମେମାନେ ଏଠାରେ ହୀରା ସଦୃଶ ହେଉଛ । ବାବା ତୁମକୁ ପାଠ ପଢାଉଛନ୍ତି । ତେଣୁ ତୁମେମାନେ କେତେ ଶ୍ରେଷ୍ଠ ଅଟ । ଦେବତାମାନଙ୍କଠାରୁ ମଧ୍ୟ ତୁମେ ବ୍ରାହ୍ମଣମାନେ ଜ୍ଞାନୀ ଅଟ । କେତେ ଆଶ୍ଚର୍ଯ୍ୟର କଥା ନା । ଆମେ ଯେଉଁ ଜ୍ଞାନ ନେଉଛୁ ତାହା ଆମ ସାଥିରେ ଯିବ ପୁଣି ସେଠାରେ ଜ୍ଞାନକୁ ହିଁ ଭୁଲିଯିବେ । ତୁମେ ଜାଣିଛ, ପୂର୍ବରୁ ଆମେ କ’ଣ ପଢୁଥିଲୁ । ଏବେ ଆମେ କ’ଣ ପଢୁଛୁ । ଆଇ.ସି. ଏସ୍ ବିଦ୍ୟାର୍ଥୀ କ’ଣ ପଢନ୍ତି ଏବଂ ଅନ୍ୟମାନେ କ’ଣ ପଢନ୍ତି । ଫରକ ଅଛି ନା । ଆଗକୁ ଗଲେ ତୁମେମାନେ ବହୁତ ନୂଆ ପଏଣ୍ଟସ୍ ଶୁଣିବ । ଏବେ କହିବାର ସମୟ ଆସି ନାହିଁ । ଆଗକୁ ହିଁ ଶୁଣିବାର ପାର୍ଟ ରହିଛି । ବୁଦ୍ଧିରେ ରହୁଛି ଯେ - ଏହି ଜ୍ଞାନର ପାର୍ଟ ଯେତେବେଳେ ପୂରା ହେବାର ଥିବ ସେତେବେଳେ ଆମେ ମଧ୍ୟ ବାବାଙ୍କ ଜ୍ଞାନକୁ ଧାରଣା କରିନେବୁ । ପୁଣି ଆମର ପାର୍ଟ ସ୍ୱର୍ଗରେ ଆରମ୍ଭ ହୋଇଯିବ । ତାଙ୍କର ପାର୍ଟ ପୂରା ହୋଇଯିବ । ବୁଦ୍ଧିରେ ବହୁତ ଭଲ ଧାରଣା ଦରକାର । ଜ୍ଞାନର ସ୍ମରଣ କରିଚାଲ ଏବଂ ବାବାଙ୍କୁ ମନେ ପକାଇଚାଲ । ଯଦି ଯୋଗବଳ ନ ରହିବ ତେବେ କମ୍ ପଦ ପାଇବ । ବାବାଙ୍କୁ ସ୍ମରଣ କରି-କରି ଶରୀରର ଅଭିମାନ ସମୀପ ହୋଇରଯିବ । ସନ୍ନ୍ୟାସୀ ମଧ୍ୟ ଏହି ଅବସ୍ଥାର ଅଭ୍ୟାସ କରି-କରି ଶରୀର ଛାଡିଦେଇଥାନ୍ତି । କିନ୍ତୁ ତାଙ୍କର ରାସ୍ତା ଅଲଗା, ସେଥିପାଇଁ ତାଙ୍କୁ ପୁଣି ଜନ୍ମ ନେବାକୁ ପଡୁଛି । ଅନୁସରଣକାରୀମାନେ ଭାବୁଛନ୍ତି, ସେ ବ୍ରହ୍ମରେ ଲୀନ ହୋଇଗଲେ ପୁଣି ଆଉ କେବେ ଫେରିବେ ନାହିଁ । ବାବା ବୁଝାଉଛନ୍ତି ମଝିରେ କେହି ବି ଘରକୁ ଯାଇପାରିବେ ନାହିଁ । ଡ୍ରାମା ଶେଷରେ ସବୁ ଅଭିନେତା ଯେତେବେଳେ ମଞ୍ଚ ଉପରକୁ ଆସିବେ ସେତେବେଳେ ଯାଇ ଘରକୁ ଯିବେ । ତାହା ହେଉଛି ହଦର ବିନାଶୀ ନାଟକ, ଏହା ବେହଦର ଅବିନାଶୀ ନାଟକ । ଏକଥା ତୁମେମାନେ ଭଲ ଭାବରେ ବୁଝାଇପାରିବ, ଏହି ଡ୍ରାମା ଉଙ୍କୁଣୀ ସଦୃଶ ଧୀରେ ଧୀରେ ଚାଲୁଛି । ସେମାନେ ପୁଣି ଛୋଟ-ଛୋଟ ଡ୍ରାମା କରୁଛନ୍ତି । ନକଲି ଚଳଚିତ୍ର ତିଆରି କରୁଛନ୍ତି । ସେଥିରେ ଅଳ୍ପକିଛି ଭଲ କଥା ଅଛି, ଯେପରି ବିଷ୍ଣୁ ଅବତରଣ ଦେଖାଉଛନ୍ତି । ଏପରି ନୁହେଁ ଯେ, ଉପରୁ କେହି ଓହ୍ଲାଇ ଆସୁଛନ୍ତି । ଲକ୍ଷ୍ମୀ-ନାରାୟଣ ଅଭିନୟ କରିବାକୁ ଆସୁଛନ୍ତି, ବାକି କେହି ଉପରୁ ଆସୁନାହାଁନ୍ତି । ଏବେ ତୁମମାନଙ୍କୁ ବାବା ପଢାଉଛନ୍ତି । ସେଥିପାଇଁ ତୁମେମାନେ ସବୁ ବୁଝିପାରୁଛ । ପୂର୍ବରୁ ତୁମେ ମଧ୍ୟ ତୁଚ୍ଛ ବୁଦ୍ଧି ଥିଲ । ଯେତେବେଳେ ବାବା ବୁଝାଇଲେ ସେତେବେଳେ ତୁମର ଭାଗ୍ୟ ଖୋଲିଗଲା । ଏତେ ସମୟ ଧରି ଯାହା କିଛି ଶୁଣିଥିଲ ତାହା କୌଣସି କାମର ନ ଥିଲା ଆହୁରି ତଳକୁ ଖସିଚାଲିଲ । ସେଥିପାଇଁ ତୁମେ ସମସ୍ତଙ୍କଠାରୁ ଲେଖାଇ ନେଇଛ । ଯେତେବେଳେ ଲେଖିକରି ଦେବେ ସେତେବେଳେ ବୁଝିଯିବ ଯେ, କିଛି ବୁଝିଲେ । ବାହାରୁ ଆସି, ଫର୍ମ ପୂରଣ କରୁଛନ୍ତି ତେଣୁ ଜଣାପଡୁଛି ଆମ କୂଳର ଅଟନ୍ତି । ମୂଳ କଥା ହେଲା ବାବାଙ୍କୁ ଜାଣିବା । ବୁଝିଯାଆନ୍ତୁ ଯେ - ବାସ୍ତବରେ କଳ୍ପ-କଳ୍ପ ବାବା ଆସି ଆମମାନଙ୍କୁ ପାଠ ପଢାଉଛନ୍ତି । ଏକଥା ମଧ୍ୟ ପଚାରିବାକୁ ହେବ - କେବେଠାରୁ ପବିତ୍ର ହୋଇଛ? ତୁରନ୍ତ ସୁଧୁରୁନାହାଁନ୍ତି । ବାରମ୍ବାର ମାୟା ଧରିନେଉଛି । ଦେଖୁଛି - କଞ୍ଚା ଅଛି ତେଣୁ ଗିଳିଦେଉଛି । କେତେକ ମହାରଥୀଙ୍କୁ ମଧ୍ୟ ମାୟା ଗିଳି ଦେଇଛି । ଶାସ୍ତ୍ରରେ ମଧ୍ୟ ବର୍ତ୍ତମାନର ଉଦାହରଣ ରହିଛି । ମନ୍ଦିରରେ ମଧ୍ୟ ଘୋଡାସବାର, ମହାରଥୀ ପଦାତିକ ଆଦି ଦେଖାଇଥାନ୍ତି । ତୁମେ ବର୍ତ୍ତମାନ ନିଜର ସ୍ମୃତିଚିହ୍ନ ଦେଖୁଛ । ଯେତେବେଳେ ତୁମେମାନେ ଜ୍ଞାନବାନ ହୋଇଯିବ ସେତେବେଳେ ଭକ୍ତିରୁ ଆସକ୍ତି ତୁଟିଯିବ । ତୁମେମାନେ କାହା ପାଖରେ ମୁଣ୍ଡ ନୁଆଇଁ ପାରିବ ନାହିଁ । ସେମାନଙ୍କୁ ପଚାର (ଲକ୍ଷ୍ମୀ-ନାରାୟଣ) ଇଏ କୁଆଡେ ଗଲେ? ଏହାଙ୍କର ଜୀବନକାହାଣୀ କୁହ । ବାବା ତୁମକୁ ଜ୍ଞାନବାନ କରାଇଛନ୍ତି ସେଥିପାଇଁ ତୁମେମାନେ ପଚାରୁଛ, ତେଣୁ ନିଶା ରହିବା ଦରକାର । ପାସ୍ ୱିଥ୍ ଅନର ୮ ଜଣ ହେବେ । ଏହା ବହୁତ ବଡ ପରୀକ୍ଷା । ନିଜକୁ ଦେଖିବା ଉଚିତ୍ - ମୋ’ର ଆତ୍ମା ପବିତ୍ର ହୋଇଛି? ଯୋଗଯୁକ୍ତ ହୋଇ ରହିଲେ ବ୍ୟାଟେରୀ ଭରିବ । ବାବାଙ୍କ ସହିତ ଯୋଗ ରହିଲେ ସତ୍ୱପ୍ରଧାନ ହେବ । ତମଃପ୍ରଧାନ ଆତ୍ମା ଘରକୁ ଫେରି ଯାଇପାରିବ ନାହିଁ ।

ଏହା ମଧ୍ୟ ଡ୍ରାମା ଅଟେ । ସେଠାରେ ଦୁଃଖଦାୟୀ କୌଣସି ଜିନିଷ ରହିବ ନାହିଁ । ଗାଈମାନେ ମଧ୍ୟ ସୁନ୍ଦର ହେବେ । କୃଷ୍ଣଙ୍କ ସାଥିରେ କେତେ ସୁନ୍ଦର ଗାଈ ଦେଖାଇଥାନ୍ତି । ବଡ ଲୋକମାନଙ୍କର ଫର୍ଣ୍ଣିଚର ମଧ୍ୟ ସୁନ୍ଦର ହୋଇଥାଏ । ଗାଈ ଭଲ ଦୁଧ ଦେବ, ସେଥିପାଇଁ ତ ଦୁଧର ନଦୀ ବହିବ । ଯାହାକି ଏଠାରେ ନାହିଁ । ଏବେ ତୁମେମାନେ ନଲେଜଫୁଲ ହୋଇଗଲଣି । ଏହି ଦୁନିଆକୁ ତୁମେମାନେ ତୁଚ୍ଛ ବୋଲି ଭାବୁଛ । ଏହାର ସମସ୍ତ ଆବର୍ଜନା ସ୍ୱାହା ହେବ । ସମସ୍ତ ଆବର୍ଜନା ବାହାରି ପୁଣି ସବୁ ସ୍ୱଚ୍ଛ ହୋଇଯିବ । ଆମେ ନିଜ ରାଜଧାନୀକୁ ଯାଉଛୁ । ତାର ନାମ ହେଉଛି ସ୍ୱର୍ଗ । ନାମ ଶୁଣିବା ମାତ୍ରକେ ଖୁସି ଲାଗୁଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ବିଗିଡିଯାଇଥିବା ପୁରୁଣା ଦୁନିଆକୁ ସୁଧାରିବା ପାଇଁ ନିଜକୁ ସୁଧାରିବାକୁ ହେବ, ନିଜର ବୁଦ୍ଧିକୁ ଯୋଗବଳ ଦ୍ୱାରା ସ୍ୱଚ୍ଛ କରିବାକୁ ପଡିବ ।

(୨) ପରସ୍ପର ମଧ୍ୟରେ ରୁହ-ରିହାନ ଅର୍ଥାତ୍ ଜ୍ଞାନର ବାର୍ତ୍ତାଳାପ କରିବା ଉଚିତ୍‌, ବାଦ-ବିବାଦ ନୁହେଁ । ଜ୍ଞାନର ଦାନ ଦେଇ ସମସ୍ତଙ୍କର ଭଣ୍ଡାର ଭରପୁର କରିବାକୁ ହେବ ।

ବରଦାନ:-
ସ୍ୱମାନର ଆସନ ଉପରେ ସ୍ଥିତ ହୋଇ ଶକ୍ତିଗୁଡିକୁ ନିର୍ଦ୍ଦେଶ ଅନୁସାରେ ଚଲାଉଥିବା ବିଶାଳବୁଦ୍ଧି ଭବ ।

ନିଜର ବିଶାଳ ବୁଦ୍ଧି ଦ୍ୱାରା ସର୍ବଶକ୍ତି ରୂପୀ ସେବାଧାରୀଙ୍କୁ ଯଥା ସମୟରେ କାର୍ଯ୍ୟରେ ଲଗାଅ, ଯେଉଁସବୁ ଉପାଧି ଅର୍ଥାତ୍ ସ୍ୱମାନଗୁଡିକ ତୁମକୁ ସ୍ମୟଂ ପରମାତ୍ମାଙ୍କ ଦ୍ୱାରା ପ୍ରାପ୍ତ ହୋଇଛି ତା’ଣ ନିଶାରେ ରୁହ । ଯଦି ସର୍ବଦା ସ୍ୱମାନର ଆସନ ଉପରେ ସ୍ଥିତ ରହିବ ତେବେ ସର୍ବଶକ୍ତିଗୁଡିକ ତୁମର ସେବା କରିବା ପାଇଁ ସର୍ବଦା ହାଜର ରହିଥିବାର ଅନୁଭବ ହେବ ଯେପରିକି ତୁମର ଆଦେଶର ଅପେକ୍ଷାରେ ଅଛନ୍ତି । ତେଣୁ ବରଦାନକୁ ଏବଂ ସମ୍ପତ୍ତି ଗୁଡିକୁ କାର୍ଯ୍ୟରେ ଲଗାଅ । ମାଲିକ ହୋଇ, ଯୋଗଯୁକ୍ତ ହୋଇ ସେବାଧାରୀମାନଙ୍କ ଦ୍ୱାରା ଯୁକ୍ତିଯୁକ୍ତ ସେବା ନିଅ, ତାହାହେଲେ ସର୍ବଦା ସନ୍ତୁଷ୍ଟ ରହିବ । ବାରମ୍ବାର ଅଭିଯୋଗ କରିବାକୁ ପଡିବ ନାହିଁ ।

ସ୍ଲୋଗାନ:-
ଯେ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବିଶେଷ ଭାବରେ ଏହି ସ୍ମୃତି ଜାଗ୍ରତ କର ଯେ ସଫଳତା ମୋ’ ଭଳି ଶ୍ରେଷ୍ଠ ବ୍ରାହ୍ମଣ ଆତ୍ମାର ଜନ୍ମସିଦ୍ଧ ଅଧିକାର ।