01.06.24          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ତୁମେ ସମସ୍ତେ ଆତ୍ମିକ ଦୃଷ୍ଟିରେ ପରସ୍ପର ଭାଇ-ଭାଇ ଅଟ, ତେଣୁ ତୁମମାନଙ୍କ ଭିତରେ ଆତ୍ମିକ ସ୍ନେହ ରହିବା ଦରକାର । ଆତ୍ମାର ସ୍ନେହ ଆତ୍ମା ପ୍ରତି ରହୁ, ଶରୀର ପ୍ରତି ନୁହେଁ ।

ପ୍ରଶ୍ନ:-
ବାବା ନିଜର ଘର ଅର୍ଥାତ୍ ଶାନ୍ତିଧାମ ବିଷୟରେ କେଉଁ ଆଶ୍ଚର୍ଯ୍ୟଜନକ କଥା ଶୁଣାଇଛନ୍ତି?

ଉତ୍ତର:-
ଯେଉଁ ଆତ୍ମାମାନେ ମୋ ଘରକୁ ଆସନ୍ତି ସେମାନେ ନିଜ-ନିଜ ଧର୍ମର ସ୍ୱତନ୍ତ୍ର ବିଭାଗରେ ପୂର୍ବ ନିର୍ଦ୍ଧାରିତ କ୍ରମରେ ସ୍ଥିର ଭାବରେ ରହିଯାଆନ୍ତି, କେବେ ବି ହଲଚଲ ହୁଅନ୍ତି ନାହିଁ । ସେଠାରେ ସବୁ ଧର୍ମର ଆତ୍ମାମାନେ ମୋ ନିକଟରେ ହିଁ ଥାଆନ୍ତି । ସେଠାରୁ ପୁଣି କ୍ରମାନ୍ୱୟରେ ନିଜ ନିଜର ନିର୍ଦ୍ଧିଷ୍ଟ ସମୟରେ ପାର୍ଟ କରିବା ପାଇଁ ଆସନ୍ତି । ଏହି ଆଶ୍ଚର୍ଯ୍ୟଜନକ ଜ୍ଞାନ ସାରା କଳ୍ପରେ କେବଳ ଏହି ସମୟରେ ହିଁ ଥରେ ମାତ୍ର ତୁମକୁ ମିଳୁଛି । ଏହି ଜ୍ଞାନ ମୋ ବ୍ୟତୀତ ଅନ୍ୟ କେହି ବି ଦେଇପାରିବେ ନାହିଁ ।

ଓମ୍ ଶାନ୍ତି ।
ବାବା ପିଲାମାନଙ୍କୁ ବୁଝାଉଛନ୍ତି, ପିଲାମାନେ ମଧ୍ୟ ଏକଥା ଜାଣିଛନ୍ତି ଯେ, ଆମ ଆତ୍ମାମାନଙ୍କୁ ବାବା ବୁଝାଉଛନ୍ତି ଏବଂ ବାବା ମଧ୍ୟ ନିଜକୁ ଆତ୍ମାମାନଙ୍କର ପିତା ବୋଲି କହୁଛନ୍ତି । ଏପରି କେହି କହି ନ ଥାନ୍ତି, ନା କେହି କାହାକୁ ବୁଝାଇଥାନ୍ତି ଯେ ନିଜକୁ ଆତ୍ମା ମନେ କର । ବାବା ହିଁ ଏକଥା ଆତ୍ମାମାନଙ୍କୁ ବୁଝାଉଛନ୍ତି । ଏହି ଜ୍ଞାନର ପ୍ରାରବ୍ଧ ପୁରୁଷାର୍ଥର କ୍ରମାନୁସାରେ ତୁମେ ନୂଆ ଦୁନିଆରେ ପାଇବ । ଏକଥା ମଧ୍ୟ ସମସ୍ତଙ୍କର ମନେ ରହୁନାହିଁ ଯେ ଏହି ଦୁନିଆ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ପରିବର୍ତ୍ତନ କରୁଛନ୍ତି ବାବା । ଏଠାରେ ତ ସମସ୍ତେ ବାବାଙ୍କ ସମ୍ମୁଖରେ ବସିଛନ୍ତି, ଯେତେବେଳେ ଘରକୁ ଯାଇଥାନ୍ତି ସେତେବେଳେ ଦିନ ସାରା ନିଜ ଧନ୍ଦା ଆଦିରେ ଲାଗିଯାଇଥାନ୍ତି । ବାବାଙ୍କର ଶ୍ରୀମତ ହେଲା - ପିଲାମାନେ, ଯେଉଁଠାରେ ବି ରୁହ କିନ୍ତୁ ତୁମେ ମୋତେ ମନେ ପକାଅ । ଯେପରି କନ୍ୟା ଜାଣି ନ ଥାଏ ଯେ ତାକୁ କେଉଁଭଳି ସ୍ୱାମୀ ମିଳିବ । କିନ୍ତୁ ଚିତ୍ର ଦେଖିଲେ ତାର ସ୍ମୃତିରେ ରହିଯାଇଥାଏ । ଯେଉଁଠାରେ ରହିଲେ ମଧ୍ୟ ପରସ୍ପରକୁ ମନେ ପକାଇଥାନ୍ତି, ଯାହାକୁ ଶାରୀରିକ ପ୍ରେମ କୁହାଯାଉଛି । କିନ୍ତୁ ଏହା ହେଲା ଆତ୍ମିକ ପ୍ରେମ । ଆତ୍ମିକ ପ୍ରେମ କାହା ସହିତ? ପିଲାମାନଙ୍କର ଆତ୍ମିକ ପିତାଙ୍କ ସହିତ ଏବଂ ପିଲାମାନଙ୍କର ପିଲାମାନଙ୍କ ସହିତ । ତୁମମାନଙ୍କର ମଧ୍ୟ ପରସ୍ପର ମଧ୍ୟରେ ବହୁତ ସ୍ନେହ ରହିବା ଉଚିତ୍ ଅର୍ଥାତ୍ ଆତ୍ମାମାନଙ୍କର ଆତ୍ମାମାନଙ୍କ ସହିତ ମଧ୍ୟ ସ୍ନେହ ରହିବା ଦରକାର । ଏହି ଶିକ୍ଷା ମଧ୍ୟ ବର୍ତ୍ତମାନ ତୁମମାନଙ୍କୁ ମିଳୁଛି । କିନ୍ତୁ ଦୁନିଆର ମନୁଷ୍ୟମାନଙ୍କୁ ଏ ସମ୍ବନ୍ଧରେ କିଛି ବି ଜଣାନାହିଁ । ତୁମେମାନେ ପରସ୍ପର ଭାଇ-ଭାଇ ତେଣୁ ପରସ୍ପର ମଧ୍ୟରେ ବହୁତ ସ୍ନେହ ରହିବା ଦରକାର, କାହିଁକି ନା ତୁମେମାନେ ଏକମାତ୍ର ବାବାଙ୍କର ସନ୍ତାନ । ଏହାକୁ ହିଁ ଆତ୍ମିକ ପ୍ରେମ ବୋଲି କୁହାଯାଉଛି, ଡ୍ରାମାର ନିଧାର୍ଯ୍ୟ ଅନୁସାରେ କେବଳ ପୁରୁଷୋତ୍ତମ ସଂଗମଯୁଗରେ ହିଁ ଆତ୍ମିକ ପିତା ଆସି ଆତ୍ମିକ ସନ୍ତାନମାନଙ୍କୁ ସମ୍ମୁଖରେ ବୁଝାଉଛନ୍ତି । ପିଲାମାନେ ମଧ୍ୟ ଜାଣିଛନ୍ତି ଯେ, ବାବା ଏଠାକୁ ଆସିଛନ୍ତି, ଆମମାନଙ୍କୁ ଫୁଲ ସଦୃଶ ପବିତ୍ର, ପତିତରୁ ପାବନ କରି ସାଥୀରେ ନେଇଯିବେ । ଏପରି ନୁହେଁ ଯେ, କେହି ହାତରେ ଧରି ନେଇଯିବେ । ସବୁ ଆତ୍ମାମାନେ ଏଭଳି ଉଡିବେ ଯେପରି ପଙ୍ଗପାଳ ଆକାଶରେ ଉଡନ୍ତି ସେମାନଙ୍କର ମଧ୍ୟ ଗାଇଡ୍ ରହିଥାନ୍ତି । ମୁଖ୍ୟ ଗାଇଡ୍ ସହିତ ଆଉ କେତେଜଣ ସହଯୋଗୀ ମଧ୍ୟ ଥାନ୍ତି ଯେଉଁମାନେ କି ଆଗରେ ରହିଥାନ୍ତି ସେମାନଙ୍କର ପୁରା ସଂଗଠନ ଯେତେବେଳେ ଏକତ୍ରିତ ଭାବରେ ଉଡନ୍ତି ସେତେବେଳେ ବହୁତ ଶବ୍ଦ ହୋଇଥାଏ ଏବଂ ସୂର୍ଯ୍ୟଙ୍କର କିରଣକୁ ମଧ୍ୟ ଢାଙ୍କି ଦେଇଥାନ୍ତି କାରଣ ସେମାନଙ୍କର ସଂଖ୍ୟା ବହୁତ ଥାଏ । ତୁମ ଆତ୍ମାମାନଙ୍କର ମଧ୍ୟ ଏହା କେତେ ବଡ ଅଗଣିତ ଦଳ । ତୁମେ ଏହାର ଗଣନା କେବେ କରିପାରିବ ନାହିଁ । ଏଠାରେ ମଧ୍ୟ ତୁମେ ମନୁଷ୍ୟମାନଙ୍କର ଗଣନା କରିପାରିବ ନାହିଁ । ଯଦିଓ ଜନସଂଖ୍ୟା କେତେ ବାହାର କରୁଛନ୍ତି କିନ୍ତୁ ସଠିକ୍ ରୂପେ ବାହାର କରିପାରୁ ନାହାଁନ୍ତି । କେତେ ଆତ୍ମା ଅଛନ୍ତି, ଏହାର ହିସାବ କେବେ ବାହାର କରିପାରିବ ନାହିଁ । କେବଳ ଅନୁମାନ କରାଯାଉଛି ଯେ, ସତ୍ୟଯୁଗରେ ଏତେ ମନୁଷ୍ୟ ହେବେ କାହିଁକି ନା ସେହି ସମୟରେ କେବଳ ଭାରତ ହିଁ ରହିବ । ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ, ଆମେ ବିଶ୍ୱର ମାଲିକ ହେଉଛୁ । ଆତ୍ମା ଯେତେବେଳେ ଶରୀର ଭିତରେ ରହୁଛି ତାକୁ ଜୀବାତ୍ମା କୁହାଯାଉଛି । ତେଣୁ ଉଭୟ ଏକାଠି ସୁଖ ଅଥବା ଦୁଃଖ ଭୋଗ କରୁଛନ୍ତି । ଏହିଭଳି ବହୁତ ଲୋକ ଭାବୁଛନ୍ତି ଯେ, ଆତ୍ମା ହିଁ ପରମାତ୍ମା ଅଟନ୍ତି । ସିଏ କେବେ ଦୁଃଖ ଭୋଗ କରୁନାହାଁନ୍ତି, ନିର୍ଲେପ ଅଟନ୍ତି । ବହୁତ ସନ୍ତାନ ଏହି କଥାରେ ଦ୍ୱନ୍ଦ୍ୱରେ ପଡୁଛନ୍ତି ଯେ, ଆମେ ନିଜକୁ ତ ଆତ୍ମା ନିଶ୍ଚୟ କରିବୁ କିନ୍ତୁ ବାବାଙ୍କୁ କେଉଁଠି ମନେ ପକାଇବୁ? ଏ କଥା ତୁମେମାନେ ଜାଣିଛ ଯେ ବାବା ପରମଧାମର ନିବାସୀ ଅଟନ୍ତି । ବାବା ନିଜେ ନିଜର ପରିଚୟ ଦେଉଛନ୍ତି । ଚାଲିବା-ବୁଲିବା ସମୟରେ କେଉଁଠାରେ ବି ତୁମେ ବାବାଙ୍କୁ ମନେପକାଇପାରିବ । ବାବା ପରମଧାମରେ ରହିଥାନ୍ତି । ତୁମମାନଙ୍କ ଆତ୍ମା ମଧ୍ୟ ସେହିଠାରେ ରହିଥାଏ ଏଠାକୁ କେବଳ ଅଭିନୟ କରିବା ପାଇଁ ଆସିଥାଏ । ଏହି ଜ୍ଞାନ ମଧ୍ୟ ତୁମକୁ ବର୍ତ୍ତମାନ ମିଳୁଛି ।

ଯେତେବେଳେ ତୁମେ ଦେବତା ହେବ ସେତେବେଳେ ତୁମର ଏ କଥା ମନେ ରହିବ ନାହିଁ ଯେ ଅମୁକ-ଅମୁକ ଧର୍ମର ଆତ୍ମାମାନେ ଉପରେ ଅଛନ୍ତି । ଉପରୁ ଆସି ଏଠାରେ ଶରୀର ଧାରଣ କରି ଅଭିନୟ କରୁଛନ୍ତି, ଏହି ଚିନ୍ତନ ସେଠାରେ ଚାଲିବ ନାହିଁ । ଆଗରୁ ଏକଥା ଜାଣି ନ ଥିଲେ ଯେ, ବାବା ମଧ୍ୟ ପରମଧାମରେ ରହିଥାନ୍ତି, ସେଠାରୁ ଏଠାକୁ ଆସି ଶରୀରରେ ପ୍ରବେଶ କରୁଛନ୍ତି । ତେବେ ସିଏ କେଉଁ ଶରୀରରେ ପ୍ରବେଶ କରୁଛନ୍ତି । ତାଙ୍କର ଠିକଣା ବତାଉଛନ୍ତି । ତୁମେ ଯଦି ଲେଖିବ ଯେ, ଶିବବାବା କ୍ୟାରଫ୍ ପରମଧାମ, ତେବେ ପରମଧାମକୁ ତ ଚିଠି ଯାଇପାରିବ ନାହିଁ । ସେଥିପାଇଁ ଲେଖୁଛନ୍ତି ଶିବବାବା କ୍ୟାରଫ୍ ବ୍ରହ୍ମା । ପୁଣି ତୁମେ ଏଠାକାର ଠିକଣା ଲେଖୁଛ କାହିଁକି ନା ତୁମେ ଜାଣିଛ ବାବା ଏଠାକୁ ଆସି ଏହି ରଥରେ ପ୍ରବେଶ କରୁଛନ୍ତି । ଏମିତି ତ ସମସ୍ତ ଆତ୍ମାମାନେ ମଧ୍ୟ ପରମଧାମ ନିବାସୀ ଅଟନ୍ତି, ତୁମେ ସମସ୍ତେ ପରସ୍ପର ଭାଇ-ଭାଇ ଅଟ । ସର୍ବଦା ଏହି କଥା ଭାବ ଯେ ଇଏ ଆତ୍ମା, ଏହାଙ୍କର ନାମ ଅମୁକ । ଆତ୍ମାକୁ ଦେଖି ମଧ୍ୟ ମନୁଷ୍ୟ ଦେହ-ଅଭିମାନରେ ଆସିଯାଉଛନ୍ତି । ବାବା ଆସି ଆମକୁ ଦେହୀ-ଅଭିମାନୀ କରୁଛନ୍ତି । ବାବା କହୁଛନ୍ତି ତୁମେ ନିଜକୁ ଆତ୍ମା ମନେ କର ଏବଂ ମୋତେ ମନେ ପକାଅ । ବାବା ଏବେ ବୁଝାଉଛନ୍ତି ଯେ, ମୁଁ ଏଠାକୁ ଆସି ପିଲାମାନଙ୍କୁ ଜ୍ଞାନ ମଧ୍ୟ ଦେଉଛି । ମୁଁ ପୁରୁଣା କର୍ମେନ୍ଦ୍ରିୟର ଆଧାର ନେଇଛି, ଯେଉଁଥିରେ ଏହି ମୁଖ ହିଁ ମୁଖ୍ୟ ଅଟେ । ଯଦିଓ ଆଖି ମଧ୍ୟ ଅଛି କିନ୍ତୁ ମୁଖ ଦ୍ୱାରା ଜ୍ଞାନ ଅମୃତ ମିଳିଥାଏ । ସେଥିପାଇଁ ଗଉ ମୁଖ କହିଥାନ୍ତି ଅର୍ଥାତ୍ ଏହା ମାତାଙ୍କର ମୁଖ ଅଟେ । ବଡ ମାଆଙ୍କ ଦ୍ୱାରା ତୁମକୁ ପୋଷ୍ୟ କରୁଛନ୍ତି, କିଏ? ଶିବବାବା, ସିଏ ଏଠାରେ ଅଛନ୍ତି ନା । ଏହି ସମସ୍ତ ଜ୍ଞାନ ବୁଦ୍ଧିରେ ରହିବା ଦରକାର ଯେ, ମୁଁ ତୁମକୁ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରୁଛି, ତେଣୁ ଇଏ ମାତା ହୋଇଗଲେ । ଗାୟନ ରହିଛି - ତୁମେ ମାତା-ପିତା ଆମେ ତୁମର ବାଳକ । ତେଣୁ ଇଏ ହେଉଛନ୍ତି ସବୁ ଆତ୍ମାମାନଙ୍କର ପିତା, ତାଙ୍କୁ ମାତା ବୋଲି କୁହାଯିବ ନାହିଁ । ସିଏ ତ ପିତା ଅଟନ୍ତି । ବାବାଙ୍କଠାରୁ ବର୍ସା ମିଳୁଛି ପୁଣି ଆମର ମାତା ମଧ୍ୟ ଆବଶ୍ୟକ । ସିଏ ଏଠାକୁ ଆସୁଛନ୍ତି । ଏବେ ତୁମେ ଜାଣୁଛ ବାବା ଉପରେ ରହୁଛନ୍ତି । ଆମେ ଆତ୍ମାମାନେ ମଧ୍ୟ ଉପରେ ରହିଥାଉ । ପୁଣି ଏଠାକୁ ଅଭିନୟ କରିବା ପାଇଁ ଆସୁଛୁ । ଦୁନିଆର ମନୁଷ୍ୟମାନେ ଏକଥା କିଛି ବି ଜାଣିନାହାଁନ୍ତି । ସେମାନେ ତ ଗୋଡି, ମାଟି ଚାରିଆଡେ ଭଗବାନ ଅଛନ୍ତି ବୋଲି କହିଦେଉଛନ୍ତି । ତେବେ ତ ଅଗଣିତ ଭଗବାନ ହୋଇଯିବେ । ଏହାକୁ ହିଁ ଘୋର ଅନ୍ଧକାର କୁହାଯାଉଛି । ଗାୟନ ମଧ୍ୟ ରହିଛି ଜ୍ଞାନ ସୂର୍ଯ୍ୟ ପ୍ରକଟ ହେଲେ, ଅଜ୍ଞାନ ଅନ୍ଧକାରର ବିନାଶ ହେଲା । ବର୍ତ୍ତମାନ ତୁମ ପାଖରେ ଜ୍ଞାନ ଅଛି - ଏହା ହେଉଛି ରାବଣ ରାଜ୍ୟ, ଯେଉଁ କାରଣରୁ ଅନ୍ଧକାର ହୋଇଛି । ସେଠାରେ ତ ରାବଣରାଜ୍ୟ ରହିବ ନାହିଁ ସେଥିପାଇଁ କୌଣସି ପ୍ରକାରର ବିକାର ରହିବ ନାହିଁ, ଦେହ-ଅଭିମାନ ମଧ୍ୟ ରହିବ ନାହିଁ । ସେଠାରେ ସମସ୍ତେ ଆତ୍ମ-ଅଭିମାନୀ ରହିଥାନ୍ତି । ଆତ୍ମାରେ ଜ୍ଞାନ ଥାଏ - ଏବେ ମୁଁ ଛୋଟ-ପିଲା ଅଛି, ପୁଣି ଯବାନ ହେଉଛି, ଏବେ ଶରୀର ବୃଦ୍ଧ ହୋଇଗଲା । ଏବେ ଏହି ଶରୀରକୁ ଛାଡି ଅନ୍ୟ ଏକ ଶରୀର ନେବାକୁ ହେବ । ସେଠାରେ ଏଭଳି କେହି କହିବେ ନାହିଁ ଯେ, ଅମୁକ ମରିଗଲା, ତାହା ତ ଅମରଲୋକ ଅଟେ । ଖୁସି ଖୁସିରେ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଇଥାନ୍ତି । ଏବେ ଆୟୁଷ ଶେଷ ହେଲା, ଏହାକୁ ଛାଡି ନୂଆ ନେବାକୁ ହେବ । ସେଥିପାଇଁ ସନ୍ନ୍ୟାସୀମାନେ ସର୍ପର ଉଦାହରଣ ଦେଇଥାନ୍ତି । ବାସ୍ତବରେ ବାବାଙ୍କର ହିଁ ଉଦାହରଣ ଦିଆଯାଇଛି । ତାକୁ ପୁଣି ସନ୍ନ୍ୟାସୀମାନେ ଧାରଣ କରୁଛନ୍ତି । ସେଥିପାଇଁ ବାବା କହୁଛନ୍ତି ମୁଁ ତୁମକୁ ଯେଉଁ ଜ୍ଞାନ ଦେଉଛି, ତାହା ପ୍ରାୟଃ ଲୋପ ପାଇଯାଉଛି । ତେବେ ଶାସ୍ତ୍ର ପୁରାଣରେ ବାବାଙ୍କର ଜ୍ଞାନ ମଧ୍ୟ ରହିଛି ଏବଂ ମନ୍ଦିରରେ ଦେବତାମାନଙ୍କ ମୂର୍ତ୍ତି ମଧ୍ୟ ଅଛି କିନ୍ତୁ ସେଥିରେ ଜ୍ଞାନର ମାତ୍ରା ଯେପରି ଅଟାରେ ଥିବା ଲୁଣ ପରିମାଣର ରହିଛି । ତେଣୁ ବାବା ବସି ଏହାର ଅର୍ଥକୁ ବୁଝାଉଛନ୍ତି - ଯେପରି ସର୍ପ ପୁରୁଣା କାତି ଛାଡି ନୂଆ ନେଇଥାଏ । ତା ପାଇଁ ଏଭଳି କୁହାଯିବ ନାହିଁ ଯେ ଯେପରି ଶରୀର ଛାଡି ଅନ୍ୟ ଏକ ଶରୀରରେ ପ୍ରବେଶ କରୁଛି । ନାଁ । ଚମଡା ବଦଳାଇବାର ଉଦାହରଣ ଏକମାତ୍ର ସର୍ପର ରହିଛି । ଏହି ଚମଡା ଦେଖା ମଧ୍ୟ ଯାଇଥାଏ । ଯେପରି ବସ୍ତ୍ର ବଦଳାଯାଇଥାଏ ସେହିପରି ସର୍ପକାତି ତ୍ୟାଗ କରିଥାଏ ପୁଣି ତାକୁ ଅନ୍ୟ ଏକ ମିଳିଯାଇଥାଏ । ସର୍ପ ତ ବଞ୍ଚି ରହିଥାଏ ଏପରି ବି ନୁହେଁ ଯେ ଅମର ରହିଥାଏ । ୨-୩ଟି କାତି ପରିବର୍ତ୍ତନ କରି ପୁଣି ମରିଯାଏ । ସତ୍ୟଯୁଗରେ ମଧ୍ୟ ତୁମେ ଠିକ୍ ସମୟରେ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେବ । ଜାଣିବ ଯେ, ଏବେ ଆମକୁ ଗର୍ଭକୁ ଯିବାକୁ ହେବ । ସେଠାରେ ତ ଯୋଗବଳର କଥା । ଯୋଗବଳ ଦ୍ୱାରା ତୁମେ ଜନ୍ମ ନେବ, ସେଥିପାଇଁ ଦେବତାମାନଙ୍କୁ ଅମର କୁହାଯାଉଛି । ଆତ୍ମା କହିବ ଏବେ ମୁଁ ବୁଢା ହୋଇଗଲଣି, ଏହି ଶରୀର ମୋର ପୁରୁଣା ହୋଇଗଲାଣି । ସେଠାରେ ସାକ୍ଷାତ୍‌କାର ମଧ୍ୟ ହୋଇଥାଏ । ଏବେ ମୁଁ ଯାଇ ଛୋଟ ପିଲା ହୋଇ ଜନ୍ମ ନେବି । ତେଣୁ ସ୍ୱତଃ ଆତ୍ମା ଶରୀର ଛାଡି ଯାଇ ଛୋଟ ପିଲା ଶରୀରରେ ପ୍ରବେଶ କରିଥାଏ । ସେହି ଗର୍ଭକୁ ଜେଲ ନୁହେଁ, ମହଲ କୁହାଯାଇଥାଏ । ସେଠାରେ କୌଣସି ପାପ କର୍ମ ହୁଏ ନାହିଁ । ଯାହାର ଦଣ୍ଡ ଭୋଗ କରିବାକୁ ପଡିବ । ଗର୍ଭ ମହଲରେ ଆରାମରେ ରହିଥାନ୍ତି । ସେଠାରେ ଦୁଃଖର କୌଣସି କଥା ରହିବ ନାହିଁ, ନା କୌଣସି ବିକାରୀ ଖାଦ୍ୟ ଖୁଆଇଥାନ୍ତି, ଯାହାଦ୍ୱାରା ରୋଗରେ ପଡନ୍ତି ।

ଏବେ ବାବା କହୁଛନ୍ତି - ସନ୍ତାନମାନେ, ତୁମକୁ ନିର୍ବାଣଧାମକୁ ଯିବାକୁ ହେବ । ଏହି ଦୁନିଆ ପରିବର୍ତ୍ତନ ହେବ । ପୁରୁଣାରୁ ପୁଣି ନୂଆ ହେବ । ପ୍ରତ୍ୟେକ ଜିନିଷ ବଦଳିବ । ବୃକ୍ଷରୁ ବୀଜ ବାହାରିଥାଏ । ସତ୍ୟଯୁଗରେ ଯୋଗବଳ ଦ୍ୱାରା ଗୋଟିଏ ସନ୍ତାନ ଜନ୍ମ ହେବ । ଏଠାରେ ବିକାର ଦ୍ୱାରା ୪-୫ଟି ପିଲା ଜନ୍ମ କରୁଛନ୍ତି । ସତ୍ୟଯୁଗ ଏବଂ କଳିଯୁଗ ମଧ୍ୟରେ ବହୁତ ଅନ୍ତର ରହିଛି ଯାହାକି ବାବା ବୁଝାଉଛନ୍ତି । ନୂଆ ଦୁନିଆ ପୁଣି ପୁରୁଣା କିପରି ହେଉଛି, ସେଠାରେ ଆତ୍ମା କିପରି ୮୪ ଜନ୍ମ ନେଉଛି ଏକଥା ମଧ୍ୟ ବୁଝାଯାଉଛି । ପ୍ରତ୍ୟେକ ଆତ୍ମା ନିଜ ନିଜର ଅଭିନୟ କରି ପୁଣି ସେଠାକୁ ଯିବେ ସେଠାରେ ନିଜ-ନିଜର ସ୍ଥାନରେ ଯାଇ ରହିବେ । ସ୍ଥାନ ପରିବର୍ତ୍ତନ ହୋଇପାରିବ ନାହିଁ । ନିଜ-ନିଜର ଧର୍ମରେ ନିଜର ସ୍ଥାନରେ କ୍ରମାନୁସାରେ ଯାଇ ରହିବେ, ପୁଣି କ୍ରମାନୁସାରେ ତଳକୁ ଆସିବେ, ସେଥିପାଇଁ ବ୍ରହ୍ମଲୋକର ଛୋଟ-ଛୋଟ ମଡେଲ ତିଆରି କରି ରଖୁଛନ୍ତି । ସବୁ ଧର୍ମର ନିଜ-ନିଜର ବିଭାଗ ରହିଛି । ଦେବୀ-ଦେବତା ହେଉଛି ପ୍ରଥମ ଧର୍ମ, ତାପରେ ପୁଣି ଅନ୍ୟଧର୍ମମାନେ କ୍ରମାନୁସାରେ ଆସୁଛନ୍ତି । ସେଠାରେ ସମସ୍ତ ଧର୍ମର ଆତ୍ମାମାନେ କ୍ରମାନୁସାରେ ହିଁ ଯାଇ ରହିବେ । ତୁମେମାନେ ମଧ୍ୟ କ୍ରମାନୁସାରେ ପାସ୍ ହେଉଛ ଏବଂ ସେହି ନମ୍ବର ଆଧାରରେ ନିଜର ସ୍ଥାନ ନେଉଛ । ବାବାଙ୍କର ଏହି ପାଠପଢା କଳ୍ପରେ କେବଳ ଥରେ ମାତ୍ର ହେଉଛି । ତୁମ ଆତ୍ମାମାନଙ୍କର ବଂଶାବଳୀ କେତେ ଛୋଟ । ଯେପରି ତୁମର ଏଠାରେ କେତେ ବଡ ବଂଶାବଳୀ ରହିଛି । ତୁମେମାନେ ଦିବ୍ୟଦୃଷ୍ଟି ଦ୍ୱାରା ଦେଖି ପୁଣି ଏଠାରେ ବସି ଚିତ୍ର ଆଦି ତିଆରି କରୁଛ । ଆତ୍ମା କେତେ ଛୋଟ, ଶରୀର କେତେ ବଡ । ସବୁ ଆତ୍ମାମାନେ ସେଠାରେ ଯାଇ ରହିବେ । ବହୁତ କମ୍ ସ୍ଥାନରେ ଖୁବ୍ ପାଖାପାଖି ହୋଇ ରହିବେ । ଏଠାରେ ମନୁଷ୍ୟମାନଙ୍କର କେତେ ବଡ ବଂଶାବଳୀ ରହିଛି । ମନୁଷ୍ୟମାନଙ୍କୁ ତ ସ୍ଥାନ ଦରକାର - ଚାଲିବା, ବୁଲିବା, ଖେଳିବା, ପଢିବା, ଚାକିରୀ କରିବା ପାଇଁ । ସବୁ କିଛି କରିବା ପାଇଁ ସ୍ଥାନ ଦରକାର । ନିରାକାରୀ ଦୁନିଆରେ ଆତ୍ମାମାନଙ୍କର ସ୍ଥାନ ବହୁତ ଛୋଟ ହେବ ସେଥିପାଇଁ ଏହା ଚିତ୍ରରେ ମଧ୍ୟ ଦେଖାଇଛନ୍ତି । ଏହା ପୂର୍ବ-ପ୍ରସ୍ତୁତ ନାଟକ ପୁଣି ଶରୀର ଛାଡି ସେଠାକୁ ଯିବାକୁ ହେବ । ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ସେଠାରେ କିପରି ରହୁଛୁ ପୁଣି ଅନ୍ୟ ଧର୍ମର ଆତ୍ମାମାନେ କିପରି ରହୁଛନ୍ତି, ପୁଣି କିପରି କ୍ରମାନୁସାରେ ଅଲଗା-ଅଲଗା ହେଉଛନ୍ତି । ଏ ସବୁ କଥା ତୁମକୁ କଳ୍ପ-କଳ୍ପ ଏକମାତ୍ର ବାବା ହିଁ ଆସି ଶୁଣାଉଛନ୍ତି, ବାକି ସବୁ ହେଉଛି ଲୌକିକ ପାଠପଢା । ଯାହାକୁ ଆତ୍ମିକ ପାଠ ବୋଲି କୁହାଯାଇପାରିବ ନାହିଁ । ଏବେ ତୁମେ ଜାଣୁଛ ଯେ, ଆମେ ଆତ୍ମା, ଆଇ ଅର୍ଥାତ୍ ଆତ୍ମା, ମାଇଁ ଅର୍ଥାତ୍ ଏହା ମୋର ଶରୀର । ମନୁଷ୍ୟମାନେ ଏହି କଥାକୁ ଜାଣିନାହାଁନ୍ତି । ସେମାନଙ୍କର ତ ସର୍ବଦା ଦୈହିକ ସମ୍ବନ୍ଧ ରହିଥାଏ । ସତ୍ୟଯୁଗରେ ମଧ୍ୟ ଦୈହିକ ସମ୍ବନ୍ଧ ହେବ, କିନ୍ତୁ ସେଠାରେ ତୁମେ ଆତ୍ମ-ଅଭିମାନୀ ରହିବ । ତୁମେମାନେ ଜାଣିବ ଯେ, ଏହା ମୋର ଆତ୍ମା, ମୋର ଶରୀର ଏବେ ବୃଦ୍ଧ ହେଲା । ସେଥିପାଇଁ ଆମେ ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଉଛୁ । ଏଥିରେ ଦ୍ୱନ୍ଦ୍ୱର କୌଣସି କଥା ନାହିଁ । ତୁମମାନଙ୍କୁ ବାବାଙ୍କଠାରୁ ରାଜତ୍ୱ ନେବାକୁ ହେବ । ତେବେ ନିଶ୍ଚିତ ଭାବରେ ଇଏ ଅବିନାଶୀ ପିତା ଅଟନ୍ତି ନା । ମନୁଷ୍ୟମାନେ ଯେତେବେଳ ପର୍ଯ୍ୟନ୍ତ ଜ୍ଞାନକୁ ସଂପୂର୍ଣ୍ଣ ରୂପେ ନ ବୁଝିଛନ୍ତି, ସେତେବେଳ ପର୍ଯ୍ୟନ୍ତ ଅନେକ ପ୍ରଶ୍ନ ପଚାରିଥାନ୍ତି । ଏହି ଜ୍ଞାନ ତୁମ ବ୍ରାହ୍ମଣମାନଙ୍କ ପାଇଁ ଉଦ୍ଧିଷ୍ଟ । ବାସ୍ତବରେ ତୁମ ବ୍ରାହ୍ମଣମାନଙ୍କର ମନ୍ଦିର ମଧ୍ୟ ଆଜମେରରେ ଅଛି । ଗୋଟିଏ ହେଲେ ପୁଷ୍କରଣୀ ଏବଂ ଅନ୍ୟଟି ସାରସିଦ୍ଧ । ଆଜମେରକୁ ବ୍ରହ୍ମାଙ୍କର ମନ୍ଦିର ଦେଖିବା ପାଇଁ ଯାଇଥାନ୍ତି । ସେଠାରେ ବ୍ରହ୍ମା ବସିଛନ୍ତି, ତାଙ୍କର ଦାଢି ଆଦି ଥିବାର ଦେଖାଇଛନ୍ତି । ତାଙ୍କୁ ମନୁଷ୍ୟ ରୂପରେ ଦେଖାଇଛନ୍ତି । ତୁମେ ବ୍ରାହ୍ମଣ ମଧ୍ୟ ମନୁଷ୍ୟ ରୂପରେ ଅଛ । ବ୍ରାହ୍ମଣଙ୍କୁ ଦେବତା କୁହାଯିବ ନାହିଁ । ତୁମେମାନେ ହିଁ ସଚ୍ଚା-ସଚ୍ଚା ବ୍ରାହ୍ମଣ, ବ୍ରହ୍ମାଙ୍କର ସନ୍ତାନ ଅଟ । ସେମାନେ କୌଣସି ବ୍ରହ୍ମାଙ୍କର ସନ୍ତାନ ନୁହଁନ୍ତି, ଯେଉଁମାନେ ପଛରେ ଆସୁଛନ୍ତି ସେମାନେ ଏହି କଥାକୁ ଜାଣିପାରିବେ ନାହିଁ । ଏହା ତୁମର ବିରାଟ ରୂପ ଅଟେ । ଏକଥା ବୁଦ୍ଧିରେ ମନେ ରହିବା ଦରକାର । ଏହି ଜ୍ଞାନକୁ ତୁମେମାନେ କାହାକୁ ହେଲେ ବି ଭଲ ଭାବରେ ବୁଝାଇପାରିବ । ଆମେ ଆତ୍ମା, ବାବାଙ୍କର ସନ୍ତାନ, ଏହାକୁ ଯଥାର୍ଥ ରୀତି ବୁଝିବା ଦରକାର ଏବଂ ନିଶ୍ଚୟ ପକ୍କା-ପକ୍କା ରହିବା ଦରକାର । ଏହା ତ ଯଥାର୍ଥ କଥା ଅଟେ, ସବୁ ଆତ୍ମାମାନଙ୍କର ପିତା ଏକମାତ୍ର ପରମାତ୍ମା ଅଟନ୍ତି, ଯାହାଙ୍କୁ ସମସ୍ତେ ତାଙ୍କୁ ମନେ ପକାଉଛନ୍ତି । ହେ ଭଗବାନ ବୋଲି ମନୁଷ୍ୟମାନଙ୍କ ମୁଖରୁ ନିଶ୍ଚିତ ଭାବରେ ବାହାରିଥାଏ । କିନ୍ତୁ ପରମାତ୍ମା କିଏ - ଏ କଥା କେହି ବି ଜାଣିନାହାଁନ୍ତି, ଯେପର୍ଯ୍ୟନ୍ତ ବାବା ଆସି ନ ବୁଝାଇଛନ୍ତି । ବାବା ବୁଝାଉଛନ୍ତି - ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ । କିନ୍ତୁ ଏମାନେ ମଧ୍ୟ ଜାଣି ନ ଥିଲେ ତେବେ ଋଷି-ମୁନିମାନେ ପୁଣି କିପରି ଜାଣିବେ! ଏବେ ତୁମେମାନେ ବାବାଙ୍କ ଦ୍ୱାରା ସବୁ କିଛି ଜାଣୁଛ । ତୁମେମାନେ ଆସ୍ତିକ ଅଟ, କାହିଁକି ନା ତୁମେ ରଚୟିତା ଏବଂ ରଚନାର ଆଦି, ମଧ୍ୟ, ଅନ୍ତକୁ ଜାଣିଛ । କେହି କେହି ଭଲ ଭାବରେ ଜାଣିଛନ୍ତି କେହି ପୁଣି କମ୍ ଜାଣିଛନ୍ତି । ବାବା ସମ୍ମୁଖରେ ଆସି ପାଠ ପଢାଉଛନ୍ତି ପୁଣି କେହି ଭଲ ଭାବରେ ଧାରଣ କରୁଛନ୍ତି, କେହି କମ୍ ଧାରଣ କରୁଛନ୍ତି । ଏହି ପାଠପଢା ବିଲ୍‌କୁଲ୍ ସାଧାରଣ ଏବଂ ବହୁତ ବଡ ମଧ୍ୟ ଅଟେ । ବାବାଙ୍କ ପାଖରେ ଏତେ ଜ୍ଞାନ ଅଛି ଯେ ସାଗରକୁ କାଳି କଲେ ମଧ୍ୟ ଏହାର ଅନ୍ତ ପାଇପାରିବ ନାହିଁ । ବାବା ତୁମକୁ ସହଜ କରି ବୁଝାଉଛନ୍ତି । ତେଣୁ ତୁମକୁ ବାବାଙ୍କୁ ଜାଣି, ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ । ବାସ୍‌

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସଦାସର୍ବଦା ବାବାଙ୍କର ସ୍ମୃତିକୁ ସହଜରେ ସ୍ଥାୟୀ ଭାବରେ ରଖିବା ପାଇଁ ଚାଲିବା ବୁଲିବା ସମୟରେ ଏହି କଥା ଚିନ୍ତନ କର ଯେ ମୁଁ ପରମଧାମ ନିବାସୀ ଆତ୍ମା ଏଠାକୁ ଅଭିନୟ କରିବା ପାଇଁ ଆସିଛି । ବାବା ମଧ୍ୟ ପରମଧାମରେ ରହୁଛନ୍ତି । ସେ ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି ।

(୨) ଯେପରି ଆତ୍ମିକ ପିତାଙ୍କ ସହିତ ଆତ୍ମାର ସ୍ନେହ ରହିଛି ସେହିପରି ପରସ୍ପର ଭିତରେ ମଧ୍ୟ ଆତ୍ମିକ ସ୍ନେହର ସହିତ ରହିବାକୁ ହେବ । ଆତ୍ମାର ଆତ୍ମା ସହିତ ସ୍ନେହ ରହୁ କିନ୍ତୁ ଶରୀର ସହିତ ନୁହେଁ । ଆତ୍ମ-ଅଭିମାନୀ ହେବାର ପୁରା ପୁରା ଅଭ୍ୟାସ କରିବାକୁ ହେବ ।

ବରଦାନ:-
ବିନାଶୀ କାମନା ଗୁଡିକଠାରୁ ମୁକ୍ତ ହୋଇ ସବୁ ପ୍ରକାରର ପ୍ରଶ୍ନଠାରୁ ଉର୍ଦ୍ଧ୍ୱରେ ରହୁଥିବା ସଦା ପ୍ରସନ୍ନଚିତ୍ତ ଆତ୍ମା ହୁଅ ।

ଯେଉଁ ପିଲାମାନେ ବିନାଶୀ କାମନା ଗୁଡିକଠାରୁ ମୁକ୍ତ ରହିଥାଆନ୍ତି ସେମାନଙ୍କ ଚେହେରାରେ ପ୍ରସନ୍ନତାର ଝଲକ ଦେଖାଯାଇଥାଏ । ପ୍ରସନ୍ନଚିତ୍ତ ଆତ୍ମାମାନେ କୌଣସି ବି କଥାରେ ପ୍ରଶ୍ନଚିତ୍ତ ହୁଅନ୍ତି ନାହିଁ । ସେମାନେ ସର୍ବଦା ନିଃସ୍ୱାର୍ଥୀ ହୋଇଥାଆନ୍ତି ଏବଂ ସମସ୍ତଙ୍କୁ ସର୍ବଦା ନିର୍ଦ୍ଦୋଷ ଅନୁଭବ କରିଥାଆନ୍ତି । ନିଜର ଦୋଷକୁ ଅନ୍ୟ କାହା ଉପରେ ଲଦି ଦିଅନ୍ତି ନାହିଁ, ଚାହେଁ ଯେକୌଣସି ପ୍ରକାରର ପରିସ୍ଥିତି ଆସିଯାଉ ବା କେହି ହିସାବ-କିତାବଚୁକ୍ତ କରିବାବାଲା ଆତ୍ମା ସାମନାକୁ ଆସିଯାଉ ବା ଶରୀରର କର୍ମ ଭୋଗ ମଧ୍ୟ ସାମନା କରିବା ପାଇଁ ଆସିଯାଉ କିନ୍ତୁ ନିଜର ସନ୍ତୁଷ୍ଟ ରହିବାର ସ୍ୱଭାବ କାରଣରୁ ସେମାନେ ସର୍ବଦା ପ୍ରସନ୍ନଚିତ୍ତ ରହିଥାଆନ୍ତି ।

ସ୍ଲୋଗାନ:-
ସାବଧାନତାପୂର୍ବକ ବ୍ୟର୍ଥର ଚେକିଙ୍ଗ୍ କର, ବେପରୁଆ ଭାବରେ ନୁହେଁ ।