01.08.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମେ
ସନ୍ତାନମାନେ ହିଁ ହେଉଛ ବାବାଙ୍କର ପ୍ରିୟ, ବାବା ତୁମମାନଙ୍କୁ ହିଁ ସୁଧାରିବା ପାଇଁ ଶ୍ରୀମତ
ଦେଉଛନ୍ତି, ତେଣୁ ସର୍ବଦା ଈଶ୍ୱରୀୟ ମତରେ ଚାଲି ନିଜକୁ ପବିତ୍ର କର ।”
ପ୍ରଶ୍ନ:-
ବିଶ୍ୱରେ
ଶାନ୍ତିର ସ୍ଥାପନା କେବେ ଏବଂ କେଉଁ ବିଧିରେ ହେଉଛି?
ଉତ୍ତର:-
ତୁମେ ଜାଣିଛ ଯେ ବିଶ୍ୱରେ ଶାନ୍ତି ତ ମହାଭାରତ ଲଢେଇ ପରେ ହିଁ ହୋଇଥାଏ, କିନ୍ତୁ ସେଥିପାଇଁ ତୁମକୁ
ପୂର୍ବରୁ ହିଁ ପ୍ରସ୍ତୁ୍ତ ହେବାକୁ ପଡ଼ିବ । ନିଜର କର୍ମାତୀତ ଅବସ୍ଥା ନିର୍ମାଣ କରିବା ପାଇଁ
ମେହନତ କରିବାକୁ ହେବ । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନକୁ ସ୍ମରଣ କରି ବାବାଙ୍କର ସ୍ମୃତି
ଦ୍ୱାରା ସମ୍ପୂର୍ଣ୍ଣ ପବିତ୍ର ହେବାକୁ ପଡ଼ିବ - ତେବେ ଯାଇ ଏହି ସୃଷ୍ଟିର ପରିବର୍ତ୍ତନ ହେବ ।
ଗୀତ:-
ଆଜ ଅନ୍ଧେରେ
ମେଁ ହୈ ଇନ୍ସାନ...
ଓମ୍ ଶାନ୍ତି ।
ଏହି ଗୀତ
ଭକ୍ତିମାର୍ଗରେ ଗାୟନ କରାଯାଏ । କହୁଛନ୍ତି ଆମେ ଅନ୍ଧାରରେ ଅଛୁ, ଏବେ ଜ୍ଞାନର ତୃତୀୟ ନେତ୍ର
ପ୍ରଦାନ କର । ଜ୍ଞାନ ସାଗରଙ୍କଠାରୁ ଜ୍ଞାନ ମାଗିଥା’ନ୍ତି । ବାକି ସବୁ ହେଉଛି ଅଜ୍ଞାନ ।
କୁହାଯାଏ କଳିଯୁଗରେ ସମସ୍ତେ ଅଜ୍ଞାନତାର ଆସୁରୀ ନିଦ୍ରାରେ ଶୋଇଥିବା କୁମ୍ଭକର୍ଣ୍ଣ । ବାବା
କହୁଛନ୍ତି ଜ୍ଞାନ ତ ବହୁତ ହିଁ ସରଳ । ଭକ୍ତିମାର୍ଗରେ କେତେ ବେଦ-ଶାସ୍ତ୍ର ଆଦି ପଢନ୍ତି, ହଠଯୋଗ
କରନ୍ତି, ଗୁରୁ ଆଦି କରିଥାନ୍ତି । ଏବେ ସେ ସବୁକୁ ଛାଡ଼ିବାକୁ ପଡୁଛି କାହିଁକିନା ସେମାନେ କେବେ
ରାଜଯୋଗ ଶିଖାଇପାରିବେ ନାହିଁ । ବାବା ହିଁ ତ ରାଜତ୍ତ୍ୱ ଦେବେ ନା । ମନୁଷ୍ୟ, ମନୁଷ୍ୟକୁ
ଦେଇପାରିବ ନାହିଁ । ସେଥିପାଇଁ ହିଁ ସନ୍ନ୍ୟାସୀମାନେ କହୁଛନ୍ତି ସଂସାରର ସୁଖ କାକ ବିଷ୍ଠା ସମାନ
ସୁଖ, କାହିଁକିନା ନିଜେ ଘରଦ୍ୱାର ଛାଡ଼ି ପଳାଉଛନ୍ତି । ଏହି ଜ୍ଞାନ, ଜ୍ଞାନ ସାଗର ବାବାଙ୍କ ବିନା
ତ ଅନ୍ୟ କେହି ଦେଇପାରିବେ ନାହିଁ । ଏହି ରାଜଯୋଗ, ଭଗବାନ ହିଁ ଶିଖାଉଛନ୍ତି । ମନୁଷ୍ୟ, ମନୁଷ୍ୟକୁ
ପବିତ୍ର କରାଇପାରିବେ ନାହିଁ । ପତିତ-ପାବନ ହେଉଛନ୍ତି ଏକ ମାତ୍ର ବାବା । ମନୁଷ୍ୟ ଭକ୍ତିମାର୍ଗରେ
କେତେ ଛନ୍ଦି ହୋଇ ରହିଛନ୍ତି । ଜନ୍ମ- ଜନ୍ମାନ୍ତରରୁ ଭକ୍ତି କରିଆସିଛନ୍ତି । ସ୍ନାନ କରିବାକୁ
ଯାଉଛନ୍ତି । ଏପରି ବି ନୁହେଁ ଯେ, କେବଳ ଗଙ୍ଗାରେ ସ୍ନାନ କରୁଛନ୍ତି । ଯେଉଁଠି ବି ପାଣିର ପୋଖରୀ
ଦେଖୁଛନ୍ତି ତାକୁ ମଧ୍ୟ ପତିତ-ପାବନ ବୋଲି ଭାବୁଛନ୍ତି । ଏଠାରେ ମଧ୍ୟ ଗଉମୁଖ ରହିଛି । ଝରଣାରୁ
ପାଣି ଆସୁଛି । ଯେପରି କୂଅର ପାଣିକୁ ତ ପତିତ-ପାବନୀ ଗଙ୍ଗା ବୋଲି କୁହାଯିବ ନାହିଁ । ମନୁଷ୍ୟମାନେ
ଗଉମୁଖକୁ ମଧ୍ୟ ତୀର୍ଥ ବୋଲି ଭାବୁଛନ୍ତି । ବହୁତ ମନୁଷ୍ୟ ଭାବନା ନେଇ ସେଠାକୁ ଯାଇ ସ୍ନାନ ଆଦି
କରିଥା’ନ୍ତି । ତୁମ ସନ୍ତାନମାନଙ୍କୁ ଏବେ ଜ୍ଞାନ ମିଳୁଛି । ତୁମେ ଜ୍ଞାନ ସମ୍ବନ୍ଧରେ କହିଲେ
ମଧ୍ୟ ମାନୁନାହାଁନ୍ତି । ନିଜର ବହୁତ ଦେହ-ଅହଙ୍କାର ରହିଛି । ଆମେ ଏତେ ଶାସ୍ତ୍ର ପଢିଛୁ ...!
ବାବା କହୁଛନ୍ତି ଯେଉଁ ଶାସ୍ତ୍ର ଆଦି ପଢିଛ ସେସବୁ ଭୁଲିଯାଅ । ଏସବୁ କଥା ମନୁଷ୍ୟ କିପରି ଜାଣିବେ
ସେଥିପାଇଁ ବାବା କହୁଛନ୍ତି ଏପରି ଭଲ ଭଲ ପଏଣ୍ଟସ୍ ଲେଖି ଉଡ଼ାଜାହାଜ ଦ୍ୱାରା ପକାଅ । ଯେପରି
ଆଜିକାଲି କହୁଛନ୍ତି - ବିଶ୍ୱରେ ଶାନ୍ତି କିପରି ହେବ? କେହି ରାୟ ଦେଲେ ତାଙ୍କୁ ପୁରସ୍କାର
ମିଳିଥାଏ । କିନ୍ତୁ ସେମାନେ ଶାନ୍ତିର ସ୍ଥାପନା ତ କରିପାରିବେ ନାହିଁ । ଶାନ୍ତି କେଉଁଠି ଅଛି?
ମିଛ ପୁରସ୍କାର ଦେଉଛନ୍ତି ।
ତୁମେ ଜାଣିଛ ଯେ ଲଢେଇ
ପରେ ବିଶ୍ୱରେ ନିଶ୍ଚୟ ଶାନ୍ତି ହେବ । ଏହି ଲଢେଇ ତ ଯେକୌଣସି ସମୟରେ ବି ହୋଇପାରେ । ଏପରି
ପ୍ରସ୍ତୁତି ହୋଇ ରହିଛି । କେବଳ ପିଲାମାନଙ୍କ ପାଇଁ ହିଁ ବିନାଶ ଡ଼େରୀ ହେଉଛି । ଯେବେ ତୁମର
କର୍ମାତୀତ ଅବସ୍ଥାକୁ ପାଇଯିବ, ତେବେ ହିଁ ବିନାଶ ହେବ, ଏହିଥିରେ ହିଁ ମେହନତ ରହିଛି । ବାବା
କହୁଛନ୍ତି ମୋତେ ମନେ ପକାଅ ଏବଂ ଗୃହସ୍ଥ ବ୍ୟବହାରରେ ରହି କମଳ ଫୁଲ ସମାନ ପବିତ୍ର ହୁଅ ଏବଂ
ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନକୁ ସ୍ମରଣ କରିଚାଲ । ତୁମେ ଲେଖି ମଧ୍ୟ ପାରିବ - ଡ଼୍ରାମା
ଅନୁସାରେ କଳ୍ପ ପୂର୍ବ ସଦୃଶ ବିଶ୍ୱରେ ଶାନ୍ତି ସ୍ଥାପନ ହୋଇଯିବ । ତୁମେ ଏକଥା ମଧ୍ୟ ବୁଝାଇପାରିବ
ଯେ ବିଶ୍ୱରେ ଶାନ୍ତି ତ ସତ୍ୟଯୁଗରେ ହିଁ ଥିଲା । କଳିଯୁଗରେ ନିଶ୍ଚୟ ଅଶାନ୍ତି ହିଁ ରହିବ ।
କିନ୍ତୁ କେତେକ ବ୍ୟକ୍ତି ତୁମ କଥା ଉପରେ ବିଶ୍ୱାସ କରୁନାହାଁନ୍ତି କାହିଁକିନା ତାଙ୍କର ସ୍ୱର୍ଗକୁ
ଯିବାର ହିଁ ନାହିଁ ତେଣୁ ଶ୍ରୀମତ ପାଳନ କରିବେ ନାହିଁ । ଏଠାରେ ମଧ୍ୟ ବହୁତ ଅଛନ୍ତି ଯିଏ କି
ଶ୍ରୀମତ ଅନୁସାରେ ପବିତ୍ର ରହିପାରୁନାହାଁନ୍ତି । ସର୍ବୋଚ୍ଚ ଭଗବାନଙ୍କର ତୁମକୁ ମତ ମିଳୁଛି ।
କାହାର ଚଳଣି ଠିକ୍ ନଥିଲେ କହନ୍ତି ନା ତୁମକୁ ଈଶ୍ୱର ଭଲ ମତ ଦିଅନ୍ତୁ । ଏବେ ତୁମେ ଈଶ୍ୱରୀୟ ମତରେ
ଚାଲିବା ଆବଶ୍ୟକ । ବାବା କହୁଛନ୍ତି ୬୩ ଜନ୍ମ ତୁମେ ବିଷୟ ସାଗରରେ ଉବୁଟୁବୁ ହୋଇଛ । ବାବା
ପିଲାମାନଙ୍କ ସହିତ କଥା ହେଉଛନ୍ତି । ପିଲାମାନଙ୍କୁ ହିଁ ବାବା ସୁଧାରିବେ ନା । ସାରା ଦୁନିଆକୁ
କିପରି ସୁଧାରିବେ । ବାହାର ଲୋକଙ୍କୁ କହିବେ ପିଲାମାନଙ୍କଠାରୁ ବୁଝ । ବାବା ବାହାରଲୋକଙ୍କ ସହିତ
କଥା ହୋଇପାରିବେ ନାହିଁ । ବାବାଙ୍କୁ ନିଜର ସନ୍ତାନମାନେ ହିଁ ପ୍ରିୟ ଲାଗିଥା’ନ୍ତି । ବାବାଙ୍କୁ
ଚିହ୍ନି ନଥିବା ସନ୍ତାନମାନେ ଭଲ ଲାଗି ନ ଥା’ନ୍ତି । ଲୌକିକ ପିତା ମଧ୍ୟ ସୁପୁତ୍ରକୁ ଧନ
ଦେଇଥା’ନ୍ତି । ସବୁ ସନ୍ତାନ ସମାନ ତ ହେବେ ନାହିଁ ନା । ବାବା ବି କହୁଛନ୍ତି ଯିଏ ମୋର ହେଉଛନ୍ତି,
ତାଙ୍କୁ ହିଁ ମୁଁ ସମ୍ପତ୍ତି ଦେଉଛି । ଯିଏ ମୋର ହେଉନାହାଁନ୍ତି, ସେ ଜ୍ଞାନକୁ ବୁଝିପାରିବେ ନାହିଁ
। ଶ୍ରୀମତ ପାଳନ କରିପାରିବେ ନାହିଁ । ସେମାନେ ହେଲେ ଭକ୍ତ ଆତ୍ମା । ବ୍ରହ୍ମାବାବା ବହୁତ
ଦେଖିଛନ୍ତି । କେହି ବଡ଼ ସନ୍ନ୍ୟାସୀ ଆସିଲେ, ତାଙ୍କର ବହୁତ ଶିଷ୍ୟ ଥା’ନ୍ତି । ନିଜ ନିଜର ଶକ୍ତି
ଅନୁସାର ଚାନ୍ଦା ଏକାଠି କରନ୍ତି । ଏଠାରେ ବାବା ତ ଏପରି କହୁନାହାଁନ୍ତି ଯେ - ଚାନ୍ଦା ଏକତ୍ର କର
। ନାଁ, ଏଠାରେ ତ ଯିଏ ବୀଜ ବୁଣିବ, ସେ ୨୧ ଜନ୍ମ ତା’ର ଫଳ ପାଇବ । ମନୁଷ୍ୟ ଦାନ କଲେ
ଭାବିଥା’ନ୍ତି, ଆମେ ଈଶ୍ୱରଙ୍କ ପାଇଁ କରୁଛୁ । ଈଶ୍ୱର ସମର୍ପଣମ୍ ଅଥବା କୃଷ୍ଣ ସମର୍ପଣମ୍
କହିଥା’ନ୍ତି । ଶ୍ରୀକୃଷ୍ଣଙ୍କ ନାମ କାହିଁକି ନେଉଛନ୍ତି? କାହିଁକିନା କୃଷ୍ଣଙ୍କୁ ଗୀତାର ଭଗବାନ
ବୋଲି ଭାବୁଛନ୍ତି । ଶ୍ରୀ ରାଧେ ଅର୍ପଣମ୍ କେବେହେଲେ କହିବେ ନାହିଁ । ଈଶ୍ୱର ଅଥବା ଶ୍ରୀକୃଷ୍ଣ
ଅର୍ପଣମ୍ କହିଥାନ୍ତି । ଜାଣିଛନ୍ତି ଯେ ଈଶ୍ୱର ହିଁ ଫଳ ଦେଉଛନ୍ତି । କୌଣସି ସାହୁକାର ଘରେ ଜନ୍ମ
ନେଲେ କହିଥାନ୍ତି ନା, ପୂର୍ବ ଜନ୍ମରେ ବହୁତ ଦାନ-ପୁଣ୍ୟ କରିଥିବାରୁ ଏପରି ହୋଇପାରିଲେ । ରାଜା
ବି ହୋଇପାରିବେ । କିନ୍ତୁ ଏହା କାକ ବିଷ୍ଠା ସମାନ ଅଳ୍ପକାଳର ସୁଖ । ରାଜାମାନଙ୍କୁ ମଧ୍ୟ
ସନ୍ନ୍ୟାସୀମାନେ ସନ୍ନ୍ୟାସ କରାଇଥା’ନ୍ତି ତାଙ୍କୁ କହିଥା’ନ୍ତି ଯେ ସ୍ତ୍ରୀ ତ ସର୍ପିଣୀ । କିନ୍ତୁ
ଦ୍ରୌପଦୀ ତ ଡ଼ାକିଥିଲେ ଯେ, ଦୁଃଶାସନ ମୋତେ ନଗ୍ନ କରୁଛି । ଏବେ ମଧ୍ୟ ଅବଳାମାନେ କେତେ ଡ଼ାକୁଛନ୍ତି
- ହେ ପ୍ରଭୁ ଆମର ଲାଜ ରଖ । ବାବା, ଆମକୁ ଇଏ ବହୁତ ମାରୁଛନ୍ତି । କହୁଛନ୍ତି ବିକାର ରୂପି ବିଷ
ଦିଅ ନହେଲେ ହତ୍ୟା କରିଦେବି । ତେଣୁ କହିଥା’ନ୍ତି ବାବା ଏହି ବନ୍ଧନରୁ ମୁକ୍ତ କର । ବାବା
କହୁଛନ୍ତି ବନ୍ଧନ ତ ଖଲାସ ନିଶ୍ଚିତ ହେବ, ପୁଣି ୨୧ ଜନ୍ମ କେବେ କେବେ ପତିତ ହେବ ନାହିଁ । ସେଠାରେ
ବିକାର ରହିବ ନାହିଁ । ଏହି ମୃତ୍ୟୁଲୋକରେ, ଏହା ହେଉଛି ଅନ୍ତିମ ଜନ୍ମ । ଏହା ହେଉଛି ବିକାରୀ
ଦୁନିଆ ।
ଦ୍ୱିତୀୟ କଥା, ବାବା
ବୁଝାଉଛନ୍ତି ଯେ ଏ ସମୟର ମନୁଷ୍ୟ କେତେ ଅଜ୍ଞାନୀ ହୋଇଯାଇଛନ୍ତି । କେହି ମଲେ କହନ୍ତି ସ୍ୱର୍ଗ ଗଲା
। କିନ୍ତୁ ସ୍ୱର୍ଗ କେଉଁଠି ଅଛି । ଏହା ତ ହେଉଛି ନର୍କ । ସ୍ୱର୍ଗବାସୀ ହେଲେ ଅର୍ଥାତ୍ ନିଶ୍ଚୟ
ନର୍କରେ ଥିଲେ କିନ୍ତୁ କାହାକୁ ସିଧା ଯଦି କହିବ - ତୁମେ ନର୍କବାସୀ ଅଟ, ତେବେ କ୍ରୋଧିତ ହୋଇ
ବିଗିଡିଯିବେ । ଏଭଳି ଲୋକଙ୍କୁ ତୁମକୁ ଲେଖିବା ଉଚିତ୍ । ଅମୁକ ସ୍ୱର୍ଗବାସୀ ହେଲା ଅର୍ଥାତ୍ ତୁମେ
ନର୍କବାସୀ ଅଛ ନା । ଆମେ ତୁମକୁ ଏପରି ଯୁକ୍ତି ବତାଇବୁ ଯେ ତୁମେ ସତ୍ୟ ସତ୍ୟ ସ୍ୱର୍ଗକୁ ଯିବ ।
ଏହି ପୁରୁଣା ଦୁନିଆ ତ ଏବେ ବିନାଶ ହୋଇଯିବ । ଖବର କାଗଜରେ ଛପାଅ ଯେ ଏହି ଲଢେଇ ପରେ ବିଶ୍ୱରେ
ଶାନ୍ତି ହେବ, ୫ ହଜାର ବର୍ଷ ପୂର୍ବ ସଦୃଶ । ସେଠାରେ ଏକମାତ୍ର ହିଁ ଆଦି ସନାତନ ଦେବୀ-ଦେବତା
ଧର୍ମ ଥିଲା । ଲୋକେ କହୁଛନ୍ତି ସେଠାରେ ମଧ୍ୟ କଂସ, ଜରାସଂନ୍ଧୀ ଆଦି ଅସୁର ଥିଲେ, ତ୍ରେତାରେ
ରାବଣ ଥିଲା । ଏବେ ତାଙ୍କ ସହ କିଏ ମୁଣ୍ଡ ପିଟିବ । ଜ୍ଞାନ ଏବଂ ଭକ୍ତିରେ ରାତି-ଦିନର ଫରକ ରହିଛି
। ଏତେ ସହଜ କଥା ବି ମୁସକିଲ୍ରେ କାହାର ବୁଦ୍ଧିରେ ଆସୁଛି । ତେଣୁ ଏପରି ସ୍ଲୋଗାନ୍ ତିଆରି କରି
ଲେଖିବା ଦରକାର । ଡ଼୍ରାମା ଅନୁସାରେ, ଏହି ଲଢେଇ ପରେ ବିଶ୍ୱରେ ଶାନ୍ତି ହେବ । କଳ୍ପ-କଳ୍ପ
ବିଶ୍ୱରେ ଶାନ୍ତି ହେଉଛି ପୁଣି କଳିଯୁଗ ଅନ୍ତରେ ଅଶାନ୍ତି ହୋଇଥାଏ । ସତ୍ୟଯୁଗରେ ହିଁ ଶାନ୍ତି
ରହିବ । ଏକଥା ମଧ୍ୟ ତୁମେ ଲେଖିପାରିବ ଯେ ଗୀତାରେ ଭୁଲ କରିବା ଦ୍ୱାରା ହିଁ ଭାରତର ଏହି ଅବସ୍ଥା
ହୋଇଯାଇଛି । ପୂରା ୮୪ ଜନ୍ମ ନେଉଥିବା ଶ୍ରୀକୃଷ୍ଣଙ୍କର ନାମ ରଖିଦେଇଛନ୍ତି । ଶ୍ରୀ ନାରାୟଣଙ୍କର
ନାମ ମଧ୍ୟ ରଖି ନାହାଁନ୍ତି । ତଥାପି ନାରାୟଣଙ୍କର ୮୪ ଜନ୍ମରୁ କିଛି ଦିନ କମ୍ ବୋଲି କହିବା ନା ।
କୃଷ୍ଣଙ୍କର ପୂରା ୮୪ ଜନ୍ମ ହୋଇଥା’ନ୍ତି । ଶିବବାବା ଆସୁଛନ୍ତି ତୁମ ସନ୍ତାନମାନଙ୍କୁ ହୀରା
ତୁଲ୍ୟ କରାଇବା ପାଇଁ । ତେଣୁ ତାଙ୍କ ପାଇଁ ବ୍ରହ୍ମାବାବାଙ୍କ ଭଳି ମୂଲ୍ୟବାନ ସୁନାର ଡ଼ବା ମଧ୍ୟ
ଦରକାର, ଯେଉଁଥିରେ ଶିବବାବା ଆସି ପ୍ରବେଶ କରିବେ । ଏବେ ଏହା କିପରି ସୁନାର ହେବେ, ତୁରନ୍ତ
ତାଙ୍କୁ ସାକ୍ଷାତ୍କାର କରାଇଲେ ଯେ ତୁମେ ତ ବିଶ୍ୱର ମାଲିକ ହେଉଛ । ଏବେ ମୋତେ ମନେ ପକାଅ,
ପବିତ୍ର ହେବୁ ତ ତୁରନ୍ତ ପବିତ୍ର ହେବାକୁ ଲାଗିଲେ । ପବିତ୍ର ହେବା ବିନା ତ ଜ୍ଞାନର ଧାରଣା
ହୋଇପାରିବ ନାହିଁ । ବାଘୁଣିର କ୍ଷୀରକୁ ରଖିବା ନିମନ୍ତେ ସୁନାର ପାତ୍ର ଆବଶ୍ୟକ । ଏହି ଜ୍ଞାନ ତ
ହେଉଛି - ପରମପିତା ପରମାତ୍ମାଙ୍କ ପ୍ରଦତ୍ତ । ଏହାକୁ ଧାରଣ କରିବା ପାଇଁ ମଧ୍ୟ ସୁନା ଭଳି ବୁଦ୍ଧି
ରୂପି ପାତ୍ର ଆବଶ୍ୟକ । ବୁଦ୍ଧିର ପବିତ୍ରତା ଦରକାର, ତେବେ ଯାଇ ଜ୍ଞାନର ଧାରଣ ହେବ । ପବିତ୍ରତାର
ପ୍ରତିଜ୍ଞା କରି ପୁଣି ଅଧୋପତ୍ତନ ହେଲେ ଯୋଗର ଯାତ୍ରା ମଧ୍ୟ ଖତମ ହୋଇଯାଏ । ଜ୍ଞାନ ମଧ୍ୟ
ଭୁଲିଯାଇଥାଆନ୍ତି । କାହାକୁ କହପାରିବେ ନାହିଁ ଯେ - ଭଗବାନୁବାଚ, କାମ ମହାଶତ୍ରୁ । ତାଙ୍କ କଥା
ହୃଦୟସ୍ପର୍ଶି ହେବ ନାହିଁ । ସେମାନେ ପୁଣି କୁକୁଡା ଭଳି ଅନ୍ୟକୁ ଜାଗ୍ରତ କରି ନିଜେ ଶୋଇପଡନ୍ତି
। କୌଣସି ବି ବିକାର ନ ରହୁ । ପ୍ରତ୍ୟହ ଚାର୍ଟ ରଖ । ବାବାଙ୍କ ପରି ମାୟା ମଧ୍ୟ ସର୍ବଶକ୍ତିମାନ୍
। ଅଧାକଳ୍ପ ରାବଣର ରାଜ୍ୟ ଚାଲିଥାଏ । ବାବାଙ୍କ ବିନା ମାୟା ଉପରେ କେହି ବିଜୟ ପ୍ରାପ୍ତ
କରାଇପାରିବେ ନାହିଁ । ଡ଼୍ରାମା ଅନୁସାରେ ରାବଣ ରାଜ୍ୟ ମଧ୍ୟ ହେବ । ଭାରତର ଜୟ ଏବଂ ପରାଜୟ ଉପରେ
ହିଁ ଏହି ଡ଼୍ରାମା ତିଆରି ହୋଇଛି । ଏକଥା ବାବା ତୁମକୁ ହିଁ ବୁଝାଉଛନ୍ତି । ମୁଖ୍ୟ ହେଉଛି ପବିତ୍ର
ହେବାର କଥା । ବାବା କହୁଛନ୍ତି ମୁଁ ଆସୁଛି ହିଁ ପତିତଙ୍କୁ ପବିତ୍ର କରାଇବା ପାଇଁ । ବାକି
ଶାସ୍ତ୍ରରେ ପାଣ୍ଡବ ଏବଂ କୌରବଙ୍କର ଲଢେଇ, ଜୁଆ ଖେଳ ଆଦି ଦେଖାଇଛନ୍ତି । ଏପରି କଥା କିଭଳି
ହୋଇପାରିବ । ରାଜଯୋଗର ପାଠପଢା କ’ଣ ଏପରି ହୋଇଥାଏ? ଯୁଦ୍ଧ ଭୂମିରେ କ’ଣ ଗୀତା ପାଠଶାଳା ହେବ?
କେଉଁଠି ଜନ୍ମ-ମରଣ ରହିତ ଶିବବାବା, ପୁଣି କେଉଁଠି ପୂରା ୮୪ ଜନ୍ମ ନେଉଥିବା କୃଷ୍ଣ । କୃଷ୍ଣଙ୍କର
ହିଁ ଅନ୍ତିମ ଜନ୍ମରେ ବାବା ଆସି ପ୍ରବେଶ କରୁଛନ୍ତି । କେତେ ସ୍ପଷ୍ଟ କଥା । ଗୃହସ୍ଥ ବ୍ୟବହାରରେ
ରହି ପବିତ୍ର ମଧ୍ୟ ହେବାକୁ ପଡ଼ିବ । ସନ୍ନ୍ୟାସୀମାନେ ତ କହୁଛନ୍ତି - ଉଭୟ ଏକତ୍ର ରହି ପବିତ୍ର
ହୋଇପାରିବେ ନାହିଁ । କୁହ ତୁମକୁ ତ କିଛି ପ୍ରାପ୍ତି ହେଉ ନାହିଁ, ତେଣୁ କିପରି ପବିତ୍ର ରହିବ ।
ଏଠାରେ ତ ଆମକୁ ବିଶ୍ୱର ବାଦଶାହୀ ମିଳୁଛି । ବାବା କହୁଛନ୍ତି ମୋ ନିମନ୍ତେ କୂଳର ସମ୍ମାନ ରଖ ।
ଶିବବାବା କହୁଛନ୍ତି ଏହାଙ୍କ ଦାଢିର ସମ୍ମାନ ରଖ । ଏହି ଗୋଟିଏ ଅନ୍ତିମ ଜନ୍ମରେ ପବିତ୍ର ରହିଲେ
ସ୍ୱର୍ଗର ମାଲିକ ହେବ । ନିଜେ ନିଜ ପାଇଁ ହିଁ ପରିଶ୍ରମ କରୁଛ । ଅନ୍ୟ କୌଣସି ଧର୍ମର ଆତ୍ମା କେହି
ସ୍ୱର୍ଗକୁ ଆସିପାରିବେ ନାହିଁ । ତୁମର ରାଜଧାନୀର ସ୍ଥାପନା ହେଉଛି । ସେଥିରେ ସବୁ ପ୍ରକାରର ପଦ
ଦରକାର ନା । ସେଠାରେ ପରାମର୍ଶଦାତା ରହିବେ ନାହିଁ । ରାଜାମାନଙ୍କୁ ପରାମର୍ଶର ଆବଶ୍ୟକତା ନାହିଁ
। ପତିତ ରାଜାମାନଙ୍କର ମଧ୍ୟ ଜଣେ କଡା ପରାମର୍ଶଦାତା ବା ମନ୍ତ୍ରୀ ଥା’ନ୍ତି । ଏଠାରେ ଦେଖ କେତେ
ମନ୍ତ୍ରୀ ରହିଛନ୍ତି । ପରସ୍ପର ମଧ୍ୟରେ ଲଢେଇ କରିଥା’ନ୍ତି । ବାବା ସମସ୍ତ ଜଞ୍ଜାଳରୁ ମୁକ୍ତ
କରୁଛନ୍ତି । ୩ ହଜାର ବର୍ଷ ପର୍ଯ୍ୟନ୍ତ କୌଣସି ଲଢେଇ ହେବ ନାହିଁ । ଜେଲ୍, କୋର୍ଟ ଆଦି କିଛି
ହେଲେ ରହିବ ନାହିଁ । ସେଠାରେ ତ ସୁଖ ହିଁ ସୁଖ ହେବ । ଏଥିପାଇଁ ପୁରୁଷାର୍ଥ କରିବାକୁ ପଡ଼ିବ ।
ମୃତ୍ୟୁ ମୁଣ୍ଡ ଉପରେ ଛିଡ଼ା ହୋଇଛି । ୟାଦର ଯାତ୍ରା ଦ୍ୱାରା ବିକର୍ମାଜିତ୍ ହେବାକୁ ପଡ଼ିବ । ତୁମେ
ହିଁ ହେଉଛ ମେସେଞ୍ଚର (ବାର୍ତ୍ତାବହ) ଯିଏକି ସମସ୍ତଙ୍କୁ ବାବାଙ୍କ ପ୍ରଦତ୍ତ ମନମନାଭବର ବାର୍ତ୍ତା
ଦେଉଛ । ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଜ୍ଞାନର
ଧାରଣା କରିବା ପାଇଁ ପବିତ୍ର ହୋଇ ବୁଦ୍ଧି ରୂପୀ ପାତ୍ରକୁ ସ୍ୱଚ୍ଛ କରିବାକୁ ହେବ । କେବଳ କୁକ୍କଡ
ଜ୍ଞାନୀ ଅର୍ଥାତ୍ ଧାରଣା ବିହୀନ ଜ୍ଞାନୀ ହେବା ଉଚିତ୍ ନୁହେଁ ।
(୨) ସିଧାସଳଖ ବାବାଙ୍କ
ନିକଟରେ ନିଜର ସବୁ କିଛି ଅର୍ପଣ କରି ଶ୍ରୀମତରେ ଚାଲି ୨୧ ଜନ୍ମ ପାଇଁ ରାଜପଦ ନେବାକୁ ହେବ ।
ବରଦାନ:-
ପ୍ରତ୍ୟେକ
ଶକ୍ତିକୁ କାର୍ଯ୍ୟରେ ଲଗାଇ ବୃଦ୍ଧି କରୁଥିବା ଶ୍ରେଷ୍ଠ ଧନବାନ ତଥା ବୁଦ୍ଧିମାନ ଭବ ।
ବୁଦ୍ଧିମାନ ପିଲାମାନେ
ନିଜର ପ୍ରତ୍ୟେକ ଶକ୍ତିକୁ କାର୍ଯ୍ୟରେ ଲଗାଇବାର ବିଧି ଜାଣିଥାଆନ୍ତି । ଯେଉଁମାନେ ଯେତେ ପରିମାଣରେ
ଶକ୍ତିଗୁଡିକୁ କାର୍ଯ୍ୟରେ ଲଗାଇଥାଆନ୍ତି ସେହି ଅନୁସାରେ ସେମାନଙ୍କର ଶକ୍ତିଗୁଡିକ ମଧ୍ୟ ବୃଦ୍ଧି
ପ୍ରାପ୍ତ କରିଥାଆନ୍ତି । ତେଣୁ ଏଭଳି ଈଶ୍ୱରୀୟ ବଜେଟ୍ ଅର୍ଥାତ୍ ଅଟକଳ ପ୍ରସ୍ତୁତ କର ଯାହାକି
ବିଶ୍ୱର ପ୍ରତ୍ୟେକ ଆତ୍ମା ତୁମ ଦ୍ୱାରା କିଛି ନା କିଛି ପ୍ରାପ୍ତି କରି ତୁମର ଗୁଣଗାନ କରିବ ।
ତେବେ ସମସ୍ତଙ୍କୁ କିଛି ନା କିଛି ଦେବାକୁ ହିଁ ପଡିବ । ଚାହେଁ ମୁକ୍ତିଦିଅ, ଚାହେଁ ଜୀବନମୁକ୍ତି
ଦିଅ । ତେଣୁ ଈଶ୍ୱରୀୟ ବଜେଟ୍ ପ୍ରସ୍ତୁତ କରି ନିଜର ସର୍ବଶକ୍ତିଗୁଡିକୁ ନିଜ ପାଇଁ କମ୍ ଖର୍ଚ୍ଚ
କରି ଅଧିକ ସଞ୍ଚୟ କର ଏବଂ ସଞ୍ଚୟ ହୋଇଥିବା ଶକ୍ତି ଦ୍ୱାରା ସର୍ବ ଆତ୍ମାମାନଙ୍କୁ ଭିକାରୀ ପଣିଆରୁ
ତଥା ଦୁଃଖ ଅଶାନ୍ତିରୁ ମୁକ୍ତ କର ।
ସ୍ଲୋଗାନ:-
ଶୁଦ୍ଧ ସଂକଳ୍ପକୁ
ନିଜ ଜୀବନରେ ଅମୂଲ୍ୟ ସମ୍ପଦ କରିଦିଅ, ତେବେ ମାଲାମାଲ ହୋଇଯିବ ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।
ଯଦି ପରମାତ୍ମ ସେହ୍ନର
ଅନୁଭବୀ ହୋଇଯିବ ତେବେ ସେହି ଅନୁଭବ ଦ୍ୱାରା ସହଜଯୋଗୀ ହୋଇ ସର୍ବଦା ଉଡିବାକୁ ଲାଗିବ କାହିଁକି ନା
ପରମାତ୍ମ ସ୍ନେହ ଉଡାଇବାର ସହଜ ସାଧନ ଏବଂ ଉପରେ ଉଡୁଥିବା ଆତ୍ମା କେବେହେଲେ ଧରଣୀର ଆକର୍ଷଣରେ
ଆସିପାରିବେ ନାହିଁ । ମାୟାର ଯେତେ ବି ଆକର୍ଷିତ ରୂପ ହୋଇଥାଉ ନା କାହିଁକି କିନ୍ତୁ ସେହି ଆକର୍ଷଣ
ଉଡିବାବାଲାଙ୍କ ପାଖରେ ପହଞ୍ଚି ପାରିବ ନାହିଁ ।
“ମାତେଶ୍ୱରୀଙ୍କର
ଅମୂଲ୍ୟ ମହାବାକ୍ୟ - ଏବେ ବି କର୍ମ କରିବାର ପ୍ରତିଯୋଗିତା କର ନାହିଁ ।”
ପ୍ରଥମେ ତ ନିଜ ଠାରେ ଏହି
ଲକ୍ଷ୍ୟ ନିଶ୍ଚିତ ରଖିବାକୁ ହେବ ଯେ ମୋତେ ଯେକୌଣସି ପ୍ରକାରରେ ନିଜର ବିକାରଗୁଡିକୁ ବଶୀଭୂତ
କରିବାକୁ ହେବ, ତେବେ ଯାଇ ଈଶ୍ୱରୀୟ ସୁଖ-ଶାନ୍ତିରେ ରହିପାରିବ । ତେବେ ଆମର ମୁଖ୍ୟ ପୁରୁଷାର୍ଥ
ହେଲା ନିଜେ ସର୍ବଦା ଶାନ୍ତିରେ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶାନ୍ତିର ରାସ୍ତାକୁ ଆଣିବା,
ଏଥିରେ ସହନ କରିବାର ଶକ୍ତି ନିଶ୍ଚିତ ଦରକାର । ତେବେ ସବୁ କିଛି ନିଜ ଉପରେ ହିଁ ନିର୍ଭର କରୁଛି,
ଏଭଳି ନୁହେଁ ଯେ କେହି ଯଦି ଆମକୁ କିଛି କହିଦେଲା ତେବେ ଅଶାନ୍ତି ହୋଇଯିବା, ନା । ଜ୍ଞାନର ପ୍ରଥମ
ଗୁଣ ହେଲା ସହନଶକ୍ତିକୁ ଧାରଣ କରିବା । ଦେଖ ଅଜ୍ଞାନ କାଳରେ କହିଥାଆନ୍ତି ଯିଏ ଯେତେ ବି ଗାଳି
ଦେଉ, ତୁମେ ଏଭଳି ଭାବ ଯେ ଏହି ଗାଳି ମୋ’ର କେଉଁଠାରେ ଲାଗିଲା? ବରଂ ଯିଏ ଗାଳି ଦେଲା ସେ ନିଜେ ତ
ଅଶାନ୍ତି ହୋଇଗଲା, ତାଙ୍କର ହିସାବ-କିତାବ ନିଜସ୍ୱ ବଢିଗଲା । କିନ୍ତୁ ମୁଁ ବି ଅଶାନ୍ତି ହେଲି,
କିଛି କହିଦେଲି ତେବେ ମୋ’ର ମଧ୍ୟ ବିକର୍ମ ହୋଇଯିବ । ତେଣୁ ଏବେ ଆଉ ବିକର୍ମ କରିବାର କମ୍ପିଟେଶନ
ଅର୍ଥାତ୍ ପ୍ରତିଯୋଗିତା କରିବାର ନାହିଁ । ମୋତେ ତ ନିଜର ବିକର୍ମକୁ ଭସ୍ମ କରିବାକୁ ହେବ ନୁହେଁ
କି ଆହୁରି ଅଧିକ କରିବା, ଏହିଭଳି ଆମେମାନେ ତ ଜନ୍ମ ଜନ୍ମାନ୍ତର ବିକର୍ମ କରିଆସିଛେ ଏବଂ ଦୁଃଖ
ଭୋଗ କରିଆସିଲୁ । ଏବେ ତ ଆମକୁ ଜ୍ଞାନ ମିଳୁଛି ଯେ ଏହି ପାଞ୍ଚୋଟି ଯାକ ବିକାର ଉପରେ ବିଜୟ
ପ୍ରାପ୍ତ କର । ବିକାରଗୁଡିକର ମଧ୍ୟ ବହୁତ ବିସ୍ତାର ରହିଛି । ଏଗୁଡିକ ବହୁତ ସୂକ୍ଷ୍ମ ରୀତିରେ
ଆସିଥାଆନ୍ତି । କେବେ ଯଦି ଈର୍ଷା ଆସିଗଲା ତେବେ ଭାବିଥାଆନ୍ତି ଇଏ ଯଦି ଏଭଳି କରିଲା ତେବେ ମୁଁ
କାହିଁକି ନ କରିବି! ଏହା ହିଁ ସବୁଠାରୁ ବଡ ଭୁଲ୍ । ମୋତେ ନିଜକୁ ତ ଅଭୁଲ୍ କରିବାର ଅଛି । ଯଦି
କେହି ତୁମକୁ କିଛି କହୁଛି ତେବେ ଭାବିନିଅ ଯେ ଏହା ମଧ୍ୟ ମୋ ପାଇଁ ପରୀକ୍ଷା ଅଟେ, ମୋ’ ଭିତରେ
କେତେ ପରିମାଣରେ ସହନ ଶକ୍ତି ରହିଛି? ଯଦି କେହି କହୁଛି ମୁଁ ବହୁତ ସହନ କରିସାରିଲିଣି, କିନ୍ତୁ
ଯଦି ଥରେ ମାତ୍ର ଉତ୍ତେଜିତ ହୋଇଗଲ ତେବେ ଶେଷରେ ତ ଫେଲ୍ ହୋଇଗଲ ନା! ଯିଏ ତୁମକୁ କହିଲା ସେ ତ
ନିଜକୁ ବିଗାଡିଲା କିନ୍ତୁ ମୋତେ ତ ନିଜକୁ ତିଆରି କରିବାର ଅଛି, ନୁହେଁ କି ବିଗାଡିବା । ସେଥିପାଇଁ
ବହୁତ ଭଲ ପୁରୁଷାର୍ଥ କରି ଜନ୍ମ ଜନ୍ମାନ୍ତର ପାଇଁ ବହୁତ ଭଲ ପ୍ରାରବ୍ଧ ଜମା କରିବାକୁ ହେବ । ବାକି
ଯେଉଁମାନେ ବିକାର ଗୁଡିକର ବଶୀଭୂତ ଅଟନ୍ତି ସେମାନଙ୍କ ଭିତରେ ତ ଭୂତ ପ୍ରବେଶ କରିଛି, କାରଣ
ଭୂତମାନଙ୍କର ଭାଷା ହିଁ ଏହିପରି ହୋଇଥାଏ, କିନ୍ତୁ ଯେଉଁମାନେ ଦେବୀ ଦେବତା କୁଳର ଆତ୍ମା
ସେମାନଙ୍କର ଭାଷା ନିଶ୍ଚିତ ଦିବ୍ୟ ହୋଇଥିବ । ତେଣୁ ନିଜକୁ ଦିବ୍ୟ ଆତ୍ମା କରିବାର ଅଛି ନୁହେଁ କି
ଆସୁରୀ । ଆଚ୍ଛା । ।। ଓମ୍ ଶାନ୍ତି ।