02.02.26 Morning Odia Murli Om Shanti BapDada Madhuban
“ଶିବ ଭଗବାନୁଉବାଚ: -
ମିଠେ ବଚ୍ଚେ, ତୁମେମାନେ ମୋତେ ମନେ ପକାଅ ଏବଂ ସ୍ନେହ କର କାରଣ ମୁଁ ହିଁ ତୁମମାନଙ୍କୁ ସଦା ସୁଖୀ
କରିବା ପାଇଁ ଆସିଛି ” ।
ପ୍ରଶ୍ନ:-
ଯେଉଁ
ପିଲାମାନଙ୍କ ଦ୍ୱାରା ବାରମ୍ବାର ଅବହେଳା ହୋଇଥାଏ, ସେମାନଙ୍କ ମୁଖରୁ କେଉଁ ବାଣୀ ସ୍ୱତଃ
ବାହାରିଥାଏ?
ଉତ୍ତର:-
ଭାଗ୍ୟରେ ଯାହା ଥିବ ତାହା ମିଳିଯିବ । ସ୍ୱର୍ଗକୁ ତ ଯିବି ନିଶ୍ଚିତ । ବାବା କହୁଛନ୍ତି ଏହିଭଳି
ବାଣୀ ପୁରୁଷାର୍ଥୀ ପିଲାମାନଙ୍କର ନୁହେଁ । ଉଚ୍ଚ ପଦ ପାଇବା ପାଇଁ ହିଁ ପୁରୁଷାର୍ଥ କରିବାକୁ ହେବ
। ଯେବେକି ବାବା ଆସିଛନ୍ତି, ଉଚ୍ଚପଦ ଦେବା ପାଇଁ ତେଣୁ ସେଥିରେ ଅବହେଳା କର ନାହିଁ ।
ଗୀତ:-
ବଚପନ କେ ଦିନ
ଭୁଲା ନ ଦେନା...
ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ସନ୍ତାନମାନେ ଗୀତର ଅର୍ଥକୁ ବୁଝିଲେ । ଏବେ ବଞ୍ଚି ଥାଉ ଥାଉ ତୁମେମାନେ
ଅବିନାଶୀ ବାବାଙ୍କର ସନ୍ତାନ ହୋଇଛ । ସାରା କଳ୍ପ ତ ବିନାଶୀ ପିତାଙ୍କର ସନ୍ତାନ ହୋଇ ଆସିଛ । ଏବେ
କେବଳ ତୁମେ ବ୍ରାହ୍ମଣ ସନ୍ତାନମାନେ ହିଁ ବେହଦ ବାବାଙ୍କର ହୋଇଛ । ତୁମେମାନେ ଜାଣିଛ ବେହଦ
ବାବାଙ୍କଠାରୁ ଆମେ ବେହଦର ବର୍ସା ଅର୍ଥାତ୍ ସମ୍ପତ୍ତି ନେଉଛୁ । ଯଦି ବାବାଙ୍କୁ ଛାଡିଦେବ, ତେବେ
ବେହଦର ବର୍ସା ମିଳିପାରିବ ନାହିଁ । ଯଦିଓ ତୁମେ ଜ୍ଞାନ ବୁଝାଉଛ କିନ୍ତୁ ଅଳ୍ପରେ ତ କେହି
ସନ୍ତୁଷ୍ଟ ହୋଇ ନ ଥା’ନ୍ତି । ମନୁଷ୍ୟ ଧନ ପ୍ରାପ୍ତିର ଇଚ୍ଛା ରଖିଥା’ନ୍ତି । ଧନ ବ୍ୟତୀତ ସୁଖ
ଆସିପାରିବ ନାହିଁ । ସୁଖରେ ରହିବା ପାଇଁ ଧନ ମଧ୍ୟ ଆବଶ୍ୟକ ଶାନ୍ତି ମଧ୍ୟ ଆବଶ୍ୟକ ଏବଂ ନିରୋଗୀ
କାୟା ମଧ୍ୟ ଆବଶ୍ୟକ । ତୁମେ ପିଲାମାନେ ହିଁ ଜାଣିଛ ଦୁନିଆରେ ଆଜି କ’ଣ ଅଛି କାଲି କ’ଣ ହେବ ।
ବିନାଶ ତ ସମ୍ମୁଖରେ ଉପସ୍ଥିତ । ଆଉ କାହା ବୁଦ୍ଧିରେ ଏହି ସବୁ କଥା ନାହିଁ । ଯଦି ଜାଣି ଯିବେ ଯେ
ବିନାଶ ପାଖେଇ ଆସିଲାଣି, ତେବେ ବି କ’ଣ କରିବାକୁ ହେବ, ଏକଥା ଜାଣି ନାହାଁନ୍ତି । ତୁମେ ପିଲାମାନେ
ଜାଣିଛ କେବେ ବି ଲଢେଇ ଲାଗିପାରିବ, ଟିକିଏ ବି ଯୁଦ୍ଧ ଲାଗିଗଲେ, ଟିକିଏ ନିଆଁ ଲାଗିଗଲେ ଚାରିଆଡେ
ବିଶୃଙ୍ଖଳା ବ୍ୟାପିବାକୁ ଡେରି ହେବ ନାହିଁ । ପିଲାମାନେ ଜାଣିଛନ୍ତି ଯେ ଏବେ ପୁରୁଣା ଦୁନିଆ
ସମାପ୍ତ ହେବାର ସମୟ ପାଖେଇ ଆସିଲାଣି, ସେଥିପାଇଁ ଏବେ ଶୀଘ୍ର ଶୀଘ୍ର ବାବାଙ୍କଠାରୁ ବର୍ସା ନେବାକୁ
ହେବ । ଯଦି ବାବାଙ୍କୁ ସବୁବେଳେ ମନେ ପକାଇବ ତେବେ ବହୁତ ହର୍ଷିତ ହୋଇ ରହିପାରିବ । ଦେହ-ଅଭିମାନରେ
ଆସିବା ଦ୍ୱାରା ବାବାଙ୍କୁ ଭୂଲି ଦୁଃଖ ଭୋଗ କରିଥାଅ । ଯେତେ ଯେତେ ବାବାଙ୍କୁ ମନେ ପକାଇବ ସେତେ
ସେତେ ବେହଦ ବାବାଙ୍କଠାରୁ ସୁଖ ପାଇ ପାରିବ । ତୁମେମାନେ ଏଠାକୁ ହିଁ ଆସିଛ ଏହିଭଳି
ଲକ୍ଷ୍ମୀ-ନାରାୟଣ ହେବା ପାଇଁ । ରାଜା-ରାଣୀଙ୍କର ଦାସ-ଦାସୀ ହେବା ଏବଂ ପ୍ରଜାଙ୍କର ନୌକର-ଚାକର
ହେବା - ଏଥିରେ ବହୁତ ଫରକ ଅଛି ନା । ବର୍ତ୍ତମାନର ପୁରୁଷାର୍ଥ ପୁଣି କଳ୍ପ-କଳ୍ପାନ୍ତର ପାଇଁ
ନିଧାର୍ଯ୍ୟ ହୋଇଯାଉଛି । ଅନ୍ତିମ ସମୟରେ ସମସ୍ତଙ୍କୁ ସାକ୍ଷାତ୍କାର ହେବ - ମୁଁ କେତେ
ପୁରୁଷାର୍ଥ କରିଛି? ଏବେ ବି ବାବା କହୁଛନ୍ତି, ନିଜର ଅବସ୍ଥାକୁ ଦେଖୁଥାଅ । ମିଠାରୁ ମିଠା ବାବା
ଯାହାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି, ମୁଁ ତାଙ୍କୁ କେତେ ମନେ ପକାଉଛି । ତୁମର ସବୁ କିଛି
ବାବାଙ୍କ ସ୍ମୃତି ଉପରେ ନିର୍ଭର କରୁଛି । ଯେତେ ଯେତେ ମନେ ପକାଇବ ସେତିକି ଖୁସି ମଧ୍ୟ ମିଳିବ ।
ଜାଣିପାରିବ ମୁଁ କେତେ ନିକଟରେ ପହଞ୍ଚିଲିଣି । କେହି କେହି ଥକି ମଧ୍ୟ ଯାଇଥା’ନ୍ତି, ଭାବନ୍ତି
କିଏ ଜାଣେ ଲକ୍ଷ୍ୟସ୍ଥଳ ଆଉ କେତେ ଦୂରରେ ଅଛି । ଯଦି ପହଞ୍ଚି ଯାଇଥା’ନ୍ତେ ତେବେ ପରିଶ୍ରମ ମଧ୍ୟ
ସଫଳ ହୋଇଥା’ନ୍ତା । ଏବେ ତୁମେମାନେ ଯେଉଁ ଲକ୍ଷ୍ୟ ସ୍ଥଳକୁ ଯାତ୍ରା କରୁଛ ତାକୁ ଦୁନିଆ ଜାଣିନାହିଁ
। ଦୁନିଆକୁ ଏକଥା ମଧ୍ୟ ଜଣାନାହିଁ ଯେ ଭଗବାନ କାହାକୁ କୁହାଯାଏ । ଭଗବାନ ବୋଲି କହୁଛନ୍ତି ମଧ୍ୟ
। ପୁଣି କହିଦେଉଛନ୍ତି ଗୋଡିମାଟି ଭିତରେ ଅଛନ୍ତି ।
ଏବେ ତୁମେ ପିଲାମାନେ ଜାଣିଛ ଆମେ ବାବାଙ୍କର ହୋଇସାରିଛୁ । ତେଣୁ ଏବେ ବାବାଙ୍କ ମତ ଅନୁସାରେ ହିଁ
ଚାଲିବାକୁ ହେବ । ଯଦିଓ ବିଦେଶରେ ରହୁଛ କିନ୍ତୁ ସେଠାରେ ଥାଇ ମଧ୍ୟ କେବଳ ବାବାଙ୍କୁ ମନେ
ପକାଇବାକୁ ହେବ । ଏବେ ତୁମକୁ ଶ୍ରୀମତ ମିଳୁଛି । ବାବାଙ୍କ ସ୍ମୃତି ବ୍ୟତୀତ ଅନ୍ୟ କୌଣସି ଉପାୟରେ
ଆତ୍ମା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇପାରିବ ନାହିଁ । ତୁମେ କହୁଛ ବାବା ମୁଁ ଆପଣଙ୍କଠାରୁ
ପୁରା ବର୍ସା ନେବି । ଯେପରି ଆମର ମମ୍ମା-ବାବା ବର୍ସା ନେଇଛନ୍ତି, ମୁଁ ମଧ୍ୟ ପୁରୁଷାର୍ଥ କରି
ତାଙ୍କ ଆସନରେ ନିଶ୍ଚିତ ବସିବି । ମମ୍ମା ବାବା ରାଜ-ରାଜେଶ୍ୱରୀ ହେଉଛନ୍ତି ତେଣୁ ମୁଁ ମଧ୍ୟ ହେବି
। ପରୀକ୍ଷା ତ ସମସ୍ତଙ୍କ ପାଇଁ ଗୋଟିଏ । ତୁମକୁ ବହୁତ ଅଳ୍ପ ଶିକ୍ଷା ଦିଆଯାଉଛି, କେବଳ ବାବାଙ୍କୁ
ମନେ ପକାଅ । ଏହାକୁ କୁହାଯାଏ ସହଜ ରାଜଯୋଗ ବଳ । ତୁମେ ଜାଣିଛ ଯୋଗରୁ ବହୁତ ଶକ୍ତି ମିଳିଥାଏ ।
ଭାବୁଛନ୍ତି ମୁଁ ଯଦି କୌଣସି ବିକର୍ମ କରିବି ତେବେ ବହୁତ ଦଣ୍ଡ ଭୋଗ କରିବି । ପଦ ଭ୍ରଷ୍ଟ ହୋଇଯିବ
। ଯୋଗରେ ହିଁ ମାୟା ବିଘ୍ନ ପକାଇଥାଏ, ଗାୟନ ମଧ୍ୟ ରହିଛି - ସଦଗୁରୁଙ୍କର ନିନ୍ଦୁକକୁ ଠାବ ମିଳେ
ନାହିଁ । ସେମାନେ ତ କହିଥା’ନ୍ତି ଗୁରୁଙ୍କର ନିନ୍ଦୁକ... ନିରାକାରଙ୍କ ବିଷୟରେ କାହାରିକୁ
ଜଣାନାହିଁ । ଗାୟନ ମଧ୍ୟ ରହିଛି ଭକ୍ତମାନଙ୍କୁ ଭଗବାନ ହିଁ ଫଳ ଦିଅନ୍ତି । ସାଧୁ ସନ୍ଥ ଆଦି
ସମସ୍ତେ ଭକ୍ତ ଅଟନ୍ତି । ଭକ୍ତମାନେ ହିଁ ଗଙ୍ଗା ସ୍ନାନ କରିବାକୁ ଯାଇଥାନ୍ତି । ଭକ୍ତ କ’ଣ
ଭକ୍ତମାନଙ୍କୁ ଭକ୍ତିର ଫଳ ଦେଇପାରିବ କି? ଯଦି ଭକ୍ତ ଭକ୍ତକୁ ଫଳ ଦେବେ ତେବେ ସମସ୍ତେ ଭଗବାନଙ୍କୁ
କାହିଁକି ଡାକୁଥାନ୍ତେ । ଏହା ହେଉଛି ହିଁ ଭକ୍ତିମାର୍ଗ । ଏଠାରେ ସମସ୍ତେ ଭକ୍ତ । ଭକ୍ତମାନଙ୍କୁ
ଫଳ ଭଗବାନ ହିଁ ଦେଇଥା’ନ୍ତି । ଏମିତି ନୁହେଁ ଯେ ଯେଉଁମାନେ ଅଧିକ ଭକ୍ତି କରୁଛନ୍ତି ସେମାନେ କମ
ଭକ୍ତି କରୁଥିବା ଭକ୍ତମାନଙ୍କୁ ଫଳ ଦେବେ । ନା, ଭକ୍ତି ଅର୍ଥ ଭକ୍ତି । ରଚନା, ରଚନାକୁ ସମ୍ପତ୍ତି
କିପରି ଦେଇପାରିବ । ସମ୍ପତ୍ତି ତ ରଚୟିତାଙ୍କ ଠାରୁ ହିଁ ମିଳିଥାଏ । ବର୍ତ୍ତମାନ ସମୟରେ ସମସ୍ତେ
ଭକ୍ତ ହିଁ ଅଟନ୍ତି । ଯେତେବେଳେ ଜ୍ଞାନ ମିଳିଥାଏ ତେବେ ଭକ୍ତି ଆପେ ଆପେ ସମାପ୍ତ ହୋଇଯାଇଥାଏ ।
ଜ୍ଞାନର ଜିନ୍ଦାବାଦ ହୋଇଯାଏ । ଜ୍ଞାନ ବିନା ସଦ୍ଗତି କିପରି ହେବ । ସମସ୍ତେ ନିଜ ନିଜର ହିସାବ
କିତାବ ଚୁକ୍ତ କରି ପରମଧାମକୁ ଚାଲି ଯାଇଥା’ନ୍ତି । ଏବେ ତୁମେ ପିଲାମାନେ ଜାଣିଛ ଯେ ବିନାଶ
ସମ୍ମୁଖରେ ଦଣ୍ଡାୟମାନ । ତା ପୂର୍ବରୁ ପୁରୁଷାର୍ଥ କରି ବାବାଙ୍କଠାରୁ ସମ୍ପୂର୍ଣ୍ଣ ବର୍ସା ନେବାକୁ
ହେବ ।
ତୁମେମାନେ ଜାଣିଛ ଆମେ ପବିତ୍ର ଦୁନିଆକୁ ଯାଉଛୁ, ଯେଉଁମାନେ ବ୍ରାହ୍ମଣ ହେବେ ସେହିମାନେ ହିଁ
ନିମିତ୍ତ ହେବେ । ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ନ ହେବା ପର୍ଯ୍ୟନ୍ତ ତୁମେ ବାବାଙ୍କଠାରୁ
ବର୍ସା ନେଇ ପାରିବ ନାହିଁ । ପିତା ତ ସମ୍ପତ୍ତି ଦେବା ପାଇଁ ହିଁ ସନ୍ତାନମାନଙ୍କର ରଚନା
କରିଥା’ନ୍ତି । ଆମେ ତ ଶିବବାବାଙ୍କର ହିଁ ସନ୍ତାନ ଅଟୁ । ବାବା ପିଲାମାନଙ୍କୁ ବର୍ସା ଦେବା ପାଇଁ
ହିଁ ସୃଷ୍ଟି ରଚନା କରୁଛନ୍ତି । ତେବେ ଶରୀରଧାରୀମାନଙ୍କୁ ହିଁ ବର୍ସା ଦେବେ ନା । ଆତ୍ମାମାନେ ତ
ଉପରେ ରହିଥା’ନ୍ତି । ସେଠାରେ ତ ବର୍ସା ବା ପ୍ରାଲବ୍ଧ ଭୋଗ କରିବାର କୌଣସି କଥା ହିଁ ନାହିଁ ।
ତୁମେ ଏବେ ପୁରୁଷାର୍ଥ କରି ପ୍ରାଲବ୍ଧ ନେଉଛ, ଯାହାକି ଦୁନିଆକୁ ଜଣା ନାହିଁ । ବର୍ତ୍ତମାନ ତ
ବିନାଶର ସମୟ ପାଖେଇ ପାଖେଇ ଆସୁଛି । ବୋମା ଇତ୍ୟାଦି ତ କେହି ରଖିବା ପାଇଁ ତିଆରି କରି ନାହାଁନ୍ତି
। ବିନାଶର ପ୍ରସ୍ତୁତି ଖୁବ ଜୋରରେ ଚାଲିଛି । ଏବେ ବାବା ଆମକୁ ଆଜ୍ଞା ଦେଉଛନ୍ତି ଯେ ମୋତେ ମନେ
ପକାଅ । ନଚେତ୍ ଶେଷ ସମୟରେ ବହୁତ କାନ୍ଦିବାକୁ ପଡିବ । ରାଜବିଦ୍ୟାର ପରୀକ୍ଷାରେ ଯଦି କେହି ଫେଲ
ହୋଇଯାନ୍ତି ତେବେ ରାଗରେ ବୁଡି ମରିଥା’ନ୍ତି । ଏଠାରେ ତ ରାଗିବାର କିଛି କଥା ନାହିଁ । ଶେଷ ସମୟରେ
ତୁମକୁ ବହୁତ ସାକ୍ଷାତ୍କାର ହେବ । କ’ଣ କ’ଣ ଆମେ ହେବା ସେ କଥା ମଧ୍ୟ ଜଣା ପଡିଯିବ । ବାବାଙ୍କର
କାମ ହେଲା ପୁରୁଷାର୍ଥ କରାଇବା । ପିଲାମାନେ କହୁଛନ୍ତି ବାବା ଆମେ କର୍ମ କରିବା ସମୟରେ ଆପଣଙ୍କ
ସ୍ମୃତିରେ ରହିବାକୁ ଭୁଲି ଯାଉଛୁ, କେହି କେହି ପୁଣି କହୁଛନ୍ତି ସ୍ମୃତିରେ ରହିବା ପାଇଁ ଫୁରସତ୍
ମିଳୁ ନାହିଁ, ତେବେ ବାବା କହିବେ ଆଚ୍ଛା ସମୟ ବାହାର କରି ଯୋଗରେ ବସ । ବାବାଙ୍କୁ ମନେ ପକାଅ ।
ପରସ୍ପର ଭିତରେ ଯେତେବେଳେ ମିଶୁଛ ସେତେବେଳେ ମଧ୍ୟ ଏହି ଚେଷ୍ଟା କର ଯେ ଆମେ କିଭଳି ବାବାଙ୍କୁ ମନେ
ପକାଇବା । ତୁମେମାନେ ସମସ୍ତେ ଏକାଠି ହୋଇ ଯୋଗରେ ବସିଲେ ଭଲ ଯୋଗ କରିପାରିବ, ସହଯୋଗ ମିଳିବ ।
ମୂଳ କଥା ହେଲା ବାବାଙ୍କୁ ସ୍ମରଣ କରିବା । କେହି ଯଦି ବିଦେଶକୁ ଯାଉଛ ତେବେ ସେଠାରେ ମଧ୍ୟ କେବଳ
ଏହି ଗୋଟିଏ କଥା ମନେ ରଖ - ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ
ହେବ । ବାବା କହୁଛନ୍ତି କେବଳ ଏହି ଗୋଟିଏ କଥା ମନେ ରଖ - ବାବାଙ୍କୁ ମନେ ପକାଇବାକୁ ହେବ ।
ଯୋଗବଳ ଦ୍ୱାରା ସବୁ ପାପ ଭସ୍ମ ହୋଇଯିବ । ବାବା କହୁଛନ୍ତି ମନମନାଭବ । ମୋତେ ମନେ ପକାଇଲେ
ବିଶ୍ୱର ମାଲିକ ହେବ । ମୂଳକଥା ହେଲା ବାବାଙ୍କୁ ମନେ ପକାଇବା । କେଉଁଠାକୁ ମଧ୍ୟ ଯିବାର ଆବଶ୍ୟକତା
ନାହିଁ । ଘର ଗୃହସ୍ଥରେ ରହି ମଧ୍ୟ କେବଳ ବାବାଙ୍କୁ ମନେ ପକାଅ । ଯଦି ପବିତ୍ର ହେବ ନାହିଁ ତେବେ
ବାବାଙ୍କୁ ମନେ ପକାଇପାରିବ ନାହିଁ । ଏମିତି ନୁହେଁ ଯେ ସମସ୍ତେ ଆସି କ୍ଳାସ୍ରେ ବସି ପଢିବେ ।
ମନମନାଭବର ମନ୍ତ୍ରକୁ ଜାଣିଗଲ ତେବେ କେଉଁଠାକୁ ବି ଯାଅ । ସତ୍ତ୍ୱପ୍ରଧାନ ଅର୍ଥାତ୍ ପବିତ୍ର
ହେବାର ରାସ୍ତା ତ ବାବା ବତାଇଦେଲେ । ଏମିତି ତ ସେଣ୍ଟରକୁ ଆସିବା ଦ୍ୱାରା ନୂଆ ନୂଆ ପଏଣ୍ଟ ସବୁ
ଶୁଣିପାରିବ । ଯଦି କୌଣସି କାରଣରୁ ଆସିପାରୁ ନାହଁ, ପ୍ରବଳ ବର୍ଷା ହେଉଛି, କର୍ଫ୍ୟୁ ଲାଗିଯାଇଛି,
ବାହାରକୁ ବାହାରିପାରୁ ନାହଁ ତେବେ ପୁଣି କ’ଣ କରିବ? ବାବା କହୁଛନ୍ତି କୌଣସି ଆପତ୍ତି ନାହିଁ ।
ଏମିତି ତ ନୁହେଁ ଯେ ଶିବଙ୍କ ମନ୍ଦିରରେ ହିଁ ପାଣିର ଲୋଟା ଢାଳିବାକୁ ହେବ । କେଉଁଠି ବି ରହିଲେ
ବାବାଙ୍କ ସ୍ମୃତିରେ ରୁହ । ଚାଲିବା ବୁଲିବା ବେଳେ ମଧ୍ୟ ଯୋଗଯୁକ୍ତ ହୋଇ ରୁହ ଏବଂ ଅନ୍ୟମାନଙ୍କୁ
ମଧ୍ୟ ଏହି କଥା କୁହ ଯେ ବାବାଙ୍କୁ ମନେ ପକାଇବା ଦ୍ୱାରା ବିକର୍ମ ବିନାଶ ହେବ ଏବଂ ଦେବତା ହୋଇଯିବ
। କେବଳ ଏହି ଦୁଇଟି ଅକ୍ଷର ହିଁ ମନେ ରଖିବାକୁ ହେବ ଯେ ବାବା ରଚୟିତାଙ୍କଠାରୁ ହିଁ ବର୍ସା ନେବାକୁ
ହେବ । ରଚୟିତା ତ ଜଣେ ହିଁ ଅଟନ୍ତି । ସିଏ ଆସି କେତେ ସହଜ ରାସ୍ତା ବତାଉଛନ୍ତି - ବାବାଙ୍କୁ
ସ୍ମରଣ କରିବାର ମନ୍ତ୍ର ମିଳିଗଲା । ବାବା କହୁଛନ୍ତି ଏହି ଈଶ୍ୱରୀୟ ଜନ୍ମର ପିଲା ଦିନକୁ
ଭୂଲିଯିବାର ନାହିଁ । ଯଦି ଭୁଲିଯାଅ ତେବେ ଆଜି ହସୁଛ କାଲି କାନ୍ଦିବାକୁ ପଡିବ । ବାବାଙ୍କଠାରୁ
ପୁରା ସମ୍ପତ୍ତି ନେବା ଉଚିତ୍ । ଏପରି ବହୁତ ପିଲା ଅଛନ୍ତି ଯିଏକି କହିଥା’ନ୍ତି ସ୍ୱର୍ଗକୁ ତ ଯିବା
ନା, ତେବେ ଯାହା ଆମ ଭାଗ୍ୟରେ ଥିବ... ସେମାନଙ୍କୁ ପୁରୁଷାର୍ଥୀ କୁହାଯିବ ନାହିଁ । ମନୁଷ୍ୟ ଉଚ୍ଚ
ପଦ ପାଇବା ପାଇଁ ହିଁ ପୁରୁଷାର୍ଥ କରିଥାନ୍ତି । ବର୍ତ୍ତମାନ ଯେତେବେଳେ କି ବାବାଙ୍କଠାରୁ ଉଚ୍ଚ
ପଦ ମିଳୁଛି ତେବେ ଅବହେଳା କାହିଁକି କରିବା । ସ୍କୁଲରେ ଯିଏ ପାଠ ନ ପଢିବେ ସେମାନଙ୍କୁ ପୁଣି ପାଠ
ପଢୁଆଙ୍କର ବୋଝ ଉଠାଇବାକୁ ହେବ । ବାବାଙ୍କୁ ଭଲ ଭାବରେ ମନେ ନ ପକାଇଲେ ପ୍ରଜାରେ ଯାଇ ଚାକରବାକର
ହେବ କେବଳ ଏତିକିରେ ଖୁସି ହୋଇଯିବା ଉଚିତ୍ ନୁହେଁ? ପିଲାମାନେ ବାବାଙ୍କ ସମ୍ମୁଖକୁ ଅର୍ଥାତ୍
ମଧୁବନକୁ ଆସି ସତେଜ ହୋଇଯାଉଛନ୍ତି । କେହି ଯଦି ମାତା-କନ୍ୟାମାନେ ବନ୍ଧନରେ ଅଛନ୍ତି ଯେଉଁମାନେ
ମଧୁବନକୁ ଯାଇପାରୁ ନାହାଁନ୍ତି ସେମାନଙ୍କୁ ବାବା କହୁଛନ୍ତି - ଚିନ୍ତା କରନାହିଁ, ଘରେ ବସି
ବାବାଙ୍କୁ ମନେ ପକାଉଥାଅ । ବାବା କେତେ ବୁଝାଉଛନ୍ତି ଯେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ, ଅଚାନକ
ଯୁଦ୍ଧ ଆରମ୍ଭ ହୋଇଯିବ । ଦେଖିବାକୁ ମଧ୍ୟ ମିଳୁଛି ଯେମିତି ଏହି କ୍ଷଣି ଲଢେଇ ଲାଗିଯିବ । ରେଡିଓ
ଓ ଟି.ଭି.ରୁ ମଧ୍ୟ ସବୁ କଥା ଜଣା ପଡିଯାଉଛି । ଧମକ ମଧ୍ୟ ଦେଉଛନ୍ତି ଯେ ଟିକିଏ କିଛି ଗଡବଡ କଲେ
ଆମେ ଏମିତି କରିଦେବୁ । ଆଗରୁ ହିଁ କହି ଦେଇଥାନ୍ତି । ବୋମା ରଖିଥିବା କାରଣରୁ ଅହଂକାର ବହୁତ
କରୁଛନ୍ତି । ବାବା ମଧ୍ୟ କହୁଛନ୍ତି, ପିଲାମାନେ ଏବେ ଯୋଗ ବଳରେ ତ ମଜବୁତ ହୋଇନାହାଁନ୍ତି ।
ତୁରନ୍ତ ଯୁଦ୍ଧ ଲାଗିଯିବ, ଡ୍ରାମା ଅନୁସାରେ ଏଭଳି ହେବ ନାହିଁ । ପିଲାମାନେ ତ ପୁରା ସମ୍ପତ୍ତି
ନେଇ ହିଁ ନାହାଁନ୍ତି । ଏବେ ତ ପୁରା ରାଜଧାନୀ ସ୍ଥାପନ ହୋଇନାହିଁ । କିଛି ସମୟ ଦରକାର । ବାବା
ପିଲାମାନଙ୍କୁ ପୁରୁଷାର୍ଥ କରାଇ ଚାଲିଛନ୍ତି । କିଏ ଜାଣେ କେତେବେଳେ କ’ଣ ହୋଇଯିବ, ଏରୋପ୍ଲେନ,
ଟ୍ରେନ ଇତ୍ୟାଦି ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଯାଉଛି । ମୃତ୍ୟୁ କେତେ ସହଜରେ ହୋଇଯାଉଛି ।
ଭୁମିକମ୍ପ ମଧ୍ୟ ହେବାରେ ଲାଗିଛି । ସବୁଠାରୁ ବେଶି ବିନାଶର କାର୍ଯ୍ୟ ଭୁମିକମ୍ପ ହିଁ କରିବ । ଇଏ
ହଲିଲେ ତ ଘର ଦ୍ୱାର ସବୁ କିଛି ଭାଙ୍ଗିବ ନା । ତେଣୁ ମୃତ୍ୟୁ ହେବା ପୂର୍ବରୁ ବାବାଙ୍କଠାରୁ ପୁରା
ବର୍ସା ନେବାକୁ ହେବ, ସେଥିପାଇଁ ବହୁତ ସ୍ନେହରେ ବାବାଙ୍କୁ ମନେ ପକାଇବାକୁ ହେବ । ବାବା ଆପଣଙ୍କ
ବ୍ୟତୀତ ମୋର ଆଉ କେହି ନାହିଁ । କେବଳ ବାବାଙ୍କୁ ମନେ ପକାଇଚାଲ । କେତେ ବହୁତ ସହଜ ଭାବରେ
ବୁଝାଉଛନ୍ତି ଯେମିତିକି ଛୋଟ ଛୋଟ ପିଲାଙ୍କୁ ବୁଝାଇଥାନ୍ତି । ଆଉ କୌଣସି କଷ୍ଟ କାମ ଦେଉନାହାଁନ୍ତି,
କେବଳ ମନେ ପକାଅ ଏବଂ କାମ ଅଗ୍ନିରେ ବସି ଯେପରି ତୁମେ ଜଳି ମରିଛ ଏବେ ଜ୍ଞାନ ଚିତା (ଅଗ୍ନି) ଉପରେ
ବସି ପବିତ୍ର ହୁଅ । ତୁମମାନଙ୍କୁ ପଚାରୁଛନ୍ତି ତୁମର ଉଦ୍ଦେଶ୍ୟ କ’ଣ? କୁହ, ଶିବବାବା ଯିଏକି
ସମସ୍ତଙ୍କର ପିତା ଅଟନ୍ତି ସିଏ କହୁଛନ୍ତି, ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ ଏବଂ
ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । କଳିଯୁଗରେ ସମସ୍ତେ ତମୋପ୍ରଧାନ ଅଟନ୍ତି ।
ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି ।
ଏବେ ବାବା କହୁଛନ୍ତି କେବଳ ମୋତେ ମନେ ପକାଅ ତେବେ କଳଙ୍କି ଛାଡିଯିବ । ଏତିକି ସନ୍ଦେଶ ତ
ସମସ୍ତଙ୍କୁ ଦେଇପାରିବ ନା । ନିଜେ ୟାଦରେ ରହିଲେ ଯାଇ ଅନ୍ୟକୁ ୟାଦ କରାଇପାରିବ । ନିଜେ ମନେ
ପକାଉଥିଲେ ଅନ୍ୟକୁ ମଧ୍ୟ ଆଗ୍ରହ ସହକାରେ କହିପାରିବ, ନଚେତ୍ ହୃଦୟରୁ ବାହାରିବ ନାହିଁ । ବାବା
କହୁଛନ୍ତି କେଉଁଠାରେ ବି ରୁହ ଯେତେ ଦୂର ସମ୍ଭବ କେବଳ ମୋତେ ମନେ ପକାଅ । ଯିଏ ମିଳୁଛନ୍ତି,
ତାଙ୍କୁ ଏହି ଶିକ୍ଷା ଦିଅ ଯେ ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ । ବାବା କହୁଛନ୍ତି ତୁମେ ସବୁ ପତିତ
ତମୋପ୍ରଧାନ ହୋଇଯାଇଛ । ଏବେ ମୋତେ ମନେ ପକାଅ ଏବଂ ପବିତ୍ର ହୁଅ । ଆତ୍ମା ହିଁ ପତିତ ହୋଇଯାଇଛି ।
ସତ୍ୟଯୁଗରେ ଆତ୍ମା ପବିତ୍ର ଥାଏ । ବାବା କହୁଛନ୍ତି ଯୋଗ ଦ୍ୱାରା ହିଁ ଆତ୍ମା ପବିତ୍ର ହେବ, ଆଉ
କୌଣସି ଉପାୟ ନାହିଁ । ଏହି ସନ୍ଦେଶ ସମସ୍ତଙ୍କୁ ଦେଇଚାଲ ତେବେ ବହୁତଙ୍କର କଲ୍ୟାଣ କରିପାରିବ,
ବାବା ଆଉ କୌଣସି କଷ୍ଟକର କାର୍ଯ୍ୟ ଦେଉନାହାଁନ୍ତି । ସମସ୍ତ ଆତ୍ମାଙ୍କୁ ପାବନ କଲାବାଲା ପତିତ
ପାବନ ବାବା ହିଁ ଅଟନ୍ତି । ସବୁଠାରୁ ଉତ୍ତମରୁ ଉତ୍ତମ ପୁରୁଷ କରାଇଲାବାଲା ବାବା ହିଁ ଅଟନ୍ତି ।
ଯେଉଁମାନେ ପୂଜ୍ୟ ଥିଲେ ସେହିମାନେ ହିଁ ପୂଜାରୀ ହୋଇଛନ୍ତି । ରାମରାଜ୍ୟରେ ଆମେ ପୂଜ୍ୟ ଥିଲେ, ଏବେ
ରାବଣ ରାଜ୍ୟରେ ପୂଜାରୀ ହୋଇଯାଇଛେ । ଏବେ ରାବଣ ରାଜ୍ୟର ଅନ୍ତିମ ସମୟ, ଯେଉଁ ସମୟରେ ବାବାଙ୍କୁ
ମନେ ପକାଇ ଆମେ ପୂଜାରୀରୁ ପୂଜ୍ୟ ହେଉଛୁ । ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇବାକୁ ହେବ, ବୁଢୀ
ମାତାମାନଙ୍କୁ ମଧ୍ୟ ସେବା କରିବା ଦରକାର । ମିତ୍ର ସମ୍ବନ୍ଧୀମାନଙ୍କୁ ମଧ୍ୟ ସନ୍ଦେଶ ଦିଅ । ସତ୍ସଂଗ,
ମନ୍ଦିର ଆଦି ମଧ୍ୟ ଅନେକ ପ୍ରକାରର ରହିଛି । ତୁମର ତ ଗୋଟିଏ ପ୍ରକାରର ଅଟେ । କେବଳ ବାବାଙ୍କର
ପରିଚୟ ଦେବାକୁ ହେବ । ଶିବବାବା କହୁଛନ୍ତି କେବଳ ମୋତେ ମନେ ପକାଅ ତେବେ ତୁମେ ସ୍ୱର୍ଗର ମାଲିକ
ହୋଇଯିବ । ନିରାକାର ଶିବବାବା ସମସ୍ତଙ୍କର ସଦ୍ଗତି ଦାତା ବାବା ଆତ୍ମାମାନଙ୍କୁ କହୁଛନ୍ତି ମୋତେ
ମନେ ପକାଇଲେ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ଏକଥା ତ ବୁଝାଇବା ସହଜ ଅଟେ ନା ।
ବୁଢୀ ବୁଢୀ ମାତାମାନେ ମଧ୍ୟ ଏହି ସେବା କରିପାରିବେ । ମୂଳ କଥା ହିଁ ଏହା ଅଟେ । ବାହାଘର
ଇତ୍ୟାଦିକୁ ଗଲେ ମଧ୍ୟ ସମସ୍ତଙ୍କ କାନରେ ଏହି କଥା ଶୁଣାଅ । ଗୀତାର ଭଗବାନ କହୁଛନ୍ତି ମୋତେ ମନେ
ପକାଅ । ଏହି କଥାକୁ ସମସ୍ତେ ପସନ୍ଦ କରିବେ । ଅଧିକ ଶୁଣାଇବାର ଆବଶ୍ୟକତା ହିଁ ନାହିଁ । କେବଳ
ବାବାଙ୍କର ସନ୍ଦେଶ ଦେବାକୁ ହେବ ଯେ ବାବା କହୁଛନ୍ତି ମୋତେ ମନେ ପକାଅ । ଆଚ୍ଛା, ଏମିତି ଭାବିନିଅ
ଯେ ଭଗବାନ ପ୍ରେରଣା ଦେଉଛନ୍ତି । ସ୍ୱପ୍ନରେ ସାକ୍ଷାତ୍କାର ହେଉଛି । ଏହି କଥା ଶୁଣିବାକୁ ମିଳୁଛି
ଯେ ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମେ ତମୋପ୍ରଧାନରୁ ସତ୍ୱପ୍ରଧାନ ହୋଇଥାଏ । ତୁମେ
ନିଜେ ମଧ୍ୟ ଏହି ଚିନ୍ତନ କରିଚାଲ ତେବେ ତୁମର ମଧ୍ୟ ବେଡା (ନୌକା) ପାରି ହୋଇଯିବ । ଆମେ ବାସ୍ତବରେ
ବେହଦର ବାବାଙ୍କର ହୋଇଛୁ ଏବଂ ବାବାଙ୍କଠାରୁ ୨୧ ଜନ୍ମର ବର୍ସା ନେଉଛୁ ତେଣୁ ଖୁସିରେ ରହିବା
ଦରକାର । ବାବାଙ୍କୁ ଭୁଲିବା ଦ୍ୱାରା ହିଁ ଅସୁବିଧା ହେଉଛି । ବାବା କେତେ ସହଜରେ କହୁଛନ୍ତି ଯେ
ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ତେବେ ଆତ୍ମା ସତ୍ତ୍ୱପ୍ରଧାନ ହୋଇଯିବ । ସମସ୍ତେ ଭାବିବେ
ଏମାନଙ୍କୁ ତ ନିଶ୍ଚିତ ଭାବରେ ଠିକ୍ ରାସ୍ତା ମିଳିଛି । ଏହି ରାସ୍ତା କେବେ ବି କେହି ବତାଇ ପାରିବେ
ନାହିଁ । ଯଦି ସେମାନେ କହିବେ ଯେ ଶିବବାବାଙ୍କୁ ସ୍ମରଣ କର ତେବେ ସାଧୁ ଆଦିଙ୍କ ପାଖକୁ ଆଉ କିଏ
ଯିବ! ସମୟ ଏଭଳି ହୋଇଯିବ ଯେ ତୁମେ ଘରୁ ବାହାରକୁ ମଧ୍ୟ ବାହାରି ପାରିବ ନାହିଁ । ବାବାଙ୍କୁ ମନେ
ପକାଇ ପକାଇ ଶରୀର ଛାଡିଦେବ । ଅନ୍ତ କାଳରେ ଯିଏ ଶିବବାବାଙ୍କୁ ସ୍ମରଣ କରେ..... ସିଏ ପୁଣି
ନାରାୟଣ ଯୋନିରେ ଅର୍ଥାତ୍ କୁଳରେ ବାରମ୍ବାର ଜନ୍ମ ନେବେ, ଲକ୍ଷ୍ମୀ-ନାରାୟଣଙ୍କ ରାଜବଂଶ ଭିତରେ
ଆସିବେ ନା । ବାରମ୍ବାର ରାଜପଦ ପ୍ରାପ୍ତ କରିବେ । ବାସ୍ କେବଳ ବାବାଙ୍କୁ ମନେ ପକାଅ ଏବଂ ସ୍ନେହ
କର । ତାଙ୍କୁ ମନେ ନ ପକାଇଲେ ସ୍ନେହ କିପରି କରିବ । ତାଙ୍କଠାରୁ ସୁଖ ମିଳିଥାଏ, ତେଣୁ ତାଙ୍କୁ
ସ୍ନେହ କରାଯାଏ । ଦୁଃଖ ଦେଲାବାଲାଙ୍କୁ ସ୍ନେହ କରାଯାଏ ନାହିଁ । ବାବା କହୁଛନ୍ତି ମୁଁ ତୁମକୁ
ସ୍ୱର୍ଗର ମାଲିକ କରୁଛି ସେଥିପାଇଁ ମୋତେ ସ୍ନେହ କର । ତେଣୁ ବାବାଙ୍କ ମତରେ ଚାଲିବା ଦରକାର ନା ।
ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଖୁସିରେ
ରହିବା ପାଇଁ ଯୋଗ କରିବାର ପରିଶ୍ରମ କରିବାକୁ ହେବ । ଯୋଗର ଶକ୍ତି ଆତ୍ମାକୁ ସତ୍ତ୍ୱପ୍ରଧାନ
କରିଥାଏ, ତେଣୁ ବହୁତ ସ୍ନେହରେ ବାବାଙ୍କୁ ଯାଦ କରିବାକୁ ହେବ ।
(୨) ଉଚ୍ଚ ପଦ ପାଇବା
ପାଇଁ ପାଠପଢା ଉପରେ ପୁରା ପୁରା ଧ୍ୟାନ ଦେବାକୁ ହେବ । ଏମିତି ନୁହେଁ ଯେ ଯାହା ଭାଗ୍ୟରେ ଥିବ
ତାହା ମିଳିବ । ଅବହେଳା କରିବା ଛାଡି ସମ୍ପୂର୍ଣ୍ଣ ବର୍ସାର ଅର୍ଥାତ୍ ରାଜ୍ୟପଦର ଅଧିକାରୀ ହେବାକୁ
ପଡିବ ।
ବରଦାନ:-
ଲୌକିକ
ଦାୟିତ୍ୱଗୁଡିକୁ ଅଲୌକିକକୁ ଅର୍ଥାତ୍ ବେହଦକୁ ପରିବର୍ତ୍ତନ କରୁଥିବା ସ୍ମୃତିସ୍ୱରୂପ ନଷ୍ଟୋମୋହା
ଭବ ।
ନଷ୍ଟୋମୋହା ହେବା ପାଇଁ
କେବଳ ନିଜର ସ୍ମୃତି ସ୍ୱରୂପକୁ ପରିବର୍ତ୍ତନ କର । ମୋହ ମଧ୍ୟ ସେତେବେଳେ ଆସିଥାଏ ଯେତେବେଳେ
ସ୍ମୃତିରେ ରହିଥାଏ ଯେ ମୁଁ ଗୃହସ୍ଥି ଅଟେ, ଏହା ମୋ’ର ଘର, ଏହା ସହିତ ମୋ’ର ସମ୍ବନ୍ଧ ରହିଛି ।
ଏବେ ଏହି ସବୁ ବିନାଶୀ ଦାୟିତ୍ୱ ଗୁଡିକୁ ଅବିନାଶୀ ସେବାର ଦାୟିତ୍ୱରେ ପରିବର୍ତ୍ତନ କରିଦିଅ । ଯଦି
ଏହିଭଳି ଅବିନାଶୀ ଦାୟିତ୍ୱ ବହନ କରି ତୁଲାଇବ ତେବେ ତୁମର ବିନାଶୀ ଦାୟିତ୍ୱ ଗୁଡିକ ଆପେ ଆପେ ଠିକ୍
ହୋଇଯିବ । କିନ୍ତୁ ଯଦି ବେହଦର ଦାୟିତ୍ୱକୁ ଭୁଲି କେବଳ ନିଜର ବିନାଶୀ ଅର୍ଥାତ୍ ଲୌକିକ ଦାୟିତ୍ୱ
ଗୁଡିକୁ ତୁଲାଉଛ ତେବେ ତାକୁ ଆହୁରି ବିଗାଡି ଦେଉଛ କାହିଁକି ନା ସେହି ବିନାଶୀ ଦାୟିତ୍ୱ ବା
କର୍ତ୍ତବ୍ୟ ମୋହ ରୂପକ ମରଜ ପାଲଟି ଯାଉଛି, ସେଥିପାଇଁ ନିଜର ସ୍ମୃତି ସ୍ୱରୂପକୁ ପରିବର୍ତ୍ତନ କରି
ନଷ୍ଟୋମୋହା ହୁଅ ।
ସ୍ଲୋଗାନ:-
ଏଭଳି ତୀବ୍ର
ବେଗରେ ଉଡିଚାଲ, ଯାହାକି ଅନେକ ପ୍ରକାରର କଥା ରୂପୀ ବାଦଲ ଗୁଡିକୁ ଗୋଟିଏ ସେକେଣ୍ଡ ଭିତରେ
ଅତିକ୍ରମ କରିଯିବ ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।
ଯେ କୌଣସି କାର୍ଯ୍ୟରେ
ସଫଳତା ପ୍ରାପ୍ତ କରିବା ପାଇଁ ଦୁଇଟି ଶ୍ରେଷ୍ଠ ବିଧି ରହିଛି (୧) ପରସ୍ପର ପ୍ରତି ବିଶ୍ୱାସ (୨)
ଏକତା, ଯେଉଁଠାରେ ସଂଗଠିତ ରୂପରେ ସମସ୍ତଙ୍କ ଭିତରେ ଏକମତ ରହିଛି, ପରସ୍ପର ପ୍ରତି ବିଶ୍ୱାସ ରହିଛି
ସେଠାରେ ସଫଳତା ଗଳାର ହାର ହୋଇଯାଉଛି । ସମସ୍ତଙ୍କର ସଂସ୍କାର ତ ଭିନ୍ନ ଭିନ୍ନ ଅଟେ ଏବଂ ରହିବ
ମଧ୍ୟ କିନ୍ତୁ କାହାର ଯଦି ସାମନା କରିବାର ସଂସ୍କାର ରହିଛି ତେବେ ଅନ୍ୟ ଜଣେ ତାଳି ନ ବଜାଉ
ଅର୍ଥାତ୍ ତା’ ସହିତ ମୁହାଁ ମୁହିଁ ନ ହେଉ । ସମସ୍ତେ ଯଦି ନିଜକୁ ପରିବର୍ତ୍ତନ କରିଦେବେ ତେବେ
ଏକତା କାୟମ ରହିପାରିବ ।