02.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ପ୍ରତିଜ୍ଞା କରିଥିଲ ଯେ ଆପଣ ଯେତେବେଳେ ଆସିବେ ଆମେ ଆପଣଙ୍କ ନିକଟରେ ସର୍ମପଣ ହୋଇଯିବୁ,
ଏବେ ବାବା ଆସିଛନ୍ତି - ତୁମମାନଙ୍କୁ ପ୍ରତିଜ୍ଞା ମନେ ପକାଇ ଦେବା ପାଇଁ ।”
ପ୍ରଶ୍ନ:-
କେଉଁ ମୁଖ୍ୟ
ବିଶେଷତା କାରଣରୁ କେବଳ ଦେବତାମାନଙ୍କୁ ହିଁ ପୂଜ୍ୟ କୁହାଯାଇପାରିବ?
ଉତ୍ତର:-
ଦେବତାମାନଙ୍କର ବିଶେଷତା ହେଉଛି ଯେ ସେମାନେ କେବେ ବି କାହାକୁ ମନେ ପକାନ୍ତି ନାହିଁ । ନା
ବାବାଙ୍କୁ ମନେ ପକାନ୍ତି, ନା କାହାର ଚିତ୍ରକୁ ମନେ ପକାଇଥାନ୍ତି, ସେଥିପାଇଁ ତାଙ୍କୁ ପୂଜ୍ୟ
କୁହାଯିବ । ସେଠାରେ କେବଳ ସୁଖ ହିଁ ସୁଖ ଥାଏ, ସେଥିପାଇଁ କାହାକୁ ମନେ ପକାଇବାର ଆବଶ୍ୟକତା ନଥାଏ
। ଏବେ ତୁମେମାନେ ଏକମାତ୍ର ବାବାଙ୍କୁ ମନେ ପକାଇ ଏପରି ପୂଜ୍ୟ ଏବଂ ପବିତ୍ର ହୋଇଯାଉଛ,
ଯାହାଦ୍ୱାରା ଆଉ ସ୍ମରଣ କରିବାର ଆବଶ୍ୟକତା ରହିବ ନାହିଁ ।
ଓମ୍ ଶାନ୍ତି ।
ମଧୁର ରୁହାନୀ ସନ୍ତାନମାନେ... ତେବେ ରୁହାନୀ ଆତ୍ମା ତ’ କୁହାଯିବ ନାହିଁ । ରୁହ ଅଥବା ଆତ୍ମା -
ଏକା କଥା । ରୁହାନୀ ସନ୍ତାନମାନଙ୍କୁ ବାବା ବୁଝାଉଛନ୍ତି । ପୂର୍ବରୁ କେବେ ଆତ୍ମାମାନଙ୍କୁ
ପରମପିତା ପରମାତ୍ମା ଜ୍ଞାନ ଦେଇ ନ ଥିଲେ । ବାବା ନିଜେ କହୁଛନ୍ତି ମୁଁ ଥରେ ମାତ୍ର କଳ୍ପର
ପୁରୁଷୋତ୍ତମ ସଂଗମଯୁଗରେ ଆସେ । ଏପରି ଆଉ କେହି କହିପାରିବେ ନାହିଁ - ସାରା କଳ୍ପରେ ସଂଗମଯୁଗ
ବ୍ୟତୀତ ବାବା ସ୍ୱୟଂ କେବେ ଆସନ୍ତି ହିଁ ନାହିଁ । ବାବା ସଂଗମରେ ହିଁ ଆସନ୍ତି ଯେତେବେଳେ କି
ଭକ୍ତି ଶେଷ ହୋଇଥାଏ ଏବଂ ବାବା ପୁନଃ ପିଲାମାନଙ୍କୁ ଜ୍ଞାନ ଦେଇଥାନ୍ତି । ନିଜକୁ ଆତ୍ମା ଭାବି
ବାବାଙ୍କୁ ମନେ ପକାଅ । ଏହି ପୁରୁଷାର୍ଥ କେତେକ ସନ୍ତାନମାନଙ୍କୁ ବହୁତ କଷ୍ଟକର ବୋଧହୁଏ ।
ପ୍ରକୃତରେ ଏହା ବହୁତ ସହଜ କିନ୍ତୁ ବୁଦ୍ଧିରେ ଠିକ୍ ଭାବରେ ଧାରଣ ହୁଏ ନାହିଁ । ତେଣୁ ବାବା
ବାରମ୍ବାର ବୁଝାଇ ଚାଲିଛନ୍ତି ହେଲେ ବୁଝାଇଲେ ମଧ୍ୟ ବୁଝୁ ନାହାଁନ୍ତି । ସ୍କୁଲ୍ରେ ଶିକ୍ଷକ ୧୨
ମାସ ପଢାଇଲା ପରେ ମଧ୍ୟ କେହି କେହି ପୁଣି ଫେଲ୍ ହୋଇଯାଇଥାନ୍ତି । ଏହି ବେହଦର ବାବା ମଧ୍ୟ
ପ୍ରତ୍ୟହ ସନ୍ତାନମାନଙ୍କୁ ପଢାଉଛନ୍ତି । ତଥାପି କାହାର ଧାରଣା ହେଉଛି କେହି ପୁଣି ଭୁଲିଯାଉଛନ୍ତି
। ଏହି ମୁଖ୍ୟ କଥା ହିଁ ବୁଝାଯାଉଛି ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ବାବା ହିଁ
କହୁଛନ୍ତି କେବଳ ମୋତେ ମନେ ପକାଅ । ଅନ୍ୟ କୌଣସି ମନୁଷ୍ୟ ଏକଥା କେବେହେଲେ କହିପାରିବେ ନାହିଁ ।
ବାବା କହୁଛନ୍ତି ମୁଁ ଥରେ ମାତ୍ର ହିଁ ଆସେ । କଳ୍ପ ଶେଷରେ ପୁଣି ସଂଗମ ଯୁଗରେ ଥରେ ମାତ୍ର
ତୁମମାନଙ୍କୁ ହିଁ ବୁଝାଉଛି । ତୁମେ ହିଁ ଏହି ଜ୍ଞାନ ପ୍ରାପ୍ତ କରୁଛ । ଅନ୍ୟ କେହି ଜ୍ଞାନ ଆହରଣ
କରୁ ନାହାଁନ୍ତି । ପ୍ରଜାପିତା ବ୍ରହ୍ମାଙ୍କର ତୁମେ ମୁଖ ବଂଶାବଳୀ ବ୍ରାହ୍ମଣ ହିଁ ଏହି ଜ୍ଞାନକୁ
ବୁଝୁଛ । ଜାଣିଛ ଯେ - କଳ୍ପ ପୂର୍ବରୁ ମଧ୍ୟ ବାବା ଏହି ସଂଗମରେ ଆସି ଜ୍ଞାନ ଶୁଣାଇଥିଲେ । ତୁମ
ବ୍ରାହ୍ମଣମାନଙ୍କର ହିଁ ପାର୍ଟ ରହିଛି, ଏହିସବୁ ବର୍ଣ୍ଣ ମଧ୍ୟ ଦେଇ ତ ନିଶ୍ଚୟ ଯିବାକୁ ହେବ ।
ଅନ୍ୟ ଧର୍ମାବଲମ୍ବୀମାନେ ଏହି ବର୍ଣ୍ଣରେ ଆସୁ ନାହାଁନ୍ତି, ଭାରତବାସୀ ହିଁ ଏହି ବର୍ଣ୍ଣରେ
ଆସୁଛନ୍ତି । ବ୍ରାହ୍ମଣ ମଧ୍ୟ ଭାରତବାସୀ ହିଁ ହେଉଛନ୍ତି, ସେଥିପାଇଁ ବାବାଙ୍କୁ ଭାରତରେ ଆସିବାକୁ
ପଡୁଛି । ତୁମେ ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ବ୍ରାହ୍ମଣ ଅଟ । ବ୍ରାହ୍ମଣଙ୍କ ପରେ ପୁଣି
ରହିଛନ୍ତି ଦେବତା ଏବଂ କ୍ଷତ୍ରିୟ । କ୍ଷତ୍ରିୟ କାହାକୁ କରାଯାଉନାହିଁ । ତୁମକୁ ତ ବାବା
ବ୍ରାହ୍ମଣ କରୁଛନ୍ତି ପୁଣି ତୁମେ ଦେବତା ହେଉଛ । ଦେବତାମାନଙ୍କର ପୁଣି ଧିରେ ଧିରେ କଳା କମ୍ ହେଲେ
ତାଙ୍କୁ କ୍ଷତ୍ରିୟ କୁହାଯାଏ । ଦେବତାରୁ କ୍ଷତ୍ରିୟ ବର୍ଣ୍ଣ ସ୍ୱତଃ ହିଁ ସ୍ପଷ୍ଟ ହୋଇଥାଏ । ବାବା
ତ ଆସି ବ୍ରାହ୍ମଣ କରୁଛନ୍ତି ପୁଣି ବ୍ରାହ୍ମଣରୁ ଦେବତା ପୁଣି ସେହିମାନେ ହିଁ କ୍ଷତ୍ରୀୟ ହେଉଛନ୍ତି
। ତିନୋଟିଯାକ ଧର୍ମ ଏକା ବାବା ହିଁ ଏବେ ସ୍ଥାପନା କରୁଛନ୍ତି । ଏପରି ନୁହେଁ କି ବାବା
ସତ୍ୟ-ତ୍ରେତା ଯୁଗରେ ପୁନର୍ବାର ଆସନ୍ତି । ମନୁଷ୍ୟ ନ ବୁଝିବା କାରଣରୁ କହିଦେଉଛନ୍ତି
ସତ୍ୟଯୁଗ-ତ୍ରେତାରେ ମଧ୍ୟ ଆସୁଛନ୍ତି । ବାବା କହୁଛନ୍ତି ମୁଁ ଯୁଗେ-ଯୁଗେ ଆସେ ହିଁ ନାହିଁ, ମୁଁ
ଥରେ ମାତ୍ର କଳ୍ପର ସଂଗମରେ ହିଁ ଆସୁଛି । ତୁମକୁ ମୁଁ ହିଁ ବ୍ରାହ୍ମଣ କରୁଛି - ପ୍ରଜାପିତା
ବ୍ରହ୍ମାଙ୍କ ଦ୍ୱାରା । ମୁଁ ତ ପରମଧାମରୁ ଆସୁଛି । ଆଚ୍ଛା, ବ୍ରହ୍ମା କେଉଁଠାରୁ ଆସୁଛନ୍ତି?
ବ୍ରହ୍ମା ତ ୮୪ ଜନ୍ମ ନେଇଥା’ନ୍ତି, ମୁଁ ନେଉ ନାହିଁ । ବ୍ରହ୍ମା, ସରସ୍ୱତୀ ଯିଏକି ବିଷ୍ଣୁଙ୍କର
ଦୁଇ ରୂପ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି, ସେଇମାନେ ହିଁ ୮୪ ଜନ୍ମ ନେଉଛନ୍ତି, ପୁଣି ତାଙ୍କର ବହୁତ
ଜନ୍ମ ଅନ୍ତେ ମୁଁ ପ୍ରବେଶ କରି ଏହାଙ୍କୁ ବ୍ରହ୍ମା ରୂପେ ଅଭିହିତ କରୁଛି । ଏହାଙ୍କ ନାମ ମୁଁ
ବ୍ରହ୍ମା ରଖୁଛି । ଏହା ତାଙ୍କର ନିଜସ୍ୱ ନାମ ନୁହେଁ । ପିଲାର ଜନ୍ମ ହେଲେ ଷଠି ପୂଜା କରିଥାନ୍ତି,
ଜନ୍ମ ଦିନ ପାଳନ କରିଥାନ୍ତି, ଏହାଙ୍କର ଜନ୍ମପତ୍ରୀ (ଜାତକ) ନାମ ତ ଲେଖରାଜ ଥିଲା । ତାହା ତ
ବାଲ୍ୟାବସ୍ଥାରେ ଥିଲା । ଏବେ ନାମ ବଦଳିଲା ଯେହେତୁ ସଂଗମରେ ଏହାଙ୍କ ଶରୀରରେ ବାବା ପ୍ରବେଶ କଲେ
। ବାନପ୍ରସ୍ଥ ଅବସ୍ଥାରେ ହିଁ ଏହାଙ୍କ ନାମ ବଦଳୁଛି । ସେହି ସନ୍ନ୍ୟାସୀମାନେ ତ ଘରଦ୍ୱାର ଛାଡି
ଚାଲିଗଲା ପରେ ହିଁ ତାଙ୍କ ନାମ ବଦଳିଥାଏ । ଇଏ ତ ଘରେ ହିଁ ରହୁଛନ୍ତି । ଏହାଙ୍କ ନାମ ବ୍ରହ୍ମା
ରଖାଯାଇଛି, କାହିଁକି ନା ବ୍ରାହ୍ମଣ ଦରକାର ନା । ତୁମକୁ ଆପଣାର କରି ପବିତ୍ର ବ୍ରାହ୍ମଣ କରୁଛନ୍ତି
। ପବିତ୍ର କରାଯାଉଛି । ଏପରି ନୁହେଁ କି ତୁମେ ଜନ୍ମରୁ ହିଁ ପବିତ୍ର ଅଟ । ତୁମକୁ ପବିତ୍ର ହେବାର
ଶିକ୍ଷା ମିଳୁଛି । କିପରି ପବିତ୍ର ହେବ? ଏହା ହେଉଛି ମୁଖ୍ୟ କଥା ।
ତୁମେ ଜାଣିଛ ଯେ ଭକ୍ତିମାର୍ଗରେ ଜଣେ ହେଲେ ବି ପୂଜ୍ୟ ହୋଇପାରିବେ ନାହିଁ । ମନୁଷ୍ୟ ଗୁରୁମାନଙ୍କ
ପାଖରେ ମୁଣ୍ଡ ନୁଆଁଇଥାନ୍ତି କାହିଁକି ନା ସେମାନେ ଘରଦ୍ୱାର ଛାଡି ପବିତ୍ର ହୋଇଥାନ୍ତି, କିନ୍ତୁ
ତାଙ୍କୁ ପୂଜ୍ୟ କୁହାଯିବ ନାହିଁ । ପୂଜ୍ୟ ସେ ଅଟନ୍ତି, ଯିଏ କାହାକୁ ବି ସ୍ମରଣ କରନ୍ତି ନାହିଁ ।
ସନ୍ନ୍ୟାସୀମାନେ ବ୍ରହ୍ମ ତତ୍ତ୍ୱକୁ ମନେ ପକାଇଥା’ନ୍ତି ନା, ପ୍ରାର୍ଥନା କରିଥା’ନ୍ତି ।
ସତ୍ୟଯୁଗରେ କାହାକୁ ବି ମନେ ପକାନ୍ତି ନାହିଁ । ଏବେ ବାବା କହୁଛନ୍ତି ତୁମକୁ ଜଣଙ୍କୁ ହିଁ ମନେ
ପକାଇବାକୁ ହେବ । ତାହା ତ ହେଉଛି ଭକ୍ତି । ତୁମ ଆତ୍ମା ମଧ୍ୟ ଗୁପ୍ତ ଅଟେ । ଆତ୍ମାକୁ ଯଥାର୍ଥ
ରୂପରେ କେହି ଜାଣି ନାହାଁନ୍ତି । ସତ୍ୟଯୁଗ-ତ୍ରେତାରେ ମଧ୍ୟ ଶରୀରଧାରୀ ହୋଇ ନିଜର ଶାରୀରିକ ନାମରେ
ଅଭିନୟ କରିଥାନ୍ତି । ନାମ ବିନା ତ ଅଭିନେତା ହୋଇପାରିବେ ନାହିଁ । କେଉଁଠି ଥିଲେ ମଧ୍ୟ ଶରୀରର
ନାମ ନିଶ୍ଚୟ ରହିବ । ନାମ ବିନା ଅଭିନୟ କିପରି କରିବ । ତେବେ ବାବା ବୁଝାଉଛନ୍ତି ଭକ୍ତି ମାର୍ଗରେ
ଗାୟନ କରୁଛନ୍ତି - ଆପଣ ଆସିଲେ ଆମେ ଆପଣଙ୍କ ବ୍ୟତୀତ ଆଉ କାହାକୁ ନିଜର କରିବୁ ନାହିଁ । ଆମେ
ଆପଣଙ୍କର ହିଁ ହେବୁ, ଏକଥା ଆତ୍ମା କହୁଛି । ଭକ୍ତିମାର୍ଗରେ ଯିଏ ବି ଦେହଧାରୀ ଅଛନ୍ତି ଯାହାଙ୍କର
ନାମ ରହିଛି, ତାଙ୍କୁ ଆମେ ପୂଜା କରିବୁ ନାହିଁ । ଯେତେବେଳେ ଆପଣ ଆସିବେ ଆମେ ଆପଣଙ୍କ ନିକଟରେ
ସମର୍ପଣ ହୋଇଯିବୁ । କେବେ ଆସିବେ, ଏକଥା ମଧ୍ୟ ଜାଣି ନାହାଁନ୍ତି । ଅନେକ ଦେହଧାରୀ,
ନାମଧାରୀଙ୍କର ପୂଜା କରି ଚାଲିଛନ୍ତି । ଅଧାକଳ୍ପର ଭକ୍ତି ପୂରା ହେଲେ ବାବା ଆସନ୍ତି । ବାବା
କହୁଛନ୍ତି କି ତୁମେ ଜନ୍ମ-ଜନ୍ମାନ୍ତର କହି ଆସିଛ - ଆମେ ତୁମ ବିନା କାହାକୁ ବି ମନେ ପକାଇବୁ ନାହିଁ
। ନିଜ ଦେହକୁ ମଧ୍ୟ ମନେ ପକାଇବୁ ନାହିଁ । କିନ୍ତୁ ମୋତେ ତ ଜାଣି ହିଁ ନାହାଁନ୍ତି ତେବେ କିପରି
ମନେ ପକାଇବେ । ଏବେ ବାବା ବସି ବୁଝାଉଛନ୍ତି ମଧୁର ସନ୍ତାନମାନେ, ନିଜକୁ ଆତ୍ମା ଭାବି ବାବାଙ୍କୁ
ମନେ ପକାଅ । ବାବା ହିଁ ପତିତ-ପାବନ ଅଟନ୍ତି, ତାଙ୍କୁ ମନେ ପକାଇବା ଦ୍ୱାରା ତୁମେ ପବିତ୍ର
ସତ୍ତ୍ୱପ୍ରଧାନ ହୋଇଯିବ । ସତ୍ୟଯୁଗ-ତ୍ରେତାରେ ଭକ୍ତି ନଥାଏ । ସେଠାରେ ତୁମେ କାହାକୁ ମଧ୍ୟ ମନେ
ପକାଇ ନଥାଅ । ନା ବାବାଙ୍କୁ ନା କୌଣସି ଚିତ୍ରକୁ । ସେଠାରେ ତ ସୁଖ ହିଁ ସୁଖ ରହିଥାଏ । ବାବା
ବୁଝାଉଛନ୍ତି ଯେତେ ତୁମେ ନିକଟତର ହେବ, କର୍ମାତୀତ ଅବସ୍ଥା ହୋଇ ଚାଲିବ । ସତ୍ୟଯୁଗରେ ନୂଆ ଦୁନିଆ,
ନୂଆ ଘରେ ବହୁତ ଖୁସି ମଧ୍ୟ ରହିବ ପୁଣି ୨୫ ପ୍ରତିଶତ ପୁରୁଣା ହୋଇଗଲେ ଯେପରି ସ୍ୱର୍ଗକୁ ହିଁ
ଭୁଲିଯାଇଥା’ନ୍ତି । ତେଣୁ ବାବା କହୁଛନ୍ତି ତୁମେ ଗାୟନ କରୁଥିଲ ଆପଣଙ୍କର ହିଁ ହେବୁ, ଆପଣଙ୍କଠାରୁ
ହିଁ ଶୁଣିବୁ । ତେବେ ନିଶ୍ଚୟ ତୁମେ ପରମାତ୍ମାଙ୍କୁ ହିଁ କହୁଛ ନା । ଆତ୍ମା କହୁଛି ପରମାତ୍ମା
ବାବାଙ୍କ ପାଇଁ । ଆତ୍ମା ସୂକ୍ଷ୍ମ ବିନ୍ଦୁ ଅଟେ, ତାଙ୍କୁ ଦେଖିବା ପାଇଁ ଦିବ୍ୟ ଦୃଷ୍ଟି ଦରକାର ।
ଆତ୍ମାକୁ ସ୍ଥୂଳତଃ ଧ୍ୟାନ କରିପାରିବ ନାହିଁ । ଆମେ ଆତ୍ମା ଏତେ ଛୋଟ ବିନ୍ଦୁ ଅଟେ, ଏପରି ଭାବି
ମନେ ପକାଇବା ମେହନତ ଅଟେ । କେହି ଆତ୍ମାକୁ ସାକ୍ଷାତ୍କାର କରିବା ପାଇଁ ଚେଷ୍ଟା କରନ୍ତି ନାହିଁ,
ପରମାତ୍ମାଙ୍କ ପାଇଁ ଚେଷ୍ଟା କରିଥା’ନ୍ତି, ଯାହାଙ୍କ ନିମନ୍ତେ ଶୁଣାଯାଏ ଯେ ସେ ହଜାରେ
ସୂର୍ଯ୍ୟଠାରୁ ତେଜୋମୟ ଅଟନ୍ତି । ଯଦି କାହାକୁ ସାକ୍ଷାତ୍କାର ହୁଏ ତେବେ କହିଥାନ୍ତି ବହୁତ
ତେଜୋମୟ ରୂପ ଥିଲା କାହିଁକି ନା ତାହା ହିଁ ଶୁଣିଛନ୍ତି । ଯାହାଙ୍କର ନବଧା ଭକ୍ତି କରିବେ, ତାଙ୍କୁ
ହିଁ ଦେଖିବେ । ନଚେତ୍ ବିଶ୍ୱାସ ହିଁ ରହିବ ନାହିଁ । ବାବା କହୁଛନ୍ତି ଆତ୍ମାକୁ ହିଁ ଦେଖିନାହଁ,
ତେବେ ପରମାତ୍ମାଙ୍କୁ କିପରି ଦେଖିବ । ଆତ୍ମାକୁ କିପରି ଦେଖିପାରିବ ଆଉ ସମସ୍ତଙ୍କର ତ ଶରୀରର
ଚିତ୍ର ଅଛି, ନାମ ମଧ୍ୟ ରହିଛି । ଆତ୍ମା ହେଉଛି ବିନ୍ଦୁ, ବହୁତ ଛୋଟ, ତାକୁ କିପରି ଦେଖିବ ।
ବହୁତ ଚେଷ୍ଟା କରୁଛନ୍ତି, କିନ୍ତୁ ଏହି ଆଖି ଦ୍ୱାରା ଦେଖି ପାରିବେ ନାହିଁ । ଆତ୍ମାକୁ ଜ୍ଞାନର
ଅବ୍ୟକ୍ତ ଦୃଷ୍ଟି ମିଳିଛି ।
ଏବେ ତୁମେ ଜାଣୁଛ ଆମେ ଆତ୍ମା କେତେ ସୂକ୍ଷ୍ମ ଅଟୁ । ମୋ ଆତ୍ମାରେ ୮୪ ଜନ୍ମର ଅଭିନୟ ଭରି ହୋଇ
ରହିଛି, ଯାହାକୁ ମୋତେ ପୁନରାବୃତ୍ତି କରିବାକୁ ହେବ । ତୁମକୁ ଶ୍ରେଷ୍ଠ କରିବା ପାଇଁ ବାବାଙ୍କର
ଶ୍ରୀମତ ମିଳୁଛି ତେଣୁ ତାହାକୁ ପାଳନ କରିବା ଦରକାର । ତୁମକୁ ଦୈବୀଗୁଣ ଧାରଣ କରିବାକୁ ହେବ ।
ଖାଦ୍ୟ-ପାନୀୟ, ଚଳଣି ମଧ୍ୟ ବହୁତ ରାଜକୀୟ ଦିବ୍ୟ ହେବା ଦରକାର । ତୁମେ ଦେବତା ହେଉଛ । ଦେବତାମାନେ
ନିଜେ ପୂଜ୍ୟ ଅଟନ୍ତି, ସେମାନେ କେବେ କାହାକୁ ପୂଜା କରନ୍ତି ନାହିଁ । ସେମାନେ ତ ଦ୍ୱିମୁକୁଟଧାରୀ
ଅଟନ୍ତି ନା । ସେମାନେ କେବେ କାହାର ପୂଜା କରନ୍ତି ନାହିଁ, ତେଣୁ ପୂଜ୍ୟ ହେଲେ ନା । ସତ୍ୟଯୁଗରେ
କାହାକୁ ପୂଜିବାର ଆବଶ୍ୟକତା ହିଁ ନାହିଁ । ବାକି ହଁ ପରସ୍ପରକୁ ସମ୍ମାନ ନିଶ୍ଚୟ ଦେବେ । ଏଭଳି
ନମସ୍କାର କରିବା, ଏହାକୁ ସମ୍ମାନ କୁହାଯାଏ । ଏପରି ନୁହେଁ ଯେ ମନ ଭିତରେ ତାଙ୍କୁ ସ୍ମରଣ କରିବାକୁ
ହେବ । ସମ୍ମାନ ତ’ ଦେବାକୁ ହିଁ ପଡିବ । ଯେପରି ପ୍ରେସିଡେଣ୍ଟଙ୍କୁ ସମସ୍ତେ ସମ୍ମାନ ଦେଇଥାନ୍ତି
। ଜାଣିଛନ୍ତି ଇଏ ବହୁତ ଉଚ୍ଚ ପଦାଧିକାରୀ । ତାଙ୍କୁ କ’ଣ ନମସ୍କାର କରିବେ କି? ତେଣୁ ବାବା
ବୁଝାଉଛନ୍ତି - ଏହି ଜ୍ଞାନମାର୍ଗ ବିଲ୍କୁଲ୍ ଅଲଗା ଜିନିଷ ଅଟେ, ଏଥିରେ କେବଳ ନିଜକୁ ଆତ୍ମା
ଭାବିବାକୁ ହେବ ଯାହାକି ତୁମେ ଭୁଲିଯାଇଛ । ଶରୀରର ନାମକୁ ମନେ ରଖିଦେଇଛ । କର୍ମ ତ ନିଶ୍ଚୟ ନାମ
ଦ୍ୱାରା ହିଁ କରିବାକୁ ହେବ । ବିନା ନାମରେ କାହାକୁ ଡାକିବ କିପରି । ଯଦିଓ ତୁମେ ଶରୀରଧାରୀ ହୋଇ
ଅଭିନୟ କରୁଥାଅ ପଛେ ବୁଦ୍ଧି ଦ୍ୱାରା ଶିବବାବାଙ୍କୁ ମନେ ପକାଇବାକୁ ହେବ । ଶ୍ରୀକୃଷ୍ଣଙ୍କ ଭକ୍ତ
ଭାବୁଛନ୍ତି ଆମକୁ କୃଷ୍ଣଙ୍କୁ ହିଁ ସ୍ମରଣ କରିବାକୁ ହେବ । ବାସ୍ ଯେଉଁ ଆଡେ ଦେଖୁଛି - କୃଷ୍ଣ
ହିଁ କୃଷ୍ଣ । ମୁଁ ବି କୃଷ୍ଣ, ତୁମେ ବି କୃଷ୍ଣ । ଆରେ ତୁମର ନାମ ଅଲଗା, ତାଙ୍କର ନାମ ଅଲଗା...
ସମସ୍ତେ କୃଷ୍ଣ ହିଁ କୃଷ୍ଣ କିପରି ହୋଇପାରିବେ । ସମସ୍ତଙ୍କର ନାମ କ’ଣ କୃଷ୍ଣ ହୋଇପାରିବ, ଯାହା
ଆସୁଛି ତାହା କହିଦେଉଛନ୍ତି । ଏବେ ବାବା କହୁଛନ୍ତି ଭକ୍ତିମାର୍ଗର ସବୁ ଚିତ୍ରକୁ ଭୁଲି ଏକା
ବାବାଙ୍କୁ ମନେ ପକାଅ । ଚିତ୍ର ଗୁଡିକୁ ତୁମେ ପତିତ-ପାବନ କହୁ ନାହଁ, ହନୁମାନ ଆଦି କ’ଣ
ପତିତ-ପାବନ କି । ଅନେକ ଗୁଡିଏ ଚିତ୍ର ରହିଛି, କେହି ବି ପତିତ-ପାବନ ନୁହଁନ୍ତି । କୌଣସି ବି ଦେବୀ
ହୁଅନ୍ତୁ ଯାହାଙ୍କର ଶରୀର ଅଛି ତାଙ୍କୁ ପତିତ-ପାବନ କୁହାଯିବ ନାହିଁ । ୬-୮ ଭୂଜାଧାରୀ
ଦେବୀମାନଙ୍କୁ ତିଆରି କରୁଛନ୍ତି, ସବୁ ନିଜ ବୁଦ୍ଧିରେ । ଇଏ କିଏ, ତାହା ତ’ ଜାଣି ନାହାଁନ୍ତି ।
ଏମାନେ ପତିତ-ପାବନ ବାବାଙ୍କର ସହଯୋଗୀ ସନ୍ତାନ ଅଟନ୍ତି, ଏକଥା କାହାକୁ ହେଲେ ଜଣା ନାହିଁ । ତୁମର
ରୂପ ତ ସାଧାରଣ ହିଁ ଅଟେ । ଏହି ଶରୀର ତ ବିନାଶ ହୋଇଯିବ । ଏପରି ନୁହେଁ ଯେ ତୁମର ଚିତ୍ର ଆଦି
ରହିବ । ଏସବୁ ନଷ୍ଟ ହୋଇଯିବ । ବାସ୍ତବରେ ତୁମେମାନେ ହେଉଛ ଦେବୀ । ନାମ ମଧ୍ୟ ଉଚ୍ଚାରଣ ହୋଇଥାଏ
- ସୀତା ଦେବୀ, ଅମୁକ ଦେବୀ । ରାମ ଦେବତା କହିବେ ନାହିଁ । ଅମୁକ ଦେବୀ ଅଥବା ଶ୍ରୀମତୀ
କହିଦେଉଛନ୍ତି, ତାହା ମଧ୍ୟ ଭୁଲ୍ ହୋଇଯାଉଛି । ଏବେ ପବିତ୍ର ହେବା ପାଇଁ ପୁରୁଷାର୍ଥ କରିବାକୁ
ହେବ । ତୁମେ ମଧ୍ୟ କହୁଛ ପତିତରୁ ପବିତ୍ର କର । ଏପରି କହୁ ନାହଁ କି ଲକ୍ଷ୍ମୀ-ନାରାୟଣ ତିଆରି କର
। ପତିତରୁ ପବିତ୍ର ମଧ୍ୟ ବାବା କରୁଛନ୍ତି । ନରରୁ ନାରାୟଣ ମଧ୍ୟ ସେ କରୁଛନ୍ତି । ସେମାନେ ତ
ପତିତ-ପାବନ ନିରାକାରଙ୍କୁ କହିଥା’ନ୍ତି । ଆଉ ସତ୍ୟ ନାରାୟଣ କଥା ଶୁଣାଇଲାବାଲା ପୁଣି
ଅନ୍ୟମାନଙ୍କୁ ଦେଖାଇଥାନ୍ତି । ଏପରି ତ କହୁ ନାହାଁନ୍ତି ଯେ ବାବା ସତ୍ୟ ନାରାୟଣ କଥା ଶୁଣାଇ ଅମର
କର, ନରରୁ ନାରାୟଣ କର । କେବଳ କହୁଛନ୍ତି ଆସି ପବିତ୍ର କର । ବାବା ହିଁ ସତ୍ୟ ନାରାୟଣଙ୍କର କଥା
ଶୁଣାଇ ପବିତ୍ର କରୁଛନ୍ତି । ତୁମେ ପୁଣି ଅନ୍ୟମାନଙ୍କୁ ସତ୍ୟ କଥା ଶୁଣାଉଛ । ଆଉ କେହି ଏକଥା
ଜାଣିପାରନ୍ତି ନାହିଁ । ତୁମେ ହିଁ ଜାଣୁଛ । ଯଦିଓ ତୁମ ଘରେ ମିତ୍ର, ସମ୍ବନ୍ଧୀ, ଭାଇ ଇତ୍ୟାଦି
ଅଛନ୍ତି କିନ୍ତୁ ସେମାନେ ମଧ୍ୟ ବୁଝି ନାହାଁନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜକୁ
ଶ୍ରେଷ୍ଠ କରିବା ପାଇଁ ବାବାଙ୍କର ଯେଉଁ ସବୁ ଶ୍ରୀମତ ମିଳୁଛି, ସେହି ଆଧାରରେ ଚାଲିବାକୁ ହେବ ଏବଂ
ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ପଡିବ । ଖାଦ୍ୟ-ପାନୀୟ ଏବଂ ଚାଲି-ଚଳଣିକୁ ରୟାଲ ଅର୍ଥାତ୍ ରାଜକୀୟ
କରିବାକୁ ହେବ ।
(୨) ପରସ୍ପରକୁ ମନେ
ପକାଇବାର ନାହିଁ, କିନ୍ତୁ ସମ୍ମାନ ନିଶ୍ଚିତ ଦେବାକୁ ହେବ । ନିଜେ ପବିତ୍ର ହେବାର ପୁରୁଷାର୍ଥ
କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ ।
ବରଦାନ:-
ନିରସ ବାତାବରଣ
ଭିତରେ ଖୁସିର ଝଲକ ଅନୁଭବ କରାଉଥିବା ସଦା ଖୁସିବାସିଆ ଭବ ।
ଏଭରହ୍ୟାପୀ ଅର୍ଥାତ୍
ସର୍ବଦା ଖୁସିରେ ରହିବାର ବରଦାନ ଯେଉଁ ପିଲାମାନଙ୍କୁ ପ୍ରାପ୍ତ ଅଟେ, ସେମାନେ ଦୁଃଖର ଢେଉ
ଉତ୍ପନ୍ନ କରୁଥିବା ବାତାବରଣରେ, ନିରସ ବାତାବରଣରେ, ଅପ୍ରାପ୍ତିର ଅନୁଭବ କରାଉଥିବା ବାତାବରଣରେ
ସର୍ବଦା ଖୁସିରେ ରହିବେ ଏବଂ ନିଜର ଖୁସିର ଝଲକ ଦ୍ୱାରା ଦୁଃଖ ଏବଂ ଉଦାସୀର ବାତାବରଣକୁ ଏଭଳି
ପରିବର୍ତ୍ତନ କରିବେ ଯେପରି ସୂର୍ଯ୍ୟ ଅନ୍ଧକାରକୁ ପରିବର୍ତ୍ତନ କରିଦେଇଥାଏ । ଅନ୍ଧକାର ଭିତରେ
ଆଲୋକ ସୃଷ୍ଟି କରିବା, ଅଶାନ୍ତି ଭିତରେ ଶାନ୍ତିର ଅନୁଭୂତି କରାଇବା, ନିରସ ବାତାବରଣ ଭିତରେ
ଖୁସିର ଝଲକ ଆଣିବା - ଏହାକୁ କୁହାଯାଏ ଏଭରହ୍ୟାପୀ । ବର୍ତ୍ତମାନ ସମୟରେ ଏହିଭଳି ସେବାର ଆବଶ୍ୟକତା
ରହିଛି ।
ସ୍ଲୋଗାନ:-
ଅଶରୀରୀ ତାକୁ
କୁହାଯିବ ଯାହାକୁ ଶରୀରର କୌଣସି ବି ଆକର୍ଷଣ ନିଜ ଆଡକୁ ଆକର୍ଷିତ କରୁ ନ ଥିବ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
କର୍ମାତୀତର ଅର୍ଥ ଏହା
ନୁହେଁ ଯେ କର୍ମଠାରୁ ଅତୀତ ହୋଇଯାଅ । କର୍ମଠାରୁ ନିଆରା ହେବା ନୁହେଁ କିନ୍ତୁ କର୍ମର ବନ୍ଧନରେ
ବାନ୍ଧି ହେବା ଠାରୁ ନିଆରା - ଏହାକୁ କୁହାଯାଏ କର୍ମାତୀତ । ତେବେ କର୍ମଯୋଗର ସ୍ଥିତି କର୍ମାତୀତ
ସ୍ଥିତିର ଅନୁଭବ କରାଇଥାଏ । ଏହି କର୍ମଯୋଗୀ ସ୍ଥିତି କର୍ମାତୀତ ସ୍ଥିତିର ଅନୁଭବ କରାଇଥାଏ । ଏହି
କର୍ମଯୋଗୀ ସ୍ଥିତି ଅତି ପ୍ୟାରୀ ଏବଂ ଅତି ନ୍ୟାରୀ ସ୍ଥିତି ଅଟେ, ଏଥିରେ ଯେତେ ବି ବଡ ମେହନତ ବାଲା
କାର୍ଯ୍ୟ ହୋଇଥାଉ ନା କାହିଁକି ତାହା ଏଭଳି ଲାଗିବ ଯେପରି କାର୍ଯ୍ୟ କରୁ ନାହୁଁ, ଖେଳ ଖେଳୁଛୁ ।