03.02.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମମାନଙ୍କୁ ଯୋଗଯୁକ୍ତ ସ୍ଥିତିରେ ରହିବାର ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ, କାହିଁକି ନା ଯୋଗବଳ ଦ୍ୱାରା ହିଁ ତୁମେ ବିକର୍ମାଜିତ୍ ହୋଇପାରିବ” ।

ପ୍ରଶ୍ନ:-
ମନରେ କେଉଁ ବିଚାର ଆସିଲେ ତୁମେ ପୁରୁଷାର୍ଥରେ ତଳକୁ ଖସି ପଡିବ? ଈଶ୍ୱରୀୟ ସେବାଧାରୀ ସନ୍ତାନମାନେ କେଉଁ ସେବା ସର୍ବଦା କରିଚାଲିବେ?

ଉତ୍ତର:-
କେତେକ ପିଲା ଭାବୁଛନ୍ତି ଏବେ ବହୁତ ସମୟ ବାକି ଅଛି, ପରେ ପୁରୁଷାର୍ଥ କରିନେବି, କିନ୍ତୁ ମୃତ୍ୟୁର କ’ଣ କୌଣସି ନିୟମ ଅଛି? କାଲି-କାଲି କରି ମରିଯିବ ସେଥିପାଇଁ ଏପରି ଭାବ ନାହିଁ ଯେ ଆହୁରି ବହୁତ ବର୍ଷ ପଡିଛି, ଶେଷ ବେଳକୁ ଶୀଘ୍ର ଶୀଘ୍ର ଆଗେଇଯିବି । ଏହି ବିଚାର ଆହୁରି ହିଁ ତଳକୁ ଖସାଇଦେବ । ଯେତେ ଦୂର ସମ୍ଭବ ଯୋଗଯୁକ୍ତ ସ୍ଥିତିରେ ରହିବାର ପୁରୁଷାର୍ଥ କରିବା ସହିତ ଶ୍ରୀମତ ଆଧାରରେ ନିଜର କଲ୍ୟାଣ କରିଚାଲ । ଆତ୍ମିକ ଈଶ୍ୱରୀୟ ସେବାଧାରୀ ପିଲାମାନେ ଆତ୍ମାମାନଙ୍କୁ ଦୁଃଖରୁ ଉଦ୍ଧାର କରିବା ସହିତ ପତିତମାନଙ୍କୁ ପାବନ କରିବାର ସେବା କରିଚାଲିବେ ।

ଗୀତ:-
ଓମ୍ ନମୋ ଶିବାୟ...

ଓମ୍ ଶାନ୍ତି ।
ଏକଥା ତ ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ ନିରାକାର ପିତା ସାକାର ବ୍ରହ୍ମାଙ୍କ ବ୍ୟତୀତ କୌଣସି ବି କର୍ମ କରିପାରିବେ ନାହିଁ । ପାର୍ଟ ବଜାଇପାରିବେ ନାହିଁ । ଆତ୍ମିକ ପିତା ଆସି ବ୍ରହ୍ମାଙ୍କ ଦ୍ୱାରା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଯୋଗବଳ ଦ୍ୱାରା ହିଁ ପିଲାମାନଙ୍କୁ ସତ୍ତ୍ୱପ୍ରଧାନ ହେବାର ଅଛି ଏବଂ ପୁଣି ସତ୍ତ୍ୱପ୍ରଧାନ ବିଶ୍ୱର ମାଲିକ ମଧ୍ୟ ହେବାର ଅଛି । ଏହି କଥା ପିଲାମାନଙ୍କର ବୁଦ୍ଧିରେ ଅଛି । କଳ୍ପ କଳ୍ପ ବାବା ଆସି ରାଜଯୋଗର ଶିକ୍ଷା ଦେଉଛନ୍ତି । ଏଠାକୁ ଆସି ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି, ଅର୍ଥାତ୍ ମନୁଷ୍ୟକୁ ଦେବତା କରୁଛନ୍ତି । ମନୁଷ୍ୟ ଯେଉଁମାନେ ଦେବୀ-ଦେବତା ଥିଲେ ସେହିମାନେ ଏବେ ପରିବର୍ତ୍ତିତ ହୋଇ ଶୁଦ୍ର ପତିତ ହୋଇଯାଇଛନ୍ତି । ଭାରତ ଯେତେବେଳେ ପାରସପୁରୀ ଅର୍ଥାତ୍ ସ୍ୱର୍ଗ ଥିଲା ସେତେବେଳେ ପବିତ୍ରତା ସୁଖ-ଶାନ୍ତି ସବୁ କିଛି ଥିଲା । ଏହା ୫ ହଜାର ବର୍ଷର କଥା । ଯାହାର ସଠିକ୍ ହିସାବ କିତାବ ବାବା ଆସି ବତାଉଛନ୍ତି । ତାଙ୍କଠାରୁ ଉଚ୍ଚ ତ ଆଉ କେହି ନାହାଁନ୍ତି । ସୃଷ୍ଟି ବା ବୃକ୍ଷ, ଯାହାକୁ କଳ୍ପ ବୃକ୍ଷ କୁହାଯାଉଛି, ତାର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବାବା ହିଁ କହିପାରିବେ । ଭାରତରେ ଯେଉଁ ଦେବୀ-ଦେବତା ଧର୍ମ ଥିଲା ତାହା ଏବେ ପ୍ରାୟଃ ଲୋପ ହୋଇଯାଇଛି । ଦେବୀ-ଦେବତା ଧର୍ମ ତ ଏବେ ନାହିଁ । କିନ୍ତୁ ଦେବତାମାନଙ୍କର ଚିତ୍ର ବା ମୂର୍ତ୍ତି ନିଶ୍ଚିତ ଅଛି । ଏକଥା ମଧ୍ୟ ଭାରତବାସୀମାନେ ଜାଣିଛନ୍ତି ଯେ ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଯଦିଓ ଶାସ୍ତ୍ରରେ ଏହି ଭୂଲ୍ କରିଦେଇଛନ୍ତି, ଶ୍ରୀକୃଷ୍ଣଙ୍କୁ ଦ୍ୱାପରକୁ ନେଇଯାଇଛନ୍ତି । ତେଣୁ ବାବା ହିଁ ଆସି ଭୂଲିଯାଇଥିବା ମନୁଷ୍ୟମାନଙ୍କୁ ପୁଣି ରାସ୍ତା ଦେଖାଉଛନ୍ତି । ଯେତେବେଳେ ମାର୍ଗଦର୍ଶକ ବାବା ଆସିଯାଆନ୍ତି ସେତେବେଳେ ସବୁ ଆତ୍ମାମାନେ ମୁକ୍ତିଧାମକୁ ଚାଲିଯାଇଥାଆନ୍ତି, ସେଥିପାଇଁ ତାଙ୍କୁ କୁହାଯାଏ ସମସ୍ତଙ୍କର ସଦ୍‌ଗତି ଦାତା । ରଚୟିତା ତ କେବଳ ଜଣେ ହିଁ ଅଟନ୍ତି ଏବଂ ସୃଷ୍ଟି ମଧ୍ୟ ଗୋଟିଏ । ବିଶ୍ୱର ଇତିହାସ-ଭୂଗୋଳ ମଧ୍ୟ ଏକ, ଯାହାର କି ପୁନରାବୃତ୍ତି ହୋଇଚାଲିଛି । ସତ୍ୟ, ତ୍ରେତା, ଦ୍ୱାପର, କଳିଯୁଗ ତା’ପରେ ପୁଣି ସଂଗମଯୁଗ ଆସେ । କଳିଯୁଗରେ ପତିତ ଏବଂ ସତ୍ୟଯୁଗରେ ପାବନ ଆତ୍ମାମାନେ ଥା’ନ୍ତି । ସତ୍ୟଯୁଗ ଆସିବ, ତେଣୁ ନିଶ୍ଚିତ କଳିଯୁଗର ବିନାଶ ହେବ ଏବଂ ବିନାଶ ପୂର୍ବରୁ ସ୍ଥାପନା ମଧ୍ୟ ନିଶ୍ଚିତ ହେବ । ସତ୍ୟଯୁଗରେ ତ ସ୍ଥାପନା ହେବ ନାହିଁ । ଭଗବାନ ମଧ୍ୟ ସେତେବେଳେ ଆସିବେ ଯେତେବେଳେ ଦୁନିଆ ପତିତ ହୋଇଥିବ । ସତ୍ୟଯୁଗ ତ ହେଉଛି ପବିତ୍ର ଦୁନିଆ । ପତିତ ଦୁନିଆକୁ ପାବନ ଦୁନିଆ କରିବା ପାଇଁ ଭଗବାନଙ୍କୁ ଆସିବାକୁ ପଡିଥାଏ । ଏବେ ବାବା ଆସି ସହଜରୁ ସହଜ ଉପାୟ ବତାଉଛନ୍ତି । କହୁଛନ୍ତି, ଦେହର ସବୁ ସମ୍ବନ୍ଧକୁ ଭୁଲି ଦେହୀ-ଅଭିମାନୀ ହୋଇ ବାବାଙ୍କୁ ସ୍ମରଣ କର । କେହି ଜଣେ ତ ପତିତ-ପାବନ ଅଟନ୍ତି ନା । ଭକ୍ତମାନଙ୍କୁ ଭକ୍ତିର ଫଳ ଏକମାତ୍ର ଭଗବାନ ହିଁ ଦେଇଥା’ନ୍ତି । ସେଥିପାଇଁ ଭକ୍ତମାନଙ୍କୁ ଆସି ଜ୍ଞାନ ଦେଇଥାନ୍ତି । ଏହି ପତିତ ଦୁନିଆକୁ ପବିତ୍ର କରିବା ପାଇଁ ଜ୍ଞାନର ସାଗର ବାବା ହିଁ ଆସିଥା’ନ୍ତି । ଯୋଗବଳ ଦ୍ୱାରା ହିଁ ତୁମେମାନେ ପବିତ୍ର ହେଉଛ । ବାବାଙ୍କ ବ୍ୟତୀତ ତ ଆଉ କେହି ପବିତ୍ର କରିପାରିବେ ନାହିଁ । ଏହି ସବୁ କଥା ଅନ୍ୟମାନଙ୍କୁ ବୁଝାଇବା ପାଇଁ ହିଁ ତୁମକୁ ବୁଦ୍ଧିରେ ଜ୍ଞାନକୁ ଧାରଣ କରିବାକୁ ପଡୁଛି । ତୁମମାନଙ୍କୁ ଘରେ ଘରେ ସନ୍ଦେଶ ଦେବାକୁ ହେବ । ଏଭଳି କହିବାର ନାହିଁ ଯେ ଭଗବାନ ଆସିଛନ୍ତି । ସେମାନଙ୍କୁ ବହୁତ ଯୁକ୍ତିର ସହିତ ବୁଝାଇବାକୁ ପଡିବ । ତାଙ୍କୁ କୁହ, ଭଗବାନ ଆମର ପିତା ଅଟନ୍ତି ନା । ଜଣେ ହେଲେ ଲୌକିକ ପିତା, ଅନ୍ୟ ଜଣେ ପାରଲୌକିକ ପିତା । ଦୁଃଖ ସମୟରେ ଆମେ ପାରଲୌକିକ ପିତାଙ୍କୁ ହିଁ ଡାକିଥାଉ । ସୁଖଧାମରେ କେହି ବି ଡାକି ନ ଥା’ନ୍ତି । କାରଣ ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟରେ କେବଳ ସୁଖ ହିଁ ସୁଖ ଥିଲା । ପବିତ୍ରତା, ଶାନ୍ତି ଏବଂ ସମୃଦ୍ଧି ସବୁ କିଛି ଥିଲା । ବାବାଙ୍କର ସମ୍ପତ୍ତି ମିଳିଗଲା ଆଉ କାହିଁକି ଡାକିବେ । ଆତ୍ମା ଜାଣିଛି ମୁଁ ସୁଖରେ ଅଛି । ଏକଥା ତ କେହି ବି କହିପାରିବ ଯେ ସେଠାରେ ସୁଖ ହିଁ ସୁଖ ଥିଲା । ବାବା ତ ଦୁଃଖ ଭୋଗ କରିବା ପାଇଁ ସୃଷ୍ଟି ରଚନା କରି ନାହାଁନ୍ତି । ଏହା ପୂର୍ବ ନିର୍ମିତ ଖେଳ ଅଟେ ନା । ଯେଉଁମାନଙ୍କର ପାର୍ଟ ଶେଷ ସମୟରେ ଥାଏ ଅର୍ଥାତ୍ କେବଳ ୨-୪ ଜନ୍ମ ନେଇଥା’ନ୍ତି ସେମାନେ ନିଶ୍ଚିତ ବାକି ସମୟ ଶାନ୍ତିରେ ଥା’ନ୍ତି । ବାକି ସେମାନେ ଡ୍ରାମାର ଖେଳରୁ ହିଁ ସମ୍ପୂର୍ଣ୍ଣ ବାହାରି ଯିବେ, ଏ କଥା ହୋଇପାରିବ ନାହିଁ । ଏହି ଖେଳ ଅର୍ଥାତ୍ ଡ୍ରାମାକୁ ତ ସମସ୍ତଙ୍କୁ ଆସିବାକୁ ପଡିବ । କାହାକୁ ଗୋଟିଏ ଦୁଇଟି ଜନ୍ମ ମଧ୍ୟ ମିଳିଥାଏ । ତେବେ ସେମାନେ ବାକି ସମୟ ଯେମିତିକି ମୋକ୍ଷ ଅବସ୍ଥାରେ ରହିବେ । ଆତ୍ମା ପାର୍ଟଧାରୀ ଅଟେ ନା । କୌଣସି ଆତ୍ମାକୁ ଭଲ ପାର୍ଟ ମିଳିଛି ତ ଆଉ କାହାକୁ କମ୍ ପାର୍ଟ ମିଳିଛି । ଏ କଥା ମଧ୍ୟ ଏବେ ତୁମେ ଜାଣିଛ, ଗାୟନ ମଧ୍ୟ ରହିଛି ଯେ ଈଶ୍ୱରଙ୍କର ଅନ୍ତ କେହି ପାଇପାରିବେ ନାହିଁ । ତେବେ ବାବା ହିଁ ଆସି ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ବୃତ୍ତାନ୍ତ ଶୁଣାଇଥା’ନ୍ତି । ଯେ ପର୍ଯ୍ୟନ୍ତ ରଚୟିତା ନିଜେ ଆସିନାହାଁନ୍ତି ସେ ପର୍ଯ୍ୟନ୍ତ ରଚୟିତା ଏବଂ ରଚନାକୁ କେହି ଜାଣି ପାରିବେ ନାହିଁ । ଏବେ ବାବା ହିଁ ଆସି ଶୁଣାଉଛନ୍ତି ଯେ, ମୁଁ ସାଧାରଣ ଶରୀରରେ ପ୍ରବେଶ କରୁଛି । ମୁଁ ଯାହାଙ୍କ ଶରୀରରେ ପ୍ରବେଶ କରୁଛି ସିଏ ନିଜର ପୂର୍ବ ଜନ୍ମ ଗୁଡିକୁ ଜାଣି ନାହାଁନ୍ତି ତେଣୁ ମୁଁ ତାଙ୍କୁ ୮୪ ଜନ୍ମର କାହାଣୀ ଶୁଣାଉଛି । ଏଥିରେ କାହାର ପାର୍ଟରେ ପରିବର୍ତ୍ତନ ହୋଇପାରିବ ନାହିଁ କାରଣ ଏହା ପୂର୍ବ ପ୍ରସ୍ତୁତ ଖେଳ ବା ନାଟକ ଅଟେ । ଏ କଥା ମଧ୍ୟ କାହାରି ବୁଦ୍ଧିରେ ଧାରଣା ହେଉ ନାହିଁ । ଏ କଥା ସେତେବେଳେ ବୁଦ୍ଧିରେ ଧାରଣା ହେବ ଯେତେବେଳେ ନିଜେ ପବିତ୍ର ହୋଇ ଜ୍ଞାନକୁ ବୁଝିବେ । ଭଲ ଭାବରେ ବୁଝିବା ପାଇଁ ହିଁ ସାତ ଦିନ ଭଟ୍ଟୀର ବ୍ୟବସ୍ଥା ରହିଛି । ଭକ୍ତିମାର୍ଗରେ ମଧ୍ୟ ଭାଗବତ ସପ୍ତାହ ରଖାଯାଇଥାଏ । ଏଠାରେ ମଧ୍ୟ ଜଣାପଡୁଛି - ଅତି କମ୍‌ରେ ସାତ ଦିନ ନ ହେଲେ କେହି ବୁଝିପାରିବେ ନାହିଁ । କେହି କେହି ତ ଭଲ ଭାବରେ ବୁଝିଯା’ନ୍ତି । କେହି କେହି ତ ସାତଦିନ ବୁଝି ମଧ୍ୟ କିଛି ବୁଝି ନ ଥା’ନ୍ତି । ସେମାନଙ୍କ ବୁଦ୍ଧିରେ କିଛି ବି ପଶି ନ ଥାଏ । କୁହନ୍ତି ମୁଁ ତ ସାତ ଦିନ ଆସିଲି କିନ୍ତୁ କିଛି ବୁଝିପାରିଲି ନାହିଁ । ଯଦି ଉଚ୍ଚ ପଦ ପାଇବାର ନ ଥିବ ତେବେ କିଛି ବୁଝିପାରିବେ ନାହିଁ । ଆଚ୍ଛା ତଥାପି ବି ତାଙ୍କର କଲ୍ୟାଣ ତ ହେଲା ନା । ପ୍ରଜା ତ ଏହିପରି ତିଆରି ହୋଇଥା’ନ୍ତି । ବାକି ରାଜ୍ୟ-ଭାଗ୍ୟ ନେବା ପାଇଁ ତ ଗୁପ୍ତ ମେହନତ କରିବାକୁ ପଡିବ । ତେବେ ବାବାଙ୍କୁ ସ୍ମରଣ କରିଲେ ହିଁ ବିକର୍ମ ବିନାଶ ହୋଇଥାଏ । ଏବେ କରିବ କି ନ କରିବ ତୁମର ଇଚ୍ଛା । କିନ୍ତୁ ବାବାଙ୍କର ଏହା ହିଁ ନିର୍ଦ୍ଦେଶ ଅଟେ । ପ୍ରିୟ ବସ୍ତୁକୁ ତ ମନେ ପକାଇବାକୁ ପଡିଥାଏ ନା । ଭକ୍ତିମାର୍ଗରେ ମଧ୍ୟ ଗାୟନ କରିଥା’ନ୍ତି ହେ ପତିତ-ପାବନ ଆସ । ବର୍ତ୍ତମାନ ସିଏ ଆମକୁ ମିଳିଛନ୍ତି ଏବଂ କହୁଛନ୍ତି ମୋତେ ସ୍ମରଣ କର ତେବେ ତୁମର ଆତ୍ମାରୁ କଳଙ୍କି ଛାଡିଯିବ । ରାଜପଦ କ’ଣ ଏତେ ସହଜରେ ମିଳିଯିବ । କିଛି ତ ମେହନତ ଥିବ ନା । ତେବେ ଯୋଗରେ ହିଁ ମେହନତ ରହିଛି । ମୁଖ୍ୟ ହେଉଛି ହିଁ ଯୋଗର ଯାତ୍ରା । ଯେଉଁମାନେ ଯୋଗଯୁକ୍ତ ହୋଇ ରୁହନ୍ତି ସେହିମାନେ ହିଁ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିଥା’ନ୍ତି । ପୁରା ଯୋଗ ନ କରିଲେ ବିକର୍ମ ବିନାଶ ହେବ ନାହିଁ । ଯୋଗବଳ ଦ୍ୱାରା ହିଁ ବିକର୍ମାଜୀତ ହେବାକୁ ପଡିବ । ପୂର୍ବରୁ ମଧ୍ୟ ଯୋଗବଳ ଦ୍ୱାରା ହିଁ ବିକର୍ମ ଉପରେ ବିଜୟ ପ୍ରାପ୍ତ କରିଛ । ଲକ୍ଷ୍ମୀ-ନାରାୟଣ ଏତେ ପବିତ୍ର କିପରି ହେଲେ ଯେବେ କି କଳିଯୁଗ ଶେଷରେ କେହି ବି ପବିତ୍ର ନୁହଁନ୍ତି । ଏଥିରୁ ତ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବର୍ତ୍ତମାନ ଗୀତାର ଜ୍ଞାନର ଅଧ୍ୟାୟ ପୁଣି ପୁନରାବୃତ୍ତି ହେଉଛି । “ଶିବ ଭଗବାନୁବାଚ” ଭୂଲ ତ ବହୁତ ହୋଇଚାଲିଛି ନା । ବାବା ହିଁ ଆସି ପୁଣି ଅଭୁଲ୍ ଅର୍ଥାତ୍ ଠିକ୍ କରୁଛନ୍ତି । ଭାରତରେ ଯେତେ ବି ଶାସ୍ତ୍ର ଅଛି ସେ ସବୁ ହେଉଛି ଭକ୍ତି ମାର୍ଗର ଶାସ୍ତ୍ର । ବାବା କହୁଛନ୍ତି ମୁଁ ଯାହାବି କହିଯାଇଥିଲି ତାହା କାହାକୁ ବି ଜଣାନାହିଁ । ଯେଉଁମାନଙ୍କୁ କହିଥିଲି ସେହିମାନେ ହିଁ ଉଚ୍ଚ ପଦ ପାଇଥିଲେ । ୨୧ ଜନ୍ମର ପ୍ରାରବ୍ଧ ପାଇଗଲା ପରେ ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଇଥାଏ । ତୁମେମାନେ ହିଁ ସମ୍ପୂର୍ଣ୍ଣ ଚକ୍ରର ପରିକ୍ରମା କରି ପୁନର୍ବାର ଏଠାରେ ଆସି ପହଞ୍ଚିଛ । ତେବେ କଳ୍ପ ପୂର୍ବରୁ ଯେଉଁମାନେ ଶୁଣିଥିଲେ ସେହିମାନେ ହିଁ ଆସିବେ । ଏବେ ତୁମେ ଜାଣିଛ ଯେ ଆମେ ମନୁଷ୍ୟରୁ ଦେବତା କରାଇବାର ଚାରା ଲଗାଉଛୁ । ଏହା ହେଲା ଦୈବୀ ବୃକ୍ଷର ଚାରା । ସେମାନେ ଅର୍ଥାତ୍ ମନୁଷ୍ୟମାନେ ଜଡ ବୃକ୍ଷର ଚାରା ବହୁତ ଲଗାଉଛନ୍ତି । ଯାହାର ପାର୍ଥକ୍ୟ ବାବା ଆସି ବତାଉଛନ୍ତି । ବାବା ଦୈବୀ ଫୁଲମାନଙ୍କର ଚାରା ଲଗାଉଛନ୍ତି । ସେମାନେ ତ ଜଙ୍ଗଲର ଚାରା ଲଗାଉଛନ୍ତି । ତୁମେମାନେ ଦେଖାଉଛ ମଧ୍ୟ - ପାଣ୍ଡବମାନେ କ’ଣ କରୁଛନ୍ତି ଏବଂ ଦୁନିଆରେ ସେହି କୌରବମାନେ କ’ଣ କରୁଛନ୍ତି । ସେମାନଙ୍କର ଯୋଜନା କ’ଣ ରହିଛି ଏବଂ ତୁମମାନଙ୍କର କ’ଣ ସବୁ ଯୋଜନା ରହିଛି । ସେମାନେ ନିଜର ଯୋଜନା ତିଆରି କରୁଛନ୍ତି କି ଦୁନିଆ କିପରି ବୃଦ୍ଧି ନ ପାଉ । କିପରି ପରିବାର ନିୟନ୍ତ୍ରଣ ହେବ ଯେପରିକି ମନୁଷ୍ୟ ଅଧିକ ବୃଦ୍ଧି ନ ହେବେ ସେଥିପାଇଁ ମେହନତ କରି ଚାଲିଛନ୍ତି । ବାବା ତ ବହୁତ ଭଲ କଥା ବତାଉଛନ୍ତି, ଅନେକ ଧର୍ମ ବିନାଶ ହୋଇଯିବ ଏବଂ କେବଳ ଗୋଟିଏ ଦେବୀ-ଦେବତା ଧର୍ମର ପରିବାର ସ୍ଥାପନା କରୁଛନ୍ତି । ସତ୍ୟଯୁଗରେ କେବଳ ଗୋଟିଏ ଆଦି ସନାତନ ଦେବୀ-ଦେବତା ଧର୍ମର ଫ୍ୟାମିଲୀ ଅର୍ଥାତ୍ ପରିବାର ଥିଲା, ଆଉ ଏତେ ସବୁ ପରିବାର ନ ଥିଲା । ଏବେ ଭାରତରେ କେତେ ପରିବାର ରହିଛି । ଗୁଜୁରାଟୀ ପରିବାର, ମହାରାଷ୍ଟ୍ରିୟ ପରିବାର... ବାସ୍ତବରେ ଭାରତବାସୀମାନଙ୍କର ଗୋଟିଏ ପରିବାର ହେବା ଦରକାର । ଯଦି ବହୁତ ପରିବାର ଅର୍ଥାତ୍ ଅନେକ ଧର୍ମ ହୋଇଯିବ ତେବେ ପରସ୍ପର ମଧ୍ୟରେ ଖିଟ୍‌ପିଟ୍ ତ ରହିବ । ପୁଣି ସିଭିଲ୍‌ୱାର ଅର୍ଥାତ୍ ଗୃହଯୁଦ୍ଧ ମଧ୍ୟ ହୋଇଯିବ । ନିଜ ଧର୍ମ ଭିତରେ ମଧ୍ୟ ଗୃହଯୁଦ୍ଧ ହୋଇଥାଏ । ଯେପରି ଖ୍ରୀଷ୍ଟିୟାନ ମାନଙ୍କର ନିଜର ପରିବାର ରହିଛି ସେମାନଙ୍କ ଭିତରେ ମଧ୍ୟ ଯୁଦ୍ଧ ଲାଗିଯାଉଛି । ଦୁଇ ଭାଇ ମଧ୍ୟ ପରସ୍ପର ସହିତ ମିଶୁନାହାଁନ୍ତି, ପାଣି ମଧ୍ୟ ବାଣ୍ଟ ହେଉଛି । ଶିଖ୍ ଧର୍ମବାଲା ଭାବନ୍ତି ଆମେ ଆମର ଶିଖ୍ ଧର୍ମବାଲାଙ୍କୁ ଅଧିକ ସୁଖ ଦେବୁ, ମୋହ ରହିଥାଏ ତେଣୁ ସେହିପରି ଚେଷ୍ଟା କରିଚାଲିଥା’ନ୍ତି । ଯେତେବେଳେ ଶେଷ ସମୟ ଆସିଯାଏ ପୁଣି ସବୁ ପ୍ରକାରର ଗୃହଯୁଦ୍ଧ ଆଦି ଲାଗିଯାଏ । ପରସ୍ପର ଭିତରେ ଲଢିବାକୁ ଲାଗି ପଡନ୍ତି । ତେବେ ବିନାଶ ତ ନିଶ୍ଚିତ ହେବ । ସେଥିପାଇଁ ବହୁତ ବହୁତ ବୋମା ଆଦି ତିଆରି କରି ଚାଲିଛନ୍ତି । ପ୍ରଥମ ବିଶ୍ୱ ଯୁଦ୍ଧରେ ଯେତେବେଳେ ବଡ ଲଢେଇ ଲାଗିଥିଲା ଯେଉଁଥିରେ ଦୁଇଟି ବୋମା ପକାଇଥିଲେ, ଏବେ ତ ବହୁତ ବୋମା ତିଆରି କରି ରଖିଛନ୍ତି । ଏସବୁ ବୁଝିବାର କଥା ଅଟେ ନା । ତୁମକୁ ଅନ୍ୟମାନଙ୍କୁ ବୁଝାଇବାକୁ ହେବ ଯେ, ଏହା ସେହି ମହାଭାରତ ଲଢେଇ ଅଟେ ଯାହା ହେବାକୁ ଯାଉଛି । ଯେଉଁମାନେ ବଡ ବଡ ଲୋକ ଅଛନ୍ତି ସେମାନେ କହୁଛନ୍ତି ଯଦି ଏହି ଯୁଦ୍ଧକୁ ବନ୍ଦ କରା ନ ଯାଏ ତେବେ ଦୁନିଆରେ ନିଆଁ ଲାଗିଯିବ । ବାସ୍ତବରେ ନିଆଁ ତ ଲାଗିବ ହିଁ ଲାଗିବ, ଏ କଥା ତୁମେମାନେ ଜାଣିଛ । ବାବା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି । ଏହି ରାଜଯୋଗର ଶିକ୍ଷା ତ ସତ୍ୟଯୁଗ ପାଇଁ ଉଦ୍ଦିଷ୍ଟ । ସେହି ଦେବୀ-ଦେବତା ଧର୍ମ ଏବେ ପ୍ରାୟଃ ଲୋପ ହୋଇଯାଇଛି । ଚିତ୍ର ମଧ୍ୟ ତିଆରି ହୋଇଛି, ବାବା କହୁଛନ୍ତି କଳ୍ପ ପୂର୍ବ ଭଳି ଯେଉଁ ବିଘ୍ନ ପଡିବାର ଥିବ ତାହା ପଡିବ । ପ୍ରଥମରୁ କ’ଣ କିଛି ଜଣାପଡିବ! ପରେ ଜଣା ପଡିବ ଯେ, କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିବ । ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ଡ୍ରାମାରେ ଆମେ ସବୁ ବନ୍ଧା ହୋଇଛୁ ତେଣୁ ଯୋଗର ଯାତ୍ରାକୁ ଭୁଲିଯିବା ଉଚିତ୍ ନୁହେଁ, ଏହାକୁ ପରୀକ୍ଷା କୁହାଯାଉଛି । କେହି କେହି ତ ଯୋଗର ଯାତ୍ରାରେ ରହିପାରନ୍ତି ନାହିଁ, ଥକିଯାଆନ୍ତି । ଗୀତ ମଧ୍ୟ ଅଛି ନା - ରାତ୍ରିର ପଥିକ.. । କିନ୍ତୁ ଏହାର ଅର୍ଥକୁ କେହି ବି ବୁଝିପାରିବେ ନାହିଁ । ଏହା ହେଉଛି ଯୋଗର ଯାତ୍ରା, ଯାହାଦ୍ୱାରା ରାତି ସମାପ୍ତ ହୋଇ ଦିନ ଆସିବ । ଅଧାକଳ୍ପର ଦୁଃଖ ସମାପ୍ତ ହୋଇ ପୁଣି ସୁଖ ଆରମ୍ଭ ହୋଇଯିବ । ବାବା ହିଁ ମନମନାଭବର ଅର୍ଥକୁ ବୁଝାଇଛନ୍ତି । କେବଳ ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେବା କାରଣରୁ ସେଥିରେ ଶକ୍ତି ରହିଲା ନାହିଁ । ତେବେ କଲ୍ୟାଣ ତ ସମସ୍ତଙ୍କର ହେବ ଅର୍ଥାତ୍ ଆମେ ସମସ୍ତ ମନୁଷ୍ୟ ମାତ୍ରଙ୍କର କଲ୍ୟାଣ କରୁଛୁ । ବିଶେଷ କରି ଭାରତର ଏବଂ ସାଧାରଣ ଭାବେ ସାରା ଦୁନିଆର କଲ୍ୟାଣ କରୁଛ । ଶ୍ରୀମତ ଆଧାରରେ ଆମେ ସମସ୍ତଙ୍କର କଲ୍ୟାଣ କରୁଛୁ । ଯେଉଁମାନେ କଲ୍ୟାଣକାରୀ ହେବେ, ବର୍ସା ମଧ୍ୟ ସେହିମାନଙ୍କୁ ହିଁ ମିଳିବ । ଯୋଗର ଯାତ୍ରା ବ୍ୟତୀତ କଲ୍ୟାଣ ହୋଇପାରିବ ନାହିଁ । ବର୍ତ୍ତମାନ ତୁମକୁ ବୁଝାଯାଉଛି, ସିଏ ତ ବେହଦର ବାବା ଅଟନ୍ତି । ବାବାଙ୍କଠାରୁ ବର୍ସା ମିଳିଥିଲା । ଭାରତବାସୀମାନେ ହିଁ ୮୪ ଜନ୍ମ ନେଇଛନ୍ତି । ପୁନର୍ଜନ୍ମର ମଧ୍ୟ ହିସାବ ରହିଛି । କେହି ଜାଣିନାହାଁନ୍ତି ଯେ ୮୪ ଜନ୍ମ କିଏ ନେଉଛନ୍ତି । ନିଜ ମନକୁ ଶ୍ଲୋକ ଆଦି ତିଆରି କରି ଶୁଣାଇ ଚାଲିଛନ୍ତି । ଗୀତା ଶାସ୍ତ୍ର ସେହି ଗୋଟିଏ କିନ୍ତୁ ତାର ଅର୍ଥକୁ ଅନେକ ପ୍ରକାରରେ ଲେଖି ଦେଇଛନ୍ତି । ଗୀତାଠାରୁ ତ ଭାଗବତକୁ ବଡ କରି ଦେଇଛନ୍ତି । ଗୀତାରେ ଜ୍ଞାନ ବର୍ଣ୍ଣିତ ଅଛି କିନ୍ତୁ ଭାଗବତରେ ଜୀବନକାହାଣୀ ରହିଛି । ବାସ୍ତବରେ ଗୀତା ବଡ ହେବା ଉଚିତ୍ । ଜ୍ଞାନର ସାଗର ତ ବାବା ଅଟନ୍ତି, ତାଙ୍କର ଜ୍ଞାନ ତ ଚାଲିଆସୁଛି । ସେହି ଗୀତାକୁ ତ ଅଧଘଣ୍ଟାରେ ପଢିଦେଉଛନ୍ତି । ଏବେ ତୁମେମାନେ ଏହି ଜ୍ଞାନ ତ ଶୁଣି ଆସୁଛ । ଦିନକୁ ଦିନ ତୁମ ପାଖକୁ ଅନେକ ଲୋକ ଆସିବାକୁ ଲାଗିବେ । ଧୀରେ ଧୀରେ ଆସିବେ । ଏବେଠାରୁ ଯଦି ବଡ ବଡ ରାଜାମାନେ ଆସିଯିବେ ତେବେ ତ କୌଣସି ଡେରି ଲାଗିବ ନାହିଁ । ଖୁବ୍ ଶୀଘ୍ର ଚହଳ ପଡିଯିବ ସେଥିପାଇଁ କାଇଦା ଅନୁସାରେ ଧୀରେ ଧୀରେ ଡ୍ରାମା ଚାଲୁଛି । ଏହା ହେଉଛି ହିଁ ଗୁପ୍ତ ଜ୍ଞାନ । କାହାକୁ ଜଣା ନାହିଁ ଯେ, ଏମାନେ କ’ଣ କରୁଛନ୍ତି । ରାବଣ ସହିତ ତୁମର ଯୁଦ୍ଧ କିପରି ହେଉଛି । ଏ କଥା ତ ତୁମେମାନେ ହିଁ ଜାଣିଛ ଆଉ କେହି ଜାଣିପାରିବେ ନାହିଁ । ଭଗବାନୁଉବାଚ - ନିଜକୁ ସତ୍ତ୍ୱପ୍ରଧାନ କରିବା ପାଇଁ ମୋତେ ମନେ ପକାଅ ତେବେ ତୁମର ପାପ ନାଶ ହୋଇଯିବ । ତୁମେ ପବିତ୍ର ହୁଅ ତେବେ ତ ମୁଁ ତୁମକୁ ସାଥୀରେ ନେଇଯିବି । ଜୀବନମୁକ୍ତି ସମସ୍ତଙ୍କୁ ମିଳିବ । ଏହି ରାବଣର ରାଜ୍ୟରୁ ସମସ୍ତଙ୍କୁ ମୁକ୍ତି ମିଳିଯିବ । ତୁମେମାନେ ଲେଖୁଛ ମଧ୍ୟ ଆମେ ଶିବଶକ୍ତି ବ୍ରହ୍ମାକୁମାର କୁମାରୀମାନେ, ୫ ହଜାର ବର୍ଷ ପୂର୍ବ ଭଳି ପରମପିତା ପରମାତ୍ମାଙ୍କର ଶ୍ରୀମତ ଆଧାରରେ ଶ୍ରେଷ୍ଠାଚାରୀ ଦୁନିଆର ସ୍ଥାପନା କରିଛୁ । ୫ ହଜାର ବର୍ଷ ପୂର୍ବରୁ ଶ୍ରେଷ୍ଠାଚାରୀ ଦୁନିଆ ଥିଲା । ଏହି କଥା ଭଲ ଭାବରେ ବୁଦ୍ଧିରେ ରଖିବା ଦରକାର । ମୁଖ୍ୟ ମୁଖ୍ୟ ପଏଣ୍ଟ ସବୁ ଯଦି ବୁଦ୍ଧିରେ ଧାରଣା ହୋଇଥିବ, ତେବେ ଯାଇ ଯୋଗର ଯାତ୍ରାରେ ରହିପାରିବ । ଏବେ ତୁମେମାନେ ପଥରବୁଦ୍ଧି ଅଟ ନା । କେହି କେହି ଭାବୁଛନ୍ତି ଏବେ ବହୁତ ସମୟ ବାକି ଅଛି ପରେ ପୁରୁଷାର୍ଥ କରିନେବି । କିନ୍ତୁ ମୃତ୍ୟୁର କ’ଣ କୌଣସି ନିୟମ ଅଛି? ଯଦି କାଲି ମରିଯିବ ତେବେ କାଲି କାଲି କରି କରି ମରିଯିବ । ପୁରୁଷାର୍ଥ ତ କରିନାହଁ । ସେଥିପାଇଁ ଏପରି ଭାବ ନାହିଁ ଯେ ବହୁତ ବର୍ଷ ପଡିଛି, ଶେଷ ସମୟରେ ଶୀଘ୍ର ଶୀଘ୍ର ଆଗକୁ ବଢିଯିବି । ଏହି ବିଚାର ଆହୁରି ତଳକୁ ଖସାଇଦେବ । ତେଣୁ ଯେତେ ଦୂର ସମ୍ଭବ ପୁରୁଷାର୍ଥ କରିଚାଲ । ଶ୍ରୀମତ ଆଧାରରେ ପ୍ରତ୍ୟେକଙ୍କୁ ନିଜର କଲ୍ୟାଣ କରିବାକୁ ହେବ । ନିଜର ଯାଞ୍ଚ କରିବାକୁ ହେବ । ମୁଁ କେତେ ବାବାଙ୍କୁ ୟାଦ କରୁଛି ଏବଂ କେତେ ବାବାଙ୍କର ସେବା କରୁଛି! ତୁମେମାନେ ଆତ୍ମିକ ଈଶ୍ୱରୀୟ ସେବାଧାରୀ ଅଟ ନା । ତୁମେମାନେ ଆତ୍ମାମାନଙ୍କୁ ଦୁଃଖରୁ ଉଦ୍ଧାର କରୁଛ । ଆତ୍ମା ପତିତରୁ ପାବନ କିପରି ହେବ ତାର ଉପାୟ କହୁଛ । ଦୁନିଆରେ ତ ଭଲ ଏବଂ ମନ୍ଦ ମନୁଷ୍ୟ ତ ଥା’ନ୍ତି, ପ୍ରତ୍ୟେକଙ୍କର ପାର୍ଟ ଅଲଗା ଅଲଗା । ଏ ସବୁ ହେଲା ବେହଦର କଥା । ବୃକ୍ଷର ମୁଖ୍ୟ ଶାଖା ପ୍ରଶାଖାକୁ ହିଁ ଗଣା ଯାଇଥାଏ । ବାକି ପତ୍ର ତ ଅନେକ ଥାଏ । ବାବା ବୁଝାଇ ଚାଲିଛନ୍ତି ଯେ, ପିଲାମାନେ ଖୁବ୍ ପୁରୁଷାର୍ଥ କର । ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ, ତେବେ ବାବାଙ୍କ ସାଥିରେ ବୁଦ୍ଧିର ଯୋଗ ଲାଗିଯିବ । ବାବା ସବୁ ପିଲାମାନଙ୍କୁ କହୁଛନ୍ତି, ପବିତ୍ର ହୁଅ ତେବେ ମୁକ୍ତିଧାମକୁ ଚାଲିଯିବ । ଦୁନିଆକୁ କ’ଣ ଜଣା ଅଛି ଯେ, ମହାଭାରତ ଲଢେଇ ଦ୍ୱାରା କ’ଣ ହେବ । ଏବେ ଏହି ଜ୍ଞାନ ଯଜ୍ଞ ରଚନା କରାଯାଇଛି କାରଣ ନୂଆ ଦୁନିଆ ଦରକାର । ଆମର ଯଜ୍ଞ ଶେଷ ହେଲେ ସବୁ କିଛି ଏହି ଯଜ୍ଞରେ ସ୍ୱାହା ହୋଇଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ, ତେଣୁ ବିଘ୍ନକୁ ଦେଖି ବିଚଳିତ ହେବାର ନାହିଁ । ବିଘ୍ନ କାରଣରୁ ଯୋଗର ଯାତ୍ରାକୁ ଭୁଲି ଯିବାର ନାହିଁ । ଧ୍ୟାନରେ ରଖ ଯେ ଯୋଗର ଯାତ୍ରା କେବେ ବି ଅଟକି ନ ଯାଉ ।

(୨) ପାରଲୌକିକ ପିତାଙ୍କର ପରିଚୟ ସମସ୍ତଙ୍କୁ ଦେଇ ପବିତ୍ର ହେବାର ଉପାୟ ବତାଇବାକୁ ହେବ । ଦୈବୀ-ବୃକ୍ଷର ଚାରା ଲଗାଇବାକୁ ହେବ ।

ବରଦାନ:-
“ମୁଁ ପଣିଆକୁ ତ୍ୟାଗ କରି ସଦାସର୍ବଦା ସେବାରେ ମଜ୍ଜି ରହୁଥିବା ତ୍ୟାଗ ମୂରତ, ସେବାଧାରୀ ଭବ ।

ସେବାଧାରୀ ସେବାରେ ସଫଳତାର ଅନୁଭୂତି ସେତେବେଳେ କରିପାରିବ ଯେତେବେଳେ “ମୁଁ ପଣିଆ”ର ତ୍ୟାଗ କରିବ । ମୁଁ ସେବା କରୁଛି, ମୁଁ ଏହି ସେବା କରିଲି - ଏହିଭଳି ସେବା ଭାବକୁ ତ୍ୟାଗ କରିବାକୁ ହେବ । ମୁଁ କରିନାହିଁ କିନ୍ତୁ ମୁଁ କେବଳ କର୍ମକର୍ତ୍ତା ଅଟେ, ନିର୍ଦ୍ଦେଶକର୍ତ୍ତା ବାବା ଅଟନ୍ତି । “ମୁଁ ପଣିଆ” ବାବାଙ୍କର ସ୍ନେହରେ ଲୀନ ହୋଇଯାଉ - ଏହାକୁ ହିଁ କୁହାଯାଏ ସେବାରେ ମଜ୍ଜିଯିବା ବାଲା ତ୍ୟାଗମୁରତ, ସଚ୍ଚା ସେବାଧାରୀ । କରାଇବାବାଲା କରାଉଛନ୍ତି, ମୁଁ ନିମିତ୍ତ ଅଟେ । ସେବାରେ “ମୁଁ ପଣିଆ” ଆସିବା ଅର୍ଥ ଭିକାରୀ ହେବା । ସଚ୍ଚା ସେବାଧାରୀଙ୍କ ଭିତରେ ଏହିଭଳି ସଂସ୍କାର ରହିପାରିବ ନାହିଁ ।

ସ୍ଲୋଗାନ:-
ଯଦି ବ୍ୟର୍ଥକୁ ସମାପ୍ତ କରିଦେବ ତେବେ ସେବାର ନିମନ୍ତ୍ରଣ ମିଳିବାକୁ ଲାଗିବ ।

ଅବ୍ୟକ୍ତ ଈଶାରା:- ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।

ସଂଗଠନରେ ଏକତା କାୟମ ରଖିବା ପାଇଁ ନିଜ ଭିତରେ ସମାହିତ କରିବାର ଶକ୍ତି ଆବଶ୍ୟକ, ଏହାଦ୍ୱାରା ଅନ୍ୟମାନଙ୍କର ସଂସ୍କାର ମଧ୍ୟ ନିଶ୍ଚିତ ଭାବରେ ଶୀତଳ ହୋଇଯିବ । ସଦାସର୍ବଦା ପରସ୍ପର ସହିତ ସ୍ନେହ ପୂର୍ଣ୍ଣ ଏବଂ ଶ୍ରେଷ୍ଠତାର ଭାବନା ରଖି ସମ୍ପର୍କରେ ଆସ ତଥା ସର୍ବଦା ଗୁଣଗ୍ରାହୀ ହୁଅ, ତେବେ ଏକତା କାୟମ ରହିପାରିବ । ତୁମମାନଙ୍କର ସଂଗଠନର ଶୁଭଭାବନା ଅନେକ ଆତ୍ମାଙ୍କୁ ଭାବନାର ଫଳ ପ୍ରାପ୍ତ କରାଇବାର ନିମିତ୍ତ ହେବ ଏବଂ ସେମାନଙ୍କୁ ନୂଆ ରାସ୍ତା ମିଳିଯିବ ।