03.03.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ହେଲ ରୂପ ବସନ୍ତ ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ, ତୁମ ମୁଖରୁ ସର୍ବଦା ଜ୍ଞାନ ରତ୍ନ ହିଁ
ବାହାରିବା ଉଚିତ୍, ଯେତେବେଳେ ବି କେହି ନୂଆ ଜିଜ୍ଞାସୁ ଆସୁଛନ୍ତି ତାଙ୍କୁ ବାବାଙ୍କର ପରିଚୟ
ଦିଅ ।’’
ପ୍ରଶ୍ନ:-
ନିଜର ଅବସ୍ଥାକୁ
ଏକରସ ଅର୍ଥାତ୍ ସ୍ଥିର କରିବାର ଉପାୟ କ’ଣ?
ଉତ୍ତର:-
ନିଜର ସଙ୍ଗ ପ୍ରତି ଧ୍ୟାନ ଦିଅ, ତେବେ ଅବସ୍ଥା ଏକରସ ହୋଇଯିବ । ସର୍ବଦା ଭଲ ଭଲ ସେବାଧାରୀ
ବିଦ୍ୟାର୍ଥୀମାନଙ୍କର ସଙ୍ଗ କରିବା ଦରକାର । ଯଦି କେହି ଜ୍ଞାନ ଏବଂ ଯୋଗ ବ୍ୟତୀତ ଅନ୍ୟ କୌଣସି
ଓଲଟା କଥାବାର୍ତ୍ତା କରୁଛନ୍ତି, ମୁଖରୁ ରତ୍ନ ବଦଳରେ ପଥର ବାହାର କରୁଛନ୍ତି, ତେବେ ସେମାନଙ୍କ
ସଙ୍ଗରୁ ସର୍ବଦା ସାବଧାନ ରହିବା ଦରକାର ।
ଗୀତ:-
ରାତ କେ ରାହୀ...
ଓମ୍ ଶାନ୍ତି ।
ଜ୍ଞାନ ଓ ବିଜ୍ଞାନ । ଏହାକୁ ଅଲଫ ଏବଂ ବେ କୁହାଯିବ । ବାବା ଅଲଫ (ଆଲ୍ଲା) ଏବଂ ବେ (ବର୍ସା)ର
ଜ୍ଞାନ ଦେଉଛନ୍ତି । ଦିଲ୍ଲୀରେ ବିଜ୍ଞାନ ଭବନ ଅଛି କିନ୍ତୁ ସେମାନେ ଏହାର ଅର୍ଥକୁ ଜାଣି
ନାହାଁନ୍ତି । ତୁମେ ସନ୍ତାନମାନେ ଜାଣିଛ ଜ୍ଞାନ ଏବଂ ଯୋଗ । ଯୋଗ ଦ୍ୱାରା ଆମେ ପବିତ୍ର ହୋଇଥାଉ ।
ଜ୍ଞାନ ଦ୍ୱାରା ଆମେ ଦିବ୍ୟଗୁଣ ଧାରଣ କରିଥାଉ । ଆମେମାନେ ଏବେ ସାରା ଚକ୍ରକୁ ଜାଣି ସାରିଛୁ ।
ଯୋଗର ଯାତ୍ରା ପାଇଁ ଏହି ଜ୍ଞାନ ମିଳୁଛି । ସେମାନେ ଯୋଗ ପାଇଁ କୌଣସି ଜ୍ଞାନ ଦେଉ ନାହାଁନ୍ତି ।
ସେମାନେ ତ ସ୍ଥୂଳ ଡ୍ରିଲ୍ ଆଦି ଶିଖାଉଛନ୍ତି । ଏହା ହେଉଛି ସୂକ୍ଷ୍ମ ଏବଂ ମୂଳ କଥା । ଏହି ଗୀତର
ମଧ୍ୟ ତା’ ସହିତ ସମ୍ବନ୍ଧ ରହିଛି । ବାବା କହୁଛନ୍ତି, ହେ ସନ୍ତାନମାନେ, ହେ ବ୍ରହ୍ମଲୋକର ଯାତ୍ରୀ,
ପତିତ-ପାବନ ବାବା ହିଁ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି । ସିଏ ହିଁ ସମସ୍ତଙ୍କୁ ଘରକୁ ଯିବା
ପାଇଁ ରାସ୍ତା ବତାଇବେ । ତୁମ ପାଖକୁ ମନୁଷ୍ୟମାନେ ବୁଝିବା ପାଇଁ ଆସୁଛନ୍ତି । କାହା ପାଖକୁ
ଆସୁଛନ୍ତି? ପ୍ରଜାପିତା ବ୍ରହ୍ମାକୁମାର-କୁମାରୀମାନଙ୍କ ପାଖକୁ ଆସୁଛନ୍ତି ନା ତେଣୁ ତୁମେ ତାଙ୍କୁ
ପଚାରିବା ଦରକାର - ତୁମେ କାହା ପାଖକୁ ଆସିଛ? ମନୁଷ୍ୟମାନେ ସାଧୁ ସନ୍ଥ ମହାତ୍ମାମାନଙ୍କ ପାଖକୁ
ଯାଇଥା’ନ୍ତି । ତାଙ୍କର ନାମ ମଧ୍ୟ ଥାଏ - ଅମୁକ ମହାତ୍ମା ଜୀ । ସେହିପରି ଏଠାରେ ତ ନାମ ହିଁ
ରହିଛି ପ୍ରଜାପିତା ବ୍ରହ୍ମାକୁମାର କୁମାରୀ । ଏମିତି ତ ବି.କେ. ମଧ୍ୟ ବହୁତ ଅଛନ୍ତି । ତେବେ
ତୁମେମାନେ ତାଙ୍କୁ ପଚାରିବା ଉଚିତ୍ - କାହା ପାଖକୁ ଆସିଛ? ପ୍ରଜାପିତା ବ୍ରହ୍ମା ତୁମର କ’ଣ ହେବେ?
ସେ ତ ସମସ୍ତଙ୍କର ପିତା ଅଟନ୍ତି ନା । କେହି କେହି କହୁଛନ୍ତି, ତୁମର ମହାତ୍ମା ଜୀ ଅଥବା
ଗୁରୁଙ୍କର ଦର୍ଶନ କରିବୁ । ତେବେ ତାଙ୍କୁ କୁହ, ତୁମେମାନେ ଗୁରୁ ବୋଲି କିପରି କହୁଛ । ନାମ ତ
ପ୍ରଜାପିତା ବ୍ରହ୍ମାକୁମାର ବ୍ରହ୍ମାକୁମାରୀ ରଖାଯାଇଛି, ତେଣୁ ସିଏ ଆମର ପିତା ହେଲେ, ଗୁରୁ
ନୁହଁନ୍ତି । ପ୍ରଜାପିତା ବ୍ରହ୍ମାକୁମାର କୁମାରୀ ଅର୍ଥ ଏମାନଙ୍କର କେହି ବାପା ଅଛନ୍ତି । ସେ ତ
ତୁମର ମଧ୍ୟ ପିତା ହେଲେ । ଏପରି କୁହ, ଆମ ବି.କେ.ଙ୍କର ବାପାଙ୍କ ସହିତ ମିଶିବାକୁ ଚାହୁଁଛୁ ।
ପ୍ରଜାପିତାଙ୍କର ନାମ କେବେ ଶୁଣିଛ? ତାଙ୍କର ଏତେ ସନ୍ତାନ ସନ୍ତତି ରହିଛନ୍ତି । ଯଦି ବାବାଙ୍କ
ବିଷୟରେ ଜାଣିଗଲେ ତେବେ ବୁଝିଯିବେ ଯେ, ଇଏ ବେହଦର ବାବା ଅଟନ୍ତି । ତେବେ ପ୍ରଜାପିତା
ବ୍ରହ୍ମାଙ୍କର ମଧ୍ୟ ନିଶ୍ଚିତ ଭାବରେ କେହି ବାପା ଥିବେ । ତେଣୁ କେହି ବି ଆସିଲେ ତାଙ୍କୁ ପଚାର
ଯେ, ତୁମେ କାହା ପାଖକୁ ଆସିଛ? ବୋର୍ଡ ଉପରେ କ’ଣ ଲେଖା ଯାଇଛି? ଯେହେତୁ ଏତେ ଢେର ସେଣ୍ଟର ରହିଛି,
ଏତେ ବ୍ରହ୍ମାକୁମାର କୁମାରୀ ଅଛନ୍ତି, ତେବେ ପିତା ମଧ୍ୟ ନିଶ୍ଚତ ଥିବେ ନା । ଗୁରୁ ତ ହୋଇ ପାରିବେ
ନାହିଁ । ପ୍ରଥମେ ତ ଏ କଥା ବୁଝିଯାଆନ୍ତୁ ଯେ, ଏହା ଆମର ଘର ଅଟେ, ସେମାନଙ୍କ ବୁଦ୍ଧିରୁ ବାହାରୁ
ଯେ, ମୁଁ କୌଣସି ଏକ ପରିବାରକୁ ଆସିଛି । ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟୁ, ତେବେ
ତୁମେମାନେ ମଧ୍ୟ ନିଶ୍ଚିତ ଭାବରେ ତାଙ୍କର ସନ୍ତାନ ହୋଇଥିବ । ଆଚ୍ଛା ଏହି ବ୍ରହ୍ମା କାହାର
ସନ୍ତାନ? ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ରଚୟିତା ତ ପରମପିତା ପରମାତ୍ମା ଶିବ ଅଟନ୍ତି । ସେ
ରୂପରେ ହେଉଛି ବିନ୍ଦୁ । ତାଙ୍କର ନାମ ହେଲା ଶିବ । ସେ ଆମର ଦାଦା ଅଟନ୍ତି । ତୁମର ଆତ୍ମା ମଧ୍ୟ
ତାଙ୍କର ସନ୍ତାନ ଅଟେ । ତୁମେମାନେ ମଧ୍ୟ ବ୍ରହ୍ମାଙ୍କର ସନ୍ତାନ ଅଟ । ତେଣୁ ତୁମେ ଏପରି କୁହ ଯେ,
ଆମେ ବାପଦାଦାଙ୍କ ସହିତ ମିଶିବାକୁ ଚାହୁଁଛୁ । ତାଙ୍କୁ ଏହିପରି ବୁଝାଇବା ଉଚିତ୍, ଯାହାଦ୍ୱାରା
ତାଙ୍କର ବୁଦ୍ଧି ବାବାଙ୍କ ଆଡକୁ ଚାଲିଯିବ । ବୁଝିଯିବେ ଯେ, ମୁଁ କାହା ପାଖକୁ ଆସିଛି ।
ପ୍ରଜାପିତା ବ୍ରହ୍ମା ଆମର ପିତା ଅଟନ୍ତି । ସେ ସବୁ ଆତ୍ମାମାନଙ୍କର ପିତା ଅଟନ୍ତି । ତେଣୁ ପ୍ରଥମେ
ଏକଥା ବୁଝିଯାଅ ଯେ, ଆମେ କାହା ପାଖକୁ ଆସିଛୁ । ଏହିପରି ଯୁକ୍ତିର ସହିତ ବୁଝାଇବା ଉଚିତ୍
ଯାହାଦ୍ୱାରା ସେମାନେ ଜାଣିଯିବେ ଯେ, ଏମାନେ ଶିବବାବାଙ୍କର ସନ୍ତାନ ଅଟନ୍ତି । ଏହା ଏକ ପରିବାର
ଅଟେ । ତାଙ୍କୁ ବାପା ଏବଂ ଦାଦାଙ୍କର ପରିଚୟ ମିଳିଯାଉ । ତୁମେମାନେ ବୁଝାଇ ପାରିବ - ସମସ୍ତଙ୍କର
ସଦ୍ଗତି ଦାତା ନିରାକାର ବାବା ଅଟନ୍ତି, ଯିଏକି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସମସ୍ତଙ୍କର ସଦ୍ଗତି
କରୁଛନ୍ତି । ସମସ୍ତେ ତାଙ୍କୁ ଡାକୁଛନ୍ତି । ତୁମେମାନେ ଦେଖୁଛ ନା - କେତେ ସନ୍ତାନ ବାବାଙ୍କଠାରୁ
ସମ୍ପତ୍ତି ନେଉଛନ୍ତି । ପ୍ରଥମେ ତାଙ୍କୁ ବାବାଙ୍କର ପରିଚୟ ମିଳୁ ତେବେ ଯାଇ ବୁଝିବେ ଯେ, ଆମେ
ବାପଦାଦାଙ୍କ ସହିତ ମିଶିବା ପାଇଁ ଆସିଛୁ । ସେମାନଙ୍କୁ କୁହ, ଆମେ ତାଙ୍କୁ ବାପଦାଦା ବୋଲି କହୁଛୁ
। ଶିବବାବା ହେଉଛନ୍ତି ନଲେଜଫୁଲ୍, ପତିତ-ପାବନ । ପୁଣି ବୁଝାଇବା ଦରକାର ଯେ, ନିରାକାର ଭଗବାନ
ସମସ୍ତଙ୍କର ସଦ୍ଗତି ଦାତା, ସିଏ ଜ୍ଞାନର ସାଗର । ଆମେମାନେ ବ୍ରହ୍ମାଙ୍କ ଦ୍ୱାରା ବେହଦର ବର୍ସା
ନେଉଛୁ । ତେବେ ସେମାନେ ବୁଝିଯିବେ ଯେ ଏହି ବ୍ରହ୍ମାକୁମାର କୁମାରୀମାନେ ଶିବବାବାଙ୍କର ସନ୍ତାନ,
ସିଏ ହିଁ ସମସ୍ତଙ୍କର ପିତା ଅଟନ୍ତି । ଭଗବାନ ଏକ ଅଟନ୍ତି । ସିଏ ଆଦି ସନାତନ ଦେବୀ-ଦେବତା ଧର୍ମର
ସ୍ଥାପନ କରୁଛନ୍ତି । ସ୍ୱର୍ଗର ରଚୟିତା, ସିଏ ସମସ୍ତଙ୍କର ପିତା, ଶିକ୍ଷକ ଏବଂ ଗୁରୁ ମଧ୍ୟ ଅଟନ୍ତି
। ଆମ ସମସ୍ତଙ୍କୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି ଅର୍ଥାତ୍ ତ୍ରିକାଳଦର୍ଶୀ
କରୁଛନ୍ତି । ଯାହାକୁ ବୁଝିବା ଯୋଗ୍ୟ ଭାବୁଛ, ତାଙ୍କୁ ଏକଥା ବୁଝାଇବା ଦରକାର । ପ୍ରଥମେ ତ ପଚାର
- ତୁମର କେତେ ଜଣ ବାପା ଅଛନ୍ତି? ଲୌକିକ ଓ ପାରଲୌକିକ ବାବା ତ ସର୍ବବ୍ୟାପୀ ହୋଇପାରିବେ ନାହିଁ ।
ଲୌକିକ ବାପାଙ୍କଠାରୁ ଏହି ସବୁ ବର୍ସା ମିଳୁଛି ଏବଂ ପାରଲୌକିକ ବାବାଙ୍କଠାରୁ ଏହିସବୁ ବର୍ସା
ମିଳୁଛି । ତେବେ ତାଙ୍କୁ ସର୍ବବ୍ୟାପୀ ବୋଲି କିପରି କୁହାଯିବ । ଏହି ଶବ୍ଦକୁ ନୋଟ୍ କରି ଧାରଣ କର
। ଏହି କଥାକୁ ନିଶ୍ଚିତ ଭାବରେ ବୁଝାଇବାକୁ ପଡିବ । ତୁମେମାନେ ବୁଝାଇବ ଯେ - ଏହା ଆମର ଘର, ଏଠାରେ
କେହି ଗୁରୁ ନାହାଁନ୍ତି । ଦେଖୁଛ, ଏମାନେ ସବୁ ବ୍ରହ୍ମାକୁମାର-କୁମାରୀ ଅଟନ୍ତି । ସ୍ୱର୍ଗର
ସମ୍ପତ୍ତି ଆମକୁ ତ ନିରାକାର ଶିବବାବା ହିଁ ଦେଉଛନ୍ତି ଯିଏକି ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି
। ବ୍ରହ୍ମାଙ୍କୁ ସମସ୍ତଙ୍କର ସଦ୍ଗତି ଦାତା, ପତିତ-ପାବନ, ଲିବରେଟର କୁହାଯାଇପାରିବ ନାହିଁ । ଏହା
ଶିବବାବାଙ୍କର ମହିମା ହିଁ ଅଟେ, ଯିଏ ବି ଆସିଲେ ତାଙ୍କୁ ବୁଝାଅ ଯେ, ଇଏ ସମସ୍ତଙ୍କର ବାପଦାଦା
ଅଟନ୍ତି । ସେହି ବାବା ହିଁ ସ୍ୱର୍ଗର ରଚୟିତା ଅଟନ୍ତି । ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର
ସ୍ଥାପନା କରୁଛନ୍ତି । ତୁମେ ଏହିପରି କାହାକୁ ବୁଝାଇଲେ ବାବାଙ୍କ ପାଖକୁ ଆସିବା ଦରକାର ପଡିବ ନାହିଁ
। ସେମାନେ ତ ଅଭ୍ୟସ୍ତ ହୋଇଯାଇଛନ୍ତି, ତେଣୁ କହୁଛନ୍ତି ଗୁରୁଙ୍କର ଦର୍ଶନ କରିବୁ । ଭକ୍ତିମାର୍ଗରେ
ଗୁରୁଙ୍କର ବହୁତ ମହିମା କରିଥାନ୍ତି । ବେଦ ଶାସ୍ତ୍ର ପଢିବା, ତୀର୍ଥଯାତ୍ରା କରିବା, ସେ ସବୁ
ଗୁରୁମାନେ ହିଁ ଶିଖାଇଥା’ନ୍ତି । ତୁମେମାନେ ବୁଝାଇବା ଉଚିତ୍ ଯେ, ମନୁଷ୍ୟ କେବେ ବି ଗୁରୁ
ହୋଇପାରିବେ ନାହିଁ । ଆମେ ବ୍ରହ୍ମାଙ୍କୁ ମଧ୍ୟ ଗୁରୁ ବୋଲି କହୁନାହୁଁ । ସତଗୁରୁ ତ କେବଳ ଜଣେ
ଅଟନ୍ତି । କୌଣସି ମନୁଷ୍ୟ ଜ୍ଞାନର ସାଗର ହୋଇପାରିବେ ନାହିଁ । ସେମାନେ ସମସ୍ତେ ଭକ୍ତିମାର୍ଗର
ଶାସ୍ତ୍ର ଆଦି ପଢିଥା’ନ୍ତି । ତାକୁ ଶାସ୍ତ୍ରର ଜ୍ଞାନ କୁହାଯାଉଛି, ଯାହାକୁ ଦର୍ଶନଶାସ୍ତ୍ର ମଧ୍ୟ
କୁହାଯାଏ । ଏଠାରେ ଆମକୁ ଜ୍ଞାନର ସାଗର ବାବା ପାଠ ପଢାଉଛନ୍ତି । ଏହା ଆଧ୍ୟାତ୍ମିକ ଜ୍ଞାନ ଅଟେ ।
ଯଦି ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ ଜ୍ଞାନର ସାଗର କୁହାଯିବ ନାହିଁ, ତେବେ ମନୁଷ୍ୟକୁ
କିପରି କୁହାଯିବ । ମନୁଷ୍ୟ କେବେ ବି ଜ୍ଞାନର ଅଥରିଟୀ ହୋଇପାରିବେ ନାହିଁ । ଶାସ୍ତ୍ରର ଅଥରିଟୀ
ମଧ୍ୟ ପରମପିତା ପରମାତ୍ମାଙ୍କୁ ହିଁ କୁହାଯାଉଛି । ଶାସ୍ତ୍ରରେ ଦର୍ଶାଯାଇଛି, ପରମପିତା ପରମାତ୍ମା
ବ୍ରହ୍ମାଙ୍କ ଦ୍ୱାରା ସବୁ ବେଦ ଶାସ୍ତ୍ରର ସାରାଂଶକୁ ବୁଝାଉଛନ୍ତି । ବାବା କହୁଛନ୍ତି ମୋତେ କେହି
ଜାଣି ହିଁ ନାହାଁନ୍ତି, ତେଣୁ ବର୍ସା କେଉଁଠାରୁ ମିଳିବ । ବେହଦର ବାବାଙ୍କଠାରୁ ହିଁ ବେହଦର ବର୍ସା
ମିଳୁଛି । ଏବେ ଏହି ବାବା କ’ଣ କରୁଛନ୍ତି? ଏହା ହୋଲି ଏବଂ ଧୂରିଆ ହେଲା ନା । ଜ୍ଞାନ ଏବଂ
ବିଜ୍ଞାନ କେବଳ ଦୁଇଟି ଶବ୍ଦ ରହିଛି । ବାବା ମନ୍ମନାଭବର ମଧ୍ୟ ଜ୍ଞାନ ଦେଉଛନ୍ତି । ମୋତେ ମନେ
ପକାଇଲେ ତୁମର ବିକର୍ମ ବିନାଶ ହେବ । ତେଣୁ ଏହି ଜ୍ଞାନ ବିଜ୍ଞାନ ହେଲା - ହୋଲି ଓ ଧୂରିଆ ।
କିନ୍ତୁ ମନୁଷ୍ୟମାନଙ୍କ ପାଖରେ ଜ୍ଞାନ ନ ଥିବା କାରଣରୁ ପରସ୍ପର ମୁଖରେ ଧୂଳି ବୋଳୁଛନ୍ତି ।
ଏହିପରି ମଧ୍ୟ ଅଛନ୍ତି । ଏସବୁ କରିବା ଦ୍ୱାରା କାହାର ଗତି ସଦ୍ଗତି ହେଉ ନାହିଁ । ପରସ୍ପରର
ମୁଖରେ କେବଳ ଧୂଳି ପକାଉଛନ୍ତି । ତେବେ ଜ୍ଞାନର ତୃତୀୟ ନେତ୍ର କାହା ପାଖରେ ବି ନାହିଁ । କେବଳ
ମନଗଢା କଥା ସବୁ ଶୁଣି ଆସିଛନ୍ତି । ଏହାକୁ ଅନ୍ଧଶ୍ରଦ୍ଧା ବୋଲି କୁହାଯାଏ ।
ଏବେ ତୁମ ଆତ୍ମାମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି । ତୁମ ସନ୍ତାନମାନଙ୍କୁ ବାବାଙ୍କଠାରୁ
ବର୍ସା ପ୍ରାପ୍ତି ପାଇଁ ରାୟ ଦେବାକୁ ହେବ, ତେବେ ସେମାନେ ଜାଣିପାରିବେ । ତୁମେମାନେ ଏହି ବର୍ସା
ବ୍ରହ୍ମାଙ୍କ ଦ୍ୱାରା ନେଉଛ, ଆଉ କାହା ଦ୍ୱାରା ଏହି ବର୍ସା ମିଳିପାରିବ ନାହିଁ । ପ୍ରଜାପିତା
ବ୍ରହ୍ମାକୁମାର କୁମାରୀ, ସବୁ ସେଣ୍ଟରରେ ଏହି ନାମ ଲେଖାଯାଇଛି । ଯଦି ଗୀତା ପାଠଶାଳା ଲେଖିବ ତେବେ
ସାଧାରଣ କଥା ହୋଇଯିବ । ଏବେ ତୁମେ ବି.କେ. ନାମ ଲେଖ, ତେବେ ତ ବାବାଙ୍କର ପରିଚୟ ଦେଇପାରିବ ।
ମନୁଷ୍ୟମାନେ ବି.କେ. ନାମ ଶୁଣି ଡରିଯାଉଛନ୍ତି, ସେଥିପାଇଁ ଗୀତା ପାଠଶାଳା ନାମ ଲେଖୁଛନ୍ତି ।
କିନ୍ତୁ ଏଥିରେ ଡରିବାର କୌଣସି କଥା ନାହିଁ । ସେମାନଙ୍କୁ କୁହ, ଏହା ହେଉଛି ଘର । ତୁମେ ଜାଣିଛ
କି, କାହା ଘରକୁ ଆସିଛ? ଏ ସମସ୍ତଙ୍କର ପିତା ହେଉଛନ୍ତି ପ୍ରଜାପିତା ବ୍ରହ୍ମା । ଭାରତବାସୀ
ପ୍ରଜାପିତା ବ୍ରହ୍ମାଙ୍କୁ ମାନୁଛନ୍ତି । ଖ୍ରୀଷ୍ଟିୟାନମାନେ ମଧ୍ୟ ବୁଝିଛନ୍ତି ଯେ, ଆଦି ଦେବ ଏହି
ସୃଷ୍ଟିକୁ ଆସିଥିଲେ, ଯାହାଙ୍କର ଏହି ମନୁଷ୍ୟ ବଂଶାବଳୀ ରହିଛି । ବାକି ସେମାନେ ଖ୍ରୀଷ୍ଟଙ୍କୁ
ହିଁ ମାନିବେ, ସେମାନେ ଖ୍ରୀଷ୍ଟଙ୍କୁ ଏବଂ ବୁଦ୍ଧଙ୍କୁ ପିତା ବୋଲି ଭାବିଥା’ନ୍ତି । ତାଙ୍କର
ବଂଶାବଳୀ ରହିଛି ନା । ବାସ୍ତବରେ ବାବା ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର
ସ୍ଥାପନା କରିଥିଲେ । ସେ ହୋଇଗଲେ ଗ୍ରେଟ୍-ଗ୍ରେଟ୍ ଗ୍ରାଣ୍ଡ ଫାଦର । ପ୍ରଥମେ ବାବାଙ୍କର ପରିଚୟ
ଦେବାକୁ ହେବ । ସେମାନେ କହିବେ, ଆମେ ତୁମର ବାବାଙ୍କ ସହିତ ମିଶିବାକୁ ଚାହୁଁଛୁ । ସେମାନଙ୍କୁ
କୁହ, ବର୍ସା ଶିବବାବାଙ୍କଠାରୁ ମିଳୁଛି ବ୍ରହ୍ମା ବାବାଙ୍କଠାରୁ ନୁହେଁ । ତୁମର ବାପା କିଏ?
ଗୀତାର ଭଗବାନ କିଏ? ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କିଏ କରିଥିଲେ? ବାପା ନାମ କହିବା
ମାତ୍ରେ ବୁଝିଯିବେ ଯେ, ଏମାନେ ସମସ୍ତେ ବ୍ରହ୍ମାକୁମାର-କୁମାରୀ ଶିବବାବାଙ୍କର ସନ୍ତାନ ଅଟନ୍ତି ।
ଶିବବାବାଙ୍କଠାରୁ ବ୍ରହ୍ମା ଦ୍ୱାରା ଗତି ଅଥବା ସଦ୍ଗତିର ବର୍ସା ମିଳୁଛି । ସେ ବର୍ତ୍ତମାନ ଆମକୁ
ଜୀବନମୁକ୍ତିର ବର୍ସା ଦେଉଛନ୍ତି । ବାକି ସମସ୍ତେ ମୁକ୍ତିକୁ ଚାଲିଯିବେ । ଏହି ଜ୍ଞାନ ତୁମ
ସନ୍ତାନ ମାନଙ୍କ ବୁଦ୍ଧିରେ ରହିବା ଉଚିତ୍ । ଯଦି କେହି ବି ଆସୁଛନ୍ତି ତେବେ ତାଙ୍କୁ ବୁଝାଅ, ଆପଣ
କାହା ସହିତ ମିଶିବାକୁ ଚାହୁଁଛନ୍ତି? ସେ ତ ଆମ ଉଭୟଙ୍କର ପିତା ଅଟନ୍ତି, କୌଣସି ଗୁରୁ ଗୋସାଇଁ
ନୁହଁନ୍ତି । ଏକଥା ତ ତୁମେମାନେ ଜାଣିଛ । ଯେପରିକି ହୋଲି ଧୂରିଆ କରିଥା’ନ୍ତି ନଚେତ୍ ହୋଲି
ଧୂରିଆର କୌଣସି ଅର୍ଥ ବାହାରୁ ନାହିଁ । ଜ୍ଞାନ ଦ୍ୱାରା ଆତ୍ମା ରଙ୍ଗୀନ ହେଉଛି । ଆତ୍ମା ଏହି
ଶରୀର ଭିତରେ ରହିଛି । ଯଦି ଆତ୍ମା ପବିତ୍ର ହେବ ତେବେ ଶରୀର ମଧ୍ୟ ପବିତ୍ର ମିଳିବ । ଏହି ଶରୀର ତ
ପବିତ୍ର ନୁହେଁ, ଯାହାକି ସମାପ୍ତ ହୋଇଯିବ । ଗଙ୍ଗାସ୍ନାନ ଶରୀରକୁ କରାଇଥା’ନ୍ତି, କିନ୍ତୁ ପତିତରୁ
ପାବନ ବାବାଙ୍କ ବ୍ୟତୀତ ଆଉ କେହି କରିପାରିବେ ନାହିଁ । ଆତ୍ମା ପତିତ ହେଉଛି ତେଣୁ ପାଣିର ସ୍ନାନରେ
ପାବନ ହୋଇପାରିବ ନାହିଁ । ଏହି କଥାକୁ କେହି ଜାଣି ନାହାଁନ୍ତି । ସେମାନେ ତ ଆତ୍ମା ହିଁ ପରମାତ୍ମା
ବୋଲି କହିଦେଉଛନ୍ତି । ଆତ୍ମାକୁ ମଧ୍ୟ ନିର୍ଲେପ ବୋଲି କହିଦେଉଛନ୍ତି । ଯେଉଁମାନେ ବର୍ତ୍ତମାନ
ସେନ୍ସିବୁଲ୍ ହୋଇଛନ୍ତି ଅର୍ଥାତ୍ ବୁଦ୍ଧିବାନ ହୋଇଛନ୍ତି, ସେମାନେ ଏହି ଜ୍ଞାନକୁ ନିଜେ ଧାରଣ କରି
ଅନ୍ୟମାନଙ୍କୁ ମଧ୍ୟ କରାଇ ପାରିବେ । ଯେଉଁ ସନ୍ତାନମାନଙ୍କ ମୁଖରୁ ସର୍ବଦା ରତ୍ନ ହିଁ ବାହାରୁଛି,
ତାଙ୍କୁ ରୂପ-ବସନ୍ତ କୁହାଯାଉଛି । ଜ୍ଞାନ ବିଜ୍ଞାନ ବ୍ୟତୀତ ପରସ୍ପର ମଧ୍ୟରେ ଅନ୍ୟ କିଛି
ନେଣ-ଦେଣ କରିବା ଅର୍ଥ ପରସ୍ପରକୁ ପଥର ମାରିବା । ଯାହାଦ୍ୱାରା ସେବା ବଦଳରେ ଅପସେବା କରୁଛନ୍ତି ।
୬୩ ଜନ୍ମ ହେବ ପରସ୍ପରକୁ ପଥର ମାରିଆସିଛ । ଏବେ ବାବା କହୁଛନ୍ତି, ତୁମେମାନେ ପରସ୍ପର ଭିତରେ
ଜ୍ଞାନ ବିଜ୍ଞାନର କଥା ହୋଇ ମନକୁ ଖୁସି କର । ପରଦର୍ଶନ ପରଚିନ୍ତନର କଥା ଶୁଣିବା ଉଚିତ୍ ନୁହେଁ ।
ଏହା ଜ୍ଞାନ ଅଟେ ନା । ସାରା ଦୁନିଆ ତ ପରସ୍ପରକୁ ପଥର ମାରୁଛନ୍ତି ଅର୍ଥାତ୍ ପରସ୍ପରକୁ ଦୁଃଖ
ଦେଉଛନ୍ତି ।
ତୁମେ ସନ୍ତାନମାନେ ତ ରୂପ-ବସନ୍ତ ଅଟ । ତୁମକୁ ଜ୍ଞାନ ବିଜ୍ଞାନର କଥା ବ୍ୟତୀତ ଅନ୍ୟ କିଛି ଶୁଣିବା
ବା ଶୁଣାଇବା ଉଚିତ୍ ନୁହେଁ । ଯିଏ ଓଲଟା କଥାବାର୍ତ୍ତା ହେଉଛନ୍ତି ତାଙ୍କର ସଙ୍ଗ ହିଁ ଖରାପ ଅଟେ
। ଯିଏ ବହୁତ ସେବା କରୁଛନ୍ତି, ତାଙ୍କର ସଙ୍ଗ ତାରିବ... କେହି ବ୍ରାହ୍ମଣ ରୂପ ବସନ୍ତ ହୋଇଥା’ନ୍ତି
ତ କେହି ବ୍ରାହ୍ମଣ ହୋଇ ପୁଣି ଓଲଟା ସିଧା କଥାବାର୍ତ୍ତା କରିଥା’ନ୍ତି । ଏପରିଙ୍କର ସଙ୍ଗ କରିବା
ଉଚିତ୍ ନୁହେଁ ଯାହାଦ୍ୱାରା ଆହୁରି କ୍ଷତି ହୋଇଯିବ । ବାବା ବାରମ୍ବାର ସାବଧାନ କରାଉଛନ୍ତି । କେବେ
ବି ପରସ୍ପର ମଧ୍ୟରେ ଓଲଟା ସିଧା କଥା ହୁଅ ନାହିଁ । ନଚେତ୍ ନିଜର ଏବଂ ଅନ୍ୟମାନଙ୍କର ମଧ୍ୟ
ସତ୍ୟାନାଶ କରିଦେବ ପୁଣି ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ବାବା କେତେ ସହଜରେ ଶୁଣାଉଛନ୍ତି । ସଉକ
ରହିବା ଉଚିତ ଯେ୍, ବାବା ଆମେ ଯାଇ ବହୁତଙ୍କୁ ଏହି ଜ୍ଞାନ ଦେବୁ । ସେହିମାନେ ହିଁ ବାବାଙ୍କର
ସଚ୍ଚା ସନ୍ତାନ ଅଟନ୍ତି । ସେବାଧାରୀ ସନ୍ତାନମାନଙ୍କର ବାବା ମଧ୍ୟ ମହିମା କରିଥାନ୍ତି । ତାଙ୍କର
ସଙ୍ଗ କରିବା ଉଚିତ୍ । କେଉଁମାନେ ଭଲ ଭଲ ବିଦ୍ୟାର୍ଥୀଙ୍କର ସଙ୍ଗ କରୁଛନ୍ତି, ବାବାଙ୍କୁ ପଚାରିଲେ
ବାବା କହିପାରିବେ, କାହାର ସଙ୍ଗ କରିବା ଉଚିତ୍ । କିଏ ବାବାଙ୍କର ହୃଦୟରେ ରହିଛନ୍ତି, ସେ ତୁରନ୍ତ
କହିଦେବେ । ସେବାଧାରୀମାନଙ୍କୁ ବାବା ମଧ୍ୟ ରିଗାର୍ଡ ଦେଇଥା’ନ୍ତି । କେହି-କେହି ତ ସେବା ମଧ୍ୟ
କରିପାରୁ ନାହାଁନ୍ତି । ଏହିପରି ବହୁତଙ୍କୁ ଖରାପ ସଙ୍ଗ ମିଳୁଛି, ତେଣୁ ଅବସ୍ଥା ତଳ ଉପର ହୋଇଯାଉଛି
। ହଁ କିଏ ଯଦି ସ୍ଥୂଳ ସେବାରେ ବହୁତ ଭଲ, ସେମାନେ ମଧ୍ୟ ଭଲ ବର୍ସା ପାଇଥା’ନ୍ତି । ଅଲଫ ଏବଂ ବେ
ଅର୍ଥାତ୍ ବାବା ଏବଂ ତାଙ୍କର ସମ୍ପତ୍ତିକୁ ବୁଝିବା ତ ବହୁତ ସହଜ । କାହା କାହାକୁ କେବଳ କୁହ -
ବାବା ଏବଂ ବର୍ସାକୁ ମନେ ପକାଅ । ବାସ୍, ଦୁଇଟି ଶବ୍ଦ - ଅଲଫ ଓ ବେ । ଏହା ତ ବିଲ୍କୁଲ୍ ସହଜ
ଅଟେ ନା । ଯଦି କେହି ଆସୁଛନ୍ତି ତାଙ୍କୁ କେବଳ ଏତିକି କଥା କୁହ, ବାବାଙ୍କ ଆଦେଶ ହେଉଛି ମୋତେ ମନେ
ପକାଅ, ବାସ୍ ଏହା ହିଁ ହେଉଛି ସବୁଠାରୁ ବଡ ଖାତିରୀ । ବାବା କହୁଛନ୍ତି, ମୋତେ ସ୍ମରଣ କରିଲେ
ତୁମକୁ ସ୍ୱର୍ଗର ବର୍ସା ମିଳିଯିବ । ପ୍ରତ୍ୟେକ ସେଣ୍ଟରରେ ଏହିପରି କ୍ରମାନ୍ୱୟରେ ରହିଛନ୍ତି ।
କେହି କେହି ତ ବିସ୍ତାର ଭାବରେ ବୁଝାଇପାରିବେ । ନ ବୁଝାଇ ପାରିଲେ କେବଳ ଏହି କଥା କୁହ ଯେ, କଳ୍ପ
ପୂର୍ବରୁ ମଧ୍ୟ ବାବା କହିଥିଲେ କି ମୋତେ ମନେ ପକାଅ ଆଉ କୌଣସି ଦେହଧାରୀ ଦେବତା ଆଦିଙ୍କୁ ମଧ୍ୟ
ମନେ ପକାଅ ନାହିଁ । ବାକି ପରଦର୍ଶନ ପରଚିନ୍ତନ, ଅମୁକ ଏପରି କହୁଛି, ଏପରି କରୁଛି... କିଛି ହେଲେ
ବି କର ନାହିଁ । ଏହି ବାବା ତୁମକୁ ହୋଲି ଏବଂ ଧୂରିଆର ଅନୁଭବ କରାଇଛନ୍ତି । ବାକି ରଙ୍ଗ ଆଦି
ଲଗାଇବା ତ ଆସୁରୀ ମନୁଷ୍ୟମାନଙ୍କର କାମ । ଯଦି କେହି କାହାର ଗ୍ଲାନି ଶୁଣାଉଛନ୍ତି, ତେବେ ଶୁଣିବା
ଉଚିତ୍ ନୁହେଁ । ବାବା କେତେ ଭଲ କଥା ଶୁଣାଉଛନ୍ତି - ମନମନାଭବ, ମଧ୍ୟାଜୀଭବ । କେହି ବି ଆସିଲେ
ତାଙ୍କୁ ଏକଥା ବୁଝାଅ - ଶିବବାବା ସମସ୍ତଙ୍କର ପିତା, ସେ କହୁଛନ୍ତି, ମୋତେ ମନେ ପକାଇଲେ ସ୍ୱର୍ଗର
ବର୍ସା ମିଳିଯିବ । ସେ ହିଁ ଗୀତାର ଭଗବାନ ଅଟନ୍ତି । ମୃତ୍ୟୁ ସମ୍ମୁଖରେ ଉପସ୍ଥିତ, ତେଣୁ ତୁମ
ସନ୍ତାନମାନଙ୍କର କାମ ହେଉଛି ସେବା କରିବା, ବାବାଙ୍କର ସ୍ମୃତି ଦେବା । ଏହା ହେଉଛି ମହାନ୍
ମନ୍ତ୍ର, ଯାହା ଦ୍ୱାରା ରାଜଧାନୀର ତିଳକ ମିଳିଯିବ । ଏହା କେତେ ସହଜ କଥା । ବାବାଙ୍କୁ ସ୍ମରଣ କର
ଏବଂ କରାଅ ତେବେ ବେଡା ପାରି ହୋଇଯିବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସେନ୍ସିବୁଲ୍
ଅର୍ଥାତ୍ ଜ୍ଞାନବାନ ହୋଇ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ମୁଖରୁ କେବେ ବି ପଥର
ବାହାର କରି ଅପସେବା କରିବାର ନାହିଁ । ଜ୍ଞାନ-ଯୋଗ ବ୍ୟତୀତ ଅନ୍ୟ କୌଣସି ଚର୍ଚ୍ଚା କରିବାର ନାହିଁ
।
(୨) ଯେଉଁମାନେ
ରୂପ-ବସନ୍ତ ଅଟନ୍ତି ଏବଂ ଯୋଗ୍ୟ ସେବାଧାରୀ ଅଟନ୍ତି ସେହିମାନଙ୍କର ହିଁ ସଙ୍ଗ କରିବାକୁ ହେବ ।
ଯେଉଁମାନେ ଓଲଟା-ସିଧା କଥା ଶୁଣାଉଛନ୍ତି ସେମାନଙ୍କର ସଙ୍ଗ କରିବାର ନାହିଁ ।
ବରଦାନ:-
ଜ୍ଞାନ ଆଧାରରେ
ରାବଣର ବହୂରୂପକୁ ଜାଣି ତା’ର ଆକର୍ଷଣଠାରୁ ମୁକ୍ତ ରହୁଥିବା ଶକ୍ତିଶାଳୀ ଆତ୍ମା ହୁଅ ।
ଯେଉଁ ପିଲାମାନେ ଜ୍ଞାନ
ଆଧାରରେ ରାବଣର ବହୁରୂପକୁ ଭଲ ଭାବରେ ଜାଣିଯାଇଛନ୍ତି ସେମାନଙ୍କ ଆଗରେ ସେ ନିକଟକୁ ମଧ୍ୟ
ଆସିପାରିବ ନାହିଁ । ଯଦି ସେ ସୁନାର ବା ହୀରାର ରୂପ ମଧ୍ୟ ଧାରଣ କରିନେଉ କିନ୍ତୁ ଏମାନେ ତା’ର
ଆକର୍ଷଣରେ ଆସିବେ ନାହିଁ । ଏହିପରି ପ୍ରକୃତ ସୀତା ହୋଇ ମର୍ଯ୍ୟାଦାର ସୀମା ରେଖା ମଧ୍ୟରେ ରହିବାର
ଲକ୍ଷ୍ୟ ରଖି ଶକ୍ତିଶାଳୀ ଆତ୍ମା ହୁଅ, ଯାହାଦ୍ୱାରା ରାବଣର ଅନେକ ପ୍ରକାରର ସେନା ତୁମ ଉପରେ
ଆକ୍ରମଣ କରିବା ପରିବର୍ତ୍ତେ ତୁମର ସହଯୋଗୀ ହୋଇଯିବେ । ପ୍ରକୃତିର ପାଞ୍ଚତତ୍ୱ ଏବଂ ପାଞ୍ଚ ବିକାର
ପରିବର୍ତ୍ତିତ ହୋଇ ତୁମର ସେବା କରିବା ପାଇଁ ଉପସ୍ଥିତ ହୋଇଯିବେ ।
ସ୍ଲୋଗାନ:-
ଯଦି ସେବା
କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବାକୁ ଚାହୁଁଛ ତେବେ ନିର୍ମାଣଚିତ୍ତ ହେବାର ବିଶେଷତାକୁ ଧାରଣ କର
।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।
ବିଜୟୀ ହେବାର ମୂଳଦୁଆ
ହେଲା - ‘ନିଶ୍ଚୟ’ । ଯଦି ଏହି ମୂଳଦୁଆ ମଜବୁତ ଥିବ ତେବେ ବ୍ରାହ୍ମଣ ଜୀବନ ରୂପୀ ଭବନ କେବେ ବି
ହଲଚଲ୍ ହୋଇପାରିବ ନାହିଁ, ତେଣୁ ସର୍ବଦା ନିଶ୍ଚିନ୍ତ ସ୍ଥିତିରେ ରହିବ । ଯଦି ମୂଳଦୁଆ ଦୁର୍ବଳ
ଥିବ ତେବେ ଛୋଟିଆ ତୋଫାନ ଟିଏ ଆସିଲେ ବା ଟିକିଏ ଭୂମିକମ୍ପ ହେଲେ ଭୟ ଲାଗିବ ଯେ ମୋ’ର ଏହି ଭବନଟି
ଟଳି ପଡିବ ନାହିଁ ତ? ବା ଫାଟ ହୋଇଯିବ ନାହିଁ ତ? ତେଣୁ ନିଶ୍ଚୟର ମୂଳଦୁଆ ଯଦି ମଜବୁତ ଥିବ ତେବେ
ନିର୍ଭୟ ଏବଂ ନିଶ୍ଚିନ୍ତ ରହିବ ।