03.08.25 Avyakt Bapdada Odia Murli 28.03.2006 Om Shanti Madhuban
“ସାରା ବିଶ୍ୱର
ଆତ୍ମାମାନଙ୍କୁ ଦୁଃଖରୁ ମୁକ୍ତ କରିବା ପାଇଁ ମାନସୀକ ସେବାକୁ ବଢାଅ, ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ
ହୁଅ ।”
ଆଜି ସର୍ବ ସମ୍ପତ୍ତିର
ମାଲିକ ବାପଦାଦା ନିଜର ଚାରିଆଡର ସର୍ବ ସମ୍ପତ୍ତିରେ ସମ୍ପନ୍ନ ପିଲାମାନଙ୍କୁ ଦେଖୁଛନ୍ତି ।
ବାପଦାଦା ପ୍ରତ୍ୟେକ ସନ୍ତାନକୁ ସର୍ବ ସମ୍ପତ୍ତିର ମାଲିକ କରିଛନ୍ତି । ଏଠାରେ ଦେବାବାଲା ମଧ୍ୟ ଜଣେ
ଏବଂ ସମସ୍ତଙ୍କୁ ଏକା ଭଳି ସର୍ବ ସମ୍ପତ୍ତି ଦେଇଛନ୍ତି, କାହାକୁ ଅଧିକ କାହାକୁ କମ୍ ଦେଇ
ନାହାଁନ୍ତି । କାହିଁକି ଜାଣିଛ? ବାବା ନିଜେ ଅସରନ୍ତି ସମ୍ପତ୍ତିର ମାଲିକ ଅଟେ । ବାପଦାଦା ସବୁ
ପିଲାଙ୍କୁ ଏକା ପରିମାଣର ଏବଂ ଏକା ଭଳି ସମ୍ପତ୍ତି ଦେଇଛନ୍ତି, କିନ୍ତୁ ଧାରଣ କରିବାବାଲାଙ୍କ
ଭିତରେ କେହି ସର୍ବ ସମ୍ପତ୍ତିକୁ ଧାରଣ କରିଛନ୍ତି ତ କେହି ଯଥା ଶକ୍ତି ହିସାବରେ ଧାରଣ କରିଛନ୍ତି
। କେହି ନମ୍ବର ୱାନ ଅଟନ୍ତି, କେହି କ୍ରମାନ୍ୱୟରେ ମଧ୍ୟ ରହୁଛନ୍ତି । ତେବେ ଯେଉଁମାନେ ଯେତିକି
ଧାରଣ କରିଛନ୍ତି ସେମାନଙ୍କର ଚେହେରା ଦ୍ୱାରା ଏବଂ ନୟନ ଦ୍ୱାରା ସମ୍ପତ୍ତିର ନିଶା ସ୍ପଷ୍ଟ ଭାବରେ
ଦେଖି ହେଉଛି । ସମ୍ପତ୍ତିରେ ଭରପୂର ଆତ୍ମା ଚେହେରା ଦ୍ୱାରା ଏବଂ ନୟନ ଦ୍ୱାରା ମଧ୍ୟ ଭରପୂର
ଦେଖାଯାଇଥାଏ । ଯେପରି ସ୍ଥୂଳ ସମ୍ପତ୍ତି ପ୍ରାପ୍ତ କରିଥିବା ଆତ୍ମାର ଚାଲି ଚଳନ ଦ୍ୱାରା ଏବଂ
ଚେହେରା ଦ୍ୱାରା ଜଣାପଡିଥାଏ ସେହିପରି ଏହି ଅବିନାଶୀ ସମ୍ପତ୍ତିର ନିଶା ଏବଂ ଖୁସି ମଧ୍ୟ ସ୍ପଷ୍ଟ
ଭାବରେ ଦେଖାଯାଇଥାଏ । ସର୍ବ ସମ୍ପତ୍ତିରେ ସମ୍ପନ୍ନ ହେବାର ଆତ୍ମିକ ନିଶା ଚିନ୍ତାମୁକ୍ତ ସମ୍ରାଟ
କରିଦିଏ । ଯେଉଁଠାରେ ଈଶ୍ୱରୀୟ ନିଶା ରହିଛି ସେଠାରେ କୌଣସି ଚିନ୍ତା ରହିପାରିବ ନାହିଁ । ସେମାନେ
ଚିନ୍ତାମୁକ୍ତ ସମ୍ରାଟ ତଥା ଦୁଃଖ ମୁକ୍ତ ସମ୍ରାଟ ହୋଇଯାଆନ୍ତି । ତେଣୁ ତୁମେ ସମସ୍ତେ ଈଶ୍ୱରୀୟ
ସମ୍ପତ୍ତିରେ ସମ୍ପନ୍ନ ଚିନ୍ତାମୁକ୍ତ ସମ୍ରାଟ ଅଟ ନା! ଦୁଃଖମୁକ୍ତ ସମ୍ରାଟ ମଧ୍ୟ ଟ । କ’ଣ ତୁମର
କୌଣସି ଚିନ୍ତା ଅଛି କି? କୌଣସି ଦୁଃଖ ଅଛି କି? କ’ଣ ହେବ, କିପରି ହେବ, ଏସବୁ ଚିନ୍ତା ମଧ୍ୟ ନାହିଁ,
ତ୍ରିକାଳଦର୍ଶୀ ସ୍ଥିତିରେ ସ୍ଥିତ ରହୁଥିବା ପିଲାମାନେ ଜାଣିଛନ୍ତି ଯେ ଯାହା ହେଉଛି ସବୁ ଭଲ ହେଉଛି
ଏବଂ ଆଗକୁ ଯାହା ବି ହେବ ତାହା ମଧ୍ୟ ଆହୁରି ଭଲ ହେବ । କାହିଁକି? କାହିଁକି ନା ସର୍ବଶକ୍ତିବାନ୍
ପିତାଙ୍କର ସାଥୀ ଅଟ, ସାଥୀରେ ରହିବାବାଲା ଅଟ । ସମସ୍ତଙ୍କ ଭିତରେ ନିଶା ଅଛି ଯେ ବାପଦାଦା ସର୍ବଦା
ଆମ ହୃଦୟରେ ରହୁଛନ୍ତି ଏବଂ ଅମେ ସର୍ବଦା ବାପଦାଦାଙ୍କର ହୃଦୟ ସିଂହାସନରେ ରହୁଛୁ । ତେଣୁ ଏହିଭଳି
ନିଶା ଅଛି ତ? ଯେଉଁମାନେ ହୃଦୟ ସିଂହାସନର ଅଧିକାରୀ ସନ୍ତାନ ସେମାନଙ୍କର ସଂକଳ୍ପରେ ତ ଦୂରର କଥା,
ସ୍ୱପ୍ନରେ ମଧ୍ୟ ଦୁଃଖର ଲହର ଅର୍ଥାତ୍ ଢେଉ ଲେସ୍ ମାତ୍ର ମଧ୍ୟ ଆସିପାରିବ ନାହିଁ । କାହିଁକି
ଜାଣିଛ? କାହିଁକି ନା ସେମାନେ ସର୍ବ ସମ୍ପତ୍ତିରେ ଭରପୁର ଅଟନ୍ତି ଏବଂ ଯାହା ଭରପୁର ହୋଇଥାଏ
ସେଥିରେ କୌଣସି ହଲଚଲ୍ ହୋଇ ନ ଥାଏ ।
ତେଣୁ ଆଜି ବାପଦାଦା
ଚାରିଆଡର ପିଲାମାନଙ୍କର ସମ୍ପନ୍ନତାର ସ୍ଥିତିକୁ ଦେଖୁଥିଲେ, ବାପଦାଦା ସମସ୍ତଙ୍କର ଜମାର ଖାତାକୁ
ମଧ୍ୟ ଚେକ୍ କରିଛନ୍ତି । ସମ୍ପତ୍ତି ତ ଅସରନ୍ତି ହିସାବରେ ମିଳିଛି କିନ୍ତୁ ଯାହାବି ମିଳିଛି ସେହି
ସମ୍ପତ୍ତିକୁ କାର୍ଯ୍ୟରେ ଲଗାଇ ଶେଷ କରିଦେଇଛନ୍ତି ନା କାର୍ଯ୍ୟରେ ଲଗାଇବା ସହିତ ବୃଦ୍ଧି ମଧ୍ୟ
କରିଛନ୍ତି? ସମସ୍ତଙ୍କର ଖାତାରେ କେତେ ପରିମାଣରେ ଜମା ଅଛି? କାହିଁକି ନା ଏହି ସବୁ
ସମ୍ପତ୍ତିଗୁଡିକ କେବଳ ଏହି ସମୟ ପାଇଁ ନୁହେଁ, ଏହା ଭବିଷ୍ୟତ ପାଇଁ ମଧ୍ୟ ସାଥୀରେ ଯିବ, କିନ୍ତୁ
କେବଳ ଜମା ହୋଇଥିବା ସମ୍ପତ୍ତି ହିଁ ସାଥୀରେ ଯିବ । ତେଣୁ ବାପଦାଦା ଜମାର ପରିମାଣକୁ ଦେଖୁଥିଲେ ।
ତେବେ କ’ଣ ଦେଖିଲେ? ସେବା ତ ସବୁ ପିଲା ଯଥା ଯୋଗ ବା ଯଥାଶକ୍ତି ହିସାବରେ କରୁଛନ୍ତି କିନ୍ତୁ
ସେବାର ଫଳ ଜମା ହେବାରେ ଫରକ ଆସିଯାଉଛି । କେତେକ ପିଲାଙ୍କର ଜମାର ଖାତାକୁ ଦେଖିଲୁ ଯେ ସେମାନେ
ସେବା ତ ବହୁତ କରୁଛନ୍ତି କିନ୍ତୁ ସେବାର ଫଳ ଜମା ହେଲା ନା ନାହିଁ ତା’ର ଲକ୍ଷଣ ସବୁ କ’ଣ? ତେବେ
ସେବା ଯାହା ବି କରିଥାଅ ଚାହେଁ ମାନସୀକ ସେବା କରିଥାଅ, ଚାହେଁ ବାଣୀର ସେବା କରିଥାଅ, ଚାହେଁ
କର୍ମ ଦ୍ୱାରା ସେବା କରିଥାଅ କିନ୍ତୁ ସବୁଥିରେ ଶହେ ପ୍ରତିଶତ ନମ୍ବର ରହିଛି । ତିନୋଟିରେ ୧୦୦
ନମ୍ବର ଲେଖାଏଁ ରହିଛି । ତେଣୁ ସେବା ତ କରିଲ କିନ୍ତୁ ସେବା କରିବା ସମୟରେ ବା ସେବା କରିବା ପରେ
ଯଦି ନିଜେ ନିଜ ଉପରେ ସନ୍ତୁଷ୍ଟ ଅଛ ଏବଂ ଯେଉଁମାନଙ୍କର ସେବା କରିଲ ବା ଯେଉଁମାନେ ସେବାରେ ସାଥୀ
ହୋଇଛନ୍ତି ବା ସେବା କରିବାବାଲାଙ୍କୁ ଦେଖୁଛନ୍ତି ବା ଶୁଣୁଛନ୍ତି ସେମାନେ ମଧ୍ୟ ସନ୍ତୁଷ୍ଟ ଅଛନ୍ତି,
ତେବେ ଜାଣିନିଅ ସେବାର ଫଳ ଜମା ହୋଇଛି । ଯଦି ସ୍ୱର ସନ୍ତୁଷ୍ଟତା ଏବଂ ସମସ୍ତଙ୍କର ସନ୍ତୁଷ୍ଟତା
ନାହିଁ ତେବେ ଜମାର ପରିମାଣ କମ୍ ହୋଇଛି ।
ତେବେ ଯଥାର୍ଥ ସେବାର
ବିଧି ତ ପୂର୍ବରୁ ମଧ୍ୟ ଶୁଣାଇ ସାରିଛୁ - ତିନୋଟି କଥା ଯଦି ବିଧି ପୂର୍ବକ ଅଛି ତେବେ ଜମା ହୋଇଛି,
ତାହା ମଧ୍ୟ ପୂର୍ବରୁ ଶୁଣାଇ ସାରିଛୁ - ଗୋଟିଏ ହେଲା ନିମିତ୍ତ ଭାବ, ଦ୍ୱିତୀୟରେ ନିର୍ମାନଭାବନା
ଅର୍ଥାତ୍ ମାନ-ସମ୍ମାନ ପାଇବାର ଇଚ୍ଛା ନ ରଖିବା, ଏବଂ ତୃତୀୟରେ ହେଲା ନିର୍ମଳ ସ୍ୱଭାବ,
ନିର୍ମଳବାଣୀ । ଭାବ, ଭାବନା, ସ୍ୱଭାବ ଏବଂ ବାଣୀ । ଯଦି ଏହି ତିନୋଟି କଥା ଭିତରୁ ଗୋଟିଏ ମଧ୍ୟ
କମ୍ ଅଛି ବା ଗୋଟିଏ ଅଛି ଦୁଇଟି ନାହିଁ, ବା ଦୁଇଟି ଅଛି ଗୋଟିଏ ନାହିଁ ତେବେ ସେହି ଦୁର୍ବଳତାଟି
ଜମାର ପରିମାଣକୁ କମ୍ କରିଦେଇଥାଏ । ତେଣୁ ଚାରୋଟିଯାକ ବିଷୟରେ ନିଜେ ନିଜକୁ ଚେକ୍ କର - କ’ଣ
ଚାରୋଟିଯାକ ବିଷୟରେ ମୋ’ର ଖାତା ଜମା ହୋଇଛି ତ? କାହିଁକି ଜାଣିଛ? ବାପଦାଦା ଦେଖୁଛନ୍ତି ଯେ ଯେଉଁ
ଚାରୋଟି କଥା ଉପରେ କୁହାଗଲା, ଭାବ, ଭାବନା, ସ୍ୱଭାବ ଏବଂ ବାଣୀ ସେହି ଅନୁସାରେ କେତେକ ପିଲାଙ୍କର
ସେବା ସମାଚାର ତ ବହୁତ ମିଳୁଛି କିନ୍ତୁ ଜମାର ଖାତା କମ୍ ଅଛି ।
ତେଣୁ ନିଜର ସବୁ
ସମ୍ପତ୍ତିଗୁଡିକୁ ଚେକ୍ କର - ଜ୍ଞାନ ରୂପକ ସମ୍ପତ୍ତି ଅର୍ଥାତ୍ ଯାହା ବି ସଂକଳ୍ପ ବା କର୍ମ କରିଲି
ତା’କୁ ଜ୍ଞାନବାନ୍ ହୋଇ କରିଛି ତ? ସାଧାରଣ କର୍ମ ହୋଇ ନାହିଁ ତ? ଯୋଗର ଅର୍ଥ ହେଲା ସର୍ବ ଶକ୍ତି
ରୂପୀ ସମ୍ପତ୍ତିରେ ଭରପୁର ରହୁଥିବ । ତେଣୁ ଚେକ୍ କର ପ୍ରତ୍ୟେକ ଦିନର ଦିନଚର୍ଯ୍ୟାର ଯେଉଁ ସମୟରେ
ଯେଉଁ ଶକ୍ତିର ଆବଶ୍ୟକତା ରହିଛି ସେହି ସମୟର ସେହି ଶକ୍ତି ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଛି
ତ? ମାଷ୍ଟର ସର୍ବଶକ୍ତିବାନର ଅର୍ଥ ହେଲା ମାଲିକ । ଏମିତି ନୁହେଁ ଯେ ସମୟ ବିତିଯିବା ପରେ ଶକ୍ତି
ବିଷୟରେ ଭାବୁଥିବ । ଯଦି ଯଥା ସମୟରେ ତୁମର ନିର୍ଦ୍ଦେଶ ଅନୁସାରେ ଶକ୍ତି ପ୍ରକଟ ହେଉ ନାହିଁ,
ଗୋଟିଏ ବି ଶକ୍ତିକୁ ଯଦି ନିର୍ଦ୍ଦେଶ ମୁତାବକ ଚଳାଇ ପାରିଲ ନାହିଁ ତେବେ ନିର୍ବିଘ୍ନ ରାଜ୍ୟର
ଅଧିକାରୀ କିପରି ହୋଇପାରିବ? ତେଣୁ ଶକ୍ତି ରୂପକ ସମ୍ପତ୍ତି କେତେ ଜମା ହୋଇଛି? କେବଳ ଯାହାକୁ ସମୟ
ଅନୁସାରେ କାର୍ଯ୍ୟରେ ଲଗାଉଛ ତାହା ହିଁ ଜମା ହେଉଛି । ଏବେ ନିଜେ ନିଜକୁ ଚେକ୍ କରିଚାଲିଛ ତ ମୋ’ର
ଜମା ଖାତା କିପରି ଅଛି? କାହିଁକି ନା ବାପଦାଦାଙ୍କର ସବୁ ପିଲାଙ୍କ ପ୍ରତି ଅତି ସ୍ନେହ ରହିଛି,
ବାପଦାଦା ଏହି କଥା ଚାହୁଁଛନ୍ତି ଯେ ସବୁ ପିଲାଙ୍କର ଜମାର ଖାତା ଭରପୁର ରହୁ । ଧାରଣାରେ ମଧ୍ୟ
ଭରପୁର ରହୁ, ତେବେ ଧାରଣାର ଲକ୍ଷଣ ହେଲା - ପ୍ରତ୍ୟେକ କର୍ମ ଗୁଣ ସମ୍ପନ୍ନ ହେଉଥିବ । ଯେଉଁ ସମୟରେ
ଯେଉଁ ଗୁଣର ଆବଶ୍ୟକତା ଥିବ ସେହି ଗୁଣ ତୁମର ଚେହେରାରେ ଏବଂ ଚାଲିଚଳନରେ ଦେଖାଯାଉଥିବ । ଯଦି
କୌଣସି ଗୁଣର କମୀ ରହିଥିବ, ଧରିନିଅ କର୍ମ କରିବା ସମୟରେ ସରଳତା ଗୁଣର ଆବଶ୍ୟକତା ରହିଛି,
ମଧୁରତାର ଆବଶ୍ୟକତା ରହିଛି, ଚାହେଁ ବାଣୀରେ ହେଉ ବା କର୍ମରେ ହେଉ ମଧୁରତା ଏବଂ ସରଳତା
ପରିବର୍ତ୍ତେ ଯଦି ଟିକିଏ ବି ଉତ୍ତେଜନା ଆସିଗଲା ବା କ୍ଲାନ୍ତ ହୋଇଯାଇଥିବା କାରଣରୁ ତୁମର ବାଣୀରେ
ମଧୁରତା ରହିଲା ନାହିଁ ବା ଚେହେରାରେ ମଧୁରତା ନାହିଁ, ଗମ୍ଭୀର ହୋଇଯାଉଛ ତେବେ ତୁମକୁ ତ ଗୁଣ
ସମ୍ପନ୍ନ କୁହାଯିବ ନାହିଁ ନା । ତେଣୁ ପରିସ୍ଥିତି, ବାତାବରଣ ଯେପରି ବି ହୋଇଥାଉ ନା କାହିଁକି
ଯାହା ମୋ’ର ଗୁଣ ତାହା ସର୍ବଦା ଦେଖାଯିବା ଉଚିତ୍, ଏବେ ଏହାକୁ ଟିକିଏ ସଂକ୍ଷେପରେ ଶୁଣାଉଛୁ ।
ସେହିପରି ସେବା -
ସେବାକ୍ଷେତ୍ରରେ ସେବାଧାରୀର ସବୁଠାରୁ ଉତ୍ତମ ଲକ୍ଷଣ ହେଲା - ନିଜେ ସର୍ବଦା ଲାଇଟ୍ ଅର୍ଥାତ୍
ହାଲୁକା ରହିବା ସହିତ ଖୁସିବାସିଆ ସ୍ଥିତିରେ ରହିବାର ଦେଖାଯାଉଥିବ, କାରଣ ସେବାର ଫଳ ହେଲା ଖୁସି
। ଯଦି ସେବା କରିବା ସହିତ ଖୁସି ହଜିଯାଉଛି ତେବେ ସେବାର ଖାତା ଜମା ହେଉ ନାହିଁ । ସେବା କରିଲ,
ସମୟ ଲଗାଇଲ, ମେହନତ ମଧ୍ୟ କରିଲ କିନ୍ତୁ ତାହା ଜମା ବହୁତ କମ୍ ହେବ, ଫାଲତୁରେ ଯିବ ନାହିଁ,
କିନ୍ତୁ ଯେତିକି ପରିମାଣରେ ଜମା ହେବା କଥା ସେତିକି ହେବ ନାହିଁ । ସେହିପରି ସମ୍ବନ୍ଧ-ସମ୍ପର୍କର
ଲକ୍ଷଣ ହେଲା - ସେଥିରୁ ଆଶୀର୍ବାଦର ପ୍ରାପ୍ତି ହେଉଥିବ । ଯାହାର ବି ସମ୍ବନ୍ଧ-ସମ୍ପର୍କରେ ଆସିବ
ତା’ର ମନ ଭିତରୁ ତୁମ ପ୍ରତି ଆଶୀର୍ବାଦ ବାହାରୁଥିବ - ବହୁତ ଭଲ, ବାହାରେ କହୁ ନଥିବେ, ଦିଲ୍ରୁ
ବାହାରୁଥିବ । ଯଦି କାହାକୁ ଏହିଭଳି ଆଶୀର୍ବାଦ ପ୍ରାପ୍ତ ହେଉଥିବ, ତେବେ ଆଶୀର୍ବାଦ ମିଳିବା ମଧ୍ୟ
ବହୁତ ସହଜରେ ପୁରୁଷାର୍ଥ କରିବାର ସାଧନ ଅଟେ । ଭାଷଣ କରୁନାହିଁ, ଠିକ୍ ଅଛି ମାନସୀକ ସେବା ମଧ୍ୟ
ଏତେ ଶକ୍ତିଶାଳୀ ନୁହେଁ । କୌଣସି ସେବାର ନୂଆ ନୂଆ ଯୋଜନା ପ୍ରସ୍ତୁତ କରିବା ମଧ୍ୟ ଜଣା ନାହିଁ,
ଏଥିରେ କୌଣସି ଆପତ୍ତି ନାହିଁ । କିନ୍ତୁ ସବୁଠାରୁ ସହଜ ପୁରୁଷାର୍ଥର ଆଧାର ହେଲା ଆଶୀର୍ବାଦ ନିଅ,
ଆଶୀର୍ବାଦ ଦିଅ । ଏହିଭଳି ବାପଦାଦା ଅନେକ ପିଲାଙ୍କର ମନର ସଂକଳ୍ପକୁ ମଧ୍ୟ ଯାଞ୍ଚ କରୁଛନ୍ତି ।
କେତେକ ପିଲା ସମୟ ଅନୁସାରେ, ପରିସ୍ଥିତି ଅନୁସାରେ କୁହନ୍ତି ଯଦି କେହି ଖରାପ କାମ କରୁଛି ତେବେ
ତା’କୁ ଆଶୀର୍ବାଦ କିପରି ଦେବୁ? ତା’ ଉପରେ ତ କ୍ରୋଧ ଆସିବ ନା, ଆଶୀର୍ବାଦ କିପରି ଦେବୁ! ଏହା ଛଡା
କ୍ରୋଧର ପିଲାଛୁଆ ମଧ୍ୟ ବହୁତ ଅଛନ୍ତି । ତେବେ ସେ ଯଦି ଖରାପ କାମ କରିଲା, ସେ ଖରାପ ଅଟେ ଏକଥା
ତୁମେ ଠିକ୍ ବୁଝିଛ । ଏହି ନିର୍ଣ୍ଣୟ ମଧ୍ୟ ଠିକ୍ କରିଛ, ଠିକ୍ ବୁଝିଛ, କିନ୍ତୁ ଗୋଟିଏ କଥା ହେଲା
ବୁଝିବା, ଆଉ ଗୋଟିଏ କଥା ହେଲା ତା’ର ଖରାପ କାମକୁ ବା ଖରାପ କଥାକୁ ନିଜ ଦିଲ୍ରେ ରଖିବା ।
ବୁଝିପାରିବା ଏବଂ ଭିତରେ ରଖିବା - ଏଥିରେ ଫରକ ରହିଛି । ଯଦି ତୁମେ ବୁଦ୍ଧିମାନ ଅଟ ତେବେ କୌଣସି
ବୁଦ୍ଧିମାନ ବ୍ୟକ୍ତି କ’ଣ ଖରାପ ଜିନିଷକୁ ନିଜ ପାଖରେ ରଖିବ କି! କିନ୍ତୁ ସେ ଯଦି ଖରାପ, ତୁମେ
ତା’ର ଖରାପକୁ ମନ ଭିତରେ ରଖିଲ ଅର୍ଥାତ୍ ପାଖରେ ରଖିଲ ବା ତାକୁ ସାଇତି କରି ରଖିଲ । କାରଣ ବୁଝିବା
ଅଲଗା କଥା ତାକୁ ଭିତରେ ରଖିବା ଅଲଗା କଥା । ତେବେ ବୁଦ୍ଧିମାନ ହେବା ତ ଭଲ କଥା, ହୁଅ କିନ୍ତୁ
ଭିତରେ ରଖ ନାହିଁ । ଇଏ ତ ଏହିଭଳି ହିଁ ଅଟେ - ଏହାର ଅର୍ଥ ହେଲା ଭିତରେ ସାଇତି ରଖିଛ । କାହାକୁ
ଏହିଭଳି ଭାବି ତା’ ସହିତ କାର୍ଯ୍ୟ ବ୍ୟବହାର କରିବା ଏହା ବୁଦ୍ଧିମାନୀ ନୁହେଁ ।
ତେଣୁ ବାପଦାଦା ଚେକ୍
କରିଲେ ଯେ ସମୟ ଆପେ ଆପେ ପାଖେଇ ଆସିବ ନାହିଁ, ତୁମକୁ ସମୟକୁ ପାଖକୁ ଆଣିବାକୁ ହେବ । କେହି କେହି
ପଚାରୁଛନ୍ତି ଟିକିଏ ସଂକେତ ତ ଦେଇଦିଅ ନା, ଆଉ ୧୦ ବର୍ଷ ଲାଗିବ କି ୨୦ ବର୍ଷ ଲାଗିବ, କେତେ ବର୍ଷ
ଲାଗିବ?
ତେଣୁ ବାବା ମଧ୍ୟ
ପିଲାମାନଙ୍କୁ ପ୍ରଶ୍ନ ପଚାରୁଛନ୍ତି - ସମୟକୁ ପାଖକୁ ଆଣିବାବାଲା କିଏ? ଡ୍ରାମା ତ ଅଟେ କିନ୍ତୁ
ନିମିତ୍ତ କିଏ? ତୁମମାନଙ୍କର ଗୋଟିଏ ଗୀତ ମଧ୍ୟ ଅଛି, ”କିସକେ ରୋକେ ରୁକା ହୈ ସବେରା” । ଅଛି ନା
ଏହି ଗୀତ? ତେଣୁ ସବେରା ଅର୍ଥାତ୍ ସକାଳକୁ ଆଣିବାବାଲା କିଏ? ବିନାଶକାରୀମାନେ ତ ଅଧୌର୍ଯ୍ୟ
ହୋଇଗଲେଣି, ବିନାଶ କରିଦେବୁ, ବିନାଶ କରିଦେବୁ... କିନ୍ତୁ ନବନିର୍ମାଣ କରିବାବାଲା ସେତିକି
ପ୍ରସ୍ତୁତ ଅଛ ତ? ଯଦି ପୁରୁଣା ଦୁନିଆର ବିନାଶ ହୋଇଯିବ କିନ୍ତୁ ନୂଆ ତିଆରି ହୋଇ ନ ଥିବ ତେବେ
କ’ଣ ହେବ? ସେଥିପାଇଁ ବାପଦାଦା ଏବେ ପିତା ହେବା ପରିବର୍ତ୍ତେ ଶିକ୍ଷକ ରୂପ ଧାରଣ କରିଛନ୍ତି ।
ହୋମୱାର୍କ ଅର୍ଥାତ୍ ଘରେ କରିବା ପାଇଁ ପାଠ ଦେଇଛନ୍ତି ନା? ତେବେ ହୋମୱାର୍କ କିଏ ଦିଏ? ଟୀଚର
ଦିଅନ୍ତି ନା! ଶେଷରେ ରହିଛି ସଦ୍ଗୁରୁର ପାର୍ଟ । ତେଣୁ ନିଜେ ନିଜକୁ ପଚାର ସମ୍ପନ୍ନ ଏବଂ
ସମ୍ପୂର୍ଣ୍ଣ ସ୍ଥିତି କେଉଁ ପର୍ଯ୍ୟନ୍ତ ହେଲାଣି? କ’ଣ ବାଣୀଠାରୁ ଉର୍ଦ୍ଧ୍ୱରେ ରହିବାର ସ୍ଥିତି
ଏବଂ ବାଣୀରେ ଆସିବାର ସ୍ଥିତି ଦୁଇଟି ଯାକ ସମାନ ଅଟେ ତ? ଯେପରି ବାଣୀରେ ଆସିବା ପାଇଁ ଯେବେ ଇଚ୍ଛା
ସହଜରେ ଆସିପାରୁଛ, ସେହିପରି ବାଣୀଠାରୁ ଉର୍ଦ୍ଧ୍ୱରେ ରହିବା, ଯେବେ ଇଚ୍ଛା, ଯେପରି ଇଚ୍ଛା
ସେହିପରି ହୋଇପାରୁଛି ତ? ଗୋଟିଏ ସେକେଣ୍ଡରେ ବାଣୀରେ ଆସିବା ଏବଂ ଗୋଟିଏ ସେକେଣ୍ଡରେ ବାଣୀଠାରୁ
ଉର୍ଦ୍ଧ୍ୱକୁ ଚାଲିଯିବା - ଏହିଭଳି ଅଭ୍ୟାସ ଅଛି ତ? ଯେପରି ଶରୀର ଦ୍ୱାରା ଯେବେ ଇଚ୍ଛା, ଯେଉଁଠାକୁ
ଇଚ୍ଛା ସେଠାକୁ ଯିବା ଆସିବା କରିପାରୁଛ ନା? ସେହିପରି ମନ ବୁଦ୍ଧି ଦ୍ୱାରା ଯେବେ ଇଚ୍ଛା,
ଯେଉଁଠାକୁ ଇଚ୍ଛା ଯିବା ଆସିବା କରିପାରିବ? କାହିଁକି ନା ଶେଷ ସମୟରେ ପାସ୍ ମାର୍କ ସେହିମାନଙ୍କୁ
ହିଁ ମିଳିବ ଯେଉଁମାନେ ଗୋଟିଏ ସେକେଣ୍ଡରେ ଯାହା ଚାହିଁବେ, ଯେପରି ଚାହିଁବେ ଯାହା ଆଦେଶ ଦେବାକୁ
ଚାହିଁବେ ସେଥିରେ ସଫଳ ହୋଇପାରୁଥିବେ । ବୈଜ୍ଞାନିକମାନେ ମଧ୍ୟ ଏହିଭଳି ଚେଷ୍ଟା କରୁଛନ୍ତି ଯେ
ସହଜ ମଧ୍ୟ ହୋଇଥିବ ଏବଂ କମ୍ ସମୟରେ ମଧ୍ୟ ହୋଇପାରୁଥିବ । ତେଣୁ ଏହିଭଳି ସ୍ଥିତି ଅଛି ତ? କ’ଣ
ମିନିଟ୍ ପର୍ଯ୍ୟନ୍ତ ଆସିଲଣି? ଯେପରି ଲାଇଟ୍ ହାଉସ୍-ମାଇଟ୍ ହାଉସ୍ ଗୋଟିଏ ସେକେଣ୍ଡ ଭିତରେ
ସ୍ୱିଚ୍ ଅନ୍ କରିବା ମାତ୍ରକେ ଚାରିଆଡ ଆଲୋକ ବିଚ୍ଛୁରିତ କରିଦେଉଛି, ସେହିପରି ତୁମେମାନେ ମଧ୍ୟ
ଲାଇଟ୍ ହାଉସ୍ ହୋଇ ଗୋଟିଏ ସେକେଣ୍ଡରେ ଚାରିଆଡେ ଆଲୋକ ବିଚ୍ଛୁରିତ କରିପାରିବ? ଏହି ସ୍ଥୁଳ ନେତ୍ର
ଗୋଟିଏ ସ୍ଥାନରେ ବସି କିଛି ଦୂର ପର୍ଯ୍ୟନ୍ତ ଦେଖିପାରୁଛି ନା! ନିଜର ଦୃଷ୍ଟି ପକାଇ ପାରୁଛି ନା!
ସେହିପରି ତୁମେମାନେ ନିଜର ତୃତୀୟ ନେତ୍ର ଦ୍ୱାରା ଗୋଟିଏ ସ୍ଥାନରେ ବସି ଚାରିଆଡେ ବରଦାତା, ବିଧାତା
ହୋଇ ନିଜର ଦୃଷ୍ଟି ଦ୍ୱାରା ନିହାଲ କରିପାରିବ? ନିଜକୁ ସବୁ କଥାରେ ଚେକ୍ କରୁଛ ତ? ତୁମର ତୃତୀୟ
ନେତ୍ର ସେତିକି ସ୍ପଷ୍ଟ ଅଛି ତ? ଏହି ସବୁ କଥାରେ ଯଦି ଟିକିଏ ବି ଦୁର୍ବଳତା ଅଛି ତେବେ ତା’ର
କାରଣ ପୂର୍ବରୁ ମଧ୍ୟ ଶୁଣାଇ ସାରିଛୁ - ତାହା ହେଲା ବିନାଶୀ ଆକର୍ଷଣ “ମୁ ଏବଂ ମୋର ଅଟେ’ । ଯେପରି
ମୁଁ ଶବ୍ଦ ପାଇଁ ସ୍ପଷ୍ଟ କରାଯାଇଥିଲା । ହୋମ୍ୱାର୍କ ମଧ୍ୟ ଦିଆଯାଇଥିଲା, ଦୁଇଟି ମୁଁକୁ ସମାପ୍ତ
କରି ଗୋଟିଏ ମୁଁ ରଖିବାକୁ ହେବ । ସମସ୍ତେ ଏହି ପାଠକୁ ପକ୍କା କରିଛ ତ?
ଯେଉଁମାନେ ଏହି ହୋମ୍ୱାର୍କକୁ
କରିବାରେ ସଫଳ ହୋଇଛନ୍ତି ସେମାନେ ହାତ ଉଠାନ୍ତୁ । ବାପଦାଦା ତ ସମସ୍ତଙ୍କୁ ଦେଖିଛନ୍ତି । ତେଣୁ
ସାହସ ରଖ, ଭୟ କର ନାହିଁ, ହାତ ଉଠାଅ । ଭଲ କଥା ଅଭିନନ୍ଦନ ମଧ୍ୟ ମିଳିବ । ବହୁତ କମ୍ ଅଛନ୍ତି ।
ଏମାନଙ୍କର ହାତ ଉଠାଇବା ଟିଭିରେ ଦେଖାଅ । ବହୁତ କମ୍ ପିଲା ହାତ ଉଠାଇଛନ୍ତି । ଏବେ କ’ଣ କରିବା?
ସମସ୍ତଙ୍କୁ ନିଜ ଉପରେ ହସ ମଧ୍ୟ ଲାଗୁଛି ।
ଆଚ୍ଛା - ଦ୍ୱିତୀୟ
ହୋମୱାର୍କ ଥିଲା - କ୍ରୋଧକୁ ଛାଡିବାକୁ ହେବ, ଏହା ତ ସହଜ ଅଟେ ନା! ତେବେ କେଉଁମାନେ ସବୁ କ୍ରୋଧକୁ
ଛାଡି ଦେଇଛନ୍ତି? କ’ଣ ଏତେ ଦିନ ପର୍ଯ୍ୟନ୍ତ କ୍ରୋଧ କରିନାହଁ? (ଏଥିରେ ବହୁତ ଜଣ ହାତ ଉଠାଇଛନ୍ତି)
ଏଥିରେ ଟିକିଏ ଅଧିକ ଅଛନ୍ତି, ଯେଉଁମାନେ କ୍ରୋଧ କରିନାହାଁନ୍ତି ସେମାନଙ୍କର ପାଖାପାଖି
ରହିବାବାଲାଙ୍କୁ ମଧ୍ୟ ପଚରାଯିବ । ଯେଉଁମାନେ ହାତ ଉଠାଇଛନ୍ତି ସେମାନେ ଛିଡା ହୋଇଯାଅ । ବହୁତ ଭଲ
କଥା । କ’ଣ ଆଦୌ କ୍ରୋଧ କରିନାହଁ? ସଂକଳ୍ପରେ କିମ୍ବା ମନରେ କ୍ରୋଧ ଆସି ନାହିଁ ତ? ଆଚ୍ଛା ଠିକ୍
ଅଛି, ପୁଣି ବି ସମସ୍ତଙ୍କୁ ଅଭିନନ୍ଦନ, ଯଦି ମନ ଭିତରେ ଆସିଛି କିନ୍ତୁ ମୁଖରେ କ୍ରୋଧ କରି ନାହଁ
ତେବେ ବି ଅଭିନନ୍ଦନ । ବହୁତ ଭଲ ।
ତେଣୁ ତୁମେମାନେ ହିଁ
ନିଜ ନିଜର ଫଳାଫଳ ହିସାବରେ ଦେଖ, କ’ଣ ସ୍ଥାପନାର କାର୍ଯ୍ୟ ସହିତ ନିଜକୁ ସମ୍ପନ୍ନ କରିବା ଏବଂ
ସର୍ବ ଆତ୍ମାଙ୍କୁ ମୁକ୍ତିରୂପୀ ସମ୍ପତ୍ତି ପ୍ରାପ୍ତ କରାଇବା, ଏହି ସବୁ କାର୍ଯ୍ୟ ସମ୍ପନ୍ନ
ହୋଇସାରିଲାଣି? ନିଜକୁ ଜୀବନମୁକ୍ତ ସ୍ୱରୂପ କରିବା ଏବଂ ସର୍ବ ଆତ୍ମାଙ୍କୁ ମୁକ୍ତିର ସମ୍ପତ୍ତି
ପ୍ରାପ୍ତ କରାଇବା - ଏହା ହିଁ ହେଉଛି ସ୍ଥାପନାକର୍ତ୍ତା ଆତ୍ମାମାନଙ୍କର ଶ୍ରେଷ୍ଠ କର୍ତ୍ତବ୍ୟ ।
ତେଣୁ ବାପଦାଦା ଏଥିପାଇଁ ପଚାରୁଛନ୍ତି ଯେ ସର୍ବ ବନ୍ଧନରୁ ମୁକ୍ତ, ଜୀବନମୁକ୍ତ ସ୍ଥିତିରେ ଏହି
ସଂଗମଯୁଗରେ ହିଁ ପହଞ୍ଚିବାକୁ ହେବ, ନା ସତ୍ୟଯୁଗକୁ ଗଲେ ଯାଇ ପହଞ୍ଚିବ? ସଂଗମଯୁଗରେ ସବୁ
କାର୍ଯ୍ୟ ସମ୍ପନ୍ନ କରିବ, ନା ସେଠାରେ ମଧ୍ୟ ରାଜଯୋଗର ଅଭ୍ୟାସ କରି ଶିଖିବ? ସମ୍ପନ୍ନ ତ ଏହିଠାରେ
ହେବାକୁ ପଡିବ ନା? ସମ୍ପୂର୍ଣ୍ଣ ମଧ୍ୟ ଏହିଠାରେ ହିଁ ହେବାକୁ ପଡିବ । ସଂଗମଯୁଗର ସମୟ ମଧ୍ୟ
ସବୁଠାରୁ ବଡରୁ ବଡ ସମ୍ପତ୍ତି ଅଟେ । ତେବେ କୁହ ରାତି ପରେ ସକାଳ ହେବାକୁ କେହି ରୋକି ପାରିବ କି?
ତେଣୁ ବାପଦାଦା କ’ଣ
ଚାହୁଁଛନ୍ତି? କାହିଁକି ନା ବାବାଙ୍କର ଆଶାର ପ୍ରଦୀପ ତ ପିଲାମାନେ ହିଁ ଅଟନ୍ତି ନା । ତେଣୁ ନିଜର
ଖାତାକୁ ଭଲ ଭାବରେ ଚେକ୍ କର । ଦେଖାଗଲା କେତେକ ପିଲା ତ ପୂରା ମୌଜିରାମ ଅଟନ୍ତି ଅର୍ଥାତ୍ ପୂରା
ମୌଜରେ ଚାଲୁଛନ୍ତି । ଭାବୁଛନ୍ତି ଯାହା ହେଉଛି ଭଲ ହେଉଛି । ଏବେ ତ ମଉଜ କରିନିଏ, ସତ୍ୟଯୁଗକୁ
କିଏ ଦେଖିଛି, କିଏ ଜାଣିଛି । ତେଣୁ ଜମା କରିବାର ଖାତାରେ ଏହିଭଳି ମୌଜିଲାଲ୍ କୁହ ବା ମୌଜି ରାମ
କୁହ, ଏଭଳି ପିଲାମାନଙ୍କୁ ମଧ୍ୟ ଦେଖିଲୁ । ଭାବୁଛନ୍ତି ଟିକିଏ ମଉଜ ତ କରିନିଏ । ଅନ୍ୟମାନଙ୍କୁ
ମଧ୍ୟ କହୁଛନ୍ତି ଆରେ ଏତେ କଥା କାହିଁକି କରୁଛ, ମୌଜ କର । ଖାଅ, ପିଅ ମୌଜ କର । ବାବା ମଧ୍ୟ
କହୁଛନ୍ତି ମଉଜ କରିନିଅ । ଯଦି ଅଳ୍ପରେ ସନ୍ତୁଷ୍ଟ ହେବାବାଲା ଅଟ ତେବେ ଏହି ଅଳ୍ପ ପ୍ରାପ୍ତିରେ
ହିଁ ସନ୍ତୁଷ୍ଟ ହୋଇଯାଅ କାହିଁକି ନା ବିନାଶୀ ସାଧନ ଗୁଡିକର ମଉଜ ଅଳ୍ପକାଳର ଅଟେ ନା । ସଦାକାଳର
ମଉଜକୁ ଛାଡି ଯଦି ଅଳ୍ପକାଳର ସାଧନଗୁଡିକର ମଉଜରେ ରହିବାକୁ ଚାହୁଁଛ ତେବେ ବାପଦାଦା ଆଉ କ’ଣ କହିବେ?
କେବଳ ଶିକ୍ଷା-ସାବଧାନୀ ତ ଦେବେ ଆଉ କ’ଣ କରିବେ? ଯଦି କେହି ହୀରାଖଣିକୁ ଯାଇ ଦୁଇଟି ହୀରା ନେଇ
ଖୁସି ହୋଇଯିବ ତେବେ ତାକୁ କ’ଣ କହିବେ? ତେଣୁ ଏଭଳି ହୁଅ ନାହିଁ । ଅତିନ୍ଦ୍ରୀୟ ସୁଖର ମଉଜର
ଝୁଲଣାରେ ଝୁଲ । ଅବିନାଶୀ ପ୍ରାପ୍ତିଗୁଡିକର ଝୁଲଣାର ମୌଜରେ ଝୁଲ । ଡ୍ରାମାରେ ଦେଖ ମାୟାର ପାର୍ଟ
ମଧ୍ୟ ବିଚିତ୍ର ଅଟେ । ଏହି ସମୟରେ ଏଭଳି ଏଭଳି ସାଧନ ସବୁ ବାହାରିଛି ଯାହାକି ପୂର୍ବରୁ କିଛି ବି
ନଥିଲା, କିନ୍ତୁ ବିନା ସାଧନରେ ମଧ୍ୟ ଯେଉଁମାନେ ସାଧନା କରିଛନ୍ତି, ସେବା କରିଛନ୍ତି ସେମାନଙ୍କର
ଦୃଷ୍ଟାନ୍ତ ମଧ୍ୟ ତୁମ ସମ୍ମୁଖରେ ଅଛି ନା! କ’ଣ ସେତେବେଳେ ଏହି ସବୁ ସାଧନ ଗୁଡିକ ଥିଲା? କିନ୍ତୁ
ସେବା କେତେ ହେଉଥିଲା? କ୍ୱାଲିଟୀବାଲା ଆତ୍ମାମାନେ ବାହାରିଛନ୍ତି ନା! ଆଦି ରତ୍ନ ଆତ୍ମାମାନେ ତ
ପ୍ରସ୍ତୁତ ହୋଇଗଲେ ନା! ଏଠାରେ ତ ସାଧନଗୁଡିକର ଆକର୍ଷଣ ରହିଛି, ତେବେ ସାଧନ ଗୁଡିକୁ ବ୍ୟବହାର
କରିବା ଭୁଲ୍ ନୁହେଁ କିନ୍ତୁ ସାଧନାକୁ ଭୁଲି ସାଧନ ପଛରେ ଧାଇଁବା - ଏହାକୁ ବାପଦାଦା ଭୁଲ୍ ବୋଲି
କହୁଛନ୍ତି । ଏହି ସବୁ ସାଧନ ଗୁଡିକ ଜୀବନର ଉତ୍ଥାନର ସାଧନ ନୁହେଁ ଅର୍ଥାତ୍ ଆଧାର ନୁହେଁ କିନ୍ତୁ
ସାଧନା ଆଧାର ଅଟେ । ଯଦି ସାଧନା ପରିବର୍ତ୍ତେ ସାଧନଗୁଡିକୁ ଆଧାର କରିଦେଲ ତେବେ ପରିଣାମ କ’ଣ ହେବ?
ସାଧନଗୁଡିକ ବିନାଶୀ ଅଟେ, ତେଣୁ ପରିଣାମ କ’ଣ ହେବ? ଯେବେକି ସାଧନା ଅବିନାଶୀ ଅଟେ, ତେଣୁ ତା’ର
ପରିଣାମ କ’ଣ ହୋଇଥିବ?
ଚାରିଆଡର ପିଲାମାନଙ୍କର
ପୁରୁଷାର୍ଥର ଏବଂ ସ୍ନେହର ସମାଚାର ପତ୍ର ବାପଦାଦାଙ୍କୁ ମିଳିଛି । ବାପଦାଦା ପିଲାମାନଙ୍କର
ଉମଙ୍ଗ-ଉତ୍ସାହକୁ ଦେଖି, ଏଇଆ କରିବୁ, ସେଇଆ କରିବୁ.... ଏହିଭଳି ସମାଚାରକୁ ଶୁଣି ଖୁସି ହେଉଛନ୍ତି
। ଏବେ କେବଳ ଯେଉଁଭଳି ସାହସ ଏବଂ ଉମଙ୍ଗ-ଉତ୍ସାହ ରଖି ଦୃଢ ସଂକଳ୍ପ କରିଛ ତାକୁ ବାରମ୍ବାର ଧ୍ୟାନ
ଦେଇ ବାସ୍ତବିକ ରୂପରେ କରିବାକୁ ହେବ । ଏହା ହିଁ ହେଉଛି ସବୁ ପିଲାଙ୍କ ପ୍ରତି ବାପଦାଦାଙ୍କର ଦିଲ୍ର
ଆଶର୍ବାଦ । ଏବେ ସମସ୍ତ ଚାରିଆଡର ସଂକଳ୍ପ, ବାଣୀ ଏବଂ କର୍ମରେ, ସମ୍ବନ୍ଧ-ସମ୍ପର୍କରେ ସମ୍ପନ୍ନ
ହେଉଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ସ୍ୱଦର୍ଶନ କରୁଥିବା ସ୍ୱଦର୍ଶନ ଚକ୍ରଧାରୀ
ପିଲାମାନଙ୍କୁ, ସର୍ବଦା ନିଜର ଦୃଢ ସଂକଳ୍ପ ଦ୍ୱାରା ମାୟାଜିତ୍ ହୋଇ ବାବାଙ୍କ ସମ୍ମୁଖରେ ନିଜକୁ
ପ୍ରତ୍ୟକ୍ଷ କରୁଥିବା ଏବଂ ବିଶ୍ୱ ସମ୍ମୁଖରେ ବାବାଙ୍କୁ ପ୍ରତ୍ୟକ୍ଷ କରୁଥିବା ଯୋଗ୍ୟ ସେବାଧାରୀ,
ଜ୍ଞାନବାନ ତଥା ସଫଳତାମୂରତ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଦିଲ୍ର
ସହିତ ପଦ୍ମାପଦ୍ମଗୁଣା ଆଶୀର୍ବାଦ ଏବଂ ନମସ୍ତେ ସ୍ୱୀକାର କରିବା ହେଉ ।
ବରଦାନ:-
ସଚ୍ଚା ଏବଂ
ସ୍ୱଚ୍ଛ ହୃଦୟ ଆଧାରରେ ନମ୍ବରୱାନ ସ୍ଥାନ ଗ୍ରହଣ କରୁଥିବା ଦିଲାରାମ ପସନ୍ଦ ଭବ ।
ଦିଲାରାମ ବାବାଙ୍କୁ
ସଚ୍ଚା ଦିଲ୍ ବାଲା ପିଲାମାନେ ହିଁ ପସନ୍ଦ । ଦୁନିଆ ହିସାବରେ ବୁଦ୍ଧିମାନ ନ ହୋଇଥିଲେ ମଧ୍ୟ ହୃଦୟ
ଯଦି ସଚ୍ଚା ଏବଂ ସ୍ୱଚ୍ଛ ଅଟେ ତେବେ ପ୍ରଥମ ନମ୍ବର ସ୍ଥାନ ପ୍ରାପ୍ତ କରିପାରିବ, କାହିଁକି ନା ବାବା
ତୁମମାନଙ୍କୁ ଏତେ ବୁଦ୍ଧିମାନ କରିଦେଉଛନ୍ତି ଯାହାଦ୍ୱାରା ରଚୟିତାଙ୍କୁ ଜାଣିଯିବା କାରଣରୁ ରଚନାର
ଆଦି-ମଧ୍ୟ-ଅନ୍ତର ଜ୍ଞାନକୁ ମଧ୍ୟ ଜାଣିଯାଉଛ । ତେଣୁ ସଚ୍ଚା ଏବଂ ସ୍ୱଚ୍ଛ ହୃଦୟ ଆଧାରରେ ହିଁ
ଉଚ୍ଚ ସ୍ଥାନ ମିଳିଥାଏ, ସେବା ଆଧାରରେ ନୁହେଁ । କାହିଁକି ନା ସଚ୍ଚା ଦିଲ୍ର ସେବାର ପ୍ରଭାବ
ଆତ୍ମାମାନଙ୍କର ଦିଲ୍ ପର୍ଯ୍ୟନ୍ତ ପହଞ୍ଚିଥାଏ । ବୁଦ୍ଧିମାନ ଆତ୍ମାମାନଙ୍କର ଯଦିଓ ନାମ ବିଖ୍ୟାତ
ହୋଇଥାଏ କିନ୍ତୁ ଦିଲ୍ବାଲା ପିଲାମାନେ ଆଶୀର୍ବାଦର ଅଧିକାରୀ ହୋଇଯାଆନ୍ତି ।
ସ୍ଲୋଗାନ:-
ସମସ୍ତଙ୍କ ପ୍ରତି
ଶୁଭଚିନ୍ତନ ଏବଂ ଶୁଭକାମନା ରଖିବା ହିଁ ସଚ୍ଚା ପରୋପକାର ଅଟେ ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ । ଯେଉଁ ପିଲାମାନେ ପରମାତ୍ମ
ସ୍ନେହରେ ସର୍ବଦା ଲବଲୀନ ରହିଥାଆନ୍ତି ଅର୍ଥାତ୍ ନିଜକୁ ହଜେଇ ଦେଇଥାଆନ୍ତି, ସେମାନଙ୍କର ଆତ୍ମିକ
ଚମକ ଏବଂ ଆତ୍ମିକ ନିଶା ତଥା ଅନୁଭୂତିର କିରଣ ଏତେ ଶକ୍ତିଶାଳୀ ହୋଇଥାଏ ଯାହାକି କୌଣସି ବି ସମସ୍ୟା
ନିକଟକୁ ଆସିବା ତ ଦୂରର କଥା କିନ୍ତୁ ନଜର ମଧ୍ୟ ପକାଇ ପାରିବ ନାହିଁ । ସେମାନଙ୍କୁ କେବେ ବି
କୌଣସି ପ୍ରକାରର ମେହନତ କରିବାକୁ ପଡି ନ ଥାଏ ।