03.09.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ନାମ-ରୂପରୁ ଅଲଗା କୌଣସି ବସ୍ତୁ ନ ଥାଏ, ଆତ୍ମା ବା ପରମାତ୍ମାଙ୍କୁ ମଧ୍ୟ ନାମ-ରୂପରୁ ଅଲଗା ବୋଲି କୁହାଯିବ ନାହିଁ, ସେମାନଙ୍କର ମଧ୍ୟ ଅବିନାଶୀ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି ।”

ପ୍ରଶ୍ନ:-
ଶିବବାବାଙ୍କୁ ଭୋଳାନାଥ କହି ମନେ ପକାଇଥା’ନ୍ତି, ତାଙ୍କୁ ଭୋଳା କାହିଁକି କହିଛନ୍ତି?

ଉତ୍ତର:-
କାରଣ ବାବା ହିଁ ଅହଲ୍ୟାମାନଙ୍କୁ, ଗଣିକାମାନଙ୍କୁ, କୁବ୍‌ଜାମାନଙ୍କୁ ଉଦ୍ଧାର କରୁଛନ୍ତି । ସେମାନଙ୍କୁ ବିଶ୍ୱର ରାଜତ୍ୱର ବର୍ସା (ସମ୍ପତ୍ତି) ଦେଉଛନ୍ତି । ମନୁଷ୍ୟମାନେ ତ ବାବାଙ୍କ ପାଇଁ କହି ଦେଉଛନ୍ତି - ଦୁଃଖ ବି ସିଏ ଦେଉଛନ୍ତି, ସୁଖ ବି ସିଏ ଦେଉଛନ୍ତି, କିନ୍ତୁ ବାବା କହୁଛନ୍ତି ମୁଁ ତ ତୁମମାନଙ୍କ ପାଇଁ ସୁଖର ରାଜ୍ୟ ସ୍ଥାପନ କରୁଛି । ମୋତେ ଦୁଃଖହର୍ତ୍ତା ସୁଖକର୍ତ୍ତା କୁହାଯାଇଛି । ଭାବିବାର କଥା ଯେ - ମୁଁ ବାପ ହୋଇ ନିଜର ପିଲାମାନଙ୍କୁ ଦୁଃଖ କିପରି ଦେଇପାରିବି ।

ଗୀତ:-
ଦୂର ଦେଶ କା ରହନେ ବାଲା....

ଓମ୍ ଶାନ୍ତି ।
ଆତ୍ମିକ ପିଲାମାନେ ଗୀତ ଶୁଣିଲେ ଅର୍ଥାତ୍ ଆତ୍ମା ଏହି ଶରୀରର କର୍ଣ୍ଣ ରୂପୀ କର୍ମେନ୍ଦ୍ରିୟ ଦ୍ୱାରା ଗୀତ ଶୁଣିଲା - ଦୁରଦେଶ ସେ ମୁସାଫିର ଆୟା ହେ । ତୁମେ ସମସ୍ତେ ମୁସାଫିର ଅର୍ଥାତ୍ ଯାତ୍ରୀ ଅଟ ନା । ଆତ୍ମାମାନେ ସମସ୍ତେ ଯାତ୍ରୀ ଅଟନ୍ତି । ଆତ୍ମାମାନଙ୍କର କୌଣସି ସ୍ଥୂଳ ଘର ନାହିଁ । ଆତ୍ମା ହେଲା ନିରାକାର । ନିରାକାରୀ ଦୁନିଆରେ ନିରାକାରୀ ଆତ୍ମାମାନେ ରହିଥା’ନ୍ତି । ତାକୁ କୁହାଯାଉଛି ନିରାକାରୀ ଆତ୍ମାମାନଙ୍କର ଘର, ଦେଶ ବା ଲୋକ । ଏହାକୁ ଜୀବାତ୍ମାମାନଙ୍କର ଦେଶ ବୋଲି କୁହାଯାଉଛି । ତାହା ହେଲା ଆତ୍ମାମାନଙ୍କର ଦେଶ ପୁଣି ଯେତେବେଳେ ଆତ୍ମାମାନେ ଏଠାକୁ ଆସି ଶରୀରରେ ପ୍ରବେଶ କରୁଛନ୍ତି, ସେତେବେଳେ ନିରାକାରରୁ ସାକାର ହୋଇଯାଉଛନ୍ତି । ଏପରି ନୁହେଁ ଯେ ଆତ୍ମାର କୌଣସି ରୂପ ନାହିଁ । ଆତ୍ମାର ରୂପ ବି ନିଶ୍ଚିତ ଅଛି, ନାମ ମଧ୍ୟ ଅଛି । ଏତେ ଛୋଟ ଆତ୍ମା ଏହି ଶରୀର ଦ୍ୱାରା କେତେ ଅଭିନୟ କରୁଛି । ପ୍ରତ୍ୟେକ ଆତ୍ମାରେ ଅଭିନୟ କରିବା ପାଇଁ କେତେ ରେକର୍ଡ ଭର୍ତ୍ତି ହୋଇ ରହିଛି । ରେକର୍ଡ ଥରେ ମାତ୍ର ଭରାଯାଇଥାଏ, ପୁଣି କେତେ ବି ଏହାକୁ ପୁନରାବୃତ୍ତି କର, ତାହା ହିଁ ଚାଲିବ । ସେହିପରି ଆତ୍ମା ମଧ୍ୟ ଏହି ଶରୀର ଭିତରେ ଏକ ରେକର୍ଡ ଭଳି ଅଟେ, ସେଥିରେ ୮୪ ଜନ୍ମର ସମସ୍ତ ଅଭିନୟ ଭରି ହୋଇ ରହିଛି । ଆତ୍ମା ଯେପରି ନିରାକାର ଅଟେ, ସେହିପରି ବାବା ମଧ୍ୟ ନିରାକାର ଅଟନ୍ତି । କେଉଁଠି-କେଉଁଠି ଶାସ୍ତ୍ରଗୁଡିକରେ ଲେଖିଦେଇଛନ୍ତି ଯେ ସିଏ ନାମ-ରୂପରୁ ଅଲଗା ଅଟନ୍ତି । କିନ୍ତୁ ନାମ-ରୂପରୁ ଅଲଗା କୌଣସି ବସ୍ତୁ ହୋଇ ନ ଥାଏ । ଆକାଶ ମଧ୍ୟ ଶୂନ୍ୟ ଅଟେ, କିନ୍ତୁ ଏହାର ନାମ-ରୂପ ତ ରହିଛି ନା । ବିନା ନାମରେ କୌଣସି ବି ବସ୍ତୁ ନ ଥାଏ । ମନୁଷ୍ୟମାନେ ଭାବୁଛନ୍ତି ପରମପିତା ନାମ-ରୂପରୁ ଅଲଗା ଅଟନ୍ତି । ଯଦି ନାମ ନାହିଁ ତେବେ ରୂପ ନାହିଁ, ଦେଶ ମଧ୍ୟ ନାହିଁ । ତାହା ହେଲେ ତ କିଛି ହୋଇପାରିବ ନାହିଁ । ତାଙ୍କୁ ଡାକୁଛନ୍ତି ମଧ୍ୟ ଦୂରଦେଶରେ ରହିଲାବାଲା ପରମପିତା ପରମାତ୍ମା । ତେବେ ଦୂରଦେଶରେ ଆତ୍ମାମାନେ ରହିଥାନ୍ତି । ଏହା ହେଉଛି ସାକାର ଦେଶ, ଏଠାରେ ଦୁଇଜଣଙ୍କର ରାଜ୍ୟ ଚାଲିଥାଏ – ରାମ ରାଜ୍ୟ ଏବଂ ରାବଣ ରାଜ୍ୟ । ଅଧାକଳ୍ପ ହେଉଛି ରାମ ରାଜ୍ୟ, ଆଉ ଅଧାକଳ୍ପ ରାବଣ ରାଜ୍ୟ । ଏକଥା ପିଲାମାନଙ୍କୁ ବୁଝାଯାଇଛି ଯେ ସତ୍ୟଯୁଗରୁ ଈଶ୍ୱରୀୟ ରାଜ୍ୟ ଆରମ୍ଭ ହେଉଛି, ରାମରାଜ୍ୟ ସ୍ଥାପନ କରିଲାବାଲା ପରମପିତା ପରମାତ୍ମା ଅଟନ୍ତି । ସିଏ କେବେ ରାବଣ ରାଜ୍ୟ ସ୍ଥାପନ କରି ନ ଥାଆନ୍ତି । ବାବା କ’ଣ ପିଲାମାନଙ୍କ ପାଇଁ କେବେ ଦୁଃଖର ରାଜ୍ୟ ସ୍ଥାପନ କରିବେ । କଥାରେ କୁହନ୍ତି ଈଶ୍ୱର ହିଁ ଦୁଃଖ ସୁଖ ଦେଉଛନ୍ତି । ବାବା କହୁଛନ୍ତି ମୁଁ ପିଲାମାନଙ୍କୁ କିପରି ଦୁଃଖ ଦେଇପାରିବି । ମୋର ତ ନାମ ହିଁ ହେଉଛି ଦୁଃଖହର୍ତ୍ତା ସୁଖକର୍ତ୍ତା । ଏହା ତ ମନୁଷ୍ୟମାନଙ୍କର ଭୁଲ୍ ଧାରଣା । ଈଶ୍ୱର କେବେହେଲେ ଦୁଃଖ ଦେବେ ନାହିଁ । ବର୍ତ୍ତମାନ ହେଉଛି ଦୁଃଖଧାମ । ଅଧାକଳ୍ପ ରାବଣ ରାଜ୍ୟରେ ଦୁଃଖ ହିଁ ମିଳିଥାଏ । ଟିକିଏ ହେଲେ ସୁଖ ନାହିଁ । ଆଉ ସୁଖଧାମରେ କେବେ ଦୁଃଖ ନ ଥାଏ । ବାବା ସ୍ୱର୍ଗର ରଚୟିତା ଅଟନ୍ତି । ଏବେ ତୁମେମାନେ ସଂଗମଯୁଗରେ ଅଛ । ସଗମଯୁଗକୁ ନୂଆ ଦୁନିଆ ବୋଲି ତ କେହି କହିବେ ନାହିଁ । ନୂଆ ଦୁନିଆର ନାମ ହିଁ ହେଲା ସ୍ୱର୍ଗ । ନୂଆ ଦୁନିଆ ହିଁ ପୁଣି ପୁରୁଣା ହେଉଛି । ନୂଆ ଜିନିଷ ଯେବେ ପୁରୁଣା, ଖରାପ ଦେଖାଯାଇଥାଏ, ତେବେ ପୁରୁଣା ଜିନିଷକୁ ଫୋପାଡି ଦିଆଯାଇଥାଏ । ମନୁଷ୍ୟମାନେ ବିକାର ରୂପକ ବିଷକୁ ହିଁ ସୁଖ ବୋଲି ଭାବୁଛନ୍ତି । ଗାୟନ ମଧ୍ୟ କରାଯାଏ ଅମୃତ ଛାଡି ବିଷ କାହିଁକି ଖାଇଲ । ଶିଖ୍‌ମାନଙ୍କର ଧର୍ମଗ୍ରନ୍ଥରେ ମଧ୍ୟ ଗୁରୁ ନାନକଙ୍କର ଉଲ୍ଲେଖ ରହିଛି । ଅଶଙ୍ଖ (ଅଂସଖ୍ୟ) ଚୋର..... ବାବାଙ୍କର ମହିମା ଗାଇଥାନ୍ତି, ଆପଣ ଆସି ଯାହା କରିବେ ତାହା ଦ୍ୱାରା କଲ୍ୟାଣ ହିଁ ହେବ । ନଚେତ୍ ରାବଣ ରାଜ୍ୟରେ ମନୁଷ୍ୟମାନେ ଖରାପ କାମ ହିଁ କରିବେ । ତେଣୁ ବାବା ହିଁ ଆସି ବିକାରଯୁକ୍ତ ବସ୍ତ୍ର ସଫା କରୁଛନ୍ତି । ଗ୍ରନ୍ଥରେ ବହୁତ କଥା ଲେଖାଯାଇଛି । ସିନ୍ଧିମାନେ ଗ୍ରନ୍ଥ ରଖିଥାନ୍ତି । ତେବେ ଏମାନେ ତ କୌଣସି ଶିଖ୍ ଧର୍ମବାଲା ନୁହଁନ୍ତି । ଏମାନେ ତ ହେଉଛନ୍ତି ଆଦି ସନାତନ ଦେବୀ ଦେବତା ଧର୍ମର ଆତ୍ମା । ଶିଖ୍‌ମାନଙ୍କର ଗୁରୁ ହେଉଛନ୍ତି ଗୁରୁ ନାନକ, ତାଙ୍କର ନିଶ-ଦାଢୀ ଥିଲା । ତେଣୁ ସବୁ ଶିଖ୍‌ମାନେ ନିଶ-ଦାଢୀ ରଖିବା ଦରକାର କିନ୍ତୁ ଆଜିକାଲି ତ କେହି ରଖୁନାହାଁନ୍ତି । ସମସ୍ତେ ବହୁତ ସୌଖୀନ ହୋଇଯାଇଛନ୍ତି । ନଚେତ୍ ଗୁରୁନାନକଙ୍କୁ ଅନୁସରଣ କରିବା ଉଚିତ୍ ନା । କହୁଛନ୍ତି ଆମେ ଗୁରୁ ନାନକଙ୍କର ଶିଷ୍ୟ ଅଟୁ, ତେବେ ଗୁରୁ ନାନକଙ୍କୁ ଅନୁସରଣ କରିବା ଦରକାର ନା । ଏହି କଥା ତ ପିଲାମାନେ ଏବେ ଜାଣୁଛନ୍ତି ଯେ ଗୁରୁ ନାନକ ଆସିବାର ୫୦୦ ବର୍ଷ ହୋଇଗଲାଣି, ପୁଣି କେବେ ଆସିବେ? ତୁମେ ତୁରନ୍ତ କହିଦେବ । ଯଦି କାହାକୁ ପଚରାଯାଏ ଯେ ଗୁରୁନାନକ କେବେ ଆସିବେ? ତେବେ କହିବେ ତାଙ୍କର ଆତ୍ମା ଜ୍ୟୋତି ଜ୍ୟୋତିରେ ମିଶିଗଲା । ପୁଣି ସିଏ କିପରି ଆସିବେ । ତୁମେ କହିବ ଯେ ଆଜିଠାରୁ ୪୫୦୦ ବର୍ଷ ପରେ ଗୁରୁନାନକ ପୁନର୍ବାର ଆସିବେ । ତୁମ୍ଭମାନଙ୍କ ବୁଦ୍ଧିରେ ସାରା ବିଶ୍ୱର ଇତିହାସ-ଭୂଗୋଳର ଜ୍ଞାନ ରହିଛି । ବୁଦ୍ଧ, ଖ୍ରୀଷ୍ଟ ଆଦି ସମସ୍ତଙ୍କ ପାଇଁ କୁହାଯିବ ଯେ ଏହି ସମୟରେ ସେମାନେ ତମୋପ୍ରଧାନ ଅବସ୍ଥାରେ ଅଛନ୍ତି, କବରଦାଖିଲ ଅର୍ଥାତ୍ ଶରୀର ରୂପୀ କବର ଭିତରେ ଅଛନ୍ତି । ଏହାକୁ ବିନାଶର ସମୟ କୁହାଯାଉଛି । ସମସ୍ତ ମନୁଷ୍ୟ ଯେପରି ମରିପଡିଛନ୍ତି । ସମସ୍ତଙ୍କର ଆତ୍ମା ରୂପୀ ଜ୍ୟୋତି ଯେପରି ଲିଭିଯାଇଛି । ବାବା ଆସୁଛନ୍ତି ସମସ୍ତଙ୍କୁ ଜାଗ୍ରତ କରାଇବା ପାଇଁ । ପିଲାମାନେ ଯେଉଁ କାମ ବିକାର ରୂପକ ଚିତା ଉପରେ ବସି ଭସ୍ମ ହୋଇଯାଇଛନ୍ତି ସେମାନଙ୍କୁ ଜ୍ଞାନ ରୂପକ ଅମୃତର ବର୍ଷା ଦ୍ୱାରା ଜାଗ୍ରତ କରାଇ ସାଥିରେ ନେଇଯିବେ । ମାୟା କାମ-ଚିତାରେ ବଶୀଭୂତ କରି ନିଜ ଅଧୀନରେ ବାନ୍ଧି ରଖିଛି । ସମସ୍ତେ ଅଜ୍ଞାନ ନିଦ୍ରାରେ ଶୋଇ ପଡିଛନ୍ତି । ଏବେ ବାବା ଆସି ଅମୃତ ଚଖାଉଛନ୍ତି । ସେଥିପାଇଁ ଅମୃତସର ନାମ ରଖାଯାଇଛି । ବାବା ଆସି ଅମୃତ ଚଖାଉଛନ୍ତି । ତେବେ କେଉଁଠି ଜ୍ଞାନ ଅମୃତ, କେଉଁଠି ପୁଣି ପାଣିର କଥା! ଶିଖ୍ ମାନେ ତାଙ୍କର ବଡ ପର୍ବ ସମୟରେ ପୋଖରୀକୁ ବହୁତ ଧୂମଧାମ୍‌ରେ ମାଟି, ପଙ୍କ ଆଦି ବାହାର କରିଦେଇ ସଫା କରିଥା’ନ୍ତି, ସେଥିପାଇଁ ଏହାର ନାମ ହିଁ ରଖାଯାଇଛି - ଅମୃତସର । ଅମୃତର ପୋଖରୀ । ତେବେ ଗୁରୁ ନାନକ ସାହେବ ତ କୌଣସି ଜ୍ଞାନର ସାଗର ନୁହଁନ୍ତି, ସିଏ ମଧ୍ୟ ବାବାଙ୍କର ମହିମା କରିଛନ୍ତି । ନିଜେ କହୁଛନ୍ତି ଏକଓଁକାର, ସତନାମ, ସିଏ ସର୍ବଦା ସତ୍ୟ କହିଥାନ୍ତି । ସତ୍ୟ ନାରାୟଣଙ୍କର କଥା ରହିଛି ନା । ସିନ୍ଧିମାନେ ବାହାରକୁ ଗଲେ ସତ୍ୟ-ନାରାୟଣଙ୍କର କଥାର ଆସର କରାଇଥାନ୍ତି । ବୁଝିଥାନ୍ତି ଯେ ସତ୍ୟ ନାରାୟଣଙ୍କର କଥାର ଆସର କରିବା ଦ୍ୱାରା ନିରାପଦରେ ପାର ହୋଇଯିବୁ । ଅମରକଥା, ତିଜରୀକଥା (ତୃତୀୟ ନେତ୍ରର କଥା) ଭକ୍ତିମାର୍ଗରେ କେତେ କେତେ କଥାମାନ ଶୁଣିଆସିଛନ୍ତି । କହୁଛନ୍ତି ଶଙ୍କର ପାର୍ବତୀଙ୍କୁ କଥା ଶୁଣାଇଥିଲେ । ସିଏ ତ ସୂକ୍ଷ୍ମବତନ ନିବାସୀ ଅଟନ୍ତି, ସେଠାରେ ପୁଣି କେଉଁ କଥା ଶୁଣାଇଲେ? ଏହି ସବୁ କଥା ବାବା ବସି ବୁଝାଉଛନ୍ତି ଯେ ବାସ୍ତବରେ ମୁଁ ତୁମକୁ ଅମରକଥା ଶୁଣାଇ ଅମରଲୋକକୁ ନେଇଯିବା ପାଇଁ ଆସିଛି । ମୁଁ ତୁମକୁ ମୃତ୍ୟୁଲୋକରୁ ଅମରଲୋକକୁ ନେଇଯାଉଛି । କିନ୍ତୁ ସୂ୍‌କ୍ଷ୍ମବତନରେ ପାର୍ବତୀ କ’ଣ ଦୋଷ କରିଥିଲେ, ଯାହାକି ତାଙ୍କୁ ଆସି କଥା ଶୁଣାଇବେ । ଏବେ ତୁମେ ଜାଣୁଛ ଯେ ଆମେ ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେଉଛୁ । ଏହା ହେଉଛି ଅମରଲୋକକୁ ଯିବା ପାଇଁ ପ୍ରକୃତ ସତ୍ୟ ନାରାୟଣଙ୍କର କଥା, ତିଜରୀର କଥା । ତୁମ ଆତ୍ମାମାନଙ୍କୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି ।

ବାବା କହୁଛନ୍ତି ତୁମେ ହିଁ ଫୁଲ ପରି ପୂଜ୍ୟ ଥିଲ, ପୁଣି ୮୪ ଜନ୍ମ ପରେ ତୁମେ ହିଁ ପୂଜାରୀ ହୋଇଛ, ସେଥିପାଇଁ ଗାୟନ ରହିଛି - ନିଜେ ହିଁ ପୂଜ୍ୟ, ନିଜେ ହିଁ ପୂଜାରୀ । ବାବା କହୁଛନ୍ତି - ମୁଁ ତ ସଦାସର୍ବଦା ପୂଜ୍ୟ ଅଟେ । ତୁମକୁ ଆସି ପୂଜାରୀରୁ ପୂଜ୍ୟ କରୁଛି । କହୁଛନ୍ତି ହେ ରାମ ଆସି ଆମକୁ ପବିତ୍ର କରାଅ । ସବୁ ଭକ୍ତମାନେ ଡାକୁଛନ୍ତି । ଆତ୍ମା ଡାକୁଛି ନା - ହେ ପତିତ ପାବନ । ଏବେ ତୁମେ ଜାଣିଛ ଯେ ଗୀତା କୃଷ୍ଣ ଶୁଣାଇ ନ ଥିଲେ, ପବିତ୍ର କରାଇଲାବାଲା ଏକମାତ୍ର ପରମପିତା ପରମାତ୍ମା ଅଟନ୍ତି । ଏକମାତ୍ର ରାମ ଶିବବାବା ଅଟନ୍ତି । ତେଣୁ ବାବା ବୁଝାଉଛନ୍ତି ସମସ୍ତଙ୍କଠାରୁ ମତାମତ ନେଇଚାଲ ଯେ ଈଶ୍ୱର ସର୍ବବ୍ୟପାୀ ନୁହଁନ୍ତି । ଗୀତାର ଭଗବାନ ଶିବ ଅଟନ୍ତି, କୃଷ୍ଣ ନୁହଁନ୍ତି । ପ୍ରଥମେ ତାଙ୍କୁ ପଚାର ଭଗବାନ କାହାକୁ କୁହାଯାଉଛି - ନିରାକାରଙ୍କୁ ଅଥବା ସାକାରଙ୍କୁ? କୃଷ୍ଣ ତ ସାକାର ଅଟନ୍ତି, ଶିବ ହେଲେ ନିରାକାର । ସିଏ କେବଳ ଏହି ଶରୀରର ଉଧାର ନେଉଛନ୍ତି, ମାତାଙ୍କ ଗର୍ଭରୁ ଜନ୍ମ ନେଉନାହାଁନ୍ତି । ପ୍ରଥମ ନମ୍ବର ଗର୍ଭରେ ଆସିଲାବାଲା ହେଉଛନ୍ତି ଶ୍ରୀକୃଷ୍ଣଙ୍କର ଆତ୍ମା । ବ୍ରହ୍ମା, ବିଷ୍ଣୁ, ଶଙ୍କର ମଧ୍ୟ ସୂକ୍ଷ୍ମ ଶରୀରଧାରୀ ଅଟନ୍ତି । ଶିବଙ୍କର ଶରୀର ନାହିଁ । ଏଠାରେ ଏହି ଲୋକରେ ସ୍ଥୂଳ ଶରୀର ରହିଛି । ବାବାଙ୍କର ମହିମା ହେଉଛି ପତିତ-ପାବନ, ସମସ୍ତଙ୍କର ସଦ୍‌ଗତି ଦାତା । ସମସ୍ତଙ୍କର ମୁକ୍ତିଦାତା, ଦୁଃଖହର୍ତ୍ତା-ସୁଖକର୍ତ୍ତା । ଆଚ୍ଛା ସୁଖ କେଉଁଠି ମିଳିବ? ସୁଖ ମିଳିବ ପର ଜନ୍ମରେ । ଯେତେବେଳେ କି ରାବଣର ଦୁନିଆ ସମାପ୍ତ ହୋଇ ସ୍ୱର୍ଗର ସ୍ଥାପନା ହୋଇଯିବ । ଆଚ୍ଛା ମୁକ୍ତ କେଉଁଥିରୁ କରୁଛନ୍ତି? ରାବଣର ଦୁଃଖରୁ । ଏହା ତ ଦୁଃଖଧାମ ଅଟେ ନା । ଆଚ୍ଛା ପୁଣି ପଥପ୍ରଦର୍ଶକ ମଧ୍ୟ ହେଉଛନ୍ତି । ଏହି ଶରୀର ତ ଏହିଠାରେ ହିଁ ବିନାଶ ହୋଇଯାଉଛି । ବାକି ଆତ୍ମାମାନଙ୍କୁ ଶାନ୍ତିଧାମକୁ ନେଇଯାଉଛନ୍ତି । ବାବା ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରାଇ, ପବିତ୍ର କରାଇ ଘରକୁ ନେଇଯାଉଛନ୍ତି । ମଣିଷ ଯେବେ ବିବାହ କରି ଆସିଥାନ୍ତି ତେବେ ଆଗରେ ସ୍ୱାମୀ ରହିଥାଏ, ପଛରେ ସ୍ତ୍ରୀ ରହେ । ତା’ପରେ ବରଯାତ୍ରୀ ରହିଥା’ନ୍ତି । ଏବେ ତୁମମାନଙ୍କର ମାଳା ମଧ୍ୟ ଏହିପରି ହିଁ ତିଆରି ହେଉଛି । ଉପରେ ଫୁଲ ଶିବବାବା ଅଛନ୍ତି, ପ୍ରଥମେ ଫୁଲକୁ ନମସ୍କାର କରିଥାନ୍ତି । ପୁଣି ଯୁଗଳ ଦାନା ବ୍ରହ୍ମା-ସରସ୍ୱତୀ ଅଛନ୍ତି, ତା’ ପରେ ତୁମେମାନେ ରହିଛ, ଯେଉଁମାନେ କି ବାବାଙ୍କର ସହଯୋଗୀ ସନ୍ତାନ ହୋଇଛ । ଫୁଲ ଶିବବାବାଙ୍କର ସ୍ମୃତି ଦ୍ୱାରା ହିଁ ସୂର୍ଯ୍ୟବଂଶୀ ବିଷ୍ଣୁଙ୍କର ମାଳା ତିଆରି ହୋଇଛି । ସେହି ବାବାଙ୍କୁ ମନେ ପକାଇ ପକାଇ ବ୍ରହ୍ମା-ସରସ୍ୱତୀରୁ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ଦେବତା, କ୍ଷତ୍ରୀୟ.... ପୁଣି ଶୂଦ୍ରରୁ ବ୍ରାହ୍ମଣ ହୋଇ ଏହି ଜ୍ଞାନ ନେଇ ପୁଣି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ସେହିମାନଙ୍କର ହିଁ ଏହି ମାଳା ତିଆରି ହୋଇଛି । ଏହି ବ୍ରହ୍ମା-ସରସ୍ୱତୀ ହିଁ ସତ୍ୟଯୁଗରେ ମହାରାଜା-ମହାରାଣୀ ହେବେ । ଏମାନେ ସଂଗମଯୁଗରେ ପରିଶ୍ରମ କରିଛନ୍ତି, ସେଥିପାଇଁ ସେମାନଙ୍କର ପୂଜା ହେଉଛି । କେହି ହେଲେ ଜାଣିନାହାଁନ୍ତି ଯେ ମାଳା କି ପ୍ରକାର ଜିନିଷ । ସାଧାରଣ ଭାବରେ ହିଁ ଖାଲି ମାଳା ଗଡାଇ ଚାଲିଥାନ୍ତି । ୧୬୧୦୮ର ମଧ୍ୟ ମାଳା ରହିଥାଏ । ମନ୍ଦିରମାନଙ୍କରେ ବଡ ବଡ ମାଳା ରଖାଯାଇଥାଏ । ତାକୁ ପୁଣି ଯିଏ ଯେଉଁଠୁ ପାରିଲେ ଟାଣିଥାନ୍ତି । ବ୍ରହ୍ମାବାବା ବମ୍ବେରେ ଥିବା ବେଳେ ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିରକୁ ଯାଉଥିଲେ । ସେଠାକୁ ଯାଇ ମାଳା ଗଡାଉଥିଲେ, ରାମ-ରାମ ଜପୁ ଥିଲେ । ଶିବବାବା ଫୁଲ ଅଟନ୍ତି ନା । ଫୁଲକୁ ହିଁ ରାମ-ରାମ କହିଥାନ୍ତି ପୁଣି ସମ୍ପୂର୍ଣ୍ଣ ମାଳାକୁ ମୁଣ୍ଡିଆ ମାରିଥାନ୍ତି । ଜ୍ଞାନ ତ କିଛି ହେଲେ ନ ଥିଲା । ପାଦ୍ରୀମାନେ ମଧ୍ୟ ହାତରେ ମାଳା ଗଡାଇଥାନ୍ତି । ସେମାନଙ୍କୁ ପଚାର କାହାର ମାଳା ଗଡାଉଛ? କହିବେ ଖ୍ରୀଷ୍ଟଙ୍କର ସ୍ମୃତିରେ ମାଳା ଗଡାଉଛୁ । ସେମାନଙ୍କର ମୁଖ୍ୟ ପୋପ ପାଦ୍ରୀମାନେ ଅଟନ୍ତି, ତେଣୁ ସେହି ମାଳା ପୋପ୍ ମାନଙ୍କର ହୋଇଥିବ । ସେମାନଙ୍କର ଚିତ୍ର ମଧ୍ୟ ରହିଛି । ପୋପମାନଙ୍କର କେତେ ସମ୍ମାନ ରହିଛି । ସେମାନେ ନିଜେ ଜାଣିନାହାଁନ୍ତି ଯେ ଖ୍ରୀଷ୍ଟଙ୍କର ଆତ୍ମା କେଉଁଠି ଅଛନ୍ତି! ତୁମେମାନେ ଜାଣିଛ ଯେ ଖ୍ରୀଷ୍ଟଙ୍କର ଆତ୍ମା ମଧ୍ୟ ଏବେ ବେଗର ଅର୍ଥାତ୍ ତମୋପ୍ରଧାନ ଅବସ୍ଥାରେ ଅଛନ୍ତି । ତୁମେମାନେ ମଧ୍ୟ ଏବେ ଭିକାରୀରୁ ରାଜକୁମାର ହେଉଛ । ଏକଦା ଏହି ଭାରତ ହିଁ ପ୍ରିନ୍ସ ଅଥବା ରାଜକୁମାର ସଦୃଶ ଥିଲା, ଏବେ ଭିକାରୀ ସଦୃଶ ହୋଇଯାଇଛି, ପୁନର୍ବାର ପ୍ରିନ୍ସ ହେଉଛି । ଏକମାତ୍ର ଆତ୍ମିକ ପିତା ହିଁ କରାଇଲାବାଲା ଅଟନ୍ତି । ତୁମେ ଭିକାରୀରୁ ରାଜକୁମାର ହେଉଛ । ରାଜକୁମାର-କୁମାରୀମାନଙ୍କର ଏକ କଲେଜ ମଧ୍ୟ ରହିଛି, ସେଠାରେ ସେମାନେ ପାଠ ପଢିଥାନ୍ତି । ତୁମେ ଏଠାରେ ପାଠପଢି ୨୧ ଜନ୍ମ ପାଇଁ ରାଜକୁମାର-ରାଜକୁମାରୀ ସ୍ୱର୍ଗରେ ହେଉଛ । ଜ୍ଞାନ ଦ୍ୱାରା ତୁମେ ମନୁଷ୍ୟରୁ ଦେବତା ହେଉଛ ।

ବର୍ତ୍ତମାନ ତୁମେ ଜାଣୁଛ ଯେ ଶ୍ରୀକୃଷ୍ଣ ସତ୍ୟଯୁଗର ରାଜକୁମାର ଥିଲେ, ପୁଣି ୮୪ ଜନ୍ମ ପରେ ଭିକାରୀ ହୋଇଛନ୍ତି । ୫ ହଜାର ବର୍ଷ ପୂର୍ବରୁ ଦେବୀ-ଦେବତାମାନେ କେତେ ସାହୁକାର ଥିଲେ । ଏବେ ସେହିମାନେ କାଙ୍ଗାଳ ଭିକାରୀ ହୋଇଯାଇଛନ୍ତି । ଏହି ସବୁ କଥା କେବଳ ତୁମେମାନେ ହିଁ ଶୁଣିପାରିବ । ଭଗବାନୁବାଚ, ସିଏ ସମସ୍ତଙ୍କର ପିତା ଅଟନ୍ତି । ତୁମେ ଈଶ୍ୱର ପିତାଙ୍କଠାରୁ ଶୁଣୁଛ । ଗୀତାରେ ମଧ୍ୟ କେବଳ ଗୋଟିଏ ଭୁଲ୍ କରିଦେଇଛନ୍ତି ଯେ ଶିବ ଭଗବାନୁବାଚ ବଦଳରେ କୃଷ୍ଣ ଭଗବାନୁବାଚ ଲେଖି ଦେଇଛନ୍ତି ସେଥିପାଇଁ ମିଛ ଦୁନିଆ ବୋଲି ଗାୟନ କରାଯାଇଥାଏ । ବର୍ତ୍ତମାନ ସମୟରେ ସାରା ଦୁନିଆ କଣ୍ଟାର ଜଙ୍ଗଲ ହୋଇଯାଇଛି । ବମ୍ବେରେ ବବୁଲନାଥଙ୍କର ମନ୍ଦିର ରହିଛି । ବାବା ଆସି କଣ୍ଟାକୁ ଫୁଲ କରାଉଛନ୍ତି । ଏଠାରେ ସମସ୍ତେ ଜଣେ-ଅନ୍ୟ ଜଣଙ୍କୁ କଣ୍ଟାରେ ଆଘାତ କରୁଛନ୍ତି ଅର୍ଥାତ୍ କାମ-ବିକାରରେ ବଶୀଭୂତ କରାଉଛନ୍ତି, ସେଥିପାଇଁ ଏହାକୁ କଣ୍ଟାର ଜଙ୍ଗଲ କୁହାଯାଉଛି । ସତ୍ୟଯୁଗକୁ ଆଲ୍ଲାଙ୍କର ବଗିଚା କୁହାଯାଏ । ସେହି ବଗିଚାର ଫୁଲମାନେ, କଣ୍ଟା ତୁଲ୍ୟ ହୋଇଯାଇଛନ୍ତି, ପୁଣି କଣ୍ଟାରୁ ଫୁଲ ହେଉଛନ୍ତି । ସତ୍ୟଯୁଗରେ କେବେ ରାବଣକୁ ଜଳାଇବେ ନାହିଁ । ରାବଣ ଭାରତର ପୁରୁଣା ଶତ୍ରୁ ଅଟେ । ତୁମର ଲଢେଇ ରାବଣ ସହିତ ହେଉଛି, ଯିଏ ତୁମକୁ ଅଧାକଳ୍ପ ଦୁଃଖ ଦେଇଛି । ଶେଷରେ ବଡ ଲଢେଇ ମଧ୍ୟ ହେବ । ସଚ୍ଚା ସଚ୍ଚା ଦଶହରା ହେବ । ରାବଣ ରାଜ୍ୟ ହିଁ ଶେଷ ହୋଇଯିବ, ତୁମମାନଙ୍କୁ ପୁଣି ସୁନାର ମହଲ ମିଳିଯିବ । ଏବେ ତୁମେ ରାବଣ ଉପରେ ବିଜୟୀ ହୋଇ ସ୍ୱର୍ଗର ମାଲିକ ହେଉଛ । ବାବା ତୁମକୁ ସାରା ବିଶ୍ୱର ରାଜ୍ୟ ଭାଗ୍ୟ ଦେଉଛନ୍ତି, ସେଥିପାଇଁ ତାଙ୍କୁ ଶିବ ଭୋଳା ଭଣ୍ଡାରୀ କହୁଛନ୍ତି । ଗଣିକାମାନେ, ଅହଲ୍ୟାମାନେ, କୁବ୍‌ଜାମାନେ ସମସ୍ତଙ୍କୁ ବାବା ବିଶ୍ୱର ମାଲିକ କରାଉଛନ୍ତି । ବାବା କେତେ ଭୋଳା ଅଟନ୍ତି । ସିଏ ଏହି ପତିତ ଦୁନିଆ, ପତିତ ଶରୀରରେ ହିଁ ଆସୁଛନ୍ତି । ବାକି ଯେଉଁମାନେ ସ୍ୱର୍ଗର ଯୋଗ୍ୟ ନୁହଁନ୍ତି, ସେମାନେ ବିକାରଗୁଡିକୁ ଛାଡି ପାରିବେ ନାହିଁ । ବାବା କହୁଛନ୍ତି - ପିଲାମାନେ ଏବେ ଏହି ଅନ୍ତିମ ଜନ୍ମରେ ତୁମେ ପବିତ୍ର ହୁଅ । ଏହି ବିକାର ପଏଜନ୍ ବା ବିଷ ଅଟେ, ଯାହାକି ତୁମକୁ ଆଦି-ମଧ୍ୟ-ଅନ୍ତ ଦୁଃଖୀ କରୁଛି । କ’ଣ ତୁମେ ଏହି ଅନ୍ତିମ ଜନ୍ମରେ ଏଗୁଡିକୁ ଛାଡିପାରିବ ନାହିଁ? ମୁଁ ତୁମକୁ ଅମୃତ ପିଆଇ ଅମର କରାଉଛି । ତଥାପି ତୁମେ ପବିତ୍ର ହେଉନାହଁ । ବିକାର ବିନା, ସିଗାରେଟ୍ ବିନା, ମଦ୍ୟ ବିନା, ରହିପାରିବ ନାହିଁ? ମୁଁ ଅନାଦି ଅବିନାଶୀ ପିତା କହୁଛି, ତୁମେ ଏହି ଗୋଟିଏ ଜନ୍ମ ପବିତ୍ର ହୁଅ, ତେବେ ମୁଁ ସ୍ୱର୍ଗର ମାଲିକ କରିଦେବି ।

ତୁମେ ଜାଣିଛ ବାବା ଆସିଛନ୍ତି ସାରା ଦୁନିଆକୁ ଦୁଃଖରୁ ମୁକ୍ତ କରି ସୁଖଧାମ, ଶାନ୍ତିଧାମକୁ ନେଇଯିବା ପାଇଁ । ଏବେ ସବୁ ଧର୍ମର ବିନାଶ ହୋଇଯିବ । ଏକମାତ୍ର ଆଦି ସନାତନ ଦେବ-ଦେବତା ଧର୍ମର ସ୍ଥାପନା ହେଉଛି । ଗ୍ରନ୍ଥରେ ମଧ୍ୟ ପରମପିତା ପରମାତ୍ମାଙ୍କୁ ଅକାଳମୂର୍ତ୍ତ କହିଥାନ୍ତି । ବାବା ହେଉଛନ୍ତି ମହାକାଳ । ସେହି କାଳ ତ ଜଣେ ଦୁଇଜଣଙ୍କୁ ନେଇଯିବ, ମୁଁ ତ ସବୁ ଆତ୍ମାମାନଙ୍କୁ ନେଇଯିବି, ସେଥିପାଇଁ ମୋତେ ମହାକାଳ କହୁଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ଅନ୍ତିମ ଜନ୍ମରେ ଜ୍ଞାନ ଅମୃତ ପାନ କରି ଅମର ହେବାକୁ ପଡିବ । ନିଜକୁ ସ୍ୱର୍ଗକୁ ଯିବାର ଯୋଗ୍ୟ କରିବାକୁ ହେବ । ଖରାପ ଅଭ୍ୟାସ ଗୁଡିକୁ ଛାଡି ଦେବାକୁ ହେବ ।

(୨) ଏବେ ପାଠପଢି ୨୧ ଜନ୍ମ ପାଇଁ ସ୍ୱର୍ଗରେ ରାଜକୁମାର-କୁମାରୀ ହେବାକୁ ପଡିବ । ପ୍ରକୃତ ସତ୍ୟନାରାୟଣ କଥା ଶୁଣି ନରରୁ ନାରାୟଣ ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ ।

ବରଦାନ:-
କମ ଶବ୍ଦ ଦ୍ୱାରା ଜ୍ଞାନର ସର୍ବ ରହସ୍ୟ ଗୁଡିକୁ ସ୍ପଷ୍ଟ କରୁଥିବା ଯଥାର୍ଥ ଏବଂ ଶକ୍ତିଶାଳୀ ଆତ୍ମା ଭବ ।

ଯେଉଁ ଜିନିଷ ଯେତେ ଅଧିକ ଶକ୍ତିଶାଳୀ ହୋଇଥିବ ସେହି ଅନୁସାରେ ତା’ର ମାତ୍ରା ମଧ୍ୟ କମ୍ ହୋଇଥିବ । ସେହିପରି ଯେତେବେଳେ ତୁମେମାନେ ନିଜର ନିର୍ବାଣ ସ୍ଥିତିରେ ସ୍ଥିତ ହୋଇ ବାଣୀ ଶୁଣାଇବ ସେତେବେଳେ କମ୍ ଶଦ୍ଦରେ ମଧ୍ୟ ଯଥାର୍ଥ ଏବଂ ଶକ୍ତିଶାଳୀ ବାଣୀ ଶୁଣାଇପାରିବ । ଗୋଟିଏ ଗୋଟିଏ ଶବ୍ଦ ଭିତରେ ହଜାର ଶବ୍ଦର ରହସ୍ୟ ଭରି ହୋଇଥିବ, ଯାହାଦ୍ୱାରା ବ୍ୟର୍ଥ ବାଣୀ ଆପେ ଆପେ ସମାପ୍ତ ହୋଇଯିବ । ଗୋଟିଏ ଶବ୍ଦରେ ହିଁ ଜ୍ଞାନର ସମସ୍ତ ରହସ୍ୟ ଗୁଡିକୁ ସ୍ପଷ୍ଟ କରିପାରିବ, ବିସ୍ତାର ସମାପ୍ତ ହୋଇଯିବ ।

ସ୍ଲୋଗାନ:-
ଦିଲ୍‌ର ସହିତ ବାବା କହିବା ଅର୍ଥ ଖୁସି ଏବଂ ଶକ୍ତିର ପ୍ରାପ୍ତି କରିବା ।

ଅବ୍ୟକ୍ତ ଈଶାରା:- ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।

ତୁମେମାନେ ଦାତାଙ୍କର ସନ୍ତାନ, ତେଣୁ ସମସ୍ତଙ୍କୁ ଦେବାର ଭାବନାରେ ଭରପୁର ହୋଇ ରୁହ । କେବେ ବି ଏଭଳି ସଂକଳ୍ପ କର ନାହିଁ ଯେ ଏଭଳି ହେଲେ ଯାଇ ମୁଁ ଏଭଳି କରିବି । ଏହିଭଳି ପରିସ୍ଥିତି ବା ବାୟୁମଣ୍ଡଳ ହେଲେ ଯାଇ ମୁଁ ଏହିଭଳି କରିବି । ତେବେ ଦାତାପଣିଆର ସଂସ୍କାର ଥିବା ଆତ୍ମାମାନଙ୍କୁ ସବୁ ଆଡୁ ସହଯୋଗ ସ୍ୱତଃ ହିଁ ପ୍ରାପ୍ତ ହୋଇଥାଏ, ସେଥିପାଇଁ ମାଷ୍ଟର ଦାତାମାନେ ଅନ୍ୟମାନଙ୍କଠାରୁ ନେବାର ଭାବନା ରଖିପାରିବେ ନାହିଁ ।