03.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଏବେ ହୋଲିଏଷ୍ଟ ଅଫ୍ ଦି ହୋଲି ଅର୍ଥାତ୍ ପରମ ପବିତ୍ର ପରମାତ୍ମାଙ୍କ କୋଳକୁ ଆସିଛ,
ତୁମକୁ ମାନସୀକ ସ୍ତରରେ ମଧ୍ୟ ହୋଲି ଅର୍ଥାତ୍ ପବିତ୍ର ହେବାକୁ ପଡିବ’’ ।
ପ୍ରଶ୍ନ:-
ହୋଲିଏଷ୍ଟ ଅଫ୍
ଦି ହୋଲି ସନ୍ତାନମାନଙ୍କର ନିଶା ଏବଂ ନିଶାନୀ ଅର୍ଥାତ୍ ଲକ୍ଷଣ କିପରି ହୋଇଥିବ?
ଉତ୍ତର:-
ସେମାନଙ୍କ ଭିତରେ ଏହି ନିଶା ରହିଥିବ ଯେ ଆମେ ହୋଲିଏଷ୍ଟ ଅଫ୍ ଦି ହୋଲି ବାବାଙ୍କର କୋଳକୁ ଆସିଛୁ
ଅର୍ଥାତ୍ ସନ୍ତାନ ହୋଇଛୁ । ଆମେ ହୋଲିଏଷ୍ଟ ଦେବୀ-ଦେବତା ହେବାକୁ ଯାଉଛୁ । ସେମାନଙ୍କର ମାନସିକ
ସ୍ତରରେ ଅର୍ଥାତ୍ ସଂକଳ୍ପରେ ମଧ୍ୟ ଖରାପ ବିଚାର ଆସିପାରିବ ନାହିଁ । ସେମାନେ ସୁଗନ୍ଧଯୁକ୍ତ ଫୁଲ
ସଦୃଶ ଅଟନ୍ତି, ସେମାନଙ୍କ ଦ୍ୱାରା କୌଣସି ଓଲଟା କର୍ମ ହୋଇପାରିବ ନାହିଁ । ସେମାନେ ଅନ୍ତର୍ମୂଖୀ
ହୋଇ ନିଜର ଯାଞ୍ଚ କରିଥା’ନ୍ତି କି ମୋଠାରୁ ସମସ୍ତଙ୍କୁ ସୁଗନ୍ଧ ମିଳୁଛି? ମୋର ଆଖି ଅର୍ଥାତ୍
ଦୃଷ୍ଟି କାହା ପ୍ରତି ଆକର୍ଷିତ ହେଉ ନାହିଁ ତ?
ଗୀତ:-
ମରନା ତେରୀ ଗଲୀ
ମେଁ...
ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ, ପୁଣି ତା’ର ଅର୍ଥ ମଧ୍ୟ ମନ ଭିତରେ ବିଚାର ସାଗର ମନ୍ଥନ କରି ବାହାର
କରିବା ଉଚିତ । ଏ କଥା କିଏ କହୁଛି ଯେ ମରନା ତେରୀ ଗଲୀ ମେଁ? ଆତ୍ମା ହିଁ କହୁଛି, କାହିଁକି ନା
ଆତ୍ମା ପତିତ ହୋଇଯାଇଛି । ପାବନ ଆତ୍ମା ତ ଅନ୍ତିମ ସମୟରେ ହିଁ କୁହାଯିବ ଅଥବା ପାବନ ସେତେବେଳେ
କୁହାଯିବ ଯେତେବେଳେ ଶରୀର ମଧ୍ୟ ପବିତ୍ର ମିଳିବ । ଏବେ ତ ତୁମେମାନେ ପୁରୁଷାର୍ଥୀ ଅଟ । ଏକଥା
ମଧ୍ୟ ଜାଣିଛ ଯେ - ବାବାଙ୍କ ପାଖକୁ ଆସି ମରିବାକୁ ପଡିଥାଏ । ଏକ ବାବାଙ୍କୁ ଛାଡି ଅନ୍ୟର ହେବା
ଅର୍ଥ ଜଣଙ୍କ ନିକଟରୁ ମରି ଅନ୍ୟ କାହା ପାଖରେ ବଞ୍ଚିବା । ଲୌକିକ ପିତାଙ୍କର ସନ୍ତାନ ମଧ୍ୟ ଯଦି
ଶରୀର ଛାଡିବ ତେବେ ଅନ୍ୟ ପିତାଙ୍କ ନିକଟରେ ଯାଇ ଜନ୍ମ ନେବ ନା । ଏହା ମଧ୍ୟ ସେହିପରି । ପୁରୁଣା
ଦୁନିଆରୁ ବଞ୍ଚିଥିବା ଅବସ୍ଥାରେ ମରି ପୁଣି ହୋଲିଏଷ୍ଟ ଅଫ୍ ହୋଲିଙ୍କର କୋଳକୁ ଯାଉଛ । ତେବେ ଏହି
ହୋଲିଏଷ୍ଟ ଅଫ୍ ହୋଲି ଅର୍ଥାତ୍ ପରମ ପବିତ୍ର ଆତ୍ମା କିଏ? (ବାବା) ଆଉ ହୋଲି କିଏ? (ସନ୍ନ୍ୟାସୀମାନେ),
ଏହି ସନ୍ନ୍ୟାସୀମାନଙ୍କୁ ହିଁ କେବଳ ହୋଲି କୁହାଯିବ । ତୁମେ ଏବଂ ସନ୍ନ୍ୟାସୀମାନଙ୍କ ମଧ୍ୟରେ
ବହୁତ ଫରକ ରହିଛି । ସେମାନେ ଯଦିଓ ପବିତ୍ର ହେଉଛନ୍ତି କିନ୍ତୁ ଜନ୍ମ ତ ପୁଣି ବି ପତିତଙ୍କଠାରୁ
ହିଁ ନେଉଛନ୍ତି ନା । କିନ୍ତୁ ତୁମେମାନେ ହୋଲିଏଷ୍ଟ ଅଫ୍ ଦି ହୋଲି ହେଉଛ । ତୁମକୁ ହୋଲିଏଷ୍ଟ ଅଫ୍
ଦି ହୋଲି ବାବା ଏଭଳି କରୁଛନ୍ତି । ସେମାନେ ତ ଘରଦ୍ୱାର ଛାଡି ହୋଲି ହେଉଛନ୍ତି । ଆତ୍ମା ପବିତ୍ର
ହେଉଛି ନା । ଯେତେବେଳେ ତୁମେ ସ୍ୱର୍ଗରେ ଦେବୀ-ଦେବତା ହେଉଛ ସେତେବେଳେ ତୁମେ ହୋଲିଏଷ୍ଟ ଅଫ୍ ହୋଲି
ହେଉଛ । ତୁମର ଏହି ସନ୍ନ୍ୟାସ ବେହଦର ଅଟେ । ତାହା ହେଉଛି ହଦର ସନ୍ନ୍ୟାସ । ସେମାନେ କେବଳ ହୋଲି
ହେଉଛନ୍ତି କିନ୍ତୁ ତୁମେମାନେ ହୋଲିଏଷ୍ଟ ଅଫ୍ ହୋଲି ହେଉଛ । ତୁମର ବିବେକ ମଧ୍ୟ କହୁଛି - ଆମେ ତ
ନୂଆ ଦୁନିଆକୁ ଯାଉଛୁ । ସେହି ସନ୍ନ୍ୟାସୀମାନେ ତ ରଜୋଗୁଣୀ ସମୟରେ ଅର୍ଥାତ୍ ଦ୍ୱାପରରେ ଜନ୍ମ
ନିଅନ୍ତି । ତେବେ ଫରକ ରହିଲା ନା । କେଉଁଠି ରଜୋଗୁଣୀ, କେଉଁଠି ସତ୍ତ୍ୱପ୍ରଧାନ । ତୁମେମାନେ
ହୋଲିଏଷ୍ଟ ଅଫ୍ ହୋଲି ପିତାଙ୍କ ଦ୍ୱାରା ହୋଲିଏଷ୍ଟ ହେଉଛ । ସେ ଜ୍ଞାନର ସାଗର ମଧ୍ୟ ଅଟନ୍ତି ଏବଂ
ପ୍ରେମର ସାଗର ମଧ୍ୟ ଅଟନ୍ତି । ଇଂରାଜୀରେ ତାଙ୍କୁ ଓସନ୍ ଅଫ୍ ନଲେଜ, ଓସନ୍ ଅଫ୍ ଲଭ୍ ବୋଲି
କହିଥାନ୍ତି । ତୁମକୁ କେତେ ଶ୍ରେଷ୍ଠ କରି ଦେଉଛନ୍ତି । ଏହିଭଳି ଉଚ୍ଚରୁ ଉଚ୍ଚ, ହୋଲିଏଷ୍ଟ ଅଫ୍
ହୋଲିଙ୍କୁ ସମସ୍ତେ ଡାକୁଛନ୍ତି ଯେ ଏଠାକୁ ଆସି ଏହିଭଳି ପତିତମାନଙ୍କୁ ପାବନ କର । ପତିତ ଦୁନିଆକୁ
ଆସି ଆମକୁ ହୋଲିଏଷ୍ଟ ଅଫ୍ ହୋଲି କର । ତେଣୁ ପିଲାମାନଙ୍କ ଭିତରେ ମଧ୍ୟ ସେତିକି ନିଶା ରହିବା
ଦରକାର ଯେ ଆମକୁ କିଏ ପାଠ ପଢାଉଛନ୍ତି ! ଏହାଦ୍ୱାରା ଆମେ କ’ଣ ହେବୁ? ତେଣୁ ଦୈବୀଗୁଣ ମଧ୍ୟ ଧାରଣ
କରିବାକୁ ହେବ । ପିଲାମାନେ ପତ୍ର ଲେଖୁଛନ୍ତି - ବାବା, ଆମ ପାଖକୁ ମାୟାର ତୋଫାନ ବହୁତ ଆସୁଛି ।
ଆମକୁ ମାନସିକ ସ୍ତରରେ ଶୁଦ୍ଧ ହେବାକୁ ଦେଉ ନାହିଁ, ଆମର କାହିଁକି ଏପରି ଖରାପ ବିଚାର ଆସୁଛି,
ଯେବେକି ଆମକୁ ହୋଲିଏଷ୍ଟ ଅଫ ହୋଲି ହେବାକୁ ପଡିବ? ବାବା କହୁଛନ୍ତି - ଏବେ ତୁମେମାନେ ବିଲ୍କୁଲ୍
ଅନ୍-ହୋଲିଏଷ୍ଟ ଅଫ୍ ହୋଲି ଅର୍ଥାତ୍ ପତିତରୁ ପତିତ ହୋଇଯାଇଛ । ଏବେ ବହୁତ ଜନ୍ମର ଅନ୍ତିମ ଜନ୍ମରେ
ବାବା ପୁଣି ତୁମମାନଙ୍କୁ ଖୁବ୍ ଜୋର୍ରେ ପାଠ ପଢାଉଛନ୍ତି । ତେଣୁ ସନ୍ତାନମାନଙ୍କ ବୁଦ୍ଧିରେ ଏହି
ନଶା ରହିବା ଉଚିତ୍ ଯେ - ଆମେ କ’ଣ ହେଉଛୁ । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ଏପରି କିଏ କରିଥିଲା?
ଭାରତ ସ୍ୱର୍ଗ ଥିଲା ନା । ଏହି ସମୟରେ ଭାରତ ତମୋପ୍ରଧାନ ଭ୍ରଷ୍ଟାଚାରୀ ହୋଇଯାଇଛି । ପୁଣି ଏହାକୁ
ଆମେ ହୋଲିଏଷ୍ଟ ଅଫ୍ ହୋଲି ଅର୍ଥାତ୍ ପବିତ୍ର ଦୁନିଆ କରୁଛୁ । ତେବେ ଏଭଳି କରିବା ପାଇଁ ତ
ନିଶ୍ଚିତ କେହି ରହିବା ଆବଶ୍ୟକ ନା । ନିଜ ଭିତରେ ମଧ୍ୟ ସେହି ନିଶା ଆସିବା ଦରକାର ଯେ ମୋତେ ଦେବତା
ହେବାକୁ ପଡିବ । ସେଥିପାଇଁ ସେହିପରି ଗୁଣ ମଧ୍ୟ ରହିବା ଦରକାର । ଏକଦମ୍ ତଳୁ ଏକଦମ୍ ଉପରକୁ ଚଢୁଛ
ନା । ସିଢି ଚିତ୍ରରେ ମଧ୍ୟ ଉତ୍ଥାନ ଓ ପତନ ଲେଖା ହୋଇଛି ନା । ଯେଉଁମାନେ ତଳକୁ ଖସି ଯାଇଛନ୍ତି,
ସେମାନେ କିପରି ନିଜକୁ ହୋଲିଏଷ୍ଟ ଅଫ୍ ହୋଲି କହିପାରିବେ । ତେଣୁ ହୋଲିଏଷ୍ଟ ଅଫ୍ ହୋଲି ବାବା ହିଁ
ଆସି ପିଲାମାନଙ୍କୁ ଏହିପରି କରୁଛନ୍ତି । ତୁମେମାନେ ଏଠାକୁ ବିଶ୍ୱର ମାଲିକ ହୋଲିଏଷ୍ଟ ଅଫ୍ ହୋଲି
ହେବା ପାଇଁ ଆସିଛ, ତେଣୁ କେତେ ନିଶା ରହିବା ଦରକାର । ବାବା ଆମକୁ କେତେ ଉଚ୍ଚ କରିବାକୁ ଆସିଛନ୍ତି
। ତେଣୁ ମନ-ବଚନ-କର୍ମରେ ପବିତ୍ର ହେବାକୁ ପଡିବ । ସୁଗନ୍ଧଯୁକ୍ତ ଫୁଲ ହେବାକୁ ପଡିବ । ସତ୍ୟଯୁଗକୁ
ହିଁ ଫୁଲର ବଗିଚା କୁହାଯାଉଛି । ତୁମ ଭିତରେ କୌଣସି ପ୍ରକାରର ଦୁର୍ଗନ୍ଧ ନ ରହୁ । ଦେହ-ଅଭିମାନକୁ
ହିଁ ଦୁର୍ଗନ୍ଧ କୁହାଯାଉଛି । ତୁମର କାହା ପ୍ରତି ବି କୁଦୃଷ୍ଟି ନ ଯାଉ । ଏପରି ଓଲଟା କର୍ମ ନ
ହୋଇଯାଉ ଯାହାକି ମନକୁ ଖାଉଥିବ ଏବଂ ବିକର୍ମର ଖାତା ଜମା ହୋଇଯିବ । ଏବେ ତ ତୁମେ ୨୧ ଜନ୍ମ ପାଇଁ
ଧନ ଜମା କରୁଛ । ତୁମେ ସନ୍ତାନମାନେ ଜାଣିଛ ଆମେ ବହୁତ ସମ୍ପତ୍ତିବାନ ହେଉଛୁ । ଏବେ ନିଜର ଆତ୍ମାକୁ
ଦେଖିବାକୁ ହେବ ଯେ ମୁଁ ଦୈବୀ ଗୁଣରେ ଭରପୂର ଅଟେ ତ? ବାବା ଯେପରି କହୁଛନ୍ତି ମୁଁ ସେହିପରି
ପୁରୁଷାର୍ଥ କରୁଛି? ଦେଖ - ତୁମମାନଙ୍କର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ କିପରି? କେଉଁଠି ସନ୍ନ୍ୟାସୀମାନେ
କେଉଁଠି ତୁମେମାନେ!
ତୁମ ଭିତରେ ନିଶା ରହିବା ଉଚିତ୍ ଯେ ଆମେ କାହା କୋଳକୁ ଆସିଛୁ! ସେ ଆମକୁ କ’ଣ କରୁଛନ୍ତି?
ଅନ୍ତମୂର୍ଖୀ ହୋଇ ଦେଖିବା ଦରକାର - ମୁଁ କେତେ ଯୋଗ୍ୟ ହୋଇଛି? ମୋତେ କେତେ ଗୁଲ-ଗୁଲ ଅର୍ଥାତ୍
ଫୁଲ ଭଳି ହେବା ଦରକାର, ଯାହା ଦ୍ୱାରା ସମସ୍ତଙ୍କୁ ଜ୍ଞାନର ସୁଗନ୍ଧ ମିଳିପାରିବ? ତୁମେମାନେ
ଅନେକଙ୍କୁ ସୁଗନ୍ଧ ଦେଉଛ ନା । ନିଜ ସମାନ କରୁଛ । ପ୍ରଥମେ ତ ନିଶା ରହିବା ଦରକାର ଯେ ଆମକୁ କିଏ
ପାଠ ପଢାଉଛନ୍ତି! ସେମାନେ ସମସ୍ତେ ତ ହେଉଛନ୍ତି ଭକ୍ତିମାର୍ଗର ଗୁରୁ ଏକମାତ୍ର ପରମପିତା
ପରମାତ୍ମାଙ୍କ ବ୍ୟତୀତ ଜ୍ଞାନ ମାର୍ଗର ଗୁରୁ କେହି ହୋଇପାରିବେ ନାହିଁ - ବାକି ସମସ୍ତେ ହେଉଛନ୍ତି
ଭକ୍ତିମାର୍ଗର ଗୁରୁ । ଭକ୍ତି କଳିଯୁଗରେ ହିଁ ହୋଇଥାଏ । ରାବଣର ପ୍ରବେଶତା ହୋଇଥାଏ । ଏ କଥା
ମଧ୍ୟ ଦୁନିଆରେ କାହାକୁ ବି ଜଣା ନାହିଁ । ଏବେ ତୁମେ ଜାଣୁଛ ଯେ, ସତ୍ୟଯୁଗରେ ଆମେ ୧୬ କଳା
ସମ୍ପୂର୍ଣ୍ଣ ଥିଲୁ, ପୁଣି ଗୋଟିଏ ଦିନ ବିତିଗଲା ପରେ ତାକୁ ପୂର୍ଣ୍ଣିମା କୁହାଯିବ ନାହିଁ? ଏହା
ମଧ୍ୟ ସେହିପରି କଥା । ଧିରେ ଧିରେ ଉକୁଣୀର ଗତି ସଦୃଶ ସୃଷ୍ଟିଚକ୍ର ଘୂରି ଚାଲିଛି । ଏବେ ତୁମକୁ
ପୂରା ୧୬ କଳା ସମ୍ପୂର୍ଣ୍ଣ ହେବାକୁ ପଡିବ, ତାହା ମଧ୍ୟ ଅଧାକଳ୍ପ ପାଇଁ । ପରେ ପୁଣି କଳା କମ୍
ହେବାକୁ ଲାଗିଥାଏ, ଏହି ଜ୍ଞାନ ତ ତୁମ ବୁଦ୍ଧିରେ ରହିଛି, ତେଣୁ ତୁମମାନଙ୍କ ଭିତରେ କେତେ ନିଶା
ରହିବା ଉଚିତ୍ । ବହୁତଙ୍କର ବୁଦ୍ଧିରେ ଏ କଥା ଆସୁନାହିଁ ଯେ ଆମକୁ କିଏ ପାଠ ପଢାଉଛନ୍ତି? ଓସନ୍
ଅଫ୍ ନଲେଜ ଅର୍ଥାତ୍ ଜ୍ଞାନର ସାଗର । ପିଲାମାନଙ୍କୁ ତ କହୁଛନ୍ତି - ନମସ୍କାର ପିଲାମାନେ ।
ତୁମେମାନେ ତ ବ୍ରହ୍ମାଣ୍ଡର ମଧ୍ୟ ମାଲିକ ଅଟ, ସେଠାରେ ସମସ୍ତେ ନିବାସ କରୁଛ ପୁଣି ବିଶ୍ୱର ମଧ୍ୟ
ତୁମେ ମାଲିକ ହେଉଛ । ତୁମମାନଙ୍କର ସାହସ ବା ଉତ୍ସାହ ବଢାଇବା ପାଇଁ ବାବା କହୁଛନ୍ତି ତୁମେମାନେ
ମୋଠାରୁ ମଧ୍ୟ ଉଚ୍ଚ ହେଉଛ । ମୁଁ ବିଶ୍ୱର ମାଲିକ ହେଉ ନାହିଁ, ମୋଠାରୁ ମଧ୍ୟ ତୁମମାନଙ୍କୁ ଉଚ୍ଚ
ମହିମାର ଅଧିକାରୀ କରାଉଛି । କୌଣସି ପିତାଙ୍କର ସନ୍ତାନମାନେ ଯଦି ଉଚ୍ଚକୁ ଉଠିଯାଆନ୍ତି ତେବେ
ତାଙ୍କର ପିତା ଭାବିଥା’ନ୍ତି ଏମାନେ ପାଠପଢି ଏତେ ଉଚ୍ଚ ପଦ ପାଇଛନ୍ତି । ବାବା ମଧ୍ୟ କହୁଛନ୍ତି
ମୁଁ ତୁମକୁ ପାଠ ପଢାଉଛି । ଏବେ ପୁରୁଷାର୍ଥ କରି ଯେତେ ପଦ ଚାହିଁବ ସେତେ ଉଚ୍ଚ ପଦ ପ୍ରାପ୍ତି
କରିପାରିବ । ବାବା ଆମକୁ ପାଠ ପଢାଉଛନ୍ତି - ପ୍ରଥମେ ତ ଏହି ନିଶା ଚଢିବା ଦରକାର । ବାବା ତ
ଯେତେବେଳେ ଇଚ୍ଛା ସେତେବେଳେ ଆସି ତୁମ ସହିତ କଥା ହେଉଛନ୍ତି । ସେ ତ ଯେପରି ଏହାଙ୍କ ଭିତରେ ହିଁ
ଅଛନ୍ତି । ତୁମେ ପିଲାମାନେ ତାଙ୍କର ସନ୍ତାନ ଅଟ ନା । ଏହି ରଥ ମଧ୍ୟ ତାଙ୍କର ଅଟେ ନା । ତେବେ
ଏହିପରି ହୋଲିଏଷ୍ଟ ଅଫ୍ ହୋଲି ବାବା ଆସି, ତୁମମାନଙ୍କୁ ପବିତ୍ର କରୁଛନ୍ତି । ଏବେ ତୁମେମାନେ
ମଧ୍ୟ ଅନ୍ୟମାନଙ୍କୁ ପବିତ୍ର କର । ମୁଁ ଏବେ ରିଟାୟାର ହେଉଛି ଅର୍ଥାତ୍ ଅବସର ନେଉଛି । ଯେତେବେଳେ
କି ତୁମେମାନେ ହୋଲିଏଷ୍ଟ ଅଫ୍ ହୋଲି ହେଉଛ, ତେଣୁ ଏଠାକୁ ଅର୍ଥାତ୍ ମଧୁବନକୁ ମଧ୍ୟ କେହି ପତିତ
ଆତ୍ମା ଆସିପାରିବେ ନାହିଁ । ଏହା ହେଉଛି ହୋଲିଏଷ୍ଟ ଅଫ୍ ହୋଲି ବାବାଙ୍କର ଚର୍ଚ୍ଚ ଅର୍ଥାତ୍
ଗୀର୍ଜାଘର । ଖ୍ରୀଷ୍ଟିୟାନମାନଙ୍କର ଚର୍ଚ୍ଚକୁ ତ ସବୁ ବିକାରୀମାନେ ହିଁ ଯାଇଥା’ନ୍ତି କାରଣ ଏହି
ଦୁନିଆରେ ଏଠାରେ ସମସ୍ତେ ହେଉଛନ୍ତି ପତିତ ଅନହୋଲି । ଏହା ତ ବହୁତ ବଡ ହୋଲି ଚର୍ଚ୍ଚ ଅଟେ । ଏଠାରେ
କୌଣସି ପତିତ ପାଦ ବି ରଖିପାରିବେ ନାହିଁ । କିନ୍ତୁ ଏବେ ଏପରି ନିୟମ କରିହେବ ନାହିଁ । ଯେତେବେଳେ
ସନ୍ତାନମାନେ ମଧ୍ୟ ସେହିପରି ପବିତ୍ର ହୋଇଯିବେ, ସେତେବେଳେ ଏହିପରି ନିୟମ ରଖାଯାଇ ପାରିବ । ଏଠାକୁ
କେହି ବି ଭିତରକୁ ଆସିପାରିବେ ନାହିଁ । କେହି କେହି ପଚାରୁଛନ୍ତି ନା, ଆମେ ଯାଇ ସଭାରେ ବସିବୁ?
ବାବା କହୁଛନ୍ତି ସରକାରୀ ଅଫିସରମାନଙ୍କ ପାଖରେ କାମ ରହୁଛି ନା, ତେଣୁ ସେମାନଙ୍କୁ ତ ବସାଇବାକୁ
ପଡିବ । ଯେତେବେଳେ ତୁମର ନାମ ପ୍ରସିଦ୍ଧ ହୋଇଯିବ ସେତେବେଳେ ତୁମେ ଆଉ କାହାକୁ ଖାତିର୍ କରିବ ନାହିଁ
। ଏବେ କିନ୍ତୁ ରଖିବାକୁ ପଡୁଛି, ହୋଲିଏଷ୍ଟ ଅଫ୍ ହୋଲି ଆତ୍ମା ମଧ୍ୟ ଦୁଃଖ କରୁଛନ୍ତି । ଏବେ ମନା
କରିପାରିବା ନାହିଁ । ତୁମର ଯେତେବେଳେ ପ୍ରଭାବ ବିସ୍ତାର ହୋଇଯିବ ସେତେବେଳେ ଲୋକମାନଙ୍କର ତୁମ
ସହିତ ଶତ୍ରୁତା ମଧ୍ୟ କମ୍ ହୋଇଯିବ । ତୁମେମାନେ ମଧ୍ୟ ବୁଝାଇବ ଯେ ଆମ ବ୍ରାହ୍ମଣମାନଙ୍କୁ
ହୋଲିଏଷ୍ଟ ଅଫ୍ ହୋଲି ବାବା ରାଜଯୋଗ ଶିଖାଉଛନ୍ତି । ସନ୍ନ୍ୟାସୀମାନଙ୍କୁ କ’ଣ ହୋଲିଏଷ୍ଟ ଅଫ୍ ହୋଲି
କୁହାଯାଇପାରିବ? ସେମାନେ ତ ରଜୋଗୁଣୀ ସମୟରେ ହିଁ ଆସୁଛନ୍ତି । ସେମାନେ କ’ଣ ବିଶ୍ୱର ମାଲିକ
ହୋଇପାରିବେ? ଏବେ ତ ତୁମେମାନେ ପୁରୁଷାର୍ଥୀ ଅଟ । ତୁମର ଚାଲି-ଚଳଣ ମଧ୍ୟ କେତେବେଳେ ବହୁତ ଭଲ
ହେଉଛି ତ କେତେବେଳେ ପୁଣି ନାମ ବଦନାମ କରିବା ଭଳି ହୋଇଯାଉଛି । ବହୁତ ସେଣ୍ଟରକୁ ଏପରି ପିଲାମାନେ
ମଧ୍ୟ ଆସୁଛନ୍ତି ଯେଉଁମାନେ କି ଟିକିଏ ବି ବାବାଙ୍କୁ ଜାଣି ନାହାଁନ୍ତି । ତୁମେ ତ ନିଜକୁ ମଧ୍ୟ
ଭୁଲି ଯାଉଛ ଯେ ଆମେ କ’ଣ ହେଉଛୁ । ବାବା ମଧ୍ୟ ଚାଲି ଚଳଣିରୁ ବୁଝିଯାଉଛନ୍ତି ଯେ ଇଏ କ’ଣ ହେବେ?
ଯାହା ଭାଗ୍ୟରେ ଉଚ୍ଚ ପଦ ଥିବ ସେ ବହୁତ ରୟାଲଟୀ ଅର୍ଥାତ୍ ରାଜକୀୟତା ପୂର୍ବକ ବ୍ୟବହାର କରିବ ।
କେବଳ ସ୍ମୃତିରେ ରହୁ ଯେ ଆମକୁ କିଏ ପାଠ ପଢାଉଛନ୍ତି ତେବେ ମଧ୍ୟ ବହୁତ ଖୁସିରେ ରହିବ । ଆମେମାନେ
ଈଶ୍ୱର ପିତାଙ୍କର ବିଦ୍ୟାର୍ଥୀ ତେଣୁ ତାଙ୍କ ପ୍ରତି କେତେ ସମ୍ମାନ ରହିବା ଉଚିତ । ଏବେ ତ
ତୁମେମାନେ ଶିକ୍ଷା ଗ୍ରହଣ କରୁଛ । ବାବା ଜାଣୁଛନ୍ତି ଯେ ଏବେ ଆହୁରି ସମୟ ଲାଗିବ । ପ୍ରତ୍ୟେକ
କଥାରେ ତ କ୍ରମ ଅନୁସାରେ ହିଁ ରହିଥାନ୍ତି ନା । ରହିବା ଘର ମଧ୍ୟ ପ୍ରଥମେ ସତ୍ତ୍ୱପ୍ରଧାନ ହୋଇଥାଏ
ପୁଣି ସତ୍ତ୍ୱ-ରଜୋ-ତମୋ ଅବସ୍ଥାକୁ ଆସିଥାଏ । ଏବେ ତୁମେମାନେ ସତ୍ତ୍ୱପ୍ରଧାନ ଅର୍ଥାତ୍ ୧୬ କଳା
ସମ୍ପୂର୍ଣ୍ଣ ହେବାକୁ ଯାଉଛ । ଭବନର ନିର୍ମାଣ ହୋଇଚାଲିଛି । ତୁମେ ସମସ୍ତେ ମିଳିମିଶି ସ୍ୱର୍ଗ
ରୂପକ ଭବନର ନିର୍ମାଣ କରୁଛ । ଏଥିରେ ମଧ୍ୟ ତୁମକୁ ବହୁତ ଖୁସି ରହିବା ଉଚିତ୍ । ଭାରତ ଯାହାକି
ଅନହୋଲିଏଷ୍ଟ ଅଫ୍ ଅନହୋଲି ଅର୍ଥାତ୍ ପତିତରୁ ପତିତ ହୋଇଯାଇଛି, ତାକୁ ଆମେ ହୋଲିଏଷ୍ଟ ଅଫ୍ ହୋଲି
କରୁଛୁ, ତେଣୁ ନିଜ ପ୍ରତି କେତେ ସାବଧାନୀ ରହିବା ଦରକାର । ଆମର ଦୃଷ୍ଟି ଏପରି ନ ହେଉ
ଯାହାଦ୍ୱାରାକି ଆମର ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଏପରି ନୁହେଁ ଯେ ବାବାଙ୍କୁ ପତ୍ର ଲେଖିଲେ ବାବା
କ’ଣ କହିବେ । ନା, ଏବେ ତ ସମସ୍ତେ ପୁରୁଷାର୍ଥ କରୁଛନ୍ତି । ବ୍ରହ୍ମାବାବାଙ୍କୁ ମଧ୍ୟ ଏବେ କ’ଣ
ହୋଲିଏଷ୍ଟ ଅଫ୍ ହୋଲି କୁହାଯିବ କି! ଆତ୍ମା ସମ୍ପୂର୍ଣ୍ଣ ପାବନ ହୋଇଗଲା ପରେ ପୁଣି ଏହି ଶରୀର
ମଧ୍ୟ ରହିବ ନାହିଁ । ତୁମେ ମଧ୍ୟ ହୋଲିଏଷ୍ଟ ଅଫ ହୋଲି ହେଉଛ । କିନ୍ତୁ ପଦ ପାଇବାରେ ଅନ୍ତର ରହିଛି
। ସେଥିପାଇଁ ତ ପୁରୁଷାର୍ଥ କରିବାକୁ ପଡିବ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ । ବାବା ତ
ବହୁତ ଭଲ ଭଲ ପଏଣ୍ଟସ୍ ମାନ ଦେଇ ଚାଲିଛନ୍ତି । ଯଦି କେହି ବୁଝିବା ପାଇଁ ଆସୁଛନ୍ତି ତେବେ ତାଙ୍କୁ
ତୁଳନା କରି ଦେଖାଅ । କେଉଁଠି ଇଏ ହୋଲିଏଷ୍ଟ ଅଫ୍ ହୋଲି ଦେବୀ-ଦେବତାମାନେ, କେଉଁଠି ସେମାନେ କେବଳ
ହୋଲି ସନ୍ନ୍ୟାସୀମାନେ । ଏହି ଲକ୍ଷ୍ମୀ-ନାରାୟଣଙ୍କର ତ ଜନ୍ମ ହିଁ ସତ୍ୟଯୁଗରେ ହୋଇଥାଏ ।
ସନ୍ନ୍ୟାସୀମାନେ ତ ପରେ ଆସୁଛନ୍ତି, କେତେ ଫରକ ରହିଛି । ପିଲାମାନେ ଜାଣିଛନ୍ତି - ଶିବବାବା ଆମକୁ
ଏହିପରି କରୁଛନ୍ତି । କହୁଛନ୍ତି ମାମେକମ୍ ୟାଦ କରୋ ଅର୍ଥାତ୍ ମୋତେ ହିଁ ମନେ ପକାଅ । ନିଜକୁ
ଅଶରୀରୀ ଆତ୍ମା ମନେ କର । ଶ୍ରେଷ୍ଠରୁ ଶ୍ରେଷ୍ଠ ଶିବବାବା ପାଠ ପଢାଇ ଉଚ୍ଚରୁ ଉଚ୍ଚ କରୁଛନ୍ତି,
ବ୍ରହ୍ମାଙ୍କ ଦ୍ୱାରା ଆମେ ଏହି ସବୁ ପାଠ ପଢୁଛୁ । ଯିଏ ବ୍ରହ୍ମା, ସେ ହିଁ ବିଷ୍ଣୁ ହେଉଛନ୍ତି ।
ଏକଥା ମଧ୍ୟ ତୁମେମାନେ ହିଁ ଜାଣିଛ । ମନୁଷ୍ୟମାନେ ତ କିଛି ବି ବୁଝୁ ନାହାଁନ୍ତି । ଏବେ ସମଗ୍ର
ସୃଷ୍ଟି ଉପରେ ରାବଣର ରାଜ୍ୟ ଚାଲିଛି । ତୁମେମାନେ ରାମରାଜ୍ୟ ସ୍ଥାପନ କରୁଛ, ଯାହାକୁ ତୁମେମାନେ
ହିଁ ଜାଣିଛ । ଡ୍ରାମା ଅନୁସାରେ ଆମେ ସ୍ୱର୍ଗ ସ୍ଥାପନ କରିବା ପାଇଁ ଯୋଗ୍ୟ ହେଉଛୁ । ଏବେ ବାବା
ଆମକୁ ଯୋଗ୍ୟ କରୁଛନ୍ତି । ବାବାଙ୍କ ବ୍ୟତୀତ ଶାନ୍ତିଧାମ, ସୁଖଧାମକୁ କେହି ବି ନେଇ ଯାଇପାରିବେ
ନାହିଁ । କେବଳ କାହାଣୀ ଶୁଣାଉଛନ୍ତି ଅମୁକ ସ୍ୱର୍ଗକୁ ଗଲା, ମୁକ୍ତିଧାମକୁ ଗଲା । ବାବା କହୁଛନ୍ତି
ଏହି ବିକାରୀ, ପତିତ ଆତ୍ମାମାନେ ଶାନ୍ତିଧାମକୁ କିପରି ଯିବେ? ତୁମେମାନେ ହିଁ ଏହିକଥା
ବୁଝାଇପାରିବ, ତେବେ ଯାଇ ଜାଣିବେ ଯେ ଏମାନଙ୍କ ଭିତରେ କେତେ ନିଶା ରହିଛି । ଏହିପରି ବିଚାର ସାଗର
ମନ୍ଥନ କର ଯେ, କାହାକୁ କିପରି ବୁଝାଇବି । ଚାଲିବା-ବୁଲିବା ସମୟରେ ମଧ୍ୟ ମନ ଭିତରେ ଚିନ୍ତନ
ଚାଲିବା ଦରକାର । ଏଥିପାଇଁ ଧୈର୍ଯ୍ୟ ମଧ୍ୟ ରଖିବାକୁ ହେବ, ମୋତେ ମଧ୍ୟ ଯୋଗ୍ୟ ହେବାକୁ ପଡିବ ।
ତେବେ ଭାରତବାସୀ ହିଁ ସମ୍ପୂର୍ଣ୍ଣ ଯୋଗ୍ୟ ପୁଣି ସମ୍ପୂର୍ଣ୍ଣ ଅଯୋଗ୍ୟ ହୋଇଥାଆନ୍ତି । ଅନ୍ୟ କେହି
ନୁହଁନ୍ତି । ଏବେ ବାବା ତୁମମାନଙ୍କୁ ଯୋଗ୍ୟ କରୁଛନ୍ତି । ଏହି ଜ୍ଞାନ ତ ବହୁତ ମଜାଦାର ଅଟେ ।
ଭିତରେ ଭିତରେ ବହୁତ ଖୁସି ମଧ୍ୟ ରହୁଛି - ଆମେ ଏହି ଭାରତକୁ ହୋଲିଏଷ୍ଟ ଅଫ୍ ହୋଲି କରିବୁ । ତୁମର
ଚାଲି-ଚଳଣ ବହୁତ ରାଜକୀୟ ହେବା ଦରକାର । ଖାଦ୍ୟ-ପାନୀୟ ଚାଲି-ଚଳଣରୁ ମଧ୍ୟ ଜଣା ପଡିଯାଏ ।
ଶିବବାବା ତୁମକୁ କେତେ ଶ୍ରେଷ୍ଠ କରୁଛନ୍ତି । ତୁମେମାନେ ତାଙ୍କର ସନ୍ତାନ ହୋଇଛ, ତେଣୁ
ତୁମମାନଙ୍କୁ ମଧ୍ୟ ତାଙ୍କର ନାମ ପ୍ରସିଦ୍ଧ କରିବାକୁ ହେବ । ତୁମର ଏପରି ଚଳଣି ହେଉ ଯେପରି ସମସ୍ତେ
ଜାଣିଯିବେ ଯେ ଇଏ ତ ହୋଲିଏଷ୍ଟ ଅଫ୍ ହୋଲି ପିତାଙ୍କର ସନ୍ତାନ ଅଟନ୍ତି । ଧୀରେ ଧୀରେ ତୁମେମାନେ
ହୋଇଯିବ । ତୁମମାନଙ୍କର ମଧ୍ୟ ମହିମା ବିସ୍ତାର ହେବାକୁ ଲାଗିବ । ପୁଣି କାଇଦା କାନୁନ ମଧ୍ୟ ସବୁ
ଲାଗୁ ହୋଇଯିବ, ଯାହାକି କୌଣସି ପତିତ ଆତ୍ମା ଭିତରକୁ ଆସିପାରିବେ ନାହିଁ । ବାବା ବୁଝିପାରୁଛନ୍ତି
ଯେ ଏବେ ଆଉ କିଛି ସମୟ ଦରକାର । ପିଲାମାନଙ୍କୁ ବହୁତ ପୁରୁଷାର୍ଥ ମଧ୍ୟ କରିବାକୁ ହେବ । ନିଜର
ରାଜଧାନୀ ମଧ୍ୟ ତିଆରି ହୋଇଯିବା ଦରକାର । ତା’ପରେ ନିୟମ କାନୁନକୁ କଡାକଡି କରିବାରେ କୌଣସି
ଆପତ୍ତି ନାହିଁ । ତା’ପରେ ତ ପାଣ୍ଡବ ଭବନଠାରୁ ଆବୁରୋଡ ପର୍ଯ୍ୟନ୍ତ ଧାଡି ଲାଗିଯିବ । ଏବେ
ତୁମେମାନେ ଆଗକୁ ଚାଲ । ଏବେ ତ ବାବା ତୁମର ଭାଗ୍ୟକୁ ବଢାଇ ଚାଲିଛନ୍ତି । ପଦ୍ମାପଦ୍ମ ଭାଗ୍ୟଶାଳୀ
ମଧ୍ୟ କାଇଦା ଅନୁସାରେ କହୁଛନ୍ତି ନା । ପାଦ ତଳେ ପଦ୍ମ ଫୁଲ ମଧ୍ୟ ଦେଖାଉଛନ୍ତି ନା । ଏସବୁ ତ
ତୁମ ସନ୍ତାନମାନଙ୍କର ମହିମା ଅଟେ । ପୁଣି ବି ବାବା କହୁଛନ୍ତି ମନମନାଭବ, ନିଜକୁ ଆତ୍ମା ମନେ କରି
ବାବାଙ୍କୁ ମନେ ପକାଅ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏପରି କୌଣସି
କର୍ମ କରିବା ଉଚିତ୍ ନୁହେଁ ଯେପରି ମନକୁ ପାପ ଛୁଉଁ ଥିବ । ସମ୍ପୂର୍ଣ୍ଣ ସୁଗନ୍ଧଯୁକ୍ତ ଫୁଲ
ହେବାକୁ ପଡିବ । ଦେହ-ଅଭିମାନର ଦୁର୍ଗନ୍ଧକୁ ବାହାର କରିଦେବାକୁ ପଡିବ ।
(୨) ନିଜର ଚଳଣିକୁ ମଧ୍ୟ
ବହୁତ ରାଜକୀୟ ରଖିବାକୁ ହେବ । ହୋଲିଏଷ୍ଟ ଅଫ୍ ହୋଲି ହେବା ପାଇଁ ପୂରା-ପୂରା ପୁରୁଷାର୍ଥ କରିବାକୁ
ହେବ । ଦୃଷ୍ଟି ମଧ୍ୟ ଏପରି ନ ହେଉ ଯାହାଦ୍ୱାରା କି ପଦ ଭ୍ରଷ୍ଟ ହୋଇଯିବ ।
ବରଦାନ:-
ନିରାଶା ରୂପୀ
ଅଗ୍ନି ଉପରେ ବସିଥିବା ଆତ୍ମାମାନଙ୍କୁ ନୂଆ ଜୀବନର ଦାନ ଦେଉଥିବା ତ୍ରିମୂର୍ତ୍ତି ପ୍ରାପ୍ତିରେ
ସମ୍ପନ୍ନ ଭବ ।
ସଂଗମଯୁଗରେ ବାବାଙ୍କ
ଦ୍ୱାରା ପ୍ରତ୍ୟେକ ସନ୍ତାନକୁ ସଦା ସୁସ୍ଥ, ସଦା ସମୃଦ୍ଧି ଏବଂ ସଦା ଖୁସିରେ ରହିବାର
ତ୍ରିମୂର୍ତ୍ତି ବରଦାନ ପ୍ରାପ୍ତ ହୋଇଥାଏ, ଯେଉଁ ପିଲାମାନେ ଏହି ତିନୋଟିଯାକ ପ୍ରାପ୍ତିରେ ସର୍ବଦା
ଭରପୂର ରହିଥାଆନ୍ତି ସେମାନଙ୍କର ଖୁସିବାସିଆ, ହର୍ଷିତମୁଖ ଚେହେରାକୁ ଦେଖି ମନୁଷ୍ୟମାନଙ୍କୁ ବଞ୍ଚି
ରହିବାର ଉମଙ୍ଗ-ଉତ୍ସାହ ମିଳିଯାଏ କାହିଁକି ନା ଏବେ ମନୁଷ୍ୟମାନେ ଜୀବିତ ଥିଲେ ମଧ୍ୟ ନିରାଶାର
ଅଗ୍ନି ଉପରେ ବସିଛନ୍ତି । ଏବେ ଏହିଭଳି ଆତ୍ମାମାନଙ୍କୁ ମରଜୀବା କର । ନୂଆ ଜୀବନର ଦାନ ନିଅ ।
ସର୍ବଦା ସ୍ମୃତିରେ ରହୁ ଯେ ଏହି ତିନୋଟିଯାକ ପ୍ରାପ୍ତି ମୋ’ର ଜନ୍ମସିଦ୍ଧ ଅଧିକାର ଅଟେ । ତେଣୁ
ଏହି ତିନୋଟିଯାକ ଧାରଣା ପାଇଁ ଡବଲ ଅଣ୍ଡରଲାଇନ୍ ଲଗାଅ ଅର୍ଥାତ୍ ବିଶେଷ ଗୁରୁତ୍ୱ ଦିଅ ।
ସ୍ଲୋଗାନ:-
ନିଆରା ଏବଂ
ଅଧିକାରୀ ହୋଇ କର୍ମ କରିବା ହିଁ ବନ୍ଧନମୁକ୍ତ ସ୍ଥିତି ଅଟେ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
କର୍ମାତୀତର ଅର୍ଥ ହେଲା
- ସବୁ ପ୍ରକାରର ସିମୀତ ଅର୍ଥାତ୍ ସଂକୀର୍ଣ୍ଣ ସ୍ୱଭାବ ସଂସ୍କାରଠାରୁ ଅତୀତ ହେବା ଅର୍ଥାତ୍ ନିଆରା
ହୋଇଯିବା । ସୀମିତର ଅର୍ଥ ହେଲା ବନ୍ଧନ, ଅସୀମର ଅର୍ଥ ହେଲା ନିର୍ବନ୍ଧନ । ବ୍ରହ୍ମାବାବାଙ୍କ
ସମାନ ଏବେ ସୀମିତ ମୋ’ର ମୋ’ର ଠାରୁ ମୁକ୍ତ ହେବାର ଅର୍ଥାତ୍ କର୍ମାତୀତ ହେବାର ଅବ୍ୟକ୍ତି ଦିବସ
ପାଳନ କର । ଏହାକୁ ହିଁ ସ୍ନେହର ପ୍ରମାଣ କୁହାଯାଏ ।