04.02.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ସଙ୍ଗମଯୁଗରେ ତୁମମାନଙ୍କୁ ନୂଆ ଏବଂ ସମ୍ପୂର୍ଣ୍ଣ ଭିନ୍ନ ଜ୍ଞାନ ମିଳୁଛି, ତୁମେ ଜାଣିଛ ଆମେ
ସମସ୍ତେ ଆତ୍ମାମାନେ ଅଭିନେତା ଅଟୁ, ଜଣଙ୍କର ପାର୍ଟ ଅନ୍ୟଜଣଙ୍କ ସହିତ ମିଶିପାରିବ ନାହିଁ ।”
ପ୍ରଶ୍ନ:-
ମାୟା ଉପରେ
ବିଜୟ ପ୍ରାପ୍ତ କରିବା ପାଇଁ ତୁମ ରୁହାନୀ ଯୋଦ୍ଧା ବା କ୍ଷତ୍ରିୟମାନଙ୍କୁ କେଉଁ ଉପାୟ ମିଳିଯାଇଛି?
ଉତ୍ତର:-
ହେ ରୁହାନୀ କ୍ଷତ୍ରିୟମାନେ, ତୁମେ ସର୍ବଦା ଶ୍ରୀମତରେ ଚାଲୁଥାଅ । ଆତ୍ମ ଅଭିମାନୀ ହୋଇ ବାବାଙ୍କୁ
ମନେ ପକାଅ, ପ୍ରତିଦିନ ସକାଳୁ ସକାଳୁ ଉଠି ଯୋଗଯୁକ୍ତ ସ୍ଥିତିରେ ରହିବାର ଅଭ୍ୟାସ କର ତେବେ ମାୟା
ଉପରେ ବିଜୟ ପ୍ରାପ୍ତ କରିପାରିବ । ଓଲଟା-ସିଧା ଅର୍ଥାତ୍ ଫାଲତୁ ସଂକଳ୍ପଠାରୁ ମୁକ୍ତ ରହିପାରିବ ।
ଯୋଗଯୁକ୍ତ ସ୍ଥିତିରେ ରହିବାର ଏହି ମିଠା ଉପାୟ ତୁମକୁ ମାୟାଜିତ୍ କରିଦେବ ।
ଗୀତ:-
ଜିସ୍କା ସାଥୀ
ହେ ଭଗବାନ...
ଓମ୍ ଶାନ୍ତି ।
ଏହା ମନୁଷ୍ୟମାନଙ୍କ ଦ୍ୱାରା ରଚିତ କବିତା ଅଟେ । ଏହାର ଅର୍ଥ କେହି କିଛି ବି ଜାଣିନାହାନ୍ତି ।
ଭକ୍ତମାନେ ଗୀତ ଭଜନ ଆଦି ଗାଉଛନ୍ତି, ଭଗବାନଙ୍କର ମହିମା କରୁଛନ୍ତି କିନ୍ତୁ କିଛି ବି
ଜାଣିନାହାନ୍ତି । ତୁମ ସନ୍ତାନମାନଙ୍କୁ କୌଣସି ମହିମା ଆଦି କରିବାର ନାହିଁ । ପିଲାମାନେ
ପିତାଙ୍କର କେବେହେଲେ ମହିମା ବା ଗୁଣଗାନ କରନ୍ତି ନାହିଁ । ବାବା ଜାଣିଛନ୍ତି ଏମାନେ ମୋର ସନ୍ତାନ
ଅଟନ୍ତି । ପିଲାମାନେ ଜାଣିଛନ୍ତି ଇଏ ଆମର ପିତା ଅଟନ୍ତି । ଏବେ ଏ ସବୁ ହେଲା ବେହଦର କଥା । ତଥାପି
ବି ସମସ୍ତେ ବେହଦର ପିତାଙ୍କୁ ମନେପକାଉଛନ୍ତି । ଏବେ ପର୍ଯ୍ୟନ୍ତ ମଧ୍ୟ ମନେପକାଇ ଚାଲୁଛନ୍ତି ।
ଭଗବାନଙ୍କୁ କହୁଛନ୍ତି - ହେ ବାବା, ଏହାଙ୍କର ନାମ ଶିବବାବା ଅଟେ । ଯେପରି ଆମେମାନେ ଆତ୍ମା
ସେହିପରି ଶିବବାବା ମଧ୍ୟ ଆତ୍ମା ଅଟନ୍ତି । ସିଏ ହେଉଛନ୍ତି ପରମ ଆତ୍ମା, ଯାହାଙ୍କୁ ସୁପ୍ରିମ୍
ଅର୍ଥାତ୍ ପରମ କୁହାଯାଉଛି, ତାଙ୍କର ଆମେ ସନ୍ତାନ ଅଟୁ । ତାଙ୍କୁ ସୁପ୍ରିମ୍ ସୋଲ୍ ଅର୍ଥାତ୍ ପରମ
ଆତ୍ମା କୁହାଯାଉଛି । ତାଙ୍କର ନିବାସସ୍ଥାନ କେଉଁଠି? ପରମଧାମରେ । ସବୁ ଆତ୍ମାମାନେ ସେହିଠାରେ
ରହିଥା’ନ୍ତି । ଆତ୍ମାମାନେ ହିଁ ଅଭିନେତା ଅଟନ୍ତି । ତୁମେ ଜାଣିଛ ନାଟକରେ ଅଭିନେତାମାନେ ମଧ୍ୟ
କ୍ରମାନ୍ୱୟରେ ଥା’ନ୍ତି । ପ୍ରତ୍ୟେକଙ୍କର ପାର୍ଟ ଅନୁସାରେ ସେମାନଙ୍କୁ ଦରମା ମଧ୍ୟ ମିଳିଥାଏ ।
ସେଠାରେ ଅର୍ଥାତ୍ ପରମଧାମରେ ଯେଉଁ ଆତ୍ମାମାନେ ରହୁଛନ୍ତି, ସମସ୍ତେ ପାର୍ଟଧାରୀ ଅଟନ୍ତି,
ସମସ୍ତଙ୍କୁ କମ୍ ହେଉ ବା ବେଶୀ ହେଉ ପାର୍ଟ ମିଳିଛି । ଆତ୍ମିକ ବାବା ଆସି ବୁଝାଉଛନ୍ତି ଯେ
ଆତ୍ମାମାନଙ୍କ ଭିତରେ କିପରି ଅବିନାଶୀ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ସବୁ ଆତ୍ମାଙ୍କର ପାର୍ଟ
ଏକାଭଳି ହୋଇପାରିବ ନାହିଁ । ସମସ୍ତଙ୍କଠାରେ ଶକ୍ତି ମଧ୍ୟ ଏକାଭଳି ନାହିଁ । ତୁମେ ଜାଣିଛ ସବୁଠାରୁ
ଉତ୍ତମ ପାର୍ଟ ସେହିମାନଙ୍କର ଯେଉଁମାନେ ଶିବଙ୍କର ରୁଦ୍ରମାଳାର ପ୍ରଥମ ନମ୍ବରରେ ରହିଛନ୍ତି ।
ନାଟକରେ ଯେଉଁମାନେ ଭଲ ଭଲ ଅଭିନେତା ଥା’ନ୍ତି ସେମାନଙ୍କର କେତେ ପ୍ରଶଂସା ହୋଇଥାଏ । କେବଳ ତାଙ୍କୁ
ଦେଖିବା ପାଇଁ ଲୋକମାନେ ଯାଇଥାଆନ୍ତି । ତେବେ ଏହା ବେହଦର ଡ୍ରାମା ବା ନାଟକ ଅଟେ । ଏହି ବେହଦର
ଡ୍ରାମାରେ ମଧ୍ୟ ସର୍ବୋଚ୍ଚ ଅଭିନେତା ଏକମାତ୍ର ବାବା ହିଁ ଅଟନ୍ତି । ତାଙ୍କୁ ସର୍ବୋଚ୍ଚ
ଅଭିନେତା, ରଚୟିତା, ନିର୍ଦ୍ଦେଶକ ମଧ୍ୟ କୁହାଯିବ, ସେମାନେ ସବୁହେଲେ ହଦର ଅଭିନେତା, ନିର୍ଦ୍ଦେଶକ
ଆଦି ଆଦି । ସେମାନଙ୍କୁ ନିଜର ସୀମିତ ଅଭିନୟ ମିଳିଛି । ବାସ୍ତବରେ ପାର୍ଟ ଆତ୍ମା କରିଥାଏ କିନ୍ତୁ
ଦେହ-ଅଭିମାନ କାରଣରୁ କହିଦେଉଛନ୍ତି ଯେ, ମନୁଷ୍ୟର ଏହିଭଳି ପାର୍ଟ ରହିଛି । ବାବା କହୁଛନ୍ତି ସାରା
ପାର୍ଟ ଆତ୍ମାର । ଏବେ ସମସ୍ତଙ୍କୁ ଆତ୍ମ-ଅଭିମାନୀ ହେବାକୁ ପଡିବ । ବାବା ବୁଝାଇଛନ୍ତି ସତ୍ୟଯୁଗରେ
ସମସ୍ତେ ଆତ୍ମ-ଅଭିମାନୀ ଥା’ନ୍ତି । ବାବାଙ୍କୁ ଜାଣି ନ ଥା’ନ୍ତି । ଏଠାରେ କଳିଯୁଗରେ ତ’
ଆତ୍ମ-ଅଭିମାନୀ ବି ନୁହଁନ୍ତି କି ବାବାଙ୍କୁ ମଧ୍ୟ ଜାଣିନାହାନ୍ତି । ଏବେ ତୁମେମାନେ
ଆତ୍ମ-ଅଭିମାନୀ ହେଉଛ ଏବଂ ବାବାଙ୍କୁ ମଧ୍ୟ ଜାଣିଛ ।
ତୁମ ବ୍ରାହ୍ମଣମାନଙ୍କୁ ସ୍ୱତନ୍ତ୍ର ଜ୍ଞାନ ମିଳୁଛି । ଏବେ ତୁମେମାନେ ଆତ୍ମାର ପରିଚୟ ପାଇ ସାରିଛ
ଯେ, ଆମେ ଆତ୍ମାମାନେ ଅଭିନେତା ଅଟୁ । ସମସ୍ତଙ୍କୁ ପାର୍ଟ ମିଳିଛି ଯାହାକି ଜଣଙ୍କର ପାର୍ଟ ଅନ୍ୟ
ଜଣଙ୍କ ସହିତ ମିଶିପାରିବ ନାହିଁ । ସେହି ପାର୍ଟ ମଧ୍ୟ ସବୁ ଆତ୍ମାରେ ହିଁ ରହିଛି । ଏମିତି ତ ଯେଉଁ
ସବୁ ନାଟକ ତିଆରି କରୁଛନ୍ତି ସେଥିରେ ମଧ୍ୟ ଆତ୍ମା ହିଁ ପାର୍ଟ କରିଥାଏ । ଭଲ ପାର୍ଟ ମଧ୍ୟ ଆତ୍ମା
ହିଁ ନେଇଥାଏ । ଆତ୍ମା ହିଁ କହିଥାଏ ମୁଁ ଗଭର୍ଣ୍ଣର (ରାଜ୍ୟପାଳ) ଅଟେ, ଅମୁକ ଅଟେ । କିନ୍ତୁ
ଏମାନେ କେହି ବି ଆତ୍ମ-ଅଭିମାନୀ ନୁହଁନ୍ତି । ସତ୍ୟଯୁଗରେ ବୁଝିବେ ଯେ, ମୁଁ ଆତ୍ମା ଅଟେ, ଗୋଟିଏ
ଶରୀର ଛାଡି ଅନ୍ୟ ଏକ ଶରୀର ଧାରଣ କରିବି । କିନ୍ତୁ ପରମାତ୍ମାଙ୍କୁ ସେଠାରେ କେହି ବି ଜାଣି ନ
ଥା’ନ୍ତି, ବର୍ତ୍ତମାନ ତୁମେମାନେ ସବୁକିଛି ଜାଣିଛ । ଶୁଦ୍ର ଏବଂ ଦେବତାମାନଙ୍କଠାରୁ ତୁମେ
ବ୍ରାହ୍ମଣମାନେ ଉତ୍ତମ ଅଟ । ତେବେ ଏତେ ସବୁ ବ୍ରାହ୍ମଣ କେଉଁଠୁ ଆସିବେ ଯେଉଁମାନେ କି ସତ୍ୟଯୁଗର
ପ୍ରଜା ହେବେ । ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରଦର୍ଶନୀକୁ ଆସୁଛନ୍ତି । ଯେଉଁମାନେ ଭଲ ଭାବରେ ବୁଝିଲେ,
ଜ୍ଞାନ ଶୁଣିଲେ ସେମାନେ ପ୍ରଜା ହୋଇଗଲେ । ଗୋଟିଏ ଗୋଟିଏ ରାଜାଙ୍କର ବହୁତ ପ୍ରଜା ଥା’ନ୍ତି ।
ତୁମେମାନେ ବହୁତ ପ୍ରଜା ତିଆରି କରୁଛ । କେହି କେହି ତ’ ପ୍ରଦର୍ଶନୀ, ପ୍ରୋଜେକ୍ଟର ଆଦିରୁ ବୁଝି
ମଧ୍ୟ ବହୁତ ଭଲ ପୁରୁଷାର୍ଥୀ ହୋଇଯାଆନ୍ତି । ଶିକ୍ଷା ଗ୍ରହଣ କରନ୍ତି, ଯୋଗ ମଧ୍ୟ କରନ୍ତି । ଏବେ
ସେମାନେ ସମସ୍ତେ ଆସିବେ । ପ୍ରଜା ବି ବାହାରି ଆସିବେ ପୁଣି ସାହୁକାର, ରାଜା-ରାଣୀ, ଗରିବ,
ସାଧାରଣ ପ୍ରଜା ସବୁ ପ୍ରକାରର ବାହାରିବେ । ରାଜକୁମାର ରାଜକୁମାରୀ ମଧ୍ୟ ବହୁତ ହୋଇଥାଆନ୍ତି ।
ସତ୍ୟଯୁଗରୁ ତ୍ରେତାଯୁଗ ପର୍ଯ୍ୟନ୍ତ ରାଜକୁମାର-ରାଜକୁମାରୀମାନେ ବର୍ତ୍ତମାନ ହିଁ ରଚନା ହେବେ ।
କେବଳ ୮ ବା ୧୦୮ ତ ହେବେ ନାହିଁ । କିନ୍ତୁ ବର୍ତ୍ତମାନ ସମସ୍ତେ ରଚନା ହେଉଛନ୍ତି । ତୁମେମାନେ
ସେବା କରିଚାଲିଛ । ଏହା ମଧ୍ୟ କିଛି ନୂଆ ନୁହେଁ । ତୁମେମାନେ କୌଣସି ଉତ୍ସବ ଆଦି ପାଳନ କରୁଛ,
ତାହା ମଧ୍ୟ କିଛି ନୂଆ କଥା ନୁହେଁ । ଅନେକଥର କରିଛ, ପୁନର୍ବାର ସଙ୍ଗମଯୁଗରେ ମଧ୍ୟ ଏହି ଧନ୍ଦା
ହିଁ କରିବ, ଆଉ କ’ଣ କରିବ! ବାବା ମଧ୍ୟ ପତିତମାନଙ୍କୁ ପାବନ କରିବା ପାଇଁ ଆସିବେ । ଏହାକୁ
କୁହାଯାଉଛି ବିଶ୍ୱର ଇତିହାସ ଭୂଗୋଳ । ତେବେ କ୍ରମାନ୍ୱୟ ତ’ ସବୁକଥାରେ ରହିଥାଏ । ତୁମମାନଙ୍କ
ଭିତରେ ମଧ୍ୟ ଯିଏ ଭଲ ଭାଷଣ କରନ୍ତି ତାଙ୍କୁ ସମସ୍ତେ କୁହନ୍ତି ଇଏ ଭଲ ଭାଷଣ କରିଲେ । ଅନ୍ୟର
ଭାଷଣ ଶୁଣିଲେ ମଧ୍ୟ କହିବେ ଯିଏ ପୂର୍ବରୁ ଶୁଣାଉଥିଲେ ସିଏ ଭଲ ବୁଝାଉଥିଲେ । ତୃତୀୟ ବ୍ୟକ୍ତି ଯଦି
ତାଙ୍କଠାରୁ ଯୋଗ୍ୟ ହୋଇଥାଏ ତେବେ କହିବେ ଇଏ ତାଙ୍କଠାରୁ ମଧ୍ୟ ଭଲ ବୁଝାଉଛନ୍ତି । ତେବେ
ପ୍ରତ୍ୟେକ କଥାରେ ପୁରୁଷାର୍ଥ କରିବାକୁ ପଡିଥାଏ, ମୁଁ କିପରି ଅନ୍ୟମାନଙ୍କଠାରୁ ଆଗକୁ ବଢିବି ।
ବୁଦ୍ଧିମାନ ପିଲା ହୋଇଥିଲେ ଭାଷଣ କରିବା ପାଇଁ ତୁରନ୍ତ ହାତ ଉଠାଇଥା’ନ୍ତି । ତୁମେ ସବୁ
ପୁରୁଷାର୍ଥୀ ଅଟ, ଆଗକୁ ଗଲେ ତୁମେମାନେ ମେଲ୍ ଟ୍ରେନ୍ ଅର୍ଥାତ୍ ସନ୍ଦେଶବାହକ ହୋଇଯିବ । ଯେପରି
ମମ୍ମା ସ୍ପେଶାଲ୍ ମେଲ୍ ଟ୍ରେନ୍ ଥିଲେ । ବାବାଙ୍କ ବିଷୟରେ ତ’ ଜଣାପଡିବ ନାହିଁ କାରଣ ଦୁଇଜଣଯାକ
ଏକାଠି ଅଛନ୍ତି । ତୁମେ ଜାଣିପାରିବ ନାହିଁ ଯେ କିଏ କହୁଛନ୍ତି । ତେଣୁ ତୁମେ ସର୍ବଦା ମନେକର ଯେ
ଶିବବାବା ବୁଝାଉଛନ୍ତି । ବାବା ଏବଂ ଦାଦା ଉଭୟ ଜାଣିଛନ୍ତି କିନ୍ତୁ ଶିବବାବା ଅନ୍ତର୍ଯ୍ୟାମୀ
ଅଟନ୍ତି । ବାହାରେ ବାହାରେ କହୁଛନ୍ତି ଇଏ ତ ବହୁତ ବୁଦ୍ଧିମାନ ଅଟନ୍ତି । ବାବା ମଧ୍ୟ
ପିଲାମାନଙ୍କର ମହିମା ଶୁଣି ଖୁସି ହେଉଛନ୍ତି । ଯଦି ଲୌକିକ ପିତାଙ୍କର ମଧ୍ୟ କୌଣସି ସନ୍ତାନ ଭଲ
ଭାବରେ ପାଠ ପଢ଼ି ଉଚ୍ଚପଦ ପ୍ରାପ୍ତ କରେ ତେବେ ତା’ର ବାପା ଭାବିଥାଆନ୍ତି ଯେ, ଏହି ପିଲାଟି ବହୁତ
ନାମ ବିଖ୍ୟାତ କରିବ । ଇଏ (ବ୍ରହ୍ମାବାବା) ମଧ୍ୟ ଭାବୁଛନ୍ତି ଯେ ଅମୁକ ସନ୍ତାନଟି ଏହି ରୁହାନୀ
ସେବାରେ ହୁସିଆର ଅଟେ । ତେବେ ମୁଖ୍ୟ କଥା ହେଲା ଭାଷଣ କରିବା, କାହାକୁ ବାବାଙ୍କର ସନ୍ଦେଶ ଦେବା,
ଜ୍ଞାନ ବୁଝାଇବା । ବାବା ମଧ୍ୟ ଦୃଷ୍ଟାନ୍ତ ଦେଇଥିଲେ ଜଣଙ୍କର ୫ଟି ପୁଅ ଥିଲେ, କେହି ତାଙ୍କୁ
ପଚାରିଲେ ଯେ, ତୁମର କେତୋଟି ପୁଅ, ସିଏ ଉତ୍ତର ଦେଲେ ମୋର ୨ଟି ପୁଅ । ସିଏ ତାଙ୍କୁ କହିଲେ ତୁମର
ତ’ ୫ ପୁଅ! ସିଏ ଉତ୍ତର ଦେଲେ ସେମାନଙ୍କ ଭିତରୁ ସୁପୁତ୍ର ମାତ୍ର ଦୁଇଜଣ । ଏଠାରେ ମଧ୍ୟ ସେହିପରି
ଅଛନ୍ତି । ସନ୍ତାନମାନେ ବହୁତ ଅଛନ୍ତି । କିନ୍ତୁ ବାବା କହିବେ ଏହି ଡାକ୍ତର ନିର୍ମଳା କନ୍ୟାଟି
ବହୁତ ଭଲ । ବହୁତ ସ୍ନେହରେ ଲୌକିକ ପିତାଙ୍କୁ ବୁଝାଇ ସେଣ୍ଟର ଖୋଲାଇଦେଲା । ଏହା ହିଁ ଭାରତର ସେବା
। ତୁମେମାନେ ଭାରତକୁ ସ୍ୱର୍ଗ କରୁଛ । ରାବଣ ଏହି ଭାରତକୁ ନର୍କରେ ପରିଣତ କରିଦେଇଛି । କେବଳ ଜଣେ
ସୀତା ରାବଣର ବନ୍ଦୀଶାଳାରେ ନ ଥିଲା । ବାସ୍ତବରେ ତୁମେ ସବୁ ସୀତାମାନେ ରାବଣର ବନ୍ଦୀଶାଳାରେ ଥିଲ
। ବାକି ଶାସ୍ତ୍ରରେ ସବୁ ମନଗଢ଼ା କଥା ଲେଖିଦେଇଛନ୍ତି । ଏହି ଭକ୍ତିମାର୍ଗ ମଧ୍ୟ ଡ୍ରାମାରେ ଅଛି ।
ତୁମେ ଜାଣିଛ ସତ୍ୟଯୁଗଠାରୁ ଏ ପର୍ଯ୍ୟନ୍ତ ଯାହାକିଛି ଅତ୍ରିକାନ୍ତ ହୋଇ ଯାଇଛି ତାହାର ପୁଣି
ପୁନରାବୃତ୍ତି ହେବ । ନିଜେ ହିଁ ପୂଜ୍ୟ ନିଜେ ହିଁ ପୂଜାରୀ ହେଉଛନ୍ତି । ବାବା କହୁଛନ୍ତି ମୋତେ
ଆସି ତୁମମାନଙ୍କୁ ପୂଜାରୀରୁ ପୂଜ୍ୟ କରିବାକୁ ପଡିବ । ପ୍ରଥମେ ସତ୍ୟଯୁଗୀ ପୁଣି କଳିଯୁଗୀ ହେବାକୁ
ପଡିବ । ସତ୍ୟଯୁଗରେ ସୂର୍ଯ୍ୟବଂଶୀ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ରାମରାଜ୍ୟ ତ
ଚନ୍ଦ୍ରବଂଶୀମାନଙ୍କର ଥିଲା ।
ବର୍ତ୍ତମାନ ତୁମେ ସମସ୍ତେ ରୁହାନୀ କ୍ଷତ୍ରିୟ (ଯୋଦ୍ଧା) ଅଟ । ଯେଉଁମାନେ ଯୁଦ୍ଧକ୍ଷେତ୍ରରେ
ଥା’ନ୍ତି ସେମାନଙ୍କୁ କ୍ଷତ୍ରିୟ କୁହାଯାଏ । ତୁମେମାନେ ହେଲ ଆତ୍ମିକ କ୍ଷତ୍ରିୟ । ସେମାନଙ୍କୁ
କୁହାଯାଏ ବାହୁବଳର କ୍ଷତ୍ରିୟ । ପୂର୍ବରୁ ବାହୁଦ୍ୱାରା ମଲ୍ଲଯୁଦ୍ଧ ହେଉଥିଲା । ପରସ୍ପର ମଧ୍ୟରେ
ଲଢ଼େଇ କରି ବିଜୟୀ ହେଉଥିଲେ । ଏବେ ତ’ ଦେଖ ବୋମା ଆଦି ତିଆରି ହୋଇଗଲାଣି । ତୁମେମାନେ ମଧ୍ୟ
କ୍ଷତ୍ରିୟ ସେମାନେ ମଧ୍ୟ କ୍ଷତ୍ରିୟ । ତୁମେ ଶ୍ରୀମତରେ ଚାଲି ମାୟା ଉପରେ ବିଜୟୀ ହେଉଛ ।
ତୁମେମାନେ ହେଲ ଆତ୍ମିକ କ୍ଷତ୍ରିୟ । ରୁହ ଅର୍ଥାତ୍ ଆତ୍ମା ହିଁ ଏହି ଶରୀରର
କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା ସବୁ କିଛି କରୁଛି । ଆତ୍ମାକୁ ବାବା ଆସି ଶିକ୍ଷା ଦେଉଛନ୍ତି -
ପିଲାମାନେ, ମୋତେ ମନେ ପକାଇଲେ ତୁମକୁ ମାୟା ଗ୍ରାସ କରିବ ନାହିଁ । ତୁମର ବିକର୍ମ ବିନାଶ ହେବ ଏବଂ
ତୁମର ଓଲଟା-ସିଧା ସଂକଳ୍ପ ଆସିବ ନାହିଁ । ବାବାଙ୍କୁ ମନେ ପକାଇଲେ ମନ ମଧ୍ୟ ଖୁସିରେ ରହିବ ।
ସେଥିପାଇଁ ବାବା ବୁଝାଉଛନ୍ତି ସକାଳୁ ସକାଳୁ ଉଠି ଏହାର ଅଭ୍ୟାସ କର । ବାବା ଆପଣ କେତେ ମିଠା
ଅଟନ୍ତି । ଆତ୍ମା କହୁଛି - ବାବା । ବାବା ମଧ୍ୟ ନିଜର ପରିଚୟ ଦେଇଛନ୍ତି - ମୁଁ ତୁମର ପିତା ତୁମକୁ
ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଇବାକୁ ଆସିଛି । ଏହା ମନୁଷ୍ୟ ସୃଷ୍ଟିରୂପି ଓଲଟା ବୃକ୍ଷ
। ଏହା ଭିନ୍ନ-ଭିନ୍ନ ଧର୍ମର ମନୁଷ୍ୟ ସୃଷ୍ଟି ଅଟେ, ଏହାକୁ କୁହାଯାଏ ବିରାଟ ଲୀଳା । ବାବା
ବୁଝାଇଛନ୍ତି ଯେ, ମୁଁ ଏହି ମନୁଷ୍ୟ ସୃଷ୍ଟିରୂପୀ ବୃକ୍ଷର ବୀଜରୂପ ଅଟେ । ମୋତେ ସମସ୍ତେ
ମନେପକାଉଛନ୍ତି । କିଏ କେଉଁ ଧର୍ମର ତ’ କିଏ ଆଉ କେଉଁ ଧର୍ମର । ସମସ୍ତେ ସମୟ ଅନୁସାରେ
କ୍ରମାନ୍ୱୟରେ ଆସିଥା’ନ୍ତି । ଏହିଭଳି ଡ୍ରାମା ତିଆରି ହୋଇଛି । କୁହାଯାଏ ଯେ ଅମୁକ ଏହି
ଧର୍ମସ୍ଥାପକ ବା ପୈଗମ୍ବର ଅର୍ଥାତ୍ ବାର୍ତ୍ତାବହକୁ ପଠାଇଛନ୍ତି । କିନ୍ତୁ ବାସ୍ତବରେ ସେଠାରୁ
କେହି ବି ପଠାନ୍ତି ନାହିଁ । ଏ ସବୁର ଡ୍ରାମାନୁସାରେ ପୁନରାବୃତ୍ତି ହେଉଛି । ବାବା କେବଳ ଜଣେ
ହିଁ ଅଟନ୍ତି ଯିଏକି ଧର୍ମ ଏବଂ ରାଜଧାନୀ ଉଭୟର ସ୍ଥାପନା କରୁଛନ୍ତି । ଏକଥା ଦୁନିଆରେ କେହି ବି
ଜାଣିନାହାନ୍ତି । ଏବେ ହେଉଛି ସଂଗମଯୁଗ । ଏହି ସମୟରେ ହିଁ ବିନାଶର ଜ୍ୱାଳା ପ୍ରଜ୍ୱଳିତ ହେବ ।
ଏହା ହେଉଛି ଶିବବାବାଙ୍କର ଜ୍ଞାନ ଯଜ୍ଞ । ସେମାନେ ରୁଦ୍ର ଯଜ୍ଞ ନାମ ରଖିଦେଇଛନ୍ତି । ପ୍ରଜାପିତା
ବ୍ରହ୍ମାଙ୍କ ଦ୍ୱାରା ତୁମେ ବ୍ରାହ୍ମଣମାନେ ଜନ୍ମ ନେଇଛ । ତେଣୁ ତୁମେମାନେ ଶ୍ରେଷ୍ଠ ହେଲ ନା ।
ତୁମ ପରେ ପୁଣି ଅନ୍ୟ ଧର୍ମର ବଂଶ ସବୁ ଆସିଥା’ନ୍ତି । ବାସ୍ତବରେ ସମସ୍ତେ ତ ବ୍ରହ୍ମାଙ୍କର
ସନ୍ତାନ ଅଟନ୍ତି । ବ୍ରହ୍ମାଙ୍କୁ କୁହାଯାଏ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ୍ ଫାଦର ଅର୍ଥାତ୍ ଆଦିପିତା
। ବଂଶାବଳୀ ମଧ୍ୟ ରହିଛି, ପ୍ରଥମେ ପ୍ରଥମେ ହେଲେ ବ୍ରହ୍ମା ଯିଏକି ସବୁଠାରୁ ଶ୍ରେଷ୍ଠ ପୁଣି
ତାଙ୍କଠାରୁ ବଂଶାବଳୀ ଆରମ୍ଭ ହେଉଛି । କୁହାଯାଏ ଭଗବାନ ସୃଷ୍ଟି କିପରି ରଚନା କରନ୍ତି । ବାସ୍ତବରେ
ସୃଷ୍ଟି ତ’ ରହିଛି । ଯେତେବେଳେ ସୃଷ୍ଟିର ମନୁଷ୍ୟମାନେ ପତିତ ହୋଇଯା’ନ୍ତି ସେତେବେଳେ ତାଙ୍କୁ
ଡାକିଥା’ନ୍ତି । ସେ ହିଁ ଆସି ଏହି ଦୁଃଖୀ ସୃଷ୍ଟିକୁ ପୁଣି ସୁଖୀ କରିଥା’ନ୍ତି । ସେଥିପାଇଁ
ଡାକିଥା’ନ୍ତି ବାବା ଦୁଃଖହର୍ତ୍ତା ସୁଖକର୍ତ୍ତା ଆସ । ନାମ ମଧ୍ୟ ରଖିଛନ୍ତି ହରିଦ୍ୱାର ।
ହରିଦ୍ୱାର ଅର୍ଥାତ୍ ହରିଙ୍କର ଦ୍ୱାର । ସେଠାରେ ଗଙ୍ଗା ପ୍ରବାହିତ ହେଉଛି । ଭାବୁଛନ୍ତି ଆମେ
ଗଙ୍ଗାରେ ସ୍ନାନ କଲେ, ହରିଙ୍କର ଦ୍ୱାରକୁ ଚାଲିଯିବୁ । କିନ୍ତୁ ହରିଙ୍କର ଦ୍ୱାର କେଉଁଠି ଅଛି?
ସେମାନେ ପୁଣି ଶ୍ରୀକୃଷ୍ଣଙ୍କୁ ହରି କହିଦେଉଛନ୍ତି । ବାସ୍ତବରେ ହରିଙ୍କର ଦ୍ୱାର ତ’ ଶିବବାବା
ଅଟନ୍ତି । ଯିଏ ଦୁଃଖହର୍ତ୍ତା-ସୁଖକର୍ତ୍ତା ଅଟନ୍ତି । ପ୍ରଥମେ ତୁମମାନଙ୍କୁ ନିଜର ଘରକୁ ଯିବାକୁ
ହେବ । ତୁମ ସନ୍ତାନମାନଙ୍କୁ ନିଜ ପିତାଙ୍କର ଏବଂ ଘରର ପରିଚୟ ବର୍ତ୍ତମାନ ହିଁ ମିଳିଛି ।
ବାବାଙ୍କର ସ୍ଥାନ ଟିକିଏ ଉପରେ ରହିଛି । ମାଳାରେ ଫୁଲ ସବୁଠାରୁ ଉପରେ ଥାଏ ତା’ପରେ ଯୁଗଳଦାନା ।
ତା’ପରେ ପୁଣି ରହିଥାଏ ବୈଜୟନ୍ତି ମାଳା ଯାହାକି ବିଷ୍ଣୁଙ୍କର ମାଳା । ଯେଉଁମାନେ ବିଷ୍ଣୁଙ୍କର
ଗଳାର ହାର ହୋଇଥା’ନ୍ତି ସେହି ଆତ୍ମାମାନେ ହିଁ ବିଷ୍ଣୁପୁରୀରେ ରାଜତ୍ୱ କରିଥା’ନ୍ତି ।
ବ୍ରାହ୍ମଣମାନଙ୍କର ମାଳା ନ ଥାଏ । କାରଣ ସେମାନେ ବାରମ୍ବାର ତଳକୁ ଖସିଯାଇଥା’ନ୍ତି । ବାବା
ବୁଝାଉଛନ୍ତି ଯେ, କ୍ରମାନ୍ୱୟରେ ତ ରହିବେ ନା । ଆଜି ଠିକ୍ ଅଛନ୍ତି କାଲି ମାୟାର ତୋଫାନ
ଆସିଯାଇଥାଏ, ଗ୍ରହଚାରୀ ଅର୍ଥାତ୍ ମାୟାର ପ୍ରଭାବରେ ଆସି ଥଣ୍ଡା ହୋଇଯାଆନ୍ତି ଅର୍ଥାତ୍
ପୁରୁଷାର୍ଥରେ ଢିଲା ହୋଇଯା’ନ୍ତି । ବାବା କହୁଛନ୍ତି ମୋର ସନ୍ତାନ ହୁଅନ୍ତି, ଆଶ୍ଚର୍ଯ୍ୟ ହୋଇ
ଶୁଣନ୍ତି, ଅନ୍ୟକୁ କୁହନ୍ତି, ଧ୍ୟାନରେ ଯାଆନ୍ତି, ମାଳାରେ ମଧ୍ୟ ଗୁନ୍ଥା ହେବାର ଯୋଗ୍ୟ ହୁଅନ୍ତି...
ପୁଣି ଏକଦମ୍ ଭାଗନ୍ତି ଅର୍ଥାତ୍ ଚାଲିଯାଆନ୍ତି, ଚଣ୍ଡାଳ ହୋଇଯାଆନ୍ତି । ତେବେ ବ୍ରାହ୍ମଣମାନଙ୍କର
ମାଳା କିପରି ହେବ? ତେଣୁ ବାବା ବୁଝାଉଛନ୍ତି ଯେ, ବ୍ରାହ୍ମଣମାନଙ୍କର ମାଳା ହୁଏ ନାହିଁ ।
ଭକ୍ତମାଳାରେ ମହିଳାମାନଙ୍କ ମଧ୍ୟରେ ମୁଖ୍ୟ ହେଲେ ମୀରା ଏବଂ ପୁରୁଷମାନଙ୍କ ମଧ୍ୟରେ ମୁଖ୍ୟ ହେଲେ
ନାରଦ । ଏହା ହେଲା ରୁଦ୍ରମାଳା । ସଂଗମଯୁଗରେ ବାବା ହିଁ ଆସି ମୁକ୍ତି ଜୀବନମୁକ୍ତି ଦେଇଥା’ନ୍ତି
। ପିଲାମାନେ ଜାଣୁଛନ୍ତି ଯେ, ଆମେ ହିଁ ସ୍ୱର୍ଗର ମାଲିକ ଥିଲୁ, ଏବେ ନର୍କରେ ଅଛୁ । ବାବା
କହୁଛନ୍ତି ଯେ ନର୍କକୁ ଲାତ ମାରି ସ୍ୱର୍ଗର ରାଜପଦ ନିଅ, ଯାହାକୁ କି ରାବଣ ଛଡାଇନେଇଛି । ଏକଥା ତ
ବାବା ହିଁ ଆସି ଶୁଣାଉଛନ୍ତି । ସିଏ ଏହିସବୁ ଶାସ୍ତ୍ର, ତୀର୍ଥ ଆଦିକୁ ଜାଣିଛନ୍ତି । ବୀଜରୂପ
ଅଟନ୍ତି ନା । ଜ୍ଞାନର ସାଗର, ଶାନ୍ତିର ସାଗର.... ଏ କଥା ଆତ୍ମା ହିଁ କହିଥାଏ ।
ବାବା ବୁଝାଉଛନ୍ତି ଯେ ଏହି ଲକ୍ଷ୍ମୀ-ନାରାୟଣ ସତ୍ୟଯୁଗର ମାଲିକ ଥିଲେ । ତାଙ୍କ ପୂର୍ବରୁ କ’ଣ
ଥିଲା? ନିଶ୍ଚୟ କଳିଯୁଗର ଶେଷ ସମୟ ହୋଇଥିବ, ତେବେ ସଂଗମଯୁଗ ହୋଇଥିବ ପୁଣି ଏବେ ସ୍ୱର୍ଗର ସ୍ଥାପନା
ହେଉଛି । ବାବାଙ୍କୁ (ଭଗବାନଙ୍କୁ) ସ୍ୱର୍ଗର ରଚୟିତା ସ୍ୱର୍ଗର ସ୍ଥାପନକର୍ତ୍ତା କୁହାଯାଏ । ଏହି
ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଥିଲେ । ସେମାନଙ୍କୁ ବର୍ସା ଅର୍ଥାତ୍ ସମ୍ପତ୍ତି କେଉଁଠାରୁ
ମିଳିଲା? ସ୍ୱର୍ଗର ରଚୟିତା ବାବାଙ୍କଠାରୁ ମିଳିଲା । ତେବେ ଏହି ବର୍ସା ବାବାଙ୍କର ହିଁ ଅଟେ ।
ତୁମେ କାହାକୁ ବି ପଚାରିପାରିବ ଯେ, ସତ୍ୟଯୁଗରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ ଥିଲା ।
ସେମାନେ ତାହା କିପରି ପାଇଥିଲେ? କେହି କହିପାରିବେ ନାହିଁ । ଏହି ଦାଦା ମଧ୍ୟ କହୁଛନ୍ତି ଯେ ମୁଁ
ମଧ୍ୟ ଜାଣି ନ ଥିଲି । ପୂଜା କରୁଥିଲି କିନ୍ତୁ ଜାଣି ନ ଥିଲି । ଏବେ ବାବା ବୁଝାଉଛନ୍ତି, ସିଏ ଏହି
ସଂଗମଯୁଗରେ ରାଜଯୋଗର ଶିକ୍ଷା ଗ୍ରହଣ କରୁଛନ୍ତି । ଗୀତାରେ ହିଁ ରାଜଯୋଗର ବର୍ଣ୍ଣନା ରହିଛି ।
କେବଳ ଗୀତା ବ୍ୟତୀତ ଆଉ କୌଣସି ଶାସ୍ତ୍ରରେ ରାଜଯୋଗର କଥା ନାହିଁ । ବାବା କହୁଛନ୍ତି ଯେ, ମୁଁ
ତୁମକୁ ରାଜାଙ୍କର ରାଜା କରୁଛି । ଭଗବାନ ହିଁ ଆସି ନରରୁ ନାରାୟଣ ହେବାର ଜ୍ଞାନ ଦେଉଛନ୍ତି ।
ଭାରତର ମୁଖ୍ୟ ଶାସ୍ତ୍ର ହେଲା ଗୀତା । କିନ୍ତୁ ଗୀତା କେବେ ରଚନା କରାଯାଇଥିଲା ଏକଥା କେହି ବି
ଜାଣିନାହାଁନ୍ତି । ବାବା କହୁଛନ୍ତି ମୁଁ କଳ୍ପ କଳ୍ପର ସଂଗମଯୁଗରେ ଆସିଥାଏ । ଯେଉଁମାନଙ୍କୁ ମୁଁ
ରାଜ୍ୟ ଦେଇଥିଲି ସେମାନେ ରାଜ୍ୟ ହରାଇ ପୁଣି ତମୋପ୍ରଧାନ, ଦୁଃଖୀ ହୋଇଯାଇଛନ୍ତି । ଏବେ ରାବଣର
ରାଜ୍ୟ ଚାଲିଛି । ଏ ସବୁ ଭାରତର ହିଁ କାହାଣୀ ଅଟେ । ଭାରତ ହିଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିଛି
। ଆଉ ସବୁ ଧର୍ମ ତ ପରେ ଆସୁଛନ୍ତି । ବାବା କହୁଛନ୍ତି ମୁଁ ତୁମମାନଙ୍କୁ ୮୪ ଜନ୍ମର ରହସ୍ୟ
ବୁଝାଉଛି । ୫ ହଜାର ବର୍ଷ ପୂର୍ବରୁ ତୁମେମାନେ ହିଁ ଦେବୀ ଦେବତା ଥିଲ, ତୁମେ ନିଜର ଜନ୍ମକୁ ଜାଣି
ନାହିଁ, ହେ ଭାରତବାସୀମାନେ - ବାବା ଅନ୍ତିମ ସମୟରେ ଆସିଥା’ନ୍ତି । ଯଦି ଆରମ୍ଭରୁ ଆସିଥା’ନ୍ତେ
ତେବେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ କିପରି ଶୁଣାଇଥାନ୍ତେ! ସେତେବେଳେ ସୃଷ୍ଟିର
ସମ୍ପୂର୍ଣ୍ଣ ବୃଦ୍ଧି ହିଁ ହୋଇ ନ ଥାଏ ତେଣୁ ବୁଝାଇବେ କିପରି । ସେଠାରେ ତ ଜ୍ଞାନର ଦରକାର ହିଁ ନ
ଥାଏ । ତେଣୁ ବାବା ଏବେ ସଂଗମ ଯୁଗରେ ହିଁ ଆସି ଜ୍ଞାନ ଦେଉଛନ୍ତି । କାରଣ ସିଏ ଜ୍ଞାନର ଭଣ୍ଡାର
ଅଟନ୍ତି ନା । ତେଣୁ ତାଙ୍କୁ ଜ୍ଞାନ ଶୁଣାଇବା ପାଇଁ ନିଶ୍ଚିତ ଭାବରେ ଶେଷ ସମୟରେ ହିଁ ଆସିବାକୁ
ପଡିବ । ଆଦି ସମୟରେ ଆସି ତୁମମାନଙ୍କୁ କ’ଣ ଶୁଣାଇବେ! ଏ ସବୁ ବୁଝିବାର କଥା । ଭଗବାନୁବାଚ - ମୁଁ
ତୁମକୁ ରାଜଯୋଗ ଶିଖାଉଛି । ଏହି ବିଶ୍ୱବିଦ୍ୟାଳୟ ପାଣ୍ଡବ ସରକାରଙ୍କର ଅଟେ । ବର୍ତ୍ତମାନ ହେଉଛି
ସଂଗମଯୁଗ - ଯାଦବ, କୌରବ ଏବଂ ପାଣ୍ଡବ ବର୍ତ୍ତମାନ ଉପସ୍ଥିତ ଅଛନ୍ତି, କିନ୍ତୁ ଶାସ୍ତ୍ରରେ
ଏମାନଙ୍କୁ ତିନୋଟି ସେନା ରୂପରେ ଦେଖାଇ ଦେଇଛନ୍ତି । ବାବା ବୁଝାଉଛନ୍ତି ଯାଦବ, କୌରବମାନଙ୍କର
ବିନାଶ ସମୟରେ ବିପରୀତ ବୁଦ୍ଧି ହୋଇଥାଏ । ପରସ୍ପରକୁ ଗାଳି ଦେଇଚାଲିଥା’ନ୍ତି । ପରମାତ୍ମା
ପିତାଙ୍କ ସହିତ ପ୍ରୀତି ନାହିଁ । କହି ଦେଉଛନ୍ତି, କୁକୁର ବିରାଡି ସମସ୍ତଙ୍କ ଭିତରେ ପରମାତ୍ମା
ଅଛନ୍ତି । ବାକି ପାଣ୍ଡବମାନଙ୍କର ପ୍ରୀତ ବୁଦ୍ଧି ଥିଲା । ପାଣ୍ଡବମାନଙ୍କର ସାଥୀ ସ୍ୱୟଂ ପରମାତ୍ମା
ଥିଲେ । ପାଣ୍ଡବ ଅର୍ଥାତ୍ ରୁହାନୀ ପଣ୍ଡା ( ଆତ୍ମିକ ବ୍ରାହ୍ମଣ) । ସେମାନେ ହେଲେ ଶରୀରର ପଣ୍ଡା
। ତୁମେ ହେଉଛ ଆତ୍ମାର ପଣ୍ଡା । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଆତ୍ମ-ଅଭିମାନୀ ହୋଇ ଏହି ବେହଦ ନାଟକରେ ହିରୋ ପାର୍ଟ କରିବାକୁ ହେବ । ପ୍ରତ୍ୟେକ ଅଭିନେତାଙ୍କର
ପାର୍ଟ ଭିନ୍ନ ଭିନ୍ନ ଅଟେ, ସେଥିପାଇଁ କାହାର ପାର୍ଟକୁ ଦେଖି ଈର୍ଷା କରିବାର ନାହିଁ ।
(୨) ସକାଳୁ-ସକାଳୁ,
ଅମୃତବେଳାରୁ ଉଠି ନିଜେ ନିଜ ସହିତ କଥା ହୁଅ, ଅଭ୍ୟାସ କର ଯେ - ମୁଁ ଏହି ଶରୀରର
କର୍ମେନ୍ଦ୍ରିୟମାନଙ୍କଠାରୁ ଅଲଗା ଅଟେ, ବାବା ଆପଣ କେତେ ମିଠା, ଆପଣ ଆମକୁ ସୃଷ୍ଟିର
ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଉଛନ୍ତି ।
ବରଦାନ:-
ବାବାଙ୍କର
ସଂସ୍କାରଗୁଡିକୁ ନିଜର ବ୍ୟକ୍ତିଗତ ସଂସ୍କାର ରୂପରେ ଜମା କରୁଥିବା ବ୍ୟର୍ଥ ବା ପୁରୁଣା ସଂସ୍କାର
ଗୁଡିକରୁ ମୁକ୍ତ ଭବ ।
କୌଣସି ବି ବ୍ୟର୍ଥ
ସଂକଳ୍ପ ବା ପୁରୁଣା ସଂସ୍କାରର ସମ୍ବନ୍ଧ ଦେହ ଅଭିମାନ ସହିତ ରହିଛି ଏବଂ ଆତ୍ମିକ ସ୍ୱରୂପର
ସଂସ୍କାର ବାବାଙ୍କ ସମାନ ହୋଇଥିବ । ବାବା ଯେପରି ସର୍ବଦା ବିଶ୍ୱ କଲ୍ୟାଣକାରୀ, ପରୋପକାରୀ,
ଦୟାଶୀଳ ଏବଂ ବରଦାତା ଅଟନ୍ତି... ସେହିଭଳି ତୁମମାନଙ୍କର ସଂସ୍କାର ମଧ୍ୟ ବାବାଙ୍କ ସମାନ
ସ୍ୱାଭାବିକ ହୋଇଯାଉ । ତେବେ ସଂସ୍କାରରେ ପରିଣତ ହେବାର ଅର୍ଥ ହେଲା ସଂକଳ୍ପ, ବାଣୀ, କର୍ମ ସେହି
ଅନୁସାରେ ଚାଲିବା, କାହିଁକିନା ଜୀବନରେ ସଂସ୍କାର ଏକ ଚାବୀ ସଦୃଶ ଅଟେ ଯାହାଦ୍ୱାରା ମନୁଷ୍ୟ ସ୍ୱତଃ
ହିଁ ସେହିଭଳି ଚାଲିବାକୁ ଲାଗିଥାଏ, ଆଉ ମେହନତ କରିବାର ଆବଶ୍ୟକତା ନ ଥାଏ ।
ସ୍ଲୋଗାନ:-
ଆତ୍ମିକ
ସ୍ଥିତିରେ ସ୍ଥିତ ରହି ନିଜର ରଥ ଅର୍ଥାତ୍ ଶରୀର ଦ୍ୱାରା କାର୍ଯ୍ୟ କରାଉଥିବା ଆତ୍ମାମାନେ ହିଁ
ସଚ୍ଚା ପୁରୁଷାର୍ଥୀ ଅଟନ୍ତି ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।
ବାବା ଯେପରି ତୁମମାନଙ୍କୁ
ବିଶ୍ୱର କୋଣ ଅନୁକୋଣରୁ ଖୋଜି ବାହାର କରିଛନ୍ତି, ଅନେକ ବୃକ୍ଷର ଶାଖାଗୁଡିକ ଏବେ ଗୋଟିଏ ଚନ୍ଦନର
ବୃକ୍ଷ ପାଲଟିଯାଇଛି । ଲୋକମାନେ ତ କହୁଛନ୍ତି - ଦୁଇ ଚାରିଜଣ ମାତା ମଧ୍ୟ ଏକାଠି ରହିପାରିବେ ନାହିଁ,
କିନ୍ତୁ ତୁମେମାନେ ସାରା ବିଶ୍ୱରେ ଏକତା ସ୍ଥାପନ କରିବାର ନିମିତ୍ତ ଅଟ, ତୁମମାନଙ୍କର ଏହିଭଳି
ପାରସ୍ପରିକ ଏକତା ହିଁ ବାବାଙ୍କର ପ୍ରତ୍ୟକ୍ଷତା କରିବ ।