04.06.24          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ବର୍ତ୍ତମାନ ଏହି ଛି-ଛି ଅର୍ଥାତ୍ ବିକାରୀ ଦୁନିଆରେ ନିଆଁ ଲାଗିବ ସେଥିପାଇଁ ଶରୀର ସହିତ ଯାହାକୁ ବି ତୁମେ ମୋର-ମୋର ବୋଲି କହୁଛ ସେଗୁଡିକୁ ଭୁଲି ଯିବାକୁ ହେବ, ସେଥିରୁ ମୋହ ତୁଟାଇ ଦେବାକୁ ହେବ ।

ପ୍ରଶ୍ନ:-
ବାବା ତୁମକୁ ଏହି ଦୁଃଖଧାମ ପ୍ରତି କାହିଁକି ଘୃଣା ସୃଷ୍ଟି କରାଉଛନ୍ତି?

ଉତ୍ତର:-
କାହିଁକି ନା ତୁମକୁ ଶାନ୍ତିଧାମ-ସୁଖଧାମକୁ ଯିବାକୁ ହେବ । ଏହି ବିକାରୀ ଦୁନିଆରେ ଏବେ ରହିବାର ହିଁ ନାହିଁ । ତୁମେ ଜାଣିଛ ଆତ୍ମା ଶରୀରଠାରୁ ଅଲଗା ହୋଇ ଘରକୁ ଯିବ, ସେଥିପାଇଁ ଏହି ଶରୀରକୁ କାହିଁକି ଦେଖିବା । କାହାରି ନାମ ରୂପ ଆଡକୁ ମଧ୍ୟ ବୁଦ୍ଧି ନ ଯାଉ । ଯଦି ତୁମର ବିକାରୀ ସଂକଳ୍ପ ଆସୁଛି ତେବେ ମଧ୍ୟ ପଦ ଭ୍ରଷ୍ଟ ହୋଇଯିବ ।

ଓମ୍ ଶାନ୍ତି ।
ଶିବବାବା ନିଜର ସନ୍ତାନ, ଆତ୍ମାମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି । ଆତ୍ମା ହିଁ ସବୁ ଶୁଣିଥାଏ, ତେଣୁ ନିଜକୁ ଆତ୍ମା ନିଶ୍ଚୟ କରିବାକୁ ହେବ । ନିଶ୍ଚୟ କରି ପୁଣି ଏହି କଥା ବୁଝାଇବାକୁ ହେବ ଯେ ଅବିନାଶୀ ବାବା ସମସ୍ତଙ୍କୁ ନେଇଯିବା ପାଇଁ ଆସିଛନ୍ତି । ବାବା ଆମକୁ ଦୁଃଖର ବନ୍ଧନରୁ ମୁକ୍ତ କରି ସୁଖର ସମ୍ବନ୍ଧକୁ ନେଇଯାଉଛନ୍ତି । ସୁଖକୁ ସମ୍ବନ୍ଧ, ଦୁଃଖକୁ ବନ୍ଧନ କୁହାଯାଇଥାଏ । ଏବେ ଏଠାକାର କୌଣସି ବି ନାମ ରୂପ ଆଦିରେ ମନ ଲଗାଅ ନାହିଁ, ନିଜ ଘରକୁ ଯିବାର ପ୍ରସ୍ତୁତି କର, ଅବିନାଶୀ ବାବା ଆସିଛନ୍ତି, ସମସ୍ତ ଆତ୍ମାମାନଙ୍କୁ ନେଇଯିବା ପାଇଁ, ସେଥିପାଇଁ ଏଠାରେ କାହା ସହିତ ମନ ଲଗାଇବା ଉଚିତ୍ ନୁହେଁ । ଏସବୁ ହେଲା ଏଠାକାର ବିକାରୀ ବନ୍ଧନ, ତୁମେ ଏବେ ଜାଣୁଛ ଆମେ ପବିତ୍ର ହେବାକୁ ଯାଉଛୁ । ତେଣୁ ଆମର ଏହି ଶରୀରକୁ କେହି ବି ବିକାରୀ ବିଚାରଧାରା ନେଇ ହାତ ନ ଲଗାନ୍ତୁ । ଆମର ଏବେ ଏହିଭଳି ବିଚାର ହିଁ ସମାପ୍ତ ହୋଇଯାଉଛି । ପବିତ୍ର ହେବା ବିନା ଆମେ ଘରକୁ ଫେରି ପାରିବା ନାହିଁ । ଯଦି ନ ସୁଧୁରିବ ତେବେ ଦଣ୍ଡ ଭୋଗ କରିବାକୁ ପଡିବ । ବର୍ତ୍ତମାନ ସବୁ ଆତ୍ମାମାନେ ସୁଧୁରି ନାହାଁନ୍ତି । ଶରୀର ଦ୍ୱାରା ବିକାରୀ କାର୍ଯ୍ୟ କରୁଛନ୍ତି, ବିକାରୀ ଦେହଧାରୀଙ୍କ ସହିତ ମନ ଲାଗି ରହୁଛି । ବାବା ଆସି କହୁଛନ୍ତି - ଏହି ସବୁ ଖରାପ ବିଚାରକୁ ଛାଡ । ଆତ୍ମାକୁ ଶରୀରଠାରୁ ଅଲଗା ହୋଇ ଘରକୁ ଯିବାକୁ ହେବ, ଏହା ହେଉଛି ବହୁତ ଖରାପ ବିକାରୀ ଦୁନିଆ, ଏଠାରେ ଆମକୁ ବର୍ତ୍ତମାନ ରହିବାର ନାହିଁ । କାହାକୁ ଦେଖିବାକୁ ମଧ୍ୟ ଇଚ୍ଛା ହେଉନାହିଁ । ଏବେ ବାବା ଆମକୁ ସ୍ୱର୍ଗକୁ ନେଇଯିବା ପାଇଁ ଆସିଛନ୍ତି । ବାବା କହୁଛନ୍ତି - ପିଲେ, ନିଜକୁ ଆତ୍ମ ନିଶ୍ଚୟ କର । ପବିତ୍ର ହେବା ପାଇଁ ବାବାଙ୍କୁ ମନେପକାଅ । କୌଣସି ଦେହଧାରୀ ସହିତ ମନ ଲଗାଅ ନାହିଁ । ତୁମର ସମସ୍ତଙ୍କଠାରୁ ମମତା ବିଲ୍‌କୁଲ୍ ତୁଟିଯିବା ଉଚିତ୍ । ସ୍ତ୍ରୀ-ପୁରୁଷଙ୍କ ଭିତରେ ବହୁତ ପ୍ରେମ ରହିଥାଏ, ପରସ୍ପରଠାରୁ ଅଲଗା ହୋଇ ପାରନ୍ତି ନାହିଁ । ଏବେ ତ ନିଜକୁ ଆତ୍ମା ଭାଇ ଭାଇ ମନେ କରିବାକୁ ହେବ । ସେଥିପାଇଁ ବିକାରୀ ବିଚାରଧାରା ରହିବା ଉଚିତ୍ ନୁହେଁ । ବାବା ବୁଝାଉଛନ୍ତି - ଏବେ ଏହା ହେଉଛି ବେଶ୍ୟାଳୟ । ବିକାର ପାଇଁ ହିଁ ତୁମେମାନେ ଆଦି-ମଧ୍ୟ-ଅନ୍ତ ଦୁଃଖ ଭୋଗ କରୁଛ । ବାବା ତୁମକୁ ବହୁତ ବୈରାଗ୍ୟ ଦିଆଉଛନ୍ତି, ଏବେ ତୁମେ ଏହି ବିଷୟ ସାଗରରୁ କ୍ଷୀର ସାଗରକୁ ଯିବା ପାଇଁ ଷ୍ଟିମରରେ ବସିଛ । ଆତ୍ମା ଜାଣୁଛି ଯେ, ଏବେ ମୁଁ ବାବାଙ୍କ ପାଖକୁ ଯାଉଛି । ବର୍ତ୍ତମାନ ଏହି ପୁରୁଣା ଦୁନିଆରୁ ବୈରାଗ୍ୟ ଆସୁଛି, ଏହି ବିକାରୀ ଦୁନିଆ, ନର୍କ ବେଶ୍ୟାଳୟରେ ଆମର ଆଉ ରହିବାର ନାହିଁ । ଖରାପ ବିଚାର ଆସିବା ମଧ୍ୟ ବହୁତ ଖରାପ, ଏହା ଦ୍ୱାରା ମଧ୍ୟ ପଦ ଭ୍ରଷ୍ଟ ହୋଇଯିବ । ବାବା କହୁଛନ୍ତି ମୁଁ ତୁମକୁ ପବିତ୍ର ଦୁନିଆ, ସୁଖଧାମକୁ ନେଇଯିବା ପାଇଁ ଆସିଛି । ବାବା କହୁଛନ୍ତି - ମୁଁ ତୁମକୁ ଏହି ବେଶ୍ୟାଳୟରୁ ଉଦ୍ଧାର କରି ଶିବାଳୟକୁ ନେଇଯିବି ତେଣୁ ତୁମର ବୁଦ୍ଧିର ଯୋଗ ନୂଆ ଦୁନିଆ ସହିତ ରହିବା ଉଚିତ୍ । ତେବେ ତୁମକୁ କେତେ ଖୁସିରେ ରହିବା ଦରକାର । ବେହଦର ବାବା ଆମକୁ ଏହି ରାଜଯୋଗର ପାଠ ପଢ଼ାଉଛନ୍ତି, ଏହି ବେହଦର ସୃଷ୍ଟିଚକ୍ର କିପରି ଘୂରୁଛି ଏହା ତ ତୁମର ବୁଦ୍ଧିରେ ଅଛି । ସୃଷ୍ଟିଚକ୍ରକୁ ଜାଣିବା ଦ୍ୱାରା ଅର୍ଥାତ୍ ସ୍ୱଦର୍ଶନ ଚକ୍ରଧାରୀ ହେବା ଦ୍ୱାରା ତୁମେ ଚକ୍ରବର୍ତ୍ତୀ ରାଜା ହେବ । ଯଦି ଦେହଧାରୀ ସହିତ ବୁଦ୍ଧି ଲଗାଇଲ ତେବେ ତୁମର ପଦ ଭ୍ରଷ୍ଟ ହୋଇଯିବ । ତେଣୁ କୌଣସି ବି ଦେହର ସମ୍ବନ୍ଧ ମଧ୍ୟ ଯେପରି ମନେନପଡୁ । ଏହା ତ ଦୁଃଖର ଦୁନିଆ, ଏଠାରେ ସମସ୍ତେ ଦୁଃଖଦାୟୀ ଅଟନ୍ତି ।

ବାବା ସମସ୍ତଙ୍କୁ ଏହି ବିକାରୀ ଦୁନିଆରୁ ନେଇ ଯାଉଛନ୍ତି, ସେଥିପାଇଁ ଏବେ ବୁଦ୍ଧିଯୋଗ ନିଜର ଘରେ ଲଗାଇବାକୁ ହେବ । ମନୁଷ୍ୟମାନେ ମୁକ୍ତି ପାଇବା ପାଇଁ ଭକ୍ତି କରୁଛନ୍ତି । ତୁମେମାନେ ମଧ୍ୟ କହୁଛ - ଆମ ଆତ୍ମାମାନଙ୍କୁ ଏଠାରେ ରହିବାର ନାହିଁ । ଆମେ ଏହି ବିକାରୀ ଶରୀର ଛାଡି ନିଜର ଘରକୁ ଯିବୁ, ଏହି ଶରୀର ତ ପୁରୁଣା ଜୋତା ସଦୃଶ । ତେବେ ବାବାଙ୍କ ସ୍ମୃତିରେ ରହି ରହି ଏହି ଶରୀରକୁ ମଧ୍ୟ ତ୍ୟାଗ କରିଦେବୁ । ଅନ୍ତିମ ସମୟରେ ବାବାଙ୍କ ବ୍ୟତୀତ ଅନ୍ୟ କିଛି ଯେପରି ମନେ ନ ପଡୁ । ଏହି ଶରୀର ମଧ୍ୟ ଏହିଠାରେ ଛାଡିବାକୁ ପଡିବ । ଶରୀର ଗଲା ତ ସବୁକିଛି ଗଲା । ଦେହ ସହିତ ଯାହାକିଛି ବି ଅଛି, ତୁମେ ଯାହାକୁ ମୋର ମୋର କହୁଛ ସେ ସବୁକୁ ଭୁଲି ଯିବାକୁ ହେବ । ଏହି ବିକାରୀ ଦୁନିଆର ବିନାଶ ହେବ, ସେଥିପାଇଁ ଏଥିରେ ଏବେ ମନ ଲଗାଇବା ଉଚିତ୍ ନୁହେଁ । ବାବା କହୁଛନ୍ତି - ମିଠା ମିଠା ପିଲାମାନେ, ମୁଁ ତୁମ ପାଇଁ ସ୍ୱର୍ଗର ସ୍ଥାପନା କରୁଛି । ସେଠାରେ ତୁମେମାନେ ହିଁ ଯାଇରହିବ । ଏବେ ତୁମର ମୁଖ ସ୍ୱର୍ଗ ଆଡକୁ ରହିଛି । ତେଣୁ ତୁମକୁ ବାବାଙ୍କୁ, ଘରକୁ, ସ୍ୱର୍ଗକୁ ମନେପକାଇବାକୁ ହେବ । ଏବେ ଏହି ଦୁଃଖଧାମ ଏବଂ ଏହି ଶରୀର ପ୍ରତି ଘୃଣାଭାବ ଆସୁଛି । ବିବାହ କରିବାର କଣ ଆବଶ୍ୟକତା ଅଛି, ବିବାହ କରିବା ଦ୍ୱାରା ପୁଣି ଶରୀର ସହିତ ମନ ଲାଗିଯାଇଥାଏ । ବାବା କହୁଛନ୍ତି ଏହି ଶରୀର ରୂପୀ ପୁରୁଣା ଜୋତା ସହିତ କିଛି ବି ସ୍ନେହ ରଖନାହିଁ । ଏହା ହେଉଛି ବେଶ୍ୟାଳୟ, ଏଠାରେ ସମସ୍ତେ ପତିତ କାହିଁକି ନା ଏହା ରାବଣ ରାଜ୍ୟ ଅଟେ । ତେଣୁ ବାବାଙ୍କ ବ୍ୟତୀତ କାହା ସହିତ ମନ ଲଗାଇବା ଉଚିତ୍ ନୁହେଁ । ବାବାଙ୍କୁ ମନେ ନ ପକାଇଲେ ଜନ୍ମ ଜନ୍ମାନ୍ତରର ପାପ କଟିବ ନାହିଁ । ପୁଣି ଦଣ୍ଡ ମଧ୍ୟ ବହୁତ କଠୋର ହୋଇଯିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ତେବେ କାହିଁକି ଏହି କଳିଯୁଗୀ ବନ୍ଧନକୁ ଛାଡି ନ ଦେବା । ବାବା ସମସ୍ତଙ୍କ ପାଇଁ ଏହି ବେହଦର କଥା ଶୁଣାଉଛନ୍ତି । ଯେତେବେଳେ ରଜଃପ୍ରଧାନ ସନ୍ନ୍ୟାସୀ ଥିଲେ ସେତେବେଳେ ଏହି ଦୁନିଆ ଖରାପ ନଥିଲା । ସେମାନେ ଯାଇ ଜଙ୍ଗଲରେ ରହୁଥିଲେ । ତାଙ୍କ ପ୍ରତି ସମସ୍ତଙ୍କର ଆକର୍ଷଣ ରହିଥିଲା, ମନୁଷ୍ୟମାନେ ଜଙ୍ଗଲକୁ ଯାଇ ତାଙ୍କୁ ଖାଦ୍ୟ ଦେଇ ଆସୁଥିଲେ । ସେମାନେ ଜଙ୍ଗଲରେ ନିର୍ଭିକ ହୋଇ ରହୁଥିଲେ । ତୁମକୁ ଏବେ ନିର୍ଭୟ ହୋଇ ରହିବାକୁ ହେବ, ଏଥିରେ ବୁଦ୍ଧି ବହୁତ ବିଶାଳ ହେବା ଦରକାର । ବାବାଙ୍କ ପାଖକୁ ଆସିଲେ, ପିଲାମାନେ ଖୁସି ହୁଅନ୍ତି । ଆମେ ବେହଦ ବାବାଙ୍କଠାରୁ ସୁଖଧାମର ବର୍ସା ନେଉଛୁ । ଏଠାରେ ତ କେତେ ଦୁଃଖ ରହିଛି । କେତେ ଦୁର୍ଗନ୍ଧଯୁକ୍ତ ରୋଗ ଆଦି ହେଉଛି । ବାବା ଗ୍ୟାରେଣ୍ଟି ଦେଉଛନ୍ତି - ମୁଁ ତୁମକୁ ଏଭଳି ସ୍ଥାନକୁ ନେଇଯାଉଛି, ଯେଉଁଠାରେ ଦୁଃଖ, ରୋଗ ଆଦିର ନାମ ମଧ୍ୟ ରହିବ ନାହିଁ । ବାବା ଅଧାକଳ୍ପ ପାଇଁ ତୁମକୁ ସ୍ୱାସ୍ଥ୍ୟବାନ କରୁଛନ୍ତି । ଏଠାରେ ଯଦି କାହା ସହିତ ମନ ଲଗାଇଲ ତେବେ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ।

ତୁମେ ସେମାନଙ୍କୁ ବୁଝାଇ ପାରିବ, ଯେଉଁ ଲୋକମାନେ କହୁଛନ୍ତି ୩ ମିନିଟ୍ ସାଇଲେନ୍ସରେ ରୁହ, ତେବେ ସେମାନଙ୍କୁ କୁହ, କେବଳ ସାଇଲେନ୍ସରେ ରହିଲେ କଣ ହେବ । ଏଠାରେ ତ ବାବାଙ୍କୁ ମନେ ପକାଇବାକୁ ହେବ, ଯାହା ଦ୍ୱାରା ବିକର୍ମ ବିନାଶ ହୋଇଯିବ । ସାଇଲେନ୍ସର ବରଦାତା ହେଉଛନ୍ତି ବାବା । ତାଙ୍କୁ ମନେପକାଇବା ବିନା ଶାନ୍ତି କିପରି ମିଳିବ? ତାଙ୍କୁ ମନେପକାଇଲେ ହିଁ ସମ୍ପତ୍ତି ମିଳିବ । ଶିକ୍ଷକଙ୍କୁ ମଧ୍ୟ ବହୁତ ପାଠ ପଢ଼ାଇବାକୁ ହେବ । ତେଣୁ ସେଥିରେ ଲାଗି ପଡିବା ଉଚିତ୍‌, ଏଥିରେ କେହି କିଛି ବି କହିବେ ନାହିଁ । ତୁମେ ବାବାଙ୍କର ହୋଇଛ ତେଣୁ ଖାଇବା ପାଇଁ ତ ମିଳିବ, ପୁଣି ଶରୀର ନିର୍ବାହ ପାଇଁ ବହୁତ ମିଳିବ । ଯେପରି କନ୍ୟା ବେଦାନ୍ତୀକୁ ଦେଖ, ସିଏ ପରୀକ୍ଷା ଦେଇଥିଲେ, ସେଥିରେ ଗୋଟିଏ ପଏଣ୍ଟ ଥିଲା - ଗୀତାର ଭଗବାନ କିଏ? ସିଏ ପରମପିତା ପରମାତ୍ମା ଶିବ ଲେଖିବାରୁ ତାକୁ ଫେଲ୍ କରାଇ ଦେଲେ ଏବଂ ଯେଉଁମାନେ କୃଷ୍ଣଙ୍କର ନାମ ଲେଖିଥିଲେ ତାଙ୍କୁ ପାସ୍ କରାଇଦେଲେ । ସିଏ ସତ୍ୟ ଲେଖିଲେ ମଧ୍ୟ ନ ଜାଣିବା କାରଣରୁ ତାକୁ ଫେଲ୍ କରିଦେଲେ । ପୁଣି ଲଢ଼ିବାକୁ ପଡିବ, ମୁଁ ତ ସତ୍ୟ ସତ୍ୟ ଲେଖିଥିଲି ଗୀତାର ଭଗବାନ ନିରାକାର ପରମପିତା ପରମାତ୍ମା ଅଟନ୍ତି । ଦେହଧାରୀ କୃଷ୍ଣ ତ ପରମାତ୍ମା ହୋଇପାରିବେ ନାହିଁ । କିନ୍ତୁ ଝିଅର ମନ ଥିଲା ଏହି ଈଶ୍ୱରୀୟ ସେବା କରିବା ପାଇଁ, ତେଣୁ ପାଠପଢା ଛାଡି ଦେଲେ ।

ତୁମେ ଜାଣିଛ ଆମକୁ ବାବାଙ୍କ ସ୍ମୃତିରେ ରହି ରହି ଏହି ଶରୀରକୁ ମଧ୍ୟ ଛାଡି ସାଇଲେନ୍ସ ଦୁନିଆକୁ ଯିବାକୁ ହେବ । ବାବାଙ୍କୁ ମନେ ପକାଇବା ଦ୍ୱାରା ସ୍ୱାସ୍ଥ୍ୟ-ସମ୍ପତ୍ତି ଉଭୟ ମିଳିଥାଏ । ଭାରତରେ ଦିନେ ଶାନ୍ତି, ସମୃଦ୍ଧି ସବୁ କିଛି ଥିଲା ନା । ଏ ସବୁ କଥା ତୁମେ କୁମାରୀମାନେ ବସି ବୁଝାଇଲେ ତୁମର କେହି ବି ନାମ ମଧ୍ୟ ନେବେ ନାହିଁ । ଯଦି କେହି ସାମ୍‌ନା କରୁଛନ୍ତି ତେବେ ତୁମେ କାଇଦାର ସହିତ ଲଢ଼, ବଡ ବଡ ଅଫିସରମାନଙ୍କ ପାଖକୁ ଯାଅ । କଣ କରିବେ? ଏପରି ନୁହେଁ ଯେ ତୁମେ ଭୋକରେ ମରିବ? ତୁମେ କଦଳୀ, ଦହି ଲଗାଇ ମଧ୍ୟ ରୁଟୀ ଖାଇପାରିବ । ମନୁଷ୍ୟ ପେଟ ପାଇଁ କେତେ ପାପ କରୁଛନ୍ତି । ବାବା ଆସି ସମସ୍ତଙ୍କୁ ପାପ ଆତ୍ମାରୁ ପୁଣ୍ୟ ଆତ୍ମା କରୁଛନ୍ତି । ଏଥିରେ ପାପ କରିବା, ମିଛ କହିବାର କୌଣସି ଆବଶ୍ୟକତା ନାହିଁ । ତୁମକୁ ତ ଚାରି ଭାଗରୁ ତିନି ଭାଗ ସୁଖ ମିଳୁଛି ବାକି ଗୋଟିଏ ଭାଗ ତୁମେ ଦୁଃଖ ଭୋଗ କରୁଛ । ଏବେ ବାବା କହୁଛନ୍ତି - ମଧୁର ସନ୍ତାନମାନେ ତୁମେ ମୋତେ ମନେପକାଇଲେ ତୁମର ଜନ୍ମ ଜନ୍ମାନ୍ତରର ପାପ ଭସ୍ମ ହୋଇଯିବ । ପାପ ଭସ୍ମ କରିବାର ଆଉ କୌଣସି ଉପାୟ ନାହିଁ । ଭକ୍ତିମାର୍ଗରେ ତୁମେ ବହୁତ ଧକ୍କା ଖାଉଛ । ଶିବଙ୍କର ପୂଜା ତ ଘରେ ମଧ୍ୟ କରିପାରିବ କିନ୍ତୁ ତଥାପି ବି ବାହାର ମନ୍ଦିରକୁ ନିଶ୍ଚିତ ଭାବରେ ଯାଇଥାନ୍ତି । ଏଠାରେ ତ ତୁମକୁ ବାବା ମିଳିଛନ୍ତି ସେଥିପାଇଁ ଚିତ୍ର ରଖିବାର କୌଣସି ଆବଶ୍ୟକତା ନାହିଁ । ବାବାଙ୍କୁ ତୁମେ ଜାଣିଛ ସିଏ ଆମର ଅବିନାଶୀ ପିତା ଅଟନ୍ତି, ଯିଏକି ପିଲାମାନଙ୍କୁ ସ୍ୱର୍ଗର ରାଜତ୍ୱ, ସମ୍ପତ୍ତି ରୂପରେ ଦେଉଛନ୍ତି । ତୁମେ ଆସୁଛ ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ, ଏଠାରେ କୌଣସି ଶାସ୍ତ୍ର ଆଦି ପଢ଼ିବାର କଥା ନାହିଁ, କେବଳ ବାବାଙ୍କୁ ମନେ ପକାଇବାକୁ ହେବ । ବାବା ବାସ୍ ଆମେ ଆସିଲୁ କି ଆସିଲୁ । ତୁମର ଘର ଛାଡିବା କେତେ ସମୟ ହେଲାଣି? ସୁଖଧାମକୁ ଛାଡିବା ୬୩ ଜନ୍ମ ହେଲାଣି । ଏବେ ବାବା କହୁଛନ୍ତି ଶାନ୍ତିଧାମ, ସୁଖଧାମକୁ ଚାଲ । ଏହି ଦୁଃଖଧାମକୁ ଭୁଲିଯାଅ । ଶାନ୍ତିଧାମ, ସୁଖଧାମକୁ ମନେ ପକାଅ । ଏଥିରେ ଆଉ କୌଣସି କଷ୍ଟକର କଥା ନାହିଁ । ଶିବବାବାଙ୍କୁ କୌଣସି ଶାସ୍ତ୍ର ଆଦି ପଢ଼ିବାର ଆବଶ୍ୟକତା ନାହିଁ, ଏହି ବ୍ରହ୍ମା ପଢ଼ିଛନ୍ତି । ତୁମକୁ ତ ଏବେ ଶିବବାବା ପଢ଼ାଉଛନ୍ତି, ଏହି ବ୍ରହ୍ମା ମଧ୍ୟ ପଢ଼ାଇ ପାରିବେ । କିନ୍ତୁ ତୁମେ ସର୍ବଦା ଭାବ ଶିବବାବା ପଢ଼ାଉଛନ୍ତି । ତାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ ଏବଂ ମଝିରେ ଏହି ବ୍ରହ୍ମା ମଧ୍ୟ ଅଛନ୍ତି ।

ଏବେ ବାବା କହୁଛନ୍ତି - ସମୟ ବହୁତ କମ୍ ଅଛି, ଅଧିକ ନାହିଁ । ଏଭଳି ବିଚାର କରନାହିଁ ଯେ ଯାହା ଭାଗ୍ୟରେ ଯାହା ଥିବ, ତାହା ମିଳିବ । ସ୍କୁଲ୍‌ରେ ପଢ଼ିବାର ପୁରୁଷାର୍ଥ କରିଥାନ୍ତି ନା । କଣ ଏଭଳି କହିବା ଉଚିତ୍ ଯେ ଯାହା ଭାଗ୍ୟରେ ଥିବ... ଯଦି ଏବେ ନ ପଢ଼ିବ ତେବେ ଜନ୍ମ ଜନ୍ମାନ୍ତର ଦାସ ଦାସୀ ହେବ । ସେମାନଙ୍କୁ ରାଜତ୍ତ୍ୱ ମିଳି ପାରିବ ନାହିଁ । ଯଦିଓ ଅନ୍ତିମ ସମୟରେ ରାଜତ୍ୱ ମିଳିବ କିନ୍ତୁ ତାହା ମଧ୍ୟ ତ୍ରେତା ଯୁଗରେ । ମୂଳକଥା ହେଲା - ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ପବିତ୍ର କରିବା । ସତ୍ୟ ନାରାୟଣଙ୍କର ସତ୍ୟକଥା ଶୁଣାଇବା ବହୁତ ସହଜ । ଆମର ଦୁଇ ଜଣ ପିତା ଅଛନ୍ତି, ହଦର ପିତାଙ୍କଠାରୁ ହଦର ସମ୍ପତ୍ତି ଏବଂ ବେହଦର ପିତାଙ୍କଠାରୁ ବେହଦର ସମ୍ପତ୍ତି ମିଳୁଛି । ତୁମେ ବେହଦର ପିତାଙ୍କୁ ମନେପକାଇଲେ ଏହିଭଳି ଦେବତା ହେବ । କିନ୍ତୁ ଏଥିରେ ମଧ୍ୟ ଉଚ୍ଚ ପଦ ପାଇବାକୁ ହେବ । ବର୍ତ୍ତମାନ ବିନାଶୀ ପଦ ପାଇଁ କେତେ ମାର୍‌ପିଟ୍ କରୁଛନ୍ତି । ଅନ୍ତିମ ସମୟରେ ପରସ୍ପରକୁ ପରମାଣୁ ବୋମାର ସହଯୋଗ ମଧ୍ୟ ଦେବେ । ପ୍ରଥମେ ଏତେ ସବୁ ଧର୍ମ ନ ଥିଲା, ଆଗକୁ ମଧ୍ୟ ରହିବ ନାହିଁ । ତୁମେ ଯଦି ରାଜ୍ୟ କରିବ ତେବେ ନିଜ ଉପରେ ନିଜେ ଦୟା କର ନା - ଅତି କମ୍‌ରେ ଉଚ୍ଚ ପଦ ତ ପାଅ । କନ୍ୟାମାନେ ୮ ଅଣା ମଧ୍ୟ ଦେଉଛନ୍ତି - ଆମର ଗୋଟିଏ ଇଟା ଲଗାଇ ଦିଅ । ସୁଦାମାର ଉଦାହରଣ ଶୁଣିଛ ନା । ମୁଠାଏ ଚାଉଳ ବଦଳରେ ମହଲ ମିଳିଗଲା । ଗରିବମାନଙ୍କ ପାଖରେ ୮ ଅଣା ହିଁ ଅଛି ତେଣୁ ତାହା ହିଁ ଦେବେ ନା । କହୁଛନ୍ତି ବାବା ଆମେ ଗରିବ ଅଟୁ । ଏବେ ତୁମେମାନେ ସଚ୍ଚା ରୋଜଗାର କରୁଛ । ଏଠାରେ ସମସ୍ତେ ମିଥ୍ୟା ରୋଜଗାର କରୁଛନ୍ତି । ଯାହା କିଛି ଦାନ ପୁଣ୍ୟ ଆଦି କରୁଛନ୍ତି ତାହା ପାପ ଆତ୍ମାମାନଙ୍କୁ ହିଁ କରୁଛନ୍ତି । ତେଣୁ ସେମାନଙ୍କର ପୁଣ୍ୟ ବଦଳରେ ପାପ ହୋଇଯାଉଛି । ଯିଏ ପଇସା ଦେଉଛନ୍ତି ସେମାନଙ୍କ ଉପରେ ମଧ୍ୟ ପାପ ହୋଇଯାଉଛି । ଏହିପରି କରି କରି ସମସ୍ତେ ପାପ ଆତ୍ମା ହୋଇଯାଉଛନ୍ତି । ସତ୍ୟଯୁଗରେ ହିଁ ପୁଣ୍ୟ ଆତ୍ମାମାନେ ଥାଆନ୍ତି, ତାହା ହେଲା ପୁଣ୍ୟ ଆତ୍ମାମାନଙ୍କର ଦୁନିଆ । ତେବେ ତାହା ତ ବାବା ହିଁ କରାଇବେ ନା । ରାବଣ ହିଁ ପାପ ଆତ୍ମା କରିଦେଉଛି, ସେଥିପାଇଁ ସମସ୍ତେ ବିକାରୀ ହୋଇଯାଇଛନ୍ତି । ଏବେ ବାବା କହୁଛନ୍ତି ଖରାପ କର୍ମ କରନାହିଁ । ନୂଆ ଦୁନିଆରେ ବିକାର ରହିବ ନାହିଁ, ତାର ନାମ ହିଁ ହେଉଛି ସ୍ୱର୍ଗ! ତେବେ ସ୍ୱର୍ଗ କହିବା ଦ୍ୱାରା ମୁଖରେ ପାଣି ଆସିଯାଉଛି । ଦେବତାମାନେ ଏଠାରେ ଆସି ଜନ୍ମ ନେଇ ଯାଇଛନ୍ତି, ସେଥିପାଇଁ ତାଙ୍କର ସ୍ମାରକୀ ରହିଛି । ଆତ୍ମା ତ ଅବିନାଶୀ । ତେବେ କେତେ ଢ଼େର ଅଭିନେତା ଅଛନ୍ତି, କେଉଁଠାରେ ତ ରହୁଥିବେ ନା, ଯେଉଁଠାରୁ ପୁଣି ଅଭିନୟ କରିବା ପାଇଁ ଆସୁଛନ୍ତି । ଏବେ କଳିଯୁଗରେ କେତେ ଢ଼େର ମନୁଷ୍ୟ ଅଛନ୍ତି । ବର୍ତ୍ତମାନ ସେହି ଦେବୀ-ଦେବତାମାନଙ୍କର ରାଜ୍ୟ ନାହିଁ । କାହାକୁ ବୁଝାଇବା ତ ବହୁତ ସହଜ । ଏବେ ପୁଣି ଗୋଟିଏ ଧର୍ମର ସ୍ଥାପନା ହେଉଛି, ବାକି ସବୁ ଶେଷ ହୋଇଯିବ । ତୁମେ ସ୍ୱର୍ଗରେ ଥିବା ସମୟରେ ଅନ୍ୟ କୌଣସି ଧର୍ମ ନଥିଲା । ଚିତ୍ରରେ ରାମଙ୍କ ହାତରେ ବାଣ ଧନୁ ତୀର ଥିବାର ଦେଖାଇଛନ୍ତି, କିନ୍ତୁ ସେଠାରେ ଧନୁ ତୀର ଆଦିର କୌଣସି କଥା ନାହିଁ । ଏକଥା ମଧ୍ୟ ତୁମେ ବର୍ତ୍ତମାନ ବୁଝିପାରୁଛ ଯେ, ଯିଏ କଳ୍ପ ପୂର୍ବରୁ ଯେଉଁ ସେବା କରିଥିଲେ ତାହା ହିଁ କରୁଛନ୍ତି । ଯିଏ ବହୁତ ସେବା କରିଥାନ୍ତି ସିଏ ବାବାଙ୍କୁ ବହୁତ ପ୍ରିୟ ଲାଗନ୍ତି । ଲୌକିକ ପିତାଙ୍କର ସନ୍ତାନମାନଙ୍କ ଭିତରେ ମଧ୍ୟ ଯିଏ ଭଲ ପଢ଼ନ୍ତି, ତାଙ୍କ ପ୍ରତି ବାପାଙ୍କର ଅଧିକ ସ୍ନେହ ରହିଥାଏ । ଯିଏ କେବଳ ଖାଇ ପିଇ ଲଢ଼େଇ ଝଗଡା କରୁଥିବେ ତାଙ୍କୁ କଣ କେବେ ସ୍ନେହ କରିପାରିବେ? ଯୋଗ୍ୟ ସେବାଧାରୀମାନେ ହିଁ ବାବାଙ୍କୁ ବହୁତ ଭଲ ଲାଗିଥାନ୍ତି ।

ଗୋଟିଏ କାହାଣୀ ଅଛି - ଦୁଇଟି ବିଲେଇ ଲଢ଼େଇ କଲେ, ଲହୁଣୀ କୃଷ୍ଣ ଖାଇଲେ । ତେଣୁ ସାରା ବିଶ୍ୱର ରାଜତ୍ୱ ରୂପକ ଲହୁଣୀ ତୁମକୁ ମିଳୁଛି । ତେଣୁ ଏବେ କୌଣସି ପ୍ରକାରର ଭୁଲ କରିବା ଉଚିତ ହେଁ । ବିକାରୀ ହେବା ଉଚିତ ନୁହେଁ । ତାପରେ ତୁମେ ନିଜର ରାଜତ୍ତ୍ୱ ହରାଅ ନାହିଁ । ବାବାଙ୍କର ନିର୍ଦ୍ଦେଶ ମିଳୁଛି, ଯଦି ତୁମେ ମୋତେ ମନେ ନ ପକାଇବ ତେବେ ପାପର ବୋଝ ବଢ଼ି ଚାଲିବ । ପୁଣି ବହୁତ ଦଣ୍ଡ ଭୋଗ କରିବାକୁ ପଡିବ । ବହୁତ କାନ୍ଦିବ । ତୁମକୁ ୨୧ ଜନ୍ମର ବାଦଶାହୀ ମିଳୁଛି । ଏଥିରେ ଫେଲ୍ ହେଲେ ବହୁତ କାନ୍ଦିବାକୁ ପଡିବ । ବାବା କହୁଛନ୍ତି ନା ବାପଘର, ନା ଶ୍ୱଶୂର ଘରକୁ ମନେପକାଇବାର ଅଛି । କେବଳ ଭବିଷ୍ୟତ ନୂଆ ଘରକୁ ମନେ ପକାଇବାକୁ ହେବ ।

ବାବା ବୁଝାଉଛନ୍ତି କାହାକୁ ଦେଖି ତା ପଛରେ ପାଗଳ ହୋଇଯାଅ ନାହିଁ । ତୁମକୁ ଫୁଲ ସମାନ ହେବାକୁ ପଡିବ । ଦେବତାମାନେ ଫୁଲ ଥିଲେ, କଳିଯୁଗରେ କଣ୍ଟା ହୋଇଯାଇଛନ୍ତି । ଏବେ ତୁମେ ସଙ୍ଗମ ଯୁଗରେ ଫୁଲ ହେଉଛ । କାହାକୁ ଦୁଃଖ ଦେବା ଉଚିତ୍ ନୁହେଁ । ଏଠାରେ ଯଦି ଏହିଭଳି ହେବ ତେବେ ଯାଇ ସତ୍ୟ ଯୁଗକୁ ଯିବ । ଆଚ୍ଛା-

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଅନ୍ତିମ ସମୟରେ ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ବି ମନେ ନ ପଡନ୍ତୁ, ସେଥିପାଇଁ ଏହି ଦୁନିଆରେ କାହା ସହିତ ମଧ୍ୟ ମନ ଲଗାଇବା ଉଚିତ୍ ନୁହେଁ । ଛି-ଛି ଶରୀରକୁ ଭଲ ପାଇବା ଉଚିତ୍ ନୁହେଁ । କଳିଯୁଗୀ ବନ୍ଧନଗୁଡିକୁ ତୁଟାଇ ଦେବା ଉଚିତ୍ ।

(୨) ବିଶାଳ ବୁଦ୍ଧି ହୋଇ ନିର୍ଭିକ ହେବାକୁ ପଡିବ । ପୁଣ୍ୟ ଆତ୍ମା ହେବା ପାଇଁ ଏବେ ଆଉ କୌଣସି ପାପ କର୍ମ କରିବା ଉଚିତ୍ ନୁହେଁ । ପେଟ ପାଇଁ ମିଛ କହିବା ଉଚିତ୍ ନୁହେଁ । ଚାଉଳ ମୁଠି ଈଶ୍ୱରୀୟ ସେବାରେ ସଫଳ କରି ସଚ୍ଚା ସଚ୍ଚା ରୋଜଗାର ଜମା କରିବାକୁ ହେବ, ନିଜ ଉପରେ ଦୟା କରିବାକୁ ହେବ ।

ବରଦାନ:-
ପରମାତ୍ମାଙ୍କ ସହିତ ଲଗନ ରଖି ନିଜକୁ ବା ବିଶ୍ୱକୁ ନିର୍ବଘ୍ନ କରୁଥିବା ତପସ୍ୱୀମୂରତ ହୁଅ ।

ଏକମାତ୍ର ପରମାତ୍ମାଙ୍କର ଲଗନରେ ରହିବା ଅର୍ଥାତ୍ ସ୍ନେହରେ ବୁଡି ରହିବା ହିଁ ତପସ୍ୟା ଅଟେ । ଏହି ତପସ୍ୟାର ବଳ ହିଁ ନିଜକୁ ଏବଂ ବିଶ୍ୱକୁ ସଦାକାଳ ପାଇଁ ନିର୍ବିଘ୍ନ କରିପାରିବ । ତେବେ ନିଜେ ନିର୍ବଘ୍ନ ରହିବା ଏବଂ ଆତ୍ମାମାନଙ୍କୁ ନିର୍ବିଘ୍ନ କରିବା ହିଁ ତୁମମାନଙ୍କର ପ୍ରକୃତ ସେବା, ଯାହାକି ଅନେକ ପ୍ରକାରର ବିଘ୍ନଠାରୁ ସର୍ବ ଆତ୍ମାମାନଙ୍କୁ ମୁକ୍ତ କରିଦିଏ । ଏହିଭଳି ସେବାଧାରୀ ପିଲାମାନେ ନିଜର ତପସ୍ୟା ଆଧାରରେ ବାବାଙ୍କଠାରୁ ଜୀବନ ମୁକ୍ତିର ବରଦାନ ନେଇ ଅନ୍ୟମାନଙ୍କୁ ପ୍ରାପ୍ତ କରାଇବାର ନିମିତ୍ତ ହୋଇଯାଆନ୍ତି ।

ସ୍ଲୋଗାନ:-
ବିକ୍ଷିପ୍ତ ହୋଇ ଯାଇଥିବା ସ୍ନେହକୁ ଏକତ୍ରିତ କରି ଏକମାତ୍ର ବାବାଙ୍କ ସହିତ ଯୋଡି ଦିଅ, ତେବେ ମେହନତ କରିବାରୁ ମୁକ୍ତ ହୋଇଯିବ ।