04.08.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କୁ ଫୁଲମାନଙ୍କର ରାଜା କରିବା ପାଇଁ ଆସିଛନ୍ତି, ସେଥିପାଇଁ ବିକାରର କୌଣସି ବି
ଦୁର୍ଗନ୍ଧ ତୁମ ଭିତରେ ରହିବା ଉଚିତ୍ ନୁହେଁ ।’’
ପ୍ରଶ୍ନ:-
ବିକାରର ଅଂଶକୁ
ସମାପ୍ତ କରିବା ପାଇଁ କେଉଁ ପୁରୁଷାର୍ଥ କରିବାକୁ ହେବ ?
ଉତ୍ତର:-
ନିରନ୍ତର ଅନ୍ତର୍ମୂଖୀ ହୋଇ ରହିବାର ପୁରୁଷାର୍ଥ କର । ଅନ୍ତର୍ମୂଖୀ ଅର୍ଥାତ୍ ଗୋଟିଏ ସେକେଣ୍ଡରେ
ଶରୀରରୁ ଅଲଗା ହେବା । ଏହି ଦୁନିଆର ସୁଧ-ବୁଦ୍ଧ ଅର୍ଥାତ୍ ଚେତନା ଯେପରି ବିଲ୍କୁଲ୍ ଭୁଲି
ହୋଇଯାଉଥିବ । ଗୋଟିଏ ସେକେଣ୍ଡରେ ଉପରକୁ ଯିବ ଏବଂ ଆସିବ । ଏହି ଅଭ୍ୟାସ ଦ୍ୱାରା ବିକାରର ଅଂଶ
ସମାପ୍ତ ହୋଇଯିବ । କର୍ମ କରୁଥିବା ସମୟରେ ମଝିରେ ମଝିରେ ଅନ୍ତମୂର୍ଖୀ ହୋଇଯାଅ, ଏପରି ଲାଗୁ ଯେପରି
ବିଲ୍କୁଲ୍ ନିସ୍ତବ୍ଧ ହୋଇଯାଇଛି । କୌଣସି ହଲଚଲ ନାହିଁ । ଏହି ସୃଷ୍ଟି ବିଲ୍କୁଲ୍ ନ ଥିବା ଭଳି
ଅନୁଭବ ହେଉ ।
ଓମ୍ ଶାନ୍ତି ।
ଏଠାରେ
ପ୍ରତ୍ୟେକଙ୍କୁ କୁହାଯାଉଛି ଯେ ଅଶରୀରୀ ହୋଇ ବାବାଙ୍କ ସ୍ମୃତିରେ ବସ ଏବଂ ତା ସହିତ ସୃଷ୍ଟିଚକ୍ରକୁ
ମଧ୍ୟ ମନେ ପକାଅ । ମନୁଷ୍ୟ ୮୪ ଜନ୍ମର ଚକ୍ରକୁ ବୁଝୁ ନାହାଁନ୍ତି । ବୁଝିବେ ହିଁ ନାହିଁ ।
ଯେଉଁମାନେ ୮୪ ଜନ୍ମର ଚକ୍ର ଲଗାଉଛନ୍ତି ସେହିମାନେ ହିଁ ବୁଝିବାକୁ ଆସିବେ । ତୁମକୁ ଏହା ହିଁ ମନେ
ରଖିବାକୁ ହେବ, ଏହାକୁ ସ୍ୱଦର୍ଶନ ଚକ୍ର କୁହାଯାଉଛି, ଯାହା ଦ୍ୱାରା ଆସୁରୀ ଖିଆଲ ସମାପ୍ତ ହୋଇଯିବ
। ଏପରି ନୁହେଁ ଯେ କୌଣସି ଅସୁର ବସିଛନ୍ତି ଯାହାଙ୍କର ଗଳା କଟିଯିବ । ମନୁଷ୍ୟ ସ୍ୱଦର୍ଶନ ଚକ୍ରର
ଅର୍ଥ ମଧ୍ୟ ବୁଝୁ ନାହାଁନ୍ତି । ଏହି ଜ୍ଞାନ ତୁମ ପିଲାମାନଙ୍କୁ ଏହିଠାରେ ହିଁ ମିଳୁଛି । କମଳ
ପୁଷ୍ପ ସମାନ ଗୃହସ୍ଥ ବ୍ୟବହାରରେ ରହି ପବିତ୍ର ହୁଅ । ଭଗବାନୁବାଚ ଅଟେ ନା । ଏହି ଗୋଟିଏ ଜନ୍ମ
ପବିତ୍ର ହେବା ଦ୍ୱାରା ଭବିଷ୍ୟତ ୨୧ ଜନ୍ମ ତୁମେ ପବିତ୍ର ଦୁନିଆର ମାଲିକ ହେବ । ସତ୍ୟଯୁଗକୁ
ଶିବାଳୟ କୁହାଯାଉଛି । କଳିଯୁଗ ହେଉଛି ବେଶ୍ୟାଳୟ । ଏହି ଦୁନିଆ ବଦଳୁଛି । ଏହା ଭାରତର ହିଁ କଥା
ଅଟେ । ଅନ୍ୟ କାହା କଥାରେ ମୁଣ୍ଡ ପୁରାଇବା ଅନୁଚିତ୍ । କହୁଛନ୍ତି ଜୀବଜନ୍ତୁଙ୍କର ଅବସ୍ଥା କ’ଣ
ହେବ? ଅନ୍ୟ ଧର୍ମର କ’ଣ ହେବ? କୁହ ପ୍ରଥମେ ନିଜ କଥା ତ ବୁଝ, ପଛରେ ଅନ୍ୟମାନଙ୍କର କଥା ।
ଭାରତବାସୀମାନେ ହିଁ ନିଜର ଧର୍ମକୁ ଭୁଲି ଦୁଃଖୀ ହୋଇଯାଇଛନ୍ତି । ଭାରତରେ ହିଁ ଡାକୁଛନ୍ତି ତୁମେ
ମାତା-ପିତା... ବିଲାତରେ ମାତା-ପିତା ଅକ୍ଷର କହି ନ ଥାନ୍ତି । ସେମାନେ କେବଳ ଗଡ୍ ଫାଦର ବୋଲି
କହିଥାନ୍ତି । ବାସ୍ତବରେ ଭାରତରେ ହିଁ ଅପାର ସୁଖ ଥିଲା, ଭାରତ ସ୍ୱର୍ଗ ଥିଲା - ଏ କଥା ମଧ୍ୟ ତୁମେ
ଜାଣିଛ । ବାବା ଆସି କଣ୍ଟାକୁ ଫୁଲ କରାଉଛନ୍ତି । ବାବାଙ୍କୁ ବାଗବାନ ଅର୍ଥାତ୍ ବଗିଚାର ମାଲିକ
କୁହାଯାଉଛି । ଡାକୁଛନ୍ତି - ହେ ପ୍ରଭୁ ଆପଣ ଆସି କଣ୍ଟାରୁ ଫୁଲ କରାନ୍ତୁ । ବାବା ଫୁଲର ବଗିଚା
କରୁଛନ୍ତି । ମାୟା ପୁଣି କଣ୍ଟାର ଜଙ୍ଗଲ କରିଦେଉଛି । ମନୁଷ୍ୟ ତ କହି ଦେଉଛନ୍ତି - ହେ ଈଶ୍ୱର
ତୁମର ମାୟା ବହୁତ ପ୍ରବଳ ଅଟେ । ନାଁ ଈଶ୍ୱରଙ୍କୁ, ନାଁ ମାୟାକୁ ସଠିକ୍ ରୂପରେ ଜାଣୁଛନ୍ତି । କେହି
ଜଣେ ଏହି ଅକ୍ଷର କହିଦେଇଦେଲେ ବାସ୍ ରିପିଟ୍ କରିଚାଲିଲେ । ଏହାର ଅର୍ଥ କିଛି ହେଲେ ନାହିଁ । ତୁମେ
ଜାଣିଛ ଏହା ହେଉଛି ଡ୍ରାମାର ଖେଳ - ରାମ ରାଜ୍ୟ ଏବଂ ରାବଣ ରାଜ୍ୟ । ରାମ ରାଜ୍ୟରେ ସୁଖ, ରାବଣ
ରାଜ୍ୟରେ ଦୁଃଖ ରହିଛି । ଏଠାକାର ହିଁ କଥା ଅଟେ । ଏହା କୌଣସି ପ୍ରଭୁଙ୍କର ମାୟା ନୁହେଁ । ମାୟା
କୁହାଯାଏ ୫ ବିକାରକୁ, ଯାହାକୁ ରାବଣ ବୋଲି କହୁଛନ୍ତି । ବାକି ମନୁଷ୍ୟ ତ ପୁନର୍ଜନ୍ମ ନେଇ ନେଇ
୮୪ ଜନ୍ମର ଚକ୍ରରେ ଆସିଥା’ନ୍ତି । ସତ୍ତ୍ୱଗୁଣୀରୁ ତମୋପ୍ରଧାନ ହେବାକୁ ପଡିବ । ବର୍ତ୍ତମାନ ସମୟରେ
ସମସ୍ତେ ବିକାରରୁ ଜନ୍ମ ହେଉଛନ୍ତି - ସେଥିପାଇଁ ବିକାରୀ କୁହାଯାଉଛି । ନାମ ବି ରହିଛି ବିକାରୀ
ଦୁନିଆ, ପୁଣି ନିର୍ବିକାରୀ ଦୁନିଆ ଅର୍ଥାତ୍ ପୁରୁଣା ଦୁନିଆରୁ ନୂଆ କିପରି ହେଉଛି, ଏହା ବୁଝିବା
ତ ସାଧାରଣ କଥା ଅଟେ । ନୂଆ ଦୁନିଆରେ ପ୍ରଥମେ ସ୍ୱର୍ଗ ଥିଲା । ପିଲାମାନେ ଜାଣିଛନ୍ତି ସ୍ୱର୍ଗର
ସ୍ଥାପନା ପରମପିତା ପରମାତ୍ମା କରିଥା’ନ୍ତି, ସେଠାରେ ଅସରନ୍ତି ସୁଖ ରହିଥାଏ । ଜ୍ଞାନ ଦ୍ୱାରା
ଦିନ, ଭକ୍ତି ଦ୍ୱାରା ରାତି କିପରି ହେଉଛି - ଏ କଥା ମଧ୍ୟ କେହି ବୁଝୁ ନାହାଁନ୍ତି । କହୁଛନ୍ତି
ବ୍ରହ୍ମା ତଥା ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣମାନଙ୍କର ଦିନ ପୁଣି ସେହି ବ୍ରାହ୍ମଣମାନଙ୍କର ରାତି
ହେଉଛି । ଦିନ ଏବଂ ରାତ୍ରି ଏହିଠାରେ ହିଁ ହେଉଛି, ଏକଥା କେହି ବୁଝୁ ନାହାଁନ୍ତି । ପ୍ରଜାପିତା
ବ୍ରହ୍ମାଙ୍କର ରାତ୍ରି, ତେବେ ନିଶ୍ଚୟ ତାଙ୍କର ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣମାନଙ୍କର ମଧ୍ୟ
ରାତ୍ରି ହେବ । ଅଧାକଳ୍ପ ଦିନ, ଅଧାକଳ୍ପ ରାତ୍ରି ହେଉଛି ।
ଏବେ ବାବା ଆସିଛନ୍ତି
ନିର୍ବିକାରୀ ଦୁନିଆ ତିଆରି କରିବା ପାଇଁ । ବାବା କହୁଛନ୍ତି - ପିଲାମାନେ, କାମ ମହାଶତ୍ରୁ ଅଟେ,
ତା’ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ସମ୍ପୂର୍ଣ୍ଣ ନିର୍ବିକାରୀ ପବିତ୍ର ହେବାକୁ ପଡିବ ।
ଅପବିତ୍ର ହୋଇଯିବାରୁ ତୁମେ ବହୁତ ପାପ କରିଛ । ଏହା ହେଉଛି ହିଁ ପାପ ଆତ୍ମାମାନଙ୍କର ଦୁନିଆ ।
ପାପ ନିଶ୍ଚୟ ଶରୀର ସହିତ କରିବେ, ତେବେ ତ ଯାଇ ପାପ ଆତ୍ମା ହେବେ । ଦେବତାମାନଙ୍କର ପବିତ୍ର
ଦୁନିଆରେ ପାପ ହୁଏ ନାହିଁ । ଏଠାରେ ତୁମେ ଶ୍ରୀମତ ଆଧାରରେ ଶ୍ରେଷ୍ଠ ତଥା ପୁଣ୍ୟ ଆତ୍ମା ହେଉଛ ।
ଶ୍ରୀ ଶ୍ରୀ ୧୦୮ର ମାଳା ରହିଛି । ଉପରେ ଫୁଲ ରହିଛି, ତାଙ୍କୁ ଶିବ କୁହାଯାଏ । ସେ ହେଉଛନ୍ତି
ନିରାକାରୀ ଫୁଲ । ପୁଣି ସାକାରରେ ନାରୀ ପୁରୁଷ ରହିଛନ୍ତି, ସେମାନଙ୍କର ମାଳା ତିଆରି କରାଯାଇଛି ।
ଶିବବାବାଙ୍କ ଦ୍ୱାରା ଏମାନେ ପୂଜ୍ୟ ଓ ସ୍ମରଣ ଯୋଗ୍ୟ ହେଉଛନ୍ତି । ତୁମେ ସନ୍ତାନମାନେ ଜାଣିଛ -
ବାବା ଆମକୁ ବିଜୟ ମାଳାର ଦାନା କରାଉଛନ୍ତି । ଆମେ ଯୋଗର ବଳ ଦ୍ୱାରା ବିଶ୍ୱ ଉପରେ ବିଜୟ ପ୍ରାପ୍ତ
କରୁଛୁ, ୟାଦ ଦ୍ୱାରା ହିଁ ବିକର୍ମ ବିନାଶ ହେବ । ପୁଣି ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ଲୋକମାନେ
ତ ନ ବୁଝି କହିଦେଉଛନ୍ତି ହେ ପ୍ରଭୁ ସବୁ ତୁମର ହିଁ ମାୟା ଅଟେ । କାହା ପାଖରେ ଧନ ଥିଲେ କୁହନ୍ତି
ଏହାଙ୍କ ପାଖରେ ବହୁତ ମାୟା ରହିଛି । ବାସ୍ତବରେ ମାୟା ୫ ବିକାରକୁ କୁହାଯାଉଛି, ଯାହାକୁ ରାବଣ
ମଧ୍ୟ କୁହାଯାଏ । ସେମାନେ ପୁଣି ୧୦ ମୁଣ୍ଡବାଲା ରାବଣର ଚିତ୍ର ତିଆରି କରିଦେଇଛନ୍ତି । ଏବେ
ଚିତ୍ର ଥିବାରୁ ବୁଝାଯାଉଛି । ଯେପରି ଅଙ୍ଗଦ ପାଇଁ ମଧ୍ୟ ଦେଖାନ୍ତି, ତାଙ୍କ ପାଦକୁ ରାବଣ ହଲାଇଲା
କିନ୍ତୁ ହଲାଇ ପାରିଲା ନାହିଁ । କେବଳ ଦୃଷ୍ଟାନ୍ତ ଦେଖାଇ ଦେଇଛନ୍ତି । ବାକି ଏପରି କୌଣସି କଥା
ନାହିଁ । ବାବା କହୁଛନ୍ତି ମାୟା ତୁମକୁ ଯେତେ ବି ହଲାଇଲେ ମଧ୍ୟ ତୁମେ ସ୍ଥିର ରୁହ । ରାବଣ,
ହନୁମାନ, ଅଙ୍ଗଦ ଆଦି ସମସ୍ତଙ୍କର ଉଦାହରଣ ଦେଉଛନ୍ତି, ଯାହାର ଅର୍ଥ ତୁମେ ହିଁ ଜାଣିଛ । ଭ୍ରମରୀର
ମଧ୍ୟ ଦୃଷ୍ଟାନ୍ତ ରହିଛି । ଭ୍ରମରୀ ଏବଂ ବ୍ରାହ୍ମଣୀ ଉଭୟଙ୍କର ରାଶି ମିଳୁଛି । ତୁମେ ବିଷ୍ଠାର
କୀଟକୁ ଜ୍ଞାନ-ଯୋଗ ଦ୍ୱାରା ଭୁଁ ଭୁଁ କରି ପତିତରୁ ପାବନ କରାଉଛ । ବାବାଙ୍କୁ ମନେ ପକାଇଲେ
ସତ୍ତ୍ୱପ୍ରଧାନ ହୋଇଯିବ । କଇଁଛର ଦୃଷ୍ଟାନ୍ତ ମଧ୍ୟ ରହିଛି । ଇନ୍ଦ୍ରିୟକୁ ଏକାଗ୍ର କରି
ଅନ୍ତର୍ମୂଖୀ ହୋଇ ବସିଯାଇଥାଏ । ତୁମକୁ ମଧ୍ୟ ବାବା କହୁଛନ୍ତି କର୍ମ କର ପୁଣି ଅନ୍ତର୍ମୂଖୀ
ହୋଇଯାଅ । ଯେପରି ତୁମପାଇଁ ଏହି ସୃଷ୍ଟି ହିଁ ନାହିଁ । ସବୁ ପ୍ରକାରର ହଲଚଲ ବନ୍ଦ ହୋଇଯାଉଛି ।
ଭକ୍ତିମାର୍ଗରେ ବାହାରମୁଖୀ ହୋଇଯାଉଛନ୍ତି । ଗୀତ ଗାଇବା, ଏପରି କରିବା, କେତେ ହଙ୍ଗାମା, କେତେ
ଖର୍ଚ୍ଚ ହେଉଛି । କେତେ ମେଳା ଲାଗୁଛି । ବାବା କହୁଛନ୍ତି ଏ ସବୁକୁ ଛାଡି ଅନ୍ତମୂର୍ଖୀ ହୋଇଯାଅ,
ଯେପରିକି ଏହି ସୃଷ୍ଟି ହିଁ ନାହିଁ । ନିଜକୁ ଦେଖ ମୁଁ ଯୋଗ୍ୟ ହୋଇଛି? କୌଣସି ବିକାର ହଇରାଣ କରୁ
ନାହିଁ ତ? ମୁଁ ବାବାଙ୍କୁ ମନେ ପକାଉଛି? ଯେଉଁ ବାବା ବିଶ୍ୱର ମାଲିକ କରାଉଛନ୍ତି, ଏପରି ବାବାଙ୍କୁ
ଦିନ ରାତି ମନେ ପକାଇବା ଦରକାର । ମୁଁ ଆତ୍ମା, ସେ ମୋ’ର ପିତା ଅଟନ୍ତି । ମନ ଭିତରେ ଏସବୁ
ଚିନ୍ତନ ଚାଲିବା ଦରକାର - ମୁଁ ଏବେ ନୂଆ ଦୁନିଆର ଫୁଲ ହେଉଛି । ଅରଖ ଅଥବା ଟଗର ଫୁଲ ହେବା
ଅନୁଚିତ୍ । ମୋତେ ତ ଏକଦମ୍ ଫୁଲମାନଙ୍କର ରାଜା ବିଲ୍କୁଲ୍ ସୁଗନ୍ଧଯୁକ୍ତ ଫୁଲ ହେବାକୁ ପଡିବ ।
ମୋ ଭିତରେ କୌଣସି ଦୁର୍ଗନ୍ଧ ଯେପରି ନ ରହୁ । ଖରାପ ଖିଆଲ ଦୂର ହୋଇଯିବା ଉଚିତ୍ । ତଳକୁ ଖସାଇବା
ପାଇଁ ମାୟାର ତୁଫାନ ବହୁତ ଆସିବ । କର୍ମେନ୍ଦ୍ରିୟ ଦ୍ୱାରା କୌଣସି ବିକର୍ମ କରିବା ଅନୁଚିତ୍ ।
ଏହିପରି ନିଜକୁ ପକ୍କା କରିବାକୁ ହେବ । ନିଜକୁ ସୁଧାରିବାକୁ ପଡିବ । କୌଣସି ବି ଦେହଧାରୀକୁ ମୋତେ
ମନେ ପକାଇବାର ନାହିଁ । ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ, ଶରୀର ନିର୍ବାହ
ଅର୍ଥେ କର୍ମ ମଧ୍ୟ କର । ସେଥିରୁ ବି ଟାଇମ୍ ବାହାର କରିପାରିବ । ଭୋଜନ ଖାଇବା ବେଳେ ମଧ୍ୟ
ବାବାଙ୍କର ମହିମା କର । ବାବାଙ୍କୁ ମନେ ପକାଇ ଖାଇବା ଦ୍ୱାରା ଭୋଜନ ମଧ୍ୟ ପବିତ୍ର ହୋଇଯିବ ।
ବାବାଙ୍କୁ ନିରନ୍ତର ମନେ ପକାଇଲେ ବହୁତ ଜନ୍ମର ପାପ କଟିଯିବ ଏବଂ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ ।
ଦେଖିବା ଉଚିତ୍ କେତେ ଖାଣ୍ଟି ସୁନା ହୋଇଛି? ଆଜି କେତେ ଘଣ୍ଟା ବାବାଙ୍କ ସ୍ମୃତିରେ ରହିଲି? କାଲି
୩ ଘଣ୍ଟା ୟାଦରେ ରହିଲି, ଆଜି ୨ ଘଣ୍ଟା ରହିଲି - ତେବେ ଆଜି ଘାଟା ହୋଇଗଲା । ପତନ ଏବଂ ଉତଥାନ
ହୋଇଚାଲିବ । ଯାତ୍ରାରେ ଗଲେ କେଉଁଠି ଉଠାଣି, କେଉଁଠି ଗଡାଣି ହୋଇଥାଏ । ତୁମର ଅବସ୍ଥା ମଧ୍ୟ
ତଳ-ଉପର ହେଉଛି । ନିଜ ଖାତା ଦେଖିବା ଉଚିତ୍ । ମୁଖ୍ୟ ହେଉଛି ୟାଦର ଯାତ୍ରା ।
ଭଗବାନୁବାଚ ଅଟେ, ତେଣୁ
ନିଶ୍ଚୟ ପିଲାମାନଙ୍କୁ ହିଁ ପଢାଇବେ । ସାରା ଦୁନିଆକୁ କିପରି ପଢାଇବେ । ବାସ୍ତବରେ ଭଗବାନ କାହାକୁ
କୁହାଯିବ? କୃଷ୍ଣ ତ ଶରୀରଧାରୀ ଅଟନ୍ତି । ଭଗବାନ ତ ନିରାକାର ପରମପିତା ପରମାତ୍ମାଙ୍କୁ କୁହାଯାଉଛି
। ନିଜେ କହୁଛନ୍ତି ମୁଁ ସାଧାରଣ ଶରୀରରେ ପ୍ରବେଶ କରୁଛି । ବ୍ରହ୍ମାଙ୍କର ବୃଦ୍ଧ ଶରୀର ବୋଲି
ମଧ୍ୟ ଗାୟନ ରହିଛି । ବୁଢାମାନଙ୍କର ତ ଧଳା ନିଶ ଦାଢି ହୋଇଥାଏ ନା । ଅନୁଭବୀ ଆତ୍ମା ବି ଦରକାର
ନା । ଛୋଟ ପିଲାର ଶରୀରରେ କ’ଣ ପ୍ରବେଶ କରିବେ କି । ନିଜେ ହିଁ କହୁଛନ୍ତି ମୋତେ କେହି ଜାଣି
ନାହାଁନ୍ତି । ସେ ହେଉଛନ୍ତି ସୁପ୍ରିମ ଗଡ୍ ଫାଦର ଅଥବା ସୁପ୍ରିମ ସୋଲ୍ । ତୁମେ ମଧ୍ୟ ୧୦୦
ପ୍ରତିଶତ ପବିତ୍ର ଥିଲ । ଏବେ ୧୦୦ ପ୍ରତିଶତ ଅପବିତ୍ର ହୋଇଯାଇଛ । ସତ୍ୟଯୁଗରେ ୧୦୦ ପ୍ରତିଶତ
ପବିତ୍ରତା ଥିଲା, ତେଣୁ ପିସ୍ (ଶାନ୍ତି) ଏବଂ ପ୍ରସପର୍ଟି (ସମ୍ପତ୍ତି) ମଧ୍ୟ ଥିଲା । ମୁଖ୍ୟ
ହେଉଛି ପବିତ୍ରତା । ଦେଖୁଛ ମଧ୍ୟ ଯେଉଁମାନେ ପବିତ୍ର ସେମାନଙ୍କ ସମ୍ମୁଖରେ ଅପବିତ୍ର ମୁଣ୍ଡ
ନୁଆଁଉଛନ୍ତି, ତାଙ୍କର ମହିମା ଗାନ କରନ୍ତି । ସନ୍ନ୍ୟାସୀମାନଙ୍କ ଆଗରେ ଏଭଳି କଦାପି କହିବେ ନାହିଁ
ଯେ ଆପଣ ସର୍ବଗୁଣ ସମ୍ପନ୍ନ... ଆମେ ନୀଚ ପାପୀ ଅଟୁ । ଦେବତାମାନଙ୍କ ଆଗରେ ଏହିପରି କହିଥା’ନ୍ତି
। ବାବା ବୁଝାଇଛନ୍ତି - କୁମାରୀକୁ ସମସ୍ତେ ମୁଣ୍ଡିଆ ମାରିଥା’ନ୍ତି, ପରେ ବିବାହ କଲେ ସେ
ସମସ୍ତଙ୍କୁ ମୁଣ୍ଡିଆ ମାରିଥାଏ, କାହିଁକି ନା ବିକାରୀ ହୋଇଯାଉଛି ନା । ଏବେ ବାବା କହୁଛନ୍ତି ତୁମେ
ନିର୍ବିକାରୀ ହେଲେ ଅଧାକଳ୍ପ ନିର୍ବିକାରୀ ହୋଇ ରହିବ । ଏବେ ୫ ବିକାରର ରାଜ୍ୟ ହିଁ ସମାପ୍ତ ହେଉଛି
। ଏହା ମୃତ୍ୟୁଲୋକ, ତାହା ଅମରଲୋକ ଅଟେ । ଏବେ ତୁମ ଆତ୍ମାମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳୁଛି
। ବାବା ହିଁ ଦେଉଛନ୍ତି । ତିଳକ ମଧ୍ୟ ମସ୍ତକରେ ଦେଇଥା’ନ୍ତି । ଏବେ ଆତ୍ମାକୁ ଜ୍ଞାନ ମିଳୁଛି,
କାହା ପାଇଁ? ତୁମେ ନିଜେ ନିଜକୁ ରାଜତିଳକ ଦିଅ । ଯେପରି ବାରିଷ୍ଟରୀ ପଢିଥା’ନ୍ତି ତ ପାଠ ପଢି
ନିଜକୁ ନିଜେ ବାରିଷ୍ଟରୀର ତିଳକ ଦେଇଥା’ନ୍ତି । ପଢିବେ ତ ତିଳକ ମିଳିବ । ଆଶୀର୍ବାଦ ଦ୍ୱାରା
ମିଳିବ ନାହିଁ । ଯଦି ଶିକ୍ଷକ ସମସ୍ତଙ୍କ ଉପରେ କୃପା କରିବେ, ତେବେ ତ ସମସ୍ତେ ପାସ୍ ହୋଇଯିବେ ।
ପିଲାମାନେ ନିଜେ ନିଜକୁ ରାଜତିଳକ ଦେବା ଉଚିତ୍ । ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ ଏବଂ
ଚକ୍ରକୁ ମନେ ପକାଇବା ଦ୍ୱାରା ଚକ୍ରବର୍ତ୍ତୀ ମହାରାଜା ହୋଇଯିବ । ବାବା କହୁଛନ୍ତି ତୁମକୁ
ରାଜାମାନଙ୍କର ରାଜା କରାଉଛି । ଦେବୀ-ଦେବତାମାନେ, ଡବଲ ମୁକୁଟଧାରୀ ହୋଇଥା’ନ୍ତି । ପତିତ
ରାଜାମାନେ ମଧ୍ୟ ତାଙ୍କର ପୂଜା କରିଥା’ନ୍ତି । ତୁମମାନଙ୍କୁ ପୂଜାରୀ ରାଜାମାନଙ୍କଠାରୁ ମଧ୍ୟ
ଉଚ୍ଚ କରାଉଛନ୍ତି । ଯିଏ ବହୁତ ଦାନ-ପୁଣ୍ୟ କରିଥାନ୍ତି ସେମାନେ ରାଜାମାନଙ୍କ ପାଖରେ ଜନ୍ମ
ନେଇଥା’ନ୍ତି କାହିଁକି ନା ଶ୍ରେଷ୍ଠ କର୍ମ କରିଛନ୍ତି । ଏବେ ତୁମକୁ ଏଠାରେ ଅବିନାଶୀ ଜ୍ଞାନ ଧନ
ମିଳୁଛି, ତାକୁ ଧାରଣ କରି ପୁଣି ଦାନ କରିବାକୁ ହେବ । ଏହା ହେଉଛି ରୋଜଗାରର ପନ୍ଥା । ଶିକ୍ଷକ
ମଧ୍ୟ ଶିକ୍ଷାର ଦାନ କରିଥା’ନ୍ତି । ସେ ପାଠପଢା ହେଉଛି ଅଳ୍ପକାଳ ପାଇଁ । ବିଲାତରୁ ପାଠପଢି
ଆସୁଛନ୍ତି, ଆସିବା ପରେ ହାର୍ଟ ଫେଲ୍ ହୋଇଗଲେ ପାଠ ମୂଲ୍ୟହୀନ ହୋଇଯିବ । ବିନାଶୀ ହୋଇ ଗଲା ନା ।
ସବୁ ପରିଶ୍ରମ ବୃଥା ହୋଇଗଲା । ତୁମ ପରିଶ୍ରମ ଏପରି ବ୍ୟର୍ଥ ଯାଇପାରିବ ନାହିଁ । ତୁମେ ଯେତେ ଭଲ
ପଢିବ ୨୧ ଜନ୍ମ ପାଇଁ ତୁମର ପାଠପଢା ବଜାୟ ରହିବ । ସେଠାରେ ଅକାଳ ମୃତ୍ୟୁ ହେବ ନାହିଁ । ଏହି
ପାଠପଢାକୁ ସାଥିରେ ନେଇଯିବ ।
ବାବାଙ୍କ ପରି ଏବେ ତୁମକୁ
ମଧ୍ୟ କଲ୍ୟାଣକାରୀ ହେବାକୁ ପଡିବ । ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ । ବାବା ତ ବହୁତ ଭଲ ରାୟ
ଦେଉଛନ୍ତି । ଗୋଟିଏ କଥା ହିଁ ବୁଝାଅ ଯେ ସର୍ବଶ୍ରେଷ୍ଠ ଶିରୋମଣୀ ଶ୍ରୀମଦ୍ ଭଗବତ୍ ଗୀତାର ଏତେ
ମହିମା କାହିଁକି ରହିଛି? ଭଗବାନଙ୍କର ମତ ହିଁ ଶ୍ରେଷ୍ଠ ଅଟେ । ବାସ୍ତବରେ ଭଗବାନ କାହାକୁ
କୁହାଯିବ? ଭଗବାନ ତ’ ହେଉଛନ୍ତି ଏକ । ସେ ହେଉଛନ୍ତି ନିରାକାର, ସବୁ ଆତ୍ମାମାନଙ୍କର ପିତା,
ସେଥିପାଇଁ ପରସ୍ପର ଭାଇ-ଭାଇ ବୋଲି କହିଥାନ୍ତି ପୁଣି ଯେବେ ବ୍ରହ୍ମାଙ୍କ ଦ୍ୱାରା ନୂଆ ସୃଷ୍ଟି
ରଚନା କରୁଛନ୍ତି ଭାଇ-ଭଉଣୀ ହୋଇଯାଉଛନ୍ତି । ବର୍ତ୍ତମାନ ସମୟରେ ତୁମେ ଭାଇ-ଭଉଣୀ ହେଉଥିବାରୁ
ପବିତ୍ର ରହିବାକୁ ପଡିବ । ଏହା ହେଉଛି ଯୁକ୍ତି । ବିକାରୀ ଦୃଷ୍ଟି ଏକଦମ୍ ଦୂର ହୋଇଯାଉ । ଧ୍ୟାନ
ରଖିବାକୁ ହେବ, ମୋ ଆଖି କେଉଁଠି ମତୁଆଲା ତ ହୋଇ ନାହିଁ? ବଜାରରେ ଚଣା ଦେଖି ଖାଇବା ପାଇଁ ମନ ହେଉ
ନାହିଁ ତ? ଏପରି ବହୁତଙ୍କର ମନ ହୋଇଥାଏ, ପୁଣି ଖାଇଥା’ନ୍ତି ମଧ୍ୟ । ବ୍ରାହ୍ମଣୀ ଅଟନ୍ତି, କୌଣସି
ଭାଇଙ୍କ ସାଥିରେ ବାହାରକୁ ଗଲେ ସେ କହିଥା’ନ୍ତି ଚଣା ଖାଇବ, କୁହନ୍ତି ଥରେ ଖାଇ ଦେଲେ କ’ଣ ପାପ
ହୋଇଯିବ କି! ଯେଉଁମାନେ ଧାରଣାରେ ଦୁର୍ବଳ ଥା’ନ୍ତି ସେମାନେ ତୁରନ୍ତ ଖାଇ ଦେଇଥା’ନ୍ତି । ଏ
ସମ୍ବନ୍ଧରେ ଶାସ୍ତ୍ରରେ ମଧ୍ୟ ଦୃଷ୍ଟାନ୍ତ ରହିଛି । ଏହିପରି କାହାଣୀ ବସି ଗଢିଛନ୍ତି । ବାକି ସବୁ
ଏହି ସମୟର କଥା ଅଟେ ।
ତୁମେ ସମସ୍ତେ ହେଉଛ ସୀତା
। ତୁମକୁ ବାବା କହୁଛନ୍ତି ଏକମାତ୍ର ବାବାଙ୍କୁ ମନେ ପକାଅ ତେବେ ପାପ କଟିଯିବ । ବାକି ଆଉ କୌଣସି
କଥା ନାହିଁ । ଏବେ ତୁମେ ଜାଣୁଛ ଯେ ରାବଣ କୌଣସି ଏଭଳି ମନୁଷ୍ୟ ନୁହେଁ । ବିକାରର ପ୍ରବେଶତା
ହେଉଥିବାରୁ ରାବଣ ସମ୍ପ୍ରଦାୟ କୁହାଯାଉଛି । କେହି କେହି ଯଦି ଏପରି କାମ କରନ୍ତି ତେବେ କୁହନ୍ତି
- ତୁମେ ତ ହେଉଛ ଅସୁର । ତୁମର ଆସୁରୀ ଚଳଣି ଅଟେ । ବିକାରୀ ସନ୍ତାନଙ୍କୁ କୁହାଯାଏ ତୁମେ ତ କୂଳର
କଳଙ୍କ ଅଟ । ଏଠାରେ ପୁଣି ବେହଦର ବାବା କହୁଛନ୍ତି ତୁମକୁ ମୁଁ କଳାରୁ ଗୋରା କରାଉଛି ପୁଣି ତୁମେ
କଳା ମୁହଁ କରୁଛ । ପ୍ରତିଜ୍ଞା କରି ପୁଣି ବିକାରୀ ହୋଇଯାଉଛ । କଳାରୁ ଅଧିକ କଳା ହୋଇଯାଉଛନ୍ତି,
ସେଥିପାଇଁ ପଥର ବୁଦ୍ଧି କୁହାଯାଉଛି । ପୁଣି ଏବେ ତୁମେ ପାରସବୁଦ୍ଧି ହେଉଛ । ତୁମର ଉତ୍ଥାନ କଳା
ହେଉଛି । ବାବାଙ୍କୁ ଚିହ୍ନିଲେ ଏବଂ ବିଶ୍ୱର ମାଲିକ ହେଲେ । ଏଥିରେ ସଂଶୟର କୌଣସି କଥା ହିଁ ନାହିଁ
। ବାବା ହେଉଛନ୍ତି ସ୍ୱର୍ଗ ସ୍ଥାପନକାରୀ ପିତା । ତେବେ ନିଶ୍ଚୟ ପିଲାମାନଙ୍କ ପାଇଁ ସ୍ୱର୍ଗର
ଉପହାର ଆଣିବେ ନା । ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି - କ’ଣ କରୁଥିବେ? ବ୍ରତ ଆଦି ରଖୁଥିବେ ।
ବାସ୍ତବରେ ବିକାରର ବ୍ରତ ତ ବିକାର ତ୍ୟାଗ ପାଇଁ ରଖିବା ଦରକାର, ବିକାରଗ୍ରସ୍ତ ହେବା ଅନୁଚିତ୍ ।
ଏହିଥିରେ ହିଁ ତୁମେ ଆଦି-ମଧ୍ୟ-ଅନ୍ତ ଦୁଃଖ ପାଇଛ । ଏବେ ଏହି ଗୋଟିଏ ଜନ୍ମ ପବିତ୍ର ହୁଅ । ପୁରୁଣା
ଦୁନିଆର ବିନାଶ ସମ୍ମୁଖରେ ଠିଆ ହୋଇଛି । ତୁମେ ଦେଖିବ ସତ୍ୟଯୁଗରେ ଭାରତରେ ୯ ଲକ୍ଷ ରହିବେ, ପୁଣି
ଶାନ୍ତି ହୋଇଯିବ । ଅନ୍ୟ ଧର୍ମ ହିଁ ରହିବ ନାହିଁ ଯାହା ଦ୍ୱାରା ତାଳି ବାଜିବ । ଏକ ଧର୍ମର
ସ୍ଥାପନା ବାକି ଅନେକ ଧର୍ମର ବିନାଶ ହୋଇଯିବ । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅବିନାଶୀ
ଜ୍ଞାନ ଧନକୁ ନିଜ ଭିତରେ ସ୍ୱୟଂ ଧାରଣକରି ପୁଣି ଦାନ କରିବାକୁ ହେବ । ପାଠପଢା ଦ୍ୱାରା ନିଜେ
ନିଜକୁ ରାଜତିଳକ ଦେବାକୁ ହେବ । ବାବାଙ୍କ ଭଳି କଲ୍ୟାଣକାରୀ ମଧ୍ୟ ହେବାକୁ ପଡିବ ।
(୨) ଖାଦ୍ୟ-ପାନୀୟରେ
ପୂରା-ପୂରା ସଂଯମ ରଖିବାକୁ ହେବ । ଆଖି କେବେହେଲେ ବି ଧୋକା ନ ଦେଉ ଏଥିପ୍ରତି ଧ୍ୟାନ ଦେବାକୁ
ହେବ । ନିଜକୁ ସୁଧାରିବାକୁ ପଡିବ । କର୍ମେନ୍ଦ୍ରିୟ ଦ୍ୱାରା କୌଣସି ପ୍ରକାରର ବିକର୍ମ କରିବାର
ନାହିଁ ।
ବରଦାନ:-
ମାନସୀକ ଶକ୍ତିର
ଅନୁଭବ ଦ୍ୱାରା ବିଶାଳ କାର୍ଯ୍ୟରେ ସଦା ସହଯୋଗୀ ହୁଅ ।
ପ୍ରବୃତ୍ତିକୁ, ତମୋଗୁଣୀ
ଆତ୍ମାମାନଙ୍କର ଭାଇବ୍ରେଶନ ଅର୍ଥାତ୍ ସଂକଳ୍ପର ପ୍ରକମ୍ପନକୁ ପରିବର୍ତ୍ତନ କରିବା ତଥା ହଣାକଟା
ହେବା ଭଳି ବାତାବରଣ ବା ଭାଇବ୍ରେଶନ୍ରେ ନିଜକୁ ସୁରକ୍ଷିତ ରଖିବା ଅନ୍ୟ ଆତ୍ମାମାନଙ୍କୁ ସହଯୋଗ
ଦେବା, ନୂଆ ସୃଷ୍ଟିରେ ନୂଆ ରଚନାର ଯୋଗବଳ ଦ୍ୱାରା ଆରମ୍ଭ କରିବା - ଏହି ସବୁ ବିଶାଳ କାର୍ଯ୍ୟ
କରିବା ପାଇଁ ମାନସୀକ ଶକ୍ତି ବା ଶ୍ରେଷ୍ଠ ସଂକଳ୍ପ ଶକ୍ତିର ଆବଶ୍ୟକତା ରହିଛି । ତେଣୁ ମାନସିକ
ଶକ୍ତି ଆଧାରରେ ହିଁ ନିଜର ଅନ୍ତ ସମୟ ସୁଖମୟ ହେବ । ତେବେ ମାନସିକ ଶକ୍ତିର ଅର୍ଥ ହେଲା ଶ୍ରେଷ୍ଠ
ସଂକଳ୍ପର ଶକ୍ତି ଏବଂ ଏକମାତ୍ର ଜଣଙ୍କ ସହିତ ବୁଦ୍ଧିର ତାର ଯୋଡି ହୋଇ ରହିଥିବ - ଏବେ ଏହାର
ଅନୁଭବୀ ହୁଅ, ତେବେ ଯାଇ ବେହଦର କାର୍ଯ୍ୟରେ ସହଯୋଗୀ ହୋଇ ବେହଦ ବିଶ୍ୱର ରାଜ୍ୟ ଅଧିକାରୀ
ହୋଇପାରିବ ।
ସ୍ଲୋଗାନ:-
ନିର୍ଭୟତା ଏବଂ
ନମ୍ରତା ହିଁ ଯୋଗୀ ବା ଜ୍ଞାନୀ ଆତ୍ମାମାନଙ୍କର ସ୍ୱରୂପ ଅଟେ ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।
ପରମାତ୍ମ ସ୍ନେହ ମଧ୍ୟ
ଆନନ୍ଦମୟ ଝୁଲଣା, ଏହି ସୁଃଖଦାୟୀ ଝୁଲଣାରେ ଝୁଲିବା ସହିତ ଯଦି ସର୍ବଦା ପରମାତ୍ମ ସ୍ନେହରେ ଲଭଲୀନ
ହୋଇ ରହିଥିବ ତେବେ କେବେ ବି କୌଣସି ପରିସ୍ଥିତି ବା ମାୟାର ହଲଚଲ୍ ଆସିପାରିବ ନାହିଁ । ତେବେ
ପରମାତ୍ମାଙ୍କର ସ୍ନେହ ଅସରନ୍ତି ମଧ୍ୟ ଅଟେ ଏବଂ ଅଟଳ ମଧ୍ୟ ଅଟେ ଏବଂ ଏତେ ମାତ୍ରାରେ ରହିଛି
ଯାହାକି ସମସ୍ତଙ୍କୁ ପ୍ରାପ୍ତ ହୋଇପାରିବ କିନ୍ତୁ ପରମାତ୍ମାଙ୍କଠାରୁ ସ୍ନେହ ପ୍ରାପ୍ତ କରିବାର
ଅଧିକାରୀ ହେଲା ନିଆରା ହେବା । ଯେତେବେଳେ ତୁମେ ସବୁଥିରୁ ନିଆରା ହୋଇଯିବ ସେହି ଅନୁସାରେ
ପରମାତ୍ମ ସ୍ନେହର ଅଧିକାର ପ୍ରାପ୍ତ ହୋଇଚାଲିବ ।