04.09.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ବିଶାଳ ଡ୍ରାମାରେ ହୀରୋ-ହିରୋଇନ୍‌ର ପାର୍ଟ ତୁମମାନଙ୍କର, ବାବାଙ୍କର ନୁହେଁ, ବାବାଙ୍କ ପାଖରେ କେବଳ ପତିତମାନଙ୍କୁ ପାବନ କରିବାର କଳା ଅର୍ଥାତ୍ ଯୋଗ୍ୟତା ଅଛି ।”

ପ୍ରଶ୍ନ:-
ବ୍ରହ୍ମାଙ୍କର ଚିତ୍ରକୁ ଦେଖି ଯେଉଁମାନେ ପ୍ରଶ୍ନ ପଚାରୁଛନ୍ତି, ସେମାନଙ୍କୁ କେଉଁ ରହସ୍ୟ ବୁଝାଇବାକୁ ହେବ?

ଉତ୍ତର:-
ସେମାନଙ୍କୁ ବୁଝାଅ ଯେ ଇଏ ଆଦିରୁ ଅନ୍ତବାଲା ଆତ୍ମା ଅଟନ୍ତି । ଯିଏକି ପ୍ରଥମ ରାଜକୁମାର ଶ୍ରୀକୃଷ୍ଣ ଅଟନ୍ତି ତାଙ୍କର ଶେଷ ଜନ୍ମରେ ହିଁ ଶିବବାବା ଆସିଥା’ନ୍ତି । ଏହି ଶରୀର ପତିତ ଅଟେ, ୟାଙ୍କୁ ହିଁ ପବିତ୍ର ହେବାର ଅଛି । ଇଏ କୌଣସି ଭଗବାନ ନୁହଁନ୍ତି । ଭଗବାନ ତ ସଦା ପବିତ୍ର ଅଟନ୍ତି । ସିଏ ୟାଙ୍କର ଶରୀରର ଆଧାର ନେଇଛନ୍ତି ।

ଗୀତ:-
ମୁଖଡା ଦେଖଲେ ପ୍ରାଣୀ....

ଓମ୍ ଶାନ୍ତି ।
ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ଶାନ୍ତି ପାଇବା ପାଇଁ ବାହାରେ ଦୁଆର-ଦୁଆର ଧକ୍କା ଖାଅ ନାହିଁ । ଯେପରି ହଠଯୋଗୀ ସନ୍ନ୍ୟାସୀମାନେ ବୁଝିଥାନ୍ତି ଯେ - ଗୃହସ୍ଥ ବ୍ୟବହାରରେ ରହିଲେ ଶାନ୍ତି ମିଳିପାରିବ ନାହିଁ । ଶାନ୍ତି ଜଙ୍ଗଲରେ ମିଳିଥାଏ । କିନ୍ତୁ ବାବା ବୁଝାଉଛନ୍ତି ଶାନ୍ତି ଜଙ୍ଗଲରେ ମଧ୍ୟ ମିଳିପାରିବ ନାହିଁ । ଏହି କଥା ଉପରେ ଏକ କାହାଣୀ ବା ଦୃଷ୍ଟାନ୍ତ ଶୁଣାଉଛନ୍ତି ଯେ ରାଣୀଙ୍କ ଗଳାରେ ହିଁ ହାର ଥିଲା, କିନ୍ତୁ ବାହାରେ ଖୋଜୁଥିଲେ । ଏହିପରି ଶାନ୍ତି ତ ତୁମର ଗଳାରେ ଲମ୍ବିଛି ଅର୍ଥାତ୍ ତୁମ ନିଜ ଭିତରେ ଅଛି, ବାହାରେ କେଉଁଠି ଖୋଜୁଛ । ବାବା ଆସି ବୁଝାଉଛନ୍ତି ପିଲାମାନେ, ତୁମ ଆତ୍ମାମାନଙ୍କର ସ୍ୱଧର୍ମ ହିଁ ହେଉଛି ଶାନ୍ତ । ଏହି ଶରୀର ତ ତୁମ୍ଭମାନଙ୍କର କର୍ମେନ୍ଦ୍ରିୟ ଅଟେ, ଯାହା ଦ୍ୱାରା ତୁମକୁ ଅଭିନୟ କରିବାକୁ ପଡୁଛି । ଆତ୍ମା ତ ଅବିନାଶୀ ଅଟେ । ଆତ୍ମା କେବେ ଛୋଟ-ବଡ ହୋଇ ନ ଥାଏ, ନା ବିନାଶ ହୋଇଥାଏ । ହଁ ଆତ୍ମା ପତିତ ହୋଇଥାଏ, ତେଣୁ ପବିତ୍ର ହେବାକୁ ପଡିଥାଏ । ଆତ୍ମାକୁ ପ୍ରଥମେ କିଶୋର ଶରୀର ମିଳିଥାଏ ପୁଣି ଯୁବା, ପରେ ବୃଦ୍ଧ ହୋଇଥାଏ । ଆତ୍ମାର ସ୍ଥିତି ତ ସମାନ ରହିଥାଏ । ପ୍ରଥମେ ଆତ୍ମାକୁ ଜାଣିବାକୁ ପଡିଥାଏ । ମୁଁ ଆତ୍ମା ହିଁ ବାରିଷ୍ଟର ଆଦି ହେଉଛି । ଏହାକୁ କୁହାଯାଏ - ଆତ୍ମ-ଅଭିମାନୀ ହେବା । ବାବା ବୁଝାଉଛନ୍ତି ପିଲାମାନେ ତୁମେ ଦେହ-ଅଭିମାନୀ ହୋଇଯାଇଛ, ସେଥିପାଇଁ ନିଜକୁ ଶରୀର ବୋଲି ଭାବି ନେଉଛ । ଏକଥା ଭୁଲିଯାଇଛ ଯେ ମୁଁ ଆତ୍ମା, ଏହା ମୋର ଶରୀର ଅଟେ । ତେବେ ନିଜକୁ ଆତ୍ମା ବୋଲି ଅନୁଭବ କରିବାକୁ ହେବ । ୮୪ ଜନ୍ମ ମଧ୍ୟ ଆତ୍ମା ନେଉଛି । ଏବେ ବାବା ବୁଝାଉଛନ୍ତି ଯେଉଁମାନେ ବ୍ରାହ୍ମଣ ହୋଇଛନ୍ତି, ସେମାନେ ପୁଣି ଦେବତା ହେବେ । ଏପରି ମଧ୍ୟ ନୁହେଁ ଯେ ସମସ୍ତେ ୮୪ ଜନ୍ମ ନେଉଛନ୍ତି । କେହି-କେହି ଆତ୍ମା ପ୍ରଥମେ ଆସିବେ, କେହି ୫୦-୧୦୦ ବର୍ଷ ପରେ ମଧ୍ୟ ଆସିବେ । କେତେକ ଆତ୍ମାର ୮୦-୮୨ ଜନ୍ମ, ଆଉ କାହାର ପୁଣି କେତେ ଜନ୍ମ ହେବ । ମନୁଷ୍ୟମାନେ ତ ୮୪ ଲକ୍ଷ ଜନ୍ମ କହିଦେଉଛନ୍ତି । ଏହା ଦ୍ୱାରା ମଧ୍ୟ ସନ୍ତୁଷ୍ଟ ହେଉନାହାଁନ୍ତି ପୁଣି କହିଦେଉଛନ୍ତି କୋଣ-ଅନୁକୋଣେ ସବୁଥିରେ ଭଗବାନ ଅଛନ୍ତି । ଏବେ ଭଗବାନ କହୁଛନ୍ତି ଯେ ମୁଁ କୌଣସି ମନୁଷ୍ୟ ଶରୀରରେ ମଧ୍ୟ ନାହିଁ, ତେବେ ଜୀବଜନ୍ତୁ, ପଥରଗୋଡି କୋଣ-ଅନୁକୋଣରେ କିପରି ରହିବି । ବାବା ବୁଝାଉଛନ୍ତି ପ୍ରଥମ ନମ୍ବର ଆତ୍ମା ହିଁ ଶେଷ ସମୟରେ ତମୋପ୍ରଧାନ ହେଉଛନ୍ତି । ମୁଁ ନିଜେ କହୁଛି ଯେ ବହୁତ ଜନ୍ମର ଅନ୍ତ ସମୟରେ ଏକ ସାଧାରଣ ଶରୀରରେ ମୁଁ ପ୍ରବେଶ କରୁଛି । ଯିଏ ସମ୍ପୂର୍ଣ୍ଣ ୮୪ ଜନ୍ମ ନେଇଛନ୍ତି, ସିଏ ତ ନିଶ୍ଚିତ ପତିତ ହୋଇଥିବେ । ପବିତ୍ର ତ ହୋଇପାରିବେ ନାହିଁ । ବାବା ନିଜେ କହୁଛନ୍ତି ପ୍ରଥମ ନମ୍ବରରେ ଅଛନ୍ତି ଶ୍ରୀକୃଷ୍ଣ, ଯିଏକି ପ୍ରଥମ ରାଜକୁମାର ଅଟନ୍ତି । ଶ୍ରୀ ନାରାୟଣ ପରବର୍ତ୍ତୀ ସମୟରେ ହେଉଛନ୍ତି, ଯେତେବେଳେ ବଡ ହୋଇଯାଉଛନ୍ତି । ସେଥିରେ ମଧ୍ୟ ୨୦-୨୫ ବର୍ଷ କମ୍ ହୋଇଯାଉଛି । ତେଣୁ ତାଙ୍କର ମଧ୍ୟ ସମ୍ପୂର୍ଣ୍ଣ ୮୪ ଜନ୍ମ କୁହାଯାଇ ପାରିବ ନାହିଁ । ନମ୍ବରୱାନ ହେଉଛନ୍ତି ଶ୍ରୀକୃଷ୍ଣ । ଯଦିଓ ସିଏ ପୁଣି ସ୍ୱୟଂମ୍ବର ପରେ ନାରାୟଣ ହେଉଛନ୍ତି । କିନ୍ତୁ ହିସାବ ତ ବାଲ୍ୟ ଅବସ୍ଥାରୁ କରିବାକୁ ହେବ ନା । ସମ୍ପୂର୍ଣ୍ଣ ୮୪ ଜନ୍ମ, ୫ ହଜାର ବର୍ଷ ଶ୍ରୀକୃଷ୍ଣଙ୍କର ହିଁ କହିବା । ତେଣୁ ବାବା ବୁଝାଉଛନ୍ତି ଯେ ମୁଁ କଳ୍ପ-କଳ୍ପ ସେହି ଶରୀରରେ ଆସୁଛି, ଯାହାଙ୍କର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଡ୍ରାମାରେ ଅଭିନୟ ରହିଛି । ମୁଁ ଅନ୍ୟ କାହାର ଶରୀରରେ ଆସିପାରିବି ନାହିଁ । ହିସାବ ରହିଛି ନା । ବ୍ରହ୍ମା ହିଁ ପ୍ରଥମ ନମ୍ବରର ଆତ୍ମା ଅଟନ୍ତି । ମୁଁ ଆଉ କାହା ଶରୀରରେ କିପରି ଆସିପାରିବି । ତୁମମାନଙ୍କୁ ଅନେକ ପଚାରୁଛନ୍ତି ଯେ କେବଳ ବ୍ରହ୍ମାଙ୍କ ଶରୀରରେ କାହିଁକି ଆସୁଛନ୍ତି! କିନ୍ତୁ ଏହାର ହିସାବ ଅଛି ନା । ଏହା ବୁଝିବାର କଥା ଅଟେ । ଗାୟନ ମଧ୍ୟ ରହିଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି । ବିଷ୍ଣୁ, ଅଥବା ଶଙ୍କରଙ୍କ ଦ୍ୱାରା ସ୍ଥାପନା କରୁନାହାଁନ୍ତି । ଏହା ଆଉ କାହାର କର୍ତ୍ତବ୍ୟ ନୁହେଁ । ମନୁଷ୍ୟମାନେ ରଚୟିତା ଏବଂ ରଚନାକୁ ଜାଣିନାହାଁନ୍ତି । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଯାହା ପୂର୍ବରୁ ହୋଇଥିଲା ତାହା ହେଉଛି... ଏଥିରେ ଚିନ୍ତା କରିବାର କଥା ନାହିଁ... ଏହା ବର୍ତ୍ତମାନର କଥା, ଯାହା ହେବାର ଅଛି ତାହା ହିଁ ହେଉଛି । ଏହା ବଦଳି ପାରିବ ନାହିଁ । ଆଜି ଯାହା କିଛି ହେଉଛି ପୁଣି ୫ ହଜାର ବର୍ଷ ପରେ ହେବ । ବାବା ବୁଝାଇଥିଲେ ମଧ୍ୟ - ଯଦି ଏପରି କୌଣସି କଥା ଦେଖୁଛ, ତେବେ କୁହ ଏହା କୌଣସି ନୂଆ କଥା ନୁହେଁ । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ହୋଇଥିଲା । ଠିକ୍ ଏହିପରି ଲେଖିଦିଅ । ବରଂ ସିଏ ଆସି ପଚାରନ୍ତୁ, ଲେଖିବାରେ କୌଣସି ଅସୁବିଧା ନାହିଁ । ଏହି ଲଢେଇ ପୂର୍ବରୁ ଲାଗିଥିଲା, କିଛି ନୂଆ କଥା ନୁହେଁ । ମହାଭାରତର ଲଢେଇ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ହୋଇଥିଲା, ଖ୍ରୀଷ୍ଟିୟାନ୍‌ମାନେ ଭାରତକୁ ଆସି ରାଜ୍ୟ ଛଡାଇ ନେଲେ, ଏହା ମଧ୍ୟ କିଛି ନୂଆ କଥା ନୁହେଁ । ପୁଣି କଳ୍ପ ପରେ ଏହିପରି ହେବ । ଏହି ବିଶ୍ୱ ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି । ଏବେ ପୁନର୍ବାର ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । ଯାହାଙ୍କର ୮୪ ଜନ୍ମ ସମ୍ପୂର୍ଣ୍ଣ ହୋଇଛି ସେହିମାନେ ହିଁ ପ୍ରଥମ ନମ୍ବରରେ ଲକ୍ଷ୍ମୀ-ନାରାୟଣ ହେବେ । ଏହି ସବୁ ରହସ୍ୟ ବାବା ହିଁ ବୁଝାଉଛନ୍ତି । ବାବା କହୁଛନ୍ତି - ମୁଁ ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟେ, ଏହାକୁ ଓଲଟା ବୃକ୍ଷ କୁହାଯାଉଛି । ଏହି କଳ୍ପ ବୃକ୍ଷର ଆୟୁଷ ୫ ହଜାର ବର୍ଷ ଅଟେ । ସ୍ୱସ୍ତିକାରେ ୪ ଭାଗ ଏକାପରି ଦେଖାଯାଇଥାଏ । ସେହିପରି ଯୁଗ ମଧ୍ୟ ସମାନ ଅଟେ, ଏଥିରେ କୌଣସି ପାର୍ଥକ୍ୟ ନାହିଁ ।

ବାବା ବୁଝାଉଛନ୍ତି ଦେଖ ଦୁନିଆରେ କ’ଣ ସବୁ ହେଉଛି । କେହି ଚନ୍ଦ୍ର ପୃଷ୍ଠକୁ ଯାଉଛନ୍ତି, କେହି ନିଆଁରେ ଚାଲୁଛନ୍ତି, କେହି ପୁଣି ପାଣି ଉପରେ ଚାଲିବା ଶିଖୁଛନ୍ତି । ଏସବୁ ହେଲା ନିରର୍ଥକ କଥା । ଏଥିରେ କିଛି ଲାଭ ନାହଁ । ମନୁଷ୍ୟମାନେ ପବିତ୍ର ହୋଇ ମୁକ୍ତି-ଜୀବନମୁକ୍ତିକୁ ତ ଯାଇପାରିବେ ନାହିଁ? କିଛି ବି କରନ୍ତୁ କିନ୍ତୁ ଘରକୁ ଫେରି ଯାଇପାରିବେ ନାହିଁ । ଆତ୍ମା ନିଜର ଘର ଏବଂ ବାବାଙ୍କ ଘରକୁ ଭୁଲି ଯାଇଛି । ଆତ୍ମା ନିଜକୁ ହିଁ ଭୁଲି ଦେହ-ଅଭିମାନୀ ହୋଇଯାଇଛି । ପୁଣି ମନ୍ଦିରକୁ ଯାଇ ମହିମା ଗାଉଛନ୍ତି, ଆପଣ ସର୍ବଗୁଣ ସମ୍ପନ୍ନ ଅଟନ୍ତି, ଆମେ ନୀଚ ପାପୀ ଅଟୁ । ନିଜର ଗ୍ଳାନି କରୁଛନ୍ତି । ବାବା ତ କେବେ ପୂଜାରୀ ହେଉନାହାଁନ୍ତି । ଆଚ୍ଛା ପୁଣି ଦ୍ୱିତୀୟ ନମ୍ବର କୁହାଯିବ ଶଙ୍କରଙ୍କୁ ସେ ମଧ୍ୟ ସର୍ବଦା ପୂଜ୍ୟ ଅଟନ୍ତି । ସିଏ ମଧ୍ୟ ପୂଜାରୀ ହେଉ ନାହାଁନ୍ତି, ତାଙ୍କର ଏଠାରେ ଅଭିନୟ ନାହିଁ । ଏହି ଷ୍ଟେଜରେ ବ୍ରହ୍ମା ଏବଂ ବିଷ୍ଣୁଙ୍କର ଅଭିନୟ ରହିଛି । ବ୍ରହ୍ମା ଏବଂ ବିଷ୍ଣୁଙ୍କର କ’ଣ କ’ଣ ପାର୍ଟ ଅଛି, ଏକଥା ଦୁନିଆରେ କେହି ଜାଣି ନାହାଁନ୍ତି । ତ୍ରିମୂର୍ତ୍ତି ବ୍ରହ୍ମା ବୋଲି କହୁଛନ୍ତି । ଅର୍ଥ କିଛି ହେଲେ ବୁଝୁ ନାହାଁନ୍ତି । ଏକଥା ମଧ୍ୟ ଗାୟନ କରୁଛନ୍ତି ଯେ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, କିଏ କରୁଛନ୍ତି ତାଙ୍କର ଚିତ୍ର ହିଁ ନାହିଁ । ମୁଖ ଦ୍ୱାରା କହୁଛନ୍ତି କିନ୍ତୁ ସିଏ କେଉଁଠି ଅଛନ୍ତି । ଶିବ କିଏ, ଏକଥା ମଧ୍ୟ ଜାଣିନାହାଁନ୍ତି । ଆତ୍ମା ପାଇଁ କହିଥାନ୍ତି ଭ୍ରୁକୁଟୀ ମଧ୍ୟରେ ଚମକୁଛି ଅଜବ ତାରକା..... ମୁଁ ଆତ୍ମା ଅବିନାଶୀ, ଶରୀର ବିନାଶୀ ଅଟେ । କିନ୍ତୁ ଆତ୍ମା କେତେ ଶରୀର ନେଉଛି, କିଛି ବି ଜାଣିନାହାଁନ୍ତି । ମନୁଷ୍ୟମାନେ କେତେ ଦୁଃଖୀ ଅଟନ୍ତି, ଚିତ୍କାର କରୁଛନ୍ତି - ହେ ଈଶ୍ୱର ପିତା । ଯେବେଠାରୁ ଦୁଃଖ ଆରମ୍ଭ ହୋଇଛି, ସେବେଠାରୁ ଡାକି ଆସୁଛନ୍ତି । ଏକଥା ମଧ୍ୟ ବୁଝାଯାଇଛି ଭାରତରେ ଯେବେ ରାବଣ ରାଜ୍ୟ ଆରମ୍ଭ ହେଉଛି, ତେବେ ଏପରି ନୁହେଁ ଯେ ଅନ୍ୟ ଧର୍ମରେ ମଧ୍ୟ ରାବଣ ରାଜ୍ୟ ହୋଇଯାଉଛି, ନାଁ, ସେମାନଙ୍କୁ ତ ନିଜର ସମୟ ଅନୁସାରେ ସତ୍ୱ-ରଜୋ-ତମୋ ସ୍ଥିତିରେ ଆସିବାକୁ ହିଁ ହେବ । ଏହି କାହାଣୀ ସାରା ଭାରତର ଅଟେ । ଅନ୍ୟ ସବୁ ଧର୍ମର ତ ଶାଖା ପ୍ରଶାଖା ଅଟେ । ବାବା ସଂଗମରେ ହିଁ ଆସୁଛନ୍ତି । ଭାରତ ଯେବେ ତମୋପ୍ରଧାନ ହୋଇଯାଉଛି, ତେବେ ପୁଣି ସାରା ବୃକ୍ଷ ତମୋପ୍ରଧାନ ହୋଇଯାଉଛି । ସେମାନଙ୍କୁ ମଧ୍ୟ ସୁଖ ଦୁଃଖ ଭୋଗିବାକୁ ହେବ । ବୃକ୍ଷରେ ନୂଆ ନୂଆ ପତ୍ର ବାହାରିଥାଏ । ଏହା ବହୁତ ଶୋଭନୀୟ ହୋଇଥାଏ । ନୂଆ ପତ୍ରକୁ ପୁଣି ସତ୍ତ୍ୱ ରଜୋ ତମୋ ଅବସ୍ଥା ଦେଇ ନିଶ୍ଚିତ ଆସିବାକୁ ହେବ । ଶେଷ ସମୟରେ ଯେଉଁ ଆତ୍ମାମାନେ ତଳକୁ ଆସୁଛନ୍ତି, ତାଙ୍କର କିଛି ସମ୍ମାନ ରହିଥାଏ । ଗୋଟିଏ ଜନ୍ମରେ ମଧ୍ୟ ସତ୍ତ୍ୱ-ରଜୋ-ତମୋ ଅବସ୍ଥା ଦେଇ ଗତି କରିବାକୁ ହୁଏ, କିନ୍ତୁ ତାଙ୍କର କୌଣସି ମୂଲ୍ୟ ରହିନଥାଏ । ମୂଲ୍ୟ ତ ସେମାନଙ୍କର ଅଛି ଯେଉଁମାନେ ହିରୋ-ହିରୋଇନ୍‌ର ପାର୍ଟ କରୁଛନ୍ତି । ଏପରି କୁହାଯିବ ନାହିଁ ଯେ ବାବା ହିଁ ହିରୋ-ହିରୋଇନ୍‌ର ପାର୍ଟ କରୁଛନ୍ତି । ଏକଥା ବାବାଙ୍କ ପାଇଁ କୁହାଯାଇ ପାରିବ ନାହିଁ । ବାବା ତ ଆସି ପତିତମାନଙ୍କୁ ପାବନ କରାଉଛନ୍ତି । ନିଜେ ପତିତ ହେଉନାହାଁନ୍ତି । ତୁମେ ପତିତରୁ ପାବନ ହେବା ପାଇଁ ପରିଶ୍ରମ କରୁଛ । ତୁମେ ଶ୍ରୀମତ ଆଧାରରେ ରାଜଯୋଗ ଦ୍ୱାରା ହିଁ ରାଜ୍ୟ ନେଇଥିଲ । ଏବେ ତୁମେ ପୁନର୍ବାର ନେଉଛ । ବାବା କହୁଛନ୍ତି ମୁଁ ତ ରାଜତ୍ୱ କରୁନାହିଁ, ତୁମମାନଙ୍କୁ ରାଜାମାନଙ୍କର ରାଜା କରାଉଛି । ଦୁନିଆରେ ମନୁଷ୍ୟମାନେ ତ ବହୁତ ମତ ଦେଉଛନ୍ତି । ଭଗବାନୁବାଚ - ମୁଁ ତୁମକୁ ରାଜାମାନଙ୍କର ରାଜା କରାଉଛି । କିନ୍ତୁ ଏହାର ଅର୍ଥ ନା ନିଜେ ବୁଝୁଛନ୍ତି ନା କାହାକୁ ବୁଝାଇ ପାରିବେ । ଭଗବାନୁବାଚ, ତେବେ ନିଶ୍ଚିତ ଭଗବାନ ଆସିଥିଲେ ସେଥିପାଇଁ ତ କହିଥିବେ ନା ହେ ପିଲାମାନେ, ଭାରତରେ ହିଁ ଶିବ ଜୟନ୍ତୀ, ଶିବରାତ୍ରୀ ପାଳନ କରୁଛନ୍ତି । ବାବା ଭାରତ ଖଣ୍ଡରେ ହିଁ ଆସୁଛନ୍ତି । ଭାରତ ହିଁ ଅବିନାଶୀ ରାଷ୍ଟ୍ର ଅଟେ । ଏହାର ମହିମା ବହୁତ ଉଚ୍ଚ । ଯେପରି ବାବାଙ୍କର ମହିମା ଅପରମଅପାର, ସେହିପରି ଭାରତର ମଧ୍ୟ ମହିମା ରହିଛି । ଭାରତରେ ହିଁ ପରମପିତା ପରମାତ୍ମା ଆସି ସବୁ ମନୁଷ୍ୟ ମାତ୍ରଙ୍କର ସଦ୍‌ଗତି କରୁଛନ୍ତି । ସମସ୍ତଙ୍କୁ ସୁଖ ଦେଉଛନ୍ତି । ତାଙ୍କର ଜନ୍ମସ୍ଥାନ ଭାରତ । ଭାରତ ହିଁ ପ୍ରାଚୀନ ଦେଶ ଅଟେ । ଭଗବାନ ରାଜଯୋଗ ଶିଖାଇବାକୁ ଭାରତରେ ହିଁ ଆସୁଛନ୍ତି । କିନ୍ତୁ କୃଷ୍ଣଙ୍କୁ ଭଗବାନ କହିଦେବାରୁ ତାଙ୍କର ମହିମା କିଛି ରହୁ ନାହିଁ । ଭଗବାନ ତ ହେଲେ ଜଣେ, ତାଙ୍କୁ ହିଁ ସତଗୁରୁ କୁହାଯାଉଛି । ଗୁରୁ ତ ଅନେକ ଅଛନ୍ତି । ଯେ କୌଣସି କର୍ମଧନ୍ଦା ଶିଖାଇଲାବାଲାଙ୍କୁ ମଧ୍ୟ ଗୁରୁ କହିଦେଇଥାନ୍ତି । ଆଜିକାଲି ତ ସମସ୍ତଙ୍କୁ ଅବତାର ଭାବି ମାନି ନେଉଛନ୍ତି । କିଛି ହେଲେ ବୁଝୁନାହାଁନ୍ତି । ଯେତେବେଳେ ସମ୍ପୂର୍ଣ୍ଣ ପତିତ ହୋଇଯାଉଛନ୍ତି, ସେତେବେଳେ ଡାକୁଛନ୍ତି - ବାବା ଆସି ଆମକୁ ପବିତ୍ର କରାଅ ।

ବାବା ହିଁ ଆସି ପ୍ରକୃତ ଅମରକଥା ଶୁଣାଉଛନ୍ତି । ଏବେ ତୁମମାନଙ୍କର ବୁଦ୍ଧିରେ ଅଛି ଯେ ଆମେ ୮୪ ଜନ୍ମର ଚକ୍ରରେ କିପରି ଆସୁଛୁ । ପ୍ରଥମେ ଭଲ ଜନ୍ମ ନେଇ ପୁଣି ତଳକୁ ଖସି ଖସି ଆସୁଛନ୍ତି । ଦୁନିଆର ମଧ୍ୟ ଅବନତି କଳା ହେଉଛି । ମନୁଷ୍ୟମାନଙ୍କର ବୁଦ୍ଧି ସତ୍ତ୍ୱ, ରଜୋ, ତମୋଗୁଣୀ ହେଉଛି । ସତ୍ୟଯୁଗରୁ ପୁଣି ଧିରେ-ଧିରେ ଅବନତି କଳା ଆରମ୍ଭ ହେଉଛି । ଭାରତବାସୀଙ୍କର ଉନ୍ନତି ହେଲେ ସାରା ବିଶ୍ୱର ଉନ୍ନତି ହୁଏ । ସମସ୍ତଙ୍କର ସଦ୍‌ଗତି ଦାତା ଏକମାତ୍ର ବାବା ଅଟନ୍ତି ନା । ଗୁରୁମାନେ ତ କେବଳ ଶାସ୍ତ୍ର ଶୁଣାଉଛନ୍ତି । ଶୁଣି-ଶୁଣି ଆହୁରି ତଳକୁ ଖସି ଆସୁଛନ୍ତି । ଅବିନାଶୀ ବାବା ଆସି ପିଲାମାନଙ୍କୁ ପଚାରୁଛନ୍ତି, ମୁଁ ତୁମକୁ ଏତେ ସାହୁକାର କରାଇ ଯାଇଥିଲି, ଏତେ ହୀରା-ନୀଳାର ମହଲ ଦେଇଯାଇଥିଲି, ସେସବୁ କୁଆଡେ ଗଲା? ଲୌକିକ ପିତା ଯଦି ନିଜର ପିଲାମାନଙ୍କୁ ପଇସା ଦେଇଥାନ୍ତି ଓ ପିଲାମାନେ ପଇସା ବରବାଦ କରିଦେଇଥାନ୍ତି, ତେବେ ପିତା ତାଙ୍କୁ ଡାକି ପଚାରିଥାନ୍ତି ତୁମେ ଏତେ ପଇସା କେଉଁଠି ବରବାଦ କଲ? ପିଲାମାନଙ୍କ ପାଖରେ ପଇସା ରହିଲେ ଖର୍ଚ୍ଚ କରିଦେଇଥା’ନ୍ତି । ପିତା ଧର୍ମାତ୍ମା ହୋଇଥିବେ ଏବଂ ପୁଅମାନେ ବିଦେଶକୁ ଯାଇ ଲକ୍ଷ-ଲକ୍ଷ ଟଙ୍କା ଉଡେଇ ଦେବେ । ଏଥିରେ ପିତା କିଛି କରିପାରିବେ ନାହିଁ । ପିତା ତାଙ୍କୁ ଛାଡି ମଧ୍ୟ ପାରିବେ ନାହିଁ କାହିଁକି ନା ତାହା ଜେଜେବାପାଙ୍କର ସମ୍ପତ୍ତି । କିନ୍ତୁ ଭିତରେ ଭିତରେ କ୍ରୋଧ କରିଥାନ୍ତି । ପିତାଙ୍କର ମୃତ୍ୟୁ ପରେ କେହି-କେହି ଏପରି ଖରାପ ସନ୍ତାନ ଅଛନ୍ତି, ଯିଏକି ୧୨ ମାସ ଭିତରେ ସାରା ସମ୍ପତ୍ତି ଉଡାଇ ଦେଇଥା’ନ୍ତି । ତାହା ହେଲା ଲୌକିକ କଥା । ଏହା ବେହଦର କଥା । ଅନାଦି ବେହଦର ବାବା କହୁଛନ୍ତି ତୁମେ କେତେ ଧନବାନ ଥିଲ, ବିଶ୍ୱର ମାଲିକ ଥିଲ । ପୁଣି କାଙ୍ଗାଳ କାହିଁକି ହୋଇଗଲ? ଏତେ ଧନ କ’ଣ କଲ? ପିଲାମାନଙ୍କୁ ହିଁ ବାବା ପଚାରୁଛନ୍ତି - ମୁଁ ଭାରତକୁ ଏତେ ସାହୁକାର କରାଇଥିଲି, ସବୁ ପଇସା କୁଆଡେ ଗଲା? ପୁଣି ବାବା ହିଁ ବୁଝାଉଛନ୍ତି । ଭକ୍ତିମାର୍ଗରେ କେତେ ଖର୍ଚ୍ଚ କରୁଛନ୍ତି । ଶାସ୍ତ୍ର ଆଦି ପଛରେ କେତେ ଖର୍ଚ୍ଚ କରୁଛନ୍ତି । ମୁଣ୍ଡିଆ ମାରି ମାରି କପାଳ ମଧ୍ୟ ଘୋରି ହୋଇଗଲାଣି । ପଇସା ଆଦି ସବୁ କିଛି ହରାଇ ଦେଲେ, ଏହା ହେଉଛି ଡ୍ରାମା । ମୁଁ ତୁମମାନଙ୍କୁ ସାହୁକାର କରାଉଛି । ରାବଣ ତୁମକୁ କାଙ୍ଗାଳ କରିଦେଇଛି । ଭାରତବାସୀମାନଙ୍କୁ ହିଁ ବାବା ବୁଝାଇବେ ନା । ଭାରତ ହିଁ ସୁନାର ଦେଶ ଥିଲା, ଏତେ ଧନ ଥିଲା ଯାହାକି ଅନ୍ୟ ଧର୍ମବାଲା ଲୁଟି କରିନେଇଗଲେ । ଟିକିଏ ବି ଚିନ୍ତା ତ କର - ଭାରତ କ’ଣ ଥିଲା! ଏହିପରି ଡ୍ରାମା ମଧ୍ୟ ତିଆରି କରାଯାଇଛି । ଭାରତ ହିଁ ସ୍ୱର୍ଗ ଥିଲା, ପୁଣି ଭାରତ ହିଁ ନର୍କ ହୋଇଯାଇଛି । ତେଣୁ ବାବା ସିଢିର ଚିତ୍ର ମଧ୍ୟ ସେହିପରି ତିଆରି କରାଇଛନ୍ତି, ଯାହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ବୁଝିପାରିବେ ଯେ ଆମେ ପତିତ ଅଟୁ । ଛୋଟ-ଛୋଟ ପିଲାମାନଙ୍କୁ ମଧ୍ୟ ଚିତ୍ର ଉପରେ ବୁଝାଯାଏ ନା । ନକ୍‌ସା ବିନା ପିଲାମାନେ କ’ଣ ବୁଝିବେ । ବାବା ହିଁ ଆସି ପତିତରୁ ପାବନ ହେବାର ସହଜ ଉପାୟ ବତାଉଛନ୍ତି । ଏହା ସହଜରୁ ସହଜ ଅଟେ, ପୁଣି କଠିନରୁ କଠିନ ମଧ୍ୟ ଅଟେ । ସତ୍ୟଯୁଗରେ ସମସ୍ତେ ଦେହୀ-ଅଭିମାନୀ ରହିଥା’ନ୍ତି । ଆତ୍ମା ବୁଝୁଛି ଯେ ଏବେ ଶରୀର ବଡ ହୋଇଯାଇଛି, ଏହି ପୁରୁଣା ଶରୀରକୁ ତ୍ୟାଗ କରି ଅନ୍ୟ ଶରୀର ନେବାକୁ ହେବ । ସତେ ଯେମିତି ସାକ୍ଷାତ୍‌କାର ହୋଇଥାଏ - ଏବେ ଯାଇ ପିଲା ହୋଇ ଜନ୍ମ ହେବି, ଏହି ପୁରୁଣା ଶରୀରକୁ ଛାଡିଦେବି । ଏଠାରେ କେହି ମରିଗଲେ କାନ୍ଦିଥା’ନ୍ତି । ବାଜା ମଧ୍ୟ ବଜାଇଥାନ୍ତି । ସତ୍ୟଯୁଗରେ ତ ଖୁସିରେ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥା’ନ୍ତି ଓ ଉତ୍ସବ ପାଳନ କରିଥା’ନ୍ତି । ଏଠାରେ କେତେ ଦୁଃଖୀ ହେଉଛନ୍ତି । କେହି ମରିଗଲେ କହନ୍ତି ସ୍ୱର୍ଗକୁ ଗଲା, ତେବେ ଏହାର ଅର୍ଥ ସିଏ ନର୍କରେ ଥିଲା ନା! ଏବେ ତୁମେ ପୁରୁଷାର୍ଥ କରୁଛ - ସ୍ୱର୍ଗବାସୀ ହେବା ପାଇଁ । ବାବା ତୁମକୁ ସ୍ୱର୍ଗବାସୀ କରାଉଛନ୍ତି । ବାବା ଜୀବନମୁକ୍ତି ଦେବାକୁ ଆସୁଛନ୍ତି । ରାବଣର ବନ୍ଧନରୁ ମୁକ୍ତ କରି ଜୀବନମୁକ୍ତ କରୁଛନ୍ତି । ବାବା କହୁଛନ୍ତି ମୁଁ କଳ୍ପ ପୂର୍ବ ଭଳି ଆସି ରାଜଯୋଗ ଶିଖାଉଛି । ମୁଁ କଳ୍ପ-କଳ୍ପ ବ୍ରହ୍ମାଙ୍କର ହିଁ ଶରୀରରେ ଆସୁଛି । ତୁମକୁ ବ୍ରାହ୍ମଣ ନିଶ୍ଚୟ ହେବାକୁ ପଡିବ । ଯଜ୍ଞରେ ବ୍ରାହ୍ମଣ ତ ନିଶ୍ଚିତ ଆବଶ୍ୟକ ନା । ଏହା ହେଉଛି ରାଜସ୍ୱ ଅଶ୍ୱମେଧ ଅବିନାଶୀ ଜ୍ଞାନ ଯଜ୍ଞ । ଏହି ଶରୀର ରୂପୀ ରଥକୁ ସ୍ୱାହା କରିବାକୁ ହେବ । ଏହି ରଥକୁ ଅଶ୍ୱ କୁହାଯାଉଛି । ରାଜସ୍ୱ ଅର୍ଥାତ୍ ସ୍ୱରାଜ୍ୟ ପାଇବା ପାଇଁ ଶରୀର ରୂପକ ଅଶ୍ୱକୁ ଏଥିରେ ସ୍ୱାହା ହେବାର ଅଛି । ଆତ୍ମା ତ ସ୍ୱାହା ହେବ ନାହିଁ । ଆତ୍ମାମାନେ ହିସାବ-କିତାବ ଚୁକ୍ତ କରି ଚାଲିଯିବେ । ପୁଣି ନୂଆ ରୂପେ ସମସ୍ତଙ୍କର ପାର୍ଟ ଆରମ୍ଭ ହେବ । ଏହାକୁ ହିଁ ଇତିହାସ-ଭୂଗୋଳର ପୁନରାବୃତ୍ତି କୁହାଯାଏ । ବାବା ଆସୁଛନ୍ତି ନୂଆ ଦୁନିଆ ସ୍ଥାପନ କରି ପୁରୁଣା ଦୁନିଆର ବିନାଶ କରିବା ପାଇଁ । ଏହା ଏକମାତ୍ର ମହାଭାରତ ଲଢେଇ ଅଟେ, ଯାହାର ଶାସ୍ତ୍ରରେ ଗାୟନ ରହିଛି । ତେବେ ବୁଝାଇବା ଦରକାର - ଏହି ଲଢେଇ ଦ୍ୱାରା ସ୍ୱର୍ଗର ଦ୍ୱାର ଖୋଲିବ, ସେଥିପାଇଁ ଏହାର ଗାୟନ ଶାସ୍ତ୍ରରେ ରହିଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବିତିଯାଇଥିବା କଥାର କେବେ ବି ଚିନ୍ତନ କରିବାର ନାହିଁ । ଯେଉଁ କଥା ବିତିଗଲା ତାକୁ ନଥିଙ୍ଗ୍ ନ୍ୟୁ ଅର୍ଥାତ୍ କିଛି ନୂଆ ନୁହେଁ ମନେ କରି ଭୁଲିଯିବାକୁ ହେବ ।

(୨) ଏହି ରାଜସ୍ୱ ଅଶ୍ୱମେଧ ଯଜ୍ଞରେ ନିଜର ତନ (ଶରୀର)-ମନ-ଧନ ସବୁ କିଛି ସ୍ୱାହା କରି ସଫଳ କରିବାକୁ ହେବ । ଏହି ଅନ୍ତିମ ଜନ୍ମରେ ସମ୍ପୂର୍ଣ୍ଣ ପବିତ୍ର ହେବାର ମେହନତ କରିବାକୁ ହେବ ।

ବରଦାନ:-
ଶ୍ରେଷ୍ଠ ମନୋବୃତ୍ତି ଦ୍ୱାରା ପ୍ରବୃତ୍ତିକୁ ପ୍ରଗତିର ଆଧାର କରୁଥିବା ସଦା ସମର୍ଥବାନ୍ ଭବ ।

ପ୍ରବୃତ୍ତି ଅର୍ଥାତ୍ ଗୃହସ୍ଥ ବ୍ୟବହାର ଭିତରେ ରହୁଥିବା ଆତ୍ମାମାନେ ପ୍ରଥମେ ନିଜର ମନର ବୃତ୍ତି ଦ୍ୱାରା ହିଁ ପବିତ୍ର ବା ଅପବିତ୍ର ହୋଇଥାଆନ୍ତି । ଯଦି ନିଜର ମନର ବୃତ୍ତିକୁ ଅର୍ଥାତ୍ ସଂକଳ୍ପକୁ ସର୍ବଦା ଏକମାତ୍ର ବାବାଙ୍କ ସହିତ ଯୋଡି ରଖିଥିବ, ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ - ଏହିଭଳି ଉଚ୍ଚ ମନୋଭାବ ରହୁଥିବ, ତେବେ ନିଜର ପ୍ରବୃତ୍ତି ମଧ୍ୟ ପ୍ରଗତି ଅର୍ଥାତ୍ ଉନ୍ନତିର ସାଧନ ହୋଇଯିବ । ତେବେ ମନର ବୃତ୍ତି ଯଦି ଉଚ୍ଚ ଏବଂ ଶ୍ରେଷ୍ଠ ହୋଇଥିବ ତେବେ ଚଞ୍ଚଳ ଅର୍ଥାତ୍ ଅଶାନ୍ତ ହୋଇପାରିବ ନାହିଁ । ଏହିଭଳି ଶ୍ରେଷ୍ଠ ବୃତ୍ତି ଦ୍ୱାରା ପ୍ରଗତି କରିବା ସହିତ ସହଜରେ ଗତି ସଦ୍‌ଗତିକୁ ପ୍ରାପ୍ତ କରିଯିବ, ତା’ପରେ ସମସ୍ତ ଅଭିଯୋଗ ସମାପ୍ତ ହୋଇଯିବ ।

ସ୍ଲୋଗାନ:-
ଯଦି ସ୍ୱପ୍ନ ମାତ୍ରାରେ ମଧ୍ୟ ପବିତ୍ରତା ହଲ୍‌ଚଲ୍ ହେଉଛି, ତେବେ ନିଶ୍ଚୟ ରୂପକ ମୂଳଦୁଆ କଞ୍ଚା ଅଛି ।

ଅବ୍ୟକ୍ତ ଈଶାରା:- ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।

ଯେତେବେଳେ ତୁମେ ଚମକୁଥିବା ତାରକାମାନେ ସୂର୍ଯ୍ୟ, ଚନ୍ଦ୍ରଙ୍କ ଭଳି ନିଜର ସମ୍ପୂର୍ଣ୍ଣତାର ସ୍ଥିତିରେ ଅଥବା ମାଷ୍ଟର ଦାତାପଣିଆର ସ୍ଥିତିରେ ସ୍ଥିତ ହୋଇଯିବ, ତେବେ ଏଣେ ତେଣେ ଭଟକୁଥିବା ଆତ୍ମାମାନେ, ଖୋଜୁଥିବା ଆତ୍ମାମାନେ ପତଙ୍ଗ ଭଳି ଆପେ ଆପେ ପ୍ରାପ୍ତ କରିବା ପାଇଁ, ବା ମିଳନ କରିବା ପାଇଁ ତୀବ୍ରବେଗରେ ତୁମମାନଙ୍କ ନିକଟକୁ ଆସିବେ ଏବଂ ସେତେବେଳେ ତୁମ ସମସ୍ତଙ୍କୁ ଗୋଟିଏ ସେକେଣ୍ଡରେ ବାବାଙ୍କ ଦ୍ୱାରା ମୁକ୍ତି ଜୀବନମୁକ୍ତିର ଅଧିକାର ପ୍ରାପ୍ତ କରାଇବାର ସେବା ତୀବ୍ର ବେଗରେ କରିବାକୁ ପଡିବ ।