04.11.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ
ତୁମେମାନେ ସତ୍ୟ ପିତାଙ୍କ ଦ୍ୱାରା ସତ୍ୟ ଦେବତା ହେଉଛ, ସେଥିପାଇଁ ସତ୍ୟଯୁଗରେ ସତସଙ୍ଗ କରିବାର
ଆବଶ୍ୟକତା ନାହିଁ ’’ ।
ପ୍ରଶ୍ନ:-
ସତ୍ୟଯୁଗରେ
ଦେବତାମାନଙ୍କ ଦ୍ୱାରା କୌଣସି ପ୍ରକାରର ବିକର୍ମ ହୋଇପାରିବ ନାହିଁ, କାହିଁକି?
ଉତ୍ତର:-
କାହିଁକି ନା ସେମାନଙ୍କୁ ସତ୍ୟ ପିତାଙ୍କର ବରଦାନ ମିଳିଥାଏ । ବିକର୍ମ ସେତେବେଳେ ହୋଇଥାଏ
ଯେତେବେଳେ ରାବଣର ଅଭିଶାପ ମିଳିବାକୁ ଲାଗିଥାଏ । ସତ୍ୟ-ତ୍ରେତା ଯୁଗରେ ସଦ୍ଗତିରେ ହିଁ ଥା’ନ୍ତି,
ସେ ସମୟରେ ଦୁର୍ଗତିର ନାମ ରହିବ ନାହିଁ । ବିକାର ହିଁ ରହିବ ନାହିଁ ଯାହା ଦ୍ୱାରା କୌଣସି ବିକର୍ମ
ହେବ । ଦ୍ୱାପର-କଳିଯୁଗରେ ସମସ୍ତଙ୍କର ଦୁର୍ଗତି ହେବା କାରଣରୁ ବିକର୍ମ ହେଉଛି । ଏହା ମଧ୍ୟ
ବୁଝିବାର କଥା ଅଟେ ।
ଓମ୍ ଶାନ୍ତି ।
ମିଠା-ମିଠା ସନ୍ତାନମାନଙ୍କୁ ବାବା ବସି ବୁଝାଉଛନ୍ତି - ଇଏ ସୁପ୍ରିମ ଅର୍ଥାତ୍ ପରମ ପିତା, ପରମ
ଶିକ୍ଷକ, ପରମ ସତଗୁରୁ ମଧ୍ୟ ଅଟନ୍ତି । ବାବାଙ୍କର ଏହିପରି ମହିମା ବତାଇବା ଦ୍ୱାରା ସ୍ୱତଃ ସିଦ୍ଧ
ହୋଇଯାଉଛି ଯେ, ଶ୍ରୀକୃଷ୍ଣ କାହାର ପିତା ହୋଇପାରିବେ ନାହିଁ । ସେ ତ ଛୋଟ ପିଲା, ସତ୍ୟଯୁଗର
ରାଜକୁମାର ଅଟନ୍ତି । ସେ ଶିକ୍ଷକ ମଧ୍ୟ ହୋଇପାରିବେ ନାହିଁ । ସିଏ ନିଜେ ଶିକ୍ଷକଙ୍କ ଠାରୁ ଶିକ୍ଷା
ଗ୍ରହଣ କରିଥା’ନ୍ତି । ସେଠାରେ ଗୁରୁ ତ କେହି ରହିବେ ନାହିଁ, କାହିଁକି ନା ସେଠାରେ ସମସ୍ତେ ସଦ୍ଗତିରେ
ଥା’ନ୍ତି । ଅଧାକଳ୍ପ ସଦ୍ଗତି ଏବଂ ଅଧାକଳ୍ପ ହେଉଛି ଦୁର୍ଗତି । ସେଠାରେ ସଦ୍ଗତି ରହିଛି,
ସେଥିପାଇଁ ସେଠାରେ ଜ୍ଞାନର ଆବଶ୍ୟକତା ନ ଥାଏ । ସେଠାରେ ଦୁର୍ଗତିର ନାମ ମଧ୍ୟ ରହିବ ନାହିଁ
କାହିଁକି ନା ଜ୍ଞାନ ଦ୍ୱାରା ୨୧ ଜନ୍ମ ପାଇଁ ସଦ୍ଗତି ମିଳିଥାଏ । ପୁଣି ଦ୍ୱାପର ଯୁଗରୁ କଳିଯୁଗ
ପର୍ଯ୍ୟନ୍ତ ଦୁର୍ଗତି ହୋଇଥାଏ । ତେଣୁ କୃଷ୍ଣ ପୁଣି ଦ୍ୱାପର ଯୁଗରେ କିପରି ଆସିପାରିବେ । ଏ କଥା
ମଧ୍ୟ କାହାର ଧ୍ୟାନରେ ଆସୁ ନାହିଁ । ଗୋଟିଏ-ଗୋଟିଏ କଥାରେ ବହୁତ ଗୁହ୍ୟ ରହସ୍ୟ ଭରି ହୋଇ ରହିଛି,
ଯାହାକୁ ବୁଝାଇବା ବହୁତ ଜରୁରୀ ଅଟେ । ସେ ସୁପ୍ରିମ ବାବା, ସୁପ୍ରିମ ଶିକ୍ଷକ ଅଟନ୍ତି । ଇଂରାଜୀରେ
ସୁପ୍ରିମ ହିଁ କୁହାଯାଇଥାଏ । ଇଂରାଜୀ ଶବ୍ଦ ଶୁଣିବାକୁ ଭଲ ଲାଗିଥାଏ । ଯେମିତି ଡ୍ରାମା ଶବ୍ଦ
ରହିଛି । ଡ୍ରାମାକୁ ନାଟକ କୁହାଯିବ ନାହିଁ, ନାଟକରେ ତ ଅଦଳ-ବଦଳ ହୋଇଥାଏ । କହୁଛନ୍ତି ଏହି
ସୃଷ୍ଟିର ଚକ୍ର ଘୁରୁଛି, କିନ୍ତୁ କିପରି ଘୂରୁଛି, ଅବିକଳ ପୁନରାବୃତ୍ତି ହେଉଛି ଅଥବା
ପରିବର୍ତ୍ତନ ହେଉଛି, ଏ କଥା କାହାକୁ ହେଲେ ଜଣା ନାହିଁ । କହୁଛନ୍ତି ମଧ୍ୟ ବନୀ-ବନାଇ ବନ ରହି...
ତେବେ ନିଶ୍ଚିତ କୌଣସି ଖେଳ ଅଟେ ଯାହାକି ପୁନର୍ବାର ଚକ୍ର ଲଗାଇ ଚାଲିଛି । ଏହି ସୃଷ୍ଟିଚକ୍ରରେ
ମନୁଷ୍ୟମାନଙ୍କୁ ହିଁ ଚକ୍ର ଲଗାଇବାକୁ ପଡିଥାଏ । ଆଚ୍ଛା, ଏହି ଚକ୍ରର ଆୟୁଷ କେତେ? କିପରି ରିପିଟ୍
ହେଉଛି? ଏହାକୁ ଘୂରିବାରେ କେତେ ସମୟ ଲାଗୁଛି? ଏ କଥା କେହି ଜାଣି ନାହାଁନ୍ତି । ଇସ୍ଲାମୀ-ବୌଦ୍ଧି
ଆଦି ଏ ସବୁ ହେଉଛନ୍ତି ବିଭିନ୍ନ ସମ୍ପ୍ରଦାୟ, ଯେଉଁମାନଙ୍କର ଡ୍ରାମାରେ ପାର୍ଟ ରହିଛି ।
ତୁମ ବ୍ରାହ୍ମଣମାନଙ୍କର ରାଜବଂଶ ନାହିଁ, ଏହା ହେଉଛି ବ୍ରାହ୍ମଣ କୁଳ । ସର୍ବୋତ୍ତମ ବ୍ରାହ୍ମଣ
କୂଳ କୁହାଯାଏ । ଦେବୀ-ଦେବତାମାନଙ୍କର ମଧ୍ୟ କୁଳ ରହିଛି । ଏହାକୁ ବୁଝାଇବା ତ ବହୁତ ସହଜ ।
ସୂକ୍ଷ୍ମଲୋକରେ ଫରିସ୍ତାମାନେ ରହିଥା’ନ୍ତି । ସେଠାରେ ହାଡ-ମାଂସ ନ ଥାଏ । ଦେବତାମାନଙ୍କର ତ
ହାଡ-ମାଂସ ରହିଛି ନା । ବ୍ରହ୍ମା ସୋ ବିଷ୍ଣୁ, ବିଷ୍ଣୁ ସୋ ବ୍ରହ୍ମା । ବିଷ୍ଣୁଙ୍କର ନାଭି କମଳରୁ
ବ୍ରହ୍ମା ବାହାରିଛନ୍ତି ଏଭଳି କାହିଁକି ଦେଖାଇଥା’ନ୍ତି? ସୂକ୍ଷ୍ମଲୋକରେ ତ ଏ କଥା ନ ଥାଏ । ନାଁ
ହୀରାନୀଳା ଆଦି ରହିବ, ସେଥିପାଇଁ ବ୍ରହ୍ମାଙ୍କୁ ଧଳା ପୋଷାକଧାରୀ ବ୍ରାହ୍ମଣ ରୂପରେ ଦେଖାଇଛନ୍ତି
। ବ୍ରହ୍ମା ସାଧାରଣ ମନୁଷ୍ୟ ଅଟନ୍ତି ଯିଏକି ଏବେ ବହୁତ ଜନ୍ମର ଅନ୍ତିମ ସମୟରେ ଗରୀବ ହୋଇଯାଇଛନ୍ତି
ନା । ବର୍ତ୍ତମାନ ସମୟରେ ତ ଖଦିର କପଡା ରହିଛି । ସେମାନେ ବିଚରା ବୁଝୁ ନାହାଁନ୍ତି ଯେ ସୂକ୍ଷ୍ମ
ଶରୀର କ’ଣ । ତୁମକୁ ବାବା ବୁଝାଉଛନ୍ତି - ସେଠାରେ ଫରିସ୍ତାମାନେ ଅଛନ୍ତି, ଯେଉଁମାନଙ୍କର
ହାଡ-ମାଂସ ନାହିଁ । ସୂକ୍ଷ୍ମଲୋକରେ ତ ଏହି ଶୃଙ୍ଗାର ଆଦି ହୋଇପାରିବ ନାହିଁ । କିନ୍ତୁ ଏହିଭଳି
ଚିତ୍ର ସବୁ ରହିଛି, ତେଣୁ ବାବା ତା’ର ମଧ୍ୟ ସାକ୍ଷାତ୍କାର କରାଇ ଅର୍ଥ ବୁଝାଉଛନ୍ତି । ଯେପରି
ହନୁମାନଙ୍କର ସାକ୍ଷାତ୍କାର କରାଉଛନ୍ତି । ତେବେ ହନୁମାନଙ୍କ ଭଳି ତ କୌଣସି ମନୁଷ୍ୟ ନାହାଁନ୍ତି
। ଭକ୍ତିମାର୍ଗରେ ଅନେକ ପ୍ରକାରର ଚିତ୍ର ତିଆରି କରିଛନ୍ତି, ଯାହାଙ୍କର ଯାହା ପ୍ରତି ବିଶ୍ୱାସ
ଆସିଯାଇଛି, ତାଙ୍କୁ ଏପରି କିଛି କହିଦେଲେ ବିଗିଡି ଯାଇଥା’ନ୍ତି । ଦେବୀମାନଙ୍କର କେତେ ପୂଜା
କରୁଛନ୍ତି ପୁଣି ପାଣିରେ ବିସର୍ଜନ କରିଦେଉଛନ୍ତି । ଏ ସବୁ ହେଲା ଭକ୍ତିମାର୍ଗ । ଭକ୍ତିମାର୍ଗର
ଦଲଦଲ ଅର୍ଥାତ୍ ପଙ୍କରେ ଗଳା ପର୍ଯ୍ୟନ୍ତ ବୁଡି ରହିଛନ୍ତି, ତେବେ ସେମାନଙ୍କୁ ବାହାର କିପରି
କରାଯିବ । ତାଙ୍କୁ ବାହାର କରିବା ହିଁ ମୁସକିଲ୍ ହୋଇଯାଉଛି । କେହି-କେହି ତ ଅନ୍ୟକୁ ବାହାର
କରିବାରେ ନିମିତ୍ତ ହୋଇ ନିଜେ ହିଁ ବୁଡି ଯାଉଛନ୍ତି । ନିଜେ ଗଳା ପର୍ଯ୍ୟନ୍ତ ପଙ୍କରେ ବୁଡି
ଯାଆନ୍ତି ଅର୍ଥାତ୍ କାମ ବିକାରରେ ପଡିଯାଇଥା’ନ୍ତି । ଏହା ହେଲା ସବୁଠାରୁ ବଡ ପଙ୍କ । ସତ୍ୟଯୁଗରେ
ଏ ସବୁ କଥା ନ ଥାଏ । ଏବେ ତୁମେ ସତ୍ୟ ପିତାଙ୍କ ଦ୍ୱାରା ସତ୍ୟ ଦେବତା ହେଉଛ । ପୁଣି ସେଠାରେ
କୌଣସି ସତସଙ୍ଗ ହେବ ନାହିଁ । ସତସଙ୍ଗ କେବଳ ଭକ୍ତିମାର୍ଗରେ ହିଁ କରିଥା’ନ୍ତି, ଭାବିଥା’ନ୍ତି ସବୁ
କିଛି ଈଶ୍ୱରଙ୍କର ରୂପ ଅଟେ । କିଛି ହେଲେ ବୁଝୁ ନାହାଁନ୍ତି । ବାବା ବସି ବୁଝାଉଛନ୍ତି -
କଳିଯୁଗରେ ସମସ୍ତେ ପାପାତ୍ମା ଅଟନ୍ତି, ସତ୍ୟଯୁଗରେ ପୁଣ୍ୟ ଆତ୍ମାମାନେ ରହିବେ । ଏଥିରେ
ରାତି-ଦିନର ଫରକ ରହିଛି । ତୁମେ ଏବେ ସଂଗମଯୁଗରେ ଅଛ । ତୁମେମାନେ କଳିଯୁଗ ଏବଂ ସତ୍ୟଯୁଗ ଉଭୟକୁ
ଜାଣିଛ । ମୂଳ କଥା ହେଲା ଏ ପାରିରୁ ସେ ପାରିକୁ ଯିବାର । କ୍ଷୀର ସାଗର ଏବଂ ବିଷୟ ସାଗରର ଗାୟନ
ମଧ୍ୟ ରହିଛି କିନ୍ତୁ ଅର୍ଥ କିଛି ବୁଝୁ ନାହାଁନ୍ତି । ଏବେ ବାବା ବସି କର୍ମ-ଅକର୍ମ-ବିକର୍ମର
ରହସ୍ୟକୁ ବୁଝାଉଛନ୍ତି । କର୍ମ ତ ମନୁଷ୍ୟମାନେ କରିଆସୁଛନ୍ତି ପୁଣି କେଉଁ କର୍ମ, ଅକର୍ମ ହେଉଛି ତ
ଆଉ କେଉଁ କର୍ମ, ବିକର୍ମ ହୋଇଯାଉଛି । ରାବଣ ରାଜ୍ୟରେ ସବୁ କର୍ମ, ବିକର୍ମ ହୋଇଯାଉଛି, ସତ୍ୟଯୁଗରେ
ବିକର୍ମ ହେବ ନାହିଁ କାହିଁକି ନା ସେଠାରେ ରାମରାଜ୍ୟ ହେବ । ସେମାନେ ବାବାଙ୍କଠାରୁ ବରଦାନ
ପାଇଥା’ନ୍ତି । ରାବଣ ଅଭିଶାପ ଦେଇଥାଏ । ଏହା ସୁଖ ଏବଂ ଦୁଃଖର ଖେଳ ଅଟେ ନା । ଦୁଃଖରେ ସମସ୍ତେ
ବାବାଙ୍କୁ ସ୍ମରଣ କରିଥା’ନ୍ତି । ସୁଖରେ କେହି ବାବାଙ୍କୁ ମନେ ପକାନ୍ତି ନାହିଁ । ସେଠାରେ ବିକାର
ରହିବ ନାହିଁ । ପିଲାମାନଙ୍କୁ ବୁଝାଯାଉଛି - ଚାରା ଲଗାଯାଉଛି । ଏହି ଚାରା ଲଗାଇବାର ପ୍ରଥା ମଧ୍ୟ
ଏବେ କରାଯାଇଛି । ବାବା ହିଁ ଚାରା ଲଗାଇବା ଆରମ୍ଭ କରିଦେଇଛନ୍ତି । ପୂର୍ବେ ବ୍ରିଟିଶ
ଗଭର୍ଣ୍ଣମେଣ୍ଟ ଥିବା ସମୟରେ ଖବରକାଗଜରେ ବାହାରୁ ନ ଥିଲା ଯେ ବୃକ୍ଷର ଚାରା ଲଗାଯାଉଛି । ଏବେ
ବାବା ବସି ଦେବୀ-ଦେବତା ଧର୍ମର ଚାରା ଲଗାଉଛନ୍ତି, ଆଉ କୌଣସି ଚାରା ଲଗାଉ ନାହାଁନ୍ତି ।
ବର୍ତ୍ତମାନ ବହୁତ ଧର୍ମ ରହିଛି । କିନ୍ତୁ ଦେବୀ-ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଛି ।
ବର୍ତ୍ତମାନ ସମସ୍ତେ ଧର୍ମ ଭ୍ରଷ୍ଟ, କର୍ମ ଭ୍ରଷ୍ଟ ହୋଇଯାଇଛନ୍ତି, ତେଣୁ ନାମ ମଧ୍ୟ ଓଲଟା-ସିଧା
ରଖି ଦେଇଛନ୍ତି । ଯେଉଁମାନେ ଦେବତା ଧର୍ମାବଲମ୍ବୀ ଥିଲେ ସେମାନଙ୍କୁ ପୁନର୍ବାର ଏହି ଦେବୀ-ଦେବତା
ଧର୍ମରେ ଆସିବାକୁ ହେବ । ସମସ୍ତଙ୍କୁ ନିଜ ନିଜର ଧର୍ମକୁ ହିଁ ଯିବାକୁ ହେବ । ଖ୍ରୀଷ୍ଟିୟାନ୍
ଧର୍ମରୁ ବାହାରି ପୁଣି ଦେବୀ-ଦେବତା ଧର୍ମକୁ ଆସିପାରିବେ ନାହିଁ । ମୁକ୍ତି ତ ପାଇପାରିବେ ନାହିଁ
। ହଁ, ଯଦି କେହି ଦେବୀ-ଦେବତା ଧର୍ମରୁ ଧର୍ମାନ୍ତରିତ ହୋଇ ଖ୍ରୀଷ୍ଟିୟାନ୍ ଧର୍ମକୁ ଚାଲିଯାଇଥିବେ,
ତେବେ ସେମାନେ ପୁଣି ନିଜର ଦେବୀ-ଦେବତା ଧର୍ମକୁ ଫେରି ଆସିବେ । ସେମାନଙ୍କୁ ଏହି ଜ୍ଞାନ ଏବଂ ଯୋଗ
ବହୁତ ଭଲ ଲାଗିବ, ଏଥିରୁ ସିଦ୍ଧ ହୋଇଥାଏ ଯେ ଇଏ ଆମ ଧର୍ମର ଅଟନ୍ତି । ଏଥିରେ ବୁଝିବା ଏବଂ
ବୁଝାଇବା ପାଇଁ ବହୁତ ବିଶାଳ ବୁଦ୍ଧି ଆବଶ୍ୟକ । ଜ୍ଞାନର ଧାରଣା କରିବାକୁ ହେବ । କେବଳ ବହି ପଢି
ଶୁଣାଇବା ଉଉିତ୍ ନୁହେଁ । ଯେପରି କେହି ଗୀତା ଶୁଣାଇଥା’ନ୍ତି ଏବଂ ମନୁଷ୍ୟମାନେ ବସି ଶୁଣିଥା’ନ୍ତି
। କେହି ତ ଗୀତାର ଶ୍ଲୋକକୁ ଏକଦମ୍ କଣ୍ଠସ୍ଥ କରି ଦେଇଥା’ନ୍ତି । କିନ୍ତୁ ପ୍ରତ୍ୟେକ ନିଜ-ନିଜର
ଇଚ୍ଛା ଅନୁସାରେ ଏହାର ଅର୍ଥକୁ ବାହାର କରିଥା’ନ୍ତି । ସମସ୍ତ ଶ୍ଲୋକ ସଂସ୍କୃତରେ ହିଁ ରହିଛି ।
ଏଠାରେ ତ ଗାୟନ ରହିଛି ଯେ ସାଗରକୁ ସ୍ୟାହି କରିଦିଅ, ସାରା ଜଙ୍ଗଲକୁ କଲମ କରିଦିଅ, ତେବେ ବି
ଜ୍ଞାନର ଅନ୍ତ ହେବ ନାହିଁ । ଗୀତା ତ ବହୁତ ଛୋଟ । ୧୮ ଅଧ୍ୟାୟ ବିଶିଷ୍ଟ ଅଟେ । ବହୁତ ଛୋଟ ଗୀତା
ତିଆରି କରି ବେକରେ ପିନ୍ଧୁଛନ୍ତି ଯାହାକି ବହୁତ ଛୋଟ ଅକ୍ଷରରେ ଲେଖା ହୋଇଥାଏ । ଗଳାରେ
ପିନ୍ଧିବାର ଅଭ୍ୟାସ ମଧ୍ୟ ରହିଥାଏ । କେତେ ଛୋଟ ଲକେଟ୍ ସବୁ ତିଆରି ହେଉଛି । ବାସ୍ତବରେ ଏହା ତ
ଗୋଟିଏ ସେକେଣ୍ଡର କଥା । ବାବାଙ୍କର ହେଲ ଅର୍ଥାତ୍ ଯେପରି ବିଶ୍ୱର ମାଲିକ ହେଲ । ବାବା ମୁଁ
ଆପଣଙ୍କର ଗୋଟିଏ ଦିନର ସନ୍ତାନ, ଏପରି ମଧ୍ୟ ଲେଖିବା ଆରମ୍ଭ କରି ଦେଇଥା’ନ୍ତି । ଗୋଟିଏ ଦିନରେ
ନିଶ୍ଚୟ ହୋଇଗଲା ତେଣୁ ତୁରନ୍ତ ପତ୍ର ଲେଖିବା ଆରମ୍ଭ କରିଦେବେ । ତେବେ ବାବାଙ୍କର ସନ୍ତାନ ହେବା
ମାତ୍ରେ ବିଶ୍ୱର ମାଲିକ ହୋଇଗଲେ । ଏ କଥା ମଧ୍ୟ କାହା-କାହା ବୁଦ୍ଧିରେ ମୁସକିଲ୍ରେ ଧାରଣ ହେଉଛି
। ତୁମେ ବିଶ୍ୱର ମାଲିକ ହେଉଛ ନା । ସେଠାରେ ଅନ୍ୟ କୌଣସି ଖଣ୍ଡ ରହିବ ନାହିଁ । ଅନ୍ୟ ସବୁ ଖଣ୍ଡର
ଚିହ୍ନ-ବର୍ଣ୍ଣ ମଧ୍ୟ ସମାପ୍ତ ହୋଇଯିବ । କାହାକୁ ଜଣା ବି ପଡିବ ନାହିଁ ଯେ ଏହିସବୁ ଖଣ୍ଡ ଥିଲା ।
ଯଦି ଥିଲା ତେବେ ନିଶ୍ଚିତ ତା’ର ଇତିହାସ-ଭୂଗୋଳ ରହିବା ଦରକାର । ସେଠାରେ ଏ ସବୁ ରହିବ ହିଁ ନାହିଁ
ସେଥିପାଇଁ କୁହାଯାଏ ତୁମେମାନେ ବିଶ୍ୱର ମାଲିକ ହେବ । ବାବା ବୁଝାଉଛନ୍ତି - ମୁଁ ତୁମର ପିତା ବି
ଅଟେ ଏବଂ ଜ୍ଞାନର ସାଗର ମଧ୍ୟ ଅଟେ । ଏହା ତ ବହୁତ ଉଚ୍ଚରୁ ଉଚ୍ଚ ଜ୍ଞାନ ଯାହା ଦ୍ୱାରା ଆମେ
ବିଶ୍ୱର ମାଲିକ ହେଉଛୁ । ଆମର ପିତା ସୁପ୍ରିମ ଅର୍ଥାତ୍ ଶ୍ରେଷ୍ଠ ଅଟନ୍ତି, ସତ୍ୟ ପିତା ଏବଂ ସତ୍ୟ
ଶିକ୍ଷକ ଅଟନ୍ତି ତେଣୁ ସତ୍ୟ ହିଁ ଶୁଣାଉଛନ୍ତି । ବେହଦର ଶିକ୍ଷା ଦେଉଛନ୍ତି । ସିଏ ହେଲେ ବେହଦର
ଗୁରୁ ତେଣୁ ସମସ୍ତଙ୍କର ସଦ୍ଗତି କରୁଛନ୍ତି । ଏହି ମହିମା କେବଳ ଜଣଙ୍କର, ସେହି ମହିମା ପୁଣି
ଅନ୍ୟ କାହାର ହୋଇପାରିବ ନାହିଁ । ଯଦି ସିଏ ନିଜ ସମାନ କରିବେ ତେବେ ସିଏ ତାଙ୍କ ସମାନ ହୋଇପାରିବେ
। ତେଣୁ ତୁମେ ମଧ୍ୟ ପତିତ-ପାବନ ହୋଇଗଲ । “ସତ ନାମ” ବୋଲି ଲେଖୁଛନ୍ତି । ଏହି ମାତାମାନେ ହେଲେ
ପତିତ-ପାବନୀ ଗଙ୍ଗା । ଶିବଶକ୍ତି କୁହ ଅଥବା ଶିବବଂଶୀ କୁହ । ଶିବବଂଶୀ ବ୍ରହ୍ମାକୁମାର-କୁମାରୀ ।
ଶିବବଂଶୀ ତ ସମସ୍ତେ ଅଟନ୍ତି । ବାକି ରଚନା ବ୍ରହ୍ମାଙ୍କ ଦ୍ୱାରା ହିଁ କରୁଛନ୍ତି, ତେଣୁ ସଂଗମରେ
ହିଁ ବ୍ରହ୍ମାକୁମାର-କୁମାରୀ ହୋଇଥା’ନ୍ତି । ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରୁଛନ୍ତି ।
ପ୍ରଥମେ-ପ୍ରଥମେ ବ୍ରହ୍ମାକୁମାର-କୁମାରୀ ହୋଇଥା’ନ୍ତି । ଯଦି କେହି ଅଭିଯୋଗ କରୁଛନ୍ତି ତେବେ
ତାଙ୍କୁ କୁହ ଇଏ ପ୍ରଜାପିତା ଅଟନ୍ତି, ଏହାଙ୍କ ଶରୀରରେ ଶିବବାବା ପ୍ରବେଶ କରୁଛନ୍ତି । ବାବା
କହୁଛନ୍ତି ବହୁତ ଜନ୍ମର ଅନ୍ତିମ ଜନ୍ମରେ ମୁଁ ପ୍ରବେଶ କରୁଛି । ଶାସ୍ତ୍ରରେ ଦେଖାଇଛନ୍ତି,
ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ । ଆଚ୍ଛା ବିଷ୍ଣୁ ପୁଣି କାହାର ନାଭିରୁ ବାହାରିଲେ?
ସେଥିରେ ତୀର ଚିହ୍ନ ଦେଇପାରିବ କି ଉଭୟ ଓତ-ପ୍ରୋତ ଅଟନ୍ତି । ବ୍ରହ୍ମା ସୋ ବିଷ୍ଣୁ, ବିଷ୍ଣୁ ସୋ
ବ୍ରହ୍ମା । ସିଏ ଏହାଙ୍କଠାରୁ ଇଏ ତାଙ୍କ ଠାରୁ ଜନ୍ମ ହୋଇଛନ୍ତି । ବ୍ରହ୍ମାଙ୍କୁ ବିଷ୍ଣୁ ହେବା
ପାଇଁ ୧ ସେକେଣ୍ଡ ଲାଗୁଛି, ବିଷ୍ଣୁଙ୍କୁ ବ୍ରହ୍ମା ହେବାରେ ୫ ହଜାର ବର୍ଷ ଲାଗୁଛି । ଏହା କେତେ
ଆଶ୍ଚର୍ଯ୍ୟର କଥା ଅଟେ ନା । ତୁମେମାନେ ସମସ୍ତଙ୍କୁ ଏହିସବୁ କଥା ବୁଝାଉଛନ୍ତି । ବାବା କହୁଛନ୍ତି
ଲକ୍ଷ୍ମୀ-ନାରାୟଣ ୮୪ ଜନ୍ମ ନେଇଥା’ନ୍ତି ପୁଣି ଏମାନଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ମୁଁ
ପ୍ରବେଶ କରି ଏହିପରି ଲକ୍ଷ୍ମୀ-ନାରାୟଣ କରୁଛି, ଏହା ବୁଝିବାର କଥା ଅଟେ ନା । ଯଦି ବସିବ ତେବେ
ବୁଝାଇବୁ ଯେ, ଏହାଙ୍କୁ ବ୍ରହ୍ମା କାହିଁକି କୁହାଯାଉଛି । ସାରା ଦୁନିଆକୁ ଦେଖାଇବା ପାଇଁ ଏହି
ଚିତ୍ର ସବୁ ତିଆରି କରାଯାଇଛି । ଆମେ ବୁଝାଇପାରିବୁ, କିନ୍ତୁ ବୁଝିଲାବାଲା ହିଁ ବୁଝିବେ । ନ
ବୁଝିଲାବାଲାଙ୍କୁ କୁହାଯିବ, ଇଏ ଆମ କୁଳର ନୁହଁନ୍ତି । ବିଚରା ଯଦିଓ ସେଠାକୁ ଅର୍ଥାତ୍ ସ୍ୱର୍ଗକୁ
ଆସିବେ କିନ୍ତୁ ପ୍ରଜାରେ । ଆମ ପାଇଁ ତ ସମସ୍ତେ ବିଚରା ଅଟନ୍ତି ନା - ଗରୀବମାନଙ୍କୁ ବିଚରା
କୁହାଯାଇଥାଏ ନା । କେତେ ସବୁ ପଏଣ୍ଟସ୍ ପିଲାମାନଙ୍କୁ ଧାରଣ କରିବାକୁ ହେବ । ଟପିକ୍ଗୁଡିକ ଉପରେ
ଭାଷଣ କରିବାକୁ ପଡିଥାଏ । ଏହି ଟପିକ୍ କିଛି କମ୍ କି! ପ୍ରଜାପିତା ବ୍ରହ୍ମା ଏବଂ ସରସ୍ୱତୀ, ୪
ଭୂଜା ଦେଖାଇଥା’ନ୍ତି । ତେବେ ଦୁଇ ଭୂଜା କନ୍ୟାର ଅର୍ଥାତ୍ ସରସ୍ୱତୀଙ୍କର ହୋଇଥାଏ । ସେମାନେ
ଯୁଗଳ ତ ନୁହଁନ୍ତି । ଯୁଗଳ ତ ବାସ୍ତବରେ ବିଷ୍ଣୁ ହିଁ ଅଟନ୍ତି । ବ୍ରହ୍ମାଙ୍କର କନ୍ୟା ହେଲେ
ସରସ୍ୱତୀ । ଶଙ୍କରଙ୍କର ମଧ୍ୟ ଯୁଗଳ ନାହିଁ, ସେଥିପାଇଁ ଶିବ-ଶଙ୍କର ବୋଲି କହିଦେଉଛନ୍ତି । ତେବେ
ଶଙ୍କର କ’ଣ କରୁଛନ୍ତି? ବିନାଶ ତ ଆଣବିକ ବମ୍ ଦ୍ୱାରା ହେଉଛି । ବାବା କିପରି ପିଲାମାନଙ୍କର
ମୃତ୍ୟୁ କରାଇବେ! ଏହା ତ ପାପ ହୋଇଯିବ । ବାବା ତ ବିନା ମେହନତରେ ସମସ୍ତଙ୍କୁ ଶାନ୍ତିଧାମ ଘରକୁ
ନେଇଯାଇଥା’ନ୍ତି । ହିସାବ-କିତାବ ଚୁକ୍ତ କରି ସମସ୍ତେ ଘରକୁ ଯିବେ, କାହିଁକି ନା ଏହା ବିନାଶର
ସମୟ ଅଟେ । ବାବା ସେବା କରିବା ପାଇଁ ଆସିଥା’ନ୍ତି । ସମସ୍ତଙ୍କୁ ସଦ୍ଗତି ଦେଇଥା’ନ୍ତି । ତୁମେ
ମଧ୍ୟ ପ୍ରଥମେ ଗତିକୁ ପୁଣି ସଦ୍ଗତିକୁ ଆସିବ । ଏହା ସବୁ ବୁଝିବାର କଥା । ଏହିସବୁ କଥାକୁ ଟିକିଏ
ହେଲେ ବି କେହି ଜାଣି ନାହାଁନ୍ତି । ତୁମେ ଦେଖୁଛ କେହି କେହି ତ ବହୁତ ମୁଣ୍ଡ ଖରାପ କରିଦେଉଛନ୍ତି,
ବିଲ୍କୁଲ୍ ବୁଝୁ ନାହାଁନ୍ତି । ଯେଉଁମାନେ ଭଲ ବୁଝିଲାବାଲା ହୋଇଥିବେ, ସିଏ ଆସି ବୁଝିବେ ।
ସେମାନଙ୍କୁ କୁହ, ଯଦି ଗୋଟିଏ-ଗୋଟିଏ କଥା ଉପରେ ବୁଝିବାକୁ ଚାହୁଁଛ ତେବେ ସମୟ ଦିଅ । ଏଠାରେ ତ
ଗୋଟିଏ ହୁକୁମ୍ ରହିଛି ଯେ, ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ । ଏହା ତ ହେଉଛି କଣ୍ଟାର ଜଙ୍ଗଲ
କାହିଁକି ନା ଏଠାରେ ମନୁଷ୍ୟ ପରସ୍ପରକୁ ଦୁଃଖ ଦେଇଚାଲିଛନ୍ତି, ତେଣୁ ଏହାକୁ ଦୁଃଖଧାମ କୁହାଯାଉଛି
। ସତ୍ୟଯୁଗ ହେଉଛି ସୁଖଧାମ । ଦୁଃଖଧାମରୁ ସୁଖଧାମ କିପରି ହେଉଛି, ଏ କଥା ତୁମକୁ ବୁଝାଉଛୁ ।
ଲକ୍ଷ୍ମୀ-ନାରାୟଣ ସୁଖଧାମରେ ଥିଲେ, ପୁଣି ୮୪ ଜନ୍ମ ନେଇ ଦୁଃଖଧାମକୁ ଆସିଥା’ନ୍ତି । ଏହି
ବ୍ରହ୍ମାଙ୍କର ନାମ ଦେଖ କିପରି ରଖାଯାଇଛି । ବାବା କହୁଛନ୍ତି, ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି
ବେହଦର ସନ୍ନ୍ୟାସ କରାଉଛି । ତୁମମାନଙ୍କୁ ତୁରନ୍ତ ସନ୍ନ୍ୟାସ କରାଇଦେଉଛନ୍ତି କାହିଁକି ନା
ବାବାଙ୍କୁ ସେବା କରାଇବାକୁ ହେବ, ତେଣୁ ସିଏ ତାହା ହିଁ କରାଇଥା’ନ୍ତି । ଏହାଙ୍କ ପରେ ବହୁତ
ବାହାରିଥିଲେ ଯାହାଙ୍କର ଅଲୌକିକ ନାମ ରଖାଯାଇଥିଲା । ଯାହାକୁ ଲୋକମାନେ ପୁଣି ବିଲେଇ ଛୁଆର କାହାଣୀ
ରୂପରେ ଦେଖାଉଛନ୍ତି । ଏସବୁ ହେଉଛି ମନଗଢା କାହାଣୀ । ବିଲେଇ ଛୁଆ ଏମିତି କିପରି ହୋଇପାରିବେ ।
ବିଲେଇ ଛୁଆ କ’ଣ ଜ୍ଞାନ ଶୁଣିବେ । ବାବା ଏହିଭଳି ବହୁତ ଯୁକ୍ତି ବତାଇ ଚାଲିଛନ୍ତି । ଯଦି କୌଣସି
କଥା କେହି ବୁଝି ନ ପାରୁଛନ୍ତି ତେବେ ତାଙ୍କୁ କୁହ-ଅଲଫଙ୍କୁ ନ ବୁଝିବା ପର୍ଯ୍ୟନ୍ତ ଆଉ କିଛି
ବୁଝିପାରିବ ନାହିଁ । ଗୋଟିଏ କଥା ଉପରେ ନିଶ୍ଚୟ କର ଏବଂ ଲେଖ, ନଚେତ୍ ଭୁଲିଯିବ, ମାୟା ଭୁଲାଇ
ଦେବ । ମୁଖ୍ୟ କଥା ହେଉଛି ବାବାଙ୍କର ପରିଚୟ । ଆମ ବାବା ସୁପ୍ରିମ ପିତା, ସୁପ୍ରିମ ଶିକ୍ଷକ
ଅଟନ୍ତି ଯିଏକି ସାରା ବିଶ୍ୱର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି, ଯେଉଁ ବିଷୟରେ କାହାକୁ
ହେଲେ ଜଣା ନାହିଁ । ଏ ସବୁକୁ ବୁଝାଇବା ପାଇଁ ସମୟ ଦରକାର । ବାବାଙ୍କୁ ନ ବୁଝିବା ପର୍ଯ୍ୟନ୍ତ
ପ୍ରଶ୍ନ ପଚାରୁଥିବେ । ଅଲଫ (ବାବା)ଙ୍କୁ ନ ବୁଝିଲେ ବେ (ସମ୍ପତ୍ତିକୁ) କିଛି ହେଲେ ବୁଝିପାରିବେ
ନାହିଁ । ଅଯଥାରେ ସନ୍ଦେହ କରି ଚାଲିବେ - ଏପରି କାହିଁକି? ଶାସ୍ତ୍ରରେ ତ ଏପରି କୁହାଯାଇଛି,
ସେଥିପାଇଁ ପ୍ରଥମେ ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କର୍ମ,
ଅକର୍ମ ଏବଂ ବିକର୍ମର ଗୁହ୍ୟ ଗତିକୁ ବୁଦ୍ଧିରେ ରଖି ଏବେ କୌଣସି ବିକର୍ମ କରିବାର ନାହିଁ, ଜ୍ଞାନ
ଏବଂ ଯୋଗର ଧାରଣା କରି ଅନ୍ୟମାନଙ୍କୁ ଶୁଣାଇବାକୁ ହେବ ।
(୨) ସତ୍ୟ ପିତାଙ୍କର
ସତ୍ୟ ଜ୍ଞାନ ଦେଇ ମନୁଷ୍ୟମାନଙ୍କୁ ଦେବତା କରିବାର ସେବା କରିବାକୁ ହେବ । ବିକାର ରୂପୀ ଦଲଦଲ
ଅର୍ଥାତ୍ ପଙ୍କରୁ ସମସ୍ତଙ୍କୁ ବାହାର କରିବାକୁ ହେବ ।
ବରଦାନ:-
ଅଲୌକିକ ନିଶାର
ଅନୁଭୂତି ଦ୍ୱାରା ନିଶ୍ଚୟର ପ୍ରମାଣ ଦେଉଥିବା ସଦା ବିଜୟୀ ଭବ ।
ଅଲୌକିକ ଆତ୍ମିକ ନିଶା
ନିଶ୍ଚୟର ଦର୍ପଣ ଅଟେ ଏବଂ ନିଶ୍ଚୟର ପ୍ରମାଣ ହେଉଛି ନିଶା ଏବଂ ନିଶାର ପ୍ରମାଣ ହେଲା ଖୁସି ।
ଯେଉଁମାନେ ସର୍ବଦା ଖୁସିରେ ଏବଂ ନିଶାରେ ରହିଥାଆନ୍ତି ସେମାନଙ୍କ ସମ୍ମୁଖରେ ମାୟାର କୌଣସି ବି
ଯନ୍ତ୍ର କାମ କରି ନ ଥାଏ । ଚିନ୍ତାମୁକ୍ତ ସମ୍ରାଟର ସାମ୍ରାଜ୍ୟ ଭିତରକୁ ମାୟା ଆସିପାରିବ ନାହିଁ
। ତେବେ ଅଲୌକିକ ନିଶା ସହଜରେ ପୁରୁଣା ସଂସାର ବା ପୁରୁଣା ସଂସ୍କାରକୁ ଭୁଲାଇ ଦେଇଥାଏ । ସେଥିପାଇଁ
ଯଦି ସର୍ବଦା ଆତ୍ମିକ ସ୍ୱରୂପର ନିଶାରେ, ଅଲୌକିକ ଜୀବନର ନିଶାରେ, ଫରିସ୍ତା ପଣିଆର ନିଶାରେ ବା
ଭବିଷ୍ୟତର ନିଶାରେ ରହିବ ତେବେ ବିଜୟୀ ହୋଇଯିବ ।
ସ୍ଲୋଗାନ:-
ମଧୁରତାର ଗୁଣ
ହିଁ ବ୍ରାହ୍ମଣ ଜୀବନର ମହାନତା ଅଟେ, ସେଥିପାଇଁ ମଧୁର ହୁଅ ଏବଂ କର ।
ଅବ୍ୟକ୍ତ ଈଶାରା:-
ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।
ଯେପରି ବିଦେହୀ
ବାପଦାଦାଙ୍କୁ ନିଜର ପିଲାମାନଙ୍କୁ ବିଦେହୀ କରିବା ପାଇଁ ଦେହର ଆଧାର ନେବାକୁ ପଡୁଛି, ସେହିପରି
ତୁମେମାନେ ମଧ୍ୟ ଜୀବନରେ ରହି, ଦେହ ଭିତରେ ରହି ବିଦେହୀ - ଆତ୍ମା ସ୍ଥିତିରେ ସ୍ଥିତ ହୋଇ ଏହି
ଦେହ ଦ୍ୱାରା ନିର୍ଦ୍ଦେଶକର୍ତ୍ତା ହୋଇ କର୍ମ କରାଅ । ଏହି ଦେହ ତ କର୍ମକର୍ତ୍ତା ଅଟେ, କିନ୍ତୁ
ତୁମେ ଦେହୀ ଅର୍ଥାତ୍ ଆତ୍ମା ନିର୍ଦ୍ଦେଶକର୍ତ୍ତା ଅଟ, ଏହି ସ୍ଥିତିକୁ ବିଦେହୀ ସ୍ଥିତି କୁହାଯାଏ
। ଏହାକୁ ହିଁ ଫଲୋ ଫାଦର କୁହାଯାଏ । ତେବେ ବାବାଙ୍କୁ ଫଲୋ ଅର୍ଥାତ୍ ଅନୁକରଣ କରିବାର ସ୍ଥିତି
ହେଲା ସର୍ବଦା ଅଶରୀରୀ ଭବ, ବିଦେହୀ ଭବ ଏବଂ ନିରାକାରୀ ଭବ!