04.12.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମମାନଙ୍କୁ ଏବେ ବାବାଙ୍କ ଦ୍ୱାରା ଦିବ୍ୟଦୃଷ୍ଟି ମିଳିଛି, ସେହି ଦିବ୍ୟଦୃଷ୍ଟି ଦ୍ୱାରା ହିଁ ତୁମେ ଆତ୍ମା ଏବଂ ପରମାତ୍ମାଙ୍କୁ ଦେଖିପାରିବ ।”

ପ୍ରଶ୍ନ:-
ଡ୍ରାମାର କେଉଁ ରହସ୍ୟକୁ ବୁଝିଥିବା ପିଲାମାନେ କେଉଁ ମତ କାହାକୁ ବି ଦେବେ ନାହିଁ?

ଉତ୍ତର:-
ଯେଉଁମାନେ ବୁଝୁଛନ୍ତି ଯେ ଡ୍ରାମାରେ ଯାହା କିଛି ଅତୀତ ହୋଇଗଲା ତାହା ପୁନର୍ବାର ଅବିକଳ ପୁନରାବୃତ୍ତି ହେବ, ସେମାନେ କେବେ ବି କାହାକୁ ଭକ୍ତି ଛାଡିବା ପାଇଁ ରାୟ ଦେବେ ନାହିଁ । ଯେତେବେଳେ ସେମାନଙ୍କ ବୁଦ୍ଧିରେ ଜ୍ଞାନ ଭଲ ଭାବରେ ଧାରଣା ହୋଇଯିବ, ବୁଝିଯିବେ ଯେ ଆମେ ଆତ୍ମା ଅଟୁ, ମୋତେ ବେହଦ ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି । ଯେତେବେଳେ ବେହଦର ବାବାଙ୍କୁ ଚିହ୍ନିଯିବେ ସେତେବେଳେ ପୁରୁଣା ଦୁନିଆର ବିନାଶୀ କଥା ସବୁ ସ୍ୱତଃ ସମାପ୍ତ ହୋଇଯିବ ।

ଓମ୍ ଶାନ୍ତି ।
ନିଜ ଆତ୍ମାର ସ୍ୱଧର୍ମରେ ବସିଛ? ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ପଚାରୁଛନ୍ତି କାହିଁକି ନା ଏକଥା ତ ପିଲାମାନେ ଜାଣିଛନ୍ତି ଯେ ଏକମାତ୍ର ବେହଦର ବାବା ଅଟନ୍ତି, ଯାହାଙ୍କୁ ସର୍ବୋଚ୍ଚ ଆତ୍ମା କୁହାଯାଉଛି । କେବଳ ତାଙ୍କୁ ହିଁ ସର୍ବୋଚ୍ଚ କୁହାଯାଉଛି । ସର୍ବୋଚ୍ଚ ଆତ୍ମା ଅଥବା ପରମ ଆତ୍ମା କହୁଛନ୍ତି । ପରମାତ୍ମା ତ ନିଶ୍ଚୟ ଅଛନ୍ତି, ଏପରି କହିବା ନାହିଁ ଯେ ପରମାତ୍ମା ହିଁ ନାହାଁନ୍ତି । ପରମ ଆତ୍ମା ଅର୍ଥାତ୍ ପରମାତ୍ମା । ଏକଥା ମଧ୍ୟ ବୁଝାଯାଇଛି, ଦ୍ୱନ୍ଦରେ ପଡିବା ଅନୁଚିତ୍ କାହିଁକି ନା ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ତୁମେ ଏହି ଜ୍ଞାନ ଶୁଣିଥିଲ । ଆତ୍ମା ହିଁ ଶୁଣୁଛି ନା । ଆତ୍ମା ବହୁତ ସୂକ୍ଷ୍ମ ଅଟେ । ଏତେ ସୂକ୍ଷ୍ମ ଯେ ଏହି ଆଖି ଦ୍ୱାରା ଦେଖାଯାଏ ନାହିଁ । ଏପରି କୌଣସି ମନୁଷ୍ୟ ନଥିବେ ଯିଏକି ଆତ୍ମାକୁ ଏହି ସ୍ଥୂଳ ଆଖି ଦ୍ୱାରା ଦେଖିଥିବେ । କିନ୍ତୁ ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖି ହେବ । ତାହା ମଧ୍ୟ ଡ୍ରାମାର ପ୍ଲାନ ଅନୁସାରେ । ଆଚ୍ଛା, ଧରିନିଅ କାହାକୁ ଆତ୍ମାର ସାକ୍ଷାତ୍କାର ହେଉଛି, ଯେପରି ଅଲଗା ଜିନିଷ ଦେଖିଥା’ନ୍ତି । ଭକ୍ତିମାର୍ଗରେ ମଧ୍ୟ ଏହି ଆଖି ଦ୍ୱାରା ହିଁ ସାକ୍ଷାତ୍‌କାର ହୋଇଥାଏ । ସେହି ଦିବ୍ୟଦୃଷ୍ଟି ମିଳିବା ଦ୍ୱାରା ଚୈତନ୍ୟରେ ଦେଖିଥାନ୍ତି । ଆତ୍ମାକୁ ଜ୍ଞାନ ଚକ୍ଷୁ ମିଳେ ଯାହାଦ୍ୱାରା ଦେଖିପାରିବେ, କିନ୍ତୁ ଧ୍ୟାନ ଅବସ୍ଥାରେ । ଭକ୍ତିମାର୍ଗରେ ବହୁତ ଭକ୍ତି କରିବା ଦ୍ୱାରା ସାକ୍ଷାତ୍କାର ହୋଇଥାଏ, ଯେପରି ମୀରାଙ୍କୁ ନୃତ୍ୟ କରୁଥିବାର ସାକ୍ଷାତ୍‌କାର ହୋଇଥିଲା, ବୈକୁଣ୍ଠ ତ ନ ଥିଲା । ୫-୬ ଶହ ବର୍ଷ ହୋଇଥିବ । ସେ ସମୟରେ ତ ବୈକୁଣ୍ଠ ନଥିଲା । ଯାହା ଅତୀତ ହୋଇଯାଏ ତାହା ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖାଯାଇଥାଏ । ଯେବେ ବହୁତ ଭକ୍ତି କରି-କରି ଏକଦମ୍ ଭକ୍ତିମୟ ହୋଇଯାନ୍ତି ସେତେବେଳେ ସାକ୍ଷାତ୍‌କାର ହୋଇଥାଏ, କିନ୍ତୁ ଏହାଦ୍ୱାରା ମୁକ୍ତି ମିଳିନଥାଏ । ମୁକ୍ତି-ଜୀବନମୁକ୍ତିର ରାସ୍ତା ଭକ୍ତିଠାରୁ ବିଲ୍‌କୁଲ୍ ଅଲଗା ଅଟେ । ଭାରତରେ କେତେ ଢେର ମନ୍ଦିର ରହିଛି । ଶିବଙ୍କ ଲିଙ୍ଗ ରଖିଛନ୍ତି । ବଡ ଲିଙ୍ଗ ମଧ୍ୟ ରଖିଛନ୍ତି, ଛୋଟ ଲିଙ୍ଗ ମଧ୍ୟ ରଖିଛନ୍ତି । ଏକଥା ତ ପିଲାମାନେ ଜାଣିଛନ୍ତି ଯେ ପରମପିତା ପରମାତ୍ମା, ଆତ୍ମା ସଦୃଶ ଅଟନ୍ତି । ଆକାର ସମସ୍ତଙ୍କର ଏକା ହିଁ ଅଟେ । ଯେପରି ପିତା ସେପରି ସନ୍ତାନ । ସବୁ ଆତ୍ମାମାନେ ଭାଇ-ଭାଇ ଅଟନ୍ତି । ଆତ୍ମାମାନେ ଏହି ଶରୀର ମଧ୍ୟକୁ ଅଭିନୟ କରିବାକୁ ଆସୁଛନ୍ତି । ଏହା ବୁଝିବାର କଥା । ଏହା କୌଣସି ଭକ୍ତିମାର୍ଗର କାହାଣୀ ନୁହେଁ । ଜ୍ଞାନ ମାର୍ଗର କଥା କେବଳ ଏକା ବାବା ହିଁ ବୁଝାଉଛନ୍ତି । ପ୍ରଥମେ ପ୍ରଥମେ ବେହଦର ବାବା ନିରାକାର ହିଁ ବୁଝାଉଛନ୍ତି, ତାଙ୍କୁ ସମ୍ପୂର୍ଣ୍ଣ ରୂପେ କେହି ବି ବୁଝିପାରିବେ ନାହିଁ । କହୁଛନ୍ତି ସେ ତ ସର୍ବବ୍ୟାପୀ ଅଟନ୍ତି । ଏହା ତ ଠିକ୍ କଥା ନୁହେଁ । ବାବାଙ୍କୁ ବହୁତ ସ୍ନେହର ସହିତ ଡାକୁଛନ୍ତି । କହୁଛନ୍ତି ବାବା ଆପଣ ଆସିଲେ ଆମେ ଆପଣଙ୍କ ନିକଟରେ ସମର୍ପଣ ହୋଇଯିବୁ । ମୋର ତ କେବଳ ଆପଣ, ଦ୍ୱିତୀୟ କେହି ନାହାଁନ୍ତି । ତେଣୁ ନିଶ୍ଚୟ ତାଙ୍କୁ ମନେ ପକାଇବାକୁ ପଡିବ । ସେ ନିଜେ ମଧ୍ୟ କହୁଛନ୍ତି ହେ ସନ୍ତାନମାନେ । ଆତ୍ମାମାନଙ୍କ ସହିତ ହିଁ କଥା ହେଉଛନ୍ତି । ଏହାକୁ ଆତ୍ମିକ ଜ୍ଞାନ କୁହାଯାଉଛି । ଗାୟନ ମଧ୍ୟ କରାଯାଏ ଯେ ଆତ୍ମା ପରମାତ୍ମା ବହୁତ କାଳ ଅଲଗା ରହିଲେ... ଏହି ହିସାବ ମଧ୍ୟ ବତାଯାଇଛି । ବହୁତ କାଳରୁ ତୁମେ ଆତ୍ମାମାନେ ଅଲଗା ରହିଛ, ଯେଉଁମାନେ ହିଁ ବର୍ତ୍ତମାନ ପୁନର୍ବାର ପ୍ରାଚୀନ ରାଜଯୋଗ ଶିଖିବା ପାଇଁ ବାବାଙ୍କ ପାଖକୁ ଆସିଛ । ଇଏ ଟିଚର ଅଟନ୍ତି, ସେବାଧାରୀ ମଧ୍ୟ ଅଟନ୍ତି । ଶିକ୍ଷକ ସର୍ବଦା ଆଜ୍ଞାଧୀନ ସେବକ ଅଟନ୍ତି । ବାବା ମଧ୍ୟ କହୁଛନ୍ତି ମୁଁ ତ ସବୁ ସନ୍ତାନମାନଙ୍କର ସେବାଧାରୀ ଅଟେ । ତୁମେ କେତେ ଅଧିକାର ବଶତଃ ଡାକୁଛ ଯେ ହେ ପତିତ-ପାବନ ଆସି ଆମକୁ ପବିତ୍ର କର । ସମସ୍ତେ ହେଉଛନ୍ତି ଭକ୍ତିନୀ । କହୁଛନ୍ତି - ହେ ଭଗବାନ ଆସ, ଆମକୁ ପୁନର୍ବାର ପବିତ୍ର କର । ସ୍ୱର୍ଗକୁ ପବିତ୍ର ଦୁନିଆ, ନର୍କକୁ ପତିତ ଦୁନିଆ କୁହାଯାଏ । ଏସବୁ ବୁଝିବାର କଥା । ଏହା କଲେଜ ଅଥବା ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ ଅଟେ । ଏହାର ଲକ୍ଷ୍ୟ ହେଉଛି ମନୁଷ୍ୟରୁ ଦେବତା ହେବା । ପିଲାମାନେ ନିଶ୍ଚୟ କରୁଛନ୍ତି କି ଆମକୁ ଏହିପରି ହେବାକୁ ପଡିବ । ଯାହାର ନିଶ୍ଚୟ ନଥିବ ସେ କ’ଣ ସ୍କୁଲ୍‌ରେ ବସିବ? ଲକ୍ଷ୍ୟ ତ ବୁଦ୍ଧିରେ ରହିଛି । ଆମକୁ ବାରିଷ୍ଟର, ଡାକ୍ତର ହେବାକୁ ହେଲେ ପଢିବାକୁ ପଡିବ ନା । ନିଶ୍ଚୟ ନହେବ ଯଦି ଆସିବେ ହିଁ ନାହିଁ । ତୁମକୁ ନିଶ୍ଚୟ ହେଉଛି ଯେ ଆମେ ମନୁଷ୍ୟରୁ ଦେବତା, ନରରୁ ନାରାୟଣ ହେଉଛୁ, ଏହା ବାସ୍ତବ ସତ୍ୟ କଥା, ନରରୁ ନାରାୟଣ ହେବାର କଥା । ବାସ୍ତବରେ ଏହା ହେଉଛି ପାଠପଢା କିନ୍ତୁ ଏହାକୁ କଥା କାହିଁକି କହୁଛନ୍ତି? କାହିଁକି ନା ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଶୁଣିଥିଲ ଅତୀତ ହୋଇଯାଇଛି । ଅତୀତକୁ କଥା କୁହାଯାଇଥାଏ । ଏହା ହେଉଛି ନରରୁ ନାରାୟଣ ହେବାର ଶିକ୍ଷା । ପିଲାମାନେ ଭଲ ଭାବରେ ବୁଝିଛନ୍ତି ଯେ ନୂଆ ଦୁନିଆରେ ଦେବତାମାନେ ଏବଂ ପୁରୁଣା ଦୁନିଆରେ ମନୁଷ୍ୟମାନେ ରହିଥାନ୍ତି । ଦେବତାମାନଙ୍କ ପାଖରେ ଥିବା ଗୁଣ ମନୁଷ୍ୟମାନଙ୍କ ପାଖରେ ନାହିଁ, ସେଥିପାଇଁ ତାଙ୍କୁ ଦେବତା କୁହାଯାଉଛି । ମନୁଷ୍ୟ ଦେବତାମାନଙ୍କୁ ନମସ୍କାର କରିଥା’ନ୍ତି । ଆପଣ ସର୍ବଗୁଣ ସମ୍ପନ୍ନ... ପୁଣି ନିଜକୁ କହୁଛନ୍ତି ଆମେ ପାପୀ ନୀଚ ଅଟୁ । ମନୁଷ୍ୟ ହିଁ କହୁଛନ୍ତି, ଦେବତାମାନଙ୍କୁ ତ କହିବେ ନାହିଁ । ଦେବତାମାନେ ସତ୍ୟଯୁଗରେ ଥିଲେ, କଳିଯୁଗରେ ସେମାନେ ରହିପାରିବେ ନାହିଁ । କିନ୍ତୁ ଆଜିକାଲି ତ ସମସ୍ତଙ୍କୁ ଶ୍ରୀ ଶ୍ରୀ କହିଦେଉଛନ୍ତି । ଶ୍ରୀ ଅର୍ଥ ଶ୍ରେଷ୍ଠ । ସର୍ବଶ୍ରେଷ୍ଠ ତ ଭଗବାନ ହିଁ କରିପାରିବେ । ଶ୍ରେଷ୍ଠ ଦେବତାମାନେ ସତ୍ୟଯୁଗରେ ଥିଲେ, ବର୍ତ୍ତମାନ କୌଣସି ମନୁଷ୍ୟ ଶ୍ରେଷ୍ଠ ନୁହଁନ୍ତି । ତୁମେ ପିଲାମାନେ ଏବେ ବେହଦର ସନ୍ନ୍ୟାସ କରୁଛ । ତୁମେ ଜାଣିଛ ଏହି ପୁରୁଣା ଦୁନିଆ ବିନାଶ ହେବାକୁ ଯାଉଛି, ସେଥିପାଇଁ ଏସବୁଥିରୁ ବୈରାଗ୍ୟ ଆସୁଛି । ସେମାନେ ତ ହେଲେ ହଠଯୋଗୀ ସନ୍ନ୍ୟାସୀ । ଘରଦ୍ୱାର ଛାଡି ବାହାରିଗଲେ, ପୁଣି ଆସି ମହଲରେ ବସିଛନ୍ତି । ନଚେତ୍ କୁଡିଆ ତିଆରି କରିବାରେ କୌଣସି ଖର୍ଚ୍ଚ ହୋଇ ନ ଥାଏ । ଏକାନ୍ତ ନିମନ୍ତେ ମହଲ ନୁହେଁ, କୁଡିଆରେ ବସିବାକୁ ପଡିଥାଏ! ବାବାଙ୍କର ମଧ୍ୟ କୁଡିଆ ତିଆରି ହୋଇଛି । କୁଡିଆରେ ସବୁ ସୁଖ ଅଛି । ଏବେ ତୁମକୁ ପୁରୁଷାର୍ଥ କରି ମନୁଷ୍ୟରୁ ଦେବତା ହେବାକୁ ପଡିବ । ତୁମେ ଜାଣିଛ ଡ୍ରାମାରେ ଯାହା କିଛି ଅତୀତ ହୋଇଯାଇଛି ତାହା ଅବିକଳ ପୁନରାବୃତ୍ତି ହେବ, ସେଥିପାଇଁ କାହାକୁ ବି ଏପରି ରାୟ ଦିଅ ନାହିଁ କି ଭକ୍ତିକୁ ଛାଡ । ଯେବେ ଜ୍ଞାନ ବୁଦ୍ଧିରେ ଆସିଯିବ ତେବେ ବୁଝିବେ ଯେ ଆମେ ଆତ୍ମା ଅଟୁ, ଆମକୁ ତ ଏବେ ବେହଦ ବାବାଙ୍କଠାରୁ ବର୍ସା ନେବାକୁ ହେବ । ବେହଦ ବାବାଙ୍କର ପରିଚୟ ମିଳିଗଲେ ପୁଣି ହଦର ସବୁ କଥା ସମାପ୍ତ ହୋଇଯାଏ । ବାବା କହୁଛନ୍ତି, ଗୃହସ୍ଥ ବ୍ୟବହାରରେ ରହି କେବଳ ବୁଦ୍ଧିର ଯୋଗ ବାବାଙ୍କ ସହିତ ଲଗାଇବାକୁ ହେବ । ଶରୀର ନିର୍ବାହ ଅର୍ଥେ ମଧ୍ୟ କର୍ମ କରିବାକୁ ହେବ, ଯେପରି ଭକ୍ତିରେ ମଧ୍ୟ କେହି-କେହି ବହୁତ ନବଧା ଭକ୍ତି କରିଥାନ୍ତି । ନିୟମ ମୁତାବକ ପ୍ରତ୍ୟହ ଯାଇ ଦର୍ଶନ କରିଥାନ୍ତି । ଦେହଧାରୀଙ୍କ ପାଖକୁ ଯିବା, ଏସବୁ ହେଲା ଶାରୀରିକ ଯାତ୍ରା । ଭକ୍ତିମାର୍ଗରେ କେତେ ବୁଲି ବୁଲି କ୍ଷତି ସହିବାକୁ ପଡିଥାଏ । ଏଠାରେ କିଛି କ୍ଷତି ସହିବାକୁ ପଡିବ । ଏଠାକୁ ଆସିଲେ ବୁଝାଇବା ପାଇଁ ବସାଯାଇଥାଏ । ତେବେ ବାବାଙ୍କୁ ମନେ ପକାଇବା ନିମନ୍ତେ କୌଣସି ଗୋଟିଏ ଜାଗାରେ ବସିବାର ଆବଶ୍ୟକତା ନାହିଁ । ଭକ୍ତିମାର୍ଗରେ ଯଦି କେହି ଶ୍ରୀକୃଷ୍ଣଙ୍କର ଭକ୍ତ ହୋଇଥାନ୍ତି ତେବେ ଏପରି ନୁହେଁ ଯେ ଚାଲି-ବୁଲି କୃଷ୍ଣଙ୍କୁ ୟାଦ କରିପାରିବେ ନାହିଁ । ସେଥିପାଇଁ ଶିକ୍ଷିତ ଲୋକେ କୁହନ୍ତି ଶ୍ରୀକୃଷ୍ଣଙ୍କ ଚିତ୍ର ତ ଘରେ ରଖିଛ ପୁଣି ତୁମେ ମନ୍ଦିରକୁ କାହିଁକି ଯାଉଛ । ଶୀକୃଷ୍ଣଙ୍କ ଚିତ୍ରର ପୂଜା ତୁମେ ଯେଉଁଠି ରହିଲେ ମଧ୍ୟ କରିପାରିବ । ଆଚ୍ଛା ଚିତ୍ର ନ ରଖ, ମନେ ପକାଉଥାଅ । ଗୋଟିଏ ଜିନିଷ ଥରେ ଦେଖିନେଲେ ତାହା ମନେ ରହିଯାଏ । ତୁମକୁ ମଧ୍ୟ ଏହି କଥା କୁହାଯାଉଛି, ଶିବବାବାଙ୍କୁ ତୁମେ ଘରେ ବସି କ’ଣ ମନେ ପକାଇ ପାରିବ ନାହିଁ? ଏହା ତ ହେଉଛି ନୂଆ କଥା । ଶିବବାବାଙ୍କୁ କେହି ହେଲେ ଜାଣି ନାହାଁନ୍ତି । ନାମ, ରୂପ, ଦେଶ, କାଳକୁ ଜାଣି ନାହାଁନ୍ତି, ସର୍ବବ୍ୟାପୀ କହିଦେଉଛନ୍ତି । ଆତ୍ମାକୁ ପରମାତ୍ମା କୁହାଯିବ ନାହିଁ । ଆତ୍ମା ନିଜର ପିତାଙ୍କୁ ମନେ ପକାଉଛି । କିନ୍ତୁ ପିତାଙ୍କୁ ଜାଣି ନଥିବା କାରଣରୁ ୭ ଦିନ ବୁଝାଇବାକୁ ପଡେ । ପୁଣି ବିସ୍ତାର ଭାବରେ ଜ୍ଞାନକୁ ମଧ୍ୟ ବୁଝାଯାଉଛି । ବାବା ଜ୍ଞାନର ସାଗର ଅଟନ୍ତି ନା । କେତେ ସମୟରୁ ତୁମେ ଶୁଣି ଆସୁଛ, କାରଣ ଏହା ଜ୍ଞାନ ଅଟେ ନା । ବୁଝୁଛ ଯେ ଆମକୁ ମନୁଷ୍ୟରୁ ଦେବତା ହେବା ପାଇଁ ଜ୍ଞାନ ମିଳୁଛି । ବାବା କହୁଛନ୍ତି ତୁମକୁ ନୂଆ ନୂଆ ଗହନ କଥା ଶୁଣାଉଛି । ତୁମକୁ ମୁରଲୀ ନ ମିଳିଲେ ତୁମେ କେତେ ବ୍ୟାକୁଳ ହେଉଛ । ବାବା କହୁଛନ୍ତି ତୁମେ ବାବାଙ୍କୁ କେବଳ ମନେ ପକାଅ । ମୁରଲୀକୁ ପଢି ମଧ୍ୟ ଭୁଲିଯାଉଛ । ପ୍ରଥମେ ତ ଏହି କଥା ମନେ ରଖିବାକୁ ହେବ - ମୁଁ ଆତ୍ମା, କେତେ ଛୋଟ ବିନ୍ଦୁ ଅଟେ । ଆତ୍ମାକୁ ମଧ୍ୟ ଜାଣିବାକୁ ହେବ । ଏପରି କୁହାଯାଏ କି ଏହାଙ୍କ ଆତ୍ମା ଶରୀରରୁ ବାହାରି ଅନ୍ୟ ଶରୀରରେ ପ୍ରବେଶ କଲା । ଆମେ ଆତ୍ମା ହିଁ ଜନ୍ମ ନେଇ-ନେଇ ଏବେ ପତିତ, ଅପବିତ୍ର ହୋଇଯାଇଛୁ । ପ୍ରଥମେ ତୁମେ ପବିତ୍ର ଗୃହସ୍ଥ ଧର୍ମର ଥିଲ । ଲକ୍ଷ୍ମୀ-ନାରାୟଣ ଉଭୟ ପବିତ୍ର ଥିଲେ । ପୁଣି ଉଭୟ ଅପବିତ୍ର ହୋଇଗଲେ, ପୁନଃଶ୍ଚ ଉଭୟ ପବିତ୍ର ହେଉଛନ୍ତି ତେବେ କ’ଣ ଅପବିତ୍ରରୁ ପବିତ୍ର ହେଲେ? ଅଥବା ପବିତ୍ର ଜନ୍ମ ନେଲେ? ବାବା ବସି ବୁଝାଉଛନ୍ତି, କିପରି ତୁମେ ପବିତ୍ର ଥିଲ । ପୁଣି ବାମ ମାର୍ଗରେ ଯିବା ଦ୍ୱାରା ଅପବିତ୍ର ହୋଇଛ । ପୂଜାରୀକୁ ଅପବିତ୍ର, ପୂଜ୍ୟକୁ ପବିତ୍ର କୁହାଯିବ । ସାରା ବିଶ୍ୱର ଇତିହାସ ଭୂଗୋଳ ତୁମ ବୁଦ୍ଧିରେ ଅଛି । କିଏ-କିଏ ରାଜ୍ୟ କରୁଥିଲେ? କିପରି ତାଙ୍କୁ ରାଜ୍ୟ ମିଳିଲା, । ଏକଥା ତୁମେ ଜାଣିଛ, କିନ୍ତୁ ଆଉ କେହି ଜାଣି ନାହାଁନ୍ତି । ତୁମ ପାଖରେ ମଧ୍ୟ ଆଗରୁ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ନଥିଲା ଅର୍ଥାତ୍ ତୁମେ ନାସ୍ତିକ ଥିଲ । ଜାଣି ନଥିଲ । ନାସ୍ତିକ ହେବା ଦ୍ୱାରା ତୁମେ କେତେ ଦୁଃଖୀ ହୋଇଯାଉଛ । ବର୍ତ୍ତମାନ ତୁମେ ଏଠାକୁ ଆସିଛ ଏହିଭଳି ଦେବତା ହେବା ପାଇଁ । ସେଠାରେ କେତେ ସୁଖ ଥିବ । ଦୈବୀଗୁଣ ମଧ୍ୟ ଏଠାରେ ଧାରଣ କରିବାକୁ ହେବ । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଭାଇ-ଭଉଣୀ ହେଲ ନା । ବିକାରୀ ଦୃଷ୍ଟି ଯିବା ଅନୁଚିତ୍‌, ଏଥିରେ ହିଁ ମେହନତ ରହିଛି । ଆଖି ବହୁତ ଚଞ୍ଚଳ ଅଟେ । ସବୁ ଅଙ୍ଗଠାରୁ ବିକାରୀ ହେଉଛି ଆଖି । ଅଧାକଳ୍ପ ବିକାରୀ, ଅଧାକଳ୍ପ ନିର୍ବିକାରୀ ରହେ । ସତ୍ୟଯୁଗରେ ଦୃଷ୍ଟି ବିକାରୀ ରହିବ ନାହିଁ । ଦୃଷ୍ଟି ବିକାରୀ ହେଲେ ଅସୁର କୁହାଯାଏ । ବାବା ସ୍ୱୟଂ କହୁଛନ୍ତି ମୁଁ ପତିତ ଦୁନିଆକୁ ଆସୁଛି, ଯିଏ ପତିତ ହୋଇ ଯାଇଛନ୍ତି, ତାଙ୍କୁ ହିଁ ପବିତ୍ର ହେବାକୁ ପଡିବ । ମନୁଷ୍ୟ ତ କହୁଛନ୍ତି, ଇଏ ନିଜକୁ ଭଗବାନ ବୋଲାଉଛନ୍ତି । ବୃକ୍ଷରେ ଦେଖ ଏକଦମ୍ ତମୋପ୍ରଧାନ ଦୁନିଆର ଅନ୍ତରେ ଛିଡା ହୋଇଛନ୍ତି, ସେ ହିଁ ପୁଣି ଏକଦମ୍ ମୂଳରେ ତପସ୍ୟା କରୁଛନ୍ତି । ସତ୍ୟଯୁଗରୁ ହିଁ ଲକ୍ଷ୍ମୀ-ନାରାୟଣଙ୍କର ରାଜବଂଶ ଚାଲିବ । ସମ୍ବତ ମଧ୍ୟ ଏହି ଲକ୍ଷ୍ମୀ-ନାରାୟଣଙ୍କ ଠାରୁ ଗଣାଯିବ, ସେଥିପାଇଁ ବାବା କହୁଛନ୍ତି ଯଦି ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ଦେଖାଉଛ ତେବେ ଲେଖିଦିଅ ଏହାଠାରୁ ୧୨୫୦ ବର୍ଷ ପରେ ତ୍ରେତାଯୁଗ । ଶାସ୍ତ୍ରରେ ପୁଣି ଲକ୍ଷ ଲକ୍ଷ ବର୍ଷ ଲେଖି ଦେଇଛନ୍ତି । ରାତି-ଦିନର ଫରକ ହୋଇଗଲା ନା । ବ୍ରହ୍ମାଙ୍କର ରାତି ଅଧାକଳ୍ପ, ବ୍ରହ୍ମାଙ୍କର ଦିନ ଅଧାକଳ୍ପ ଏହି କଥା ବାବା ହିଁ ବୁଝାଉଛନ୍ତି । ତଥାପି କହୁଛନ୍ତି - ମଧୁର ସନ୍ତାନମାନେ, ନିଜକୁ ଆତ୍ମା ଭାବି, ବାବାଙ୍କୁ ମନେ ପକାଅ । ତାଙ୍କୁ ସ୍ମରଣ କରି କରି ତୁମେ ପବିତ୍ର ହୋଇଯିବ । ପୁଣି ଅନ୍ତ ମତି ସୋ ଗତି ହୋଇଯିବ । ବାବା ଏପରି କହୁ ନାହାଁନ୍ତି ଯେ ତୁମେ ଏଠାରେ ସ୍ଥାୟୀ ଭାବେ ବସିଯାଅ । ସେବାଯୋଗ୍ୟ ସନ୍ତାନମାନଙ୍କୁ ତ ବସାଇବେ ନାହିଁ । ସେଣ୍ଟର ମ୍ୟୁଜିୟମ୍ ଆଦି ଖୋଲି ଚାଲିଛନ୍ତି । କେତେ ଜଣଙ୍କୁ ନିମନ୍ତ୍ରଣ ବାଣ୍ଟୁଛନ୍ତି, କି ଈଶ୍ୱରୀୟ ଜନ୍ମସିଦ୍ଧ ଅଧିକାର ବିଶ୍ୱର ବାଦଶାହୀ ନିଅ । ତୁମେ ବାବାଙ୍କର ସନ୍ତାନ ଅଟ । ବାବା ତ ସ୍ୱର୍ଗର ରଚୟିତା ଅଟନ୍ତି, ତେଣୁ ତୁମ ନିକଟରେ ମଧ୍ୟ ସ୍ୱର୍ଗର ସମ୍ପତ୍ତି ଥିବା ଦରକାର । ବାବା କହୁଛନ୍ତି ମୁଁ କଳ୍ପରେ ଥରେ ମାତ୍ର ସ୍ୱର୍ଗର ସ୍ଥାପନା କରିବାକୁ ଆସୁଛି । ଏହି ଏକମାତ୍ର ଦୁନିଆ ରହିଛି ଯାହାର ଚକ୍ର ଘୂରୁଛି । ମନୁଷ୍ୟମାନଙ୍କର ତ ଅନେକ ମତ, ଅନେକ କଥା ରହିଛି । କେତେ ମତ-ମତାନ୍ତର ରହିଛି, ଏହାକୁ ଅଦ୍ୱୈତ ମତ କୁହାଯାଉଛି । ବୃକ୍ଷ କେତେ ବଡ ଅଟେ । କେତେ ଶାଖା-ପ୍ରଶାଖା ବାହାରୁଛି । କେତେସବୁ ଧର୍ମର ବିସ୍ତାର ହେଉଛି, ପ୍ରଥମେ ତ ଏକ ମତ, ଏକ ରାଜ୍ୟ ଥିଲା । ସାରା ବିଶ୍ୱରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏକଥା ମଧ୍ୟ ଏବେ ତୁମେ ଜାଣୁଛ । ଆମେ ହିଁ ସାରା ବିଶ୍ୱର ମାଲିକ ଥିଲୁ, ପୁଣି ୮୪ ଜନ୍ମ ଭୋଗ କରି କାଙ୍ଗାଳ ହୋଇଛୁ । ଏବେ ତୁମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ, ସେଠାରେ କେବେ ଅକାଳମୃତ୍ୟୁ ହୁଏ ନାହିଁ । ଏଠାରେ ଦେଖ ବସୁ-ବସୁ ଅକାଳମୃତ୍ୟୁ ହୋଇଯାଉଛି । ଚାରିଆଡେ ମୃତ୍ୟୁ ହିଁ ମୃତ୍ୟୁ ହେଉଛି । ସେଠାରେ ଏପରି ହେବ ନାହିଁ, ସମ୍ପୂର୍ଣ୍ଣ ଆୟୁଷ ପର୍ଯ୍ୟନ୍ତ ଜୀବନ ଚାଲିବ । ଭାରତରେ ପବିତ୍ରତା, ସୁଖ, ଶାନ୍ତି ସମୃଦ୍ଧି ସବୁ କିଛି ଥିଲା । ହାରାହାରି ଆୟୁଷ ୧୫୦ ବର୍ଷ ଥିଲା, ଏବେ କେତେ କମ ଆୟୁ ରହିଛି ।

ଈଶ୍ୱର ହିଁ ତୁମକୁ ଯୋଗ ଶିଖାଉଛନ୍ତି ଯେଉଁଥିପାଇଁ ତୁମକୁ ଯୋଗେଶ୍ୱର କୁହାଯାଉଛି । ସେଠାରେ ଏକଥା କେହି କହିବେ ନାହିଁ । ବର୍ତ୍ତମାନ ତୁମେ ଯୋଗେଶ୍ୱର ଅଟ, ତୁମକୁ ଈଶ୍ୱର ରାଜଯୋଗ ଶିଖାଉଛନ୍ତି । ପୁଣି ରାଜ-ରାଜେଶ୍ୱର ହେବ । ଏବେ ତୁମେ ଜ୍ଞାନେଶ୍ୱର ହୋଇଛ ପୁଣି ରାଜେଶ୍ୱର ଅର୍ଥାତ୍ ରାଜାମାନଙ୍କର ରାଜା ହେବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଆଖିକୁ ନିର୍ବିକାରୀ ଅର୍ଥାତ୍ ପବିତ୍ର କରିବା ପାଇଁ ପ୍ରୟାସ କରିବାକୁ ହେବ । ବୁଦ୍ଧିରେ ସର୍ବଦା ରହୁ ଯେ ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଭାଇ-ଭଉଣୀ ଅଟୁ, ତେଣୁ ପରସ୍ପର ପ୍ରତି ବିକାରୀ ଦୃଷ୍ଟି ରଖି ପାରିବା ନାହିଁ ।

(୨) ଶରୀର ନିର୍ବାହ ଅର୍ଥେ କର୍ମ କରୁଥିଲେ ମଧ୍ୟ ବୁଦ୍ଧିର ଯୋଗ ଏକମାତ୍ର ବାବାଙ୍କ ସହିତ ଲଗାଇବାକୁ ହେବ, ପୁରୁଣା ଦୁନିଆର ସବୁ କଥା ଛାଡି ବେହଦ୍‌ର ବାବାଙ୍କୁ ମନେ ପକାଇବାକୁ ହେବ । ବେହଦ୍‌ର ସନ୍ନ୍ୟାସୀ ହେବାକୁ ପଡିବ ।

ବରଦାନ:-
ବାବା ଶବ୍ଦର ସ୍ମୃତି ଦ୍ୱାରା କାରଣକୁ ନିବାରଣରେ ପରିବର୍ତ୍ତନ କରୁଥିବା ସଦା ଅଚଳ ଅଟଳ ଭବ ।

କୌଣସି ବି ପରିସ୍ଥିତି ଯେତେ ଅସ୍ଥିର ହୋଇଥାଉ ନା କାହିଁକି ବାବା ଶବ୍ଦ କହିବା ମାତ୍ରକେ ତୁମେ ଅଚଳ ହୋଇଯିବ । ଯେତେବେଳେ ପରିସ୍ଥିତିର ଚିନ୍ତନରେ ଚାଲିଯାଉଛ, ସେତେବେଳେ ତାହା ବଡ କଷ୍ଟଦାୟୀ ଅନୁଭବ ହେଉଛି । ଯଦି କାରଣ ବଦଳରେ ନିବାରଣର ଚିନ୍ତନ କରିବ ତେବେ ସେହି କାରଣ ହିଁ ନିବାରଣରେ ପରିବର୍ତ୍ତିତ ହୋଇଯିବ । କାହିଁକି ନା ମାଷ୍ଟର ସର୍ବଶକ୍ତିମାନ ବ୍ରାହ୍ମଣ ପିଲାମାନଙ୍କ ସମ୍ମୁଖରେ ପରିସ୍ଥିତିଗୁଡିକ ପିମ୍ପୁଡି ସଦୃଶ ମଧ୍ୟ ନୁହେଁ । କେବଳ କ’ଣ ହେଲା, କାହିଁକି ହେଲା ଏଭଳି ଚିନ୍ତା କରିବା ପରିବର୍ତ୍ତେ ଯାହା ହେଲା ସେଥିରେ କଲ୍ୟାଣ ଭରି ରହିଛି, ସେବା ସମାହିତ ହୋଇଅଛି... ଯଦିଓ ଭିନ୍ନ ଭିନ୍ନ ପରିସ୍ଥିତିର ରୂପ ଦେଖାଯାଉଛି କିନ୍ତୁ ସେଥିରେ ସେବା ସମାହିତ ହୋଇ ରହିଛି - ଯଦି ଏହିଭଳି ରୂପରେ ଦେଖିବ ତେବେ ସର୍ବଦା ଅଚଳ ଅଟଳ ରହିବ ।

ସ୍ଲୋଗାନ:-
ଏକମାତ୍ର ବାବାଙ୍କର ପ୍ରଭାବରେ ରହିଥିବା ଆତ୍ମା କୌଣସି ବି ଆତ୍ମାର ପ୍ରଭାବରେ ଆସିପାରିବ ନାହିଁ ।

ଅବ୍ୟକ୍ତ ଈଶାରା:- ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।

କର୍ମାତୀତ ସ୍ଥିତିକୁ ପ୍ରାପ୍ତ କରିବା ପାଇଁ ସର୍ବଦା ସାକ୍ଷୀ ହୋଇ କାର୍ଯ୍ୟ କର । ସାକ୍ଷୀ ଅର୍ଥାତ୍ ସର୍ବଦା ନିଆରା ସ୍ଥିତିରେ ରହି କର୍ମ କରିବାବାଲା ଅଲୌକିକ ଆତ୍ମା ଅଟେ, ଅଲୌକିକ ଅନୁଭୂତି କରୁଥିବା, ଅଲୌକିକ ଜୀବନ, ଶ୍ରେଷ୍ଠ ଜୀବନ ଲାଭ କରିଥିବା ଆତ୍ମା ଅଟେ - ଏହିଭଳି ନିଶା ରହିଥିବ, କର୍ମ କରିବା ସମୟରେ ଯଦି ଏହିଭଳି ଅଭ୍ୟାସକୁ ବଢାଇ ଚାଲିବ, ତେବେ ନିଶ୍ଚିତ ଭାବରେ କର୍ମାତୀତ ସ୍ଥିତିକୁ ପ୍ରାପ୍ତ କରିନେବ ।