05.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କୁ ଏବେ ନାମ ରୂପର ବ୍ୟାଧିରୁ ମୁକ୍ତ ରହିବାକୁ ହେବ, କୌଣସି ଓଲଟା ଖାତା ଜମା କରିବାର
ନାହିଁ, ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାର ଅଛି ।”
ପ୍ରଶ୍ନ:-
ଭାଗ୍ୟବାନ
ସନ୍ତାନମାନେ କେଉଁ ମୁଖ୍ୟ ପୁରୁଷାର୍ଥ ଦ୍ୱାରା ନିଜର ଭାଗ୍ୟ ଗଢିଥା’ନ୍ତି?
ଉତ୍ତର:-
ଭାଗ୍ୟବାନ ସନ୍ତାନମାନେ ସମସ୍ତଙ୍କୁ ସୁଖ ଦେବାର ପୁରୁଷାର୍ଥ କରିଥା’ନ୍ତି । ମନ-ବଚନ-କର୍ମରେ
କାହାକୁ ଦୁଃଖ ଦିଅନ୍ତି ନାହିଁ । ସମସ୍ତଙ୍କ ସହିତ ଶାନ୍ତିପୂର୍ଣ୍ଣ ବ୍ୟବହାର କରିଥା’ନ୍ତି, ତେଣୁ
ସେମାନଙ୍କର ଭାଗ୍ୟ ଜମା ହୋଇଚାଲେ । ଏହା ହେଉଛି ତୁମର ଈଶ୍ୱରୀୟ ବିଦ୍ୟାର୍ଥୀ ଜୀବନ । ତୁମମାନଙ୍କୁ
ଏବେ ମାୟାଠାରୁ ହାରିବାର ନାହିଁ, ଅପାର ଖୁସିରେ ରହିବାର ଅଛି ।
ଗୀତ:-
ତୁହ୍ମି ହୋ
ମାତା-ପିତା...
ଓମ୍ ଶାନ୍ତି ।
ସମସ୍ତ
ସନ୍ତାନମାନେ ଏବେ ମୁରଲୀ ଶୁଣୁଛନ୍ତି, ଯେଉଁ ସବୁ ସ୍ଥାନକୁ ମୁରଲୀ ଯାଉଛି, ସମସ୍ତେ ଜାଣିଛନ୍ତି
ଯେ ଯାହାଙ୍କର ମହିମାର ଗାୟନ କରାଯାଉଛି ସେ କୌଣସି ସାକାର ନୁହଁନ୍ତି, ତାହା ହେଲା ନିରାକାରଙ୍କର
ମହିମା । ନିରାକାର, ସାକାରଙ୍କ ଦ୍ୱାରା ଏବେ ସମ୍ମୁଖରେ ମୁରଲୀ ଶୁଣାଉଛନ୍ତି । ଏଭଳି ମଧ୍ୟ କହିବେ,
ଏବେ ଆମେ ଆତ୍ମା ତାଙ୍କୁ ସମ୍ମୁଖରେ ଦେଖୁଛୁ! ଆତ୍ମା ବହୁତ ସୂକ୍ଷ୍ମ ଅଟେ, ଯାହାକି ଏହି ଆଖି
ଦ୍ୱାରା ଦେଖାଯାଇ ନ ଥାଏ । ଭକ୍ତିମାର୍ଗରେ ମଧ୍ୟ ଜାଣିଥା’ନ୍ତି ଯେ ଆମେ ସବୁ ଆତ୍ମା ବହୁତ
ସୂକ୍ଷ୍ମ ଅଟୁ । କିନ୍ତୁ ପୂରା ରହସ୍ୟ ବୁଦ୍ଧିରେ ନାହିଁ ଯେ ଆତ୍ମା କ’ଣ, ପରମାତ୍ମାଙ୍କୁ
ମନେପକାଇଥା’ନ୍ତି କିନ୍ତୁ ସିଏ କ’ଣ? ଏ କଥା ଦୁନିଆରେ କେହି ବି ଜାଣିନାହାଁନ୍ତି । ତୁମେ ମଧ୍ୟ
ଜାଣି ନ ଥିଲ । ଏବେ ତୁମ ସନ୍ତାନମାନଙ୍କର ନିଶ୍ଚୟ ରହିଛି ଯେ ଇଏ କୌଣସି ଲୌକିକ ଶିକ୍ଷକ ଅଥବା
ସମ୍ବନ୍ଧୀ ନୁହଁନ୍ତି । ଯେପରି ସୃଷ୍ଟିରେ ଅନ୍ୟ ମନୁଷ୍ୟମାନେ ଅଛନ୍ତି ସେହିପରି ଏହି ଦାଦା ମଧ୍ୟ
ଥିଲେ । ତୁମେ ଯେତେବେଳେ ମହିମା ଗାଉଥିଲ ତ୍ୱମେବ ମାତାଶ୍ଚ ପିତା... ସେତେବେଳେ ଭାବୁଥିଲ ବୋଧ
ହୁଏ ଉପରେ କେହି ଜଣେ ଅଛନ୍ତି । ଏବେ ତ ବାବା କହୁଛନ୍ତି ମୁଁ ଏହାଙ୍କ ଶରୀର ମଧ୍ୟରେ ପ୍ରବେଶ
କରିଛି । ମୁଁ ହେଉଛି ସେହି, ଏହାଙ୍କ ମଧ୍ୟରେ ରହିଛି । ଆଗରୁ ବହୁତ ସ୍ନେହର ସହିତ ଭଗବାନଙ୍କ
ମହିମା ଗାନ କରୁଥିଲେ ଏବଂ ଡରୁଥିଲେ ମଧ୍ୟ । ଏବେ ସେ ଏହାଙ୍କ ଶରୀରରେ ଆସିଛନ୍ତି । ଯିଏ ନିରାକାର
ଥିଲେ ସେ ଏବେ ସାକାର ଶରୀରକୁ ଆସିଛନ୍ତି । ସେ ହିଁ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି । ଦୁନିଆରେ
କେହି ଜାଣିନାହାଁନ୍ତି ଯେ ସେ କ’ଣ ଶିଖାଉଛନ୍ତି । ସେମାନେ ତ ଗୀତାର ଭଗବାନ ଶ୍ରୀକୃଷ୍ଣ ବୋଲି
ଭାବୁଛନ୍ତି । କହୁଛନ୍ତି ସିଏ ରାଜଯୋଗ ଶିଖାଉଛନ୍ତି । ଆଚ୍ଛା, ବାକି ବାବା ଆସି କ’ଣ କରୁଛନ୍ତି?
ଯଦିଓ ଗାଉଥିଲେ ତୁମେ ମାତା-ପିତା କିନ୍ତୁ ତାଙ୍କଠାରୁ କ’ଣ ମିଳିଥାଏ ଆଉ କେବେ ମିଳିଥାଏ, ଏ କଥା
କିଛି ଜାଣିନାହାଁନ୍ତି । ସେମାନେ ଗୀତା ଶୁଣି ଭାବୁଥିଲେ ଯେ ଶ୍ରୀକୃଷ୍ଣଙ୍କ ଦ୍ୱାରା ରାଜଯୋଗ
ଶିଖିଥିଲେ ପୁଣି ସେ କେବେ ଆସି ଶିଖାଇବେ । ସେ ମଧ୍ୟ ଧ୍ୟାନରେ ଆସୁଥିବେ । ବର୍ତ୍ତମାନ ଏହା ସେହି
ମହାଭାରତ ଲଢେଇର ସମୟ ତେଣୁ ନିଶ୍ଚୟ ଶ୍ରୀକୃଷ୍ଣଙ୍କର ସମୟ ହୋଇଥିବ । ତେବେ ନିଶ୍ଚୟ ସେହି
ଇତିହାସ-ଭୂଗୋଳ ରିପିଟ (ପୁନରାବୃତ୍ତି) ହେବା ଦରକାର । ଦିନକୁ ଦିନ ବୁଝିବାକୁ ଚାଲିବେ ଶେଷରେ ସବୁ
ବୁଝିଯିବେ । ନିଶ୍ଚୟ ଗୀତାର ଭଗବାନ ଏବେ ହେବା ଦରକାର । ବାସ୍ତବରେ ମହାଭାରତ ଲଢେଇ ମଧ୍ୟ ଏବେ
ଦେଖିବାକୁ ମିଳୁଛି । ତେବେ ନିଶ୍ଚୟ ଏହି ଦୁନିଆର ବିନାଶ ହେବ । ଚିତ୍ରରେ ଦେଖାଇଛନ୍ତି ପାଣ୍ଡବ
ପାହାଡ ଉପରକୁ ଚାଲିଗଲେ । ତେଣୁ ସେମାନଙ୍କ ବୁଦ୍ଧିରେ ଆସୁଥିବ, ବାସ୍ତବରେ ବିନାଶ ସମ୍ମୁଖରେ
ଦଣ୍ଡାୟମାନ । ତେବେ କୃଷ୍ଣ କେଉଁଠାରେ ଅଛନ୍ତି? ସେମାନେ ଖୋଜି ଚାଲିବେ, ଯେତେବେଳେ ତୁମଠାରୁ
ଶୁଣିବେ ଯେ ଗୀତାର ଭଗବାନ ଶ୍ରୀକୃଷ୍ଣ ନୁହଁନ୍ତି, ଶିବ ଅଟନ୍ତି । ଏକଥା ତୁମଠାରୁ ଶୁଣିବା
ପର୍ଯ୍ୟନ୍ତ ସେମାନେ ଖୋଜି ଚାଲିବେ । ଏ କଥା ତୁମମାନଙ୍କ ବ୍ୟତୀତ ଦୁନିଆରେ ଆଉ କେହି ହେଲେ
କହିପାରିବେ ନାହିଁ । ଯଦି ଏବେ ଗୀତାର ଭଗବାନ ରାଜଯୋଗ ଶିଖାଇଥିଲେ ତେବେ ଏଥିରୁ ସିଦ୍ଧ ହେଉଛି କି
ନିଶ୍ଚିତ ଭାବରେ ସେ ନରରୁ ନାରାୟଣ କରାଇଥିଲେ । ତୁମେ ସନ୍ତାନମାନେ ଜାଣିଛ ଭଗବାନ ଆମକୁ ପାଠ
ପଢାଉଛନ୍ତି । ବାସ୍ତବରେ ସିଏ ଆମମାନଙ୍କୁ ନରରୁ ନାରାୟଣ କରୁଛନ୍ତି । ସ୍ୱର୍ଗରେ ଏହି
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ନା । ଯାହାକି ଏବେ ନାହିଁ, ତ ନାରାୟଣ ବି ନାହାଁନ୍ତି କିମ୍ବା
ଦେବତାମାନେ ମଧ୍ୟ ନାହାଁନ୍ତି । ସେମାନଙ୍କର କେବଳ ଚିତ୍ର ରହିଛି ଯେଉଁଥିରୁ ବୁଝି ହେଉଛି ଯେ
ସେମାନେ ଏଠାରେ ଜନ୍ମ ନେଇ କରି ଯାଇଛନ୍ତି । ଏବେ ତୁମେ ଜାଣୁଛ ଏମାନଙ୍କୁ ଆସିବାର କେତେ ବର୍ଷ
ହେଲାଣି? ତୁମକୁ ସଠିକ୍ ଭାବେ ଜଣାଅଛି, ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଏହାଙ୍କର ରାଜ୍ୟ ଥିଲା
। ବର୍ତ୍ତମାନ ହେଉଛି ଅନ୍ତିମ ସମୟ । ଏବେ ଲଢେଇ ମଧ୍ୟ ସମ୍ମୁଖରେ ଉପସ୍ଥିତ । ତୁମେ ଜାଣିଛ ବାବା
ଆମକୁ ପାଠ ପଢାଉଛନ୍ତି । ସମସ୍ତ ସେଣ୍ଟର ମାନଙ୍କରେ ପଢିବା ସହିତ ପଢାଉଛନ୍ତି ମଧ୍ୟ । ପଢାଇବାର
ଯୁକ୍ତି ମଧ୍ୟ ବହୁତ ଭଲ । ଚିତ୍ର ଦ୍ୱାରା ତୁମେମାନେ ଭଲ ଭାବରେ ଏ କଥା ବୁଝାଇପାରିବ । ମୁଖ୍ୟ କଥା
ହେଉଛି ଗୀତାର ଭଗବାନ ଶିବ ନା ଶ୍ରୀକୃଷ୍ଣ? ଫରକ ତ ବହୁତ ରହିଛି ନା । ସଦ୍ଗତି ଦାତା ସ୍ୱର୍ଗର
ସ୍ଥାପନକର୍ତ୍ତା ଅଥବା ଆଦି ସନାତନ ଦେବୀ-ଦେବତା ଧର୍ମର ପୁନଃ ସ୍ଥାପନା କରିବାବାଲା ଶିବ ନା
ଶ୍ରୀକୃଷ୍ଣ? ମୁଖ୍ୟ ହେଉଛି ୩ଟି କଥାର ଫଇସଲା । ଏହା ଉପରେ ହିଁ ଅଧିକ ଜୋର ଦେଇଥା’ନ୍ତି । ଯଦିଓ
ମତାମତ ଲେଖି ଦେଉଛନ୍ତି କି ଏହା ବହୁତ ଭଲ କିନ୍ତୁ ଏହା ଦ୍ୱାରା କିଛି ଫାଇଦା ନାହିଁ । ତୁମର ଯେଉଁ
ମୁଖ୍ୟ କଥା ତା ଉପରେ ଜୋର ଦେବାକୁ ହେବ । ଏଥିରେ ହିଁ ତୁମର ବିଜୟ ରହିଛି । ତୁମେ ସିଦ୍ଧ କରି
କହୁଛ, ଭଗବାନ ହେଉଛନ୍ତି ଏକ । ଏପରି ନୁହେଁ ଯେ ଯେଉଁମାନେ ଗୀତା ଶୁଣାଉଛନ୍ତି ସେମାନେ ମଧ୍ୟ
ଭଗବାନ ହୋଇଯିବେ । ଭଗବାନ ଏହି ରାଜଯୋଗ ଏବଂ ଜ୍ଞାନ ଦ୍ୱାରା ଦେବୀ-ଦେବତା ଧର୍ମର ସ୍ଥାପନା
କରିଥିଲେ ।
ବାବା ବୁଝାଉଛନ୍ତି -
ପିଲାମାନଙ୍କ ଉପରେ ମାୟାର ଆକ୍ରମଣ ହେଉଛି, ବର୍ତ୍ତମାନ ପର୍ଯ୍ୟନ୍ତ କେହି କର୍ମାତୀତ ଅବସ୍ଥାକୁ
ପ୍ରାପ୍ତ କରିନାହାଁନ୍ତି । ପୁରୁଷାର୍ଥ କରି କରି ଶେଷରେ ତୁମେ ଏକ ବାବାଙ୍କର ସ୍ମୃତିରେ ରହି
ସର୍ବଦା ହର୍ଷିତ ହୋଇ ରହିବ । କୌଣସି ଦୁଃଖର ଛାୟା ଆସିବ ନାହିଁ । ଏବେ ତ ମୁଣ୍ଡ ଉପରେ ପାପର ବୋଝ
ବହୁତ ରହିଛି । ତାହା ଯୋଗବଳ ଦ୍ୱାରା ହିଁ ନଷ୍ଟ ହେବ । ସେଥିପାଇଁ ବାବା ପୁରୁଷାର୍ଥର ଭିନ୍ନ
ଭିନ୍ନ ଉପାୟ ବତାଉଛନ୍ତି । ତେବେ ଯୋଗ ଦ୍ୱାରା ହିଁ ପାପ କଟିବ । ଏମିତି ବହୁତ ବୁଦ୍ଧିହୀନ ଅଛନ୍ତି
ଯେଉଁମାନେ ଯୋଗଯୁକ୍ତ ହୋଇ ନ ରହିବା କାରଣରୁ ନାମ ରୂପରେ ବାନ୍ଧି ହୋଇଯାଉଛନ୍ତି । ସେମାନଙ୍କୁ
ହର୍ଷିତମୁଖ ହୋଇ କାହାକୁ ଜ୍ଞାନ ବୁଝାଇବା ମଧ୍ୟ କଷ୍ଟକର ହେଉଛି । ଆଜି କାହାକୁ ବୁଝାଇଲେ, କାଲି
ପୁଣି ଶ୍ୱାସରୁଦ୍ଧ ହୋଇ ଖୁସି ହଜିଯାଉଛି । ତେବେ ବୁଝିଯିବା ଦରକାର ଯେ ଆମ ଉପରେ ମାୟାର ଏପରି
ଆକ୍ରମଣ ହେଉଛି । ସେଥିପାଇଁ ସଦାସର୍ବଦା ବାବାଙ୍କୁ ମନେପକାଇବାକୁ ହେବ । ବାକି କାନ୍ଦିବା, ଅଥବା
ବ୍ୟତିବ୍ୟସ୍ତ ହେବା ଉଚିତ୍ ନୁହେଁ । ବୁଝିଯିବା ଦରକାର ଯେ ମାୟା ଜୋତା ମାରୁଛି ସେଥିପାଇଁ
ପୁରୁଷାର୍ଥ କରି ବାବାଙ୍କୁ ମନେପକାଇବାକୁ ହେବ । ବାବାଙ୍କ ସ୍ମୃତି ଦ୍ୱାରା ବହୁତ ଖୁସି ଆସିବ ।
ମୁଖରୁ ତୁରନ୍ତ ଜ୍ଞାନଯୁକ୍ତ ବାଣୀ ବାହାରିବ । ପତିତ-ପାବନ ବାବା କହୁଛନ୍ତି, ମୋତେ ମନେପକାଅ ।
କେହି ଜଣେ ହେଲେ ଏପରି ମନୁଷ୍ୟ ନାହାଁନ୍ତି ଯାହାଙ୍କ ପାଖରେ ରଚୟିତା ବାବାଙ୍କର ପରିଚୟ ଥିବ । ଯଦି
ମନୁଷ୍ୟ ହୋଇ ବାବାଙ୍କୁ ନ ଜାଣିଲେ ତେବେ ଜୀବଜନ୍ତୁଠାରୁ ମଧ୍ୟ ହୀନ ହୋଇଗଲେ । ଗୀତାରେ
ଶ୍ରୀକୃଷ୍ଣଙ୍କ ନାମ ଲେଖି ଦେଇଛନ୍ତି ତେଣୁ ସେମାନେ ବାବାଙ୍କୁ କିପରି ମନେପକାଇବେ! ଏହା ଏକ ବହୁତ
ବଡ ଭୁଲ୍ ଅଟେ, ଯେଉଁ ବିଷୟରେ ତୁମମାନଙ୍କୁ ବୁଝାଇବାକୁ ହେବ । ଗୀତାର ଭଗବାନ ହେଉଛନ୍ତି ଶିବବାବା,
ସେ ହିଁ ସମ୍ପତ୍ତି ଦେଉଛନ୍ତି, ସେ ହିଁ ମୁକ୍ତି-ଜୀବନମୁକ୍ତି ଦାତା ଅଟନ୍ତି । ଅନ୍ୟ
ଧର୍ମାବଲମ୍ବୀମାନଙ୍କ ବୁଦ୍ଧିରେ ଏକଥା ରହିବ ନାହିଁ । ସେମାନେ ତ’ ନିଜ ନିଜର ହିସାବ-କିତାବ
ଚୁକ୍ତ କରି ଘରକୁ ଚାଲିଯିବେ । ଶେଷ ସମୟରେ ଅଳ୍ପ ପରିଚୟ ମିଳିଲେ ମଧ୍ୟ ନିଜ ଧର୍ମକୁ ଚାଲିଯିବେ ।
ତୁମକୁ ବାବା ବୁଝାଉଛନ୍ତି ତୁମେମାନେ ଦେବତା ଥିଲ ଏବେ ପୁଣି ବାବାଙ୍କୁ ମନେପକାଇଲେ ତୁମେ ଦେବୀ
ଦେବତା ହୋଇଯିବ । ବିକର୍ମ ମଧ୍ୟ ବିନାଶ ହୋଇଯିବ । ତଥାପି ମଧ୍ୟ ଓଲଟା-ସିଧା ଧନ୍ଦା କରୁଛନ୍ତି ।
ବାବାଙ୍କୁ ଲେଖୁଛନ୍ତି ଆଜି ଆମର ଅବସ୍ଥା ଝାଉଁଳି ଯାଇଛି, ବାବାଙ୍କୁ ମନେପକାଇନାହୁଁ । ତେବେ ଯୋଗ
ନ କରିଲେ ନିଶ୍ଚୟ ଝାଉଁଳି ପଡିବ । ଏହା ହେଉଛି ହିଁ ମୁର୍ଦ୍ଦାରମାନଙ୍କର ଦୁନିଆ । ଏଠାରେ ସମସ୍ତେ
ମରିପଡିଛନ୍ତି । ତୁମେ ବାବାଙ୍କର ହୋଇଛ ତେଣୁ ତୁମମାନଙ୍କ ପ୍ରତି ବାବାଙ୍କର ଆଦେଶ ହେଲା - ମୋତେ
ମନେପକାଇଲେ ବିକର୍ମ ବିନାଶ ହୋଇଯିବ । ଏହି ଶରୀର ପୁରୁଣା ତମଃପ୍ରଧାନ ଅଟେ, ତେଣୁ ଶେଷ
ପର୍ଯ୍ୟନ୍ତ କିଛି ନା କିଛି ହୋଇ ଚାଲିବ । ଯେ ପର୍ଯ୍ୟନ୍ତ ବାବାଙ୍କ ସ୍ମୃତିରେ ରହି କର୍ମାତୀତ
ଅବସ୍ଥାକୁ ନ ପାଇଛ, ସେ ପର୍ଯ୍ୟନ୍ତ ମାୟା ହଲଚଲ୍ କରୁଥିବ, କାହାକୁ ହେଲେ ବି ଛାଡିବ ନାହିଁ ।
ତେଣୁ ନିଜକୁ ଯାଞ୍ଚ କରିବା ଦରକାର ଯେ ମାୟା କିପରି ଧକ୍କା ଖୁଆଉଛି, ଭଗବାନ ଆମକୁ ପାଠ ପଢାଉଛନ୍ତି,
ଏ କଥା ଭୁଲିବା ଉଚିତ୍ ନୁହେଁ । ଆତ୍ମା କହୁଛି - ଆମ ପ୍ରାଣଠାରୁ ପ୍ରିୟ ହେଉଛନ୍ତି ବାବା । ଏପରି
ବାବାଙ୍କୁ ପୁଣି ତୁମେ ଭୁଲିଯାଉଛ କାହିଁକି! ବାବା ଧନ ଦେଉଛନ୍ତି, ଦାନ କରିବା ପାଇଁ । ପ୍ରଦର୍ଶନୀ
ମେଳାରେ ତୁମେ ବହୁତଙ୍କୁ ସେହି ଜ୍ଞାନ ଧନ ଦାନ କରିପାରିବ । ନିଜେ ହିଁ ସଉକର ସହିତ ଦୌଡିବା
ଦରକାର । ଏବେ ତ ବାବାଙ୍କୁ ସାବଧାନ କରିବାକୁ ପଡୁଛି, ଯାଇ ଅନ୍ୟମାନଙ୍କୁ ବୁଝାଅ । ଏଥିରେ ମଧ୍ୟ
ନିଜେ ଭଲ ଭାବରେ ବୁଝିଥିବା ଦରକାର । ଯଦି ଦେହ-ଅଭିମାନ ଥିବ ତେବେ କାହାକୁ ତୀର ଲାଗିବ ନାହିଁ ।
ଅନେକ ପ୍ରକାରର ତରବାରୀ ମଧ୍ୟ ଥାଏ ନା । ତୁମର ଯୋଗବଳର ତରବାରୀ (ଖଣ୍ଡା) ମଧ୍ୟ ବହୁତ ତୀକ୍ଷଣ
ହେବା ଦରକାର, ସେବାର ଉଲ୍ଲାସ ମଧ୍ୟ ଥିବା ଦରକାର, ବହୁତଙ୍କର କଲ୍ୟାଣ କରିବି । ବାବାଙ୍କୁ
ମନେପକାଇବାର ଏପରି ଅଭ୍ୟାସ ହୋଇଯିବା ଦରକାର ଯେପରି ଶେଷ ସମୟରେ ଏକମାତ୍ର ବାବାଙ୍କ ବ୍ୟତୀତ ଆଉ
କାହାର ସ୍ମୃତି ନ ଆସିବ, ତେବେ ଯାଇ ତୁମେ ରାଜତ୍ୱର ପଦ ପ୍ରାପ୍ତ କରିପାରିବ । ଶେଷ ସମୟରେ ଅଲଫ
ଅର୍ଥାତ୍ ବାବା ଏବଂ ନାରାୟଣଙ୍କୁ ମଧ୍ୟ ସ୍ମରଣ କରିବା ଦରକାର । ବାବା ଏବଂ ବର୍ସାକୁ ହିଁ
ମନେପକାଇବାକୁ ହେବ । କିନ୍ତୁ ମାୟା ମଧ୍ୟ କମ୍ ନୁହେଁ । ଅନେକ ପିଲା କଞ୍ଚା ହୋଇ ରହିଯାଉଛନ୍ତି ।
କାହାର ନାମ ରୂପରେ ଫସିଗଲେ ଓଲଟା କର୍ମର ଖାତା ଜମା ହୋଇଥାଏ । ପରସ୍ପରକୁ ପ୍ରାଇଭେଟ୍ ଚିଠି
ଲେଖିଥା’ନ୍ତି । ଦେହଧାରୀଙ୍କ ସହିତ ପ୍ରୀତି ହୋଇଗଲେ ଓଲଟା କର୍ମର ଖାତା ହୋଇଯାଇଥାଏ । ବାବାଙ୍କ
ପାଖକୁ ସମାଚାର ଆସୁଛି । ଓଲଟା-ସିଧା କର୍ମ କରି ପୁଣି କହୁଛନ୍ତି ବାବା ଏ ସବୁ ହୋଇଗଲା । ଆରେ,
ଖାତା ଓଲଟା ତ ହୋଇଗଲା ନା! ଏହି ଶରୀର ତ ହେଉଛି ବିକାରୀ, ତାକୁ ତୁମେ କାହିଁକି ମନେପକାଉଛ । ବାବା
କହୁଛନ୍ତି ମୋତେ ମନେପକାଅ ତେବେ ତୁମେମାନେ ସଦା ସର୍ବଦା ଖୁସିରେ ରହିବ । ଆଜି ଖୁସିରେ ଅଛନ୍ତି,
କାଲି ପୁଣି ମୁର୍ଦ୍ଦାର ହୋଇଯାଉଛନ୍ତି । ଏହିପରି ଜନ୍ମ-ଜନ୍ମାନ୍ତର ନାମ-ରୂପର ବନ୍ଧନରେ ବାନ୍ଧି
ହୋଇ ଆସୁଛନ୍ତି ନା । ସ୍ୱର୍ଗରେ ଏହି ନାମ-ରୂପର ବେମାରୀ ରହିବ ନାହିଁ । ସେଠାରେ ତ ମୋହଜିତ୍
କୁଟୁମ୍ବ ହେବ । ଜାଣିଥା’ନ୍ତି ଆମେ ଆତ୍ମା ଅଟୁ, ଶରୀର ନୁହେଁ । ତାହା ହେଉଛି
ଆତ୍ମ-ଅଭିମାନୀମାନଙ୍କର ଦୁନିଆ । ଏହା ହେଉଛି ଦେହ-ଅଭିମାନୀମାନଙ୍କର ଦୁନିଆ । ପୁଣି ଅଧାକଳ୍ପ
ତୁମେ ଦେହୀ ଅଭିମାନୀ ହୋଇଯାଉଛ । ଏବେ ବାବା କହୁଛନ୍ତି ଦେହ ଅଭିମାନ ତ୍ୟାଗ କର । ଦେହୀ-ଅଭିମାନୀ
ହେବା ଦ୍ୱାରା ବହୁତ ମିଠା ଶୀତଳ ହୋଇଯିବ କିନ୍ତୁ ଏପରି ବହୁତ କମ୍ ଅଛନ୍ତି । ବାବା ଏପରି
ପୁରୁଷାର୍ଥ କରାଉଛନ୍ତି କି ଯେପରି ବାବାଙ୍କର ସ୍ମୃତି ଭୁଲି ନ ଯାଉ । ବାବା ଆଦେଶ କରୁଛନ୍ତି ମୋତେ
ମନେପକାଅ, ଚାର୍ଟ ରଖ । କିନ୍ତୁ ମାୟା ଚାର୍ଟ ମଧ୍ୟ ରଖିବାକୁ ଦେଉ ନାହିଁ । ତେବେ ଏପରି ମିଠା
ବାବାଙ୍କୁ ତ କେତେ ମନେପକାଇବା ଦରକାର । ଇଏ ତ ହେଉଛନ୍ତି ପତିଙ୍କର ପତି, ବାପାଙ୍କର ବାପା ଅଟନ୍ତି
ନା । ତେବେ ନିଜେ ବାବାଙ୍କୁ ମନେପକାଇ ପୁଣି ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବାର ପୁରୁଷାର୍ଥ
କରିବାକୁ ହେବ, ଏଥିରେ ବହୁତ ଆଗ୍ରହ ରହିବା ଆବଶ୍ୟକ । ସେବାଧାରୀ ସନ୍ତାନମାନଙ୍କୁ ତ ବାବା ଚାକିରୀ
ମଧ୍ୟ ଛଡାଇ ଦେଉଛନ୍ତି । ପରିସ୍ଥିତି ଦେଖି କହିଥା’ନ୍ତି ଏବେ ଏହି ଧନ୍ଦାରେ ଲାଗିଯାଅ ।
ତୁମମାନଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ ତ ସମ୍ମୁଖରେ ରହିଛି । ଭକ୍ତିମାର୍ଗରେ ମଧ୍ୟ ଚିତ୍ର ଆଗରେ
ବସିଥା’ନ୍ତି ନା । ତୁମକୁ ତ କେବଳ ନିଜକୁ ଆତ୍ମା ଭାବି ପରମାତ୍ମା ବାବାଙ୍କୁ ମନେପକାଇବାକୁ ହେବ
। ବିଚିତ୍ର ହୋଇ ବିଚିତ୍ର ବାବାଙ୍କୁ ମନେପକାଇବାକୁ ହେବ । ଏହି କଥାରେ ହିଁ ମେହନତ ରହିଛି ।
ବିଶ୍ୱର ମାଲିକ ହେବା କୌଣସି ମାଉସୀ ଘର କଥା ନୁହେଁ । ବାବା କହୁଛନ୍ତି ମୁଁ ବିଶ୍ୱର ମାଲିକ
ହେଉନାହିଁ, ତୁମକୁ କରାଉଛି । କେତେ ମୁଣ୍ଡ ପିଟିବାକୁ ପଡୁଛି । ସୁପୁତ୍ରମାନଙ୍କର ତ ସ୍ୱତଃ
ଚିନ୍ତା ଲାଗି ରହିଥାଏ, ଛୁଟି ନେଇ ମଧ୍ୟ ସେବାରେ ଲାଗିଯିବା ଉଚିତ୍ । କେତେକ ସନ୍ତାନମାନଙ୍କର
ବନ୍ଧନ ଏବଂ ମୋହ ମଧ୍ୟ ରହୁଛି । ବାବା କହୁଛନ୍ତି ତୁମର ସବୁ ରୋଗ ବାହାରକୁ ବାହାରିବ, ତୁମେ
ବାବାଙ୍କୁ ମନେପକାଇଚାଲ । ମାୟା ତୁମକୁ ହଟାଇବାକୁ ଚେଷ୍ଟା କରୁଛି । ଯୋଗ ହିଁ ହେଉଛି ମୁଖ୍ୟ,
ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ମିଳିଲା, ବାକି ଆଉ କ’ଣ ଦରକାର । ଭାଗ୍ୟବାନ
ସନ୍ତାନମାନେ ସମସ୍ତଙ୍କୁ ସୁଖ ଦେବାର ପୁରୁଷାର୍ଥ କରୁଛନ୍ତି, ମନ-ବଚନ-କର୍ମରେ କାହାକୁ ଦୁଃଖ ଦେଉ
ନାହାଁନ୍ତି, ଶୀତଳ ହୋଇ ଚାଲୁଥିବାରୁ ଭାଗ୍ୟ ବଢି ବଢି ଚାଲିଥାଏ । ଯଦି ଜ୍ଞାନ କେହି ବୁଝୁ
ନାହାଁନ୍ତି ତେବେ ବୁଝାଯାଉଛି ଏହାଙ୍କ ଭାଗ୍ୟରେ ନାହିଁ । ଯାହାଙ୍କ ଭାଗ୍ୟରେ ଅଛି ସେ ଭଲ ଭାବରେ
ଶୁଣୁଛନ୍ତି । ଅନୁଭବ ମଧ୍ୟ ଶୁଣାଉଛନ୍ତି ନା - କ’ଣ, କ’ଣ କରୁଥିଲେ । ଏବେ ଜଣା ପଡୁଛି, ଯାହା
କିଛି କରିଛ ତାହା ଦ୍ୱାରା କେବଳ ଦୁର୍ଗତି ହିଁ ହୋଇଛି । ବାବାଙ୍କୁ ମନେପକାଇଲେ ସଦ୍ଗତି ପାଇବ ।
ତେବେ ବହୁତ ମୁସ୍କିଲ୍ରେ କେହି ଘଣ୍ଟାଏ, ଅଧଘଣ୍ଟା ଯୋଗ କରୁଥିବେ । ନଚେତ୍ ଢୁଳାଉ ଥିବେ । ବାବା
କହୁଛନ୍ତି ଅଧାକଳ୍ପ ହେବ ଏଣେ ତେଣେ ଘୁରି ବୁଲିଲ ଏବେ ବାବା ମିଳିଛନ୍ତି, ତୁମର ଏହା ବିଦ୍ୟାର୍ଥୀ
ଜୀବନ ଅଟେ ତେଣୁ ଖୁସିରେ ରହିବା ଦରକାର ନା । କିନ୍ତୁ ବାବାଙ୍କୁ ବାରମ୍ବାର ଭୁଲିଯାଉଛନ୍ତି ।
ବାବା କହୁଛନ୍ତି ତୁମେ
ହେଉଛ କର୍ମଯୋଗୀ । ଦୁନିଆର ଧନ୍ଦା ଆଦି ତ’ ନିଶ୍ଚିତ କରିବାକୁ ହେବ । ନିଦ ମଧ୍ୟ କମ୍ କରିବା ଭଲ
। ଯୋଗବଳ ଦ୍ୱାରା ରୋଜଗାର ଜମା ହେବ ଏବଂ ଖୁସି ମଧ୍ୟ ରହିବ । ତେଣୁ ଯୋଗରେ ବସିବା ନିହାତି ଜରୁରୀ
। ଦିନରେ ତ ଫୁରସତ୍ ମିଳୁନାହିଁ ସେଥିପାଇଁ ରାତ୍ରିରେ ସମୟ ବାହାର କରିବା ଉଚିତ୍ । ଯୋଗଯୁକ୍ତ
ହୋଇ ରହିଲେ ବହୁତ ଖୁସି ମଧ୍ୟ ରହିବ । ଯଦି କାହାର ବନ୍ଧନ ଆଦି ଥିବ ତେବେ ସେ ମଧ୍ୟ କହିପାରିବ
କି, ମୋତେ ତ ବାବାଙ୍କଠାରୁ ବର୍ସା ନେବାକୁ ହେବ, ଏଥିରେ ମୋତେ କେହି ଅଟକାଇ ପାରିବେ ନାହିଁ ।
କେବଳ ଗଭର୍ଣ୍ଣମେଣ୍ଟକୁ ଯାଇ ବୁଝାଅ ଯେ ବିନାଶ ସମ୍ମୁଖରେ ଉପସ୍ଥିତ, ବାବା କହୁଛନ୍ତି ମୋତେ
ମନେପକାଇଲେ ବିକର୍ମ ବିନାଶ ହେବ ଏବଂ ଏହି ଅନ୍ତିମ ଜନ୍ମରେ ପବିତ୍ର ହେବାକୁ ପଡିବ ସେଥିପାଇଁ ଆମେ
ପବିତ୍ର ହେଉଛୁ । କିନ୍ତୁ ଏ କଥା ସେହିମାନେ କହିବେ ଯାହାଙ୍କର ଜ୍ଞାନର ମସ୍ତି ଥିବ । ଏପରି ନୁହେଁ
ଯେ ଏଠାକୁ ଆସି ପୁଣି ଦେହଧାରୀମାନଙ୍କୁ ମନେପକାଉଥିବ । ଦେହ-ଅଭିମାନରେ ଆସି ଲଢେଇ-ଝଗଡା କରିବା,
ଏହା ଯେପରିକି କ୍ରୋଧର ଭୂତ ହୋଇଗଲା । ବାବାଙ୍କର ଦୃଷ୍ଟି କ୍ରୋଧୀମାନଙ୍କ ଉପରେ କେବେହେଲେ ପଡେ
ନାହିଁ । ବାବା ସେବାଧାରୀମାନଙ୍କୁ ସ୍ନେହ କରିଥା’ନ୍ତି । କିନ୍ତୁ ତୁମମାନଙ୍କଠାରେ ଦେହ-ଅଭିମାନର
ଚଳଣି ଦେଖାଯାଉଛି । ବାବାଙ୍କୁ ମନେପକାଇଲେ ଗୁଲଗୁଲ ହେବ । ଏହା ହିଁ ହେଉଛି ମୂଳକଥା । ପରସ୍ପରକୁ
ଦେଖି ମଧ୍ୟ ବାବାଙ୍କୁ ମନେପକାଇବାକୁ ହେବ । ହାଡଭଙ୍ଗା ସେବା କରିବା ଉଚିତ୍ । ବ୍ରାହ୍ମଣମାନେ
ପରସ୍ପର ମଧ୍ୟରେ କ୍ଷୀରଖଣ୍ଡ ହୋଇ ରହିବା ଉଚିତ୍ । ଲୁଣପାଣି ହେବା ଅନୁଚିତ୍ । କିନ୍ତୁ ବୁଦ୍ଧି ନ
ଥିବା କାରଣରୁ ପରସ୍ପରକୁ ଘୃଣା, ବାବାଙ୍କୁ ମଧ୍ୟ ଘୃଣା କରୁଛନ୍ତି । ଏଭଳି ପିଲା କେଉଁ ପଦ ପାଇବେ!
ତୁମକୁ ସାକ୍ଷାତ୍କାର ହେବ, ପୁଣି ସେ ସମୟରେ ସ୍ମୃତି ଆସିବ - ଆମେ ଏହି ଭୁଲ୍ କରିଛୁ । ବାବା
ପୁଣି ବି କହିଦେଉଛନ୍ତି ଭାଗ୍ୟରେ ନ ଥିଲେ କ’ଣ କରିପାରିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିର୍ବନ୍ଧନ
ଜୀବନ ଯାପନ କରିବା ପାଇଁ ଜ୍ଞାନର ନିଶା ଚଢ଼ି ରହିବା ଉଚିତ୍ । ଦେହ-ଅଭିମାନୀ ଚାଲି ଚଳନ ନ ରହୁ ।
ପରସ୍ପର ଭିତରେ ସମ୍ବନ୍ଧରେ ତିକ୍ତତା ବା ଲୁଣପାଣି ରଖିବାର ସଂସ୍କାର ରହିବା ଉଚିତ୍ ନୁହେଁ । ଯଦି
ଦେହଧାରୀଙ୍କ ସହିତ ସ୍ନେହ ରହିବ ତେବେ ବନ୍ଧନମୁକ୍ତ ହୋଇପାରିବ ନାହିଁ ।
(୨) କର୍ମଯୋଗୀ ହୋଇ
ରହିବାକୁ ହେବ, ଯୋଗରେ ନିଶ୍ଚିତ ଭାବରେ ବସିବାକୁ ହେବ । ଆତ୍ମ-ଅଭିମାନୀ ହୋଇ ବହୁତ ମିଠା ଏବଂ
ଶୀତଳ ହେବାର ପୁରୁଷାର୍ଥ କରିବାକୁ ପଡିବ । ସେବାରେ ହାଡଭଙ୍ଗା ପରିଶ୍ରମ କରିବାକୁ ହେବ ।
ବରଦାନ:-
ଶ୍ରୀମତ ସହିତ
ମନମତ ଏବଂ ଜନମତ ଅର୍ଥାତ୍ ପରମତର ମିଶ୍ରଣକୁ ସମାପ୍ତ କରୁଥିବା ସଚ୍ଚା ସ୍ୱ-କଲ୍ୟାଣୀ ହୁଅ ।
ବାବା ସନ୍ତାନମାନଙ୍କୁ
ସମସ୍ତ ଖଜଣା ସ୍ୱକଲ୍ୟାଣ ଏବଂ ବିଶ୍ୱ କଲ୍ୟାଣ କରିବା ପାଇଁ ଦେଇଛନ୍ତି କିନ୍ତୁ ସେଗୁଡିକୁ
ବ୍ୟର୍ଥରେ ଖର୍ଚ୍ଚ କରିବା, ଅକଲ୍ୟାଣ କାର୍ଯ୍ୟରେ ଲଗାଇବା, ଶ୍ରୀମତରେ ମନମତ ଏବଂ ଜନମତର ମିଶ୍ରଣ
କରିବା - ଏହା ହେଉଛି ଅମାନତଙ୍କୁ ଆତ୍ମସାତ କରିବା । ଏବେ ଏହିଭଳି ଅବୈଧ ଆତ୍ମ ସାତକୁ ଏବଂ
ମିଶ୍ରଣକୁ ସମାପ୍ତ କରି ଆତ୍ମ-ଅଭିମାନୀ ସ୍ଥିତି ତଥା ଦୟାଭାବକୁ ଧାରଣ କର । ନିଜ ଉପରେ ଏବଂ
ସମସ୍ତଙ୍କ ଉପରେ ଦୟା ରଖି ସ୍ୱ-କଲ୍ୟାଣୀ ହୁଅ । ସ୍ୱକୁ ଦେଖ, ବାବାଙ୍କୁ ଦେଖ, ଅନ୍ୟମାନଙ୍କୁ ଦେଖ
ନାହିଁ ।
ସ୍ଲୋଗାନ:-
ସଦା ହର୍ଷିତ
ସେହିମାନେ ରହିପାରିବେ ଯେଉଁମାନେ କେଉଁଠାରେ ବି ଆକର୍ଷିତ ନ ହେବେ ।