05.08.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ଏହି ବେଶ୍ୟାଳୟକୁ ଶିବାଳୟ କରିବା ପାଇଁ ଆସିଛନ୍ତି । ତୁମର କର୍ତ୍ତବ୍ୟ ହେଲା-ବେଶ୍ୟାମାନଙ୍କୁ ମଧ୍ୟ ଈଶ୍ୱରୀୟ ସନ୍ଦେଶ ଦେଇ ସେମାନଙ୍କର କଲ୍ୟାଣ କରିବା ।”

ପ୍ରଶ୍ନ:-
କେଉଁ ସନ୍ତାନମାନେ ନିଜର ବହୁତ ବଡ କ୍ଷତି କରିଥାନ୍ତି?

ଉତ୍ତର:-
ଯେଉଁମାନେ କୌଣସି କାରଣରୁ ମୁରଲୀ (ପାଠପଢା) ମିସ୍ କରିଥା’ନ୍ତି ସେମାନେ ନିଜର ବହୁତ ବଡ କ୍ଷତି କରିଥା’ନ୍ତି । କେତେକ ସନ୍ତାନ ତ ପରସ୍ପର ମଧ୍ୟରେ ଋଷିବା କାରଣରୁ କ୍ଲାସ୍‌କୁ ହିଁ ଆସନ୍ତି ନାହିଁ । କୌଣସି ନା କୌଣସି ବାହାନା କରି ଘରେ ଶୋଇ ରୁହନ୍ତି, ଏହାଦ୍ୱାରା ସେମାନେ ନିଜର ହିଁ କ୍ଷତି କରିଥା’ନ୍ତି କାହିଁକି ନା ବାବା ତ ପ୍ରତ୍ୟହ କୌଣସି ନା କୌଣସି ନୂଆ ନୂଆ ଉପାୟମାନ ବତାଉଛନ୍ତି, ଯଦି ନ ଶୁଣିବେ ତେବେ ଧାରଣା କିପରି କରିବେ ।

ଓମ୍ ଶାନ୍ତି ।
ମିଠା ମିଠା ମଧୁର ସନ୍ତାନମାନେ ଏକଥା ତ ଜାଣିଛନ୍ତି ଯେ ବର୍ତ୍ତମାନ ଆମେ ବିଶ୍ୱର ମାଲିକ ହେବା ପାଇଁ ପୁରୁଷାର୍ଥ କରୁଛୁ । ଯଦିଓ ମାୟା ବି ଭୁଲାଇ ଦେଉଛି । କାହା-କାହାକୁ ତ ସାରା ଦିନ ଭୁଲାଇ ଦେଉଛି । ବିଲ୍‌କୁଲ୍ ମନେ ହିଁ ପକାଉ ନାହାଁନ୍ତି ଯେପରିକି ଖୁସୀ ରହିବ । ଆମକୁ ଭଗବାନ ପଢାଉଛନ୍ତି ଏକଥା ମଧ୍ୟ ଭୁଲିଯାଉଛନ୍ତି । ଭୁଲିଯିବା କାରଣରୁ ପୁଣି କୌଣସି ସେବା କରିପାରୁ ନାହାଁନ୍ତି । ରାତ୍ରିରେ ବାବା ବୁଝାଇଲେ - ଅଧମରୁ ଅଧମ ଯେଉଁ ବେଶ୍ୟାମାନେ ଅଛନ୍ତି ସେମାନଙ୍କର ମଧ୍ୟ ସେବା କରିବା ଦରକାର । ବେଶ୍ୟାମାନଙ୍କ ପାଇଁ ତୁମେ ଘୋଷଣା କର ଯେ ତୁମେ ବାବାଙ୍କର ଏହି ଜ୍ଞାନକୁ ଧାରଣ କଲେ ସ୍ୱର୍ଗର ବିଶ୍ୱ ମହାରାଣୀ ହୋଇପାରିବ, ସାହୁକାରମାନେ ହୋଇପାରିବେ ନାହିଁ । ଯେଉଁମାନେ ଜାଣିଛନ୍ତି, ଲେଖାପଢା କରିଛନ୍ତି ସେମାନେ ବ୍ୟବସ୍ଥା କରିବେ, ବେଶ୍ୟାମାନଙ୍କୁ ଜ୍ଞାନ ଦେବା ପାଇଁ, ବିଚାରୀ ବହୁତ ଖୁସି ହେବେ କାହିଁକି ନା ସେମାନେ ମଧ୍ୟ ହେଉଛନ୍ତି ଅବଳା, ତାଙ୍କୁ ତୁମେ ବୁଝାଇ ପାରିବ । ବାବା ବହୁତ ଉପାୟମାନ ବୁଝାଉଛନ୍ତି, କୁହ ତୁମେ ହିଁ ଶ୍ରେଷ୍ଠ ଥିଲ ଯିଏ ଭ୍ରଷ୍ଟ ହୋଇଯାଇଛ । ତୁମମାନଙ୍କ ନାମ ପାଇଁ ହିଁ ଭାରତର ନାମ ବେଶ୍ୟାଳୟ ହୋଇଛି । ଏହି ପୁରୁଷାର୍ଥ କରିବା ଦ୍ୱାରା ପୁଣି ତୁମେ ଶିବାଳୟକୁ ଯାଇପାରିବ । ତୁମେ ଏବେ ପଇସା ପାଇଁ କେତେ ଖରାପ କାମ କରୁଛ । ବର୍ତ୍ତମାନ ଏ ସବୁ ଛାଡ । ଏପରି ବୁଝାଇବା ଦ୍ୱାରା ସେମାନେ ବହୁତ ଖୁସି ହେବେ । ତୁମକୁ କେହି ଅଟକାଇ ପାରିବେ ନାହିଁ । ଏହା ତ ଭଲ କଥା ନା । ଭଗବାନ ଗରୀବର ହିଁ ବନ୍ଧୁ ଅଟନ୍ତି । ପଇସା ପାଇଁ ବହୁତ ଖରାପ କାମ କରୁଛନ୍ତି । ଏହା ସେମାନଙ୍କର ଯେପରିକି ବ୍ୟବସାୟ ଅଟେ । ବର୍ତ୍ତମାନ ପିଲାମାନେ କହୁଛନ୍ତି କିପରି ସେବା ବୃଦ୍ଧି ହେବ ଆମେ ଉପାୟ ବାହାର କରିବୁ । କେତେକ ସନ୍ତାନ କୌଣସି ନା କୌଣସି କଥାରେ ଋଷିଯାଉଛନ୍ତି । ପାଠପଢା ମଧ୍ୟ ଛାଡି ଦେଉଛନ୍ତି । ଏକଥା ବୁଝୁ ନାହାଁନ୍ତି ଯେ ଯଦି ଆମେ ନ ପଢିବୁ ତେବେ ନିଜର ହିଁ କ୍ଷତି କରିବୁ । ଋଷି କରି ବସିଯାଉଛନ୍ତି । ଅମୁକ ମୋତେ ଏକଥା କହିଲେ ଏପରି କହିଲେ ସେଥିପାଇଁ ଆସିବା ମଧ୍ୟ ବନ୍ଦ କରିଦେଇଛୁ । ସପ୍ତାହରେ ଖୁବ୍ କଷ୍ଟରେ ଥରେ ଅଧେ ଆସିଥାନ୍ତି । ବାବା ତ ମୁରଲୀରେ କେତେ କ’ଣ ରାୟ ଦେଉଛନ୍ତି । ମୁରଲୀ ତ ଶୁଣିବା ଦରକାର ନା । କ୍ଲାସ୍‌କୁ ଯେବେ ଆସିବେ ତେବେ ହିଁ ଶୁଣିବେ । ଏପରି ବହୁତ ଅଛନ୍ତି, କାରଣେ-ଅକାରଣେ ବାହାନା କରି ଶୋଇ ରହିବେ । ଆଚ୍ଛା, ଆଜି ଯିବା ନାହିଁ । ଆରେ, ବାବା ଏପରି ଭଲ ଭଲ ପଏଣ୍ଟସ୍ ଶୁଣାଉଛନ୍ତି । ଯଦି ସେବା କରିବ ତେବେ ତ ଉଚ୍ଚ ପଦ ପାଇବ । ଏହା ହେଉଛି ପାଠପଢା । ବନାରସ ହିନ୍ଦୁ ୟୁନିଭରସିଟୀ ଇତ୍ୟାଦିରେ ଶାସ୍ତ୍ର ବହୁତ ପଢିଥାନ୍ତି । ଅନ୍ୟ କୌଣସି ବ୍ୟବସାୟ ନ ଥିଲେ ଶାସ୍ତ୍ର କଣ୍ଠସ୍ଥ କରି ସତ୍‌ସଙ୍ଗ ଆରମ୍ଭ କରି ଦିଅନ୍ତି । କିନ୍ତୁ ସେଥିରେ ଲକ୍ଷ୍ୟ ଆଦି କିଛି ନାହିଁ । ଏହି ପାଠପଢା ଦ୍ୱାରା ତ ସମସ୍ତଙ୍କର ଜୀବନ ନୌକା ପାର ହୋଇଥାଏ । ତେଣୁ ତୁମକୁ ଏହିଭଳି ଅଧମମାନଙ୍କର ସେବା କରିବାକୁ ହେବ । ଧନୀଲୋକମାନେ ଯେତେବେଳେ ଦେଖିବେ ଏଠାକୁ ଏହିଭଳି ସବୁ ବେଶ୍ୟାମାନେ ଆସୁଛନ୍ତି ତେବେ ସେମାନଙ୍କର ଆସିବା ପାଇଁ ଇଛା ହେବ ନାହିଁ । ଦେହ-ଅଭିମାନ ରହିଛି ନା । ତାଙ୍କୁ ଲଜ୍ୱ୍ୟା ଲାଗିବ । ଆଚ୍ଛା, ତେବେ ସେମାନଙ୍କ ପାଇଁ ଗୋଟିଏ ଅଲଗା ସ୍କୁଲ୍ ଖୋଲିଦିଅ । ଶରୀର ନିର୍ବାହ ଅର୍ଥେ, ସେହି ପାଠ ତ ହେଉଛି ପାଇପଇସାକର । ଏହା ତ ହେଉଛି ୨୧ ଜନ୍ମ ପାଇଁ । ଅନେକଙ୍କର କଲ୍ୟାଣ ହୋଇଯିବ । ପ୍ରାୟତଃ ମାତାମାନେ ପଚାରୁଛନ୍ତି ବାବା ଘରେ ଗୀତାପାଠଶାଳା ଖୋଲିବୁ? ସେମାନଙ୍କୁ ଈଶ୍ୱରୀୟ ସେବାର ସଉକ ରହିଛି । ପୁରୁଷମାନେ ତ ଇଆଡେ-ସିଆଡେ କ୍ଲବ୍ ଆଦିକୁ ଯାଇଥାନ୍ତି । ସାହୁକାର ଲୋକଙ୍କ ନିମନ୍ତେ ତ ଏହିଠାରେ ହିଁ ସ୍ୱର୍ଗ ଅଟେ । କେତେ ଫେସନ୍ ଆଦି କରୁଛନ୍ତି । କିନ୍ତୁ ଦେବତାମାନଙ୍କୁ ଦେଖ କେତେ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି । କେତେ ଫରକ ଅଛି । ଏମିତି ବି ତୁମକୁ ଏଠାରେ ସତ୍ୟ କଥା ଶୁଣାଯାଉଥିବାରୁ କେତେ କମ୍ ଲୋକ ଆସୁଛନ୍ତି । ତାହା ପୁଣି ଗରୀବମାନେ । ଭକ୍ତିମାର୍ଗର ବିଭିନ୍ନ ସ୍ଥାନକୁ ତୁରନ୍ତ ଚାଲିଯାଉଛନ୍ତି । ସେଠାକୁ ମଧ୍ୟ ସାଜସଜ୍ଜା ହୋଇଯାଉଛନ୍ତି । ଗୁରୁମାନେ ନିର୍ବନ୍ଧ ମଧ୍ୟ କରାଇଥାନ୍ତି । ଏଠାରେ ଯଦି କାହାର ନିର୍ବନ୍ଧ କରାଯାଉଛି ତେବେ ମଧ୍ୟ ରକ୍ଷା କରିବା ପାଇଁ । କାମ ଚିତା ଉପରେ ଚଢିବାରୁ ବଞ୍ଚିଯିବେ । ଜ୍ଞାନ ଚିତା ଉପରେ ବସି ପଦ୍ମାପଦ୍ମ ଭାଗ୍ୟଶାଳୀ ହୋଇଯିବେ । ମା-ବାପାଙ୍କୁ ବୁଝାଯାଉଛି ଏହି ବରବାଦୀର ଧନ୍ଦାକୁ ଛାଡି ଚାଲ ସ୍ୱର୍ଗକୁ । ସେମାନେ କହୁଛନ୍ତି କ’ଣ କରିବୁ, ଏହି ଦୁନିଆବାଲା ଆମ ଉପରେ ବିଗିଡିବେ ଯେ କୁଳର ନାମ ବଦନାମ କରୁଛନ୍ତି । ବିବାହ ନ କରାଇବା ନିୟମ ବିରୁଦ୍ଧ ଅଟେ । ଲୋକ ଲାଜ, କୁଳ ମର୍ଯ୍ୟାଦା ଛାଡୁ ନାହାଁନ୍ତି । ଭକ୍ତିମାର୍ଗରେ ଗାନ କରିଥାନ୍ତି - ମୋର ତ ଜଣଙ୍କ ବ୍ୟତୀତ ଦ୍ୱିତୀୟ କେହି ନାହାଁନ୍ତି । ମୀରାଙ୍କର ମଧ୍ୟ ଏ ସମ୍ବନ୍ଧରେ ଗୀତ ରହିଛି । ନାରୀମାନଙ୍କ ମଧ୍ୟରେ ନମ୍ବରୱାନ୍ ଭକ୍ତିନୀ ହେଉଛନ୍ତି ମୀରା, ପୁରୁଷଙ୍କ ମଧ୍ୟରେ ନାରଦଙ୍କର ଗାୟନ ରହିଛି । ନାରଦଙ୍କର ମଧ୍ୟ କାହାଣୀ ରହିଛି ନା । ଯଦି ତୁମକୁ କେହି ନୂଆ ଲୋକ କହନ୍ତି - ମୁଁ ଲକ୍ଷ୍ମୀଙ୍କୁ ବରଣ କରିପାରିବି! ତେବେ କୁହ, ନିଜକୁ ଦେଖ ଯୋଗ୍ୟ ଅଛ? ପବିତ୍ର ସର୍ବଗୁଣ ସମ୍ପନ୍ନ... ହୋଇଛ? ଏହା ହେଉଛି ବିକାରୀ ପତିତ ଦୁନିଆ । ବାବା ଆସିଛନ୍ତି ଏଥିରୁ ଉଦ୍ଧାର କରି ପବିତ୍ର କରିବା ପାଇଁ । ପବିତ୍ର ହୁଅ ତେବେ ଯାଇ ଲକ୍ଷ୍ମୀଙ୍କୁ ବରଣ କରିବା ପାଇଁ ଯୋଗ୍ୟ ହୋଇପାରିବ । ଏଠାରେ ବାବାଙ୍କ ପାଖକୁ ଆସି, ପ୍ରତିଜ୍ଞା କରି ପୁଣି ଘରକୁ ଯାଇ ବିକାରଗ୍ରସ୍ତ ହେଉଛନ୍ତି । ଏପରି ଅନେକ ସମାଚାର ଆସୁଛି । ବାବା କହୁଛନ୍ତି ଏହିପରି ବ୍ୟକ୍ତିମାନଙ୍କୁ ଯେଉଁ ବ୍ରାହ୍ମଣୀ ଏଠାକୁ ଆଣୁଛନ୍ତି ତାଙ୍କ ଉପରେ ମଧ୍ୟ ଦୋଷ ଲାଗୁଛି । ଇନ୍ଦ୍ର ସଭାର କାହାଣୀ ମଧ୍ୟ ରହିଛି ନା । ତେଣୁ ଆଣିଥିବା ବ୍ରାହ୍ମଣୀଙ୍କୁ ମଧ୍ୟ ଦଣ୍ଡର ଭାଗି ହେବାକୁ ହେବ । ବାବା ସର୍ବଦା ବ୍ରାହ୍ମଣୀମାନଙ୍କୁ କହୁଛନ୍ତି କଞ୍ଚା କଞ୍ଚା ସନ୍ତାନ ମାନଙ୍କୁ ଆଣ ନାହିଁ । ତୁମର ସ୍ଥିତି ମଧ୍ୟ ତଳକୁ ଖସିଯିବ କାହିଁକି ନା ବେନିୟମ ଭାବରେ ଆଣିଛ । ବାସ୍ତବରେ ବ୍ରାହ୍ମଣୀ ହେବା ବହୁତ ସହଜ । ୧୦-୧୫ ଦିନରେ ହୋଇପାରିବେ । ବାବା କାହାକୁ ବି ବୁଝାଇବା ପାଇଁ ବହୁତ ସହଜ ଯୁକ୍ତି ବତାଉଛନ୍ତି । ତୁମେ ଭାରତବାସୀ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲ, ସ୍ୱର୍ଗବାସୀ ଥିଲ । ଏବେ ନର୍କବାସୀ ହୋଇଯାଇଛ ପୁଣି ସ୍ୱର୍ଗବାସୀ ହେବାକୁ ପଡିବ ତେଣୁ ଏହି ବିକାରକୁ ଛାଡ । କେବଳ ବାବାଙ୍କୁ ମନେ ପକାଅ ତେବେ ବିକର୍ମ ବିନାଶ ହୋଇଯିବ । କେତେ ସହଜ କଥା । କିନ୍ତୁ କେତେକ ବିଲ୍‌କୁଲ୍ ବୁଝୁ ନାହାଁନ୍ତି । ନିଜେ ହିଁ ବୁଝୁ ନାହାଁନ୍ତି ତେଣୁ ଅନ୍ୟମାନଙ୍କୁ କ’ଣ ବୁଝାଇବେ । ବାନପ୍ରସ୍ଥ ଅବସ୍ଥାରେ ମଧ୍ୟ ମୋହର ଆକର୍ଷଣ ଆସୁଛି । ଆଜିକାଲି ବାନପ୍ରସ୍ଥକୁ ଏତେ ଯାଉନାହାଁନ୍ତି । ତମୋପ୍ରଧାନ ହୋଇଯାଇଛନ୍ତି ନା । ଏହିଠାରେ ହିଁ ମୋହଗ୍ରସ୍ଥ ହୋଇ ରହୁଛନ୍ତି । ଆଗରୁ ବାନପ୍ରସ୍ଥିମାନଙ୍କର ବଡ-ବଡ ଆଶ୍ରମ ଥିଲା । ଆଜିକାଲି ଏତେ ଆଶ୍ରମ ନାହିଁ । ୮୦-୯୦ ବର୍ଷର ହେଲେ ମଧ୍ୟ ଘରଦ୍ୱାର ଛାଡୁ ନାହାଁନ୍ତି । ବୁଝୁ ହିଁ ନାହାଁନ୍ତି ଯେ ବାଣୀରୁ ଉର୍ଦ୍ଧ୍ୱ ନିର୍ବାଣଧାମକୁ ଯିବାକୁ ହେବ । ଏବେ ଈଶ୍ୱରଙ୍କୁ ସ୍ମରଣ କରିବାକୁ ହେବ । ଭଗବାନ କିଏ, ଏକଥା ସମସ୍ତେ ଜାଣି ନାହାଁନ୍ତି । ସର୍ବବ୍ୟାପୀ କହି ଦେଉଥିବାରୁ କାହାକୁ ମନେ ପକାଇବେ । ଏକଥା ମଧ୍ୟ ବୁଝୁ ନାହାଁନ୍ତି ଯେ ଆମେ ହେଉଛୁ ପୂଜାରୀ । ବାବା ତ ତୁମକୁ ୨୧ ଜନ୍ମ ପାଇଁ ପୂଜାରୀରୁ ପୂଜ୍ୟ କରୁଛନ୍ତି । ଏଥିପାଇଁ ପୁରୁଷାର୍ଥ ତ କରିବାକୁ ପଡିବ ନା ।

ବାବା ବୁଝାଉଛନ୍ତି ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ । ଏବେ ଆମକୁ ଘରକୁ ଯିବାକୁ ହେବ- ବାସ୍‌, ଏହି ଚିନ୍ତା ରହୁ । ସେଠାରେ ବିକାରୀ କାର୍ଯ୍ୟ ହେବ ହିଁ ନାହିଁ । ବାବା ଆସି ସେହି ପବିତ୍ର ଦୁନିଆ ପାଇଁ ପ୍ରସ୍ତୁତି କରାଉଛନ୍ତି । ସେବାଯୋଗ୍ୟ ଗେହ୍ଲା ପିଲାମାନଙ୍କୁ ତ ନୟନ ଉପରେ ବସାଇ ନେଇଯିବେ । ତେବେ ଅପବିତ୍ର ଅଧମମାନଙ୍କର ଉଦ୍ଧାର କରିବା ପାଇଁ ବାହାଦୁରୀ ଦରକାର, ଦୁନିଆର ସରକାରଙ୍କର ତ ବଡ ବଡ ଦଳ ରହିଛନ୍ତି । ପଢି-ଲେଖି ଟିପ୍‌ଟପ୍ ହୋଇଯାଉଛନ୍ତି । ଏଠାରେ ତ କେତେକ ଗରୀବ ସାଧାରଣ ବ୍ୟକ୍ତି ରହିଥା’ନ୍ତି, ତାଙ୍କୁ ବାବା ବସି ଏତେ ଉଚ୍ଚକୁ ଉଠାଉଛନ୍ତି । ଚଳଣି ମଧ୍ୟ ବହୁତ ରାଜକୀୟ ହେବା ଦରକାର । ଭଗବାନ ପଢାଉଛନ୍ତି । ପାଠପଢି କୌଣସି ବଡ ପରୀକ୍ଷାରେ ପାସ୍ କଲେ କେତେ ଟିପ୍‌ଟପ୍ ହୋଇଯାଉଛନ୍ତି । ଏଠାରେ ତ ବାବା ହେଉଛନ୍ତି ଦୀନବନ୍ଧୁ । ଗରୀବ ହିଁ କିଛି ନା କିଛି ସହଯୋଗ ପଠାଇ ଦେଉଛନ୍ତି । ଟଙ୍କାଏ ଦି ଟଙ୍କାର ମନିଅର୍ଡର ମଧ୍ୟ ପଠାଇ ଦେଉଛନ୍ତି । ବାବା କହୁଛନ୍ତି ତୁମେ ତ ହେଉଛ ମହାନ୍ ଭାଗ୍ୟଶାଳୀ । ପ୍ରତି ବଦଳରେ ତୁମକୁ ବହୁତ ମିଳିଯାଉଛି । ଏହା ମଧ୍ୟ କୌଣସି ନୂଆ କଥା ନୁହେଁ । ସାକ୍ଷୀ ହୋଇ ଡ୍ରାମା ଦେଖୁଛନ୍ତି, ବାବା କହୁଛନ୍ତି ପିଲାମାନେ ଭଲ ଭାବରେ ପଢ । ଏହା ହେଉଛି ଈଶ୍ୱରୀୟ ଯଜ୍ଞ ଯାହା ଚାହୁଁଛ ତାହା ନିଅ । କିନ୍ତୁ ଏଠାରେ ନେଲେ ସେଠାରେ କମ୍ ହୋଇଯିବ । ସ୍ୱର୍ଗରେ ତ ସବୁ କିଛି ମିଳିବ । ବାବାଙ୍କୁ ତ ସେବା ନିମନ୍ତେ ବହୁତ ଫୁର୍ତ୍ତି ସନ୍ତାନ ଦରକାର ଯେପରି ସୁଦେଶ ଏବଂ ମୋହିନୀ । ଯେଉଁମାନଙ୍କର ସେବାରେ ବହୁତ ଉମଙ୍ଗ-ଉତ୍ସାହ ରହିଛି, ସେହିପରି ଉତ୍ସାହ ରହିଲେ ତୁମର ନାମ ବହୁତ ପ୍ରସିଦ୍ଧ ହୋଇଯିବ । ପୁଣି ତୁମକୁ ବହୁତ ସମ୍ମାନ ଦେବେ । ବାବା ସବୁ ନିର୍ଦ୍ଦେଶ ଦେଉଛନ୍ତି । ବାବା ତ କହୁଛନ୍ତି ଏଠାରେ ପିଲାମାନେ ଯେତେ ସମ୍ଭବ ସ୍ମୃତିରେ ରୁହ । ପରୀକ୍ଷା ଦିନ ପାଖେଇ ଆସିଲେ ଏକାନ୍ତରେ ଯାଇ ପଢିଥା’ନ୍ତି । ଘରୋଇ ଶିକ୍ଷକ ମଧ୍ୟ ରଖିଥା’ନ୍ତି । ଆମ ପାଖରେ ତ ବହୁତ ଶିକ୍ଷକ ଅଛନ୍ତି, କେବଳ ପଢିବାର ସଉକ ଦରକାର । ବାବା ତ ବହୁତ ସହଜ କରି ବୁଝାଉଛନ୍ତି । କେବଳ ନିଜକୁ ଆତ୍ମା ନିଶ୍ଚୟ କର । ଏହି ଶରୀର ତ ହେଉଛି ବିନାଶୀ । ତୁମେ ଆତ୍ମା ହେଉଛ ଅବିନାଶୀ । ଏହି ଜ୍ଞାନ ଥରେ ମାତ୍ର ମିଳୁଛି ପୁଣି ସତ୍ୟଯୁଗରୁ ନେଇ କଳିଯୁଗ ଅନ୍ତ ପର୍ଯ୍ୟନ୍ତ କାହାକୁ ମିଳିବ ହିଁ ନାହିଁ । ତୁମକୁ ହିଁ ମିଳୁଛି । ଆମେ ହେଉଛୁ ଆତ୍ମା ଏହି ନିଶ୍ଚୟ ପକ୍କା କରିନିଅ । ବାବାଙ୍କଠାରୁ ଆମକୁ ସମ୍ପତ୍ତି ମିଳୁଛି । ବାବାଙ୍କ ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ । ବାସ୍ । ଏହାକୁ ବାରମ୍ବାର ମନରେ ଘୋଷିଲେ ବହୁତ କଲ୍ୟାଣ ହୋଇପାରିବ । କିନ୍ତୁ ଚାର୍ଟ ରଖୁ ହିଁ ନାହାଁନ୍ତି । ଲେଖି-ଲେଖି ପୁଣି ଥକିଯାଉଛନ୍ତି । ବାବା ବହୁତ ସହଜ କରି ବତାଉଛନ୍ତି । ଆମେ ଆତ୍ମା ସତ୍ତ୍ୱପ୍ରଧାନ ଥିଲୁ, ଏବେ ତମୋପ୍ରଧାନ ହୋଇଯାଇଛୁ । ଏବେ ବାବା କହୁଛନ୍ତି ମୋତେ ମନେ ପକାଅ, ତେବେ ସତ୍ତ୍ୱପ୍ରଧାନ ହୋଇଯିବ । କେତେ ସହଜ ତଥାପି ଭୁଲିଯାଉଛନ୍ତି । ଯେତେ ସମୟ ମିଳୁଛି ନିଜକୁ ଆତ୍ମା ଭାବ । ମୁଁ ଆତ୍ମା ବାବାଙ୍କର ସନ୍ତାନ ଅଟେ । ବାବାଙ୍କୁ ମନେ ପକାଇଲେ ସ୍ୱର୍ଗର ବାଦଶାହୀ ମିଳିବ ଏବଂ ଅଧାକଳ୍ପର ପାପ ଭସ୍ମ ହୋଇଯିବ । କେତେ ସହଜଯୁକ୍ତି ବତାଉଛନ୍ତି । ସବୁ ସନ୍ତାନ ଏକଥା ଶୁଣୁଛନ୍ତି । ଏହି ବ୍ରହ୍ମାବାବା ମଧ୍ୟ ନିଜେ ଅଭ୍ୟାସ କରୁଛନ୍ତି ସେଥିପାଇଁ ତ ଶିଖାଉଛନ୍ତି ନା । ମୁଁ ବାବାଙ୍କର ରଥ, ବାବା ମୋତେ ଖୁଆଉଛନ୍ତି । ପିଲାମାନେ ତୁମେମାନେ ମଧ୍ୟ ଏହିପରି ଭାବ । ଶିବବାବାଙ୍କୁ ୟାଦ କଲେ କେତେ ଫାଇଦା ହେବ । କିନ୍ତୁ ଭୁଲିଯାଉଛନ୍ତି । ବହୁତ ସହଜ । ଧନ୍ଦାରେ କୌଣସି ଗ୍ରାହକ ନ ଥିଲେ ବାବାଙ୍କ ସ୍ମୃତିରେ ବସିଯାଅ । ମୁଁ ଆତ୍ମା, ମୋତେ ବାବାଙ୍କୁ ମନେ ପକାଇବାକୁ ହେବ । ରୋଗ ସମୟରେ ମଧ୍ୟ ସ୍ମରଣ କରିପାରିବ । ବନ୍ଧନଯୁକ୍ତ ହୋଇଥିଲେ ସେଠାରେ ବସି ମଧ୍ୟ ତୁମେ ସ୍ମରଣ କରି ଚାଲ ତେବେ ତୁମେ ୧୦-୨୦ ବର୍ଷ ହେବ ଜ୍ଞାନମାର୍ଗରେ ଥିବା ପିଲାଙ୍କଠାରୁ ମଧ୍ୟ ଉଚ୍ଚ ପଦ ପାଇ ପାରିବ, ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତାପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସେବାରେ ବହୁତ ବହୁତ ଫୁର୍ତ୍ତି ହେବାକୁ ପଡିବ । ଯେତେ ସମୟ ମିଳୁଛି ଏକାନ୍ତରେ ବସି ବାବାଙ୍କୁ ୟାଦ କରିବା ଉଚିତ୍ । ପଢ଼ାର ସଉକ ରହିବା ଉଚିତ୍ । ପାଠପଢା ପ୍ରତି କେବେ ଋଷିଯାଅ ନାହିଁ ।

(୨) ନିଜର ଚାଲି-ଚଳଣୀକୁ ବହୁତ ବହୁତ ରୟାଲ୍ ଅର୍ଥାତ୍ ରାଜକୀୟ କରିବାକୁ ହେବ । ବାସ୍ ଏବେ ଆମକୁ ଘରକୁ ଯିବାକୁ ହେବ, ପୁରୁଣା ଦୁନିଆ ତ ସମାପ୍ତ ହୋଇଯିବ । ସେଥିପାଇଁ ମୋହର ବନ୍ଧନ ଗୁଡିକୁ ତୁଟାଇବାକୁ ହେବ । ବାନପ୍ରସ୍ଥ ଅର୍ଥାତ୍ ବାଣୀରୁ ଉର୍ଦ୍ଧ୍ୱରେ ରହିବାର ଅଭ୍ୟାସ କରିବାକୁ ହେବ । ଅଧମମାନଙ୍କର ମଧ୍ୟ ଉଦ୍ଧାର କରିବାର ସେବା କରିବାକୁ ହେବ ।

ବରଦାନ:-
ନିଜର ଶ୍ରେଷ୍ଠ ମନୋବୃତ୍ତି ଦ୍ୱାରା ଅନ୍ୟମାନଙ୍କର ମନୋବୃତ୍ତିକୁ ପରିବର୍ତ୍ତନ କରି ସଦା ସିଦ୍ଧି ସ୍ୱରୂପ ଭବ ।

ସିଦ୍ଧି ସ୍ୱରୂପ ହେବା ପାଇଁ ନିଜର ମନୋବୃତ୍ତି ଦ୍ୱାରା ଅନ୍ୟମାନଙ୍କର ମନୋବୃତ୍ତିକୁ, ସଂକଳ୍ପ ଦ୍ୱାରା, ସଂକଳ୍ପକୁ ପରିବର୍ତ୍ତନ କରିବାର କାର୍ଯ୍ୟ କର, ଏହାର ରିସର୍ଚ କର ଅର୍ଥାତ୍ ଏହା ଉପରେ ରିସର୍ଚ କର । ଯେତେବେଳେ ଏହିଭଳି ସେବାରେ ବ୍ୟସ୍ତ ରହିଯିବ ତେବେ ଏହି ସୂକ୍ଷ୍ମ ସେବା ସ୍ୱତଃ ହିଁ ଅନେକ ପ୍ରକାରର ଦୁର୍ବଳତା ଗୁଡିକରୁ ପାରି କରିଦେବ । ଏବେ ଯଦି ଏହିଭଳି ସେବା କରିବାର ଯୋଜନା କରିବ ତେବେ ଜିଜ୍ଞାସୁ ମଧ୍ୟ ଅଧିକ ହୋଇଯିବେ, ସହଯୋଗୀ ମଧ୍ୟ ବହୁତ ହେବ, ଘର ମଧ୍ୟ ମିଳିଯିବ - ସବୁ ପ୍ରକାରର ସିଦ୍ଧିଗୁଡିକୁ ପ୍ରାପ୍ତ କରିବା ସହଜ ହୋଇଯିବ । ତେବେ ଏହି ବିଧି ସହଜରେ ସିଦ୍ଧି ସ୍ୱରୂପ କରିଦେବ ।

ସ୍ଲୋଗାନ:-
ଯଦି ସମୟକୁ ସଫଳ କରିଚାଲିବ ତେବେ ସମୟର ଧୋକାରୁ ରକ୍ଷା ପାଇଯିବ ।

ଅବ୍ୟକ୍ତ ଈଶାରେ - ଯଦି ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।

ବିଶେଷ ସୂଚନା:- ବାବାଙ୍କର ଶ୍ରୀମତ ଅନୁସାରେ ମୁରଲୀ କେବଳ ବାବାଙ୍କର ପିଲାମାନଙ୍କ ପାଇଁ ହିଁ ଉଦ୍ଧିଷ୍ଟ, ନୁହେଁ କି ଯେଉଁମାନେ ରାଜଯୋଗର କୋର୍ସ ମଧ୍ୟ କରିନାହାଁନ୍ତି । ସେଥିପାଇଁ ସମସ୍ତ ନିମିତ୍ତ ଟୀଚର୍ସ ଏବଂ ଭାଇଭଉଣୀମାନଙ୍କୁ ବିନମ୍ର ନିବେଦନ କରାଯାଉଛି ଯେ ସାକାର ମୁରଲୀର ଅଡିଓ ବା ଭିଡିଓକୁ, ୟୁଟ୍ୟୁବ, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ବା କୌଣସି ବି ହ୍ୱାଟସପ୍ ଗ୍ରୃପରେ ପୋଷ୍ଟ କରନ୍ତୁ ନାହିଁ ।