05.09.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବାଙ୍କର ସହଯୋଗୀ ହେବା ପାଇଁ ମନମନାଭବର ମନ୍ତ୍ରକୁ ପକ୍କା କରାଅ, ଏକମାତ୍ର ବାବାଙ୍କୁ ସର୍ବଦା ଅନୁସରଣ କର । “

ପ୍ରଶ୍ନ:-
ପୁରୁଷୋତ୍ତମ ହେବା ପାଇଁ ସହଜ ଏବଂ ଶ୍ରେଷ୍ଠ ପୁରୁଷାର୍ଥ କ’ଣ ?

ଉତ୍ତର:-
ହେ ପୁରୁଷୋତ୍ତମ ହେଉଥିବା ସନ୍ତାନମାନେ - ତୁମେ ସର୍ବଦା ଶ୍ରୀମତରେ ଚାଲୁଥାଅ । ଏକମାତ୍ର ବାବାଙ୍କୁ ମନେ ପକାଅ, ଆଉ କୌଣସି କଥାରେ ହସ୍ତକ୍ଷେପ କର ନାହିଁ । ଖାଅ ପିଅ ସବୁ କିଛି କର କିନ୍ତୁ ବାବାଙ୍କୁ ମନେ ପକାଅ, ତେବେ ତୁମେ ପୁରୁଷୋତ୍ତମ ହୋଇଯିବ । ସେହିମାନେ ହିଁ ପୁରୁଷୋତ୍ତମ ହୋଇଥାନ୍ତି ଯେଉଁମାନଙ୍କ ଉପରେ ବୃହସ୍ପତିର ଦଶା ରହିଥାଏ । ସେମାନେ କେବେ ହେଲେ ଶ୍ରୀମତର ଅବଜ୍ଞା କରି ନ ଥାନ୍ତି । ତାଙ୍କ ଦ୍ୱାରା କୌଣସି ଓଲଟା କର୍ମ ହୋଇ ନ ଥାଏ ।

ଗୀତ:-
ଓମ୍ ନମୋ ଶିବାୟ....

ଓମ୍ ଶାନ୍ତି ।
ଏହା କାହାର ମହିମା ? ଏକମାତ୍ର ପରମପିତା ପରମାତ୍ମାଙ୍କର, ଯେଉଁମାନେ ଉତ୍ତମ କାର୍ଯ୍ୟ କରିଥା’ନ୍ତି ତାଙ୍କର ମହିମା ନିଶ୍ଚୟ ହୋଇଥାଏ । ଯେଉଁମାନେ ମନ୍ଦ କର୍ତ୍ତବ୍ୟ କରିଥା’ନ୍ତି ତାଙ୍କର ନିନ୍ଦା ହୋଇଥାଏ । ଯେପରି ରାଜା ଆକବରଙ୍କର ମହିମା ହେଉଥିଲା ଏବଂ ଔରଙ୍ଗ ଜେବଙ୍କର ନିନ୍ଦା ହେଉଥିଲା । ସେହିଭଳି ରାମଙ୍କର ମହିମା କରାଯାଉଛି, ରାବଣର ନିନ୍ଦା କରାଯାଉଛି । ଭାରତରେ ହିଁ ରାମରାଜ୍ୟ ଏବଂ ରାବଣରାଜ୍ୟ ପ୍ରସିଦ୍ଧ ଅଟେ । ରାମରାଜ୍ୟକୁ କହିବା ପୁରୁଷୋତ୍ତମ ରାଜ୍ୟ ଏବଂ ରାବଣ ରାଜ୍ୟକୁ ଆସୁରୀ ରାଜ୍ୟ କହିବା । ତୁମେ ପିଲାମାନେ ଏବେ ସଂଗମଯୁଗ ବିଷୟରେ ଜାଣୁଛ । ଏହା ହିଁ ହେଉଛି ପୁରୁଷୋତ୍ତମ ଯୁଗ । ଏହି ଭାରତକୁ ପୁରୁଷୋତ୍ତମ କରିବାକୁ ହିଁ ହେବ । ଏଠାରେ ରହିଲାବାଲାଙ୍କୁ ଏବଂ ରହିବାର ସ୍ଥାନକୁ ମଧ୍ୟ ପୁରୁଷୋତ୍ତମ କରିବାକୁ ହେବ । ଏହି ଭାରତକୁ ହିଁ ସ୍ୱର୍ଗ କୁହାଯାଏ, ଏଠାକାର ବାସିନ୍ଦାଙ୍କୁ ଦେବୀ-ଦେବତା, ସ୍ୱର୍ଗବାସୀ କୁହାଯାଏ । ତେବେ ଉଭୟ ଉତ୍ତମ ହେଉଛନ୍ତି । ସମସ୍ତେ ଜାଣିଛନ୍ତି ଯେ ନୂଆ ଦୁନିଆ ଉତ୍ତମ ଏବଂ ପୁରୁଣା ଦୁନିଆ କନିଷ୍ଠ ହୋଇଥାଏ । ଯେପରି ଦୁନିଆ ହୋଇଥାଏ, ତା’ର ବାସିନ୍ଦା ମଧ୍ୟ ସେହିପରି ହୋଇଥାନ୍ତି । ଗାୟନ ମଧ୍ୟ କରାଯାଉଛି, ନୂଆ ଭାରତ, ପୁରୁଣା ଭାରତ, ଆଉ କୌଣସି ରାଷ୍ଟ୍ରକୁ ନୂଆ ରାଷ୍ଟ୍ର ବୋଲି କୁହାଯିବ ନାହିଁ । ଏପରି ନୁହେଁ ଯେ ନୂଆ ଦୁନିଆରେ ନୂଆ ଆମେରିକା, ନୂଆ ଚାଇନା ଥିବ । ନା, ନୂଆ ଦୁନିଆରେ ତ ନୂଆ ଭାରତ ବୋଲି ଗାୟନ ରହିଛି ସେଥିପାଇଁ ନ୍ୟୁ ଇଣ୍ଡିଆ କୁହାଯାଉଛି । ନୂଆ ଭାରତ ନାମ ରଖିଛନ୍ତି, କିନ୍ତୁ ସବୁ କିଛି ଅର୍ଥହୀନ । ନୂଆ ଭାରତ ପୁଣି ଏ ସମୟରେ କେଉଁଠାରୁ ଆସିଲା? ନୂଆ ଭାରତରେ ତ ଦିଲ୍ଲୀ ପରିସ୍ତାନ ଥିଲା । ଏବେ ପରିସ୍ତାନ କେଉଁଠି ଅଛି । ତୁମେମାନେ ଏଠାକୁ ପୁରୁଷୋତ୍ତମ ହେବା ପାଇଁ ଆସୁଛ । ଶ୍ରେଷ୍ଠ ଦଶା ହେଲା ବୃହସ୍ପତିର ଦଶା । ପୁରୁଷୋତ୍ତମ ହେବା ଦ୍ୱାରା ବୃହସ୍ପତିର ଦଶା ଚଳିଥାଏ । ତୁମେ ଜାଣିଛ ଯେ ନୂଆ ଦୁନିଆର ସ୍ଥାପନା କରିବାବାଲା ଅବିନାଶୀ ବାବାଙ୍କ ଦ୍ୱାରା ଆମେ ଅବିନାଶୀ ସୁଖ ନେବା ପାଇଁ ପୁରୁଷାର୍ଥ କରୁଛୁ । ସତ୍ୟଯୁଗରେ ସମସ୍ତେ ପୁରୁଷୋତ୍ତମ ହୋଇଥାନ୍ତି । ପୁଣି ତଳକୁ ଖସି ମଧ୍ୟମ ଏବଂ କନିଷ୍ଠ ହୋଇଯାଆନ୍ତି । ତୁମେ ପିଲାମାନେ ଜାଣିଛ ଯେ - ବର୍ତ୍ତମାନ ବାବା ଆମକୁ ସତ୍ତ୍ୱପ୍ରଧାନ ସତ୍ୟଯୁଗୀ ସ୍ୱର୍ଗବାସୀ, ପୁରୁଷୋତ୍ତମ କରାଉଛନ୍ତି । ଏହା ବହୁତ-ବହୁତ ସହଜ ଅଟେ । ଏଥିରେ ଖାଇବା ପାଇଁ ନା କିଛି ଔଷଧ ଅଛି, ନା କରିବା ପାଇଁ କିଛି କଥା ଅଛି । କେବଳ ବାବାଙ୍କୁ ମନେ ପକାଇବାକୁ ହେବ, ସେଥିପାଇଁ ଏହାକୁ ସହଜ ଯୋଗ ବୋଲି କୁହାଯାଉଛି । ବାବାଙ୍କ ସ୍ମୃତି ଦ୍ୱାରା ହିଁ ପାପ ଆତ୍ମାରୁ ପୁଣ୍ୟ ଆତ୍ମା ହେବାକୁ ପଡିବ । ଏହା ତ ନିଶ୍ଚିତ ଯେ ସମସ୍ତଙ୍କୁ ମୁକ୍ତି ମିଳିବ । ବାବା କହୁଛନ୍ତି ମୁଁ ସମସ୍ତଙ୍କର ସଦ୍‌ଗତି ଦାତା ଅଟେ, ତେବେ ନିଶ୍ଚିତ ମନୁଷ୍ୟମାନଙ୍କର ଶରୀର ନଷ୍ଟ ହୋଇଯିବ । ଆଉ ଆତ୍ମାମାନଙ୍କୁ ମୁଁ ପବିତ୍ର କରାଇ ଶାନ୍ତିଧାମ ନେଇଯିବି । ତେଣୁ ଘରକୁ ଯିବା ପାଇଁ ପ୍ରସ୍ତୁତି କରିବାକୁ ହେବ । ବାବା ଆସି ପ୍ରସ୍ତୁତି କରାଉଛନ୍ତି କାହିଁକି ନା ଆତ୍ମାମାନଙ୍କର ଡେଣା ଭାଙ୍ଗି ଯାଇଛି ଅର୍ଥାତ୍ ଆତ୍ମା ତମୋପ୍ରଧାନ ହୋଇଯାଇଛି । ତୁମେ ଯୋଗବଳ ଦ୍ୱାରା ପବିତ୍ର ହେବା ପାଇଁ ପରିଶ୍ରମ କରୁଛ । ଯେଉଁମାନେ ପରିଶ୍ରମ କରୁନାହାଁନ୍ତି, ସେମାନଙ୍କୁ ହିସାବ-କିତାବ ଚୁକ୍ତ କରିବାକୁ ପଡିବ, ଏଥିରେ କୌଣସି ବିଚାର କରିବାର କଥା ନାହିଁ । ପିଲାମାନଙ୍କର କାମ ହେଲା ବାବାଙ୍କଠାରୁ ପୂରା ସମ୍ପତ୍ତି ନେବା, ଏହି କାର୍ଯ୍ୟରେ ବାବାଙ୍କର ସାହାଯ୍ୟକାରୀ ହୋଇ ସହଯୋଗ ଦେବାକୁ ପଡିଥାଏ । ଏଥିରେ ବାବାଙ୍କର ସହଯୋଗ ଏବଂ ପିଲାମାନଙ୍କର ମଧ୍ୟ ସହଯୋଗ ଆବଶ୍ୟକ । କିଭଳି ସହଯୋଗ ଦେବ, ଏହା ବ୍ରହ୍ମା ବାବାଙ୍କୁ ଦେଖି ଅନୁକରଣ କର । ପୁରୁଷୋତ୍ତମ ହେବା ପାଇଁ ସମସ୍ତ ଆତ୍ମାଙ୍କୁ ମୋର ମନ୍ତ୍ର ଦେଇଚାଲ । କଳ୍ପ-କଳ୍ପ ବାବା ଆସି କହୁଛନ୍ତି - ମୋତେ ମନେ ପକାଇବା ବିନା ତୁମେ ପତିତରୁ ପାବନ ହୋଇପାରିବ ନାହିଁ । ମୁଁ କୌଣସି ଗଙ୍ଗା ସ୍ନାନ କରାଉଛି କି? କେବଳ ଏହି ମହାମନ୍ତ୍ରକୁ ମନେ ରଖିବାକୁ ହେବ “ମନମନାଭବ” । ଏହାର ଅର୍ଥ ହେଲା ମୋତେ ମନେ ପକାଇଲେ ତୁମେ ପବିତ୍ର ହୋଇ ପୁରୁଷୋତ୍ତମ ସ୍ୱର୍ଗର ମାଲିକ ହୋଇଯିବ । ସ୍ତ୍ରୀ ପୁରୁଷ ଉଭୟ ପବିତ୍ର ପ୍ରବୃତ୍ତିର ମାଲିକ ହେବେ । ବାବା ଏହି ସବୁ କଥା ବିସ୍ତାରରେ ବୁଝାଉଛନ୍ତି । ତୁମେ ବାସ୍ତବରେ ଏହିଭଳି ହେଉଛ । ତୁମେ ଜାଣିଛ ଯେ ଭଗବାନ ହିଁ ଆସି ପିଲାମାନଙ୍କୁ ପୁରୁଷୋତ୍ତମ କରାଇଥିଲେ, ସେଥିପାଇଁ ତ କହୁଛନ୍ତି ଯେ ପତିତମାନଙ୍କୁ ପାବନ କରାଇଲାବାଲା ପତିତ-ପାବନ ଆସ । ପୁରୁଷୋତ୍ତମ ମାସର ବହୁତ ମହିମା ଶୁଣାଇଥାନ୍ତି ନା । ତେବେ ଏହି ପୁରୁଷୋତ୍ତମ ଯୁଗର ବହୁତ ମହିମା ରହିଛି । କଳିଯୁଗ ଅର୍ଥାତ୍ ରାତି ପରେ ଦିନ ନିଶ୍ଚିତ ଆସିବ । ଦୁଃଖ ପରେ ସୁଖ ଆସିଥାଏ, ଏହି ଅକ୍ଷର ମଧ୍ୟ ସ୍ପଷ୍ଟ ଭାବରେ ରହିଛି । ଏଥିରେ ସ୍ତ୍ରୀ ପୁରୁଷ ଉଭୟ ହିଁ ଉତ୍ତମରୁ ଉତ୍ତମ ଶ୍ରେଷ୍ଠରୁ ଶ୍ରେଷ୍ଠ ହେଉଛନ୍ତି କାରଣ ଏହା ପ୍ରବୃତ୍ତିମାର୍ଗ ଅଟେ । ସତ୍ୟଯୁଗ ତ ପ୍ରସିଦ୍ଧ ଅଟେ, ସତ୍ୟଯୁଗକୁ ହିଁ ସୁଖଧାମ କୁହାଯାଉଛି । ପୁଣି ଯେତେବେଳେ ଦ୍ୱାପର ଯୁଗ ଆସୁଛି, ସେମାନେ ସନ୍ନ୍ୟାସ ଧାରଣ କରି ଉତ୍ତମ ହେଉଛନ୍ତି ସେଥିପାଇଁ ପତିତ ମନୁଷ୍ୟମାନେ ଯାଇ ସେମାନଙ୍କ ପାଖରେ ମୁ୍‌ଣ୍ଡ ନୁଆଁଉଛନ୍ତି । ପବିତ୍ର ଆତ୍ମାମାନଙ୍କ ସମ୍ମୁଖରେ ଅପବିତ୍ର ମୁଣ୍ଡ ନୁଆଁଇଥାନ୍ତି, ଏହା ତ ସାଧାରଣ କଥା । ପତିତ-ପାବନ ବାବାଙ୍କୁ ନ ଜାଣିବା କାରଣରୁ ପତିତ-ପାବନୀ ଗଙ୍ଗାକୁ ପବିତ୍ର ଭାବି ସେଠାକୁ ଯାଇ ମୁଣ୍ଡିଆ ମାରୁଛନ୍ତି । ଗଙ୍ଗା ଏବଂ ସାଗରର ମଧ୍ୟ ମେଳା ଲାଗିଥାଏ । ତୁମ ପିଲାମାନଙ୍କୁ ବାବା ବହୁତ ସ୍ପଷ୍ଟ କରି ବୁଝାଉଛନ୍ତି ପୁଣି ବାବା କହୁଛନ୍ତି - କୋଟିକରେ କେତେ ଜଣ ଏବଂ କେତେ ଜଣଙ୍କ ଭିତରେ ମଧ୍ୟ ଅନନ୍ୟ କେହି ଏହି କଥାକୁ ବୁଝୁଛନ୍ତି । ସେମାନଙ୍କ ଭିତରୁ ମଧ୍ୟ କେହି ଆଶ୍ଚର୍ଯ୍ୟ ଭାବେ ଶୁଣୁଛନ୍ତି, କହୁଛନ୍ତି ପୁଣି ଏଠାରୁ ଛାଡି ପଳାଇ ଯାଉଛନ୍ତି, ତେଣୁ ଅପସେବା ହୋଇ ଯାଉଛି । ତେବେ ସେବା ଏବଂ ଅପସେବା ଉଭୟ ହୋଇ ଚାଲିଛି । ବହୁତ ସନ୍ତାନ ପଳାଇ ମଧ୍ୟ ଯାଉଛନ୍ତି, ଯେଉଁମାନେ କି ବାବାଙ୍କୁ ଜାଣିନାହାଁନ୍ତି ।

ତୁମେ ପାପ ଆତ୍ମାରୁ ପୁଣ୍ୟ ଆତ୍ମା ହେଉଛ । ପୁଣି ପିଲାମାନେ ହିଁ ବସି ବିଘ୍ନ ପକାଉଛନ୍ତି, ଅପସେବା କରୁଛନ୍ତି ତେବେ ଏହା କେତେ ମହାନ ପାପ ଅଟେ । ରାବଣ ସମସ୍ତଙ୍କୁ ମହାପାପୀ କରିଦେଉଛି କିନ୍ତୁ ଯେଉଁମାନେ ବାବାଙ୍କର ସନ୍ତାନ ହୋଇ ଅପସେବା କରିବେ ଶେଷରେ ସେହିମାନଙ୍କ ପାଇଁ କଚେରୀ ବସିବ । ଭକ୍ତିମାର୍ଗରେ ଏତେ କଠୋର ଦଣ୍ଡ ମିଳି ନ ଥାଏ, କିନ୍ତୁ ଏଠାରେ ବାବାଙ୍କର ହୋଇ ପୁଣି ଅପସେବା କରୁଛନ୍ତି ତେବେ ବାବାଙ୍କର ଡାହାଣ ହାତ ହେଲେ ଧର୍ମରାଜ ସେଥିପାଇଁ ବାବା କହୁଛନ୍ତି - ପିଲାମାନେ ମୋ ସେବାରେ ସହଯୋଗୀ ହୋଇ ପୁଣି ଓଲଟା କାମ କର ନାହିଁ, ଯଦି ଅପସେବା କରିବ ତେବେ ପୁଣି ଅବଳା ମାତା, କନ୍ୟାମାନଙ୍କ ଉପରେ ବିଘ୍ନ ପଡିବ । ବାବାଙ୍କର ମାତାମାନଙ୍କ ପ୍ରତି ଦୟା ଆସୁଛି । ଭଗବାନ ଦ୍ରୌପଦୀଙ୍କର ମଧ୍ୟ ପାଦ ଦବାଇଥିଲେ ନା । ଦ୍ରୌପଦୀ ଡାକିଥିଲେ ଯେ ମୋତେ ନଗ୍ନ କରୁଛନ୍ତି । ବାବା ମାତାମାନଙ୍କ ମସ୍ତକରେ ଜ୍ଞାନର କଳସ ରଖୁଛନ୍ତି । ଆଗରେ ରହିଲେ ମାତା, ପଛରେ ରହିଲେ ପୁରୁଷମାନେ । କିନ୍ତୁ ଆଜିକାଲି ପୁରୁଷମାନଙ୍କ ଭିତରେ ବହୁତ ଅଂହକାର ରହିଛି କହୁଛନ୍ତି ମୁଁ ସ୍ତ୍ରୀର ଗୁରୁ, ସ୍ୱାମୀ ଈଶ୍ୱର ଅଟେ, ସ୍ତ୍ରୀ ହେଉଛି ମୋର ଦାସୀ । ଏଠାରେ ବାବା ନିରହଂକାରୀ ହୋଇ ମାତାମାନଙ୍କର ପାଦ ମଧ୍ୟ ଦବାଉଛନ୍ତି । ବାବା କହୁଛନ୍ତି ତୁମେ ଥକିଯାଇଛ, ମୁଁ ତୁମର କ୍ଲାନ୍ତି ଦୂର କରିବା ପାଇଁ ଆସିଛି । ତୁମଭଳି ମାତାମାନଙ୍କର ସମସ୍ତେ ତିରସ୍କାର କରିଛନ୍ତି । ସନ୍ନ୍ୟାସୀ ସ୍ତ୍ରୀକୁ ଛାଡି ଚାଲିଯାଇଥାନ୍ତି । ଯଦି କାହାର ୫-୭ଟି ପିଲା ଜନ୍ମ ହୋଇଥାନ୍ତି, ତେବେ ସମ୍ଭାଳି ନ ପାରିଲେ ବିରକ୍ତ ହୋଇ ପଳାଇ ଯାଇଥାନ୍ତି । ସନ୍ତାନ ରଚନା କରି ପୁଣି ସେମାନଙ୍କୁ ଏଣେତେଣେ ଧକ୍କା ଖାଇବା ପାଇଁ ଛାଡି ଚାଲିଯାଉଛନ୍ତି । ବାବା କହୁଛନ୍ତି - ମୁଁ କାହାକୁ ବାଟବଣା କରୁନାହିଁ । ମୁଁ ତ ସମସ୍ତଙ୍କର ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟେ । ମାୟା ଆସି ତୁମକୁ ଦୁଃଖୀ କରାଉଛି । ଏହା ମଧ୍ୟ ଏକ ଖେଳ । ଅଜ୍ଞାନ କାଳରେ ଭାବନ୍ଦି ଭଗବାନ ହିଁ ଦୁଃଖ ସୁଖ ଦେଉଛନ୍ତି କିନ୍ତୁ ଈଶ୍ୱର ପିତା ଏହି ଧନ୍ଦା କରନ୍ତି ନାହିଁ । ଏହା ତ କର୍ମ ଅନୁସାରେ ଡ୍ରାମା ତିଆରି ହୋଇଛି । ଯିଏ ଯେପରି କର୍ମ କରିଥାଏ ସେହି ଅନୁଯାୟୀ ଫଳ ମିଳିଥାଏ । ବର୍ତ୍ତମାନ ଶ୍ରେଷ୍ଠ କର୍ମ କରିବାର ଅଛି । କର୍ମକୁ ନିନ୍ଦିବାର କଥା ନାହିଁ । ଯଦି କେହି ରୋଗରେ ପଡିଥାନ୍ତି, ଦେବାଳିଆ ହୋଇଯାଇଥା’ନ୍ତି ତାହା ହେଲେ ନିଜ କର୍ମକୁ ନିନ୍ଦିଥାଆନ୍ତି ନା । ତୁମେ ପିଲାମାନେ କେତେ ସୌଭାଗ୍ୟଶାଳୀ ହେଉଛ, ଯାହା ଫଳରେ ୨୧ ଜନ୍ମ ପାଇଁ କେବେ ହେଲେ ନିଜ କର୍ମକୁ ନିନ୍ଦିବ ନାହିଁ । ତୁମକୁ କେତେ ଶ୍ରେଷ୍ଠ ଫଳ ପ୍ରାପ୍ତି ହେଉଛି । ତେବେ ବାବାଙ୍କର ଶ୍ରୀମତରେ ଚାଲିବା ଉଚିତ୍ । ବାବା ଆଉ କୌଣସି କଥାରେ ହସ୍ତକ୍ଷେପ କରୁନାହାଁନ୍ତି । ଖାଅ, ପିଅ ଯାହା କିଛି ବି କର କେବଳ ବାବା ଏବଂ ସମ୍ପତ୍ତିକୁ ମନେ ପକାଅ । ତୁମେ କହୁଛ ଆମେ ପତିତ ଅଟୁ ତେବେ ବାବା ପବିତ୍ର ହେବା ପାଇଁ ଯେଉଁ ଯୁକ୍ତି ବତାଉଛନ୍ତି, ସେହି ଅନୁସାରେ ଚାଲ । କେବଳ ବାବାଙ୍କୁ ମନେ ପକାଇବାର ପରିଶ୍ରମ କରିବାକୁ ହେବ । ମାୟାର ତୋଫାନକୁ ଦେଖି ଡରିଯାଅ ନାହିଁ । ଏଥିରେ ଗୁପ୍ତ ମେହନତ ରହିଛି । ଏହି ଜ୍ଞାନ ମଧ୍ୟ ଗୁପ୍ତ, ମୁରଲୀ ଶୁଣାଇବା ତ ପ୍ରତ୍ୟକ୍ଷ ଅଟେ । କିନ୍ତୁ ଏହି ବାଣୀ ଦ୍ୱାରା ତୁମେ ପବିତ୍ର ହୋଇପାରିବ ନାହିଁ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ପବିତ୍ର ହେବ । ତେବେ ଅନାଦି ଅବିନାଶୀ ବାବାଙ୍କୁ ମନେ ପକାଅ ଏବଂ ବାବାଙ୍କର ସାହାଯ୍ୟକାରୀ ମଧ୍ୟ ହୁଅ । ଆତ୍ମିକ ଡାକ୍ତରଖାନା ଏବଂ ବିଶ୍ୱ ବିଦ୍ୟାଳୟ ଖୋଲିବା ପାଇଁ ମଧ୍ୟ ପୁରୁଷାର୍ଥ କର । ଯଦି କୌଣସି ବିଶେଷ ସ୍ଥାନ ଅଛି ତେବେ ଯାଇ ଭାଷଣ କର । ତୁମକୁ ହାତରେ କୌଣସି ପୁସ୍ତକ ଧରିବାର ନାହିଁ । ତୁମ ଭିତରେ ସମସ୍ତ ଜ୍ଞାନ ଅଛି, ବାକି ବୁଝାଇବା ପାଇଁ କଳ୍ପବୃକ୍ଷ, ତ୍ରିମୂର୍ତ୍ତି, ସୃଷ୍ଟି ଚକ୍ରର ରହସ୍ୟ ସମସ୍ତଙ୍କୁ ବୁଝାଇବାକୁ ହେବ । ବାବା କହୁଛନ୍ତି - ମୁଁ ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ରଚନା କରୁଛି । ବ୍ରାହ୍ମଣମାନଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷ୍ଣୁଙ୍କର ଚିତ୍ର ତୁମ ସମ୍ମୁଖରେ ଅଛି । ଏମାନଙ୍କୁ ଏପରି କରାଇଲାବାଲା ଶିକ୍ଷକ ନିରାକାର ଅଟନ୍ତି । ଗାୟନ ମଧ୍ୟ ରହିଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ବିଷ୍ଣୁଙ୍କ ଦ୍ୱାରା ପାଳନା... କଳ୍ପ ପୂର୍ବରୁ ମଧ୍ୟ ଏହିଭଳି ଚିତ୍ର ତିଆରି କରାଇଥିଲେ । ଦେଖ ବିଜ୍ଞାନ ଦ୍ୱାରା କେତେ ମିସାଇଲ୍ସ ଅଥବା କ୍ଷେପଣାସ୍ତ୍ର ଆଦି ତିଆରି କରୁଛନ୍ତି । ତୁମ ପିଲାମାନଙ୍କୁ ପୁରୁଷୋତ୍ତମ ହେବା ପାଇଁ ମଧ୍ୟ ପରିଶ୍ରମ ଲାଗୁଛି କାରଣ ଜନ୍ମ-ଜନ୍ମାନ୍ତରର ବୋଝ ତୁମ ମୁଣ୍ଡ ଉପରେ ରହିଛି । ଗୋଟିଏ ସେକେଣ୍ଡରେ ବାବାଙ୍କ ସହିତ ନିର୍ବନ୍ଧ ହୋଇଗଲା, ପୁଣି ଆତ୍ମାମାନଙ୍କୁ ବାବାଙ୍କୁ ମନେ ପକାଇବାକୁ ହେବ, ଯାହା ଦ୍ୱାରା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ ।

ବାବା କହୁଛନ୍ତି - ମନମନାଭବ, ତୁମେ କର୍ମଯୋଗୀ ଅଟ । ତୁମକୁ ଯୋଗ ଚାର୍ଟ (ହିସାବ) ରଖିବା ଦରକାର । ତୁମର ଲଢେଇ ମାୟା ସାଥୀରେ ହେଉଛି, ଏହା ବହୁତ ଜୋରଦାର ଲଢେଇ ଅଟେ । ତୁମେ ଚେଷ୍ଟା କରିବ ବାବାଙ୍କ ସ୍ମୃତିରେ ରହିବା ପାଇଁ, କିନ୍ତୁ ମାୟା ମନେ ପକାଇବାକୁ ଦେବ ନାହିଁ । ଜ୍ଞାନରେ କୌଣସି ବାଧାବିଘ୍ନ ଆସେ ନାହିଁ । ଆତ୍ମାରେ ୮୪ ଜନ୍ମର ସଂସ୍କାର ଭରି ହୋଇ ରହିଛି । ଏହା ଅନାଦି ପୂର୍ବ-ପ୍ରସ୍ତୁତ ଡ୍ରାମା । ଏହି ଚକ୍ର ଘୂରି ଚାଲିଛି, ବନ୍ଦ ହେବାର ହିଁ ନାହିଁ । ସୃଷ୍ଟି କାହିଁକି ରଚନା କରାଯାଇଛି ଏହି ପ୍ରଶ୍ନ ଉଠି ପାରିବ ନାହିଁ । ଆତ୍ମା କିପରି ପରିବର୍ତ୍ତନ ହେବ । ନୂଆ ଆତ୍ମା କେଉଁଠାରୁ ଆସୁନାହାଁନ୍ତି । ଯେଉଁ ଆତ୍ମାମାନେ ଥିଲେ ସେହିମାନେ ହିଁ ଅଛନ୍ତି, କମ୍ ବେଶୀ ହୋଇପାରିବେ ନାହିଁ । ସବୁ ଅଭିନେତାମାନେ ରହିଛନ୍ତି । ତୁମେମାନେ ବିଶାଳ ନାଟକର ଅଭିନେତା ଅଟ, ତୁମେ ଯାହା କିଛି ଦେଖୁଛ ସେତିକି ଅଭିନେତା ଡ୍ରାମାରେ ଅଛନ୍ତି, ସେତିକି ପୁଣି ଅଭିନୟ କରିବେ । ମୋକ୍ଷ କାହାକୁ ପ୍ରାପ୍ତ ହେଉ ନାହିଁ । ମନୁଷ୍ୟମାନେ ଏହି ଆବାଗମନ ଚକ୍ରରୁ ଅର୍ଥାତ୍ ଜନ୍ମ-ମୃତ୍ୟୁର ଚକ୍ରରୁ ମୁକ୍ତ ହେବାକୁ ଚାହୁଁଛନ୍ତି, କିନ୍ତୁ ମୁକ୍ତ ହୋଇପାରିବେ ନାହିଁ । ଯେଉଁମାନେ ଅଭିନୟ କରିବାକୁ ଆସୁଛନ୍ତି, ସେମାନଙ୍କୁ ପୁଣି ଆସିବାକୁ ହେବ । ବାବା କହୁଛନ୍ତି - ମୋତେ ମଧ୍ୟ ଏହି ପତିତ ଦୁନିଆରେ ଆସିବାକୁ ପଡୁଛି ପୁଣି ଯିବାକୁ ପଡୁଛି । କଳ୍ପ-କଳ୍ପ ମୁଁ ଏହିପରି ଆସୁଛି । ଯେବେକି ମୋତେ ମଧ୍ୟ ଅଭିନୟ କରିବା ପାଇଁ ଆସିବାକୁ ପଡୁଛି, ତେବେ ପିଲାମାନଙ୍କର ଅଭିନୟ କିପରି ବନ୍ଦ ହୋଇପାରିବ । ତୁମେ ୮୪ ଥର ଶରୀରରେ ଆସୁଛ, ମୁଁ ଥରେ ମାତ୍ର ଆସୁଛି । ମୋର ଯିବା ଆସିବା ବହୁତ ଆଶ୍ଚର୍ଯ୍ୟଜନକ ଅଟେ । ସେଥିପାଇଁ ଗାୟନ କରୁଛନ୍ତି ତୁମର ଗତି ଏବଂ ମତ ତୁମେ ହିଁ ଜାଣିଛ... ସଦ୍‌ଗତି ପ୍ରାପ୍ତ କରାଇବା ପାଇଁ ଯେଉଁ ମତ ଦେଉଛି ତାହା ତୁମେ ହିଁ ଜାଣିଛ ଆଉ କେହି ଜାଣିନାହାଁନ୍ତି । ସେମାନେ କେବଳ ଗାୟନ କରୁଛନ୍ତି କିନ୍ତୁ ତୁମେ ବାସ୍ତବରେ ଅନୁଭବ କରୁଛ । ମୂଳକଥା ହେଲା ବାବାଙ୍କୁ ମନେ ପକାଇବା । ତା’ ସହିତ ଅନ୍ଧମାନଙ୍କର ଲାଠି ହେବାକୁ ପଡିବ । ଏହା ହେଲା ପୁରୁଷୋତ୍ତମ ଯୁଗ । ଏହା ୫ ହଜାର ବର୍ଷ ପରେ ଆସୁଛି । ପୁରୁଷୋତ୍ତମ ମାସ ତିନି ବର୍ଷ ପରେ ଆସିଥାଏ । ସେସବୁ ହେଲା ଭକ୍ତିମାର୍ଗ । ସେମାନଙ୍କର ଜନ୍ତ୍ର-ମନ୍ତ୍ରର ଅନେକ ପୁସ୍ତକମାନ ରହିଛି । ଏଠାରେ ତ ସେସବୁ କଥା ନାହିଁ । ଭକ୍ତି ନ କରିଲାବାଲାଙ୍କୁ ଅଧାର୍ମିକ ବୋଲି କୁହାଯାଏ । ତେଣୁ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ନା କିଛି କରିବାକୁ ମଧ୍ୟ ପଡିଥାଏ । ବାବା ବୁଝାଉଛନ୍ତି ମିଠେ ବଚ୍ଚେ, କେବେହେଲେ ଅପସେବା କରିବାର ପୁରୁଷାର୍ଥ କର ନାହିଁ । ଯଦି କେହି ବିଶ୍ୱାସଘାତକ ହୋଇଗଲା, ତେବେ ତାଙ୍କୁ ଅଜାମ୍ବିଳ କୁହାଯିବ । ଅଜାମ୍ବିଳ, ସୁରଦାସ ଆଦିଙ୍କର କେତେ କାହାଣୀ ସବୁ ରହିଛି । ଏ ସବୁ ହେଲା ଭକ୍ତିମାର୍ଗ । ଏମାନଙ୍କଠାରୁ ମଧ୍ୟ ଅଧିକ ପାପ ଆତ୍ମା ସେହିମାନେ ଅଟନ୍ତି ଯିଏକି ଏଠାକୁ ଆସି ମୋର ସନ୍ତାନ ହୋଇ, ମୋର ହାତ ଛାଡି ଦେଉଛନ୍ତି । ମୋର ନିନ୍ଦା କରାଉଛନ୍ତି, ସେମାନଙ୍କ ପାଇଁ ତ କଚେରୀ ବସିବ । ଯଦି ପ୍ରତିଜ୍ଞା କରି ପୁଣି ଅପସେବା କରିବ ତେବେ ସେମାନଙ୍କୁ କଠୋର ଦଣ୍ଡ ମିଳିବ । ଯେପରି ଉଚ୍ଚ ପଦର ପ୍ରାପ୍ତି ରହିଛି, ସେହିପରି ଭୁଲ୍ କଲେ, କଡା ଦଣ୍ଡ ମଧ୍ୟ ରହିଛି, ତେଣୁ କୌଣସି ପ୍ରକାରର ଅବଜ୍ଞା କରିବା ଉଚିତ୍ ନୁହେଁ । ଗାୟନ ମଧ୍ୟ ରହିଛି ଯେ ସତ୍‌ଗୁରୁଙ୍କର ନିନ୍ଦକ ଠାବ ପାଇ ପାରିବ ନାହିଁ ଅର୍ଥାତ୍ ନରରୁ ନାରାୟଣ ହେବାର ଲକ୍ଷ୍ୟରେ ପହଞ୍ଚି ପାରିବ ନାହିଁ । ଗୁରୁମାନଙ୍କୁ ତୁମେ ପଚାରିପାରିବ ଯେ ତୁମେ କହୁଛ ଗୁରୁଙ୍କର ନିନ୍ଦୁକ... ତାହା କେଉଁ ଠାବ ବା ସ୍ଥାନ ଅଟେ? ସେହି ସ୍ଥାନ ତ ସେମାନେ କହିପାରିବେ ନାହିଁ । ବାବାଙ୍କର ଉପାଧିକୁ ସେମାନେ ନିଜ ଉପରେ ରଖି ଦେଇଛନ୍ତି । ଶିକ୍ଷକ କହୁଛନ୍ତି ଯଦି ସମ୍ପୂର୍ଣ୍ଣ ରୂପେ ପାଠ ପଢିବ ନାହିଁ, ତେବେ ଉଚ୍ଚ ପଦ ମଧ୍ୟ ମିଳିବ ନାହିଁ । ଦେବୀ-ଦେବତା ତୁଲ୍ୟ ପବିତ୍ର ହେବାକୁ ପଡିବ । ଏଠାରେ କେହି ପବିତ୍ର ନାହାଁନ୍ତି । ଏବେ ସମସ୍ତଙ୍କୁ ପବିତ୍ର ହେବାକୁ ପଡିବ । ତୁମକୁ ୨୧ ଜନ୍ମ ପାଇଁ ରାଜ୍ୟ ଭାଗ୍ୟ ମିଳୁଛ, ତେଣୁ କେବଳ ଏହି ଅନ୍ତିମ ଜନ୍ମରେ ପବିତ୍ର ହେବାକୁ ପଡିବ, ଏହା କେତେ ବଡ ପ୍ରାପ୍ତି ଅଟେ । ଯଦି ଏତେ ବଡ ପ୍ରାପ୍ତି ନ ହେଉଥାନ୍ତା ତେବେ ଏହିଭଳି ପୁରୁଷାର୍ଥ କରିଥାନ୍ତ କି? କିନ୍ତୁ ମାୟା ଏପରି ଯେ, ଏଭଳି ଉଚ୍ଚ ପ୍ରାପ୍ତିରେ ମଧ୍ୟ ବିଘ୍ନ ପକାଉଛି ଏବଂ ତଳକୁ ଖସାଇ ଦେଉଛି । ହାଏରେ ମାୟା.... ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଅପସେବା ହେବା ଭଳି କୌଣସି କାର୍ଯ୍ୟ କରିବାର ନାହିଁ । ଏପରି ବି କୌଣସି କର୍ମ ନ ହେଉ ଯାହାଦ୍ୱାରା ବାବାଙ୍କର ନିନ୍ଦା ହେବ । କୌଣସି ପ୍ରକାରର ଅବଜ୍ଞା ଠାରୁ ଦୂରେଇ ରହିବାକୁ ହେବ, ପୁରୁଷୋତ୍ତମ ହେବାକୁ ପଡିବ ।

(୨) ମାୟାର ତୋଫାନକୁ ଡରିବାର ନାହିଁ । ପବିତ୍ର ହେବା ପାଇଁ ବାବାଙ୍କ ସ୍ମୃତିରେ ରହିବାର ପୁରୁଷାର୍ଥ କରିବାର ଅଛି ।

ବରଦାନ:-
ଥକି ଯାଇଥିବା ଏବଂ ଡହଳ ବିକଳ ହେଉଥିବା ଆତ୍ମାମାନଙ୍କୁ ସିଦ୍ଧି ପ୍ରଦାନ କରୁଥିବା ଈଶ୍ୱରୀୟ ସେବାଧାରୀ ଭବ ।

ଆତ୍ମାମାନଙ୍କ ଭିତରେ ନିର୍ବାଣଧାମକୁ ବା ମୁକ୍ତିଧାମକୁ ଯିବା ପାଇଁ ବହୁତ ସମୟରୁ ଇଚ୍ଛା ରହିଛି । ସେଇଥିପାଇଁ ହିଁ ଅନେକ ଜନ୍ମରୁ ଅନେକ ପ୍ରକାରର ସାଧନା କରି କରି ଥକି ପଡିଲେଣି । ଏବେ ସମସ୍ତେ ସିଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଆଉ ସାଧନା କରିବାକୁ ଚାହୁଁ ନାହାଁନ୍ତି । ତେବେ ସିଦ୍ଧି ଅର୍ଥାତ୍ ସଦ୍‌ଗତି - ତେଣୁ ଏହିଭଳି ଆତୁର ଏବଂ କ୍ଲାନ୍ତ ହୋଇଯାଇଥିବା ତୃଷାର୍ତ୍ତ ଆତ୍ମାମାନଙ୍କର ତୃଷା ନିବାରଣ କରିବା ପାଇଁ ତୁମେ ଶ୍ରେଷ୍ଠ ଆତ୍ମାମାନେ ନିଜର ଶାନ୍ତିର ଶକ୍ତି ଦ୍ୱାରା ବା ସର୍ବ ଶକ୍ତି ଦ୍ୱାରା ସେମାନଙ୍କୁ ଗୋଟିଏ ସେକେଣ୍ଡ ଭିତରେ ସିଦ୍ଧି ପ୍ରଦାନ କର, ତେବେ କୁହାଯିବ ଈଶ୍ୱରୀୟ ସେବାଧାରୀ ।”

ସ୍ଲୋଗାନ:-
ନିଜର ଦୁର୍ବଳ ସଂସ୍କାରଗୁଡିକ ହିଁ ମାୟା ଆସିବାର ଗୁପ୍ତ ଦ୍ୱାର ଅଟେ, ଏବେ ଏହି ଦ୍ୱାରକୁ ବନ୍ଦ କର ।

ଅବ୍ୟକ୍ତ ଈଶାରା:- ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।

ତୁମେମାନେ ଅନ୍ୟମାନଙ୍କର ଭାଗ୍ୟର ରେଖା ଟାଣିବାବାଲା ଅର୍ଥାତ୍ ଭାଗ୍ୟ ପ୍ରଦାନ କରିବାବାଲା ବ୍ରହ୍ମାକୁମାର ଏବଂ ବ୍ରହ୍ମାକୁମାରୀ ଅଟ, ସେଥିପାଇଁ ତୁମର ଭଣ୍ଡାରଗୁଡିକ ସଦାସର୍ବଦା ଭରପୂର ରହିଥାଉ । କାହାକୁ ବି ଖାଲି ହାତରେ ଯିବାକୁ ଦିଅ ନାହିଁ । ଦାତାଙ୍କର ସନ୍ତାନ ଅଟ, ତେଣୁ ସର୍ବଦା ଦେଇଚାଲ ଏବଂ ସମସ୍ତଙ୍କର ଭାବନାକୁ, ସମସ୍ତଙ୍କର ଆଶାକୁ ପୂରଣ କରିଚାଲ । ମହାଦାନୀ, ବରଦାନୀ ହୁଅ - ଏହା ହିଁ ତୁମମାନଙ୍କର ପ୍ରକୃତ ସ୍ୱରୂପ ଅଟେ ।